01.01.2019          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏଠାରେ ତୁମେ ବୈରାଗୀ ଜୀବନରେ ଅଛ । ତେଣୁ ଭଲ ପିନ୍ଧିବା, ଭଲ ଖାଇବା... ଏଭଳି ସଉକ ତୁମମାନଙ୍କର ରହିବା ଉଚିତ୍ ନୁହେଁ । ନିଜର ପାଠପଢା ଏବଂ ଚରିତ୍ର ଉପରେ ପୁରା ପୁରା ଧ୍ୟାନ ଦେବା ଉଚିତ୍ ।

ପ୍ରଶ୍ନ:-
ଜ୍ଞାନ ରତ୍ନରେ ସଦାସର୍ବଦା ଭରପୁର ରହିବାର ଉପାୟ କଣ ?

ଉତ୍ତର:-
ଦାନ । ଯେତେ-ଯେତେ ଅନ୍ୟମାନଙ୍କୁ ଦାନ କରିବ ସେତେ-ସେତେ ନିଜେ ମଧ୍ୟ ଭରପୁର ରହିବ । ବୁଦ୍ଧିମାନ ସିଏ ଯିଏକି ଜ୍ଞାନକୁ ଶୁଣି ନିଜ ଭିତରେ ଧାରଣ କରିଥାନ୍ତି ଏବଂ ଅନ୍ୟମାନଙ୍କୁ ଦାନ କରିଥାନ୍ତି । ଯଦି ବୁଦ୍ଧିରୂପୀ ମୁଣାରେ ଛିଦ୍ର ଥିବ ତେବେ ଜ୍ଞାନ ବାହାରିଯିବ, ଧାରଣା ହେବ ନାହିଁ । ସେଥିପାଇଁ କାଇଦା ଅନୁସାରେ ପାଠ ପଢିବାକୁ ହେବ ଏବଂ ୫ ବିକାରଠାରୁ ଦୁରେଇ ରହିବାକୁ ହେବ । ରୂପ-ବସନ୍ତ ଅର୍ଥାତ୍ ଯୋଗୀ ଏବଂ ଜ୍ଞାନୀ ହେବାକୁ ପଡିବ ।

 

ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ଆତ୍ମିକ ପିତା ମଧ୍ୟ କର୍ମେନ୍ଦ୍ରିୟ ଦ୍ୱାରା କହୁଛନ୍ତି ଏବଂ ଆତ୍ମିକ ସନ୍ତାନମାନେ ମଧ୍ୟ କର୍ମେନ୍ଦ୍ରିୟ ଦ୍ୱାରା ଶୁଣୁଛନ୍ତି । ଏଠାରେ ଏହା ହିଁ ହେଉଛି ନୂଆ କଥା । ଦୁନିଆରେ କୌଣସି ମନୁଷ୍ୟ ଏଭଳି କଥା କହିପାରିବେ ନାହିଁ । ତୁମମାନଙ୍କ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ଜ୍ଞାନ ବୁଝାଇଥାନ୍ତି । ତେବେ ଶିକ୍ଷକ କିପରି ଶିକ୍ଷା ଦେଉଛନ୍ତି ତାହା ବିଦ୍ୟାର୍ଥୀମାନଙ୍କ ରେଜିଷ୍ଟରରୁ ଜଣାପଡିଥାଏ । ରେଜିଷ୍ଟର ଦ୍ୱାରା ହିଁ ତାଙ୍କର ପାଠପଢା ଏବଂ ଚାଲି ଚଳଣୀ ଜଣାପଡିଥାଏ । ତେବେ ମୁଖ୍ୟ ଏବଂ ମୂଳକଥା ହେଲା ପାଠପଢା ଏବଂ ଚରିତ୍ର । ଏହା ହେଉଛି ଈଶ୍ୱରୀୟ ପାଠପଢା ଯେଉଁ ପାଠ କେହି ବି ପଢାଇ ପାରିବେ ନାହିଁ । ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତିମ ସମୟ ସମ୍ବନ୍ଧରେ ଏବଂ ଜ୍ଞାନ ସମ୍ବନ୍ଧରେ ସାରା ସୃଷ୍ଟିରେ କେହି ବି ମନୁଷ୍ୟ ଜାଣି ନାହାଁନ୍ତି । ପ୍ରାଚୀନ ଋଷି, ମୁନି ଯେଉଁମାନେ ଏତେ ଶାସ୍ତ୍ର ପଢିଥିଲେ, ଶାସ୍ତ୍ରର ଅଥୋରିଟୀ ଥିଲେ, ସେମାନେ ନିଜେ କହୁଥିଲେ ଯେ ଆମେ ରଚୟିତା ଏବଂ ରଚନାକୁ ଜାଣିନାହୁଁ । ବାବା ହିଁ ଆସି ଏସବୁର ପରିଚୟ ଦେଉଛନ୍ତି । ଗାୟନ ମଧ୍ୟ କରୁଛନ୍ତି ଏହା ହେଉଛି କଣ୍ଟାର ଜଙ୍ଗଲ । ତେବେ ଜଙ୍ଗଲକୁ ନିଆଁ ନିଶ୍ଚିତ ଲାଗିବ । ଫୁଲର ବଗିଚାକୁ କେବେ ନିଆଁ ଲାଗି ନଥାଏ । ବର୍ତ୍ତମାନ ସାରା ଜଙ୍ଗଲ ଶୁଖିଯାଇଛି ତେଣୁ ଜଙ୍ଗଲକୁ ନିଶ୍ଚିତ ନିଆଁ ଲାଗିବ । କିନ୍ତୁ ବଗିଚା ସବୁବେଳେ ସବୁଜିମାରେ ଭରପୁର ଥାଏ । ତେଣୁ ବଗିଚାକୁ କେବେ ବି ନିଆଁ ଲାଗିପାରିବ ନାହିଁ । ଶୁଖିଲା ଜିନିଷରେ ତୁରନ୍ତ ନିଆଁ ଲାଗିଯାଏ । ତେବେ ଏହା ହେଉଛି ବେହଦର ଜଙ୍ଗଲ । ଏହାକୁ ପୂର୍ବରୁ ମଧ୍ୟ ନିଆଁ ଲାଗିଥିଲା । ପୂର୍ବରୁ ମଧ୍ୟ ବଗିଚାର ସ୍ଥାପନା ହୋଇଥିଲା ଏବେ ମଧ୍ୟ ତୁମର ସେହି ବଗିଚାର ସ୍ଥାପନା ହେଉଛି । ତୁମେ ଜାଣିଛ ଆମେ ସେହି ବଗିଚାର ସୁଗନ୍ଧଯୁକ୍ତ ଫୁଲ ଅର୍ଥାତ୍ ଦେବତା ହେଉଛୁ ତାର ନାମ ହିଁ ହେଉଛି ସ୍ୱର୍ଗ । ଏବେ ସେହି ସ୍ୱର୍ଗର ସ୍ଥାପନା ପୁନଃ ହେଉଛି । ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଲା, ତୁମେମାନେ ଲୋକମାନଙ୍କୁ କେତେ ବି ବୁଝାଉଛ କିନ୍ତୁ କାହାର ବୁଦ୍ଧିରେ ଏହି କଥା ଧାରଣ ହେଉନାହିଁ । ଯିଏ ଏହି ଧର୍ମର ହୋଇନଥିବେ ସେମାନଙ୍କ ବୁଦ୍ଧିରେ ଏକଥାର ଧାରଣା ହେବ ନାହିଁ । ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦେବେ । ସତ୍ୟ ତ୍ରେତୟା ଯୁଗରେ ଭାରତବାସୀମାନେ ନିଶ୍ଚିତ ଭାବରେ ବହୁତ କମ ସଂଖ୍ୟକ ଥିବେ । ପୁଣି ଦ୍ୱାପର କଳିଯୁଗରେ କେତେ ବୃଦ୍ଧି ହୋଇଯାଉଛି । ସେଠାରେ (ସତ୍ୟ ଯୁଗରେ) କେବଳ ଗୋଟିଏ କିମ୍ବା ଦୁଇଟି ସନ୍ତାନ ରହିବେ କିନ୍ତୁ ଏଠାରେ ଚାରୋଟି କିମ୍ବା ପାଞ୍ଚୋଟି ସନ୍ତାନ ହେଉଛନ୍ତି ତେଣୁ ନିଶ୍ଚିତ ଭାବରେ ବୃଦ୍ଧି ହେବ । ଭାରତବାସୀ ହିଁ ନିଜକୁ ହିନ୍ଦୁ ବୋଲି କହିଦେଉଛନ୍ତି । କିନ୍ତୁ ଭାରତବାସୀ ବାସ୍ତବରେ ଦେବୀ ଦେବତା ଧର୍ମର ଥିଲେ । ଅନ୍ୟ ଧର୍ମାବଲମ୍ବୀ କେବେ ବି ନିଜ ଧର୍ମକୁ ଭୁଲନ୍ତି ନାହିଁ କେବଳ ଭାରତବାସୀ ହିଁ ନିଜ ଧର୍ମକୁ ଭୁଲିଯାଇଛନ୍ତି । ଦେଖ, ଏବେ କେତେ ଢେର ମନୁଷ୍ୟ ଅଛନ୍ତି । ସମସ୍ତେ ତ ଆସି ଜ୍ଞାନ ବୁଝିବେ ନାହିଁ । ସମସ୍ତେ ନିଜ ନିଜର ଜନ୍ମକୁ ମଧ୍ୟ ଜାଣିପାରିବେ । କାରଣ ଯେଉଁମାନେ ସମ୍ପୂର୍ଣ୍ଣ ୮୪ ଜନ୍ମ ନେଉଥିବେ ସେମାନେ ନିଶ୍ଚିତ ଭାବରେ ପୁରୁଣା ଭକ୍ତ ହେବେ । ଏବେ ତୁମେ ବୁଝିପାରୁଥିବ ଯେ ଆମେ କେତେ ଭକ୍ତି କରିଛୁ । ଯଦି ଅଳ୍ପ ଭକ୍ତି କରିଥିବେ ତେବେ ଜ୍ଞାନ ମଧ୍ୟ କମ ବୁଝିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ କମ ବୁଝାଇପାରିବେ । ଯଦି ବହୁତ ଭକ୍ତି କରିଥିବେ ତେବେ ଜ୍ଞାନର ଧାରଣା ବହୁତ ହେବ । ଅନେକଙ୍କୁ ବୁଝାଇ ମଧ୍ୟ ପାରିବେ । ଯଦି ନିଜେ ଜ୍ଞାନ ନ ବୁଝିବ ତେବେ ଅନ୍ୟମାନଙ୍କୁ ମଧ୍ୟ ବୁଝାଇ ପାରିବ ନାହିଁ, ସେଥିପାଇଁ ସେମାନଙ୍କୁ ପ୍ରାପ୍ତି ମଧ୍ୟ କମ ମିଳିଥାଏ । ସବୁର ହିସାବ ଅଛି ନା । ବାବାଙ୍କୁ କେହି ଜଣେ ସବୁ ହିସାବ ବାହାର କରି ପଠାଇଥିଲେ ଯେ ଇସ୍ଲାମୀମାନଙ୍କର ଏତିକି