01.10.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମକୁ ଦେବତା ହେବାର ଅଛି ସେଥିପାଇଁ ମାୟାର ଅବଗୁଣଗୁଡିକୁ ତ୍ୟାଗ କର, ରାଗିବା, ମାଡ ମାରିବା, ହଇରାଣ କରିବା, ଖରାପ କାମ କରିବା, ଚୋରୀ ଆଦି କରିବା ଏସବୁ ମହାପାପ ଅଟେ ।

ପ୍ରଶ୍ନ:-
ଏହି ଜ୍ଞାନରେ କେଉଁ ସନ୍ତାନମାନେ ତୀକ୍ଷଣ ଯାଇପାରିବେ ? କେଉଁମାନଙ୍କର କ୍ଷତି ହେଉଛି ?

ଉତ୍ତର:-
ଯେଉଁମାନଙ୍କୁ ନିଜର ହିସାବ ରଖିବା ଅର୍ଥାତ୍ ଚାର୍ଟ ରଖିବା ଜଣା ଅଛି ସେମାନେ ଏହି ଜ୍ଞାନରେ ବହୁତ ତୀବ୍ରଗତିରେ ଆଗକୁ ଯାଇପାରିବେ । ଯେଉଁମାନେ ଦେହୀ-ଅଭିମାନୀ ହୋଇ ରହୁନାହାଁନ୍ତି ସେହିମାନଙ୍କର ହିଁ କ୍ଷତି ହେଉଛି । ବାବା କହୁଛନ୍ତି ବେପାରୀମାନଙ୍କର ହିସାବ ରଖିବାର ଅଭ୍ୟାସ ଥାଏ, ସେମାନେ ଏଠାରେ ମଧ୍ୟ ଶୀଘ୍ର ଶୀଘ୍ର ଆଗକୁ ବଢିପାରିବେ ।

ଗୀତ:-
ମୁଖଡା ଦେଖଲେ ପ୍ରାଣୀ...

ଓମ୍ ଶାନ୍ତି ।
ଆତ୍ମିକ ପାର୍ଟଧାରୀ ସନ୍ତାନମାନଙ୍କୁ ବାବା ବୁଝାଉଛନ୍ତି କାହିଁକି ନା ବେହଦର ନାଟକରେ ଆତ୍ମା ହିଁ ପାର୍ଟ କରୁଛି । ନାଟକ ମନୁଷ୍ୟମାନଙ୍କର ଅଟେ ନା । ବର୍ତ୍ତମାନ ପିଲାମାନେ ପୁରୁଷାର୍ଥ କରୁଛନ୍ତି । ଯଦିଓ ବେଦ-ଶାସ୍ତ୍ର ପଢୁଛନ୍ତି, ଶିବଙ୍କର ପୂଜା କରୁଛନ୍ତି କିନ୍ତୁ ବାବା କହୁଛନ୍ତି ଏହାଦ୍ୱାରା ମୋତେ କେହି ପ୍ରାପ୍ତ କରିପାରିବେ ନାହିଁ କାହିଁକି ନା ଭକ୍ତି ହେଉଛି ପତନର କଳା । ଜ୍ଞାନ ଦ୍ୱାରା ସଦ୍ଗତି ହେଉଛି ତେବେ ନିଶ୍ଚୟ କାହା ଦ୍ୱାରା ତଳକୁ ଓହ୍ଲାଉ ଥିବେ ମଧ୍ୟ । ଏହା ଏକ ଖେଳ ଅଟେ । ଏହି ଖେଳକୁ କେହି ମଧ୍ୟ ଜାଣି ନାହାଁନ୍ତି । ଶିବଲିଙ୍ଗକୁ ପୂଜା କଲେ ମଧ୍ୟ ତାଙ୍କୁ ବ୍ରହ୍ମ କୁହାଯିବ ନାହିଁ । ତେବେ ସେ କିଏ ଯାହାଙ୍କୁ ପୂଜା କରୁଛନ୍ତି । ତାଙ୍କୁ ମଧ୍ୟ ଈଶ୍ୱର ଭାବି ପୂଜା କରୁଛନ୍ତି । ତୁମେ ଯେତେବେଳେ ପ୍ରଥମେ ଭକ୍ତି ଆରମ୍ଭ କରୁଛ ସେତେବେଳେ ହୀରାର ଶିବଲିଙ୍ଗ ତିଆରି କରୁଥିଲ । ଏବେ ତ ଗରୀବ ହୋଇଯାଇଥିବାରୁ ପଥରର ଲିଙ୍ଗ ତିଆରି କରୁଛନ୍ତି । ହୀରାର ଲିଙ୍ଗ ସେ ସମୟରେ ୪-୫ ହଜାରର ହୋଇଥିବ । ବର୍ତ୍ତମାନ ତ ତାର ଦାମ ୫-୭ ଲକ୍ଷ ହେବ । ଏପରି ହୀରା ଏବେ ବହୁତ ମୁସ୍କିଲ୍ରେ ବାହାରୁଛି । ପଥର ବୁଦ୍ଧି ହୋଇଯାଇଛନ୍ତି ତେଣୁ ଜ୍ଞାନ ବିନା ପୂଜା ମଧ୍ୟ ପଥରର କରୁଛନ୍ତି । ଜ୍ଞାନ ଥିବା ସମୟରେ ତୁମେ ପୂଜା କରୁନଥିଲ । ଏବେ ଚୈତନ୍ୟରେ ସମ୍ମୁଖରେ ଅଛନ୍ତି ଏବଂ ତାଙ୍କୁ ହିଁ ତୁମେମାନେ ସ୍ମରଣ କରୁଛ । ତୁମେମାନେ ଜାଣିଛ ଯେ ଯୋଗ ଦ୍ୱାରା ବିକର୍ମ ବିନାଶ ହେବ । ଗୀତରେ ମଧ୍ୟ କହୁଛନ୍ତି ହେ ସନ୍ତାନମାନେ, ଆତ୍ମାକୁ ପ୍ରାଣୀ ବୋଲି କୁହାଯାଉଛି । ପ୍ରାଣ ବାହାରିଗଲେ ଶରୀର ମୁର୍ଦାର ହୋଇଯାଇଥାଏ । ଆତ୍ମା ବାହାରିଯାଇଥାଏ । ଆତ୍ମା ହେଉଛି ଅବିନାଶୀ । ଶରୀରରେ ଆତ୍ମା ପ୍ରବେଶ କରିବା ପରେ ଚୈତନ୍ୟ ହେଉଛି । ବାବା କହୁଛନ୍ତି ହେ ଆତ୍ମାମାନେ, ନିଜକୁ ଯାଞ୍ଚ କର ମୁଁ କେତେ ଦୈବୀଗୁଣର ଧାରଣା କରିଛି ? କୌଣସି ବିକାର ତ ନାହିଁ ? ଚୋରୀ ଆଦିର କୌଣସି ଆସୁରୀ ଗୁଣ ତମୋ ଭିତରେ ନାହିଁ ନା ? ଆସୁରୀ କର୍ତ୍ତବ୍ୟ କଲେ ପୁଣି ତଳକୁ ଖସିଯିବ । ଏତେ ଉଚ୍ଚ ପଦ ପାଇପାରିବ ନାହିଁ । ତେଣୁ ଖରାପ ଅଭ୍ୟାସକୁ ଛାଡିବା ଜରୁରୀ ଅଟେ । ଦେବତାମାନେ କେବେ କାହା ଉପରେ କ୍ରୋଧ କରିନଥାନ୍ତି । ଏଠାରେ ଅସୁରମାନଙ୍କ ଦ୍ୱାରା କେତେ ମାଡ ଖାଉଛନ୍ତି କାହିଁକି ନା ତୁମେ ଦୈବୀ ସମ୍ପ୍ରଦାୟର ହେବାକୁ ଯାଉଛ ତେଣୁ ମାୟା କେତେ ଶତ୍ରୁ ହୋଇଯାଇଛି । ମାୟାର ଅବଗୁଣ କାମ କରୁଛି । ମାରିବା, ହଇରାଣ କରିବା, ଖରାପ କାମ କରିବା ଏସବୁ ପାପ ଅଟେ । ତୁମକୁ ତ ବହୁତ ଶୁଦ୍ଧ ରହିବାକୁ ହେବ । ଚୋରୀ ଆଦି କରିବା ତ ମହାନ ପାପ ଅଟେ । ବାବାଙ୍କ ସହିତ ତୁମେ ପ୍ରତିଜ୍ଞା କରିଆସିଛ ବାବା ମୋର ତ କେବଳ ଆପଣ ହିଁ ଅଛନ୍ତି ଦ୍ୱିତୀୟ କେହିହେଲେ ନାହାଁନ୍ତି । ମୁଁ ଆପଣଙ୍କୁ ମନେ ପକାଇବି । ଭକ୍ତିମାର୍ଗରେ ଯଦିଓ ଗାୟନ କରୁଛନ୍ତି କିନ୍ତୁ ସେମାନଙ୍କୁ ଜଣାନାହିଁ ଯେ ଯୋଗ ଦ୍ୱାରା କଣ ହେଉଛି । ସେମାନେ ତ ବାବାଙ୍କୁ ଜାଣି ହିଁ ନାହାଁନ୍ତି । ଗୋଟିଏ ପାଶ୍ୱର୍ରେ ନାମ-ରୂପରୁ ଅଲଗା କହି, ଅନ୍ୟ ପାର୍ଶ୍ଵରେ ଲିଙ୍ଗର