01.09.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ତୁମମାନଙ୍କୁ କର୍ମ-ଅକର୍ମ-ବିକର୍ମର ଗୁହ୍ୟ ଗତିର ଜ୍ଞାନ ଶୁଣାଇବା ପାଇଁ ଆସିଛନ୍ତି, ଯେତେବେଳେ ଆତ୍ମା ଏବଂ ଶରୀର ଉଭୟ ପବିତ୍ର ଥାଏ ସେତେବେଳେ କର୍ମ ଅକର୍ମ ହୋଇଥାଏ, ପତିତ ହେବା ଦ୍ୱାରା ବିକର୍ମ ହୋଇଥାଏ ।

ପ୍ରଶ୍ନ:-
ଆତ୍ମାରେ ଜଙ୍କ୍ ଲାଗିବାର କାରଣ କଣ ? ଜଙ୍କ୍ ଲାଗିଥିବା ଆତ୍ମାର ଲକ୍ଷଣ କଣ ହୋଇଥିବ ?

ଉତ୍ତର:-
ଜଙ୍କ ଲାଗିବାର କାରଣ ହେଲା ବିକାର । ପତିତ ହେବା ଦ୍ୱାରା ହିଁ ଜଙ୍କ୍ ଲାଗିଥାଏ । ଯଦି ଏ ପର୍ଯ୍ୟନ୍ତ ଜଙ୍କ ଲାଗି ରହିଛି ତେବେ ପୁରୁଣା ଦୁନିଆ ପ୍ରତି ଆକର୍ଷଣ ରହିଥିବ । ବୁଦ୍ଧି ବିକାର ଆଡକୁ ଯାଉଥିବ । ଯୋଗଯୁକ୍ତ ସ୍ଥିତିରେ ରହିପାରୁ ନଥିବେ ।

ଓମ୍ ଶାନ୍ତି ।
ପିଲାମାନେ ଏହାର ଅର୍ଥ ତ ବୁଝିଗଲେଣି । ଓମ୍ ଶାନ୍ତି କହିଲେ ଏହି ସ୍ମୃତି ଆସିଯାଉଛି ଯେ ଆମେ ଆତ୍ମାମାନେ ଏଠାକାର ବାସିନ୍ଦା ନୁହେଁ । ଆମେ ତ ଶାନ୍ତିଧାମର ବାସିନ୍ଦା । ଘରେ ଥିବାବେଳେ ମୋର ସ୍ୱଧର୍ମ ଥିଲା ଶାନ୍ତି ପୁଣି ଏଠାକୁ ଆସି ଅଭିନୟ କରୁଛୁ, କାହିଁକିନା ଶରୀର ସହିତ କର୍ମ କରିବାକୁ ପଡୁଛି । ଭଲ, ମନ୍ଦ ଦୁଇ ପ୍ରକାରର କର୍ମ ହୋଇଥାଏ । ରାବଣ ରାଜ୍ୟରେ ମନ୍ଦ କର୍ମ ହୁଏ । ରାବଣ ରାଜ୍ୟରେ ସମସ୍ତଙ୍କର କର୍ମ ବିକର୍ମ ହୋଇଯାଉଛି । ଜଣେ ହେଲେ ମନୁଷ୍ୟ ନାହାନ୍ତି ଯାହାଙ୍କ ଦ୍ୱାରା ବିକର୍ମ ନହେଉଛି । ମନୁଷ୍ୟମାନେ ତ ଭାବୁଛନ୍ତି ସାଧୁ ସନ୍ନ୍ୟାସୀ ଆଦିଙ୍କ ଦ୍ୱାରା ବିକର୍ମ ହେଉ ନାହିଁ କାହିଁକିନା ସେମାନେ ପବିତ୍ର ରହୁଛନ୍ତି । ସେମାନେ ସନ୍ନ୍ୟାସ କରିଛନ୍ତି । ବାସ୍ତବରେ ପବିତ୍ର କାହାକୁ କୁହାଯିବ, ଏକଥା ବିଲ୍କୁଲ୍ ହିଁ ଜାଣିନାହାନ୍ତି । କହୁଛନ୍ତି ମଧ୍ୟ ଆମେ ପତିତ ଅଟୁ । ପତିତ ପାବନଙ୍କୁ ଡାକୁଛନ୍ତି । ସେ ନଆସିବା ପର୍ଯ୍ୟନ୍ତ ଦୁନିଆ ପବିତ୍ର ହୋଇପାରିବ ନାହିଁ । ଏହି ଦୁନିଆ ପତିତ ପୁରୁଣା ହୋଇଥିବାରୁ, ସେଥିପାଇଁ ପବିତ୍ର ଦୁନିଆକୁ ମନେ ପକାଉଛନ୍ତି । ପବିତ୍ର ଦୁନିଆକୁ ଗଲେ ଆଉ ଏହି ପତିତ ଦୁନିଆକୁ ମନେ ପକାଇବେ ନାହିଁ । ସେହି ଦୁନିଆ ହିଁ ଅଲଗା ଅଟେ । ପ୍ରତ୍ୟେକ ଜିନିଷ ନୂଆ ଏବଂ ପୁରୁଣା ହୋଇଥାଏ ନା । ନୂଆ ଦୁନିଆରେ ଜଣେ ହେଲେ ପତିତ ରହିବେ ନାହିଁ । ନୂଆ ଦୁନିଆର ରଚୟିତା ହେଉଛନ୍ତି ପରମପିତା ପରମାତ୍ମା, ସେ ହିଁ ପତିତ ପାବନ ଅଟନ୍ତି, ତାଙ୍କର ରଚନା ମଧ୍ୟ ନିଶ୍ଚୟ ପବିତ୍ର ହେବା ଦରକାର । ପତିତରୁ ପାବନ, ପାବନରୁ ପତିତ, କିପରି ହେଉଛେ ଏକଥା ଦୁନିଆରେ କାହାରି ବୁଦ୍ଧିରେ ଆସିପାରିବ ନାହିଁ । କଳ୍ପ-କଳ୍ପ ବାବା ହିଁ ଆସି ବୁଝାଉଛନ୍ତି । ତୁମମାନଙ୍କ ମଧ୍ୟରେ କେତେକ ସନ୍ତାନ ନିଶ୍ଚୟବୁଦ୍ଧି ହୋଇ ପୁଣି ସଂଶୟ ବୁଦ୍ଧି ହୋଇଯାଉଛନ୍ତି । ମାୟା ଏକଦମ୍ ଗ୍ରାସ କରିଦେଉଛି । ତୁମେ ମହାରଥୀ ଅଟ ନା । ମହାରଥୀମାନଙ୍କୁ ହିଁ ଭାଷଣ କରିବା ପାଇଁ ଡାକିଥାନ୍ତି । ମହାରାଜାମାନଙ୍କୁ ମଧ୍ୟ ବୁଝାଇବାକୁ ହେବ । ତୁମେ ହିଁ ପ୍ରଥମେ ପବିତ୍ର ପୂଜ୍ୟ ଥିଲ, ଏବେ ତ ଏହା ହେଉଛି ପତିତ ଦୁନିଆ । ପବିତ୍ର ଦୁନିଆରେ ଭାରତବାସୀ ହିଁ ଥିଲେ । ତୁମେ ଭାରତବାସୀ ଆଦି ସନାତନ ଦେବୀ ଦେବତା ଧର୍ମର ଡବଲ୍ ମୁକୁଟଧାରୀ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲ । ମହାରଥୀମାନଙ୍କୁ ତ ଏହିପରି ବୁଝାଇବାକୁ ହେବ ନା । ଏହି ନିଶାରେ ବୁଝାଇବାକୁ ପଡିବ । ଭଗବାନୁବାଚ କାମାଗ୍ନି ଦ୍ୱାରା ଶ୍ୟାମଳ ହୋଇଯାଉଛନ୍ତି ପୁଣି ଜ୍ଞାନାଗ୍ନୀ ଦ୍ୱାରା ଗୋରା ହେବେ । ବର୍ତ୍ତମାନ ଯିଏ ବୁଝାଉଛନ୍ତି ସେ ତ କାମାଗ୍ନିରେ ଜଳିପାରିବେ ନାହିଁ । କିନ୍ତୁ ଏହିପରି ମଧ୍ୟ ଅଛନ୍ତି ଯିଏ ଅନ୍ୟକୁ ବୁଝାଇ ବୁଝାଇ ନିଜେ କାମାଗ୍ନିରେ ଝାସ ଦେଉଛନ୍ତି । ଆଜି ବୁଝାଉଛନ୍ତି କାଲି ବିକାରଗ୍ରସ୍ତ ହୋଇ ଯାଉଛନ୍ତି । ମାୟା ବଡ ଜବରଦସ୍ତ ଅଟେ । ସେ କଥା ଆଉ ପଚାରିବାର ନାହିଁ । ଯେଉଁମାନେ ଅନ୍ୟକୁ ବୁଝାଉଛନ୍ତି ସେମାନେ ନିଜେ ହିଁ କାମାଗ୍ନିରେ ବଶୀଭୂତ ହୋଇ ଯାଉଛନ୍ତି । ପୁଣି ପଶ୍ଚାତାପ କରୁଛନ୍ତି ଏହା କଣ ହେଲା ? ବକ୍ସିଙ୍ଗ୍ ଚାଲିଛି ନା । ସ୍ତ୍ରୀକୁ ଦେଖିଲେ ଆକର୍ଷଣ ଆସିଲା ପୁଣି ମୁଁହ କଳା କରିଦେଲେ । ମାୟା ବହୁତ ଧୃତ ଅଟେ । ପ୍ରତିଜ୍ଞା କରିବା ପରେ ପତିତ ହେଉଥିବାରୁ ଶହେଗୁଣା ଦଣ୍ଡ ଭୋଗିବାକୁ ପଡୁଛି । ସେମାନେ ତ ଯେପରି ଶୂଦ୍ର ସମାନ ପତିତ ହୋଇଗଲେ । ଗାୟନ ମଧ୍ୟ ରହିଛି ଅମୃତ ପିଇ ପୁଣି ବାହାରକୁ ଯାଇ ଅନ୍ୟମାନଙ୍କୁ ହଇରାଣ କରୁଥିଲେ । ବିକାରଗ୍ରସ୍ତ ହେଉଛନ୍ତି । ତାଳି ଦୁଇ ହାତରେ ବାଜିଥାଏ । ଗୋଟିଏ ହାତରେ ତ ବାଜିପାରିବ ନାହିଁ । ଉଭୟ ଖରାପ ହୋଇଯାନ୍ତି । ପୁଣି କେହି ତ ସମାଚାର ଦେଉଛନ୍ତି, କେହି ପୁଣି ଲଜ୍ଜାବଶତଃ ସମାଚାର ହିଁ ଦେଉନାହାନ୍ତି । ଭାବୁଛନ୍ତି ବ୍ରାହ୍ମଣ କୁଳରେ ନାମ ବଦନାମ ହୋଇଯିବ । ଯୁଦ୍ଧରେ କେହି ହାରିଲେ ହା ହାକାର ହୋଇଯାଏ । ଆରେ ଏତେ ବଡ ପହିଲମାନଙ୍କୁ ମଧ୍ୟ ହରାଇଦେଲେ । ଏହିପରି ବହୁତ ଦୁର୍ଘଟଣା ହୁଏ । ମାୟା ଚାପୁଡା ମାରୁଛି, ବହୁତ ବଡ ଲକ୍ଷ୍ୟ ରହିଛି ନା ।

