01.02.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମର ମୋହର ଆକର୍ଷଣ ଏବେ ତୁଟିଯିବା ଦରକାର କାହିଁକି ନା ଏହି ସାରା ଦୁନିଆ ଏବେ ବିନାଶ ହେବାକୁ ଯାଉଛି, ତେଣୁ ଏହି ପୁରୁଣା ଦୁନିଆର କୌଣସି ପଦାର୍ଥ ପ୍ରତି ତୁମର ଆସକ୍ତି ନ ରହୁ ।

ପ୍ରଶ୍ନ:-
ଯେଉଁ ସନ୍ତାନମାନଙ୍କୁ ରୁହାନୀ ମସ୍ତି ଅର୍ଥାତ୍ ଆତ୍ମିକ ନିଶା ଚଢି ରହିଥାଏ, ସେମାନଙ୍କର ଉପାଧି କଣ ହୋଇଥିବ ଏବଂ ଆତ୍ମିକ ନିଶା କେଉଁ ପିଲାମାନଙ୍କୁ ଚଢିଥାଏ ?

ଉତ୍ତର:-
ରୁହାନୀ ମସ୍ତିରେ ରହୁଥିବା ପିଲାମାନଙ୍କୁ କୁହାଯାଏ ମସ୍ତ କଲନ୍ଦର, ସେହିମାନେ ହିଁ କଳଙ୍କିଧର ହୋଇଥାନ୍ତି । ସେହିମାନଙ୍କୁ ରାଜତ୍ୱ ପ୍ରାପ୍ତ କରିବାର ନିଶା ଚଢିଥାଏ । ବୁଦ୍ଧିରେ ରହିଥାଏ ଏବେ ଆମେ ଫକୀରରୁ ଅମୀର ହେଉଛୁ । ସେହିମାନଙ୍କୁ ହିଁ ନିଶା ଚଢିଥାଏ ଯେଉଁମାନେ କି ରୁଦ୍ରମାଳାର ଦାନା ହେବେ । ନିଶା ସେହି ପିଲାମାନଙ୍କୁ ରହୁଛି ଯେଉଁମାନଙ୍କର ନିଶ୍ଚୟ ଅଛି ଯେ ଏବେ ଆମେ ଘରକୁ ଯିବୁ, ପୁଣି ନୂଆ ଦୁନିଆକୁ ଆସିବୁ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରୁଛନ୍ତି । ଏହାକୁ ହିଁ କୁହାଯାଉଛି ଆତ୍ମିକ ଜ୍ଞାନ ଆତ୍ମାମାନଙ୍କ ପ୍ରତି । ଏହି ଆତ୍ମିକ ପିତା ହିଁ ଜ୍ଞାନର ସାଗର ଅଟନ୍ତି । ମନୁଷ୍ୟ କେବେ ଜ୍ଞାନର ସାଗର ହୋଇପାରିବେ ନାହିଁ । ମନୁଷ୍ୟ ଭକ୍ତିର ସାଗର । ସମସ୍ତେ ତ ମନୁଷ୍ୟ ଅଟନ୍ତି । ଯେଉଁମାନେ ବ୍ରାହ୍ମଣ ହେଉଛନ୍ତି ସେହିମାନେ ଜ୍ଞାନ ସାଗରଙ୍କଠାରୁ ଜ୍ଞାନ ନେଇ ମାଷ୍ଟର ଜ୍ଞାନ ସାଗର ହେଉଛନ୍ତି । କିନ୍ତୁ ଦେବତାମାନଙ୍କ ପାଖରେ ନା ଭକ୍ତି ଥାଏ ନା ଜ୍ଞାନ । ଦେବତାମାନେ ଏହି ଜ୍ଞାନ ଜାଣି ନାହାଁନ୍ତି । ଜ୍ଞାନର ସାଗର ଏକମାତ୍ର ପରମପିତା ପରମାତ୍ମା ହିଁ ଅଟନ୍ତି ସେଥିପାଇଁ ତାଙ୍କୁ ହିଁ ହୀରା ତୁଲ୍ୟ କୁହାଯାଉଛି । ସିଏ ହିଁ ଆସି କଉଡିରୁ ହୀରା, ପଥର ବୁଦ୍ଧିରୁ ପାରସ ବୁଦ୍ଧି କରୁଛନ୍ତି । ମନୁଷ୍ୟମାନଙ୍କୁ ତ କିଛି ବି ଜଣା ନାହିଁ । ଦେବତାମାନେ ହିଁ ପୁନର୍ଜନ୍ମ ନେଇ ମନୁଷ୍ୟ ହେଉଛନ୍ତି । ଶ୍ରୀମତ ଆଧାରରେ ହିଁ ଏମାନେ ଦେବତା ହୋଇଛନ୍ତି । ଅଧାକଳ୍ପ ସେଠାରେ କାହାର ମତ ନେବାର ଆବଶ୍ୟକତା ରହିବ ନାହିଁ । ଏଠାରେ ତ ଅନେକ ଗୁରୁଙ୍କ ମତ ନେଉଛନ୍ତି । ବାବା