ପୂଜା କରୁଛନ୍ତି । ଏହି କଥାକୁ ତୁମକୁ ଭଲ ଭାବରେ ବୁଝି ପୁଣି ବୁଝାଇବା ଉଚିତ୍ । ବାବା କହୁଛନ୍ତି ଜଜ୍ କର ଯେ ମହାନ୍ ଆତ୍ମା କାହାକୁ କୁହାଯାଉଛି ? ଶ୍ରୀକୃଷ୍ଣ ଯିଏକି ଛୋଟ ପିଲା ସ୍ୱର୍ଗର ରାଜକୁମାର, ସେ ମହାତ୍ମା ଅଟନ୍ତି ଅଥବା ଆଜିକାଲିର କଳିଯୁଗୀ ମନୁଷ୍ୟ ? ସେ ବିକାର ଦ୍ୱାରା ଜନ୍ମ ହେଉ ନାହାଁନ୍ତି ନା । ତାହା ନିର୍ବିକାରୀ ଏହା ବିକାରୀ ଦୁନିଆ । ନିର୍ବିକାରୀକୁ ବହୁତ ଉପାଧି ଦିଆଯାଇପାରିବ । ବିକାରୀର ଉପାଧି କଣ ? ଏକମାତ୍ର ବାବା ହିଁ ଶ୍ରେଷ୍ଠାଚାରୀ କରାଉଛନ୍ତି । ସେ ସବୁଠାରୁ ଉଚ୍ଚ ଆଉ ସବୁ ମନୁଷ୍ୟ ହେଉଛନ୍ତି ପାର୍ଟଧାରୀ ତେଣୁ ପାର୍ଟ ନିଶ୍ଚୟ କରିବାକୁ ହିଁ ପଡିବ । ସତ୍ୟଯୁଗ ହେଲା ଶ୍ରେଷ୍ଠ ମନୁଷ୍ୟମାନଙ୍କ ଦୁନିଆ । ସେଠାରେ ଜୀବଜନ୍ତୁ ଆଦି ସବୁ ଶ୍ରେଷ୍ଠ ରହିବେ । ସେଠାରେ ମାୟା ରାବଣ ହିଁ ରହିବ ନାହିଁ । ସତ୍ୟଯୁଗରେ ଏଭଳି କୌଣସି ତମୋଗୁଣୀ ଜୀବଜନ୍ତୁ ରହିବେ ନାହିଁ । ତୁମେ ଜାଣିଛ ମୟୁର ମୟୂରୀ ବିକାର ଦ୍ୱାରା ପିଲା ଜନ୍ମ କରନ୍ତି ନାହିଁ । ତାର ଲୁହ ବାହାରିଲେ ତାକୁ ମୟୂରୀ ଧାରଣ କରିଥାଏ । ମୟୁରକୁ ଜାତୀୟ ପକ୍ଷୀ କହିଥାନ୍ତି ନା । ସତ୍ୟଯୁଗରେ ମଧ୍ୟ ବିକାରର ନାମ ରହିବ ନାହିଁ । ପ୍ରଥମ ନମ୍ବର ବିଶ୍ୱର ରାଜକୁମାର ଶ୍ରୀକୃଷ୍ଣ, ଯିଏକି ତାଙ୍କ ମୁଣ୍ଡରେ ମୟୁର ଚୂଳ ଲଗାଇଥାନ୍ତି । କୌଣସି ରହସ୍ୟ ତ ଥିବ ନା । ତେଣୁ ଏହି ସବୁ କଥା ବାବା ରିଫାଇନ୍ କରି ବୁଝାଉଛନ୍ତି । ସେଠାରେ କିପରି ପିଲା ଜନ୍ମ ହେବେ, ଏକଥା ତ ତୁମେ ଜାଣିଛ । ସେଠାରେ ବିକାର ରହିବ ନାହିଁ । ବାବା କହୁଛନ୍ତି ତୁମମାନଙ୍କୁ ଦେବତା କରୁଛନ୍ତି ତେଣୁ ନିଜର ପୂରା ଯାଞ୍ଚ କର । ପରିଶ୍ରମ ବିନା ବିଶ୍ୱର ମାଲିକ କଣ ହୋଇପାରିବ କି ।

