02.02.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଭଗବାନ ତୁମର ସାଥୀ ଏବଂ ରାବଣ ଶତ୍ରୁ ଅଟେ, ସେଥିପାଇଁ ତୁମେ ଭଗବାନଙ୍କୁ ଭଲପାଉଛ ଏବଂ ରାବଣକୁ ଜଳାଉଛ ।

ପ୍ରଶ୍ନ:-
କେଉଁ ପିଲାମାନଙ୍କୁ ଅନେକଙ୍କର ଆଶୀର୍ବାଦ ସ୍ୱତଃ ମିଳିବାରେ ଲାଗିଛି?

ଉତ୍ତର:-
ଯେଉଁ ପିଲାମାନେ ବାବାଙ୍କ ସ୍ମୃତିରେ ରହି ନିଜେ ପବିତ୍ର ହୋଇ ଅନ୍ୟମାନଙ୍କୁ ନିଜ ପରି କରୁଛନ୍ତି । ସେମାନଙ୍କୁ ଅନେକଙ୍କର ଆଶୀର୍ବାଦ ମିଳିଯାଉଛି । ସେମାନେ ବହୁତ ଉଚ୍ଚ ପଦ ପ୍ରାପ୍ତ କରୁଛନ୍ତି । ବାବା ତୁମମାନଙ୍କୁ ଶ୍ରେଷ୍ଠ କରିବା ପାଇଁ ଏକମାତ୍ର ଶ୍ରୀମତ ଦେଉଛନ୍ତି - ପିଲାମାନେ କୌଣସି ବି ଦେହଧାରୀଙ୍କୁ ମନେ ନପକାଇ କେବଳ ମୋତେ ହିଁ ମନେପକାଅ ।

ଗୀତ:-
ଆଖିର ୱହ ଦିନ୍ ଆୟା ଆଜ୍...

ଓମ୍ ଶାନ୍ତି ।
ବାବା ଆମମାନଙ୍କୁ ଓମ୍ ଶାନ୍ତିର ଅର୍ଥକୁ ବୁଝାଇ ଦେଇଛନ୍ତି । ଓମ୍ ଅର୍ଥାତ୍ ମୁଁ ଆତ୍ମା ଏବଂ ଏହା ମୋର ଶରୀର । ଆତ୍ମା ତ ଦେଖାଯାଏ ନାହିଁ । କିନ୍ତୁ ଆତ୍ମାରେ ହିଁ ଭଲ ବା ଖରାପ ସଂସ୍କାର ରହେ । ଆତ୍ମାରେ ହିଁ ମନ-ବୁଦ୍ଧି ଅଛି । ଶରୀରରେ ବୁଦ୍ଧି ନାହିଁ । ମୁଖ୍ୟ ହେଉଛି ଆତ୍ମା । ଶରୀର ତ ମୋର । ଆତ୍ମାକୁ କେହି ଦେଖିପାରନ୍ତି ନାହିଁ । ଶରୀରକୁ ଆତ୍ମା ଦେଖିଥାଏ । ଆତ୍ମାକୁ ଶରୀର ଦେଖିପାରେ ନାହିଁ । ଆତ୍ମା ବାହାରି ଗଲେ ଶରୀର ଜଡ ହୋଇଯାଏ । ଆତ୍ମାକୁ ଦେଖି ହୁଏ ନାହିଁ । ଶରୀରକୁ ଦେଖି ହୁଏ । ସେହିପରି ଆତ୍ମାର ଯିଏ ପିତା, ଯାହାକୁ ଓ ଗଡ୍ ଫାଦର କୁହାଯାଏ ସେ ମଧ୍ୟ ଦେଖାଯାନ୍ତି ନାହିଁ, ତାଙ୍କୁ କେବଳ ବୁଝି ହୁଏ, ଜାଣି ହୁଏ । ଆମେ ଆତ୍ମା ସବୁ ଭାଇ ଭାଇ ଅଟୁ । ଶାରୀରିକ ସମ୍ବନ୍ଧରେ କୁହାଯିବ ଇଏ ଭାଇ-ଭାଇ ବା ଭଉଣୀ-ଭାଇ । ବାସ୍ତବରେ ଆତ୍ମାମାନେ ତ ଭାଇ ଭାଇ ଅଟନ୍ତି । ଆତ୍ମାମାନଙ୍କର ପିତା-ପରମପିତା ପରମାତ୍ମା । ଶରୀରଧାରୀ ଭାଇ ଭଉଣୀମାନେ ପରସ୍ପରକୁ ଦେଖିପାରନ୍ତି । ଆତ୍ମାମାନଙ୍କର ପିତା ହେଲେ ଜଣେ, ତାଙ୍କୁ ଦେଖି ହୁଏ ନାହିଁ । ବର୍ତ୍ତମାନ ପୁରୁଣା ଦୁନିଆକୁ ନୂଆ କରିବା ପାଇଁ ବାବା ଆସିଛନ୍ତି । ସତ୍ୟଯୁଗକୁ ନୂଆ ଦୁନିଆ କୁହାଯାଉଥିଲା । କଳିଯୁଗକୁ ପୁରୁଣା ଦୁନିଆ କୁହାଯାଉଛି ଯାହାକି ଏବେ ପରିବର୍ତ୍ତନ ହେବାକୁ ଯାଉଛି । ବାସ୍ତବରେ ପୁରୁଣା ଦୁନିଆ ତ ସମାପ୍ତ ହେବା ଦରକାର ନା । ଯେପରି ପୁରୁଣା ଘର ଭାଙ୍ଗି ନଷ୍ଟ ହୋଇଗଲେ, ନୂଆ ଘର ତିଆରି ହୁଏ, ସେହିପରି ଏହି ପୁରୁଣା ଦୁନିଆ ମଧ୍ୟ ବିନାଶ ହେବାକୁ ଯାଉଛି । ସତ୍ୟଯୁଗ ପରେ ତ୍ରେତୟା, ଦ୍ୱାପର, କଳିଯୁଗ ଏହି ଚାରିଯୁଗ ପରେ ପୁଣି ପ୍ରଥମ ଯୁଗ ଅର୍ଥାତ୍ ସତ୍ୟଯୁଗ ନିଶ୍ଚିତ ଆସିବ । ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ନିଶ୍ଚିତ ହେବ । ସତ୍ୟଯୁଗରେ ଦେବୀ ଦେବତାମାନଙ୍କର ରାଜ୍ୟ ଥିଲା । ସୂର୍ଯ୍ୟବଂଶୀ ଏବଂ ଚନ୍ଦ୍ରବଂଶୀ ସେମାନଙ୍କୁ କୁହାଯାଏ ଯେଉଁମାନେ କି ଲକ୍ଷ୍ମୀ-ନାରାୟଣଙ୍କ ବଂଶର ଏବଂ ରାମ-ସୀତାଙ୍କ ବଂଶର ଅଟନ୍ତି । ଏକଥା ତ ବହୁତ ସହଜ ନା । ଦ୍ୱାପର ଯୁଗ ଏବଂ କଳିଯୁଗରେ ଅନ୍ୟ ଧର୍ମ ସବୁ ଆସନ୍ତି । ତାପରେ ଦେବତାମାନେ ଯେଉଁମାନେ କି ଦିନେ ସମ୍ପୂର୍ଣ୍ଣ ପବିତ୍ର ଥିଲେ ସେମାନେ ଅପବିତ୍ର ହୋଇଯାଆନ୍ତି, ଯାହାକୁ ରାବଣ ରାଜ୍ୟ କୁହାଯାଏ । ରାବଣକୁ ବର୍ଷ ବର୍ଷ ଧରି ଜଳାଇ ଆସୁଛନ୍ତି ପରନ୍ତୁ ସିଏ ଜଳୁ ନାହିଁ, ତେଣୁ ତାକୁ ପ୍ରତିବର୍ଷ ଜଳାଉଛନ୍ତି । ସିଏ ସମସ୍ତଙ୍କର ସବୁଠାରୁ ବଡ ଶତ୍ରୁ ସେଥିପାଇଁ ତାକୁ ଜଳାଇବାର ନିୟମ ହୋଇଯାଇଛି । ଭାରତର ପ୍ରଥମ ନମ୍ବର ଶତ୍ରୁ କିଏ? ପ୍ରଥମ ନମ୍ବର ସାଙ୍ଗ ଏବଂ ସଦାକାଳର ସୁଖଦାତା ହେଉଛନ୍ତି ଭଗବାନ । ସେଥିପାଇଁ ଈଶ୍ୱରଙ୍କୁ ସାଥୀ କୁହାଯାଏ ନା । ଏ ବିଷୟରେ ଗୋଟିଏ କାହାଣୀ ବି ଅଛି । ତେଣୁ ଭଗବାନ ହେଲେ ଆମ ସମସ୍ତଙ୍କର ସାଥୀ, ରାବଣ ଆମର ଶତ୍ରୁ । ଭଗବାନ ଯିଏକି ଆମ ସମସ୍ତଙ୍କର ସାଥୀ ତାଙ୍କୁ କେବେ ବି କେହି ଜଳାଇବେ ନାହିଁ । ସିଏ ସମସ୍ତଙ୍କର ଶତ୍ରୁ ତେଣୁ ୧୦ ମୁଣ୍ଡ ଯୁକ୍ତ ରାବଣ ତିଆରି କରି ତାକୁ ବର୍ଷ ବର୍ଷ ଧରି ଜଳାଇ ଆସୁଛନ୍ତି । ଗାନ୍ଧିଜୀ ମଧ୍ୟ କହୁଥିଲେ ଆମକୁ ରାମରାଜ୍ୟ ଦରକାର । କାରଣ ରାମ ରାଜ୍ୟରେ ସୁଖ ଅଛି