01.03.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ଏବଂ ସନ୍ତାନମାନଙ୍କ କାର୍ଯ୍ୟକଳାପ ମଧ୍ୟରେ ଯେଉଁ ଅନ୍ତର ରହିଛି ତାକୁ ଜାଣ । ବାବା ତୁମମାନଙ୍କ ସହିତ ଖେଳିପାରିବେ କିନ୍ତୁ ଖାଇପାରିବେ ନାହିଁ ।

ପ୍ରଶ୍ନ:-
ସତ୍ ସଙ୍ଗ ଉଦ୍ଧାର କରେ, କୁସଂଗ ବୁଡାଇଦିଏ ଏହାର ଭାବାର୍ଥ କଣ ?

ଉତ୍ତର:-
ତୁମେମାନେ ଏବେ ସତ୍ୟ ପିତାଙ୍କର ସଙ୍ଗ କରୁଛ ଅର୍ଥାତ୍ ବାବାଙ୍କ ସହିତ ବୁଦ୍ଧିଯୋଗ ଲଗାଉଛ ତେଣୁ ପାରି ହୋଇଯାଉଛ । ପୁଣି ଯେବେ ଧୀରେ ଧୀରେ କୁସଙ୍ଗ ଅର୍ଥାତ୍ ଦେହର ସଙ୍ଗରେ ଆସୁଛ ସେତେବେଳେ ତଳକୁ ଖସୁଛ କାରଣ ସଙ୍ଗର ରଙ୍ଗ ଲାଗୁଛି, ସେଥିପାଇଁ କୁହାଯାଇଛି ସତ୍ ସଙ୍ଗ ଉଦ୍ଧାର କରେ ଏବଂ କୁସଙ୍ଗ ବୁଡାଇମାରେ । ତେଣୁ ତୁମେ ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ଭୁଲି ବାବାଙ୍କର ସଙ୍ଗ କର ଅର୍ଥାତ୍ ବାବାଙ୍କୁ ମନେ ପକାଅ ତେବେ ବାବାଙ୍କ ସମାନ ପବିତ୍ର ହୋଇଯିବ ।

ଓମ୍ ଶାନ୍ତି ।
ଏବେ ତୁମମାନଙ୍କର ଦୁଇଟି କ୍ଳାସ ହୋଇଗଲା । ଏହା ବହୁତ ଭଲ କ୍ଲାସ । ଗୋଟିଏ ହେଲା ଯୋଗର ଯାତ୍ରା, ଯାହା ଦ୍ୱାରା ପାପର ବିନାଶ ହେଉଛି, ଆତ୍ମା ପବିତ୍ର ହୋଇଯାଉଛି ଏବଂ ଅନ୍ୟଟି ହେଲା ଜ୍ଞାନର କ୍ଲାସ । ଜ୍ଞାନ ମଧ୍ୟ ବହୁତ ସହଜ କୌଣସି ଅସୁବିଧା ନାହିଁ । ତୁମମାନଙ୍କର ସେଣ୍ଟର ଏବଂ ମଧୁବନ ଭିତରେ ବହୁତ ଅନ୍ତର ରହିଛି । ଏଠାରେ ତ ବାବା ଏବଂ ସନ୍ତାନମାନେ ବସିଛନ୍ତି । ଏହା ହେଉଛି ବାବା ଏବଂ ସନ୍ତାନମାନଙ୍କର ବହୁତ ବଡ ମେଳା । କିନ୍ତୁ ତୁମ ସେଣ୍ଟରମାନଙ୍କରେ ପରସ୍ପର କେବଳ ସନ୍ତାନମାନଙ୍କ ଭିତରେ ହିଁ ମିଳନ ହୋଇଥାଏ । ସେଥିପାଇଁ ତୁମେ ସମସ୍ତେ ଏଠାକୁ ବାବାଙ୍କ ସମ୍ମୁଖକୁ ଆସୁଛ । ଯଦିଓ ତୁମେମାନେ ସବୁବେଳେ ବାବାଙ୍କୁ ମନେ ପକାଉଛ କିନ୍ତୁ ଏଠାରେ ତୁମେ ସମ୍ମୁଖରେ ବାବାଙ୍କୁ ଦେଖୁଛତୁମ ସହିତ ବସିବି, ତୁମ ସହିତ କଥାବାର୍ତ୍ତା କରିବି..... । ବାବା ବୁଝାଇଛନ୍ତି ବାବା ଏବଂ ସନ୍ତାନମାନଙ୍କ କର୍ତ୍ତବ୍ୟରେ ଅନ୍ତର ରହିଛି । ତେବେ ବିଚାର କର, ଏଠାର ବାବାଙ୍କର ପାର୍ଟ କଣ ଏବଂ ବାବାଙ୍କର ରଥର ପାର୍ଟ କଣ ? କଣ ବାବା ଏହି ରଥ ଦ୍ୱାରା ଖେଳିପାରିବେ ? ହଁ, ଖେଳିପାରିବେ । ଯେବେକି କହୁଛନ୍ତି, ତୁମ ସହିତ ବସିବି, ତୁମ ସହିତ ଖାଇବି.... କିନ୍ତୁ ନିଜେ ତ ଖାଉ ନାହାଁନ୍ତି । ବାବା ସନ୍ତାନମାନଙ୍କ ସହିତ ଖେଳକୁଦ କରୁଛନ୍ତି, ଏକଥା ତ ବାବା ନିଜେ ଜାଣିଛନ୍ତି ଯେ ଉଭୟ ଖେଳୁଛନ୍ତି । ଏଠାରେ ତ ବାବା ତୁମ ସହିତ ହିଁ ସବୁକିଛି କରୁଛନ୍ତି କାରଣ ସିଏ ହେଉଛନ୍ତି ପରମ ଶିକ୍ଷକ । ଶିକ୍ଷକଙ୍କର କାମ ହେଲା ବିଦ୍ୟାର୍ଥୀମାନଙ୍କୁ ଖୁସି କରିବା । ଅନ୍ତର୍ଗୃହ ଖେଳ ରହିଛି ନା । ଏବେ ତ ବିଭିନ୍ନ ପ୍ରକାରର ଖେଳ ସବୁ ବାହାରିଲାଣି । ସବୁଠାରୁ ପ୍ରସିଦ୍ଧ ଖେଳ ହେଲା ପଶା ଖେଳ ଯାହାର ବର୍ଣ୍ଣନା ମହାଭାରତରେ ମଧ୍ୟ ରହିଛି । କିନ୍ତୁ ତାକୁ ଜୁଆ ଖେଳ ବୋଲି ମଧ୍ୟ କୁହାଯାଏ । କିନ୍ତୁ ଜୁଆ ଖେଳାଳୀମାନଙ୍କୁ ସରକାର କଟକଣା ଜାରି କରିଛନ୍ତି । ଏସବୁ କଥା ଭକ୍ତିମାର୍ଗର ପୁସ୍ତକରୁ ବାହାରିଛି ।

ତୁମେମାନେ ଜାଣିଛ ଏହି ବ୍ରତ, ଉପବାସ ଇତ୍ୟାଦି ଭକ୍ତିମାର୍ଗର କଥା । ନିର୍ଜଳ ଉପବାସ କରୁଛନ୍ତି ଖାଦ୍ୟ ମଧ୍ୟ ଖାଉ ନାହାଁନ୍ତି କିମ୍ବା ପାଣି ମଧ୍ୟ ପିଉ ନାହାଁନ୍ତି । ଯଦିଓ ଭକ୍ତିମାର୍ଗରେ ପ୍ରାପ୍ତି ହେଉଛି କିନ୍ତୁ ତାହା ଅଳ୍ପ ସମୟ ପାଇଁ । ଏଠାରେ ତୁମମାନଙ୍କୁ ବାବା ସବୁକିଛି ବୁଝାଇ ଦେଉଛନ୍ତି । ଭକ୍ତିମାର୍ଗରେ ବହୁତ ଧକ୍କା ଖାଉଛନ୍ତି । ଜ୍ଞାନମାର୍ଗ ହେଉଛି ସୁଖର ମାର୍ଗ । ତୁମେମାନେ ଜାଣିଛ ଆମେ ଏବେ ବାବାଙ୍କଠାରୁ ସୁଖର ସମ୍ପତ୍ତି ନେଉଛୁ । ଭକ୍ତିମାର୍ଗରେ ମଧ୍ୟ କେବଳ ଜଣଙ୍କୁ ହିଁ ମନେ ପକାଉଥିଲେ । କେବଳ ଜଣଙ୍କର ଅବ୍ୟଭିଚାରି ପୂଜା ହେଉଥିଲା ତାହା ମଧ୍ୟ ଠିକ୍ ଥିଲା । କିନ୍ତୁ ଭକ୍ତି ମଧ୍ୟ ସତ୍ତୋ-ରଜୋ-ତମୋ ହେଉଛି । ସବୁଠାରୁ ଉଚ୍ଚରୁ ଉଚ୍ଚ ସତ୍ତୋଗୁଣୀ ଭକ୍ତି ହେଲା ଶିବବାବାଙ୍କର ଭକ୍ତି । ଶିବବାବା ହିଁ ଏଠାକୁ ଆସି ତୁମମାନଙ୍କୁ ସୁଖଧାମକୁ ନେଇ ଯାଉଛନ୍ତି । ଯିଏ ତୁମମାନଙ୍କର ସବୁଠାରୁ ଅଧିକ ସେବା କରୁଛନ୍ତି, ପବିତ୍ର କରୁଛନ୍ତି, ତାଙ୍କୁ ହିଁ ସମସ୍ତେ ଡାକୁଛନ୍ତି । କିନ୍ତୁ ତାଙ୍କୁ ପୁଣି ମାଟି-ଗୋଡି ପଥରରେ ଅଛନ୍ତି ବୋଲି କହିଦେଉଛନ୍ତି ତେବେ ଏହା ଗ୍ଲାନି ହେଲା ନା । ତୁମମାନଙ୍କୁ ବେହଦ ପିତାଙ୍କ ଦ୍ୱାରା ରାଜତ୍ୱର ଭାଗ୍ୟ ମିଳିଥିଲା ପୁଣି ମଧ୍ୟ ନିଶ୍ଚିତ ମିଳିବ । ତୁମେ ଜାଣିଛ ଜ୍ଞାନ ଅଲଗା, ଭକ୍ତି ଅଲଗା । ରାମରାଜ୍ୟ କିପରି ଚାଲୁଛି ଏବଂ ରାବଣ ରାଜ୍ୟ କିପରି ଚାଲୁଛି ଏହା ମଧ୍ୟ ତୁମେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣୁଛ ସେଥିପାଇଁ ପ୍ରଚାର ପତ୍ର ମଧ୍ୟ ଛପାଉଛ କାରଣ ମନୁଷ୍ୟମାନଙ୍କୁ ବାବାଙ୍କର ସତ୍ୟ ପରିଚୟ ଦରକାର ନା । ତୁମର ହେଉଛି ସବୁ ସତ୍ୟ କଥା । ତୁମେମାନେ ସେବା କରିବା ଦରକାର । ସେବା ତ ବହୁତ ଅଛି । ଏହି ବ୍ୟାଜ ମଧ୍ୟ ସେବା ପାଇଁ କେତେ ଭଲ । ସବୁଠାରୁ ବଡ ଶାସ୍ତ୍ର ହେଲା ଏହି ବ୍ୟାଜ୍ । ଏସବୁ ହେଉଛି ଜ୍ଞାନର କଥା, ଏଥିରେ ସବୁ କିଛି ବୁଝାଇବାକୁ ପଡିଥାଏ । ଯୋଗର ଯାତ୍ରା ତ ଅଲଗା । ଏହାକୁ ଅଜପାଜପ କୁହାଯାଏ । ବାସ୍ତବରେ ଏଠାରେ କିଛି ଜପ ଆଦି କରିବାର ଆବଶ୍ୟକତା ନାହିଁ । ମୁହଁରେ ଶିବ ଶିବ ମଧ୍ୟ କହିବା ଆବଶ୍ୟକ ନୁହେଁ । କେବଳ ଶିବବାବାଙ୍କୁ ମନେ ପକାଇବାକୁ ହେବ । ତୁମେ ତ ଜାଣିଛ ଶିବବାବା ହେଉଛନ୍ତି ଆମର ପିତା । ଆମେ ଆତ୍ମାମାନେ ତାଙ୍କର ସନ୍ତାନ । ସିଏ ହିଁ ସମ୍ମୁଖରେ ଆସି କହୁଛନ୍ତି ମୁଁ ହେଉଛି ପତିତ-ପାବନ, ମୁଁ ହିଁ ପ୍ରତିକଳ୍ପରେ ଥରେ ମାତ୍ର ଆସି ତୁମମାନଙ୍କୁ ପବିତ୍ର କରୁଛି । ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ଭୁଲି ନିଜକୁ ଆତ୍ମା ମନେ କର, ମୋତେ ମନେ ପକାଅ ତେବେ ତୁମେ ପବିତ୍ର ହୋଇଯିବ । ମୋର କାମ ହେଲା ପତିତମାନଙ୍କୁ ପବିତ୍ର କରିବା । ଏହା ହିଁ ହେଉଛି ବୁଦ୍ଧିର ଯୋଗ ଅର୍ଥାତ୍ ବାବାଙ୍କର ସଙ୍ଗ କୁହାଯାଏ । ସଙ୍ଗ କଲେ ରଙ୍ଗ ଲାଗିଥାଏ । ସୁସଙ୍ଗ ଉଦ୍ଧାର କରେ କୁସଙ୍ଗ ବୁଡାଇମାରେ.... ବାବାଙ୍କ ସହିତ ସଙ୍ଗ କଲେ ଅର୍ଥାତ୍ ବୁଦ୍ଧିଯୋଗ ଲଗାଇଲେ ତୁମେମାନେ ପାରି ହୋଇଯାଉଛ । ପୁଣି ତଳକୁ ଖସିବା ଆରମ୍ଭ ହୋଇଯାଉଛି । ସେଥିପାଇଁ ଗାୟନ ରହିଛି ସତ୍ୟର ସଙ୍ଗ ଉଦ୍ଧାର କରେ.... ଭକ୍ତିମାର୍ଗର ମନୁଷ୍ୟ ଏହାର ଅର୍ଥକୁ ଜାଣିନାହାଁନ୍ତି । ତୁମେ ଜାଣିଛ ଏବେ ଆମର ଆତ୍ମା ପତିତ ହୋଇଯାଇଛି ତାହା ପୁଣି ପାବନ ପିତାଙ୍କ ସହିତ ବୁଦ୍ଧିଯୋଗ ଲଗାଇଲେ ହିଁ ପବିତ୍ର ହେବ । ଆତ୍ମାକୁ ପରମପିତା ପରମାତ୍ମାଙ୍କୁ ମନେ ପକାଇବାକୁ ପଡିଥାଏ । ଯେତେବେଳେ ଆତ୍ମା ପବିତ୍ର ହେବ ସେତେବେଳେ ଶରୀର ମଧ୍ୟ ପବିତ୍ର ମିଳିବ, କଞ୍ଚନ କାୟା ହେବ । ଏହା ହେଉଛି ଯୋଗର ଯାତ୍ରା । ଯୋଗ ଅଗ୍ନି ଦ୍ୱାରା ବିକର୍ମ ବିନାଶ ହୋଇଥାଏ, ଆତ୍ମାର ମଇଳା ସଫା ହୋଇଯାଏ । ତୁମେ ଜାଣିଛ ସତ୍ୟଯୁଗ ନୂଆ ଦୁନିଆରେ ଆମେ ସମ୍ପୂର୍ଣ୍ଣ ପବିତ୍ର, ସମ୍ପୂର୍ଣ୍ଣ ନିର୍ବିକାରୀ, ୧୬ କଳା ସମ୍ପୂର୍ଣ୍ଣ ଥିଲୁ । ଏବେ କିଛି କଳା ନାହିଁ । ଏହାକୁ ହିଁ କୁହାଯାଉଛି ରାହୁର ଗ୍ରହଣ । ସମଗ୍ର ଦୁନିଆ, ବିଶେଷ କରି ଭାରତ ଉପରେ ରାହୁର ଗ୍ରହଣ ଲାଗିଛି । ଶରୀର ମଧ୍ୟ କଳା, ଏଠାରେ ଯାହା କିଛି ବି ତୁମେ ଏହି ଆଖି ଦ୍ୱାରା ଦେଖୁଛ ସବୁ କିଛି କଳା । ଯେପରି ରାଜା ସେହିପରି ପ୍ରଜା । ଶ୍ୟାମଳ ଏବଂ ସୁନ୍ଦରର ଅର୍ଥକୁ ମଧ୍ୟ କେହି ଜାଣି ନାହାଁନ୍ତି । ମନୁଷ୍ୟମାନଙ୍କର କେତେ ନାମ ରଖିଦେଇଛନ୍ତି । ବାବା ଆସି ଏସବୁର ଅର୍ଥକୁ ବୁଝାଉଛନ୍ତି । ତୁମେମାନେ ହିଁ ପୂର୍ବରୁ ସୁନ୍ଦର ଥିଲ ଅର୍ଥାତ୍ ପବିତ୍ର ଥିଲ ଏବେ ଶ୍ୟାମଳ ଅର୍ଥାତ୍ ପତିତ ହୋଇଯାଇଛ । ଏବେ ଜ୍ଞାନର ଚିତାରେ ବସି ପୁଣି ସୁନ୍ଦର ହୋଇଯାଉଛ ଅର୍ଥାତ୍ ଜ୍ଞାନମାର୍ଗ ଆଧାରରେ ପବିତ୍ର ହୋଇଯାଉଛ, ପୁଣି ଶ୍ୟାମଳରୁ ସୁନ୍ଦର ଏବଂ ସୁନ୍ଦରରୁ ଶ୍ୟାମଳ ହେଉଛ । ଏହାର ଅର୍ଥକୁ ମଧ୍ୟ ବାବା ଆମମାନଙ୍କୁ ବୁଝାଉଛନ୍ତି । ଆମେ ଆତ୍ମାମାନେ ଏକମାତ୍ର ବାବାଙ୍କୁ ହିଁ ମନେ ପକାଉଛୁ । ବୁଦ୍ଧି ଦ୍ୱାରା ଏବେ ବୁଝିଯାଇଛୁ ଯେ ଆମେ ହେଉଛୁ ଆତ୍ମା ବିନ୍ଦୁ । ଏହାକୁ ହିଁ କୁହାଯାଉଛି ଆତ୍ମାନୁଭୂତି । କିନ୍ତୁ ଆତ୍ମାକୁ ଦେଖିବା ପାଇଁ ଅର୍ନ୍ତଦୃଷ୍ଟି ଆବଶ୍ୟକ । ଏସବୁ ହେଲା ବୁଝିବାର କଥା । ନିଜକୁ ଆତ୍ମା ମନେ କରିବାକୁ ହେବ । ମୁଁ ଆତ୍ମା, ଏହା ହେଉଛି ମୋର ଶରୀର । ମୁଁ ଏହି ଶରୀରର ଆଧାର ନେଇ ଏଠାରେ ଅଭିନୟ କରୁଛି । ପୂର୍ବ ନିର୍ଦ୍ଧାରିତ ଡ୍ରାମା ଅନୁସାରେ ଏଠାକୁ ପ୍ରଥମେ ପ୍ରଥମେ ଆମେମାନେ ଆସୁଛୁ । ଆତ୍ମା ତ ସମସ୍ତେ କିନ୍ତୁ କେଉଁ ଆତ୍ମାରେ କେତେ ଅଭିନୟ ତ କେଉଁ ଆତ୍ମାରେ ଆଉ କେତେ ଅଭିନୟ ଭରି ହୋଇ ରହିଛି । ଏହା ହେଉଛି ବହୁତ ବିଶାଳ ନାଟକ । ଏଠାରେ କ୍ରମାନୁସାରେ କେଉଁ ଆତ୍ମା କେତେବେଳେ ଆସୁଛନ୍ତି, କିପରି ଅଭିନୟ କରୁଛନ୍ତିଏକଥା କେବଳ ତୁମେମାନେ ହିଁ ଜାଣିଛ । ପ୍ରଥମେ ପ୍ରଥମେ ଦେବୀ ଦେବତାମାନଙ୍କର ବଂଶାବଳୀ ଆସୁଛନ୍ତି । ତୁମମାନଙ୍କଠାରେ ଏହି ଜ୍ଞାନ କେବଳ ଏହି ପୁରୁଷୋତ୍ତମ ସଂଗମଯୁଗରେ ହିଁ ରହିଛି । ପରେ ପୁଣି ଏହି ଜ୍ଞାନ କିଛି ବି ମନେ ରହିବ ନାହିଁ । ବାବା ନିଜେ କହୁଛନ୍ତି ଏହି ଜ୍ଞାନ ପୁଣି ପ୍ରାୟ ଲୋପ ପାଇଯିବ । କାହାକୁ ହେଲେ ମଧ୍ୟ ଜଣା ନାହିଁ ଯେ ଦେବୀ ଦେବତା ଧର୍ମର ସ୍ଥାପନା କିପରି ହୋଇଥିଲା । ଦେବୀଦେବତାମାନଙ୍କର ଚିତ୍ର ତ ରହିଛି କିନ୍ତୁ ଦେବୀ ଦେବତା ଧର୍ମର ସ୍ଥାପନା କିପରି ହୋଇଥିଲା, କେହି ବି ଜାଣିନାହାଁନ୍ତି । ଏକଥା କେବଳ ତୁମେମାନେ ହିଁ ଜାଣିଛ ତେଣୁ ତୁମେମାନେ ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରୁଛ । ଯେତେବେଳେ ବହୁତ ହୋଇଯିବେ ସେତେବେଳେ ନିଶ୍ଚିତ ଭାବରେ ଲାଉଡ ସ୍ପିକର (ଧ୍ୱନି ବର୍ଦ୍ଧକ ଯନ୍ତ୍ର) ମଧ୍ୟ ରଖିବାକୁ ପଡିବ । ଏହାର କୌଣସି ଉପାୟ ତ ନିଶ୍ଚିତ ଭାବରେ ବାହାରିବ । ବହୁତ ବଡ ହଲର ମଧ୍ୟ ଦରକାର ପଡିବ । କଳ୍ପ ପୂର୍ବରୁ ବାବା ଯେପରି କର୍ତ୍ତବ୍ୟ କରିଥିଲେ ତାହା ପୁଣି ବି କରିବେ । ଏକଥା ତୁମେମାନେ ଭଲ ଭାବରେ ବୁଝିପାରୁଥିବ । ସନ୍ତାନମାନଙ୍କର ବୃଦ୍ଧି ହେବାରେ ଲାଗିବ । ବାବା ବୁଝାଉଛନ୍ତି ଯେ ବିବାହ ପାଇଁ ଯେଉଁ ମଣ୍ଡପ ଆଦି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ବୁଝାଅ । ଏଠାରେ ମଧ୍ୟ ବିବାହ ପାଇଁ ଧର୍ମଶାଳା ଇତ୍ୟାଦି ତିଆରି କରୁଛନ୍ତି ନା । ଯଦି କେହି ଏହି ବ୍ରାହ୍ମଣ କୂଳର ହୋଇଥିବେ ତେବେ ସେମାନେ ତୁରନ୍ତ ବୁଝିଯିବେ । ଯେଉଁମାନେ ଏହି କୂଳର ହୋଇନଥିବେ ସେମାନେ ବିଘ୍ନ ପକାଇବେ । ଯେଉଁମାନେ ଏହି କୂଳର ହୋଇଥିବେ ସେମାନେ ମାନିଯିବେ ଯେ ଏମାନେ ସତ୍ୟ କହୁଛନ୍ତି, ଯେଉଁମାନେ ଏହି ଧର୍ମର ହୋଇନଥିବେ ସେମାନେ ଲଢେଇ କରିବେ । କହିବେ ଏହା ତ ପ୍ରଥା ରୂପରେ ଚାଲି ଆସୁଛି । ଏବେ ହେଉଛି ଅପବିତ୍ର ପ୍ରବୃତ୍ତିମାର୍ଗ, ପୁଣି ବାବା ଆସିଛନ୍ତି ପବିତ୍ର କରିବା ପାଇଁ । ତୁମେମାନେ ପବିତ୍ର ଉପରେ ବିଶେଷ ଗୁରୁତ୍ୱ ଦେଉଛ । ସେଥିପାଇଁ କେତେ ବିଘ୍ନ ପଡୁଛି । ଗୁରୁ ଆଗାଖାଁଙ୍କର କେତେ ସମ୍ମାନ ରହିଛି । ତୁମେମାନେ, ଜାଣିଛ ପୋପ କଣ କରୁଛନ୍ତି । ଲକ୍ଷ-ଲକ୍ଷ, କୋଟି କୋଟି ବିବାହ କରାଉଛନ୍ତି । ବିବାହ ବହୁତ ହେଉଛି । ପୋପ ଆସି ସେମାନଙ୍କର ବିବାହ କରାଇଥାନ୍ତି ତେଣୁ ଏହାକୁ ସେମାନେ ସମ୍ମାନ ମନେ କରନ୍ତି । ମହାତ୍ମାମାନଙ୍କୁ ମଧ୍ୟ ବିବାହ ଉତ୍ସବରେ ଡାକୁଛନ୍ତି । ଏବେ ତ ସେମାନେ ନିର୍ବନ୍ଧ ମଧ୍ୟ କରାଉଛନ୍ତି । କିନ୍ତୁ ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ । ଏହି ଅଧ୍ୟାଦେଶ ଜାରି କରିବା କୌଣସି ମାଉସୀଘର କଥା ନୁହେଁ । ଏସବୁ କଥାକୁ ବୁଝାଇବାର ଉପାୟ ବହୁତ ଭଲ ଜଣାଥିବା ଦରକାର । ଆଗକୁ ଧୀରେ ଧୀରେ ବୁଝିବାକୁ ଲାଗିବେ । ଯେଉଁମାନେ ଆଦି ସନାତନ ହିନ୍ଦୁ ଧର୍ମର ସେମାନଙ୍କୁ ବୁଝାଅ । ସେମାନେ ତୁରନ୍ତ ବୁଝିପାରିବେ ଯେ ବାସ୍ତବରେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ଏପରି ନୁହେଁ ଯେ ହିନ୍ଦୁ ଧର୍ମ । ଯେପରି ତୁମେମାନେ ବାବାଙ୍କ ଦ୍ୱାରା ଜାଣିଲ ସେହିପରି ଅନ୍ୟମାନେ ମଧ୍ୟ ଏହି କଥାକୁ ବୁଝି ବୃଦ୍ଧି ହେବାରେ ଲାଗିବ । ଏଥିରେ ପକ୍କା ନିଶ୍ଚୟ ରହିଛି ଯେ ଏହାର କଲମୀ ଲାଗିବ । ତୁମେମାନେ ବାବାଙ୍କ ଶ୍ରୀମତ ଆଧାରରେ ଦେବତା ହେଉଛ । ସେମାନେ ନୂଆ ଦୁନିଆରେ ରହୁଥିଲେ । ଏକଥା କଣ ତୁମେ ପୂର୍ବରୁ ଜାଣିଥିଲ ଯେ ବାବା ସଂଗମଯୁଗରେ ଆସି ଆମକୁ ନୂଆ ଦୁନିଆକୁ ସ୍ଥାନାନ୍ତରିତ କରିବେ । କିଛି ବି ଜଣା ନଥିଲା । ଏବେ ତୁମେ ଜାଣୁଛ ପ୍ରକୃତ ପୁରୁଷୋତ୍ତମ ସଂଗମଯୁଗ ଏହାକୁ ହିଁ କୁହାଯିବ । ଆମେ ସମସ୍ତେ ବର୍ତ୍ତମାନ ପୁରୁଷୋତ୍ତମ ହେଉଛୁ । ଏବେ ଯେତେ ପୁରୁଷାର୍ଥ କରିବ ସେତେ ପୁରୁଷୋତ୍ତମ ହେବ ।

ପ୍ରତ୍ୟେକ ନିଜ ହୃଦୟକୁ ପଚାର । ସ୍କୁଲରେ ମଧ୍ୟ ବିଦ୍ୟାର୍ଥୀମାନେ ଯେଉଁ ବିଷୟରେ ଦୁର୍ବଳଥାନ୍ତି ସେମାନେ ଜାଣିଥାନ୍ତି ଯେ ଆମେ ଏହି ବିଷୟରେ ଫେଲ୍ ହୋଇଯିବୁ । ତେବେ ଏହା ମଧ୍ୟ ପାଠଶାଳା ଅଟେ । ସ୍କୁଲ ଅଟେ । ଗୀତା ପାଠଶାଳା ନାମ ପ୍ରସିଦ୍ଧ ଅଟେ । କିନ୍ତୁ ତାର ନାମ ଟିକିଏ ପରିବର୍ତ୍ତନ କରିଦିଆଯାଇଛି । ତୁମେମାନେ ଯେତେବେଳେ ସତ୍ୟଗୀତା, ମିଥ୍ୟାଗୀତା ଲେଖୁଛ ତେବେ ସେମାନେ ବିଗିଡିଯାଉଛନ୍ତି । ଯୁକ୍ତିତର୍କ ନିଶ୍ଚିତ ହେବ, ଏଥିରେ ଡରିବାର କୌଣସି କଥା ହିଁ ନାହିଁ । ଆଜିକାଲି ତ ଏସବୁ ଫେଶନ ହୋଇଗଲାଣି, ବସ୍ ଇତ୍ୟାଦିରେ ନିଆଁ ଲଗାଇ ଦେଉଛନ୍ତି । ଯିଏ ଯାହା ଶିଖାଇ ଦେଲେ ତାହା ଶିଖିଗଲେ । ପୂର୍ବରୁ ମଧ୍ୟ ଏବେ ଅଧିକ ଶିଖିଗଲେଣି । ଧାରଣା ଦେବାରେ ଲାଗିଛନ୍ତି । ଏଥିରେ ସରକାରଙ୍କର ମଧ୍ୟ ବହୁତ କ୍ଷତି ହେଉଛି ତେଣୁ ସରକାର ଟ୍ୟାକ୍ସ ଇତ୍ୟାଦି ବଢାଇବାରେ ଲାଗିଛି । ଏଭଳି ବି ଦିନ ଆସିବ ଯେବେକି ବ୍ୟାଙ୍କରେ ରଖିଥିବା ସମ୍ପତ୍ତି ଉପରେ ମଧ୍ୟ ସରକାର କବ୍ଜା କରିନେବ । ଯେମିତି ଏବେ ମଧ୍ୟ କିଏ କେତେ ଖାଦ୍ୟ ଶସ୍ୟ ଲୁଚାଇ ରଖିଛନ୍ତି ତାକୁ ମଧ୍ୟ ସରକାର ଯାଞ୍ଚ କରୁଛି କେଉଁଠାରେ ଅଧିକ ରଖି ଦେଉ ନାହାଁନ୍ତି ତ! ଏସବୁ କଥାରୁ ଆମେ ସମସ୍ତେ ମୁକ୍ତ । ତୁମମାନଙ୍କ ପାଇଁ ମୁଖ୍ୟ କଥା ହେଲା ଯୋଗର ଯାତ୍ରା । ବାବା କହୁଛନ୍ତି ଏସବୁ କଥାରେ ମୋର କୌଣସି ସମ୍ପର୍କ ନାହିଁ । ମୋର କାମ ହେଲା କେବଳ ତୁମମାନଙ୍କୁ ରାସ୍ତା ଦେଖାଇବା, ତେବେ ତୁମର ସମସ୍ତ ଦୁଃଖ ଦୂର ହୋଇଯିବ । ବର୍ତ୍ତମାନ ତୁମମାନଙ୍କର କର୍ମର ହିସାବ ଚୁକ୍ତ ହେଉଛି । ଯାହା କିଛି ବି ରୋଗ ଅଛି ତାହା ବାହାରକୁ ବାହାରି ଆସିବ । ପୂର୍ବରୁ ରହିଥିବା କର୍ମର ହିସାବ-କିତାବକୁ ଚୁକ୍ତ କରିବାକୁ ହେବ । ଏଥିରେ ଡରିବାର ନାହିଁ । ଅସୁସ୍ଥ ସମୟରେ ମଧ୍ୟ ମନୁଷ୍ୟମାନଙ୍କୁ ଭଗବାନଙ୍କର ସ୍ମରଣ କରିବା ପାଇଁ କୁହାଯାଏ । ତୁମେମାନେ ହସପିଟାଲ (ଡାକ୍ତରଖାନା)କୁ ଯାଇ ମଧ୍ୟ ଜ୍ଞାନ ଦିଅ ଯେ ଶିବବାବାଙ୍କୁ ମନେ ପକାଅ ତେବେ ତୁମର ପାପ ବିନାଶ ହେବ । କେବଳ ଏହି ଜନ୍ମର କଥା ନୁହେଁ । ଭବିଷ୍ୟତ ୨୧ ଜନ୍ମ ପାଇଁ ଆମେ ଗ୍ୟାରେଣ୍ଟି କରୁଛୁ ତୁମେମାନେ କେବେ ରୋଗୀ ହେବ ନାହିଁ । ଏକମାତ୍ର ବାବାଙ୍କୁ ମନେ ପକାଇଲେ ତୁମର ଆୟୁଷ ମଧ୍ୟ ବଡ ହେବ । ଭାରତବାସୀମାନଙ୍କର ଆୟୁଷ ବହୁତ ବଡ ଥିଲା । ସେମାନେ ନିରୋଗୀ ଥିଲେ ଏବେ ବାବା ଶ୍ରେଷ୍ଠ ହେବା ପାଇଁ ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି । ପୁରୁଷୋତ୍ତମ ଶବ୍ଦକୁ ତ କେବେ ବି ଭୂଲିବା ଉଚିତ୍ ନୁହେଁ । ପ୍ରତି କଳ୍ପରେ ଥରେ ମାତ୍ର ତୁମେମାନେ ହିଁ ପୁରୁଷୋତ୍ତମ ହେଉଛ । ଏହିଭଳି କଥା ଅନ୍ୟ କେହି କହିପାରିବେ ନାହିଁ । ତେବେ ତୁମେମାନେ ଏହିପରି ସେବା ବହୁତ କରିପାରିବ । ଡାକ୍ତରମାନଙ୍କଠାରୁ ତ ତୁମେମାନେ କୌଣସି ବି ସମୟ ନେଇପାରିବ । ଚାକିରି କରିଥିବା ଭାଇ ଭଉଣୀମାନେ ମଧ୍ୟ ବହୁତ ସେବା କରିପାରିବେ । ରୋଗୀମାନଙ୍କୁ କୁହ ଆମର ବହୁତ ବଡ ଡାକ୍ତର ଅଛନ୍ତି । ସିଏ ଅବିନାଶୀ ସର୍ଜନ ଅଟନ୍ତି । ଆମେ ତାଙ୍କର ସନ୍ତାନ ହୋଇଛୁ, ଯାହାଙ୍କ ଦ୍ୱାରା ଆମେ ୨୧ ଜନ୍ମ ନିରୋଗୀ ହେଉଛୁ । ସ୍ୱାସ୍ଥ୍ୟମନ୍ତ୍ରୀକୁ ମଧ୍ୟ ବୁଝାଅ ଯେ ସ୍ୱାସ୍ଥ୍ୟ ପାଇଁ ଏତେ ମୁଣ୍ଡ ଖର୍ଚ୍ଚ କାହିଁକି କରୁଛନ୍ତି । ସତ୍ୟଯୁଗରେ ବହୁତ କମ ମନୁଷ୍ୟ ଥିଲେ । ସେଠାରେ ପବିତ୍ରତା, ସୁଖ, ଶାନ୍ତି ସବୁ କିଛି ଥିଲା ।

