02.01.2019          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ମିଠେ ବଚ୍ଚେ: ଏହି ପୁରୁଷୋତ୍ତମ ସଂଗମଯୁଗରେ ପୁରୁଷୋତ୍ତମ ହେବା ପାଇଁ ଭଲ ଭାବରେ ପୁରୁଷାର୍ଥ କର । ଯେତେ ଦୂର ସମ୍ଭବ ଯୋଗ ଏବଂ ପାଠପଢା ପ୍ରତି ଧ୍ୟାନ ଦିଅ ।

ପ୍ରଶ୍ନ:-
ତୁମେ ପିଲାମାନେ ବହୁତ ବଡ ବ୍ୟବସାୟୀ ଅଟ, ତୁମମାନଙ୍କୁ ସର୍ବଦା କେଉଁ କଥା ଉପରେ ଧ୍ୟାନ ଦେଇ ବିଚାର କରିବା ଆବଶ୍ୟକ ?

ଉତ୍ତର:-
ସର୍ବଦା ଲାଭ ଓ କ୍ଷତିର ବିଚାର କର, ଯଦି ଏହାର ବିଚାର କରିବ ନାହିଁ ତେବେ ପ୍ରଜାରେ ମଧ୍ୟ ଦାସଦାସୀ ହେବାକୁ ପଡିବ । ବାବା ୨୧ ଜନ୍ମର ଯେଉଁ ସମ୍ପତ୍ତି ଦେଉଛନ୍ତି ତାକୁ ହରାଇଦେବ ସେଥିପାଇଁ ବାବାଙ୍କ ସହିତ ଭଲ ଭାବରେ ସଉଦା କର । ବାବା ତ ଦାତା ଅଟନ୍ତି, ତୁମେ ପିଲାମାନେ ସୁଦାମା ଭଳି ଚାଉଳ ମୁଠାଏ ଦେଇ ତାଙ୍କଠାରୁ ବିଶ୍ୱର ରାଜତ୍ୱ ନେଉଛ ।

ଓମ୍ ଶାନ୍ତି ।
ପିଲାମାନେ ଏଠାରେ ବସିଛନ୍ତି । ଏହା ହେଉଛି ସ୍କୁଲ । ଏହା କୌଣସି ସତସଙ୍ଗ ନୁହେଁ । ସମ୍ମୁଖରେ ମହନ୍ତ, ବ୍ରାହ୍ମଣ ବା କୌଣସି ସନ୍ନ୍ୟାସୀ ବସି ନାହାଁନ୍ତି । ସ୍ୱାମୀଜୀ ଅସନ୍ତୁଷ୍ଟ ହୋଇ ନଯାଆନ୍ତୁ ଏଠାରେ ଏଭଳି ଡରିବାର କୌଣସି କଥା ହିଁ ନାହିଁ । ଭକ୍ତିମାର୍ଗରେ ଘରକୁ ଆମନ୍ତ୍ରିତ ସାଧୁ ସନ୍ନ୍ୟାସୀଙ୍କ ପାଦ ଧୋଇ ପିଇଥାଆନ୍ତି । କିନ୍ତୁ ଇଏ ତ ପିତା ଅଟନ୍ତି । ଘରେ କଣ ପିଲାମାନେ ବାପାଙ୍କୁ ଡରିଥାଆନ୍ତି କି ? ତୁମେ ତ ବାବାଙ୍କ ସହ ଖାଉଛ ପିଉଛ, ଖେଳୁଛ । ସନ୍ନ୍ୟାସୀ ଗୁରୁ ଆଦିଙ୍କ ସହିତ କଣ ଏଭଳି କରିଥାଆନ୍ତି କି ? ସେଠାରେ ତ ସେମାନଙ୍କୁ ସାରା ଦିନ ଗୁରୁଜୀ ଗୁରୁଜୀ କହି ସମ୍ବୋଧନ କରିଥାଆନ୍ତି । କିନ୍ତୁ ଏଠାରେ ଏଭଳି କରିବାର ଆବଶ୍ୟକତା ହିଁ ନାହିଁ । କାରଣ ଆମର ଇଏ ତ ପିତା ଅଟନ୍ତି । ଗୁରୁଙ୍କଠାରୁ ଏବଂ ଶିକ୍ଷକଙ୍କଠାରୁ ଭିନ୍ନ ଭିନ୍ନ ପ୍ରାପ୍ତି ହୋଇଥାଏ । ଲୌକିକରେ ପିତାଙ୍କଠାରୁ ତ ସମ୍ପତ୍ତି ମିଳିଥାଏ । ସନ୍ତାନ ଜନ୍ମ ହେବା ମାତ୍ରେ ଉତ୍ତରାଧିକାରୀ ହୋଇଯାଏ । ଏଠାରେ ମଧ୍ୟ ବାବାଙ୍କୁ ଜାଣିଲେ ବାବାଙ୍କର ସନ୍ତାନ ହେଲେ, ବାସ୍ ଆମେ ସ୍ୱର୍ଗର ମାଲିକ ହୋଇଗଲେ । ବାବା ହେଉଛନ୍ତି ସ୍ୱର୍ଗର ରଚୟିତା । ଏହି ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ରାଜପଦ କିପରି ଓ କେଉଁଠାରୁ ନେଲେ ଏହା କେହି ବି ଜାଣିନାହାଁନ୍ତି । ତୁମେ ଜାଣୁଛ ଯେ ଆମେ ହିଁ ଏହିଭଳି ଥିଲୁ ପୁଣି ଆମେ ହିଁ ଏହିଭଳି ହେଉଛୁ । ମନୁଷ୍ୟ ତ କିଛି ବି ବିଚାର କରୁନାହାଁନ୍ତି ଯେ ଏମାନେ କିଏ ? ଆମେ କାହାକୁ ପୂଜା କରୁଛେ । ଶିବ ମନ୍ଦିରକୁ ଯାଇ କେବଳ ପାଣି ଢାଳି ଆସିଥାଆନ୍ତି, କିଛି ବି ବୁଝିନଥାନ୍ତି । ତୁମକୁ ଏବେ ଅନୁଭବ ହେଉଛି ଯେ ଆମେ ଏହି ମୃତ୍ୟୁଲୋକରେ ଶରୀର ତ୍ୟାଗ କରି ଅମରଲୋକକୁ ଯିବୁ । ଏହା କେତେ ଉଚ୍ଚ ପ୍ରାପ୍ତି ଅଟେ । ଭକ୍ତିମାର୍ଗରେ ତ କିଛି ବି ପ୍ରାପ୍ତି ନାହିଁ । ବାବା (ବ୍ରହ୍ମାବାବା) ନିଜେ କହୁଛନ୍ତି ଯେ ମୁଁ ୧୨ ଜଣ ଗୁରୁ କରିଥିଲି । ଏବେ ଜାଣୁଛି ଯେ ଏହା ଦ୍ୱାରା କେବଳ ସମୟ ନଷ୍ଟ ହୋଇଗଲା ଏବଂ ଆହୁରି ଅଧିକ ତଳକୁ ଖସିଗଲି । କିନ୍ତୁ ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ଅଛି । ଆମର କାହା ସହ ଶତ୍ରୁତା ନାହିଁ । ଆମର ଏକ ବାବାଙ୍କ ସହିତ ପ୍ରୀତି ରହିଛି । ତୁମେ କ୍ଲାସ ରୁମକୁ ଆସିବା ସମୟରେ ଏହି ଚିତ୍ରକୁ ଦେଖି ଖୁସି ହେବା ଦରକାର ଯେ ଆମେ ପାଠପଢି ଏଭଳି ଶ୍ରେଷ୍ଠ ହେଉଛୁ । ତୁମକୁ ଜଣା ଅଛି ଯେ ଏହି ରାଜଧାନୀ କିଭଳି ସ୍ଥାପନା ହେଉଛି । ବାବା କହୁଛନ୍ତି ପିଲାମାନେ ଦ୍ୱନ୍ଦରେ ଆସ ନାହିଁ । ବାବା ଏତେ ଭଲ ଭାବରେ ବୁଝାଉଛନ୍ତି ତଥାପି ମଧ୍ୟ ଆଶ୍ଚର୍ଯ୍ୟର କଥା, ଯେ ଶୁଣନ୍ତି, କୁହନ୍ତି ପୁଣି ପଳାୟନ କରିଥାଆନ୍ତି, ମାୟାର ହୋଇଯାଆନ୍ତି । ଯେଉଁମାନେ ଗୋଟିଏ ରାଜଧାନୀ ଛାଡି ଅନ୍ୟ ରାଜ୍ୟର ହୋଇଯାଇଥାଆନ୍ତି ସେମାନଙ୍କୁ ବିଶ୍ୱାସଘାତୀ କୁହାଯାଏ । ବାବା କେତେ ଭଲ ଭାବେ ପୁରୁଷାର୍ଥ କରାଉଛନ୍ତି କିନ୍ତୁ ଭକ୍ତିମାର୍ଗରେ କେତେ ଭ୍ରମିତ ହେଉଛନ୍ତି । ଦାନ-ପୁଣ୍ୟ, ତୀର୍ଥ-ବ୍ରତ ଇତ୍ୟାଦି ବହୁତ କରୁଛନ୍ତି । ଆଚ୍ଛା ଯଦି ସାକ୍ଷାତ୍କାର ହେଲା, ତେବେ କଣ ଲାଭ ହେଲା । ଚଢତିକଳା ତ ହେଲା ନାହିଁ ଆହୁରି ଅଧୋଗତି ହୋଇଗଲା । କିନ୍ତୁ ଏଠାରେ ତୁମର ଦିନକୁ ଦିନ ଚଢତି କଳା ହେଉଛି । ବାକି ସମସ୍ତଙ୍କର ଅଧୋଗତି ହେଉଛି । ଗୁରୁଲୋକମାନେ ମଧ୍ୟ କହିଥାଆନ୍ତି ଜ୍ଞାନ ହେଉଛି ବ୍ରହ୍ମାଙ୍କ ଦିନ, ଭକ୍ତି ହେଉଛି ବ୍ରହ୍ମାଙ୍କର ରାତ୍ରୀ । ଜ୍ଞାନ ଓ ଭକ୍ତି ମଧ୍ୟରେ ରାତି ଦିନର ଅନ୍ତର ରହିଛି । ଜ୍ଞାନ ଦ୍ୱାରା ସୁଖ ପ୍ରାପ୍ତ ହୁଏ । ବାବା କେତେ ସହଜ ଭାବେ ବୁଝାଉଛନ୍ତି ଯେ ତୁମେ ହିଁ ବିଶ୍ୱର ମାଲିକ ଥିଲ ଏବଂ ତୁମେ ହିଁ ଅଧୋଗତିକୁ ପ୍ରାପ୍ତ କରିଛ । ଏବେ ବାବା କହୁଛନ୍ତି କେବଳ ନିଜକୁ ଆତ୍ମା ମନେକର । ଆତ୍ମା ଅବିନାଶୀ । ଆତ୍ମା କହୁଛି ହେ ଅବିନାଶୀ ପିତା, ଆପଣ ଆସି ଆମକୁ ପବିତ୍ର କରନ୍ତୁ, ଏଥିରେ ମୁକ୍ତି ଜୀବନମୁକ୍ତି ସବୁ କିଛି ସମାହିତ ରହିଛି । ତୁମେ ଏବେ ବୁଝୁଛ ଭକ୍ତି ମାର୍ଗରେ ଆମେ କିଛି ବି ଜାଣିନଥିଲୁ, କେବଳ ଭଗବାନଙ୍କୁ ଖୋଜୁଥିଲୁ । ଗାୟନ କରୁଥିଲୁ ହେ ଭଗବାନ ଦୟା କର । ଭଗବାନ କହିବା ଦ୍ୱାରା ଏତେ ଖୁସି ମିଳିନଥାଏ । ସମ୍ପତ୍ତି ମନେ ପଡିନଥାଏ । ସର୍ବୋଚ୍ଚ ଶିବାବାବ କହିବା ମାତ୍ରେ ତୁରନ୍ତ ସମ୍ପତ୍ତି ମନେ ପଡିଯାଉଛି । ଏବେ ତୁମେ ବୁଝୁଛ ଯେ ଏହା ହେଉଛି ରାବଣ ରାଜ୍ୟ । ରାମରାଜ୍ୟ ହୋଇଥାଏ ସତ୍ୟଯୁଗରେ । ଏବେ ତ କଳିଯୁଗ । ସତ୍ୟଯୁଗରେ ଜନଂସଖ୍ୟା କମ ଥିଲା କେବଳ ଏକ ଆଦି ସନାତନ ଧର୍ମ ଥିଲା । ସୁଖ ଶାନ୍ତି ସବୁକିଛି ଥିଲା । ଏଠାରେ ତ ମନୁଷ୍ୟ ଶାନ୍ତି ପାଇଁ ଏଣେତେଣେ ଘୁରି ବୁଲୁଛନ୍ତି । କନଫରେନ୍ସ (ସମ୍ମିଳନୀ) ଆଦିରେ କେତେ ଖର୍ଚ୍ଚ କରୁଛନ୍ତି । ତୁମେ ତାଙ୍କୁ ଲେଖିପାରିବ ପରମାତ୍ମା, ଶାନ୍ତିର ସାଗର, ପବିତ୍ରତାର ସାଗର, ସମ୍ପତ୍ତିର ମଧ୍ୟ ସାଗର ଅଟନ୍ତି । ସବୁ କିଛି ତାଙ୍କଠାରୁ ହିଁ ପ୍ରାପ୍ତ ହୋଇଥାଏ ।

ଏବେ ତୁମେ ଜାଣୁଛ ସତ୍ୟଯୁଗରେ ଆମେ ବହୁତ ଧନବାନ ଥିଲୁ । ସେଠାରେ ବିଶ୍ୱରେ ଶାନ୍ତି ଥିଲା । ବାକି ଆତ୍ମାମାନେ ମଧ୍ୟ ପରମଧାମରେ ଘରେ ଶାନ୍ତିରେ ଥିଲେ । ସାରା ବିଶ୍ୱରେ କେବଳ ଆମେମାନେ ହିଁ ଥିଲେ ତେଣୁ ସୁଖ ଶାନ୍ତି ସବୁକିଛି ଥିଲା । ତେଣୁ ପିଲାମାନଙ୍କୁ ବହୁତ ଖୁସି ହେବା ଉଚିତ୍ । ଏଭଳି ସ୍ୱର୍ଗ ଦୁନିଆ ପାଇଁ ମଧ୍ୟ ଶାସ୍ତ୍ରରେ କଣ କଣ ସବୁ ଲେଖି ଦେଇଛନ୍ତି । ବାବା କହୁଛନ୍ତି ମୁଁ ତୁମକୁ ଏତେ ଭଲ ଭାବରେ ବୁଝାଉଛି ଯଦ୍ୱାରା ତୁମକୁ କୌଣସି ପ୍ରଶ୍ନ ଆଦି ପଚାରିବାର ଦରକାର ପଡିବ ନାହିଁ । ପ୍ରଥମେ ମୋତେ ମନେପକାଅ । ତୁମେ ଡାକୁଛ ଏଠାକୁ ଆସି ପତିତମାନଙ୍କୁ ପବିତ୍ର