02.06.22 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ସତ୍ୟ
ବାବା ତୁମକୁ ସବୁ ସତ୍ୟ କଥା ଶୁଣାଉଛନ୍ତି, ଏହିପରି ସଚ୍ଚା ବାବାଙ୍କ ସହିତ ସର୍ବଦା ସଚ୍ଚା
ରହିବାକୁ ହେବ, ଅନ୍ତରରେ କୌଣସି ବି ମିଥ୍ୟା କପଟ ଆଦି ରଖିବା ଉଚିତ୍ ନୁହେଁ ।”
ପ୍ରଶ୍ନ:-
ସଂଗମ ଯୁଗରେ
ତୁମେ ପିଲାମାନେ କେଉଁ ପ୍ରଭେଦକୁ ଭଲ ଭାବରେ ଜାଣିଛ?
ଉତ୍ତର:-
ବ୍ରାହ୍ମଣମାନେ କ’ଣ କରୁଛନ୍ତି ଏବଂ ଶୂଦ୍ରମାନେ କ’ଣ କରୁଛନ୍ତି, ଜ୍ଞାନମାର୍ଗ କ’ଣ ଏବଂ
ଭକ୍ତିମାର୍ଗ କ’ଣ, ଦୁନିଆର ସୈନ୍ୟମାନଙ୍କ ପାଇଁ ଯୁଦ୍ଧକ୍ଷେତ୍ର କଅଣ ଏବଂ ଆମ ବ୍ରାହ୍ମଣମାନଙ୍କ
ପାଇଁ ଯୁଦ୍ଧକ୍ଷେତ୍ର କଅଣ - ଏହି ସବୁ ପ୍ରଭେଦକୁ ତୁମେ ପିଲାମାନେ ହିଁ ଜାଣିଛ । ସତ୍ୟଯୁଗ ଅଥବା
କଳିଯୁଗରେ ଏହି ପ୍ରଭେଦକୁ କେହି ବି ଜାଣିନାହାଁନ୍ତି ।
ଗୀତ:
ମାତା ଓ ମାତା....
ଓମ୍ ଶାନ୍ତି ।
ଏହା ଭାରତ
ମାତାମାନଙ୍କର ମହିମା । ଯେପରି ପରମପିତା ପରମାତ୍ମା ଶିବଙ୍କର ମହିମା ରହିଛି । କେବଳ ଜଣେ
ମାତାଙ୍କର ମହିମା ନୁହେଁ । କେବଳ ଜଣେ ମାତା କିଛି କରିପାରିବ ନାହିଁ । ସେଥିପାଇଁ ନିଶ୍ଚିତ ସେନା
ଦରକାର । ସେନା ବିନା କାମ କିପରି ଚାଲିବ । ଶିବବାବା ହେଲେ ଜଣେ । ଯଦି ସିଏ ନଥା’ନ୍ତେ ତେବେ
ମାତାମାନେ ମଧ୍ୟ ନଥାନ୍ତେ । ନା ପିଲାମାନେ ଥା’ନ୍ତେ, ନା ବ୍ରହ୍ମାକୁମାର କୁମାରୀମାନେ ଥା’ନ୍ତେ
। ଅଧିକାଂଶ ମାତାମାନେ ଅଛନ୍ତି, ସେଥିପାଇଁ ମାତାମାନଙ୍କର ହିଁ ମହିମା କରାଯାଇଛି । ଭାରତ
ମାତାମାନେ ଯିଏକି ଶିବଶକ୍ତି ଗୁପ୍ତ ସେନା ଅଟନ୍ତି ଏବଂ ଅହିଂସକ ଅଟନ୍ତି । ଏମାନେ କୌଣସି
ପ୍ରକାରର ହିଂସା କରନ୍ତି ନାହିଁ । ହିଂସା ଦୁଇ ପ୍ରକାରର । ଗୋଟିଏ ହେଲା କାମ ବିକାରର ବଶବର୍ତ୍ତୀ
ହେବା, ଦ୍ୱିତୀୟଟି ହେଲା ଗୁଳି ଆଦି ଚଲାଇବା, କ୍ରୋଧ କରିବା, ମାରିବା । ବର୍ତ୍ତମାନ ସମୟରେ ଯେଉଁ
