02.05.22          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ଶାନ୍ତି ତୁମମାନଙ୍କର ଗଳାର ହାର, ଆତ୍ମାର ସ୍ୱଧର୍ମ ଅଟେ, ତେଣୁ ଶାନ୍ତି ପାଇବା ପାଇଁ ଏଣେତେଣେ ଘୂରି ବୁଲିବାର କୌଣସି ଦରକାର ନାହିଁ, ନିଜର ସ୍ୱଧର୍ମରେ ସ୍ଥିତ ହୋଇଯାଅ ।

ପ୍ରଶ୍ନ:-
ମନୁଷ୍ୟ କୌଣସି ଜିନିଷକୁ ଶୁଦ୍ଧ କରିବା ପାଇଁ କେଉଁ ପ୍ରକାର ଯୁକ୍ତି ରଚନା କରୁଛନ୍ତି ଏବଂ ବାବା କେଉଁ ଯୁକ୍ତି ରଚନା କରିଛନ୍ତି?

ଉତ୍ତର:-
ମନୁଷ୍ୟ କୌଣସି ବି ଜିନିଷକୁ ଶୁଦ୍ଧ କରିବା ପାଇଁ ତାକୁ ନିଆଁରେ ପକାଇଥାନ୍ତି । ଯଦି ଯଜ୍ଞ ମଧ୍ୟ ରଚନା କରିଥାନ୍ତି ତେବେ ସେଥିରେ ମଧ୍ୟ ନିଆଁ ଜଳାଇଥାନ୍ତି । ଏଠାରେ ମଧ୍ୟ ବାବା ରୁଦ୍ର ଯଜ୍ଞ ରଚନା କରିଛନ୍ତି କିନ୍ତୁ ଏହା ଜ୍ଞାନ ଯଜ୍ଞ ଅଟେ, ଏଥିରେ ସମସ୍ତଙ୍କର ଆହୁତି ପଡିବାର ଅଛି । ତୁମେ ପିଲାମାନେ ଦେହ ସହିତ ସବୁ କିଛି ଏଥିରେ ସ୍ୱାହା କରୁଛ । ତେଣୁ ତୁମକୁ ବାବାଙ୍କ ସହିତ ଯୋଗ ଲଗାଇବାକୁ ହେବ । ଏଠାରେ ଯୋଗର ହିଁ ପ୍ରତିଯୋଗିତା ଚାଲିଛି । ଯାହାଦ୍ୱାରା ତୁମେମାନେ ପ୍ରଥମେ ରୁଦ୍ରଙ୍କ ଗଳାର ହାର ହେବ ତାପରେ ବିଷ୍ଣୁଙ୍କ ଗଳାର ମାଳାରେ ଗୁନ୍ଥା ହେବ ।

ଗୀତ:-
ଓମ୍ ନମୋ ଶିବାୟ...

ଓମ୍ ଶାନ୍ତି ।
ଏହି ମହିମା କାହାର ଶୁଣିଲ? ପାରଲୌକିକ ପରମପିତା ପରମଆତ୍ମା ଅର୍ଥାତ୍ ପରମାତ୍ମାଙ୍କର । ସବୁ ଭକ୍ତ ଅଥବା ସାଧକମାନେ ତାଙ୍କୁ ହିଁ ସ୍ମରଣ କରୁଛନ୍ତି । ତାଙ୍କର ନାମ ପତିତ-ପାବନ ମଧ୍ୟ ଅଟେ । ପିଲାମାନେ ଜାଣିଛନ୍ତି ଯେ, ଭାରତ ପବିତ୍ର ଥିଲା । ଲକ୍ଷ୍ମୀ-ନାରାୟଣ ଆଦିଙ୍କର ପବିତ୍ର ପ୍ରବୃତ୍ତି ମାର୍ଗର ଧର୍ମ ଥିଲା, ଯାହାକୁ ଆଦି ସନାତନ ଦେବୀ-ଦେବତା ଧର୍ମ ବୋଲି କୁହାଯାଇଥାଏ । ଭାରତରେ ପବିତ୍ରତା ସୁଖ ଶାନ୍ତି ସମ୍ପତ୍ତି ସବୁ କିଛି ଥିଲା । ଯଦି ପବିତ୍ରତା ନାହିଁ ତେବେ ନା ଶାନ୍ତି ଅଛି, ନା ସୁଖ ଅଛି । ଶାନ୍ତି ପାଇଁ କେତେ ଘୂରି ବୁଲୁଛନ୍ତି । ଜଙ୍ଗଲକୁ ଚାଲିଯାଉଛନ୍ତି । କିନ୍ତୁ ଜଣଙ୍କୁ ମଧ୍ୟ ଶାନ୍ତି ମିଳୁନାହିଁ କାହିଁକି ନା ସେମାନେ ନା ବାବାଙ୍କୁ ଜାଣିଛନ୍ତି, ନା ନିଜକୁ ମୁଁ ଆତ୍ମା ବୋଲି ଭାବୁଛନ୍ତି । ଏହା ମୋର ଶରୀର ଅଟେ । ଏହା ଦ୍ୱାରା କର୍ମ କରିବାକୁ ହୋଇଥାଏ । ମୋର ସ୍ୱଧର୍ମ ହିଁ ଶାନ୍ତ ଅଟେ । ଏହା ଶରୀରର