କର ଅର୍ଥାତ୍ ପୁରୁଣା ଦୁନିଆକୁ ନୂଆ କର । କିନ୍ତୁ ଅର୍ଥ କିଛି ବି ବୁଝୁନାହାଁନ୍ତି । ସୂତା ଅଡୁଆ ହୋଇଯାଇଛି, ଏବେ ସଜାଡିବାକୁ ପଡୁଛି । ତେବେ ଭକ୍ତିମାର୍ଗରେ କେତେ ଚିତ୍ର ତିଆରି କରିଛନ୍ତି । ଶ୍ରୀକୃଷ୍ଣଙ୍କୁ ଚକ୍ର ଦେଇ ଦେଇଛନ୍ତି ଯେଉଁଥିରେ ସିଏ ଅକାସୁର, ବକାସୁରକୁ ମାରିଥିଲେ । ଆରେ ସେ କଣ ହିଂସୃକ ପ୍ରକୃତିର ଥିଲେ କି ? ପୁଣି କହୁଛନ୍ତି ଅମୁକ ଅମୁକଙ୍କୁ ହରଣ କରିନେଲେ ଅର୍ଥାତ୍ ତାଙ୍କୁ ଡବଲ ହିଂସକ କରିଦେଇଛନ୍ତି । ଏହା ଆଶ୍ଚର୍ଯ୍ୟର କଥା ନା ଯେଉଁମାନେ ଶାସ୍ତ୍ର ତିଆରି କରିଛନ୍ତି ଏସବୁ ତାଙ୍କର ବୁଦ୍ଧିର ଚମତ୍କାରୀ । ତଥାପି ମଧ୍ୟ ତାଙ୍କୁ ବ୍ୟାସ ଭଗବାନ ବୋଲି କହୁଛନ୍ତି । ଏବେ ବାବା କହୁଛନ୍ତି ମୋତେ ମନେ ପକାଅ ଏବଂ ଦୈବୀଗୁଣକୁ ଧାରଣ କର । ଏଠାରେ ଆଉ କୌଣସି କଥା ହିଁ ନାହିଁ । ତୁମକୁ ଯୋଗଯୁକ୍ତ ହୋଇ ବସିବା ପାଇଁ କୁହାଯାଉଛି କାରଣ ବହୁତ ଅଛନ୍ତି ଯେଉଁମାନେ ବାବାଙ୍କୁ ମନେ ପକାଉ ନାହାଁନ୍ତି । ନିଜର ଧନ୍ଦା ଇତ୍ୟାଦିରେ ରହିଥାନ୍ତି । ତାଙ୍କୁ ସମୟ ହିଁ ନାହିଁ । କିନ୍ତୁ ଏଠାରେ ତ କର୍ମ କରି ମଧ୍ୟ ବୁଦ୍ଧିରେ ମନେ ପକାଇବାକୁ ହେବ । ମୁଁ ପ୍ରିୟତମଙ୍କର ତୁମେ ପ୍ରିୟତମା ଅଟ । ଏବେ ମୁଁ ତୁମକୁ କହୁଛି ଅନ୍ୟ ସବୁଥିରୁ ବୁଦ୍ଧିଯୋଗ ହଟାଇ ମୋ ସହିତ ଯୋଗ ଲଗାଅ । ଖାଇବା ପିଇବା ସମୟରେ ମଧ୍ୟ ଏହି ଅଭ୍ୟାସ କର ଯେ ମୁଁ ଆତ୍ମା ଅଟେ ଏବଂ ବାବାଙ୍କୁ ମଧ୍ୟ ମନେ ପକାଅ । ବାବା ତୁମକୁ କେତେ ଶ୍ରେଷ୍ଠ କରୁଛନ୍ତି । ତୁମେ ଏହି ପାଇ ପଇସାର କଥାକୁ ମଧ୍ୟ ମାନୁନାହଁ, ମୋତେ ମନେ ପକାଉନାହଁ । ନିଜର ପିଲାଛୁଆଙ୍କୁ ମନେ ପକାଉଛ, ମୋତେ ମନେ ପକାଇ ପାରୁନାହଁ । ବାସ୍ତବରେ ନିଷ୍ଠା ଅକ୍ଷର କହିବା ମଧ୍ୟ ଭୁଲ ଅଟେ । ବାବା ସମ୍ମୁଖରେ ଆସି କହୁଛନ୍ତି ମୋତେ ମନେ ପକାଅ । କଳ୍ପ ପୂର୍ବରୁ ମଧ୍ୟ ବାବା ସମ୍ମୁଖରେ ବୁଝାଇଥିଲେ । ଏବେ ମଧ୍ୟ ବୁଝାଉଛନ୍ତି ମଧୁର ସନ୍ତାନମାନେ, ଗୋଟିଏ କଳ୍ପ ପରେ ମିଳନ ହେଉଥିବା ଗେହ୍ଲା ସନ୍ତାନମାନେ-- ଏବେ ତୁମର ୮୪ ଜନ୍ମ ଶେଷ ହେଲା । ଏବେ ଘରକୁ ଫେରିବା ପାଇଁ ତୁମକୁ ନିଶ୍ଚିତ ରୂପେ ପବିତ୍ର ହେବାକୁ ପଡିବ । ବିକାର ଗ୍ରସ୍ଥ ହେବା କାରଣରୁ ହିଁ ତୁମେ ବହୁତ ପତିତ ହୋଇଯାଇଛ । ଯଦି ପବିତ୍ର ନ ହେବ ତେବେ ନିଚ୍ଚ ପଦ ମିଳିବ । ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ ଏବଂ ୮୪ ଜନ୍ମର ଚକ୍ରକୁ ମଧ୍ୟ ମନେ ପକାଅ । ଏହା ହିଁ ହେଉଛି ସ୍ୱଦର୍ଶନ ଚକ୍ର । ଏହାର ଅର୍ଥକୁ ମଧ୍ୟ କେହି ଜାଣିନାହାଁନ୍ତି । ଏବେ ତୁମକୁ ମୁଖ ଦ୍ୱାରା ଜ୍ଞାନର ଶଂଙ୍ଖଧ୍ୱନି କରିବାର ଅଛି । ଏହା ହେଉଛି ଜ୍ଞାନର କଥା । ଇଏ ହେଉଛନ୍ତି ତୁମର ଅବିନାଶୀ ପିତା, ଯିଏକି ସ୍ୱର୍ଗର ରଚୟିତା ଅଟନ୍ତି । ବାବାଙ୍କୁ ମନେ ପକାଅ ତେବେ ତୁମର ଉନ୍ନତି ହେବ । ଏହା କେତେ ସହଜ କଥା ।

ତୁମେ ପିଲାମାନେ ଏବେ ବୁଝୁଛ ଯେ ଏହା ହେଉଛି ପୂର୍ବ ନିର୍ଦ୍ଧାରିତ ଡ୍ରାମା । ପ୍ରତି ୫ ହଜାର ବର୍ଷ ପରେ ବାବା ଆସୁଛନ୍ତି । ଏବେ ତୁମେ ଭଲ ଭାବରେ ପୁରୁଷାର୍ଥ କର । ଧନ ପଛରେ କାହିଁକି ଦୌଡୁଛ । ଯଦିଓ ମାସକୁ ଲକ୍ଷେ ଦୁଇଲକ୍ଷ ରୋଜଗାର କରିବ କିନ୍ତୁ ଏସବୁ ତ ବିନାଶ ହୋଇଯିବ । ପିଲାଛୁଆ ଖାଇବା ପାଇଁ ରହିବେ ହିଁ ନାହିଁ । ତୁମର ଲୋଭ ରହୁଛି ଯେ ପୁଅ, ନାତି, ଅଣନାତି ଖାଇବେ । ଏପରି ନୁହେଁ ଯେ ପୁନର୍ଜନ୍ମ ମଧ୍ୟ ସମସ୍ତେ ଏହି କୁଳରେ ହିଁ ନେବେ । ଜଣା ନାହିଁ ପୁନର୍ଜନ୍ମ ତ କେଉଁଠି କେଉଁଠି ନେଉଛନ୍ତି । ତୁମେ ତ ୨୧ ଜନ୍ମର ସମ୍ପତ୍ତି ପ୍ରାପ୍ତ କରୁଛ । ଯଦି କମ ପୁରୁଷାର୍ଥ କରିବ ତେବେ ପ୍ରଜାଙ୍କର ମଧ୍ୟ ଦାସ ଦାସୀ ହେବ ତେବେ କେତେ କ୍ଷତି ହୋଇଯିବ । ତେଣୁ ଲାଭ ଏବଂ କ୍ଷତିର ହିସାବ ତ ରଖିବାକୁ ହେବ । ବ୍ୟବସାୟୀମାନେ ବହୁତ ପାପ କରିଥାନ୍ତି କିନ୍ତୁ ସେମାନେ କିଛି ଅଂଶ ଧର୍ମ କାର୍ଯ୍ୟ ପାଇଁ ଦାନ ମଧ୍ୟ କରିଥାଆନ୍ତି । ଏହା ତ ଅବିନାଶୀ ଜ୍ଞାନ ରତ୍ନର ବ୍ୟବସାୟ । କିନ୍ତୁ ଏହି ବ୍ୟବସାୟ କେହି କେହି ଅନନ୍ୟ ସନ୍ତାନ ହିଁ କରିଥାଆନ୍ତି । ଏହି ସଉଦା ସିଧାସଳଖ ବାବାଙ୍କ ସହ କରିବାକୁ ହେବ । ବାବା ଜ୍ଞାନ ରତ୍ନ ଦେଉଛନ୍ତି, ସେ ତ ଦାତା ଅଟନ୍ତି । ପିଲାମାନେ ମୁଠାଏ ଚାଉଳ ଦେଉଛନ୍ତି କିନ୍ତୁ ବାବା ତ ଅସରନ୍ତି ସୁଖର ରାଜ୍ୟ ଦେଉଛନ୍ତି । ଅସରନ୍ତି ସୁଖର ରାଜ୍ୟ ତୁଳନାରେ ପିଲାମାନେ ଯାହା ଦେଉଛନ୍ତି ତାହା ଚାଉଳ ମୁଠାଏ ସଦୃଶ ହେଲା ନା । ତୁମେ ସମସ୍ତେ ସୁଦାମା ଅଟ । କଣ ଦେଉଛ ଏବଂ କଣ ନେଉଛ ? ବିଶ୍ୱର