01.05.22    Avyakt Bapdada     Odia Murli    13.12.90     Om Shanti     Madhuban


ତପସ୍ୟାର ଆଧାର - ବେହଦ୍ର ବୈରାଗ୍ୟ


ଆଜି ବାପଦାଦା ସମସ୍ତ ସ୍ନେହୀ ପିଲାମାନଙ୍କୁ ସ୍ନେହର ପୁଷ୍ପ ଅର୍ପିତ କରୁଥିବାର ଦେଖୁଛନ୍ତି । ଦେଶ ଏବଂ ବିଦେଶର ସମସ୍ତ ପିଲାମାନଙ୍କର ହୃଦୟର ସ୍ନେହପୂର୍ଣ୍ଣ ପୁଷ୍ପର ବର୍ଷା ବାପଦାଦା ଦେଖୁଛନ୍ତି । ସବୁ ପିଲାଙ୍କର ମନର ଗୋଟିଏ ପ୍ରକାରର ବାଦ୍ୟ ଅଥବା ଗୀତ ବାପଦାଦା ଶୁଣୁଛନ୍ତି । ସେହି ଗୋଟିଏ ହିଁ ଗୀତ - ମେରା ବାବା । ଚତୁର୍ଦ୍ଦିଗରେ ମିଳନ କରିବାର ଶୁଭ ଆଶାର ଦୀପଗୁଡ଼ିକ ଚମକି ଉଠିଛନ୍ତି । ଏହି ଦିବ୍ୟ ଦୃଶ୍ୟକୁ ସାରା କଳ୍ପ ଭିତରେ କେବଳ ବାପଦାଦା ଏବଂ ପିଲାମାନଙ୍କ ବ୍ୟତୀତ ଅନ୍ୟ କେହି ବି ଦେଖିପାରିବେ ନାହିଁ । ଏହି ବିଚିତ୍ର ସ୍ନେହର ପୁଷ୍ପ ଏହି ପୁରୁଣା ଦୁନିଆର କୋହିନୂର-ହୀରା ଠାରୁ ମଧ୍ୟ ଅମୂଲ୍ୟ ଅଟେ । ଏହିଭଳି ହୃଦୟର ଗୀତ ମଧ୍ୟ ପିଲାମାନଙ୍କ ବ୍ୟତୀତ ଅନ୍ୟ କେହି ବି ଗାଇପାରିବେ ନାହିଁ ଏବଂ ଏହିଭଳି ଦୀପାବଳୀ ମଧ୍ୟ କେହି ପାଳନ କରିପାରିବେ ନାହିଁ । ବର୍ତ୍ତମାନ ବାପଦାଦାଙ୍କ ସମ୍ମୁଖରେ ସାରା ବିଶ୍ୱର ସବୁପିଲା ପ୍ରକଟ ହୋଇଯାଇଛନ୍ତି । ଏହି ସ୍ଥୂଳ ସ୍ଥାନରେ ଅର୍ଥାତ୍ ହଲ୍ ଭିତରେ ତ ସବୁ ପିଲା ବସି ପାରିବେ ନାହିଁ । କିନ୍ତୁ ବାପଦାଦାଙ୍କର ହୃଦୟ ସିଂହାସନ ଅତି ବିଶାଳ ଅଟେ ସେଥିପାଇଁ ସମସ୍ତଙ୍କୁ ପ୍ରକଟ କରାଇ ଦେଖୁଛନ୍ତି । ସମସ୍ତଙ୍କର ୟାଦ୍ ପ୍ୟାର ସହିତ ସ୍ନେହ ପୂର୍ଣ୍ଣ ଅଧିକାରଯୁକ୍ତ ଅଭିଯୋଗ ମଧ୍ୟ ଶୁଣୁଛନ୍ତି ଏବଂ ତା ସହିତ ପ୍ରତ୍ୟେକ ସନ୍ତାନକୁ ପ୍ରତିଦାନ ରୂପରେ ପଦ୍ମଗୁଣା ୟାଦ୍ ପ୍ୟାର ମଧ୍ୟ ଦେଉଛନ୍ତି । ପିଲାମାନେ ଅଧିକାରର ସହିତ କହୁଛନ୍ତି - ଆମେ ସମସ୍ତେ ସାକାର ସ୍ୱରୂପରେ ମିଳନ କରିବୁ । ବାବା ମଧ୍ୟ ଏହି କଥା ଚାହୁଁଛନ୍ତି ଏବଂ ପିଲାମାନେ ମଧ୍ୟ ଚାହୁଁଛନ୍ତି । ପୁଣି ବି ସମୟ ଅନୁସାରେ ବ୍ରହ୍ମାବାବା ଅବ୍ୟକ୍ତ ଫରିସ୍ତା ରୂପରେ ସାକାର ସ୍ୱରୂପଠାରୁ ଅନେକ ଗୁଣା ତୀବ୍ର ଗତିରେ ସେବା କରି ପିଲାମାନଙ୍କୁ ନିଜ ସମାନ କରୁଛନ୍ତି । କେବଳ ଗୋଟିଏ ବର୍ଷ ବା ଦୁଇ ବର୍ଷ ପାଇଁ ନୁହେଁ କିନ୍ତୁ ଅନେକ ବର୍ଷ ଅବ୍ୟକ୍ତ ମିଳନର ଏବଂ ଅବ୍ୟକ୍ତ ରୂପରେ ସେବା କରିବାର ଅନୁଭବ କରାଇଛନ୍ତି ଏବଂ ଏବେ ମଧ୍ୟ କରାଉଛନ୍ତି । ତେବେ ବ୍ରହ୍ମାବାବା ଅବ୍ୟକ୍ତ ହୋଇ ସାରିଥିଲେ ମଧ୍ୟ ବ୍ୟକ୍ତ ରୂପରେ କାହିଁକି ପାର୍ଟ କରୁଛନ୍ତି? ପିଲାମାନଙ୍କୁ ନିଜ ସମାନ କରିବା ପାଇଁ । ଯଦି ବ୍ରହ୍ମାବାବା ମଧ୍ୟ ଅବ୍ୟକ୍ତ ସ୍ୱରୂପରୁ ବ୍ୟକ୍ତ ସ୍ୱରୂପକୁ ଆସୁଛନ୍ତି ତେଣୁ ପ୍ରତିଦାନ ରୂପରେ ପିଲାମାନଙ୍କୁ କଣ କରିବାକୁ ହେବ? ବ୍ୟକ୍ତରୁ ଅବ୍ୟକ୍ତ ହେବାକୁ ପଡ଼ିବ । ବର୍ତ୍ତମାନର ସମୟ ଅନୁସାରେ ଅବ୍ୟକ୍ତ ରୂପରେ ମିଳନ, ଅବ୍ୟକ୍ତ ରୂପରେ ସେବା କରିବା ଅତି ଆବଶ୍ୟକ, ସେଥିପାଇଁ ସମୟ ସମୟରେ ବାପଦାଦା ପିଲାମାନଙ୍କୁ ଅବ୍ୟକ୍ତ ରୂପରେ ମିଳନର ଅନୁଭୂତି କରିବା ପାଇଁ ନିର୍ଦ୍ଦେଶ ଦେଇ ଚାଲିଛନ୍ତି । ସେଥିପାଇଁ ତପସ୍ୟା ବର୍ଷ ମଧ୍ୟ ପାଳନ କରୁଛ ନା । ବାପଦାଦାଙ୍କୁ ଖୁସି ଲାଗୁଛି ଯେ ଅଧିକାଂଶ ପିଲାଙ୍କର ବହୁତ ଭଲ ଉମଙ୍ଗ-ଉତ୍ସାହ ମଧ୍ୟ ରହିଛି । ଅଳ୍ପ ସଂଖ୍ୟକ ପିଲା ଏଭଳି ଭାବୁଛନ୍ତି ଯେ କାର୍ଯ୍ୟକ୍ରମ ଅନୁସାରେ ତପସ୍ୟା ତ କରିବାକୁ ହିଁ ପଡ଼ିବ । ଗୋଟିଏ ହେଲା କାର୍ଯ୍ୟକ୍ରମ ଆଧାରରେ କରିବା ଏବଂ ଦ୍ୱିତୀୟଟି ହେଲା ଆନ୍ତରିକ ଉମଙ୍ଗ-ଉତ୍ସାହର ସହିତ କରିବା । ଏବେ ପ୍ରତ୍ୟେକ ନିଜକୁ ପଚାର - ମୁଁ କେଉଁ ଶ୍ରେଣୀର ଅଟେ?

