01.05.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଅନେକ ଦେହଧାରୀମାନଙ୍କ ଠାରୁ ସ୍ନେହ ତୁଟାଇ ଏକମାତ୍ର ବିଦେହୀ ବାବାଙ୍କୁ ମନେ ପକାଅ ତେବେ ତୁମର ସବୁ ଅଙ୍ଗ ଅର୍ଥାତ୍ କର୍ମେନ୍ଦ୍ରିୟ ଶୀତଳ ହୋଇଯିବ ।

ପ୍ରଶ୍ନ:-
ଯେଉଁମାନେ ଦୈବୀକୁଳର ଆତ୍ମା ସେମାନଙ୍କର ଲକ୍ଷଣ କିପରି ହୋଇଥିବ ?

ଉତ୍ତର:-
ଦୈବୀକୁଳର ଆତ୍ମାମାନଙ୍କୁ ଏହି ପୁରୁଣା ଦୁନିଆ ପ୍ରତି ସହଜରେ ବୈରାଗ୍ୟ ଆସିଯିବ । (୨) ସେମାନଙ୍କର ବୁଦ୍ଧି ବେହଦରେ ରହିଥିବ । ଶିବାଳୟକୁ ଯିବା ପାଇଁ ସେମାନେ ପବିତ୍ର ଫୁଲ ହେବାର ପୁରୁଷାର୍ଥ କରିବେ । (୩) କୌଣସି ପ୍ରକାରର ଆସୁରୀ ବ୍ୟବହାର ବା କର୍ମ କରିବେ ନାହିଁ । (୪) ନିଜର ଚାର୍ଟ (ହିସାବ) ରଖିବେ ମୋ ଦ୍ୱାରା କୌଣସି ଆସୁରୀ କର୍ମ ହେଉ ନାହିଁ ତ ? ବାବାଙ୍କୁ ସର୍ବଦା ସତ୍ୟ କଥା ଶୁଣାଇବେ, କିଛି ବି ଲୁଚାଇବେ ନାହିଁ ।

ଗୀତ:-
ନା ୱହ ହମସେ ଜୁଦା ହୋଙ୍ଗେ...

ଓମ୍ ଶାନ୍ତି ।
ଏହା ହେଉଛି ବେହଦର କଥା । ହଦର କଥା ସବୁ ଏବେ ଦୂରେଇ ଯାଉଛି । ଦୁନିଆରେ ମନୁଷ୍ୟମାନେ ଅନେକଙ୍କୁ ମନେ ପକାଇଥାନ୍ତି କାରଣ ଅନେକ ଦେହଧାରୀଙ୍କ ସହିତ ପ୍ରୀତି ରହିଛି । ବିଦେହୀ କେବଳ ଜଣେ ହିଁ ଅଟନ୍ତି, ଯାହାଙ୍କୁ ପରମପିତା ପରମାତ୍ମା ଶିବ କୁହାଯାଉଛି । ତୁମମାନଙ୍କୁ ଏବେ କେବଳ ତାଙ୍କ ସହିତ ହିଁ ବୁଦ୍ଧିର ଯୋଗ ଯୋଡିବାକୁ ହେବ । କୌଣସି ଦେହଧାରୀମାନଙ୍କୁ ସ୍ମରଣ କରିବା ଉଚିତ୍ ନୁହେଁ । ବ୍ରାହ୍ମଣ ଆଦିକୁ ଖୁଆଇବା, ଏସବୁ ହେଉଛି କଳିଯୁଗର ନୀତି-ପ୍ରଥା । ସେଠାକାର ଏବଂ ଏଠାକାର ନୀତି-ପ୍ରଥା ସଂପୂର୍ଣ୍ଣ ଅଲଗା । ଏବେ ତୁମମାନଙ୍କୁ କୌଣସି ଦେହଧାରୀକୁ ମନେ ପକାଇବା ଉଚିତ୍ ନୁହେଁ । ସେହିଭଳି ଅବସ୍ଥା ଆସିବା ପର୍ଯ୍ୟନ୍ତ ପୁରୁଷାର୍ଥ ଚାଲୁଥିବ । ବାବା କହୁଛନ୍ତି ଯେତେ ସମ୍ଭବ ପୁରୁଣା ଦୁନିଆକୁ ଯେଉଁମାନେ ଆସି ଜନ୍ମ ନେଇ ଯାଇଛନ୍ତି ଅଥବା ଯେଉଁମାନେ ଅଛନ୍ତି ତାଙ୍କୁ ସବୁ ଭୁଲିବାକୁ ହେବ । ସାରା ଦିନ ବୁଦ୍ଧିରେ ବିଚାର ଚାଲିବା ଦରକାର ଯେ, କାହାକୁ କଣ ବୁଝାଇବି । ସମସ୍ତଙ୍କୁ ଏକଥା କହିବାକୁ ହେବ ଯେ ଏଠାକୁ ଆସି ବିଶ୍ୱର ଅତୀତ, ବର୍ତ୍ତମାନ, ଭବିଷ୍ୟତକୁ ବୁଝ । ଯାହାକୁ କେହି ହେଲେ ଜାଣି