02.03.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ସମ୍ପୂର୍ଣ୍ଣ ନିରବତାକୁ ଅନୁଭବ କରିବାର ଅଭ୍ୟାସ କର, ଯଦି ତୁମର ବୁଦ୍ଧି ବାବାଙ୍କ ନିକଟରେ ରହିବ ତେବେ ବାବା ମଧ୍ୟ ତୁମକୁ ଅଶରୀରୀ ହେବାପାଇଁ ଶକ୍ତିଶାଳୀ କିରଣ ଦେବେ ।

ପ୍ରଶ୍ନ:-
ତୁମମାନଙ୍କୁ ଯେତେବେଳେ ଜ୍ଞାନର ତୃତୀୟ ନେତ୍ର ମିଳୁଛି ସେତେବେଳେ ତୁମକୁ କେଉଁ ସାକ୍ଷାତ୍କାର ହୋଇଯାଉଛି ?

ଉତ୍ତର:-
ସତ୍ୟଯୁଗ ଆରମ୍ଭରୁ କଳିଯୁଗର ଅନ୍ତ ପର୍ଯ୍ୟନ୍ତ ଆମେ କିଭଳି ପାର୍ଟ କରିଆସୁଛୁ ଏସବୁ ସାକ୍ଷାତ୍କାର ହୋଇଯାଉଛି, ତୁମେ ସାରା ବିଶ୍ୱକୁ ଆଦିରୁ ଅନ୍ତ ପର୍ଯ୍ୟନ୍ତ ଜାଣିଯାଉଛ । ଏହି ଜାଣିବାକୁ ହିଁ ସାକ୍ଷାତ୍କାର କୁହାଯାଉଛି । ଏବେ ତୁମେ ଜାଣୁଛ ଯେ ଆମେ ପୂର୍ବରୁ ଦୈବୀଗୁଣଧାରୀ ଦେବତା ଥିଲୁ ପୁଣି ଆସୁରୀଗୁଣଧାରୀ ହେଲୁ । ଏବେ ପୁଣି ଦୈବୀଗୁଣଧାରୀ ଦେବତା ହେବାକୁ ଯାଉଛୁ । ଏବେ ଆମେ ନୂଆ ଦୁନିଆ, ନୂଆ ଘରକୁ ଯିବୁ ।

ଓମ୍ ଶାନ୍ତି ।
ପିଲାମାନେ ଯୋଗର ଯାତ୍ରାରେ ବସିଛନ୍ତି । ବେହଦର ବାବା ତ ଏହି ଯାତ୍ରାରେ ବସନ୍ତି ନାହିଁ, ସିଏ ତ ପିଲାମାନଙ୍କୁ ଶକ୍ତିର କିରଣ ଦେଉଛନ୍ତି ଅର୍ଥାତ୍ ଏହି ଶରୀରକୁ ଭୁଲାଉଛନ୍ତି । ପିଲାମାନେ ନିଜର ଶରୀରରୁ କିପରି ମମତ୍ୱ ତୁଟାଇବେ ସେଥିପାଇଁ ବାବା ସହଯୋଗ କରୁଛନ୍ତି । ସିଏ ଆତ୍ମାମାନଙ୍କୁ ହିଁ ଶକ୍ତିର କିରଣ ଦେଉଛନ୍ତି, ଆତ୍ମାମାନଙ୍କୁ ହିଁ ଦେଖୁଛନ୍ତି । ଏବେ ତୁମ ସମସ୍ତଙ୍କର ବୁଦ୍ଧି ବାବାଙ୍କ ନିକଟକୁ ଚାଲିଯାଉଛି । ପୁଣି ବାବାଙ୍କର ବୁଦ୍ଧି ଅଥବା ଦୃଷ୍ଟି ମଧ୍ୟ ପିଲାମାନଙ୍କ ଆଡକୁ ଚାଲିଯାଉଛି । ଏଥିରେ ଫରକ ଅଛି ନା । ତୁମେ ଏବେ ସମ୍ପୂର୍ଣ୍ଣ ନିରବତାକୁ ଯିବାର ଅଭ୍ୟାସ କରୁଛ ଅର୍ଥାତ୍ ଶରୀରରୁ ଅଲଗା ହେବାକୁ ଚାହୁଁଛ । ଏବେ ଆତ୍ମା ବୁଝିପାରୁଛି ଯେ ଯେତେ ଯେତେ ଆମେ ବାବାଙ୍କୁ ମନେ ପକାଇବା ସେତେ ସେତେ ଏହି ଶରୀରରୁ ବାହାରିଯିବା । ଯେମିତି ସର୍ପର ଉଦାହରଣ ଦେଉଛନ୍ତି, ତେଣୁ ଯାହାର ଉଦାହରଣ ଦିଆଯାଏ ତାର ନିଶ୍ଚିତ କିଛି ବିଶେଷ ଗୁଣ ଥାଏ । ତୁମେ ଜାଣିଛ ଆମେ ଏହି ଶରୀର ତ୍ୟାଗ କରି ଘରକୁ ଚାଲିଯିବା । ପୁଣି ଏଠାକୁ ଆସିବା, ଏକଥା ଅନ୍ୟ କେହି ଜାଣିନାହାଁନ୍ତି । ଏହି ଡ୍ରାମାକୁ ମଧ୍ୟ କେହି ଜାଣି ନାହାଁନ୍ତି । ଯୋଗ ଦ୍ୱାରା ବିକର୍ମ ବିନାଶ ହେବାର ପ୍ରତିଶ୍ରୁତି କେହି ଜଣେ ହେଲେ ମଧ୍ୟ ଦେଉନାହାଁନ୍ତି, କିମ୍ବା ଏହିଭଳି କିଛି କଥା ଶୁଣାଉ ନାହାଁନ୍ତି । ତୁମେ ପିଲାମାନେ ଜାଣିଛ ଏବେ ଆମକୁ ଘରକୁ ଫେରିବାକୁ ହେବ । ଆତ୍ମାର ବୁଦ୍ଧିଯୋଗ ବର୍ତ୍ତମାନ ପରମଧାମ ସହିତ ରହିଛି । ଏବେ ନାଟକ ପୂରା ହେବାକୁ ଯାଉଛି, ତେଣୁ ଏବେ ଘରକୁ ଫେରିବାକୁ ହେବ । ସେଥିପାଇଁ ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ସିଏ ହିଁ ପତିତ ପାବନ ଅଟନ୍ତି । ଗଙ୍ଗା ପାଣିକୁ ତ ମୁକ୍ତିଦାତା କିମ୍ବା ପଥପ୍ରଦର୍ଶକ କୁହାଯିବ ନାହିଁ । ଏକମାତ୍ର ବାବା ହିଁ ମୁକ୍ତିଦାତା ଏବଂ ପଥପ୍ରଦର୍ଶକ ହୋଇପାରିବେ । ଏହା ମଧ୍ୟ ବୁଝିବାର ଏବଂ ବୁଝାଇବାର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଗଙ୍ଗାରେ ସ୍ନାନ କରିବା ତ ଭକ୍ତି ଅଟେ । ତାଦ୍ୱାରା କୌଣସି କଲ୍ୟାଣ ହୋଇପାରିବ ନାହିଁ । ପିଲାମାନେ ଜାଣିଛନ୍ତି ଯେ ପାଣିରେ ସ୍ନାନ କରାଯାଏ । ପାଣି କେବେହେଲେ ପାବନ କରିପାରିବ ନାହିଁ । ଏମିତି ବି ନୁହେଁ ଯେ ଭାବନାର ଫଳ ମିଳିଯିବ । ଭକ୍ତିମାର୍ଗରେ ସେସବୁର ମହତ୍ୱ ରଖାଯାଇଛି । ଏହାକୁ ହିଁ ଅନ୍ଧଶ୍ରଦ୍ଧା କୁହାଯାଏ । ତେଣୁ ଏହିଭଳି ଅନ୍ଧବିଶ୍ୱାସ ଥିବା କାରଣରୁ ମନୁଷ୍ୟମାନଙ୍କୁ ଅନ୍ଧର ସନ୍ତାନ ଅନ୍ଧ ବୋଲି ଉପାଧି ମିଳୁଛି । ଏହା ଭଗବାନୁବାଚ ନା । ତେବେ କିଏ ଅନ୍ଧ କିଏ ଭଲ ଏହା ମଧ୍ୟ ତୁମେମାନେ ଜାଣିଛ । ଏବେ ତୁମେ ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ବାବାଙ୍କ ଦ୍ୱାରା ଜାଣୁଛ । ତୁମେ ବାବାଙ୍କୁ ଜାଣିଗଲଣି ସେଥିପାଇଁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଏବଂ ତାର ଅବଧିକୁ ମଧ୍ୟ ଜାଣିଗଲଣି । ତେବେ ଗୋଟିଏ-ଗୋଟିଏ କଥା ଉପରେ ବିଚାର ସାଗର ମନ୍ଥନ କରି ନିଜେ ନିଜର ନିଷ୍ପତ୍ତି କରିବାକୁ ହେବ । ଭକ୍ତି ଏବଂ ଜ୍ଞାନର ପ୍ରଭେଦ ରହିଛି ନା । ଜ୍ଞାନ ହେଉଛି ସମ୍ପୂର୍ଣ୍ଣ ଅଲଗା ଜିନିଷ । ଏହି ଜ୍ଞାନ ହିଁ ପ୍ରସିଦ୍ଧ ଅଟେ । ଏହା ହେଉଛି ରାଜଯୋଗର ପାଠପଢା । ତୁମେମାନେ ଏକଥା ମଧ୍ୟ ଜାଣିଛ ଯେ ଦେବତାମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲେ । ରଚୟିତା ବାବା ମଧ୍ୟ ଆସି ନିଜର ପରିଚୟ ଦେଉଛନ୍ତି । ସିଏ ହେଉଛନ୍ତି ପରମଆତ୍ମା । ପରମ ଆତ୍ମାକୁ ହିଁ ପରମାତ୍ମା କୁହାଯାଏ । ଇଂରାଜୀରେ ତାଙ୍କୁ ସୁପ୍ରିମ୍ ସୋଲ୍ କୁହାଯାଏ । ସୋଲ୍ ଅର୍ଥାତ୍ ଆତ୍ମା । ବାବାଙ୍କର ଆତ୍ମା କୌଣସି ବଡ ହୋଇନଥାଏ । ଯେପରି ତୁମମାନଙ୍କର ଆତ୍ମା ସେହିପରି ବାବାଙ୍କର ଆତ୍ମା । ଏମିତି