01.04.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ଏସବୁ ବିନାଶ ହେବାକୁ ଯାଉଛି, ସେଥିପାଇଁ ଏହାପ୍ରତି ବେହଦର ବୈରାଗ୍ୟ ଭାବନା ରଖ, ବାବା ତୁମମାନଙ୍କ ପାଇଁ ନୂଆ ଦୁନିଆ ସ୍ଥାପନ କରୁଛନ୍ତି ।

ପ୍ରଶ୍ନ:-
ତୁମେମାନେ ଶାନ୍ତିରେ ବସିବାର ଅଭ୍ୟାସ କରୁଛ, ଏଥିରେ କେଉଁ ରହସ୍ୟ ଲୁକ୍କାୟିତ ହୋଇ ରହିଛି ?

ଉତ୍ତର:-
ଯେତେବେଳେ ତୁମେ ଶାନ୍ତିରେ ବସୁଛ ସେତେବେଳେ ଶାନ୍ତିଧାମକୁ ମନେପକାଉଛ । ତୁମେ ଜାଣିଛ ନିରବ ରହିବା ଅର୍ଥାତ୍ ଶାନ୍ତିରେ ରହିବା ଅର୍ଥାତ୍ ଜିଇଁ ଥାଉ ଥାଉ ମରିବା । ଏଠାରେ ବାବା ତୁମକୁ ସତଗୁରୁ ରୂପରେ ନିରବତାରେ ରହିବା ଶିଖାଉଛନ୍ତି । ତୁମେମାନେ ନିରବ ରହି ନିଜର ବିକର୍ମକୁ ଦଗ୍ଧ କରୁଛ । ତୁମ ଭିତରେ ଏହି ଜ୍ଞାନ ଅଛି ଯେ ଏବେ ଆମକୁ ଘରକୁ ଯିବାକୁ ହେବ । ଅନ୍ୟ ସତସଙ୍ଗଗୁଡିକରେ ଶାନ୍ତିରେ ବସୁଛନ୍ତି କିନ୍ତୁ ସେମାନଙ୍କ ଭିତରେ ଶାନ୍ତିଧାମକୁ ଯିବାର ଜ୍ଞାନ ନାହିଁ ।

ଓମ୍ ଶାନ୍ତି ।
ମିଠା ମିଠା ସିକିଲଧା ଆତ୍ମିକ ପିଲାମାନଙ୍କ ପ୍ରତି ଶିବବାବା କହୁଛନ୍ତି । ଗୀତାରେ ଶ୍ରୀକୃଷ୍ଣ ଉବାଚ ଲେଖାଯାଇଛି..., କିନ୍ତୁ ପ୍ରକୃତରେ ତାହା ହେଉଛି ଶିବ ଭଗବାନୁବାଚ, କୃଷ୍ଣଙ୍କୁ ବାବା ବୋଲି କୁହାଯାଇପାରିବ ନାହିଁ । ଭାରତବାସୀ ଜାଣିଛନ୍ତି ଯେ ଆମର ଲୌକିକ ଏବଂ ପାରଲୌକିକ ଦୁଇଜଣ ପିତା ଅଛନ୍ତି । ପାରଲୌକିକଙ୍କୁ ପରମପିତା କୁହାଯାଏ । ଲୌକିକ ପିତାଙ୍କୁ ତ ପରମପିତା କୁହାଯାଇପାରିବ ନାହିଁ । ତୁମମାନଙ୍କୁ କୌଣସି ଲୌକିକ ପିତା ବୁଝାଉନାହାନ୍ତି । ପାରଲୌକିକ ପିତା ହିଁ ପାରଲୌକିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ପ୍ରଥମେ ପ୍ରଥମେ ତୁମେ ଶାନ୍ତିଧାମକୁ ଯାଉଛ, ଯାହାକୁ ମୁକ୍ତିଧାମ, ନିର୍ବାଣଧାମ ଅଥବା ବାନପ୍ରସ୍ଥୀମାନଙ୍କ ସ୍ଥାନ ମଧ୍ୟ କହୁଛ । ବାବା କହୁଛନ୍ତି- ପିଲାମାନେ, ଏବେ ତୁମକୁ ଶାନ୍ତିଧାମକୁ ଯିବାକୁ ହେବ । କେବଳ ବାବାଙ୍କୁ ହିଁ ଶାନ୍ତିର ସ୍ତମ୍ଭ ବୋଲି କୁହାଯାଏ । ତେଣୁ ତୁମମାନଙ୍କୁ ଏଠାରେ ପ୍ରଥମେ ଶାନ୍ତିରେ ବସିବାକୁ ହେବ । ସତସଙ୍ଗଗୁଡିକରେ ମଧ୍ୟ ପ୍ରଥମେ ଶାନ୍ତିରେ ବସିଥାନ୍ତି, କିନ୍ତୁ ସେମାନଙ୍କୁ ଶାନ୍ତିଧାମର ଜ୍ଞାନ ନାହିଁ । ତୁମେମାନେ ଜାଣିଛ ଏବେ ଆମ ଆତ୍ମାମାନଙ୍କୁ ଏହି ପୁରୁଣା ଶରୀର ତ୍ୟାଗ କରି ଘରକୁ ଯିବାକୁ ହେବ । କୌଣସି ବି ସମୟରେ ଆତ୍ମା ଏହି ଶରୀରରକୁ ତ୍ୟାଗ କରିଦେବ ସେଥିପାଇଁ ବାବା ଯାହା ପଢ଼ାଉଛନ୍ତି ତାକୁ ଭଲ ଭାବରେ ପଢ଼ିବାକୁ ହେବ । ସିଏ ହିଁ ହେଉଛନ୍ତି ପରମଶିକ୍ଷକ ମଧ୍ୟ, ତ ସଦଗତି ଦାତା ଗୁରୁ ମଧ୍ୟ, ତେଣୁ ତାଙ୍କ ସାଥିରେ ହିଁ ଯୋଗ ଲଗାଇବାକୁ ହେବ । ଇଏ ଜଣେ ହିଁ ତିନୋଟି ଯାକ ସେବା କରୁଛନ୍ତି । ଏହିଭଳି ସେବା ଅନ୍ୟ କେହି ବି କରିପାରିବେ ନାହିଁ । ଏହି ଏକମାତ୍ର ବାବା ଗହନ ଶାନ୍ତିରେ ରହିବାର ଶିକ୍ଷା ଦେଉଛନ୍ତି । ତେବେ ଜିଇଁ ଥାଉ ଥାଉ ମରିଯିବାକୁ ହିଁ ପରମଶାନ୍ତି ବୋଲି କୁହାଯାଏ । ତୁମେ ଜାଣିଛ ଏବେ ଆମକୁ ଶାନ୍ତିଧାମ ଘରକୁ ଯିବାକୁ ହେବ । ତେବେ ଯେପର୍ଯ୍ୟନ୍ତ ଆତ୍ମାମାନେ ପବିତ୍ର ହୋଇନାହାନ୍ତି, ସେପର୍ଯ୍ୟନ୍ତ ଘରକୁ କେହି ଫେରି ଯାଇପାରିବେ ନାହିଁ । କିନ୍ତୁ ସମସ୍ତଙ୍କୁ ତ ଯିବାକୁ ପଡିବ ସେଥିପାଇଁ ପାପ କର୍ମର ଦଣ୍ଡ ଶେଷ ସମୟରେ ମିଳୁଛି, ପୁଣି ପଦ ମଧ୍ୟ ଭ୍ରଷ୍ଟ ହୋଇଯାଉଛି । ତେଣୁ ପଦ ଭ୍ରଷ୍ଟ ହେବା ସହିତ ଲାତ ମଧ୍ୟ ଖାଇବାକୁ ପଡୁଛି କାରଣ ମାୟାଠାରୁ ହାରିଯାଉଛନ୍ତି । ବାବା ମାୟା ଉପରେ ବିଜୟ ପ୍ରାପ୍ତ କରାଇବା ପାଇଁ ଆସୁଛନ୍ତି । କିନ୍ତୁ ଅବହେଳାପଣିଆର ଶିକାର ହେବା କାରଣରୁ ବାବାଙ୍କୁ ମନେପକାଉନାହାନ୍ତି । ଏଠାରେ ତ ଏକମାତ୍ର ବାବାଙ୍କୁ ହିଁ ମନେପକାଇବାକୁ ହେବ । ଭକ୍ତିମାର୍ଗରେ ମଧ୍ୟ ଏଣେତେଣେ ବହୁତ ଘୂରି ବୁଲୁଛନ୍ତି, ଯାହାଙ୍କ ସାମ୍ନାରେ ମୁଣ୍ଡ ନୁଆଁଉଛନ୍ତି ତାଙ୍କୁ ହିଁ ଜାଣିନାହାନ୍ତି । ତେବେ ବାବା ଆସି ଏତେ ତେଣେ ଘୂରି ବୁଲିବାରୁ ମୁକ୍ତ କରୁଛନ୍ତି । ଜ୍ଞାନକୁ ଦିନ ଏବଂ ଭକ୍ତିକୁ ରାତି ବୋଲି କୁହାଯାଏ । ରାତିରେ ହିଁ ଧକ୍କା ଖାଇଥାନ୍ତି । ଜ୍ଞାନ ଦ୍ୱାରା ଦିନ ଅର୍ଥାତ୍ ସତ୍ୟଯୁଗ-ତ୍ରେତାଯୁଗ । ଭକ୍ତି ଅର୍ଥାତ୍ ରାତି, ଦ୍ୱାପରଯୁଗ- କଳିଯୁଗ । ଏହା ହିଁ ହେଉଛି ଡ୍ରାମାର ଅବଧି । ଅଧା ସମୟ ଦିନ ଏବଂ ଆଉ ଅଧା ସମୟ ରାତି ଅର୍ଥାତ୍ ବ୍ରହ୍ମାକୁମାର କୁମାରୀମାନଙ୍କର ଦିନ ଏବଂ ରାତି । ଏହା ହେଉଛି ବେହଦର କଥା । ଅବିନାଶୀ ପିତା ଅବିନାଶୀ ସଙ୍ଗମରେ ହିଁ ଆସୁଛନ୍ତି ସେଥିପାଇଁ ଶିବରାତ୍ରି ପାଳନ ହେଉଛି । ମନୁଷ୍ୟ ଏକଥା ବୁଝୁନାହାନ୍ତି ଯେ ଶିବରାତ୍ରି କାହାକୁ କୁହାଯାଏ ? ତୁମମାନଙ୍କ ବ୍ୟତୀତ ଅନ୍ୟ କେହି ଜଣେ ହେଲେ ମଧ୍ୟ ଶିବରାତ୍ରିର ମହତ୍ତ୍ୱକୁ ଜାଣିନାହାନ୍ତି କାରଣ ଏହା ହେଉଛି କଳିଯୁଗ ଏବଂ ସତ୍ୟଯୁଗର ମଝି ସମୟ । ଯେତେବେଳେ ରାତ୍ରି ଶେଷ ହୋଇ ଦିନ ଆରମ୍ଭ ହୁଏ ସେହି ସମୟକୁ ପୁରୁଷୋତ୍ତମ ସଂଗମଯୁଗ କୁହାଯାଏ । ଏହା ପୁରୁଣା ଦୁନିଆ ଏବଂ ନୂଆ ଦୁନିଆର ମଝି ସମୟ । ବାବା ଆସୁଛନ୍ତି ମଧ୍ୟ ପୁରୁଷୋତ୍ତମ ସଙ୍ଗମଯୁଗରେ । ଏମିତି ନୁହେଁ ଯେ ଯୁଗେ ଯୁଗେ ଆସୁଛନ୍ତି । ସତ୍ୟଯୁଗ-ତ୍ରେତାଯୁଗର ସଙ୍ଗମକୁ ମଧ୍ୟ ସଙ୍ଗମଯୁଗ କହିଦେଉଛନ୍ତି । କିନ୍ତୁ ବାବା କହୁଛନ୍ତି ଏହା ଭୁଲ୍ ଅଟେ ।

ଶିବବାବା କହୁଛନ୍ତି ମୋତେ ମନେପକାଅ ତେବେ ତୁମର ପାପ ବିନାଶ ହୋଇଯିବ ଏହାକୁ ହିଁ ଯୋଗଅଗ୍ନି କୁହାଯାଏ । ତୁମେ ସମସ୍ତେ ବ୍ରାହ୍ମଣ ନା । ତୁମେ ଅନ୍ୟମାନଙ୍କୁ ପବିତ୍ର ହେବାପାଇଁ ଯୋଗ ଶିଖାଉଛ । ଦୁନିଆର ବ୍ରାହ୍ମଣମାନେ ତ କାମ ଅଗ୍ନିରେ ଜଳିବାର ରାସ୍ତା ଦେଖାଉଛନ୍ତି ଅର୍ଥାତ୍ ବିକାରୀ କରାଉଛନ୍ତି । ତେଣୁ ସେହି ବ୍ରାହ୍ମଣ ଏବଂ ତୁମମାନଙ୍କ ଭିତରେ ରାତି ଦିନର ପାର୍ଥକ୍ୟ ରହିଛି । ସେମାନେ ହେଉଛନ୍ତି କୋଳ ବଂଶାବଳୀ, ତୁମେମାନେ ହେଉଛ ମୁଖ ବଂଶାବଳୀ । ତେଣୁ ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝାଇବାକୁ ହେବ । ଏମିତି ବି ଯଦି କେହି ଆସୁଛନ୍ତି ତେବେ ତାଙ୍କୁ ବୁଝାଇବାକୁ ପଡୁଛି ଯେ ଅବିନାଶୀ ପିତାଙ୍କୁ ମନେପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ ଏବଂ ଅବିନାଶୀ ସମ୍ପତ୍ତି ମିଳିଯିବ । ତା ସହିତ ଯେତେ ଯେତେ ନିଜେ ଦୈବୀଗୁଣ ଧାରଣ କରିବ, ଅନ୍ୟମାନଙ୍କୁ ମଧ୍ୟ ଧାରଣ କରାଇପାରିବ ସେତେ ଉଚ୍ଚପଦ ପ୍ରାପ୍ତ କରିବ । ବାବା ତ ପତିତମାନଙ୍କୁ ପବିତ୍ର କରିବାପାଇଁ ହିଁ ଆସୁଛନ୍ତି । ତେଣୁ ତୁମମାନଙ୍କୁ ମଧ୍ୟ ଏହି ସେବା କରିବାକୁ ହେବ । ବର୍ତ୍ତମାନ ତ ସମସ୍ତେ ପତିତ । ଗୁରୁମାନେ କେବେ ବି କାହାକୁ ପବିତ୍ର କରିପାରିବେ ନାହିଁ । ପତିତ-ପାବନ ନାମ ହେଉଛି କେବଳ ଶିବବାବାଙ୍କର । ସିଏ ଏହି ଭାରତରେ ହିଁ ଆସୁଛନ୍ତି । ଯେତେବେଳେ ଡ୍ରାମା ଅନୁସାରେ ସମସ୍ତେ ସମ୍ପୂର୍ଣ୍ଣ ପତିତ ହୋଇଯାଉଛନ୍ତି, ସେତେବେଳେ ବାବା ଆସୁଛନ୍ତି । ବାବା ପ୍ରଥମେ ତୁମମାନଙ୍କୁ ଅଲଫର ଅର୍ଥ ବୁଝାଉଛନ୍ତି । କହୁଛନ୍ତି ମୋତେ ମନେପକାଅ । ତୁମେ ତାଙ୍କୁ ପତିତ ପାବନ କହୁଛ ନା । ତେବେ ଆତ୍ମିକ ପିତାଙ୍କୁ ହିଁ ପତିତ-ପାବନ ବୋଲି କୁହାଯାଏ । ହେ ଭଗବାନ ଅଥବା ହେ ବାବା ବୋଲି ସମସ୍ତେ କହୁଛନ୍ତି ନା । କିନ୍ତୁ ତାଙ୍କର ପରିଚୟ କାହାକୁ ହେଲେ ଜଣାନାହିଁ । ଏବେ ତୁମେ ସଙ୍ଗମଯୁଗୀମାନଙ୍କୁ ହିଁ ତାଙ୍କର ପରିଚୟ ମିଳିଛି । ଦୁନିଆରେ ସମସ୍ତେ ହେଉଛନ୍ତି ନର୍କବାସୀ । କିନ୍ତୁ ତୁମେମାନେ ନର୍କବାସୀ ନୁହଁ । ହଁ, ଯଦି କେହି ମାୟାଠାରୁ ହାରିଯାଉଛନ୍ତି ତେବେ ସିଏ ଏକଦମ୍ ତଳକୁ ଖସିଯାଉଛନ୍ତି ଅର୍ଥାତ୍ ନର୍କବାସୀ ହୋଇଯାଉଛନ୍ତି । କରିଥିବା ରୋଜଗାର ସବୁ ସମାପ୍ତ ହୋଇଯାଉଛି । ତେଣୁ ମୂଳକଥା ହେଉଛି ପତିତରୁ ପବିତ୍ର ହେବା । ଏହା ହେଉଛି ହିଁ ପତିତ ଦୁନିଆ । ତାହା ହେଉଛି ପବିତ୍ର ଦୁନିଆ, ନୂଆ ଦୁନିଆ, ଯେଉଁଠାରେ ଦେବତାମାନେ ରାଜ୍ୟ କରିଥାନ୍ତି । ଏବେ ତୁମମାନଙ୍କୁ ଏସବୁକିଛି ଜଣାପଡିଗଲାଣି । ପ୍ରଥମେ ପ୍ରଥମେ ଦେବତାମାନେ ହିଁ ସବୁଠାରୁ ଅଧିକ ଜନ୍ମ ନେଉଛନ୍ତି । ସେଥିରେ ମଧ୍ୟ ଯେଉଁମାନେ ସୂର୍ଯ୍ୟବଂଶୀ ଆତ୍ମା, ସେମାନେ ପ୍ରଥମେ ଆସନ୍ତି ଏବଂ ସେହିମାନେ ହିଁ ୨୧ ପିଢ଼ି ପର୍ଯ୍ୟନ୍ତ ସମ୍ପତ୍ତି ପ୍ରାପ୍ତ କରନ୍ତି । ତେବେ ପବିତ୍ରତା-ସୁଖ-ଶାନ୍ତି ହିଁ ହେଉଛି ବେହଦର ସମ୍ପତ୍ତି । ସତ୍ୟଯୁଗକୁ ସମ୍ପୂର୍ଣ୍ଣ ସୁଖଧାମ କୁହାଯାଏ । ତ୍ରେତାଯୁଗ ହେଉଛି ଆଂଶିକ ସୁଖ କାରଣ ସେଠାରେ ଦୁଇକଳା କମ୍ ହୋଇଯାଉଛି । ତେବେ କଳା କମ୍ ହେବା ଦ୍ୱାରା ଶକ୍ତି ମଧ୍ୟ କମ୍ ହୋଇଯାଏ । ଚନ୍ଦ୍ରର ମଧ୍ୟ କଳା କମିଗଲେ ଆଲୋକ କମିଯାଏ । ଶେଷରେ ଛୋଟ ଗାର ସଦୃଶ ରହିଯାଏ । ସମ୍ପୂର୍ଣ୍ଣ ଶୂନ୍ୟ ହୁଏନାହିଁ । ସେହିଭଳି ତୁମର ମଧ୍ୟ ଶୂନ୍ୟ ହୁଏନାହିଁ । ଏହାକୁ ହିଁ କୁହାଯାଏ ଅଟାରେ ଲୁଣର ଯେତିକି ପରିମାଣ ।

ବାବା ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି । ଏହା ହେଉଛି ଆତ୍ମା ଏବଂ ପରମାତ୍ମାଙ୍କର ମେଳା । ଏହାକୁ ବୁଦ୍ଧି ଦ୍ୱାରା ହିଁ ଜାଣିବାକୁ ହୋଇଥାଏ । ତେବେ ପରମାତ୍ମା କେବେ ଆସୁଛନ୍ତି ? ଯେତେବେଳେ ଦୁନିଆରେ ବହୁତ ଆତ୍ମା ଅର୍ଥାତ୍ ବହୁତ ମନୁଷ୍ୟ ହୋଇଯାଆନ୍ତି ସେତେବେଳେ ପରମାତ୍ମା ମିଳନ ମେଳା କରିବା ପାଇଁ ଆସନ୍ତି । ତେବେ ଆତ୍ମାମାନଙ୍କର ଏବଂ ପରମାତ୍ମାଙ୍କର ମେଳା କାହିଁକି ହୁଏ ? ଦୁନିଆରେ ଯେତେ ସବୁ ମେଳା ହେଉଛି ତାହା ମଇଳା ହେବା ପାଇଁ । ବର୍ତ୍ତମାନ ସମୟରେ ତୁମେ ସୃଷ୍ଟିରୂପି ବଗିଚାର ମାଲିକଙ୍କ ଦ୍ୱାରା କଣ୍ଟାରୁ ଫୁଲ ହେଉଛ । ତେବେ କିପରି ହେଉଛ ? ଯୋଗ ବଳ ଆଧାରରେ । ବାବାଙ୍କୁ ସର୍ବଶକ୍ତିମାନ କୁହାଯାଏ ନା । ଯେମିତି ବାବା ସର୍ବଶକ୍ତିମାନ, ସେହିପରି ରାବଣ ମଧ୍ୟ କିଛି କମ୍ ଶକ୍ତିମାନ ନୁହେଁ । ବାବା ନିଜେ ମଧ୍ୟ କହୁଛନ୍ତି