ସମୟ ଅନୁସାରେ ଆସୁଥିବା ପରିସ୍ଥିତି ହିସାବରେ, ସ୍ୱ-ଉନ୍ନତି ହିସାବରେ, ତୀବ୍ର ଗତିରେ ସେବା କରିବା ହିସାବରେ ବାପଦାଦାଙ୍କର ସ୍ନେହର ପ୍ରତିଦାନ ଦେବା ହିସାବରେ ତପସ୍ୟା ଅତି ଆବଶ୍ୟକ ଅଟେ । ସ୍ନେହ କରିବା ତ ଅତି ସହଜ ଏବଂ ସମସ୍ତେ କରୁଛନ୍ତି ମଧ୍ୟ - ଏକଥା ମଧ୍ୟ ବାପଦାଦା ଜାଣିଛନ୍ତି କିନ୍ତୁ ଏହାର ପ୍ରତିଦାନ ରୂପରେ ବାପଦାଦାଙ୍କ ସମାନ ମଧ୍ୟ ହେବାକୁ ପଡ଼ିବ । ବର୍ତ୍ତମାନ ସମୟରେ ବାପଦାଦା ଏହି କଥା ଦେଖିବାକୁ ଚାହୁଁଛନ୍ତି । ଏଥିରେ କିନ୍ତୁ କେହି କେହିଙ୍କ ଭିତରେ କେହି ବାହାରୁଛନ୍ତି । ଇଚ୍ଛା ତ ସମସ୍ତଙ୍କର ରହିଛି କିନ୍ତୁ ଇଚ୍ଛା ରଖିବା ବାଲା ଏବଂ କରିବା ବାଲାଙ୍କ ସଂଖ୍ୟାରେ ଅନ୍ତର ରହିଛି କାହିଁକିନା ତପସ୍ୟା କରିବାର ସଦାକାଳର ଏବଂ ସହଜ ମୂଳଦୁଆ ବା ଆଧାର ହେଲା - ବେହଦ୍ର ବୈରାଗ୍ୟ ବୃତ୍ତି । ବେହଦ୍ର ବୈରାଗ୍ୟ ଅର୍ଥାତ୍ ଚାରିପାଖର ବିନାଶୀ ଆଧାରଗୁଡ଼ିକୁ ଛାଡ଼ି ଦେବା, କାହିଁକିନା ସେଗୁଡ଼ିକୁ ନିଜର ସାହାରା କରିଦେଇଛ । ସମୟ ଅନୁସାରେ ସମସ୍ତଙ୍କର ପ୍ରିୟ ମଧ୍ୟ ହେଉଥିବ ଏବଂ ସମୟ ଅନୁସାରେ, ଶ୍ରୀମତ ଅନୁସାରେ, ନିମିତ୍ତ ହୋଇଥିବା ଆତ୍ମାମାନଙ୍କର ନିର୍ଦ୍ଦେଶ ଅନୁସାରେ ବୁଦ୍ଧି ଗୋଟିଏ ସେକେଣ୍ଡରେ ପ୍ରିୟ ହେବା ପରିବର୍ତ୍ତେ ଦୂରେଇ ଯାଇ ପାରୁଥିବ, ଏଭଳି ହୋଇ ପାରୁନାହିଁ । ଯେତେ ଶୀଘ୍ର ପ୍ରିୟ ହୋଇଯାଉଛ ସେତିକି ଶୀଘ୍ର ଦୂରେଇ ଯାଇପାରୁନାହଁ । ପ୍ରିୟ ହେବାରେ ତ ଚତୁର ଅଟ କିନ୍ତୁ ଦୂରେଇ ଯିବା ପାଇଁ ଭାବୁଛ ସାହସ ଏବଂ ଶକ୍ତି ଆବଶ୍ୟକ । ତେବେ, ଦୂରେଇ ଯିବା ହିଁ ଅଳ୍ପକାଳର ବିନାଶୀ ଆଧାରଗୁଡ଼ିକୁ ତ୍ୟାଗ କରିବା ଏବଂ ବିନାଶୀ ଆଧାରଗୁଡ଼ିକୁ ତ୍ୟାଗ କରିବାକୁ ହିଁ ବେହଦ୍ର ବୈରାଗ୍ୟ ବୃତ୍ତି କୁହାଯାଉଛି । ବିନାଶୀ ଆଧାରଗୁଡ଼ିକୁ ସାହାରା କରି ଜାବୁଡ଼ି ଧରିବା ଜଣା ଅଛି କିନ୍ତୁ ଛାଡ଼ିବା ସମୟରେ କଣ କରୁଛ? ଲମ୍ବା ପ୍ରଶ୍ନବାଚକ ଚିହ୍ନ ଲଗାଇ ଦେଉଛ । ସେବାର ନିମିତ୍ତ ହେବା ବହୁତ ଭଲ ଭାବରେ ଜଣା ଅଛି କିନ୍ତୁ ସେବାର ନିମିତ୍ତ ହେବା ସହିତ ନିଜର ଏବଂ ଅନ୍ୟମାନଙ୍କର ବ୍ୟାଟେରୀକୁ ଚାର୍ଜ କରିବାରେ କଷ୍ଟ ଅନୁଭବ ହେଉଛି, ସେଥିପାଇଁ ବର୍ତ୍ତମାନ ସମୟରେ ତପସ୍ୟା ଦ୍ୱାରା ବୈରାଗ୍ୟ ବୃତ୍ତିକୁ ଜାଗ୍ରତ କରିବା ଅତି ଆବଶ୍ୟକ ଅଟେ ।

