01.06.22 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ଯଦି
ସର୍ବଦା ଈଶ୍ୱରୀୟ ସେବାରେ ବ୍ୟସ୍ତ ରହିବ ତେବେ ବାବାଙ୍କ ସହିତ ସ୍ନେହ ବଢି ଚାଲିବ, ଖୁସିର ନିଶା
ଚଢି ରହିବ ।”
ପ୍ରଶ୍ନ:-
ବାବାଙ୍କର
ଦୃଷ୍ଟି ଦ୍ୱାରା ଜୀବନକୁ ଧନ୍ୟ କରୁଥିବା ପିଲାମାନଙ୍କ ହୃଦୟରେ ସର୍ବଦା କେଉଁ ଖୁସି ରହିଥାଏ?
ଉତ୍ତର:-
ସେମାନଙ୍କ ହୃଦୟରେ ସ୍ୱର୍ଗର ରାଜତ୍ତ୍ୱ ପାଇବାର ଖୁସି ରହିଥାଏ କାହିଁକି ନା ବାବାଙ୍କର ଦୃଷ୍ଟି
ମିଳିଲା ଅର୍ଥାତ୍ ସମ୍ପତ୍ତିର ଅଧିକାରୀ ହୋଇଗଲେ । କାରଣ ବାବାଙ୍କ ଭିତରେ ହିଁ ସବୁ କିଛି ସମାହିତ
ହୋଇ ରହିଛି ।
ପ୍ରଶ୍ନ:-
ବାବା ପ୍ରତ୍ୟହ
ପିଲାମାନଙ୍କୁ ଭିନ୍ନ-ଭିନ୍ନ ଢଙ୍ଗରେ ନୂଆ-ନୂଆ ପଏଣ୍ଟସ୍ କାହିଁକି ଶୁଣାଉଛନ୍ତି?
ଉତ୍ତର:-
କାହିଁକି ନା ପିଲାମାନଙ୍କର ଅନେକ ଜନ୍ମର ଇଚ୍ଛାକୁ ପୂରଣ କରିବାର ଅଛି । ପିଲାମାନେ ବାବାଙ୍କ
ଦ୍ୱାରା ନୂଆ ନୂଆ ଜ୍ଞାନର ପଏଣ୍ଟସ୍ ଶୁଣିବା ଦ୍ୱାରା ବାବାଙ୍କ ପ୍ରତି ସ୍ନେହ ବୃଦ୍ଧି ପାଉଛି ।
ଗୀତ:-
ତୁନେ ରାତ ଗବାୟୀ
ଶୋକେ....
ଓମ୍ ଶାନ୍ତି ।
ପିଲାମାନେ ନଜର
ଲଗାଇ ବସିଛନ୍ତି । ଏହି ଆତ୍ମା ଏବଂ ଶରୀରକୁ ମଧ୍ୟ ବାବା ଦେଖୁଛନ୍ତି । ପିଲାମାନେ ମଧ୍ୟ
ଦେଖୁଛନ୍ତି । ବାସ୍ତବରେ ଦେଖିବାରେ ମଧ୍ୟ ମଜା ନା ଶୁଣିବାରେ? ଶୁଣିବା ତ ବହୁତ ହୋଇଗଲା ନା ।
ଜ୍ଞାନ ବହୁତ ଶୁଣିଛ । ତୁମେ ନମ୍ବରୱାନ ଭକ୍ତ ଅଟ । ତୁମେମାନେ ହିଁ ସବୁଠାରୁ ଅଧିକ ଭକ୍ତି କରିଛ
। ବେଦ, ଶାସ୍ତ୍ର, ଗ୍ରନ୍ଥ, ଗୀତା, ଗାୟତ୍ରୀ, ଜପ, ତପ, ଆଦି ସବୁ କରିଛ, ବହୁତ ଶୁଣିଛ । ବାବା
ପଚାରୁଛନ୍ତି, ଏସବୁ କେବେଠାରୁ ଶୁଣି ଆସିଛ? ଯେବେଠାରୁ ଏସବୁ ବାହାରିଛି ସେବେଠାରୁ ବହୁତ ଶୁଣିଛ
। ବାକି ବାବାଙ୍କ ଦୃଷ୍ଟି ସହିତ ଦୃଷ୍ଟି ମିଶାଇବା ତାହା ବର୍ତ୍ତମାନ ହିଁ ହେଉଛି । ବାସ୍ତବରେ
ଦୃଷ୍ଟି ଦ୍ୱାରା ହିଁ ନିହାଲ ଅର୍ଥାତ୍ ଧନ୍ୟ ହୋଇଥା’ନ୍ତି । ଏହା ଉପରେ ଏକ ସ୍ଲୋଗାନ ମଧ୍ୟ ରହିଛି
- ନଜର ଦ୍ୱାରା ନିହାଲ ସ୍ୱାମୀ କୀନ୍ଦା ସତଗୁରୁ । ସିଏ ଗୁରୁ ମଧ୍ୟ ଅଟନ୍ତି, ସଜନୀମାନଙ୍କର
ସ୍ୱାମୀ ମଧ୍ୟ ଅଟନ୍ତି । ପିଲାମାନେ ବାବାଙ୍କର ନଜରର ସମ୍ମୁଖରେ ବସିଛନ୍ତି, ଦୃଷ୍ଟି ଦ୍ୱାରା ହିଁ
ବାବାଙ୍କୁ ଜାଣୁଛନ୍ତି ଯେ, ତାଙ୍କଠାରୁ ଆମକୁ ବିଶ୍ୱର ମାଲିକ ପଣିଆ ମିଳୁଛି । ବାବାଙ୍କୁ ଦେଖିଲେ
ହିଁ ମନ ଖୁସି ହୋଇଯାଉଛି କାହିଁକି ନା ବାବାଙ୍କଠାରୁ ହିଁ ସବୁ କିଛି ମିଳୁଛି । ବାବାଙ୍କ ପାଖରେ
ହିଁ ସବୁ କିଛି ସମାହିତ ହୋଇ ରହିଛି । ଯେହେତୁ ବାବା ମିଳିଗଲେ, ତେଣୁ ତାଙ୍କର ଦୃଷ୍ଟି ସମ୍ମୁଖରେ
ବସି ପିଲାମାନଙ୍କର ସ୍ୱର୍ଗର ରାଜତ୍ୱର ନିଶା ମଧ୍ୟ ଚଢିଯାଉଛି । ପ୍ରଥମେ ବାବାଙ୍କର ନିଶା ପୁଣି
ରାଜତ୍ୱର ନିଶା । ଏକଥା ଜାଣିଛୁ ଯେ ଆମେ ଏବେ ବାବାଙ୍କ ସମ୍ମୁଖରେ ବସିଛୁ । ତେଣୁ ଦେହ-ଅଭିମାନ
ତୁଟି ଚାଲିଛି । ଆମେ ଆତ୍ମାମାନେ ଏହି ଶରୀରର ଆଧାରରେ ଚକ୍ର ଲଗାଇ ଅଭିନୟ କରି-କରି ଆସିଛୁ । ଏବେ
ଆମର ବାବା ମଧ୍ୟ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି । ବାବାଙ୍କ ମିଳନ ସହିତ ବର୍ସା ମିଳିବାର ମଧ୍ୟ
ଖୁସି ରହିଛି । ପିଲା ଯେତେବେଳେ ବଡ ହୋଇଯାଏ ସେତେବେଳେ ବୁଦ୍ଧିରେ ଆସିଯାଏ ଯେ, ମୁଁ ବାରିଷ୍ଟରର,
ଇଞ୍ଜିନିୟରର ଅଥବା ରାଜାର ପିଲା ଅଟେ । ମୁଁ ସାରା ବିଶ୍ୱ ରୂପି ରାଜତ୍ତ୍ୱର ମାଲିକ ଅଟେ । ଏଠାରେ
ମଧ୍ୟ ତୁମେମାନେ ଜାଣୁଛ ଯେ, ଆମକୁ ସ୍ୱର୍ଗର ବର୍ସା ମିଳୁଅଛି । ବାବାଙ୍କୁ ଦେଖିଲେ ପିଲାମାନଙ୍କ
ଭିତରେ ସ୍ଥାୟୀ ଖୁସି ରହିବା ଦରକାର, ଏହାକୁ ହିଁ ଆତ୍ମିକ ସ୍ଥିତି କୁହାଯାଇଥାଏ । ଯିଏ
ସମସ୍ତଙ୍କର ପରମପିତା, ସିଏ ଏଠାକୁ ଆସି ଆତ୍ମାମାନଙ୍କ ସହିତ କଥା ହେଉଛନ୍ତି । ଆତ୍ମା ଏହି ଶରୀର
ଦ୍ୱାରା ଶୁଣିଥାଏ । ବହୁତ ଦିନ ହେବ ଆମେମାନେ ବାବାଙ୍କୁ ଆହ୍ୱାନ କରି ଆସୁଥିଲେ ତେଣୁ ବାବା ଏବେ
ଆସିଛନ୍ତି, ଆମ ସହିତ ଦୃଷ୍ଟି ମିଶାଉଛନ୍ତି ଏବଂ ୨୧ ଜନ୍ମ ପାଇଁ ବର୍ସା ଦେଉଛନ୍ତି । ବାସ୍ତବରେ
ଏକଥା କଳ୍ପରେ ଥରେ ମାତ୍ର ହୋଇଥାଏ । ଏକଥା ତୁମେ ପିଲାମାନେ ମନେ ରଖିବା ଦରକାର । କିନ୍ତୁ
ପିଲାମାନେ ଭୁଲିଯାଉଛନ୍ତି, କିନ୍ତୁ ଏକଥା ବିଲ୍କୁଲ୍ ଭୁଲିବା ଉଚିତ୍ ନୁହେଁ । ବାବାଙ୍କର ଦୃଷ୍ଟି
ସମ୍ମୁଖରେ ରହିଲେ ଭାବୁଛନ୍ତି ଯେ, ଆମେମାନେ ବାବାଙ୍କ ସାଥୀରେ ବସିଛୁ । ବାବାଙ୍କୁ ଦେଖିବା
ଦ୍ୱାରା ଖୁସିର ନିଶା ଚଢୁଛି ଏବଂ ବାବା ମଧ୍ୟ ନୂଆ ନୂଆ ପଏଣ୍ଟ ସବୁ ବୁଝାଉଛନ୍ତି । ତେଣୁ
ବାବାଙ୍କ ସହିତ ପିଲାମାନଙ୍କର ସମ୍ପୂର୍ଣ୍ଣ ସ୍ନେହ ରହିବା ଦରକାର । ଆତ୍ମା ନିଜର ଇଚ୍ଛାକୁ ପୂରଣ