ଜନ୍ମ, ବୌଦ୍ଧମାନଙ୍କର ଏତିକି ଜନ୍ମ ହେବା ଆବଶ୍ୟକ । ବୁଦ୍ଧଦେବ ମଧ୍ୟ ଧର୍ମସ୍ଥାପକ ଅଟନ୍ତି । ତାଙ୍କ ପୂର୍ବରୁ କେହି ବୌଦ୍ଧ ଧର୍ମାବଲମ୍ବୀ ନଥିଲେ । ବୁଦ୍ଧଦେବଙ୍କ ଆତ୍ମା ପ୍ରବେଶ କଲା ଏବଂ ସିଏ ବୌଦ୍ଧଧର୍ମର ସ୍ଥାପନା କରିଲେ । ତେବେ ସିଏ ହେଉଛନ୍ତି ତାଙ୍କ ଧର୍ମର ପ୍ରଜାପିତା । ଏକରୁ ପୁଣି କେତେ ବୃଦ୍ଧି ହୋଇଥାଏ । ତୁମେ ତ ନୂଆ ଦୁନିଆରେ ରାଜା ହେବ । ଏବେ ଏଠାରେ ତୁମେ ବନବାସରେ ଅଛ, ତେଣୁ କୌଣସି ଜିନିଷର ସଉକ ରଖିବା ଉଚିତ୍ ନୁହେଁ । ମୁଁ ବହୁତ ଭଲ-ଭଲ କପଡା ପିନ୍ଧିବି ଏହା ମଧ୍ୟ ଦେହ-ଅଭିମାନ ଅଟେ । ତେବେ ଯାହା ମିଳିଲା ତାହା ଭଲ । ଏହି ଦୁନିଆ ବାକି ଆଉ ଅଳ୍ପ ସମୟ । ଯଦି ଏଠାରେ ଭଲ ଭଲ କପଡା ପିନ୍ଧିବ ତେବେ ସେଠାରେ ପୁଣି କମ ମିଳିବ । ପିନ୍ଧିବାର ସଉକ ମଧ୍ୟ ଛାଡିଦେବା ଉଚିତ୍ । ଆଗକୁ ଏସବୁର ସାକ୍ଷାତ୍କାର ତୁମକୁ ସ୍ୱତଃ ହେବାକୁ ଲାଗିବ । ତୁମେ ନିଜେ କହିବ ଏମାନେ ବହୁତ ସେବା କରୁଛନ୍ତି । ଏମାନେ ଚମତ୍କାର କରୁଛନ୍ତି । ଏମାନଙ୍କୁ ନିଶ୍ଚିତ ବହୁତ ନମ୍ବର ମିଳିବ । ଅନ୍ୟମାନଙ୍କୁ ପୁଣି ନିଜ ସଦୃଶ ମଧ୍ୟ କରିବେ । ଦିନକୁ ଦିନ ଏହି ବଗିଚା ବଡ ହେବ । ସତ୍ୟ-ତ୍ରେତୟା ଯୁଗରେ ଯେତେ ଦେବୀ-ଦେବତା ଥିଲେ ସେମାନେ ସମସ୍ତେ ବର୍ତ୍ତମାନ ଏହିଠାରେ ହିଁ ଅଛନ୍ତି ପୁଣି ଭବିଷ୍ୟତରେ ପ୍ରତ୍ୟକ୍ଷ ହେବେ । ଏବେ ତୁମେମାନେ ଗୁପ୍ତ ରୂପରେ ପଦବୀ ନେଉଛ । ତୁମେ ଜାଣିଛ ଆମେ ବର୍ତ୍ତମାନ ଏହି ମୃତ୍ୟୁଲୋକରେ ପଢୁଛୁ, ପଦବୀ ଅମରଲୋକରେ ପାଇବୁ । ଏପରି ପାଠପଢା କେବେ ଦେଖିଛ! ଆଶ୍ଚର୍ଯ୍ୟ କଥା ନା । ପଢିବ ପୁରୁଣା ଦୁନିଆରେ ପଦ ପାଇବ ନୂଆ ଦୁନିଆରେ । ଶିକ୍ଷାଦାତା ସିଏ ଯିଏକି ଅମରଲୋକରେ ସ୍ଥାପନା ଏବଂ ମୃତ୍ୟୁଲୋକର ବିନାଶ କରାଉଛନ୍ତି । ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ ଯାହାକି ବହୁତ ଛୋଟ ଯୁଗ । ଏହି ଯୁଗରେ ହିଁ ବାବା ଆସନ୍ତି, ପାଠ ପଢାଇବା ପାଇଁ । ବାବା ଆସିବା ମାତ୍ରକେ ପାଠପଢା ଆରମ୍ଭ ହୋଇଯାଉଛି । ସେଥିପାଇଁ ବାବା କହୁଛନ୍ତି ଶିବ ଜୟନ୍ତୀ ହିଁ ଗୀତା ଜୟନ୍ତୀ ବୋଲି ଲେଖ । ଏହି କଥାକୁ ମନୁଷ୍ୟ ଜାଣିନାହାଁନ୍ତି । ସେଥିପାଇଁ ସେମାନେ ଶ୍ରୀକୃଷ୍ଣଙ୍କର ନାମ ରଖି ଦେଇଛନ୍ତି । କିନ୍ତୁ ଏହି ଭୁଲକୁ କେହି ବୁଝିବା ଦରକାର ନା । କେତେ ବଡ ବଡ ଲୋକମାନେ ମ୍ୟୁଜିୟମ (ସଂଗ୍ରାହଳୟ) ଦେଖିବାକୁ ଆସୁଛନ୍ତି, ଏପରି ନୁହେଁ କି ସେମାନେ ବାବାଙ୍କୁ ଜାଣିଯାଉଛନ୍ତି ନା । କିଛି ବି ଜାଣି ନାହାଁନ୍ତି ସେଥିପାଇଁ ବାବା କହୁଛନ୍ତି ତାଙ୍କ ଦ୍ୱାରା ଫର୍ମ ପୂରଣ କରାଅ ତେବେ ଜଣାପଡିବ ଯେ ସେମାନେ କଣ ଶିଖିଲେ । ନଚେତ୍ ଏଠାକୁ ଆସି କଣ କରିବେ । ଯେପରି ସାଧୁ, ମହାତ୍ମାମାନଙ୍କ ପାଖକୁ ଯାଉଛନ୍ତି, ଏଠାରେ ତ ସେପରି କଥା ନାହିଁ । ବାବାଙ୍କର ତ ଏକଦମ୍ ସାଧାରଣ ରୂପ । ପୋଷାକରେ ମଧ୍ୟ କୌଣସି ଅନ୍ତର ନାହିଁ ସେଥିପାଇଁ କେହି ବୁଝିପାରୁ ନାହାଁନ୍ତି । ଭାବୁଛନ୍ତି ଇଏ ତ ହୀରା ବ୍ୟବସାୟୀ ଥିଲେ । କିନ୍ତୁ ପୂର୍ବରୁ ବିନାଶୀ ରତ୍ନର ବେପାରୀ ଥିଲେ ଏବେ ଅବିନାଶୀ ଜ୍ଞାନ ରତ୍ନର ବେପାରୀ ହୋଇଗଲେ । ତୁମେମାନେ ସଉଦା ମଧ୍ୟ ବେହଦର ବାବାଙ୍କଠାରୁ କରୁଛ । ଯିଏକି ବହୁତ ବଡ ସୌଦାଗର, ଯାଦୁକର ଏବଂ ରତ୍ନାକର ଅଟନ୍ତି । ତେବେ ସମସ୍ତେ ନିଜକୁ ଜ୍ଞାନୀ-ଯୋଗୀ ବୋଲି ଭାବିବା ଉଚିତ୍ । ଆମଠାରେ ଲକ୍ଷ-ଲକ୍ଷ ଟଙ୍କାର ଜ୍ଞାନ ରତ୍ନ ରହିଛି । ଏହି ଜ୍ଞାନର ରତ୍ନ ଦ୍ୱାରା ତୁମେମାନେ ପାରସବୁଦ୍ଧି ସମ୍ପନ୍ନ ହେଉଛ । ଏସବୁ ବୁଝିବାର କଥା । କିନ୍ତୁ କେହି ବହୁତ ଭଲ ବୁଦ୍ଧିମାନମାନେ ହିଁ ଏହି ସବୁ କଥାକୁ ଧାରଣା କରୁଛନ୍ତି । ଯଦି ଧାରଣା ନ ହେବ ତେବେ ସେମାନେ କୌଣସି କାମର ନୁହେଁ । ବୁଝିଯାଅ ସେମାନଙ୍କ ବୁଦ୍ଧିରୂପି ମୁଣାରେ ଛିଦ୍ର ରହିଛି ତେଣୁ ସବୁ ବାହାରି ଯାଉଛି । ବାବା କହୁଛନ୍ତି ମୁଁ ତୁମମାନଙ୍କୁ ଅବିନାଶୀ ଜ୍ଞାନ ରତ୍ନର ଦାନ ଦେଉଛି । ଯଦି ତାକୁ ତୁମେ ଅନ୍ୟମାନଙ୍କୁ ଦାନ କରିବ ତେବେ ତୁମର ବୁଦ୍ଧି ଆହୁରି ଭରପୁର ହୋଇଯିବ । ନଚେତ୍ କିଛି ରହିବ ନାହିଁ, ଖାଲି ହୋଇଯିବ । କାଇଦା ଅନୁସାରେ ଚାଲୁନାହାଁନ୍ତି କିମ୍ବା ପାଠ ପଢୁନାହାଁନ୍ତି । କିନ୍ତୁ ଏଥିରେ ବହୁତ ଭଲ ବିଷୟ ରହିଛି । ୫ ବିକାରରୁ ତୁମକୁ ବିଲକୁଲ୍ ଦୁରେଇ ଯିବାକୁ ହେବ ।

