02.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏବେ ତୁମମାନଙ୍କୁ ନିଜର ଘରକୁ ଫେରିବାକୁ ହେବ, ସେଥିପାଇଁ ଦେହ ସହିତ ଦେହର ସର୍ବ ସମ୍ବନ୍ଧକୁ ଭୁଲି ଏକମାତ୍ର ବାବାଙ୍କୁ ହିଁ ମନେପକାଅ, ଏହା ହେଉଛି ସତ୍ୟ ଗୀତା ଜ୍ଞାନର ପ୍ରକୃତ ସାରାଂଶ ।

ପ୍ରଶ୍ନ:-
ତୁମମାନଙ୍କର ସହଜ ପୁରୁଷାର୍ଥ କଣ ?

ଉତ୍ତର:-
ବାବା କହୁଛନ୍ତି ତୁମେମାନେ ସଦାସର୍ବଦା ବିଲ୍କୁଲ୍ ଚୁପ୍ ରୁହ, ଚୁପ୍ ରହିଲେ ହିଁ ବାବାଙ୍କର ସମ୍ପତ୍ତି ନେଇ ପାରିବ । ବାବାଙ୍କୁ ସର୍ବଦା ମନେ ପକାଇବାକୁ ହେବ ଏବଂ ସୃଷ୍ଟିଚକ୍ରକୁ ବୁଦ୍ଧିରେ ଘୂରାଇବାକୁ ହେବ । ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ତୁମର ବିକର୍ମ ବିନାଶ ହେବ, ଆୟୁ ବୃଦ୍ଧି ହେବ ଏବଂ ସୃଷ୍ଟିଚକ୍ରକୁ ଜାଣିବା ଦ୍ୱାରା ଚକ୍ରବର୍ତ୍ତୀ ରାଜା ହୋଇଯିବ - ଏହା ହିଁ ହେଉଛି ସହଜ ପୁରୁଷାର୍ଥ ।

ଓମ୍ ଶାନ୍ତି ।
ମିଠା-ମିଠା ଆତ୍ମିକ ସନ୍ତାନମାନଙ୍କ ପ୍ରତି ଆତ୍ମିକ ପିତା ପୁନର୍ବାର ପ୍ରତିଦିନ ବୁଝାଉଛନ୍ତି । ପିଲାମାନେ ତ ବୁଝୁଛନ୍ତି ଯେ ପ୍ରକୃତରେ ଆମେ କଳ୍ପପୂର୍ବ ଭଳି ଗୀତା ଜ୍ଞାନର ପାଠ ପଢୁଛୁ । କିନ୍ତୁ ପାଠ ଶ୍ରୀକୃଷ୍ଣ ପଢାଉ ନାହାଁନ୍ତି, ପରମପିତା ପରମାତ୍ମା ଆମକୁ ପଢାଉଛନ୍ତି । ସିଏ ହିଁ ଆମକୁ ପୁନର୍ବାର ରାଜଯୋଗ ଶିଖାଉଛନ୍ତି । ଏବେ ତୁମେ ସିଧାସଳଖ ଭଗବାନଙ୍କ ଠାରୁ ଶୁଣୁଛ । ଭାରତବାସୀମାନଙ୍କର ସବୁ କଥା ନିର୍ଭର କରୁଛି ଗୀତା ଉପରେ, ସେହି ଗୀତାରେ ମଧ୍ୟ ଲେଖାହୋଇଛି ଯେ ରୁଦ୍ର ଜ୍ଞାନ ଯଜ୍ଞ ରଚନା ହୋଇଥିଲା । ଏହା ଯଜ୍ଞ ମଧ୍ୟ ଅଟେ ଏବଂ ପାଠଶାଳା ମଧ୍ୟ ଅଟେ । ଯେବେ ବାବା ଆସି ସତ୍ୟ ଗୀତା ଶୁଣାନ୍ତି, ତେବେ ଆମର ସଦ୍ଗତି ହୁଏ । ଏହା ମନୁଷ୍ୟମାନେ ଜାଣନ୍ତି ନାହିଁ । ବାବା, ଯିଏକି ସମସ୍ତଙ୍କର ସଦଗତି ଦାତା ଅଟନ୍ତି, ଏବେ ତାଙ୍କୁ ହିଁ ମନେ ପକାଇବାକୁ ହେବ । ଯଦିଓ ଜନ୍ମଜନ୍ମାନ୍ତର ଗୀତା ପଢି ଆସୁଛନ୍ତି କିନ୍ତୁ ରଚୟିତା ଓ ରଚନାକୁ ନ ଜାଣିବା କାରଣରୁ ଆମେ ଜାଣିନାହୁଁ ବୋଲି