କରିଦେଉ କାହିଁକି ନା ଆତ୍ମା ଅନେକ ଦିନରୁ ବାବାଙ୍କ ଠାରୁ ଅଲଗା ହୋଇଯାଇଥିଲା । ଅନେକ ପ୍ରକାର
ଦୁଃଖ ଦେଖିଛି । ବର୍ତ୍ତମାନ ବାବାଙ୍କ ସମ୍ମୁଖରେ ବସିଛି ତେଣୁ ତାଙ୍କୁ ଦେଖି ହର୍ଷିତ ହେବା
ଦରକାର । ବାବାଙ୍କ ସମ୍ମୁଖରେ ରହିଲେ ଅଧିକ ହର୍ଷିତ ହେଉଛି ନା ବାବାଙ୍କଠାରୁ ଦୂରରେ ରହିଲେ ଅଧିକ
ହର୍ଷିତ ପଣିଆ ରହୁଛି? ବିବେକ କହୁଛି ଯେ, ବାହାରେ ତ ବହୁତ କଥା ଶୁଣୁଛୁ ତେଣୁ ବୁଦ୍ଧି ଅନ୍ୟ ଆଡକୁ
ଚାଲିଯାଉଛି । ଯେଉଁମାନେ ମଧୁବନରେ ଅଛନ୍ତି ସେମାନେ ସମ୍ମୁଖରେ ଶୁଣୁଛନ୍ତି । ବାବା ସ୍ନେହର ସହିତ
ସମସ୍ତଙ୍କୁ ଆକର୍ଷିତ କରୁଛନ୍ତି । ଦେଖ, ବାବା ତୁମର କେତେ ମିଠା, କେତେ ସ୍ନେହୀ ଅଟନ୍ତି । ସେ
ତୁମକୁ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ କରୁଛନ୍ତି । ପିଲାମାନେ ସ୍ୱର୍ଗର ମାଲିକ ଥିଲେ । ଏବେ
ଡ୍ରାମା ଅନୁସାରେ ସବୁ କିଛି ହରାଇ ଦେଇଛନ୍ତି । ରାଜ୍ୟ ହରାଇବା ଏବଂ ପାଇବା ଏହା ତ ବଡ କଥା ନୁହେଁ
। ତୁମେମାନେ ହିଁ ଏହି କଥାକୁ ଜାଣିଛ । ଦୁନିଆରେ କୋଟି କୋଟି ଆତ୍ମା ଅଛନ୍ତି, ପରନ୍ତୁ କୋଟିକରେ
କେହି ମୋତେ ଜାଣୁଛନ୍ତି । ମୁଁ କ’ଣ ଏବଂ କିପରି, ମୁଁ ଯିଏ, ଯେପରି ଅଟେ ମୋ ଦ୍ୱାରା କ’ଣ
ମିଳିଥାଏ? ଏସବୁ କଥାକୁ ଜାଣି ମଧ୍ୟ ମାୟା ଭୁଲାଇ ଦେଉଛି । ଏପରି ନୁହେଁ ଯେ, ଯେଉଁମାନେ ସମ୍ମୁଖରେ
ରହୁଛନ୍ତି ତାଙ୍କୁ ମାୟା ଭୁଲାଇନଥାଏ । ଯେଉଁମାନେ ସମ୍ମୁଖରେ ରହୁଛନ୍ତି ତାଙ୍କୁ ମଧ୍ୟ ମାୟା
ଭୁଲାଇ ଦେଉଛି । ତେଣୁ ଶିବବାବାଙ୍କ ପ୍ରତି ସମ୍ପୂର୍ଣ୍ଣ ପ୍ରେମ ରହିବା ଦରକାର । ସ୍ନେହ କିପରି
ବଢିବ ଯାହାଦ୍ୱାରା ଆମେ ବାବାଙ୍କଠାରୁ ଉଚ୍ଚ ବର୍ସା ନେଇପାରିବୁ! ବାବା କହିବେ, ସେବା କର । ବାବା
ମଧ୍ୟ ପିଲାମାନଙ୍କର ସେବା କରୁଛନ୍ତି । ପିଲାମାନେ ଜାଣିଛନ୍ତି, ବାବା ଦୂର ଦେଶରୁ ଆସିଛନ୍ତି ।
ନିଶ୍ଚୟ ବୁଦ୍ଧି ପିଲାମାନେ କେବେ ଟଳମଳ ହେବା ଉଚିତ୍ ନୁହେଁ । କୌଣସି କଥାରେ ଦ୍ୱନ୍ଦ୍ୱରେ ପଡିବା
ଉଚିତ୍ ନୁହେଁ । କିନ୍ତୁ ମାୟା ବହୁତ ଶକ୍ତିଶାଳୀ । ବାବା ତ ଆମକୁ ଦୈବୀ ଗୁଣରେ ସୁସଜ୍ଜିତ
କରୁଛନ୍ତି । ମନୁଷ୍ୟରୁ ଦେବତା କରୁଛନ୍ତି । ଏହି ସ୍କୁଲ ହିଁ ମନୁଷ୍ୟରୁ ଦେବତା ହେବାର ସ୍କୁଲ ।
ଏହା ହିଁ ପବିତ୍ର ଦୁନିଆର ମାଲିକ ହେବାର ପରିଶ୍ରମ ଅଟେ । ବାବା କହୁଛନ୍ତି, କେବଳ ମୋତେ ମନେ