ବାବା ବୁଝାଇଛନ୍ତି ଏହି ରକ୍ଷାବନ୍ଧନର ପର୍ବ ଯେଉଁ ପାଳନ ହେଉଛି ତାହା ମଧ୍ୟ ବର୍ତ୍ତମାନ ସମୟର ଅଟେ । କିନ୍ତୁ ମନୁଷ୍ୟମାନେ ତାର ଅର୍ଥକୁ ଜାଣିନାହାଁନ୍ତି ଯେ ରାକ୍ଷୀ କାହିଁକି ବନ୍ଧାଯାଏ । ଆଗରୁ ବ୍ରାହ୍ମଣମାନେ ରାକ୍ଷୀ ବାନ୍ଧୁଥିଲେ । ଏବେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧୁଛନ୍ତି ଖର୍ଚ୍ଚ ପାଇଁ । ପବିତ୍ରତାର କୌଣସି କଥା ନାହିଁ । ବହୁତ ଫେସନର ରାକ୍ଷୀ ତିଆରି କରୁଛନ୍ତି । ଦୀପାବଳୀ ଏବଂ ଦଶହରା ଇତ୍ୟାଦି ସବୁ ଏହି ସଂଗମଯୁଗର ପର୍ବ । ବାବା ଯେଉଁ ବିଧି ଶିଖାଇଛନ୍ତି ତାର ସ୍ୱୃତି ସ୍ୱରୂପ ଭକ୍ତିମାର୍ଗରେ ପାଳନ କରାଯାଇଥାଏ । ବାବା ତୁମମାନଙ୍କୁ ସତ୍ୟ ଗୀତା ଶୁଣାଇ ଲକ୍ଷ୍ମୀ-ନାରାୟଣ କରୁଛନ୍ତି । ଏବେ ତୁମେ ପ୍ରଥମ ଗ୍ରେଡକୁ ଯାଉଛ । ସତ୍ୟ ନାରାୟଣଙ୍କର କଥା ଶୁଣି ତୁମେ ନରରୁ ନାରାୟଣ ହେଉଛ । ଏବେ ତୁମମାନଙ୍କୁ ସାରା ଦୁନିଆକୁ ଜାଗ୍ରତ କରିବାକୁ ହେବ ସେଥିପାଇଁ କେତେ ଯୋଗବଳ ଦରକାର । ଯୋଗବଳ ଦ୍ୱାରା ହିଁ ତୁମେ ପ୍ରତି କଳ୍ପରେ ସ୍ୱର୍ଗର ସ୍ଥାପନା କରୁଛ । ଯୋଗବଳ ଦ୍ୱାରା ସ୍ଥାପନା ହେଉଛି, ବାହୁବଳ ଦ୍ୱାରା ବିନାଶ ହେଉଛି ଶବ୍ଦ ହିଁ ଦୁଇଟି ଅଲଫ ଏବଂ ବେ ଅର୍ଥାତ୍ ବାବା ଏବଂ ରାଜତ୍ୱ । ଯୋଗବଳ ଦ୍ୱାରା ତୁମେମାନେ ବିଶ୍ୱର ମାଲିକ ହେଉଛ । ତୁମମାନଙ୍କ ଜ୍ଞାନ ବିଲକୁଲ୍ ଗୁପ୍ତ । ତୁମେମାନେ ସତୋପ୍ରଧାନ ଥିଲ ଏବେ ତମୋପ୍ରଧାନ ହୋଇଯାଇଛ । ପୁଣି ସତୋପ୍ରଧାନ ହେବ । ପ୍ରତ୍ୟେକ ଜିନିଷ ନୂଆରୁ ପୁରୁଣା ହୋଇଥାଏ । ନୂଆ ଦୁନିଆରେ କଣ ନାହିଁ କିନ୍ତୁ ପୁରୁଣା ଦୁନିଆରେ କିଛି ବି ନାହିଁ ଯେପରି ସବୁ କିଛି ଶୂନ୍ୟ ହୋଇଯାଇଛି । କାହିଁ ଭାରତ ସ୍ୱର୍ଗ ଥିଲା, ଏବେ ନର୍କ ହୋଇଯାଇଛି । ରାତି ଦିନର ଅନ୍ତର ରହିଛି ରାବଣର ପୁତଳିକା ତିଆରି କରି ଜଳାଉଛନ୍ତି କିନ୍ତୁ କାହିଁକି ଜଳାଉଛନ୍ତି ତାର ଅର୍ଥକୁ ଜାଣି ନାହାଁନ୍ତି । ତୁମେ ଏବେ ବୁଝିପାରୁଛ ଯେ କଣ କଣ କରୁଛନ୍ତି । ତୁମ ଭିତରେ ମଧ୍ୟ କାଲି ଅଜ୍ଞାନତା ଥିଲା ଆଜି ଜ୍ଞାନ ରହିଛି । କାଲି ତୁମେ ନର୍କରେ ଥିଲ ଆଜି ବାସ୍ତବରେ ସ୍ୱର୍ଗକୁ ଯାଉଛ । ଏପରି ନୁହେଁ ଯେ ଦୁନିଆରେ ଯେପରି କହୁଛନ୍ତି ଅମୁକ ସ୍ୱର୍ଗକୁ ଗଲା । ଏବେ ତୁମେ ପ୍ରକୃତ ସ୍ୱର୍ଗକୁ ଯିବ ତେଣୁ ଏହି ନର୍କ ରହିବ ନାହିଁ । ଏହା କେତେ ବୁଝିବାର କଥା ଏବଂ ଏହା ମଧ୍ୟ ସେକେଣ୍ଡର କଥା । ବାବାଙ୍କୁ ମନେ ପକାଇଅ ତେବେ ବିକର୍ମ ବିନାଶ ହୋଇଯିବ । ଏହି କଥା ମଧ୍ୟ ସମସ୍ତଙ୍କୁ କୁହ ଯେ ତୁମେମାନେ ଏହି ଲକ୍ଷ୍ମୀ-ନାରାୟଣ ସଦୃଶ ଥିଲ, ୮୪ ଜନ୍ମର ଚକ୍ରରେ ଆସି ପୁଣି ଏହିଭଳି ହୋଇଯାଇଛ । ସତୋପ୍ରଧାନରୁ ତମୋପ୍ରଧାନ ହୋଇଯାଇଛ ପୁଣି ସତୋପ୍ରଧାନ ହେବ । ଆତ୍ମା କେବେ ବି ବିନାଶ ହୁଏ ନାହିଁ । କିନ୍ତୁ ଆତ୍ମାକୁ ତମୋପ୍ରଧାନରୁ ସତୋପ୍ରଧାନ ପୁଣି ଥରେ ହେବାକୁ ପଡିଥାଏ । ବାବା ବିଭିନ୍ନ ପ୍ରକାର ଶୈଳୀରେ ବୁଝାଉଛନ୍ତି । ବାବା କହୁଛନ୍ତି ମୋର ଆତ୍ମା ରୂପି ବ୍ୟାଟେରୀ କେବେ ବି ପୁରୁଣା ହୁଏ ନାହିଁ । ବାବା କହୁଛନ୍ତି ନିଜକୁ କେବଳ ବିନ୍ଦୁ ଆତ୍ମା ବୋଲି ଭାବ । ଏପରି ମଧ୍ୟ କହିଥାନ୍ତି ଏହାଙ୍କର ଆତ୍ମା ଚାଲିଗଲା । ତେବେ ଆତ୍ମା ସଂସ୍କାର ଅନୁସାରେ ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେଇଥାଏ । ଏବେ ସମସ୍ତ ଆତ୍ମାକୁ ଘରକୁ ଫେରିଯିବାକୁ ହେବ । ଏହା ମଧ୍ୟ ଡ୍ରାମା । ସୃଷ୍ଟିରୂପି ଚକ୍ର ପୁନରାବୃତ୍ତି ହେବାରେ ଲାଗିଛି । ଏବେ ହିସାବ ବାହାର କରି କହୁଛନ୍ତି ଯେ ଦୁନିଆରେ ଏତିକି ସଂଖ୍ୟକ ମନୁଷ୍ୟ ଅଛନ୍ତି । ଏପରି କାହିଁକି କହୁନାହାଁନ୍ତି ଯେ ଏତିକି ସଂଖ୍ୟକ ଆତ୍ମା ଅଛନ୍ତି । ବାବା କହୁଛନ୍ତି ମୋତେ ତ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି କିନ୍ତୁ ମୋତେ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ । ସେଥିପାଇଁ ତ ମୋତେ ଡାକୁଛନ୍ତି । ତୁମେମାନେ ବାବାଙ୍କୁ ଭୁଲିଯାଉଛ କିନ୍ତୁ ମୁଁ କେବେ ବି ତୁମମାନଙ୍କୁ ଭୁଲେ ନାହିଁ । ବାବା ପତିତମାନଙ୍କୁ ପବିତ୍ର କରିବା ପାଇଁ ଏଠାକୁ ଆସୁଛନ୍ତି । ଏହା ହେଉଛି ଗାଈ ମୁଖ । ବାକି ବଳଦ ଆଦିର କୌଣସି କଥା ନାହିଁ । ଏହା ହେଉଛି ବାବାଙ୍କର ଭାଗ୍ୟଶାଳୀ ରଥ । ବାବା ତୁମମାନଙ୍କୁ କହୁଛନ୍ତି ମୁଁ ତୁମମାନଙ୍କୁ ଦିବ୍ୟଗୁଣରେ ସଜାଉଛି । ଏକଥା ପକ୍କା ସ୍ମୃତିରେ ରହିବା ଉଚିତ୍ । ଶିବବାବାଙ୍କୁ ମନେ ପକାଇଲେ ବହୁତ ଫାଇଦା ଅଛି । ବାବା ଆମକୁ ବ୍ରହ୍ମାଙ୍କ ମାଧ୍ୟମ ନେଇ ପାଠ ପଢାଉଛନ୍ତି କିନ୍ତୁ ତୁମେ ତାଙ୍କୁ ମନେ ପକାଇବା ଉଚିତ୍ ନୁହେଁ, କାରଣ ସଦ୍ଗୁରୁ କେବଳ ଜଣେ ଶିବବାବା ହିଁ ଅଟନ୍ତି, ତାଙ୍କ ଉପରେ ତୁମକୁ ଅର୍ପଣ ହେବାକୁ ପଡିବ । ବ୍ରହ୍ମାବାବା, ମଧ୍ୟ ତାଙ୍କ ଉପରେ ଅର୍ପଣ ହେଲେ ନା । ବାବା କହୁଛନ୍ତି ମୋତେ ମନେ ପକାଅ । ତୁମେମାନେ ଫୁଲର ଦୁନିଆକୁ ଯାଉଛ ତେଣୁ କଣ୍ଟା ସହିତ ମୋହ ରହିବା ଉଚିତ୍ ନୁହେଁ । ୬୩ ଜନ୍ମ ହେବ ଭକ୍ତିମାର୍ଗରେ ଶାସ୍ତ୍ର ପଢି ପଢି ପୂଜା କରି କରି ଆସିଲ । ତୁମେମାନେ ପୂଜା ମଧ୍ୟ ପ୍ରଥମେ ଶିବବାବାଙ୍କର କରିଛ । ସେଥିପାଇଁ ତ ସୋମନାଥ ମନ୍ଦିର ତିଆରି ହୋଇଛି । ମନ୍ଦିର ତ ସବୁ ରାଜାମାନଙ୍କ ଘରମାନଙ୍କରେ ମଧ୍ୟ ରହୁଥିଲା ସେଥିରେ କେତେ ହୀରାମୋତି ମଧ୍ୟ ରହିଥିଲା । ପରେ ସେସବୁର ଲୁଣ୍ଠନ ହୋଇଯାଇଥିଲା । ସୋମନାଥ ମନ୍ଦିରରୁ କେତେ ସବୁ ସୁନା ଇତ୍ୟାଦି ନେଇଗଲେ । ତୁମେମାନେ ଏହିଭଳି ଧନବାନ ବିଶ୍ୱର ମାଲିକ ହେଉଛ । ଏମାନେ ବହୁତ ଧନବାନ ଥିଲେ, ସାରା ବିଶ୍ୱର ମାଲିକ ଥିଲେ କିନ୍ତୁ ଏମାନଙ୍କ ରାଜ୍ୟକୁ କେତେ ସମୟ ହୋଇଗଲାଣି, ଏକଥା କେହି ଜାଣିନାହାଁନ୍ତି । ବାବା କହୁଛନ୍ତି ତାଙ୍କ ରାଜ୍ୟକୁ ୫ ହଜାର ବର୍ଷ ହେବ । ସେମାନେ ୨୫୦୦ ବର୍ଷ ରାଜ୍ୟ କରିଲେ ବାକି ୨୫୦୦ ବର୍ଷ ଭିତରେ ଏତେ ସବୁ ମଠ ପନ୍ଥ ଇତ୍ୟାଦି ବୃଦ୍ଧି ହୋଇଛି ।

