02.09.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମେ ହେଉଛ ରୁହାନୀ ପଣ୍ଡା, ତୁମକୁ ସମସ୍ତଙ୍କୁ ଶାନ୍ତିଧାମ ଅର୍ଥାତ୍ ଅମରପୁରୀର ରାସ୍ତା ଦେଖାଇବାକୁ ହେବ ।

ପ୍ରଶ୍ନ:-
ତୁମମାନଙ୍କ ଭିତରେ କେଉଁ ନିଶା ରହିଛି ଏବଂ ସେହି ନିଶା ଆଧାରରେ ତୁମେମାନେ କେଉଁ ନିଶ୍ଚୟର ବାଣୀ ଶୁଣାଉଛ ?

ଉତ୍ତର:-
ତୁମ ଭିତରେ ଏହି ନିଶା ରହିଛି ଯେ ଆମେ ବାବାଙ୍କୁ ମନେ ପକାଇ ଜନ୍ମ ଜନ୍ମାନ୍ତର ପାଇଁ ପବିତ୍ର ହେଉଛୁ । ତୁମେମାନେ ନିଶ୍ଚୟର ସହିତ କହୁଛ ଯେ ଯେତେ ବି ବିଘ୍ନ ପଡୁ କିନ୍ତୁ ସ୍ୱର୍ଗର ସ୍ଥାପନା ନିଶ୍ଚିତ ହେବ । ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ ହେବ ହିଁ ହେବ କାରଣ ଏହା ପୂର୍ବ ପ୍ରସ୍ତୁତ ଡ୍ରାମା, ଏଥିରେ ସଂଶୟର କୌଣସି କଥା ହିଁ ନାହିଁ ।

ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ବାବା ବୁଝାଉଛନ୍ତି । ତୁମେ ଜାଣିଛ ଯେ ଆମେ ହେଉଛୁ ଆତ୍ମା । ବର୍ତ୍ତମାନ ଆମେ ଆତ୍ମିକ ପଣ୍ଡା ହେଉଛୁ ଏବଂ ଅନ୍ୟମାନଙ୍କୁ ଆତ୍ମିକ ଯାତ୍ରା କରାଉଛୁ ମଧ୍ୟ । ଏହି କଥାକୁ ଭଲ ଭାବରେ ଧାରଣ କର । ମାୟାର ତୋଫାନ ଏକଥା ଭୁଲାଇ ଦେଉଛି । ପ୍ରତ୍ୟହ ସକାଳ, ସନ୍ଧ୍ୟାରେ ଏହି ବିଚାର କରିବା ଦରକାର ଏହି ଅମୂଲ୍ୟ ଜୀବନ ପାଇଁ ଅମୂଲ୍ୟରତ୍ନ ଆତ୍ମିକ ବାବାଙ୍କଠାରୁ ମିଳୁଛି । ତେଣୁ ଆତ୍ମିକ ବାବା ବୁଝାଉଛନ୍ତି ପିଲାମାନେ, ତୁମେ ଏବେ ଆତ୍ମିକ ପଣ୍ଡା ଅଥବା ଗାଇଡ୍ସ ଅଟ ମୁକ୍ତିଧାମର ରାସ୍ତା ବତାଇବା ପାଇଁ । ଏହା ହେଉଛି ସତ୍ୟ ସତ୍ୟ ଅମରକଥା, ଅମରପୁରୀକୁ ଯିବା ପାଇଁ । ଅମରପୁରୀକୁ ଯିବା ପାଇଁ ତୁମେ ପବିତ୍ର ହେଉଛ । ଅପବିତ୍ର ଭ୍ରଷ୍ଟାଚାରୀ ଆତ୍ମା ଅମରପୁରୀକୁ କିପରି ଯିବେ ? ମନୁଷ୍ୟ ଅମରନାଥ ଯାତ୍ରାକୁ ଯାଆନ୍ତି, ସ୍ୱର୍ଗକୁ ମଧ୍ୟ ଅମରନାଥ ପୁରୀ କୁହାଯିବ । ଅମରନାଥ ଏକୁଟିଆ କଣ ଥିଲେ କି । ତୁମେ ସବୁ ଆତ୍ମାମାନେ ଅମରପୁରୀକୁ ଯାଉଛ । ତାହା ହେଉଛି ଆତ୍ମାମାନଙ୍କର ଅମରପୁରୀ ପରମଧାମ । ଏହାପରେ ଆସୁଛ ଶରୀର ସହିତ ଅମରପୁରୀକୁ । ସେଠାକୁ କିଏ ନେଇଯାଉଛନ୍ତି ? ପରମପିତା