01.09.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ପ୍ରାଣ ରକ୍ଷକ ପ୍ରାଣେଶ୍ୱର ବାବା ଆସିଛନ୍ତି, ତୁମମାନଙ୍କୁ ଜ୍ଞାନର ମିଠା ମୁରଲୀ ଶୁଣାଇ ପ୍ରାଣ ରକ୍ଷା କରିବାକୁ

ପ୍ରଶ୍ନ:-
କେଉଁ ନିଶ୍ଚୟ ଭାଗ୍ୟବାନ ସନ୍ତାନମାନଙ୍କୁ ହୋଇଥାଏ?

ଉତ୍ତର:-
ଆମର ଶ୍ରେଷ୍ଠ ଭାଗ୍ୟ ଗଢ଼ିବାକୁ ବାବା ନିଜେ ଆସିଛନ୍ତି । ବାବାଙ୍କଠାରୁ ଆମକୁ ଭକ୍ତିର ଫଳ ମିଳୁଛି । ମାୟା କାଟି ଦେଇଥିବା ଡେଣା ପୁନଃ ଦେଇ, ନିଜ ସହିତ ଘରକୁ ଫେରାଇ ନେବା ପାଇଁ ବାବା ଆସିଛନ୍ତି । ଏହି ନିଶ୍ଚୟ ଭାଗ୍ୟବାନ ପିଲାମାନଙ୍କର ହୋଇଥାଏ ।

ଗୀତ:-
ୟହ କୌନ୍ ଆଜ ଆୟା ସବେରେ......

ଓମ୍ ଶାନ୍ତି ।
ସକାଳୁ ସକାଳୁ କିଏ ଆସି ମୁରଲୀ ବଜାଉଛନ୍ତି? ଦୁନିଆ ତ ବିଲ୍‌କୁଲ୍ ଘୋର ଅନ୍ଧକାରରେ ଅଛି । ତୁମେ ବର୍ତ୍ତମାନ ମୁରଲୀ ଶୁଣୁଛ - ଜ୍ଞାନ ସାଗର, ପତିତ ପାବନ ପ୍ରାଣେଶ୍ୱର ବାବାଙ୍କଠାରୁ । ସେ ହେଉଛନ୍ତି ପ୍ରାଣ ରକ୍ଷକ ଈଶ୍ୱର । କହନ୍ତି ନା ହେ ଈଶ୍ୱର ଏହି ଦୁଃଖରୁ ରକ୍ଷା କର । ସେମାନେ ସ୍ଥୂଳ ସହଯୋଗ ମାଗନ୍ତି । ଏବେ ତୁମମାନଙ୍କୁ ବେହଦ ଅର୍ଥାତ୍ ଅସୀମ ସହଯୋଗ ମିଳୁଛି କାରଣ ବେହଦ ପିତା ଅଟନ୍ତି ନା । ତୁମେ ଜାଣିଛ ଆତ୍ମା ଗୁପ୍ତ, ବାବା ମଧ୍ୟ ଗୁପ୍ତ । ଯେତେବେଳେ ପିଲାଙ୍କ ଶରୀର ଦୃଶ୍ୟମାନ ହେଉଛି ବାବା ମଧ୍ୟ ପ୍ରତ୍ୟକ୍ଷ ହେଉଛନ୍ତି । ଆତ୍ମା ଗୁପ୍ତ ତେଣୁ ବାବା ମଧ୍ୟ ଗୁପ୍ତ । ତୁମେ ଜାଣିଛ ବାବା ଆସିଛନ୍ତି, ଆମକୁ ବେହଦର ବର୍ସା ଦେବାକୁ । ତାଙ୍କର ମତ ହେଉଛି ଶ୍ରୀମତ । ସର୍ବଶାସ୍ତ୍ରମୟୀ ଶିରୋମଣୀ ଗୀତା ପ୍ରସିଦ୍ଧ ଅଟେ କେବଳ ସେଥିରେ ନାମ ବଦଳାଇ ଦେଇଛନ୍ତି । ଏବେ ତୁମେ ଜାଣିଛ ଶ୍ରୀମତ ଭଗବାନଉବାଚ ନା । ଏହା ମଧ୍ୟ ବୁଝିଯାଇଛ - ଭ୍ରଷ୍ଟାଚାରୀଙ୍କୁ ଶ୍ରେଷ୍ଠାଚାରୀ କରିବା ବାଲା ଏକମାତ୍ର ବାବା ଅଟନ୍ତି । ସେ ହିଁ ନରରୁ ନାରାୟଣ କରୁଛନ୍ତି । ସତ୍ୟ-ନାରାୟଣ କଥା ବି ଅଛି । ଗାୟନ କରନ୍ତି ଅମର କଥା, ଅମରପୁରୀର ମାଲିକ ବନିବାର ଅଥବା ନରରୁ ନାରାୟଣ ବନିବାର ଅଛି । କଥା ତ ଗୋଟିଏ । ଏହା ମୃତ୍ୟୁଲୋକ ଅଟେ, ଭାରତ ଅମରପୁରୀ ଥିଲା - ଏହା କାହାକୁ ଜଣା ନାହିଁ । ଏହା ଅମର ବାବା ଭାରତବାସୀମାନଙ୍କୁ ଶୁଣାଇଛନ୍ତି । ଜଣେ ପାର୍ବତୀ ବା ଜଣେ ଦ୍ରୌପଦୀ ନାହାନ୍ତି । ଏହା ତ ବହୁତ ପିଲାମାନେ ଶୁଣୁଛନ୍ତି । ଶିବବାବା ଶୁଣାଉଛନ୍ତି ବ୍ରହ୍ମାଙ୍କ ଦ୍ୱାରା । ବାବା କହୁଛନ୍ତି ମୁଁ ବ୍ରହ୍ମାଦ୍ୱାରା ମିଠା ମିଠା ଆତ୍ମାମାନଙ୍କୁ ବୁଝାଉଛି । ବାବା ବୁଝାଉଛନ୍ତି ପିଲାମାନଙ୍କୁ ନିଶ୍ଚିତ ଆତ୍ମ ଅଭିମାନୀ ହେବାର ଅଛି । ବାବା ହିଁ କରିପାରିବେ । ଦୁନିଆରେ ଜଣେ ହେଲେ ମନୁଷ୍ୟ ନାହାନ୍ତି ଯାହାକୁ ଆତ୍ମାର ଜ୍ଞାନ ଥିବ । ଯଦି ଆତ୍ମାର ଜ୍ଞାନ ନାହିଁ ତେବେ ପରମପିତା ପରମାତ୍ମାଙ୍କ ଜ୍ଞାନ କିପରି ହୋଇପାରିବ । କହନ୍ତି ଆତ୍ମା ହିଁ ପରମାତ୍ମା । ସାରା ଦୁନିଆ କେତେ ବଡ଼ ଭୁଲ୍‌ରେ ରହିଯାଇଛି । ବର୍ତ୍ତମାନ ମନୁଷ୍ୟମାନଙ୍କର ବୁଦ୍ଧି କିଛି କାମର ନୁହେଁ, ନିଜର ବିନାଶ ପାଇଁ ପ୍ରସ୍ତୁତି କରୁଛନ୍ତି, ତୁମମାନଙ୍କ ପାଇଁ ଏହା କୌଣସି ନୂଆ କଥା ନୁହେଁ । ଜାଣିଛ ଡ୍ରାମାନୁସାରେ ସେମାନଙ୍କର ପାର୍ଟ ରହିଛି, ଡ୍ରାମାର ବନ୍ଧନରେ ସମସ୍ତେ ବାନ୍ଧି ହୋଇଛନ୍ତି । ଆଜିକାଲି ଦୁନିଆରେ ବହୁତ ହଙ୍ଗାମା ହେଉଛି । ଏବେ ତୁମମାନଙ୍କର ବିନାଶ କାଳେ ପ୍ରୀତ ବୁଦ୍ଧି, ଯିଏ ବାବାଙ୍କଠାରୁ ବିପରୀତ ବୁଦ୍ଧି, ସେମାନଙ୍କ ପାଇଁ ବିନଶ୍ୟନ୍ତି ବୋଲି କୁହାଯାଏ । ଏବେ ଏହି ଦୁନିଆକୁ ବଦଳିବାର ଅଛି । ଜାଣିଛ ବାସ୍ତବରେ ମହାଭାରତ ଲଢ଼େଇ ଲାଗିଥିଲା, ବାବା ରାଜଯୋଗ ଶିଖାଇଥିଲେ । ଶାସ୍ତ୍ରରେ ତ ସମ୍ପୂର୍ଣ୍ଣ ବିନାଶ ଲେଖିଦେଇଛନ୍ତି । ପରନ୍ତୁ ସମ୍ପୂର୍ଣ୍ଣ ବିନାଶ ତ ହେବାର ନାହିଁ । ନଚେତ ପ୍ରଳୟ ହୋଇଯିବ । କେହି ମନୁଷ୍ୟ ରହିବେ ନାହିଁ କେବଳ ୫ ତତ୍ତ୍ୱ ରହିଯିବ । କିନ୍ତୁ ଏପରି ହୋଇପାରିବ ନାହିଁ । ପ୍ରଳୟ ହୋଇଗଲେ ପୁଣି ମନୁଷ୍ୟ କୁଆଡ଼େ ଆସିବେ । ଦେଖାନ୍ତି କୃଷ୍ଣ ଆଙ୍ଗୁଠି ଚୁଚୁମି ଚୁଚୁମି ସାଗରରେ ଅଶ୍ୱସ୍ତ ପତ୍ରରେ ଆସିଲେ, ବାଳକ ଏପରି କିପରି ଆସିପାରିବ । ଶାସ୍ତ୍ରରେ ଏପରି ଏପରି କଥା ଲେଖିଦେଇଛନ୍ତି ଯେ ନପଚାରିଲେ ଭଲ । ଏବେ ତୁମ କୁମାରୀମାନଙ୍କ ଦ୍ୱାରା ବିଦ୍ୱାନ, ଭୀଷ୍ମ ପିତାମହ ଆଦିଙ୍କୁ ଜ୍ଞାନବାଣ ଲାଗିବ । ସେମାନେ ମଧ୍ୟ ନିଜେ ଆଗକୁ ଆସିବେ । ଯେତେ ଯେତେ ତୁମେ ସେବାରେ ଆଗକୁ ବଢ଼ିବ, ବାବାଙ୍କ ପରିଚୟ ସମସ୍ତଙ୍କୁ ଦେବ ସେତେ ତୁମର ପ୍ରଭାବ ପଡ଼ିବ । ହଁ, ବିଘ୍ନ ବି ପଡ଼ିବ । ଏହାର ଗାୟନ ରହିଛି, ଏହି ଜ୍ଞାନ ଯଜ୍ଞରେ ଆସୁରୀ ସମ୍ପ୍ରଦାୟର ବହୁତ ବିଘ୍ନ ପଡ଼େ । ତୁମେ ଶିଖାଇପାରିବ ନାହିଁ । ଜ୍ଞାନ ଯୋଗ ବାବା ହିଁ ଶିଖାଉଛନ୍ତି । ସଦ୍‌ଗତିଦାତା ଏକମାତ୍ର ବାବା । ସେ ହିଁ ପତିତମାନଙ୍କୁ ପାବନ କରୁଛନ୍ତି ତେବେ ନିଶ୍ଚିତ ପତିତମାନଙ୍କୁ ହିଁ ଜ୍ଞାନ ଦେବେ ନା, ବାବାଙ୍କୁ କେବେ ସର୍ବବ୍ୟାପୀ ମାନି ହେବ କି! ତୁମେମାନେ ବୁଝୁଛ ଆମେ ପାରସବୁଦ୍ଧି ହୋଇ ପାରସନାଥ ହେଉଛୁ, ମନୁଷ୍ୟମାନେ ଅନେକାନେକ ମନ୍ଦିର ନିର୍ମାଣ କରିଛନ୍ତି । ପରନ୍ତୁ ସେମାନେ କିଏ, କଣ କରି ଯାଇଛନ୍ତି, ଏହାର ଅର୍ଥ ବୁଝୁନାହାନ୍ତି । ପାରସନାଥଙ୍କ ମନ୍ଦିର ଅଛି । ଭାରତ ପାରସପୁରୀ ଥିଲା । ସୁନା, ହୀରା ରତ୍ନ ପଥରର ମହଲ ଥିଲା । ଯେପରି କାଲିର କଥା । ସେମାନେ ତ କେବଳ ସତ୍ୟଯୁଗକୁ ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି । ବାବା କହୁଛନ୍ତି ସାରା ଡ୍ରାମା ହିଁ ୫୦୦୦ ବର୍ଷର ସେଥିପାଇଁ କୁହାଯାଏ, ଆଜି ଭାରତ କଣ ଅଛି, କାଲିର ଭାରତ କଣ ଥିଲା । ଲକ୍ଷ ଲକ୍ଷ ବର୍ଷ କାହାର ସ୍ମୃତିରେ ରହିପାରିବ ନାହିଁ । ତୁମମାନଙ୍କୁ ଏବେ ସ୍ମୃତି ମିଳିଛି । ଜାଣିଛ ଏହା ୫୦୦୦ ବର୍ଷର କଥା । ବାବା କହୁଛନ୍ତି ଯୋଗଯୁକ୍ତ ହୁଅ । ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କର । ଏହା ଜ୍ଞାନ ହେଲା ନା । ସେମାନେ ହେଲେ ହଠଯୋଗୀ, ଆସନ ପ୍ରାଣାୟମ ଆଦି କରୁଛନ୍ତି । କଣ କଣ ସବୁ କରୁଛନ୍ତି । ମାତାମାନେ ତ ଏପରି କରିପାରିବେ ନାହିଁ । ବସି ପାରିବେ ନାହିଁ, ଭକ୍ତିମାର୍ଗରେ ଅନେକ ଚିତ୍ର ରହିଛି । ବାବା କହୁଛନ୍ତି