ଏବେ ତୁମମାନେ ବହୁତ ଖୁସି ହେବା ଦରକାର ଯେ ଆମକୁ ବେହଦର ବାବା ପଢାଉଛନ୍ତି । ବାବାଙ୍କଠାରୁ ଆମକୁ ବହୁତ ସମ୍ପତ୍ତି ମିଳୁଛି । ଶାସ୍ତ୍ରରେ ଦେଖାଇଛନ୍ତି ସାଗରରୁ ଦେବତା ବାହାରିଲେ ଏବଂ ରତ୍ନର ଥାଳି ଭରପୁର କରି ଆଣିଲେ । ବାସ୍ତବରେ ଏବେ ତୁମମାନଙ୍କୁ ଜ୍ଞାନ ରତ୍ନର ଭରପୁର ଥାଳି ମିଳୁଛି । ବାବା ତ ହେଉଛନ୍ତି ଜ୍ଞାନର ସାଗର । କେହି କେହି ବହୁତ ଭଲ ଭାବରେ ନିଜର ଥାଳି ଜ୍ଞାନ ରତ୍ନରେ ଭରପୁର କରୁଛନ୍ତି କିନ୍ତୁ କାହା କାହାର ଥାଳିରୁ ଜ୍ଞାନ ରତ୍ନ ବାହାରିଯାଉଛି । ଯିଏ ଭଲ ଭାବରେ ପଢିବେ ଏବଂ ଅନ୍ୟମାନଙ୍କୁ ପଢାଇବେ ସେମାନେ ନିଶ୍ଚିତ ଭାବରେ ଧନବାନ ହେବେ । ରାଜଧାନୀର ସ୍ଥାପନା ହେଉଛି ନା । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି, ଯିଏ ଭଲ ଭାବରେ ପଢିବେ ତାଙ୍କୁ ହିଁ ସ୍କଲାରସିପ୍ (ବୃତ୍ତି) ମିଳୁଛି । ଏହା ହେଉଛି ଈଶ୍ୱରୀୟ ସ୍କଲାରସିପ ଏବଂ ଏହା ଅବିନାଶୀ ମଧ୍ୟ । ତାହା ହେଉଛି ବିନାଶୀ ସ୍କଲାରସିପ୍ । ଏହି ସିଢି ଚିତ୍ର ବହୁତ ଆଶ୍ଚର୍ଯ୍ୟ ପ୍ରକାରର ଚିତ୍ର ଯେଉଁ ଚିତ୍ରର ସମ୍ପୂର୍ଣ୍ଣ ୮୪ ଜନ୍ମର କାହାଣୀ ରହିଛି । ବାବା କହୁଛନ୍ତି ସିଢି ଚିତ୍ରର ଏତେ ସୁନ୍ଦର ଟ୍ରାନ୍ସଲାଇଟ୍ ତିଆରି କର ଯେପରି ଦୁରରୁ ବହୁତ ସ୍ପଷ୍ଟ ଭାବରେ ଦେଖାଯିବ । ଏହାକୁ ଦେଖି ମନୁଷ୍ୟ ଯେପରି ଆଶ୍ଚର୍ଯ୍ୟ ହେବେ । ପୁଣି ତୁମର ନାମ ମଧ୍ୟ ପ୍ରସିଦ୍ଧ ହୋଇଯିବ । ଏବେ ଯେଉଁମାନେ ଏଠାକୁ ଆସି ପୁଣି ଚାଲିଯାଉଛନ୍ତି ସେମାନେ ପୁଣି ପରେ ଆସିବେ । ଦୁଇ ଚାରିଥର ଯିବା ଆସିବା କରିବେ ପୁଣି ଯଦି ଭାଗ୍ୟରେ ଥିବ ତେବେ ରହିଯିବେ । ଜ୍ୟୋତିସ୍ୱରୂପ ପରମାତ୍ମା ତ କେବଳ ଜଣେ ତେଣୁ ସେମାନେ ଯିବେ କେଉଁଆଡେ । ତେବେ ତୁମମାନଙ୍କର ବହୁତ ମିଠା ସ୍ୱଭାବ ରହିବା ଦରକାର । ମିଠା ସ୍ୱଭାବ ସେତେବେଳେ ହେବ ଯେତେବେଳେ ଯୋଗଯୁକ୍ତ ହେବ । ଯୋଗଦ୍ୱାରା ହିଁ ଆକର୍ଷଣୀୟ ହୋଇଯାଆନ୍ତି । ଯେପର୍ଯ୍ୟନ୍ତ ବିକର୍ମରୂପୀ କଳଙ୍କ ରହିଛି ସେପର୍ଯ୍ୟନ୍ତ ଆକର୍ଷଣ ରହିବ ନାହିଁ । ଏହି ସିଢି ଚିତ୍ରର ରହସ୍ୟକୁ ସମସ୍ତ ଆତ୍ମାମାନଙ୍କୁ ବତାଇବାକୁ ହେବ । ଧୀରେ ଧୀରେ କ୍ରମାନୁସାରେ ସମସ୍ତେ ଜାଣିଯିବେ । ଏହା ହିଁ ଡ୍ରାମା । ସାରା ବିଶ୍ୱର ଇତିହାସ-ଭୂଗୋଳ ପୁନରାବୃତ୍ତି ହେବାରେ ଲାଗିଛି । ଯିଏ ଏକଥା ତୁମମାନଙ୍କୁ ବୁଝାଇଛନ୍ତି ତାଙ୍କୁ ମନେ ପକାଇବା ଦରକାର ନା । ବାବାଙ୍କୁ ସର୍ବବ୍ୟାପୀ ବୋଲି କହୁଛନ୍ତି କିନ୍ତୁ ଏଠାରେ ତ ମାୟା ସର୍ବବ୍ୟାପୀ ଅଟେ । କିନ୍ତୁ ଏଠାରେ ବାବା ଉପସ୍ଥିତ ଅଛନ୍ତି, ଯିଏକି ଗୋଟିଏ ସେକେଣ୍ଡରେ ଆସିପାରିବେ । ତୁମେମାନେ ବୁଝିବା ଦରକାର ଯେ ଶିବବାବା ବ୍ରହ୍ମାବାବାଙ୍କ ଶରୀରରେ ଉପସ୍ଥିତ ଅଛନ୍ତି । କାରଣ କରିକରାଉ ଥିବାବାଲା ବାବା ଅଟନ୍ତି ନା ଯିଏକି ନିଜେ ମଧ୍ୟ କରିଥାନ୍ତି ଏବଂ ବ୍ରହ୍ମାଙ୍କ ଦ୍ୱାରା କରାଇଥାଆନ୍ତି । ତୁମମାନଙ୍କୁ ଆଜ୍ଞା ଦେଉଛନ୍ତି । ସିଏ ନିଜେ କହୁଛନ୍ତି ଯେ କଣ କରିପାରିବେ, କଣ ନ କରି ପାରିବେଏହାର ହିସାବ ଏହି ଶରୀର ଦ୍ୱାରା କର । ବାବା ଖାଆନ୍ତି ନାହିଁ କେବଳ ବାସନା ନିଅନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ । 

ଧାରଣା ପାଇଁ ମୁଖ୍ୟ ସାର :
(୧) ଯୋଗୀ ଏବଂ ଜ୍ଞାନୀ ହୋଇ ବୁଦ୍ଧିରୂପି ଝୁଲା ମୁଣୀକୁ ଅବିନାଶୀ ଜ୍ଞାନ ରତ୍ନରେ ସଦାସର୍ବଦା ଭରପୁର ରଖିବାକୁ ହେବ । ବୁଦ୍ଧି ରୂପି ମୁଣାରେ ଯେପରି କୌଣସି ଛିଦ୍ର ନ ରହୁ । ଜ୍ଞାନ ରତ୍ନକୁ ନିଜେ ଧାରଣ କରି ଅନ୍ୟମାନଙ୍କୁ ଦାନ କରିବାକୁ ହେବ ।

(୨) ସ୍କଲାରଶିପ୍ ପାଇବା ପାଇଁ ପାଠପଢାକୁ ଭଲ ଭାବରେ ପଢିବାକୁ ହେବ । ସମ୍ପୂର୍ଣ୍ଣ ବୈରାଗ୍ୟ ବୃତ୍ତିରେ ରହିବାକୁ ହେବ । କୌଣସି ପ୍ରକାରର ସଉକ ରଖିବା ଉଚିତ୍ ନୁହେଁ । ନିଜେ ସୁଗନ୍ଧଯୁକ୍ତ ଫୁଲ ହୋଇ ଅନ୍ୟମାନଙ୍କୁ ମଧ୍ୟ ସୁଗନ୍ଧଯୁକ୍ତ ଫୁଲ କରିବାକୁ ହେବ ।