ନାହାଁନ୍ତି । ପାଷ୍ଟ ଅର୍ଥାତ୍ କେବେଠାରୁ ଆରମ୍ଭ ହେଲା । ପ୍ରେଜେଣ୍ଟ ଅର୍ଥାତ୍ ଏବେ କଣ ହେଉଛି । ସତ୍ୟଯୁଗରୁ ଆରମ୍ଭ ହେଉଛି ତେବେ ସତ୍ୟଯୁଗଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏବଂ ଫ୍ୟିୁଚର ଅର୍ଥାତ୍ ଭବିଷ୍ୟତରେ କଣ ହେବ - ଦୁନିଆରେ କେହି କିଛି ବି ଜାଣି ନାହାଁନ୍ତି । ତୁମେ ପିଲାମାନେ ଜାଣିଛ ସେଥିପାଇଁ ଚିତ୍ର ଆଦି ତିଆରି କରୁଛ । ଏହା ବହୁତ ବଡ ବେହଦର ନାଟକ । ଦୁନିଆରେ ମିଥ୍ୟା କାହାଣୀ ଉପରେ ଆଧାରିତ ହଦର ନାଟକ ବହୁତ ତିଆରି କରୁଛନ୍ତି । ସେଥିରେ କାହାଣୀର ଲେଖକ ଅଲଗା ଏବଂ ନାଟକର ଦୃଶ୍ୟର ନିର୍ମାତା ଅଲଗା ଥାନ୍ତି । ଏସବୁର ରହସ୍ୟ ଏବେ ତୁମ ବୁଦ୍ଧିରେ ଅଛି । ଏବେ ଯାହା କିଛି ଦେଖୁଛ ତାହା ଆଗକୁ ରହିବ ନାହିଁ । ସବୁ ବିନାଶ ହୋଇଯିବ । ତେଣୁ ତୁମକୁ ସତ୍ୟଯୁଗୀ ନୂଆ ଦୁନିଆର ସିନ୍ ସିନେରୀ ବହୁତ ଭଲ ଦେଖାଇବାକୁ ପଡିବ । ଯେପରି ଆଜମେରରେ ସୁନାର ଦ୍ୱାରିକାର ଚିତ୍ର ଅଛି, ସେଥିରୁ ମଧ୍ୟ ଚିତ୍ର ନେଇ ନୂଆ ଦୁନିଆର ଅଲଗା ଚିତ୍ର ତିଆରି କରି ଦେଖାଅ । ଏହି ପୁରୁଣା ଦୁନିଆକୁ ନିଆଁ ଲାଗିବ, ଏହାର ନକ୍ସା ଚିତ୍ର ମଧ୍ୟ ଅଛି ନା । ଏବେ ଏହି ନୂଆ ଦୁନିଆର ଚିତ୍ର ମଧ୍ୟ ତୁମମାନଙ୍କ ବୁଦ୍ଧିରେ ପ୍ରତ୍ୟକ୍ଷ ହୋଇଯାଉଛି । ଏହିଭଳି ଭଲ ଭାବରେ ବିଚାର କରି ନୂଆ ଦୁନିଆର ଚିତ୍ର ତିଆରି କରିବା ଉଚିତ୍ । ଏକଥା ତ ତୁମେମାନେ ଜାଣିଛ । ବର୍ତ୍ତମାନ ସମୟର ମନୁଷ୍ୟମାନଙ୍କର ବୁଦ୍ଧି ଯେପରି ପଥର ହୋଇଯାଇଛି । ତୁମେମାନେ କେତେ ବୁଝାଉଛ ତଥାପି ମଧ୍ୟ ବୁଦ୍ଧିରେ କିଛି ହେଲେ ପଶୁ ନାହିଁ । ଯେପରି ହଦର ନାଟକର ନିର୍ମାତାମାନେ ସୁନ୍ଦର ସିନ୍ ସିନେରୀ ତିଆରି କରିଥାନ୍ତି, ଏହିପରି କାହାଠାରୁ ସାହାଯ୍ୟ ନେଇ ସ୍ୱର୍ଗର ସିନ୍ ସିନେରୀ ବହୁତ ଭଲ କରିବା ଉଚିତ୍ । ସେମାନେ ବହୁତ ଭଲ ଆଇଡିଆ ଦେଇପାରିବେ, ଭଲ ଉପାୟ ମଧ୍ୟ ବତାଇପାରିବେ । ଏ ସମ୍ବନ୍ଧରେ ଏପରି ଭଲ ଭାବରେ ଚିତ୍ର ତିଆରି କରିବା ଉଚିତ୍ ଯାହାକି ମନୁଷ୍ୟ ଆସି ବୁଝିପାରିବେ । ବାସ୍ତବରେ ସତ୍ୟଯୁଗରେ ଗୋଟିଏ ଧର୍ମ ଥିଲା । ତୁମମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ରହିଛନ୍ତି ଯେଉଁମାନଙ୍କୁ ଜ୍ଞାନର ଧାରଣା ହେଉଛି । ଦେହ-ଅଭିମାନୀ ବୁଦ୍ଧିକୁ ଛି-ଛି କୁହାଯାଏ । ଦେହୀ-ଅଭିମାନୀମାନଙ୍କୁ ଗୁଲ ଗୁଲ୍ (ଫୁଲ) କୁହାଯାଏ । ଏବେ ତୁମେମାନେ ଫୁଲ ହେଉଛ । ଦେହ-ଅଭିମାନୀ ହୋଇ ରହିବା ଦ୍ୱାରା ଯେପରି କଣ୍ଟା ଥିଲେ ସେହିପରି କଣ୍ଟା ହୋଇ ରହିଯାଉଛନ୍ତି । ଏବେ ତୁମର ଏହି ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ ଆସୁଛି । ତୁମର ହେଉଛି ବେହଦର ବୁଦ୍ଧି, ବେହଦର ବୈରାଗ୍ୟ । ବର୍ତ୍ତମାନ ଏହି ବୈଶ୍ୟାଳୟ ପ୍ରତି ଆମକୁ ବହୁତ ଘୃଣା ଆସୁଛି । ଏବେ ଆମେ ଶିବାଳୟ ଅର୍ଥାତ୍ ସତ୍ୟଯୁଗକୁ ଯିବା ପାଇଁ କଣ୍ଟାରୁ ଫୁଲ ହେଉଛୁ । ଫୁଲ ହେଉ-ହେଉ ଯଦି କେହି ଖରାପ ଚଳଣି ଚାଲୁଛନ୍ତି ତେବେ ବୁଝିବାକୁ ହୁଏ ଯେ, ଏହାଙ୍କ ଠାରେ ଏବେ ଭୂତର ପ୍ରବେଶତା ହୋଇଛି । ଗୋଟିଏ ଘରେ ସ୍ୱାମୀ ହଂସ ହେଉଛି କିନ୍ତୁ ସ୍ତ୍ରୀ ବୁଝୁ ନାହିଁ ତେବେ ତାଙ୍କୁ ଏହି ଜ୍ଞାନମାର୍ଗରେ ବହୁତ କଷ୍ଟ ସାଧ୍ୟ ହୋଇଥାଏ । ବହୁତ ସହିବାକୁ ପଡିଥାଏ । ବୁଝିବାକୁ ହେବ ଯେ, ଏହାଙ୍କ ଭାଗ୍ୟରେ ନାହିଁ । ସମସ୍ତେ ତ ଦୈବୀ କୁଳର ହେବେ ନାହିଁ, ଯେଉଁମାନେ ସେହି କୁଳର ଆତ୍ମା ସେହିମାନେ ହିଁ ହେବେ । ଅନେକଙ୍କର ଖରାପ ଚାଲି ଚଳଣିର ସମାଚାର ଆସୁଛି, ଏମାନଙ୍କ ଭିତରେ ଏହି ସବୁ ଆସୁରୀ ଗୁଣ ଅଛି ସେଥିପାଇଁ ବାବା ପ୍ରତିଦିନ ବୁଝାଉଛନ୍ତି, ନିଜର ଚାର୍ଟକୁ ରାତିରେ ଚେକ୍ କର, ଆଜି ମୁଁ କୌଣସି ଆସୁରୀ କର୍ମ କରି ନାହିଁ ତ ? ବାବା କହୁଛନ୍ତି ସାରା ଜୀବନ ଭିତରେ ଯାହା ଭୁଲ୍ କରିଛ, ତାହା ସବୁ ବାବାଙ୍କୁ କୁହ । ଯଦି କେହି ବହୁତ ବଡ ଭୁଲ୍ କରିଥିବେ ତେବେ ସର୍ଜନ ଅର୍ଥାତ୍ ବାବାଙ୍କୁ କହିବାକୁ ଲଜ୍ୟା ଆସିଥାଏ କାରଣ ଇଜ୍ଜତ ଚାଲିଯିବ ନା । ଯଦି ନ କହିବ ତେବେ ତାଦ୍ୱାରା ପୁଣି କ୍ଷତି ହୋଇଯିବ । ମାୟା ଏପରି ଚାପୁଡା ମାରିଦିଏ ଯାହା ଦ୍ୱାରା ଏକଦମ୍ ସତ୍ୟାନାଶ କରିଦିଏ । ମାୟା ବହୁତ ଶକ୍ତିଶାଳୀ । ଯଦି ୫ ବିକାର ଉପରେ ବିଜୟ ପ୍ରାପ୍ତ ନ କରିପାରିବ ତେବେ ବାବା ମଧ୍ୟ କଣ କରିପାରିବେ ।

ବାବା କହୁଛନ୍ତି ମୁଁ ତ ଦୟାର ସାଗର କିନ୍ତୁ ତା ସହିତ କାଳର କାଳ ମଧ୍ୟ ଅଟେ । ମୋତେ ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ଆସ ଏଠାକୁ ଆସି ପାବନ କର । ଉଭୟ ମୋର ହିଁ ନାମ ଅଟେ । କିପରି ଦୟାର ସାଗର ଏବଂ କାଳର କାଳ ଅଟେ, ସେହି କର୍ତ୍ତବ୍ୟ ଏବେ କରୁଛି । ମୁଁ କଣ୍ଟାକୁ ଫୁଲ କରୁଛି ତେଣୁ ତୁମମାନଙ୍କ ବୁଦ୍ଧିରେ ସେହି ଖୁସୀ ରହିଛି । ଅମରନାଥ ବାବା କହୁଛନ୍ତି ତୁମେ ସବୁ ହେଉଛ ପାର୍ବତୀ । ଏବେ ତୁମେମାନେ ମୋତେ ମନେ ପକାଅ ତେବେ ଅମରପୁରୀକୁ ଯାଇପାରିବ ଏବଂ ତୁମର ପାପ ନାଶ ହୋଇଯିବ । ତୀର୍ଥଯାତ୍ରା କରିବା ଦ୍ୱାରା ତୁମର ପାପ ନାଶ ହେଉ ନାହିଁ । ତାହା ଭକ୍ତିମାର୍ଗର ଯାତ୍ରା । ପିଲାମାନଙ୍କୁ କେହି କେହି ପଚାରୁଛନ୍ତି ଯେ ତୁମମାନଙ୍କର ଖର୍ଚ୍ଚ କିପରି ଚାଲୁଛି । କିନ୍ତୁ ଏପରି କେହି ସମାଚାର ଦେଉ ନାହାଁନ୍ତି ଯେ ଆମେ ଏହିପରି ଉତ୍ତର ଦେଲୁ । ଏତେ ସବୁ ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣମାନେ ଅଛନ୍ତି, ତେଣୁ ନିଜେ ହିଁ ନିଜର କଲ୍ୟାଣ ପାଇଁ ଖର୍ଚ୍ଚ କରିବେ ନା । ଶ୍ରୀମତ ଆଧାରରେ ଆମେ ନିଜ ପାଇଁ ରାଜତ୍ୱ ସ୍ଥାପନ କରୁଛୁ, ରାଜତ୍ୱ ମଧ୍ୟ ଆମେମାନେ ହିଁ କରିବୁ । ରାଜଯୋଗ ଆମେ ଶିଖୁଛୁ ତେବେ ଖର୍ଚ୍ଚ ମଧ୍ୟ ଆମେ କରିବୁ । ଶିବବାବା ତ ଅବିନାଶୀ ଜ୍ଞାନ ରତ୍ନର ଦାନ ଦେଉଛନ୍ତି, ଯାହା ଦ୍ୱାରା ଆମେ ରାଜାମାନଙ୍କର ରାଜା ଅର୍ଥାତ୍ ମହାରାଜା ହେଉଛୁ । ଯେଉଁମାନେ ଏଠାରେ ପାଠ ପଢିବେ ଖର୍ଚ୍ଚ ସେହିମାନେ ହିଁ କରିବେ ନା । ବୁଝାଇବା ଦରକାର ଯେ ଆମେ ନିଜର ଧନ ନିଜ ପାଇଁ ଖର୍ଚ୍ଚ କରୁଛୁ, ଆମେ କୌଣସି ଭିକ ମାଗୁ ନାହୁଁ ଭିକ ବା କୌଣସି ଚାନ୍ଦା ଆଦି ନେଉ ନାହୁଁ । କିନ୍ତୁ ପିଲାମାନେ ବାବାଙ୍କୁ ପତ୍ର ଲେଖିଲେ କେବଳ ଏତିକି ଲେଖି ଦେଉଛନ୍ତି ଯେ ଏହିଭଳି ପ୍ରଶ୍ନ ସବୁ ପଚାରୁଛନ୍ତି, ସେଥିପାଇଁ ବାବା କହିଥିଲେ ଯାହା-ଯାହା ସାରା ଦିନ ଭିତରେ ସେବା କରୁଛ ସନ୍ଧ୍ୟା ସମୟରେ ତାର ହିସାବ ବାବାଙ୍କୁ ଜଣାଇବା ଦରକାର । ତାର ମଧ୍ୟ ପରବର୍ତ୍ତୀ ପଦକ୍ଷେପ ନେବା ଦରକାର । ବାକି ଆସୁଛନ୍ତି ତ ଅନେକ । ସେମାନେ ସମସ୍ତେ ପ୍ରଜା ହେବେ, ଉଚ୍ଚ ପଦର ଅଧିକାରୀ ବହୁତ କମ୍ ହେଉଛନ୍ତି । ଦୁନିଆରେ ରାଜାମାନେ କମ୍ ଥାନ୍ତି, ସାହୁକାର ମଧ୍ୟ ବହୁତ କମ୍ ଥାନ୍ତି । ବାକି ଗରୀବ ପ୍ରଜା ବହୁତ ଥାନ୍ତି । ଏଠାରେ ଯେପରି ବିଭିନ୍ନ ପଦ ରହିଛି ସେହିପରି ଦୈବୀ ଦୁନିଆରେ ମଧ୍ୟ ରହିବ । ରାଜତ୍ୱ ସ୍ଥାପନ ହେଉଛି, ଏଥିରେ କ୍ରମାନ୍ୱୟରେ ସମସ୍ତଙ୍କର ଆବଶ୍ୟକତା ରହିଛି । ବାବା ଆସି ରାଜଯୋଗ ଶିଖାଇ ଆଦି ସନାତନ ଦୈବୀ ରାଜଧାନୀର ସ୍ଥାପନା କରୁଛନ୍ତି, ଏଠାରେ ଦୈବୀ ଧର୍ମର ରାଜଧାନୀ ଥିଲା, ଏବେ ନାହିଁ । ବାବା କହୁଛନ୍ତି ମୁଁ ପୁଣି ଥରେ ସ୍ଥାପନ କରୁଛି । ତେଣୁ କାହାକୁ ବୁଝାଇବା ପାଇଁ ଚିତ୍ର ମଧ୍ୟ ସେହିପରି ଦରକାର । ବାବାଙ୍କର ମୂରଲୀ ଶୁଣିବେ, କରିବେ । ଦିନକୁ ଦିନ ଏହାର ସଂଶୋଧନ ହୋଇ ଚାଲିଛି, ତୁମେ ନିଜର ଅବସ୍ଥାକୁ ମଧ୍ୟ ଦେଖ ମୁଁ କେତେ କରେକ୍ଟ (ଠିକ୍) ହୋଇ ଚାଲିଛି । ବାବା ଆସି ଏହି ପତିତ ଦୁନିଆରୁ ଉଦ୍ଧାର କରୁଛନ୍ତି, ଯିଏ ଯେତେ ଅନ୍ୟମାନଙ୍କୁ ଉଦ୍ଧାର କରିବାର ସେବା କରିବ ସିଏ ସେତେ ଉଚ୍ଚ ପଦ ପାଇବ । ପିଲାମାନଙ୍କୁ ଏକମତ ହୋଇ ରହିବାକୁ ହେବ । ବାବା ତୁମମାନଙ୍କୁ ସତ୍ୟଯୁଗୀ ଆତ୍ମାମାନଙ୍କଠାରୁ ମଧ୍ୟ ଶ୍ରେଷ୍ଠ କରୁଛନ୍ତି । ସ୍ୱୟଂ ଈଶ୍ୱର ପିତା ରୂପରେ ଆମକୁ ପାଠ ପଢାଉଛନ୍ତି ତେଣୁ ତାଙ୍କୁ ମଧ୍ୟ ନିଜର ପାଠପଢାର ଚମତ୍କାରୀ ଦେଖାଇବାକୁ ହେବ ତେବେ ବାବା ମଧ୍ୟ ତାଙ୍କଠାରେ ସ୍ୱାହା ହୋଇଯିବେ । ମନରେ ଆସିବା ଉଚିତ୍ - ବାସ୍, ଏବେ ଆମେମାନେ କେବଳ ଭାରତକୁ ସ୍ୱର୍ଗ କରିବାର ସେବା କରିବୁ । ସରକାରୀ ଚାକିରୀ ଆଦି କରିବା, ତାହା ତ କରି ଚାଲିବ । ପ୍ରଥମେ ତ ନିଜର ଉନ୍ନତି କର । ବହୁତ ସହଜ । ମନୁଷ୍ୟ ସବୁ କିଛି କରିପାରିବ । ଘର ଗୃହସ୍ଥରେ ରହି ମଧ୍ୟ ରାଜତ୍ୱ କରିବାର ପଦବୀ ପ୍ରାପ୍ତ କରିବାକୁ ହେବ । ସେଥିପାଇଁ ନିଜର ଦିନଚର୍ଯ୍ୟାକୁ ଦେଖ । ସାରା ଦିନର ଲାଭ ଏବଂ କ୍ଷତିର ହିସାବ କର । କର୍ମର ହିସାବ ନ ଦେଖିଲେ ନିଜକୁ ସୁଧାରିବା ବହୁତ କଠିନ ହେବ । କିନ୍ତୁ ବାବାଙ୍କର କଥାକୁ ମାନୁ ନାହାଁନ୍ତି । ନଚେତ୍ ପ୍ରତିଦିନ ଦେଖବା ଉଚିତ୍ ମୁଁ କାହାକୁ ଦୁଃଖ ଦେଇ ନାହିଁ ତ ? ପଦ ବହୁତ ଶ୍ରେଷ୍ଠ ଏବଂ ପ୍ରାପ୍ତି ମଧ୍ୟ ଅସରନ୍ତି । ନଚେତ୍ ପରେ ପୁଣି କାନ୍ଦିବାକୁ ପଡିବ । ଯେପରି ଘୋଡା ଦୌଡରେ କେହି କେହି ତ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ଆଉ କେହି ତ ଦରିଦ୍ରକୁ ଦରିଦ୍ର ହିଁ ରହି ଯାଉଛନ୍ତି ।

ଏବେ ତୁମର ଈଶ୍ୱରୀୟ ରେସ୍ ଚାଲିଛି, ଏଥିରେ ଦୌଡ ପ୍ରତିଯୋଗିତା ଆଦି କିଛି ନାହିଁ କେବଳ ବୁଦ୍ଧି ଦ୍ୱାରା ପ୍ରିୟ ବାବାଙ୍କୁ ମନେ ପକାଇବାକୁ ହେବ । ଯଦି କିଛି ବି ଭୁଲ୍ ହୋଇଯାଏ ତେବେ ତୁରନ୍ତ ବାବାଙ୍କୁ ଶୁଣାଇବା ଉଚିତ୍ । ବାବା ଆମ ଦ୍ୱାରା ଏହି ଭୁଲ୍ ହୋଇଗଲା । କର୍ମେନ୍ଦ୍ରିୟ ଦ୍ୱାରା ଏହି ଭୁଲ୍ କରିଛୁ । ବାବା କହୁଛନ୍ତି ଏହା ଠିକ୍ କି ଭୁଲ୍ ଏକଥା ବିଚାର କରିବା ପାଇଁ ତୁମମାନଙ୍କୁ ଈଶ୍ୱରୀୟ ବୁଦ୍ଧି ମିଳିଛି ତେଣୁ ଏବେ ଭୁଲ୍ କାମ କରିବା ଉଚିତ୍ ନୁହେଁ । ଯଦି ଭୁଲ୍ କାମ କରିଦେଲ, ତେବେ ବାବାଙ୍କୁ କାନ ଧରି କୁହ ତୋବା-ତୋବା କ୍ଷମା କରିଦିଅ, କାହିଁକି ନା ବାବା ଶୁଣିବା ପାଇଁ ଏବେ ଏଠାରେ ଉପସ୍ଥିତ ଅଛନ୍ତି । ଯାହା କିଛି ବି ଖରାପ କାମ ହୋଇଯାଉଛି ତୁରନ୍ତ ଶୁଣାଇ ଦିଅ ଅଥବା ଲେଖି ଦିଅ - ବାବା ଏହି ଖରାପ କାମ ମୋ ଦ୍ୱାରା ହୋଇଗଲା ତେବେ ତୁମକୁ ଅଧା କ୍ଷମା ମିଳିଯିବ । ଏପରି ନୁହେଁ ଯେ ମୁଁ କୃପା କରିବି । କ୍ଷମା ଅଥବା କୃପା ପଇସା କର ମଧ୍ୟ ମିଳିବ ନାହିଁ । ସମସ୍ତଙ୍କୁ ନିଜକୁ ସୁଧାରିବାକୁ ହେବ । ବାବାଙ୍କ ସ୍ମୃତି ଦ୍ୱାରା ବିକର୍ମ ବିନାଶ ହେବ । ପୂର୍ବ ପାପ ମଧ୍ୟ ଯୋଗବଳ ଦ୍ୱାରା କଟିଯିବ । ବାବାଙ୍କର ହୋଇ ପୁଣି ବାବାଙ୍କର ନିନ୍ଦା କରିବା ଉଚିତ୍ ନୁହେଁ । କୁହାଯାଏ, ସତଗୁରୁଙ୍କର ନିନ୍ଦୁକକୁ ସ୍ଥାନ ମିଳେ ନାହିଁ । ତୁମକୁ ବହୁତ ଶ୍ରେଷ୍ଠ ପଦ ମିଳୁଛି । ଅନ୍ୟ ଗୁରୁମାନଙ୍କ ପାଖରେ କୌଣସି ରାଜତ୍ୱର ପଦ ନାହିଁ । ଏଠାରେ ତୁମର ଲକ୍ଷ୍ୟ-ଉଦ୍ଦେଶ୍ୟ ରହିଛି । ଭକ୍ତିମାର୍ଗରେ କୌଣସି ଲକ୍ଷ୍ୟ-ଉଦ୍ଦେଶ୍ୟ ନାହିଁ । ଯଦିବା କିଛି ଅଛି ତେବେ ଅଳ୍ପକାଳ ପାଇଁ । କେଉଁଠି ୨୧ ଜନ୍ମର ସୁଖ, କେଉଁଠି ପଇସା କର ଅଳ୍ପ ସୁଖ । ଏପରି ନୁହେଁ ଧନ ଦ୍ୱାରା ସୁଖ ମିଳୁଛି । ତାଦ୍ୱାରା ଦୁଃଖ ମଧ୍ୟ କେତେ ମିଳୁଛି । ଆଚ୍ଛା - ଧରିନିଅ କେହି ଡାକ୍ତରଖାନା ତିଆରି କଲେ ତେବେ ପରବର୍ତ୍ତୀ ଜନ୍ମରେ ତାଙ୍କୁ ରୋଗ କମ ହେବ । ଏପରି ନୁହେଁ ଯେ ଅଧିକ ପାଠ ପଢିବ ତ ଧନ ମଧ୍ୟ ଅଧିକ ମିଳିବ । ସେଥିପାଇଁ ଏବେ ସବୁ ପ୍ରକାରର ସେବା କର । କେହି ଧର୍ମଶାଳା ତିଆରି କଲେ ପରବର୍ତ୍ତୀ ଜନ୍ମରେ ମହଲ ମିଳିବ । ଏପରି ନୁହେଁ ଯେ ସୁସ୍ଥ ରହିବେ, ନା, ତେବେ ବାବା କେତେ କଥା ବୁଝାଉଛନ୍ତି । ଏହି କଥାକୁ କେହି ତ ଭଲ ଭାବରେ ବୁଝି ପୁଣି ଅନ୍ୟମାନଙ୍କୁ ବୁଝାଉଛନ୍ତି, କେହି ପୁଣି ବୁଝିପାରୁ ନାହାଁନ୍ତି । ତେଣୁ ପ୍ରତିଦିନ ନିଜର ପୁରୁଷାର୍ଥର ହିସାବ କିତାବ ଦେଖ । ଆଜି କଣ ପାପ କରିଲି ? ଏହି କଥାରେ ଫେଲ୍ ହେଲି । ତେବେ ବାବା ରାୟ ଦେବେ ଯେ ଏପରି କାମ କରିବାର ନାହିଁ । ତୁମେମାନେ ଜାଣିଛ ଆମେ ଏବେ ସ୍ୱର୍ଗକୁ ଯାଉଛୁ । କିନ୍ତୁ ପିଲାମାନଙ୍କର ଖୁସିର ପାରଦ ସେତେ ଚଢୁନାହିଁ । ବ୍ରହ୍ମାବାବା କେତେ ଖୁସି ହେଉଛନ୍ତି । ମୁଁ ବୁଢା ହୋଇଯାଇଛି, ଏହି ଶରୀରକୁ ତ୍ୟାଗ କରି ସେଠାରେ ମୁଁ ରାଜକୁମାର ହେବି । ତୁମେମାନେ ମଧ୍ୟ ପାଠ ପଢୁଛ ତେଣୁ ତୁମମାନଙ୍କର ଖୁସିର ପାରଦ ମଧ୍ୟ ଚଢିବା ଦରକାର । କିନ୍ତୁ ବାବାଙ୍କୁ ମନେ ପକାଉ ନାହାଁନ୍ତି । ବାବା କେତେ ସହଜ ଭାବରେ ବୁଝାଉଛନ୍ତି, ଇଂରାଜୀ ଆଦି ପଢିବାରେ କେତେ ବୁଦ୍ଧି ଖର୍ଚ୍ଚ କରିବାକୁ ପଡୁଛି । ସେହି ପାଠପଢା ମଧ୍ୟ ବହୁତ କଷ୍ଟ । ଏହା ତ ବହୁତ ସହଜ । ଏହି ପାଠପଢା ଦ୍ୱାରା ତୁମେ ଶୀତଳ ହୋଇଯାଉଛ । ଏଥିରେ ତ କେବଳ ବାବାଙ୍କୁ ମନେ ପକାଇଲେ କର୍ମେନ୍ଦ୍ରିୟ ଶୀତଳ ହୋଇଯିବ । ତୁମମାନଙ୍କର ତ ଶରୀର ଅଛି । ଶିବବାବାଙ୍କର ତ ଶରୀର ନାହିଁ । ଶ୍ରୀକୃଷ୍ଣଙ୍କର ମଧ୍ୟ ଅଙ୍ଗ ଅଛି । ତାଙ୍କର ଅଙ୍ଗ ତ ଶୀତଳ, ପବିତ୍ର । ସେଥିପାଇଁ ଗୀତାରେ ତାଙ୍କର ନାମ ରଖି ଦେଇଛନ୍ତି । ତେବେ ତାଙ୍କ ସହିତ କିପରି ସଙ୍ଗ କରିବ । ସିଏ ତ ସତ୍ୟଯୁଗରେ ହିଁ ଥାନ୍ତି । ତାଙ୍କର ଅଙ୍ଗକୁ ଏପରି ଶୀତଳ କିଏ କରିଲେ ? ଏକଥାକୁ ତୁମେମାନେ ଏବେ ବୁଝିପାରୁଛ । ତେବେ ତୁମମାନଙ୍କୁ ମଧ୍ୟ ସେତିକି ଧାରଣାଯୁକ୍ତ ହେବାକୁ ପଡିବ । ବିଲ୍କୁଲ୍ ଲଢେଇ-ଝଗଡା କରିବା ଉଚିତ୍ ନୁହେଁ । ସର୍ବଦା ସତ୍ୟ କଥା କହିବାକୁ ପଡିବ । ମିଥ୍ୟା କଥା କହିବା ଦ୍ୱାରା ସତ୍ୟାନାଶ ହୋଇଯାଇଥାଏ ।

ବାବା ତୁମକୁ ଅମୂଳ ଚୂଳ ସବୁ କଥା ବୁଝାଉଛନ୍ତି । ଚିତ୍ର ମଧ୍ୟ ବହୁତ ଭଲ ଭଲ ତିଆରି କରିବା ଉଚିତ୍ ଯାହାକି ସମସ୍ତଙ୍କ ପାଖକୁ ଯିବ । ଭଲ ଚିତ୍ର ଦେଖିଲେ କହିବେ ଚାଲ ସେଠାକୁ ଯାଇ ଦେଖ । ଯେଉଁମାନେ ଚିତ୍ରକୁ ବୁଝାଉଛନ୍ତି ସେମାନେ ବୁଦ୍ଧିମାନ ହୋଇଥିବା ଦରକାର । ସେବା କରିବା ମଧ୍ୟ ଶିଖିବାକୁ ହେବ । ଭଲ ବ୍ରାହ୍ମଣୀ (ବ୍ରହ୍ମାକୁମାରୀ) ମଧ୍ୟ ଦରକାର ଯିଏକି ନିଜ ସଦୃଶ ଅନ୍ୟକୁ କରିପାରିବ । ଯିଏ ନିଜ ସମାନ ଅନ୍ୟକୁ ମ୍ୟାନେଜର୍ (ପରିଚାଳକ) କରିଥାନ୍ତି ତାଙ୍କୁ ଭଲ ବ୍ରାହ୍ମଣୀ ବା ନିମିତ୍ତ ଭଉଣୀ କୁହାଯିବ । ସେମାନେ ପଦ ମଧ୍ୟ ଉଚ୍ଚ ପାଇବେ । ପିଲାଳିଆ ବୁଦ୍ଧି ମଧ୍ୟ ନ ହେଉ, ନଚେତ୍ ଅପହରଣ କରି ନେଇଯିବେ, ରାବଣ ସଂମ୍ପ୍ରଦାୟ ନା । ଏପରି ବ୍ରାହ୍ମଣୀ ପ୍ରସ୍ତୁତ କର ଯିଏକି ପରମୂହୁର୍ତ୍ତରେ ସେଣ୍ଟରର ଦାୟିତ୍ୱ ନେଇ ପାରିବେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବାବାଙ୍କୁ ନିଜର ପାଠପଢାର ଚମତ୍କାରୀ ଦେଖାଇବାକୁ ହେବ । ଭାରତକୁ ସ୍ୱର୍ଗ କରିବାର ସେବାରେ ଲାଗି ପଡିବାକୁ ହେବ । ପ୍ରଥମେ ନିଜର ଉନ୍ନତିର ଚିନ୍ତା କରିବାକୁ ପଡିବ । ସମସ୍ତଙ୍କ ସହିତ କ୍ଷୀରଖଣ୍ଡ ହୋଇ ରହିବାକୁ ହେବ ।

(୨) ଯଦି କୌଣସି ଭୁଲ୍ ହୋଇଗଲା ତେବେ ବାବାଙ୍କୁ କ୍ଷମା ମାଗି ନିଜେ ନିଜକୁ ସୁଧାରିବାକୁ ହେବ । ବାବା କୃପା କରି ନଥାନ୍ତି କିନ୍ତୁ ବାବାଙ୍କୁ ମନେ ପକାଇ ନିଜର ବିକର୍ମ ବିନାଶ କରିବାକୁ ହେବ । ନିନ୍ଦା କରାଇବା ଭଳି କୌଣସି କର୍ମ କରିବା ଉଚିତ୍ ନୁହେଁ ।

ବରଦାନ:-
ନିଜର ଶକ୍ତିଶାଳୀ ସ୍ଥିତି ଦ୍ୱାରା ସମସ୍ତଙ୍କର ଶୁଭକାମନାକୁ ପୂରଣ କରୁଥିବା ମହାଦାନୀ ହୁଅ ।

ପଛରେ ଆସୁଥିବା ଆତ୍ମାମାନେ ଅଳ୍ପ ପ୍ରାପ୍ତିରେ ହିଁ ସନ୍ତୁଷ୍ଟ ହୋଇଯିବେ, କାରଣ ସେମାନଙ୍କର ଦାନା କଣିକାଟିଏ ପାପ୍ତି କରିବାର ଅର୍ଥାତ୍ କିଞ୍ଚିତ୍ ମାତ୍ର ଭାଗ୍ୟ ପ୍ରାପ୍ତି କରିବାର ପାର୍ଟ ରହିଛି । ତେଣୁ ଏହିଭଳି ଆତ୍ମାମାନଙ୍କୁ ସେମାନଙ୍କର ଭାବନାର ଫଳ ପ୍ରାପ୍ତ ହେଉ, କେହିବି ବଞ୍ଚିତ ନ ରୁହନ୍ତୁ ସେଥିପାଇଁ ଏବେ ଠାରୁ ନିଜ ଭିତରେ ସର୍ବଶକ୍ତିକୁ ଜମା କର । ଯେତେବେଳେ ତୁମେମାନେ ନିଜର ସମ୍ପୂର୍ଣ୍ଣ ଶକ୍ତିଶାଳୀ ସ୍ଥିତିରେ ସ୍ଥିତ ହୋଇଯିବ ସେତେବେଳେ କୌଣସି ବି ଆତ୍ମାକୁ ନିଜର ସହଯୋଗ ଦ୍ୱାରା, ମହାଦାନୀ ହେବାର କର୍ତ୍ତବ୍ୟ ଆଧାରରେ ଶୁଭଭାବନାର ସ୍ୱିଚ୍ ଅନ୍ କରିବା ମାତ୍ରକେ ଦୃଷ୍ଟି ମାଧ୍ୟମରେ କୃତାର୍ଥ କରିଦେଇପାରିବ ।

ସ୍ଲୋଗାନ:-
ଯଦି ସର୍ବଦା ଈଶ୍ୱରୀୟ ମର୍ଯ୍ୟାଦାରେ ଚାଲୁଥିବ ତେବେ ମର୍ଯ୍ୟାଦା ପୁରୁଷୋତ୍ତମ ହୋଇଯିବ ।