02.04.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏବେ ତୁମର ସବୁଆଡୁ ମୋହର ଆକର୍ଷଣ ତୁଟିଯିବା ଦରକାର କାହିଁକି ନା ଏବେ ଘରକୁ ଫେରିବାକୁ ହେବ, ତେଣୁ ଏଭଳି କୌଣସି ବିକର୍ମ ନ ହେଉ, ଯାହା ଦ୍ୱାରା ବ୍ରାହ୍ମଣ କୁଳର ନାମ ବଦନାମ ହେବ ।

ପ୍ରଶ୍ନ:-
ବାବା କେଉଁ ପିଲାମାନଙ୍କୁ ଦେଖି-ଦେଖି ବହୁ ହର୍ଷିତ ହେଉଛନ୍ତି ଏବଂ କେଉଁ ପିଲାମାନେ ବାବାଙ୍କ ଆଖିରେ ସମାହିତ ହୋଇ ରହିଛନ୍ତି ?

ଉତ୍ତର:-
ଯେଉଁ ପିଲାମାନେ ବହୁତଙ୍କୁ ସୁଖଦାୟୀ କରୁଛନ୍ତି, ସେବାଯୋଗ୍ୟ ଅଟନ୍ତି, ସେମାନଙ୍କୁ ଦେଖି ବାବା ମଧ୍ୟ ବହୁତ ହର୍ଷିତ ହେଉଛନ୍ତି । ଯେଉଁ ପିଲାମାନଙ୍କ ବୁଦ୍ଧିରେ ରହୁଛି ଯେ ମୁଁ ଏକମାତ୍ର ବାବାଙ୍କୁ ହିଁ କହିବି, ବାବାଙ୍କ ସହିତ ହିଁ କଥା ହେବି.... ଏହିଭଳି ପିଲାମାନେ ହିଁ ବାବାଙ୍କ ଆଖିରେ ସମାହିତ ହୋଇ ରହିଥାନ୍ତି । ବାବା କହୁଛନ୍ତି ମୋର ସେବା କରୁଥିବା ସନ୍ତାନମାନେ ହିଁ ମୋତେ ଅତିପ୍ରିୟ ଅଟନ୍ତି । ଏହିଭଳି ସନ୍ତାନମାନଙ୍କୁ ମୁଁ ମନେ ପକାଉଛି ।

ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ସନ୍ତାନମାନେ ଏକଥା ତ ଜାଣିଛନ୍ତି ଯେ ଆମେ ବାବାଙ୍କ ସମ୍ମୁଖରେ ବସିଛୁ, ସିଏ ଆମର ପିତା ମଧ୍ୟ ଅଟନ୍ତି ଏବଂ ଶିକ୍ଷକ ରୂପରେ ପଢାଉଛନ୍ତି ମଧ୍ୟ, ସେହି ପିତା ପତିତ-ପାବନ ସଦଗତିଦାତା ମଧ୍ୟ ଅଟନ୍ତି, ସାଥୀରେ ମଧ୍ୟ ନେଇଯାଉଛନ୍ତି ଏବଂ ରାସ୍ତା ମଧ୍ୟ ବହୁତ ସହଜ ଦେଖାଉଛନ୍ତି । ସିଏ ପତିତରୁ ପାବନ ହେବା ପାଇଁ ଆମକୁ କୌଣସି କଷ୍ଟକର କାର୍ଯ୍ୟ ଦେଉ ନାହାଁନ୍ତି । କହୁଛନ୍ତି କେଉଁ ଆଡକୁ ବି ଯାଅ, ଚାହେଁ ଭ୍ରମଣ କର, ଚାହେଁ ବିଦେଶକୁ ଯାଅ କେବଳ ନିଜକୁ ଆତ୍ମା ନିଶ୍ଚୟ କର । ତାହା ତ ସମସ୍ତେ ମନେ କରୁଛନ୍ତି । ତଥାପି ମଧ୍ୟ କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କର, ଦେହ-ଅଭିମାନକୁ ତ୍ୟାଗ କରି ଆତ୍ମ-ଅଭିମାନୀ ହୁଅ । ଆମେ ସମସ୍ତେ ଆତ୍ମା, ଆମେ ଅଭିନୟ କରିବା ପାଇଁ ଏହି ଶରୀର ଧାରଣ କରୁଛୁ । ଆମେ ଗୋଟିଏ ଶରୀରରେ ଅଭିନୟ କରି ସାରିଲା ପରେ ଅନ୍ୟ ଏକ ଶରୀର ଧାରଣ କରୁଛୁ । କାହାର ଅଭିନୟ ୧୦୦ବର୍ଷର ହୋଇଥାଏ ତ କାହାର ୮୦ ବର୍ଷର କାହାର ଦୁଇ ବର୍ଷର ମଧ୍ୟ ହୋଇଥାଏ ତ ପୁଣି ଆଉ କାହାର ୬ ମାସର ମଧ୍ୟ ହୋଇଥାଏ । କାହା କାହାର ତ ଜନ୍ମ ନେବା ମାତ୍ରେ ହିଁ ମୃତ୍ୟୁ ହୋଇଯାଉଛି ପୁଣି ଆଉ କାହାର ଜନ୍ମ ନେବା ପୂର୍ବରୁ ଗର୍ଭରେ ହିଁ ମୃତ୍ୟୁ ହୋଇଯାଉଛି ତେବେ ଏଠାକାର ପୁନର୍ଜନ୍ମ ଏବଂ ସତ୍ୟଯୁଗର ପୁନର୍ଜନ୍ମରେ ରାତି ଦିନର ଅନ୍ତର ରହିଛି । ଏଠାରେ ଗର୍ଭରୁ ଜନ୍ମ ନେବାକୁ ଗର୍ଭଜେଲ୍ କୁହାଯାଏ । ସତ୍ୟଯୁଗରେ ଗର୍ଭଜେଲ୍ ହୁଏ ନାହିଁ କାରଣ ସେଠାରେ ବିକର୍ମ ହୁଏ ନାହିଁ, ରାବଣ ରାଜ୍ୟ ହିଁ ନାହିଁ । ବାବା ତୁମମାନଙ୍କୁ ସବୁ କଥା ବୁଝାଉଛନ୍ତି । ବେହଦର ବାବା ଏହି ବ୍ରହ୍ମାଙ୍କ ଶରୀରରେ ଆସି ବୁଝାଉଛନ୍ତି । ତେବେ ଏହି ଶରୀରର ଆତ୍ମା (ବ୍ରହ୍ମାଙ୍କ) ମଧ୍ୟ ଶୁଣୁଛି । ଜ୍ଞାନର ସାଗର ବାବା ହିଁ ଶୁଣାଉଛନ୍ତି, ଯାହାଙ୍କର ନିଜର ଶରୀର ନାହିଁ । ସିଏ ସଦାଶିବ ଅଟନ୍ତି । ଯେପରି ସିଏ ପୁନର୍ଜନ୍ମ ରହିତ, ସେହିପରି ନାମ ରୂପରୁ ମଧ୍ୟ ରହିତ ଅଟନ୍ତି । ତାଙ୍କୁ ସଦାଶିବ କୁହାଯାଏ । ସିଏ ସର୍ବଦା ଶିବ ଅଟନ୍ତି, ତାଙ୍କର ଶରୀରର ନାମ ନାହିଁ । ସିଏ ଏହି ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରୁଥିଲେ ମଧ୍ୟ ୟାଙ୍କର ଶରୀରର ନାମ ତାଙ୍କ ଉପରେ ରଖାଯାଇ ନଥାଏ । ତୁମର ଏହା ହେଉଛି ବେହଦର ସନ୍ନ୍ୟାସ, ଦୁନିଆରେ ସେମାନେ ହେଲେ ହଦର ସନ୍ନ୍ୟାସୀ । ତେବେ ସେମାନଙ୍କର ନାମ ମଧ୍ୟ ପ୍ରସିଦ୍ଧ ହେଉଛି । ତୁମର ନାମ ମଧ୍ୟ ବାବା କେତେ ଭଲ ଭଲ ରଖିଛନ୍ତି । ବାବା ଯେଉଁମାନଙ୍କର ନାମ ରଖିଥିଲେ ସେମାନେ ଡ୍ରାମା ଅନୁସାରେ ଚାଲିଗଲେ । ବାବା ଭାବିଥିଲେ ମୋର ହୋଇଛନ୍ତି ତେଣୁ ନିଶ୍ଚିତ ସଦାକାଳ ପାଇଁ ରହିବେ କେବେ ଛାଡପତ୍ର ଦେବେ ନାହିଁ କିନ୍ତୁ ଛାଡପତ୍ର ଦେଇଦେଲେ । ତେବେ ଆଉ ନାମ ରଖିବାରେ ଲାଭ କଣ! ସନ୍ନ୍ୟାସୀମାନେ ମଧ୍ୟ ଘରକୁ ଫେରି ଆସିଲା ପରେ ତାଙ୍କର ପୁରୁଣା ନାମ ହିଁ ରହିଯାଏ କାରଣ ଘରକୁ ଫେରି ଆସନ୍ତି ନା । ଏପରି ନୁହେଁ ଯେ ସେମାନେ ସନ୍ନ୍ୟାସ କରୁଛନ୍ତି ତେଣୁ ତାଙ୍କର ମିତ୍ର ସମ୍ବନ୍ଧୀ ଇତ୍ୟାଦି ମନେ ରହିବେ ନାହିଁ । କାହାର କାହାର ତ ସବୁ ମିତ୍ର ସମ୍ବନ୍ଧୀମାନେ ସର୍ବଦା ମନେ ପଡିଥାନ୍ତି କାରଣ ସେମାନେ ମୋହର ଆକର୍ଷଣରେ ବୁଡି ରହିଥାନ୍ତି । କାହାର କାହାର ତ ସମ୍ବନ୍ଧ ତୁରନ୍ତ ତୁଟିଯାଇଥାଏ ତେବେ ମୋହ ତ ତୁଟାଇବାକୁ ପଡିବ ନା । ବାବା ବୁଝାଇଛନ୍ତି ଏବେ ସମସ୍ତଙ୍କୁ ଘରକୁ (ପରମଧାମ) ଫେରିବାକୁ ହେବ । ବାବା ନିଜେ ବସି ବୁଝାଉଛନ୍ତି, ପ୍ରଭାତ ସମୟରେ ମଧ୍ୟ ବାବା କହୁଥିଲେ ନା । ବାବାଙ୍କୁ ଦେଖି ଦେଖି ସୁଖ ଆସିଥାଏ.... କାହିଁକି ? କାରଣ ବାବାଙ୍କ ଆଖିରେ ପିଲାମାନେ ସମାହିତ ହୋଇ ରହିଛନ୍ତି । ଆତ୍ମାମାନେ ତ ବାବାଙ୍କ ନୟନର ପିତୁଳା ଅଟନ୍ତି । ବାବା ମଧ୍ୟ ପିଲାମାନଙ୍କୁ ଦେଖି ଦେଖି ଖୁସି ହେଉଛନ୍ତି ନା । କେହି ତ ବହୁତ ଭଲ ସନ୍ତାନ ହୋଇଥାନ୍ତି, ଯିଏକି ସେବାକେନ୍ଦ୍ରର ଦାୟିତ୍ୱ ମଧ୍ୟ ନେଇଥାନ୍ତି । ପୁଣି ଆଉ କେହି କେହି ବ୍ରାହ୍ମଣ ହୋଇ ମଧ୍ୟ ବିକାରଗ୍ରସ୍ତ ହୋଇିଯାଉଛନ୍ତି, ତେବେ ସିଏ ଅବଜ୍ଞାକାରୀ ହେଲେ ନା । ଏହି ବ୍ରହ୍ମାବାବା ମଧ୍ୟ ଯୋଗ୍ୟ ସେବାଧାରୀ ସନ୍ତାନମାନଙ୍କୁ ଦେଖି ଦେଖି ହର୍ଷିତ ହେଉଛନ୍ତି । ବେହଦର ବାବା କହୁଛନ୍ତି ଇଏ ତ କୁଳକୁ କଳଙ୍କିତ କରିଦେଲା । ଏମାନେ ହିଁ ବାବାଙ୍କର ନାମକୁ ବଦନାମ କରୁଛନ୍ତି । ବାବା ପିଲାମାନଙ୍କୁ ସର୍ବଦା ବୁଝାଇ ଚାଲିଛନ୍ତି କାହାର ନାମ ରୂପରେ କେବେ ବି ଆକର୍ଷିତ ହୁଅ ନାହିଁ । ଏହାକୁ ମଧ୍ୟ ଅଧା କୁଳ କଳଙ୍କିତ କୁହାଯିବ । ଅଧାରୁ ପୁଣି ସମ୍ପୂର୍ଣ୍ଣ କୁଳକଳଙ୍କିତ ମଧ୍ୟ ହୋଇଯାଉଛନ୍ତି । ନିଜେ ମଧ୍ୟ ଲେଖୁଛନ୍ତି ବାବା ମୁଁ ତଳକୁ ଖୁସିଗଲି, ମୁଁ କଳା ମୁହଁ କରିଦେଲି, ମାୟା ଧୋକା ଦେଇଦେଲା । ମାୟାର ତୋଫାନ ତ ବହୁତ ଆସୁଛି । ବାବା କହୁଛନ୍ତି କାମ ବିକାରଗ୍ରସ୍ତ ହେବା ମଧ୍ୟ ପରସ୍ପରକୁ ଦୁଃଖ ଦେବା ହେଲା । ସେଥିପାଇଁ ବାବା ପ୍ରତିଜ୍ଞା କରାଉଛନ୍ତି । କେତେକ ପିଲା ନିଜ ରକ୍ତରେ ପତ୍ର ଲେଖି ବାବାଙ୍କ ନିକଟକୁ ପଠାଉଥିଲେ କିନ୍ତୁ ଆଜି ସେମାନେ ନାହାଁନ୍ତି । ତେଣୁ ବାବା କହୁଛନ୍ତି ଆହା ମାୟା! ତୁ ବହୁତ ଶକ୍ତିଶାଳୀ । ଏଭଳି ସନ୍ତାନ ଯିଏକି ରକ୍ତରେ ପତ୍ର ଲେଖୁଥିଲେ, ତୁ ସେମାନଙ୍କୁ ମଧ୍ୟ ଖାଇଦେଲୁ । ଯେମିତି ବାବା ସମର୍ଥ, ସେମିତି ମାୟା ମଧ୍ୟ ସମର୍ଥ ଅଟେ । ଅଧାକଳ୍ପ ପାଇଁ ବାବାଙ୍କ ସମର୍ଥୀର ସମ୍ପତ୍ତି ମିଳୁଛି ପୁଣି ଆଉ ଅଧାକଳ୍ପ ମାୟା ସେହି ସମର୍ଥୀକୁ ହରାଇ ଦେଉଛି । ଏହା ହେଉଛି ଭାରତର କଥା । ଦେବୀ-ଦେବତା ଧର୍ମର ଆତ୍ମାମାନେ ହିଁ ଧନଶାଳୀରୁ କାଙ୍ଗାଳ ହେଉଛନ୍ତି । ଏବେ ତୁମେ ଯଦି ଲକ୍ଷ୍ମୀ-ନାରାୟଣ ମନ୍ଦିରକୁ ଯିବ, ତେବେ ତୁମକୁ ଆଶ୍ଚର୍ଯ୍ୟ ଲାଗିବ କାରଣ ତୁମେ ଏହି ବଂଶାବଳୀର ଥିଲ ଏବେ ପୁଣି ସେହି ବଂଶାବଳୀକୁ ଯିବା ପାଇଁ ପାଠ ପଢୁଛ । ୟାଙ୍କର (ବ୍ରହ୍ମାଙ୍କର) ଆତ୍ମା ମଧ୍ୟ ବାବା ସମ୍ମୁଖରେ ପାଠ ପଢୁଛି । ଆଗରୁ ତୁମେ ଏଠି ସେଠି ମୁଣ୍ଡ ପିଟୁଥିଲ । କିନ୍ତୁ ଏବେ ତୁମକୁ ଜ୍ଞାନ ମିଳୁଛି, ତୁମେ ସମସ୍ତଙ୍କର ୮୪ ଜନ୍ମର କାହାଣୀକୁ ମଧ୍ୟ ଜାଣୁଛ । ପ୍ରତ୍ୟେକ ନିଜେ ନିଜର ଅଭିନୟ କରୁଛନ୍ତି ନା ।