କହୁଛନ୍ତି । ସତ୍ୟ ଗୀତା ତ, ସତ୍ୟ ପିତା ହିଁ ଆସି ଶୁଣାଉଛନ୍ତି, ଏସବୁ ବିଚାର ସାଗର ମନ୍ଥନ କରିବାର କଥା । ଯିଏ ସେବାଧାରୀ, ତାଙ୍କର ଭଲ ଭାବେ ଏଥିପ୍ରତି ଧ୍ୟାନ ଯିବ । ବାବା କହିଛନ୍ତି, ପ୍ରତ୍ୟେକ ଚିତ୍ରରେ ନିଶ୍ଚୟ ଲେଖା ହେଉ, ଜ୍ଞାନର ସାଗର ପତିତ-ପାବନ, ଗୀତା ଜ୍ଞାନଦାତା ପରମପ୍ରିୟ ପରମପିତା, ପରମଶିକ୍ଷକ, ପରମ ସତ୍ଗୁରୁ ଶିବ ଭଗବନୁବାଚ । ଏହି ଶବ୍ଦ ନିଶ୍ଚୟ ଲେଖ, ଯାହାକି ମନୁଷ୍ୟ ବୁଝିଯିବେ ଯେ ତ୍ରିମୂର୍ତ୍ତି ଶିବ ପରମାତ୍ମା ହିଁ ଗୀତାର ଭଗବାନ ଅଟନ୍ତି, ଶ୍ରୀକୃଷ୍ଣ ନୁହନ୍ତି । ଏହା ଉପରେ ମତାମତ ମଧ୍ୟ ଲେଖା କରାନ୍ତି । ଆମର ମୁଖ୍ୟ ହେଉଛି ଗୀତା । ବାବା ଦିନକୁ ଦିନ ନୂଆ-ନୂଆ ତଥ୍ୟ ମଧ୍ୟ ଶୁଣାଉଛନ୍ତି । ଏପରି ଚିନ୍ତନ ଆସିବା ଅନୁଚିତ୍ ଯେ ବାବା ପୂର୍ବରୁ କାହିଁକି ନ କହିଲେ ? ଡ୍ରାମାରେ ନ ଥିଲା । ବାବାଙ୍କ ମୁରଲୀରୁ ନୂଆ-ନୂଆ ତଥ୍ୟ ବାହାର କରିବା ଦରକାର । ଉତ୍ଥାନ ଏବଂ ପତନ ବୋଲି ଲେଖାଯାଇଥାଏ । ହିନ୍ଦିରେ କହନ୍ତି, ଭାରତର ଉତ୍ଥାନ ଏବଂ ପତନ । ଉତ୍ଥାନ ଅର୍ଥାତ୍ ଦୈବୀ ଦୁନିଆର ନିର୍ମାଣ, ୧୦୦ ଶତକଡା ପବିତ୍ରତା, ଶାନ୍ତି, ସମୃଦ୍ଧିର ସ୍ଥାପନା ହେଉଛି ପୁଣି ଅଧାକଳ୍ପ ପରେ ପତନ ହେଉଛି । ଆସୁରୀ ଦୁନିଆର ପତନ । ଉତ୍ଥାନ ଏବଂ ନିର୍ମାଣ ଦୈବୀ ଦୁନିଆର ହୁଏ । ପତନ ସହିତ ବିନାଶ ମଧ୍ୟ ଲେଖିବାକୁ ହେବ ।

ତୁମର ସବୁ କିଛି ନିର୍ଭର କରୁଛି ଗୀତା ଉପରେ । ବାବା ଆସି ସତ୍ୟ ଗୀତା ଶୁଣାଉଛନ୍ତି । ପ୍ରତ୍ୟେକ ଦିନ ବାବା ଏହା ଉପରେ ହିଁ ବୁଝାଉଛନ୍ତି । ପିଲାମାନେ ତ ଅତ୍ମା ହିଁ ଅଟନ୍ତି । ବାବା କହୁଛନ୍ତି ଏହି ଦେହର ସାରା ବିସ୍ତାରକୁ ଭୂଲି ନିଜକୁ ଆତ୍ମା ନିଶ୍ଚୟ କର । ଆତ୍ମା ଶରୀରରୁ ଅଲଗା ହୋଇଗଲେ ସବୁ ସମ୍ବନ୍ଧ ଭୂଲିଯାଏ । ତେଣୁ ବାବା ମଧ୍ୟ କହୁଛନ୍ତି, ଦେହର ସବୁ ସମ୍ବନ୍ଧକୁ ଛାଡି ନିଜକୁ ଆତ୍ମା ମନେ କରି ମୋତେ ମନେପକାଅ । ବର୍ତ୍ତମାନ ଘରକୁ ଯିବାକୁ ହେବ ନା! ଘରକୁ ଫେରିବା ପାଇଁ ହିଁ ଅଧାକଳ୍ପ ଏତେ ଭକ୍ତି ଆଦି କରିଛ । ସତ୍ୟଯୁଗରେ ତ କେହି ଫେରିବା ପାଇଁ ପୁରୁଷାର୍ଥ କରନ୍ତି ନାହିଁ । ସେଠାରେ ତ ସୁଖ ହିଁ ସୁଖ ଅଛି । କଥାରେ ଅଛି ସମସ୍ତେ ଦୁଃଖରେ ସ୍ମରଣ କରନ୍ତି, ସୁଖରେ କେହି କରନ୍ତି ନାହିଁ । କିନ୍ତୁ ସୁଖ କେବେ ଥାଏ, ଦୁଃଖ କେବେ ଥାଏ ଏକଥା କେହି ବି ଜାଣିନାହାଁନ୍ତି । ଆମର ସବୁ କଥା ଗୁପ୍ତ ଅଟେ । ଆମେ ମଧ୍ୟ ଆତ୍ମିକ ସୈନିକ ଅଟୁ ନା । ଶିବବାବାଙ୍କ ଶକ୍ତି ସେନା ଅଟୁ । ଏହାର ଅର୍ଥ ମଧ୍ୟ କେହି ବୁଝି ପାରିବେ ନାହିଁ । ଦେବୀମାନଙ୍କର ଏତେ ପୂଜା ହେଉଛି କିନ୍ତୁ କାହାର ହେଲେ ଜୀବନ କାହାଣୀକୁ ଜାଣି ନାହାଁନ୍ତି । ଯାହାର ପୂଜା କରୁଛନ୍ତି, ତାଙ୍କର ଜୀବନ କାହାଣୀକୁ ଜାଣିବା ଦରକାର ନା । ସର୍ବୋଚ୍ଚ ପୂଜା ଶିବଙ୍କର ହିଁ ହେଉଛି, ପୁଣି ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କର, ପୁଣି ଲକ୍ଷ୍ମୀ-ନାରାୟଣ, ରାଧା-କୃଷ୍ଣଙ୍କର ମନ୍ଦିର ରହିଛି । ଆଉ ତ କେହି ପୂଜ୍ୟ ନାହାନ୍ତି । ଏକମାତ୍ର ଶିବବାବାଙ୍କର କେତେ ଭିନ୍ନ-ଭିନ୍ନ ନାମ ରଖି ମନ୍ଦିର ତିଆରି କରିଛନ୍ତି । ଏବେ ତୁମ ବୁଦ୍ଧିରେ ସାରା ଚକ୍ରର ଜ୍ଞାନ ଅଛି । ଡ୍ରାମାରେ ମୁଖ୍ୟ ଅଭିନେତା ମଧ୍ୟ ଥାଆନ୍ତି ନା । ତାହା ହେଉଛି ସିମୀତ ସମୟର ଛୋଟ ଡ୍ରାମା । ଏହା ହେଉଛି ବେହଦର ବିଶାଳ ଡ୍ରାମା । ଏଥିରେ ମୁଖ୍ୟ କିଏ-କିଏ ଅଛନ୍ତି, ଏକଥା ତୁମେ ଜାଣିଛ । ମନୁଷ୍ୟ ତ କହି ଦିଅନ୍ତି ହେ ରାମଜୀ ସଂସାର ତିଆରି ହୋଇନାହିଁ । ଏହା ଉପରେ ମଧ୍ୟ ଏକ ଶାସ୍ତ୍ର ତିଆରି ହୋଇଛି । କିନ୍ତୁ ଏହାର ଅର୍ଥ କିଛି ବି ଜାଣନ୍ତି ନାହିଁ ।

ବାବା, ତୁମ୍ଭମାନଙ୍କୁ ବହୁତ ସଜଜ ପୁରୁଷାର୍ଥ ଶିଖାଇଛନ୍ତି । ସବୁଠାରୁ ସହଜ ପୁରୁଷାର୍ଥ ହେଉଛି - ତୁମେ ବିଲ୍କୁଲ୍ ଚୁପ୍ ରୁହ । ଚୁପ୍ ରହିଲେ ହିଁ ବାବାଙ୍କର ସମ୍ପତ୍ତି ନେଇ ପାରିବ । ତୁମମାନଙ୍କୁ ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ସୃଷ୍ଟିଚକ୍ରକୁ ମଧ୍ୟ ମନେ ପକାଇବାକୁ ହେବ । ବାବାଙ୍କ ସ୍ମୃତି ଦ୍ୱାରା ତୁମର ବିକର୍ମ ବିନାଶ ହେବ । ତୁମେ ନିରୋଗୀ ହେବ । ଆୟୁଷ ମଧ୍ୟ ବୃଦ୍ଧି ହେବ । ଚକ୍ରକୁ ଜାଣିବା ଦ୍ୱାରା ଚକ୍ରବର୍ତ୍ତି ରାଜା ହେବ । ଏବେ ନର୍କର ମାଲିକ ଅଛ ପୁଣି ସ୍ୱର୍ଗର ମାଲିକ ହେବ । ସ୍ୱର୍ଗର ମାଲିକ ତ ସମସ୍ତେ ହୁଅନ୍ତି କିନ୍ତୁ ସେଥିରେ ପଦ ରହିଛି । ଅନ୍ୟକୁ ଯେତେ ନିଜ ସମାନ କରିବ, ସେତିକି ଉଚ୍ଚ ପଦ ମିଳିବ । ଯଦି ଅବିନାଶୀ ଜ୍ଞାନ ରତ୍ନର ଦାନ ହିଁ କରିବ ନାହିଁ, ତେବେ କଣ ପାଇବ ? କେହି ଯଦି ସାହୁକାର ହୋଇଥାନ୍ତି, ତେବେ କୁହାଯାଏ, ଇଏ ପୂର୍ବ ଜନ୍ମରେ ବହୁତ ଦାନ-ପୁଣ୍ୟ କରିଛନ୍ତି । ଏବେ ପିଲାମାନେ ଜାଣନ୍ତି, ରାବଣ ରାଜ୍ୟରେ ତ ସମସ୍ତେ ପାପ ହିଁ କରନ୍ତି, ସବୁଠାରୁ ପୁଣ୍ୟ ଆତ୍ମା ହେଉଛନ୍ତି ଶ୍ରୀ ଲକ୍ଷ୍ମୀ-ଶ୍ରୀନାରାୟଣ । ହଁ, ବ୍ରାହ୍ମଣମାନଙ୍କୁ ମଧ୍ୟ ଉଚ୍ଚରେ ରଖାଯିବ, ଯିଏ କି ସମସ୍ତଙ୍କୁ ଶ୍ରେଷ୍ଠ କରୁଛନ୍ତି । ଦୈବୀପଦ ହେଉଛି ତୁମର ପ୍ରାରବ୍ଧ । ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ କୁଳ ଭୂଷଣ ଶ୍ରୀମତ ଆଧାରରେ ଏହି ଶ୍ରେଷ୍ଠ କର୍ତ୍ତବ୍ୟ କରୁଛନ୍ତି । ମୁଖ୍ୟ ହେଉଛି ବ୍ରହ୍ମାଙ୍କର ନାମ । ତ୍ରିମୂର୍ତ୍ତି ବ୍ରହ୍ମା କହନ୍ତି ନା । ଏବେ ତ ତୁମକୁ ପ୍ରତ୍ୟେକ କଥାରେ ତ୍ରିମୂର୍ତ୍ତି ଶିବ କହିବାକୁ ପଡିବ । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ଶଙ୍କରଙ୍କ ଦ୍ୱାରା ବିନାଶ ଏହା ତ ଗାୟନ ଅଛି ନା । ବିରାଟ ରୂପ ମଧ୍ୟ ତିଆରି କରୁଛନ୍ତି, କିନ୍ତୁ ସେଥିରେ ନା ଶିବଙ୍କୁ ଦେଖାନ୍ତି, ନା ବ୍ରାହ୍ମଣଙ୍କୁ ଦେଖାନ୍ତି । ଏହା ମଧ୍ୟ ତୁମ ପିଲାମାନଙ୍କୁ ବୁଝାଇବାକୁ ହେବ । ତୁମମାନଙ୍କ ଭିତରୁ ମଧ୍ୟ ଯଥାର୍ଥ ରୀତିରେ କ୍ୱଚିତ୍ କାହାର ବୁଦ୍ଧିରେ ଧାରଣା ହେଉଛି । ଅନେକ ତଥ୍ୟ ଅଛି ନା, ଯାହାକୁ ବିଷୟ ବସ୍ତୁ ମଧ୍ୟ କୁହାଯାଏ । କେତେ ଟପିକ୍ ମିଳୁଛି । ଭଗବାନଙ୍କ ଦ୍ୱାରା ସତ୍ୟ ଗୀତା ଶୁଣି ମନୁଷ୍ୟରୁ ଦେବତା, ବିଶ୍ୱର ମାଲିକ ହୋଇଯାଉଛନ୍ତି । ଏହା କେତେ ଭଲ ବିଷୟ । କିନ୍ତୁ ବୁଝାଇବା ପାଇଁ ମଧ୍ୟ ବୁଦ୍ଧି ଦରକାର ନା । ଏହି କଥା ସ୍ପଷ୍ଟ ଲେଖିବା ଉଚିତ୍ ଯଦ୍ୱାରା ମନୁଷ୍ୟ ବୁଝିଯିବେ ଏବଂ ପଚାରିବେ । କେତେ ସହଜ କଥା । ଗୋଟିଏ-ଗୋଟିଏ ଜ୍ଞାନର ତଥ୍ୟ ହେଉଛି ଲକ୍ଷ-ଲକ୍ଷ, କୋଟି-କୋଟି ଟଙ୍କାର ମୂଲ୍ୟ, ଯାହା ଦ୍ୱାରା ତୁମେ କଣରୁ କଣ ହେଉଛ! ତୁମର ପ୍ରତି ପାଦରେ ପଦ୍ମର ରୋଜଗାର ହେଉଛି, ତେଣୁ ଦେବତାମାନଙ୍କୁ ମଧ୍ୟ ପଦ୍ମ ଫୁଲ ସହିତ ତୁଳନା କରନ୍ତି । ତୁମ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣମାନଙ୍କର ନାମକୁ ଗୁପ୍ତ କରିଦେଇଛନ୍ତି । ସେହି ବ୍ରାହ୍ମଣମାନଙ୍କ କାଖରେ ଗୀତା ପୁସ୍ତକ ଥାଏ । ଏବେ ତୁମେ ହେଉଛ ସତ୍ୟ ବ୍ରାହ୍ମଣ । ତୁମ କାଖରେ ଅର୍ଥାତ୍ ବୁଦ୍ଧିରେ ସତ୍ୟଗୀତା ଜ୍ଞାନ ଅଛି । ତାଙ୍କ କାଖରେ ଶାସ୍ତ୍ର । ତେବେ ତୁମକୁ ନିଶା ଚଢି ରହିବା ଦରକାର ଆମେ ତ ଶ୍ରୀମତ ଆଧାରରେ ସ୍ୱର୍ଗ ତିଆରି କରୁଛୁ, ବାବା ରାଜଯୋଗ ଶିଖାଉଛନ୍ତି । ତୁମ ପାଖରେ କୌଣସି ପୁସ୍ତକ ନାହିଁ । କିନ୍ତୁ ଏହି ସାଧାରଣ ବ୍ୟାଜ୍ ହେଉଛି ତୁମର ସତ୍ୟ ଗୀତା, ଏଥିରେ ତ୍ରିମୂର୍ତ୍ତିର ମଧ୍ୟ ଚିତ୍ର ଅଛି । ତେଣୁ ସାରା ଗୀତା ଏଥିରେ ଆସି ଯାଉଛି । ସେକେଣ୍ଡରେ ସାରା ଗୀତା ବୁଝାଇ ପାରିବ । ଏହି ବ୍ୟାଜ୍ ଦ୍ୱାରା ମଧ୍ୟ ତୁମେ ଗୋଟିଏ ସେକେଣ୍ଡରେ କାହାକୁ ବି ବୁଝାଇପାରିବ । ଇଏ ତୁମର ପିତା, ୟାଙ୍କୁ ମନେପକାଇଲେ ତୁମର ପାପ ବିନାଶ ହେବ । ଟ୍ରେନ୍ରେ ଯିବା ସମୟରେ, ଚାଲିଲା-ବୁଲିଲା ବେଳେ କେହି ବି ମିଳୁଛନ୍ତି, ତେବେ ତୁମେ ତାଙ୍କୁ ଭଲ ଭାବରେ ବୁଝାଅ । କୃଷ୍ଣ ପୁରୀକୁ ତ ସମସ୍ତେ ଯିବାକୁ ଚାହୁଁଛନ୍ତି ନା । କୁହ ଏହି ପାଠପଢା ଦ୍ୱାରା ଏପରି ଦେବତା ହୋଇ ପାରିବା, ପାଠପଢା ଦ୍ୱାରା ରାଜଧାନୀ ସ୍ଥାପନ ହୁଏ । ଅନ୍ୟ ଧର୍ମ ସ୍ଥାପକ କେହି ରାଜଧାନୀ ସ୍ଥାପନ କରନ୍ତି ନାହିଁ । ତୁମେ ଜାଣୁଛ ଆମେ ଭବିଷ୍ୟ ୨୧ ଜନ୍ମ ସୁଖ ପାଇବା ପାଇଁ ରାଜଯୋଗ ଶିଖୁଛୁ । ଏହା କେତେ ଶ୍ରେଷ୍ଠ ପାଠ ପଢା! ପ୍ରତ୍ୟେକ ଦିନ କେବଳ ଏକ ଘଣ୍ଟା ପଢ । ବାସ୍ । ସେହି ପାଠପଢା ୪-୫ ଘଣ୍ଟା ପାଇଁ ପଢନ୍ତି । ଏଠାରେ ଗୋଟିଏ ଘଣ୍ଟା ମଧ୍ୟ ଯଥେଷ୍ଟ । ତାହା ମଧ୍ୟ ସକାଳ ସମୟରେ ଯେତେବେଳେ ସମେସ୍ତ ଫ୍ରି ଥାନ୍ତି । ବାକି ଯଦି କେହି ବନ୍ଧନଯୁକ୍ତ ଅଛନ୍ତି, ସକାଳେ ଆସି ପାରନ୍ତି ନାହିଁ, ତେବେ ଅନ୍ୟ ସମୟ ରଖାଯାଇଛି । ବ୍ୟାଜ୍ ପାଖରେ ଥାଉ, କେଉଁଠାକୁ ବି ଯାଅ, ଏହି ସନ୍ଦେଶ ଦେଇ ଚାଲ । ଖବରକାଗଜରେ ତ ବ୍ୟାଜ୍ ଛପାଇପାରିବ ନାହିଁ । ଗୋଟିଏ ପଟ ଛପାଯାଇ ପାରିବ । ସମ୍ମୁଖରେ ନ ବୁଝାଇଲେ, ମନୁଷ୍ୟ ଚିତ୍ର ଦେଖି କିଛି ବୁଝି ପାରିବେ ନାହିଁ । ଏହା ତ ବହୁତ ସହଜ । ଏହି ଧନ୍ଦା ତ କେହି ବି କରି ପାରିବେ । ଅଚ୍ଛା, ଯଦି ନିଜେ ଯୋଗ କରୁ ନାହାନ୍ତି କିନ୍ତୁ ଅନ୍ୟକୁ ସ୍ମରଣ କରାଇ ଦିଅନ୍ତୁ । ତାହା ମଧ୍ୟ ଭଲ । ଅନ୍ୟକୁ କହିବ ଦେହି-ଅଭିମାନୀ ହୁଅ ଆଉ ନିଜେ ଦେହ-ଅଭିମାନୀ ହେବ, ତେବେ କିଛି ନା କିଛି ବିକର୍ମ ତ ହେଉଥିବ । ପ୍ରଥମେ-ପ୍ରଥମେ ମନରେ ତୋଫାନ୍ ଆସେ, ପୁଣି କର୍ମରେ ଆସେ । ମନରେ ବହୁତ ଆସିବ, କିନ୍ତୁ ବୁଦ୍ଧି ଖର୍ଚ୍ଚ କରି କାମ କରିବାର ଅଛି, ଖରାପ କାମ କେବେ ବି କରିବାର ନାହିଁ । ଭଲ କର୍ମ କରିବାର ଅଛି । ସଂକଳ୍ପ ଭଲ ମଧ୍ୟ ଆସେ, ଖରାପ ମଧ୍ୟ ଆସେ । ଖରାପକୁ ବିରାମ ଲଗାଇବା ଉଚିତ୍ । ଏହି ବୁଦ୍ଧି ବାବା ଦେଇଛନ୍ତି । ଅନ୍ୟ କେହି ବି ଏକଥା ବୁଝିପାରିବେ ନାହିଁ । ସେମାନେ ଭୂଲ୍ କାମ ହିଁ କରି ଚାଲିଛନ୍ତି । ବର୍ତ୍ତମାନ ତୁମକୁ ଠିକ୍ କାମ ହିଁ କରିବାକୁ ହେବ । ଭଲ ପୁରୁଷାର୍ଥ ଦ୍ୱାରା ଠିକ୍ କାମ ହୋଇଥାଏ ବାବା ତ ପ୍ରତ୍ୟେକ କଥାକୁ ଭଲ ଭାବେ ବୁଝାଇ ଚାଲିଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏହି ଗୋଟିଏ-ଗୋଟିଏ ଅବିନାଶୀ ଜ୍ଞାନର ରତ୍ନ ଲକ୍ଷ-ଲକ୍ଷ ବା କୋଟି-କୋଟି ଟଙ୍କାର ମୂଲ୍ୟ ଅଟେ । ଏହାକୁ ଦାନ କରି ପ୍ରତି ପାଦରେ ପଦ୍ମର ରୋଜଗାର ଜମା କରିବାକୁ ହେବ । ଅନ୍ୟମାନଙ୍କୁ ନିଜ ସମାନ କରି ଉଚ୍ଚ ପଦ ନେବାକୁ ହେବ ।

