01.12.2018          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମେମାନେ ସମସ୍ତଙ୍କୁ ଜୀବନମୁକ୍ତିର ମନ୍ତ୍ର ଦେଉଥିବା ସତଗୁରୁଙ୍କର ସନ୍ତାନ ଗୁରୁ ଅଟ ତେଣୁ ତୁମେ ଈଶ୍ୱରଙ୍କ ବିଷୟରେ କେବେହେଲେ ମିଥ୍ୟା କହିପାରିବ ନାହିଁ ।

ପ୍ରଶ୍ନ:-
ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ପ୍ରାପ୍ତ କରିବାର ବିଧି କଣ ଏବଂ ତାର ଗାୟନ କଣ ?

ଉତ୍ତର:-
ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ପ୍ରାପ୍ତ କରିବା ପାଇଁ ହେଲେ ପ୍ରବୃତ୍ତିରେ ରହି କମଳ ପୁଷ୍ପ ଭଳି ପବିତ୍ର ରୁହ । କେବଳ ଏହି ଅନ୍ତିମ ଜନ୍ମରେ ପବିତ୍ରତାର ପ୍ରତିଜ୍ଞା କର ତେବେ ଜୀବନମୁକ୍ତି ମିଳିଯିବ । ଏହା ଉପରେ ହିଁ ରାଜା ଜନକଙ୍କର ଦୃଷ୍ଟାନ୍ତର ଗାୟନ ହୋଇଛି ଯେ ସିଏ ଗୃହସ୍ଥରେ ରହି ମଧ୍ୟ ଗୋଟିଏ ସେକେଣ୍ଡରେ ପ୍ରତିଜ୍ଞା ଆଧାରରେ ଜୀବନମୁକ୍ତି ପ୍ରାପ୍ତ କରିଥିଲେ ।

ଗୀତ:-
ୟହ ୱକ୍ତ ଜା ରହା ହୈ

ଓମ୍ ଶାନ୍ତି ।
ବାବା ସମସ୍ତଙ୍କୁ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ଦେବା ପାଇଁ ଆସୁଛନ୍ତି । ଗାୟନ ମଧ୍ୟ ରହିଛି ସମସ୍ତଙ୍କର ସଦଗତି ଦାତା, ଜୀବନମୁକ୍ତି ଦାତା ଜଣେ ଅଟନ୍ତି । ତେବେ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳିଥାଏ ବୋଲି କାହିଁକି କୁହାଯାଉଛି ? ଯେମିତି ରାଜା ଜନକଙ୍କର ଦୃଷ୍ଟାନ୍ତ ଦିଆଯାଇଛି । ତାଙ୍କର ନାମ ଜନକ ଥିଲା କିନ୍ତୁ ଭବିଷ୍ୟତରେ ସିଏ ଅନୁଜନକ ହେଉଛନ୍ତି ଅର୍ଥାତ୍ ଜୀବନମୁକ୍ତିରେ ଜନ୍ମ ନେଉଛନ୍ତି । ଜନକଙ୍କ ପାଇଁ କୁହାଯାଉଛି ତାଙ୍କୁ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳିଥିଲା, କିନ୍ତୁ ଜୀବନମୁକ୍ତି ତ ସତ୍ୟଯୁଗ-ତ୍ରେତାଯୁଗରେ ହିଁ ଥିଲା । ଗୁରୁମାନେ କାନରେ ମନ୍ତ୍ର ଦେଇଥାନ୍ତି, ତାକୁ ବଶୀକରଣ ମନ୍ତ୍ର ମଧ୍ୟ କୁହାଯାଏ । ସେମାନେ ସମସ୍ତେ ତ କେବଳ ମନ୍ତ୍ର ଦେଉଛନ୍ତି କିନ୍ତୁ ତୁମମାନଙ୍କୁ ଜୀବନମୁକ୍ତିର ମହାମନ୍ତ୍ର ମିଳୁଛି । ତେବେ ଏହି ମନ୍ତ୍ର କିଏ ଦେଉଛନ୍ତି ? ବ୍ରହ୍ମାକୁମାର କୁମାରୀମାନେ । ତେଣୁ ସେମାନଙ୍କୁ ଏହି ମନ୍ତ୍ର କେଉଁଠାରୁ ମିଳିଲା ? ସେହି ସତଗୁରୁଙ୍କଠାରୁ । ସର୍ବୋତ୍ତମ ଗୁରୁ ତ ଏକମାତ୍ର ବାବା ହିଁ ଅଟନ୍ତି । ପୁଣି ତୁମେ ପିଲାମାନେ ମଧ୍ୟ ସର୍ବୋତ୍ତମ ଗୁରୁ ହେଉଛ । ଦୁନିଆର ଗୁରୁମାନଙ୍କ ଭିତରେ ମଧ୍ୟ ସର୍ବୋତ୍ତମ ଗୁରୁ ଅଛନ୍ତି । ତୁମେମାନେ ମଧ୍ୟ ସତଗୁରୁଙ୍କର ସନ୍ତାନ ଗୁର ଅଟ । ଗୀତା ଶୁଣାଇଲାବାଲାଙ୍କୁ ମଧ୍ୟ ଗୁରୁ କୁହାଯାଏ । ସେମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ଅଛନ୍ତି । ତୁମେମାନେ ମଧ୍ୟ ସତ୍ୟ କହୁଥିବା ଗୁରୁ ଅଟ । ତୁମେ କେବେହେଲେ ଈଶ୍ୱରଙ୍କ ବିଷୟରେ ମିଥ୍ୟା କହୁନାହଁ । ପ୍ରଥମେ ପ୍ରଥମେ ତ ତୁମେ ପବିତ୍ରତା ଉପରେ ହିଁ ବୁଝାଉଛ ଯେ ବାବାଙ୍କ ନିକଟରେ ପ୍ରତିଜ୍ଞା କର ଆମେ କେବେହେଲେ ବିକାରଗ୍ରସ୍ତ ହେବୁ ନାହୁଁ । ମିଥ୍ୟା ନ କହିବା ତ ଏକ ସାଧାରଣ କଥା । ତେବେ ମିଥ୍ୟା ତ ଅନେକ ଲୋକ କହୁଛନ୍ତି । କିନ୍ତୁ ଏଠାରେ ସେ କଥା ନାହିଁ । ଏଠାରେ ହେଲା ପବିତ୍ରତାର କଥା । ଗୃହସ୍ଥ ବ୍ୟବହାରରେ ରହି ଏହି ଅନ୍ତିମ ଜନ୍ମରେ ଆମେ ବାବାଙ୍କ ନିକଟରେ ପ୍ରତିଜ୍ଞା କରୁଛୁ ଯେ ଆମେ ପଦ୍ମ ଫୁଲ ସମାନ ପବିତ୍ର ରହିବୁ । ତେଣୁ ଏଠାରେ ପବିତ୍ର ରହିବାର କଥା ହିଁ ମୁଖ୍ୟ ଅଟେ । ଦୁନିଆର ମନୁଷ୍ୟ କହୁଛନ୍ତି ଏହା ତ ବହୁତ ଉଚ୍ଚ ଲକ୍ଷ୍ୟ । ଏହା ତ ହୋଇପାରିବ ନାହିଁ । କିନ୍ତୁ ତୁମେମାନେ କହୁଛ ବାଃ ଏହା କାହିଁକି ହୋଇପାରିବ ନାହିଁ । ଦୁନିଆରେ ତ ଗାୟନ ରହିଛି କମଳପୁଷ୍ପ ସମାନ ପବିତ୍ର ରୁହ....ଏହି ଦୃଷ୍ଟାନ୍ତ ତ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି । ତେବେ ନିଶ୍ଚିତ ଭାବରେ ବାବା ହିଁ ଏହିଭଳି ଶିକ୍ଷା ଦେଇଛନ୍ତି । ଯାହାକି ଭଗବାନୁବାଚ ଅଥବା, ବ୍ରାହ୍ମଣ ଉବାଚ ଅଟେ । କାରଣ ଭଗବାନ ସମସ୍ତଙ୍କୁ ଶୁଣାଉ ନାହାଁନ୍ତି, କେବଳ ଆମେ ବ୍ରାହ୍ମଣ ସନ୍ତାନମାନେ ହିଁ ତାଙ୍କଠାରୁ ଜ୍ଞାନ ଶୁଣୁଛୁ । ତୁମକୁ ଏହି କଥା ସମସ୍ତଙ୍କୁ ବୁଝାଇବାକୁ ହେବ । ଏଥିରେ ମୂଳକଥା ହେଉଛି ପବିତ୍ରତାର । ତେଣୁ ଜନକଙ୍କ ପରି କମଳ ପୁଷ୍ପ ସମାନ ପବିତ୍ର ହେବାକୁ ପଡିବ । ସେହି ଜନକ ପୁଣି ଅନୁଜନକ ହେଲେ । ଯେମିତି ରାଧେ (ରାଜକୁମାରୀ ରାଧା) ଅନୁରାଧା ହେଉଛନ୍ତି । ଏଠାରେ କାହାର ନାମ ଯଦି ନାରାୟଣ ଅଛି ତେବେ ସିଏ ଭବିଷ୍ୟତରେ ଅନୁ ଅର୍ଥାତ୍ ଶିଶୁ ନାରାୟଣ ହେଉଛନ୍ତି । ଏହା ହେଉଛି ସଠିକ୍ କଥା । ତେଣୁ ଏଠାକୁ ଯିଏ ବି ଆସୁଛନ୍ତି ତାଙ୍କୁ ଏକଥା ବୁଝାଇବାକୁ ହେବ । ତାଙ୍କୁ କୁହତୁମେ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ପ୍ରାପ୍ତ କରିବାର କଥା ତ ଶୁଣିଛ ନା । ତେଣୁ ଗୃହସ୍ଥରେ ରହି ମଧ୍ୟ ଉଚ୍ଚପଦ ପ୍ରାପ୍ତ କରିପାରିବ । ଆମେ ନିଜର ଅନୁଭବରୁ କହୁଛୁ, କାହାଣୀ କହୁନାହୁଁ । ଭଗବାନୁବାଚ ମୁଖ୍ୟ ରୂପରେ ଏହି କଥା ବୁଝାଇବାକୁ ହେବ ଯେ ଭଗବାନ ତ ସମସ୍ତଙ୍କର ପିତା ଅଟନ୍ତି । ନିଶ୍ଚିତ ଭାବରେ ଜୀବନମୁକ୍ତି ଦାତା ମଧ୍ୟ ସିଏ ହିଁ ଅଟନ୍ତି । ଏହା ହେଉଛି ପ୍ରବୃତ୍ତି ମାର୍ଗ । ସନ୍ନ୍ୟାସୀମାନଙ୍କର ତ ହେଉଛି ନିବୃତ୍ତି ମାର୍ଗ । ସେମାନେ କେବେହେଲେ ରାଜଯୋଗ ଶିଖାଇ ପାରିବେ ନାହିଁ । ସେମାନେ ତ ଘରଦ୍ୱାର ଛାଡି ପଳାଇଯାଇଥାନ୍ତି । ସେମାନେ ଏହି ଜ୍ଞାନ ଦେଇପାରିବେ ନାହିଁ କାରଣ ଏହା ହେଉଛି ରାଜଯୋଗ ଏଥିରେ ଗୃହସ୍ଥରେ ରହି ପଦ୍ମ ଫୁଲ ଭଳି ପବିତ୍ର ରହିବାକୁ ହେବ । ସତ୍ୟଯୁଗରେ ଭାରତ ପବିତ୍ର ପ୍ରବୃତ୍ତିମାର୍ଗ ଥିଲା, ନିର୍ବିକାରୀ ଦୁନିଆ ଥିଲା । ରାଜ୍ୟପଦରେ ତ ସ୍ତ୍ରୀ-ପୁରୁଷ ଉଭୟ ଦରକାର । ତେବେ ବୁଝାଇବାକୁ ହେବ ଆମେ ତ ଅନୁଭବୀ ଅଟୁ ନା । ଘର ଗୃହସ୍ଥରେ ରହି ମଧ୍ୟ ପଦ୍ମଫୁଲ ଭଳି ପବିତ୍ର ରହିପାରିବ । ଆମେ ଜାଣିଛୁ ଯେ ଆମେ ପବିତ୍ର ହୋଇ ବାବାଙ୍କ ଦ୍ୱାରା ପବିତ୍ର ଦୁନିଆର ମାଲିକ ହେବାକୁ ଯାଉଛୁ । ପୂର୍ବରୁ ପବିତ୍ର ପ୍ରବୃତ୍ତିମାର୍ଗ ଥିଲା, ବର୍ତ୍ତମାନ ତ ଅପବିତ୍ର ପ୍ରବୃତ୍ତିମାର୍ଗ ହୋଇଯାଇଛି । ଏହି ଦୁନିଆ ହିଁ ଏବେ ଭ୍ରଷ୍ଟାଚାରୀ ଅଟେ । ସତ୍ୟଯୁଗ ଶ୍ରେଷ୍ଠାଚାରୀ ଦୁନିଆ ଥିଲା । ତେବେ ରାବଣ ହିଁ ଦୁନିଆକୁ ଭ୍ରଷ୍ଟାଚାରୀ କରି ଦେଉଛି ଏବଂ ରାମ(ବାବା) ଆସି ଶ୍ରେଷ୍ଠାଚାରୀ କରୁଛନ୍ତି । ଅଧାକଳ୍ପ ରାବଣ ରାଜ୍ୟ ଚାଳୁଛି ନା । ଭ୍ରଷ୍ଟାଚାରୀ ଦୁନିଆରେ ହିଁ ଭକ୍ତିମାର୍ଗ ରହିଛି । ସମସ୍ତେ ଦାନ-ପୁଣ୍ୟ ଆଦି କରି ଚାଲିଛନ୍ତି କାରଣ ଭ୍ରଷ୍ଟାଚାର ମଧ୍ୟ ହେଉଛି । ଭାବୁଛନ୍ତି ମନୁଷ୍ୟ ଯେତେ ଭକ୍ତି, ଦାନ-ପୁଣ୍ୟ ଆଦି କରିବେ ତେବେ ଯାଇ ଭଗବାନ ମିଳିବେ ସେଥିପାଇଁ ଭଗବାନଙ୍କୁ ଭକ୍ତି କରୁଛନ୍ତି । କହୁଛନ୍ତି ଏଠାକୁ ଆସି ଆମକୁ ଶ୍ରେଷ୍ଠ କର । ଭାରତ ଶ୍ରେଷ୍ଠାଚାରୀ ଥିଲା କିନ୍ତୁ ଏବେ ନାହିଁ ।

ଭ୍ରଷ୍ଟାଚାରୀମାନେ ହିଁ ଶ୍ରେଷ୍ଠାଚାରୀ ହେଉଛନ୍ତି । ତେବେ ଭାରତର ନବନିର୍ମାଣର କାହାଣୀ କେହି ବି ଜାଣି ନାହାଁନ୍ତି । ଏହି କଥାକୁ ଚିତ୍ର ମାଧ୍ୟମରେ ଅନ୍ୟମାନଙ୍କୁ ଭଲ ଭାବରେ ବୁଝାଯାଇପାରିବ ତେଣୁ ଏଭଳି ଚିତ୍ର ସବୁ ତିଆରି କରିବାକୁ ହେବ । ପ୍ରତ୍ୟେକ ସେବାକେନ୍ଦ୍ରରେ ପ୍ରଦର୍ଶନୀର ଚିତ୍ର ରହିବା ଦରକାର । ବାବା ନିର୍ଦ୍ଦେଶ ଦେଉଛନ୍ତି ଯଦି ସେବାକେନ୍ଦ୍ରରେ ଚିତ୍ର ନାହିଁ ତେବେ ବାବାଙ୍କୁ ପତ୍ର ଲେଖିବା ଦ୍ୱାରା ବାବା ନିର୍ଦ୍ଦେଶ ଦେବେ ଯେ ଏହି ଚିତ୍ର ସବୁ ତିଆରି କର ଏବଂ ସମସ୍ତଙ୍କ ପାଖକୁ ପଠାଅ ତେବେ ସମସ୍ତ ସେବାକେନ୍ଦ୍ରରେ ପ୍ରଦର୍ଶନୀ ହୋଇଯିବ । ଏହି ଚିତ୍ରଗୁଡିକ ବହୁତ ଅର୍ଥ ପୂର୍ଣ୍ଣ ଅଟେ । ପ୍ରଥମେ-ପ୍ରଥମେ ଏହି କଥା ବୁଦ୍ଧିରେ ଆସିବା ଦରକାର ଯେ ଆମେ ବାବାଙ୍କର ସନ୍ତାନ ଅଟୁ । ଭଗବାନ ହେଉଛନ୍ତି ସ୍ୱର୍ଗର ରଚୟିତା । ନର୍କର ରଚୟିତା ହେଉଛି ରାବଣ । ସୃଷ୍ଟିଚକ୍ରର ଚିତ୍ରରେ ଉପରେ ୧୦ ମୁଣ୍ଡଧାରୀ ରାବଣର ଚିତ୍ର ତିଆରି କର ଏବଂ ସ୍ୱର୍ଗର ଚିତ୍ରରେ ଚତୁର୍ଭୁଜ ବିଷ୍ଣୁଙ୍କର ଚିତ୍ର ତିଆରି କର । ସେଥିରେ ଲେଖି ମଧ୍ୟ ପାରିବ ଏହା ହେଉଛି ରାମରାଜ୍ୟ, ତାହା ହେଉଛି ରାବଣ ରାଜ୍ୟ । ବର୍ତ୍ତମାନ ସମୟରେ ତ ରାବଣ ସର୍ବବ୍ୟାପୀ ଅଟେ । କିନ୍ତୁ ସେଠାରେ ତ ଆମେ ଭଗବାନଙ୍କୁ ସର୍ବବ୍ୟାପୀ ଅଟନ୍ତି ବୋଲି କହିପାରିବା ନାହିଁ । ଗାୟନ ମଧ୍ୟ ହେଉଛି ଆତ୍ମା ଏବଂ ପରମାତ୍ମା ବହୁତ କାଳ ଅଲଗା ରହିଲେ ଏବଂ ଯେତେବେଳେ ସତଗୁରୁ ଦଲାଲ ରୂପରେ ମିଳିଗଲେ ସେତେବେଳେ ସୁନ୍ଦର ମିଳନ ମେଳା ହୋଇଗଲା । ତେବେ ନିଶ୍ଚିତ ସିଏ ଆସିବେ ନା । ଏହି ହିସାବ ତ କେହି ବି ଜାଣିନାହାଁନ୍ତି । ତେବେ ପ୍ରଥମେ ଦେବୀ ଦେବତାମାନଙ୍କର ଆତ୍ମା ହିଁ ପରମାତ୍ମାଙ୍କଠାରୁ ଅଲଗା ହୋଇଛି । ଏହା ହିଁ ହେଉଛି ଜ୍ଞାନ, ଏହାକୁ ପ୍ରତ୍ୟେକଙ୍କୁ ବୁଝାଇବାକୁ ହେବ । ପଚାର ଆତ୍ମାମାନଙ୍କର ପିତା ତ ଅଛନ୍ତି ନା । ତେବେ ହେ ଆତ୍ମା, ନିଜର ପରମପିତା ପରମାତ୍ମାଙ୍କର କର୍ତ୍ତବ୍ୟ ତ ଶୁଣାଅ ? କଣ ତୁମେ ଜାଣିନାହଁ କି ? ଦୁନିଆରେ ଏମିତି କୌଣସି