ସେନା ଅଛନ୍ତି, ସେମାନେ ଏହି ଦୁଇଟି ଯାକ ହିଂସା କରୁଛନ୍ତି । ଆଜିକାଲି ବନ୍ଧୁକ ଆଦି ଚଲାଇବା
ମାତାମାନଙ୍କୁ ମଧ୍ୟ ଶିଖାଉଛନ୍ତି । ସେମାନେ ହେଲେ ଲୌକିକ ଦୁନିଆର ସେନାର ମାତାମାନେ ଏବଂ ଇଏ ହେଲେ
ଆତ୍ମିକ ସେନା ଦୈବୀ ସମ୍ପ୍ରଦାୟର ମାତାମାନେ । ସେମାନେ କେତେ ଡ୍ରିଲ୍ ଆଦି ଶିଖିଥା’ନ୍ତି ।
ତୁମେମାନେ ବୋଧ ହୁଏ କେବେ ଯୁଦ୍ଧ ଭୂମିକୁ ଯାଇନାହଁ । ସେମାନେ ବହୁତ ପରିଶ୍ରମ କରିଥା’ନ୍ତି ।
କାମ ବିକାରର ବଶବର୍ତ୍ତୀ ମଧ୍ୟ ହୋଇଥାଆନ୍ତି, ଏପରି ମୁସକିଲ୍ କେହି ଜଣେ ଜଣେ ଥିବେ ଯିଏକି ବିବାହ
କରୁନଥିବେ । ଲୌକିକ ଦୁନିଆରେ ମିଲେଟ୍ରୀରେ ମଧ୍ୟ ବହୁତ ଯୁଦ୍ଧ ବିଦ୍ୟା ଶିଖିଥା’ନ୍ତି । ଛୋଟ-ଛୋଟ
ପିଲାମାନଙ୍କୁ ମଧ୍ୟ ଶିଖାଇଥା’ନ୍ତି । ସେମାନେ ମଧ୍ୟ ସେନା ଏବଂ ଏମାନେ ମଧ୍ୟ ସେନା ଅଟନ୍ତି ।
ସେନାମାନଙ୍କ ବିଷୟରେ ତ ଗୀତାରେ ଭଲ ଭାବରେ ବିସ୍ତାର କରି ଲେଖାଯାଇଛି । କିନ୍ତୁ ବାସ୍ତବରେ ଏହା
କ’ଣ - ଏକଥା ତ ତୁମେମାନେ ହିଁ ଜାଣିଛ ଯେ ଆମେ କେତେ ଗୁପ୍ତ । ଶିବଶକ୍ତି ସେନା କ’ଣ କରୁଛନ୍ତି?
ବିଶ୍ୱର ମାଲିକ କିପରି ହେଉଛନ୍ତି? ଏହାକୁ ଯୁଦ୍ଧସ୍ଥଳ ବୋଲି କୁହାଯାଉଛି । ତୁମର ଯୁଦ୍ଧ ଭୂମି
ମଧ୍ୟ ଗୁପ୍ତ ଅଟେ । ଏହି ପୃଥିବୀକୁ ହିଁ ମଇଦାନ ବୋଲି କୁହାଯାଉଛି । ଆଗରୁ ମାତାମାନେ ଯୁଦ୍ଧ
ଭୂମିକୁ ଯାଉନଥିଲେ । ବର୍ତ୍ତମାନ ଏଠିକାର ସବୁ କଥା ସହିତ ଦୁନିଆର ସାମଞ୍ଜସ୍ୟ ରହିଛି । ତେଣୁ
ଉଭୟ ସେନାରେ ଅର୍ଥାତ୍ ଲୌକିକ ସେନା ଏବଂ ଅଲୌକିକ ସେନାରେ ମହିଳାମାନେ ଅଛନ୍ତି । ସେଠାରେ
ଅଧିକାଂଶ ପୁରୁଷମାନେ ଅଛନ୍ତି, ଏଠାରେ ଅଧିକାଂଶ ମାତାମାନେ ଅଛନ୍ତି । ଜ୍ଞାନମାର୍ଗ ଏବଂ
ଭକ୍ତିମାର୍ଗର ପ୍ରଭେଦ ରହିଛି ନା । ଏହା ଅନ୍ତିମ ପ୍ରଭେଦ ଅଟେ । ସତ୍ୟଯୁଗରେ ପ୍ରଭେଦର କୌଣସି କଥା
ନଥାଏ । ବାବା ଆସି ପ୍ରଭେଦ ବତାଉଛନ୍ତି । ବ୍ରାହ୍ମଣ କ’ଣ କରୁଛନ୍ତି ଏବଂ ଶୂଦ୍ର କ’ଣ କରୁଛନ୍ତି?
ଉଭୟ ଏଠାରେ ଯୁ୍ଦ୍ଧ ଭୂମିରେ ଅଛନ୍ତି । ସତ୍ୟଯୁଗ ଅଥବା କଳିଯୁଗର କଥା ନୁହେଁ । ଏହା ହେଉଛି
ସଂଗମଯୁଗର କଥା । ତୁମେ ପାଣ୍ଡବମାନେ ସଂଗମଯୁଗୀ ଅଟ । କୌରବମାନେ ହେଲେ କଳିଯୁଗୀ । ସେମାନେ
କଳିଯୁଗର ସମୟକୁ ବହୁତ ଲମ୍ବା କରି ଦେଇଛନ୍ତି । ଯେଉଁ କାରଣରୁ ସଂଗମଯୁଗ ବିଷୟରେ ସେମାନଙ୍କୁ କିଛି
ଜଣା ହିଁ ନାହିଁ । ଧିରେ ଧିରେ ଏହି ଜ୍ଞାନ ମଧ୍ୟ ତୁମମାନଙ୍କ ଦ୍ୱାରା ବୁଝିବେ । ତେବେ ଏହା କୌଣସି
ଜଣେ ମାତାଙ୍କର ମହିମା ନୁହେଁ । ଏମାନେ ହେଲେ ଶକ୍ତି ସେନା । ଉଚ୍ଚରୁ ଉଚ୍ଚ ଏକମାତ୍ର ଭଗବାନ ଏବଂ
ତୁମେ କଳ୍ପ ପୂର୍ବର ସେନା ଅଟ । ଏହି ଭାରତକୁ ଦୈବୀ ରାଜସ୍ଥାନ କରିବା, ଏହା ତୁମମାନଙ୍କର ହିଁ
କାମ ଅଟେ ।
ତୁମେମାନେ ଜାଣିଛ ଯେ
ପ୍ରଥମେ ଆମେ ସୂର୍ଯ୍ୟବଂଶୀ ଥିଲୁ । ପୁଣି ଚନ୍ଦ୍ରବଂଶୀ, ବୈଶ୍ୟବଂଶୀ ହେଲୁ । କିନ୍ତୁ
ସୂର୍ଯ୍ୟବଂଶୀଙ୍କର ହିଁ ମହିମା କରାଯାଏ । ଆମେ ପୁରୁଷାର୍ଥ ହିଁ ସେହିପରି କରୁଛୁ ତେଣୁ ଆମେ
ପ୍ରଥମେ ସୂର୍ଯ୍ୟବଂଶୀ ଅର୍ଥାତ୍ ସ୍ୱର୍ଗରେ ଆସିବୁ । ସତ୍ୟଯୁଗକୁ ସ୍ୱର୍ଗ କୁହାଯାଏ । ବାସ୍ତବରେ
ତ୍ରେତାକୁ ସ୍ୱର୍ଗ କୁହାଯାଏ ନାହିଁ । ଏକଥା ମଧ୍ୟ କହନ୍ତି, ଅମୁକ ସ୍ୱର୍ଗକୁ ଗଲା । ଏପରି ତ କହୁ
ନାହାଁନ୍ତି ଯେ, ଅମୁକ ତ୍ରେତାରେ ରାମ-ସୀତାଙ୍କର ରାଜ୍ୟକୁ ଗଲା । ଭାରତବାସୀ ଜାଣିଛନ୍ତି -
ବୈକୁଣ୍ଠରେ ଶ୍ରୀକୃଷ୍ଣଙ୍କର ରାଜ୍ୟ ଥିଲା । କିନ୍ତୁ ଶ୍ରୀକୃଷ୍ଣଙ୍କୁ ଦ୍ୱାପରକୁ ନେଇଯାଇଛନ୍ତି ।
ଲୋକମାନଙ୍କୁ ସତ୍ୟତା ହିଁ ଜଣାନାହିଁ । ସତ୍ୟ ମାର୍ଗଦର୍ଶକ କୌଣସି ସତଗୁରୁ ତାଙ୍କୁ
ମିଳିନାହାଁନ୍ତି, ଏବେ ତୁମମାନଙ୍କୁ ମିଳିଛନ୍ତି । ସିଏ ଆମକୁ ସବୁ ସତ୍ୟ କଥା ବତାଉଛନ୍ତି ଏବଂ
ଆମକୁ ସଚ୍ଚା କରୁଛନ୍ତି । ପିଲାମାନଙ୍କୁ କହୁଛନ୍ତି, ପିଲାମାନେ ତୁମେମାନେ କେବେ ବି ମିଛ କୁହ
ନାହିଁ କିମ୍ବା କପଟ କର ନାହିଁ । ତୁମର କିଛି ବି ଲୁଚି ରହିବ ନାହିଁ, ଯିଏ ଯେପରି କର୍ମ
କରିଥା’ନ୍ତି, ସେହି ଅନୁସାରେ ଫଳ ପାଇଥା’ନ୍ତି । ବାବା ଆମକୁ ଭଲ କର୍ମ ଶିଖାଉଛନ୍ତି । ଈଶ୍ୱରଙ୍କ
ପାଖରେ କାହାର ବି ବିକର୍ମ ଲୁଚିପାରିବ ନାହିଁ । କର୍ମଭୋଗ ମଧ୍ୟ ବହୁତ କଠୋର ହୋଇଥାଏ । ଯଦିଓ