ଯେ ମାୟା ବହୁତ ବଳବାନ୍, ବହୁତ ଚତୁର । କେତେକ ସନ୍ତାନ କହୁଛନ୍ତି ବାବା ମୁଁ ଆପଣଙ୍କୁ ମନେପକାଉଛି, କିନ୍ତୁ ମାୟା ଆପଣଙ୍କ ସ୍ମୃତିକୁ ଭୁଲାଇଦେଉଛି । ତେଣୁ ପରସ୍ପରର ଶତ୍ରୁ ହେଲେ ନା । ବାବା ଆସି ମାୟା ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି, ପୁଣି ମାୟା ହରାଇଦେଉଛି । ଶାସ୍ତ୍ରରେ ଦେବତା ଏବଂ ଅସୁରମାନଙ୍କ ଭିତରେ ଯୁଦ୍ଧ ହୋଇଥିଲା ବୋଲି ଦେଖାଇଛନ୍ତି ନା । କିନ୍ତୁ ବାସ୍ତବରେ ଏଭଳି କିଛି ହେଉନାହିଁ । ଯୁଦ୍ଧ ତ ବର୍ତ୍ତମାନ ହେଉଛି । ତୁମେ ବାବାଙ୍କୁ ମନେପକାଉଛ ତେଣୁ ଦେବତା ହୋଇଯାଉଛ । ମାୟା ଯୋଗରେ ବିଘ୍ନ ପକାଇଥାଏ, ପାଠପଢ଼ାରେ ନୁହେଁ । ତେବେ ଯୋଗରେ ହିଁ ବିଘ୍ନ ପଡିଥାଏ । ମାୟା ବାରମ୍ବାର ଭୁଲାଇଦେଉଛି ନା । ଦେହ-ଅଭିମାନୀ ହେବା ଦ୍ୱାରା ମାୟାର ଚାପୁଡା ଲାଗିଯାଉଛି । ଯେଉଁମାନେ କାମ ବିକାରରେ ବଶୀଭୂତ ହୋଇ ରହିଛନ୍ତି ସେମାନଙ୍କ ପାଇଁ ବହୁତ କଡା ଶବ୍ଦ କୁହାଯାଇଥାଏ । ଏହା ହେଉଛି ହିଁ ରାବଣ ରାଜ୍ୟ । ବାବା ଏଠାରେ ପବିତ୍ର ହେବା ପାଇଁ ବୁଝାଯାଉଛନ୍ତି ତଥାପି ମଧ୍ୟ ପବିତ୍ର ହେଉନାହାନ୍ତି । ବାବା କହୁଛନ୍ତି- ପିଲାମାନେ, ବିକାରଗ୍ରସ୍ତ ହୁଅ ନାହିଁ, କଳା ମୁହଁ କରନାହିଁ । ତଥାପି ମଧ୍ୟ ଲେଖୁଛନ୍ତି ବାବା ମୋତେ ମାୟା ହରାଇଦେଲା ଅର୍ଥାତ୍ କଳା ମୁହଁ କରିଦେଲି । ଗୋରା ଏବଂ କଳା ଅକ୍ଷର ରହିଛି ନା । ବିକାରୀମାନେ କଳା (ପତିତ) ଅଟନ୍ତି ଏବଂ ନିର୍ବିକାରୀମାନେ ଗୋରା (ପବିତ୍ର) ଅଟନ୍ତି । ଶ୍ୟାମ ସୁନ୍ଦରର ଅର୍ଥ ମଧ୍ୟ ତୁମମାନଙ୍କ ବ୍ୟତୀତ ଦୁନିଆରେ ଆଉ କେହି ଜାଣିନାହାନ୍ତି । କୃଷ୍ଣଙ୍କୁ ମଧ୍ୟ ଶ୍ୟାମ ସୁନ୍ଦର କହୁଛନ୍ତି । ତେଣୁ ବାବା ତାଙ୍କର ଏହି ନାମର ଅର୍ଥକୁ ବୁଝାଉଛନ୍ତି । ସିଏ ସ୍ୱର୍ଗର ପ୍ରଥମ ରାଜକୁମାର ଥିଲେ ନା । ସୁନ୍ଦର ଅର୍ଥାତ୍ ପାବନ । ତେବେ ପାବନ ହେବାରେ ମଧ୍ୟ ଏକ ନମ୍ବରରେ ଉତ୍ତୀର୍ଣ୍ଣ ହେଉଛନ୍ତି । ପୁଣି ପୁନର୍ଜନ୍ମ ନେଇ ନେଇ ତଳକୁ ଖସି ଖସି କଳା ହୋଇଯାଉଛନ୍ତି । ସେଥିପାଇଁ ତାଙ୍କର ନାମ ଶ୍ୟାମ ସୁନ୍ଦର ରଖାଯାଇଛି । ଏହାର ଅର୍ଥକୁ ମଧ୍ୟ ବାବା ବୁଝାଉଛନ୍ତି । ଶିବବାବା ତ ସର୍ବଦା ସୁନ୍ଦର ଅଟନ୍ତି । ସିଏ ଆସି ତୁମମାନଙ୍କୁ ସୁନ୍ଦର କରୁଛନ୍ତି । ପତିତ ଅର୍ଥାତ୍ କଳା, ପବିତ୍ର ଅର୍ଥାତ୍ ସୁନ୍ଦର । ସେଠାରେ ତ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଥାଏ । ତୁମେମାନେ ଏଠାକୁ ସ୍ୱର୍ଗର ମାଲିକ ହେବାପାଇଁ ଆସିଛ । ଗାୟନ ମଧ୍ୟ ରହିଛି- ଶିବ ଭଗବାନୁବାଚ, ମାତାମାନେ ହିଁ ସ୍ୱର୍ଗର ଦ୍ୱାର ଖୋଲୁଛନ୍ତି ସେଥିପାଇଁ ବନ୍ଦେ ମାତରମର ଗାୟନ ହେଉଛି । ଯଦି ବନ୍ଦେ ମାତରମର ଗାୟନ ଅଛି ତେବେ ପିତା ମଧ୍ୟ ନିଶ୍ଚିତ ଭାବରେ ଥିବେ । ତେବେ ବାବା ଏବେ ମାତାମାନଙ୍କର ମହିମାକୁ ବଢ଼ାଉଛନ୍ତି । ସେଥିପାଇଁ ପ୍ରଥମେ ଲକ୍ଷ୍ମୀ, ପଛରେ ନାରାୟଣ ବୋଲି କୁହାଯାଇଥାଏ । କିନ୍ତୁ ଏଠାରେ (କଳିଯୁଗରେ) ପ୍ରଥମେ ମିଷ୍ଟର, ପଛରେ ମିସେସ୍ । ଡ୍ରାମାର ରହସ୍ୟ ହିଁ ଏଭଳି ଭାବରେ ତିଆରି ହୋଇଛି । ରଚୟିତା ବାବା ପ୍ରଥମେ ନିଜର ପରିଚୟ ଦେଉଛନ୍ତି । ଜଣେ ହେଉଛନ୍ତି ହଦର ଲୌକିକ ପିତା, ଅନ୍ୟ ଜଣେ ହେଉଛନ୍ତି ବେହଦର ପାରଲୌକିକ ପିତା । ସମସ୍ତେ ଅବିନାଶୀ ପିତାଙ୍କୁ ମନେପକାଉଛନ୍ତି କାରଣ ତାଙ୍କଠାରୁ ଅବିନାଶୀ ସମ୍ପତ୍ତି ମିଳୁଛି । ଏଠାରେ ବିନାଶୀ ସମ୍ପତ୍ତି ମିଳୁଥିଲେ ମଧ୍ୟ ଅବିନାଶୀ ପିତାଙ୍କୁ ମନେପକାଉଛନ୍ତି । କହୁଛନ୍ତି ବାବା ଆପଣ ଯେତେବେଳେ ଆସିବେ ସେତେବେଳେ ଅନ୍ୟ ସଙ୍ଗଠାରୁ ସମ୍ବନ୍ଧ ତୁଟାଇ କେବଳ ଆପଣଙ୍କ ସହିତ ସମ୍ବନ୍ଧ ଯୋଡିବୁ । ତେବେ ଏକଥା କିଏ କହୁଛି ? ଆତ୍ମା ହିଁ କହୁଛି ନା । ଆତ୍ମା ହିଁ ଏହି କର୍ମେନ୍ଦ୍ରିୟ ଦ୍ୱାରା ଅଭିନୟ କରୁଛି । ପ୍ରତ୍ୟେକ ଆତ୍ମା ଯେପରି ଯେପରି କର୍ମ କରିଥାନ୍ତି ସେହିପରି ସେହିପରି ଜନ୍ମ ନେଇଥାନ୍ତି । ସାହୁକାର ଏବଂ ଗରିବ ହୋଇଥାନ୍ତି । ଏହା ମଧ୍ୟ କର୍ମର ଫଳ ନା । ଏହି ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ହେଉଛନ୍ତି । ତେବେ ଏମାନେ କଣ କର୍ମ କରିଛନ୍ତି, ଏକଥା ତ ତୁମେମାନେ ଜାଣିଛ ତେଣୁ ଅନ୍ୟମାନଙ୍କୁ ମଧ୍ୟ ବୁଝାଇପାରିବ ।

ବାବା କହୁଛନ୍ତି ଏହି ଆଖି ଦ୍ୱାରା ତୁମେ ଯାହା ସବୁ ଦେଖୁଛ, ସେଗୁଡିକ ପ୍ରତି ବୈରାଗ୍ୟ ରଖ କାରଣ ସେସବୁ ବିନାଶ ହୋଇ ଯିବ । ଯେପରି ନୂଆ ଘର ତିଆରି କରିଲେ ପୁରୁଣା ପ୍ରତି ବୈରାଗ୍ୟ ଆସିଥାଏ । ସେମିତି ପିଲାମାନେ କହିବେ ବାବା ଆମମାନଙ୍କ ପାଇଁ ନୂଆ ଘର ତିଆରି କରିଛନ୍ତି, ତେଣୁ ଆମେ ସେଠାକୁ ଯିବୁ । ଏହି ପୁରୁଣା ଘର ତ ଭାଙ୍ଗିଯିବ । ଏସବୁ ହେଉଛି ବେହଦର କଥା । ପିଲାମାନେ ଜାଣିଛନ୍ତି ବାବା ସ୍ୱର୍ଗର ସ୍ଥାପନା କରିବା ପାଇଁ ଆସୁଛନ୍ତି । ଏହା ପୁରୁଣା ଛି ଛି ଦୁନିଆ ନା ।