ମିଠେ ବଚ୍ଚେ ତୁମକୁ ଏସବୁ କରିବା କିଛି ଦରକାର ନାହିଁ । ସ୍କୁଲ୍‌ରେ ଛାତ୍ରମାନେ ନିୟମ ପ୍ରମାଣେ ବସନ୍ତି । ବାବା ତାହା ମଧ୍ୟ କହୁନାହାନ୍ତି । ଯେପରି ଚାହଁ ସେପରି ବସ, ବସି କରି ଥକିଗଲେ ବରଂ ଶୋଇଯାଅ । ବାବା କିଛି କଥାରେ ମନା କରୁନାହାନ୍ତି । ଏହା ବିଲ୍‌କୁଲ୍ ସହଜରେ ବୁଝିବା କଥା । ଏଥିରେ କଷ୍ଟର କିଛି କଥା ନାହିଁ । କେତେ ବି ବେମାର ହୋଇଥାଅ, ହୋଇପାରେ ଶୁଣୁ ଶୁଣୁ ଶିବବାବାଙ୍କ ୟାଦରେ ରହି ପ୍ରାଣ ଶରୀରରୁ ବାହାରିଯିବ । ଗାଆନ୍ତି ନା - ଗଙ୍ଗାଜଳ ମୁଖରେ ଥିବ.....ସେତେବେଳେ ପ୍ରାଣ ଶରୀରରୁ ବାହାରୁ । ତାହା ସବୁ ଭକ୍ତିମାର୍ଗର କଥା । ବାସ୍ତବରେ ଏହା ଜ୍ଞାନ ଅମୃତର କଥା । ତୁମେ ଜାଣିଛ ସତରେ ଏପରି ପ୍ରାଣ ଶରୀରରୁ ବାହାରୁ । ତୁମେ ପିଲାମାନେ ଆସୁଛ ପୁଣି ବାବାଙ୍କୁ ଛାଡି ସେବାର୍ଥେ ଚାଲିଯାଉଛ, ବାବା କହୁଛନ୍ତି ମୁଁ ତୁମମାନଙ୍କୁ ନିଜ ସାଥିରେ ନେଇଯିବି, ମୁଁ ଆସିଛି ତୁମମାନଙ୍କୁ ଘରକୁ ନେଇ ଯିବା ପାଇଁ ତୁମେ ନା ନିଜ ଘରକୁ ଜାଣିଛ ନା ଆତ୍ମାକୁ ଜାଣିଛ ମାୟା ସମ୍ପୂର୍ଣ୍ଣ ଭାବେ ଡେଣା କାଟିଦେଇଛି ସେଥିପାଇଁ ତମୋପ୍ରଧାନ ହେବା କାରଣରୁ ଆତ୍ମା ଉଡ଼ିପାରୁନାହିଁ । ଯେ ପର୍ଯ୍ୟନ୍ତ ସତ୍ତ୍ୱପ୍ରଧାନ ହୋଇନାହିଁ ସେ ପର୍ଯ୍ୟନ୍ତ ଶାନ୍ତି-ଧାମ କିପରି ଯାଇପାରିବ । ଏହା ବି ଜାଣିଛ ଡ୍ରାମା ଅନୁସାରେ ସମସ୍ତଙ୍କୁ ତମୋପ୍ରଧାନ ହେବାର ଅଛି । ବର୍ତ୍ତମାନ ସାରା ବୃକ୍ଷ ଜଡ଼ଜଡ଼ୀଭୂତ ହୋଇଯାଇଛି । ଏଠାରେ କାହାର ସତ୍ତ୍ୱପ୍ରଧାନ ଅବସ୍ଥା ହୋଇପାରିବ ନାହିଁ । ଆତ୍ମା ଏଠାରେ ପବିତ୍ର ହୋଇଗଲେ ଆଉ ଏଠାରେ ରହିପାରିବ ନାହିଁ, ଉପରକୁ ଚାଲିଯିବ । ସମସ୍ତେ ମୁକ୍ତି ପାଇଁ ଭକ୍ତି କରୁଛନ୍ତି । ପରନ୍ତୁ କେହି ବି ଫେରିଯାଇ ପାରୁନାହାନ୍ତି । ନିୟମରେ ଏପରି ନାହିଁ । ବାବା ଏସବୁ ରହସ୍ୟ ବସି ବୁଝାଉଛନ୍ତି - ଧାରଣା କରିବା ପାଇଁ । ତଥାପି ମୁଖ୍ୟ କଥା ହେଉଛି ବାବାଙ୍କୁ ୟାଦ କରିବା, ସ୍ୱଦର୍ଶନ ଚକ୍ରଧାରୀ ହେବା । ବୀଜ ଅର୍ଥାତ୍ ବାବାଙ୍କୁ ମନେ ପକାଇଲେ ସାରା ବୃକ୍ଷ ବୁଦ୍ଧିକୁ ଆସିଯାଉଛି । ତୁମେ ଗୋଟିଏ ସେକେଣ୍ଡରେ ସବୁ ଜାଣିଯାଉଛ । ଦୁନିଆରେ କେହି ଜାଣିନାହାନ୍ତି - ମନୁଷ୍ୟ ସୃଷ୍ଟିର ବୀଜରୂପ ସମସ୍ତଙ୍କର ଏକ ପିତା ହିଁ ଅଟନ୍ତି । କୃଷ୍ଣ ଭଗବାନ ନୁହଁନ୍ତି । କୃଷ୍ଣଙ୍କୁ ଶ୍ୟାମ-ସୁନ୍ଦର କୁହାଯାଏ । ଏପରି ନୁହେଁ କି ତକ୍ଷକ ବୋଲି କୌଣସି ସର୍ପର ଦଂଶନରେ କଳା ହୋଇଗଲେ । କାମ ଚିତା ଉପରେ ଚଢ଼ି ମନୁଷ୍ୟ କଳା ହୋଇଛନ୍ତି । ରାମଙ୍କୁ ବି କଳା ଦେଖାନ୍ତି । ତାଙ୍କୁ କିଏ ଦଂଶନ କଲେ! କିଛି ବୁଝୁନାହାନ୍ତି ତଥା ବି ଯାହାଙ୍କ ଭାଗ୍ୟରେ ଅଛି, ନିଶ୍ଚୟ ହୋଇଛି ତେବେ ନିଶ୍ଚିତ ବାବାଙ୍କ ଠାରୁ ବର୍ସା ପାଇବେ । ନିଶ୍ଚୟ ନ ହେଲେ କେବେ ହେଲେ ବୁଝିବେ ନାହିଁ । ଯଦି ଭାଗ୍ୟରେ ନାହିଁ ତେବେ କିପରି ସ୍ୱୀକାର କରିବେ । ଭାଗ୍ୟରେ ନଥିଲେ ଏପରି ବସନ୍ତି ଯେପରି କିଛି ବୁଝନ୍ତି ନାହିଁ । ଏତିକି ନିଶ୍ଚୟ ନାହିଁ ଯେ ବାବା ଆସିଛନ୍ତି ବର୍ସା ଦେବାକୁ । ଯେପରି କେହି ନୂଆ ଲୋକ ମେଡିକାଲ୍ କଲେଜ୍‌ରେ ଯାଇ ବସିଲେ କଣ ବୁଝିବେ, କିଛି ନାହିଁ । ଏଠାରେ ମଧ୍ୟ ସେହିପରି ଆସି ବସୁଛନ୍ତି । ଏହି ଅବିନାଶୀ ଜ୍ଞାନର ବିନାଶ ହୁଏ ନାହିଁ । ସେମାନେ ପୁଣି ଆସି କଣ କରିବେ । ରାଜଧାନୀ ସ୍ଥାପନ ହେଉଛି ତେବେ ଚାକର, ସେବକ, ପ୍ରଜା, ପ୍ରଜାଙ୍କର ଚାକର ସମସ୍ତେ ଦରକାର ନା, ଆଗକୁ ଯାଇ କିଛି ପଢ଼ିବାକୁ ଚେଷ୍ଟା କରିବେ ପରନ୍ତୁ କଷ୍ଟ କାରଣ ସେତେବେଳେ ବହୁତ ହଙ୍ଗାମା ହେବ । ଦିନକୁ ଦିନ ତୋଫାନ ବଢ଼ି ଚାଲିବ । ଏତେ ସେଣ୍ଟର୍‌, କେହି ଆସି ଭଲ ଭାବରେ ବୁଝିପାରିବେ । ଏହା ବି ଲେଖାଯାଇଛି - ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା । ବିନାଶ ବି ସମ୍ମୁଖରେ ଠିଆ ହୋଇଛି । ବିନାଶ ନିଶ୍ଚିତ ହେବ । କହନ୍ତି ଜନ୍ମ କମ୍ ହେଉ । ପରନ୍ତୁ ବୃକ୍ଷର ବୃଦ୍ଧି ତ ହେବ । ଯେପର୍ଯ୍ୟନ୍ତ ବାବା ଅଛନ୍ତି, ସେପର୍ଯ୍ୟନ୍ତ ସବୁ ଧର୍ମାତ୍ମାଙ୍କୁ ଏଠାକୁ ଆସିବାର ଅଛି । ଯେତେବେଳେ ଯିବାର ସମୟ ହେବ ସେତେବେଳେ ଆତ୍ମାମାନଙ୍କ ଆସିବା