01.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବଡ-ବଡ ସ୍ଥାନରେ ବଡ-ବଡ ଦୋକାନ ଅର୍ଥାତ୍ ସେଣ୍ଟର ଖୋଲ, ସେବାକୁ ବଢାଇବା ପାଇଁ ଯୋଜନା କର, ମିଟିଙ୍ଗ୍ କର, ବିଚାର କର ।

ପ୍ରଶ୍ନ:-
ଦୁନିଆର ସ୍ଥୂଳ ଆଶ୍ଚର୍ଯ୍ୟଗୁଡିକୁ ତ ସମସ୍ତେ ଜାଣିଛନ୍ତି କିନ୍ତୁ ସବୁଠାରୁ ବଡ ଆଶ୍ଚର୍ଯ୍ୟ କଣ, ଯାହାକୁ ତୁମେ ପିଲାମାନେ ହିଁ ଜାଣିଛ ?

ଉତ୍ତର:-
ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଲା ସମସ୍ତଙ୍କର ସଦ୍ଗତି ଦାତା, ବାବା ନିଜେ ଆସି ପାଠ ପଢାଉଛନ୍ତି । ସମସ୍ତଙ୍କୁ ଏହି ୱାଣ୍ଡରଫୁଲ୍ ଅର୍ଥାତ୍ ଆଶ୍ଚର୍ଯ୍ୟଜନକ କଥା ଜଣାଇବା ପାଇଁ ନିମନ୍ତେ ତୁମକୁ ନିଜ-ନିଜର ଦୋକାନକୁ ବହୁତ ଆକର୍ଷଣୀୟ କରିବାକୁ ପଡୁଛି କାହିଁକି ନା ମନୁଷ୍ୟ ବାହ୍ୟ ଆଡମ୍ବରକୁ ଦେଖି ଆସିଥାନ୍ତି । ତେଣୁ ସବୁଠାରୁ ଭଲ ଏବଂ ବଡ ଦୋକାନ ରାଜଧାନୀ(ଦିଲ୍ଲୀ)ରେ ରହିବା ଦରକାର, ଯାହାଦ୍ୱାରା ସମସ୍ତେ ଆସି ବୁଝିପାରିବେ ।

ଗୀତ:-
ମରନା ତେରୀ ଗଲୀ ମେଁ...

ଓମ୍ ଶାନ୍ତି ।
ଶିବ ଭଗବାନୁବାଚ । ରୁଦ୍ର ଭଗବାନୁବାଚ ମଧ୍ୟ କୁହାଯାଇପାରିବ କାହିଁକି ନା ଶିବମାଳାର ଗାୟନ କରାଯାଏ ନାହିଁ । ମନୁଷ୍ୟ ଭକ୍ତିମାର୍ଗରେ ଯେଉଁ ମାଳା ଗଡାଇଥାନ୍ତି ତାର ନାମ ରଖାଯାଇଛି ରୁଦ୍ର ମାଳା । ଯଦିଓ ଦୁଇଟିଯାକ ଏକା କଥା କିନ୍ତୁ ପ୍ରକୃତରେ ଶିବବାବା ହିଁ ପାଠ ପଢାଉଛନ୍ତି ତେଣୁ ଶିବମାଳାର ନାମ ରହିବା ଉଚିତ୍ କିନ୍ତୁ ରୁଦ୍ର ମାଳା ନାମ ପ୍ରଚଳିତ ହୋଇ ଆସୁଛି । ତେଣୁ ତାହ ମଧ୍ୟ ବୁଝାଇବାକୁ ପଡୁଛି । ବାସ୍ତବରେ ଶିବ ଏବଂ ରୁଦ୍ର ମଧ୍ୟରେ କୌଣସି ଫରକ ନାହିଁ । ପିଲାମାନଙ୍କ ବୁଦ୍ଧିରେ ଅଛି ଯେ ଆମେ ଭଲ ଭାବରେ ପୁରୁଷାର୍ଥ କରି ବାବାଙ୍କ ମାଳାରେ ନିକଟବର୍ତ୍ତୀ ଦାନା ହେବୁ । ସେଥିପାଇଁ ଦୃଷ୍ଟାନ୍ତ ମଧ୍ୟ ଦିଆଯାଏ ଯେ, ଯେପରି ପିଲାମାନେ ଦୌଡ ପ୍ରତିଯୋଗିତାରେ ଯେଉଁଠି ଚିହ୍ନ ଦିଆଯାଇଥାଏ ସେପର୍ଯ୍ୟନ୍ତ ଯାଇ ପୁଣି ଫେରିଆସି ଶିକ୍ଷକଙ୍କ ପାଖରେ ଛିଡା ହୋଇଥାନ୍ତି । ତୁମେମାନେ ମଧ୍ୟ ଜାଣୁଛ ଯେ, ଆମେ ୮୪ଜନ୍ମର ଚକ୍ର ଲଗାଇଛୁ । ଏବେ ପ୍ରଥମେ ଯାଇ ମାଳାରେ ଗୁନ୍ଥା ହେବୁ । ତାହା ହେଲା ବିଦ୍ୟାର୍ଥୀମାନଙ୍କ ପ୍ରତିଯୋଗିତା । ଏହା ହେଉଛି ଆତ୍ମାମାନଙ୍କର ରେସ୍ । ସେ ରେସ୍ ତୁମେ କରିପାରିବ ନାହିଁ । ଏହା ହେଉଛି ହିଁ ଆତ୍ମାମାନଙ୍କର କଥା । ଆତ୍ମା ବୁଢା, ଯୁବକ ଅଥବା ଛୋଟ-ବଡ ହୋଇନଥାଏ । ଆତ୍ମା ସର୍ବଦା ସମାନ ସ୍ଥିତିରେ ରହିଥାଏ । ଆତ୍ମାକୁ ଏବେ ନିଜର ପିତାଙ୍କୁ ମନେ ପକାଇବାକୁ ହେବ, ଏଥିରେ କୌଣସି ଅସୁବିଧାର କଥା ନାହିଁ । ଯଦିଓ ପାଠପଢାରେ ଢିଲା ହୋଇଯାଉଛନ୍ତି ପରନ୍ତୁ ଏଥିରେ କୌଣସି ଅସୁବିଧା ନାହିଁ । ଆତ୍ମାମାନେ ପରସ୍ପର ଭାଇ-ଭାଇ ଅଟନ୍ତି । ହଦର ରେସ୍ରେ ଯୁବକମାନେ ଅଧିକ ତୀବ୍ର ବେଗରେ ଦୌଡିବେ । ଏଠାରେ ତ ସେଭଳି କିଛି କଥା ନାହିଁ । ତୁମର ରୁଦ୍ର ମାଳାରେ ଗୁନ୍ଥା ହେବା ପାଇଁ ରେସ୍ ହେଉଛି । ବୁଦ୍ଧିରେ ଅଛି ଆମ ଆତ୍ମାମାନଙ୍କର ମଧ୍ୟ ବୃକ୍ଷ ରହିଛି । ତାହା ହେଉଛି ଶିବବାବାଙ୍କର ସମସ୍ତ ମନୁଷ୍ୟମାନଙ୍କର ମାଳା । ଏପରି ନୁହେଁ ଯେ ମାଳା କେବଳ ୧୦୮ ଅଥବା ୧୬୧୦୮ର ଅଛି । ନା, ଏଠାରେ ଯେତେ ବି ମନୁଷ୍ୟ ଅଛନ୍ତି, ସମସ୍ତେ ମାଳାର ଦାନା ଅଟନ୍ତି । ପିଲାମାନେ ଜାଣିଛନ୍ତି କ୍ରମାନ୍ୱୟରେ ସମସ୍ତେ ନିଜ-ନିଜର ଧର୍ମରେ ଯାଇ ବିରାଜମାନ ହେବେ । ଯେଉଁମାନେ କଳ୍ପ-କଳ୍ପ ପୁଣି ସେହି ସମୟ ଅନୁସାରେ ହିଁ ଆସୁଥିବେ । ଏହା ମଧ୍ୟ ଆଶ୍ଚର୍ଯ୍ୟର କଥା । ଦୁନିଆରେ ଏହି କଥାକୁ କେହି ଜାଣି ନାହାଁନ୍ତି । ତୁମମାନଙ୍କ ଭିତରେ ମଧ୍ୟ ଯେଉଁମାନଙ୍କର ବିଶାଳ ବୁଦ୍ଧି ହୋଇଥିବ ସେମାନେ ଏହି କଥାକୁ ବୁଝିପାରିବେ । ପିଲାମାନଙ୍କ ବୁଦ୍ଧିରେ ଏହି ଖିଆଲ ରହିବା ଉଚିତ୍ ଯେ ଆମେ ସମସ୍ତଙ୍କୁ କିପରି ରାସ୍ତା ବତାଇବୁ । ଏହା ହେଉଛି ବିଷ୍ଣୁଙ୍କର ମାଳା । ବଂଶାବଳୀ ଆରମ୍ଭ ହେଉଛି । ଶାଖା-ପ୍ରଶାଖା ମଧ୍ୟ ସବୁ ଅଛି ନା । ସେଠାରେ ମଧ୍ୟ ଛୋଟ-ଛୋଟ ଆତ୍ମାମାନେ ରହିଥାନ୍ତି । ଏଠାରେ ମନୁଷ୍ୟମାନେ ଅଛନ୍ତି । ପୁଣି ସବୁ ଆତ୍ମାମାନେ ଆକ୍ୟୁରେଟ୍ ଅର୍ଥାତ୍ ଅବିକଳ ସେଠାରେ ଯାଇ ରହିବେ । ଏହା କେତେ ୱାଣ୍ଡରଫୁଲ କଥା ନା । ମନୁଷ୍ୟ ଏହି ସ୍ଥୂଳ ୱାଣ୍ଡରସ୍ ସବୁକୁ ଦେଖୁଛନ୍ତି କିନ୍ତୁ ତାହା ତ କିଛି ବି ନୁହେଁ । ଏହା କେତେ ଆଶ୍ଚର୍ଯ୍ୟର କଥା ଯେ, ସମସ୍ତଙ୍କର ସଦ୍ଗତି ଦାତା ପରମପିତା ପରମାତ୍ମା ଆସି ପାଠପଢାଉଛନ୍ତି । ଶ୍ରୀକୃଷ୍ଣଙ୍କୁ କଣ ସମସ୍ତଙ୍କର ସଦ୍ଗତି ଦାତା କୁହାଯିବ କି ? ତୁମକୁ ଏହି ସବୁ ପଏଣ୍ଟସ୍ ଧାରଣ କରିବାକୁ ହେବ । ମୂଳ କଥା ହେଉଛି ଗୀତାର ଭଗବାନ କିଏ । ଏହି କଥା ଉପରେ ଯଦି ବିଜୟ ପ୍ରାପ୍ତ କରିଲ, ତେବେ ବାସ୍ ସବୁ କଥାରେ ବିଜୟ ପ୍ରାପ୍ତ କରିଲ । ଗୀତା ହେଉଛି ହିଁ ସର୍ବ ଶାସ୍ତ୍ରମୟୀ ଶିରୋମଣୀ, ଯାହାକୁ ସ୍ୱଂୟ ଭଗବାନ ହିଁ ଗାୟନ କରିଛନ୍ତି । ପ୍ରଥମେ-ପ୍ରଥମେ ଏହି ଚେଷ୍ଟା କରିବାକୁ ହେବ । ଆଜିକାଲି ତ ବହୁତ ଚାକଚକ୍ୟ ଦରକାର । ଯେଉଁ ଦୋକାନ ବହୁତ ଚାକିଚକ୍ୟ ସେଠାକୁ ବହୁତ ଲୋକମାନେ ଯାଇଥାନ୍ତି । ଭାବନ୍ତି ଏଠାରେ ଭଲ ଜିନିଷ ମିଳୁଥିବ । ପିଲାମାନେ ଡରୁଛନ୍ତି, ଏତେ ବଡ-ବଡ ସେଣ୍ଟର ଖୋଲିଲେ ଲକ୍ଷେ ଦୁଇ ଲକ୍ଷ ସଲାମୀ ଦେବାକୁ ପଡିବ, ତେବେ ଯାଇ ମନ ପସନ୍ଦ ଘର ମିଳିବ । ତେଣୁ ଗୋଟିଏ ରୟାଲ୍ ବଡ ଦୋକାନ ଅର୍ଥାତ୍ ସେଣ୍ଟର ଖୋଲାଯାଉ, ଏହିଭଳି ବଡ ଦୋକାନ ବଡ-ବଡ ସହରରେ ହିଁ ଖୋଲିଥାନ୍ତି । ତୁମର ସବୁଠାରୁ ବଡ ଦୋକାନ ରାଜଧାନୀରେ ଖୋଲିବା ଉଚିତ୍ । ପିଲାମାନେ ବିଚାର ସାଗର ମନ୍ଥନ କରିବା ଉଚିତ୍ ଯେ କିପରି ସେବା ବଢିବ । ବଡ ଦୋକାନ ଖୋଲିଲେ ବଡ-ବଡ ଲୋକ ଆସିବେ । ବଡ ଲୋକଙ୍କର ପ୍ରଭାବ ତୁରନ୍ତ ବିସ୍ତାର ହୁଏ । ପ୍ରଥମେ ପ୍ରଥମେ ତ ଏହି ଚେଷ୍ଟା କରିବା ଉଚିତ୍ । ସେବା ନିମନ୍ତେ ବଡରୁ ବଡ ଏପରି ସ୍ଥାନ ନିଶ୍ଚିତ କର ଯେଉଁ ସ୍ଥାନକୁ ବଡ-ବଡ ମନୁଷ୍ୟମାନେ ଆସିବେ ଏବଂ ଦେଖି ଆଶ୍ଚର୍ଯ୍ୟ ହେବେ । ସେଠାରେ ବୁଝାଇଲା ବାଲା ମଧ୍ୟ ଫାଷ୍ଟକ୍ଲାସ୍ ରହିବା ଆବଶ୍ୟକ । ଯଦି କେହି ସାଧାରଣ ବି.କେ ବୁଝାଇବେ ତେବେ ଭାବିବ ଯେ -- ବୋଧ ହୁଏ ସବୁ ବି.କେ ଏହିପରି ହୋଇଥିବେ । ଯେପରି ଦୋକାନମାନଙ୍କରେ ବହୁତ ଭଲ ଫାଷ୍ଟକ୍ଲାସ୍ ସେଲସ୍ମ୍ୟାନ ଅର୍ଥାତ୍ ବିକ୍ରେତା ରହିଥାନ୍ତି । ତେବେ ଏହା ମଧ୍ୟ ଧନ୍ଦା ଅଟେ ନା । ବାବା ମଧ୍ୟ କହୁଛନ୍ତି ସାହାସ ପିଲାମାନଙ୍କର ସାହାଯ୍ୟ ବାପଦାଦାଙ୍କର, ସେହି ବିନାଶୀ ଧନ ତ କୌଣସି କାମରେ ଆସିବ ନାହିଁ । ଆମକୁ ତ ଅବିନାଶୀ ରୋଜଗାର କରିବାକୁ ହେବ । ଏହା ଦ୍ୱାରା ବହୁତଙ୍କର କଲ୍ୟାଣ ହେବ, ଯେପରି ଏହି ବ୍ରହ୍ମା କରିଲେ । କେହି କଣ ଭୋକରେ ମରୁଛନ୍ତି କି । ତୁମେ ମଧ୍ୟ ଖାଉଛ । ଇଏ ମଧ୍ୟ ଖାଉଛନ୍ତି । ଏଠାରେ ଯେଉଁ ଖାଦ୍ୟ-ପାନୀୟ ମିଳୁଛି ତାହା ଅନ୍ୟ କେଉଁଠି ମିଳୁ ନାହିଁ । ଏସବୁ କିଛି ପିଲାମାନଙ୍କ ପାଇଁ ଅଟେ ନା । ପିଲାମାନଙ୍କୁ ନିଜର ରାଜତ୍ତ୍ୱ ସ୍ଥାପନ କରିବାକୁ ହେବ, ଏଥିପାଇଁ ବହୁତ ବିଶାଳବୁଦ୍ଧି ଆବଶ୍ୟକ । ରାଜଧାନୀରେ ନାମ ପ୍ରସିଦ୍ଧ ହେଲେ ସମସ୍ତେ ବୁଝିଯିବେ । କହିବେ ବାସ୍ତବରେ ଏମାନେ ତ ସତ୍ୟ କଥା କହୁଛନ୍ତି, ବିଶ୍ୱର ମାଲିକ ତ କେବଳ ଭଗବାନ ହିଁ କରିପାରିବେ । ମନୁଷ୍ୟ ମନୁଷ୍ୟକୁ କଣ ବିଶ୍ୱର ମାଲିକ କରପାରିବେ କି ! ବାବା ସେବାର ବୃଦ୍ଧି ପାଇଁ ରାୟ ଦେଉଛନ୍ତି ।