ତେବେ ତପସ୍ୟାର ସଫଳତାର ବିଶେଷ ଆଧାର ବା ସହଜ ସାଧନ ହେଲା - ଏକ୍ ଶବ୍ଦର ପାଠକୁ ପକ୍କା କରିବା । ଦୁଇ ବା ତିନି ଲେଖିବାକୁ କଷ୍ଟ ଲାଗିଥାଏ କିନ୍ତୁ ଏକ୍ ଲେଖିବା ବହୁତ ସହଜ । ତପସ୍ୟା ଅର୍ଥାତ୍ ଜଣଙ୍କର ହୋଇଯିବା । ଯାହାକୁ ବାପଦାଦା ଏକନାମୀ କହୁଛନ୍ତି । ତପସ୍ୟା ଅର୍ଥାତ୍ ମନ ବୁଦ୍ଧିକୁ ଏକାଗ୍ର କରିବା, ତପସ୍ୟା ଅର୍ଥାତ୍ ଏକାନ୍ତ ପ୍ରିୟ ହେବା, ତପସ୍ୟା ଅର୍ଥାତ୍ ସ୍ଥିତିକୁ ଏକରସ ରଖିବା ଅର୍ଥାତ୍ ସ୍ଥିର ରଖିବା, ତପସ୍ୟା ଅର୍ଥାତ୍ ସମସ୍ତ ପ୍ରାପ୍ତ ହୋଇଥିବା ସମ୍ପତ୍ତିକୁ ବ୍ୟର୍ଥରେ ନଷ୍ଟ ହେବାରୁ ରକ୍ଷା କରିବା ଅର୍ଥାତ୍ ମିତବ୍ୟୟୀ ହେବା । ତେଣୁ ଏକ୍ ର ପାଠ ପକ୍କା ହେଲା ନା । ଏହା କଷ୍ଟ ଲାଗୁଛି ନା ସହଜ ଲାଗୁଛି? ଏମିତି ତ ସହଜ ହିଁ ଅଟେ, କିନ୍ତୁ - ଏମିତି ଭାଷା ତ କୁହାଯିବ ନାହିଁ ନା ।

ତୁମେମାନେ ତ ବହୁତ ବହୁତ ଭାଗ୍ୟବାନ ଅଟ ଯାହାକି ଅନେକ ପ୍ରକାରର ମେହନତ କରିବାରୁ ମୁକ୍ତ ହୋଇଯାଇଛ । ଦୁନିଆର ଲୋକମାନଙ୍କୁ ତ ସମୟ ହିଁ ଠିକ୍ କରିବ ଏବଂ ସେମାନେ ସମୟ ଅନୁସାରେ ବାଧ୍ୟତା ମୂଳକ ଭାବରେ କରିବେ କିନ୍ତୁ ପିଲାମାନଙ୍କୁ ବାବା ସମୟ ପୂର୍ବରୁ ପ୍ରସ୍ତୁତ କରୁଛନ୍ତି ଏବଂ ତୁମେମାନେ ମଧ୍ୟ ବାବାଙ୍କର ସ୍ନେହ ଆଧାରରେ କରୁଛ । ଯଦି ସ୍ନେହ ଆଧାରରେ ନ କରିବ ବା ଅଳ୍ପ କରିବ ତେବେ କଣ ହେବ? ଜବରଦସ୍ତି ଭାବରେ କରିବାକୁ ହିଁ ପଡ଼ିବ । ବେହଦର ବୈରାଗ୍ୟ ବୃତ୍ତିକୁ ଧାରଣ କରିବାକୁ ହିଁ ପଡ଼ିବ କିନ୍ତୁ ବାଧ୍ୟତାମୂଳକ ଭାବରେ କରିବାର କୌଣସି ଫଳ ମିଳିବ ନାହିଁ । ସ୍ନେହପୂର୍ଣ୍ଣ ରୀତିରେ କରିବାର ପ୍ରତ୍ୟକ୍ଷ ଫଳ ଜମା ହୋଇଥାଏ କିନ୍ତୁ ଜବରଦସ୍ତିଆ ବାଲାଙ୍କୁ କେଉଁ ସ୍ଥାନକୁ ଅତିକ୍ରମ ଅର୍ଥାତ୍ କ୍ରସ୍ କରିବାକୁ ପଡ଼ିବ! ସେହି ସ୍ଥାନକୁ ଅତିକ୍ରମ କରିବା ଅର୍ଥାତ୍ ଧର୍ମରାଜ ପୁରୀକୁ କ୍ରସ୍ କରିବା ମଧ୍ୟ ଯୀଶୁଖ୍ରିଷ୍ଟଙ୍କ ଭଳି କ୍ରସ୍ ଉପରେ ଚଢ଼ିବା ସହିତ ସମାନ । ତେଣୁ ତୁମମାନଙ୍କୁ କେଉଁଟି ପସନ୍ଦ? ସ୍ନେହପୂର୍ଣ୍ଣ ରୀତିରେ କରିବ । ବାପଦାଦା ପୁଣି କେବେ ବିନାଶୀ ଆଧାର ଗୁଡ଼ିକର ଲିଷ୍ଟ ଶୁଣାଇବେ । ଏମିତି ତ ତୁମେମାନେ ବୁଝିବାରେ ତ ବହୁତ ଚତୁର ଅଟ । କିନ୍ତୁ ବାପଦାଦା ସେଗୁଡ଼ିକୁ ରିଭାଇଜ କରାଇବେ କାହିଁକିନା ବାପଦାଦା ତ ଯେବେ ଇଚ୍ଛା ସେବେ ପିଲାମାନଙ୍କର ପ୍ରତିଦିନର ଦିନଚର୍ଯ୍ୟାକୁ ଦେଖିପାରିବେ । କିନ୍ତୁ ସାରା ଦିନ ଜଣଜଣଙ୍କର ଦିନଚର୍ଯ୍ୟାକୁ ଦେଖିବାର ଧନ୍ଦା କରୁନାହାନ୍ତି । ବ୍ରହ୍ମାବାବାଙ୍କୁ ଦେଖିଛ ନା, ତାଙ୍କର ଦୃଷ୍ଟି ସ୍ୱତଃ ଭାବରେ କେଉଁଠି ପଡ଼ୁଥିଲା! ଚାହେଁ ତୁମମାନଙ୍କର ପତ୍ର ହୋଇଥାଉ ବା ପୋତାମେଲ ଅର୍ଥାତ୍ ଚାର୍ଟ ହୋଇଥାଉ, ଚାହେଁ କୌଣସି ଚାଲି ଚଳନ ବିଷୟରେ ହୋଇଥାଉ, ଚାହେଁ ଆଠ ପୃଷ୍ଠାର ପତ୍ର ହୋଇଥାଉ କିନ୍ତୁ ବାବାଙ୍କର ଦୃଷ୍ଟି କେଉଁଠି ପଡ଼ୁଥିଲା? ଯେଉଁ କଥା ଉପରେ ଶ୍ରୀମତ ଦେବାର ଥିବ ବା କିଛି ନିର୍ଦ୍ଦେଶ ଦେବାର ଆବଶ୍ୟକତା ଥିବ । ସେହିପରି ବାପଦାଦା ମଧ୍ୟ ସବୁକିଛି ଦେଖୁଛନ୍ତି କିନ୍ତୁ କିଛି ଦେଖୁନାହାନ୍ତି । ସବୁ ଜାଣିଛନ୍ତି କିନ୍ତୁ କିଛି ଜାଣିନାହାନ୍ତି । ଯାହା ଆବଶ୍ୟକ ନୁହେଁ ତାହା ଦେଖନ୍ତି ନାହିଁ, କି ଜାଣନ୍ତି ନାହିଁ । ତେବେ ପିଲାମାନଙ୍କର ବହୁତ ଭଲ ଖେଳ ମଧ୍ୟ ଦେଖୁଛନ୍ତି ଯାହାକୁ ପରେ କେବେ ଶୁଣାଇବେ । ଆଚ୍ଛା । ତପସ୍ୟା କରିବା, ବେହଦର ବୈରାଗ୍ୟ ବୃତ୍ତିରେ ରହିବା ସହଜ ଅଟେ ନା! ଆଧାର ଗୁଡ଼ିକୁ ଛାଡ଼ିବାକୁ କଷ୍ଟ ଲାଗୁଛି? କିନ୍ତୁ ତୁମମାନଙ୍କୁ ହିଁ ତ ହେବାକୁ ହିଁ ପଡ଼ିବ ନା । କଳ୍ପ-କଳ୍ପ ପ୍ରାପ୍ତିର ଅଧିକାରୀ ହୋଇଆସିଛ ଏବଂ ଏବେ ମଧ୍ୟ ନିଶ୍ଚିତ ହେବ । ଆଚ୍ଛା । ଏହି ବର୍ଷ କଳ୍ପ-କଳ୍ପର ଅର୍ଥାତ୍ ଅନେକ କଳ୍ପର ପୁରୁଣା ଏବଂ ଏହି କଳ୍ପର ନୂଆ ପିଲାମାନଙ୍କୁ ସୁଯୋଗ ମିଳିଛି । ତେଣୁ ସୁଯୋଗ ମିଳିବାର ଖୁସି ଅନୁଭବ ହେଉଛି ନା? ଅଧିକାଂଶ ପିଲା ନୂଆ ଅଟନ୍ତି କିନ୍ତୁ ଟୀଚରମାନେ ପୁରୁଣା ଅଟନ୍ତି । ତେଣୁ ଟୀଚରମାନେ କଣ କରିବ? ବୈରାଗ୍ୟ ବୃତ୍ତିକୁ ଧାରଣ କରିବା ନା? ଆଧାରଗୁଡ଼ିକୁ ଛାଡ଼ିବ ନା? ନା, ସେତେବେଳେ କହିବ କରିବାକୁ ତ ଚାହୁଁଛି କିନ୍ତୁ କେମିତି କରିବି? ତୁମେମାନେ କରି ଦେଖାଇବା ବାଲା ଅଟ, ନା କେବଳ ଶୁଣାଇବା ବାଲା ଅଟ? ଯେଉଁମାନେ ବି ଚାରିଆଡ଼ର ପିଲାମାନେ ଆସିଛନ୍ତି ସମସ୍ତଙ୍କୁ ବାପଦାଦା ସାକାର ରୂପରେ ଦେଖି ହର୍ଷିତ ହେଉଛନ୍ତି । ଯେହେତୁ ସାହସ ରଖିଛନ୍ତି ତେଣୁ ସାହସ ଆଧାରରେ ବାବାଙ୍କର ସାହାଯ୍ୟ ମଧ୍ୟ ସର୍ବଦା ମିଳୁଥିବ, ତେଣୁ ସାହସ ଆଧାରରେ ସର୍ବଦା ସାହାଯ୍ୟର ଅଧିକାରକୁ ଅନୁଭବ କରି ସହଜରେ ଉଡ଼ିଚାଲ । ବାବା ତ ସହଯୋଗ ଦେଉଛନ୍ତି କିନ୍ତୁ ନେବାବାଲା ନେବା ଦରକାର ନା । ଦାତା ତ ଦେଇ ଚାଲିଛନ୍ତି କିନ୍ତୁ ନେଲାବାଲା ଯଥାଶକ୍ତି ହୋଇଯାଉଛନ୍ତି । ତେଣୁ ଯଥାଶକ୍ତି ହୁଅନାହିଁ । ସର୍ବଦା ସର୍ବଶକ୍ତିବାନ ହୋଇ ରୁହ । ତାହାହେଲେ ପଛରେ ଆସିଥିବା ପିଲାମାନେ ମଧ୍ୟ ଆଗ ନମ୍ବର ପାଇପାରିବ । ବୁଝିପାରିଲ? ସର୍ବଶକ୍ତିର ଅଧିକାରକୁ ସମ୍ପୂର୍ଣ୍ଣ ରୂପରେ ପ୍ରାପ୍ତ କର । ଆଚ୍ଛା ।