ଏବଂ ରାବଣ ରାଜ୍ୟରେ ଦୁଃଖ । ତେବେ ଏସବୁ କଥା ଏବେ କିଏ ବୁଝାଉଛନ୍ତି? ପତିତ-ପାବନ ବାବା । ଶିବ ହେଲେ ଆମମାନଙ୍କର ବାବା, ବ୍ରହ୍ମା ହେଉଛନ୍ତି ଦାଦା । ବାବା ହସ୍ତାକ୍ଷର କରିବା ସମୟରେ ବାପଦାଦା ବୋଲି ଲେଖିଥାନ୍ତି । ତେଣୁ ପ୍ରଜାପିତା ବ୍ରହ୍ମା ମଧ୍ୟ ସମସ୍ତଙ୍କର ପିତା ହୋଇଗଲେ । ଯାହାଙ୍କୁ ଆଦମ୍ ଅର୍ଥାତ୍ ଆଦି ପିତା ମଧ୍ୟ କୁହାଯାଏ । ତାଙ୍କୁ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ୍‌ ଫାଦର କୁହାଯାଏ । ଯିଏକି ଏହି ମନୁଷ୍ୟ ସୃଷ୍ଟିର ପ୍ରଜାପିତା ଅଟନ୍ତି । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ହିଁ ବ୍ରାହ୍ମଣ ରଚନା କରାଯାଏ, ପରେ ସେହି ବ୍ରାହ୍ମଣମାନେ ହିଁ ଦେବତା ହୁଅନ୍ତି । ଦେବତାମାନେ ପୁଣି କ୍ଷତ୍ରୀୟ, ବୈଶ୍ୟ, ଶୁଦ୍ର ହୁଅନ୍ତି । ଏହାଙ୍କୁ ହିଁ କୁହାଯାଏ ପ୍ରଜାପିତା ବ୍ରହ୍ମା, ମନୁଷ୍ୟ ସୃଷ୍ଟିର ସବୁଠାରୁ ବଡ । ପ୍ରଜାପିତା ବ୍ରହ୍ମାଙ୍କର ଢେର ସନ୍ତାନ ଅଛନ୍ତି । ସମସ୍ତେ ବାବା-ବାବା କହୁଛନ୍ତି । ଯିଏକି ସାକାର ଅଟନ୍ତି । ଶିବବାବା ତ ନିରାକାର । ଗାୟନ ମଧ୍ୟ ରହିଛି - ଭଗବାନ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ନୂଆ ମନୁଷ୍ୟ ସୃଷ୍ଟିର ରଚନା କରନ୍ତି । ଏହା ତୁମର ପୁରୁଣା ଶରୀର । ବର୍ତ୍ତମାନ ପତିତ ଦୁନିଆ, ରାବଣ ରାଜ୍ୟ । ଏବେ ରାବଣର ଆସୁରୀ ଦୁନିଆ ସମାପ୍ତ ହୋଇଯିବ । ସେଥିପାଇଁ ଏହି ମହାଭାରତ ଲଢେଇ ଲାଗିବାକୁ ଯାଉଛି । ତାପରେ ସତ୍ୟଯୁଗରେ ଏହି ରାବଣ ରୂପି ଶତ୍ରୁକୁ ଆଉ କେହି ଜଳାଇବେ ନାହିଁ କାରଣ ରାବଣ ସେଠାରେ ରହିବ ନାହିଁ । ଏହି ରାବଣ ହିଁ ଦୁଃଖର ଦୁନିଆ ରଚନା କରିଛି । ଏପରି ନୁହେଁ ଯେ ଯେଉଁମାନଙ୍କ ପାଖରେ ବହୁତ ପଇସା ଅଛି, ବଡ ବଡ ମହଲ ଅଛି, ସେମାନେ ସ୍ୱର୍ଗରେ ଅଛନ୍ତି ।

ବାବା ବୁଝାଉଛନ୍ତି, ଯଦିଓ କାହା ପାଖରେ କୋଟି କୋଟି ଟଙ୍କା ଅଛି, ପରନ୍ତୁ ଏସବୁ ତ ମାଟିରେ ମିଶିଯିବ । ନୂଆ ଦୁନିଆରେ ନୂଆ ଖଣି ବାହାରେ, ଯେଉଁଥିରେ ନୂଆ ଦୁନିଆର ମହଲ ଆଦି ତିଆରି କରାଯାଏ । ଏହି ପୁରୁଣା ଦୁନିଆ ଏବେ ସମାପ୍ତ ହେବାକୁ ଯାଉଛି । ମନୁଷ୍ୟମାନେ ସଦ୍‌ଗତି ପାଇବା ପାଇଁ ଭକ୍ତି କରନ୍ତି, କହନ୍ତି ହେ ପତିତ-ପାବନ ଆମକୁ ପାବନ କର, ଆମେ ଏବେ ବିକାରୀ ହୋଇଯାଇଛୁ । ତେବେ ବିକାରୀମାନଙ୍କୁ ହିଁ ପତିତ ବୋଲି କୁହାଯାଏ । ସତ୍ୟଯୁଗରେ ସମସ୍ତେ ସମ୍ପୂର୍ଣ୍ଣ ନିର୍ବିକାରୀ ରହନ୍ତି । ସେଠାରେ ସନ୍ତାନ ମଧ୍ୟ ଯୋଗବଳ ଦ୍ୱାରା ଜାତ ହୁଅନ୍ତି, କୌଣସି ବିକାର ନଥାଏ । ନା ଦେହ-ଅଭିମାନ, ନା କାମ, କ୍ରୋଧ... ୫ ବିକାର ହିଁ ନଥାଏ ସେଥିପାଇଁ ସେଠାରେ କେବେ ହେଲେ ରାବଣକୁ ଜଳାନ୍ତି ନାହିଁ । ବର୍ତ୍ତମାନ ତ ରାବଣର ରାଜ୍ୟ ଚାଲିଛି । ଏବେ ବାବା କହୁଛନ୍ତି ତୁମେମାନେ ପବିତ୍ର ହୁଅ । ଏହି ପତିତ ଦୁନିଆ ସମାପ୍ତ ହେବାକୁ ଯାଉଛି, ଯେଉଁମାନେ ଶ୍ରୀମତ ଅନୁସାରେ ପବିତ୍ର ରହନ୍ତି ସେମାନେ ସାରା ବିଶ୍ୱର ରାଜତ୍ୱର ବର୍ସା ପ୍ରାପ୍ତ କରନ୍ତି । ଏହି ଦୁନିଆରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ନା । ଏବେ ତ ରାବଣ ରାଜ୍ୟ ଚାଲିଛି । ଯାହାକି ଅଳ୍ପ ଦିନ ଭିତରେ ସମାପ୍ତ ହେବାକୁ ଯାଉଛି । ପୁଣି ସତ୍ୟଯୁଗୀ ରାମରାଜ୍ୟ ସ୍ଥାପନ ହେବ । ସତ୍ୟଯୁଗରେ ଦିଲ୍ଲୀ ପରିସ୍ଥାନ ଥିଲା । ଦିଲ୍ଲୀରେ ହିଁ ଲକ୍ଷ୍ମୀ-ନାରାୟଣଙ୍କର ରାଜ ସିଂହାସନ ଥିଲା । ରାବଣ ରାଜ୍ୟରେ ମଧ୍ୟ ଦିଲ୍ଲୀ ରାଜଧାନୀ ଅଛି ଏବଂ ରାମ ରାଜ୍ୟରେ ମଧ୍ୟ ଦିଲ୍ଲୀ ରାଜଧାନୀ ଥିଲା । ପରନ୍ତୁ ରାମ ରାଜ୍ୟରେ ହୀରା ନୀଳାର ମହଲ ଥିଲା, ଅପାର ସୁଖ ଥିଲା । ଏବେ ବାବା କହୁଛନ୍ତି ତୁମେମାନେ ଯେଉଁ ବିଶ୍ୱର ରାଜତ୍ୱକୁ ହରାଇଛ, ତାହା ମୁଁ ପୁଣି ଥରେ ତୁମମାନଙ୍କୁ ଦେଉଛି । ତୁମେମାନେ ଏବେ ମୋର ମତ ଅନୁସାରେ ଚାଲ । ଯଦି ଶ୍ରେଷ୍ଠ ହେବାକୁ ଚାହୁଁଛ ତେବେ କେବଳ ମୋତେ ସ୍ମରଣ କର ଅନ୍ୟ କୌଣସି ଦେହଧାରୀଙ୍କୁ ସ୍ମରଣ କରନାହିଁ । ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ ତେବେ ତମୋପ୍ରଧାନରୁ ସତୋପ୍ରଧାନ ହୋଇଯିବ ଏବଂ ମୋ ପାଖକୁ ଚାଲିଆସିବ । ଏବେ ମୋର ଗଳାର ମାଳା ହେବ ତାପରେ ବିଷ୍ଣୁଙ୍କ ଗଳାର ମାଳା ହୋଇଯିବ । ମାଳାର ସର୍ବୋଚ୍ଚ ସ୍ଥାନରେ ମୁଁ ରହିଛି ମୋ ପରେ ବ୍ରହ୍ମା-ସରସ୍ୱତୀ ଦୁଇ ଜଣ ଅଛନ୍ତି । ପୁଣି ସେହିମାନେ ହିଁ ସତ୍ୟଯୁଗର ମହାରାଜା-ମହାରାଣୀ ହେଉଛନ୍ତି । ଯିଏ କ୍ରମାନୁସାରେ ଗଦ୍ଦିରେ ବସିଥାନ୍ତି ତାଙ୍କର ହିଁ ସାରା ମାଳା ରହିଛି । ମୁଁ ଏହି ଭାରତକୁ ବ୍ରହ୍ମା ସରସ୍ୱତୀ ଏବଂ ବ୍ରାହ୍ମଣମାନଙ୍କ ଦ୍ୱାରା ସ୍ୱର୍ଗ କରୁଛି । ଯେଉଁମାନେ ପୁରୁଷାର୍ଥର କରୁଛନ୍ତି ସେମାନଙ୍କର ସ୍ମୃତିଚିହ୍ନ ରହିଯାଉଛି । ତାହା ହେଲା ରୁଦ୍ରମାଳା ଏବଂ ଏହା ବିଷ୍ଣୁଙ୍କର ମାଳା । ଆତ୍ମାମାନଙ୍କର ମାଳାକୁ ରୁଦ୍ରମାଳା କୁହାଯାଏ ଏବଂ ମନୁଷ୍ୟମାନଙ୍କର ମାଳାକୁ ବିଷ୍ଣୁମାଳା କୁହାଯାଏ । ଆତ୍ମାମାନଙ୍କର ବାସସ୍ଥାନ ହେଲା ନିରାକାର ଦୁନିଆ ପରମଧାମ, ଯାହାକୁ ବ୍ରହ୍ମାଣ୍ଡ ମଧ୍ୟ କୁହାଯାଉଛି । ଆତ୍ମାର ଆକାର ବାସ୍ତବରେ ଅଣ୍ଡା ପରି ହୋଇନଥାଏ, ଆତ୍ମା ତ ବିନ୍ଦୁ ସଦୃଶ, ଆମେ ସବୁ ଆତ୍ମା ସେଠାରେ ସୁଇଟ୍ ହୋମର ନିବାସୀ ଅଟୁ । ଆମେ ଆତ୍ମାମାନେ ବାବାଙ୍କ ସାଥିରେ ସେଠାରେ ରହୁଛୁ । ତାହା ହେଉଛି ମୁକ୍ତିଧାମ । ମନୁଷ୍ୟମାନେ ଚାହୁଁଛନ୍ତି ଆମେ ମୁକ୍ତିଧାମ ଚାଲିଯିବୁ ପରନ୍ତୁ କେହି ବି ସେଠାକୁ ଯାଇ ପାରିବେ ନାହିଁ । କାରଣ ଏଠାରେ ସମସ୍ତଙ୍କୁ ପାର୍ଟ କରିବାକୁ ହେବ, ସେ ପର୍ଯ୍ୟନ୍ତ ବାବା ତୁମମାନଙ୍କୁ ପ୍ରସ୍ତୁତ କରାଉଥିବେ । ତୁମେମାନେ ଯେପର୍ଯ୍ୟନ୍ତ ପ୍ରସ୍ତୁତ ନ ହୋଇଛ ସେପର୍ଯ୍ୟନ୍ତ ବାକି ଯେଉଁସବୁ ଆତ୍ମାମାନେ ଅଛନ୍ତି, ସେମାନେ ସବୁ ଆସିଯିବେ । ତାପରେ ସବୁକିଛି ସମାପ୍ତ ହେବ । ତୁମେମାନେ ଯାଇ ନୂଆ ଦୁନିଆରେ ରାଜ୍ୟ କରିବ ପୁନଃ କ୍ରମାନୁସାରେ ଚକ୍ର ଚାଲିବ । ତୁମେମାନେ ଗୀତରେ ଶୁଣିଲ ନା - ଆଖିର ୱହ ଦିନ୍ ଆୟା ଆଜ୍‌... ତୁମେମାନେ ଜାଣିଛ ଭାରତବାସୀ ଏବେ ନର୍କବାସୀ ହୋଇଯାଇଛନ୍ତି ସେମାନେ ପୁଣି ସ୍ୱର୍ଗବାସୀ ହେବେ । ବାକି ସବୁ ଆତ୍ମାମାନେ ଶାନ୍ତିଧାମକୁ ଚାଲିଯିବେ । ଏସବୁ କଥାକୁ ତୁମମାନଙ୍କୁ ସଂକ୍ଷେପରେ ବୁଝାଇବାକୁ ହେବ । ଅଲଫ୍ ବାବା, ବେ ବାଦଶାହୀ । ଅଲଫଙ୍କୁ ବାଦଶାହୀ ମିଳିଯାଉଛି । ଏବେ ବାବା କହୁଛନ୍ତି - ମୁଁ ପୁଣି ଥରେ ସେହି ରାଜତ୍ୱର ସ୍ଥାପନା କରୁଛି । ତୁମେମାନେ ୮୪ ଜନ୍ମ ଭୋଗ କରି ଏବେ ପତିତ ହୋଇଯାଇଛ । ରାବଣ ତୁମମାନଙ୍କୁ ପତିତ କରିଦେଇଛି । ପୁଣି ପାବନ କିଏ କରୁଛନ୍ତି? ଭଗବାନ, ଯାହାଙ୍କୁ ପତିତ ପାବନ ବୋଲି କୁହାଯାଏ, ତୁମେ କିପରି ପତିତରୁ ପାବନ, ପାବନରୁ ପତିତ ହେଉଛ ସେହି ଇତିହାସ ଭୂଗୋଳର ପୁନରାବୃତ୍ତି ହେବ । ଏହି ବିନାଶ ମଧ୍ୟ ଏଥିପାଇଁ ହିଁ ହେଉଛି । କହୁଛନ୍ତି ଶାସ୍ତ୍ରରେ ବର୍ଣ୍ଣନା ଅଛି ଯେ, ବ୍ରହ୍ମାଙ୍କର ଆୟୁଷ ୧୦୦ ବର୍ଷ । ଏହି ବ୍ରହ୍ମା, ଯାହାଙ୍କର ଶରୀରର ଆଧାର ନେଇ ବାବା ଆମମାନଙ୍କୁ ସତ୍ୟଯୁଗୀ ସମ୍ପତ୍ତି ଦେଉଛନ୍ତି, ସେ ମଧ୍ୟ ଦେହତ୍ୟାଗ କରିବେ । ଆତ୍ମାମାନଙ୍କୁ ଆତ୍ମାମାନଙ୍କର ପିତା ଆସି ବୁଝାଉଛନ୍ତି । ମନୁଷ୍ୟ କେବେ ବି ମନୁଷ୍ୟକୁ ପାବନ କରିପାରିବ ନାହିଁ । ଦେବତାମାନେ କେବେହେଲେ ବିକାରରୁ ଜନ୍ମ ନିଅନ୍ତି ନାହିଁ । ତେବେ ପୁନର୍ଜନ୍ମ ତ ସମସ୍ତେ ନେଇଥାଆନ୍ତି ନା । ବାବା କେତେ ଭଲ ଭାବରେ ବୁଝାଉଛନ୍ତି ଯେମିତି ସମସ୍ତଙ୍କର ଭାଗ୍ୟ ଉଦୟ ହୋଇଯିବ । ବାବା ମନୁଷ୍ୟମାନଙ୍କର ଭାଗ୍ୟ ଉଦୟ କରିବା ପାଇଁ ଏଠାକୁ ଆସିଛନ୍ତି । ଏଠାରେ ସମସ୍ତେ ପତିତ ଏବଂ ଦୁଃଖୀ ହୋଇଯାଇଛନ୍ତି । ଶେଷରେ ସମସ୍ତେ ତ୍ରାହି ତ୍ରାହି କରି ବିନାଶ ହୋଇଯିବେ ସେଥିପାଇଁ ବାବା କହୁଛନ୍ତି ତ୍ରାହି ତ୍ରାହି କରିବା ପୂର୍ବରୁ ଅବିନାଶୀ ପିତାଙ୍କଠାରୁ ସ୍ୱର୍ଗର ରାଜତ୍ୱ ରୂପି ସମ୍ପତ୍ତି ନେଇଯାଅ । ଏହି ଦୁନିଆରେ ଯାହା କିଛି ବି ଦେଖୁଛ, ସେ ସବୁ ସମାପ୍ତ ହୋଇଯିବ । ଫଲ୍ ଅଫ୍ ଭାରତ ଅର୍ଥାତ୍ ଭାରତର ପତନ, ରାଇଜ୍ ଅଫ୍ ଭାରତ ଅର୍ଥାତ୍ ଭାରତର ଉତ୍‌ଥାନର ଏହା ଏକ ଖେଳ ଚାଲିଛି । ଏବେ ରାଇଜ୍ ଅଫ୍ ୱାଲ୍‌ଡ ଅର୍ଥାତ୍ ବିଶ୍ୱର ଉତ୍‌ଥାନ ହେଉଛି । ସ୍ୱର୍ଗରେ କିଏ କିଏ ରାଜ୍ୟ କରିଥାନ୍ତି ଏସବୁ ବାବା ବସି ବୁଝାଉଛନ୍ତି । ରାଇଜ୍ ଅଫ୍ ଭାରତ, ଦେବତାମାନଙ୍କର ରାଜ୍ୟ ଏବଂ ଫଲ୍ ଅଫ୍ ଭାରତ ରାବଣର ରାଜ୍ୟ । ଏବେ ନୂଆ ଦୁନିଆର ସ୍ଥାପନା ହେଉଛି । ସେହି