ପରମାତ୍ମା ସମସ୍ତ ଆତ୍ମାମାନଙ୍କୁ ନେଇଯାଉଛନ୍ତି । ତାକୁ ଅମରପୁରୀ ମଧ୍ୟ କୁହାଯାଏ । କିନ୍ତୁ ସଠିକ୍ ନାମ ହେଉଛି ଶାନ୍ତିଧାମ । ସେଠାକୁ ତ ସମସ୍ତଙ୍କୁ ଯିବାକୁ ହିଁ ହେବ । ଡ୍ରାମାର ଭାବୀ ଟାଳିଲେ ମଧ୍ୟ ଟାଳି ହେବ ନାହିଁ । ଏହାକୁ ଭଲ ଭାବରେ ବୁଦ୍ଧିରେ ଧାରଣ କର । ପ୍ରଥମେ ତ ନିଜକୁ ଆତ୍ମା ବୋଲି ଭାବ । ପରମପିତା ପରମାତ୍ମା ମଧ୍ୟ ହେଉଛନ୍ତି ଆତ୍ମା । କେବଳ ତାଙ୍କୁ ପରମପିତା ପରମାତ୍ମା କୁହାଯାଉଛି, ସେ ଆମକୁ ବୁଝାଉଛନ୍ତି । ସେ ହିଁ ଜ୍ଞାନର ସାଗର ଏବଂ ପବିତ୍ରତାର ସାଗର ଅଟନ୍ତି । ଏବେ ପିଲାମାନଙ୍କୁ ପବିତ୍ର କରିବା ପାଇଁ ଶ୍ରୀମତ ଦେଉଛନ୍ତି ଯେ ମୋତେ ମନେ ପକାଇଲେ ତୁମର ଜନ୍ମ ଜନ୍ମାନ୍ତରର ପାପ କଟିଯିବ । ବାବାଙ୍କୁ ମନେ ପକାଇବାକୁ ହିଁ ଯୋଗ ବୋଲି କୁହାଯାଉଛି । ତୁମେ ତ ହେଲ ସନ୍ତାନ । ବାବାଙ୍କୁ ମନେ ପକାଇବାକୁ ହେବ । ଏହା ଦ୍ୱାରା ହିଁ ନାବ ପାର ହେବ । ଏହି ବିଷୟ ନଗରୀରୁ ତୁମେ ଶିବ ନଗରୀକୁ ଯିବ ପୁଣି ବିଷ୍ଣୁପୁରୀକୁ ଆସିବ । ଆମେ ସତ୍ୟଯୁଗ ପାଇଁ ହିଁ ପଢ଼ୁଛୁ । ଏଠା ପାଇଁ ନୁହେଁ । ଏଠାରେ ଯେଉଁମାନେ ରାଜା ହେଉଛନ୍ତି, ସେମାନେ ଧନ ଦାନ କରିବା ଦ୍ୱାରା ହୋଇଥାନ୍ତି । କେତେକ ଅଛନ୍ତି ଯେଉଁମାନେ କି ଗରିବମାନଙ୍କୁ ବହୁତ ସମ୍ଭାଳିଥାନ୍ତି, କେହି ଡାକ୍ତରଖାନା, ଧର୍ମଶାଳା କରୁଛନ୍ତି, କେହି ଧନ ଦାନ କରୁଛନ୍ତି । ଯେପରି ସିନ୍ଧରେ ମୂଲଚନ୍ଦ ନାମକ ଜଣେ ବ୍ୟକ୍ତି ଥିଲେ, ଗରିବମାନଙ୍କୁ ଦାନ କରୁଥିଲେ । ଗରିବମାନଙ୍କର ବହୁତ ଦାୟିତ୍ୱ ସମ୍ଭାଳୁଥିଲେ । ଏହିପରି ବହୁତ ଦାନୀ ଅଛନ୍ତି । ସକାଳୁ ଉଠି ଚାଉଳ ମୁଠା ଆଣି ଗରୀବଙ୍କୁ ଦାନ କରିଥାନ୍ତି । ଆଜିକାଲି ତ ବହୁତ ଠକାମି ଚାଲିଛି । ପାତ୍ରକୁ ଦାନ ଦେବା ଉଚିତ୍ । ଏହି ବୁଦ୍ଧି ତ ନାହିଁ । ବାହାରେ ଯେଉଁ ଭିକାରୀମାନେ ବସିଥାନ୍ତି ତାଙ୍କୁ ଦେବା, ଏହା କୌଣସି ଦାନ ନୁହେଁ । ଏହା ତ ସେମାନଙ୍କର ନିୟମିତ ଧନ୍ଦା ଅଟେ । ଗରିବଙ୍କୁ ଦାନ କରି ଭଲ ପଦ ପାଇଥାନ୍ତି ।