ସେବାରେ ବୃଦ୍ଧି ସେତେବେଳେ ହେବ ଯେତେବେଳେ ପିଲାମାନଙ୍କର ଖୋଲା ଦୃଦୟ ହେବ । ଯେଉଁ କାର୍ଯ୍ୟ କରୁଛ ଖୋଲା ହୃଦୟରେ କର । କୌଣସି ଶୁଭକାର୍ଯ୍ୟ ସ୍ୱତଃ ପ୍ରବୃତ୍ତ କରିବା ଏହା ବହୁତ ଭଲ କଥା । କୁହା ମଧ୍ୟ ଯାଏ ଯେ, ସ୍ୱତଃ ପ୍ରବୃତ୍ତ ହୋଇ ଯିଏ କରେ ସିଏ ଦେବତା, କହିଲା ପରେ ଯିଏ କରେ ସିଏ ମନୁଷ୍ୟ, କହିବା ପରେ ମଧ୍ୟ ଯିଏ ନ କରେ... । ବାବା ତ ଦାତା, ବାବା କାହାକୁ କଣ କହିବେ କି ଏହା କର, ଏହି କାର୍ଯ୍ୟରେ ଏତେ ଲଗାଅ । ନା, ବାବା ବୁଝାଇଛନ୍ତି ଯେ ବଡ-ବଡ ରାଜାଙ୍କର ହାତ କେବେ ଖାଲି ହୁଏ ନାହିଁ । ରାଜାମାନେ ସର୍ବଦା ଦାତା ହୋଇଥାନ୍ତି । ବାବା ମଧ୍ୟ ରାୟ ଦେଉଛନ୍ତି କଣ କଣ କରିବା ଦରକାର । ସାବଧାନ ରହିବା ମଧ୍ୟ ବହୁତ ଆବଶ୍ୟକ । ମାୟା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ପଦ ବହୁତ ଶ୍ରେଷ୍ଠ ଅଟେ । ଶେଷରେ ରେଜଲ୍ଟ ବାହାରିବ, ଯିଏ ବହୁତ ନମ୍ବର ରଖି ପାସ୍ ହୋଇଥିବେ ସେ ଖୁସି ହେବେ । ଶେଷ ସମୟରେ ସମସ୍ତଙ୍କୁ ସାକ୍ଷାତ୍କାର ହେବ ନା । କିନ୍ତୁ ସେ ସମୟରେ କଣ କରିପାରିବ । ଭାଗ୍ୟରେ ଯାହା ଥାଏ ତାହା ମିଳେ । ପୁରୁଷାର୍ଥର କଥା ଅଲଗା, ବାବା ପିଲାମାନଙ୍କୁ ବୁଝାଉଛନ୍ତି, ପିଲାମାନେ ବିଶାଳ ବୁଦ୍ଧି ହୁଅ । ଏବେ ତୁମେ ଧର୍ମାତ୍ମା ହେଉଛ, ଦୁନିଆରେ ବହୁତ ଧର୍ମାତ୍ମା ଆସି କରି ଯାଇଛନ୍ତି ନା । ଯେଉଁମାନଙ୍କର ବହୁତ ନାମାଚାର ହେଉଛି । ଅମୁକ ବହୁତ ଧର୍ମାତ୍ମା ମନୁଷ୍ୟ ଥିଲେ । କେହି-କେହି ତ ପଇସା ଏକତ୍ର କରି ଅଚାନକ ମୃତ୍ୟୁବରଣ କରୁଛନ୍ତି । ପୁଣି ଟ୍ରଷ୍ଟି ମଧ୍ୟ କରିଥାନ୍ତି, କୌଣସି ସନ୍ତାନ ଯଦି ଅଯୋଗ୍ୟ ହୁଏ ତେବେ ଟ୍ରଷ୍ଟି କରିଥାନ୍ତି, ବର୍ତ୍ତମାନ ଏହା ହେଉଛି ପାପ ଆତ୍ମାମାନଙ୍କର ଦୁନିଆ । ସେଥିପାଇଁ ବଡ-ବଡ ଗୁରୁମାନଙ୍କୁ ଦାନ ଆଦି କରୁଛନ୍ତି । ଯେପରି କାଶ୍ମୀରୀର ମହାରାଜା ଥିଲେ, ତାଙ୍କର ସବୁ ସମ୍ପତ୍ତି ଆର୍ଯ୍ୟ ସମାଜ ନାମରେ ଉଇଲ୍ କରିଗଲେ, ଭାବିଲେ ତାଙ୍କର ଧର୍ମ ବୃଦ୍ଧି ପ୍ରାପ୍ତ କରୁ । ଏବେ ତୁମକୁ କଣ କରିବାକୁ ହେବ, କେଉଁ ଧର୍ମର ବୃଦ୍ଧି ଘଟାଇବ ? ତୁମମାନଙ୍କର ଧର୍ମ ହିଁ ଆଦି ସନାତନ ଦେବୀ-ଦେବତା ଧର୍ମ ଅଟେ । ଏକଥା ମଧ୍ୟ କାହାକୁ ଜଣା ନାହିଁ । ଏବେ ପୁଣି ସେହି ଧର୍ମର ସ୍ଥାପନା କରୁଛ । କୁହାଯାଏ, ବ୍ରହ୍ମା ଦ୍ୱାରା ସ୍ଥାପନା । ଏବେ ପିଲାମାନଙ୍କୁ କେବଳ ଜଣଙ୍କ ସ୍ମୃତିରେ ରହିବାକୁ ହେବ । ତୁମେ ଯୋଗ ବଳ ଦ୍ୱାରା ହିଁ ସାରା ସୃଷ୍ଟିକୁ ପବିତ୍ର କରୁଛ କାହିଁକି ନା ତୁମ ପାଇଁ ପବିତ୍ର ସୃଷ୍ଟି ଦରକାର । ଏଠାରେ ନିଆଁ ଲାଗିଲେ ପବିତ୍ର ହେବ । ଯେପରି ଖରାପ ଜିନିଷକୁ ନିଆଁରେ ପକାଇ ପବିତ୍ର କରିଥାନ୍ତି । ସେହିପରି ଏଥିରେ ମଧ୍ୟ ସବୁ ଅପବିତ୍ର ବସ୍ତୁ ପଡି ପୁଣି ଭଲ ହୋଇ ବାହାରିବ । ତୁମେ ଜାଣିଛ ଏହା ବହୁତ ଛି-ଛି ତମୋପ୍ରଧାନ ଦୁନିଆ ଅଟେ । ପୁଣି ଏହା ସତ୍ତ୍ୱପ୍ରଧାନ ହେବ, ଏହା ଜ୍ଞାନ ଯଜ୍ଞ ଅଟେ ନା । ତୁମେ ହେଉଛ ବ୍ରାହ୍ମଣ । ଏକଥା ମଧ୍ୟ ତୁମେମାନେ ଜାଣିଛ ଯେ ଶାସ୍ତ୍ରରେ ଅନେକ କଥା ଲେଖି ଦେଇଛନ୍ତି, ଯଜ୍ଞରେ ପୁଣି ଦକ୍ଷ ପ୍ରଜାପିତାଙ୍କର ନାମ ଉଲ୍ଲେଖ କରିଛନ୍ତି । ପୁଣି ରୁଦ୍ର ଜ୍ଞାନ ଯଜ୍ଞ କୁଆଡେ ଗଲା । ଏଥିପାଇଁ ମଧ୍ୟ କଣ-କଣ କାହାଣୀ ବସି ଲେଖି ଦେଇଛନ୍ତି । ଯଜ୍ଞର ବର୍ଣ୍ଣନା କାଇଦା ଅନୁସାରେ ହୋଇ ନାହିଁ । ବାବା ହିଁ ଆସି ସବୁ କିଛି ବୁଝାଉଛନ୍ତି । ଏବେ ତୁମେ ଶ୍ରୀମତ ଆଧାରରେ ଜ୍ଞାନ ଯଜ୍ଞ ରଚନା କରିଛ । ଏହାକୁ ଜ୍ଞାନ ଯଜ୍ଞ ମଧ୍ୟ କୁହାଯାଉଛି ତ ବିଦ୍ୟାଳୟ ମଧ୍ୟ କୁହାଯାଉଛି । ଜ୍ଞାନ ଏବଂ ଯଜ୍ଞ ଉଭୟ ଅଲଗା-ଅଲଗା ଶବ୍ଦ । ଯଜ୍ଞରେ ଆହୁତି ପକାଇବାକୁ ହେବ । ଜ୍ଞାନର ସାଗର ବାବା ହିଁ ଆସି ଏହି ଯଜ୍ଞ ରଚନା କରୁଛନ୍ତି । ଏହା ବହୁତ ବଡ ଯଜ୍ଞ, ଯେଉଁଥିରେ ସମଗ୍ର ପୁରୁଣା ଦୁନିଆ ସ୍ୱାହା ହେବ ।

ପିଲାମାନଙ୍କୁ ସେବାର ପ୍ଲାନ କରିବାକୁ ହେବ । ଗାଁ ଆଦିରେ ମଧ୍ୟ ସେବା କର । ତୁମକୁ ବହୁତ କହୁଛନ୍ତି ଗରୀବମାନଙ୍କୁ ଏହି ଜ୍ଞାନ ଦେବା ଦରକାର । ସେମାନେ କେବଳ ରାୟ ଦେଉଛନ୍ତି, ନିଜେ କୌଣସି କାମ କରୁ ନାହାଁନ୍ତି । କିଛି ସେବା କରୁ ନାହାଁନ୍ତି କେବଳ ରାୟ ଦେଉଛନ୍ତି ଏପରି କର, ବହୁତ ଭଲ ହେବ । କିନ୍ତୁ ଆମକୁ ଫୁରସତ ନାହିଁ । ନଲେଜ୍ ବହୁତ ଭଲ । ସମସ୍ତଙ୍କୁ ଏହି ଜ୍ଞାନ ମିଳିବା ଉଚିତ୍ । ସେମାନେ ନିଜକୁ ବଡ, ତୁମକୁ ଛୋଟ ଲୋକ ଭାବୁଛନ୍ତି । ତେଣୁ ତୁମମାନଙ୍କୁ ବହୁତ ଖବରଦାର ରହିବାକୁ ହେବ । ସେ ପାଠପଢା ସହିତ ପୁଣି ତୁମକୁ ଏହି ପାଠପଢା ମଧ୍ୟ ମିଳୁଛି । ପାଠପଢା ଦ୍ୱାରା କଥାବାର୍ତ୍ତା କରିବାର ଅକଲ ଆସିଥାଏ । ତାଦ୍ୱାରା ମ୍ୟାନର୍ସ ଅର୍ଥାତ୍ ଆଚରଣ ଭଲ ହୋଇଯାଇଥାଏ । ଯିଏ ଅପାଠୁଆ ସିଏ ତ ଯେପରି ବୁଦ୍ଧିହୀନ ହୋଇଥାନ୍ତି । କିପରି କଥା ହେବା ଉଚିତ୍, ସେ ବୁଦ୍ଧି ତାଙ୍କଠାରେ ନଥାଏ । ବଡ ଲୋକଙ୍କୁ ସର୍ବଦା ଆପଣ ସମ୍ବୋଧନ କରି କଥା ହେବା ଉଚିତ୍ । ଏଠାରେ କେହି କେହି ଏପରି ମଧ୍ୟ ଅଛନ୍ତି ଯିଏ ପତିକୁ ମଧ୍ୟ ତୁମେ ତୁମେ କହିଦେଉଛନ୍ତି । ଆପଣ ଶବ୍ଦ ବହୁତ ରୟାଲ୍ ଶବ୍ଦ । ବଡ ଲୋକମାନଙ୍କୁ ଆପଣ କହିବା ଉଚିତ୍ । ତେଣୁ ବାବା ପ୍ରଥମେ ରାୟ ଦେଉଛନ୍ତି ଯେ ଯେଉଁ ଦିଲ୍ଲୀ ପୂର୍ବରୁ ପରିସ୍ଥାନ ଥିଲା, ପୁନର୍ବାର ତାକୁ ପରିସ୍ଥାନ କରିବାକୁ ହେବ । ତେଣୁ ଦିଲ୍ଲୀରେ ସମସ୍ତଙ୍କୁ ସନ୍ଦେଶ ଦେବା ଦରକାର, ସେଥିପାଇଁ ଭଲ ଆଡଭାଟାଇଜ୍ମେଣ୍ଟ କରିବା ଉଚିତ୍ । ବାବା ଟପିକ୍ସ ମଧ୍ୟ ବତାଉଛନ୍ତି, ଟପିକ୍ସ ଲିଷ୍ଟ କର ପୁଣି ଲେଖି ଚାଲ । ବିଶ୍ୱରେ ଶାନ୍ତି କିପରି ହୋଇପାରିବ । ଏଠାକୁ ଆସି ବୁଝ,୨୧ ଜନ୍ମ ପାଇଁ କିପରି ନିରୋଗୀ ହେବ ଆସି ବୁଝ, ଏହିପରି ଖୁସିର କଥା ଲେଖାଯାଉ । ୨୧ ଜନ୍ମ ପାଇଁ ନିରୋଗୀ, ସତ୍ୟଯୁଗୀ ଡବଲ ମୁକୁଟଧାରୀ ଆସି ହୁଅ । ସତ୍ୟଯୁଗୀ ଶବ୍ଦ ସବୁଠାରେ ରଖ । ସୁନ୍ଦର ସୁନ୍ଦର ଅକ୍ଷର ହେଉ, ଯେପରି ମନୁଷ୍ୟମାନେ ଆସି ଦେଖି ଖୁସି ହେବେ । ଘରେ ମଧ୍ୟ ଏପରି ବୋର୍ଡ ଏବଂ ଚିତ୍ର ଆଦି ଲାଗି ରହିବା ଦରକାର । ନିଜର ଧନ୍ଦା ଆଦି କର ତା ସହିତ ଏହି ସେବା ମଧ୍ୟ କର । ସାରା ଦିନ କଣ ଧନ୍ଦାରେ ରହିବାକୁ ପଡେ । ଉପରୁ କେବଳ ଦେଖାଶୁଣା କରିବାକୁ ପଡିଥାଏ । ବାକି କାମ ଆସିଷ୍ଟାଣ୍ଡ୍ ମ୍ୟାନେଜର୍ ଚଳାଇଥାନ୍ତି । କେତେକ ସେଠ୍ଙ୍କର ଖୋଲା ହୃଦୟ ଥାଏ ସେମାନେ ଆସିଷ୍ଟାଣ୍ଟ୍କୁ ଭଲ ଦରମା ଦେଇ ଗଦିରେ ମଧ୍ୟ ବସାଇଥାନ୍ତି । ଏହା ତ ବେହଦର ସେବା ଅଟେ । ଆଉ ସବୁ ତ ହଦର ସେବା । ଏହି ବେହଦର ସେବାରେ କେତେ ବିଶାଳ ବୁଦ୍ଧି ରହିବା ଦରକାର । ଆମେ ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରୁଛୁ । କାଳ ଉପରେ ମଧ୍ୟ ବିଜୟପ୍ରାପ୍ତ କରି ଅମର ହୋଇଯାଉଛୁ । ଏହିଭଳି ଲେଖା ଦେଖିଲେ ବୁଝିବା ପାଇଁ ଚେଷ୍ଟା କରିବେ । ଅମର ଲୋକର ମାଲିକ ତୁମେ କିପରି ହୋଇପାରିବ ଆସି ବୁଝ । ବହୁତ ଟପିକ୍ସ୍ ବାହାରି ପାରିବ । ତୁମେ କାହାକୁ ବି ବିଶ୍ୱର ମାଲିକ କରାଇପାରିବ । ସେଠାରେ ଦୁଃଖର ଚିହ୍ନ-ବର୍ଣ୍ଣ ରହିବ ନାହିଁ । ତେଣୁ ପିଲାମାନେ କେତେ ଖୁସି ହେବା ଉଚିତ୍ । ବାବା ଆମକୁ ପୁଣି ଥରେ କଣରୁ କଣ କରିବାକୁ ଆସିଛନ୍ତି! ପିଲାମାନେ ଜାଣିଛନ୍ତି ଯେ ପୁରୁଣା ସୃଷ୍ଟି ପୁଣି ନୂଆ ହେବ, ମୃତ୍ୟୁ ମଧ୍ୟ ସମ୍ମୁଖରେ ଉପସ୍ଥିତ । ଦେଖୁଛ ଲଢେଇ ଲାଗି ରହିଛି । ଯଦି ବଡ ଲଢେଇ ଲାଗିବ, ତେବେ ସବୁ ଖେଳ ସମାପ୍ତ ହୋଇଯିବ । ତୁମେ ତ ଭଲ ଭାବରେ ଜାଣିଛ । ବାବା ବହୁତ ସ୍ନେହର ସହିତ କହୁଛନ୍ତି ମଧୁର ସନ୍ତାନମାନେ, ଏହି ବିଶ୍ୱର ବାଦଶାହୀ ତୁମ ପାଇଁ ଅଟେ । ତୁମେ ବିଶ୍ୱର ମାଲିକ ଥିଲ, ଭାରତରେ ତୁମେ ଅସରନ୍ତି ସୁଖ ଦେଖିଛ । ସେଠାରେ ରାବଣ ରାଜ୍ୟ ହିଁ ନାହିଁ । ତେଣୁ ବହୁତ ଖୁସୀ ହେବା ଦରକାର । ପିଲାମାନେ ମିଳିମିଶି ପରସ୍ପର ମଧ୍ୟରେ ରାୟ କରିବା ଉଚିତ୍ । ଖବରକାଗଜରେ ବାହାର କରିବା ଉଚିତ୍ । ଦିଲ୍ଲୀରେ ମଧ୍ୟ ଉଡାଜାହାଜରୁ ପର୍ଚ୍ଚା ପକାଅ । ନିମନ୍ତ୍ରଣ ଦେଉଛ, ଅଧିକ ଖର୍ଚ୍ଚ ହେବ ନାହିଁ, ଯଦି ବଡ ଅଫିସରମାନେ ବୁଝିଗଲେ ତେବେ ବିନା ମୂଲ୍ୟରେ ମଧ୍ୟ କରିପାରିବେ । ବାବା ରାୟ ଦେଉଛନ୍ତି, ଯେପରି କଲିକତାର ଚୌରଙ୍ଗିରେ ଗୋଟିଏ ଫାଷ୍ଟକ୍ଲାସ୍ ବଡ ରୟାଲ ଅର୍ଥାତ୍ ରାଜକୀୟ ସେଣ୍ଟର ହେଉ, ତେବେ ଗ୍ରାହକ ବହୁତ ଆସିବେ । ମାଡ୍ରାସ୍, ବମ୍ବେ ବଡ-ବଡ ସହରରେ ବଡ ବଡ ଦୋକାନ ହେଉ, ବାବା ମଧ୍ୟ ଜଣେ ବିଜିନେସ୍ମ୍ୟାନ୍ ନା । ତୁମଠାରୁ ପାଇ ପଇସା ନେଇ ତା ବଦଳରେ କଣ ଦେଉଛନ୍ତି । ସେଥିପାଇଁ ତାଙ୍କର ଗାୟନ କରାଯାଏ ସିଏ ଦୟାଳୁ ଅଟନ୍ତି । କଉଡିରୁ ହୀରା ତୁଲ୍ୟ, ମନୁଷ୍ୟରୁ ଦେବତା କରୁଛନ୍ତି । ମହାନତା ତ ଏକମାତ୍ର ବାବାଙ୍କର ହିଁ ଅଟେ । ବାବା ନ ଥିଲେ ତୁମର କଣ ମହିମା ହୋଇଥାନ୍ତା ।

ତୁମର ନିଶା ରହିବା ଉଚିତ୍ ଯେ ଭଗବାନ ଆମକୁ ପାଠ ପଢାଉଛନ୍ତି । ନରରୁ ନାରାୟଣ ହେବାର ଲକ୍ଷ୍ୟ-ସମ୍ମୁଖରେ ରହିଛି । ପ୍ରଥମେ-ପ୍ରଥମେ ଯେଉଁମାନେ ଅବ୍ୟଭିଚାରୀ ଭକ୍ତି ଆରମ୍ଭ କରିଛନ୍ତି, ସେହିମାନେ ହିଁ ଆସି ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରିବେ । ବାବା କେତେ ଭଲ-ଭଲ ପଏଣ୍ଟସ୍ ବୁଝାଉଛନ୍ତି । କିନ୍ତୁ ପିଲାମାନେ ଭୁଲିଯାଉଛନ୍ତି, ସେଥିପାଇଁ ବାବା କହୁଛନ୍ତି ପଏଣ୍ଟସ୍ ଲେଖ । ଟପିକସ୍ ଲେଖୁଥାଅ । ଡାକ୍ତରମାନେ ମଧ୍ୟ ବହି ପଢିଥାନ୍ତି । ତୁମେ ହେଲ ମାଷ୍ଟର ରୁହାନୀ ସର୍ଜନ ଅର୍ଥାତ୍ ଆଧ୍ୟାତ୍ମିକ ଡାକ୍ତର । ମୁଁ ତୁମକୁ ଶିଖାଉଛି ଆତ୍ମାକୁ କିପରି ଇଞ୍ଜେକ୍ସନ୍ ଲଗାଇବ । ଏହା ହେଉଛି ଜ୍ଞାନର ଇଞ୍ଜେକ୍ସନ୍ । ଏଥିରେ ଛୁଞ୍ଚି ଆଦି କିଛି ନାହିଁ । ବାବା ହେଲେ ଅବିନାଶୀ ସର୍ଜନ । ବାବା ଆତ୍ମାମାନଙ୍କୁ ଆସି ପାଠ ପଢାଉଛନ୍ତି, ଆତ୍ମା ହିଁ ଅପବିତ୍ର ହୋଇଛି । ଏହା ତ ବହୁତ ସହଜ । ବାବା ଆମକୁ ବିଶ୍ୱର ମାଲିକ କରାଉଛନ୍ତି, ତାଙ୍କୁ ଆମେ କଣ ମନେ ପକାଇ ପାରିବୁ ନାହିଁ! କିନ୍ତୁ ମାୟାର ବହୁତ ଅପୋଜିସନ୍ ରହିଛି ସେଥିପାଇଁ ବାବା କହୁଛନ୍ତି ଚାର୍ଟ ରଖ ଏବଂ ସେବାର ବିଚାର କର ତେବେ ବହୁତ ଖୁସି ହେବ । ମୁରଲୀ ଯେତେ ଭଲ ଶୁଣାଇଲେ ମଧ୍ୟ ଯୋଗବଳ ନାହିଁ । ତେଣୁ ବାବାଙ୍କ ପ୍ରତି ସଚ୍ଚା ରହିବା ମଧ୍ୟ ବହୁତ ମୁସ୍କିଲ୍ ହେଉଛି । ଯଦି ଭାବୁଛ ଆମେ ବହୁତ ଶ୍ରେଷ୍ଠ ତେବେ ବାବାଙ୍କୁ ଯୋଗର ଚାର୍ଟ ପଠାଅ ତେବେ ବାବା ବୁଝିଯିବେ ଯେ କେତେ ସତ କେତେ ମିଛ ଅଟେ ? ଆଚ୍ଛା, ମୁଁ ପିଲାମାନଙ୍କୁ ବୁଝାଉଛି ଅବିନାଶୀ ଜ୍ଞାନ ରତ୍ନର ସେଲ୍ସମ୍ୟାନ୍ ଅର୍ଥାତ୍ ବିକ୍ରେତା ହେବାକୁ ପଡିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ସମ୍ମୁଖରେ ରଖି ଆତ୍ମିକ ନିଶାରେ ରହିବାକୁ ହେବ, ମାଷ୍ଟର ରୁହାନୀ ସର୍ଜନ ଅର୍ଥାତ୍ ଆତ୍ମିକ ଚିକିତ୍ସକ ହୋଇ ସମସ୍ତଙ୍କୁ ଜ୍ଞାନରୂପକ ଇଞ୍ଜେକ୍ସନ୍ ଲଗାଇବାକୁ ହେବ । ସେବା କରିବା ସହିତ ଯୋଗର ଚାର୍ଟ ମଧ୍ୟ ରଖିବାକୁ ହେବ ଯାହା ଦ୍ୱାରା ଖୁସି କାୟମ ରହିବ ।

(୨) କଥାବାର୍ତ୍ତା କରିବାରେ ଶାଳୀନତା ଆଚରଣ କରିବାକୁ ହେବ ଆପଣ ଆପଣ କହି କଥାବାର୍ତ୍ତା କରିବାକୁ ହେବ । ପ୍ରତ୍ୟେକ କାର୍ଯ୍ୟ ଖୋଲା ହୃଦୟରେ କରିବାକୁ ହେବ ।

ବରଦାନ:-
ସ୍ୱ କଲ୍ୟାଣର ପ୍ରତ୍ୟକ୍ଷ ପ୍ରମାଣ ଦ୍ୱାରା ବିଶ୍ୱ କଲ୍ୟାଣର ସେବାରେ ସର୍ବଦା ସଫଳତା ମୂରତ ହୁଅ ।

ଆଜିକାଲି ଯେପରି ହାର୍ଟ ଫେଲ୍ ହେବାର ରୋଗ ଅଧିକ ମାତ୍ରାରେ ଦେଖାଯାଉଛି ସେହିପରି ଆଧ୍ୟାତ୍ମିକ ଉନ୍ନତି କ୍ଷେତ୍ରରେ ଆଶା ହରାଇ ଦେବା ବା ନିରାଶ ହେବାର ରୋଗ ଅଧିକ ଦେଖାଯାଉଛି । ଏହିଭଳି ନିରାଶ ଆତ୍ମାମାନଙ୍କ ଭିତରେ ଶକ୍ତି ବା ସାହାସ ସେତେବେବେଳ ଆସିପାରିବ ଯେତେବେଳେ ସେମାନେ ବାସ୍ତବିକ ପରିବର୍ତ୍ତନକୁ ଦେଖିବେ । କାରଣ ସେମାନେ ବହୁତ କିଛି ଶୁଣିସାରିଲେଣି ଏବେ ଦେଖିବା ପାଇଁ ଚାହୁଁଛନ୍ତି । ପ୍ରମାଣ ଦ୍ୱାରା ପରିବର୍ତ୍ତନ ଚାହୁଁଛନ୍ତି । ତେଣୁ ବିଶ୍ୱର କଲ୍ୟାଣ କରିବା ପୂର୍ବରୁ ପ୍ରଥମେ ସ୍ୱକଲ୍ୟାଣର ପ୍ରମାଣ ନମୂନା ରୂପରେ ଦେଖାଅ । ବିଶ୍ୱ କଲ୍ୟାଣର ସେବାରେ ସଫଳତା ମୂରତ ହେବାର ସାଧନ ହେଉଛି ପ୍ରତ୍ୟକ୍ଷ ପ୍ରମାଣ, ଏହା ଦ୍ୱାରା ହିଁ ବାବାଙ୍କର ପ୍ରତ୍ୟକ୍ଷତା ହେବ । ଯାହା ସବୁ ମୁଖରେ କହୁଛ ତାହା ତୁମର ସ୍ୱରୂପରେ ବାସ୍ତବ ରୂପରେ ଦେଖାଯାଉ ତେବେ ଯାଇ ସ୍ୱୀକାର କରିବେ ।

ସ୍ଲୋଗାନ:-
ଅନ୍ୟର ବିଚାରକୁ ନିଜ ବିଚାର ସହିତ ମିଶାଇବା ଏହା ହିଁ ହେଉଛି ସମ୍ମାନ ଦେବା ।