ଚାରିଆଡ଼ର ସମସ୍ତ ସ୍ନେହୀ ଆତ୍ମାମାନେ, ସର୍ବଦା ବାବାଙ୍କର ସ୍ନେହର ପ୍ରତିଦାନ ଦେଉଥିବା ଅନନ୍ୟ ଆତ୍ମାମାନେ, ସର୍ବଦା ତପସ୍ୱୀମୂରତ ସ୍ଥିତିରେ ସ୍ଥିତ ରହୁଥିବା ବାବାଙ୍କର ନିକଟତମ ଆତ୍ମାମାନେ, ସର୍ବଦା ବାବାଙ୍କ ସମାନ ହେବାର ଲକ୍ଷ୍ୟକୁ ଲକ୍ଷଣ ରୂପରେ ପରିବର୍ତ୍ତନ କରୁଥିବା ଦେଶ ଏବଂ ବିଦେଶର ସମସ୍ତ ପିଲାମାନଙ୍କୁ ଦିଲାରାମ ପିତାଙ୍କର ମନ ପ୍ରାଣ ସହିତ ସ୍ନେହପୂର୍ଣ୍ଣ ଶୁଭେଚ୍ଛା ଏବଂ ନମସ୍ତେ ।

ଦାଦିମାନଙ୍କ ସହିତ ଅବ୍ୟକ୍ତ ବାପଦାଦାଙ୍କର ସାକ୍ଷାତ : -

ଅଷ୍ଟଶକ୍ତିଧାରୀ, ଇଷ୍ଟ ଏବଂ ଅଷ୍ଟ ଅଟ ନା । ଅଷ୍ଟ ରତ୍ନଙ୍କର ଲକ୍ଷଣ କଣ, ଜାଣିଛ? ପ୍ରତ୍ୟେକ କର୍ମରେ ସମୟ ଅନୁଯାୟୀ, ପରିସ୍ଥିତି ଅନୁଯାୟୀ ପ୍ରତ୍ୟେକ ଶକ୍ତିକୁ କାର୍ଯ୍ୟରେ ଲଗାଉଥିବା ଆତ୍ମା । ତେଣୁ ଏହି ଅଷ୍ଟଶକ୍ତି ତୁମକୁ ଇଷ୍ଟ ମଧ୍ୟ କରି ଦେଉଛି ଏବଂ ଅଷ୍ଟ ମଧ୍ୟ କରି ଦେଉଛି । ତୁମେମାନେ ଅଷ୍ଟଶକ୍ତିଧାରୀ ଅଟ ସେଥିପାଇଁ ସ୍ମାରକୀ ଚିତ୍ରରେ ଆଠଭୁଜା ଦେଖାଉଛନ୍ତି, କାରଣ ଆଠଟି ଶକ୍ତି ହିଁ ବିଶେଷ ଅଟେ । ଏମିତି ତ ବହୁତ ଶକ୍ତି ରହିଛି କିନ୍ତୁ ଏହି ଆଠଟି ଶକ୍ତି ଭିତରେ ଅଧିକାଂଶ ଶକ୍ତି ଅନ୍ତର୍ନିହିତ ଅଟେ । ତେଣୁ ଏହି ବିଶେଷ ଶକ୍ତି ଗୁଡ଼ିକୁ ସମୟ ଅନୁସାରେ କାର୍ଯ୍ୟରେ ଲଗାଇବାକୁ ହେବ । ଯେପରି ସମୟ, ଯେପରି ପରିସ୍ଥିତି ସେହିପରି ସ୍ଥିତି ହେବା ଦରକାର, ତେବେ କୁହାଯିବ ଇଷ୍ଟ ବା ଅଷ୍ଟ । ତେବେ ଏହିଭଳି ଗୃପ ପ୍ରସ୍ତୁତ ହୋଇଗଲାଣି ନା? ବିଦେଶରେ କେତେଜଣ ପ୍ରସ୍ତୁତ ହେଲେଣି? ଅଷ୍ଟ ରତ୍ନଙ୍କ ଭିତରେ ଆସିବେ ନା? ଆଚ୍ଛା ।

(ଅମୃତବେଳା ବ୍ରହ୍ମମୁହୂର୍ତ୍ତ ସମୟରେ ସନ୍ତ୍ରୀଦାଦୀ ଶରୀର ତ୍ୟାଗ କରିଲେ - ୧୩.୧୨.୯୦)

ଭଲ ହେଲା, ଯିବାକୁ ତ ସମସ୍ତଙ୍କୁ ହିଁ ପଡ଼ିବ । ସମସ୍ତେ ସଦା ପ୍ରସ୍ତୁତ ଅବସ୍ଥାରେ ଅଛ, ନା ମୋ ସେଣ୍ଟର୍, ମୋ ଜିଜ୍ଞାସୁ ମାନଙ୍କର କଣ ହେବ? ଏହିଭଳି ମୋର ମୋର ସ୍ମୃତିରେ ଆସିବ ନାହିଁ ତ? ଯିବାକୁ ତ ସମସ୍ତଙ୍କୁ ପଡ଼ିବ କିନ୍ତୁ ସମସ୍ତଙ୍କର ହିସାବ ଅଲଗା ଅଲଗା । ହିସାବ-କିତାବକୁ ଚୁକ୍ତ ନକରି କେହି ବି ଯାଇପାରିବ ନାହିଁ, ସେଥିପାଇଁ ସମସ୍ତେ ଖୁସି ଖୁସିରେ ଛୁଟୀ ଦେଇଦେଲେ । ସମସ୍ତଙ୍କୁ ଭଲ ଲାଗିଲା ନା । ଏହିଭଳି ଯିବା ଭଲ ନା । ତେଣୁ ତୁମେମାନେ ମଧ୍ୟ ସର୍ବଦା ପ୍ରସ୍ତୁତ ହୋଇ ରହିଥାଅ । ଆଚ୍ଛା ।