ବୁଝାଉଛନ୍ତି ତୁମକୁ ବର୍ତ୍ତମାନ ସତଗୁରୁଙ୍କର ଶ୍ରୀମତ ମିଳୁଅଛି । ଖାଲସେ ଅର୍ଥାତ୍ ଶିଖ୍ ଲୋକମାନେ ସତଗୁରୁ ଅକାଳ ବୋଲି କହିଥାନ୍ତି । ଏହାର ଅର୍ଥକୁ ମଧ୍ୟ ଜାଣିନାହାଁନ୍ତି । କହୁଛନ୍ତି ସତଗୁରୁ ଅକାଳମୂର୍ତ୍ତ ଅର୍ଥାତ୍ ସଦଗତି କରୁଥିବା ଅକାଳମୂରତ । ପରମପିତା ପରମାତ୍ମାଙ୍କୁ ହିଁ ଅକାଳମୂରତ କୁହାଯାଉଛି । ସତଗୁରୁ ଏବଂ ଗୁରୁଙ୍କ ମଧ୍ୟରେ ରାତି-ଦିନର ଫରକ ରହିଛି । କିନ୍ତୁ ସେମାନେ ବ୍ରହ୍ମାଙ୍କର ଦିନ ଏବଂ ରାତି ବୋଲି କହିଦେଉଛନ୍ତି । ଯଦି ଏହା ବ୍ରହ୍ମାଙ୍କର ଦିନ ଏବଂ ବ୍ରହ୍ମାଙ୍କର ରାତ୍ରି ଅଟେ ତେବେ ନିଶ୍ଚୟ କହିବା ଯେ ବ୍ରହ୍ମା ପୁନର୍ଜନ୍ମ ନେଉଛନ୍ତି । ବ୍ରହ୍ମା ହିଁ ପୁଣି ଦେବତା ବିଷ୍ଣୁ ହେଉଛନ୍ତି । ତୁମେ ଶିବବାବାଙ୍କର ମହିମା କରୁଛ । ତାଙ୍କର ଜନ୍ମ ହୀରାତୁଲ୍ୟ ଅଟେ ।

ବର୍ତ୍ତମାନ ତୁମେ ଗୃହସ୍ଥରେ ରହି ମଧ୍ୟ ପବିତ୍ର ହେଉଛ । ତୁମକୁ ପବିତ୍ର ହୋଇ ଏହି ଜ୍ଞାନକୁ ଧାରଣ କରିବାକୁ ହେବ । କୁମାରୀମାନଙ୍କର ତ କୌଣସି ବନ୍ଧନ ନାହିଁ । ଏମାନଙ୍କୁ କେବଳ ମାତା-ପିତା ବା ଭାଇ-ଭଉଣୀଙ୍କର ସ୍ମୃତି ରହିବ । ପୁଣି ଶ୍ୱଶୁର ଘରକୁ ଯିବା ଦ୍ୱାରା ଦୁଇଟି ପରିବାର ହୋଇଯାଇଥାଏ । ବର୍ତ୍ତମାନ ବାବା ତୁମକୁ ଅଶରୀରୀ ହେବା ପାଇଁ କହୁଛନ୍ତି । ଏବେ ତୁମ ସମସ୍ତଙ୍କୁ ଘରକୁ ଫେରିବାକୁ ହେବ । ମୁଁ ତୁମକୁ ପବିତ୍ର ହେବା ପାଇଁ ଉପାୟ ମଧ୍ୟ ବତାଉଛି । ମୁଁ ହିଁ ପତିତ-ପାବନ ଅଟେ । ମୁଁ ତୁମକୁ ପ୍ରତିଶ୍ରୁତି ହେଉଛି କେବଳ ମୋତେ ମନେ ପକାଇଲେ ଏହି ଯୋଗ ଅଗ୍ନି ଦ୍ୱାରା ତୁମର ଜନ୍ମ-ଜନ୍ମାନ୍ତରର ପାପ ଭସ୍ମ ହୋଇଯିବ । ଯେପରି ପୁରୁଣା ସୁନାକୁ ନିଆଁରେ ପକାଇବା ଦ୍ୱାରା ସେଥରୁ ଖାଦ ପୋଡିଯାଏ, କେବଳ ଖାଣ୍ଟି ସୁନା ରହିଯାଇଥାଏ । ସେହିପରି ଏହା ମଧ୍ୟ ଯୋଗ ଅଗ୍ନି ଅଟେ । ଏହି ସଂଗମଯୁଗରେ ହିଁ ବାବା ରାଜଯୋଗ ଶିଖାଉଛନ୍ତି, ସେଥିପାଇଁ ତାଙ୍କର ବହୁତ ମହିମା ରହିଛି । ଭଗବାନ ଯେଉଁ ରାଜଯୋଗ ଶିଖାଇଥିଲେ, ତାହା ସମସ୍ତେ ଶିଖିବାକୁ ଚାହୁଁଛନ୍ତି । ସନ୍ନ୍ୟାସୀମାନେ, ବିଦେଶରୁ ମଧ୍ୟ ଅନେକଙ୍କୁ ଏଠାକୁ ନେଇ ଆସୁଛନ୍ତି, ସେମାନେ ଭାବୁଛନ୍ତି ଏମାନେ ସନ୍ନ୍ୟାସ କରିଛନ୍ତି । ତୁମେମାନେ ମଧ୍ୟ ସନ୍ନ୍ୟାସୀ ଅଟ । କିନ୍ତୁ ବେହଦର ସନ୍ନ୍ୟାସକୁ କେହି ବି ଜାଣିନାହାଁନ୍ତି । ବେହଦର ସନ୍ନ୍ୟାସ ତ ଏକମାତ୍ର ବାବା ହିଁ ଶିଖାଉଛନ୍ତି । ତୁମେ ଜାଣିଛ ଯେ ଏହି ପୁରୁଣା ଦୁନିଆ ବିନାଶ ହେବ । ଏହି ଦୁନିଆର କୌଣସି ଜିନିଷ ପ୍ରତି ଆମର ରୁଚି ନାହିଁ । ଅମୁକ ଶରୀର ଛାଡି ଅଭିନୟ କରିବା ପାଇଁ ଆଉ ଏକ ଶରୀର ନେଲା ଆମେ ପୁଣି କାନ୍ଦିବା କାହିଁକି! ଏହିଭଳି ବିଚାର କରିବା ଦ୍ୱାରା ମୋହର ନିଶା ତୁଟିଯାଇଥାଏ । ଆମର ଏବେ ନୂଆ ଦୁନିଆ ସହିତ ବୁଦ୍ଧିଯୋଗ ରହିଛି । ଏହିଭଳି ସନ୍ତାନମାନେ ପକ୍କା ମସ୍ତ କଳଙ୍କୀଧର ହୋଇଥାନ୍ତି । ତୁମ ଭିତରେ ରାଜତ୍ୱ ପଣିଆର ମସ୍ତି ରହିଛି । ବ୍ରହ୍ମାବାବାଙ୍କ ଭିତରେ ମଧ୍ୟ ଏହି ନିଶା ରହିଛି ନା ମୁଁ ଯାଇ କଳଙ୍କୀଧର ହେବି, ଫକୀରରୁ ଅମୀର ହେବି । ଭିତରେ ନିଶା ରହିଥିବାରୁ, ମସ୍ତ କଳନ୍ଧର...... ବୋଲାଉଛନ୍ତି । ବ୍ରହ୍ମାବାବାଙ୍କର ସାକ୍ଷାତ୍କାର ମଧ୍ୟ କରୁଛନ୍ତି । ତେଣୁ ବାବାଙ୍କୁ ଯେପରି ନିଶା ଚଢିଛି, ସେହିପରି ତୁମକୁ ମଧ୍ୟ ଚଢିବା ଦରକାର । ତୁମେମାନେ ମଧ୍ୟ ରୁଦ୍ରମାଳାର ଦାନା ଅଟ । ଯେଉଁମାନଙ୍କୁ ପକ୍କା ନିଶ୍ଚୟ ହେଉଛି ସେମାନଙ୍କୁ ନିଶା ଚଢିବ । ଆମ ଆତ୍ମାମାନଙ୍କୁ ଏବେ ଘରକୁ ଯିବାକୁ ହେବ । ପୁଣି ଆମେ ନୂଆ ଦୁନିଆକୁ ଆସିବୁ । ଏହି ନିଶ୍ଚୟ ରଖି ଯେଉଁମାନେ ବ୍ରହ୍ମାବାବାଙ୍କୁ ଦେଖୁଛନ୍ତି ତାଙ୍କୁ ଶ୍ରୀକୃଷ୍ଣ ଦେଖାଯାଇଥାନ୍ତି । କେତେ ମନମୁଗ୍ଧକର । କୃଷ୍ଣ ତ ଏଠାରେ ନାହାଁନ୍ତି । ତାଙ୍କୁ ପାଇବା ପାଇଁ କେତେ ପରିଶ୍ରମ କରୁଛନ୍ତି । ତାଙ୍କ ପାଇଁ ଦୋଳି ତିଆରି କରି, ତାଙ୍କୁ କ୍ଷୀର ପିଆଇଥାନ୍ତି । ତାହା ତ ଜଡ ଚିତ୍ର, ଏହା ତ ବାସ୍ତବ ଅଟେ ନା । ଏହି ବ୍ରହ୍ମାଙ୍କର ମଧ୍ୟ ନିଶ୍ଚୟ ଅଛି ଯେ ମୁଁ ଯାଇ ଛୋଟ କୃଷ୍ଣ ହେବି । ତୁମେ କନ୍ୟାମାନେ ମଧ୍ୟ ଦିବ୍ୟଦୃଷ୍ଟି ଦ୍ୱାରା ଛୋଟ ବାଳକ ଶ୍ରୀକୃଷ୍ଣକୁ ଦେଖୁଛ । ଏହି ଆଖି ଦ୍ୱାରା ତ ଦେଖିପାରିବ ନାହିଁ । ଆତ୍ମାକୁ ଯେଉଁ ସମୟରେ ଦିବ୍ୟଦୃଷ୍ଟି ମିଳିଥାଏ ଏହି ଶରୀରର ସ୍ମୃତି ରହିନଥାଏ । ସେହି ସମୟରେ ନିଜକୁ ମହାରାଣୀ ଏବଂ କୃଷ୍ଣଙ୍କୁ ନିଜର ସନ୍ତାନ ବୋଲି ଭାବିଥାନ୍ତି । ବର୍ତ୍ତମାନ ସମୟରେ ହିଁ ଏହି ସାକ୍ଷାତ୍କାର ଅନେକଙ୍କୁ ହେଉଛି । ଶ୍ୱେତ ବସ୍ତ୍ରଧାରୀଙ୍କର ସାକ୍ଷାତ୍କାର ମଧ୍ୟ ଅନେକଙ୍କୁ ହେଉଛି । ପୁଣି ସେମାନଙ୍କୁ କହିଥାନ୍ତି ତୁମେ ଏହାଙ୍କ ପାଖକୁ ଯାଅ, ଜ୍ଞାନ ନିଅ ତେବେ ଏହିଭଳି ରାଜକୁମାର ହୋଇଯିବ । ତେବେ ଏହା ଜାଦୁଗରୀ ଅଟେ ନା । ବାବାଙ୍କ ସହ ବେପାର ବହୁତ ଭଲ । କଉଡି ନେଇ ହୀରା-ମୋତି ଦେଉଛନ୍ତି । ତୁମେ ବର୍ତ୍ତମାନ ହୀରା ତୁଲ୍ୟ ହେଉଛ । ତୁମକୁ ଶିବବାବା ହୀରାତୁଲ୍ୟ କରୁଛନ୍ତି, ସେଥିପାଇଁ ସବୁ ମହିମା ଶିବବାବାଙ୍କର । ମନୁଷ୍ୟମାନେ ଏକଥା ବୁଝିପାରୁନଥିବାରୁ ଜାଦୁ-ଜାଦୁ ବୋଲି କହୁଛନ୍ତି । ଯେଉଁମାନେ ଏଠାରୁ ଆଶ୍ଚର୍ଯ୍ୟ ଭାବେ ପଳାଇ ଯାଉଛନ୍ତି ସେମାନେ ଯାଇ ଓଲଟା-ସିଧା କଥା କହୁଛନ୍ତି । ଏହିପରି ଅନେକ ବିଶ୍ୱାସଘାତୀ ହୋଇ ପଡୁଛନ୍ତି । ଏହିପରି ବିଶ୍ୱାସଘାତକ ଉଚ୍ଚ ପାଇ ପଦ ପାରିବେ ନାହିଁ । ସେମାନଙ୍କ ପାଇଁ କୁହାଯାଉଛି ଗୁରୁଙ୍କର ନିନ୍ଦକଙ୍କୁ କୌଣସି ଠାବ ମିଳିବ ନାହିଁ । ଏଠାରେ ତ ସତ୍ୟ ବାବା ଅଛନ୍ତି ନା । ଏକଥା ମଧ୍ୟ ବର୍ତ୍ତମାନ ତୁମେମାନେ ବୁଝୁଛ । ମନୁଷ୍ୟମାନେ ତ କହିଦେଉଛନ୍ତି ଯେ ସିଏ ଯୁଗେ-ଯୁଗେ ଆସୁଛନ୍ତି । ଆଚ୍ଛା, ଚାରି ଯୁଗରେ ପୁଣି ୨୪ ଅବତାର କିପରି କହୁଛନ୍ତି ? ପୁଣି କହୁଛନ୍ତି ଗୋଡି-ମାଟି କୋଣେ-କୋଣେ ପରମାତ୍ମା ଅଛନ୍ତି, ତେଣୁ ସମସ୍ତେ ପରମାତ୍ମା ହୋଇଗଲେ । ବାବା କହୁଛନ୍ତି ମୁଁ କଉଡିରୁ ହୀରା କରିଲାବାଲା ଅଟେ । ମୋତେ ପୁଣି ମାଟି-ଗୋଡି ସବୁଠାରେ ଅଛି ବୋଲି କହିଦେଉଛନ୍ତି । ସର୍ବବ୍ୟାପୀ ଅର୍ଥାତ୍ ସବୁଠାରେ ଅଛନ୍ତି ତେବେ ଏହାର କୌଣସି ମୂଲ୍ୟ ରହିଲା ନାହିଁ । ମୋର କେତେ ଅପକାର କରୁଛନ୍ତି । ବାବା କହୁଛନ୍ତି ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ଅଛି । ଯେତେବେଳେ ସମସ୍ତେ ଏହିଭଳି ହୋଇଯାଉଛନ୍ତି ବାବା ଆସି ଉପକାର କରୁଛନ୍ତି ଅର୍ଥାତ୍ ମନୁଷ୍ୟକୁ ଦେବତା କରୁଛନ୍ତି ।

ପୁନର୍ବାର ଏହି ବିଶ୍ୱ ଇତିହାସ-ଭୂଗୋଳ ପୁନରାବୃତ୍ତି ହେବ । ସତ୍ୟଯୁଗରେ ପୁଣି ଏହି ଲକ୍ଷ୍ମୀ-ନାରାୟଣ ହିଁ ଆସିବେ । ସେଠାରେ କେବଳ ଭାରତ ହିଁ ରହିବ । ଆରମ୍ଭରୁ ବହୁତ କମ୍ ସଂଖ୍ୟାରେ ଦେବତାମାନେ ହିଁ ରହିବେ ପୁଣି ବୃଦ୍ଧି ହୋଇ-ହୋଇ ୫ ହଜାର ବର୍ଷରେ କେତେ ଜନସଂଖ୍ୟା ହୋଇଯାଇଛି । ବର୍ତ୍ତମାନ ଏହି ଜ୍ଞାନ ଆଉ କାହାରି ବୁଦ୍ଧିରେ ନାହିଁ । ବାକି କେବଳ ଭକ୍ତି । ଦେବତାମାନଙ୍କ ଚିତ୍ରର ମହିମା ଗାୟନ କରୁଛନ୍ତି । ଏକଥା ବୁଝୁନାହାଁନ୍ତି ଯେ ଏମାନେ ଚୈତନ୍ୟରେ ଥିଲେ, ପୁଣି କୁଆଡେ ଗଲେ ? ତାଙ୍କ ଚିତ୍ରର ପୂଜା କରୁଛନ୍ତି କିନ୍ତୁ ସେମାନେ କେଉଁଠାରେ ଅଛନ୍ତି ? ସେମାନଙ୍କୁ ମଧ୍ୟ ତମୋପ୍ରଧାନ ହୋଇ ପୁଣି ସତ୍ତୋପ୍ରଧାନ ହେବାକୁ ହେବ । ଏକଥା କାହାରି ବୁଦ୍ଧିରେ ଆସୁ ନାହିଁ । ଏହିଭଳି ତମୋପ୍ରଧାନ ବୁଦ୍ଧିକୁ ପୁନଃ ସତ୍ତୋପ୍ରଧାନ କରିବା ବାବାଙ୍କର ହିଁ କାମ ଅଟେ । ଅତୀତରେ ଏହି ଲକ୍ଷ୍ମୀ-ନାରାୟଣ ଥିଲେ ତେଣୁ ତାଙ୍କର ମହିମା କରାଯାଉଛି । ଉଚ୍ଚରୁ ଉଚ୍ଚ ଏକ ଭଗବାନ ହିଁ ଅଟନ୍ତି । ବାକି ତ ସମସ୍ତେ ପୁନର୍ଜନ୍ମ ନେଉଛନ୍ତି । ଉଚ୍ଚରୁ ଉଚ୍ଚ ବାବା ହିଁ ସମସ୍ତଙ୍କୁ ମୁକ୍ତି-ଜୀବନମୁକ୍ତି ଦେଉଛନ୍ତି । ଯଦି ସିଏ ନ ଆସିଥାନ୍ତେ ତେବେ କାଣି କଉଡିରୁ ହୀନ ଆହୁରି ତମୋପ୍ରଧାନ ହୋଇଯାଇଥାନ୍ତେ । ଯେତେବେଳେ ଏମାନେ ରାଜ୍ୟ କରୁଥିଲେ ସେତେବେଳେ କେତେ ମହାନ ଥିଲେ । ସେଠାରେ କେହି ପୂଜା ଆଦି କରୁନଥିଲେ । ବର୍ତ୍ତମାନ ପୂଜ୍ୟ ଦେବୀ-ଦେବତା ହିଁ ପୂଜାରୀ ହୋଇ, ବାମମାର୍ଗରେ ଯିବା ଦ୍ୱାରା ବିକାରୀ ହୋଇଯାଇଛନ୍ତି । ଏକଥା କେହି ଜାଣି ନାହାଁନ୍ତି ଯେ ଏମାନେ ସଂପୂର୍ଣ୍ଣ ନିର୍ବିକାରୀ ଥିଲେ । ତୁମ ବ୍ରାହ୍ମଣମାନଙ୍କ ମଧ୍ୟରେ କ୍ରମାନୁସାରେ ଏହି କଥା ବୁଝୁଛନ୍ତି । ଯଦି ନିଜେ ସଂପୂର୍ଣ୍ଣ ଭାବରେ ନ ବୁଝିଥିବେ ତେବେ ଅନ୍ୟମାନଙ୍କୁ କଣ ବୁଝାଇବେ । ତୁମର ନାମ ବ୍ରହ୍ମାକୁମାର-କୁମାରୀ, ତେଣୁ ଠିକ୍ ରୂପେ ବୁଝାଇ ନପାରିଲେ ବହୁତ ଅପସେବା ହୋଇଯିବ । ସେଥିପାଇଁ କହିବା ଦରକାର ଯେ ଆମେ ବଡ ଭଉଣୀଙ୍କୁ ଡାକୁଛୁ, ସିଏ ଆପଣଙ୍କୁ ବୁଝାଇବେ । ଏହି ଭାରତ ହିଁ ହୀରା ତୁଲ୍ୟ ଥିଲା, ଏବେ କଉଡି ସମାନ ହୋଇଯାଇଛି । ଏହି ଗରୀବ ଭାରତକୁ ମୁକୁଟଧାରୀ କିଏ କରିବ ? ଲକ୍ଷ୍ମୀ-ନାରାୟଣ ଏବେ କେଉଁଠାରେ ଅଛନ୍ତି, ଏକଥା ବିଚାର କର ? ଏକଥା କେହି କହିପାରିବେ ନାହିଁ । ସେମାନେ ସମସ୍ତେ ଭକ୍ତିର ସାଗର ଅଟନ୍ତି । ତେଣୁ ସେମାନଙ୍କୁ ସେହି ନିଶା ରହୁଛି । ତୁମେମାନେ ଜ୍ଞାନର ସାଗର ଅଟ । ସେମାନେ ଶାସ୍ତ୍ରର ଜ୍ଞାନକୁ ହିଁ ଜ୍ଞାନ ମାନୁଛନ୍ତି । ବାବା କହୁଛନ୍ତି ଶାସ୍ତ୍ରରେ ଭକ୍ତିର ନୀତି ନିୟମ ରହିଛି । ତୁମ ମଧ୍ୟରେ ଯେତେ ଜ୍ଞାନର ଶକ୍ତି ଭରପୁର ହେବ ତୁମେ ଚୁମ୍ବକ ହୋଇଯିବ । ତେବେ ସମସ୍ତେ ଆକର୍ଷିତ ମଧ୍ୟ ହେବେ । ବର୍ତ୍ତମାନ ସେହି ଅବସ୍ଥା ହୋଇ ନାହିଁ । ତଥାପି ମଧ୍ୟ ଯଥା ଯୋଗ, ଯଥା ଶକ୍ତି ଦ୍ୱାରା ବାବାଙ୍କୁ ମନେ ପକାଉଛନ୍ତି । ଏହିପରି ନୁହେଁ ଯେ, ସର୍ବଦା ବାବାଙ୍କୁ ମନେ ପକାଉଛନ୍ତି ତେବେ ତ ଏହି ଶରୀର ମଧ୍ୟ ରହିବ ନାହିଁ । ବର୍ତ୍ତମାନ ତୁମକୁ ଅନେକଙ୍କୁ ସନ୍ଦେଶ ଦେଇ, ସନ୍ଦେଶବାହକ ହେବାକୁ ପଡିବ । ତୁମେମାନେ ହିଁ ସନ୍ଦେଶବାହକ ହେଉଛ, ଆଉ କେହି ନୁହେଁ । ଯୀଶୁଖ୍ରୀଷ୍ଟ ଆଦି ଧର୍ମ ସ୍ଥାପନ କରୁଛନ୍ତି । କିନ୍ତୁ ତାଙ୍କୁ ସନ୍ଦେଶବାହକ କୁହାଯିବ ନାହିଁ । ଯୀଶୁ ତ ଖ୍ରୀଷ୍ଟିୟାନ ଧର୍ମ ସ୍ଥାପନ କରିଥିଲେ, ଆଉ ତ କିଛି କରିନଥିଲେ । ସିଏ ଆଉ କାହାର ଶରୀର ମାଧ୍ୟମରେ ଆସିଥିଲେ ତାଙ୍କ ପରେ ପୁଣି ଆଉ କେହି ଆସୁଛନ୍ତି । ଏଠାରେ ତ ରାଜଧାନୀ ସ୍ଥାପନ ହେଉଛି । ଆଗକୁ ତୁମ ସମସ୍ତଙ୍କୁ ସାକ୍ଷାତ୍କାର ହେବଆମେ କଣ-କଣ ହେବୁ । ଆମେ ଏହି ସବୁ ବିକର୍ମ କରିଛୁ । ସାକ୍ଷାତ୍କାର ହେବା ପାଇଁ ବିଳମ୍ବ ହେବ ନାହିଁ । ଆଗରୁ କାଶୀ କଲବଟ ନେଉଥିଲେ ଅର୍ଥାତ୍ ଏକଦମ୍ କୂଅ ଭିତରକୁ ଡେଇଁ ପଡୁଥିଲେ । ବର୍ତ୍ତମାନ ତ ସରକାର ଏହାକୁ ବନ୍ଦ କରାଇଦେଇଛନ୍ତି । ସେମାନେ ଭାବୁଛନ୍ତି ଯେ ଏହା ଦ୍ୱାରା ଆମେ ମୁକ୍ତି ପାଇଯିବୁ । ବାବା କହୁଛନ୍ତି ମୁକ୍ତି କେହି ପାଇପାରିବେ ନାହିଁ । ଅଳ୍ପ ସମୟରେ ଯେପରି ତୁମକୁ ସବୁ ଜନ୍ମର ଦଣ୍ଡ ମିଳିଯାଉଛି । ପୁଣି ନୂଆ ରୂପରେ ହିସାବ-କିତାବ ଆରମ୍ଭ ହେବ । ତେଣୁ ଘରକୁ କେହି ଫେରିଯାଇ ପାରିବେ ନାହିଁ । ଯାଇ କେଉଁଠାରେ ରହିବେ ? ଆତ୍ମାମାନଙ୍କର କ୍ରମ ହିଁ ଏପଟ ସେପଟ ହୋଇଯିବ, ତେଣୁ କ୍ରମାନୁସାରେ ଆସିବେ ପୁଣି ଯିବେ । ପିଲାମାନଙ୍କୁ ସାକ୍ଷାତ୍କାର ହେଉଥିବାରୁ ଏହି ଚିତ୍ର ଆଦି ତିଆରି କରୁଛନ୍ତି । ତୁମକୁ ୮୪ ଜନ୍ମ ଓ ସାରା ସୃଷ୍ଟି ଚକ୍ରର ଆଦି-ମଧ୍ୟ-ଅନ୍ତର ଜ୍ଞାନ ମିଳୁଛି । ପୁଣି ତୁମ ଭିତରେ ବି କ୍ରମାନୁସାରେ ରହିଛନ୍ତି । କେହି ତ ଅଧିକ ନମ୍ବର ରଖି ପାସ୍ ହେଉଛନ୍ତି ଆଉ ପୁଣି କେହି କମ୍ ନମ୍ବର ରଖୁଛନ୍ତି । ଶହେ ନମ୍ବର ତ କେହି ରଖିପାରିବେ ନାହିଁ । ଏକମାତ୍ର ବାବା ହିଁ ୧୦୦ ନମ୍ବର ରଖୁଛନ୍ତି, ତେବେ ଏହିପରି ତ କେହି ହୋଇପାରିବେ ନାହିଁ । କିଛି, କିଛି ଫରକ ରହିଥାଏ । ଏକାଭଳି ମଧ୍ୟ କେହି ହୋଇପାରିବେ ନାହିଁ । କେତେ ସଂଖ୍ୟାରେ ମନୁଷ୍ୟ ଅଛନ୍ତି ସମସ୍ତଙ୍କର ନିଜସ୍ୱ ଚେହେରା ରହିଛି । ସବୁ ଆତ୍ମାମାନେ ଛୋଟ ବିନ୍ଦୁ ସମାନ ଅଟନ୍ତି । ମନୁଷ୍ୟ କେତେ ବଡ ଅଟନ୍ତି କିନ୍ତୁ ଚେହେରା ଜଣଙ୍କର ଅନ୍ୟ ଜଣଙ୍କ ସହିତ ମିଶିବ ନାହିଁ । ଯେତେ ସଂଖ୍ୟାରେ ଆତ୍ମା ଏହିଠାରେ ଅଛନ୍ତି ପୁନର୍ବାର ସେତିକି ସଂଖ୍ୟାରେ ରହିବେ ତେବେ ତ ପରମଧାମରେ ରହିପାରିବେ । ଏହିପରି ହିଁ ଡ୍ରାମା ନିଧାର୍ଯ୍ୟ ହୋଇଛି । ଏଥିରେ କିଛି ବି ଫରକ ହୋଇପାରିବ ନାହିଁ । ଯାହା ଥରେ ସୁଟିଙ୍ଗ୍ ହୋଇଛି ପୁଣି ତାହା ହିଁ ଦେଖିବ । ତୁମେ କହୁଛ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଆମେ ଏହିପରି ମିଶିଥିଲୁ । ଗୋଟିଏ ସେକେଣ୍ଡ ମଧ୍ୟ କମ ବେଶୀ ହୋଇପାରିବ ନାହିଁ । ଏହା ଡ୍ରାମା ଅଟେ ନା । ଯେଉଁମାନଙ୍କୁ ଏହି ରଚୟିତା ଏବଂ ରଚନାର ଜ୍ଞାନ ବୁଦ୍ଧିରେ ଅଛି ତାଙ୍କୁ ସ୍ୱଦର୍ଶନ ଚକ୍ରଧାରୀ କୁହାଯାଏ । ଆମକୁ ବାବାଙ୍କଠାରୁ ହିଁ ଏହି ଜ୍ଞାନ ମିଳୁଅଛି । ମନୁଷ୍ୟ, ମନୁଷ୍ୟକୁ ଏହି ଜ୍ଞାନ ଦେଇପାରିବେ ନାହିଁ । ମନୁଷ୍ୟ ଭକ୍ତି ଶିଖାଉଛନ୍ତି, ଏକମାତ୍ର ବାବା ଆମକୁ ଜ୍ଞାନ ଶିଖାଉଛନ୍ତି । ଜ୍ଞାନର ସାଗର ତ ଏକମାତ୍ର ବାବା ହିଁ ଅଟନ୍ତି । ପୁଣି ତୁମେ ତାଙ୍କଠାରୁ ଜ୍ଞାନ ନେଇ ଜ୍ଞାନ ନଦୀ ହେଉଛ । ଜ୍ଞାନ ସାଗର ଏବଂ ଜ୍ଞାନ ନଦୀଙ୍କ ଦ୍ୱାରା ହିଁ ମୁକ୍ତି-ଜୀବନମୁକ୍ତି ମିଳିଥାଏ । ଗଙ୍ଗା ତ ପାଣିର ନଦୀ ଅଟେ । ପାଣି ତ ସଦା ସର୍ବଦା ରହିଛି । କେବଳ ଏହି ସଂଗମଯୁଗରେ ହିଁ ଜ୍ଞାନ ମିଳୁଅଛି । ପାଣିର ନଦୀ ତ ଭାରତରେ ହିଁ ରହିଛି, ବାକି ଏତେ ସବୁ ସହର ବିନାଶ ହୋଇଯିବ । କୌଣସି ରାଷ୍ଟ୍ର ହିଁ ରହିବ ନାହିଁ । ବର୍ଷା ତ ନିଶ୍ଚୟ ହେବ । ଏହି ବର୍ଷା ପାଣି ପୁଣି ଯାଇ ନଦୀରେ ମିଶିବ । ଏକମାତ୍ର ଭାରତ ହିଁ ରହିବ ।

ବର୍ତ୍ତମାନ ତୁମକୁ ସମସ୍ତ ଜ୍ଞାନ ମିଳୁଛି । ଏହା ହେଲା ଜ୍ଞାନ, ବାକି ସବୁ ହେଉଛି ଭକ୍ତି । ଏକମାତ୍ର ଶିବବାବା ହିଁ ହୀରାତୁଲ୍ୟ ଅଟନ୍ତି, ସେଥିପାଇଁ ତାଙ୍କର ଜୟନ୍ତୀ ପାଳନ କରାଯାଉଛି । ପଚାରିବା ଦରକାର ଶିବବାବା କଣ କରିଥିଲେ ? ସିଏ ତ ଆସି ପତିତମାନଙ୍କୁ ପବିତ୍ର କରୁଛନ୍ତି । ବାବା ଆମକୁ ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି । ସେଥିପାଇଁ ଗାୟନ କରାଯାଉଛି ଜ୍ଞାନ ସୂର୍ଯ୍ୟ ପ୍ରଗଟା... ଜ୍ଞାନ ଦ୍ୱାରା ଦିନ, ଭକ୍ତି ଦ୍ୱାରା ରାତି ହୋଇଥାଏ । ଏବେ ତୁମେ ଜାଣୁଛ ଆମେ ୮୪ ଜନ୍ମ ପୂରା କରିଛୁ । ଏବେ ଆମେ ବାବାଙ୍କୁ ମନେ ପକାଇବା ଦ୍ୱାରା ପବିତ୍ର ହୋଇଯିବୁ । ପୁଣି ତୁମକୁ ପବିତ୍ର ଶରୀର ମଧ୍ୟ ମିଳିବ । ତୁମେ ସମସ୍ତେ କ୍ରମାନୁସାରେ ପବିତ୍ର ହେଉଛ । ଏହା କେତେ ସହଜ କଥା ଅଟେ । କିନ୍ତୁ ମୁଖ୍ୟ କଥା ହେଲା ୟାଦ । ଅନେକ ଅଛନ୍ତି ଯେଉଁମାନେ ସଠିକ୍ ରୂପେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇ ପାରୁ ନାହାଁନ୍ତି । ତଥାପି ବି ସନ୍ତାନ ହୋଇଥିବାରୁ ସ୍ୱର୍ଗରେ ନିଶ୍ଚୟ ଆସିବେ । ବର୍ତ୍ତମାନ ସମୟର ପୁରୁଷାର୍ଥ ଅନୁସାରେ ହିଁ ରାଜତ୍ୱ ସ୍ଥାପନ ହୋଇଥାଏ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସର୍ବଦା ଏହି ନିଶାରେ ରହିବାକୁ ହେବ ଯେ ମୁଁ ମାଷ୍ଟର ଜ୍ଞାନର ସାଗର ଅଟେ, ନିଜ ମଧ୍ୟରେ ଜ୍ଞାନର ଶକ୍ତି ଭରି ଚୁମ୍ବକ ହେବାକୁ ପଡିବ, ଆତ୍ମିକ ସନ୍ଦେଶବାହକ ହେବାକୁ ପଡିବ ।

(୨) ଏହିଭଳି କୌଣସି କର୍ମ କରିବା ଉଚିତ୍ ନୁହେଁ ଯାହା ଦ୍ୱାରା ସଦଗୁରୁ ପିତାଙ୍କର ନାମ ବଦନାମ୍ ହେବ । ଯାହା ବି ହୋଇଯାଉ କେବେ ହେଲେ କାନ୍ଦିବାର ନାହିଁ ।

ବରଦାନ:-
ଜ୍ଞାନ ସହିତ ଗୁଣକୁ ପ୍ରତ୍ୟକ୍ଷ କରି ସର୍ବଗୁଣ ସମ୍ପନ୍ନ ହୋଇ ଗୁଣର ମୂର୍ତ୍ତି ହୁଅ ।

ପ୍ରତ୍ୟେକଙ୍କ ମଧ୍ୟରେ ଜ୍ଞାନ ତ ବହୁତ ଅଛି କିନ୍ତୁ ବର୍ତ୍ତମାନ ଗୁଣକୁ ପ୍ରତ୍ୟକ୍ଷ କରିବାର ଆବଶ୍ୟକତା ରହିଛି ସେଥିପାଇଁ ବିଶେଷ ରୂପେ ନିଜର କର୍ମ ଦ୍ୱାରା ଗୁଣର ଦାତା ହୁଅ । ସଂକଳ୍ପ କର ଯେ ସର୍ବଦା ଗୁଣମୂରତ ହୋଇ ସମସ୍ତଙ୍କୁ ଗୁଣମୂରତ କରିବାର କର୍ତ୍ତବ୍ୟରେ ତତ୍ପର ରହିବାକୁ ହେବ । ଏହା ଦ୍ୱାରା ବ୍ୟର୍ଥ ଦେଖିବା, ଶୁଣିବା ବା କରିବା ପାଇଁ ସମୟ ମିଳିବ ନାହିଁ । ଏହି ବିଧି ଦ୍ୱାରା ନିଜର ଓ ସମସ୍ତଙ୍କର ଦୁର୍ବଳତା ସହଜରେ ସମାପ୍ତ ହୋଇଯିବ । ତେଣୁ ଏହି କାର୍ଯ୍ୟରେ ପ୍ରତ୍ୟେକ ନିଜକୁ ପ୍ରଥମ ନମ୍ବର ନିମିତ୍ତ ମନେ କରି ନିଜେ ସର୍ବଗୁଣ ସମ୍ପନ୍ନ ହେବା ସହିତ ଅନ୍ୟକୁ କରାଇବାର ଉଦାହରଣ ହୁଅ ।

ସ୍ଲୋଗାନ:-
ମନ ଦ୍ୱାରା ଯୋଗଦାନ, ବାଣୀ ଦ୍ୱାରା ଜ୍ଞାନ ଦାନ ଓ କର୍ମ ଦ୍ୱାରା ଗୁଣ ଦାନ କର ।