ବରଦାନ:-
ଶୁଭଚିନ୍ତକ ସ୍ଥିତି ଦ୍ୱାରା ସମସ୍ତଙ୍କର ସହଯୋଗ ପ୍ରାପ୍ତ କରୁଥିବା ସମସ୍ତଙ୍କର ସ୍ନେହୀ ହୁଅ ।

ଶୁଭଚିନ୍ତକ ଆତ୍ମାମାନଙ୍କ ପ୍ରତି ପ୍ରତ୍ୟେକଙ୍କ ହୃଦୟରେ ସ୍ନେହ ଉତ୍ପନ୍ନ ହୋଇଥାଏ ଏବଂ ସେହି ସ୍ନେହ ହିଁ ସମସ୍ତଙ୍କୁ ସହଯୋଗୀ କରି ଦେଇଥାଏ । ଯେଉଁଠାରେ ସ୍ନେହ ରହିଥାଏ ସେଠାରେ ସମୟ, ସମ୍ପତ୍ତି, ସହଯୋଗ ସଦାସର୍ବଦା ଲୁଟାଇବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି । ତେବେ ଶୁଭଚିନ୍ତକ ବୃତ୍ତି ସ୍ନେହୀ କରିଦେବ ଏବଂ ସ୍ନେହ ସବୁ ପ୍ରକାରର ସହଯୋଗରେ ସମର୍ପଣ କରାଇଦେବ ସେଥିପାଇଁ ସଦାସର୍ବଦା ଶୁଭଚିନ୍ତନରେ ସମ୍ପନ୍ନ ରୁହ ଏବଂ ଶୁଭଚିନ୍ତକ ହୋଇ ସମସ୍ତଙ୍କୁ ସ୍ନେହୀ ଏବଂ ସହଯୋଗୀ କର ।

ସ୍ଲୋଗାନ:-
ଏହି ସମୟରେ ଦାତା ହୋଇ ରୁହ ତେବେ ତୁମ ରାଜ୍ୟରେ ପ୍ରତ୍ୟେକ ଆତ୍ମା ଅନେକ ଜନ୍ମ ଭରପୁର ରହିବେ ।

 

ସୂଚନା:-

ଏହି ମାସ ହେଉଛି ଅବ୍ୟକ୍ତ ମାସ ତେଣୁ ଆମ ସମସ୍ତ ବ୍ରହ୍ମାବତ୍ସଙ୍କ ପାଇଁ ଏହା ହେଉଛି ବିଶେଷ ବରଦାନୀ ମାସ । ଏହି ମାସରେ ଆମେ ସମସ୍ତେ ଅନ୍ତର୍ମୁଖୀ ହୋଇ ସାକାର ବ୍ରହ୍ମାବାବାଙ୍କ ସମାନ ହେବାର ଲକ୍ଷ୍ୟ ରଖି ତୀବ୍ର ପୁରୁଷାର୍ଥ କରିଥାଆନ୍ତି । ସେଥିପାଇଁ ଏହି ଜାନୁୟାରୀ ମାସରେ ପ୍ରତିଦିନର ମୁରଲୀ ଶେଷରେ ବିଶେଷ ପୁରୁଷାର୍ଥ କରିବା ପାଇଁ ଗୋଟିଏ ପଏଣ୍ଟ ଲେଖାଯାଇଛି, ଦୟା କରି ସମସ୍ତେ ସେହି ଅନୁସାରେ ବିଶେଷ ଧ୍ୟାନ ଦେଇ ସାରା ଦିନ ତାଉପରେ ମନନ ଚିନ୍ତନ କରି ଅବ୍ୟକ୍ତ ଲୋକରେ ଭ୍ରମଣ କରିବେ ।

ବ୍ରହ୍ମାବାବାଙ୍କ ସମାନ ହେବା ପାଇଁ ବିଶେଷ ପୁରୁଷାର୍ଥ:-

ସମୟ ଅନୁସାରେ ତିନୋଟି ଅବସ୍ଥାକୁ ସବୁବେଳେ ମନେ ରଖ-- ଅନ୍ତର୍ମୁଖ, ଅବ୍ୟକ୍ତ ଏବଂ ଅଲୌକିକ । ଏବେ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ କିଛି ନା କିଛି ଲୌକିକ ପଣିଆ ମିଶି ରହିଛି, କିନ୍ତୁ ଯେତେବେଳେ ବିଲକୁଲ ଅଲୌକିକ ଏବଂ ଅନ୍ତର୍ମୁଖୀ ହୋଇଯିବ ସେତେବେଳେ ଅବ୍ୟକ୍ତ ଫରିସ୍ତା ସ୍ୱରୂପ ଦେଖାଯିବ । ତେଣୁ ଆତ୍ମିକ ବା ଅଲୌକିକ ସ୍ଥିତିରେ ରହିବା ପାଇଁ ଅର୍ନ୍ତମୁଖୀ ହୋଇ ରୁହ ।