02.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ତୁମେ
ରାଜଋଷି ଅଟ, ତୁମକୁ ବେହଦର ବାବା ସାରା ପୁରୁଣା ଦୁନିଆର ସନ୍ନ୍ୟାସ କରିବା ଶିଖାଉଛନ୍ତି
ଯାହାଦ୍ୱାରା ତୁମେ ରାଜପଦ ପ୍ରାପ୍ତ କରିପାରିବ ।”
ପ୍ରଶ୍ନ:-
ଏହି ସମୟରେ
କୌଣସି ବି ମନୁଷ୍ୟର କର୍ମ, ଅକର୍ମ ଅର୍ଥାତ୍ କର୍ମର ଭଲ ବା ମନ୍ଦ ପ୍ରଭାବରୁ ମୁକ୍ତ ହୋଇପାରିବ
ନାହିଁ କାହିଁକି?
ଉତ୍ତର:-
କାହିଁକି ନା ସାରା ଦୁନିଆରେ ମାୟାର ରାଜ୍ୟ ଚାଲିଛି । ସମସ୍ତଙ୍କ ଭିତରେ ୫ ବିକାର ପ୍ରବେଶ କରିଛି
ସେଥିପାଇଁ ମନୁଷ୍ୟ ଯାହା ବି କର୍ମ କରୁଛି ତାହା ବିକର୍ମ ହିଁ ହେଉଛି । ସତ୍ୟଯୁଗରେ ହିଁ କର୍ମ
ଅକର୍ମ ହୋଇଥାଏ କାହିଁକି ନା ସେଠାରେ ମାୟା ନଥାଏ ।
ପ୍ରଶ୍ନ:-
କେଉଁ
ପିଲାମାନଙ୍କୁ ବହୁତ ଭଲ ପୁରସ୍କାର ମିଳିଥାଏ?
ଉତ୍ତର:-
ଯେଉଁମାନେ ଶ୍ରୀମତ ଆଧାରରେ ପବିତ୍ର ହୋଇ ଅନ୍ଧମାନଙ୍କର ଲାଠି ହେଉଛନ୍ତି, କେବେହେଲେ ୫ ବିକାରର
ବଶୀଭୂତ ହୋଇ କୁଳକୁ କଳଙ୍କିତ କରୁନାହାଁନ୍ତି, ସେମାନଙ୍କୁ ବହୁତ ଭଲ ପୁରସ୍କାର ମିଳିଯାଉଛି । ଯଦି
କେହି ବାରମ୍ବାର ମାୟାଠାରୁ ହାରିଯାଉଛନ୍ତି ତେବେ ସେମାନଙ୍କର ପାସପୋର୍ଟ ହିଁ ରଦ୍ଦ ହୋଇଯାଉଛି ।
ଗୀତ:-
ଓମ୍ ନମୋ ଶିବାୟ...
ଓମ୍ ଶାନ୍ତି ।
ସବୁଠାରୁ ଉଚ୍ଚ
ହେଉଛନ୍ତି ପରମପିତା ପରମାତ୍ମା ଅର୍ଥାତ୍ ପରମ ଆତ୍ମା । ସିଏ ରଚୟିତା ଅଟନ୍ତି । ପ୍ରଥମେ ବ୍ରହ୍ମା,
ବିଷ୍ଣୁ, ଶଙ୍କରଙ୍କୁ ରଚନା କରୁଛନ୍ତି ପୁଣି ତଳେ ରହିଥିବା ଅମର ଲୋକକୁ (ସତ୍ୟଯୁଗକୁ) ରଚନା
କରୁଛନ୍ତି, ସେଠାରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ରହିଛି । କେବଳ ସୂର୍ଯ୍ୟବଂଶୀଙ୍କର ରାଜ୍ୟ,
ଚନ୍ଦ୍ରବଂଶୀଙ୍କର ନୁହେଁ । ଏକଥା କିଏ ବୁଝାଉଛନ୍ତି? ଜ୍ଞାନର ସାଗର । ମନୁଷ୍ୟ, ମନୁଷ୍ୟକୁ କେବେ
ବୁଝାଇ ପାରିବେ ନାହିଁ । ବାବା ସବୁଠାରୁ ଉଚ୍ଚ ଅଟନ୍ତି, ଯାହାଙ୍କୁ ଭାରତବାସୀ ମାତା-ପିତା ବୋଲି
କହୁଛନ୍ତି । ତେବେ ନିଶ୍ଚିତ ବାସ୍ତବରେ ମାତା-ପିତା ଆବଶ୍ୟକ । ସମସ୍ତେ ଗାୟନ କରୁଛନ୍ତି ତେବେ
ନିଶ୍ଚିତ ସିଏ କୌଣସି ସମୟରେ ଆସିଥିବେ । ତେବେ ପ୍ରଥମତଃ ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ସେହି
ନିରାକାର ପରମପିତା ପରମାତ୍ମା, ବାକି ତ ପ୍ରତ୍ୟେକଙ୍କ ଭିତରେ ଆତ୍ମା ରହିଛି । ଆତ୍ମା ଯେବେ