ଯେପରି ତୁମର ଆତ୍ମା ବିନ୍ଦୁ ସେହିପରି ବାବା ମଧ୍ୟ ବିନ୍ଦୁ ଅଟନ୍ତି । ଏଥିରେ ଦ୍ୱନ୍ଦର କୌଣସି କଥା ହିଁ ନାହିଁ । କେହି କହୁଛନ୍ତି ଆମେ ଆତ୍ମାକୁ ଦେଖିବୁ । ବାବା କହୁଛନ୍ତି ଦେଖିଲାବାଲାଙ୍କର ତ ତୁମେ ବହୁତ ପୂଜା କରିଛ । ଫାଇଦା କିଛି ହେଲା ନାହିଁ । ଏବେ ଯଥାର୍ଥ ଭାବେ ମୁଁ ତୁମକୁ ବୁଝାଉଛି । ମୋଠାରେ ସମସ୍ତ ପାର୍ଟ ଭରି ରହିଛି । ମୁଁ ସୁପ୍ରିମ ସୋଲ୍, ସୁପ୍ରିମ ଫାଦର ଅଟେ ନା । କୌଣସି ବି ସନ୍ତାନ ନିଜର ଲୌକିକ ପିତାଙ୍କୁ ଏପରି କହିବେ ନାହିଁ । କେବଳ ଜଣଙ୍କୁ ହିଁ ସୁପ୍ରିମ ଫାଦର କୁହାଯାଉଛି । ସନ୍ନ୍ୟାସୀମାନଙ୍କର ତ ସନ୍ତାନ ନାହାଁନ୍ତି ଯିଏକି ବାପା ବୋଲି କହିବେ । ଇଏ ସମସ୍ତ ଆତ୍ମାମାନଙ୍କର ପିତା, ଯିଏକି ବର୍ସା ଦେଉଛନ୍ତି । ସେମାନଙ୍କର କୌଣସି ଗୃହସ୍ଥ ଆଶ୍ରମ ତ ନୁହେଁ । ବାବା ବସି ବୁଝାଉଛନ୍ତି ତୁମେ ହିଁ ୮୪ ଜନ୍ମ ଭୋଗ କରିଛ । ପ୍ରଥମେ ପ୍ରଥମେ ତୁମେ ସତ୍ତ୍ୱପ୍ରଧାନ ଥିଲ ପୁଣି ତଳକୁ ଖସିଆସିଛ । ଏବେ କଣ କେହି ନିଜକୁ ସୁପ୍ରିମ କହିପାରିବେ କି, ଏବେ ତ ନୀଚ୍ଚ ବୋଲି ଭାବୁଛ । ବାବା ବାରମ୍ବାର ବୁଝାଉଛନ୍ତି ମୂଳ କଥା ହେଉଛି ନିଜ ଭିତରକୁ ଦେଖ ଯେ ଆମ ପାଖରେ କୌଣସି ବିକାର ନାହିଁ ତ ? ପ୍ରତିଦିନ ରାତ୍ରିରେ ନିଜର ଚାର୍ଟ ବାହାର କର । ବ୍ୟାପାରୀମାନେ ସବୁବେଳେ ତାଙ୍କର ହିସାବ ନିକାସ ବାହାର କରିଥାନ୍ତି । ଗଭର୍ଣ୍ଣମେଣ୍ଟ ସରଭ୍ୟାଣ୍ଟ (ସରକାରୀ ଚାକିରୀଆ) ହିସାବ ନିକାସ ବାହାର କରିପାରିବେ ନାହିଁ । ତାଙ୍କୁ ତ ନିଧାର୍ଯ୍ୟ ଦରମା ମିଳିଥାଏ । ଏହି ଜ୍ଞାନ ମାର୍ଗରେ ମଧ୍ୟ ବ୍ୟାପାରୀମାନେ ବହୁତ ଆଗକୁ ଯାଉଛନ୍ତି, ପାଠୁଆ, ଅଫିସର୍ସମାନେ ଏତେ ନୁହେଁ । ବ୍ୟପାରରେ ତ ଆଜି ୫୦ କାଲି ୬୦ ରୋଜଗାର କରିବେ । କେବେ କେବେ କ୍ଷତି ମଧ୍ୟ ହୋଇଥାଏ । ସରକାରୀ ଚାକିରିଆରଙ୍କର ଦରମା ନିର୍ଦ୍ଦିଷ୍ଟ ଥାଏ । ଏହି ରୋଜଗାରରେ ମଧ୍ୟ ଯଦି ଦେହୀ-ଅଭିମାନୀ ନ ହେବେ ତେବେ କ୍ଷତି ହୋଇଯିବ । ମାତାମାନେ ତ ବ୍ୟାପାର କରନ୍ତି ନାହିଁ । ତାଙ୍କ ପାଇଁ ତ ଆହୁରି ସହଜ । କନ୍ୟାମାନଙ୍କ ପାଇଁ ମଧ୍ୟ ସହଜ କାହିଁକି ନା ମାତାମାନଙ୍କୁ ତ ସିଡି ଓହ୍ଲାଇବାକୁ ପଡୁଛି । ଯିଏ ଏତେ ପରିଶ୍ରମ କରୁଛନ୍ତି ତାଙ୍କର ବଳିଦାନ ରହିଛି । କନ୍ୟାମାନେ ତ ବିକାରରେ ହିଁ ଯାଇନାହାନ୍ତି ପୁଣି ଛାଡିବେ କଣ । ପୁରୁଷମାନଙ୍କୁ ତ ପରିଶ୍ରମ କରିବାକୁ ପଡୁଛି । ପରିବାର କୁଟୁମ୍ବର ପାଳନା କରିବାକୁ ପଡୁଛି । ଯେଉଁ ସିଢ଼ି ଚଢ଼ିଛନ୍ତି ସେଥିରୁ ଓହ୍ଲାଇବାକୁ ପଡୁଛି । ବାରମ୍ବାର ମାୟା ଚାପୁଡା ମାରି ତଳେ ପକାଇ ଦେଉଛି । ଏବେ ତୁମେ ବି.କେ ହୋଇଛ । କୁମାରୀମାନେ ପବିତ୍ର ହିଁ ଥାନ୍ତି । ସବୁଠାରୁ ଅଧିକ ହେଉଛି ପତିଙ୍କ ପ୍ରେମ । ତୁମକୁ ପତିମାନଙ୍କର ପତି ପରମାତ୍ମାଙ୍କୁ ମନେ ପକାଇବାକୁ ହେବ, ଅନ୍ୟ ସମସ୍ତଙ୍କୁ ଭୁଲିବାକୁ ହେବ । ମାତା-ପିତାଙ୍କର ପିଲାମାନଙ୍କ ପ୍ରତି ମୋହ ରହିଥାଏ । ଶିଶୁ ତ ହେଉଛନ୍ତି ଅଜ୍ଞ । ବିବାହ ପରେ ମୋହ ଆରମ୍ଭ ହୋଇଥାଏ । ପ୍ରଥମେ ସ୍ତ୍ରୀ ପ୍ରିୟ ଲାଗିଥାଏ, ପୁଣି ବିକାରକୁ ଯିବା ପାଇଁ ସିଡି ଆରମ୍ଭ କରିଦେଇଥାନ୍ତି । କୁମାରୀମାନେ ନିର୍ବିକାରୀ ତେଣୁ ସେମାନଙ୍କର ପୂଜା କରାଯାଇଥାଏ । ତୁମର ନାମ ବି.କେ । ତୁମେ ମହିମା ଯୋଗ୍ୟ ହୋଇ ପୁଣି ପୂଜାଯୋଗ୍ୟ ହେଉଛ । ବାବା ତୁମର ଶିକ୍ଷକ ମଧ୍ୟ ଅଟନ୍ତି । ତେଣୁ ତୁମର ନିଶା ରହିବା ଉଚିତ୍ ଯେ, ଆମେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟୁ । ତେବେ ଭଗବାନ ନିଶ୍ଚୟ ଭଗବାନ ଭଗବତୀ ହିଁ କରାଇବେ । କେବଳ ବୁଝାଯାଉଛି ଭଗବାନ ହେଉଛନ୍ତି ଜଣେ । ବାକି ସମସ୍ତେ ଭାଇ-ଭାଇ, ଦ୍ୱିତୀୟ କୌଣସି ସମ୍ପର୍କ ନାହିଁ । ପ୍ରଜାପିତା ବ୍ରହ୍ମାଙ୍କଠାରୁ ରଚନା ହୋଇ ପୁଣି ବୃଦ୍ଧି ହେଉଛି । ଆତ୍ମାମାନଙ୍କର ବୃଦ୍ଧି ହେଉଛି ବୋଲି କୁହାଯିବ ନାହିଁ । ମନୁଷ୍ୟମାନଙ୍କର ବୃଦ୍ଧି ହେଉଛି ଆତ୍ମାମାନଙ୍କର ତ ନିର୍ଦ୍ଦିଷ୍ଟ ସଂଖ୍ୟା ଅଛି । ବହୁତ ଆସୁଛନ୍ତି । ସେଠାରେ ଥିବା ପର୍ଯ୍ୟନ୍ତ, ଆସିବାକୁ ଲାଗିବେ । ବୃକ୍ଷ ବଢିଚାଲିବ । ଏପରି ନୁହେଁ ଯେ ଶୁଖିଯିବ । ଏହାର ତୁଳନା ବରଗଛ ସହିତ କରାଯାଉଛି । ଯାହାର ମୂଳ ନାହିଁ । ବାକି ସାରା ବୃକ୍ଷ ଛିଡା ହୋଇଛି । ତୁମର ମଧ୍ୟ ଏହିପରି ହେଉଛି । ମୂଳଦୁଆ ନାହିଁ । କେବଳ କିଛି ନା କିଛି ଚିହ୍ନ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ମନ୍ଦିର ତିଆରି କରୁଛନ୍ତି । ମନୁଷ୍ୟଙ୍କୁ କଣ ଜଣା ଅଛି କି ଯେ ଦେବତାମାନଙ୍କର ରାଜ୍ୟ କେବେ ଥିଲା । ପୁଣି କେଉଁଆଡେ ଗଲା ? ଏହି ଜ୍ଞାନ ତୁମ ବ୍ରାହ୍ମଣମାନଙ୍କ ପାଖରେ ରହିଛି । ମନୁଷ୍ୟମାନଙ୍କୁ ଏକଥା ଜଣା ନାହିଁ ଯେ ପରମାତ୍ମାଙ୍କ ସ୍ୱରୂପ ହେଉଛି ବିନ୍ଦୁ । ଗୀତାରେ ଅଖଣ୍ଡ ଜ୍ୟୋତି ସ୍ୱରୂପ ବୋଲି ଲେଖିଦେଇଛନ୍ତି । ପୂର୍ବରୁ ଭାବନା ଅନୁସାରେ ବହୁତଙ୍କୁ ସାକ୍ଷାତ୍କାର ହେଉଥିଲା । ବହୁତ ନାଲି ନାଲି ହୋଇଯାଉଥିଲେ । ବାସ୍ ମୁଁ ସହନ କରିପାରୁ ନାହିଁ । ବାସ୍ତବରେ ତାହା ତ ସାକ୍ଷାତ୍କାର ଥିଲା । ବାବା କହୁଛନ୍ତି ସାକ୍ଷାତ୍କାର ଦ୍ୱାରା କୌଣସି କଲ୍ୟାଣ ହେବ ନାହିଁ । ଏଠାରେ ତ ମୁଖ୍ୟ ହେଉଛି ଯୋଗର ଯାତ୍ରା । ଯେପରି ପାରଦ ଖସି ଚାଲିଥାଏ ନା । ସେହିପରି ବାବାଙ୍କର ସ୍ମୃତି ମଧ୍ୟ ଘଡି ଘଡି ଖସି ଯାଉଛି । କେତେ ଇଚ୍ଛା କରୁଛନ୍ତି ବାବାଙ୍କୁ ସ୍ମରଣ କରିବୁ ପୁଣି ଅନ୍ୟ ସବୁ ଖିଆଲ ଆସିଯାଉଛି । ଏଥିରେ ହିଁ ତୁମର ରେସ୍ (ପ୍ରତିଯୋଗିତା) ହେଉଛି । ଏପରି ନୁହେଁ ଯେ ତୁରନ୍ତ ପାପ କଟିଯିବ । ଏଥିପାଇଁ ସମୟ ଲାଗିବ । କର୍ମାତୀତ ଅବସ୍ଥା ହୋଇଗଲେ ଏହି ଶରୀର ହିଁ ରହିବ ନାହିଁ । କିନ୍ତୁ ବର୍ତ୍ତମାନ କେହି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିପାରିବେ ନାହିଁ । ପୁଣି ତାଙ୍କୁ ସତ୍ୟଯୁଗୀ ଶରୀର ଆବଶ୍ୟକ । ତେଣୁ ଏବେ ତୁମକୁ ବାବାଙ୍କୁ ହିଁ ଯୋଗ କରିବାକୁ ହେବ । ନିଜକୁ ଦେଖ ମୋ ଦ୍ୱାରା କୌଣସି ଖରାପ କାମ ହେଉ ନାହିଁ ତ ? ନିଜର ଚାର୍ଟ ନିଶ୍ଚୟ ରଖିବାକୁ ପଡିବ । ଏହିପରି ବ୍ୟାପାରୀ ତୁରନ୍ତ ସାହୁକାର ହୋଇପାରିବେ ।

ବାବାଙ୍କ ପାଖରେ ଯେଉଁ ଜ୍ଞାନ ଅଛି ତାହା ତୁମମାନଙ୍କୁ ଦେଉଛନ୍ତି । ବାବା କହୁଛନ୍ତି ମୋ ଆତ୍ମାରେ ଏହି ଜ୍ଞାନ ନିଧାର୍ଯ୍ୟ ହୋଇ ରହିଛି । ଅବିକଳ ତାହା ହିଁ କହିବି ଯେଉଁ ଜ୍ଞାନ କଳ୍ପ ପୂର୍ବେ ଦେଇଥିଲି । ପିଲାମାନଙ୍କୁ ହିଁ ବୁଝାଇବି, ଅନ୍ୟମାନେ କଣ ଜାଣିବେ! ତୁମେ ଏହି ସୃଷ୍ଟି ଚକ୍ରକୁ ଜାଣିଛ, ଏଥିରେ ସବୁ ଅଭିନେତାଙ୍କର ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ଯାହାକି ଅଦଳ ବଦଳ ହୋଇପାରିବ ନାହିଁ । ନାଁ, କେହି ମୁକ୍ତ ହୋଇପାରିବେ । ହଁ, ବାକି ସମୟ ମୁକ୍ତି ମିଳୁଛି । ତୁମେ ତ ହେଉଛ ଅଲରାଉଣ୍ଡର । ୮୪ ଜନ୍ମ ନେଉଛ । ବାକି ସମସ୍ତେ ନିଜ ଘରେ ରହିବେ ସେବାରେ ପରେ ଆସିବେ । ମୋକ୍ଷ ଚାହୁଁଥିବା ଆତ୍ମା ଏଠାକୁ ଆସିବେ ନାହିଁ । ସେମାନେ ପୁଣି ଶେଷରେ ଚାଲିଯିବେ । ଜ୍ଞାନ କେବେ ହେଲେ ଶୁଣିବେ ନାହିଁ । ମଶା ସଦୃଶ ଆସିବେ ଏବଂ ଯିବେ, ତୁମେ ତ ଡ୍ରାମା ଅନୁସାରେ ଏହି ରାଜଯୋଗର ପାଠ ପଢୁଛ । ଜାଣିଛ ବାବା ୫ ହଜାର ବର୍ଷ ପୂର୍ବେ ମଧ୍ୟ ଏହିପରି ରାଜଯୋଗ ଶିଖାଇଥିଲେ । ତୁମେ ପୁଣି ଅନ୍ୟମାନଙ୍କୁ ବୁଝାଉଛ ଯେ ଶିବବାବା ଏପରି କହୁଛନ୍ତି । ବର୍ତ୍ତମାନ ତୁମେ ଜାଣୁଛ ଯେ ଆମେ କେତେ ଉଚ୍ଚ ଥିଲୁ, ଏବେ କେତେ ନୀଚ ହୋଇଯାଇଛୁ । ପୁନର୍ବାର ବାବା ଉଚ୍ଚ କରାଉଛନ୍ତି ତେଣୁ ସେହିପରି ପୁରୁଷାର୍ଥ କରିବା ଦରକାର ନା । ତୁମେ ଏଠାକୁ ରିଫ୍ରେସ୍ ହେବାକୁ ଆସିଛ । ଏହାର ନାମ ହିଁ ମଧୁବନ ରଖାଯାଇଛି । ତୁମର କଲିକତା ଅଥବା ବମ୍ବେରେ କଣ ମୁରଲୀ ଚଲାଉଛନ୍ତି କି । ମଧୁବନରେ ହିଁ ମୁରଲୀ ବାଜିଥାଏ । ମୁରଲୀ ଶୁଣି ରିଫ୍ରେସ୍ ହେବା ପାଇଁ ବାବାଙ୍କ ପାଖକୁ ଆସିବାକୁ ପଡିବ । ଦିନକୁ ଦିନ ନୂଆ-ନୂଆ ପଏଣ୍ଟସ୍ ବାହାରୁଛି । ସମ୍ମୁଖରେ ଶୁଣିବା ଦ୍ୱାରା ଅନୁଭବ କରୁଛ, ବହୁତ ଫରକ ରହୁଛି । ଆଗକୁ ଗଲେ ବହୁତ ପାର୍ଟ ଦେଖିବ । ବାବା ପ୍ରଥମରୁ ସବୁ ଶୁଣାଇ ଦେଲେ ସ୍ୱାଦ ଚାଲିଯିବ । ତେଣୁ ଧିରେ-ଧିରେ ଇମର୍ଜ ହେବ । ଗୋଟିଏ ସେକେଣ୍ଡ ଅନ୍ୟ ସେକେଣ୍ଡ ସହିତ ମିଶିପାରିବ ନାହିଁ । ବାବା ଆତ୍ମାର ସେବା କରିବା ପାଇଁ ଆସିଛନ୍ତି, ତେଣୁ ପିଲାମାନଙ୍କର ମଧ୍ୟ କର୍ତ୍ତବ୍ୟ ହେଉଛି ଆତ୍ମାର ସେବା କରିବା । ଅତି କମ୍ରେ ଏହି କଥା ତ କୁହ ବାବାଙ୍କୁ ମନେ ପକାଅ ଏବଂ ପବିତ୍ର ହୁଅ । ପବିତ୍ରତାରେ ହିଁ ଫେଲ୍ ହେଉଛନ୍ତି କାହିଁକି ନା ବାବାଙ୍କୁ ମନେ ପକାଉ ନାହାଁନ୍ତି । ତୁମେମାନେ ବହୁତ ଖୁସି ହେବା ଦରକାର । ଆମେ ବେହଦ ବାବାଙ୍କ ସମ୍ମୁଖରେ ବସିଛୁ ଯାହାକୁ କେହି ମଧ୍ୟ ଜାଣି ନାହାଁନ୍ତି । ସେହି ଶିବବାବା ହିଁ ହେଉଛନ୍ତି ଜ୍ଞାନର ସାଗର । ଦେହଧାରୀଙ୍କଠାରୁ ବୁଦ୍ଧିଯୋଗ ବାହାର କରିଦେବା ଉଚିତ୍ । ଏହା ଶିବବାବାଙ୍କର ରଥ । ଏହାଙ୍କର ରିଗାର୍ଡ (ସମ୍ମାନ) ନ ରଖିଲେ ଧର୍ମରାଜଙ୍କ ଦ୍ୱାରା ବହୁତ ମାଡ ଖାଇବାକୁ ପଡିବ । ବଡମାନଙ୍କର ସମ୍ମାନ ତ ରଖିବାକୁ ପଡିବ ନା । ଆଦିଦେବଙ୍କର କେତେ ରିଗାର୍ଡ ରଖୁଛନ୍ତି । ଜଡ ଚିତ୍ରର ଏତେ ରିଗାର୍ଡ ରହିଛି ତେଣୁ ଚୈତନ୍ୟଙ୍କର କେତେ ରଖିବା ଦରକାର । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଭିତରେ ଭିତରେ ନିଜକୁ ଯାଞ୍ଚ କରି ଦୈବୀଗୁଣ ଧାରଣ କରିବାକୁ ହେବ । ଖରାପ ଅଭ୍ୟାସକୁ ତ୍ୟାଗ କରିବାକୁ ହେବ । ପ୍ରତିଜ୍ଞା କରିବାକୁ ହେବ ବାବା ମୁଁ କେବେ ବି ଖରାପ କାମ କରିବି ନାହିଁ ।

(୨) କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବା ପାଇଁ ଯୋଗର ରେସ୍ କରିବାକୁ ହେବ । ଆତ୍ମିକ ସେବାରେ ତତ୍ପର ରହିବାକୁ ହେବ । ବଡମାନଙ୍କର ସମ୍ମାନ ରଖିବାକୁ ହେବ ।

ବରଦାନ:-
ସର୍ବ ସମ୍ପତ୍ତିକୁ ନିଜ ପ୍ରତି ଏବଂ ଅନ୍ୟମାନଙ୍କ ପ୍ରତି ବ୍ୟବହାର କରୁଥିବା ଅଖଣ୍ଡ ମହାଦାନୀ ହୁଅ ।

ଯେପରି ବାବାଙ୍କର ଖାଦ୍ୟ ଭଣ୍ଡାର ସଦାସର୍ବଦା ଚାଲୁ ରହିଛି, ପ୍ରତିଦିନ ଦେଇ ଚାଲିଛନ୍ତି, ସେହିପରି ତୁମମାନଙ୍କର ମଧ୍ୟ ଅଖଣ୍ଡ ଦାନ ଚାଲୁ ରହିଥାଉ କାରଣ ତୁମ ନିକଟରେ ଜ୍ଞାନର, ଶକ୍ତିର, ଖୁସିର ଖାଦ୍ୟ ଭଣ୍ଡାର ଭରପୁର ହୋଇ ରହିଛି । ସେଗୁଡିକୁ ସାଥୀରେ ରଖିବାରେ ବା ବ୍ୟବହାର କରିବାରେ କୌଣସି ବିପଦ ନାହିଁ । ଏହି ଭଣ୍ଡାର ଖୋଲା ରହିଥିଲେ ମଧ୍ୟ କୌଣସି ଚୋର ପଶିବ ନାହିଁ । ଯଦି ବନ୍ଦ ରଖିବ ତେବେ ଚୋର ପଶିଯିବ, ସେଥିପାଇଁ ପ୍ରତିଦିନ ତୁମକୁ ମିଳୁଥିବା ସମ୍ପତ୍ତିକୁ ଦେଖ ଏବଂ ନିଜ ପ୍ରତି ତଥା ଅନ୍ୟମାନଙ୍କ ପ୍ରତି ବ୍ୟବହାର କର ତେବେ ଅଖଣ୍ଡ ମହାଦାନୀ ହୋଇଯିବ ।

ସ୍ଲୋଗାନ:-
ଶୁଣିଥିବା ଜ୍ଞାନକୁ ମନନ-ଚିନ୍ତନ କର ଯାହା ଦ୍ୱାରା ଶକ୍ତିଶାଳୀ ହୋଇଯିବ ।