ପକାଅ । ମଣିଷର ମୃତ୍ୟୁ ସମୟରେ ରାମଙ୍କୁ ମନେ ପକାଇବାକୁ କହିଥା’ନ୍ତି । କିନ୍ତୁ ରାମଙ୍କୁ କେହି
ଜାଣିନାହାଁନ୍ତି ତେଣୁ ତାଙ୍କୁ ମନେ ପକାଇଲେ କୌଣସି ଲାଭ ନାହିଁ । ତୁମ ପାଖରେ ତ ବାବାଙ୍କର
ସମ୍ପୂର୍ଣ୍ଣ ପରିଚୟ ରହିଛି । ତୁମେମାନେ ଶିବବାବାଙ୍କ ପାଖକୁ ଆସୁଛ । ସିଏ ତ ନିରାକାର, ରଚୟିତା
ଅଟନ୍ତି । ରଚନା କିପରି କରିବେ? ପ୍ରଜାପିତା ବ୍ରହ୍ମାଙ୍କୁ ମଧ୍ୟ ରଚୟିତା ବୋଲି କହୁଛନ୍ତି,
ବ୍ରହ୍ମାଙ୍କ ଦ୍ୱାରା ମନୁଷ୍ୟ ସୃଷ୍ଟିର ଜନ୍ମ ହୋଇଥାଏ । ସେଥିପାଇଁ ତାଙ୍କୁ ପ୍ରଜାପିତା ବ୍ରହ୍ମା
ବୋଲି କୁହାଯାଇଥାଏ । ତୁମେ ଏବେ ବ୍ରାହ୍ମଣ ହୋଇଛ । ତୁମର ଆତ୍ମା ଏବେ ଭଲ ଭାବରେ ଜାଣିଛି ଯେ, ଆମେ
ଶିବବାବାଙ୍କର ନାତି, ବ୍ରହ୍ମାଙ୍କର ସନ୍ତାନ ଅଟୁ । ତୁମେମାନେ ଚାହୁଁଛ ଯେ, ଆମର ବିକର୍ମ ବିନାଶ
ହୋଇଯାଉ ଏବଂ ଆମେମାନେ ବିଜୟମାଳାରେ ଗୁନ୍ଥା ହୋଇଯାଉ, ସେଥିପାଇଁ ବାବାଙ୍କୁ ବହୁତ ସ୍ମରଣ କରିବାକୁ
ପଡିବ । ତୁମେମାନେ କର୍ମଯୋଗୀ ମଧ୍ୟ ଅଟ । ତେଣୁ ଘରର ଦାୟିତ୍ୱ ନେଇ ମଧ୍ୟ ପଦ୍ମଫୁଲ ସମାନ ପବିତ୍ର
ରହିବାକୁ ହେବ । ଏହି ଉଦାହରଣ କୌଣସି ସନ୍ନ୍ୟାସୀମାନଙ୍କ ପ୍ରତି ଲାଗୁ ହେଉନାହିଁ । ସେମାନେ
ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ସମାନ ପବିତ୍ର ରହିପାରିବେ ନାହିଁ । ନା କାହାକୁ କହିପାରିବେ
। ଯିଏ ଯେପରି ସିଏ ସେହିପରି ହିଁ ହୋଇଥାନ୍ତି । ସନ୍ନ୍ୟାସୀମାନେ ଏକଥା କହିପାରିବେ ନାହିଁ ଯେ
ପଦ୍ମଫୁଲ ସମାନ ପବିତ୍ର ରୁହ । ଯଦି ସେମାନେ କହିବେ ବ୍ରହ୍ମକୁ ମନେ ପକାଅ ତେବେ ତାହା ହୋଇପାରିବ
ନାହିଁ । ମନୁଷ୍ୟମାନେ କହିବେ ତୁମେ ତ ଘରଦ୍ୱାରା ଛାଡିଛ, ଆମେ କିପରି ଛାଡିବୁ? ତୁମେ ଯଦି
ଗୃହସ୍ଥରେ ରହିପାରିଲ ନାହିଁ ତେବେ ଅନ୍ୟକୁ କିପରି କହିପାରିବ । ସେମାନେ ରାଜଯୋଗର ଶିକ୍ଷା
ଦେଇପାରିବେ ନାହିଁ । ଏବେ ତୁମେମାନେ ସମସ୍ତ ଧର୍ମର ରହସ୍ୟକୁ ବୁଝିଯାଇଛ । ପ୍ରତ୍ୟେକ ଧର୍ମକୁ
ନିଜ ନିଜ ସମୟରେ ହିଁ ଆସିବାକୁ ହେବ । କଳିଯୁଗ ପରେ ସତ୍ୟଯୁଗ ନିଶ୍ଚିତ ଆସିବ, ଏବଂ ସତ୍ୟଯୁଗ ପାଇଁ
ଦରକାର ଆଦି ସନାତନ ଦେବୀ ଦେବତା ଧର୍ମ । ଅନ୍ୟ କୌଣସି ଧର୍ମ ମନୁଷ୍ୟମାନଙ୍କୁ ଦେବତା