ରାଜତ୍ୱ ନେଉଛ ସାରା ବିଶ୍ୱର ମାଲିକ ହେଉଛ । ବୁଦ୍ଧି ସ୍ୱୀକାର କରୁଛି ଯେ ସେଠାରେ କେବଳ ଭାରତ ଭୂଖଣ୍ଡ ହିଁ ରହିବ । ପ୍ରକୃତି ମଧ୍ୟ ସତ୍ତ୍ୱପ୍ରଧାନ ହେବ ଏବଂ ଆତ୍ମା ମଧ୍ୟ ସତ୍ତ୍ୱପ୍ରଧାନ ହେବ । ସତ୍ୟଯୁଗରେ ତୁମେ ଦେବତାମାନେ ସୁବର୍ଣ୍ଣ ଭଳି ପବିତ୍ର ଥିଲ । ପୁଣି ତ୍ରେତାଯୁଗରେ ଆତ୍ମାରେ ରୂପାର ମିଶ୍ରଣ ହେଲା ତେଣୁ ତାହାକୁ ରୌପ୍ୟଯୁଗ ବୋଲି କୁହାଯାଉଛି । ସିଡିରେ ଧୀରେ ଧୀରେ ତଳକୁ ଖସୁଛନ୍ତି । ବର୍ତ୍ତମାନ ସମୟରେ ତୁମେ ବହୁତ ଉଚ୍ଚ ସ୍ଥାନରେ ଅଛ । ବିରାଟ ରୂପର ଚିତ୍ର ମଧ୍ୟ ରହିଛି । କେବଳ ଅର୍ଥ ବୁଝୁନାହାଁନ୍ତି । ଢେର ଚିତ୍ର ରହିଛି । କେହି ଯୀଶୁ ଖ୍ରୀଷ୍ଟଙ୍କର ଚିତ୍ର ରଖିଥାଆନ୍ତି ତ କେହି ସାଇବାବାଙ୍କର । ମୁସଲମାନଙ୍କୁ ମଧ୍ୟ ଗୁରୁ କରିଥାଆନ୍ତି । ପୁଣି ସେଠାକୁ ଯାଇ ଏକତ୍ର ମଦ୍ୟ ପାନ କରିଥାଆନ୍ତି । ବାବା କହୁଛନ୍ତି ଦେଖ ଦୁନିଆରେ କେତେ ଅଜ୍ଞାନତା ରୂପି ଅନ୍ଧକାର । ଏସବୁ ହେଉଛି ଭକ୍ତିମାର୍ଗର ଅନ୍ଧକାର ।

ତୁମକୁ ସଙ୍ଗ ଦୋଷରୁ ଦୂରେଇ ରହିବାକୁ ହେବ । କୁହାଯାଏ ସଙ୍ଗ ଉଦ୍ଧାର କରେ ଓ କୁସଙ୍ଗ ବୁଡାଇ ଦିଏ । ମାୟାର ୫ ବିକାର ହିଁ ହେଉଛି କୁସଙ୍ଗ । ଏବେ ତୁମକୁ ସତ୍ୟପିତାଙ୍କର ସାନିଧ୍ୟ ମିଳିଛି, ଯାହା ଦ୍ୱାରା ତୁମେ ପାରି ହୋଇଯାଉଛ । ଏକମାତ୍ର ବାବା ହିଁ ସତ୍ୟ କହୁଛନ୍ତି । କଳ୍ପ କଳ୍ପ ତୁମକୁ ସତସଙ୍ଗ ମିଳୁଛି ପୁଣି ଅଧାକଳ୍ପ ପରେ ରାବଣର କୁସଙ୍ଗ ମିଳୁଛି । ଏହା ମଧ୍ୟ ବୁଝୁଛ ଯେ କଳ୍ପ ପୂର୍ବ ଭଳି ରାଜଧାନୀ ନିଶ୍ଚିତ ସ୍ଥାପନ ହେବ । ତୁମେ ନିଶ୍ଚିତ ରୂପେ ବିଶ୍ୱର ମାଲିକ ହେବ । ଏଠାରେ ତ ବିଭାଜନ କାରଣରୁ କେତେ ଝଗଡା ହେଉଛି । ସେଠାରେ ତ ଗୋଟିଏ ଧର୍ମ ରହିବ । ଦେବତାମାନଙ୍କର ଅଦ୍ୱୈତ ରାଜ୍ୟ ଥିବା ସମୟରେ ବିଶ୍ୱରେ ଶାନ୍ତି ଥିଲା । ଗୋଟିଏ ହିଁ ଧର୍ମ ଥିଲା । ସେଠାରେ ଅଶାନ୍ତି କେଉଁଠାରୁ ଆସିବ । ତାହା ତ ହେଉଛି ଈଶ୍ୱରୀୟ ରାଜ୍ୟ । ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ପରମାତ୍ମା ରାଜ୍ୟ ସ୍ଥାପନ କରୁଛନ୍ତି ତେବେ ସେଠାରେ ନିଶ୍ଚିତ ସୁଖ ରହିବ ନା । ପିତାଙ୍କର ପିଲାମାନଙ୍କ ପ୍ରତି ସ୍ନେହ ରହିଥାଏ ନା । ବାବା କହୁଛନ୍ତି ମୁଁ ଜାଣିଛି ତୁମମାନଙ୍କୁ କେତେ ଧକ୍କା ଖାଇବାକୁ ପଡୁଛି । ଭାବୁଛନ୍ତି ଭଗବାନ କୌଣସି ନା କୌଣସି ରୂପରେ ଆସିବେ । ତେବେ ବୃଷଭ ଉପରେ ବସିଥିବାର ଦେଖାଇଥାନ୍ତି । ବୃଷଭ ଉପରେ କେବେ କଣ କେହି ବସିବେ କି ? ଦେଖ କେତେ ଅଜ୍ଞାନତା ରୂପୀ ଅନ୍ଧକାର ରହିଛି ତେବେ ତୁମେ ପିଲାମାନେ ସମସ୍ତଙ୍କୁ ଜଣାଅ ଯେ ବାବାଏବେ ସମସ୍ତଙ୍କୁ ସମ୍ପତ୍ତି ଦେବା ପାଇଁ ଆସିଛନ୍ତି । ବ୍ରହ୍ମାଙ୍କ ଦ୍ୱାରା ନୂଆ ଦୁନିଆର ସ୍ଥାପନା ହେଉଛି । ତେଣୁ ବାବା ସର୍ବଦା କଳ୍ପବୃକ୍ଷ ସହିତ ବଟବୃକ୍ଷର ତୁଳନା କରିଥାନ୍ତି । ଏବେ ସେହି କଳ୍ପ ବୃକ୍ଷର ମୂଳଦୁଆର ପୁନଃସ୍ଥାପନା କରୁଛନ୍ତି । ସେଠାରେ ଏହି ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ରହିବ ନାହିଁ । ଭାରତ ହେଉଛି ଅବିନାଶୀ ଭୂମି ଏବଂ ଅବିନାଶୀ ତୀର୍ଥ ମଧ୍ୟ ତାସହିତ ବାବାଙ୍କର ଜନ୍ମଭୂମୀ ମଧ୍ୟ ଅଟେ । ବାବା ମଧୁର ସନ୍ତାନମାନଙ୍କୁ କେତେ ସ୍ନେହର ସହିତ ବୁଝାଉଛନ୍ତି । ଟିଚର ରୂପରେ ପଢାଉଛନ୍ତି । ତୁମେ ପିଲାମାନେ ପାଠପଢି ମୋଠାରୁ ମଧ୍ୟ ଉଚ୍ଚ ହୋଇଯାଉଛ । ମୁଁ ତ ରାଜତ୍ୱ ନେଉନାହିଁ । ତୁମେ ମୋତେ କେବେ ସ୍ୱର୍ଗକୁ ଆସିବା ପାଇଁ ନିମନ୍ତ୍ରଣ ଦେଇଛ କି କିନ୍ତୁ ମୁଁ ତୁମକୁ ସ୍ୱର୍ଗକୁ ପଠାଇ ଦେଉଛି । ଏହା କେତେ ମଜାଳିଆ ଖେଳ ଅଟେ ନା । ବାବା କହୁଛନ୍ତି ଆଚ୍ଛା ପିଲାମାନେ ଅମର ଭବ । ମୁଁ ତ ସେଠାରେ ଯାଇ ବାନପ୍ରସ୍ଥ ଅବସ୍ଥାରେ ରହୁଛି । ବାବା କହୁଛନ୍ତି ବର୍ତ୍ତମାନ ତ ଅନେକ ପ୍ରକାରର ବିପର୍ଯ୍ୟୟ ମୁଣ୍ଡ ଉପରେ ଝୁଲୁଛି, ତେଣୁ ଏହି ପୁରୁଷୋତ୍ତମ ସଂଗମଯୁଗରେ ପୁରୁଷୋତ୍ତମ ହେବାର ପୁରା-ପୁରା ପୁରୁଷାର୍ଥ କର । ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ କରିଚାଲ ତେବେ ବିକର୍ମ ବିନାଶ ହେବ ଏବଂ ଯେତେ ପାଠ ପଢିବ ସେଠାରେ ତୁମେ ଉଚ୍ଚ କୂଳରେ ଉଚ୍ଚ ପଦ ପାଇବେ । ବାବା କହୁଛନ୍ତି ନିଜେ ମନ୍ଥନ କଲେ ନିଶା ଚଢିବ । ସଦାସର୍ବଦା ବାବାଙ୍କଠାରୁ ହିଁ ପିଲାମାନଙ୍କୁ ସମ୍ପତ୍ତି ମିଳିଥାଏ । ଲୌକିକରେ ତ ପୁତ୍ରକୁ ସମ୍ପତ୍ତି ମିଳିଥାଏ । ବାକି କନ୍ୟାକୁ ଦାନ କରାଯାଇଥାଏ । ଏଠାରେ ତ ସବୁ ଆତ୍ମାକୁ ଅବିନାଶୀ ସମ୍ପତ୍ତି ପ୍ରାପ୍ତ ହେଉଛି । ତେଣୁ ଏଥିପ୍ରତି