ଏବେ ତୁମେମାନେ ବୁଝାଉଛ ଯେ ଯେଉଁମାନେ ସତ୍ତ୍ୱପ୍ରଧାନ ଗୋରା ଥିଲେ, ସେହିମାନେ ହିଁ କାମଚିତାରେ ବସି କଳା ତମୋପ୍ରଧାନ ହୋଇଛନ୍ତି । ରାମଙ୍କୁ ମଧ୍ୟ କଳା କରିଦେଇଛନ୍ତି । ବହୁତଙ୍କ ଚିତ୍ର ତ କଳା କରିଦେଇଛନ୍ତି । କିନ୍ତୁ ମୁଖ୍ୟ ମୁଖ୍ୟଙ୍କ କଥା ବୁଝାଯାଉଛି । ଏଠାରେ ମଧ୍ୟ ରାମଚନ୍ଦ୍ରଙ୍କର କଳା ଚିତ୍ର ରହିଛି, ସେମାନଙ୍କୁ ପଚାରିବା ଦରକାର ରାମଙ୍କୁ କଳା କାହିଁକି କରିଛନ୍ତି ? କହିବେ ଏହା ତ ଈଶ୍ୱରଙ୍କ ଭାବୀ । ଏହିପରି ପ୍ରଚଳିତ ଅଛି । କାହିଁକି ହେଉଛି, କଣ ହେଉଛି ଏକଥା କିଛି ହେଲେ ଜାଣିନାହାନ୍ତି । ଏବେ ତୁମକୁ ବାବା ବୁଝାଉଛନ୍ତି କାମଚିତା ଉପରେ ବସିବା ଦ୍ୱାରା ପତିତ ଦୁଃଖୀ ହୋଇଗଲ ପାଇ ପଇସାର ବି ମୂଲ୍ୟ ରହିଲା ନାହିଁ । ତାହା ହେଉଛି ନିର୍ବିକାରୀ ଦୁନିଆ । ଏହା ବିକାରୀ ଦୁନିଆ । ତେଣୁ ଏହିପରି ଭାବରେ ବୁଝାଇବା ଦରକାର । ଏମାନେ ସୂର୍ଯ୍ୟବଂଶୀ, ଏମାନେ ଚନ୍ଦ୍ରବଂଶୀ, ପୁଣି ବୈଶ୍ୟବଂଶୀ ହେବାକୁ ହିଁ ପଡିବ । ବାମମାର୍ଗରେ ଯିବା ଦ୍ୱାରା ସେମାନଙ୍କୁ ଦେବତା ବୋଲି କୁହାଯାଇପାରିବ ନାହିଁ । ଜଗନ୍ନାଥଙ୍କ ମନ୍ଦିର ଉପରେ ଦେବତାମାନଙ୍କ କୂଳ ଦର୍ଶାଯାଇଛି । ପୋଷାକ ଦେବତାମାନଙ୍କ ପରି ରହିଛି କିନ୍ତୁ ଚଳଣି ବହୁତ ଖରାପ ଦର୍ଶାଯାଇଛି । ବାବା ଯେଉଁ କଥା ଉପରେ ଧ୍ୟାନ ଆକର୍ଷିତ କରୁଛନ୍ତି, ସେଥିପ୍ରତି ଧ୍ୟାନ ଦେବା ଦରକାର । ମନ୍ଦିରରେ ବହୁତ ସେବା ହୋଇପାରିବ । ଶ୍ରୀନାଥଦ୍ୱାରରେ ମଧ୍ୟ ବୁଝାଇପାରିବ । ପଚାରିବା ଦରକାର ଯେ ଏହାଙ୍କୁ କଳା କାହିଁକି କରିଛନ୍ତି ? ଏକଥା ବୁଝାଇବା ତ ବହୁତ ଭଲ । ତାହା ହେଲା ସ୍ୱର୍ଣ୍ଣିମଯୁଗ, ଏହା ଲୌହଯୁଗ । ଜଙ୍କ୍ ଲାଗିଯାଉଛି ନା । ଏବେ ତୁମର ଜଙ୍କ୍ ସଫା ହେଉଛି । ଯେଉଁମାନେ ମନେ ପକାଉ ନାହାଁନ୍ତି ତାଙ୍କର ଜଙ୍କ ମଧ୍ୟ ସଫା ହେଉନାହିଁ । ବହୁତ ଜଙ୍କ୍ ଲାଗିଥିଲେ ତାଙ୍କର ପୁରୁଣା ଦୁନିଆ ପ୍ରତି ଆକର୍ଷଣ ରହିବ । ବିକାର ଦ୍ୱାରା ସବୁଠାରୁ ଅଧିକ ଜଙ୍କ୍ ଲାଗୁଛି । ଏହା ଦ୍ୱାରା ହିଁ ପତିତ ହୋଇଛନ୍ତି । ନିଜର ଯାଞ୍ଚ କରିବାକୁ ହେବ ମୋର ବୁଦ୍ଧି ବିକାର ଆଡକୁ ଆକର୍ଷିତ ହେଉ ନାହିଁ ତ ? ଭଲ ଭଲ ଫାଷ୍ଟ୍କ୍ଲାସ୍ ପିଲାମାନେ ମଧ୍ୟ ଫେଲ୍ ହୋଇଯାଉଛନ୍ତି । ଏବେ ତୁମକୁ ଏହି ଜ୍ଞାନ ମିଳିଛି । ମୁଖ୍ୟ କଥା ହେଉଛି ପବିତ୍ରତା । ଆରମ୍ଭରୁ ନେଇ ଏହା ଉପରେ ହିଁ ଝଗଡା ହେଉଛି । ବାବା ହିଁ ଏହି ଯୁକ୍ତି ରଚନା କରିଛନ୍ତି ସମସ୍ତେ କହୁଥିଲେ ଆମେ ଜ୍ଞାନ ଅମୃତ ପିଇବାକୁ ଯାଉଛୁ । ଜ୍ଞାନ ସାଗରଙ୍କ ପାଖରେ ହିଁ ଜ୍ଞାନ ଅମୃତ ରହିଛି । ଶାସ୍ତ୍ର ପଢ଼ିବା ଦ୍ୱାରା ତ କେହି ପତିତରୁ ପବିତ୍ର ହୋଇପାରିବେ ନାହିଁ । ପବିତ୍ର ହୋଇ ପୁଣି ପବିତ୍ର ଦୁନିଆକୁ ଯିବାକୁ ହେବ । ଏଠାରେ ପବିତ୍ର ହୋଇ ପୁଣି କୁଆଡେ ଯିବେ ? ଲୋକେ ଭାବୁଛନ୍ତି ଅମୁକ ମୋକ୍ଷ ପାଇଗଲା । ତାଙ୍କୁ କଣ ଜଣା, ଯଦି ମୋକ୍ଷକୁ ପାଇଲେ ତେବେ ତାଙ୍କର କ୍ରିୟାକର୍ମ ମଧ୍ୟ କରିବା ଆବଶ୍ୟକ ନାହିଁ । ଏଠାରେ ଜ୍ୟୋତି ଜଳାଉଛନ୍ତି ଯେପରି ତାଙ୍କୁ କୌଣସି ଅସୁବିଧା ନହେଉ । ଅନ୍ଧାରରେ ଧକ୍କା ନଖାଆନ୍ତୁ । ଆତ୍ମା ତ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ଶରୀର ଧାରଣ କରେ, ଗୋଟିଏ ସେକେଣ୍ଡର କଥା ଅଟେ । ଅନ୍ଧକାର ପୁଣି କୁଆଡୁ ଆସିଲା ? ଏହି ପ୍ରଥା ପ୍ରଚଳିତ ହୋଇଆସୁଛି, ତୁମେ ମଧ୍ୟ କରୁଥିଲ, ଏବେ କିଛି ହେଲେ କରୁନାହଁ । ତୁମେ ଜାଣିଛ ଶରୀର ତ ମାଟି ହୋଇଗଲା । ସେଠାରେ ଏପରି ନୀତି ନିୟମ ରହିବ ନାହିଁ । ରିଦ୍ଧି-ସିଦ୍ଧି କଥାରେ କିଛି ମୂଲ୍ୟ ହିଁ ନାହିଁ । ଧରିନିଅ କାହାର ଡେଣା ଲାଗିଯାଉଛି, ପୁଣି ଉଡିବାରେ ଲାଗୁଛନ୍ତି କିନ୍ତୁ, ଏହା ଦ୍ୱାରା