ସନ୍ତାନ ନଥିବେ ଯିଏକି ନିଜର ପିତାଙ୍କର କର୍ତ୍ତବ୍ୟକୁ ଜାଣିନଥିବ । ବାବା ଆସି ବୁଝାଉଛନ୍ତି ତୁମେ ନିଜର ଜନ୍ମ ବୃତ୍ତାନ୍ତକୁ ଜାଣିନାହଁ, ମୁଁ ତୁମକୁ ବୁଝାଉଛି । ପ୍ରଥମେ-ପ୍ରଥମେ ଯେଉଁମାନେ ଦେବୀ ଦେବତା ଥିଲେ ସେମାନେ ଏତେ ଜନ୍ମ ନେଉଛନ୍ତି । ତେବେ ହିସାବ କର--ଅନ୍ୟ ଧର୍ମର ଆତ୍ମା କେତେ ଜନ୍ମ ନେଉଥିବେ ? ପ୍ରମାଣିତ କରି କହିବାକୁ ହେବ ଯେ ସର୍ବାଧିକ ଏତିକି ଜନ୍ମ ନେଉଛନ୍ତି । ସୃଷ୍ଟିରୂପୀ ବୃକ୍ଷ ତ ବୃଦ୍ଧିକୁ ପ୍ରାପ୍ତ କରି ଚାଲୁଛି । ପ୍ରଥମେ-ପ୍ରଥମେ ଏଠାରେ ଦେବୀ ଦେବତା ଥିଲେ । ସେମାନଙ୍କ ପାଇଁ ହିଁ ୮୪ ଜନ୍ମ କୁହାଯାଉଛି । ଏହା ଭାରତର ଜ୍ଞାନ ନା । ତେବେ ପ୍ରାଚୀନ ଭାରତର ଜ୍ଞାନ କିଏ ଦେଇଥିଲେ ? କୃଷ୍ଣଙ୍କୁ ତ ସମସ୍ତେ ମାନିବେ ନାହିଁ । ତେଣୁ ଏହାକୁ ଭଗବାନ ହିଁ ଦେଇଛନ୍ତି । କାରଣ ଈଶ୍ୱର ପିତା ହିଁ ଜ୍ଞାନର ସାଗର ଅଟନ୍ତି ନା । ବ୍ରହ୍ମାଙ୍କୁ ବା କୃଷ୍ଣଙ୍କୁ ଜ୍ଞାନର ସାଗର କୁହାଯିବ ନାହିଁ । କୃଷ୍ଣଙ୍କର ତ ମହିମା ହିଁ ଅଲଗା । ଏହି ଜ୍ଞାନକୁ ତୁମେ ସ୍ପଷ୍ଟ ଭାବରେ ବୁଝିପାରୁଛ । ଭଗବାନ ତ ସମସ୍ତଙ୍କର ଜଣେ ହିଁ ନିରାକାର ପରମପିତା ପରମାତ୍ମା ଅଟନ୍ତି । ସିଏ ହେଉଛନ୍ତି ରଚୟିତା, କୃଷ୍ଣ ତ ତାଙ୍କର ରଚନା । ଉଚ୍ଚରୁ ଉଚ୍ଚ ଭଗବାନ ତ ଜଣେ ଅଟନ୍ତି ନା । ତାଙ୍କୁ ତ ସର୍ବବ୍ୟାପୀ ବୋଲି କହିପାରିବା ନାହିଁ । ଭାରତରେ ଉଚ୍ଚରୁ ଉଚ୍ଚ ହେଉଛନ୍ତି ରାଷ୍ଟ୍ରପତି, ପୁଣି ତାଙ୍କ ତଳକୁ ଆଉ ସମସ୍ତେ କ୍ରମାନ୍ୱୟରେ ଅଛନ୍ତି । ସମସ୍ତଙ୍କର କର୍ତ୍ତବ୍ୟ ଅଲଗା ଅଲଗା । ଏମିତି ନୁହେଁ ଯେ ସମସ୍ତେ ସମାନ ଅଟନ୍ତି । ପ୍ରତ୍ୟେକ ଆତ୍ମାକୁ ଅବିନାଶୀ ପାର୍ଟ ମିଳିଛି ଏହି କଥାକୁ ପ୍ରମାଣିତ କରିବାକୁ ହେବ । ନିଜ-ନିଜ ଭିତରେ ଆଲୋଚନା କରି ସେବାର ଯୋଜନା କରିବାକୁ ହେବ । କିନ୍ତୁ ଯାହାର ବୁଦ୍ଧିର ଲାଇନ୍ ସ୍ପଷ୍ଟ ନଥିବ, ଭିତରେ କୌଣସି ବିକାର ଥିବ କିମ୍ବା କାହାର ନାମ-ରୂପରେ ଆକର୍ଷିତ ହୋଇଥିବ ତେବେ ସେମାନଙ୍କ ଦ୍ୱାରା ଏହି କାର୍ଯ୍ୟ ହୋଇପାରିବ ନାହିଁ । ଏଥିରେ ବୁଦ୍ଧିର ଲାଇନ ସ୍ପଷ୍ଟ ଥିବା ଦରକାର । ତେବେ ପାଠପଢାର ଫଳାଫଳ ତ ଅନ୍ତିମ ସମୟରେ ହିଁ ଜଣାପଡିବ । ବର୍ତ୍ତମାନ ସମସ୍ତେ କ୍ରମାନ୍ୱୟରେ ଅଛନ୍ତି । ମନୁଷ୍ୟ କହୁଛନ୍ତି ବ୍ୟାସ ଭଗବାନ ହିଁ ଏହି ଗୀତା ଶାସ୍ତ୍ର ତିଆରି କରିଛନ୍ତି, କିନ୍ତୁ ବ୍ୟାସ ତ ଭଗବାନ ହୋଇପାରିବେ ନାହିଁ । ବାସ୍ତବରେ ୪ଟି ଧର୍ମଶାସ୍ତ୍ର ଅଛି । ଭାରତର ଧର୍ମ ଶାସ୍ତ୍ର ହେଉଛି ଏକମାତ୍ର ଗୀତା, ଯିଏକି ସବୁ ଶାସ୍ତ୍ର ଗୁଡିକର ମାତା ପିତା ଅଟେ । ସମ୍ପତ୍ତି ତାଙ୍କଠାରୁ ହିଁ ମିଳିଥାଏ । ମାତାଙ୍କ ଦ୍ୱାରା ପିତାଙ୍କଠାରୁ ସମ୍ପତ୍ତି ମିଳିଥାଏ । ଗୀତା ମାତାର ରଚୟିତା ହେଉଛନ୍ତି ବାବା । ତେଣୁ ଗୀତା ଦ୍ୱାରା ହିଁ ବାବା ପ୍ରାଚୀନ ସହଜ ରାଜଯୋଗର ଜ୍ଞାନ ଦେଉଛନ୍ତି । ତେବେ ଗୀତା ହେଉଛି ଭାରତ ଭୂମିର ଶାସ୍ତ୍ର । ପୁଣି ଇସ୍ଲାମ ଧର୍ମର ଶାସ୍ତ୍ର ଅଲଗା । ବୌଦ୍ଧ ଧର୍ମର ଅଲଗା ଏବଂ ଖ୍ରୀଷ୍ଟିୟାନମାନଙ୍କର ମଧ୍ୟ ଅଲଗା । ଗୀତା ତ ହେଉଛି ସମସ୍ତଙ୍କର ମାତା ପିତା, ବାକି ଅନ୍ୟ ସବୁ ଶାସ୍ତ୍ର ହେଉଛନ୍ତି ତାର ପିଲାଛୁଆ । ସେସବୁ ପରେ ବାହାରିଛନ୍ତି । ବାକି ଏତେ ସବୁ ବେଦ-ଉପନିଷେଦ ଆଦି କେଉଁ ଧର୍ମର ? ଏହା ତ ଜଣାଥିବା ଦରକାର ଯେ ଏହାକୁ କିଏ ଶୁଣାଇଥିଲେ ? ସେଥିରୁ କେଉଁ ଧର୍ମ ସୃଷ୍ଟି ହୋଇଥିଲା । ତେବେ ସେଥିରୁ କୌଣସି ଧର୍ମ ତ ସୃଷ୍ଟି ହୋଇ ନାହିଁ । ପ୍ରଥମେ ତ ତୁମକୁ ଏହା ପ୍ରମାଣିତ କରିବାକୁ ହେବ ଯେ ଗୀତାର ଖଣ୍ଡନ ହୋଇଛି । ପିତାଙ୍କର ନାମ ପରିବର୍ତ୍ତେ ପୁତ୍ରର ନାମ ଲେଖିଦିଆଯାଇଛି । ଜୀବନ ଚରିତ୍ର ତ ସମସ୍ତଙ୍କର ଅଲଗା ଅଲଗା ଅଟେ ନା । ବାବା କହୁଛନ୍ତି ସବୁ ଧର୍ମକୁ ଛାଡି କେବଳ ମୋତେ ମନେ ପକାଅ । ପରମାତ୍ମା ଆତ୍ମାମାନଙ୍କୁ କହୁଛନ୍ତି ତୁମେ ଅଶରୀରୀ ହୁଅ, ମୋତେ ମନେ ପକାଅ । ତେବେ ଏହି କଥା କେବଳ ଅଶରୀରୀ ପିତା ହିଁ କହିପାରିବେ । ସନ୍ନ୍ୟାସୀମାନେ ତ କହିପାରିବେ ନାହିଁ । ଏସବୁ ହେଲା ଗୀତାର ଶବ୍ଦ ଯାହାକି ସବୁ ଧର୍ମର ଆତ୍ମାମାନଙ୍କୁ କହୁଛନ୍ତି ଅଶରୀରୀ ହୁଅ । ଏବେ ନାଟକ ଶେଷ ହେବାକୁ ଯାଉଛି । ସମସ୍ତଙ୍କୁ ମନ୍ତ୍ର ମିଳୁଛି ଯେ ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଭୁଲି କେବଳ ମୋତେ ମନେ ପକାଅ ତେବେ ତୁମେ ମୋ ନିକଟକୁ ଆସିଯିବ ଏବଂ ମୁକ୍ତିଧାମକୁ ଯାଇ ଜୀବନମୁକ୍ତିକୁ ନିଶ୍ଚିତ ଯିବ ଅର୍ଥାତ୍ ଜୀବନମୁକ୍ତି ଭାୟା ମୁକ୍ତି । ତେବେ ଯେଉଁମାନେ ବି ଏଠାକୁ ଆସୁଛନ୍ତି ସେମାନେ ସତ୍ତୋ, ରଜୋ, ତମୋ ଦେଇ ଗତି କରୁଛନ୍ତି । ବାବା କେତେ ଭଲ ଭାବରେ ବୁଝାଉଛନ୍ତି କିନ୍ତୁ ପିଲାମାନେ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରି ଦେଉଛନ୍ତି । ଏମିତି ତ ଏହି ଜ୍ଞାନ ବହୁତ ସହଜ ଅଟେ ।

ତୁମେ ଭିନ୍ନ ଭିନ୍ନ ଜାଗାରେ ପ୍ରଦର୍ଶନୀ କର, ଯେପରି ଖବରକାଗଜରେ ବାହାରୁ । ସେଥିପାଇଁ ଖର୍ଚ୍ଚ ମଧ୍ୟ କରିପାରିବ । ଯେପରି ସମସ୍ତେ ଶୁଣିପାରିବ । ଖବରକାଗଜରେ ତ ନିଶ୍ଚିତ ବାହାର କରିବା ଦରକାର । ପିଲାମାନଙ୍କ ଭିତରେ ବହୁତ ନିଶା ରହିବା ଦରକାର । ବାକି ସମୟ ବହୁତ କମ ଅଛି । କଥାରେ ଅଛି ଅତିନ୍ଦ୍ରିୟ ସୁଖର ଅନୁଭବ ଗୋପ ଗୋପୀମାନଙ୍କୁ ପଚାର । ଗାୟନ ମଧ୍ୟ ରହିଛିଏମାନେ ହେଉଛନ୍ତି ଗୋପୀ ବଲ୍ଲଭଙ୍କର ସନ୍ତାନ ଗୋପ ଗୋପୀ । ତେବେ ଗୋପଗୋପୀମାନେ ନା ସତ୍ୟଯୁଗରେ ନା କଳିଯୁଗରେ ଥାନ୍ତି । ସେଠାରେ ତ ଲକ୍ଷ୍ମୀ ଦେବୀ ଏବଂ ରାଧା ଦେବୀ ଅଟନ୍ତି । ଗୋପ-ଗୋପୀମାନେ ତ ଏବେ ଅଛନ୍ତି, ଏମାନେ ତ ଗୋପୀ ବଲ୍ଲଭଙ୍କର ସନ୍ତାନ ଏବଂ ନାତି-ନାତୁଣୀ ଅଟନ୍ତି । ତେବେ ନିଶ୍ଚିତ ଜେଜେ ବାପା ମଧ୍ୟ ଥିବେ । ଜେଜେବାପା (ଶିବବାବା), ପିତା (ବ୍ରହ୍ମାବାବା) ଏବଂ ମମ୍ମା (ମା) ଏହି ନୂଆ ପରିବାରଟି ସଂଗମଯୁଗରେ ହିଁ ହେଉଛି । ବାବା କହୁଛନ୍ତି ମୁଁ ନୂଆ ଦୁନିଆର ସ୍ଥାପନ କରିବା ପାଇଁ କଳ୍ପ କଳ୍ପ, କଳ୍ପର ସଂଗମଯୁଗରେ ହିଁ ଆସୁଛି । ତୁମେମାନେ ଆସୁରୀ ସନ୍ତାନରୁ ବର୍ତ୍ତମାନ ଈଶ୍ୱରୀୟ ସନ୍ତାନ ହୋଇଛ ପୁଣି ଦୈବୀ ସନ୍ତାନ ମଧ୍ୟ ହେବ । ପୁଣି ୮୪ ଜନ୍ମରେ ତୁମେ କ୍ଷତ୍ରୀୟ, ବୈଶ୍ୟ, ଶୂଦ୍ରଙ୍କର ସନ୍ତାନ ହେବ । ପୁଣି ଧୀରେ ଧୀରେ ବୃଦ୍ଧି ମଧ୍ୟ ହୋଇ ଚାଲିବ । ସୃଷ୍ଟି ରୂପୀ ବୃକ୍ଷ ମଧ୍ୟ ସମ୍ପୂର୍ଣ୍ଣ ହେବା ଦରକାର ନା । ତେବେ ସୃଷ୍ଟିର ପ୍ରଳୟ ମଧ୍ୟ କେବେ ହୁଏ ନାହିଁ, କାରଣ ଭାରତ ହେଉଛି ଅବିନାଶୀ ଭୂଖଣ୍ଡ । ତେଣୁ ଭାରତର ବହୁତ ମହିମା କରିବା ଦରକାର । ଭାରତ ହେଉଛି ସବୁ ଖଣ୍ଡ ଅର୍ଥାତ୍ ମହାଦ୍ୱୀପ ମଧ୍ୟରେ ଶ୍ରେଷ୍ଠ । ଏହାର ବିନାଶ କେବେ ହୁଏ ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତାପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ରାତ୍ରି କ୍ଲାସ ୧୬-୪.୬୮

ତୁମେ ବ୍ରାହ୍ମଣ ପିଲାମାନଙ୍କ ବ୍ୟତୀତ ଅନ୍ୟ କାହାକୁ ବି ଏହି କଥା ଜଣା ନାହିଁ ଯେ ସଂଗମଯୁଗ କେବେ ହୋଇଥାଏ । କଳ୍ପର ଏହି ସଂଗଗମଯୁଗର ମହିମା ମଧ୍ୟ ବହୁତ ହେଉଛି । ବାବା ଆସି ରାଜଯୋଗ ଶିଖାଉଛନ୍ତି । ସତ୍ୟଯୁଗକୁ ଆସିବା ପାଇଁ ତ ପ୍ରଥମେ ସଂଗମ ଯୁଗକୁ ହିଁ ଆସିବାକୁ ପଡିବ । ମନୁଷ୍ୟ ତ ସମସ୍ତେ ଅଟନ୍ତି କିନ୍ତୁ ସେମାନଙ୍କ ଭିତରେ କେହି କନିଷ୍ଠ, କେହି ଉତ୍ତମ ଅଛନ୍ତି । ସେମାନଙ୍କ ସମ୍ମୁଖରେ ଯାଇ ମହିମା ଗାନ କରୁଛନ୍ତି ଆପଣ ପୁରୁଷୋତ୍ତମ ଅଟନ୍ତି, ମୁଁ କିନ୍ତୁ କନିଷ୍ଠ ଅଟେ । ନିଜେ ନିଜେ ଶୁଣାଇଥାନ୍ତି ମୁଁ ଏହିଭଳି-ଏହିଭଳି ଅଟେ । ତେବେ ଏହି ପୁରୁଷୋତ୍ତମ ସଂଗମଯୁଗକୁ ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଅନ୍ୟ କେହି ଜାଣିନାହାଁନ୍ତି ଏବେ ଏହାର ପ୍ରଚାର କିପରି କରିବା ଯାହା ଦ୍ୱାରା ମନୁଷ୍ୟମାନଙ୍କୁ ଜଣାପଡିବ । ସଂଗମ ଯୁଗରେ ତ ଭଗବାନ ନିଜେ ଆସି ରାଜଯୋଗ ଶିଖାଉଛନ୍ତି । ତୁମେ ଜାଣିଛ ଯେ ଆମେ ରାଜଯୋଗର ଶିକ୍ଷା କରୁଛୁ । ଏବେ ଏଭଳି କଣ ଉପାୟ କରିବା ଯାହା ଦ୍ୱାରା ମନୁଷ୍ୟଙ୍କୁ ଜଣାପଡିବ । କିନ୍ତୁ ହେବ ତ ବହୁତ ଧୀରେ ଧୀରେ । ଏବେ ତ କିଛି ସମୟ ବାକି ଅଛି...... ତାହା ମଧ୍ୟ ବିତିନଯାଉ । ଆମର କହିବାର ଉଦ୍ଦେଶ୍ୟ ହେଲା ଲୋକମାନେ ଶୀଘ୍ର ଶୀଘ୍ର ପୁରୁଷାର୍ଥ କରିବାରେ ଲାଗି ପଡନ୍ତୁ । ନଚେତ୍ ଜ୍ଞାନ ତ ଗୋଟିଏ ସେକେଣ୍ଡରେ ମିଳିଥାଏ ଯାହା ଦ୍ୱାରା ତୁମେ ସେହି ମୁହୂର୍ତ୍ତରେ ହିଁ ଜୀବନମୁକ୍ତିକୁ ପ୍ରାପ୍ତ କରିପାରିବ । କିନ୍ତୁ ତୁମ ମୁଣ୍ଡ ଉପରେ ଅଧାକଳ୍ପର ପାପର ବୋଝ ରହିଛି, ତାହା କଣ କେବେ ଗୋଟିଏ ସେକେଣ୍ଡରେ କଟିଯିବ । ଏଥିରେ ତ ସମୟ ଲାଗିବ ନା । ମନୁଷ୍ୟ ଭାବୁଛନ୍ତି ଏବେ ଆହୁରି ସମୟ ବାକି ଅଛି, ଏବେ ଆମେ ବ୍ରହ୍ମାକୁମାରୀଙ୍କ ପାଖକୁ କାହିଁକି ଯିବା । ତୁମର ପୁସ୍ତକ ଗୁଡିକ ପଢି ସେଥିରୁ କେହି କେହି ଜ୍ଞାନକୁ ଓଲଟା ରୂପରେ ମଧ୍ୟ ଉଠାଇ ନେଉଛନ୍ତି । ତେବେ ଯାହାର ଭାଗ୍ୟରେ ନାହିଁ ସେହିମାନେ ହିଁ ଓଲଟା ବୁଝୁଛନ୍ତି । ତୁମେ ଜାଣିଛ ଯେ ଏହା ପୁରୁଷୋତ୍ତମ ହେବାର ଯୁଗ । ହୀରା ତୁଲ୍ୟ ଯୁଗ ବୋଲି ଗାୟନ ରହିଛି ନା । ଧୀରେ ଧୀରେ ପୁଣି କମ୍ ହୋଇଯାଏ । ସୁବର୍ଣ୍ଣ ଯୁଗ, ରୌପ୍ୟ ଯୁଗ (ସତ୍ୟଯୁଗ, ତ୍ରେତାଯୁଗ) । ଏହି ସଂଗମ ଯୁଗ ହେଲା ହୀରାତୁଲ୍ୟ ଯୁଗ । ସତ୍ୟଯୁଗ ହେଲା ସୁବର୍ଣ୍ଣଯୁଗ । ଏକଥା ତ ତୁମେମାନେ ଜାଣିଛ ଯେ ସ୍ୱର୍ଗଠାରୁ ମଧ୍ୟ ଏହି ସଂଗମଯୁଗ ଶ୍ରେଷ୍ଠ ଅଟେ କାରଣ ଏଠାରେ ତୁମକୁ ହୀରାତୁଲ୍ୟ ଜନ୍ମ ମିଳିଛି । ତେବେ ଅମରଲୋକର ଗାୟନ ରହିଛି ନା । ତାପରେ ପୁଣି କମି କମି ଯାଇଥାଏ । ତେବେ ଏହି କଥା ମଧ୍ୟ ଲେଖିପାରିବ ଯେ ପୁରୁଷୋତ୍ତମ ସଂଗମଯୁଗ ହେଉଛି ହୀରାତୁଲ୍ୟ, ସତ୍ୟଯୁଗ ହେଲା ସୁବର୍ଣ୍ଣ ଏବଂ ତ୍ରେତା ହେଲା ରୌପ୍ୟ ଯୁଗ.... ଏକଥା ମଧ୍ୟ ତୁମେମାନେ ବୁଝିପାରିବସଂଗମଯୁଗରେ ହିଁ ଆମେ ମନୁଷ୍ୟରୁ ଦେବତା ହେଉଛୁ । ତେବେ ଅଷ୍ଟରତ୍ନରେ ମୁଦ୍ରିକା ଆଦି କରନ୍ତି ନା କିନ୍ତୁ ସେଥିରେ ହୀରାକୁ ମଝିରେ ରଖିଥାନ୍ତି କାରଣ ସଂଗମଯୁଗର ପ୍ରତ୍ୟକ୍ଷତା ହୋଇଥାଏ ନା । ସଂଗମଯୁଗ ହିଁ ହୀରା ତୁଲ୍ୟ ଅଟେ । ସେଥିପାଇଁ ହୀରାର ମହତ୍ୱ ସଂଗମଯୁଗରେ ରହିଛି । ଦୁନିଆରେ ଅନେକ ପ୍ରକାରର ଯୋଗ ଶିଖାଉଛନ୍ତି ଯାହାକୁ ଆଧ୍ୟାତ୍ମିକ ଯୋଗ ବୋଲି କହୁଛନ୍ତି କିନ୍ତୁ ଆଧ୍ୟାତ୍ମିକ ତ ଏକମାତ୍ର ବାବା ହିଁ ଅଟନ୍ତି । ତେବେ ଆତ୍ମିକ ବା ଆଧ୍ୟାତ୍ମିକ ଜ୍ଞାନ ଏବଂ ଆତ୍ମିକ ପିତା ଏହି ସଂଗମଯୁଗରେ ହିଁ ମିଳିଥାଆନ୍ତି । ତେବେ ଦେହ-ଅଂହକାରୀ ମନୁଷ୍ୟମାନେ ଏହି କଥାକୁ ଏତେ ଶୀଘ୍ର କିପରି ମାନିଯିବେ । ସେଥିପାଇଁ ଗରୀବ ଲୋକମାନଙ୍କୁ ବୁଝାଯାଉଛି । ତେବେ ଏହି କଥା ମଧ୍ୟ ଲେଖିବାକୁ ପଡିବ ଯେ ସଂଗମଯୁଗ-ହୀରାତୁଲ୍ୟ ଯୁଗ । ତାହାର ଆୟୁଷ ଏତିକି । ସତ୍ୟଯୁଗ ସୁବର୍ଣ୍ଣଯୁଗର ଆୟୁଷ ମଧ୍ୟ ଏତିକି । ଶାସ୍ତ୍ରମାନଙ୍କରେ ମଧ୍ୟ ସ୍ୱସ୍ଥିକ ଚିତ୍ର କରିଥାନ୍ତି । ତେବେ ତୁମମାନଙ୍କୁ ଯଦି ଏହି ଜ୍ଞାନ ସ୍ମୃତିରେ ରହିବ ତେବେ କେତେ ଖୁସି ଲାଗିବ! ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଭିତରେ ବହୁତ ଖୁସି ରହିଥାଏ ନା । କୁହାଯାଏ ବିଦ୍ୟାର୍ଥୀ ଜୀବନ ହିଁ ଶ୍ରେଷ୍ଠ ଜୀବନ କାରଣ ଏହି ଜୀବନ ହିଁ ରୋଜଗାରର ଆଧାର ହୋଇଥାଏ । ତେବେ ଏହା ହେଉଛି ମନୁଷ୍ୟରୁ ଦେବତା ହେବାର ପାଠଶାଳା । ଦେବତାମାନେ ବିଶ୍ୱର ମାଲିକ ଥିଲେ । ଏକଥା ମଧ୍ୟ ତୁମକୁ ଜଣାଅଛି, ତେଣୁ ତୁମ ଭିତରେ ଅସରନ୍ତି ଖୁସି ରହିବା ଦରକାର, ସେଥିପାଇଁ ତ ଗାୟନ ଅଛି ଅତୀନ୍ଦ୍ରିୟ ସୁଖ ବିଷୟରେ ଗୋପୀ ବଲ୍ଲଭଙ୍କର ଗୋପ ଗୋପୀମାନଙ୍କୁ ପଚାର । ଯେହେତୁ ଶିକ୍ଷକ ତୁମକୁ ଶେଷ ପର୍ଯ୍ୟନ୍ତ ପାଠ ପଢାଉଛନ୍ତି ତେଣୁ ତାଙ୍କୁ ମଧ୍ୟ ଶେଷ ସମୟ ପର୍ଯ୍ୟନ୍ତ ମନେ ପକାଇବା ଦରକାର ନା । ତୁମକୁ ତ ଭଗବାନ ପାଠ ପଢାଉଛନ୍ତି ଏବଂ ସାଥୀରେ ମଧ୍ୟ ନେଇଯିବେ । ତାଙ୍କୁ ତ ସମସ୍ତେ ଡାକୁଛନ୍ତି ଯେ ମୁକ୍ତିଦାତା, ପଥପ୍ରଦର୍ଶକ ଆମକୁ ଦୁଃଖ-ଅଶାନ୍ତିରୁ ମୁକ୍ତ କର । ତେବେ ସତ୍ୟଯୁଗରେ ତ ଦୁଃଖ ଆଦୌ ନଥାଏ । କହୁଛନ୍ତି ବିଶ୍ୱରେ ଶାନ୍ତିର ସ୍ଥାପନା ହେଉ । ତୁମେ କୁହ ଆଗରୁ କେବେ ଶାନ୍ତି ଥିଲା ? ସେହି ସମୟରେ କେଉଁ ଯୁଗ ଥିଲା ? କାହାକୁ ବି ଜଣା ନାହିଁ । ରାମରାଜ୍ୟ ହେଲା ସତ୍ୟଯୁଗ, ରାବଣ ରାଜ୍ୟ ହେଲା କଳିଯୁଗ, ଏକଥା ତ ତୁମେମାନେ ଜାଣିଛ ନା । ତେବେ ତୁମମାନଙ୍କୁ ନିଜର ଅନୁଭବ ମଧ୍ୟ ଶୁଣାଇବା ଦରକାର । କୁହ ହୃଦୟର କଥା କଣ ବା ଶୁଣାଇବି । ବେହଦର ପିତା ଯିଏକି ବେହଦର ରାଜ୍ୟଭାଗ୍ୟ ପ୍ରାପ୍ତ କରାଉଛନ୍ତି, ସିଏ ମିଳିଗଲେ ଆଉ କଣ ଅନୁଭବ ଶୁଣାଇବି । ଆଉ କିଛି ବି ଦରକାର ନାହିଁ । ଏହାଠାରୁ ବଡ ଖୁସି ଆଉ କିଛି ବି ନାହିଁ । ତେବେ ତୁମକୁ କାହା ଉପରେ ରୁସି ଘରେ କେବେହେଲେ ବସିଯିବା ଉଚିତ୍ ନୁହେଁ । ନଚେତ୍ ଏହା ଯେପରି ନିଜର ଭାଗ୍ୟ ଉପରେ ରୁସିବା ହୋଇଯିବ । ଯଦି ପାଠପଢା ଉପରେ ରୁସିଯିବ ତେବେ ଆଉ ଶିଖିବ କଣ । ବାବାଙ୍କୁ ବ୍ରହ୍ମାଙ୍କ ଦ୍ୱାରା ହିଁ ପାଠପଢାଇବାକୁ ହେବ । ତେବେ ପରସ୍ପର ଉପରେ କେବେ ରୁସିବା ଉଚିତ୍ ନୁହେଁ । ଏହା ହେଉଛି ମାୟା । ଯଜ୍ଞରେ ଅସୁରମାନଙ୍କର ବିଘ୍ନ ତ ପଡିଥାଏ ନା । ଆଚ୍ଛା

ମିଠା ମିଠା ଆତ୍ମିକ ପିଲାମାନଙ୍କ ପ୍ରତି ଆତ୍ମିକ ପିତାଙ୍କର ବାପଦାଦାଙ୍କର ସ୍ନେହସମ୍ପନ୍ନ ସ୍ମୃତି ଏବଂ ଶୁଭରାତ୍ରି । ଆତ୍ମିକ ପିଲାମାନଙ୍କୁ ଆତ୍ମିକ ପିତାଙ୍କର ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :

(୧) ବାବା ଯାହା ସବୁ ଶୁଣାଉଛନ୍ତି ତାକୁ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରି ଦେବାର ନାହିଁ । ଜ୍ଞାନର ନିଶାରେ ରହି ଅତୀନ୍ଦ୍ରିୟ ସୁଖର ଅନୁଭବ କରିବାକୁ ହେବ ।

(୨) ସମସ୍ତଙ୍କୁ ଗୋଟିଏ ସେକେଣ୍ଡରେ ମୁକ୍ତି-ଜୀବନମୁକ୍ତିର ଅଧିକାର ଦେବା ପାଇଁ ସେମାନଙ୍କୁ ଏହି ମହାମନ୍ତ୍ର ଶୁଣାଇବାକୁ ହେବ ଯେ ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ତ୍ୟାଗ କରି ଏକମାତ୍ର ବାବାଙ୍କୁ ମନେ ପକାଅ ।

ବରଦାନ:-
ବ୍ରହ୍ମାବାବାଙ୍କୁ ଅନୁକରଣ କରି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଉଥିବା ସମାନ ଆତ୍ମା ହୁଅ ।

ସବୁ ପିଲାଙ୍କର ବ୍ରହ୍ମାବାବାଙ୍କ ପ୍ରତି ବହୁତ ସ୍ନେହ ରହିଛି, ତେବେ ସ୍ନେହର ପ୍ରତୀକ ହେଉଛି ସମାନ ହେବା । ସେଥିପାଇଁ ସଦା ସର୍ବଦା ଏହି ଲକ୍ଷ୍ୟ ରଖ ଯେ ପ୍ରଥମେ ମୁଁ କିନ୍ତୁ ଈର୍ଷାର ବଶବର୍ତ୍ତୀ ହୋଇ ପ୍ରଥମେ ମୁଁ ନୁହେଁ କାରଣ ତାହା କ୍ଷତି କରିଥାଏ । କିନ୍ତୁ ବାବାଙ୍କୁ ଅନୁକରଣ କରିବାରେ ଯଦି ପ୍ରଥମେ ମୁଁ କହିବ ଏବଂ କରିବ ତେବେ ନମ୍ବରୱାନ ଆତ୍ମାଙ୍କ ସାଥୀରେ ତୁମେ ମଧ୍ୟ ପ୍ରଥମ ନମ୍ବର ହୋଇଯିବ । ଯେପରି ବ୍ରହ୍ମାବାବା ନମ୍ବରୱାନ ହେଲେ ସେହିପରି ଯେଉଁମାନେ ବି ତାଙ୍କୁ ଅନୁକରଣ କରୁଛ ସେମାନେ ମଧ୍ୟ ନମ୍ବରୱାନ ହେବାର ଲକ୍ଷ୍ୟ ରଖ । ଯିଏ କରିବ ସିଏ ପ୍ରଥମ ନମ୍ବରରେ ଆସିପାରିବ । ସମସ୍ତଙ୍କୁ ନମ୍ବରୱାନ ପଦ ପ୍ରାପ୍ତ କରିବାର ସୁଯୋଗ ରହିଛି । କାରଣ ପ୍ରଥମ ଶ୍ରେଣୀର ପଦ ମଧ୍ୟ ବହୁତ ଅଛି, କମ ନୁହେଁ ।

ସ୍ଲୋଗାନ:-
ସଫଳତାର ମୂର୍ତ୍ତି ହେବା ପାଇଁ ହେଲେ ସ୍ୱ ସେବା ଏବଂ ଅନ୍ୟର ସେବା ଏକା ସାଥୀରେ କର ।