ବାସ୍ତବରେ ତୁମେ ସମସ୍ତେ ହେଉଛ ଆତ୍ମିକ ପଣ୍ଡା । ତୁମେ ପ୍ରଦର୍ଶନୀ ଅଥବା ମ୍ୟୁଜିୟମ୍ ଖୋଲିଲେ ଏହିପରି ନାମ ଲେଖ ଯେପରି ସିଦ୍ଧ ହୋଇଯିବ ଏଇ ହେଉଛନ୍ତି ନୂଆ ବିଶ୍ୱ ରାଜଧାନୀର ଗାଇଡ୍ । କିନ୍ତୁ ମନୁଷ୍ୟ କିଛି ହେଲେ ବୁଝୁନାହାନ୍ତି । ଏହା ହେଉଛି କଣ୍ଟାର ଜଙ୍ଗଲ । ସ୍ୱର୍ଗ ହେଉଛି ଫୁଲର ବଗିଚା, ଯେଉଁଠି ଦେବତାମାନେ ରହନ୍ତି । ତୁମମାନଙ୍କର ଏହି ନିଶା ରହିବା ଉଚିତ୍ ଯେ ଆମେ ବାବାଙ୍କୁ ମନେ ପକାଇ ଜନ୍ମ ଜନ୍ମାନ୍ତର ପାଇଁ ପବିତ୍ର ହେଉଛୁ । ତୁମେ ଜାଣିଛ ଯେତେ ବିଘ୍ନ ପଡିଲେ ମଧ୍ୟ ସ୍ୱର୍ଗର ସ୍ଥାପନା ତ ନିଶ୍ଚୟ ହେବ । ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ ନିଶ୍ଚିତ ହେବ । ଏହା ପୂର୍ବ ପ୍ରସ୍ତୁତ ଡ୍ରାମା, ଏଥିରେ ସନ୍ଦେହର କୌଣସି କଥା ହିଁ ନାହିଁ । ଟିକିଏ ହେଲେ ସଂଶୟ ଆଣିବା ଅନୁଚିତ୍ । ପତିତ-ପାବନ ବୋଲି ତ ସମସ୍ତେ କହିଥାନ୍ତି । ଇଂରାଜୀରେ ମଧ୍ୟ କହନ୍ତି ହେ ପ୍ରଭୁ ଆସି ଦୁଃଖରୁ ମୁକ୍ତ କର । ୫ ବିକାର ଦ୍ୱାରା ହିଁ ଦୁଃଖ ମିଳେ । ସତ୍ୟଯୁଗ ହେଉଛି ନିର୍ବିକାରୀ ଦୁନିଆ, ସୁଖଧାମ । ଏବେ ତୁମମାନଙ୍କୁ ସ୍ୱର୍ଗକୁ ଯିବାକୁ ହେବ । ମନୁଷ୍ୟ ଭାବନ୍ତି ସ୍ୱର୍ଗ ଉପରେ ଅଛି, ତାଙ୍କୁ ଜଣାନାହିଁ ଯେ ଉପରେ ମୁକ୍ତିଧାମ ଅଛି । ଜୀବନମୁକ୍ତି ପାଇବା ପାଇଁ ତ ଏହିଠାକୁ ହିଁ ଆସିବାକୁ ହେବ । ଏକଥା ବାବା ତୁମକୁ ବୁଝାଉଛନ୍ତି, ତାକୁ ଭଲ ଭାବରେ ଧାରଣ କରି ଜ୍ଞାନର ହିଁ ମନ୍ଥନ କରିବାକୁ ହେବ । ଛାତ୍ରମାନେ ମଧ୍ୟ ଘରେ ଏହି ଖିଆଲ୍ କରିଥାନ୍ତି ଏହି ପେପର ଭରି କରି ଦେବାକୁ ହେବ, ଆଜି ଏହାକୁ କରିବାକୁ ପଡିବ । ତୁମକୁ ନିଜର କଲ୍ୟାଣ କରିବା ପାଇଁ ଆତ୍ମାକୁ ସତ୍ତ୍ୱପ୍ରଧାନ କରିବାକୁ ହେବ । ପବିତ୍ର ହୋଇ ମୁକ୍ତିଧାମ ଯିବାକୁ ହେବ । ପୁଣି ଜ୍ଞାନ ଦ୍ୱାରା ଦେବତା ହେଉଛନ୍ତି । ଆତ୍ମା ହିଁ କହୁଛି ନା ମୁଁ ପାଠପଢି ବାରିଷ୍ଟର ହେଉଛି । ମୁଁ ଆତ୍ମା ଗଭର୍ଣ୍ଣର ହେଉଛି । ଆତ୍ମା ଶରୀର ସହିତ ହେଉଛି । ଶରୀର ବିନାଶ ହୋଇଗଲେ ପୁଣି ନୂଆକରି ପଢ଼ିବାକୁ ପଡିଥାଏ । ଆତ୍ମା ହିଁ ପୁରୁଷାର୍ଥ କରୁଛି ବିଶ୍ୱର ମାଲିକ ହେବା ପାଇଁ । ବାବା କହୁଛନ୍ତି ଏହା ପକ୍କା ମନେ ରଖ ଯେ ମୁଁ ଆତ୍ମା ଅଟେ, ଦେବତାମାନଙ୍କୁ ଏହିପରି କହିବାକୁ ପଡେ ନାହିଁ, ମନେ ପକାଇବାକୁ ପଡେନାହିଁ କାହିଁକିନା ସେମାନେ ପବିତ୍ର ହିଁ ଥାନ୍ତି । ପ୍ରାରବ୍ଧ ଭୋଗ କରୁଛନ୍ତି, ସେମାନେ କଣ ପତିତ ଥାନ୍ତି ଯେ ବାବାଙ୍କୁ ମନେ ପକାଇବେ । ତୁମେ ଆତ୍ମା ପତିତ ହୋଇଥିବାରୁ ବାବାଙ୍କୁ ମନେ ପକାଇବାକୁ ପଡୁଛି । ସେମାନଙ୍କୁ ତ ମନେ ପକାଇବାର ଆବଶ୍ୟକତା ନାହିଁ । ଏହା ଡ଼୍ରାମା ଅଟେ ନା । ଗୋଟିଏ ଦିନ ମଧ୍ୟ ଏକା ଭଳି ହୋଇନଥାଏ । ଏହି ଡ଼୍ରାମା କ୍ରମାଗତ ଚାଲିଥାଏ । ସାରା ଦିନର ପାର୍ଟ ସେକେଣ୍ଡକୁ ସେକେଣ୍ଡ ବଦଳୁଥାଏ । ରେକର୍ଡ ହୋଇ ଚାଲିଥାଏ । ତେଣୁ ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି, କୌଣସି କଥାରେ ହାର୍ଟ ଫେଲ୍ ହୁଅ ନାହିଁ ଅର୍ଥାତ୍ ଝାଉଁଳି ପଡ ନାହିଁ । ଏହା ଜ୍ଞାନର କଥା । ଭଲେ ନିଜର ଧନ୍ଦା ଆଦି କର କିନ୍ତୁ ଭବିଷ୍ୟତରେ ଉଚ୍ଚ ପଦ ପାଇବା ପାଇଁ ପୂରା ପୁରୁଷାର୍ଥ କର । ଗୃହସ୍ଥ ବ୍ୟବହାରରେ ମଧ୍ୟ ରହିବାକୁ ପଡିବ । କୁମାରୀମାନେ ତ ଗୃହସ୍ଥକୁ ଯାଇନାହାଁନ୍ତି । ଯାହାଙ୍କର ପିଲାଛୁଆ ଅଛନ୍ତି ତାଙ୍କୁ ଗୃହସ୍ଥୀ ବୋଲି କୁହାଯାଏ । ବାବା ତ ଅଧରକୁମାର ଏବଂ କୁମାରୀ ସମସ୍ତଙ୍କୁ ପଢାଉଛନ୍ତି । ଅଧରକୁମାରୀର ଅର୍ଥ ମଧ୍ୟ ବୁଝୁନାହାଁନ୍ତି । କଣ ଅଧା ଶରୀର ରହିଛି ? ଏବେ ତୁମେ ଜାଣୁଛ କନ୍ୟା ହେଉଛି ପବିତ୍ର ଏବଂ ଅଧରକନ୍ୟା ତାଙ୍କୁ କୁହାଯାଏ ଯିଏ ଅପବିତ୍ର ହେବା ପରେ ପୁଣି ପବିତ୍ର ହୋଇଥାନ୍ତି । ତୁମର ହିଁ ସ୍ମୃତି ଚିହ୍ନ ରହିଛି । ବାବା ହିଁ ତୁମମାନଙ୍କୁ ବୁଝାଉଛନ୍ତି । ବାବା ତୁମକୁ ପଢାଉଛନ୍ତି । ତୁମେ ଜାଣିଛ ଆମେ ଆତ୍ମା ମୂଳବତନକୁ ମଧ୍ୟ ଜାଣିଛୁ, ପୁଣି ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ କିପରି ରାଜ୍ୟ କରୁଛନ୍ତି, କ୍ଷତ୍ରିୟ ପଣିଆର ଚିହ୍ନ, ଧନୁତୀର କାହିଁକି ଦେଇଛନ୍ତି, ଏକଥା ମଧ୍ୟ ତୁମେ ଜାଣିଛ । ଲଢେଇ ଆଦିର ତ କୌଣସି କଥା ହିଁ ନାହିଁ । ନା ଅସୁରଙ୍କ କଥା ଅଛି, ନା ଚୋରୀ କଥା ସିଦ୍ଧ ହେଉଛି । ଏପରି ତ କେହି ରାବଣ ନାହାଁନ୍ତି ଯିଏକି ସୀତାକୁ ନେଇଯିବେ । ତେଣୁ ବାବା ବୁଝାଉଛନ୍ତି ମିଠା ମିଠା ସନ୍ତାନମାନେ, ତୁମେ ଜାଣୁଛ ଯେ ଆମେ ସ୍ୱର୍ଗର, ମୁକ୍ତି-ଜୀବନମୁକ୍ତିର ପଣ୍ଡା ଅଟୁ । ସେମାନେ ହେଲେ ଶାରୀରିକ ପଣ୍ଡା । ଆମେ ହେଉଛୁ ଆତ୍ମିକ ପଣ୍ଡା । ସେମାନେ ହେଲେ କଳିଯୁଗୀ ବ୍ରାହ୍ମଣ । ଆମେ ତ ପୁରୁଷୋତ୍ତମ ହେବା ପାଇଁ ପଢୁଛେ । ଆମେ ପୁରୁଷୋତ୍ତମ ସଙ୍ଗମଯୁଗରେ ଅଛୁ । ବାବା ଅନେକ ପ୍ରକାରରେ ବୁଝାଉଛନ୍ତି । ତଥାପି ଦେହ-ଅଭିମାନରେ ଆସିବା ଦ୍ୱାରା ଭୁଲି ଯାଉଛନ୍ତି । ମୁଁ ଆତ୍ମା, ବାବାଙ୍କର ସନ୍ତାନ, ଏହି ନିଶା ରହୁନାହିଁ । ଯେତେ ଯୋଗଯୁକ୍ତ ହେବ ସେତେ ଦେହ-ଅଭିମାନ ଦୂରେଇଯିବ । ନିଜକୁ ସମ୍ଭାଳି ରଖ । ଦେଖ, ମୋର ଦେହ-ଅଭିମାନ ଦୂର ହେଲାଣି ? ଆମେ ବିଶ୍ୱର ମାଲିକ ହେବୁ । ଆମର ହିଁ ହିରୋ ହିରୋଇନ୍ର ପାର୍ଟ ରହିଛି । କେହି ବିଜୟ ପ୍ରାପ୍ତ କଲେ ହିରୋ-ହିରୋଇନ୍ ନାମ ରଖାଯାଇଥାଏ । ଏହି ସମୟରେ ତୁମେ ବିଜୟ ପ୍ରାପ୍ତ କରୁଥିବାରୁ ତୁମର ନାମ ହିରୋ ହିରୋଇନ୍ ରଖାଯାଉଛି, ଏହା ପୂର୍ବରୁ ନଥିଲା । ଯିଏ ହାରିଯାଏ ତାଙ୍କୁ ହିରୋ ହିରୋଇନ୍ କୁହାଯାଏ ନାହିଁ । ତୁମେ ଜାଣିଛ ଆମେ ଏବେ ଯାଇ ହିରୋ-ହିରୋଇନ୍ ହେବୁ । ତୁମର ଅଭିନୟ ସବୁଠାରୁ ଉଚ୍ଚ ଅଟେ । କଉଡ଼ି ଏବଂ ହୀରା ମଧ୍ୟରେ ବହୁତ ଫରକ ରହିଛି । କେହି କେତେ ଲକ୍ଷପତି କୋଟିପତି ହୋଇଥିଲେ ମଧ୍ୟ ତୁମେ ଜାଣିଛ ଏସବୁ ସମ୍ପତ୍ତି ବିନାଶ ହୋଇଯିବ ।

ତୁମେମାନେ ଧନବାନ୍ ହେବାକୁ ଯାଉଛ । ବାକି ସମସ୍ତେ ଦେବାଳିଆ ହୋଇଯାଉଛନ୍ତି । ଏସବୁ କଥା ଧାରଣ କରିବାକୁ ହେବ ବୁଦ୍ଧିରେ ବିଶ୍ୱାସ ରଖିବା ଉଚିତ୍ । ଏଠାରେ ନିଶା ଚଢୁଛି, ବାହାରକୁ ଗଲେ ଖସିଯାଉଛି । ଏଠାକାର କଥା ଏହିଠାରେ ହିଁ ରହିଯାଉଛି । ବାବା କହୁଛନ୍ତି ବୁଦ୍ଧିରେ ରହୁ ବାବା ଆମକୁ ପଢାଉଛନ୍ତି । ଯେଉଁ ପାଠପଢା ଦ୍ୱାରା ଆମେ ମନୁଷ୍ୟରୁ ଦେବତା ହୋଇଯିବୁ । ଏଥିରେ ଅସୁବିଧାର କୌଣସି କଥା ହିଁ ନାହିଁ । ଧନ୍ଦା ଆଦିରୁ ମଧ୍ୟ କିଛି ସମୟ ବାହାର କରି ମନେ ପକାଇ ପାରିବ । ଏହା ମଧ୍ୟ ନିଜ ପାଇଁ ଧନ୍ଦା ଅଟେ ନା । ଛୁଟୀ ନେଇଯାଇ ବାବାଙ୍କୁ ମନେ ପକାଅ । ଏହାକୁ ମିଛ କହିବା କୁହାଯିବ ନାହିଁ । ସାରାଦିନ କଣ ଏହିପରି ନଷ୍ଟ କରିବୁ ଆମକୁ ଭବିଷ୍ୟତ ପାଇଁ କିଛି ଖିଆଲ ତ ରଖିବାକୁ ପଡିବ । ବହୁତ ଯୁକ୍ତି ରହିଛି । ଯେତେ ସମ୍ଭବ ସମୟ ବାହାର କରି ବାବାଙ୍କୁ ମନେ ପକାଅ । ଶରୀର ନିର୍ବାହ ଅର୍ଥେ ଧନ୍ଦା ଆଦି ମଧ୍ୟ କର । ମୁଁ ତୁମକୁ ବିଶ୍ୱର ମାଲିକ ହେବା ପାଇଁ ବହୁତ ଭଲ ରାୟ ଦେଉଛି । ତୁମେ ମଧ୍ୟ ସମସ୍ତଙ୍କୁ ରାୟ ଦେଉଛ । ରାୟ ଦେବା ପାଇଁ ମନ୍ତ୍ରୀ ରହିଥାନ୍ତି ନା । ତୁମେ ହେଉଛ ପରାମର୍ଶଦାତା । ଏହି ଜନ୍ମରେ ସମସ୍ତଙ୍କୁ ମୁକ୍ତି-ଜୀବନମୁକ୍ତି କିପରି ମିଳିବ, ସେହି ରାସ୍ତା ବତାଉଛ । ମନୁଷ୍ୟ ସ୍ଲୋଗାନ ଆଦି କାନ୍ଥ ଉପରେ ଲଗାଇ ଦେଇଥାନ୍ତି । ଯେପରି ତୁମେ ଲେଖୁଛ ପବିତ୍ର ହୁଅ ଏବଂ ରାଜଯୋଗୀ ହୁଅ । କିନ୍ତୁ ଏହା ଦ୍ୱାରା ବୁଝିବେ ନାହିଁ । ଏବେ ତୁମେ ବୁଝୁଛ ଯେ ଆମକୁ ବାବାଙ୍କଠାରୁ ଏହି ସମ୍ପତ୍ତି ମିଳୁଛି, ମୁକ୍ତି ଧାମର ମଧ୍ୟ ସମ୍ପତ୍ତି ରହିଛି ମୋତେ ତୁମେ ପତିତ- ପାବନ କହୁଥିବାରୁ ମୁଁ ଆସି ପବିତ୍ର ହେବା ପାଇଁ ରାୟ ଦେଉଛି । ତୁମେ ମଧ୍ୟ ହେଉଛ ପରାମର୍ଶଦାତା । ମୁକ୍ତିଧାମକୁ କେହି ମଧ୍ୟ ଯାଇପାରିବେ ନାହିଁ । ଯେ ପର୍ଯ୍ୟନ୍ତ ବାବା ପରାମର୍ଶ ବା ଶ୍ରୀମତ ନ ଦେଇଛନ୍ତି । ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ ମତ ହେଉଛି ଶିବ ବାବାଙ୍କର । ଆତ୍ମାମାନଙ୍କୁ ଶିବବାବାଙ୍କର ଶ୍ରୀମତ ମିଳୁଛି । ପାପ ଆତ୍ମା, ପୁଣ୍ୟ ଆତ୍ମା ବୋଲି କୁହାଯାଏ । ପାପ ଶରୀର ତ କୁହାଯିବ ନାହିଁ । ଆତ୍ମା ଶରୀର ଦ୍ୱାରା ପାପ କରୁଥିବାରୁ ପାପ ଆତ୍ମା କୁହାଯାଉଛି । ଶରୀର ବିନା ଆତ୍ମା ପାପ କିମ୍ବା ପୂଣ୍ୟ କରିପାରିବ ନାହିଁ । ତେଣୁ ଯେତେ ସମ୍ଭବ ବିଚାର ସାଗର ମନ୍ଥନ କର । ସମୟ ତ ବହୁତ ରହିଛି । ଶିକ୍ଷକ ଅଥବା ପ୍ରଫେସର ହୋଇଥିଲେ ତାଙ୍କୁ ମଧ୍ୟ ଯୁକ୍ତି ଦ୍ୱାରା ଏହି ରୁହାନୀ ପାଠ ପଢାଇବା ଉଚିତ୍, ଯାହା ଦ୍ୱାରା କଲ୍ୟାଣ ହେବ । ବାକି ଏହି ଶାରୀରିକ ପାଠ ଦ୍ୱାରା କଣ ହେବ । ଆମେ ଏହି ପାଠ ପଢାଉଛୁ । ବାକି ଅଳ୍ପ ଦିନ ଅଛି, ବିନାଶ ସମ୍ମୁଖରେ ରହିଛି । ମନ ଭିତରେ ଉତ୍ସାହିତ ହେବେ କିପରି ମନୁଷ୍ୟମାନଙ୍କୁ ରାସ୍ତା ବତାଇବୁ ।

