01.11.23          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ତୁମେମାନେ ବ୍ରହ୍ମାଙ୍କର ସନ୍ତାନ ପରସ୍ପର ଭାଇ-ଭଉଣୀ, ସେଥିପାଇଁ ତୁମର ମନୋଭାବ ବହୁତ ଶୁଦ୍ଧ ପବିତ୍ର ହେବା ଦରକାର ।

ପ୍ରଶ୍ନ:-
କେଉଁ ପିଲାମାନଙ୍କର ବୁଝାଇବାରେ ବହୁତ ଭଲ ପ୍ରଭାବ ପଡିପାରିବ?

ଉତ୍ତର:-
ଯେଉଁମାନେ ଗୃହସ୍ଥରେ ରହି ପଦ୍ମଫୁଲ ସମାନ ପବିତ୍ର ରହୁଛନ୍ତି । ଏହିପରି ଅନୁଭବୀ ସନ୍ତାନମାନେ ଯଦି କାହାକୁ ବୁଝାଇବେ ତେବେ ସେମାନଙ୍କ ବୁଝାଇବାରେ ବହୁତ ଭଲ ପ୍ରଭାବ ପଡିପାରିବ କାହିଁକି ନା ବିବାହ କରି ମଧ୍ୟ ଅପବିତ୍ର ଭାବନା ଉତ୍ପନ୍ନ ନହେବା - ଏହା ବହୁତ ଉଚ୍ଚ ସ୍ଥିତି ଅଟେ । ଏଥିରେ ପିଲାମାନଙ୍କୁ ବହୁତ-ବହୁତ ଖବରଦାର ମଧ୍ୟ ରହିବାକୁ ହେବ ।

ଗୀତ:-
ହମାରେ ତୀର୍ଥ ନ୍ନ୍ୟାରେ ହୈ...

ଓମ୍ ଶାନ୍ତି ।
ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି କାହିଁକି ନା ପିଲାମାନେ ହିଁ ବାବାଙ୍କୁ ଜାଣିଛନ୍ତି । ପିଲା ତ ପିଲା ହିଁ ଅଟନ୍ତି, ସବୁ ପିଲାମାନେ ବ୍ରହ୍ମାକୁମାର-କୁମାରୀ ଅଟନ୍ତି, ତେଣୁ ସେମାନେ ଜାଣିଛନ୍ତି ଯେ, ବ୍ରହ୍ମାକୁମାର-କୁମାରୀ ପରସ୍ପର ଭାଇ-ଭଉଣୀ ଅଟନ୍ତି । ସମସ୍ତେ ଏକ ପିତାଙ୍କର ସନ୍ତାନ ତେଣୁ ସମସ୍ତଙ୍କୁ ବୁଝାଇବାକୁ ହେବ ଯେ, ଆମେ ଆତ୍ମାମାନେ ପରସ୍ପର ଭାଇ-ଭଉଣୀ ଅଟୁ । ଏଠାରେ ସମସ୍ତେ ଆତ୍ମା ରୂପରେ ଭାଇ-ଭାଇ ହିଁ ଅଟନ୍ତି । ତୁମେମାନେ ଜାଣିଛ ଯେ, ଆମେ ଏକମାତ୍ର ଆଦି ପିତା ବ୍ରହ୍ମାଙ୍କର ଏବଂ ଆତ୍ମାର ପିତା ଶିବବାବାଙ୍କର ସନ୍ତାନ ଅଟୁ । ଆମେ ସବୁ ଶିବବାବାଙ୍କର ନାତି, ବ୍ରହ୍ମାଙ୍କର ସନ୍ତାନ ଅଟୁ । ଧରିନିଅ ବ୍ରହ୍ମାଙ୍କର ମଧ୍ୟ ଲୌକିକ ସ୍ତ୍ରୀ ଅଛନ୍ତି, ବ୍ରହ୍ମାଙ୍କ ପତ୍ନୀ ମଧ୍ୟ କହିଲେ ମୁଁ ବ୍ରହ୍ମାକୁମାରୀ ଅଟେ ତେବେ ତାଙ୍କର ମଧ୍ୟ ପିତା ପୁତ୍ରୀର ସମ୍ବନ୍ଧ ହୋଇଗଲା ନା । ଯେପରି ଲୌକିକ ଭାଇ-ଭଉଣୀଙ୍କ ମଧ୍ୟରେ କୌଣସି ବିକାରୀ ଦୃଷ୍ଟି ନ ଥାଏ, ଆଜିକାଲି ତ ସମସ୍ତେ ବିକାରୀ ହୋଇଯାଉଛନ୍ତି, କାହିଁକି ନା ଏହି ଦୁନିଆ ହିଁ ବିକାରମୟ ହୋଇଯାଇଛି । ବର୍ତ୍ତମାନ ତୁମେମାନେ ଜାଣୁଛ ଯେ, ଆମେ ବ୍ରହ୍ମାକୁମାର-କୁମାରୀ ଅଟୁ, ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ହୋଇଛୁ ତେଣୁ ଆମେ ଭାଇ-ଭଉଣୀ ହୋଇଗଲୁ । ବୁଝାଇବାକୁ ହେବ ଯେ, ସନ୍ନ୍ୟାସୀ ମଧ୍ୟ ଦୁଇ ପ୍ରକାରର ଅଛନ୍ତି । ସନ୍ନ୍ୟାସ ଅର୍ଥାତ୍ ପବିତ୍ର ରହିବା, ୫ ବିକାରକୁ ତ୍ୟାଗ କରିବା । ସେମାନେ ହେଲେ ହଠଯୋଗୀ ସନ୍ନ୍ୟାସୀ । ତାଙ୍କର ଡିପାର୍ଟମେଣ୍ଟ ହିଁ ଅଲଗା । ସେମାନେ ପ୍ରବୃତ୍ତିମାର୍ଗୀଙ୍କ ସହିତ ସମ୍ପର୍କ ତୁଟାଇ ଦେଇଥାନ୍ତି, ତେଣୁ ତାଙ୍କର ନାମ ହଠଯୋଗୀ କର୍ମ ସନ୍ନ୍ୟାସୀ । ତୁମମାନଙ୍କୁ ବୁଝାଇ ଦିଆଯାଉଛି ଯେ, ଗୃହସ୍ଥରେ ରହି ଦେହର ସବୁ ସମ୍ବନ୍ଧକୁ ତ୍ୟାଗ କରି ବାବାଙ୍କୁ ମନେ ପକାଇବାକୁ ହେବ । ସେମାନେ ତ ଘର ଦ୍ୱାର ଛାଡି ଚାଲିଯାଉଛନ୍ତି, ମାମୁଁ, ଚାଚା, କାକା କେହି ରହୁନାହାଁନ୍ତି । ଭାବୁଛନ୍ତି ଆମର ଏକମାତ୍ର ଭଗବାନ ହିଁ ସାଥୀ, ତେଣୁ ତାଙ୍କୁ ମନେ ପକାଇ, ଜ୍ୟୋତିରେ ମିଶିଯିବାକୁ ହେବ । ଆମକୁ ନିର୍ବାଣଧାମ ଯିବାକୁ ହେବ । ତେଣୁ ତାଙ୍କର ବିଭାଗ ଏବଂ ଜୀବନଶୈଳୀ ମଧ୍ୟ ଭିନ୍ନ । ସନ୍ନ୍ୟାସୀମାନେ ତ କହୁଛନ୍ତି ସ୍ତ୍ରୀ ହେଲା ନର୍କର ଦ୍ୱାର ତେଣୁ ନିଆଁ ଆଉ କପା ଏକତ୍ର ରହିପାରିବ ନାହିଁ । ତେଣୁ ଅଲଗା ରହିଲେ ହିଁ ଆମେ ପବିତ୍ର ରହିପାରିବୁ । ଡ୍ରାମା ଅନୁସାରେ ସେମାନଙ୍କର ଧର୍ମ ହିଁ ଅଲଗା । ଏହି ସନ୍ନ୍ୟାସ ଧର୍ମ ଶଙ୍କରାଚାର୍ଯ୍ୟ ସ୍ଥାପନା କରିଛନ୍ତି ତେଣୁ ସିଏ ହଠଯୋଗ, କର୍ମ ସନ୍ନ୍ୟାସ ଶିଖାଉଛନ୍ତି, ରାଜଯୋଗ ନୁହେଁ । ତୁମେମାନେ ଜାଣିଛ ଡ୍ରାମା ମଧ୍ୟ କ୍ରମାନୁସାରେ ନିର୍ମିତ ହୋଇଛି । ଶତକଡା ୧୦୦ ଭାଗ ବୁଦ୍ଧିବାନ ତ ସମସ୍ତଙ୍କୁ କୁହାଯାଇପାରିବ ନାହିଁ । ତେବେ ମଧ୍ୟ କୁହାଯିବ ଯେ - କେହି ଶତକଡା ୧୦୦ ଭାଗ ବୁଦ୍ଧିବାନ ତ କେହି ଶତକଡା ୧୦୦ ଭାଗ ବୁଦ୍ଧିହୀନ ଅଟନ୍ତି । ଏସବୁ ତ ରହିବ । ତୁମେମାନେ ଜାଣିଛ ଆମେ ମମ୍ମା-ବାବା କହୁଛୁ ତେଣୁ ପରସ୍ପର ଭାଇ-ଭଉଣୀ ହୋଇଗଲୁ । ସେଥିପାଇଁ ଆମ ମଧ୍ୟରେ ବିକାରୀ ଦୃଷ୍ଟି ରହିବା ଉଚିତ୍ ନୁହେଁ । ଭାଇ-ଭଉଣୀ ପରସ୍ପର ବିବାହ କରିବା ନିୟମ ବିରୁଦ୍ଧ । ଘରେ ବାପା ଯଦି ଭାଇ-ଭଉଣୀ ମଧ୍ୟରେ କୌଣସି ବିକାରୀ ଚାଲିଚଳଣି ଦେଖନ୍ତି ତେବେ ବାପାଙ୍କୁ ବହୁତ ଚିନ୍ତା ହୋଇଥାଏ । ପିତା ଚିନ୍ତା କରିଥାନ୍ତି ଯେ, ଇଏ ଏଠାରେ କିପରି ଜନ୍ମ ହୋଇଛି, କେତେ କ୍ଷତି କରୁଛି, ଏହିପରି ସେମାନଙ୍କୁ ବହୁତ ଗାଳି କରିଥାନ୍ତି । ପୂର୍ବରୁ ଏହିସବୁ କଥା ପ୍ରତି ବହୁତ ଧ୍ୟାନ ରଖୁଥିଲେ । ବର୍ତ୍ତମାନ ତ ସଂସାର ୧୦୦ ଶତକଡା ତମଃପ୍ରଧାନ ହୋଇଯାଇଛି, ମାୟାର ବହୁତ ପ୍ରଭାବ ରହିଛି । ପରମପିତା ପରମାତ୍ମାଙ୍କର ସନ୍ତାନମାନଙ୍କ ସହିତ ମାୟାର ଏକଦମ୍ ଲଢେଇ ହେଉଛି । ବାବା କହୁଛନ୍ତି - ଏମାନେ ମୋର ସନ୍ତାନ ମୁଁ ଏମାନଙ୍କୁ ସ୍ୱର୍ଗକୁ ନେଇଯାଉଛି । ମାୟା କହୁଛି - ନା, ଏମାନେ ମୋର ସନ୍ତାନ, ମୁଁ ଏମାନଙ୍କୁ ନର୍କକୁ ନେଇଯିବି । ଏଠାରେ ତ ତୁମେ ଧର୍ମରାଜ ବାବାଙ୍କ ସାଥିରେ ଅଛ । ତେଣୁ ଯେଉଁମାନେ ଗୃହସ୍ଥରେ ରହି ପବିତ୍ର ରହୁଛନ୍ତି ସେମାନେ ଅନ୍ୟମାନଙ୍କୁ ବହୁତ ଭଲ ଭାବରେ ବୁଝାଇବା ଦରକାର ଯେ, ଆମେ କିପରି ଏକତ୍ର ରହି ପବିତ୍ର ରହୁଛୁ । ଗୃହସ୍ଥରେ ରହି ପବିତ୍ର ରହିବାର ଯେଉଁ କର୍ମ ହଠଯୋଗୀ ସନ୍ନ୍ୟାସୀମାନେ ମଧ୍ୟ କରିପାରିଲେ ନାହିଁ ତାହା ବାବା କରାଉଛନ୍ତି । ସନ୍ନ୍ୟାସୀମାନେ କେବେ ରାଜଯୋଗ ଶିଖାଇପାରିବେ ନାହିଁ । ବିବେକାନନ୍ଦଙ୍କ ପୁସ୍ତକରେ ରାଜଯୋଗର ନାମ ରହିଛି । କିନ୍ତୁ ନିବୃତ୍ତିମାର୍ଗୀ ସନ୍ନ୍ୟାସୀମାନେ ରାଜଯୋଗ ଶିଖାଇପାରିବେ ନାହିଁ । ଗୃହସ୍ଥରେ ରହି ପବିତ୍ର ରହୁଥିବା ଆତ୍ମାମାନେ ବୁଝାଇଲେ ଅନ୍ୟମାନଙ୍କ ହୃଦୟକୁ ସ୍ପର୍ଶ କରିବ । ବାବା ଖବରକାଗଜରେ ଦେଖିଥିଲେ, ଦିଲ୍ଲୀରେ ବୃକ୍ଷ ସମ୍ବନ୍ଧରେ କିଛି ସମ୍ମିଳନୀ ହେଉଥିଲା । ତେବେ ଏ ସମ୍ବନ୍ଧରେ ସେମାନଙ୍କୁ ବୁଝାଇବା ଦରକାର ଯେ ତୁମେମାନେ ଜଙ୍ଗଲର ଗଛ ପାଇଁ ତ ବହୁତ ଚିନ୍ତା କରୁଛ କିନ୍ତୁ ଏହି ମନୁଷ୍ୟମାନଙ୍କ ବଂଶାନୁକ୍ରମେ ବୃକ୍ଷ ବିଷୟରେ କେବେ ଖିଆଲ କରିଛ କି ଏହାର କିପରି ଉତ୍ପତ୍ତି ଏବଂ ପାଳନା ହେଉଛି ।

କିନ୍ତୁ ପିଲାମାନେ ଏତେ ବିଶାଳବୁଦ୍ଧି ସମ୍ପନ୍ନ ହୋଇନାହାଁନ୍ତି । ଏତେ କଥାକୁ ଧ୍ୟାନ ମଧ୍ୟ ଦେଉନାହାଁନ୍ତି । କିଛି ନା କିଛି ବେମାରୀ ଲାଗି ରହିଛି । ଲୌକିକ ଘରେ ମଧ୍ୟ ଭାଇ-ଭଉଣୀମାନଙ୍କ ଭିତରେ କେବେ ବିକାରୀ ଭାବନା ଆସିନଥାଏ । ଏଠାରେ ତ ତୁମେ ସମସ୍ତେ ବାବାଙ୍କର ସନ୍ତାନ ଭାଇ-ଭଉଣୀ, ବ୍ରହ୍ମାକୁମାର-କୁମାରୀ ଅଟ । ଯଦି ବିକାରୀ ଭାବନା ଆସିଲା ତେବେ ଏହାକୁ କଣ କହିବା? ଯେଉଁମାନେ ନର୍କରେ ରହୁଛନ୍ତି ସେମାନଙ୍କଠାରୁ ମଧ୍ୟ ହଜାରେ ଗୁଣ ବିକାରୀ ବୋଲି ଗଣନା କରାଯିବ । ତେଣୁ ପିଲାମାନଙ୍କ ଉପରେ ବହୁତ ଦାୟିତ୍ୱ ରହିଛି । ଯେଉଁମାନେ ଗୃହସ୍ଥରେ ରହି ପବିତ୍ର ରହୁଛନ୍ତି, ସେମାନଙ୍କ ପାଇଁ ଏହା ବହୁତ ମେହନତର କଥା । ଦୁନିଆ ଏହି କଥାକୁ ଜାଣିନାହିଁ । ବାବା ଆସୁଛନ୍ତି, ପବିତ୍ର କରିବା ପାଇଁ ତେଣୁ ପିଲାମାନେ ନିଶ୍ଚିତ ଭାବରେ ପ୍ରତିଜ୍ଞା କରିବେ, କାହିଁକି ନା ରାକ୍ଷୀ ବାନ୍ଧିଛନ୍ତି । ତେବେ ଏଥିପାଇଁ ବହୁତ ପରିଶ୍ରମ କରିବାକୁ ହେବ । ବିବାହ କରି ପବିତ୍ର ରହିବା, ଏହା ବହୁତ ଉଚ୍ଚ ସ୍ଥିତି ଅଟେ । ତେଣୁ ବୁଦ୍ଧି ଟିକିଏ ହେଲେ ବି ହଲଚଲ ହେବା ଉଚିତ୍ ନୁହେଁ । ବିବାହ ହୋଇଗଲେ ବିକାରୀ ହୋଇଯାଇଥାନ୍ତି । ବାବା ଆସି ଆମକୁ ଏହି ବିକରୀପଣିଆରୁ ମୁକ୍ତ କରୁଛନ୍ତି । ଦ୍ରୈାପଦୀଙ୍କ କଥା ମଧ୍ୟ ଶାସ୍ତ୍ରରେ ରହିଛି । ତେବେ ଏ କଥାରେ ତ କିଛି ରହସ୍ୟ ଅଛି ନା । ଏହି ଶାସ୍ତ୍ର ଆଦି ସବୁ ଡ୍ରାମାରେ ତ ନିର୍ଦ୍ଧାରିତ ରହିଛି - ଯାହା କିଛି ବିତିଯାଇଛି, ସେ ସବୁ ଡ୍ରାମାରେ ନିର୍ଦ୍ଧାରିତ ଥିଲା, ଏହାର ପୁନରାବୃତ୍ତି ନିଶ୍ଚିତ ଭାବରେ ହେବ । ଜ୍ଞାନମାର୍ଗ ଏବଂ ଭକ୍ତିମାର୍ଗ ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ରହିଛି । ତୁମେ ଏବେ ବିଶାଳ ବୁଦ୍ଧି ସମ୍ପନ୍ନ ହୋଇଗଲଣି । ଶ୍ରୀମତକୁ ପାଳନ କରୁଥିବା ମୁଖ୍ୟ ସନ୍ତାନମାନଙ୍କର ବୁଦ୍ଧି ଅବିନାଶୀ ବାବାଙ୍କର ବୁଦ୍ଧି ସହ ସମାନ ହୋଇଥାଏ । ଏଠାରେ ଢେର ସନ୍ତାନ ଅଛନ୍ତି । ଜଣାନାହିଁ, ବର୍ତ୍ତମାନ କେତେ ସନ୍ତାନ ଥିବେ । କିନ୍ତୁ ଯେ ପର୍ଯ୍ୟନ୍ତ ବ୍ରାହ୍ମଣ-ବ୍ରାହ୍ମଣୀ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ସମ୍ପତ୍ତି ପାଇପାରିବେ ନାହିଁ । ତୁମେ ବ୍ରହ୍ମାବଂଶୀ ହିଁ ସ୍ୱର୍ଗକୁ ଯାଇ ସୂର୍ଯ୍ୟବଂଶୀ ଅଥବା ବିଷ୍ଣୁବଂଶୀ ହେବ । ବର୍ତ୍ତମାନ ତୁମେମାନେ ଶିବବଂଶୀ ହୋଇଛ । ଶିବ ହେଉଛନ୍ତି ଜେଜେବାପା, ବ୍ରହ୍ମା ହେଉଛନ୍ତି ପିତା । ତେଣୁ ସମସ୍ତ ପ୍ରଜାଙ୍କର ପିତା ତ ଜଣେ ହେବେ ନା । ଜାଣିଛନ୍ତି ଯେ, ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷର ବୀଜ ମଧ୍ୟ ରହିଛି । ସେହି ବୃକ୍ଷର ପ୍ରଥମ ମନୁଷ୍ୟ ବି ଅଛନ୍ତି ଯାହାଙ୍କୁ ଆଦି ମନୁଷ୍ୟ କହୁଛନ୍ତି । ତେବେ ଏହି ଆଦି ମନୁଷ୍ୟ କିଏ? ବ୍ରହ୍ମା ହିଁ ହେବେ ନା । ବ୍ରହ୍ମା ଏବଂ ସରସ୍ୱତୀ - ଏମାନଙ୍କୁ ଆଦି ରୂପେ ଗଣନା କରାଯିବ । ଏ କଥା ବୁଝିବା ପାଇଁ ବୁଦ୍ଧି ବହୁତ ବିଶାଳ ହେବା ଦରକାର । ହେ ପରମପିତା, ହେ ଈଶ୍ୱର ପିତା ଏ କଥା ଆତ୍ମା ହିଁ କହିଥାଏ । ଆତ୍ମା କହୁଛି ନା, ବାବା ସମସ୍ତଙ୍କର ରଚୟିତା ଅଟନ୍ତି । ତେଣୁ ବାବା ସର୍ବୋଚ୍ଚ ହେଲେ ନା । ଏହା ପରେ ପୁଣି ମନୁଷ୍ୟ ସୃଷ୍ଟିକୁ ଦେଖିବା । ଏହି ମନୁଷ୍ୟ ସୃଷ୍ଟିରେ ସବୁଠାରୁ ଉଚ୍ଚରେ କାହାକୁ ରଖିବା? ପ୍ରଜାପିତା । ତେବେ ଏ କଥା ବୁଝିପାରିବେ ଯେ ମନୁଷ୍ୟ ସୃଷ୍ଟିରୂପୀ ବୃକ୍ଷର ମୁଖ୍ୟ ହେଉଛନ୍ତି ବ୍ରହ୍ମା । ଶିବ ତ ଆତ୍ମାମାନଙ୍କର ପିତା, ତେଣୁ ବ୍ରହ୍ମାଙ୍କୁ ମନୁଷ୍ୟମାନଙ୍କର ରଚୟିତା ବୋଲି କୁହାଯାଇପାରିବ । କିନ୍ତୁ ସିଏ କାହାର ମତରେ ରଚନା କରୁଛନ୍ତି? ବାବା କହୁଛନ୍ତି - ମୁଁ ହିଁ ବ୍ରହ୍ମାଙ୍କୁ ପୋଷ୍ୟ କରୁଛି । ନୂଆ ବ୍ରହ୍ମା ପୁଣି କେଉଁଠାରୁ ଆସିବେ? ବହୁତ ଜନ୍ମର ଅନ୍ତିମ ଜନ୍ମରେ ମୁଁ ଏହାଙ୍କର (ବ୍ରହ୍ମାଙ୍କର) ଶରୀରରେ ପ୍ରବେଶ କରୁଛି । ମୁଁ ଏହାଙ୍କର ନାମ ପ୍ରଜାପିତା ବ୍ରହ୍ମା ରଖୁଛି । ବର୍ତ୍ତମାନ ତୁମେମାନ ଜାଣିଛ, ବାସ୍ତବରେ ଆମେ ବ୍ରହ୍ମାଙ୍କର ସନ୍ତାନ ଅଟୁ । ଶିବବାବାଙ୍କଠାରୁ ଜ୍ଞାନ ନେଉଛୁ । ଆମେ ବାବାଙ୍କଠାରୁ ପବିତ୍ରତା, ସୁଖ, ଶାନ୍ତି, ସ୍ୱାସ୍ଥ୍ୟ, ସମ୍ପତ୍ତି ନେବାକୁ ଆସିଛୁ । ଭାରତରେ ଆମେ ହିଁ ସର୍ବଦା ସୁଖୀ ଥିଲୁ ଏବେ ନାହୁଁ, ପୁଣି ଥରେ ବାବା ଆମକୁ ସେହି ସମ୍ପତ୍ତି ଦେଉଛନ୍ତି । ପିଲାମାନେ ଜାଣିଛନ୍ତି, ପ୍ରଥମ କଥା ହେଲା ପବିତ୍ରତା । ରାକ୍ଷୀ କାହାକୁ ବନ୍ଧା ଯାଇଥାଏ? ଯେଉଁମାନେ ଅପବିତ୍ର ହେଉଛନ୍ତି ସେମାନେ ପବିତ୍ର ରହିବା ପାଇଁ ପ୍ରତିଜ୍ଞା କରୁଛନ୍ତି । ବାବା ବୁଝାଉଛନ୍ତି - ଏହା ବହୁତ ଉଚ୍ଚ ସ୍ଥିତି । ପ୍ରଥମରୁ ଯେଉଁମାନେ ଯୁଗଳ ହୋଇଯାଇଛନ୍ତି ସେମାନଙ୍କୁ ବୁଝାଇବାକୁ ହେବ - ଆମେ କିପରି ଭାଇ-ଭଉଣୀ ହୋଇ ରହୁଛୁ । ହଁ, ଏହି ସ୍ଥିତି ଗଢ଼ିବା ପାଇଁ ସମୟ ଲାଗିଥାଏ । ପିଲାମାନେ ଲେଖୁଛନ୍ତି ମଧ୍ୟ ମାୟାର ତୋଫାନ ବହୁତ ଆସୁଛି । ତେଣୁ ଗୃହସ୍ଥରେ ରହି ପବିତ୍ର ରହୁଥିବା ପିଲାମାନେ ଭାଷଣ କଲେ ବହୁତ ଭଲ କାହିଁକି ନା ଏହା ହେଉଛି ନୂଆ କଥା । ଏହା ହିଁ ହେଉଛି ସ୍ୱ-ରାଜଯୋଗ । ଏଥିରେ ସନ୍ନ୍ୟାସ ମଧ୍ୟ ସମାହିତ ହୋଇ ରହିଛି । ଗୃହସ୍ଥରେ ରହି ମଧ୍ୟ ଆମେ ଜୀବନମୁକ୍ତି ଅର୍ଥାତ୍ ସଦ୍‌ଗତିକୁ ପାଇବୁ । ବର୍ତ୍ତମାନ ତ ଜୀବନ ବନ୍ଧନ ଅଟେ । ତୁମର ହେଉଛି ସ୍ୱରାଜ୍ୟ ପଦ । ସ୍ୱକୁ ରାଜ୍ୟ ଦରକାର, ବର୍ତ୍ତମାନ ସ୍ୱ ଅର୍ଥାତ୍ ଆତ୍ମାର ରାଜ୍ୟ ନାହିଁ । ଆତ୍ମା କହୁଛି ମୁଁ ରାଜା ଥିଲି, ରାଣୀ ଥିଲି, ଏବେ ବିକାରୀ କାଙ୍ଗାଳ ହୋଇଯାଇଛି, ମୋ ପାଖରେ କୌଣସି ଗୁଣ ନାହିଁ । ଏକଥା ଆତ୍ମା କହୁଛି ନା । ତେଣୁ ନିଜକୁ ଆତ୍ମା, ପରମପିତା ପରମାତ୍ମାଙ୍କର