ପାର୍ଟିମାନଙ୍କ ସହିତ ଅବ୍ୟକ୍ତ ବାପଦାଦାଙ୍କର ସାକ୍ଷାତ

୧. ଦିଲ୍ଲୀ ଏବଂ ପଞ୍ଜାବ ଉଭୟ ହିଁ ସେବାର ଆଦି ସ୍ଥାନ ଅଟନ୍ତି । ସ୍ଥାପନାର ଆରମ୍ଭ ହୋଇଥିବା ସ୍ଥାନକୁ ସର୍ବଦା ମହତ୍ତ୍ୱପୂର୍ଣ୍ଣ ଦୃଷ୍ଟିରେ ଦେଖାଯାଇଥାଏ ଏବଂ ଗାୟନ ମଧ୍ୟ ହୋଇଥାଏ । ତେଣୁ ସେବା କ୍ଷେତ୍ରରେ ଯେପରି ଆଦି ସ୍ଥାନର ନିବାସୀ ଅଟ, ସେହିଭଳି ସ୍ଥିତିରେ ମଧ୍ୟ ଆଦିରତ୍ନ ମାନଙ୍କ ଭଳି ଅଟ ତ? କାରଣ ସ୍ଥାନ ସହିତ ସ୍ଥିତିର ମଧ୍ୟ ମହିମା ହୋଇଥାଏ ନା । ଆଦିରତ୍ନ ଅର୍ଥାତ୍ ପ୍ରତ୍ୟେକ ଶ୍ରୀମତକୁ ଜୀବନରେ ଧାରଣ କରିବାର ଶୁଭାରମ୍ଭ କରୁଥିବା ଆତ୍ମା । କେବଳ ଶୁଣିବାବାଲା ବା ଶୁଣାଇବା ବାଲା ନୁହେଁ କିନ୍ତୁ କରିବାବାଲା, କାହିଁକିନା ଶୁଣିବାବାଲା ବା ଶୁଣାଇବାବାଲା ତ ଅନେକ ଅଛନ୍ତି କିନ୍ତୁ କରିବା ବାଲା କୋଟିକ ଭିତରେ କେହି କେହି ଅଟନ୍ତି । ତେଣୁ ଏହିଭଳି ନିଶା ରହୁଛି ଯେ ଆମେ କୋଟିକ ଭିତରେ କେହି ଅଟୁ? ଏହିଭଳି ଆତ୍ମିକ ନିଶା, ମାୟାର ଅନେକ ପ୍ରକାରର ନିଶାଠାରୁ ମଧ୍ୟ ମୁକ୍ତ କରି ଦେଇଥାଏ । ଏହି ଆତ୍ମିକ ନିଶା ସୁରକ୍ଷାର ସାଧନ ମଧ୍ୟ ଅଟେ । ଏହାଦ୍ୱାରା କୌଣସି ବି ମାୟାର ନିଶା, ଯଥା-ପିନ୍ଧିବାର, ଖାଇବାର, ଦେଖିବାର ଟିକିଏ ବି ନିଜ ଆଡ଼କୁ ଆକର୍ଷିତ କରିପାରିବ ନାହିଁ । ଏହିଭଳି ନିଶାରେ ରହୁଛ, ନା ମାୟା ଅଳ୍ପ ଅଳ୍ପ ଆକର୍ଷିତ କରୁଛି? ଏବେ ତ ବୁଦ୍ଧିମାନ ହୋଇଗଲଣି ନା । ମାୟାର ଜ୍ଞାନ ମଧ୍ୟ ଜାଣିଗଲଣି । ତେବେ ବୁଦ୍ଧିମାନ ଆତ୍ମା କେବେବି ଧୋକା ଖାଇନଥାନ୍ତି । ଯଦି ବୁଦ୍ଧିମାନ ଆତ୍ମା କେବେ ଧୋକା ଖାଇଯାଏ ତେବେ ସମସ୍ତେ କଣ କହିଥାନ୍ତି? ଏତେ ବୁଦ୍ଧିମାନ ହୋଇ ମଧ୍ୟ ଧୋକା ଖାଇଗଲା! ଧୋକା ଖାଇବା ଅର୍ଥ ଦୁଃଖକୁ ଆବାହନ କରିବା । ଯେତେବେଳେ ଧୋକା ଖାଉଛ ସେତେବେଳେ ଦୁଃଖ ଲାଗୁଛି ନା । ତେବେ ଦୁଃଖକୁ କଣ କେହି ନେବାକୁ ଚାହାନ୍ତି କି? ସେଥିପାଇଁ ସର୍ବଦା ଆଦିରତ୍ନ ଅଟ ଅର୍ଥାତ୍ ପ୍ରତ୍ୟେକ ଶ୍ରୀମତକୁ ନିଜ ଜୀବନରେ ପ୍ରଥମେ କାର୍ଯ୍ୟକାରୀ କରୁଥିବା ଆତ୍ମା । ଏହିଭଳି ଅଟ ନା? ନା ଦେଖୁଛ - ପ୍ରଥମେ ଆଉ କେହି କରନ୍ତୁ ତାପରେ ଆମେ କରିବୁ? ଏମାନେ ତ କରୁନାହାନ୍ତି ତେଣୁ ଆମେ ମଧ୍ୟ କିପରି କରିବୁ! କରିବା କ୍ଷେତ୍ରରେ ପ୍ରଥମେ ମୁଁ । ଅନ୍ୟ କେହି ପରିବର୍ତ୍ତନ ହୁଅନ୍ତୁ ତେବେ ଯାଇ ମୁଁ ପରିବର୍ତ୍ତନ ହେବି ..... ଇଏ ବି ବଦଳିଯାଆନ୍ତୁ ତେବେ ମୁଁ ବଦଳିବି ..... ନା, ଯିଏ କରିବ ସିଏ ପାଇବ, ଏବଂ କେତେ ପାଇବ? ଗୋଟିଏର ପଦ୍ମଗୁଣା । ତେଣୁ କରିବାରେ ମଜା ରହିଛି ନା । ଗୋଟିଏ କର ଏବଂ ପଦ୍ମ ପାଅ । ଏଥିରେ ତ ପ୍ରାପ୍ତି ହିଁ ପ୍ରାପ୍ତି ରହିଛି, ସେଥିପାଇଁ ବାସ୍ତବିକ ରୂପରେ ଶ୍ରୀମତକୁ କାର୍ଯ୍ୟକାରୀ କରିବାରେ ପ୍ରଥମେ ମୁଁ । ମାୟାର ବଶୀଭୂତ ହେବାରେ ପ୍ରଥମେ ମୁଁ ନୁହେଁ, କିନ୍ତୁ ଏହି ପୁରୁଷାର୍ଥରେ ପ୍ରଥମେ ମୁଁ, ତେବେ ଯାଇ ପ୍ରତି ପାଦରେ ସଫଳତାକୁ ଅନୁଭବ କରିପାରିବ । ସଫଳତା ପ୍ରଥମରୁ ହିଁ ମିଳି ସାରିଛି କେବଳ ଟିକିଏ ରାସ୍ତା ବଦଳାଇ ଦେଉଛ ଏବଂ ରାସ୍ତା ବଦଳାଇ ଦେବା ଦ୍ୱାରା ଲକ୍ଷ୍ୟ ସ୍ଥଳ ଦୂରେଇ ଯାଉଛି, ସମୟ ମଧ୍ୟ ଲାଗୁଛି । ଯଦି କେହି ଭୁଲ ରାସ୍ତାରେ ଚାଲିଯିବ ତେବେ ତାର ଗନ୍ତବ୍ୟ ସ୍ଥାନ ଦୂର ହୋଇଯିବ ନା । ତେଣୁ ଏଭଳି କରନାହିଁ, ଲକ୍ଷ୍ୟ ମଧ୍ୟ ସମ୍ମୁଖରେ ରହିଛି ଏବଂ ସଫଳତା ମଧ୍ୟ ପୂର୍ବରୁ ହିଁ ମିଳିସାରିଛି । ଯଦି କେତେବେଳେ ବି ମେହନତ କରିବାକୁ ପଡ଼ୁଛି ତେବେ ନିଶ୍ଚିତ ଭାବରେ ମୋହବତ୍ ଅର୍ଥାତ୍ ସ୍ନେହର ପାଲା ହାଲୁକା ହୋଇ ଯାଇଥିବ । ଯଦି ସ୍ନେହ ରହିଥିବ ତେବେ କେବେ ହେଲେ ମେହନତ କରିବା ପାଇଁ ପଡ଼ିବ ନାହିଁ, କାହିଁକିନା ବାବା ଅନେକ ଭୁଜା ସହିତ ତୁମକୁ ସାହାଯ୍ୟ କରିବେ ଏବଂ ନିଜର ଭୁଜାମାନଙ୍କ ଦ୍ୱାରା ଗୋଟିଏ ସେକେଣ୍ଡରେ ତୁମର କାର୍ଯ୍ୟକୁ ସଫଳ କରି ଦେବେ । ତୁମେ ପୁରୁଷାର୍ଥରେ ସର୍ବଦା ଉଡ଼ିବାକୁ ଲାଗିବ । ତେବେ ପଞ୍ଜାବ ନିବାସୀ ସର୍ବଦା ଉଡ଼ୁଛ, ନା ଭୟ କରୁଛ? ପକ୍କା ଅନୁଭବୀ ହୋଇଗଲଣି? କେହି ଡରୁଆ ଅଛ କି? କଣ ହେବ, କିପରି ହେବ .... । ନା, ସେମାନଙ୍କୁ ଶାନ୍ତିର ଦାନ ମଧ୍ୟ ଦେବାକୁ ହେବ । କେହି ବି ଆସୁ, ଶାନ୍ତିର ଦାନ ନେଇ ଯାଉ, ଖାଲି ହାତରେ ନ ଯାଉ । ଚାହେଁ ଜ୍ଞାନ ନ ଦେଇପାର କିନ୍ତୁ ଶାନ୍ତିର ପ୍ରକମ୍ପନ ମଧ୍ୟ ଶାନ୍ତ କରି ଦେଇଥାଏ । ଆଚ୍ଛା ।