ଶରୀରରେ ଥାଏ ତେବେ ଦୁଃଖୀ ଅଥବା ସୁଖୀ ହୋଇଥାଏ । ଏହା ବହୁତ ବୁଝିବାର କଥା ଅଟେ । ଏହା କୌଣସି
ମନଗଢା କାହାଣୀ ନୁହେଁ । ବାକି ଅନ୍ୟ ଯେଉଁ ଗୁରୁ ଗୋସାଇଁ ଆଦି ଯାହାବି ଶୁଣାଉଛନ୍ତି, ସେସବୁ
ମନଗଢା କାହାଣୀ । ଏବେ ଭାରତ ନର୍କ ହୋଇଯାଇଛି । ସତ୍ୟଯୁଗରେ ଏହାକୁ ସ୍ୱର୍ଗ କୁହାଯାଏ । ଯେଉଁଠାରେ
କି ଲକ୍ଷ୍ମୀ-ନାରାୟଣ ରାଜ୍ୟ କରୁଥିଲେ, ସେଠାରେ ସବୁ ସୌଭାଗ୍ୟଶାଳୀମାନେ ରହୁଥିଲେ । କେହି
ଦୁର୍ଭାଗ୍ୟଶାଳୀ ହିଁ ନଥିଲେ । ସେଠାରେ କୌଣସି ପ୍ରକାରର ଦୁଃଖ, ରୋଗ ନଥିଲା । ଏହା ହେଉଛି ପାପ
ଆତ୍ମାମାନଙ୍କର ଦୁନିଆ । ଏହି ଭାରତବାସୀମାନେ ସ୍ୱର୍ଗବାସୀ ଥିଲେ, ଏଠାରେ ଲକ୍ଷ୍ମୀ-ନାରାୟଣଙ୍କର
ରାଜ୍ୟ ଥିଲା । କୃଷ୍ଣଙ୍କୁ ତ ସମସ୍ତେ ମାନୁଛନ୍ତି । ଦେଖ, ଏହାଙ୍କୁ ଦୁଇଟି ଗୋଲକ ଦେଇଛନ୍ତି ।
କୃଷ୍ଣଙ୍କର ଆତ୍ମା କହୁଛି ଯେ ଏବେ ମୁଁ ନର୍କକୁ ଲାତ ମାରୁଛି, ପୁଣି ଅନ୍ୟ ହାତରେ ସ୍ୱର୍ଗ ନେଇ
ଆସିଛି । ଆଗରୁ ଏଠାରେ କୃଷ୍ଣପୁରୀ ଥିଲା, ଏବେ କଂସପୁରୀ ହୋଇଯାଇଛି । ଏଠାରେ ଏହି କୃଷ୍ଣ ମଧ୍ୟ
ଅଛନ୍ତି । ତାଙ୍କର ଏହା ୮୪ ଜନ୍ମର ଅନ୍ତିମ ଜନ୍ମ ଅଟେ । କିନ୍ତୁ ଏବେ ସେହି କୃଷ୍ଣଙ୍କର ରୂପ ନାହିଁ
। ଏକଥା ବାବା ଆସି ବୁଝାଉଛନ୍ତି । ବାବା ହିଁ ଆସି ଭାରତକୁ ସ୍ୱର୍ଗ କରୁଛନ୍ତି । ଏବେ ନର୍କ
ହୋଇଯାଇଛି ପୁଣି ସ୍ୱର୍ଗ କରିବାକୁ ବାବା ଆସୁଛନ୍ତି । ଏହା ପୁରୁଣା ଦୁନିଆ ଅଟେ । ଯେଉଁ ଦୁନିଆ
ନୂଆ ଥିଲା, ତାହା ଏବେ ପୁରୁଣା ହୋଇଯାଇଛି । ଘର ମଧ୍ୟ ନୂଆରୁ ପୁରୁଣା ହୋଇଥାଏ । ଶେଷରେ ଭାଙ୍ଗିବା
ଯୋଗ୍ୟ ହୋଇଯାଇଥାଏ । ଏବେ ବାବା କହୁଛନ୍ତି ମୁଁ ପିଲାମାନଙ୍କୁ ସ୍ୱର୍ଗବାସୀ କରିବା ପାଇଁ ରାଜଯୋଗ
ଶିଖାଉଛି । ତୁମେମାନେ ରାଜଋଷି ଅଟ । ରାଜତ୍ୱ ପ୍ରାପ୍ତ କରିବା ପାଇଁ ତୁମେ ବିକାରର ସନ୍ନ୍ୟାସ
କରୁଛ । ହଦର ସନ୍ନ୍ୟାସୀ ତ ଘର ଦ୍ୱାର ଛାଡି ଜଙ୍ଗଲକୁ ଚାଲିଯାଇଥାନ୍ତି । ତଥାପି ଏହି ପୁରୁଣା
ଦୁନିଆରେ ଅଛନ୍ତି ନା । ବେହଦର ବାବା ତୁମକୁ ନର୍କର ସନ୍ନ୍ୟାସ କରାଇ ସ୍ୱର୍ଗର ସାକ୍ଷାତ୍କାର
କରାଉଛନ୍ତି । ବାବା କହୁଛନ୍ତି ମୁଁ ଆସିଛି ତୁମମାନଙ୍କୁ ନେଇଯିବା ପାଇଁ । ବାବା ସମସ୍ତଙ୍କୁ
କହୁଛନ୍ତି ଯେ ତୁମେ ନିଜର ଜନ୍ମକୁ ଜାଣି ନାହଁ । ଏହା ତ ନିଶ୍ଚିତ ଯେ ଯିଏ ଯେପରି କାର୍ଯ୍ୟ କରିବ
ଭଲ ଅଥବା ମନ୍ଦ, ସେହି ସଂସ୍କାର ଅନୁସାରେ ଯାଇ ଜନ୍ମ ନେବ । କେହି ସାହୁକାର, କେହି ଗରୀବ, କେହି
ରୋଗୀ ଆଉ ପୁଣି କେହି ସ୍ୱାସ୍ଥ୍ୟବାନ୍ ହୋଇଥାନ୍ତି । ଏସବୁ ହେଲା ପୂର୍ବଜନ୍ମର କର୍ମର ହିସାବ ।
ଯଦି କେହି ସ୍ୱାସ୍ଥ୍ୟବାନ ହୋଇଥିବେ ତେବେ ସିଏ ପୂର୍ବଜନ୍ମରେ ନିଶ୍ଚିତ ଡାକ୍ତରଖାନା ଆଦି ତିଆରି
କରିଥିବେ । ଅଧିକ ଦାନ ପୁଣ୍ୟ କଲେ ସାହୁକାର ହୋଇଥାନ୍ତି । ନର୍କରେ ମନୁଷ୍ୟ ଯାହାବି କର୍ମ
କରିଥାନ୍ତି ତାହା ନିଶ୍ଚିତ ବିକର୍ମ ହିଁ ହୋଇଥାଏ କାହିଁକି ନା ସମସ୍ତଙ୍କ ଭିତରେ ୫ ବିକାର ରହିଛି
। ବର୍ତ୍ତମାନ ସନ୍ନ୍ୟାସୀମାନେ ପବିତ୍ର ହେଉଛନ୍ତି, ପାପ କରିବା ଛାଡି ଜଙ୍ଗଲରେ ଯାଇ ରହୁଛନ୍ତି ।
କିନ୍ତୁ ଏହିପରି ନୁହେଁ ଯେ ସେମାନଙ୍କର କର୍ମ ଅକର୍ମ ହୋଇଥାଏ । ବାବା ବୁଝାଉଛନ୍ତି ବର୍ତ୍ତମାନ
ସମୟରେ ମାୟାର ହିଁ ରାଜ୍ୟ ଚାଲିଛି ସେଥିପାଇଁ ମନୁଷ୍ୟମାନେ ଯାହା ବି କର୍ମ କରିବେ ତାହା ପାପ ହିଁ
ହେବ । ସତ୍ୟଯୁଗ ତ୍ରେତାଯୁଗରେ ମାୟା ରହିନଥାଏ, ସେଥିପାଇଁ ସେଠାରେ କେବେ ବିକର୍ମ ହୋଇନଥାଏ । ନା
ସେଠାରେ କୌଣସି ଦୁଃଖ ରହିବ । ବର୍ତ୍ତମାନ ସମୟରେ ଗୋଟିଏ ହେଲା ରାବଣର ଜଞ୍ଜିର, ଅନ୍ୟଟି ହେଲା
ଭକ୍ତିମାର୍ଗର ଜଞ୍ଜିର । ଜନ୍ମ-ଜନ୍ମାନ୍ତର ଧକ୍କା ଖାଇ ଆସିଛନ୍ତି । ବାବା କହୁଛନ୍ତି ମୁଁ ଆଗରୁ
ମଧ୍ୟ କହିଥିଲି ଯେ ମୁଁ ଏହି ଜପ ତପ କରିବା ଦ୍ୱାରା କାହାକୁ ମିଳିନଥାଏ । ମୁଁ ସେତେବେଳେ ହିଁ
ଆସିଥାଏ ଯେତେବେଳେ କି ଭକ୍ତିର ଅନ୍ତ ହୋଇଥାଏ । ଭକ୍ତି ଦ୍ୱାପରରୁ ଆରମ୍ଭ ହୋଇଥାଏ । ମନୁଷ୍ୟ
ଦୁଃଖୀ ହେଲେ ଭଗବାନଙ୍କୁ ମନେ ପକାଇଥାନ୍ତି । ସତ୍ୟଯୁଗ ତ୍ରେତାଯୁଗରେ ସମସ୍ତେ ସୌଭାଗ୍ୟଶାଳୀ
ହୋଇଥାନ୍ତି ଏବଂ ଏଠାରେ ଦୁର୍ଭାଗ୍ୟଶାଳୀ ଅଟନ୍ତି । କନ୍ଦାକଟା କରୁଛନ୍ତି, ଏଠାରେ ଅକାଳମୃତ୍ୟୁ
ହୋଇଚାଲିଛି । ବାବା କହୁଛନ୍ତି ମୁଁ ସେତେବେଳେ ଆସିବି ଯେତେବେଳେ କି ଏହି ନର୍କକୁ ସ୍ୱର୍ଗ
କରିବାର ଥିବ । ଏହି ଭାରତ ପ୍ରାଚୀନ ଦେଶ ଅଟେ, ଯେଉଁମାନେ ପ୍ରଥମେ ଥିଲେ ସେହିମାନଙ୍କୁ ହିଁ ଶେଷ
ପର୍ଯ୍ୟନ୍ତ ରହିବାକୁ ହେବ । ସେଥିପାଇଁ ୮୪ ଜନ୍ମ ଚକ୍ରର ଗାୟନ ରହିଛି । ସରକାର ଯେଉଁ
ତ୍ରିମୂର୍ତ୍ତିର ଚିତ୍ର ତିଆରି କରୁଛନ୍ତି ସେଥିରେ ଏହି ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ଚିତ୍ର
ରହିବା ଦରକାର, କିନ୍ତୁ ଏହା ବଦଳରେ ଜୀବଜନ୍ତୁଙ୍କର ଚିତ୍ର ଲଗାଇ ଦେଇଛନ୍ତି । ଏଥିରେ ରଚୟିତା
ବାବାଙ୍କର ଚିତ୍ର ନାହିଁ ଏବଂ ତଳେ ଚକ୍ର ମଧ୍ୟ ଲଗାଇ ଦେଇଛନ୍ତି । ସେମାନେ ଭାବୁଛନ୍ତି ଯେ ଏହା
ଚରଖା ଅଟେ କିନ୍ତୁ ଏହା ଡ୍ରାମା ସୃଷ୍ଟିର ଚକ୍ର ଅଟେ । ଏହି ଚକ୍ରର ନାମ ଅଶୋକ ଚକ୍ର ରଖିଛନ୍ତି ।
ବର୍ତ୍ତମାନ ତୁମେ ଏହି ଚକ୍ରକୁ ଜାଣିବା ଦ୍ୱାରା ହିଁ ଅଶୋକ ହୋଇଯାଉଛ । ଏହି କଥା ତ ଠିକ୍, କେବଳ
ଓଲଟ ପାଲଟ କରିଦେଇଛନ୍ତି । ତୁମେମାନେ ଏହି ୮୪ ଜନ୍ମର ଚକ୍ରକୁ ସ୍ମୃତିରେ ଆଣିବା ଦ୍ୱାରା ହିଁ ୨୧
ଜନ୍ମ ପାଇଁ ଚକ୍ରବର୍ତ୍ତୀ ରାଜା ହେଉଛ । ଏହି ଦାଦା(ବ୍ରହ୍ମାବାବା) ମଧ୍ୟ ୮୪ ଜନ୍ମ ପୂରା
କରିଛନ୍ତି । ଏହା କୃଷ୍ଣଙ୍କର ଅନ୍ତିମ ଜନ୍ମ ଅଟେ । ଏହାଙ୍କୁ ବାବା ଆସି ବୁଝାଉଛନ୍ତି । ବାସ୍ତବରେ
ତୁମ ସମସ୍ତଙ୍କର ଏହା ଅନ୍ତିମ ଜନ୍ମ ଅଟେ, ଯେଉଁ ଭାରତବାସୀ ଦେବୀ-ଦେବତା ଧର୍ମର ଥିଲେ ସେହିମାନେ
ହିଁ ପୂରା ୮୪ ଜନ୍ମ ଭୋଗ କରିଛନ୍ତି । ବର୍ତ୍ତମାନ ତ ସମସ୍ତଙ୍କର ଚକ୍ର ପୂରା ହେଉଛି । ଏବେ ତୁମର
ଏହି ଶରୀର ବିକାରୀ ହୋଇଯାଇଛି । ଏହି ଦୁନିଆ ହିଁ ବିକାରୀ ଅଟେ, ସେଥିପାଇଁ ବାବା ତୁମକୁ ଏହି
ଦୁନିଆର ସନ୍ନ୍ୟାସ କରାଉଛନ୍ତି । ତେଣୁ ଏହି ଶ୍ମଶାନ ଘାଟରେ ମନ ଲଗାଇବାର ନାହିଁ । ଏବେ ତୁମେ
ବାବା ଏବଂ ବର୍ସା ସହିତ ମନ ଲଗାଅ । ତୁମେ ଆତ୍ମାମାନେ ଅବିନାଶୀ ଅଟ, ଏହି ଶରୀର ବିନାଶୀ ଅଟେ ।
ବର୍ତ୍ତମାନ ଯଦି ତୁମେ ମୋତେ ମନେ ପକାଇବ ତେବେ ତୁମର ଅନ୍ତିମ ମତି ଅନୁସାରେ ଗତି ହୋଇଯିବ ।
ସେଥିପାଇଁ ଗାୟନ ମଧ୍ୟ ରହିଛି ଯେ ଅନ୍ତ କାଳେ ଯୋ ସ୍ତ୍ରୀ ସିମରେ.... ତେବେ ବାବା କହୁଛନ୍ତି
ଅନ୍ତିମ କାଳରେ ଯିଏ ଶିବବାବାଙ୍କୁ ସ୍ମରଣ କରିବ ସିଏ ନାରାୟଣ ପଦ ପ୍ରାପ୍ତ କରିପାରିବ ।
ସତ୍ୟଯୁଗରେ ହିଁ ନାରାୟଣ ପଦ ମିଳିଥାଏ । ବାବାଙ୍କ ବ୍ୟତୀତ ଏହି ପଦ କେହି ଦେଇପାରିବେ ନାହିଁ ।
ଏହି ପାଠଶାଳା ହେଉଛି ମନୁଷ୍ୟରୁ ଦେବତା ହେବା ପାଇଁ । ଏଠାରେ ପାଠପଢାଇଲାବାଲା ହେଉଛନ୍ତି ବାବା ।
ଯାହାଙ୍କର ତୁମେ ମହିମା ଶୁଣିଲ ଯେ - ଓମ୍ ନମୋ ଶିବାୟ । ତୁମେ ଜାଣିଛ ଯେ ଆମେ ତାଙ୍କର ସନ୍ତାନ
ହୋଇଗଲୁ, ବର୍ତ୍ତମାନ ତାଙ୍କଠାରୁ ବର୍ସା ନେଉଛୁ ।
ଏବେ ତୁମେ
ମନୁଷ୍ୟମାନଙ୍କର ମତରେ ଚାଲୁନାହଁ । ମନୁଷ୍ୟ ମତରେ ଚାଲିବା ଦ୍ୱାରା ହିଁ ସମସ୍ତେ ନର୍କବାସୀ
ହୋଇଯାଇଛନ୍ତି । ଏହି ଶାସ୍ତ୍ର ମଧ୍ୟ ମନୁଷ୍ୟମାନଙ୍କ ଦ୍ୱାରା ଗାୟନ କରାଯାଇଛି ଅଥବା ରଚନା ହୋଇଛି
। ବର୍ତ୍ତମାନ ସମୟରେ ସାରା ଭାରତ ଧର୍ମଭ୍ରଷ୍ଟ, କର୍ମଭ୍ରଷ୍ଟ ହୋଇଯାଇଛି । ଦେବତାମାନେ ତ ପବିତ୍ର
ଥିଲେ । ବର୍ତ୍ତମାନ ବାବା କହୁଛନ୍ତି ଯଦି ସୌଭାଗ୍ୟଶାଳୀ ହେବାକୁ ଚାହୁଁଛ ତେବେ ପବିତ୍ର ହୁଅ,
ପ୍ରତିଜ୍ଞା କର - ବାବା ଆମେ ପବିତ୍ର ହୋଇ ଆପଣଙ୍କଠାରୁ ପୂରା ବର୍ସା ନିଶ୍ଚିତ ନେବୁ । ଏହି
ପୁରୁଣା ପତିତ ଦୁନିଆ ତ ଶେଷ ହେବାର ଅଛି । ଏଠାରେ ଲଢେଇ ଝଗଡା କ’ଣ ସବୁ ହେଉଛି । କେତେ କ୍ରୋଧ
କରୁଛନ୍ତି । କେତେ ବଡ-ବଡ ବମ୍ ତିଆରି କରୁଛନ୍ତି । କେତେ କ୍ରୋଧୀ, ଲୋଭୀ ହୋଇଯାଇଛନ୍ତି । ସେଠାରେ
ଅର୍ଥାତ୍ ସତ୍ୟଯୁଗରେ ଶ୍ରୀକୃଷ୍ଣ କିଭଳି ଗର୍ଭ ମହଲରୁ ବାହାରୁଛନ୍ତି ତାହା ତ ପିଲାମାନେ
ସାକ୍ଷାତ୍କାର କରିଛନ୍ତି । ଏଠାରେ ରହିଛି ଗର୍ଭ ଜେଲ, ବାହାରକୁ ବାହାରିବା ମାତ୍ରେ ମାୟା ପାପ
କରାଇବାରେ ଲାଗିପଡିଥାଏ । ସେଠାରେ ତ ଗର୍ଭ ମହଲରୁ ପିଲା ଜନ୍ମ ନେଇଥାଏ, ଚାରିଆଡେ ଆଲୋକିତ
ହୋଇଯାଇଥାଏ । ବହୁତ ଆରାମରେ ରହିଥାନ୍ତି । ଗର୍ଭରୁ ବାହାରିବା ମାତ୍ରେ ଦାସୀମାନେ ଉଠାଇ
ନେଇଥାନ୍ତି, ବାଜା ମଧ୍ୟ ବାଜିଥାଏ । ତେବେ ସତ୍ୟଯୁଗ ଏବଂ କଳିଯୁଗ ମଧ୍ୟରେ କେତେ ଫରକ ରହିଛି ।
ଏବେ ବାବା ତୁମମାନଙ୍କୁ
ତିନିଧାମ କଥା ବୁଝାଉଛନ୍ତି । ଶାନ୍ତିଧାମରୁ ହିଁ ଆତ୍ମାମାନେ ଆସିଥାନ୍ତି । ଆତ୍ମା ତ ତାରକା
ସଦୃଶ ଅଟେ, ଯାହାକି ଭ୍ରୁକୁଟୀର ମଧ୍ୟ ଭାଗରେ ରହିଥାଏ । ଆତ୍ମାରେ ୮୪ ଜନ୍ମର ଅବିନାଶୀ ରେକର୍ଡ
ଭରି ହୋଇ ରହିଛି । ନା ଏହି ଡ୍ରାମାର କେବେ ବିନାଶ ହୋଇଥାଏ, ନା କାହାର ଅଭିନୟରେ ପରିବର୍ତ୍ତନ
ହୋଇଥାଏ । ଏହା ମଧ୍ୟ ଆଶ୍ଚର୍ଯ୍ୟ ଅଟେ - କେତେ ଛୋଟ ଆତ୍ମାରେ ୮୪ ଜନ୍ମର ଅଭିନୟ ସଠିକ୍ ଭାବରେ ଭରି
ହୋଇ ରହିଛି । ଏହା କେବେ ପୁରୁଣା ହୋଇନଥାଏ । ଏହା ନିତ୍ୟ ନୂଆ ଅଟେ । ଆତ୍ମା ଅବିକଳ ପୂର୍ବଭଳି
ନିଜର ସେହି ପାର୍ଟ ଆରମ୍ଭ କରିଦେଇଥାଏ । ଏବେ ତୁମେମାନେ ଆତ୍ମା ହିଁ ପରମାତ୍ମା ବୋଲି କହିପାରିବ
ନାହିଁ । ହମ ସୋ (ଆମେ ହିଁ ସିଏ)ର ଅର୍ଥ ମଧ୍ୟ ବାବା ଯଥାର୍ଥ ରୀତି ବୁଝାଉଛନ୍ତି । ମନୁଷ୍ୟମାନେ
ତ ଏହାର ଓଲଟା ଅର୍ଥ କରିଦେଇଛନ୍ତି ଅଥବା କହୁଛନ୍ତି ମୁଁ ବ୍ରହ୍ମ, ମୁଁ ପରମଆତ୍ମା ମାୟାକୁ ରଚନା