ନୂଆ ଦୁନିଆର ବର୍ସା ନେବା ପାଇଁ ତୁମେମାନେ ବାବାଙ୍କ ଠାରେ ପାଠପଢୁଛ । ମନୁଷ୍ୟରୁ ଦେବତା ହେବାର ପାଠପଢ଼ା କେତେ ସହଜ । ଏହି କଥାକୁ ମଧ୍ୟ ଭଲ ଭାବରେ ବୁଝିବାକୁ ହେବ । କେଉଁ କେଉଁ ଧର୍ମ କେବେ ଆସୁଛି, ଦ୍ୱାପର ଯୁଗର ପରେ ହିଁ ଅନ୍ୟ ଧର୍ମ ସବୁ ଆସୁଛି । ସେମାନେ ମଧ୍ୟ ପ୍ରଥମେ ସୁଖ ଭୋଗ କରନ୍ତି ପୁଣି ପରେ ଦୁଃଖ ଆସେ । ସାରା ଚକ୍ରର ଜ୍ଞାନକୁ ବୁଦ୍ଧିରେ ରଖିବାକୁ ହେବ । ଯାହା ଦ୍ୱାରା ତୁମେମାନେ ଚକ୍ରବର୍ତ୍ତୀ ମହାରାଜା-ମହାରାଣୀ ହେବ । ଅନ୍ୟମାନଙ୍କୁ କେବଳ ଅଲଫ ଏବଂ ବେ କଥା ବୁଝାଇବାକୁ ହେବ । ଏବେ ତ ବିନାଶ ନିଶ୍ଚିତ ହେବ । ସମୟ ଆସିବ ଏତେ ହଙ୍ଗାମା ହେବ ଯେ, ବିଦେଶରୁ କେହି ବି ଫେରିପାରିବେ ନାହିଁ । ସେଥିପାଇଁ ବାବା ବୁଝାଉଛନ୍ତି - ଭାରତ ଭୂମି ସବୁଠାରୁ ଉତ୍ତମ । ବହୁତ ଲଢ଼େଇ ହେବ, ପୁଣି ଯେଉଁମାନେ ଯେଉଁଠି ଅଛନ୍ତି ସେମାନେ ସେହିଠାରେ ହିଁ ରହି ଯିବେ । ୫୦-୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଲେ ବହୁତ କଷ୍ଟରେ ଆସିପାରିବେ । ଭାରତ ଭୂମି ସବୁଠାରୁ ଉତ୍ତମ । କାରଣ ଏଠାରେ ବାବା ଅବତାର ନେଉଛନ୍ତି । ଶିବ ଜୟନ୍ତୀ ମଧ୍ୟ ଏହିଠାରେ ହିଁ ପାଳନ କରନ୍ତି । ଗୀତାରେ କେବଳ କୃଷ୍ଣଙ୍କର ନାମ ଲେଖି ଦେବା କାରଣରୁ ହିଁ ବାବାଙ୍କର ସମସ୍ତ ମହିମା ସମାପ୍ତ ହୋଇଯାଉଛି । ବାସ୍ତବରେ ସବୁ ମନୁଷ୍ୟ ମାତ୍ରଙ୍କର ମୁକ୍ତିଦାତା ଏହିଠାରେ ହିଁ ଆସି ଅବତାର ନେଇଥାନ୍ତି । ସେଥିପାଇଁ ଶିବଜୟନ୍ତୀ ମଧ୍ୟ ଏହିଠାରେ ହିଁ ପାଳନ କରିଥାନ୍ତି । ସିଏ ହିଁ ଗଡ୍ ଫାଦର ଅଟନ୍ତି ଯିଏକି ଏଠାକୁ ଆସି ଦୁଃଖରୁ ଲିବରେଟ୍ କରୁଛନ୍ତି । ତେଣୁ ଏପରି ବାବାଙ୍କୁ ନମସ୍କାର କରିବା ଦରକାର, ନିଶ୍ଚିତ ଭାବରେ ତାଙ୍କର ହିଁ ଜୟନ୍ତୀ ପାଳନ କରିବା ଦରକାର । ସେହି ବାବା ଭାରତକୁ ଆସି ସମସ୍ତଙ୍କୁ ପାବନ କରୁଛନ୍ତି । ସେଥିପାଇଁ ଭାରତ ସବୁଠାରୁ ବଡ ତୀର୍ଥ ହୋଇଗଲା । ବାବା ସମସ୍ତଙ୍କୁ ଦୁର୍ଗତିରୁ ମୁକ୍ତ କରି ସଦ୍‌ଗତି ଦେଉଛନ୍ତି, ଏହି ଡ୍ରାମା ପୂର୍ବ ନିର୍ଦ୍ଧାରିତ । ଏବେ ତୁମେ ଆତ୍ମାମାନେ ଜାଣୁଛ, ଆମ ବାବା ଆମକୁ ଏହି ଶରୀର ଦ୍ୱାରା ସୃଷ୍ଟିର ରହସ୍ୟକୁ ବୁଝାଉଛନ୍ତି, ଆମେ ଆତ୍ମାମାନେ ମଧ୍ୟ ଏହି ଶରୀର ଦ୍ୱାରା ହିଁ ଏକଥା ଶୁଣୁଛୁ । ଏବେ ସମସ୍ତଙ୍କୁ ଆତ୍ମ-ଅଭିମାନୀ ହେବାକୁ ପଡିବ । ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ ତେବେ ଖାଦ ବାହାରିଯିବ ଏବଂ ଆତ୍ମା ପବିତ୍ର ହୋଇ ବାବାଙ୍କ ପାଖକୁ ଚାଲିଯିବ । ଯେତେ ବାବାଙ୍କୁ ମନେ ପକାଇବ ସେତେ ପବିତ୍ର ହେବ । ଯଦି ଅନ୍ୟମାନଙ୍କୁ ନିଜ ସମାନ କରିବ ତେବେ ବହୁତଙ୍କର ଆଶୀର୍ବାଦ ମିଳିବ ଏବଂ ଉଚ୍ଚ ପଦ ମଧ୍ୟ ପ୍ରାପ୍ତ କରିପାରିବ ସେଥିପାଇଁ ଗାୟନ କରନ୍ତି ସେକେଣ୍ଡରେ ଜୀବନମୁକ୍ତି ପ୍ରାପ୍ତି ହୁଏ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଶ୍ରୀମତ ଅନୁସାରେ ପବିତ୍ର ହୋଇ, ପ୍ରତି ପାଦରେ ବାବାଙ୍କ ମତରେ ଚାଲି ବିଶ୍ୱର ବାଦଶାହୀ ନେବାକୁ ହେବ । ବାବାଙ୍କ ସମାନ ଦୁଃଖହର୍ତ୍ତା ସୁଖକର୍ତ୍ତା ହେବାକୁ ପଡିବ ।

(୨) ମନୁଷ୍ୟରୁ ଦେବତା ହେବାର ଏହି ପାଠ ପଢାକୁ ସର୍ବଦା ପଢ଼ିବାକୁ ହେବ । ସମସ୍ତଙ୍କୁ ନିଜ ସମାନ କରିବାର ସେବା କରି ଆଶୀର୍ବାଦ ପ୍ରାପ୍ତ କରିବାକୁ ହେବ ।

ବରଦାନ:-
ଅଧିକାରୀ ପଣିଆର ସ୍ଥିତି ଦ୍ୱାରା ବାବାଙ୍କୁ ନିଜର ସାଥୀ କରି ସଦା ବିଜୟୀ ହୁଅ ।

ବାବାଙ୍କୁ ସାଥୀ କରିବାର ସହଜ ଉପାୟ ହେଲା - ଅଧିକାରୀ ପଣିଆର ସ୍ଥିତି । ଯେତେବେଳେ ଅଧିକାରୀ ପଣିଆର ସ୍ଥିତିରେ ସ୍ଥିତ ରହୁଛ ସେତେବେଳେ ବ୍ୟର୍ଥ ସଂକଳ୍ପ ବା ଅଶୁଦ୍ଧ ସଂକଳ୍ପର ହଲଚଲ୍‌ରେ ବା ଅନେକ ପ୍ରକାରର ରସ ଅର୍ଥାତ୍ ଆକର୍ଷଣରେ ବୁଦ୍ଧି ଟଳମଳ ହେଉନାହିଁ ଏବଂ ବୁଦ୍ଧିର ଏକାଗ୍ରତା ଦ୍ୱାରା ସମ୍ମୁଖୀନ କରିବାର, ପରଖିବାର ବା ନିର୍ଣ୍ଣୟ କରିବାର ଶକ୍ତି ଆସିଯାଉଛି ଯାହାକି ଅତି ସହଜରେ ମାୟାର ଅନେକ ପ୍ରକାରର ଆକ୍ରମଣ ଉପରେ ବିଜୟୀ କରିଦେଉଛି ।

ସ୍ଲୋଗାନ:-
ରାଜଯୋଗୀ ସେହିମାନଙ୍କୁ କୁହାଯିବ ଯେଉଁମାନେ ଗୋଟିଏ ସେକେଣ୍ଡରେ ସାରରୁ ବିସ୍ତାର ଏବଂ ବିସ୍ତାରରୁ ସାରକୁ ଯିବାର ଅଭ୍ୟାସୀ ଅଟନ୍ତି ।