ଫାଇଦା କଣ ମିଳିବ ? ବାବା ତ କହୁଛନ୍ତି ମୋତେ ମନେ ପକାଅ ତେବେ ବିକର୍ମ ବିନାଶ ହେବ । ଏହା ହେଉଛି ଯୋଗଅଗ୍ନି, ଯାହା ଦ୍ୱାରା ତୁମେ ପତିତରୁ ପବିତ୍ର ହେବ । ଜ୍ଞାନ ଦ୍ୱାରା ଧନ ମିଳିଥାଏ । ଯୋଗ ଦ୍ୱାରା ସର୍ବଦା ସୁସ୍ଥ ପବିତ୍ର, ଜ୍ଞାନ ଦ୍ୱାରା ଧନବାନ୍ ହେଉଛ । ଯୋଗୀ ସର୍ବଦା ଦୀର୍ଘାୟୁ ହୋଇଥାନ୍ତି । ଭୋଗୀମାନଙ୍କର ଆୟୁଷ କମ୍ ହୋଇଥାଏ । କୃଷ୍ଣଙ୍କୁ ଯୋଗେଶ୍ୱର କହିଥାନ୍ତି । ଈଶ୍ୱରଙ୍କୁ ମନେ ପକାଇବା ଦ୍ୱାରା ସେ କୃଷ୍ଣ ହୋଇଛନ୍ତି, ତାଙ୍କୁ ସ୍ୱର୍ଗରେ ଯୋଗେଶ୍ୱର ବୋଲି କୁହାଯିବ ନାହିଁ । ସେ ତ ହେଲେ ରାଜକୁମାର । ପୂର୍ବ ଜନ୍ମରେ ଏହିପରି କର୍ମ କରିଛନ୍ତି, ଯାହା ଦ୍ୱାରା ଏପରି ହୋଇଛନ୍ତି । କର୍ମ-ଅକର୍ମ-ବିକର୍ମର ଗତି ମଧ୍ୟ ବାବା ବୁଝାଇଛନ୍ତି । ଅଧାକଳ୍ପ ରାମରାଜ୍ୟ, ଅଧାକଳ୍ପ ରାବଣରାଜ୍ୟ ଚାଲୁଛି । ବିକାରଗ୍ରସ୍ତ ହେବା ଏହା ସବୁଠାରୁ ବଡ ପାପ ଅଟେ । ସମସ୍ତେ ହେଉଛନ୍ତି ଭାଇ ଭଉଣୀ ନା । ଆତ୍ମାମାନେ ସବୁ ହେଲେ ଭାଇ ଭାଇ । ଭଗବାନଙ୍କର ସନ୍ତାନ ହୋଇ ପୁଣି ବିକାରୀ କର୍ମ କିପରି କରୁଛନ୍ତି । ଆମେ ବି.କେ. ବିକାରର ଅଧିନ ହୋଇ ପାରିବୁ ନାହିଁ । ଏହି ଯୁକ୍ତି ଦ୍ୱାରା ହିଁ ପବିତ୍ର ରହିପାରିବ । ତୁମେ ଜାଣିଛ ଏବେ ରାବଣରାଜ୍ୟ ସମାପ୍ତ ହେଉଛି, ତାପରେ ପ୍ରତ୍ୟେକ ଆତ୍ମା ପବିତ୍ର ହୋଇଯିବେ । ତାକୁ କୁହାଯାଉଛି ଘରେ-ଘରେ ଆଲୋକିତ ହୋଇଯିବ । ତୁମର ଜ୍ୟୋତି ଜାଗ୍ରତ ହୋଇ ରହିଛି । ଜ୍ଞାନର ତୃତୀୟ ନେତ୍ର ମିଳିଛି । ସତ୍ୟଯୁଗରେ ସମସ୍ତେ ପବିତ୍ର ହିଁ ରହିବେ । ଏକଥା ମଧ୍ୟ ତୁମେ ଏବେ ବୁଝୁଛ । ଅନ୍ୟକୁ ବୁଝାଇବା ପାଇଁ ପିଲାମାନଙ୍କଠାରେ କ୍ରମାନ୍ୱୟରେ ଶକ୍ତି ରହିଛି । କ୍ରମାନ୍ୱୟରେ ଯୋଗଯୁକ୍ତ ରହୁଛନ୍ତି । ରାଜଧାନୀ କିପରି ସ୍ଥାପନ ହେଉଛି, କାହାରି ବୁଦ୍ଧିରେ ଏକଥା ନଥିବ । ତୁମେ ସେନା ଅଟ ନା । ଜାଣିଛ ଯେ ଯୋଗର ବଳ ଦ୍ୱାରା ଆମେ ପବିତ୍ର ହୋଇ ରାଜାରାଣୀ ହେଉଛୁ । ପୁଣି ପରଜନ୍ମରେ ଜନ୍ମରୁ ମୁଖରେ ସୁନା ଚାମଚ ରହିବ । ଗୋଲ୍ଡେନ୍ ସ୍ପୁନ୍ ଇନ୍ ମାଉଥ୍ ହେବ । କେହି ଯଦି ବଡ ପରୀକ୍ଷାରେ ପାସ୍ କରନ୍ତି ସେ ବଡ ପଦ ମଧ୍ୟ ପାଇଥାନ୍ତି । ଫରକ ରହୁଛି ନା, ଯେତେ ପାଠପଢ଼ା ସେତେ ସୁଖ । ଏଠାରେ ତ ଭଗବାନ ପଢ଼ାଉଛନ୍ତି । ଏହି ନିଶା ଚଢ଼ି ରହିବା ଉଚିତ୍ । ଶକ୍ତିଶାଳୀ ମାଲ ମିଳୁଛି । ଭଗବାନଙ୍କ ବିନା ଏହିପରି ଭଗବାନ-ଭଗବତୀ କିଏ କରାଇବ । ତୁମେ ଏବେ ପତିତରୁ ପବିତ୍ର ହେଉଛ ପୁଣି ଜନ୍ମ ଜନ୍ମାନ୍ତର ପାଇଁ ସୁଖୀ ହୋଇଯିବ । ଉଚ୍ଚପଦ ପାଇବ । ପଢ଼ୁ ପଢ଼ୁ ପୁଣି ବିକାରୀ ହୋଇଯାଉଛନ୍ତି । ଦେହ ଅଭିମାନରେ ଆସିବା ଦ୍ୱାରା ପୁଣି ଜ୍ଞାନର ତୃତୀୟ ନେତ୍ର ବନ୍ଦ ହୋଇଯାଉଛି । ମାୟା ବଡ ଜବରଦସ୍ତ ଅଟେ । ବାବା ନିଜେ କହୁଛନ୍ତି ଏଥିରେ ବହୁତ ପରିଶ୍ରମ ରହିଛି । ମୁଁ କେତେ ପରିଶ୍ରମ କରୁଛି ବ୍ରହ୍ମାଙ୍କ ଶରୀରରେ ଆସି । କିନ୍ତୁ ବୁଝିଲା ପରେ ମଧ୍ୟ କହିଦେଉଛନ୍ତି ଏମିତି କଣ ହୋଇପାରିବ, ଯେ ଶିବବାବା ଆସି ପଢ଼ାଉଛନ୍ତି ଆମେ ମାନିବୁ ନାହିଁ । ଏସବୁ ଚାଲାକି କଥା । ଏହିପରି ମଧ୍ୟ କହିଦେଉଛନ୍ତି । ରାଜତ୍ତ୍ୱ ସ୍ଥାପନ ତ ହୋଇଯିବ । କହନ୍ତି ନା ସତ୍ୟର ନୌକା ହଲିବ କିନ୍ତୁ ବୁଡିବ ନାହିଁ । କେତେ ବିଘ୍ନ ପଡୁଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଯୋଗର ଅଗ୍ନି ଦ୍ୱାରା ବିକାରର କଳଙ୍କିକୁ ସଫା କରିବାକୁ ହେବ । ନିଜର ଯାଞ୍ଚ କରିବାକୁ ହେବ ଯେ ମୋର ବୁଦ୍ଧି ବିକାର ଆଡକୁ ଯାଉନାହିଁ ତ ?