ବାବା କହୁଛନ୍ତି ପିଲାମାନେ, ସର୍ବଦା ହର୍ଷିତ ରୁହ । ଏଠାକାର ହର୍ଷିତ ରହିବାର ସଂସ୍କାର ପୁଣି ସାଥୀରେ ନେଇଯିବ । ତୁମେ ଜାଣିଛ ଆମେ କଣ ହେବାକୁ ଯାଉଛୁ ? ବେହଦର ବାବା ହିଁ ଆମକୁ ସମ୍ପତ୍ତି ଦେଉଛନ୍ତି ଆଉ କେିହ ଏହି ସମ୍ପତ୍ତି ଦେଇପାରିବେ ନାହିଁ । ଏମିତି ଜଣେ ହେଲେ ବି ମନୁଷ୍ୟ ନାହାଁନ୍ତି ଯାହାଙ୍କୁ ଜଣା ଅଛି ଯେ ଏହି ଲକ୍ଷ୍ମୀ-ନାରାୟଣ କେଉଁଆଡେ ଗଲେ । ସେମାନେ ଭାବୁଛନ୍ତି ଏମାନେ ଯେଉଁଠାରୁ ଆସିଥିଲେ ସେଠାକୁ ଚାଲିଗଲେ । ଏବେ ବାବା କହୁଛନ୍ତି ପିଲାମାନେ ତୁମେ ବୁଦ୍ଧିରେ ବିଚାର କର । ତୁମେ ଭକ୍ତିମାର୍ଗରେ ମଧ୍ୟ ବେଦଶାସ୍ତ୍ର ପଢୁଛ, ଏବେ ମୁଁ ତୁମକୁ ଜ୍ଞାନ ଶୁଣାଉଛି ତେଣୁ ତୁମେ ବିଚାର କରି କୁହ ଭକ୍ତି ସତ୍ୟ ନା ମୁଁ ସତ୍ୟ ? ବାବା, ରାମ ହିଁ ହେଉଛନ୍ତି ସତ୍ୟ, ରାବଣ ଅସତ୍ୟ ଅଟେ । ଆଜିକାଲି ମନୁଷ୍ୟ ପ୍ରତ୍ୟେକ କଥାରେ ଅସତ୍ୟ କହୁଛନ୍ତି । ଏହା ଜ୍ଞାନ ଆଧାରରେ ହିଁ କୁହାଯାଉଛି । ତୁମେ ଜାଣିଛ ପ୍ରଥମେ ଆମେମାନେ ମଧ୍ୟ ଅସତ୍ୟ କହୁଥିଲୁ । ଦାନ-ପୁଣ୍ୟ ଆଦି କରି କରି ମଧ୍ୟ ସିଢିରେ ତଳକୁ ଖସି ଆସିଛନ୍ତି । ତୁମେ ଦାନ ମଧ୍ୟ ଆତ୍ମାମାନଙ୍କୁ ମଧ୍ୟ ଦେଇଛ । ତେଣୁ ଯଦି ପାପାତ୍ମା, ପାପାତ୍ମାଙ୍କୁ ଦାନ କରିବେ ତେବେ ପୁଣ୍ୟ ଆତ୍ମା କିପରି ହୋଇପାରିବେ ? ସତ୍ୟଯୁଗରେ ଆତ୍ମାମାନଙ୍କର ଲେଣ-ଦେଣ ହୁଏ ନାହିଁ । ଏଠାରେ ତ ଲକ୍ଷ ଲକ୍ଷ ଟଙ୍କା କରଜ ନେଉଛନ୍ତି । ଏହି ରାବଣ ରାଜ୍ୟରେ ପ୍ରତି ପାଦରେ ମନୁଷ୍ୟମାନଙ୍କୁ ଦୁଃଖ ମିଳୁଛି । ଏବେ ତୁମେମାନେ ସଂଗମରେ ଅଛ, ତୁମମାନଙ୍କର ପ୍ରତି ପାଦରେ ପଦ୍ମର ରୋଜଗାର ଜମା ହେଉଛି । ଦେବତାମାନେ କିପରି ପଦ୍ମପତି ହେଲେ ଏକଥା କାହାକୁ ହେଲେ ବି ଜଣା ନାହିଁ । ସ୍ୱର୍ଗ ତ ନିଶ୍ଚିତ ଥିଲା, ତାର ସ୍ମାରକୀ ରହିଛି ନା । ବାକି ସେମାନଙ୍କୁ ଏକଥା ମନେ ପଡୁନାହିଁ ଯେ ପୂର୍ବ ଜନ୍ମରେ କେଉଁ କର୍ମ କରିବା ଦ୍ୱାରା ରାଜ୍ୟ ଭାଗ୍ୟ ମିଳୁଛି । ତାହା ତ ହେଉଛି ନୂଆ ସୃଷ୍ଟି । ସେଠାରେ କାହାର କୌଣସି ଫାଲତୁ ବିଚାର ଚାଲେ ନାହିଁ । ତାକୁ ହିଁ କୁହାଯାଏ ସୁଖଧାମ । ଏହା ହେଉଛି ହଜାର ବର୍ଷର କଥା । ତୁମେ ଏବେ ସୁଖ ପ୍ରାପ୍ତ କରିବା ପାଇଁ, ପବିତ୍ର ହେବା ପାଇଁ ପାଠ ପଢୁଛ । ଏବେ ଅନେକ ଉପାୟ ବାହାରୁଛି । ବାବା କେତେ ଭଲ ଭାବରେ ବୁଝାଉଛନ୍ତି । ଶାନ୍ତିଧାମ ହେଉଛି ଆତ୍ମାମାନଙ୍କର ରହିବାର ସ୍ଥାନ, ତାକୁ ସ୍ୱିଟ୍ ହୋମ୍ ମଧ୍ୟ କୁହାଯାଏ । ଯେମିତି କେହି ବିଦେଶରୁ ଫେରିଲାବେଳେ ଭାବନ୍ତି ଯେ ଆମେ ଆମର ସ୍ୱିଟ୍ ହୋମକୁ (ମିଠାଘର) ଯାଉଛୁ । ତୁମର ସ୍ୱିଟ୍ ହୋମ୍ ହେଉଛି ଶାନ୍ତିଧାମ । ବାବା ମଧ୍ୟ ଶାନ୍ତିର ସାଗର, ତାଙ୍କର ଅଭିନୟ ହିଁ ଅନ୍ତିମ ସମୟରେ ହେଉଛି । ତେବେ ସିଏ କେତେ ସମୟ ଶାନ୍ତିରେ ରହୁଥିବେ । ବାବାଙ୍କର ଏଠାରେ ବହୁତ ଅଳ୍ପ ସମୟର ଅଭିନୟ ରହିଛି ଏହି ଡ୍ରାମାରେ ହିରୋ-ହିରୋଇନର ଅଭିନୟ ହେଉଛି ତୁମମାନଙ୍କର । ତୁମେମାନେ ହିଁ ବିଶ୍ୱର ମାଳିକ ହେଉଛ । ଏହି ନିଶା ଆଉ କାହାର କେବେ ହୋଇପାରିବ ନାହିଁ । ଅନ୍ୟ କାହାର ଭାଗ୍ୟରେ ସ୍ୱର୍ଗର ସୁଖ ହିଁ ନାହିଁ, ତାହା ତ କେବଳ ତୁମମାନଙ୍କୁ ହିଁ ମିଳୁଛି । ଯେଉଁ ପିଲାମାନଙ୍କୁ ବାବା ଦେଖୁଛନ୍ତି, କହୁଛନ୍ତି ବାବା ମୁଁ ଆପଣଙ୍କୁ ହିଁ ସବୁକଥା କହିବି, ଆପଣଙ୍କ ସହିତ ହିଁ କଥା ହେବି...... ବାବା ମଧ୍ୟ କହୁଛନ୍ତି ମୁଁ ତୁମମାନଙ୍କୁ ଦେଖି ଦେଖି ବହୁତ ହର୍ଷିତ ହେଉଛି । ମୁଁ ୫ ହଜାର ବର୍ଷ ପରେ ଆସିଛି, ତୁମେମାନଙ୍କୁ ଦୁଃଖଧାମରୁ ସୁଖଧାମକୁ ନେଇଯାଉଛି କାରଣ ତୁମେ କାମ ଚିତାରେ ଚଢି ଜଳି ଜଳି ଭସ୍ମ ହୋଇଯାଇଛ । ଏବେ ଦୁନିଆର ମନୁଷ୍ୟମାନଙ୍କୁ ମଧ୍ୟ ଦୁଃଖର ଶ୍ମଶାନରୁ ବାହାର କରିବାକୁ ହେବ । ଆତ୍ମାମାନେ ତ ସମସ୍ତେ ଏଠାରେ ଉପସ୍ଥିତ ଅଛନ୍ତି । ସେମାନଙ୍କୁ ପବିତ୍ର କରିବାକୁ ହେବ ।

ବାବା କହୁଛନ୍ତି ପିଲାମାନେ, ବୁଦ୍ଧିରେ ଏକମାତ୍ର ସତଗୁରୁଙ୍କୁ ମନେ ପକାଅ ଏବଂ ଅନ୍ୟ ସମସ୍ତଙ୍କୁ ଭୁଲିଯାଅ । ତୁମକୁ ଜଣଙ୍କ ସହିତ ସମ୍ବନ୍ଧ ରଖିବାକୁ ହେବ । ତୁମେମାନେ ପୂର୍ବରୁ ମଧ୍ୟ କହୁଥିଲ ଯେ ଆପଣ ଆସିଲେ ମୁଁ ଆପଣଙ୍କ ବ୍ୟତୀତ ଆଉ କାହାକୁ ମନେ ପକାଇବି ନାହିଁ, ଆପଣଙ୍କ ମତରେ ହିଁ ଚାଲି ଶ୍ରେଷ୍ଠ ହେବି । ସମସ୍ତେ ଗାୟନ ମଧ୍ୟ କରୁଛନ୍ତି ସବୁଠାରୁ ଉଚ୍ଚ ହେଉଛନ୍ତି ଭଗବାନ । ତାଙ୍କର ମତ ମଧ୍ୟ ସବୁଠାରୁ ଉଚ୍ଚ । ବାବା କହୁଛନ୍ତି ମୁଁ ଯେଉଁ ଜ୍ଞାନ ତୁମମାନଙ୍କୁ ଏବେ ଦେଉଛି ସେସବୁ ପ୍ରାୟତଃ ଲୋପ ପାଇଯିବ । ଭକ୍ତିମାର୍ଗର ଶାସ୍ତ୍ର ତ ପରମ୍ପରାରୁ ଚାଲି ଆସୁଛି । ତେବେ ସେବେଠାରୁ ରାବଣ ମଧ୍ୟ ଆସିଯାଉଛି । ତୁମେ ଲୋକମାନଙ୍କୁ ପଚାର ଯେ ରାବଣକୁ କେବେଠାରୁ ଜଳାଉଛ ଏବଂ କାହିଁକି ଜଳାଉଛ ? ସେମାନଙ୍କୁ ତ କିଛି ବି ଜଣାନାହିଁ । ଅର୍ଥ ନ ଜାଣିବା କାରଣରୁ କେତେ ଉତ୍ସବ ଇତ୍ୟାଦି କରୁଛନ୍ତି । ବହୁତ ଅତିଥିମାନଙ୍କୁ ନିମନ୍ତ୍ରଣ ଦେଉଛନ୍ତି । ରାବଣକୁ ଜଳାଇବାର ଉତ୍ସବ ପାଳନ କରୁଛନ୍ତି । ତୁମେ କେବେ ବୁଝିପାରିବ ନାହିଁ ରାବଣର ପ୍ରତିମା କେବେଠାରୁ ତିଆରି କରିଆସୁଛନ୍ତି ? ଦିନକୁ ଦିନ ରାବଣର ପ୍ରତିମା ବଡ ବଡ କରି ଚାଲିଛନ୍ତି, କହୁଛନ୍ତି ଏହା ପରମ୍ପରାରୁ ଚାଲି ଆସିଛି । କିନ୍ତୁ ଏମିତି ତ ହୋଇପାରିବ ନାହିଁ । ଆଉ କେତେ ଦିନ ପର୍ଯ୍ୟନ୍ତ ରାବଣକୁ ଏମିତି ଜଳାଇ ଚାଲିବ ? ତୁମେ ଜାଣିଛ ବାକି ଆଉ ଅଳ୍ପ ସମୟ ରହିଛି ତାପରେ ଏହାର ରାଜ୍ୟ ହିଁ ରହିବ ନାହିଁ । ବାବା କହୁଛନ୍ତି ଏହି ରାବଣ ହେଉଛି ତୁମର ସବୁଠାରୁ ବଡ ଶତ୍ରୁ, ଏହା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ମନୁଷ୍ୟମାନଙ୍କ ବୁଦ୍ଧିରେ ତ ଅନେକ କଥା ରହିଛି । ତୁମେ ଜାଣିଛ ପ୍ରତି ସେକେଣ୍ଡରେ ଯାହା ସବୁ ହେଉଛି ସେସବୁ ଡାମାରେ ନିର୍ଦ୍ଧାରିତ ହୋଇ ରହିଛି । ତୁମେ ତିଥି ତାରିଖ ମଧ୍ୟ ବାହାର କରି ସାରା ହିସାବ ବାହାର କରିପାରିବ ଯେ ଆମର କେତେ ଘଣ୍ଟା, କେତେ ବର୍ଷ, କେତେ ମାସ ଅଭିନୟ ଚାଲୁଛି । ତେଣୁ ଏହି ସମସ୍ତ ଜ୍ଞାନ ବୁଦ୍ଧିରେ ରହିବା ଦରକାର । ବାବା ହିଁ ଆମକୁ ଏସବୁ କିଛି ବୁଝାଉଛନ୍ତି । ବାବା କହୁଛନ୍ତି ମୁଁ ହେଉଛି ପତିତ-ପାବନ । ତୁମେମାନେ ମୋତେ ପବିତ୍ର କରିବା ପାଇଁ ହିଁ ଡାକୁଛ । ତେବେ ପବିତ୍ର ଦୁନିଆ ଶାନ୍ତିଧାମ ଏବଂ ସୁଖଧାମରେ ହିଁ ହୋଇଥାଏ । ଏବେ ତ ସମସ୍ତେ ପତିତ । ତେଣୁ ଏବେ ସର୍ବଦା ବାବା-ବାବା କହିଚାଲ । ଏକଥା କେବେ ଭୁଲିଯାଅ ନାହିଁ, ତେବେ ସର୍ବଦା ଶିବବାବା ମନେ ପଡିବେ ଯେ ଇଏ ହେଉଛନ୍ତି ଆମର ବାବା । ପ୍ରଥମେ ପ୍ରଥମେ ହେଉଛନ୍ତି ଏହି ବେହଦର ବାବା । କେବଳ ବାବା କହିବା ଦ୍ୱାରା ହିଁ ସମ୍ପତ୍ତିର ଖୁସି ମିଳିଯାଉଛି । ଭଗବାନ ବା ଈଶ୍ୱର କହିବା ଦ୍ୱାରା କେବେ ଏଭଳି ବିଚାର ଆସିପାରିବ ନାହିଁ । ସମସ୍ତଙ୍କୁ କୁହ ଯେ ବେହଦର ବାବା ବ୍ରହ୍ମାଙ୍କ ଦ୍ୱାରା ବୁଝାଉଛନ୍ତି । ଇଏ ତାଙ୍କର ରଥ ଅଟନ୍ତି । ୟାଙ୍କ ଦ୍ୱାରା ବାବା କହୁଛନ୍ତି ମୁଁ ତୁମମାନଙ୍କୁ ଏହିଭଳି କରୁଛି । ଏହି ବ୍ୟାଜରେ ହିଁ ସାରା ଜ୍ଞାନ ଭରି ହୋଇ ରହିଛି । ଅନ୍ତିମ ସମୟରେ କେବଳ ଶାନ୍ତିଧାମ ଏବଂ ସୁଖଧାମ ମନେ ପଡିବ । ଏହି ଦୁଃଖଧାମକୁ ତ ଧୀରେ ଧୀରେ ଭୁଲିଯିବ । ଏକଥା ମଧ୍ୟ ଜାଣିଛ ଯେ ସମସ୍ତେ କ୍ରମାନୁସାରେ ନିଜ ନିଜ ସମୟରେ ହିଁ ଆସିବେ । ଇସ୍ଲାମୀ, ବୌଦ୍ଧି, ଖ୍ରୀଷ୍ଟିୟାନ୍ ଆଦି କେତେ ଅଛନ୍ତି, ଅନେକ ଭାଷା ମଧ୍ୟ ରହିଛି । ପ୍ରଥମେ ତ କେବଳ ଗୋଟିଏ ଧର୍ମ ଥିଲା ସେଥିରୁ ପୁଣି କେତେ ଶାଖା ସବୁ ବାହାରିଛି । କେତେ ଲଢେଇ ମଧ୍ୟ ଲାଗିଛି । ସମସ୍ତେ ତ ଲଢେଇ କରୁଛନ୍ତି କାରଣ ଅନାଥ ହୋଇଯାଇଛନ୍ତି ନା । ଏବେ ବାବା କହୁଛନ୍ତି ମୁଁ ତୁମକୁ ଯେଉଁ ରାଜ୍ୟ ଦେଉଛି ତାକୁ କେବେ ବି କେହି ତୁମଠାରୁ ଛଡାଇ ନେଇପାରିବ ନାହିଁ । ବାବା ତୁମକୁ ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି ଯାହାକୁ କେହି ଛଡାଇ ନେଇ ପାରିବେ ନାହିଁ । ସେଥିପାଇଁ ତୁମକୁ ଏହି ଜ୍ଞାନ ମାର୍ଗରେ ଅଖଣ୍ଡ, ଅଚଳ, ଅଟଳ ରହିବାକୁ ହେବ । ମାୟାର ତୋଫାନ ତ ନିଶ୍ଚିତ ଆସିବ । ଯିଏ ସମସ୍ତଙ୍କଠାରୁ ଆଗରେ ରହିବେ ଅର୍ଥାତ୍ ଶ୍ରେଷ୍ଠ ପୁରୁଷାର୍ଥୀ ହୋଇଥିବେ ସିଏ ତ ସବୁ ପରୀକ୍ଷାର ଅନୁଭବ କରିବେ ନା । ବେମାରୀ ଆଦି ସବୁଦିନ ପାଇଁ ସମାପ୍ତ ହେବାକୁ ଯାଉଛି, ତେଣୁ ଯଦି କୌଣସି କର୍ମର ହିସାବ କିତାବ, ବେମାରୀ ଇତ୍ୟାଦି ଅଧିକ ଆସୁଛି ତେବେ ଏଥିରେ ଡରିବାର ନାହିଁ । ଏସବୁ ପୂର୍ବ ଜନ୍ମର କର୍ମଫଳ, ପୁଣି ପରବର୍ତ୍ତୀ ଜନ୍ମରେ ଏସବୁ କିଛି ହେଲେ ବି ରହିବ ନାହିଁ । ଏବେ ତ ଯେତେ ରୋଗ ବିମାରୀ ଅଛି ସବୁ ବାହାରିବ । ବୃଦ୍ଧମାନଙ୍କୁ ମଧ୍ୟ ମାୟା ଯୁବକ କରିଦେଉଛି । ବାନପ୍ରସ୍ଥୀମାନେ ଯେଉଁଠି ରହିଥାନ୍ତି ସେଠାରେ କେହି ମହିଳା ନଥାନ୍ତି । ସନ୍ନ୍ୟାସୀମାନେ ମଧ୍ୟ ଜଙ୍ଗଲକୁ ଚାଲି ଯାଉଛନ୍ତି । ସେଠାରେ ମଧ୍ୟ ମହିଳା ନଥାନ୍ତି । ସେମାନେ କାହାର ମୁହଁକୁ ଦେଖନ୍ତି ନାହିଁ । ଭିକ୍ଷା ନେଲେ ଏବଂ ଚାଲିଗଲେ । ଆଗରୁ ତ ମହିଳାମାନଙ୍କୁ ବିଲକୁଲ୍ ଦେଖୁ ହିଁ ନଥିଲେ । ସେମାନେ ଭାବୁଥିଲେ ନିଶ୍ଚିତ ତାଙ୍କ ଆଡକୁ ବୁଦ୍ଧି ଚାଲିଯିବ । ଭାଇ ଭଉଣୀର ସମ୍ବନ୍ଧରେ ମଧ୍ୟ ବୁଦ୍ଧି ଚାଲିଯାଉଛି ତେଣୁ ବାବା କହୁଛନ୍ତି ଆତ୍ମା ଭାଇ-ଭାଇକୁ ଦେଖ । ଶରୀରର ନାମ ମଧ୍ୟ ନେବା ଉଚିତ୍ ନୁହେଁ । ଏହା ହିଁ ହେଉଛି ସବୁଠାରୁ ଉଚ୍ଚ ଲକ୍ଷ୍ୟ । ତୁମକୁ ତ ଏକଦମ୍ ଚୋଟି ଅର୍ଥାତ୍ ଉପରକୁ ଯିବାକୁ ହେବ । ଏବେ ସେହି ରାଜଧାନୀ ସ୍ଥାପନ ହେଉଛି ତେଣୁ ଏଥିରେ ବହୁତ ପରିଶ୍ରମ କରିବାକୁ ହେବ । ସମସ୍ତେ କହୁଛନ୍ତି ଆମେ ତ ଲକ୍ଷ୍ମୀ-ନାରାୟଣ ହେବୁ । ତେଣୁ ବାବା କହୁଛନ୍ତି ସେହିଭଳି ହୁଅ । ଶ୍ରୀମତରେ ଚାଲ । ମାୟାର ତୋଫାନ ତ ଆସିବ, କିନ୍ତୁ କର୍ମେନ୍ଦ୍ରିୟ ଦ୍ୱାରା କିଛି ବି ବିକର୍ମ କରିବା ଉଚିତ୍ ନୁହେଁ । ଦେବାଳିଆ ତ ଏମିତି ବି ହୋଇ ଚାଲିଛି । ଏପରି ନୁହେଁ ଯେ ଜ୍ଞାନରେ ଆସିବା ଦ୍ୱାରା ଦେବାଳିଆ ହୋଇଗଲା । ଏହିଭଳି ତ ପୂର୍ବରୁ ମଧ୍ୟ ଚାଲିଆସୁଛି । ବାବା ତ କହୁଛନ୍ତି ମୁଁ ତୁମକୁ ପତିତରୁ ପବିତ୍ର କରିବା ପାଇଁ ଆସିଛି । କେହି କେହି ବହୁତ ଭଲ ସେବା କରୁଛନ୍ତି, ଅନ୍ୟକୁ ବୁଝାଉଛନ୍ତି ପୁଣି ଦେବାଳିଆ ହୋଇଯାଉଛନ୍ତି ମାୟା ବହୁତ ଶକ୍ତିଶାଳୀ । ଭଲ ଭଲ ପିଲାମାନେ ମଧ୍ୟ ତଳକୁ ଖସିଯାଉଛନ୍ତି । ବାବା ଆସି ବୁଝାଉଛନ୍ତି-- ମୋର ସେବା କରୁଥିବା ପିଲାମାନେ ହିଁ ମୋତେ ପ୍ରିୟ ଲାଗନ୍ତି । ଯେଉଁମାନେ ଅନେକଙ୍କୁ ସୁଖୀ କରାଇଥାନ୍ତି, ସେମାନଙ୍କୁ ମୁଁ ମଧ୍ୟ ମନେ ପକାଇଥାଏ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
 

ଧାରଣା ପାଇଁ ମୁଖ୍ୟ ସାର :
(୧) କାହାର ନାମ ରୂପରେ ଆକର୍ଷିତ ହୋଇ କୁଳ କଳଙ୍କ ହେବାର ନାହିଁ । ମାୟାଠାରୁ ଧୋକା ଖାଇ ପରସ୍ପରକୁ ଦୁଃଖ ଦେବାର ନାହିଁ । ବାବାଙ୍କଠାରୁ ସମର୍ଥ ହେବାର ସମ୍ପତ୍ତି ନେବାର ଅଛି ।

(୨) ସଦା ସର୍ବଦା ହର୍ଷିତ ରହିବାର ସଂସ୍କାର ଏହିଠାରେ ହିଁ ଭରିବାକୁ ହେବ । ଏବେ ଆଉ ପାପ ଆତ୍ମାମାନଙ୍କ ସହିତ କୌଣସି ବି ଲେଣ-ଦେଣ କରିବାର ନାହିଁ । ରୋଗ ବେମାରୀ ଆଦିକୁ ଡରିବାର ନାହିଁ ଏବଂ ସବୁ ହିସାବ କିତାବକୁ ଏବେ ହିଁ ଚୁକ୍ତ କରିବାର ଅଛି ।


ବରଦାନ:-
ପରିସ୍ଥିତିକୁ ଶିକ୍ଷକ ମନେ କରି ତାହାଠାରୁ ପାଠପଢୁଥିବା ଅନୁଭବୀ ମୂରତ ହୁଅ ।

କୌଣସି ବି ପରିସ୍ଥିତିରେ ବିଚଳିତ ହେବା ପରିବର୍ତ୍ତେ କିଛି ସମୟ ପାଇଁ ତାକୁ ଶିକ୍ଷକ ମନେ କର । ପରିସ୍ଥିତି ତୁମକୁ ବିଶେଷ କରି ଦୁଇଟି ଶକ୍ତିର ଅନୁଭବୀ କରିଥାଏ ଗୋଟିଏ ହେଲା ସହନ ଶକ୍ତି, ଆଉ ଗୋଟିଏ ସମ୍ମୁଖୀନ କରିବାର ଶକ୍ତି । ଏହି ଦୁଇଟି ପାଠକୁ ଯଦି ପଢିନେବ ତେବେ ଅନୁଭବୀ ହୋଇଯିବ । ଯେବେକି କହୁଛ ମୁଁ ଟ୍ରଷ୍ଟୀ ଅର୍ଥାତ୍ ନିମିତ୍ତ ଅଟେ, ମୋର କିଛି ନୁହେଁ ତେବେ ପରିସ୍ଥିତିକୁ ଦେଖି ବିଚଳିତ କାହିଁକି ହେଉଛ ? ଟ୍ରଷ୍ଟୀ ଅର୍ଥାତ୍ ସବୁକିଛି ବାବାଙ୍କୁ ଜିମା ଦେଇଦେଇଛ ତେଣୁ ଯାହା ହେବ ତାହା ଭଲ ହିଁ ହେବ, ଏହି ସ୍ମୃତି ଆଧାରରେ ସଦାସର୍ବଦା ନିଶ୍ଚିନ୍ତ ରୁହ ଏବଂ ସମର୍ଥ ସ୍ୱରୂପରେ ରୁହ ।

ସ୍ଲୋଗାନ:-
ଯାହାଙ୍କର ସ୍ୱଭାବ ମିଠା ସେମାନେ ଭୁଲରେ ମଧ୍ୟ କାହାକୁ ଦୁଃଖ ଦେଇପାରିବେ ନାହିଁ ।