ତୁମର ଏହା ଅନ୍ତିମ ଜନ୍ମ ଅଟେ ତଥାପି ଦଣ୍ଡ ମଧ୍ୟ ଭୋଗ କରିବାକୁ ପଡିବ କାହିଁକି ନା ଅନେକ ଜନ୍ମର
ହିସାବ-କିତାବ ଚୁକ୍ତ ହେବାର ଅଛି । ବାବା ବୁଝାଇଛନ୍ତି - କାଶୀ କଳ୍ପବଟ ଖାଇଥା’ନ୍ତି ତେବେ
ଯେପର୍ଯ୍ୟନ୍ତ ପ୍ରାଣ ନ ବାହାରିଛି, ସେପର୍ଯ୍ୟନ୍ତ କର୍ମଫଳ ଭୋଗ କରିବାକୁ ପଡିଥାଏ । ବହୁତ କଷ୍ଟ
ସହନ କରିବାକୁ ପଡିଥାଏ । ଗୋଟିଏ ହେଲା କର୍ମଭୋଗର ବେମାରୀ ଏବଂ ଦ୍ୱିତୀୟଟି ପୁଣି ବିକର୍ମର ଦଣ୍ଡ
। ସେହି ସମୟରେ କିଛି କହିପାରନ୍ତି ନାହିଁ, କେବଳ ପାଟି କରିଥାନ୍ତି । ତ୍ରାହି-ତ୍ରାହି କରନ୍ତି ।
ପାପ ଆତ୍ମାମାନଙ୍କୁ ଏଠାରେ ମଧ୍ୟ ଦଣ୍ଡ ମିଳିଥାଏ ଏବଂ ସେଠାରେ ମଧ୍ୟ ଦଣ୍ଡ ମିଳିଥାଏ । ସତ୍ୟଯୁଗରେ
ପାପ କର୍ମ ହୁଏ ନାହିଁ । ତେଣୁ ନା କୋର୍ଟ, ନା ବିଚାରପତି ଥା’ନ୍ତି, ନା ଗର୍ଭ ଜେଲର ଦଣ୍ଡ
ରହିଥାଏ । ସେଠାରେ ଗର୍ଭ ମହଲ ହୋଇଥାଏ । ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ, ଅଶ୍ୱତ୍ଥ ପତ୍ରରେ
ଶ୍ରୀକୃଷ୍ଣ ଆଙ୍ଗୁଠି ଚୁଚୁମି ଚୁଚୁମି ଆସିଥିଲେ । ତାହା ବାସ୍ତବରେ ଗର୍ଭ ମହଲର କଥା । ସତ୍ୟଯୁଗରେ
ପିଲା ବହୁତ ଆରାମରେ ଜନ୍ମ ହୁଅନ୍ତି । ସେଠାରେ ଆଦି-ମଧ୍ୟ-ଅନ୍ତ କେବଳ ସୁଖ ହିଁ ସୁଖ ରହିଛି । ଏହି
ଦୁନିଆରେ ଆଦି ମଧ୍ୟ ଅନ୍ତ ଦୁଃଖ ହିଁ ଦୁଃଖ ରହିଛି । ଏବେ ତୁମେ ସୁଖର ଦୁନିଆକୁ ଯିବା ପାଇଁ ପାଠ
ପଢୁଛ । ଏହି ଗୁପ୍ତ ସେନାଙ୍କର ବୃଦ୍ଧି ହୋଇଚାଲିବ । ଯିଏ ଯେତେ ଅନ୍ୟମାନଙ୍କୁ ରାସ୍ତା ବତାଇବେ
ସିଏ ସେତେ ଉଚ୍ଚ ପଦ ପାଇବେ । ତେଣୁ ଯୋଗଯୁକ୍ତ ହୋଇ ରହିବା ପାଇଁ ମେହନତ କରିବାକୁ ହେବ । ତୁମକୁ
ଯେଉଁ ଅବିନାଶୀ ବର୍ସା ମିଳିଥିଲା ତାହା ଏବେ ହରାଇ ଦେଇଛ । ଏବେ ପୁଣି ଥରେ ପାଉଛ । ଆମେ ଲୌକିକ
ଏବଂ ପାରଲୌକିକ ଉଭୟ ପିତାଙ୍କୁ ମନେ ପକାଉଛୁ । ସତ୍ୟଯୁଗରେ କେବଳ ଲୌକିକ ପିତାଙ୍କୁ ମନେ
ପକାଇଥା’ନ୍ତି, ସେଠାରେ ପାରଲୌକିକ ପିତାଙ୍କୁ ମନେ ପକାଇବାର ଆବଶ୍ୟକତା ହିଁ ନାହିଁ । କାରଣ
ସେଠାରେ ସୁଖ ହିଁ ସୁଖ ରହିଛି । ଏହି ଜ୍ଞାନ ମଧ୍ୟ ଭାରତବାସୀଙ୍କ ପାଇଁ ଉଦ୍ଦିଷ୍ଟ,
ଅନ୍ୟଧର୍ମବାଲାଙ୍କ ପାଇଁ ନୁହେଁ । କିନ୍ତୁ ଯେଉଁମାନେ ଅନ୍ୟ ଧର୍ମକୁ ଚାଲିଯାଇଛନ୍ତି ସେମାନେ