ତୁମେ ପିଲାମାନେ ଏବେ ତ୍ରିମୂର୍ତ୍ତି ଶିବଙ୍କ ସମ୍ମୁଖରେ ବସିଛ । ତୁମେମାନେ ହିଁ ବିଜୟ ପ୍ରାପ୍ତ କରୁଛ । ବାସ୍ତବରେ ଏହି ତ୍ରିମୂର୍ତ୍ତି ଚିତ୍ର ତୁମର କୁଳ ଚିହ୍ନ ଅଟେ । ତୁମ ବ୍ରାହ୍ମଣମାନଙ୍କର ଏହି କୁଳ ହେଉଛି ସବୁଠାରୁ ଉଚ୍ଚ । ସେଥିପାଇଁ ବ୍ରାହ୍ମଣମାନଙ୍କର ଚୁଟି ଦେଖାଇଥାନ୍ତି ନା । ଏବେ ରାଜତ୍ତ୍ୱ ସ୍ଥାପନ ହେଉଛି । ତେଣୁ ଏହି ଚିହ୍ନକୁ ତୁମେ ବ୍ରାହ୍ମଣମାନେ ହିଁ ଜାଣିଛ । ଶିବବାବା ଆମକୁ ଦେବୀ-ଦେବତା କରିବା ପାଇଁ ବ୍ରହ୍ମାଙ୍କ ଦ୍ୱାରା ରାଜଯୋଗର ପାଠ ପଢ଼ାଉଛନ୍ତି । ବିନାଶ ତ ନିଶ୍ଚିତ ହେବ । ଦୁନିଆ ଯେତେବେଳେ ତମୋପ୍ରଧାନ ହୋଇଯାଉଛି ତେବେ ବିନାଶ ହେବା ପାଇଁ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ସହଯୋଗ କରୁଛି । ଏହି ବୁଦ୍ଧି ବିଜ୍ଞାନର କେତେ କରାମତି ଦେଖାଉଛି । ବାସ୍ତବରେ ପେଟରୁ କୌଣସି ମୁଶଳ (କ୍ଷେପଣାସ୍ତ୍ର) ବାହାରିନଥିଲା । ଏହି ବିଜ୍ଞାନ ହିଁ ସାରା କୁଳର ବିନାଶ କରୁଛି । ବାବା ତୁମମାନଙ୍କୁ ବୁଝାଇଛନ୍ତି ଯେ ସର୍ବୋଚ୍ଚ ହେଉଛନ୍ତି ଶିବବାବା । ପୂଜା ମଧ୍ୟ ଏକମାତ୍ର ଶିବବାବାଙ୍କର ଏବଂ ଦେବତାମାନଙ୍କର କରିବା ଆବଶ୍ୟକ । ତୁମ ବ୍ରାହ୍ମଣମାନଙ୍କର ପୂଜା ହୋଇପାରିବ ନାହିଁ କାରଣ ତୁମର ଆତ୍ମା ଯଦିଓ ପବିତ୍ର କିନ୍ତୁ ଶରୀର ତ ପବିତ୍ର ନୁହେଁ, ସେଥିପାଇଁ ବ୍ରାହ୍ମଣମାନେ ପୂଜନ ଯୋଗ୍ୟ ହୋଇପାରିବେ ନାହିଁ । ତୁମେମାନେ ମହିମାଯୋଗ୍ୟ ଅଟ । ପୁଣି ଯେତେବେଳେ ତୁମେ ଦେବତା ହେଉଛ ସେତେବେଳେ ଆତ୍ମା ମଧ୍ୟ ପବିତ୍ର ଏବଂ ଶରୀର ମଧ୍ୟ ନୂଆ ଅର୍ଥାତ୍ ପବିତ୍ର ମିଳୁଛି । ବର୍ତ୍ତମାନ ସମୟରେ ତୁମେ ମହିମାଯୋଗ୍ୟ ଅଟ । ସେଥିପାଇଁ ବନ୍ଦେ ମାତରମ୍ ଗାୟନ ହେଉଛି ନା । ତେବେ ମାତାମାନଙ୍କର ସେନା କଣ କରିଛନ୍ତି ? ମାତାମାନେ ହିଁ ସମସ୍ତଙ୍କୁ ଶ୍ରୀମତ ଅନୁସାରେ ଜ୍ଞାନ ଦେଉଛନ୍ତି, ସମସ୍ତଙ୍କୁ ଜ୍ଞାନର ଅମୃତ ପାନ କରାଉଛନ୍ତି । ଜ୍ଞାନକୁ ଯଥାର୍ଥ ଭାବେ ତୁମେମାନେ ହିଁ ବୁଝୁଛ । ଶାସ୍ତ୍ରଗୁଡିକରେ ତ ବହୁତ କାହାଣୀ ଲେଖା ଦିଆଯାଇଛି ଏବଂ ଦୁନିଆରେ ତାହା ହିଁ ଶୁଣାଉଛନ୍ତି । କେବଳ ତୁମେମାନେ ହିଁ ସତ୍ୟ ସତ୍ୟ କହି ଚାଲିଛ । ଯଦି ତୁମେ ବସି ଅନ୍ୟମାନଙ୍କୁ ଶୁଣାଇବ ତେବେ ସେମାନେ ମଧ୍ୟ ସତ୍ୟ ସତ୍ୟ କହିବେ । ଏବେ ତ ତୁମେମାନେ ସତ୍ୟ ସତ୍ୟ କହିପାରିବ ନାହିଁ । କାରଣ ବର୍ତ୍ତମାନ ମନୁଷ୍ୟମାନେ ଏମିତି ପଥରବୁଦ୍ଧି ହୋଇଯାଇଛନ୍ତି, ସେମାନେ ଯାହା ଶୁଣୁଛନ୍ତି