କୁହାଯାଇପାରିବ ନାହିଁ । ସେମାନଙ୍କୁ ମୁକ୍ତିକୁ ହିଁ ଯିବାକୁ ହେବ, ସୁଖ ତ ସ୍ୱର୍ଗରେ ହିଁ ରହିଛି
। ଯେତେବେଳେ ଆମେମାନେ ଦେବୀ-ଦେବତା ହୋଇଯିବା ସେତେବେଳେ ଅନ୍ୟ ଧର୍ମର ଆତ୍ମାମାନେ ମୁକ୍ତିକୁ
ଚାଲିଯିବେ । କିନ୍ତୁ ଯେପର୍ଯ୍ୟନ୍ତ ଆମେ ଜୀବନମୁକ୍ତିଧାମ ସ୍ୱର୍ଗକୁ ନ ଯାଇଛୁ ସେପର୍ଯ୍ୟନ୍ତ କେହି
ମୁକ୍ତିକୁ ଯାଇ ପାରିବେ ନାହିଁ । ସ୍ୱର୍ଗ ଏବଂ ନର୍କ ଏକତ୍ର ରହିପାରିବ ନାହିଁ । ଯେତେବେଳେ ଆମକୁ
ଜୀବନମୁକ୍ତିର ବର୍ସା ମିଳିଯିବ ସେତେବେଳେ ଜୀବନ ବନ୍ଧନବାଲା ରହିବା ଉଚିତ୍ ନୁହେଁ । ତୁମେମାନେ
ଜାଣିଛ ଯେ, ବର୍ତ୍ତମାନ ହେଉଛି ସଂଗମଯୁଗ ଏବଂ ତୁମେମାନେ ହିଁ କଳ୍ପର ସଂଗମରେ ବାବାଙ୍କ ସହିତ
ମିଶୁଛ, ଅନ୍ୟ କେହି ମିଶିପାରିବେ ନାହିଁ । ଅନ୍ୟମାନେ ଭାବୁଛନ୍ତି ଯେ, ଏହା ତ କଳିଯୁଗ । କିନ୍ତୁ
ଆମେମାନେ ଏବେ କଳିଯୁଗରେ ନାହୁଁ । ଆମେମାନେ ସ୍ୱର୍ଗକୁ ଯିବା ପାଇଁ ବାବାଙ୍କଠାରୁ ବର୍ସା ପାଉଛୁ
। ଆମେମାନେ ବଞ୍ଚି ଥାଉ ଥାଉ ମରି ଯାଇଛୁ ଏବଂ ବାବାଙ୍କର ହୋଇଛୁ । ଯେଉଁମାନେ ପୋଷ୍ୟ ହୁଅନ୍ତି
ସେମାନଙ୍କୁ ଦୁଇଟି ଯାକ ପରିବାର ବିଷୟରେ ଜଣାଥାଏ । ଆମେ ଅମୁକର ଥିଲୁ, ଏବେ ଅମୁକର ହୋଇଛୁ ।
ସେମାନେ ନିଜର ମିତ୍ର ସମ୍ବନ୍ଧୀ ଆଦି ସମସ୍ତଙ୍କୁ ଜାଣିଥା’ନ୍ତି, ଉଭୟ ପରିବାର ବିଷୟରେ ସେମାନଙ୍କୁ
ଜଣାଥାଏ । ସେହିପରି ତୁମେମାନେ ମଧ୍ୟ ଏବେ ଜାଣିଛ ଯେ, ଏହାଙ୍କ ପାଖରୁ ଆମେ ନିଜର ବୁଦ୍ଧିଯୋଗକୁ
ତୁଟାଇ ଦେଇଛୁ, ବର୍ତ୍ତମାନ ଆମେ ଯାଉଛୁ । ଏହି ଦୁନିଆ ସହିତ ଆମର କୌଣସି ସମ୍ପର୍କ ନାହିଁ ।
ଭଗବାନ ନିଜର ପିଲାମାନଙ୍କ ସହିତ ଅର୍ଥାତ୍ ପରମପିତା ପରମାତ୍ମା ଶାଳଗ୍ରାମମାନଙ୍କ ସହିତ କଥା
ହେଉଛନ୍ତି । ଭଗବାନଙ୍କୁ ଏଠାକୁ ଆସିବାର ଅଛି, କିନ୍ତୁ ଏକଥା କେହି ଜାଣିନାହାଁନ୍ତି, ସେଥିପାଇଁ
ଦ୍ୱନ୍ଦ୍ୱରେ ପଡୁଛନ୍ତି । ଏତେ ସହଜ କଥାକୁ ମଧ୍ୟ କେହି ବୁଝିପାରୁ ନାହାଁନ୍ତି । ତାଙ୍କୁ କେବଳ
ସ୍ମରଣ କରୁଛନ୍ତି । ତୁମେମାନେ ଜାଣିଛ ଯେ, ଆମେ ଆତ୍ମା ଶରୀର ଧାରଣ କରି ଅଭିନୟ କରୁଛୁ । ଆମେମାନେ
ପରମଧାମରୁ ଆସିଛୁ । ସେଠାରେ ପରମପିତା ପରମାତ୍ମା ମଧ୍ୟ ରହୁଛନ୍ତି । ମନୁଷ୍ୟମାନେ ତ ନା ଆତ୍ମାକୁ,
ନା ପରମାତ୍ମାଙ୍କୁ ଜାଣିଛନ୍ତି । କିପରି ଭଗବାନ ଆସି ମିଶିବେ? ଆସି କ’ଣ କରିବେ? କେହି ବି ଜାଣି