କରିଲାବାଲା ଅଟେ । ବାସ୍ତବରେ ମାୟାକୁ ରଚନା କରାଯାଇନଥାଏ । ମାୟା ହେଲା ୫ ବିକାର । ବାବା ମାୟାକୁ
ରଚନା କରୁନାହାଁନ୍ତି । ବାବା ତ ନୂଆ ସୃଷ୍ଟିର ରଚନା କରୁଛନ୍ତି । ମୁଁ ସୃଷ୍ଟିର ରଚନା କରୁଛି,
ଏକଥା ଆଉ କେହି କହିପାରିବେ ନାହିଁ । ବେହଦର ବାବା ଜଣେ ହିଁ ଅଟନ୍ତି । ଓମ୍ର ଅର୍ଥ ମଧ୍ୟ
ପିଲାମାନଙ୍କୁ ବୁଝାଯାଇଛି । ଆତ୍ମା ଶାନ୍ତ ସ୍ୱରୂପ ହିଁ ଅଟେ । ଶାନ୍ତିଧାମରେ ରହିଥାଏ । ବାବା
ହେଉଛନ୍ତି ଜ୍ଞାନର ସାଗର, ଆନନ୍ଦର ସାଗର । କିନ୍ତୁ ଆତ୍ମାର ଏହିଭଳି ଗାୟନ କରାଯିବ ନାହିଁ । ହଁ
ଆତ୍ମାରେ ଜ୍ଞାନ ରହିଥାଏ । ବାବା କହୁଛନ୍ତି ମୁଁ ଥରେ ମାତ୍ର ଆସୁଛି । ମୋତେ ବର୍ସା ମଧ୍ୟ
ନିଶ୍ଚିତ ଦେବାକୁ ପଡିବ । ମୋର ବର୍ସା ପାଇ ଭାରତ ଏକଦମ୍ ସ୍ୱର୍ଗ ହୋଇଯାଉଛି । ସେଠାରେ ପବିତ୍ରତା,
ସୁଖ-ଶାନ୍ତି ସବୁ କିଛି ଥିଲା । ଏହା ହେଉଛି ବେହଦ ବାବାଙ୍କର ସଦା ସୁଖର ବର୍ସା । ସେଠାରେ
ପବିତ୍ରତା ଥିବାରୁ ସୁଖ ଶାନ୍ତି ମଧ୍ୟ ଥିଲା । ଏବେ ଅପବିତ୍ରତା ଥିବାରୁ ଦୁଃଖ ଅଶାନ୍ତି ରହିଛି ।
ବାବା ବସି ବୁଝାଉଛନ୍ତି ଯେ ତୁମେ ଆତ୍ମାମାନେ ପ୍ରଥମେ-ପ୍ରଥମେ ମୂଳବତନରେ ଥିଲ । ପୁଣି ତୁମେ
ଦେବୀ-ଦେବତା ଧର୍ମରେ ଆସିଲ, ପରେ କ୍ଷତ୍ରିୟ ଧର୍ମରେ ଆସିଲ, ୮ ଜନ୍ମ ସତ୍ତ୍ୱପ୍ରଧାନରେ, ୧୨ ଜନ୍ମ
ସତ୍ତ୍ୱରେ, ପୁଣି ୨୧ ଜନ୍ମ ଦ୍ୱାପରରେ ଏବଂ ୪୨ ଜନ୍ମ କଳିଯୁଗରେ ନେଉଛ । ଏଠାରେ ତୁମେ ଶୂଦ୍ର
ହୋଇଯାଇଛ, ଏବେ ପୁଣି ତୁମକୁ ବ୍ରାହ୍ମଣ ବର୍ଣ୍ଣରେ ଆସିବାକୁ ହେବ ଏହା ପରେ ଦେବତା ବର୍ଣ୍ଣରେ
ଆସିବ । ଏବେ ତୁମେମାନେ ଈଶ୍ୱରୀୟ କୋଳରେ ଅଛ । ବାବା ତୁମକୁ କେତେ ଭଲ ଭାବରେ ବୁଝାଉଛନ୍ତି । ୮୪ଜନ୍ମକୁ
ଜାଣିବା ଦ୍ୱାରା ସେଥିରେ ସବୁ କିଛି ଆସିଯାଉଛି । ସମସ୍ତ ଚକ୍ରର ଜ୍ଞାନ ତୁମ ବୁଦ୍ଧିରେ ଅଛି ।
ଏକଥା ମଧ୍ୟ ତୁମେ ଜାଣିଛ ଯେ ସତ୍ୟଯୁଗରେ ଗୋଟିଏ ଧର୍ମ ରହିବ । ସେଠାରେ ବିଶ୍ୱର ସର୍ବଶକ୍ତିମାନ
ଅଧିକାରୀଙ୍କର ରାଜ୍ୟ ଚାଲିବ । ଏବେ ତୁମେ ଲକ୍ଷ୍ମୀ-ନାରାୟଣଙ୍କର ପଦ ପାଉଛ । ସତ୍ୟଯୁଗ ହେଲା
ପବିତ୍ର ଦୁନିଆ, ସେଠାରେ ବହୁତ କମ୍ ଲୋକ ରହିବେ । ବାକି ସବୁ ଆତ୍ମାମାନେ ମୁକ୍ତିଧାମରେ
ରହିଥାନ୍ତି । ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି । ତାଙ୍କୁ କେହି