ଏଠାକୁ ଆସିବେ । ଆସି ଯୋଗ ଶିଖିବେ । ଯୋଗ ଉପରେ ବୁଝାଇବା ପାଇଁ ତୁମକୁ ନିମନ୍ତ୍ରଣ ମିଳୁଛି ତେଣୁ
ପ୍ରସ୍ତୁତି କରିବା ଦରକାର । ଏକଥା ବୁଝାଇବାକୁ ହେବ ଯେ କ’ଣ ତୁମେ ଭାରତର ପ୍ରାଚୀନ ଯୋଗକୁ
ଭୁଲିଯାଇଛ? ଭଗବାନ କହୁଛନ୍ତି - ମନମନାଭବ । ପରମପିତା ପରମାତ୍ମା ନିରାକାରୀ ପିଲାମାନଙ୍କୁ
କହୁଛନ୍ତି - ମୋତେ ମନେ ପକାଅ ତେବେ ତୁମେ ମୋ ପାଖକୁ ଆସିଯିବ । ତୁମେ ଆତ୍ମା ଏହି କର୍ମେନ୍ଦ୍ରିୟ
ଦ୍ୱାରା ଶୁଣୁଛ । ମୁଁ ଆତ୍ମା ଏହି କର୍ମେନ୍ଦ୍ରିୟର ଆଧାରରେ ଶୁଣାଉଛି । ମୁଁ ସମସ୍ତଙ୍କର ପିତା ।
ମୋର ମହିମା ସମସ୍ତେ ଗାଉଛନ୍ତି - ସର୍ବଶକ୍ତିମାନ ଜ୍ଞାନର ସାଗର, ସୁଖର ସାଗର ଆଦି ଆଦି । ଏହି
ବିଷୟ ବସ୍ତୁ ମଧ୍ୟ ବହୁତ ଭଲ ଅଟେ । ସମସ୍ତଙ୍କୁ ଶିବ ପରମାତ୍ମାଙ୍କର ମହିମା ଏବଂ କୃଷ୍ଣଙ୍କର
ମହିମା ଶୁଣାଅ । ଏବେ ନିର୍ଣ୍ଣୟ କର ଯେ ଗୀତାର ଭଗବାନ କିଏ? ଏହା ଏକ ଜବରଦସ୍ତ ବିଷୟବସ୍ତୁ । ଏହି
ବିଷୟ ଉପରେ ତୁମକୁ ବୁଝାଇବାକୁ ହେବ । ସେମାନଙ୍କୁ କୁହ ଯେ, ଆମେ ଆପଣଙ୍କର ଅଧିକ ସମୟ ନେବୁ ନାହିଁ
। ଯଦି ଗୋଟିଏ ମିନିଟ୍ ଦେବେ ତେବେ ମଧ୍ୟ ଠିକ୍ ଅଛି । ଭଗବାନୁବାଚ ମନମନାଭବ, ମୋତେ ମନେ ପକାଅ
ତେବେ ତୁମକୁ ସ୍ୱର୍ଗର ବର୍ସା ମିଳିଯିବ । ଏକଥା କିଏ କହିଲେ? ନିରାକାର ପରମାତ୍ମା ବ୍ରହ୍ମାଙ୍କର
ଶରୀର ଦ୍ୱାରା ବ୍ରାହ୍ମଣ ପିଲାମାନଙ୍କୁ କହିଲେ, ଯାହାଙ୍କୁ ପାଣ୍ଡବ ସେନା ବୋଲି ମଧ୍ୟ କହୁଛନ୍ତି
। ଆତ୍ମିକ ଯାତ୍ରାକୁ ନେଇଯିବା ପାଇଁ ତୁମେ ଜଣେ ଜଣେ ପଣ୍ଡା ଅଟ । ବାବା ରଚନା ଦେଉଛନ୍ତି ।
ସେମାନଙ୍କୁ କିପରି ଭଲ ଭାବରେ ବୁଝାଇବ, ତାହା ତ ପିଲାମାନଙ୍କୁ ଖିଆଲ କରିବାକୁ ହେବ । ବାବାଙ୍କୁ
ସ୍ମରଣ କରିଲେ ହିଁ ମୁକ୍ତି-ଜୀବନମୁକ୍ତିର ବର୍ସା ମିଳିବ । ଆମେ ବ୍ରହ୍ମାକୁମାର ଏବଂ କୁମାରୀ ଅଟୁ
। ବାସ୍ତବରେ ତୁମେ ମଧ୍ୟ ବ୍ରହ୍ମାକୁମାର-କୁମାରୀ ଅଟ କିନ୍ତୁ ତୁମେ ବାବାଙ୍କୁ ଜାଣିନାହଁ ।
ତୁମେମାନେ ଏବେ ପରମପିତା ପରମାତ୍ମାଙ୍କ ଦ୍ୱାରା ଦେବତା ହେଉଛ । ଏହି ଭାରତରେ ହିଁ
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଯଦି ଛୋଟ-ଛୋଟ ପିଲାମାନେ ନିଜର ଶକ୍ତିଶାଳୀ ବାଣୀ ଦ୍ୱାରା
ବଡ-ବଡ ସଭାରେ ବୁଝାଇବେ ତେବେ କେତେ ପ୍ରଭାବ ପଡିବ । ସେମାନେ ବୁଝିଯିବେ ଯେ, ଏମାନଙ୍କ ପାଖରେ ତ
ଜ୍ଞାନ ଅଛି । ଭଗବାନଙ୍କ ପାଖକୁ ଯିବାର ରାସ୍ତା ଏମାନେ ବତାଉଛନ୍ତି । ନିରାକାର ପରମପିତା
ପରମାତ୍ମା ହିଁ କହୁଛନ୍ତି - ହେ, ଆତ୍ମାମାନେ ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ
ହୋଇଯିବ । ତୁମେମାନେ ଗଙ୍ଗା-ସ୍ନାନ, ତୀର୍ଥଯାତ୍ରା ଆଦି ଜନ୍ମ-ଜନ୍ମାନ୍ତର କରି-କରି ପତିତ
ହୋଇଆସିଛ । ଭାରତର ହିଁ ଉତଥାନର କଳା, ପତନର କଳା ହେଉଛି । ବାବା ରାଜଯୋଗ ଶିଖାଇ ଉତ୍ଥାନର କଳା
ଅର୍ଥାତ୍ ସ୍ୱର୍ଗର ମାଲିକ କରୁଛନ୍ତି ପୁଣି ମାୟା ରାବଣ ନର୍କର ମାଲିକ କରାଉଛି ତେବେ ଏହାକୁ ପତନର
କଳା ବୋଲି କୁହାଯିବ ନା । ଜନ୍ମ ପରେ ଜନ୍ମ ଟିକିଏ ଟିକିଏ ପତନର କଳା ହୋଇଚାଲିଛି । ଏହି ଜ୍ଞାନ
ହେଲା ଉତ୍ଥାନର କଳା । ଭକ୍ତି ହେଉଛି ପତନର କଳା । ଏକଥା ମଧ୍ୟ କହନ୍ତି ଯେ, ଭକ୍ତି ପରେ ଭଗବାନ
ମିଳିବେ । ତେବେ ଭଗବାନ ହିଁ ଜ୍ଞାନ ଦେବେ ନା । କାରଣ ସିଏ ହିଁ ଜ୍ଞାନର ସାଗର ଅଟନ୍ତି । ଜ୍ଞାନ
ଅଞ୍ଜନ ସତଗୁରୁ ଦେଲେ, ଅଜ୍ଞାନ ଅନ୍ଧକାର ବିନାଶ । ସତଗୁରୁ ତ ଏକମାତ୍ର ପରମପିତା ପରମାତ୍ମା ହିଁ
ଅଟନ୍ତି । ମହିମା ସତଗୁରୁଙ୍କର ରହିଛି ଗୁରୁଙ୍କର ନୁହେଁ । ଗୁରୁ ତ ଢେର ଅଛନ୍ତି । କିନ୍ତୁ
ସତଗୁରୁ କେବଳ ଜଣେ । ସିଏ ହିଁ ସଦ୍ଗତି ଦାତା ପତିତ-ପାବନ, ମୁକ୍ତିଦାତା ଅଟନ୍ତି । ଏବେ ତୁମେମାନେ
ଭଗବାନୁବାଚ ଶୁଣୁଛ । ମୋତେ ମନେ ପକାଇଲେ ତୁମେ ଆତ୍ମାମାନେ, ଶାନ୍ତିଧାମକୁ ଚାଲିଯିବ । ତାହା
ହେଉଛି ଶାନ୍ତିଧାମ, ପୁଣି ରହିଛି ସୁଖଧାମ ଏବଂ ଏହା ହେଲା ଦୁଃଖଧାମ । କ’ଣ ଏତିକି କଥା ମଧ୍ୟ
ବୁଝିପାରୁ ନାହଁ! ବାବା ହିଁ ଆସି ପତିତ ଦୁନିଆକୁ ପବିତ୍ର କରୁଛନ୍ତି ।
ତୁମେ ଜାଣିଛ ଯେ -
ବେହଦର ସୁଖ ଦେଲାବାଲା ବେହଦର ବାବା ହିଁ ଅଟନ୍ତି । ବେହଦର ଦୁଃଖ ରାବଣ ଦେଇଥାଏ । ସିଏ ଆମର ବଡ
ଶତ୍ରୁ । ଏକଥା ମଧ୍ୟ କେହି ଜାଣିନାହାଁନ୍ତି ଯେ, ରାବଣ ରାଜ୍ୟକୁ ପତିତ ରାଜ୍ୟ କୁହାଯାଉଛି । ଏବେ
ବାବା ଆମକୁ ଏସବୁର ରହସ୍ୟ ବୁଝାଇଛନ୍ତି । ପ୍ରତ୍ୟେକଙ୍କ ପାଖରେ ଏହି ୫-୫ ବିକାରର ପ୍ରବେଶତା