ସେସବୁକୁ ସତ୍ୟ ସତ୍ୟ ବୋଲି କହିବାରେ ଲାଗିଛନ୍ତି । ପଥରବୁଦ୍ଧି ଏବଂ ପାରସବୁଦ୍ଧିର ଗାୟନ ମଧ୍ୟ ରହିଛି ନା । ପାରସବୁଦ୍ଧି ଅର୍ଥାତ୍ ପାରସନାଥ । ନେପାଳରେ ପାରସନାଥଙ୍କର ଚିତ୍ର ରହିଛି ନା । କିନ୍ତୁ ପାରସପୁରୀର ନାଥ ହେଉଛନ୍ତି ଏହି ଲକ୍ଷ୍ମୀ ନାରାୟଣ । ବର୍ତ୍ତମାନ ୟାଙ୍କର ହିଁ ରାଜଧାନୀ ସ୍ଥାପନ ହେଉଛି । ତେବେ ମୂଳ କଥା ହେଉଛି ରଚୟିତା ଏବଂ ରଚନାର ରହସ୍ୟକୁ ଜାଣିବା, ଯାହାକୁ ଋଷି ମୁନିମାନେ ମଧ୍ୟ ନେତି ନେତି ବୋଲି କହିଯାଇଛନ୍ତି । ଏବେ ତୁମେ ବାବାଙ୍କ ଦ୍ୱାରା ସବୁକିଛି ଜାଣୁଛ ଅର୍ଥାତ୍ ଆସ୍ତିକ ହେଉଛ । ମାୟା ରାବଣ ହିଁ ତୁମକୁ ନାସ୍ତିକ କରିଦେଇଥାଏ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସର୍ବଦା ଏହି ସ୍ମୃତି ରହୁ ଯେ ଆମେ ବ୍ରହ୍ମା ମୁଖବଂଶାବଳୀ ବ୍ରାହ୍ମଣ ଅଟୁ, ଆମର କୁଳ ସବୁଠାରୁ ଉଚ୍ଚ । ତେଣୁ ଆମକୁ ନିଜେ ପବିତ୍ର ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ପବିତ୍ର କରିବାକୁ ହେବ । ପତିତ-ପାବନ ବାବାଙ୍କର ସହଯୋଗୀ ହେବାକୁ ପଡିବ ।

(୨) ଯୋଗ କରିବାରେ କେବେ ଅବହେଳା କରିବାର ନାହିଁ । ଦେହ-ଅଭିମାନ କାରଣରୁ ହିଁ ମାୟା ଯୋଗରେ ବିଘ୍ନ ପକାଉଛି । ସେଥିପାଇଁ ପ୍ରଥମେ ଦେହ-ଅଭିମାନକୁ ଛାଡିବାକୁ ହେବ । ଯୋଗ ଅଗ୍ନି ଦ୍ୱାରା ପାପ ନାଶ କରିବାକୁ ହେବ ।

ବରଦାନ:-
ମାୟାର ବିକରାଳ ରୂପର ଖେଳକୁ ସାକ୍ଷୀ ହୋଇ ଦେଖୁଥିବା ମାୟାଜିତ୍ ଆତ୍ମା ହୁଅ ।

ଯେଉଁମାନେ ମାୟାକୁ ସ୍ୱାଗତ କରନ୍ତି ସେମାନେ ମାୟାର ବିକରାଳ ରୂପକୁ ଦେଖି ବିଚଳିତ ହୁଅନ୍ତି ନାହିଁ । ସାକ୍ଷୀ ହୋଇ ଖେଳ ଦେଖିବା ଦ୍ୱାରା ମଜା ଲାଗିଥାଏ କାରଣ ମାୟାର ବାହ୍ୟ ରୂପ ସିଂହ ଭଳି ହୋଇଥାଏ କିନ୍ତୁ ତା ଭିତରେ ବିଲେଇ ଭଳି ମଧ୍ୟ ଶକ୍ତି ନଥାଏ । କେବଳ ତୁମେ ବିଚଳିତ ହୋଇ ତାକୁ ବଡ କରିଦେଉଛ- କଣ କରିବି, କିପରି ହେବ... କିନ୍ତୁ ଏହି ଶିକ୍ଷାକୁ ସର୍ବଦା ମନେରଖ ଯେ ଯାହାକିଛି ହେଉଛି ତାହା ଭଲ ହିଁ ହେଉଛି ଏବଂ ଯାହା ହେବାର ଅଛି ତାହା ଆହୁରି ଅଧିକ ଭଲ ହେବ । ତେଣୁ ସାକ୍ଷୀ ହୋଇ ମାୟାର ଖେଳକୁ ଦେଖିବା ଦ୍ୱାରା ମାୟାଜିତ୍ ହୋଇଯିବ ।

ସ୍ଲୋଗାନ:-
ଯେଉଁମାନେ ସହନଶୀଳ ଅଟନ୍ତି ସେମାନେ କାହାର ସ୍ୱଭାବ-ସଂସ୍କାରରେ ଜଳନ୍ତି ନାହିଁ, ବ୍ୟର୍ଥ କଥାକୁ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦିଅନ୍ତି ।