02.02.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବିଦେହୀ ଅର୍ଥାତ୍ ଅଶରୀରୀ ହୋଇ ବାବାଙ୍କୁ ମନେ ପକାଅ, ନିଜର ସ୍ୱଧର୍ମରେ ସ୍ଥିତ ରୁହ ତେବେ ଶକ୍ତି ମିଳିବ । ଖୁସିରେ ରହିବା ସହିତ ସୁସ୍ଥ ମଧ୍ୟ ରହିପାରିବ, ଆତ୍ମାରୂପୀ ବ୍ୟାଟେରୀ ପୂର୍ଣ୍ଣ ହେବାକୁ ଲାଗିବ ।

ପ୍ରଶ୍ନ:-
ଡ୍ରାମାର କେଉଁ ନିଧାର୍ଯକୁ ଜାଣିଥିବା କାରଣରୁ ତୁମେମାନେ ସର୍ବଦା ଅଚଳ ରହୁଛ ?

ଉତ୍ତର:-
ତୁମେ ଜାଣିଛ ଏହି ବୋମା ଇତ୍ୟାଦି ଯାହାସବୁ ତିଆରି ହୋଇଛି, ଏଗୁଡିକ ନିଶ୍ଚିତ ଭାବରେ କାର୍ଯ୍ୟରେ ଲାଗିବ । ବିନାଶ ହେଲେ ତ ଯାଇ ନୂଆ ଦୁନିଆ ଆସିବ । ଏହା ଡ୍ରାମାର ଅନାଦି ନିଧାର୍ଯ୍ୟ ଅଟେ, ସମସ୍ତଙ୍କୁ ତ ଦିନେ ମରିବାକୁ ହିଁ ହେବ । ତୁମେ ଖୁସି ହେଉଛ ଯେ ଆମେ ଏହି ପୁରୁଣା ଶରୀରକୁ ଛାଡି ରାଜା ଘରେ ଜନ୍ମ ନେବୁ । ତୁମେ ଏହି ଡ୍ରାମାକୁ ସାକ୍ଷୀ ହୋଇ ଦେଖୁଛ । ଏଥିରେ ହଲଚଲ୍ ହେବା ଅଥବା କାନ୍ଦିବାର କୌଣସି କଥା ନାହିଁ ।

ଓମ୍ ଶାନ୍ତି ।
ବାବା ବୁଝାଉଛନ୍ତି ତୁମର ଯେଉଁ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା ତାକୁ ହିନ୍ଦୁ ଧର୍ମ ବୋଲି କାହିଁକି କହୁଛ ? ଏହାର କାରଣ ବାହାର କରିବା ଉଚିତ୍ । ପ୍ରଥମେ ତ ଆଦି ସନାତନ ଦେବୀ-ଦେବତା ଧର୍ମ ହିଁ ଥିଲା । ଯେତେବେଳେ ବିକାରୀ ହୋଇଗଲେ ନିଜକୁ ଦେବତା କହିପାରିଲେ ନାହିଁ । ତେଣୁ ନିଜକୁ ଆଦି ସନାତନ ଦେବୀ-ଦେବତା ପରିବର୍ତ୍ତେ ଆଦି ସନାତନ ହିନ୍ଦୁ ବୋଲି କହିଦେଉଛନ୍ତି । ଏହି ଆଦି ସନାତନ ଶବ୍ଦ ମଧ୍ୟ ରହିଛି କେବଳ ଦେବତା ପରିବର୍ତ୍ତେ ହିନ୍ଦୁ ନାମ ରଖି ଦେଇଛନ୍ତି । ସେହି ସମୟରେ ଇସ୍ଲାମୀମାନେ ଆସିଲେ ତେଣୁ ଆସି ହିନ୍ଦୁ ଧର୍ମ ନାମ ରଖିଦେଲେ । ପ୍ରଥମେ ତ ଏହି ହିନ୍ଦୁସ୍ଥାନ ନାମ ମଧ୍ୟ ନଥିଲା । ତେଣୁ ଆଦି ସନାତନ ହିନ୍ଦୁ ଧର୍ମର ଆତ୍ମାମାନେ ନିଜକୁ ଦେବତା ଧର୍ମର ବୋଲି ବୁଝିଯିବା ଦରକାର । ଏମାନେ ପ୍ରାୟତଃ ଧର୍ମପରାୟଣ ଅଟନ୍ତି । କିନ୍ତୁ ସମସ୍ତେ ତ ଏହି ଧର୍ମର ନୁହଁନ୍ତି । ଯେଉଁମାନେ ପଛରେ ଆସିଛନ୍ତି ସେମାନଙ୍କୁ ଆଦି ସନାତନ କୁହାଯିବ ନାହିଁ । ଏମାନେ ହିନ୍ଦୁ ଧର୍ମର ଆତ୍ମାମାନଙ୍କଠାରୁ ମଧ୍ୟ ପଛରେ ଆସିଛନ୍ତି, ତେବେ ଆଦି ସନାତନ ହିନ୍ଦୁମାନଙ୍କୁ କହିବା ଦରକାର ଯେ ତୁମର ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା । ତୁମେମାନେ ହିଁ ସତ୍ତୋପ୍ରଧାନ ଆଦି ସନାତନ ଥିଲ ପୁଣି ପୁର୍ନଜନ୍ମ ନେଇ-ନେଇ ତମୋପ୍ରଧାନ ହୋଇଯାଇଛ, ଏବେ ପୁଣି ୟାଦର ଯାତ୍ରା ଦ୍ୱାରା ସତ୍ତୋପ୍ରଧାନ ହୁଅ । ସେମାନଙ୍କୁ ଏହି ଔଷଧ ବହୁତ ଭଲ ଲାଗିବ । ବାବା ତ ସର୍ଜନ ଅଟନ୍ତି ନା । ଯେଉଁମାନଙ୍କୁ ଏହି ଜ୍ଞାନ ରୂପକ ଔଷଧ ଭଲ ଲାଗିବ ସେମାନଙ୍କୁ ହିଁ ଦେବା ଉଚିତ୍ । ଯେଉଁମାନେ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲେ, ସେମାନଙ୍କୁ ମନେ ପକାଇ ଦେବା ଉଚିତ୍ । ଯେପରି ତୁମର ସବୁ କଥା ମନେପଡିଯାଉଛି । ବାବା ବୁଝାଉଛନ୍ତି କିପରି ତୁମେ ସତ୍ତୋପ୍ରଧାନରୁ ତମୋପ୍ରଧାନ ହୋଇଛ ? ଏବେ ପୁଣି ତମୋପ୍ରଧାନରୁ ସତ୍ତୋପ୍ରଧାନ ହେବାକୁ ପଡିବ । ତୁମେମାନେ ଯୋଗର ଯାତ୍ରା ଦ୍ୱାରା ସତ୍ତୋପ୍ରଧାନ ହେଉଛ । ଯେଉଁମାନେ ଆଦି ସନାତନ ହିନ୍ଦୁ ଧର୍ମର ହୋଇଥିବେ ବାସ୍ତବରେ ସେହିମାନେ ହିଁ ଦେବୀ-ଦେବତା ହେବେ ଏବଂ ସେହିମାନେ ହିଁ ଦେବତାମାନଙ୍କୁ ପୂଜା କରୁଥିବେ । ସେମାନଙ୍କ ମଧ୍ୟରୁ ବି ଯେଉଁମାନେ ଶିବ, ଲକ୍ଷ୍ମୀ-ନାରାୟଣ, ରାଧା-କୃଷ୍ଣ, ସୀତା-ରାମ ଇତ୍ୟାଦି ଦେବତାମାନଙ୍କର ଭକ୍ତ, ସେମାନେ ମଧ୍ୟ ଦେବତା କୁଳର ଅଟନ୍ତି । ଏବେ ତୁମର ସ୍ମୃତି ଆସୁଛି ଯେଉଁମାନେ ସୂର୍ଯ୍ୟବଂଶୀ ସେହିମାନେ ହିଁ ଚନ୍ଦ୍ରବଂଶୀ ହେଉଛନ୍ତି ତେଣୁ ଏହିଭଳି ଭକ୍ତମାନଙ୍କୁ ଖୋଜିବା ଉଚିତ୍ । ଯେଉଁମାନେ ବୁଝିବାକୁ ଆସୁଛନ୍ତି ସେମାନଙ୍କଠାରୁ ଫର୍ମ ପୂରଣ କରାଇବା ଉଚିତ୍ । ମୁଖ୍ୟ ସେଣ୍ଟରରେ ନିଶ୍ଚିତ ଭାବରେ ଫର୍ମ ପୂରଣ କରିବା ଦରକାର । ଯିଏବି ଆସୁଛନ୍ତି ତାଙ୍କୁ ପ୍ରଥମେ ତ ସାତ ଦିନ କୋର୍ସ କରାଇବ କିନ୍ତୁ ପ୍ରଥମ ତଥା ମୁଖ୍ୟ କଥା ହେଲା ଯିଏ ବାବାଙ୍କୁ ଜାଣିନାହାଁନ୍ତି, ତାଙ୍କୁ ବୁଝାଇବାକୁ ପଡିବ । କୁହ ତୁମେ କଣ ନିଜର ବଡ ବାବାଙ୍କୁ ଜାଣିନାହଁ । ବାସ୍ତବରେ ତୁମେ ହେଉଛ ପାରଲୌକିକ ପିତାଙ୍କର ସନ୍ତାନ । ଏଠାକୁ ଆସି ଲୌକିକ ହୋଇଛ । ତୁମେମାନେ ନିଜର ପାରଲୌକିକ ପିତାଙ୍କୁ ଭୁଲିଯାଇଛ । ଏହି ଅବିନାଶୀ ପିତା ସ୍ୱର୍ଗର ରଚୟିତା ଅଟନ୍ତି । ସେଠାରେ ଅନେକ ଧର୍ମ ରହିବ ନାହିଁ । ତେଣୁ ତୁମେମାନେ ଯେଉଁ ଫର୍ମ ପୂରଣ କରାଉଛ ସେଥିରୁ ସବୁ କିଛି ଜଣାପଡିବା ଦରକାର । ଅନେକ ସନ୍ତାନ ଯଦିଓ ବହୁତ ଭଲ ବୁଝାଉଛନ୍ତି କିନ୍ତୁ ଯୋଗ କରୁ ନାହାଁନ୍ତି । ଅଶରୀରୀ ହୋଇ ବାବାଙ୍କୁ ମନେ ପକାଉ ନାହାଁନ୍ତି । ଏମାନେ ବାବାଙ୍କର ୟାଦରେ ରହିପାରୁ ନାହାଁନ୍ତି । ଯଦିଓ ଜାଣୁଛନ୍ତି ଯେ ଆମେ ଭଲ ବୁଝାଉଛୁ ମ୍ୟୁଜିୟମ୍ ଇତ୍ୟାଦି ମଧ୍ୟ ଖୋଲୁଛନ୍ତି କିନ୍ତୁ ଏମାନଙ୍କ ଭିତରେ ଯୋଗର ଶକ୍ତି ବହୁତ କମ୍ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବା ଏଥିରେ ବହୁତ ମେହନତ କରିବାକୁ ପଡିବ । ବାବା ମଧ୍ୟ ସତର୍କ କରାଉଛନ୍ତି । ଏପରି ଭାବ ନାହିଁ ଯେ ମୁଁ ତ ବହୁତ ଭଲ ଭାବରେ ବୁଝାଇପାରୁଛି, କିନ୍ତୁ ଏହା ଦ୍ୱାରା କଣ ଲାଭ ? ଆଚ୍ଛା, ଯଦିଓ ତୁମେ ସ୍ୱଦର୍ଶନ ଚକ୍ରଧାରୀ ହୋଇଯାଇଛ କିନ୍ତୁ ଏଠାରେ ତ ତୁମକୁ ବିଦେହୀ ହେବାକୁ ପଡିବ । କର୍ମ କରି ମଧ୍ୟ ନିଜକୁ ଆତ୍ମା ମନେ କରିବାକୁ ହେବ । ଆତ୍ମା ହିଁ ଏହି ଶରୀର ଦ୍ୱାରା କର୍ତ୍ତବ୍ୟ କରୁଛି ଏହି କଥାକୁ ମଧ୍ୟ ମନେ ପକାଇ ପାରୁନାହାଁନ୍ତି ଅଥବା ବିଚାରରେ ମଧ୍ୟ ଆସୁନାହିଁ, ତେଣୁ ଏମାନଙ୍କୁ ନିର୍ବୋଧ ବୋଲି କୁହାଯିବ ନା । ତୁମେ ବାବାଙ୍କୁ ମନେ ପକାଇ ପାରୁନାହଁ, ତୁମ ପାଖରେ ସେବା କରିବାର ଶକ୍ତି ନାହିଁ । ଯୋଗ ବିନା ଆତ୍ମା ଭିତରେ ଶକ୍ତି କେଉଁଠାରୁ ଆସିବ ? ଆତ୍ମା ରୂପୀ ବ୍ୟାଟେରୀ ଚାର୍ଜ କିପରି ହେବ ? ଚାଲୁ-ଚାଲୁ ଅଟକିଯିବ, ତୁମ ପାଖରେ କିଛି ବି ଶକ୍ତି ନଥିବ ।

କଥାରେ କୁହାଯାଏ ଧର୍ମରେ ହିଁ ଶକ୍ତି ରହିଛି । ଆତ୍ମା ଯେବେ ସ୍ୱଧର୍ମରେ ସ୍ଥିତ ହେବ ତେବେ ଯାଇ ଶକ୍ତି ମିଳିବ । ଅନେକ ଅଛନ୍ତି ଯେଉଁମାନେ ବାବାଙ୍କୁ ମନେପକାଇ ପାରୁନାହାଁନ୍ତି । ସେମାନଙ୍କର ଚେହେରାରୁ ହିଁ ଜଣାପଡିଯାଇଥାଏ । ସେମାନଙ୍କର ଅନ୍ୟ ସବୁ କଥା ମନେ ପଡିବ କିନ୍ତୁ ବାବାଙ୍କର ସ୍ମୃତି ରହିବ ନାହିଁ । ଯୋଗ ଦ୍ୱାରା ହିଁ ବଳ ମିଳିଥାଏ । ଯୋଗ ଦ୍ୱାରା ବହୁତ ଖୁସି ମିଳିଥାଏ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ମଧ୍ୟ ମିଳିଥାଏ । ପୁଣି ପରଜନ୍ମରେ ମଧ୍ୟ ଏହିଭଳି ତେଜସ୍ୱୀ ଶରୀର ମିଳିବ । ଆତ୍ମା ପବିତ୍ର ହେଲେ ଶରୀର ମଧ୍ୟ ପବିତ୍ର ମିଳିବ । କହନ୍ତି ନା ସୁନା ୨୪ କ୍ୟାରେଟ୍ ହୋଇଥିଲେ ଅଳଙ୍କାର ମଧ୍ୟ ୨୪ କ୍ୟାରେଟ୍ ହୋଇଥାଏ । ବର୍ତ୍ତମାନ ସମୟରେ ସମସ୍ତେ ୯ କ୍ୟାରେଟ୍ ହୋଇଯାଇଛନ୍ତି । ସତ୍ତୋପ୍ରଧାନକୁ ୨୪ କ୍ୟାରେଟ୍ କୁହାଯିବ, ସତ୍ତୋକୁ ୨୨କ୍ୟାରେଟ୍ । ଏସବୁ ବହୁତ ବୁଝିବାର କଥା । ବାବା କହୁଛନ୍ତି ପ୍ରଥମେ ଫର୍ମ ପୂରଣ କରାଇବାକୁ ପଡିବ ତେବେ ଜଣାପଡିବ ଯେ କେତେ ଗ୍ରହଣ କରିଛନ୍ତି ? କେତେ ଧାରଣା କରିଛନ୍ତି ? ପୁଣି ଏକଥା ମଧ୍ୟ ଜଣାପଡିଯିବ ଯେ ଯୋଗର ଯାତ୍ରାରେ ରହୁଛନ୍ତି ନା ନାହିଁ ? ଯୋଗର ଯାତ୍ରା ଦ୍ୱାରା ହିଁ ତମୋପ୍ରଧାନରୁ ସତ୍ତୋପ୍ରଧାନ ହୋଇପାରିବ । ତାହାହେଲା ଭକ୍ତିର ଶାରୀରିକ ଯାତ୍ରା । ଏହି ହେଉଛି ଆତ୍ମିକ ଯାତ୍ରା । ଏଠାରେ ଆତ୍ମା ଯାତ୍ରା କରିଥାଏ । ସେଥିରେ ଆତ୍ମା ଏବଂ ଶରୀର ଉଭୟ ଯାତ୍ରା କରିଥାନ୍ତି । ପତିତ-ପାବନ ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ଆତ୍ମାରେ ତେଜ ଆସିଥାଏ । ଯଦି କୌଣସି ଜିଜ୍ଞାସୁକୁ ଚମତ୍କାର ଦେଖାଇବାର ଥିବ ତେବେ ବାବାଙ୍କର ପ୍ରବେଶତା ମଧ୍ୟ ହୋଇଥାଏ । ଏଥିରେ ମାତା-ପିତା ଉଭୟ ସହଯୋଗ କରୁଛନ୍ତିକେଉଁଠି ଜ୍ଞାନରେ ତ ଆଉ କେଉଁଠି ଯୋଗର ସହଯୋଗ କରୁଛନ୍ତି । ବାବା ତ ସଦା ସର୍ବଦା ବିଦେହୀ ଅଟନ୍ତି । ବାବାଙ୍କର ଶରୀରର ଅଭିମାନ ହିଁ ନାହିଁ । ତେଣୁ ବାବା ଉଭୟ ଶକ୍ତିର ସହଯୋଗ କରିପାରିବେ । ଯଦି ଯୋଗ କରୁନଥିବ ତେବେ ଶକ୍ତି କେଉଁଠାରୁ ଆସିବ ? ଏସବୁଥିରୁ ହିଁ ଜଣାପଡିଯାଏ ଯେ ଇଏ ଯୋଗୀ ଅଥବା ଜ୍ଞାନୀ ଅଟନ୍ତି । ଯୋଗ ପାଇଁ ବାବା ଦିନକୁ ଦିନ ନୂଆ ନୂଆ କଥା ମଧ୍ୟ ବୁଝାଉଛନ୍ତି । ଆଗରୁ କଣ ଏସବୁ ବୁଝାଉଥିଲେ କି । ବର୍ତ୍ତମାନ ବାବା କହୁଛନ୍ତି ନିଜକୁ ଆତ୍ମା ମନେ କରି ମୋତେ ମନେ ପକାଅ । ଏହି କଥା ଉପରେ ହିଁ ବାବା ଜୋର ଦେଉଛନ୍ତି । ଯାହା ଦ୍ୱାରା ଭାଇ-ଭଉଣୀର ସମ୍ବନ୍ଧ ତୁଟିଯାଇ, କେବଳ ଭାଇ-ଭାଇର ଦୃଷ୍ଟି ରହିଯିବ । ଆମେ ଆତ୍ମା ଭାଇ-ଭାଇ ଅଟୁ, ଏହା ବହୁତ ଉଚ୍ଚ ଦୃଷ୍ଟି ଅଟେ । ଅନ୍ତିମ ସମୟ ପର୍ଯ୍ୟନ୍ତ ଏହି ପୁରୁଷାର୍ଥ ଚାଲିବା । ଯେବେ ସତ୍ତୋ ପ୍ରଧାନ ହୋଇଯିବ ସେତେବେଳେ ଏହି ଶରୀର ଛାଡିଦେବ । ତେଣୁ ଯେତେ ଦୂର ସମ୍ଭବ ପୁରୁଷାର୍ଥର ତୀବ୍ରତାକୁ ବଢାଇବାକୁ ହେବ । ବୁଢାମାନଙ୍କ ପାଇଁ ଏହା ଆହୁରି ସହଜ । ଏବେ ଆମକୁ ନିଶ୍ଚିତ ଘରକୁ ଯିବାକୁ ହେବ । ଜବାନମାନଙ୍କର ଏବେ ଭଳି ବିଚାର କେବେ ବି ଆସିବ ନାହିଁ, ବୁଢାମାନେ ହିଁ ବାନପ୍ରସ୍ଥୀ ଗ୍ରହଣ କରିଥାନ୍ତି । ସେମାନେ ଜାଣିଥାନ୍ତି ଯେ ଏବେ ଆମକୁ ଘରକୁ ଯିବାକୁ ହେବ । ତେଣୁ ଏହିସବୁ ଜ୍ଞାନର କଥାକୁ ବୁଝିବା ଉଚିତ୍ । ଏହି ବୃକ୍ଷର ବୃଦ୍ଧି ମଧ୍ୟ ହୋଇଚାଲିଛି ଏହିଭଳି ବୃଦ୍ଧି ହୋଇ-ହୋଇ ବୃକ୍ଷ ସଂପୂର୍ଣ୍ଣ ହୋଇଯିବ । ତେଣୁ ଏହି ସୃଷ୍ଟି ବର୍ତ୍ତମାନ କଣ୍ଟାରୁ ପରିବର୍ତ୍ତନ ହୋଇ ଏକ ନୂଆ ଛୋଟିଆ ଫୁଲର ବଗିଚା ହେବାକୁ ଯାଉଛି । ନୂଆ ହୋଇ ପୁଣି ପୁରୁଣା ହେବ । ପ୍ରଥମେ ବୃକ୍ଷ ଛୋଟ ହୋଇ ପୁଣି ବଢିଚାଲିବ । ଏହିଭଳି ବୃଦ୍ଧି ହୋଇ-ହୋଇ ଅନ୍ତିମ ସମୟରେ ଦୁନିଆ କଣ୍ଟା ଭଳି ହୋଇଯିବ । ପ୍ରଥମେ ଫୁଲ ସମାନ ଥିଲ । ସେଥିପାଇଁ ତାର ନାମ ହିଁ ସ୍ୱର୍ଗ । ପରେ ପୁଣି ସେହି ସୁଗନ୍ଧ, ସେହି ଶକ୍ତି ଆଉ ରହିନଥାଏ । କଣ୍ଟାରେ କୌଣସି ସୁଗନ୍ଧ ନଥାଏ । ଛୋଟ ଫୁଲରୁ ମଧ୍ୟ ସୁଗନ୍ଧ ଆସେ ନାହିଁ । ବାବା ବଗିଚାର ମାଲିକ ସହିତ ନାଉରିଆ ମଧ୍ୟ ଅଟନ୍ତି, ସିଏ ସମସ୍ତଙ୍କର ଜୀବନରୂପୀ ନୌକାକୁ ପାର କରୁଛନ୍ତି । ଏହି ଜୀବନରୂପୀ ନୌକାକୁ କିପରି ପାର କରୁଛନ୍ତି, କେଉଁଆଡେ ନେଇଯାଉଛନ୍ତି ଏକଥା ମଧ୍ୟ ଜ୍ଞାନୀ ପିଲାମାନେ ହିଁ ବୁଝିପାରିବେ । ଯେଉଁମାନେ ବୁଝିପାରୁ ନାହାଁନ୍ତି ସେମାନେ ପୁରୁଷାର୍ଥ ମଧ୍ୟ କରୁନାହାଁନ୍ତି । କ୍ରମାନୁସାରେ ସମସ୍ତେ ରହିଛନ୍ତି ନା । କେତେକ ଉଡାଜାହାଜ ଶବ୍ଦଠାରୁ ମଧ୍ୟ ତୀବ୍ରଗତିରେ ଯାଇଥାଏ । ଆତ୍ମା କିପରି ଯାଇଥାଏ ଏକଥା ମଧ୍ୟ କେହି ଜାଣିନାହାଁନ୍ତି । ଆତ୍ମା ତ ରକେଟଠାରୁ ମଧ୍ୟ ତୀବ୍ରଗତିରେ ଯାଇଥାଏ । ଆତ୍ମାଠାରୁ ତୀକ୍ଷ୍ଣ ଆଉ କୌଣସି ବସ୍ତୁ ନାହିଁ । ରକେଟରେ ଏଭଳି କିଛି ଇନ୍ଧନ ପକାଇଥାନ୍ତି ଯାହାକି ତୁରନ୍ତ ଉଡାଇ ନେଇଯାଇଥାଏ । ବିନାଶ ପାଇଁ ମଧ୍ୟ କେତେ ବାରୁଦ ଇତ୍ୟାଦି ପ୍ରସ୍ତୁତ କରୁଛନ୍ତି । ଷ୍ଟିମର, ଉଡାଜାହାଜରେ ମଧ୍ୟ ବୋମା ନେଇଯାଉଛନ୍ତି । ଆଜିକାଲି ତ ପୂରା ପ୍ରସ୍ତୁତି କରି ରଖିଛନ୍ତି । ଖବରକାଗଜରେ ମଧ୍ୟ ଏସବୁ ସମାଚାର ବାହାର କରୁଛନ୍ତି । ଏପରି କହିପାରିବା ନାହିଁ ଯେ ଏହି ବୋମା କୌଣସି କାମରେ ଆସିବ ନାହିଁ । ଯଦି ହେବ ବମ୍ ପକାଇଦେଇ ପାରନ୍ତି ଏହିଭଳି କଥାବାର୍ତ୍ତା ଦେଉଛନ୍ତି । ତେବେ ଏହିଭଳି ସବୁ ପ୍ରସ୍ତୁତି ଚାଲିଛି, ବିନାଶ ତ ନିଶ୍ଚିତ ହେବ । ବୋମା ପଡିବ ନାହିଁ, ବିନାଶ ହେବ ନାହିଁ ଏପରି କେବେ ହୋଇପାରିବ ନାହିଁ । ତୁମ ପାଇଁ ନୂଆ ଦୁନିଆ ନିଶ୍ଚିତ ଆବଶ୍ୟକ । ଏହା ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ସେଥିପାଇଁ ତୁମେ ବହୁତ ଖୁସି ହେବା ଉଚିତ୍ । ମିରୁଆ ମୌତ ମଲୁକା ଶିକାର..