ହୋଇଛି, ସେଥିପାଇଁ ୧୦ ମୁଣ୍ଡ ବାଲା ରାବଣ ତିଆରି କରୁଛନ୍ତି । ଏହି କଥାକୁ ବିଦ୍ୱାନ, ପଣ୍ଡିତମାନେ
ଜାଣିନାହାଁନ୍ତି । ଏବେ ବାବା ବୁଝାଉଛନ୍ତି ଯେ, ରାମରାଜ୍ୟ କେବେ ଠାରୁ କେଉଁ ପର୍ଯ୍ୟନ୍ତ ଚାଲୁଅଛି
। ବାବା ଏହି ବେହଦର ଇତିହାସ-ଭୂଗୋଳକୁ ବୁଝାଉଛନ୍ତି । ରାବଣ, ଭାରତର ବେହଦର ଶତ୍ରୁ ଅଟେ । ସିଏ
କେତେ ଦୁର୍ଗତି କରିଛି । ଏହି ଭାରତ ସ୍ୱର୍ଗ ଥିଲା ଯାହାକି ଭୁଲିଯାଇଛନ୍ତି ।
ଏବେ ତୁମମାନଙ୍କୁ
ବାବାଙ୍କର ଶ୍ରୀମତ ମିଳୁଛି - ହେ ସନ୍ତାନମାନେ ତୁମେ ବାବାଙ୍କୁ ମନେ ପକାଅ । ବାବା ଏବଂ ବର୍ସା ।
ପରମପିତା ପରମାତ୍ମା ସ୍ୱର୍ଗର ସ୍ଥାପନା କରୁଛନ୍ତି । ରାବଣ ପୁଣି ନର୍କର ସ୍ଥାପନା କରୁଛି । ତୁମକୁ
ତ ସ୍ୱର୍ଗର ରଚୟିତା ବାବାଙ୍କୁ ସ୍ମରଣ କରିବାକୁ ହେବ । ଯଦିଓ ଗୃହସ୍ଥ ବ୍ୟବହାରରେ ରୁହ, ବିବାହ
ଆଦିକୁ ଯାଅ । ଯେତେବେଳେ ଫୁରସତ୍ ମିଳୁଛି ସେତେବେଳେ ବାବାଙ୍କୁ ମନେ ପକାଅ । ଶରୀର ନିର୍ବାହ ପାଇଁ
କର୍ମ କରି ମଧ୍ୟ ଯାହାଙ୍କ ସାଥିରେ ତୁମର ନିର୍ବନ୍ଧ ହୋଇଛି, ତାଙ୍କୁ ସ୍ମରଣ କରିବାକୁ ହେବ ।
ଯେପର୍ଯ୍ୟନ୍ତ ତାଙ୍କର ଘରକୁ ନ ଯାଇଛ ସେପର୍ଯ୍ୟନ୍ତ ତୁମେ ସବୁ କର୍ତ୍ତବ୍ୟ କରିଚାଲ, କିନ୍ତୁ
ବୁଦ୍ଧିରୁ ବାବାଙ୍କୁ ଭୁଲିଯାଅ ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଦଣ୍ଡରୁ
ମୁକ୍ତ ହେବା ପାଇଁ ନିଜର ସବୁ ହିସାବ-କିତାବକୁ ଚୁକ୍ତ କରିବାକୁ ହେବ । ସଚ୍ଚା ବାବାଙ୍କ ପାଖରେ
କିଛି ବି ଲୁଚାଇବାର ନାହିଁ । ମିଥ୍ୟା କପଟ ଇତ୍ୟାଦିକୁ ତ୍ୟାଗ କରିବାକୁ ହେବ । ୟାଦର ଯାତ୍ରାରେ
ରହିବାର ଅଛି ।
(୨) ଯେପରି ବାବା
ଅପକାରୀମାନଙ୍କ ଉପରେ ମଧ୍ୟ ଉପକାର କରିଥାନ୍ତି ସେହିପରି ସମସ୍ତଙ୍କର ଉପକାର କରିବାକୁ ହେବ ।
ସମସ୍ତଙ୍କୁ ବାବାଙ୍କର ସତ୍ୟ ପରିଚୟ ଦେବାକୁ ହେବ ।
ବରଦାନ:-
ଈଶ୍ୱରୀୟ
ସଂସ୍କାରକୁ କାର୍ଯ୍ୟରେ ଲଗାଇ ସଫଳ କରୁଥିବା ସଫଳତାମୂରତ ହୁଅ ।
ଯେଉଁ ପିଲାମାନେ ନିଜର
ଈଶ୍ୱରୀୟ ସଂସ୍କାରକୁ କାର୍ଯ୍ୟରେ ଲଗାଉଛନ୍ତି ସେମାନଙ୍କର ବ୍ୟର୍ଥ ସଂକଳ୍ପ ଆପେ ଆପେ ସମାପ୍ତ
ହୋଇଯାଉଛି । ସଫଳ କରିବା ଅର୍ଥ ହେଲା କମ୍ ଖର୍ଚ୍ଚ କରିବା ବା ବୃଦ୍ଧି କରିବା । ଏମିତି ନ ହେଉ ଯେ