ସନ୍ତାନ ଭାବିବାକୁ ହେବ । ଆମେ ଆତ୍ମା ପରସ୍ପର ଭାଇ-ଭାଇ, ତେଣୁ ନିଜ ଭିତରେ ବହୁତ ସ୍ନେହ ରହିବା ଦରକାର । ଆମେ ସାରା ଦୁନିଆକୁ ସ୍ନେହମୟ କରୁଛୁ । ରାମରାଜ୍ୟରେ ତ ବାଘ-ଛେଳି ଏକତ୍ର ପାଣି ପିଉଥିଲେ, କେବେ ବି ଲଢେଇ କରୁ ନ ଥିଲେ ତେଣୁ ତୁମେମାନେ କେତେ ସ୍ନେହୀ ହେବା ଦରକାର । ସେହି ଅବସ୍ଥା ଧୀରେ ଧୀରେ ଆସିବ । ବହୁତ ଲଢେଇ କରୁଛନ୍ତି ନା । ପାର୍ଲିଆମେଣ୍ଟରେ ମଧ୍ୟ ଲଢେଇ କରୁଛନ୍ତି । ସେଠାରେ ମଧ୍ୟ ପରସ୍ପରକୁ ଚଉକି ଉଠାଇ ମାରିବାରେ ଲାଗିପଡୁଛନ୍ତି । ତାହା ତ ଆସୁରୀ ସଭା ଅଟେ । ତୁମର ଏହା ଈଶ୍ୱରୀୟ ସଭା ତେଣୁ କେତେ ନିଶା ରହିବା ଦରକାର । ପରନ୍ତୁ ଏହା ଏକ ସ୍କୁଲ ଅଟେ । ପାଠପଢାରେ କେହି ଶୀର୍ଷକୁ ଚାଲିଯାଆନ୍ତି ତ କେହି ଢିଲା ହୋଇଯାଇଥାନ୍ତି । ସେହିପରି ଏହା ମଧ୍ୟ ଏକ ବିଚିତ୍ର ସ୍କୁଲ ଅଟେ, ସେହି ସ୍କୁଲରେ ତ ଅଲଗା-ଅଲଗା ଶିକ୍ଷକ ଥାନ୍ତି କିନ୍ତୁ ଏଠାରେ ସ୍କୁଲ ଗୋଟିଏ ଏବଂ ସ୍କୁଲ ଶିକ୍ଷକ ଜଣେ । ଆତ୍ମା ଶରୀର ଧାରଣ କରି ଶିକ୍ଷା ଦେଇଥାଏ । ଆତ୍ମାକୁ ଶିକ୍ଷା ଦିଆଯାଇଥାଏ, ଆମେ ଆତ୍ମା ଶରୀର ଦ୍ୱାରା ପାଠ ପଢୁଛୁ । ଏତେ ଆତ୍ମ-ଅଭିମାନୀ ହୋଇ ରହିବାକୁ ପଡିବ । ଆମେ ସବୁ ଆତ୍ମା, ବାବା ତ ପରମାତ୍ମା ଅଟନ୍ତି । ଏହି କଥା ସାରା ଦିନ ବୁଦ୍ଧିରେ ରହିବା ଉଚିତ୍ । କିନ୍ତୁ ଦେହ-ଅଭିମାନ ଆସିବା ଦ୍ୱାରା ହିଁ ଭୁଲ୍ ହୋଇଯାଉଛି । ବାବା ବାରମ୍ବାର କହୁଛନ୍ତି ଦେହୀ-ଅଭିମାନୀ ହୁଅ । ଦେହ-ଅଭିମାନୀ ହେଲେ ମାୟାର ଆକ୍ରମଣ ହେବ । ଏହି ଲକ୍ଷ୍ୟ ବହୁତ ଉଚ୍ଚ । କେତେ ବିଚାର ସାଗର ମନ୍ଥନ କରିବାକୁ ପଡୁଛି । ରାତ୍ରିରେ ହିଁ ବିଚାର ସାଗର ମନ୍ଥନ ହୋଇପାରିବ । ଏହିପରି ବିଚାର ସାଗର ମନ୍ଥନ କରି-କରି ବାବାଙ୍କ ଭଳି ହୋଇଯିବ ।

ତୁମମାନଙ୍କୁ ବୁଦ୍ଧିରେ ସମସ୍ତ ଜ୍ଞାନକୁ ଧାରଣ କରିବାକୁ ହେବ । ଗୃହସ୍ଥରେ ରହି ରାଜଯୋଗ ଶିଖିବାକୁ ହେବ । ସବୁକିଛି ବୁଦ୍ଧିର କାମ । ବୁଦ୍ଧିରେ ଧାରଣା ହୋଇଥାଏ । ଗୃହସ୍ଥିମାନଙ୍କୁ ତ ବହୁତ ପରିଶ୍ରମ କରିବାକୁ ହେବ । ଆଜିକାଲି ତ ତମଃପ୍ରଧାନ ହୋଇଥିବା ଯୋଗୁଁ ବହୁତ ବିକାରୀ ହୋଇଯାଉଛନ୍ତି । ମାୟା ସମସ୍ତଙ୍କୁ ହରାଇ ଦେଇଛି । ପୂର୍ଣ୍ଣ ରୂପେ ନିଜର ଅଧିନ କରିଦେଉଛି । ବାବା ଆମକୁ ମାୟା ରୂପୀ ଅଜଗର କବଳରୁ ଉଦ୍ଧାର କରିବା ପାଇଁ ଆସୁଛନ୍ତି । କିନ୍ତୁ ଉଦ୍ଧାର କରିବା ବହୁତ ମୁସକିଲ୍ ହେଉଛି । ଯେଉଁମାନେ ଗୃହସ୍ଥରେ ରହିଛନ୍ତି ସେମାନଙ୍କୁ ଏହି ଚମତ୍କାର କରି ଦେଖାଇବାକୁ ହେବ । ବୁଝାଇବାକୁ ହେବ ଯେ, ଏହା ଆମର ରାଜଯୋଗ ଅଟେ । ଆମେ ବ୍ରହ୍ମାକୁମାର-କୁମାରୀ ରୂପେ କାହିଁକି ପରିଚୟ ଦେଉଛୁ? ଏହି ପ୍ରହେଳିକାକୁ ବୁଝି ପୁଣି ଅନ୍ୟମାନଙ୍କୁ ବୁଝାଇବାକୁ ହେବ । ବାସ୍ତବରେ ତୁମେମାନେ ମଧ୍ୟ ବ୍ରହ୍ମାକୁମାର କୁମାରୀ ଅଟ । ପ୍ରଜାପିତା ବ୍ରହ୍ମା ତ ନୂଆ ସୃଷ୍ଟି ରଚନା କରୁଛନ୍ତି । ଆଦିଦେବଙ୍କ ଦ୍ୱାରା ନୂଆ ସୃଷ୍ଟି ରଚନା କରୁଛନ୍ତି । ବାସ୍ତବରେ ସତ୍ୟଯୁଗର ପ୍ରଥମ ସନ୍ତାନଙ୍କୁ ହିଁ ନୂଆ ବୋଲି କୁହାଯିବ । ଏହା କେତେ ଖୁସିର କଥା । ସେଠାରେ ତ ଖୁସିର ବାଦ୍ୟ ବାଜିବ । ସେଠାରେ ଆତ୍ମା ଏବଂ ଶରୀର ଉଭୟ ପବିତ୍ର ରହିଥାଏ । ଏଠାରେ ତ ବର୍ତ୍ତମାନ ବାବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିଛନ୍ତି । ଏହି ବ୍ରହ୍ମାବାବା ପବିତ୍ର ନୁହଁନ୍ତି, ପୁରୁଣା ଶରୀରରେ ପ୍ରବେଶ କରି ବାବା ତାଙ୍କୁ ନୂଆ କରୁଛନ୍ତି । ବାବା ଏଠାରେ ପୁରୁଣା ଜିନିଷକୁ ନୂଆ କରୁଛନ୍ତି । ତେବେ ନୂଆ ମନୁଷ୍ୟ କାହାକୁ କହିବା? କଣ ବ୍ରହ୍ମାଙ୍କୁ କହିବା? ଏହା ବୁଦ୍ଧିର କାମ । ସେମାନେ କଣ ଜାଣିଛନ୍ତି ଯେ, ଆଦମ୍ ଇଭ୍ କିଏ? ଶ୍ରୀକୃଷ୍ଣ ହିଁ ନୂଆ ମନୁଷ୍ୟ ଅଟନ୍ତି, ସିଏ ହିଁ ପୁଣି ପୁରୁଣା ମନୁଷ୍ୟ ବ୍ରହ୍ମା ହେଉଛନ୍ତି । ମୁଁ ପୁଣି ପୁରୁଣା ମନୁଷ୍ୟ ବ୍ରହ୍ମାଙ୍କୁ ନୂଆ ମନୁଷ୍ୟ ଶ୍ରୀକୃଷ୍ଣ କରୁଛି । ନୂଆ ଦୁନିଆରେ ନୂଆ ମନୁଷ୍ୟ ଦରକାର ନା । ସେମାନେ କେଉଁଠାରୁ ଆସିବେ? ନୂଆ ମନୁଷ୍ୟ ତ ସତ୍ୟଯୁଗର ରାଜକୁମାର ଅଟନ୍ତି । ତାଙ୍କୁ ହିଁ ପବିତ୍ର କୁହାଯାଉଛି । ଇଏ ତ ଶ୍ୟାମଳ ଅପବିତ୍ର ଅଟନ୍ତି, ସେଥିପାଇଁ ଇଏ ନୂଆ ମନୁଷ୍ୟ ନୁହଁନ୍ତି । ସେହି ଶ୍ରୀକୃଷ୍ଣ ହିଁ ୮୪ ଜନ୍ମ ନେଇ ଏବେ ଅନ୍ତିମ ଜନ୍ମରେ ଅଛନ୍ତି, ଯାହାଙ୍କୁ ପୁଣି ବାବା ପୋଷ୍ୟ କରୁଛନ୍ତି । ପୁରୁଣାକୁ ନୂଆ କରୁଛନ୍ତି, ଏହା ବୁଝିବା ପାଇଁ ବଡ ରହସ୍ୟଯୁକ୍ତ କଥା । ତେଣୁ ନୂଆରୁ ପୁରୁଣା, ପୁରୁଣାରୁ ନୂଆ, ଶ୍ୟାମଳରୁ ସୁନ୍ଦର, ସୁନ୍ଦରରୁ ଶ୍ୟାମଳ ହେଉଛନ୍ତି । ଯିଏ ସବୁଠାରୁ ପୁରୁଣା ସିଏ ପୁଣି ସବୁଠାରୁ ନୂଆ ହେଉଛନ୍ତି । ତୁମେମାନେ ଜାଣିଛ, ବାବା ଆମର ନବକଳେବର କରି ନୂଆ କରୁଛନ୍ତି, ଏ ସବୁ ବୁଝିବାର କଥା । ନିଜର ଅବସ୍ଥାକୁ ମଧ୍ୟ ଗଢିବାକୁ ହେବ । କୁମାର-କୁମାରୀ ତ ପବିତ୍ର ଅଟନ୍ତି । ବାକି ଆମେ ଗୃହସ୍ଥରେ ରହି ପଦ୍ମଫୁଲ ସମାନ, ସ୍ୱଦର୍ଶନ ଚକ୍ରଧାରୀ ହେଉଛୁ । ବିଷ୍ଣୁବଂଶୀମାନଙ୍କୁ ତ୍ରିକାଳଦର୍ଶୀ ହେବାର ଜ୍ଞାନ ନାହିଁ । ପୁରୁଣା ମନୁଷ୍ୟମାନେ ହିଁ ତ୍ରିକାଳଦର୍ଶୀ ହେଉଛନ୍ତି । ଏହା କେତେ କତୁକିଆ ଗୁହ୍ୟ କଥା ଅଟେ । ପୁରୁଣା ମନୁଷ୍ୟ ହିଁ ଜ୍ଞାନ ନେଇ ନୂଆ ମନୁଷ୍ୟ ହେଉଛନ୍ତି । ବାବା ବୁଝାଉଛନ୍ତି ସନ୍ନ୍ୟାସୀମାନଙ୍କର ହଠଯୋଗ, ତୁମର ରାଜଯୋଗ ଅଟେ । ରାଜଯୋଗ ଅର୍ଥାତ୍ ସ୍ୱର୍ଗର ରାଜତ୍ୱ । ସନ୍ନ୍ୟାସୀମାନେ ତ କହୁଛନ୍ତି - ସଂସାରର ସୁଖ କାକ ବିଷ୍ଠା ସମାନ । ସେଥିପାଇଁ ଘୃଣା କରୁଛନ୍ତି । ବାବା କହୁଛନ୍ତି - ନାରୀମାନେ ହିଁ ସ୍ୱର୍ଗର ଦ୍ୱାର ଅଟନ୍ତି । ସେଥିପାଇଁ ମାତାମାନଙ୍କୁ ଜ୍ଞାନର କଳଷ ପ୍ରଦାନ କରାଯାଇଛି । ତେଣୁ ପ୍ରଥମେ ବୁଝାଅ ଶିବାୟ ନମଃ, ଭଗବାନୁବାଚ । ତୁମର ଆବାଜ ଶକ୍ତିଶାଳୀ ହେବା ଦରକାର । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଆମେ ସବୁ ଆତ୍ମା ରୂପରେ ଭାଇ-ଭାଇ, ଏହି ନିଶ୍ଚୟ ଦ୍ୱାରା ପବିତ୍ରତାର ବ୍ରତକୁ ପାଳନ କରି ପରସ୍ପର ସହିତ ବହୁତ ସ୍ନେହରେ ରହିବାକୁ ହେବ । ସମସ୍ତଙ୍କୁ ସ୍ନେହୀ କରିବାକୁ ହେବ ।

(୨) ବିଶାଳବୁଦ୍ଧି ହୋଇ ଜ୍ଞାନର ଗୁହ୍ୟ ରହସ୍ୟକୁ ବୁଝିବାକୁ ହେବ । ବିଚାର ସାଗର ମନ୍ଥନ କରିବାକୁ ହେବ । ମାୟାର ଆକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଦେହୀ-ଅଭିମାନୀ ହୋଇ ରହିବାର ଅଭ୍ୟାସ କରିବାକୁ ହେବ ।

ବରଦାନ:-
ଜ୍ଞାନ ଅମୃତର ବର୍ଷା ଦ୍ୱାରା ମହାନ ହେଉଥିବା ମରଜୀବା ଜୀବନଧାରୀ ହୁଅ ।

ତୁମମାନଙ୍କ ଉପରେ ବାବାଙ୍କର ବର୍ଷା କରି ତୁମକୁ ମୃତତୁଲ୍ୟ ଅବସ୍ଥାରୁ ମହାନ କରିଦେଇଛନ୍ତି । ଜଳୁଥିବା ଚିତାଗ୍ନିରୁ ଉଠାଇ ମରଜୀବା ଜୀବନଧାରୀ କରିଦେଇଛନ୍ତି ଏବଂ ଜ୍ଞାନମୃତ ପାନ କରାଇ ଅମର କରିଦେଇଛନ୍ତି । ଲୋକମାନେ କହୁଛନ୍ତି ଭଗବାନ ମୃତବ୍ୟକ୍ତିକୁ ମଧ୍ୟ ଜୀବନ୍ତ କରିଦିଅନ୍ତି, କିନ୍ତୁ କିପରି କରିଥାଆନ୍ତି ଏକଥା ଜାଣିନାହାଁନ୍ତି । କିନ୍ତୁ ଏବେ ତୁମେମାନେ ଖୁସି ହେଉଛ ବା ଦେହ-ଅଭିମାନ କାରଣରୁ ପୂର୍ବରୁ ଯେଉଁଭଳି ମୃତତୁଲ୍ୟ ଜୀବନ ବିତାଉଥିଲେ ଏବେ ସେହି ମୃତତୁଲ୍ୟ ଜୀବନରୁ ମୁକ୍ତ ହୋଇ ମହାନ ହୋଇଯାଇଛ ।

ସ୍ଲୋଗାନ:-
ଧର୍ମରେ ସ୍ଥିତ ହୋଇ କର୍ମ କରୁଥିବା ଆତ୍ମମାନେ ହିଁ ଧର୍ମାତ୍ମା ଅଟନ୍ତି ।