ଜାଣିନାହାଁନ୍ତି ବରଂ ଆହୁରି କହିଦେଉଛନ୍ତି ଯେ ପରମାତ୍ମା ସର୍ବବ୍ୟାପୀ ଅଟନ୍ତି । ବାବା କହୁଛନ୍ତି
ଏଭଳି କଥା ତୁମକୁ କିଏ କହିଲା? କହୁଛନ୍ତି ଯେ ଗୀତାରେ ଲେଖାଯାଇଛି । ତେବେ ଗୀତା କିଏ ରଚନା
କରିଛନ୍ତି? ଭଗବାନଉବାଚ, ମୁଁ ତ ଏହି ସାଧାରଣ ବ୍ରହ୍ମାଙ୍କ ଶରୀରର ଆଧାର ନେଉଛି । ତେବେ ଯୁଦ୍ଧ
କ୍ଷେତ୍ରରେ ଜଣେ ଅର୍ଜୁନକୁ କିପରି ଜ୍ଞାନ ଶୁଣାଇବି । ତୁମକୁ କୌଣସି ଲଢେଇ ବା ଜୁଆ ଆଦି
ଶିଖାଯାଉନାହିଁ । ଭଗବାନ ତ ହେଉଛନ୍ତି ମନୁଷ୍ୟରୁ ଦେବତା କରିଲାବାଲା । ସିଏ କିପରି କହିବେ ଯେ
ଜୁଆ ଖେଳ, ଲଢେଇ କର । ପୁଣି କହୁଛନ୍ତି ଯେ ଦ୍ରୌପଦୀଙ୍କର ୫ ଜଣ ସ୍ୱାମୀ ଥିଲେ । ଏହା କିପରି
ହୋଇପାରିବ । କଳ୍ପ ପୂର୍ବରୁ ବାବା ସ୍ୱର୍ଗର ରଚନା କରିଥିଲେ । ଏବେ ପୁନର୍ବାର ଗଢୁଛନ୍ତି ।
ବର୍ତ୍ତମାନ କୃଷ୍ଣଙ୍କର ୮୪ ଜନ୍ମ ପୂରା ହୋଇଛି ଯଥା ରାଜା ରାଣୀ ତଥା ପ୍ରଜା, ସମସ୍ତଙ୍କର ୮୪
ଜନ୍ମ ପୂରା ହେଲା । ଏବେ ତୁମେ ଶୁଦ୍ରରୁ ପରିବର୍ତ୍ତନ ହୋଇ ବ୍ରାହ୍ମଣ ହୋଇଛ । ଯେଉଁମାନେ
ବ୍ରାହ୍ମଣ ଧର୍ମରେ ଆସିବେ ସେହିମାନେ ହିଁ ମମ୍ମା ବାବା କହିବେ । ତେବେ ଏକଥା କେହି ମାନନ୍ତୁ ବା
ନ ମାନନ୍ତୁ । ସେମାନେ ଭାବୁଛନ୍ତି ଯେ ଏହି ଲକ୍ଷ୍ୟ ଆମ ପାଇଁ ବହୁତ ଉଚ୍ଚ ଅଟେ । ତେବେ ବି ଯଦି
କିଛି ନା କିଛି ଶୁଣୁଛନ୍ତି ତେବେ ସ୍ୱର୍ଗରେ ନିଶ୍ଚିତ ଆସିବେ । କିନ୍ତୁ ସେମାନେ କମ୍ ପଦ ପାଇବେ
। ସେଠାରେ ରାଜା ରାଣୀଙ୍କ ଭଳି ପ୍ରଜା ମଧ୍ୟ ସୁଖୀ ରହିଥାନ୍ତି । କାହିଁକି ନା ତାର ନାମ ହିଁ
ସ୍ୱର୍ଗ ଅଟେ । ସ୍ୱର୍ଗୀୟ ଈଶ୍ୱର ପିତା ସ୍ୱର୍ଗ ସ୍ଥାପନ କରୁଛନ୍ତି, ଏହା ହେଲା ନର୍କ । ସବୁ
ସୀତାମାନଙ୍କୁ ରାବଣ ଜେଲ୍ରେ ବାନ୍ଧି ରଖିଛି । ସମସ୍ତେ ଶୋକ ସାଗରରେ ରହି ଭଗବାନଙ୍କୁ ମନେ
ପକାଉଛନ୍ତି ଯେ ରାବଣଠାରୁ ମୁକ୍ତ କର । ସତ୍ୟଯୁଗ ହେଉଛି ଅଶୋକ ବାଟିକା । ଯେ ପର୍ଯ୍ୟନ୍ତ ତୁମର
ସୂର୍ଯ୍ୟବଂଶୀ ରାଜଧାନୀ ସ୍ଥାପନ ନ ହୋଇଛି ସେ ପର୍ଯ୍ୟନ୍ତ ବିନାଶ ହୋଇପାରିବ ନାହିଁ । ଯେବେ
ରାଜଧାନୀ ସ୍ଥାପନ ହେବ, ପିଲାମାନଙ୍କର କର୍ମାତୀତ ଅବସ୍ଥା ହେବ, ତେବେ ଅନ୍ତିମ ଲଢେଇ ହେବ ।
ସେତେବେଳ ପର୍ଯ୍ୟନ୍ତ ରହିର୍ସଲ ବା ପୂର୍ବାଭ୍ୟାସ ଚାଲିଥିବ । ଏହି ଲଢେଇ ପରେ ସ୍ୱର୍ଗର ଦ୍ୱାର