(୨) ବିକର୍ମରୁ ଦୂରେଇ ରହିବା ପାଇଁ ଦେହୀ-ଅଭିମାନୀ ହୋଇ ରହିବାର ପୁରୁଷାର୍ଥ କରିବାକୁ ହେବ । ଯଦି ମନରେ କେବେ ଖରାପ ସଂକଳ୍ପ ଆସେ, ତେବେ ତାକୁ ରୋକିବାକୁ ହେବ ଏବଂ ଶ୍ରେଷ୍ଠ ସଂକଳ୍ପ କରିବାକୁ ହେବ । କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କେବେ ବି କୌଣସି ଓଲଟା କର୍ମ କରିବାର ନାହିଁ ।

ବରଦାନ:-
ସେବା ଦ୍ୱାରା ଯୋଗଯୁକ୍ତ ସ୍ଥିତିର ଅନୁଭବ କରୁଥିବା ଆତ୍ମିକ ସେବାଧାରୀ ହୁଅ ।

ବ୍ରାହ୍ମଣ ଜୀବନ ସେବା କରିବାର ଜୀବନ । ମାୟାଠାରୁ ବଞ୍ଚେଇ ରଖିବାର ଶ୍ରେଷ୍ଠ ଆଧାର ହେଲା ସେବା । ସେବା ହିଁ ସେବାଧାରୀକୁ ଯୋଗଯୁକ୍ତ କରିଥାଏ କିନ୍ତୁ କେବଳ ମୁଖର ସେବା ନୁହେଁ, ବାବାଙ୍କଠାରୁ ଶୁଣିଥିବା ମଧୁରବାଣୀର ସ୍ୱରୂପ ହୋଇ ସେବା କରିବା, ନିଃସ୍ୱାର୍ଥ ସେବା କରିବା, ତ୍ୟାଗ ଏବଂ ତପସ୍ୟାର ସ୍ୱରୂପ ହୋଇ ସେବା କରିବା, ବିନାଶୀ ବା ସଂକୀର୍ଣ୍ଣ ମନୋଭାବଠାରୁ ଉର୍ଦ୍ଧ୍ୱରେ ରହି ନିଷ୍କାମ ସେବା କରିବା ଏହାକୁ ହିଁ କୁହାଯାଏ ଈଶ୍ୱରୀୟ ସେବା ବା ଆତ୍ମିକ ସେବା । ମୁଖ ସହିତ ମନ ଦ୍ୱାରା ମଧ୍ୟ ସେବା କରିବା ଅର୍ଥାତ୍ ମନମନାଭବ ସ୍ଥିତିରେ ସ୍ଥିତ ହେବା ।

ସ୍ଲୋଗାନ:-
ଆକୃତିକୁ ନ ଦେଖି ଯଦି ନିରାକାର ବାବାଙ୍କୁ ଦେଖିବ ତେବେ ଆକର୍ଷଣୀୟମୂର୍ତ୍ତି ହୋଇଯିବ ।


ମାତେଶ୍ୱରୀଙ୍କର ଅନମୋଲ୍ ମହାବାକ୍ୟ :
କର୍ମବନ୍ଧନରୁ ମୁକ୍ତ ହେବାର ପୁରୁଷାର୍ଥ
ବହୁତ ମନୁଷ୍ୟ ପ୍ରଶ୍ନ କରନ୍ତି ଯେ, ଆମକୁ କଣ କରିବାକୁ ହେବ, ଆମେ କିପରି ନିଜର କର୍ମବନ୍ଧନରୁ ମୁକ୍ତି ପାଇବୁ ? ବାବା ସମସ୍ତଙ୍କର ଜନ୍ମପତ୍ରୀକୁ ଜାଣିଛନ୍ତି ପିଲାମାନଙ୍କର କାମ ହେଲା ହୃଦୟର ସହିତ ବାବାଙ୍କଠାରେ ସମ୍ପୂର୍ଣ୍ଣ ସମର୍ପଣ ହୋଇଯିବା, ନିଜର ସବୁ ଦାୟିତ୍ୱ ତାଙ୍କ ହାତରେ ଦେଇ ଦେବା । ତାପରେ ବାବା ଶ୍ରୀମତ ଦେବେ ତୁମକୁ କଣ କରିବାକୁ ହେବ, ସାହାରା ମଧ୍ୟ ପ୍ରତ୍ୟକ୍ଷ ରୂପରେ ନେବାକୁ ହେବ, ଏମିତି ନୁହେଁ କି ବାବାଙ୍କଠାରୁ ଶୁଣୁଥିବ ଏବଂ ନିଜ ମତରେ ମଧ୍ୟ ଚାଲୁଥିବ । ବାବା ସାକାର ରୂପ ଧାରଣ କରିଛନ୍ତି ତେଣୁ ପିଲାମାନଙ୍କୁ ମଧ୍ୟ ସ୍ଥୂଳ ରୂପରେ ସାକାର (ବ୍ରହ୍ମା) ବାବାଙ୍କ ମାଧ୍ୟମରେ ଶିକ୍ଷକ ଏବଂ ଗୁରୁ ରୂପରେ ସାହାରା ନେବାକୁ ହେବ । ଏପରି ନୁହେଁ କି ଶ୍ରୀମତ ମିଳୁଥିବ କିନ୍ତୁ ଆଜ୍ଞାକୁ ପାଳନ କରିପାରୁ ନଥିବ, ତେବେ ତ ଆହୁରି ଅକଲ୍ୟାଣ ହୋଇଯିବ । ତେବେ ଶ୍ରୀମତକୁ ପାଳନ କରିବାର ସାହସ ମଧ୍ୟ ଦରକାର । ଆମକୁ ଚଳାଇବାବାଲା ତ ସର୍ବଶ୍ରେଷ୍ଠ ବୁଦ୍ଧିମାନ ଅଟନ୍ତି । ସେ ଜାଣିଛନ୍ତି ଏହାଙ୍କର କଲ୍ୟାଣ କେଉଁଥିରେ ହୋଇପାରିବ, ତେଣୁ ସିଏ ସେହିଭଳି ନିର୍ଦ୍ଦେଶ ବା ଶ୍ରୀମତ ଦେବେ, ଯେଉଁଥିରେ ଆମେ କର୍ମବନ୍ଧନରୁ ମୁକ୍ତ ହୋଇପାରିବା । ପୁଣି ଏଭଳି ବିଚାର ଆସିବା ଉଚିତ୍ ନୁହେଁ ଘରେ ପିଲାମାନଙ୍କର ଅବସ୍ଥା କଣ ହେବ? ଏଠାରେ ଘରଦ୍ୱାର ଛାଡିବାର କୌଣସି ଆବଶ୍ୟକ ନୁହେଁ । ଡ୍ରାମାରେ ଘର ଛାଡିବାର ପାର୍ଟ ବହୁତ କମ ଆତ୍ମାମାନଙ୍କର ଥିଲା । ଯଦି ଏଭଳି ହୋଇନଥାନ୍ତା ତେବେ ଏବେ ତୁମମାନଙ୍କର ଯେଉଁ ସେବା ହେଉଛି ତାହା କିପରି ହୋଇଥାଆନ୍ତା । ବାସ୍ତବରେ ଘର ଛାଡିବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ପରମାତ୍ମାଙ୍କର ହୋଇଯାଅ, କୌଣସି ଡର ରଖନାହିଁ, ସାହସ ରଖ । ବାକି ଯେଉଁମାନେ ଡରୁଛନ୍ତି ସେମାନେ ନା ଖୁସିରେ ରହୁଛନ୍ତି, ନା ବାବାଙ୍କର ସହଯୋଗୀ ହୋଇପାରୁଛନ୍ତି । ଏଠାରେ ତ ବାବାଙ୍କର ସମ୍ପୂର୍ଣ୍ଣ ସହଯୋଗୀ ହେବାକୁ ପଡିବ ଏବଂ ତାହା ମଧ୍ୟ ସେତେବେଳେ ହୋଇପାରିବ ଯେତେବେଳେ ବଞ୍ଚି ଥାଉ ଥାଉ ମରିବାର ଅଭ୍ୟାସ ଥିବ । ଯଦିଓ କେଉଁଠି କାରଣ ବଶତଃ ଅଟକିଯିବ ତେବେ ବାବା ସହଯୋଗ ଦେଇ ପାରି କରିନେବେ । ତେଣୁ ମନ-ବଚନ-କର୍ମରେ ବାବାଙ୍କର ସହଯୋଗୀ ହୋଇ ରହିବାକୁ ପଡିବ । ଯଦି ଟିକିଏ ବି ମୋହର ଆକର୍ଷଣ ରହିବ ତେବେ ତଳକୁ ଖସିଯିବ । ତେଣୁ ସାହାସ ରଖ ଏବଂ ଆଗକୁ ବଢିଚାଲ । ଯଦି ସାହସ କମଜୋର ହେବ ତେବେ ସଂଶୟ ଆସିବ । ସେଥିପାଇଁ ନିଜର ବୁଦ୍ଧିକୁ ବିଲକୁଲ୍ ପବିତ୍ର କରିବାକୁ ହେବ, ଯେପରି ବିକାର ଅଂଶ ମାତ୍ର ନ ରହିବ । ଲକ୍ଷ୍ୟ ସ୍ଥଳ ବେଶୀ ଦୂର ନୁହେଁ ବାକି ରାସ୍ତା ଟିକେ ଅଙ୍କାବଙ୍କା ସେଥିପାଇଁ ଯଦି ସମର୍ଥ ବାବାଙ୍କର ସାହାରା ନେବ ତେବେ ନା ଡର ରହିବ ନା ଥକାବଟ ଆସିବ । ଆଚ୍ଛା!