ନାହାଁନ୍ତି । ଗୀତାରେ ସବୁ ଭୁଲ କଥା ଲେଖିଦେଇଛନ୍ତି । ସେଠାରେ ବାବାଙ୍କର ନାମ ହିଁ ବଦଳାଇ
ଦେଇଛନ୍ତି । ବାବା ପଚାରୁଛନ୍ତି - ତୁମେମାନେ ମୋତେ ଜାଣିଛ ନା? କୃଷ୍ଣ କ’ଣ ଏପରି କହିପାରିବେ ଯେ
- ତୁମେ ମୋତେ ଜାଣିଛ? ତାଙ୍କୁ ତ ସାରା ଦୁନିଆ ଜାଣିଛି କିନ୍ତୁ ସିଏ ଜ୍ଞାନ ଦେଇପାରିବେ ନାହିଁ ।
ତେଣୁ ବୁଝାଇବା ଦରକାର ଯେ, ଭଗବାନ ରୂପ ବଦଳାଇଥାନ୍ତି କିନ୍ତୁ କୃଷ୍ଣ ହୋଇନଥାନ୍ତି । ସିଏ
ସାଧାରଣ ମନୁଷ୍ୟ ଶରୀରରେ ଆସୁଛନ୍ତି, କୃଷ୍ଣଙ୍କ ଶରୀରରେ ଆସୁନାହାଁନ୍ତି । ସିଏ ହେଲେ ବ୍ରହ୍ମା ।
ସିଏ ହେଲେ କୃଷ୍ଣଙ୍କର ଆତ୍ମା । କେବଳ ଅଳ୍ପ କିଛି କଥାର ଭୁଲ ରହିଛି । ଏହା ହେଉଛି କୃଷ୍ଣଙ୍କର
୮୪ ତମ ଜନ୍ମ, ଯିଏକି ଆରମ୍ଭରେ କୃଷ୍ଣ ଥିଲେ ପୁଣି ଏହି ଅନ୍ତିମ ଜନ୍ମରେ କୃଷ୍ଣ ପଦ ପାଇବା ପାଇଁ
ପୁରୁଷାର୍ଥ କରୁଛନ୍ତି । ଏହା କେତେ ଗୁପ୍ତ କଥା । ଏହି ଟିକିଏ କଥାକୁ ମଧ୍ୟ ଭୁଲଯାଇଛନ୍ତି ।
ବାସ୍ତବରେ ଏହାକୁ ଜାଣିବା ପାଇଁ ବହୁତ ସୂକ୍ଷ୍ମ ବୁଦ୍ଧି ଆବଶ୍ୟକ ।
ତୁମେମାନେ ଜାଣିଛ ଯେ,
ଆମେ କୃଷ୍ଣଙ୍କର ରାଜବଂଶରେ ଥିଲୁ । ଏବେ ଶିବବାବାଙ୍କଠାରୁ ପୁଣି ଥରେ ରାଜ୍ୟ ଭାଗ୍ୟ ନେଉଛୁ ।
ଆମର ବୁଦ୍ଧିରେ କୃଷ୍ଣ ରହୁନାହାଁନ୍ତି । ମନୁଷ୍ୟମାନେ ତ କୃଷ୍ଣ ଭଗବାନୁବାଚ ବୋଲି କହିଦେଉଛନ୍ତି
। ଯାହାଦ୍ୱାରା କୃଷ୍ଣ ମଧ୍ୟ ସିଦ୍ଧ ହେଉନାହାଁନ୍ତି । ଗୀତାରେ ଦେଖାଇଛନ୍ତି ଯେ, ୫ ପାଣ୍ଡବ
ବଞ୍ଚିଗଲେ । କଳ୍ପର ଆୟୁଷକୁ ମଧ୍ୟ ଲକ୍ଷ-ଲକ୍ଷ ବର୍ଷ ବୋଲି କହି ଦେଇଛନ୍ତି । ଏତେ ସହଜ କଥା ମଧ୍ୟ
ଲୋକମାନେ ଜାଣିନାହାଁନ୍ତି । ତୁମେମାନେ ଈଶାରାରେ ମଧ୍ୟ ବୁଝିଯାଉଛ ଯେ, ଆମେ ହିଁ ସୂର୍ଯ୍ୟବଂଶୀ
କୂଳର ଥିଲୁ, ଏବେ ସୂର୍ଯ୍ୟବଂଶୀରୁ ଶୂଦ୍ରବଂଶୀକୁ ଆସିଛୁ । ପୁଣି ବ୍ରାହ୍ମଣରୁ ଦେବତା ହେଉଛୁ ।
ବର୍ଣ୍ଣ ଗୁଡିକୁ ମଧ୍ୟ ବୁଦ୍ଧିରେ ରଖିବାକୁ ପଡିଥାଏ । ସେମାନେ ବର୍ଣ୍ଣକୁ ମଧ୍ୟ ଅଧା କରିଦେଇଛନ୍ତି
। ବ୍ରାହ୍ମଣ ଚୁଟୀ ଏବଂ ଶିବବାବାଙ୍କୁ ଭୁଲି ଯାଇଛନ୍ତି । ବାକି ଦେବତା, କ୍ଷତ୍ରିୟ, ବୈଶ୍ୟ,
ଶୁଦ୍ର ଦେଖାଇଛନ୍ତି । ତେବେ ବ୍ରାହ୍ମଣ ତ ନିଶ୍ଚିତ ଦରକାର ନା । ପୁଣି ବହ୍ମାଙ୍କର ସନ୍ତାନମାନେ
କୁଆଡେ ଗଲେ । ଏକଥା କାହାରି ବୁଦ୍ଧିରେ ପଶୁ ନାହିଁ । ତୁମକୁ ବାବା ଭଲ ଭାବରେ ବୁଝାଉଛନ୍ତି, ତେଣୁ