ଖୋଲିବ । ତେଣୁ ତୁମମାନଙ୍କୁ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ ହେବାକୁ ପଡିବ । ବାବା ପାସପୋର୍ଟ
ବାହାର କରୁଛନ୍ତି । ଯେତେ-ଯେତେ ପବିତ୍ର ହେବ, ଅନ୍ଧମାନଙ୍କର ଲାଠି ହେବ ତେବେ ତୁମକୁ ଭଲ
ପୁରସ୍କାର ମଧ୍ୟ ମିଳିବ । ତେଣୁ ବାବାଙ୍କ ପାଖରେ ପ୍ରତିଜ୍ଞା କରିବାକୁ ହେବ ଯେ ମିଠା ବାବା ମୁଁ
ଆପଣଙ୍କ ସ୍ମୃତିରେ ନିଶ୍ଚିତ ରହିବି । ତେବେ ମୁଖ୍ୟ କଥା ହେଲା ପବିତ୍ରତାର । ତୁମକୁ ୫ ବିକାରର
ଦାନ ନିଶ୍ଚିତ ଦେବାକୁ ପଡିବ । ଆଉ କେହି ହାରିଯାଇ ପୁନର୍ବାର ଜ୍ଞାନରେ ଚାଲିବାରେ ଲାଗନ୍ତି । ଯଦି
ଦୁଇ ଚାରିଥର ମାୟାର ଚୋଟ ଖାଇ ତଳକୁ ଖସିଯାଉଛନ୍ତି ତେବେ ସିଏ ଫେଲ୍ ହୋଇଯିବେ । ସେମାନଙ୍କର
ପାସପୋର୍ଟ ରଦ୍ଦ ହୋଇଯିବ । ବାବା କହୁଛନ୍ତି ପିଲାମାନେ କୁଳ କଳଙ୍କିତ ହୁଅ ନାହିଁ । ତୁମେ
ବିକାରକୁ ଛାଡ । ମୁଁ ତୁମକୁ ସ୍ୱର୍ଗର ମାଲିକ ନିଶ୍ଚିତ କରାଇବି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ସୌଭାଗ୍ୟଶାଳୀ ହେବା ପାଇଁ ବାବାଙ୍କ ସହିତ ପବିତ୍ରତାର ପ୍ରତିଜ୍ଞା କରିବାର ଅଛି । ଏହି ଛି-ଛି (ବିକାରୀ)
ପତିତ ଦୁନିଆରେ ମନକୁ ଲଗାଇବାର ନାହିଁ ।
(୨) ମାୟାର ମୁଥ କେବେ
ହେଲେ ଖାଇବାର ନାହିଁ । କୁଳ କଳଙ୍କିତ ହେବାର ନାହିଁ । ଯୋଗ୍ୟ ହୋଇ ବାବାଙ୍କଠାରୁ ସ୍ୱର୍ଗ
ଦୁନିଆର ପାସପୋର୍ଟ ନେବାର ଅଛି ।
ବରଦାନ:-
ମନକୁ ବ୍ୟସ୍ତ
ରଖିବାର କଳା ଦ୍ୱାରା ବ୍ୟର୍ଥଠାରୁ ମୁକ୍ତ ରହୁଥିବା ସଦା ସମର୍ଥ ସ୍ୱରୂପ ହୁଅ ।
ଯେପରି ଆଜିକାଲିର
ଦୁନିଆରେ ଉଚ୍ଚ ପଦାଧିକାରୀମାନେ ନିଜର ଦୈନିକ କାର୍ଯ୍ୟକ୍ରମର ଦିନଚର୍ଯ୍ୟାକୁ ସମୟ ଅନୁସାରେ
ନିଧାର୍ଯ୍ୟ କରିଥାଆନ୍ତି, ସେହିପରି ତୁମେ ବିଶ୍ୱର ନବନିର୍ମାଣର ଆଧାରମୂରତ ଅଟ, ଏହି ବିଶାଳ
ଡ୍ରାମାର ହୀରୋ ପାର୍ଟଧାରୀ ଅଟ, ହୀରାତୁଲ୍ୟ ଜୀବନଧାରୀ ମଧ୍ୟ ଅଟ, ତେଣୁ ତୁମେମାନେ ମଧ୍ୟ ନିଜର
ମନ ଏବଂ ବୁଦ୍ଧିକୁ ସମର୍ଥ ସ୍ଥିତିରେ ସ୍ଥିତ କରିବାର କାର୍ଯ୍ୟକ୍ରମ ନିଧାର୍ଯ୍ୟ କର । ମନକୁ
ବ୍ୟସ୍ତ ରଖିବାର କଳାକୁ ସମ୍ପୂର୍ଣ୍ଣ ରୀତିରେ ବ୍ୟବହାର କର, ତାହାହେଲେ ବ୍ୟର୍ଥଠାରୁ ମୁକ୍ତ
ହୋଇଯିବ । କେବେ ବି ଦୁଃଖୀ ହେବ ନାହିଁ ।
ସ୍ଲୋଗାନ:-
ଯଦି ଡ୍ରାମାର
ପ୍ରତ୍ୟେକ ଦୃଶ୍ୟକୁ ଦେଖି ହର୍ଷିତ ରହିବ ତେବେ ଭଲ ବା ମନ୍ଦର ଆକର୍ଷଣରେ ଆକର୍ଷିତ ହେବ ନାହିଁ ।