(୨) ନିଶ୍ଚୟବୁଦ୍ଧି ହେବା ପରେ ପୁଣି କେବେ ବି କୌଣସି କଥାରେ ସଂଶୟ ଆଣିବା ଉଚିତ୍ ନୁହେଁ । ବିକର୍ମରୁ ରକ୍ଷା ପାଇବା ପାଇଁ ଯେ କୌଣସି କର୍ମ ନିଜର ସ୍ୱଧର୍ମରେ ସ୍ଥିତ ହୋଇ ବାବାଙ୍କର ସ୍ମୃତିରେ ରହି କରିବାକୁ ହେବ ।

ବରଦାନ:-
ସର୍ବପ୍ରାପ୍ତିର ଅନୁଭବ ଦ୍ୱାରା ଶକ୍ତିଶାଳୀ ହୋଇ ସଦା ସଫଳତା ମୂରତ ହୁଅ ।

ଯେଉଁମାନେ ସର୍ବ ପ୍ରାପ୍ତିର ଅନୁଭବୀ ମୂରତ, ସେହିମାନେ ହିଁ ଶକ୍ତିଶାଳୀ ଆତ୍ମା । ଏହିଭଳି ଶକ୍ତିଶାଳୀ ଏବଂ ସର୍ବପ୍ରାପ୍ତିର ଅନୁଭବୀ ଆତ୍ମାମାନେ ହିଁ ସଫଳତା ମୂରତ ହୋଇପାରିବେ କାହିଁକି ନା ବର୍ତ୍ତମାନ ବିଶ୍ୱର ସର୍ବ ଆତ୍ମାମାନେ ଖୋଜିବାକୁ ଲାଗିବେ ଯେ ସୁଖ-ଶାନ୍ତିର ମାଷ୍ଟର ଦାତାମାନେ କେଉଁଠି ଅଛନ୍ତି । ତେଣୁ ତୁମମାନଙ୍କ ନିକଟରେ ଯଦି ସର୍ବଶକ୍ତିର ଷ୍ଟକ ଜମା ଥିବ ତେବେ ଯାଇ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିବ । ଯେପରି ଆଜିକାଲି ଗୋଟିଏ ଷ୍ଟୋରରୁ ସବୁ ପ୍ରକାରର ଜିନିଷ ମିଳିଯାଉଛି ସେହିପରି ତୁମମାନଙ୍କୁ ହେବାକୁ ପଡିବ । ଏମିତି ନୁହେଁ ଯେ ସହନ କରିବାକୁ ଶକ୍ତି ଥିବ କିନ୍ତୁ ସମ୍ମୁଖୀନ କରିବାର ଶକ୍ତି ନଥିବ, ତେଣୁ ସଫଳତା ମୂରତ ହେବା ପାଇଁ ତୁମମାନଙ୍କୁ ସର୍ବଶକ୍ତିର ଷ୍ଟକ ଜମା କରିବାକୁ ହେବ ।

ସ୍ଲୋଗାନ:-
ଈଶ୍ୱରୀୟ ମର୍ଯ୍ୟାଦା ଗୁଡିକ ହିଁ ବ୍ରାହ୍ମଣ ଜୀବନର ପାଦ, ତେଣୁ ମର୍ଯ୍ୟାଦାର ପାଦ ଉପରେ ପାଦ ରଖି ଚାଲିବା ଅର୍ଥ ଲକ୍ଷ୍ୟ ନିକଟରେ ପହଞ୍ଚିବା ।