ଜଣେ କନ୍ୟା ପରୀକ୍ଷାର ସମ୍ମୁଖୀନ ହୋଇଥିଲେ ଯେଉଁଥିରେ ଗୀତାର ଭଗବାନଙ୍କର କଥା ପଚରାଯାଇଥିଲା । ସେ ଲେଖି ଦେଲେ ଗୀତାର ଭଗବାନ ଶିବ ଅଟନ୍ତି, ତେଣୁ ତାକୁ ଫେଲ କରିଦେଲେ । ଭାବୁଥିଲେ ଯେ ମୁଁ ବାବାଙ୍କର ମହିମା ଲେଖୁଛି ଗୀତାର ଭଗବାନ ହେଉଛନ୍ତି ଶିବ । ସେ ଜ୍ଞାନର ସାଗର, ପ୍ରେମର ସାଗର ଅଟନ୍ତି । କୃଷ୍ଣଙ୍କ ଆତ୍ମା ମଧ୍ୟ ଜ୍ଞାନ ପ୍ରାପ୍ତ କରୁଛନ୍ତି । ଏହାକୁ ବସି ଲେଖିଥିବାରୁ ଫେଲ୍ ହୋଇଗଲେ । ମାତା ପିତାଙ୍କୁ କହିଲେ ମୁଁ ପଢ଼ିବି ନାହିଁ । ଏବେ ଏହି ଆତ୍ମିକ ପାଠପଢାରେ ଲାଗିଯିବି । କନ୍ୟା ମଧ୍ୟ ବହୁତ ଫାଷ୍ଟକ୍ଲାସ ଥିଲେ । ପୂର୍ବରୁ ହିଁ କହୁଥିଲେ ମୁଁ ଏହିପରି ଲେଖିବି, ଫେଲ୍ ହୋଇଯିବି । କିନ୍ତୁ ସତ୍ୟ ତ ଲେଖିବାକୁ ହେବ ନା । ଆଗକୁ ଗଲେ ବୁଝିବେ ବାସ୍ତବରେ ଏହି କନ୍ୟା ଯାହା ଲେଖିଥିଲା ତାହା ସତ୍ୟ ଅଟେ । ଯେବେ ପ୍ରଭାବ ବିସ୍ତାର ହେବ ପ୍ରଦର୍ଶନୀ ବା ମ୍ୟୁଜିୟମରେ ତାଙ୍କୁ ଡ଼ାକିଲେ ଜାଣିବେ ଏବଂ ତାଙ୍କ ବୁଦ୍ଧିରେ ଆସିବ ଯେ ଏହା ତ ସତ୍ୟ ଅଟେ । ବହୁ ମନୁଷ୍ୟ ଆସୁଥିବାରୁ ବିଚାର କରିବା ଦରକାର ଯେ ଏପରି କରିବୁ ଯେପରି ମନୁଷ୍ୟ ତୁରନ୍ତ ବୁଝିଯିବେ ଏହା କୌଣସି ନୂଆ କଥା ଅଟେ । କେହି ନା କେହି ନିଶ୍ଚୟ ବୁଝିବେ ଯିଏକି ଏଠାକାର ହୋଇଥିବେ । ତୁମେ ସମସ୍ତଙ୍କୁ ରୁହାନୀ ରାସ୍ତା ବତାଉଛ । ବିଚରା କେତେ ଦୁଃଖୀ ଅଟନ୍ତି, ସେମାନଙ୍କର ଦୁଃଖ କିପରି ଦୂର କରିବୁ । ଖିଟପିଟ୍ ତ ବହୁତ ରହିଛି ନା । ପରସ୍ପରର ଶତ୍ରୁ ହୋଇ କିପରି ହତ୍ୟା କରିଦେଉଛନ୍ତି । ଏବେ ବାବା ସନ୍ତାନମାନଙ୍କୁ ଭଲ ଭାବରେ ବୁଝାଉଛନ୍ତି । ମାତାମାନେ ତ ବିଚରା ଅବୋଧ ଅଟନ୍ତି । କହୁଛନ୍ତି ଆମେ ଲେଖା ପଢା ଜାଣିନାହୁଁ । ବାବା କହୁଛନ୍ତି, ନ ପଢିଛ ଭଲ । ବେଦ ଶାସ୍ତ୍ର ଯାହା କିଛି ପଢିଛ ସବୁ ଏହିଠାରେ ଭୁଲିଯାଅ । ଏବେ ମୁଁ ଯାହା ଶୁଣାଉଛି, ତାକୁ ଶୁଣ । ବୁଝାଇବା ଦରକାର ସଦ୍ଗତି ତ ନିରାକାର ପରମପିତା ପରମାତ୍ମାଙ୍କ ବିନା କେହି କରିପାରିବେ ନାହିଁ । ମନୁଷ୍ୟମାନଙ୍କ ପାଖରେ ଜ୍ଞାନ ହିଁ ନାହିଁ ତେବେ ପୁଣି ସେ ସଦ୍ଗତି କିପରି କରିବେ । ସଦ୍ଗତି ଦାତା ଜ୍ଞାନର ସାଗର ହେଉଛନ୍ତି ହିଁ ଜଣେ । ମନୁଷ୍ୟ ଏପରି କହିବେ ନାହିଁ, ଯିଏ ଏଠାକାର ହୋଇଥିବେ ସେ ବୁଝିବା ପାଇଁ ଚେଷ୍ଟା କରିବେ । ଜଣେ କେହି ବିଶିଷ୍ଟ ବ୍ୟକ୍ତି ବାହାରିଲେ ପ୍ରସିଦ୍ଧି ହେବ । ଗାୟନ ରହିଛି ଗରୀବ ତୁଳସୀଦାସଙ୍କର କେହି କଥା ଶୁଣିଲେ ନାହିଁ । ସେବାର ଯୁକ୍ତି ତ ବାବା ବହୁତ ବତାଉଛନ୍ତି । ପିଲାମାନେ ପ୍ରତ୍ୟକ୍ଷ ରୂପେ ପ୍ରୟୋଗ କରିବା ଉଚିତ୍ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) କର୍ମଧନ୍ଦା କରି ମଧ୍ୟ ଭବିଷ୍ୟତ ଉଚ୍ଚପଦ ପାଇବା ପାଇଁ ବାବାଙ୍କ ସ୍ମୃତିରେ ରହିବାର ପୂରା-ପୂରା ପୁରୁଷାର୍ଥ କରିବାକୁ ହେବ । ଏହି ଡ଼୍ରାମାର ଦୃଶ୍ୟ ପ୍ରତି ମୂହୁର୍ତ୍ତରେ ବଦଳୁଛି, ସେଥିପାଇଁ କେବେ ବି କୌଣସି ଦୃଶ୍ୟକୁ ଦେଖି ହାର୍ଟଫେଲ୍ ହେବା ଉଚିତ୍ ନୁହେଁ ।

(୨) ଏହି ଆତ୍ମିକ ପାଠପଢା ନିଜେ ପଢିବା ସହିତ ଅନ୍ୟମାନଙ୍କୁ ପଢାଇବାକୁ ହେବ । ସମସ୍ତଙ୍କର କଲ୍ୟାଣ କରିବାକୁ ହେବ । ମନ ଭିତରେ ଏହିଭଳି ଉମଙ୍ଗ-ଉତ୍ସାହ ଆସିବା ଦରକାର ଯେ ମୁଁ କିପରି ସମସ୍ତଙ୍କୁ ପବିତ୍ର ହେବି ତଥା ଘରକୁ ଯିବାର ରାସ୍ତା ଦେଖାଇବି ।

ବରଦାନ:-
ଡବଲ ସେବା ଦ୍ୱାରା ଅଲୌକିକ ଶକ୍ତିର ସାକ୍ଷାତ୍କାର କରାଉଥିବା ବିଶ୍ୱ ସେବାଧାରୀ ହୁଅ ।

ଯେପରି ବାବାଙ୍କର ସ୍ୱରୂପ ହେଲା ବିଶ୍ୱ ସେବକ, ସେହିପରି ତୁମେମାନେ ମଧ୍ୟ ବାବାଙ୍କ ସମାନ ବିଶ୍ୱ ସେବାଧାରୀ ଅଟ । ଶରୀର ଦ୍ୱାରା ସ୍ଥୂଳ ସେବା କରିବା ସମୟରେ ମଧ୍ୟ ମନ ଦ୍ୱାରା ବିଶ୍ୱ ପରିବର୍ତ୍ତନର ସେବାରେ ତତ୍ପର ରୁହ । ଏକା ସମୟରେ ଶରୀର ଏବଂ ମନ ଦ୍ୱାରା ଏକାଠି ସେବା ହେଉ । ଯେଉଁମାନେ ଏହିଭଳି ସେବା କରନ୍ତି ସେମାନଙ୍କ ଦ୍ୱାରା ଦେଖୁଥିବା ଆତ୍ମାମାନଙ୍କୁ ଅନୁଭବ ବା ସାକ୍ଷାତ୍କାର ହୋଇଯାଏ ଯେ ଏମାନେ କୌଣସି ଅଲୌକିକ ଶକ୍ତି ଅଟନ୍ତି, ସେଥିପାଇଁ ଏହି ଅଭ୍ୟାସକୁ ନିରନ୍ତର ଏବଂ ସ୍ୱାଭାବିକ କରିଦିଅ । ମାନସିକ ସେବା କରିବା ପାଇଁ ବିଶେଷ ଭାବରେ ଏକାଗ୍ରତାର ଅଭ୍ୟାସକୁ ବଢାଅ ।

ସ୍ଲୋଗାନ:-
ସମସ୍ତଙ୍କ ଠାରୁ ଗୁଣ ଗ୍ରହଣ କର କିନ୍ତୁ ଅନୁକରଣ ବ୍ରହ୍ମାବାବାଙ୍କୁ କର ।