ବନ୍ଦ ହେବ । ଏବେ ତ ସମସ୍ତଙ୍କୁ ଆସିବାର ଅଛି, ପରନ୍ତୁ ଏକଥା କେହି ବୁଝୁନାହାନ୍ତି । କହନ୍ତି ଭକ୍ତଙ୍କ ରକ୍ଷକ ଭଗବାନ । ତେବେ ନିଶ୍ଚିତ ଭକ୍ତମାନଙ୍କ ଉପରକୁ ବିପଦ ଆସୁଛି । ରାବଣ ରାଜ୍ୟରେ ସମସ୍ତେ ବିଲ୍‌କୁଲ୍ ପାପାତ୍ମା ହୋଇଯାଇଛନ୍ତି । କଳିଯୁଗ ଅନ୍ତରେ ରାବଣ ରାଜ୍ୟ, ସତ୍ୟଯୁଗ ଆଦିରେ ରାମରାଜ୍ୟ । ବର୍ତ୍ତମାନ ସମସ୍ତେ ଆସୁରୀ ରାବଣ ସମ୍ପ୍ରଦାୟ ଅଟନ୍ତି । କହନ୍ତି ଅମୁକ ସ୍ୱର୍ଗବାସୀ ହେଲେ, ଏହାର ଅର୍ଥ ବର୍ତ୍ତମାନ ନର୍କ ଅଟେ । ସ୍ୱର୍ଗବାସୀ ହେଲେ, ଏହା ତ ଭଲ କଥା । ଏଠାରେ ନିଶ୍ଚିତ ନର୍କବାସୀ ଥିଲା । ଏହା ବି ବୁଝୁନାହାନ୍ତି ଯେ ଆମେ ନର୍କବାସୀ ଥିଲୁ । ତୁମେ ବୁଝୁଛ ବାବା ଆସି ସ୍ୱର୍ଗବାସୀ କରିବେ । ଗାଆନ୍ତି ହେଭେନ୍‌ଲୀ ଗଡ୍ ଫାଦର୍ ଅର୍ଥାତ୍ ସ୍ୱର୍ଗ ସ୍ଥାପନକାରୀ ଈଶ୍ୱରୀୟ ପିତା । ସେ ହିଁ ଆସି ସ୍ୱର୍ଗ ସ୍ଥାପନ କରିବେ । ସମସ୍ତେ ଗାଆନ୍ତି ପତିତ ପାବନ ସୀତାରାମ । ଆମେ ପତିତ, ଆପଣ ଆମକୁ ପାବନ କରିବେ । ସେମାନେ ସବୁ ଭକ୍ତିମାର୍ଗର ସୀତା ଅଟନ୍ତି । ବାବା ହେଉଛନ୍ତି ରାମ । କାହାକୁ ସିଧା କହିଲେ ମାନନ୍ତି ନାହିଁ । ରାମଙ୍କୁ ଡାକନ୍ତି । ଏବେ ତୁମମାନଙ୍କୁ ବାବା ତୃତୀୟ ନେତ୍ର ଦେଇଛନ୍ତି । ତୁମେ ଯେପରି ଅଲଗା ଦୁନିଆର ହୋଇଯାଇଛ ।

ବାବା ବୁଝାଉଛନ୍ତି ଏବେ ସମସ୍ତଙ୍କୁ ତମୋପ୍ରଧାନ ହେବାର ଅଛି । ବାବା ଆସି ସତୋପ୍ରଧାନ କରିବେ । ବାବା କେତେ ଭଲ ଭାବରେ ବସି ବୁଝାଉଛନ୍ତି, କହୁଛନ୍ତି ତୁମେ ନିଜର ଚାକିରୀ ବରଂ କର କେବଳ ଗୋଟିଏ କଥା ମନେରଖ - ବାବାଙ୍କୁ ୟାଦ କର । ସତୋପ୍ରଧାନ ହେବାର ରାସ୍ତା ଅନ୍ୟ କେହି ବତାଇପାରିବେ ନାହିଁ । ସମସ୍ତଙ୍କ ଆତ୍ମିକ ସର୍ଜନ ଏକ, ସେ ହିଁ ଆସି ଆତ୍ମାମାନଙ୍କୁ ଇଞ୍ଜେକ୍‌ସନ୍ ଲଗାଉଛନ୍ତି କାହିଁକି ନା ଆତ୍ମା ତମୋପ୍ରଧାନ ହୋଇଛି । ବାବାଙ୍କୁ ଅବିନାଶୀ ସର୍ଜନ କୁହାଯାଏ । ଆତ୍ମା ଅବିନାଶୀ, ପରମାତ୍ମା ବାବା ମଧ୍ୟ ଅବିନାଶୀ । ଏବେ ଆତ୍ମା ସତୋପ୍ରଧାନରୁ ତମୋପ୍ରଧାନ ହୋଇଛି । ତାକୁ ଇଞ୍ଜେକ୍‌ସନ୍ ଦରକାର । ବାବା କହୁଛନ୍ତି ପିଲାମାନେ ନିଜକୁ ଆତ୍ମା ନିଶ୍ଚୟ କର ଏବଂ ବାବାଙ୍କୁ ୟାଦ କର । ବୁଦ୍ଧିଯୋଗ ଉପରେ ଲଗାଅ ତେବେ ସ୍ୱିଟ୍ ହୋମ୍‌କୁ ଚାଲିଯିବ । ତୁମ ବୁଦ୍ଧିରେ ଅଛି ଏବେ ଆମକୁ ନିଜ ସ୍ୱିଟ୍ ସାଇଲେନ୍‌ସ ହୋମ୍‌କୁ ଯିବାର ଅଛି । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଜ୍ଞାନ ଓ ଯୋଗରେ ବୁଦ୍ଧିକୁ ପାରସ କରିବାର ଅଛି । କେତେ ବି ବେମାର ଥାଅ, କଷ୍ଟ ହେଉ, ସେଥିରେ ମଧ୍ୟ ଏକ ବାବାଙ୍କ ୟାଦ ରହୁ ।

(୨) ନିଜ ଉଚ୍ଚ ଭାଗ୍ୟ ଗଢ଼ିବା ପାଇଁ ପୁରା ପୁରା ନିଶ୍ଚୟବୁଦ୍ଧି ହୁଅ । ବୁଦ୍ଧିଯୋଗ ନିଜ ସ୍ୱିଟ୍ ସାଇଲେନ୍‌ସ ହୋମ୍‌ରେ ଲଗାଇବା ଉଚିତ୍ ।

ବରଦାନ:-
ସର୍ବଦା ଯୁଗଳ ସ୍ୱରୂପର ସ୍ମୃତି ଦ୍ୱାରା କଷ୍ଟକର କାର୍ଯ୍ୟକୁ ସହଜ କରୁଥିବା ଡବଲ୍ ଲାଇଟ୍ ହୁଅ ।

ଯେଉଁ ପିଲାମାନେ ନିରନ୍ତର ୟାଦରେ ରୁହନ୍ତି ସେମାନେ ସର୍ବଦା ବାବାଙ୍କ ସାଥୀର ଅନୁଭବ କରନ୍ତି । ସେମାନଙ୍କ ସମ୍ମୁଖକୁ ଯଦି କୌଣସି ସମସ୍ୟା ଆସୁଛି ତେବେ ନିଜକୁ ଯୁଗଳ ସ୍ୱରୂପର ଅନୁଭବ କରିବେ, ବ୍ୟସ୍ତ ହୋଇ ପଡ଼ିବେ ନାହିଁ । ଏହି ଯୁଗଳ ସ୍ୱରୂପର ସ୍ମୃତି କୌଣସି ବି କଷ୍ଟକର କାର୍ଯ୍ୟକୁ ସହଜ କରିଦିଏ । ଯଦି କୌଣସି ବଡ଼ କଥା ସମ୍ମୁଖକୁ ଆସୁଛି ତେବେ ନିଜର ବୋଝ ବାବାଙ୍କ ଉପରେ ରଖି ନିଜେ ଡବଲ୍ ଲାଇଟ୍ ହୋଇଯାଅ, ତେବେ ଫରିସ୍ତା ପରି ଦିନ ରାତି ମନରେ ଖୁସିର ନୃତ୍ୟ କରିବ ।

ସ୍ଲୋଗାନ:-
କୌଣସି କାରଣର ନିବାରଣ କରି ସନ୍ତୁଷ୍ଟ ରହିବା ଓ ଅନ୍ୟକୁ କରିବା ହିଁ ସନ୍ତୁଷ୍ଟମଣି ହେବା ।


ମାତେଶ୍ୱରୀଜୀଙ୍କ ଅମୂଲ୍ୟ ମହାବାକ୍ୟ - ଜ୍ଞାନ ଓ ଯୋଗର ତୁଳନା

ଯୋଗ ଓ ଜ୍ଞାନ ଦୁଇଟି ଶବ୍ଦ, ଯୋଗ ପରମାତ୍ମାଙ୍କ ୟାଦକୁ କୁହାଯାଏ । ଅନ୍ୟ କାହାର ୟାଦର ସମ୍ବନ୍ଧରେ ଯୋଗ ଶବ୍ଦ ଆସେ ନାହିଁ । ଗୁରୁମାନେ ମଧ୍ୟ ପରମାତ୍ମାଙ୍କ ସହ ଯୋଗ ଲଗାଇବାକୁ କହିଥାଆନ୍ତି, ପରନ୍ତୁ ସେମାନଙ୍କୁ କେବଳ ପରମାତ୍ମାଙ୍କ ପୁରା ପରିଚୟ ନାହିଁ ସେଥିପାଇଁ ଯୋଗର ପୁରା ସିଦ୍ଧି ମିଳେ ନାହିଁ । ଯୋଗ ଓ ଜ୍ଞାନ ଦୁଇଟିଯାକ ବଳ, ଯେଉଁ ଦୁଇଟିର ପୁରୁଷାର୍ଥରେ ଶକ୍ତି ମିଳେ ଏବଂ ଆମେ ବିକର୍ମାଜୀତ୍ ହୋଇ ଶ୍ରେଷ୍ଠ ଜୀବନ ଗଢ଼ିଥାଉ । ଯୋଗ ଅକ୍ଷର ସମସ୍ତେ କହନ୍ତି ପରନ୍ତୁ ଯାହା ସହିତ ଯୋଗ ଲଗାନ୍ତି ତାଙ୍କର ପରିଚୟ ଦରକାର । ପରମାତ୍ମାଙ୍କ ପରିଚୟ ବି ଆମକୁ ପରମାତ୍ମାଙ୍କ ଦ୍ୱାରା ମିଳୁଛି, ସେହି ପରିଚୟ ଆଧାରରେ ଯୋଗ ଲଗାଇଲେ ପୂର୍ଣ୍ଣ ସିଦ୍ଧି ପ୍ରାପ୍ତ ହୁଏ । ଯୋଗ ଦ୍ୱାରା ଆମେ ପୁରୁଣା ବିକର୍ମର ବୋଝ ଭସ୍ମ କରିଥାଉ ଓ ଜ୍ଞାନ ଦ୍ୱାରା ଜଣାପଡ଼େ ଭବିଷ୍ୟ ପାଇଁ ଆମକୁ କେଉଁ କର୍ମ କରିବାର ଅଛି ଓ କାହିଁକି? ସଂସ୍କାର ଜୀବନର ଜଡ଼ ଅଟେ, ଆତ୍ମା ମଧ୍ୟ ଅନାଦି ସଂସ୍କାରରେ ଗଢ଼ା ପରନ୍ତୁ କର୍ମ ଆଧାରରେ ସେହି ସଂସ୍କାର ପରିବର୍ତ୍ତନ ହୋଇଥାଏ । ଯୋଗ ଓ ଜ୍ଞାନ ଦ୍ୱାରା ଆତ୍ମାରେ ଶ୍ରେଷ୍ଠତା ଆସେ ଏବଂ ଜୀବନରେ ବଳ ଆସିଥାଏ, ପରନ୍ତୁ ଏହି ଦୁଇଟି ଜିନିଷ ପରମାତ୍ମାଙ୍କ ଠାରୁ ମିଳେ, କର୍ମବନ୍ଧନରୁ ମୁକ୍ତିର ରାସ୍ତା ମଧ୍ୟ ଆମକୁ ପରମାତ୍ମାଙ୍କ ଦ୍ୱାରା ପ୍ରାପ୍ତ ହୁଏ । ଆମେ ବିକର୍ମ କରି ଯେଉଁ କର୍ମବନ୍ଧନ ସୃଷ୍ଟି କରିଛୁ ସେଥିରୁ ମୁକ୍ତ ହେବା ସହ ଆଗ ପାଇଁ ଆମର କର୍ମ ବିକର୍ମ ନ ହେଉ, ଏହି ଦୁଇଟିର ବଳ ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କେହି ଦେଇ ପାରିବେ ନାହିଁ । ଯୋଗ ଓ ଜ୍ଞାନ ଦୁଇଟି ଜିନିଷ ପରମାତ୍ମା ନେଇ ଆସୁଛନ୍ତି, ଯୋଗ ଅଗ୍ନି ଦ୍ୱାରା କରିଥିବା ବିକର୍ମ ଭସ୍ମ କରାନ୍ତି ଏବଂ ଜ୍ଞାନ ଦ୍ୱାରା ଭବିଷ୍ୟ ପାଇଁ ଶ୍ରେଷ୍ଠ କର୍ମ ଶିଖାନ୍ତି, ଯଦ୍ୱାରା କର୍ମ, ଅକର୍ମ ହୁଏ ତେଣୁ ପରମାତ୍ମା କହୁଛନ୍ତି ଏହି କର୍ମ-ଅକର୍ମ-ବିକର୍ମର ଗତି ବହୁତ ଗୂହ୍ୟ । ଏବେ ଆମ ଆତ୍ମାମାନଙ୍କୁ ଡାଇରେକ୍ଟ ପରମାତ୍ମାଙ୍କ ଦ୍ୱାରା ହିଁ ବଳ ମିଳୁଛି । ନିଜ ଜୀବନର ସଂସ୍କାର ଏପରି କରାଉଛ ଯଦ୍ୱାରା ଜୀବନରେ ସୁଖ ମିଳିବ । ପରମାତ୍ମା ଆସି ଜୀବନରେ ଶୁଦ୍ଧ ସଂସ୍କାରର ବୀଜ ପକାନ୍ତି, ଯେଉଁ ଶୁଦ୍ଧ ସଂସ୍କାର ଆଧାରରେ ଆମେ ଅଧା କଳ୍ପ ଜୀବନମୁକ୍ତ ହେବୁ । ଆଚ୍ଛା -