୨. ଚାରିଆଡ଼ୁ ଆସିଥିବା ଶ୍ରେଷ୍ଠ ଆତ୍ମାମାନେ, ସମସ୍ତେ ବ୍ରାହ୍ମଣ ହିଁ ଅଟ, ନୁହେଁ କି ରାଜସ୍ଥାନୀ ବା ମହାରାଷ୍ଟ୍ରୀୟ, ବା ମଧ୍ୟପ୍ରଦେଶୀ ..... ସମସ୍ତେ ଏକ୍ ଅଟ । ବର୍ତ୍ତମାନ ସମସ୍ତେ ମଧୁବନ ନିବାସୀ ଅଟ । ବ୍ରାହ୍ମଣମାନଙ୍କର ପ୍ରକୃତ ସ୍ଥାନ ମଧୁବନ ଅଟେ । ସେବା କରିବା ପାଇଁ ଭିନ୍ନ ଭିନ୍ନ ଏରିଆକୁ ଯାଇଛ । ଯଦି ସମସ୍ତେ ଗୋଟିଏ ସ୍ଥାନରେ ବସିଯିବ ତେବେ ଚାରିଆଡ଼ର ସେବା କିପରି ହେବ? ସେଥିପାଇଁ ସେବା ଅର୍ଥେ ଭିନ୍ନ ଭିନ୍ନ ସ୍ଥାନକୁ ଯାଇଛ । ଲୌକିକ ହିସାବରେ ଚାହେଁ ବ୍ୟବସାୟୀ ହୋଇଥାଅ ବା ସରକାରୀ ଚାକିରୀଆ ହୋଇଥାଅ ବା କୌଣସି ଫ୍ୟାକ୍ଟ୍ରି ଆଦିରେ କାମ କରୁଥାଅ କିନ୍ତୁ ଅସଲି ଧନ୍ଦା ହେଲା ଈଶ୍ୱରୀୟ ସେବାଧାରୀ । ମାତାମାନେ ଘର ଗୃହସ୍ଥରେ ରହୁଥିଲେ ମଧ୍ୟ ଈଶ୍ୱରୀୟ ସେବାରେ ଉପସ୍ଥିତ ଅଛନ୍ତି । ଯଦିଓ ତୁମଠାରୁ କେହି ଜ୍ଞାନ ଶୁଣନ୍ତୁ ବା ନ ଶୁଣନ୍ତୁ କିନ୍ତୁ ଶୁଭଭାବନା, ଶୁଭକାମନାର ପ୍ରକମ୍ପନ ଦ୍ୱାରା ମଧ୍ୟ ପରିବର୍ତ୍ତନ ହୋଇଯାଇଥାନ୍ତି । କେବଳ ବାଣୀ ଦ୍ୱାରା ସେବା କରିବା ହିଁ ସେବା ନୁହେଁ କିନ୍ତୁ ଶୁଭଭାବନା ରଖିବା ମଧ୍ୟ ସେବା । ତେଣୁ ଦୁଇଟିଯାକ ସେବା କରିବା ଜଣା ଅଛି ନା? ଯଦି କେହି ତୁମକୁ ଗାଳି ମଧ୍ୟ ଦେଉଛି ତେବେ ବି ତୁମେ ଶୁଭଭାବନା, ଶୁଭକାମନାକୁ ଛାଡ ନାହିଁ । ବ୍ରାହ୍ମଣମାନଙ୍କର କାମ ହେଲା - କିଛି ନା କିଛି ଦାନ କରିବା ତେବେ ଏହିଭଳି ଶୁଭଭାବନା, ଶୁଭକାମନା ରଖିବା ମଧ୍ୟ ଶିକ୍ଷା ଦେବା ସହିତ ସମାନ । ସମସ୍ତେ ବାଣୀ ଦ୍ୱାରା ପରିବର୍ତ୍ତନ ହୋଇନଥାଆନ୍ତି । ଯିଏ ଯେମିତି ବି ହୋଇଯାଉ କିନ୍ତୁ ତାକୁ କିଛି ନା କିଛି ଆଞ୍ଜୁଳି ଦିଅ । ଚାହେଁ ପକ୍କା ରାବଣ ଭଳି ହୋଇଥାଉ ନା କାହିଁକି । କେହି କେହି ମାତାମାନେ କହିଥାନ୍ତି ନା - ମୋର ସମ୍ବନ୍ଧୀମାନେ ଅବିକଳ ରାବଣ ଅଟନ୍ତି, ପରିବର୍ତ୍ତନ ହେବାର ଆଶା ନାହିଁ, ଏହିଭଳି ଆତ୍ମାମାନଙ୍କୁ ମଧ୍ୟ ନିଜର ଭଣ୍ଡାରରୁ ଶୁଭଭାବନା, ଶୁଭକାମନାର ଆଞ୍ଜୁଳି ନିଶ୍ଚିତ ଦିଅ । କେହି ଯଦି ତୁମକୁ ଗାଳି ଦେଉଛି ତେବେ ବି ତାଙ୍କ ମୁଖରୁ କଣ ବାହାରୁଛି? ଏମାନେ ସବୁ ବ୍ରହ୍ମାକୁମାରୀ ଅଟନ୍ତି... ତେବେ ବ୍ରହ୍ମାବାବାଙ୍କୁ ତ ମନେ ପକାଇଲେ ନା, ଚାହେଁ ଗାଳି ଦିଅନ୍ତୁ ପଛକେ କିନ୍ତୁ ବ୍ରହ୍ମା ଶବ୍ଦ ତ କହୁଛନ୍ତି ନା । ପୁଣି ବି ପିତାଙ୍କର ନାମ ତ ମୁଖରେ ଧରୁଛନ୍ତି ନା । ଚାହେଁ ଜାଣିଥାନ୍ତୁ ବା ନଜାଣିଥାଆନ୍ତୁ, ତେଣୁ ତୁମେ ତାଙ୍କୁ ନିଶ୍ଚିତ ଆଞ୍ଜଳୀ ଦିଅ । ତେବେ ଏହିଭଳି ଆଞ୍ଜୁଳୀ ଦେଉଛ ନା ଯିଏ ବୁଝୁନାହିଁ ତାକୁ ଛାଡି ଦେଉଛ? କେବେ ବି ଛାଡିବାର ନାହିଁ ନଚେତ୍ ପରେ ପୁଣି ତୁମ କାମ ଧରିବେ, ଅପବାଦ ଦେବେ, କହିବେ ଆମେ ତ ଅବୁଝା, ଅଜ୍ଞାନୀ ଥିଲୁ କିନ୍ତୁ ତୁମେ କାହିଁକି ଦେଲ ନାହିଁ । ତୁମ କାମ ଧରିବେ ନା । ତେଣୁ ତୁମେ ଦେଇଚାଲ, କେହି ନିଅନ୍ତୁ ବା ନ ନିଅନ୍ତୁ । ବାପଦାଦା ତ ପ୍ରତିଦିନ ଏତେ ସବୁ ସମ୍ପତ୍ତି ପିଲାମାନଙ୍କୁ ଦେଉଛନ୍ତି, କେହି ତ ପୂରା ଗ୍ରହଣ କରୁଛନ୍ତି, ଆଉ କେହି ମଧ୍ୟ ଯଥା ଶକ୍ତି ଅନୁସାରେ ଗ୍ରହଣ କରୁଛନ୍ତି । ତେବେ ବାପଦାଦା କଣ କେବେ କହୁଛନ୍ତି - ମୁଁ ଆଉ ଦେବି ନାହିଁ? ତୁମେ କାହିଁକି ନେଉନାହଁ? ତେଣୁ ବ୍ରାହ୍ମଣମାନଙ୍କର କର୍ତ୍ତବ୍ୟ ହେଲା ଦେବା । ଦାତାଙ୍କର ସନ୍ତାନ ଅଟ ନା । ଯଦି ସେମାନେ ଭଲ ବୋଲି କହିବେ ତାପରେ ତୁମେ ଦେବ, ତେବେ ଏହା ତ ନେବତା ହେଲ ନା । ନେବତା ଅର୍ଥାତ୍ ନେଲାବାଲା କେବେ ବି ଦାତାଙ୍କର ସନ୍ତାନ ଅର୍ଥାତ୍ ଦେବତା ହୋଇପାରିବେ ନାହିଁ । ତୁମେମାନେ ତ ଦେବତା ହେବ ନା? ତୁମମାନଙ୍କର ଦୈବୀ ପୋଷାକ ପ୍ରସ୍ତୁତ ହୋଇଗଲାଣି ନା? ନା ଏବେ ସିଲେଇ ହେଉଛି ବା ଧୂଲେଇ ହେଉଛି, ନା କେବଳ ଇସ୍ତ୍ରୀ ହେବା ବାକି ରହିଛି? ତୁମମାନଙ୍କୁ ତ ଦେବତା ପୋଷାକ ଅର୍ଥାତ୍ ସ୍ୱରୂପ ସମ୍ମୁଖରେ ଦେଖାଯିବା ଦରକାର । ଆଜି ଫରିସ୍ତା, କାଲି ଦେବତା । ପୂର୍ବରୁ କେତେ ଥର ଦେବତା ହୋଇଛ? ତେଣୁ ସର୍ବଦା ନିଜକୁ ଦାତାଙ୍କର ସନ୍ତାନ ଅଟୁ ଏବଂ ଦେବତା ହେବାକୁ ଯାଉଛୁ - ଏହି କଥା ହିଁ ସ୍ମୃତିରେ ରଖ । ଦାତାଙ୍କର ସନ୍ତାନ କେବେ ନେବା ପରେ ଦିଅନ୍ତି ନାହିଁ । ମୋତେ ମାନ-ସମ୍ମାନ ମିଳୁ, ମୋତେ ସମ୍ମାନ ଦେଲେ ଯାଇ ମୁଁ ଦେବି - ଏଭଳି ନୁହେଁ । ଦାତାଙ୍କର ସନ୍ତାନ ସର୍ବଦା ଦେଲାବାଲା । ଏହିଭଳି ନିଶା ସବୁବେଳେ ରହୁଛି ନା । ନା କେବେ କମୀ ଯାଉଛି, କେବେ ବଢିଯାଉଛି? ଏବେ ପର୍ଯ୍ୟନ୍ତ ମାୟାକୁ ବିଦାୟ ଦେଇ ନାହଁ କି? ଧୀରେ ଧୀରେ ବିଦାୟ ଦେବାର ନାହିଁ, କାରଣ ଆଉ ସେତିକି ସମୟ ନାହିଁ । ପ୍ରଥମେ ତ ବହୁତ ଡେରିରେ ଆସିଛ, ପୁଣି ଯଦି ଧୀରେ ଧୀରେ ପୁରୁଷାର୍ଥ କରିବ ତେବେ ପହଞ୍ଚିପାରିବ ନାହିଁ । ଯଦି ନିଶ୍ଚୟ ହେଲା, ନିଶା ଚଢିଲା ତେବେ ଉଡିଚାଲ । ଏବେ ଉଡିବାର କଳାର ସମୟ । ଉଡିବା ହିଁ ତୀବ୍ରଗତି ଅଟେ ନା । ତୁମେମାନେ ବହୁତ ଭାଗ୍ୟବାନ ଅଟ ଯାହାକି ଉଡିବା ସମୟରେ ଆସିଯାଇଛ । ତେଣୁ ସର୍ବଦା ନିଜକୁ ଏହିଭଳି ଅନୁଭବ କର ଯେ ଆମେ ବହୁତ ବଡ ଭାଗ୍ୟବାନ । ଏଭଳି ଭାଗ୍ୟ ପୁଣି ସାରା କଳ୍ପ ଭିତରେ ମିଳିପାରିବ ନାହିଁ । ତେଣୁ ଦାତାଙ୍କର ସନ୍ତାନ ହୁଅ, ନେବାର ସଂକଳ୍ପ ମଧ୍ୟ କର ନାହିଁ । ପଇସା ଦିଅନ୍ତୁ, ଲୁଗାପଟା ଦିଅନ୍ତୁ, ଖାଇବାକୁ ଦିଅନ୍ତୁ...। ଦାତାଙ୍କର ସନ୍ତାନମାନଙ୍କୁ ସବୁ କିଛି ସ୍ୱତଃ ହିଁ ପ୍ରାପ୍ତ ହୋଇଥାଏ । ବରଂ ମାଗିବାବାଲାଙ୍କୁ ମିଳିନଥାଏ । ତେଣୁ ତୁମେ ଦାତା ହୁଅ, ଆପେ ଆପେ ସବୁ ମିଳିଯିବ । ଆଚ୍ଛା!