ନୁହେଁ ଯେ ତୁମମାନଙ୍କର ଆତ୍ମା ଛୋଟ ଏବଂ ବାବାଙ୍କର ବଡ । ନା । ସେହି ପରମପିତା, ଜ୍ଞାନର ସାଗର ତୁମମାନଙ୍କୁ ବହୁତ ସ୍ନେହର ସହିତ ବୁଝାଇ ଚାଲିଛନ୍ତି । ଅଭିନୟ ତ ଆତ୍ମା କରୁଛି । ତେବେ ସିଏ ନିଶ୍ଚିତ ଶରୀର ଧାରଣ କରି ଅଭିନୟ କରିବ । ଆତ୍ମାର ରହିବାର ସ୍ଥାନ ହେଉଛି ଶାନ୍ତିଧାମ । ପିଲାମାନେ ଜାଣିଛନ୍ତି ଆତ୍ମାମାନେ ବ୍ରହ୍ମତତ୍ତ୍ୱରେ ରହିଥାନ୍ତି । ଯେପରି ହିନ୍ଦୁସ୍ଥାନରେ ରହୁଥିବା ମନୁଷ୍ୟ ନିଜକୁ ହିନ୍ଦୁ କହୁଛନ୍ତି ସେପରି ବ୍ରହ୍ମାଣ୍ଡରେ ରହୁଥିବା ଆତ୍ମାମାନେ ବ୍ରହ୍ମକୁ ଈଶ୍ୱର ବୋଲି ଭାବିନେଇଛନ୍ତି । ତେବେ ଡ୍ରାମାରେ ତଳକୁ ଖସିବାର ଉପାୟ ମଧ୍ୟ ନିର୍ଦ୍ଧାରିତ ହୋଇ ରହିଛି । ଚାହେଁ କେହି କେତେ ବି ପରିଶ୍ରମ କରନ୍ତୁ, ଘରକୁ ତ ଯାଇପାରିବେ ନାହିଁ । ନାଟକ ଯେତେବେଳେ ଶେଷ ହୁଏ ସେତେବେଳେ ସବୁ ଅଭିନେତାମାନେ ଆସି ଏକାଠି ହୁଅନ୍ତି । ନିର୍ଦ୍ଦେଶକ, ମୁଖ୍ୟ ଅଭିନେତା ମଧ୍ୟ ଏଠାକୁ ଆସନ୍ତି । ପିଲାମାନେ ଜାଣିଛନ୍ତି ଏବେ ଏହି ନାଟକ ଶେଷ ହେବାକୁ ଯାଉଛି । ଏହି ସବୁ କଥା କୌଣସି ସାଧୁ ସନ୍ଥମାନେ ଜାଣିପାରିବେ ନାହିଁ କାରଣ ଆତ୍ମାର ଜ୍ଞାନ କାହା ପାଖରେ ନାହିଁ । ପରମାତ୍ମା ପିତା ଏଠାକୁ ଥରେ ମାତ୍ର ଆସୁଛନ୍ତି । ବାକି ଅନ୍ୟ ସମସ୍ତଙ୍କୁ ତ ଏହିଠାରେ ହିଁ ଅଭିନୟ କରିବାକୁ ପଡୁଛି । ବୃଦ୍ଧି ତ ହୋଇଚାଲିଛି ନା । ତେବେ ଆତ୍ମାମାନେ କେଉଁଠାରୁ ଆସିଲେ ? ଯଦି କେହି ମଝିରୁ ପରମଧାମ ଘରକୁ ଫେରି ଯାଇପାରୁଥାନ୍ତା ତେବେ ତାହା ତ ଏକ ପରମ୍ପରା ହୋଇଯାଆନ୍ତା ଯେ ଜଣେ ଆସିବ ପୁଣି ଅନ୍ୟ ଜଣେ ଯିବ । ତେବେ ଏହାକୁ ପୁନର୍ଜନ୍ମ ବୋଲି କୁହାଯାଇ ପାରିବ ନାହିଁ । ପୁନର୍ଜନ୍ମ ତ ଆରମ୍ଭରୁ ଚାଲି ଆସୁଛି । ପ୍ରଥମ ନମ୍ବର ହେଉଛନ୍ତି ଏହି ଲକ୍ଷ୍ମୀ-ନାରାୟଣ । ବାବା ବୁଝାଇଛନ୍ତି ପୁନର୍ଜନ୍ମ ନେଇ ନେଇ ଯେତେବେଳେ ଶେଷ ସମୟରେ ଆସି ପହଞ୍ଚୁଛନ୍ତି ପୁଣି ସେମାନଙ୍କୁ ପ୍ରଥମ ନମ୍ବରରେ ଆସିବାକୁ ପଡୁଛି । ତେବେ ଏଥିରେ କୌଣସି ସଂଶୟର କଥା ତ ନାହିଁ । ଏକଥା ଆତ୍ମାମାନଙ୍କର ପିତା ନିଜେ ଆସି ବୁଝାଉଛନ୍ତି । ତେବେ ସିଏ କଣ ବୁଝାଉଛନ୍ତି ? ସିଏ ନିଜର ମଧ୍ୟ ପରିଚୟ ହେଉଛନ୍ତି । ଆଗରୁ ତୁମେ କଣ ଜାଣିଥିଲ ଯେ ପରମାତ୍ମା କି ପ୍ରକାର ଜିନିଷ ? କେବଳ ଶିବଙ୍କ ମନ୍ଦିରକୁ ଯାଉଥିଲ । ଏଠାରେ ତ ଅନେକ ମନ୍ଦିର ରହିଛି । ସତ୍ୟଯୁଗରେ ତ ମନ୍ଦିର କିମ୍ବା ପୂଜା ଇତ୍ୟାଦି କିଛି ହୁଏ ନାହିଁ । ସେଠାରେ ତୁମେ ପୂଜ୍ୟ ଦେବୀ ଦେବତା ହେଉଛ । ପୁଣି ଅଧାକଳ୍ପ ପରେ ପୂଜାରୀ ହେଉଛ ତେଣୁ ତୁମକୁ ଆଉ ଦେବୀ ଦେବତା ବୋଲି କୁହାଯିବ ନାହିଁ । ପୁଣି ବାବା ଆସି ପୂଜ୍ୟ କରୁଛନ୍ତି ଏକଥା ଅନ୍ୟ କୌଣସି ଦେଶର ଗାୟନ ନାହିଁ । ରାମରାଜ୍ୟ କଣ, ରାବଣ ରାଜ୍ୟ କଣ ଏସବୁ କଥା ତୁମେ ଏବେ ବୁଝିଗଲାଣି । ତେଣୁ ତୁମକୁ ରାମରାଜ୍ୟର ଅବଧି କେତେ - ତାହା ସିଦ୍ଧ କରି ଅନ୍ୟମାନଙ୍କୁ କହିବା ଦରକାର । ଏହା ହେଉଛି ଏକ ନାଟକ, ଏହାକୁ ବୁଝିବାର ଅଛି । ସବୁଠାରୁ ଉଚ୍ଚ ହେଉଛନ୍ତି ବାବା, ସିଏ ହିଁ ଜ୍ଞାନର ସାଗର ଅଟନ୍ତି । ଆମେ ତାଙ୍କ ଦ୍ୱାରା ଉଚ୍ଚରୁ ଉଚ୍ଚ ହେଉଛୁ ଏବଂ ଆମକୁ ପଦ ମଧ୍ୟ ଉଚ୍ଚରୁ ଉଚ୍ଚ ମିଳୁଛି । ବାବା ଆମକୁ ପଢାଉଛନ୍ତି, ତେଣୁ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ ।

ତୁମେମାନେ ମଧ୍ୟ ବର୍ଣ୍ଣନା କରୁଛ ଆପଣ ଏପରି ଅଟନ୍ତି, ଆମେ ଏପରି ଅଟୁ । ବର୍ତ୍ତମାନ ସମୟରେ ତୁମେ ଜାଣୁଛ ଯେ ଆମକୁ ୟାଙ୍କ ପରି ସମ୍ପୂର୍ଣ୍ଣ ନିର୍ବିକାରୀ ହେବାକୁ ପଡିବ । ଏଥିପାଇଁ ବାବାଙ୍କୁ ମନେ ପକାଇବା ବ୍ୟତୀତ ଆଉ କୌଣସି ଉପାୟ ନାହିଁ । ଯଦି ନିର୍ବିକାରୀ ହେବାର ଉପାୟ କେହି ଜାଣିଛନ୍ତି ତେବେ କୁହନ୍ତୁ । ଏମିତି କଣ କୁହାଯିବ କି ବ୍ରହ୍ମ ଅଥବା ତତ୍ତ୍ୱ ନିର୍ବିକାରୀ ଅଟେ । ନା, ଆତ୍ମା ହିଁ ନିର୍ବିକାରୀ ହେଉଛି । ବ୍ରହ୍ମ ଅଥବା ତତ୍ତ୍ୱକୁ ଆତ୍ମା କୁହାଯାଏ ନାହିଁ । ତାହା ତ ରହିବାର ସ୍ଥାନ । ପିଲାମାନଙ୍କୁ ବୁଝାଯାଉଛି ଯେ ଆତ୍ମାରେ ହିଁ ବୁଦ୍ଧି ରହିଛି । ସିଏ ଯେତେବେଳେ ତମୋପ୍ରଧାନ ହୋଇଯାଉଛି ସେତେବେଳେ ବୁଦ୍ଧିହୀନ ହୋଇଯାଉଛି । ବୁଦ୍ଧିବାନ୍ ଏବଂ ବୁଦ୍ଧିହୀନ କୁହାଯାଏ ନା । ବର୍ତ୍ତମାନ ତୁମର ବୁଦ୍ଧି କେତେ ସ୍ୱଚ୍ଛ ହେଉଛି ପୁଣି ମ୍ଳେଚ୍ଛ ହୋଇଯିବ । ବର୍ତ୍ତମାନ ତୁମକୁ ପବିତ୍ର ଏବଂ ଅପବିତ୍ରର ପ୍ରଭେଦ ଜଣାପଡୁଛି । ଅପବିତ୍ର ଆତ୍ମା ଘରକୁ ଯାଇପାରିବ ନାହିଁ । ତେଣୁ ଅପବିତ୍ରରୁ ପବିତ୍ର କିପରି ହେବେ ସେଥିପାଇଁ ଚିତ୍କାର କରି ଚାଲିଛନ୍ତି । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇଛି । ଏବେ ତୁମେ ଜାଣିଛ ଏହା ହେଉଛି ସଂଗମଯୁଗ । ବାବା ଘରକୁ ନେଇଯିବା ପାଇଁ କଳ୍ପରେ ଥରେ ମାତ୍ର ଆସିଥାନ୍ତି । ସମସ୍ତେ ତ ନୂଆ ଦୁନିଆକୁ ଯାଉ ନାହାଁନ୍ତି । ଯେଉଁମାନଙ୍କର ସତ୍ୟଯୁଗରେ କୌଣସି ଅଭିନୟ ନାହିଁ ସେମାନେ ଶାନ୍ତିଧାମରେ ରହୁଛନ୍ତି ସେଥିପାଇଁ ଚିତ୍ରରେ ମଧ୍ୟ ଦର୍ଶାଯାଇଛି । ବାକି ଅନ୍ୟ ଯେଉଁ ଚିତ୍ର ଆଦି ସବୁ ଅଛି ସେସବୁ ହେଉଛି ଭକ୍ତିମାର୍ଗର । ଏହି ଚିତ୍ର ହେଉଛି ଜ୍ଞାନମାର୍ଗର, ଯେଉଁଠି ସୃଷ୍ଟିଚକ୍ର କିପରି ଘୂରୁଛି ଆମେ ତଳକୁ କିପରି ଆସୁଛୁ ତାହା ବୁଝାଯାଉଛି । ୧୪ କଳାରୁ ୧୨ କଳା ହେଉଛି ନା । ବର୍ତ୍ତମାନ ସମୟରେ କାହା ଭିତରେ ମଧ୍ୟ କିଛି କଳା ନାହିଁ । କ୍ରମାନୁସାରେ ତ ସମସ୍ତେ ଅଛନ୍ତି । ଅଭିନେତା ମଧ୍ୟ କ୍ରମାନୁସାରେ ଅଛନ୍ତି । କାହାର ଦରମା ୧୦୦୦ ଟଙ୍କା ତ ଆଉ କାହାର ୧୫୦୦, ପୁଣି ଆଉ କାହାର ୧୦୦ ଟଙ୍କା ତେବେ କେତେ ଫରକ ହୋଇଗଲା ନା । ସେହିଭଳି ପାଠପଢାରେ ମଧ୍ୟ ରାତି ଦିନର ଫରକ ରହିଛି । ଦୁନିଆର ବିଦ୍ୟାଳୟରେ ଯଦି କେହି ଫେଲ୍ ହୋଇଯାଉଛନ୍ତି ତେବେ ତାଙ୍କୁ ପୁଣି ଥରେ ପଢ଼ିବାକୁ ପଡିଥାଏ । କିନ୍ତୁ ଏଠାରେ ତ ପୁଣି ଥରେ ପଢିବାର କଥା ହିଁ ନାହିଁ । ପଦ ହିଁ କମ ହୋଇଯାଇଥାଏ । ଏଠାରେ ଆଉ ଥରେ ପାଠ ପଢାଯାଇପାରିବ ନାହିଁ । କାରଣ ଏଠାରେ ଥରେ ମାତ୍ର ପଢାଯାଇଥାଏ । ବାବା ମଧ୍ୟ ଥରେ ମାତ୍ର ଆସନ୍ତି । ପିଲାମାନେ ମଧ୍ୟ ଜାଣିଛନ୍ତି ପ୍ରଥମେ ପ୍ରଥମେ ଗୋଟିଏ ରାଜଧାନୀ ଥିଲା । ଏକଥା ଯଦି ତୁମେ କାହାକୁ ବୁଝାଇବ ତେବେ ସିଏ ମାନିଯିବେ । ଖ୍ରୀଷ୍ଟିୟାନମାନେ ବିଜ୍ଞାନରେ ବହୁତ ଆଗୁଆ ଅଟନ୍ତି, ତାଙ୍କଠାରୁ ହିଁ ସମସ୍ତେ ଶିଖୁଛନ୍ତି । ତେଣୁ ସେମାନଙ୍କର ନା ଏତେ ପାରସବୁଦ୍ଧି ହେଉଛି ନା ପଥରବୁଦ୍ଧି ହେଉଛି । ବର୍ତ୍ତମାନ ସମୟରେ ସେମାନଙ୍କର ବୁଦ୍ଧି ବହୁତ ଚମତ୍କାର କରୁଛି । ବିଜ୍ଞାନର ସମସ୍ତ ପ୍ରଚାର ଏହି ଖ୍ରୀଷ୍ଟିୟାନମାନଙ୍କ ଦ୍ୱାରା ହିଁ ହୋଇଛି । ତାହା ମଧ୍ୟ ସୁଖ ପାଇଁ ହିଁ ହୋଇଛି । ତୁମେ ଜାଣିଛ ଏହି ପୁରୁଣା ଦୁନିଆର ବିନାଶ ତ ନିଶ୍ଚିତ ହେବ । ପୁଣି ତୁମେମାନେ ଶାନ୍ତିଧାମ-ସୁଖଧାମକୁ ଚାଲିଯିବ । ବିଜ୍ଞାନ ଦ୍ୱାରା ହିଁ ବିନାଶ ହେବ, ନଚେତ୍ ଏତେ ସବୁ ମନୁଷ୍ୟ ଆତ୍ମା କିପରି ଘରକୁ ଫେରିବେ ? ସବୁ ଆତ୍ମା ଶରୀର ତ୍ୟାଗ କରି ଘରକୁ ଚାଲିଯିବେ । ଏହି ବିନାଶରେ ମୁକ୍ତି ପ୍ରାପ୍ତ କରିବା କଥା ଲୁକାୟିତ ରହିଛି । ତେବେ ଅଧାକଳ୍ପ ହେବ ମୁକ୍ତି ପ୍ରାପ୍ତ କରିବା ପାଇଁ ହିଁ ପରିଶ୍ରମ କରି ଆସିଛନ୍ତି ନା । ତେବେ ବିଜ୍ଞାନ ଦ୍ୱାରା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଯାହାକୁ ପ୍ରକୃତିର ତାଣ୍ଡବ କୁହାଯାଏ, ଏହା ମଧ୍ୟ ହେବା ଆବଶ୍ୟକ । ବୁଝିଯିବା ଦରକାର ଯେ ଏହି ଲଢେଇ ମୁକ୍ତିଧାମକୁ ନେଇଯିବା ପାଇଁ ହିଁ ନିମିତ୍ତ ହେଉଛି । କାରଣ ଅସଂଖ୍ୟ ଆତ୍ମାଙ୍କୁ ମୁକ୍ତିଧାମକୁ ଯିବାକୁ ହେବ । ତୁମେ ଚାହେଁ କେତେ ବି ପରିଶ୍ରମ କର, କେତେ ଗୁରୁ କର, ହଟ୍ଟଯୋଗ ଶିଖ, କିନ୍ତୁ କେହି ହେଲେ ବି ମୁକ୍ତିଧାମକୁ ଯାଇପାରିବେ ନାହିଁ । ଏତେ ସବୁ ବୋମା ଆଦି ତିଆରି ହୋଇଛି, ତେଣୁ ଏହା ବୁଝିବା ଦରକାର ଯେ ବିନାଶ ନିଶ୍ଚିତ ହେବ । ନୂଆ ଦୁନିଆରେ ତ ଅଳ୍ପ ସଂଖ୍ୟାରେ ରହିବେ । ବାକି ଅନ୍ୟ ସମସ୍ତେ ମୁକ୍ତିଧାମକୁ ଚାଲିଯିବେ । ତୁମେମାନେ ଜୀବନମୁକ୍ତିକୁ ଏହି ପାଠପଢା ଆଧାରରେ ହିଁ ଆସୁଛ । ତୁମେ ସେଠାରେ ଅଟଳ, ଅଚଳ, ଅଖଣ୍ଡ ରାଜ୍ୟ କରୁଛ । ଏଠାରେ ଦେଖ ସବୁ ରାଷ୍ଟ୍ର ବିଭକ୍ତ ହୋଇଯାଇଛି । କିନ୍ତୁ ବାବା ତୁମକୁ ଅଟଳ ଅଖଣ୍ଡ ଅର୍ଥାତ୍ ସାରା ବିଶ୍ୱର ରାଜଧାନୀର ମାଲିକ କରିଦେଉଛନ୍ତି । ବେହଦ ବାବାଙ୍କର ସମ୍ପତ୍ତି ହେଲା ବେହଦର ରାଜଧାନୀ । ତେବେ ଏହି ସମ୍ପତ୍ତି କେବେ ଏବଂ କିଏ ଦେଲେ ? ଏକଥା କାହାର ବୁଦ୍ଧିରେ ମଧ୍ୟ ଆସୁନାହିଁ । ଏକଥା କେବଳ ତୁମେମାନେ ଜାଣିଛ । ଜ୍ଞାନର ତୃତୀୟ ନେତ୍ର ଆତ୍ମାକୁ ହିଁ ମିଳିଛି । ଆତ୍ମା ହିଁ ଜ୍ଞାନ ସ୍ୱରୂପ ହେଉଛି । ତାହା ମଧ୍ୟ ଜ୍ଞାନର ସାଗର ବାବାଙ୍କ ଦ୍ୱାରା ହିଁ ହେଉଛି । ବାବା ହିଁ ଆସି ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଉଛନ୍ତି । ଏହା ମଧ୍ୟ ଗୋଟିଏ ସେକେଣ୍ଡର ହିଁ କଥା । ତୁମକୁ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳୁଛି । ବାକି ଅନ୍ୟ ସମସ୍ତଙ୍କୁ ମୁକ୍ତି ମିଳୁଛି । ଏହିଭଳି ଡ୍ରାମା ତିଆରି ହୋଇଛି । ଶେଷରେ ରାବଣର ବନ୍ଧନରୁ ସମସ୍ତେ ମୁକ୍ତ ହୋଇଯାଉଛନ୍ତି । ଦୁନିଆରେ ମନୁଷ୍ୟ ବିଶ୍ୱରେ ଶାନ୍ତି ଆଣିବା ପାଇଁ କେତେ ପରିଶ୍ରମ କରୁଛନ୍ତି । ଏହା କେବଳ ତୁମେ ପିଲାମାନେ ହିଁ ଜାଣିଛ ଯେ ସାରା ବିଶ୍ୱରେ ତଥା ବ୍ରହ୍ମାଣ୍ଡରେ ଶାନ୍ତି କେବେ ହୋଇଥାଏ । ପ୍ରଥମେ ବ୍ରହ୍ମାଣ୍ଡରେ ଶାନ୍ତି ମିଳିଥାଏ ପୁଣି ବିଶ୍ୱରେ ଶାନ୍ତି ଏବଂ ସୁଖ ଉଭୟ ମିଳିଥାଏ । କାରଣ ବିଶ୍ୱ ଅଲଗା ଏବଂ ବ୍ରହ୍ମାଣ୍ଡ ଅଲଗା । ଚନ୍ଦ୍ର-ତାରକାଠାରୁ ମଧ୍ୟ ଉର୍ଦ୍ଧ୍ଵରେ ବ୍ରହ୍ମାଣ୍ଡ ରହିଛି । ସେଠାରେ ଏସବୁ କିଛି ହୋଇନଥାଏ । ତାକୁ ନିରବତାର ଦୁନିଆ ବୋଲି କୁହାଯାଏ । ସମସ୍ତେ ଶରୀର ତ୍ୟାଗ କରି ନିରବତାର ଦୁନିଆକୁ ଚାଲିଯିବେ । ତୁମମାନଙ୍କୁ ସେ ଦୁନିଆ ମଧ୍ୟ ମନେ ଅଛି । ବର୍ତ୍ତମାନ ତୁମେ ସେଠାକୁ ଯିବାର ପ୍ରସ୍ତୁତି କରୁଛ । ଏକଥା ଅନ୍ୟ କେହି ଜାଣି ନାହାଁନ୍ତି । ତୁମକୁ ବାବା ପ୍ରସ୍ତୁତି କରାଉଛନ୍ତି । ବାକି ଏହି ଲଢେଇ ତ କଲ୍ୟାଣକାରୀ ଅଟେ, କାରଣ ସମସ୍ତଙ୍କର ହିସାବ କିତାବ ତ ଚୁକ୍ତ ହୋଇଯିବ ଏବଂ ସମସ୍ତେ ପବିତ୍ର ହୋଇଯିବେ । ଯୋଗ ଅଗ୍ନି ଅଟେ ନା । ଅଗ୍ନି ଦ୍ୱାରା ପ୍ରତ୍ୟେକ ଜିନିଷ ପବିତ୍ର ହୋଇଥାଏ । ଯେପରି ବାବା ଡ୍ରାମାର ଆଦି ମଧ୍ୟ ଅନ୍ତକୁ ଜାଣିଛନ୍ତି, ସେହିପରି ତୁମେ ଅଭିନେତାମାନଙ୍କୁ ମଧ୍ୟ ଡ୍ରାମାର ଆଦି ମଧ୍ୟ ଅନ୍ତକୁ ଜାଣିବାକୁ ହେବ । ଜାଣିବାକୁ ହିଁ ସାକ୍ଷାତ୍କାର କୁହାଯାଏ ।

ଏବେ ତୁମର ଜ୍ଞାନର ତୃତୀୟ ନେତ୍ର ଖୋଲିଛି । ବାସ୍ତବରେ ଆମେ ସାରା ବିଶ୍ୱକୁ ଅର୍ଥାତ୍ ସତ୍ୟଯୁଗ ଆରମ୍ଭରୁ କଳିଯୁଗ ଶେଷ ପର୍ଯ୍ୟନ୍ତ ସବୁକିଛି ଜାଣିଗଲୁଣି । ଏକଥା ଅନ୍ୟ କୌଣସି ମନୁଷ୍ୟ ଜାଣିନାହାଁନ୍ତି । ତୁମେ ଜାଣିଛଯେଉଁମାନେ ଦୈବୀଗୁଣଧାରୀ ଦେବତା ଥିଲେ ସେହିମାନେ ହିଁ ଆସୁରୀ ଗୁଣଧାରୀ ମନୁଷ୍ୟ ହୋଇଯାଇଛନ୍ତି । ପୁଣି ବାବା ଆସି ଦୈବୀ ଗୁଣଧାରୀ ଦେବତା କରୁଛନ୍ତି । ବାବା ପତିତମାନଙ୍କୁ ପବିତ୍ର କରିବା ପାଇଁ ଆସୁଛନ୍ତି । ଦୁନିଆରେ ଆଉ କାହାକୁ ଜଣାନାହିଁ ଯେ ଏହି ଦେବୀ ଦେବତା କୂଳର ଆତ୍ମାମାନେ ହିଁ ୮୪ ଜନ୍ମ ନେଉଛନ୍ତି । ଏମାନେ ହିଁ ପବିତ୍ର ପୁଣି ପତିତ ହେଉଛନ୍ତି । ଏକଥା କାହା ବୁଦ୍ଧିରେ ନାହିଁ । ଏବେ ତୁମେ ଜାଣୁଛ ଯେ ଏସବୁ ତ ହେଉଛି ଜଡଚିତ୍ର । ତାଙ୍କର ସଠିକ୍ ଚିତ୍ର ତ ଆଙ୍କି ପାରିବେ ନାହିଁ । ସେମାନଙ୍କର ପ୍ରାକୃତିକ ସୌନ୍ଦର୍ଯ୍ୟ ଥିଲା । ସେଠାରେ ପ୍ରକୃତି ମଧ୍ୟ ପବିତ୍ର ତେଣୁ ଶରୀର ମଧ୍ୟ ପବିତ୍ର ହେଉଛି । ଏଠାରେ ତ ସବୁକିଛି ଅପବିତ୍ର । ଏହିଭଳି ରଙ୍ଗ ବେରଙ୍ଗ ଦୁନିଆ ସତ୍ୟଯୁଗରେ ହେବ ନାହିଁ । ଶ୍ରୀକୃଷ୍ଣଙ୍କୁ ଶ୍ୟାମ ସୁନ୍ଦର କୁହାଯାଏ ନା । ସତ୍ୟଯୁଗରେ ସିଏ ସୁନ୍ଦର ହେଉଛନ୍ତି ପୁଣି କଳିଯୁଗରେ ଶ୍ୟାମ ହେଉଛନ୍ତି । ସିଏ ସତ୍ୟଯୁଗରୁ କଳିଯୁଗକୁ କିପରି ଆସୁଛନ୍ତି ତୁମକୁ ପ୍ରଥମ ନମ୍ବର ଆତ୍ମା ଶ୍ରୀକୃଷ୍ଣଙ୍କ ସହିତ ସମସ୍ତଙ୍କର ଜୀବନୀ ଜଣାଅଛି । ଶ୍ରୀକୃଷ୍ଣ ତ ଗର୍ଭରୁ ଜନ୍ମ ନେଲେ ଏବଂ ତାଙ୍କର ନାମ ମଧ୍ୟ ରଖାଗଲା । ତେବେ ନାମ ତ ନିଶ୍ଚିତ ଆବଶ୍ୟକ ନା । ତେଣୁ ତୁମେ କହୁଛ ଶ୍ରୀକୃଷ୍ଣଙ୍କର ଆତ୍ମା ପ୍ରଥମେ ସୁନ୍ଦର ଅର୍ଥାତ୍ ପବିତ୍ର ଥିଲା ପୁଣି ଶ୍ୟାମ ଅର୍ଥାତ୍ ପତିତ ହେଲା ସେଥିପାଇଁ ତାଙ୍କୁ ଶ୍ୟାମ ସୁନ୍ଦର କୁହାଯାଏ । ତୁମକୁ ଏବେ ତାଙ୍କର ଜନ୍ମପତ୍ରୀ ମିଳିଯାଇଛି ଅର୍ଥାତ୍ ସାରା ଚକ୍ରର ଜନ୍ମପତ୍ରୀ ମିଳିଯାଇଛି । ଏହା କେତେ ରହସ୍ୟମୟ ଅଟେ, ଯାହାକୁ ତୁମେମାନେ ହିଁ ଜାଣୁଛ ଅନ୍ୟ କେହି ଜାଣୁନାହାଁନ୍ତି । ତୁମକୁ ଏବେ ନୂଆ ଦୁନିଆ, ନୂଆ ଘରକୁ ଯିବାକୁ ହେବ । ତେଣୁ ଯେଉଁମାନେ ଏଠାରେ ଭଲ ଭାବରେ ପାଠ ପଢୁଛନ୍ତି ସେହିମାନେ ହିଁ ନୂଆ ଦୁନିଆକୁ ଯିବେ । ବାବା ହେଉଛନ୍ତି ବେହଦର ଅର୍ଥାତ୍ ସାରା ଦୁନିଆର ମାଲିକ, ସବୁ ଆତ୍ମାମାନଙ୍କର ପିତା । ବାବାଙ୍କୁ ହିଁ ମାଲିକ କୁହାଯାଏ, ଏହା ହିଁ ହେଉଛି ପାଠପଢା । ଏଥିରେ କୌଣସି ସଂଶୟ ଅଥବା ପ୍ରଶ୍ନ ଉଠିପାରିବ ନାହିଁ । ଏଥିରେ କୌଣସି ଶାସ୍ତ୍ରବାଦ କରିବାର ଆବଶ୍ୟକତା ନାହିଁ । ଏହି ଏକମାତ୍ର ଶିକ୍ଷକ ହିଁ ସବୁଠାରୁ ଉଚ୍ଚ ଅଟନ୍ତି , ସିଏ ହିଁ ବସି ପାଠ ପଢାଉଛନ୍ତି । ସିଏ ହିଁ ସତ୍ୟ ଅଟନ୍ତି । ସିଏ ହିଁ ସତ୍ୟ ନାରାୟଣଙ୍କ ସତ୍ୟ କଥା ଶିକ୍ଷା ରୂପରେ ଶୁଣାଉଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜର ସବୁ ହିସାବ କିତାବକୁ ଚୁକ୍ତ କରି ନିରବତାର ଦୁନିଆକୁ ଯିବାର ପ୍ରସ୍ତୁତି କରିବାକୁ ହେବ । ଯୋଗବଳ ଆଧାରରେ ଆତ୍ମାକୁ ସମ୍ପୂର୍ଣ୍ଣ ପବିତ୍ର କରିବାକୁ ହେବ ।

(୨) ଜ୍ଞାନ ସାଗରଙ୍କର ଜ୍ଞାନକୁ ସ୍ୱରୂପରେ ଆଣିବାକୁ ହେବ । ବିଚାର ସାଗର ମନ୍ଥନ କରି ନିଜ ଜୀବନର ନିଷ୍ପତ୍ତି ନିଜେ ହିଁ କରିବାକୁ ହେବ । ଜୀବନମୁକ୍ତିରେ ଶ୍ରେଷ୍ଠପଦ ପ୍ରାପ୍ତ କରିବାପାଇଁ ଦୈବୀଗୁଣ ଧାରଣ କରିବାକୁ ହେବ ।


ବରଦାନ:-
ସମୟର ମହତ୍ତ୍ୱକୁ ଜାଣି ତୀବ୍ର ବେଗରେ ପୁରୁଷାର୍ଥ କରି ପ୍ରଥମ ସ୍ଥାନ ପ୍ରାପ୍ତ କରୁଥିବା ତୀବ୍ର ବେଗୀ ପୁରୁଷାର୍ଥୀ ହୁଅ ।

ଅବ୍ୟକ୍ତ ପାର୍ଟ ଚାଲୁଥିବା ସମୟରେ ଜନ୍ମ ନେଇଥିବା ଆତ୍ମାମାନେ ଶେଷରେ ଆସିଥିଲେ ମଧ୍ୟ ତୀବ୍ରଗତିର ପୁରୁଷାର୍ଥ ଦ୍ୱାରା ପ୍ରଥମସ୍ଥାନ ଅଧିକାର କରିବାର ବରଦାନ ମିଳିଛି । ତେଣୁ ସମୟର ମହତ୍ତ୍ୱକୁ ଜାଣି ମିଳିଥିବା ବରଦାନକୁ କାର୍ଯ୍ୟକାରୀ କର । ଏହି ଅବ୍ୟକ୍ତ ପାଳନା ସହଜରେ ଶକ୍ତିଶାଳୀ କରିଦେଇପାରିବ ତେଣୁ ଯେତେ ଆଗକୁ ବଢ଼ିବାକୁ ଚାହିଁବ, ବଢ଼ିପାରିବ । ବାପଦାଦା ଏବଂ ନିମିତ୍ତ ଆତ୍ମାମାନଙ୍କର ସମସ୍ତଙ୍କ ପ୍ରତି ସର୍ବଦା ଆଗକୁ ଉଡିଚାଲିବା ପାଇଁ ଆଶୀର୍ବାଦ ମିଳୁଥିବା କାରଣରୁ ତୀବ୍ରଗତିରେ ପୁରୁଷାର୍ଥ କରିବାର ଭାଗ୍ୟ ସହଜରେ ମିଳିଯାଇଛି ।

ସ୍ଲୋଗାନ:-
ନିରାକାର ହିଁ ସାକାର ଅର୍ଥାତ୍ ମୁଁ ଆତ୍ମା ଶରୀର ଦ୍ୱାରା କର୍ମ କୁରଛି ଏହି ମହାମନ୍ତ୍ରର ସ୍ମୃତି ଦ୍ୱାରା ନିରନ୍ତର ଯୋଗୀ ହୁଅ ।