ତୁମକୁ ବୁଦ୍ଧିରେ ବହୁତ ଭଲ ଭାବରେ ଧାରଣ କରିବାକୁ ହେବ । ଯେଉଁ ଜ୍ଞାନ ବାବାଙ୍କ ବୁଦ୍ଧିରେ ଅଛି
ତାହା ତୁମ ପାଖରେ ମଧ୍ୟ ରହିବା ଦରକାର । ମୁଁ ତୁମମାନଙ୍କୁ ନିଜ ସମାନ କରୁଛି । ସୃଷ୍ଟିଚକ୍ରର
ଜ୍ଞାନ ମୋ ପାଖରେ ଅଛି ତାହା ତୁମ ବୁଦ୍ଧିରେ ମଧ୍ୟ ରହିବା ଦରକାର । ବୁଦ୍ଧିବାନ୍ ହେବା ଦରକାର ।
ବାବାଙ୍କ ସହିତ ଯୋଗ ମଧ୍ୟ ରହୁ ଏବଂ ଘଡି ଘଡି ବିଚାର ସାଗର ମଧ୍ୟ ମନ୍ଥନ ହୋଇଚାଲୁ । ତୁମେମାନେ
ଏବେ ବାବାଙ୍କ ସମ୍ମୁଖରେ ବସିଛ । ଏକଥା ମଧ୍ୟ ଜାଣୁଛ ଯେ, ବାବା ତ ବିଲକୁଲ୍ ସହଜ ଭାବରେ
ବୁଝାଉଛନ୍ତି । କହୁଛନ୍ତି ମଧ୍ୟ ଆତ୍ମା ପରମାତ୍ମା... ସତଗୁରୁ ଦଲାଲ ରୂପରେ ପାଠ ପଢାଉଛନ୍ତି ।
ଦଲାଲ ଅଥବା ସୌଦା କରାଇଲାବାଲା । ବାବା ଏହାଙ୍କ ଦ୍ୱାରା ଆସି ନିଜ ସାଥିରେ ସୌଦା କରାଉଛନ୍ତି ।
ତୁମେମାନେ ଜାଣିଛ ଯେ, ଦଲାଲଙ୍କୁ ସ୍ମରଣ କରିବା ଉଚିତ୍ ନୁହେଁ । ଦଲାଲଙ୍କ ଦ୍ୱାରା ଆମର
ଶିବବାବାଙ୍କ ସହିତ ନିର୍ବନ୍ଧ ହେଉଛି । ତୁମେମାନେ ସବୁ ମଝିରେ ଥିବା ଦଲାଲ ଅଟ । ଅନ୍ୟମାନଙ୍କୁ
କହୁଛ ଯେ, ପରମପିତା ପରମାତ୍ମାଙ୍କ ସହିତ ତୁମର କ’ଣ ସମ୍ବନ୍ଧ ଅଛି? ତୁମେ ନିର୍ବନ୍ଧ କରାଇବା ପାଇଁ
ଯୁକ୍ତି ରଚନା କରୁଛ । ପୁଣି ପ୍ରଜା ପିତାଙ୍କର ନାମ ମଧ୍ୟ ଦେଉଛ । ବର୍ସା ଶିବବାବାଙ୍କଠାରୁ
ମିଳିବାର ଅଛି । ସିଏ ହିଁ ସ୍ୱର୍ଗର ରଚୟିତା ଅଟନ୍ତି । ଜୀବ ଆତ୍ମାମାନଙ୍କର ପରମାତ୍ମାଙ୍କ ସହିତ
ନିର୍ବନ୍ଧ ହୋଇଥାଏ । ତୁମେ ନିର୍ବନ୍ଧ କରିଥିଲ, ବର୍ସା ପାଇଥିଲ ଏବେ ପୁଣି ଥରେ ପାଉଛ ।
ତୁମେମାନେ ଜାଣିଛ ଯେ,
ଆମର ଏହି ଧନ୍ଦା କଳ୍ପ-କଳ୍ପ, କଳ୍ପର ସଂଗମଯୁଗର ଆଉ କୌଣସି ଆତ୍ମାଙ୍କର ପରମାତ୍ମାଙ୍କ ସହିତ
ନିର୍ବନ୍ଧ କରାଉନାହାଁନ୍ତି । ନିର୍ବନ୍ଧ ମଧ୍ୟ ତାଙ୍କ ସହିତ କରାଉଛନ୍ତି ଯିଏକି ବିଶ୍ୱର ମାଲିକ
କରାଉଛନ୍ତି । ଏହା ହେଉଛି ଉଚ୍ଚରୁ ଉଚ୍ଚ ଆଧ୍ୟାତ୍ମିକ ନିର୍ବନ୍ଧ । ଆମେମାନେ ଏହି ନିର୍ବନ୍ଧ
କରିବା କଳ୍ପ-କଳ୍ପ ବାବାଙ୍କଠାରୁ ହିଁ ଶିଖୁଛନ୍ତି । କଳ୍ପ-କଳ୍ପ ଏହିପରି ହୋଇଥାଏ । କଳ୍ପ-କଳ୍ପ
ମନୁଷ୍ୟରୁ ଦେବତା ନିଶ୍ଚିତ ହୋଇଥା’ନ୍ତି । ସେହି ଦେବତାମାନେ ପୁଣି ମନୁଷ୍ୟ ହୋଇଯାଆନ୍ତି ।
ମନୁଷ୍ୟ ତ ମନୁଷ୍ୟ ହିଁ ଅଟନ୍ତି । କିନ୍ତୁ କାହିଁକି ଲେଖିଛନ୍ତି ଯେ, ମନୁଷ୍ୟ ସେ ଦେବତା କିୟେ...