ସାରା ଦୁନିଆରେ କେବଳ ତୁମେମାନେ ହିଁ ସମସ୍ତଙ୍କର କଲ୍ୟାଣ କରିପାରିବ । ତୁମେମାନେ ହେଉଛ ପଣ୍ଡା, ପାଣ୍ଡବ ସମ୍ପ୍ରଦାୟ । ଏକଥା କାହା ବୁଦ୍ଧିରେ ହେଲ ମଧ୍ୟ ନଥିବ । ଫୁଡ୍ ମିନିଷ୍ଟର (ଖାଦ୍ୟମନ୍ତ୍ରୀ)କୁ ମଧ୍ୟ ବୁଝାଅ--ତେବେ ସବୁଠାରୁ ବଡ ଖାଦ୍ୟମନ୍ତ୍ରୀ (ଅନ୍ନଦାତା) ତ ହେଉଛନ୍ତି ଶିବବାବା । ଯିଏକି ଏତେ ଖାଦ୍ୟଶସ୍ୟ ଦେଉଛନ୍ତି ଯାହାକି ସ୍ୱର୍ଗରେ କେବେ ବି କିଛି ଅଭାବ ରହିବ ନାହିଁ । ଏବେ ତୁମେ ସଂଗମଯୁଗରେ ଅଛ । ସାରା ସୃଷ୍ଟି ଚକ୍ରର ଜ୍ଞାନ ତୁମମାନଙ୍କ ବୁଦ୍ଧିରେ ଅଛି, ସେଥିପାଇଁ ତୁମକୁ ସ୍ୱଦର୍ଶନ ଚକ୍ରଧାରୀ କୁହାଯାଉଛି । ବାକି ଭାରତ ବର୍ତ୍ତମାନ ଅପବିତ୍ର ହୋଇଯାଇଛି । ବୁଦ୍ଧିମାନ ଶିବବାବା ଆସି ବୁଦ୍ଧିମାନ କରୁଛନ୍ତି, ଏକଥା କେବଳ ତୁମେମାନେ ହିଁ ଜାଣିଛ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏକମାତ୍ର ବାବାଙ୍କୁ ସାଥୀ କରି ତୁମ ସହିତ ବସିବି, ତୁମ ଠାରୁ ଶୁଣିବି, ତୁମ ସହିତ ଖାଇବି.... ଏହିଭଳି ଅନୁଭବ କରିବାକୁ ହେବ । କୁସାଙ୍ଗକୁ ଛାଡି ସତ୍ୟ ପିତାଙ୍କର ସାଙ୍ଗରେ ରହିବାକୁ ହେବ ।

(୨) କର୍ମର ହିସାବ ଖାତାକୁ ଯୋଗର ଯାତ୍ରା ଏବଂ କର୍ମଭୋଗ ଦ୍ୱାରା ଚୁକ୍ତ କରି ସମ୍ପୂର୍ଣ୍ଣ ପବିତ୍ର ହେବାକୁ ପଡିବ । ସଂଗମଯୁଗରେ ନିଜକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବାକୁ ହେବ ।


ବରଦାନ:-
ବିନ୍ଦୁ ସ୍ୱରୂପରେ ସ୍ଥିତ ହୋଇ ମନ ବୁଦ୍ଧିକୁ ନକାରାତ୍ମକ ବିଚାରର ପ୍ରଭାବରୁ ମୁକ୍ତ ରଖୁଥିବା ବିଶେଷ ଆତ୍ମା ହୁଅ ।

ଯେପରି କୌଣସି ଋତୁର ପ୍ରଭାବରୁ ରକ୍ଷା ପାଇବା ପାଇଁ ସେହି ଅନୁସାରେ ଧ୍ୟାନ ଦେବାକୁ ପଡିଥାଏ ଯଥା ବର୍ଷାରୁ ରକ୍ଷା ପାଇବା ପାଇଁ ଛତା, ରେନ୍କୋର୍ଟ ଇତ୍ୟାଦିର ବ୍ୟବସ୍ଥା କରିଥାଅ, ଥଣ୍ଡାରୁ ରକ୍ଷା ପାଇବା ପାଇଁ ଗରମ ପୋଷାକର ବ୍ୟବସ୍ଥା କରିଥାଅ, ସେହିପରି ବର୍ତ୍ତମାନ ସମୟରେ ମନ ବୁଦ୍ଧିରେ ନକାରାତ୍ମକ ଭାବନା ଏବଂ କାମନା ଉତ୍ପନ୍ନ କରିବାର ବିଶେଷ କାର୍ଯ୍ୟ ମାୟା କରୁଛି ଯେଉଁଥିରୁ ରକ୍ଷା ପାଇବା ପାଇଁ ବିଶେଷ ସୁରକ୍ଷାର ଉପାୟ ଅବଲମ୍ବନ କର । ଏହାର ସହଜ ଉପାୟ ହେଲା ଏକମାତ୍ର ବିନ୍ଦୁ ସ୍ୱରୂପରେ ସ୍ଥିତ ହେବା । ଆଶ୍ଚର୍ଯ୍ୟ ଏବଂ ପ୍ରଶ୍ନବାଚକ ଚିହ୍ନ ପରିବର୍ତ୍ତେ ବିନ୍ଦୁ ଲଗାଇବା ଅର୍ଥାତ୍ ବିଶେଷ ଆତ୍ମା ହେବା ।

ସ୍ଲୋଗାନ:-
ଆଜ୍ଞାକାରୀ ତାଙ୍କୁ କୁହାଯିବ ଯିଏକି ପ୍ରତ୍ୟେକ ସଂକଳ୍ପ, ବାଣୀ ଏବଂ କର୍ମରେ ଆଜ୍ଞା ହଁ କରିଥାନ୍ତି ।