ବରଦାନ:-
ଯଥାର୍ଥ ଯୋଗ ଦ୍ୱାରା ସର୍ବଶକ୍ତି ସମ୍ପନ୍ନ ହେଉଥିବା ସର୍ବଦା ଅସ୍ତ୍ର-ଶସ୍ତ୍ରଧାରୀ, କର୍ମଯୋଗୀ ହୁଅ ।

ଯଥାର୍ଥ ଯୋଗର ଅର୍ଥ ହେଲା ସର୍ବଦା ସର୍ବଶକ୍ତିରେ ସମ୍ପନ୍ନ ରହିବା । ଯଦି ପରିସ୍ଥିତି ରୂପୀ ଶତ୍ରୁ ଆସିଯାଇଥିବ କିନ୍ତୁ ତୁମର ଅସ୍ତ୍ର-ଶସ୍ତ୍ର କାମ କରୁନଥିବ ତେବେ ତୁମକୁ ଅସ୍ତ୍ରଧାରୀ ବୋଲି କୁହାଯିବ ନାହିଁ । ପ୍ରତ୍ୟେକ କର୍ମରେ ଯୋଗ ମିଶି ରହିଥିବ ତେବେ ଯାଇ ସଫଳତା ମିଳିବ । ଯେପରି କର୍ମ ନ କରି ଗୋଟିଏ ସେକେଣ୍ଡ ମଧ୍ୟ ରହିପାରିବ ନାହିଁ ସେହିପରି କୌଣସି କର୍ମ ଯୋଗ ବିନା କରିପାରିବ ନାହିଁ, ସେଥିପାଇଁ କର୍ମଯୋଗୀ, ଶସ୍ତ୍ରଧାରୀ ହୁଅ ଏବଂ ଯଥା ସମୟରେ ସର୍ବଶକ୍ତିକୁ ନିଜର ଆଦେଶ ଅନୁସାରେ କାର୍ଯ୍ୟରେ ଲଗାଅ - ତେବେ କୁହାଯିବ ଯଥାର୍ଥ ଯୋଗୀ ।

ସ୍ଲୋଗାନ:-
ଯେଉଁମାନଙ୍କର ସଂକଳ୍ପ ଏବଂ କର୍ମ ମହାନ ସେହିମାନେ ହିଁ ମାଷ୍ଟର ସର୍ବଶକ୍ତିମାନ ।