ପୁରୁଣା ସ୍ୱଭାବ ସଂସ୍କାରକୁ ହିଁ ବ୍ୟବହାର କରି ଚାଲିଥିବ ଏବଂ ଈଶ୍ୱରୀୟ ସଂସ୍କାରକୁ ବୁଦ୍ଧି
ରୂପକ ଲକର୍ ଭିତରେ ରଖି ଦେଇଥିବ, ଯେପରି କାହାର କାହାର ଅଭ୍ୟାସ ଥାଏ ଭଲ ଭଲ ଜିନିଷକୁ ବା ଟଙ୍କା
ପଇସାକୁ ବ୍ୟାଙ୍କ୍ରେ ହେଉ ବା ଆଲମାରୀ ଭିତରେ ହେଉ ରଖି ଦେଇଥା’ନ୍ତି । ପୁରୁଣା ଜିନିଷ ପ୍ରତି
ଅଧିକ ମୋହ ଥିବା କାରଣରୁ ସେହିଗୁଡିକୁ ହିଁ ବ୍ୟବହାର କରିଚାଲିଥାଆନ୍ତି । ଏଠାରେ କିନ୍ତୁ
ତୁମମାନଙ୍କର ଏଭଳି କରିବାର ନାହିଁ, ଏଠାରେ ତ ମନ ଦ୍ୱାରା, ବାଣୀ ଦ୍ୱାରା ଏବଂ ଶକ୍ତିଶାଳୀ
ମନୋବୃତ୍ତି ଦ୍ୱାରା ନିଜର ସବୁକିଛି ସଫଳ କରିଚାଲ ତେବେ ସଫଳତା ମୂରତ ହୋଇଯିବ ।
ସ୍ଲୋଗାନ:-
“ବାବା ଏବଂ ମୁ”
ଯଦି ଏହି ଛତ୍ରଛାୟା ସାଥୀରେ ରହିଥିବ ତେବେ ବିଘ୍ନ ତିଷ୍ଠିପାରିବ ନାହିଁ ।
ସମସ୍ତ ବ୍ରାହ୍ମଣ
ସନ୍ତାନମାନଙ୍କ ପ୍ରତି ବିଶେଷ ଆଟେନ୍ସନ୍ - ପରମାତ୍ମ ମହାବାକ୍ୟ
ଏକ ବଳ ଏକ ଭରସା ଅର୍ଥାତ୍
ସର୍ବଦା ଏହି ନିଶ୍ଚୟ ରହୁ ଯେ, ସାକାର ବ୍ରହ୍ମାବାବାଙ୍କ ମାଧ୍ୟମରେ ଶୁଣାଯାଇଥିବା ମୁରଲୀ ହିଁ
ପ୍ରକୃତ ମୁରଲୀ ଅଟେ । ମଧୁବନରୁ ଯେଉଁ ଶ୍ରୀମତ ମିଳୁଛି ତାହା ହିଁ ଶ୍ରୀମତ ଅଟେ । ବାବା ମଧୁବନ
ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ମିଳନ କରିବେ ନାହିଁ । ତେଣୁ ସର୍ବଦା ବାବାଙ୍କର ପାଠପଢା ଉପରେ
ନିଶ୍ଚୟ ରହିବା ଦରକାର । ମଧୁବନରୁ ଯେଉଁ ପାଠ ପଢାଯାଉଛି ତାହା ହିଁ ପ୍ରକୃତ ପାଠପଢା ଅଟେ, ଅନ୍ୟ
କୌଣସି ଠାରେ ବାବା ପାଠ ପଢାଉ ନାହାଁନ୍ତି । ଯଦି ଅନ୍ୟ କୌଣସି ଠାରେ ଭୋଗ ଲଗାଇବା ସମୟରେ
ସନ୍ଦେଶୀମାନଙ୍କ ଦ୍ୱାରା କିଛି ପାର୍ଟ ଚାଲୁଛି ତେବେ ଏହା ସମ୍ପୂର୍ଣ୍ଣ ଭୁଲ୍ ଅଟେ । ଏହାକୁ ମଧ୍ୟ
ମାୟା କୁହାଯିବ । ଏହାକୁ ଏକ ବଳ ଏକ ଭରସା କୁହାଯିବ ନାହିଁ । ମଧୁବନରୁ ଯେଉଁ ମୁରଲୀ ଆସୁଛି ତା’
ଉପରେ ଧ୍ୟାନ ଦିଅ ନଚେତ୍ ଅନ୍ୟ ରାସ୍ତାରେ ଚାଲିଯିବ । କେବଳ ମଧୁବନରେ ହିଁ ବାବାଙ୍କର ମୁରଲୀ
ଚାଲୁଛି । ମଧୁବନରେ ହିଁ ବାବା ଆସୁଛନ୍ତି ସେଥିପାଇଁ ସବୁ ସନ୍ତାନମାନେ ଏଥିପ୍ରତି ସାବଧାନ ରହିବା
ଉଚିତ୍, ନଚେତ୍ ମାୟା ଧୋକା ଦେଇଦେବ । ।। ଓମ୍ ଶାନ୍ତି ।