କାହିଁକି ନା ଦେବତା ଧର୍ମର ସ୍ଥାପନା କରୁଛନ୍ତି । ତୁମେମାନେ ମଧ୍ୟ ଜାଣିଛ ଯେ, ଏହି ନିର୍ବନ୍ଧ
ଦ୍ୱାରା ଆମେ ମନୁଷ୍ୟରୁ ଦେବତା ହେଉଛୁ । ସମସ୍ତେ କହୁଛନ୍ତି - ଖ୍ରୀଷ୍ଟଙ୍କର ୩ ହଜାର ବର୍ଷ
ପୂର୍ବରୁ ଭାରତ ସ୍ୱର୍ଗ ଥିଲା, କିନ୍ତୁ ଏକଥା ବୁଦ୍ଧିରେ ଆସୁନାହିଁ । ଭାରତ ପ୍ରଥମେ ସ୍ୱର୍ଗ ଥିଲା,
ଏବେ ମଧ୍ୟ କେତେ ମନ୍ଦିର ତିଆରି କରୁଛନ୍ତି । କିନ୍ତୁ ବର୍ତ୍ତମାନ ସମସ୍ତଙ୍କର ପତନର କଳା । ଆମର
ଉନ୍ନତିର କଳା ହେଉଛି । ଉନ୍ନତିର କଳାକୁ ଯିବା ପାଇଁ ଗୋଟିଏ ସେକେଣ୍ଡ ଲାଗିଥାଏ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କେବେ ବି
କୌଣସି କଥାରେ ଦ୍ୱନ୍ଦ୍ୱରେ ପଡି ନିଶ୍ଚୟକୁ ହଲଚଲ କରିବାର ନାହିଁ । ଘର ଗୃହସ୍ଥକୁ ସମ୍ଭାଳିବା
ସହିତ କର୍ମଯୋଗୀ ହୋଇ ରହିବାକୁ ହେବ । ବିଜୟ ମାଳାରେ ପାଖାପାଖି ନମ୍ବରରେ ଆସିବା ପାଇଁ ପବିତ୍ର
ନିଶ୍ଚିତ ହେବାକୁ ପଡିବ ।
(୨) ବୁଦ୍ଧିମାନ ହେବା
ପାଇଁ ଜ୍ଞାନର ବିଚାର ସାଗର ମନ୍ଥନ କରିବାକୁ ହେବ । ସର୍ବଦା ସେବାରେ ତତ୍ପର ରହିବାକୁ ହେବ ।
ସମସ୍ତଙ୍କୁ ନିଜ ସମାନ କରିବାର ସେବା କରିବାକୁ ହେବ ।
ବରଦାନ:-
ବାବା ଶବ୍ଦର
ସ୍ମୃତି ଦ୍ୱାରା ବିନାଶୀ ମୋ’ର ପଣିଆକୁ ଅର୍ପଣ କରୁଥିବା ଅବିନାଶୀ ବୈରାଗୀ ହୁଅ ।
କେହି କେହି ପିଲା
କହିଥାଆନ୍ତି ମୋ’ର ଏହିଭଳି ଗୁଣ ଅଛି, ଏହିଭଳି ଶକ୍ତି ଅଛି, ଏହା ମଧ୍ୟ ଭୁଲ୍ କଥା କାରଣ
ପରମାତ୍ମାଙ୍କର ଦାନକୁ ମୋ’ର ବୋଲି ଭାବିବା ମହାପାପ ଅଟେ । କେହି କେହି ପିଲା ଅତି ସାଧାରଣ ଶବ୍ଦରେ
କହିଦିଅନ୍ତି ଯେ ମୋ’ର ଏହି ଗୁଣକୁ ବା ମୋ’ର ଶକ୍ତିକୁ ବ୍ୟବହାର କରାଯାଉ ନାହିଁ, କିନ୍ତୁ ମୋ’ର
କହିବା ଅର୍ଥ ମଇଳା ହେବା - ଏହା ମଧ୍ୟ ଠକିବା ଅଟେ, ସେଥିପାଇଁ ବିନାଶୀ ମୋ’ର ପଣିଆକୁ ଅର୍ପଣ କରି
ସଦା ସର୍ବଦା ବାବା ଶବ୍ଦ ହିଁ ସ୍ମୃତିରେ ରଖ ତେବେ କୁହାଯିବ ବେହଦର ବୈରାଗୀ ଆତ୍ମା ।
ସ୍ଲୋଗାନ:-
ନିଜର ସେବାକୁ
ବାବାଙ୍କ ନିକଟରେ ଅର୍ପଣ କରିଦିଅ ତେବେ ସେବାର ଫଳ ଏବଂ ବଳ ପ୍ରାପ୍ତ ହୋଇଚାଲିବ ।