(କାହାର ପୁଷ ମାସ ତ କାହାର ସର୍ବନାଶ) । ଡ୍ରାମା ଅନୁସାରେ ସମସ୍ତଙ୍କୁ ମରିବାକୁ ହିଁ ହେବ । ତୁମ ପାଖରେ ଡ୍ରାମାର ଜ୍ଞାନ ଅଛି ତେଣୁ ତୁମେ ହଲଚଲ୍ ହେଉନାହଁ, ସାକ୍ଷୀ ହୋଇ ଦେଖୁଛ । ତେବେ ଏଥିରେ କାନ୍ଦିବାର କୌଣସି କଥା ନାହିଁ । ଠିକ୍ ସମୟରେ ଶରୀର ଛାଡିବାକୁ ହିଁ ପଡିବ । ତୁମେ ଆତ୍ମାମାନେ ଜାଣିଛ ଆମେ ପରବର୍ତ୍ତୀ ଜନ୍ମ ଦୈବୀ ରାଜବଂଶରେ ନେବୁ । ଆତ୍ମା ଜାଣିଛି ମୁଁ ରାଜକୁମାର ହେବି । ଆତ୍ମା ଏକଥା ଜାଣିଛି ସେଥିପାଇଁ ତ ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେଉଛି । ସର୍ପ ଭିତରେ ମଧ୍ୟ ଆତ୍ମା ଅଛି ନା । ଯେପରି କୁହାଯାଏ ସାପ ଗୋଟିଏ କାତି ଛାଡି ଆଉ ଗୋଟିଏ ନେଇଥାଏ । କିନ୍ତୁ ସିଏ ମଧ୍ୟ କେବେ ନା କେବେ ଶରୀର ତ୍ୟାଗ କରିଥାଏ ପୁଣି ଛୋଟ ପିଲା ହୋଇ ଜନ୍ମ ହୁଏ । ପୁନର୍ଜନ୍ମ ତ ସମସ୍ତଙ୍କୁ ନେବାର ଅଛି । ଏହିଭଳି ବିଚାର ସାଗର ମନ୍ଥନ କରିବାକୁ ପଡିଥାଏ ।

ସବୁଠାରୁ ମୁଖ୍ୟ କଥା ହେଲା ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଇବାକୁ ହେବ ଯେପରି ପିଲାମାନେ ମାତା-ପିତାଙ୍କୁ ଏକଦମ୍ ଜାବୁଡି ଧରିଥାନ୍ତି । ସେହିପରି ବାବାଙ୍କୁ ମଧ୍ୟ ବହୁତ ସ୍ନେହରେ ବୁଦ୍ଧିଯୋଗ ଦ୍ୱାରା ଦୃଢ ଭାବରେ ଧରିବା ଉଚିତ୍ । ନିଜକୁ ଦେଖିବାକୁ ହେବ ଯେ ଆମେ କେତେ ଧାରଣା କରୁଛୁ । (ନାରଦଙ୍କର ଉଦାହରଣ) ଭକ୍ତମାନେ ଯେପର୍ଯ୍ୟନ୍ତ ଜ୍ଞାନର ଧାରଣା ନ କରିଛନ୍ତି ସେପର୍ଯ୍ୟନ୍ତ ଦେବତା ହୋଇପାରିବେ ନାହିଁ । ଏହା କେବଳ ଲକ୍ଷ୍ମୀଙ୍କୁ ବରଣ କରିବାର କଥା ନୁହେଁ । ଏହା ତ ବୁଝିବାର କଥା ଅଟେ । ତୁମେମାନେ ଜାଣୁଛ ଯେତେବେଳେ ଆମେ ସତ୍ତୋପ୍ରଧାନ ଥିଲୁ ସେତେବେଳେ ବିଶ୍ୱରେ ରାଜ୍ୟ କରୁଥିଲୁ ଏବେ ପୁଣି ସତ୍ତୋପ୍ରଧାନ ହେବା ପାଇଁ ବାବାଙ୍କୁ ମନେ ପକାଇବାକୁ ହେବ, ଏହି ପରିଶ୍ରମ ତୁମେ କଳ୍ପ-କଳ୍ପ ଧରି ଯଥା ଯୋଗ ତଥା ଶକ୍ତି କରିଆସିଛ । ପ୍ରତ୍ୟେକ ନିଜେ ନିଜେ ଜାଣିପାରିବେ ଆମେ କେତେ କାହାକୁ ବୁଝାଇପାରୁଛୁ ? କେତେ ଆମେ ଦେହ-ଅଭିମାନରୁ ମୁକ୍ତ ହେଉଛୁ । ମୁଁ ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେଉଛି, ମୁଁ ଆତ୍ମା ଏହା ଦ୍ୱାରା କାମ କରୁଛି । ଏହା ମୋର କର୍ମେନ୍ଦ୍ରିୟ ଅଟେ । ଆମେ ସମସ୍ତେ ହେଲେ ଅଭିନେତା । ଏହି ଡ୍ରାମା ଏକ ବହୁତ ବଡ ଅବିନାଶୀ ନାଟକ । ଏଥିରେ କ୍ରମାନସୁାରେ ସମସ୍ତ ଅଭିନେତା ରହିଛନ୍ତି । ଆମେ ଜାଣିଛୁ ଏଥିରେ କିଏ-କିଏ ମୁଖ୍ୟ ଅଭିନେତା ଅଛନ୍ତି । ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀର କିଏ-କିଏ ଅଟନ୍ତି ? ତୁମେମାନେ ବାବାଙ୍କ ଦ୍ୱାରା ଡ୍ରାମାର ଆଦି-ମଧ୍ୟ-ଅନ୍ତକୁ ଜାଣିଗଲଣି ରଚୟିତାଙ୍କ ଦ୍ୱାରା ତୁମକୁ ରଚନାର ଜ୍ଞାନ ମିଳିଛି । ରଚୟିତା ବାବା ହିଁ ଆସି ନିଜର ଏବଂ ରଚନାର ରହସ୍ୟକୁ ବୁଝାଉଛନ୍ତି । ଇଏ ହେଉଛନ୍ତି ତାଙ୍କର ରଥ, ଯାହାଙ୍କର ଶରୀରରେ ବାବା ପ୍ରବେଶ କରୁଛନ୍ତି । ସେଥିପାଇଁ ତ କୁହାଯାଉଛି ଦୁଇଜଣ ଆତ୍ମା ଅଛନ୍ତି । ଏହା ମଧ୍ୟ ସାଧାରଣ କଥା । ଶ୍ରାଦ୍ଧ ଖୁଆଇବା ସମୟରେ ଆତ୍ମା ଆସିଥାଏ ନା । ପୂର୍ବରୁ ଏହିପ୍ରଥା ବହୁତ ଚାଲୁଥିଲା । ତାଙ୍କୁ ପ୍ରଶ୍ନ ମଧ୍ୟ ପଚାରୁଥିଲେ । ଏବେ ତ ତମୋପ୍ରଧାନ ହୋଇଗଲାଣି । କେହି-କେହି ଏବେ ମଧ୍ୟ କହୁଛନ୍ତି ଆମେ ପୂର୍ବଜନ୍ମରେ ଅମୁକ ଥିଲୁ । କିନ୍ତୁ ଭବିଷ୍ୟତ କଥା କେହି କହୁନାହାଁନ୍ତି । ପୂର୍ବ କଥା ଶୁଣାଉଛନ୍ତି । ସମସ୍ତଙ୍କ ଉପରେ ତ ବିଶ୍ୱାସ କରୁନାହାଁନ୍ତି ।

ବାବା କହୁଛନ୍ତି ମଧୁର ସନ୍ତାମାନେ, ଏବେ ତୁମକୁ ଶାନ୍ତ ହୋଇ ରହିବାକୁ ହେବ । ତୁମେ ଯେତେ-ଯେତେ ଜ୍ଞାନ-ଯୋଗରେ ମଜବୁତ ହେବ ସେତେ ପକ୍କା ଅଥବା ଶକ୍ତିଶାଳୀ ହୋଇଯିବ । ଏବେ ମଧ୍ୟ ବହୁତ ସନ୍ତାନ ଭୋଳା ଅଛନ୍ତି । ଭାରତବାସୀ ଦେବୀ-ଦେବତାମାନେ କେତେ ଶକ୍ତିଶାଳୀ ଥିଲେ । ସେମାନେ ଧନରେ ମଧ୍ୟ ଭରପୁର ଥିଲେ । ଏବେ ତ ବିଲକୁଲ୍ ଖାଲି ହୋଇଯାଇଛନ୍ତି । ସେମାନେ ପବିତ୍ର ଧନୀ ଥିଲେ, ତୁମେ ଏବେ ଅପବିତ୍ର ଦରିଦ୍ର ହୋଇଯାଇଛ । ତୁମେ ନିଜେ ମଧ୍ୟ ଜାଣିଛ ଭାରତ କଣ ଥିଲା, ଏବେ କଣ ହୋଇଯାଇଛି । ତେଣୁ ଭୋକରେ ମରିବାକୁ ହିଁ ପଡିବ । ଶସ୍ୟ-ପାଣି ଆଦି କିଛି ବି ମିଳିବ ନାହିଁ । କେଉଁଠି ଯଦି ବନ୍ୟା ହେବ ତ ଆଉ କେଉଁଠି ପାଣିର ଗୋଟିଏ ବୁନ୍ଦା ମଧ୍ୟ ମିଳିବ ନାହିଁ । ବର୍ତ୍ତମାନ ଦୁଃଖର ବାଦଳ ଘେରି ରହିଛି, ସତ୍ୟଯୁଗରେ ସୁଖର ବାଦଳ ହେବ । ଏହି ଖେଳକୁ ତୁମେମାନେ ହିଁ ବୁଝିଛ ଆଉ କେହି ଜାଣିନାହାଁନ୍ତି । ଏହି ବ୍ୟାଜ ଉପରେ ବୁଝାଇବା ମଧ୍ୟ ବହୁତ ଭଲ । ସିଏ ଲୌକିକ ବିନାଶୀ ପିତା, ଇଏ ହେଉଛନ୍ତି ପାରଲୌକିକ ଅବିନାଶୀ ପିତା । ବାବା ଥରେ ମାତ୍ର ଏହି ସଂଗମଯୁଗରେ ହିଁ ଅବିନାଶୀ ସମ୍ପତ୍ତି ଦେଉଛନ୍ତି ସେଥିପାଇଁ ଦୁନିଆ ନୂଆ ହୋଇଯାଉଛି । ଏହା ହେଉଛି ଲୌହଯୁଗ ପୁଣି ନିଶ୍ଚିତ ଭାବରେ ସ୍ୱର୍ଣ୍ଣିମଯୁଗ ହେବ । ତୁମେ ବର୍ତ୍ତମାନ ସଂଗମରେ ଅଛ । କୁହାଯାଏ ହୃଦୟ ସ୍ୱଚ୍ଛ ଥିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେଣୁ ପ୍ରତିଦିନ ନିଜକୁ ପଚାର କୌଣସି ଖରାପ କାମ କରିନାହିଁ ତ ? କାହା ପାଇଁ ମନରେ ବିକାରୀ ବିଚାର ଆସିନାହିଁ ତ ? ନିଜର ମସ୍ତିରେ ରହିଛି ନା ପରଚିନ୍ତନ-ପରଦର୍ଶନରେ ସମୟ ନଷ୍ଟ କରିଛି ? ବାବାଙ୍କର ନିର୍ଦ୍ଦେଶ ହେଲା ମୋତେ ମନେ ପକାଅ । ଯଦି ମୋତେ ମନେ ନ ପକାଇବ ତେବେ ଅବଜ୍ଞାକାରୀ ହୋଇଯିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଜ୍ଞାନ-ଯୋଗର ମସ୍ତିରେ ରହି, ହୃଦୟକୁ ସ୍ୱଚ୍ଛ ରଖିବାକୁ ହେବ । ବ୍ୟର୍ଥ ଚିନ୍ତନରେ ନିଜର ସମୟ ନଷ୍ଟ କରିବା ଉଚିତ୍ ନୁହେଁ ।

(୨) ଆମେ ଆତ୍ମା ଭାଇ-ଭାଇ ଅଟୁ, ଏବେ ଆମକୁ ଘରକୁ ଯିବାକୁ ହେବ ଏହି ଅଭ୍ୟାସକୁ ପକ୍କା କରିବାକୁ ହେବ । ବିଦେହୀ ହୋଇ ନିଜର ସ୍ୱଧର୍ମରେ ସ୍ଥିତ ରହି ବାବାଙ୍କୁ ମନେ ପକାଇବାକୁ ହେବ ।

ବରଦାନ:-
ଅକଲ୍ୟାଣର ସଂକଳ୍ପକୁ ସମାପ୍ତ କରି ଅପକାରୀମାନଙ୍କ ଉପରେ ମଧ୍ୟ ଉପକାର କରୁଥିବା ଜ୍ଞାନୀ ତୁ ଆତ୍ମା ହୁଅ ।

କେହି ଯଦି ତୁମର ପ୍ରତିଦିନ ଗ୍ଲାନି କରୁଛି, ଅକଲ୍ୟାଣ କରୁଛି ବା ଗାଳି ଦେଉଛି ତେବେ ମଧ୍ୟ ତା ପ୍ରତି ଘୃଣାର ଭାବନା ନରହୁ । ଅପକାରୀର ମଧ୍ୟ ଉପକାର କରିବା ଏହା ହିଁ ହେଉଛି ଜ୍ଞାନୀ ତୁ ଆତ୍ମାର କର୍ତ୍ତବ୍ୟ । ଯେପରି ତୁମେମାନେ ୬୩ ଜନ୍ମ ହେଲାଣି ବାବାଙ୍କୁ ଗାଳି ଦେଇଆସିଛ ପୁଣି ବି ବାବା ତୁମକୁ କଲ୍ୟାଣକାରୀ ଦୃଷ୍ଟିରେ ଦେଖୁଛନ୍ତି, ତେଣୁ ବାବାଙ୍କୁ ଅନୁକରଣ କର । ଜ୍ଞାନୀ ତୁ ଆତ୍ମାର ଅର୍ଥ ହିଁ ହେଉଛି ସମସ୍ତଙ୍କ ପ୍ରତି କଲ୍ୟାଣର ଭାବନା ରଖିବା । ଅକଲ୍ୟାଣର ଭାବନା ସଂକଳ୍ପରେ ମଧ୍ୟ ନରହୁ ।

ସ୍ଲୋଗାନ:-
ମନମନାଭବ ସ୍ଥିତିରେ ସ୍ଥିତ ରୁହ ତେବେ ଅନ୍ୟମାନଙ୍କର ମନର ଭାବକୁ ଜାଣିପାରିବ ।