ପୂରା ଧ୍ୟାନ ଦେବା ଆବଶ୍ୟକ । ଭଗବାନ ପଢାଉଛନ୍ତି ତେଣୁ ଗୋଟିଏ ଦିନ ମଧ୍ୟ ପାଠପଢା ବନ୍ଦ କରିବା ଉଚିତ୍ ନୁହେଁ । ତୁମେ ବାବାଙ୍କୁ କହୁଛ ମୋତେ ସମୟ ନାହିଁ । ମୋଠାରୁ ପାଠ ପଢିବା ପାଇଁ, ଆତ୍ମାକୁ ସମୟ ନାହିଁ ଏକଥା କହିବା ପାଇଁ ଲଜ୍ଜ୍ୟା ଆସୁନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସଂଗ ଦୋଷରୁ ନିଜକୁ ବହୁତ ଦୂରେଇ ସୁରକ୍ଷିତ ରଖିବାକୁ ହେବ । ଏକମାତ୍ର ସତ୍ୟ ପିତାଙ୍କର ସଂଗ କରିବାକୁ ହେବ । ୫ ବିକାର ରୂପୀ ମାୟାର ସଂଗରୁ ବହୁତ ଦୂରରେ ରହିବାକୁ ହେବ ।

(୨) ପାଠପଢା ପ୍ରତି ବହୁତ ଧ୍ୟାନ ଦେବାକୁ ହେବ । ନିଜର ପାଠପଢାର ନିଶାରେ ରହିବାକୁ ହେବ । କୁହାଯାଏ ନିଜେ ମନ୍ଥନ କଲେ ନିଶା ଚଢିବ । ଦିନକ ପାଇଁ ମଧ୍ୟ ପାଠପଢା ବନ୍ଦ କର ନାହିଁ ।

ବରଦାନ:-
ବାବାଙ୍କର ସହଯୋଗ ଆଧାରରେ ଶୂଳିକୁ କଣ୍ଟା କରି ସଦାକାଳ ପାଇଁ ନିଶ୍ଚିନ୍ତ ଏବଂ ଟ୍ରଷ୍ଟୀ ହୁଅ ।

ପୂର୍ବର ହିସାବ-କିତାବ ଶୂଳି ତୁଲ୍ୟ ଅଟେ କିନ୍ତୁ ବାବାଙ୍କର ସହଯୋଗ ଦ୍ୱାରା ତାହା କଣ୍ଟାରେ ପରିଣତ ହୋଇଯାଉଛି । ଅନେକ ପ୍ରକାରର ପରିସ୍ଥିତି ତ ନିଶ୍ଚିତ ଆସିବ କାରଣ ସବୁକିଛି ଏହିଠାରେ ହିଁ ଚୁକ୍ତ କରିବାକୁ ହେବ କିନ୍ତୁ ବାବାଙ୍କର ସହଯୋଗ ଶୂଳିକୁ କଣ୍ଟା କରିଦେଉଛି, ବଡ ଘଟଣାକୁ ଛୋଟ କରିଦେଉଛି କାହିଁକି ନା ବଡ ଅର୍ଥାତ୍ ସର୍ବଶକ୍ତିବାନ ବାବା ସାଥୀରେ ଅଛନ୍ତି । ତେଣୁ ଏହି ନିଶ୍ଚୟ ଆଧାରରେ ସର୍ବଦା ନିଶ୍ଚିତ ରୁହ ଏବଂ ଟ୍ରଷ୍ଟୀ ହୋଇ ମୋରକୁ ତୋରରେ ପରବର୍ତ୍ତନ କରି ହାଲୁକା ହୋଇଯାଅ ତେବେ ସବୁ ବୋଝ ଗୋଟିଏ ସେକେଣ୍ଡରେ ସମାପ୍ତ ହୋଇଯିବ ।

ସ୍ଲୋଗାନ:-
ଶୁଭଭାବନାର ଷ୍ଟକ୍ ଦ୍ୱାରା ନକାରାତ୍ମକକୁ ସକାରାତ୍ମକରେ ପରିବର୍ତ୍ତନ କର ।

ବ୍ରହ୍ମାବାବାଙ୍କ ସମାନ ହେବା ପାଇଁ ବିଶେଷ ପୁରୁଷାର୍ଥ:-
ଅନ୍ତର୍ମୁଖୀ ସ୍ଥିତି ଦ୍ୱାରା ପ୍ରତ୍ୟେକଙ୍କର ହୃଦୟର କଥାକୁ ଜାଣି ସେମାନଙ୍କୁ ସନ୍ତୁଷ୍ଟ କର । ସେଥିପାଇଁ ସାଧାରଣ ରୂପରେ ରହି ଅସାଧାରଣ ସ୍ଥିତିର ଅନୁଭବ ନିଜେ ମଧ୍ୟ କର ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଅ । ବାହ୍ୟମୁଖତାରେ ଆସିବା ସମୟରେ ଅନ୍ତର୍ମୁଖତା ସ୍ଥିତିକୁ ମଧ୍ୟ ସାଥୀରେ ରଖିଥାଅ ।