କର୍ମେନ୍ଦ୍ରିୟ ଅଟେ । ଆତ୍ମାକୁ ଏକଥା ମଧ୍ୟ ଜଣାନାହିଁ ଯେ, ଆମେ ଆତ୍ମାମାନେ ନିର୍ବାଣଧାମ ବା ପରମଧାମର ନିବାସୀ ଅଟୁ । ଏହି କର୍ମକ୍ଷେତ୍ରରେ ଆମେ ଶରୀରର ଆଧାର ନେଇ ଅଭିନୟ କରୁଛୁ । ଶାନ୍ତିର ହାର ମଧ୍ୟ ଗଳାରେ ପଡିଛି କିନ୍ତୁ ଆମେମାନେ ବାହାରେ ଧକ୍କା ଖାଉଛୁ । ପଚାରୁଛନ୍ତି ଯେ, ମନକୁ କିପରି ଶାନ୍ତି ମିଳିବ? ସେମାନଙ୍କୁ ଏକଥା ମଧ୍ୟ ଜଣାନାହିଁ ଯେ, ଆତ୍ମା ମନ-ବୁଦ୍ଧି ସହିତ ରହିଛି । ଆତ୍ମା ପରମପିତା ପରମାତ୍ମାଙ୍କର ସନ୍ତାନ ଅଟେ । ସିଏ ଶାନ୍ତିର ସାଗର, ଆମେ ତାଙ୍କର ସନ୍ତାନ ଅଟୁ । ବର୍ତ୍ତମାନ ଅଶାନ୍ତି ତ ସାରା ଦୁନିଆରେ ରହିଛି ନା । ସମସ୍ତେ କହୁଛନ୍ତି ଦୁନିଆରେ ଶାନ୍ତି ଆସୁ । ତେବେ ସାରା ଦୁନିଆର ମାଲିକ ତ ଜଣେ ଯାହାଙ୍କୁ ଶିବାୟ ନମଃ କହୁଛନ୍ତି । ଉଚ୍ଚରୁ ଉଚ୍ଚ ଭଗବାନ, ଶିବ କିଏ ଅଟନ୍ତି? ଏକଥା ବି କୌଣସି ମନୁଷ୍ୟ ଜାଣିନାହାଁନ୍ତି । ପୂଜା ମଧ୍ୟ କରୁଛନ୍ତି, କେହି ତ ପୁଣି ନିଜକୁ ଶିବୋହମ୍ ବୋଲି କହିଦେଉଛନ୍ତି । ଆରେ ଶିବ ତ ସମସ୍ତଙ୍କର ପିତା ଅଟନ୍ତି ନା । ଯଦି ମନୁଷ୍ୟ ନିଜକୁ ଶିବ କହିବେ, ଏହା ତ ବହୁତ ବଡ ପାପ ହୋଇଗଲା । ଶିବଙ୍କୁ ହିଁ ପତିତ-ପାବନ ବୋଲି କୁହାଯାଇଥାଏ । ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ଅଥବା କୌଣସି ମନୁଷ୍ୟକୁ ପତିତ-ପାବନ କୁହାଯିବ ନାହିଁ । ପତିତ-ପାବନ ସଦ୍ଗତି ଦାତା କେବଳ ଜଣେ ହିଁ ଅଟନ୍ତି । ମନୁଷ୍ୟ, ମନୁଷ୍ୟକୁ କେବେ ବି ପବିତ୍ର କରିପାରିବେ ନାହିଁ କାହିଁକି ନା ଏହା ସାରା ଦୁନିଆର ପ୍ରଶ୍ନ । ବାବା ବୁଝାଉଛନ୍ତି - ଯେତେବେଳେ ସତ୍ୟଯୁଗ ଥିଲା ସେତେବେଳେ ଭାରତ ପାବନ ଥିଲା, ଏବେ ପତିତ ହୋଇଯାଇଛି । ତେବେ ଯିଏ ସାରା ସୃଷ୍ଟିକୁ ପାବନ କରୁଛନ୍ତି ତାଙ୍କୁ ହିଁ ସ୍ମରଣ କରିବା ଦରକାର । ବାକି ତ ଏହା ପତିତ ଦୁନିଆ । ଏମାନେ ଯାହାକୁ ମହାନ ଆତ୍ମା ବୋଲି କହୁଛନ୍ତି, ବାସ୍ତବରେ ଏପରି କେହି ନାହାଁନ୍ତି । ଏମାନେ ପାରଲୌକିକ ବାବାଙ୍କୁ ଜାଣିନାହାଁନ୍ତି । ଭାରତରେ ଶିବଜୟନ୍ତୀର ଗାୟନ କରାଯାଉଛି, ତେବେ ନିଶ୍ଚିତ ସିଏ ଭାରତକୁ ଆସିଥିଲେ - ପତିତମାନଙ୍କୁ ପବିତ୍ର କରିବା ପାଇଁ । ସିଏ କହୁଛନ୍ତି - ମୁଁ ସଂଗମଯୁଗରେ ଆସୁଛି, ଯାହାକୁ କୁମ୍ଭ ବୋଲି କୁହାଯାଇଥାଏ । ତାହା ପାଣିର ସାଗର ଏବଂ ନଦୀମାନଙ୍କର କୁମ୍ଭ ନୁହେଁ । କୁମ୍ଭ ଏହାକୁ କୁହାଯାଇଥାଏ ଯେବେକି ଜ୍ଞାନର ସାଗର ପତିତ-ପାବନ ବାବା ଆସି ସବୁ ଆତ୍ମାମାନଙ୍କୁ ପବିତ୍ର କରୁଛନ୍ତି । ଏକଥା ବି ଜାଣିଛ ଯେ, ଭାରତ ଯେତେବେଳେ ସ୍ୱର୍ଗ ଥିଲା ସେତେବେଳେ ଗୋଟିଏ ହିଁ ଧର୍ମ ଥିଲା । ସତ୍ୟଯୁଗରେ ସୂର୍ଯ୍ୟବଂଶୀ ରାଜ୍ୟ ଥିଲା ପୁଣି ତ୍ରେତାରେ ଚନ୍ଦ୍ରବଂଶୀ ଯାହାର ମହିମା ରହିଛି ରାମ ରାଜା, ରାମ ପ୍ରଜା.... ଯଦି ତ୍ରେତା ଯୁଗର ଏତେ ମହିଁମା ଅଛି ତେବେ ସତ୍ୟଯୁଗର ତାଠାରୁ ମଧ୍ୟ ଅଧିକ ଥିବ । ଭାରତ ହିଁ ସ୍ୱର୍ଗ ଥିଲା, ଏଠାରେ ପବିତ୍ର ଜୀବଆତ୍ମାମାନେ ଥିଲେ ବାକି ଆଉ ସବୁ ଧର୍ମର ଆତ୍ମାମାନେ ନିର୍ବାଣଧାମରେ ଥିଲେ । ଆତ୍ମା କଣ, ପରମାତ୍ମା କଣ - ଏକଥା ମଧ୍ୟ କୌଣସି ମନୁଷ୍ୟ ଜାଣିନାହାଁନ୍ତି । ଆତ୍ମା ଏତେ ଛୋଟ ବିନ୍ଦୁ, ସେଥିରେ ୮୪ ଜନ୍ମର ପାର୍ଟ ଭରି ହୋଇ ରହିଛି । ୮୪ ଲକ୍ଷ ଜନ୍ମ ତ ହୋଇପାରିବ ନାହିଁ । ୮୪ ଲକ୍ଷ ଜନ୍ମରେ କଳ୍ପ-କଳ୍ପାନ୍ତର ଘୂରି ବୁଲିବ, ଏହା ତ ହୋଇପାରିବ ନାହିଁ । ଏହା ହେଉଛି ୮୪ ଜନ୍ମର ଚକ୍ର, ତାହା ପୁଣି ସମସ୍ତଙ୍କର ନୁହେଁ । ଯେଉଁମାନେ ପ୍ରଥମେ ଆସିଥିଲେ ସେମାନେ ଏବେ ପଛରେ ରହିଗଲେଣି, ପୁଣି ଏମାନେ ପ୍ରଥମେ ଯିବେ । ଯେଉଁମାନେ ପଛରେ ଆସନ୍ତି ସେମାନେ ନିର୍ବାଣଧାମରେ ରହିଥାନ୍ତି । ଏହି ସବୁ କଥାକୁ ବାବା ବୁଝାଉଛନ୍ତି । ତାଙ୍କୁ ହିଁ ବିଶ୍ୱର ସର୍ବଶକ୍ତିମାନ ଅଧିକାରୀ ବୋଲି କୁହାଯାଉଛି ।

ବାବା କହୁଛନ୍ତି - ମୁଁ ଆସି ବ୍ରହ୍ମା ଦ୍ୱାରା ସବୁ ବେଦ ଶାସ୍ତ୍ର ଗୀତା ଆଦିର ସାର କଥା ବୁଝାଉଛି । ଏସବୁ ଭକ୍ତିମାର୍ଗର କର୍ମକାଣ୍ଡର ଶାସ୍ତ୍ର ସବୁ ତିଆରି ହୋଇଛି । ମୁଁ ଆସି କିପରି ଯଜ୍ଞ ରଚନା କରୁଛି, ଏହି କଥା ତ ଶାସ୍ତ୍ରରେ ନାହିଁ । ଏହାର ନାମ ହିଁ ହେଉଛି ରାଜସ୍ୱ ଅଶ୍ୱମେଧ ରୁଦ୍ର ଜ୍ଞାନ ଯଜ୍ଞ । ରୁଦ୍ର ହେଲେ ଶିବ, ଏଥିରେ ସମସ୍ତଙ୍କୁ ସ୍ୱାହା ହେବାକୁ ପଡିବ । ବାବା କହୁଛନ୍ତି - ଦେହ ସହିତ ଯିଏବି ମିତ୍ର-ସମ୍ବନ୍ଧୀ ଆଦି ଅଛନ୍ତି, ସେ ସମସ୍ତଙ୍କୁ ଭୁଲିଯାଅ । ଏକମାତ୍ର ବାବାଙ୍କୁ ହିଁ ମନେ ପକାଅ । ମୁଁ ସନ୍ନ୍ୟାସୀ, ଉଦାସୀ, ଖ୍ରୀଷ୍ଟିୟାନ.... ଏସବୁ ଦେହର ଧର୍ମ । ଏହାକୁ ଛାଡି ମୋତେ ମନେ ପକାଅ । ନିରାକାର ନିଶ୍ଚିତ ଶରୀରରେ ହିଁ ଆସିବେ ନା । ସିଏ କହୁଛନ୍ତି - ମୋତେ ପ୍ରକୃତିର ଆଧାର ନେବାକୁ ପଡିଥାଏ । ମୁଁ ହିଁ ଆସି ଏହି ଶରୀର ଦ୍ୱାରା ନୂଆ ଦୁନିଆ ସ୍ଥାପନ କରୁଛି । ପୁରୁଣା ଦୁନିଆର ବିନାଶ ସମ୍ମୁଖରେ ଉପସ୍ଥିତ ଅଛି । ଗାୟନ ମଧ୍ୟ କରାଯାଏ ଯେ, ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ସୂକ୍ଷ୍ମଲୋକ ହେଉଛି ହିଁ ଫରିସ୍ତାମାନଙ୍କର ଦୁନିଆ । ସେଠାରେ ହାଡ ମାଂସର ଶରୀର ନଥାଏ । ସେଠାରେ ସୂକ୍ଷ୍ମ ଶରୀର ଥାଏ, ଧଳା-ଧଳା ଯେପରି ଭୂତ ଥାନ୍ତି । ଆତ୍ମା, ଯାହାକୁ ଶରୀର ମିଳିନଥାଏ, ତେବେ ତାହା ଘୂରି ବୁଲିଥାଏ । ତାଙ୍କର ଛାୟା ରୂପୀ ଶରୀର ଦେଖାଯାଇଥାଏ, ତାକୁ କେହି ଧରି ପାରିବେ ନାହିଁ । ଏବେ ବାବା କହୁଛନ୍ତି - ପିଲାମାନେ ମନେ ପକାଅ ଯାହା ଦ୍ୱାରା ବିକର୍ମ ବିନାଶ ହେବ । ଗାୟନ ମଧ୍ୟ କରାଯାଏ ବହୁତ ଗଲା, ଅଳ୍ପ ରହିଲା..... ଏବେ ବାକି ଅଳ୍ପ ସମୟ ଅଛି । ତେଣୁ ଯେତେ ଦୂର ସମ୍ଭବ ବାବାଙ୍କୁ ମନେ ପକାଅ ତେବେ ଅନ୍ତିମ ମତି ଅନୁସାରେ ଗତି ହୋଇଯିବ । ଗୀତାରେ ଗୋଟିଏ ଦୁଇଟି ଅକ୍ଷର ଠିକ ଅଛି । ଯେପରି ଅଟାରେ ଲୁଣ ସଦୃଶ କୌଣସି-କୌଣସି ଅକ୍ଷର ଠିକ୍ ଅଛି । ପ୍ରଥମେ ତ ଭଗବାନ ନିରାକାର ଅଟନ୍ତି ଏକଥା ଜାଣିବା ଦରକାର । ସେହି ନିରାକାର ଭଗବାନ ପୁଣି କଥା କିପରି ହେଉଛନ୍ତି? କହୁଛନ୍ତି ଯେ, ମୁଁ ସାଧାରଣ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ରାଜଯୋଗ ଶିଖାଉଛି । କହୁଛନ୍ତି - ପିଲାମାନେ ମୋତେ ମନେ ପକାଅ । ମୁଁ ଆସୁଛି ହିଁ ଗୋଟିଏ ଧର୍ମର ସ୍ଥାପନା କରି ବାକି ସବୁ ଧର୍ମର ବିନାଶ କରାଇବା ପାଇଁ । ଏବେ ତ ଅନେକ ଧର୍ମ ରହିଛି । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ସତ୍ୟଯୁଗରେ ଏକମାତ୍ର ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା । ଯେତେବେଳେ ସବୁ ଆତ୍ମାମାନେ ନିଜ-ନିଜର ହିସାବ-କିତାବ ଚୁକ୍ତ କରି ଯାଇଥାନ୍ତି, ସେତେବେଳେ ତାକୁ ବିନାଶର ସମୟ ବୋଲି କୁହାଯାଇଥାଏ । ସମସ୍ତଙ୍କ ଦୁଃଖର ହିସାବ-କିତାବ ଚୁକ୍ତ ହୋଇଥାଏ । ପାପ କାରଣରୁ ହିଁ ଦୁଃଖ ମିଳିଥାଏ । ପାପର ହିସାବ ଚୁକ୍ତ ହେବା ପରେ ପୁଣି ପୁଣ୍ୟର ଆରମ୍ଭ ହୋଇଯାଇଥାଏ । ପ୍ରତ୍ୟେକ ଜିନିଷକୁ ଶୁଦ୍ଧ କରିବା ପାଇଁ ସେଥିରେ ନିଆଁ ପକାଯାଇଥାଏ । ଯେବେ ଯଜ୍ଞ ରଚନା କରିଥାନ୍ତି, ତେବେ ସେଥିରେ ମଧ୍ୟ ନିଆଁ ଜଳାଇଥାନ୍ତି । କିନ୍ତୁ ଏହା ତ କୌଣସି ବସ୍ତୁର ଯଜ୍ଞ ନୁହେଁ । ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ । କେବେହେଲେ କୃ୍ଷ୍ଣ ଜ୍ଞାନ ଯଜ୍ଞ ବୋଲି କହିନଥାନ୍ତି । କୃଷ୍ଣ କୌଣସି ଯଜ୍ଞ ରଚନା କରିନଥିଲେ, କୃଷ୍ଣ ତ ରାଜକୁମାର ଥିଲେ । ବିପଦ ସମୟରେ ହିଁ ଯଜ୍ଞ ରଚନା କରାଯାଇଥାଏ । ବର୍ତ୍ତମାନ ସବୁ ଆଡେ ବିପଦ ରହିଛି ନା, ତେଣୁ ବହୁତ ମନୁଷ୍ୟ ରୁଦ୍ର ଯଜ୍ଞ ମଧ୍ୟ ରଚନା କରୁଛନ୍ତି । ରୁଦ୍ର ଜ୍ଞାନ ଯଜ୍ଞ ରଚନା କରୁନାହାଁନ୍ତି । ଏହା ତ ରୁଦ୍ର ପରମପିତା ପରମାତ୍ମା ହିଁ ଆସି ରଚନା କରୁଛନ୍ତି । କହୁଛନ୍ତି - ଏହା ରୁଦ୍ର ଜ୍ଞାନ ଯଜ୍ଞ ଅଟେ, ଏଥିରେ ସମସ୍ତଙ୍କର ଆହୁତି ହୋଇଯିବ । ବାବା ଆସିଛନ୍ତି - ଯଜ୍ଞ ମଧ୍ୟ ରଚନା ହୋଇଛି । ଯେତେବେଳେ ରାଜତ୍ୱ ସ୍ଥାପନ ହୋଇଯିବ ସେତେବେଳେ ସମସ୍ତେ ପବିତ୍ର ହୋଇଯିବେ । ତୁରନ୍ତ ତ କେହି ପବିତ୍ର ହୋଇଯାଉ ନାହାଁନ୍ତି । ଅନ୍ତିମ ସମୟ ପର୍ଯ୍ୟନ୍ତ ଯୋଗ ଲଗାଇଚାଲ । ଏହା ହେଉଛି, ଯୋଗର ପ୍ରତିଯୋଗିତା । ବାବାଙ୍କୁ ଯେତେ ଅଧିକ ସ୍ମରଣ କରୁଛନ୍ତି, ସେତେ ଜଲଦି ଯାଇ ରୁଦ୍ରଙ୍କ ଗଳାର ହାର ହେଉଛନ୍ତି । ପୁଣି ସତ୍ୟଯୁଗରେ ବିଷ୍ଣୁଙ୍କର ଗଳାର ମାଳା ହେବେ । ପ୍ରଥମେ ରୁଦ୍ରଙ୍କର ମାଳା ପୁଣି ବିଷ୍ଣୁଙ୍କର ମାଳା । ପ୍ରଥମେ ବାବା ସମସ୍ତଙ୍କୁ ଘରକୁ ନେଇଯାଉଛନ୍ତି, ଯିଏ ଯେତିକି ପୁରୁଷାର୍ଥ କରିବେ ସିଏ ହିଁ ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହୋଇ ରାଜ୍ୟ କରିବେ ଅର୍ଥାତ୍ ବର୍ତ୍ତମାନ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି । ତୁମକୁ ବାବା ରାଜଯୋଗ ଶିଖାଉଛନ୍ତି । ଯେପରି ୫ ହଜାର ବର୍ଷ ପୂର୍ବରୁ ଶିଖାଇଥିଲେ ସେହିପରି ପୁଣି କଳ୍ପ ପରେ ଆସି ଶିଖାଉଛନ୍ତି । ଶିବଜୟନ୍ତୀ ଅଥବା ଶିବରାତ୍ରି ମଧ୍ୟ ପାଳନ କରୁଛନ୍ତି । ରାତି ଅର୍ଥାତ୍ କଳିଯୁଗୀ ପୁରୁଣା ଦୁନିଆର ଶେଷ, ନୂଆ ଦୁନିଆର ଆଦି ହେଉଛି । ସତ୍ୟଯୁଗ ଏବଂ ତ୍ରେତାଯୁଗ ହେଲା ଦିନ, ଦ୍ୱାପର କଳିଯୁଗ ରାତି । ଯାହାକୁ ବ୍ରହ୍ମାଙ୍କର ବେହଦର ଦିନ ପୁଣି ବେହଦର ରାତ୍ରି ବୋଲି କୁହାଯାଏ । କୃ୍ଷ୍ଣଙ୍କର ଦିନ-ରାତିର ଗାୟନ କରାଯାଇନଥାଏ । କୃଷ୍ଣଙ୍କ ଠାରେ ଜ୍ଞାନ ହିଁ ରହିନଥାଏ । ବ୍ରହ୍ମାଙ୍କୁ ଶିବବାବାଙ୍କଠାରୁ ଜ୍ଞାନ ମିଳିଥାଏ । ପୁଣି ତାଙ୍କଠାରୁ ତୁମମାନଙ୍କୁ ମିଳୁଛି ଅର୍ଥାତ୍ ଶିବବାବା ତୁମକୁ ବ୍ରହ୍ମାଙ୍କର ଶରୀର ଦ୍ୱାରା ଜ୍ଞାନ ଦେଉଛନ୍ତି । ତୁମକୁ ତ୍ରିକାଳଦର୍ଶୀ କରୁଛନ୍ତି । ମନୁଷ୍ୟ ସୃଷ୍ଟିରେ କେହି ଜଣେ ହେଲେ ତ୍ରିକାଳଦର୍ଶୀ ହୋଇପାରିବେ ନାହିଁ । ଯଦି ହେବେ ତେବେ ଜ୍ଞାନ ଦିଅନ୍ତୁ ନା । ଏହି ସୃଷ୍ଟିଚକ୍ର କିପରି ଘୂରୁଛି? କେବେ ବି କେହି ଏହି ଜ୍ଞାନ ଦେଇପାରିବେ ନାହିଁ ।

ଭଗବାନ ତ ଜଣେ ଅଟନ୍ତି । କୃଷ୍ଣଙ୍କୁ କଣ ସମସ୍ତେ ଭଗବାନ ବୋଲି ମାନିବେ । ସିଏ ତ ରାଜକୁମାର ଅଟନ୍ତି । ରାଜକୁମାର କଣ ଭଗବାନ କି? ଯଦି ସିଏ ରାଜ୍ୟ କରିବେ ତେବେ ହରାଇବାକୁ ମଧ୍ୟ ପଡିବ । ବାବା କହୁଛନ୍ତି, ତୁମକୁ ବିଶ୍ୱର ମାଲିକ କରାଇ ମୁଁ ପୁଣି ନିର୍ବାଣଧାମରେ ଯାଇ ରହୁଛି । ପୁଣି ଯେତେବେଳେ ଦୁଃଖ ଆରମ୍ଭ ହୁଏ ସେତେବେଳେ ମୋର ପାର୍ଟ ମଧ୍ୟ ଆରମ୍ଭ ହୁଏ । ମୁଁ ସମସ୍ତଙ୍କର ଶୁଣାଣି କରୁଛି, ସେଥିପାଇଁ ମୋତେ ଦୟାର ସାଗର ବୋଲି ମଧ୍ୟ କହୁଛନ୍ତି । ଭକ୍ତି ମଧ୍ୟ ପ୍ରଥମେ ଅବ୍ୟଭିଚାରୀ ଅର୍ଥାତ୍ ଏକମାତ୍ର ଶିବଙ୍କର କରୁଛନ୍ତି ପୁଣି ଧୀରେ ଧୀରେ ଦେବତାମାନଙ୍କର ଭକ୍ତି ଆରମ୍ଭ କରୁଛନ୍ତି । ଏବେ ତ ଭକ୍ତି ବ୍ୟଭିଚାରୀ ହୋଇଗଲାଣି । ପୂଜାରୀମାନେ ମଧ୍ୟ ଏକଥା ଜାଣିନାହାଁନ୍ତି ଯେ, ପୂଜା କେବେଠାରୁ ଆରମ୍ଭ ହୋଇଛି । ଶିବ ଅଥବା ସୋମନାଥ ଗୋଟିଏ କଥା । ଶିବ ହେଉଛନ୍ତି ନିରାକାର । ପୁଣି ସୋମନାଥ କାହିଁକି କହୁଛନ୍ତି? କାହିଁକି ନା ସୋମନାଥ ବାବା ପିଲାମାନଙ୍କୁ ଜ୍ଞାନ-ଅମୃତ ପିଆଇଛନ୍ତି । ନାମ ତ ଢେର ରହିଛି, ବବୁଲନାଥ ମଧ୍ୟ କହୁଛନ୍ତି କାହିଁକି ନା ବବୁଲର ଯେଉଁ କଣ୍ଟା ରହିଛି ତାକୁ ଫୁଲ କରିଲାବାଲା ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି । ତାଙ୍କୁ ପୁଣି ସର୍ବବ୍ୟାପୀ କହିବା.... ଏହା ତ ଗ୍ଲାନି ହେଲା ନା । ବାବା କହୁଛନ୍ତି ଯେତେବେଳେ ସଂଗମର ସମୟ ହୋଇଥାଏ ସେତେବେଳେ ମୁଁ ଆସୁଛି, ଯେବେ ଭକ୍ତି ପୂରା ହୋଇଥାଏ ତେବେ ଯାଇ ମୁଁ ଆସୁଛି । ଏହା ହିଁ ନିୟମ ରହିଛି । ମୁଁ ଥରେ ମାତ୍ର ଆସୁଛି । ବାବା ଜଣେ ଏବଂ ତାଙ୍କର ଅବତାର ମଧ୍ୟ ଥରେ ମାତ୍ର ହୋଇଥାଏ । ମୁଁ ଥରେ ମାତ୍ର ଆସି ପବିତ୍ର ରାଜଯୋଗୀ କରୁଛି । ତୁମର ହେଲା ରାଜଯୋଗ, ସନ୍ନ୍ୟାସୀମାନଙ୍କର ହଠଯୋଗ, ସେମାନେ ରାଜଯୋଗ ଶିଖାଇ ପାରିବେ ନାହିଁ । ଭାରତକୁ ଧରି ରଖିବାର ଏହି ହଠଯୋଗୀମାନଙ୍କର ମଧ୍ୟ ଗୋଟିଏ ଧର୍ମ ଅଟେ । ପବିତ୍ରତା ତ ଦରକାର ନା । ଭାରତ ୧୦୦ ଶତକଡା ପବିତ୍ର ଥିଲା, ଏବେ ପତିତ ହୋଇଯାଇଛି, ସେଥିପାଇଁ କହୁଛନ୍ତି - ଆସି ପାବନ କର । ସତ୍ୟଯୁଗ ହେଉଛି ପବିତ୍ର ଜୀବ ଆତ୍ମାମାନଙ୍କର ଦୁନିଆ । ଏବେ ତ ଗୃହସ୍ଥ ଧର୍ମ ପତିତ ହୋଇଯାଇଛି । ସତ୍ୟଯୁଗରେ ପବିତ୍ର ଗୃହସ୍ଥ ଧର୍ମ ଥିଲା । ଏବେ ପୁଣି ଥରେ ସେହି ପାବନ ଗୃହସ୍ଥ ଧର୍ମର ସ୍ଥାପନା ହେଉଛି । ଏକମାତ୍ର ବାବା ହିଁ ସମସ୍ତଙ୍କର ମୁକ୍ତି, ଜୀବନମୁକ୍ତି ଦାତା ଅଟନ୍ତି । ମନୁଷ୍ୟ, ମନୁଷ୍ୟକୁ ମୁକ୍ତି, ଜୀବନମୁକ୍ତି ଦେଇପାରିବେ ନାହିଁ ।

ତୁମେ ହେଉଛ ଜ୍ଞାନ ସାଗର ବାବାଙ୍କର ସନ୍ତାନ । ତୁମେ ବ୍ରାହ୍ମଣମାନେ ହିଁ ପ୍ରକୃତ ଯାତ୍ରା କରାଇ ପାରିବ । ବାକି ସମସ୍ତେ ମିଛ ଯାତ୍ରା କରାଉଛନ୍ତି । ତୁମେମାନେ ହେଉଛ ଡବଲ ଅହିଂସକ, ତୁମେମାନେ କୌଣସି ହିଂସା କରୁନାହଁ - ନା ଲଢେଇ କରୁଛ ନା କାମ ବିକାରରେ ଯାଉଛ । କାମ ବିକାର ଉପରେ ବିଜୟୀ ହେବା ପାଇଁ ପରିଶ୍ରମ କରିବାକୁ ପଡିଥାଏ । ଏବେ ବିକାର ଉପରେ ଜିତିବାକୁ ହେବ, ତୁମେ ବ୍ରହ୍ମାକୁମାର କୁମାରୀମାନେ ଶିବବାବାଙ୍କଠାରୁ ବର୍ସା ନେଉଛ । ପରସ୍ପର ଭାଇ-ଭଉଣୀ ଅଟ । ଆମେ ବର୍ତ୍ତମାନ ନିରାକାର ଭଗବାନଙ୍କର ସନ୍ତାନ ପରସ୍ପର ଭାଇ-ଭାଇ ଅଟୁ ପୁଣି ବ୍ରହ୍ମାବାବାଙ୍କର ମଧ୍ୟ ସନ୍ତାନ ଅଟୁ - ତେବେ ନିଶ୍ଚିତ ନିର୍ବିକାରୀ ହେବା ଦରକାର ନା ସେଥିପାଇଁ ବିଶ୍ୱର ରାଜତ୍ୱ ତୁମମାନଙ୍କୁ ମିଳୁଛି । ଏହା ହେଉଛି ବହୁତ ଜନ୍ମର ଅନ୍ତିମ ଜନ୍ମ । ତେଣୁ ପଦ୍ମ ଫୁଲ ସମାନ ପବିତ୍ର ହୁଅ, ତେବେ ଉଚ୍ଚ ପଦ ମିଳିବ । ଏବେ ବାବାଙ୍କ ଦ୍ୱାରା ତୁମେ ବହୁତ ବୁଦ୍ଧିମାନ ହେଉଛ । ସୃଷ୍ଟିର ଜ୍ଞାନ ତୁମମାନଙ୍କର ବୁଦ୍ଧିରେ ରହିଛି । ତେଣୁ ତୁମେ ହୋଇଗଲ ସ୍ୱଦର୍ଶନ ଚକ୍ରଧାରୀ । ବର୍ତ୍ତମାନ ତୁମକୁ ନିଜ ଆତ୍ମାର ଦର୍ଶନ ହୋଇଛି ଅର୍ଥାତ୍ ପରମପିତା ପରମାତ୍ମାଙ୍କଠାରୁ ଜ୍ଞାନ ମିଳିଛି, ଯାହାକୁ ଜ୍ଞାନର ସାଗର ବୋଲି କୁହାଯାଏ । ଯିଏକି ମନୁଷ୍ୟ ସୃଷ୍ଟିର ବୀଜରୂପ, ଚୈତନ୍ୟ ଅଟନ୍ତି । ଏବେ ଜ୍ଞାନ ଦେବା ପାଇଁ ଆସିଛନ୍ତି । ସିଏ ହିଁ ଏହି ସୃଷ୍ଟିର ଏକମାତ୍ର ବୀଜ । ଏକଥା ବି ଜାଣିଛ, ବୀଜରୁ ବୃକ୍ଷ କିପରି ବାହାରିଥାଏ, ଏହା ଓଲଟା ବୃକ୍ଷ ଅଟେ । ଏହାର ବୀଜ ଉପରେ ଅଛି । ପ୍ରଥମେ-ପ୍ରଥମେ ଦୈବୀ ବୃକ୍ଷ ହୋଇଥାଏ, ପୁଣି ଇସ୍ଲାମୀ, ବୌଦ୍ଧି.... ଏହିପରି ବୃଦ୍ଧି ହୋଇଚାଲେ । ଏହି ଜ୍ଞାନ ଏବେ ତୁମକୁ ମିଳିଛି । ଯେଉଁ ଜ୍ଞାନ ଆଉ କେହି ବି ଦେଇପାରିବେ ନାହିଁ । ତୁମେମାନେ ଯାହା ଶୁଣୁଛ, ତାହା ତୁମ ବୁଦ୍ଧିରେ ରହିଲା । ସତ୍ୟଯୁଗ ଆଦିରେ ତ ଶାସ୍ତ୍ର ନଥାଏ । ୫ ହଜାର ବର୍ଷର କାହାଣୀ କେତେ ସହଜ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସମୟ ବହୁତ କମ୍, ବହୁତ ଅତିକ୍ରାନ୍ତ ହୋଇଯାଇଛି ବାକି ଅଳ୍ପ ଅଛି.... ସେଥିପାଇଁ ଯେତକି ବି ନିଃଶ୍ୱାସ ବାକି ରହିଛି - ତାକୁ ବାବାଙ୍କ ସ୍ମୃତିରେ ସଫଳ କରିବାକୁ ହେବ । ପୁରୁଣା ପାପର ହିସାବ-କିତାବକୁ ଚୁକ୍ତ କରିବାକୁ ହେବ ।

(୨) ଶାନ୍ତିର ସ୍ୱଧର୍ମରେ ସ୍ଥିତ ହେବା ପାଇଁ ପବିତ୍ର ନିଶ୍ଚିତ ହେବାକୁ ପଡିବ । ଯେଉଁଠାରେ ପବିତ୍ରତା ଅଛି ସେଠାରେ ଶାନ୍ତି ଅଛି, ମୋର ସ୍ୱଧର୍ମ ହିଁ ଶାନ୍ତି, ମୁଁ ଶାନ୍ତିର ସାଗର ବାବାଙ୍କର ସନ୍ତାନ... ଏହିଭଳି ଅନୁଭବ କରିବାକୁ ହେବ ।

ବରଦାନ:-
ନିର୍ମାଣତାର ବିଶେଷତା ଦ୍ୱାରା ସହଜରେ ସଫଳତାକୁ ପ୍ରାପ୍ତ କରୁଥିବା ସମସ୍ତଙ୍କର ମାନନୀୟ ହୁଅ ।

ସମସ୍ତଙ୍କ ଦ୍ୱାରା ସମ୍ମାନ ପ୍ରାପ୍ତ କରିବାର ସହଜ ଆଧାର ହେଲା ନିର୍ମାଣଚିତ୍ତ ହେବା ଅର୍ଥାତ୍ ନିରହଂକାରୀ ହେବା । ଯେଉଁ ଆତ୍ମାମାନେ ନିଜକୁ ସର୍ବଦା ନିର୍ମାଣଚିତ୍ତ ହେବାର ବିଶେଷତା ଆଧାରରେ ଚଲାଉଛନ୍ତି ସେମାନେ ସହଜରେ ସଫଳତାକୁ ପ୍ରାପ୍ତ କରୁଛନ୍ତି । ତେବେ ନିର୍ମାନ ହେବା ହିଁ ଏକ ସ୍ୱମାନ ଅଟେ । ନିର୍ମାନ ହେବା ଅର୍ଥ ମୁଣ୍ଡ ନୁଆଁଇବା ନୁହେଁ ବରଂ ସମସ୍ତଙ୍କୁ ନିଜର ବିଶେଷତା ଦ୍ୱାରା ଏବଂ ସ୍ନେହ ଦ୍ୱାରା ନୁଆଇଁ ଦେବା । ବର୍ତ୍ତମାନ ସମୟ ଅନୁସାରେ ସବୁ ସମୟରେ ଏବଂ ସହଜରେ ସଫଳତା ପ୍ରାପ୍ତି କରିବାର ଏହା ହିଁ ହେଉଛି ସ୍ଥୂଳ ଆଧାର । ପ୍ରତ୍ୟେକ କର୍ମରେ, ପ୍ରତ୍ୟେକ ସମ୍ବନ୍ଧ ଏବଂ ସମ୍ପର୍କରେ ନିର୍ମାଣତା ପୂର୍ବକ ଚାଲୁଥିବା ଆତ୍ମାମାନେ ହିଁ ବିଜୟୀ ରତ୍ନ ହୋଇଯାଆନ୍ତି ।

ସ୍ଲୋଗାନ:-
ଯଦି ଜ୍ଞାନର ଶକ୍ତିକୁ ଧାରଣ କରିବେ ତେବେ ବିଘ୍ନ ଆକ୍ରମଣ କରିବା ପରିବର୍ତ୍ତେ ପରାଜିତ ହୋଇଯିବ ।