02.09.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମେ ଭବିଷ୍ୟତ ନୂଆ ଦୁନିଆ ପାଇଁ ନିଜର ଭାଗ୍ୟ ଗଢୁଛ, ତୁମର ଏହି ରାଜଯୋଗ ନୂଆ ଦୁନିଆ ପାଇଁ ହିଁ ଉଦ୍ଧିଷ୍ଟ ।

ପ୍ରଶ୍ନ:-
ଭାଗ୍ୟବାନ ସନ୍ତାନମାନଙ୍କର ମୁଖ୍ୟ ଲକ୍ଷଣ ସବୁ କଣ ହୋଇଥିବ?

ଉତ୍ତର:-
(୧) ଭାଗ୍ୟବାନ ସନ୍ତାନମାନେ ନିୟମ ଅନୁସାରେ ଶ୍ରୀମତରେ ଚାଲିବେ । କୌଣସି ବି ନିୟମ ବିରୁଦ୍ଧ କାମ କରି ନିଜକୁ ବା ବାବାଙ୍କୁ ଠକିବେ ନାହିଁ । (୨) ସେମାନଙ୍କର ପାଠପଢା ପ୍ରତି ପୂର୍ଣ୍ଣ ମାତ୍ରାରେ ସଉକ ରହିଥିବ । ବୁଝାଇବାର ସଉକ ମଧ୍ୟ ଥିବ । (୩) ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇ ବୃତ୍ତି ନେବାର ପୁରୁଷାର୍ଥ କରିବେ । (୪) କେବେ କାହାକୁ ଦୁଃଖ ଦେବେ ନାହିଁ । କେବେ କୌଣସି ଓଲଟା କର୍ମ କରିବେ ନାହିଁ ।

ଗୀତ:-
ତକଦୀର ଜଗାକର ଆଇ ହୁଁ...

ଓମ୍ ଶାନ୍ତି ।
ମିଠା-ମିଠା ମଧୁର ରୁହାନୀ ସନ୍ତାନମାନେ ଗୀତ ଶୁଣିଲେ । ନୂଆ, ପୁରୁଣା ଓ କୁମାରୀମାନେ ମଧ୍ୟ ଶୁଣିଲେ । ଏହା ପାଠଶାଳା ଅଟେ । ପାଠଶାଳାକୁ କେହି ନା କେହି ଭାଗ୍ୟ ଗଢିବାକୁ ଯାଇଥାନ୍ତି । ସେଠାରେ ତ ଅନେକ ପ୍ରକାରର ଭାଗ୍ୟ ରହିଛି, କେହି ଡାକ୍ତର, କେହି ବାରିଷ୍ଟର ହେବାର ଭାଗ୍ୟ ଗଢୁଛନ୍ତି । ଭାଗ୍ୟକୁ ଏମ୍ ଅବଜେକ୍ଟ ଅର୍ଥାତ୍ ଲକ୍ଷ୍ୟ ଓ ଉଦ୍ଦେଶ୍ୟ କୁହାଯାଉଛି । ଭାଗ୍ୟ ନଗଢିଲେ ପାଠଶାଳାରେ କଣ ପଢିବେ । ଏବେ ପିଲାମାନେ ମଧ୍ୟ ଜାଣିଛନ୍ତି ଯେ ଆମେମାନେ ବି ଭାଗ୍ୟ ଗଢିବା ପାଇଁ ଆସିଛୁ । ନୂଆ ଦୁନିଆ ପାଇଁ ନିଜର ରାଜ୍ୟ ଭାଗ୍ୟ ନେବାକୁ ଆସିଛୁ । ଏହା ହେଉଛି ନୂଆ ଦୁନିଆରେ ରାଜ ପଦ ନେବା ପାଇଁ ରାଜଯୋଗ । ସେମାନେ ପୁରୁଣା ଦୁନିଆ ପାଇଁ ବାରିଷ୍ଟର, ଇଞ୍ଜିନିୟର, ସର୍ଜନ ଆଦି ହେଉଛନ୍ତି । ସେହି ପଦ ପଦବୀରେ ରହି-ରହି ଏବେ ପୁରୁଣା ଦୁନିଆର ସମୟ ବହୁତ ଅଳ୍ପ ରହିଛି, ଏହା ତ ଶେଷ ହୋଇଯିବ । ସେହି ଭାଗ୍ୟ ଏହି ମୃତ୍ୟୁଲୋକରେ ଏହି ଜନ୍ମ ପାଇଁ ଉଦ୍ଧିଷ୍ଟ । ତୁମର ପାଠପଢା ହେଲା ନୂଆ ଦୁନିଆ ପାଇଁ । ତୁମେ ନୂଆ ଦୁନିଆ ପାଇଁ ଭାଗ୍ୟ ଗଢିବାକୁ ଆସିଛ । ନୂଆ ଦୁନିଆରେ ତୁମକୁ ରାଜ୍ୟ-ଭାଗ୍ୟ ମିଳିବ । ତୁମକୁ କିଏ ପାଠ ପଢାଉଛନ୍ତି? ବେହଦର ବାବା, ଯାହାଙ୍କଠାରୁ ହିଁ ବର୍ସା ପାଇବ । ଯେପରି ଡାକ୍ତରମାନଙ୍କୁ ନିଜର ପାଠପଢା ଦ୍ୱାରା ଡାକ୍ତରୀର ବର୍ସା ମିଳିଥାଏ । ଆଚ୍ଛା ପୁଣି ବୁଢା ହେଲେ ଗୁରୁଙ୍କ ପାଖକୁ ଯାଇଥାନ୍ତି । ସେମାନେ କଣ ଚାହାଁନ୍ତି? କହନ୍ତି ଆମକୁ ଶାନ୍ତିଧାମ ଯିବାର ଶିକ୍ଷା ଦିଅ, ଆମକୁ ସଦ୍‌ଗତି ଦିଅ । ଏଠାରୁ ଉଦ୍ଧାର କରି ଶାନ୍ତିଧାମ ନେଇଯାଅ । ତେଣୁ ବାବାଙ୍କଠାରୁ ମଧ୍ୟ ବର୍ସା ମିଳୁଛି - ଏହି ଜନ୍ମ ପାଇଁ । ବାକି ଗୁରୁଙ୍କଠାରୁ ତ ଆଉ କିଛି ମିଳୁନାହିଁ । ଶିକ୍ଷକଙ୍କଠାରୁ କିଛି ନା କିଛି ବର୍ସା ପାଇଥାନ୍ତି କାହିଁକି ନା ଆଜୀବିକା ତ ଦରକାର ନା । ବାପର ସମ୍ପତ୍ତି ଥାଇ ମଧ୍ୟ ପାଠ ପଢିଥାନ୍ତି ଯେ ଆମେ ମଧ୍ୟ ନିଜର ରୋଜଗାର କରିବୁ । ଗୁରୁଙ୍କଠାରୁ କିଛି ରୋଜଗାର ହେଉନାହିଁ । ହଁ, କେହି-କେହି ଗୀତାକୁ ଭଲ ଭାବରେ ପଢି ଗୀତା ଉପରେ ଭାଷଣ କରିଥାନ୍ତି । ଏସବୁ ଅଳ୍ପକାଳ ସୁଖ ପାଇଁ ଉଦ୍ଧିଷ୍ଟ । ବର୍ତ୍ତମାନ ଏହି ମୃତ୍ୟୁଲୋକର ଅନ୍ତ ଅଟେ । ତୁମେ ଜାଣିଛ ଯେ ଆମେ ନୂଆ ଦୁନିଆର ଭାଗ୍ୟ ଗଢିବାକୁ ଆସିଛୁ । ଏହି ପୁରୁଣା ଦୁନିଆ ଶେଷ ହୋଇଯିବ । ପିତା ତଥା ନିଜର ସମ୍ପତ୍ତି ସବୁ ଭସ୍ମ ହୋଇଯିବ । ତୁମେମାନେ ଖାଲି ହାତରେ ଯିବ । ଏବେ ନୂଆ ଦୁନିଆ ପାଇଁ ରୋଜଗାର ଦରକାର । ପୁରୁଣା ଦୁନିଆର ମନୁଷ୍ୟମାନେ ତାହା କରିପାରିବେ ନାହିଁ । ନୂଆ ଦୁନିଆର ରୋଜଗାର ଶିବବାବା ହିଁ କରାଉଛନ୍ତି । ଏଠାକୁ ତୁମେ ନୂଆ ଦୁନିଆ ପାଇଁ ଭାଗ୍ୟ ଗଢିବାକୁ ଆସିଛ । ସେହି ବାବା, ତୁମର ବାପ, ଶିକ୍ଷକ, ଗୁରୁ ମଧ୍ୟ ଅଟନ୍ତି । ପରମପିତା ପରମାତ୍ମା ସଂଗମରେ ଆସୁଛନ୍ତି, ଭବିଷ୍ୟତ ନିମନ୍ତେ ରୋଜଗାର ଶିଖାଇବା ପାଇଁ । ବର୍ତ୍ତମାନ ତୁମେ ଏହି ପୁରୁଣା ଦୁନିଆରେ ଅଳ୍ପ ଦିନ ରହିବ । ଏକଥା ଦୁନିଆର ମନୁଷ୍ୟମାନେ ଜାଣି ନାହାଁନ୍ତି । ତୁମେମାନେ ଜାଣିଛ ନୂଆ ଦୁନିଆ ପାଇଁ ସେ ଆମର ବାପ, ଶିକ୍ଷକ, ସତଗୁରୁ ମଧ୍ୟ ଅଟନ୍ତି । ବାବା ଆସୁଛନ୍ତି ଶାନ୍ତିଧାମ, ସୁଖଧାମକୁ ନେଇଯିବା ପାଇଁ । କେହି ନିଜର ଭାଗ୍ୟ ଗଢୁ ନାହାଁନ୍ତି ଅର୍ଥାତ୍ କିଛି ବି ବୁଝୁ ନାହାଁନ୍ତି । ଗୋଟିଏ ଘରେ ସ୍ତ୍ରୀ ପଢୁଛି, ପୁରୁଷ ପଢୁନାହିଁ, ପିଲାମାନେ ପଢୁଛନ୍ତି ମା-ବାପ ପଢୁନାହାଁନ୍ତି । ଏହିପରି ହୋଇ ଚାଲିଛି । ଆରମ୍ଭରୁ ଅନେକ ପରିବାରରୁ ସମସ୍ତେ ଆସୁଥିଲେ । କିନ୍ତୁ ମାୟାର ତୋଫାନ ଲାଗିବା ଦ୍ୱାରା ଆଶ୍ଚର୍ଯ୍ୟ ହୋଇ ଶୁଣିଲେ, କହିଲେ ପୁଣି ବାବାଙ୍କୁ ଛାଡି ଚାଲିଗଲେ । ଗାୟନ ବି ରହିଛି ଆଶ୍ଚର୍ଯ୍ୟଭାବେ ଶୁଣନ୍ତି, କୁହନ୍ତି ବାବାଙ୍କର ହୁଅନ୍ତି, ପାଠ ପଢାନ୍ତି ତଥାପି ମଧ୍ୟ... ହାୟ ଡ୍ରାମାର ଖେଳ । ଏହା ଡ୍ରାମାର ହିଁ କଥା ହେଲା ନା । ବାବା ସ୍ୱୟଂ କହୁଛନ୍ତି ଅହୋ ଡ୍ରାମା, ଅହୋ ମାୟା । କାହାକୁ ଛାଡପତ୍ର ଦେଲେ! ସ୍ତ୍ରୀ-ପୁରୁଷ ପରସ୍ପରକୁ ଛାଡପତ୍ର ଦେଇଥାନ୍ତି । ପିଲାମାନେ ବାବାଙ୍କୁ ଛାଡି ଦେଉଛନ୍ତି । ଏଠାରେ ସେ କଥା ନାହିଁ । ଏଠାରେ ତ ଛାଡପତ୍ର ଦେଇପାରିବେ ନାହିଁ । ବାବା ଆସିଛନ୍ତି ପିଲାମାନଙ୍କୁ ସଚ୍ଚା ରୋଜଗାର କରାଇବା ପାଇଁ । ବାବା କାହାକୁ ଖାଲରେ ପକାଇବେ ନାହିଁ । ବାବା ପତିତ-ପାବନ, ଦୟାର ସାଗର ଅଟନ୍ତି । ବାବା ଆସି ଦୁଃଖରୁ ମୁକ୍ତ କରି ଗାଇଡ୍ ହୋଇ ସାଥିରେ ନେଇଯାଉଛନ୍ତି । ଲୌକିକ ଗୁରୁ ଏପରି କହିବେ ନାହିଁ ଯେ ମୁଁ ତୁମକୁ ସାଥିରେ ନେଇଯିବି । ଶାସ୍ତ୍ରରେ ଅଛି ଭଗବାନୁବାଚ - ମୁଁ ତୁମ ସମସ୍ତଙ୍କୁ ନେଇଯିବି । ମଶା ସଦୃଶ ସମସ୍ତେ ଯିବେ । ତୁମେମାନେ ଭଲ ଭାବରେ ଜାଣିଛ ଯେ ଏବେ ଆମକୁ ଘରକୁ ଯିବାକୁ ହେବ । ଏହି ଶରୀର ଛାଡିବାକୁ ପଡିବ । ନିଜେ ମଲେ ଦୁନିଆ ତୁମ ପାଇଁ ସମାପ୍ତ ହୋଇଗଲା । ନିଜକୁ କେବଳ ଆତ୍ମା ନିଶ୍ଚୟ କରି ବାବାଙ୍କୁ ୟାଦ କରିବାକୁ ହେବ । ଏହା ପୁରୁଣା ଛି-ଛି ଶରୀର । ଏହି ଦୁନିଆ ମଧ୍ୟ ପୁରୁଣା ଅଟେ । ଯେପରି ପୁରୁଣା ଘରେ ରହି, ନୁଆ ଘର ତିଆରି ହେଲେ ବାପ ସହିତ ପିଲାମାନେ ମଧ୍ୟ ଭାବନ୍ତି ଯେ ଆମ ପାଇଁ ତିଆରି ହେଉଛି । ତେଣୁ ବୁଦ୍ଧି ନୂଆ ଘର ଆଡକୁ ଚାଲିଯାଇଥାଏ । ଏପରି ଏପରି କର, ଏହି ଜିନିଷ ଲଗାଅ । ବୁଦ୍ଧି ସେଥିରେ ହିଁ ଲାଗିରହିଥାଏ ପୁଣି ପୁରୁଣା ଘରକୁ ଭାଙ୍ଗି ଦେଇଥାନ୍ତି । ସବୁ ମମତ୍ୱ ପୁରୁଣାରୁ ତୁଟାଇ ନୂଆରେ ଲଗାଇଥାନ୍ତି । ଏହା ବେହଦ ଦୁନିଆର କଥା । ଏହି ପୁରୁଣା ଦୁନିଆରୁ ମମତ୍ତ୍ୱ ତୁଟାଇ ନୂଆ ଦୁନିଆରେ ଲଗାଇବାକୁ ହେବ । ଜାଣିଛନ୍ତି ଯେ ଏହି ପୁରୁଣା ଦୁନିଆ ଶେଷ ହୋଇଯିବ । ନୂଆ ଦୁନିଆ ହେଉଛି ସ୍ୱର୍ଗ । ସେଥିରେ ଆମେ ରାଜା ପଦ ପାଇବୁ । ଯେତେ ଯୋଗରେ ରହି, ଜ୍ଞାନର ଧାରଣା କରି ଅନ୍ୟକୁ ବୁଝାଇବ, ସେତେ ଖୁସିର ନିଶା ଚଢିବ । ଏହା ବହୁତ ବଡ ପରୀକ୍ଷା ଅଟେ । ଆମେ ୨୧ ଜନ୍ମ ପାଇଁ ବର୍ସା ପାଉଛୁ । ସାହୁକାର ହେବା ଭଲ ନା । ବଡ ଆୟୁଷ ମିଳିଲେ ଭଲ । ସୃଷ୍ଟିଚକ୍ରକୁ ଯେତେ ୟାଦ କରିବା, ଯେତେ ଜଣଙ୍କୁ ନିଜ ସମାନ କରାଇବା ସେତେ ଫାଇଦା ଅଛି । ରାଜା ହେବାକୁ ହେଲେ ପ୍ରଜା ମଧ୍ୟ ତିଆରି କରିବାକୁ ହେବ । ପ୍ରଦର୍ଶନୀକୁ ଢେର ଆସୁଛନ୍ତି, ସେମାନେ ସମସ୍ତେ ପ୍ରଜା ହେବେ, କାହିଁକି ନା ଏହି ଅବିନାଶୀ ଜ୍ଞାନର ବିନାଶ ହେଉ ନାହିଁ । ବୁଦ୍ଧିରେ ଆସିବ - ଆମେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହେବୁ । ବର୍ତ୍ତମାନ ରାମରାଜ୍ୟର ସ୍ଥାପନା ହେଉଛି, ପୁଣି ରାବଣ ରାଜ୍ୟର ବିନାଶ ହୋଇଯିବ । ସତ୍ୟଯୁଗରେ ତ ଦେବତାମାନେ ରହିବେ ।

ବାବା ବୁଝାଇଥିଲେ - ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ର ଯିଏ ତିଆରି କରୁଛନ୍ତି, ସେଥିରେ ଲେଖିବା ଦରକାର ଯେ ପୂର୍ବଜନ୍ମରେ ଇଏ ତମୋପ୍ରଧାନ ଦୁନିଆରେ ଥିଲେ ପୁଣି ଏହି ପୁରୁଷାର୍ଥ କରିବା ଦ୍ୱାରା ତମୋପ୍ରଧାନ ଦୁନିଆରୁ ସତ୍ତ୍ୱପ୍ରଧାନ ବିଶ୍ୱର ମାଲିକ ହେବେ । ସେଠାରେ ରାଜା-ପ୍ରଜା ସମସ୍ତେ ମାଲିକ ହେବେ ନା । ପ୍ରଜା ମଧ୍ୟ କହିବେ ଭାରତ ଆମର ସବୁଠାରୁ ଉଚ୍ଚ । ବାସ୍ତବରେ ଭାରତ ହିଁ ସବୁଠାରୁ ଉଚ୍ଚ ଥିଲା । ଏବେ ନାହିଁ, ନିଶ୍ଚିତ ପୂର୍ବରୁ ଥିଲା । ଏବେ ବିଲ୍‌କୁଲ୍ ଗରିବ ହୋଇଯାଇଛି । ପ୍ରାଚୀନ ଭାରତ ସବୁଠାରୁ ସାହୁକାର ଥିଲା । ଆମେ ଭାରତବାସୀ ସବୁଠାରୁ ଉଚ୍ଚ ଦେବତା କୂଳର ଥିଲୁ । ଅନ୍ୟ କାହାକୁ ଦେବୀ-ଦେବତା କୁହାଯାଉନାହିଁ । ଏବେ କନ୍ୟାମାନେ ମଧ୍ୟ ପାଠ ପଢୁଛନ୍ତି ପୁଣି ଅନ୍ୟମାନଙ୍କୁ ବୁଝାଇବାକୁ ପଡିବ । ବାବା ନିର୍ଦ୍ଦେଶ ଦେଉଛନ୍ତି ନା । କିପରି ପ୍ରଦର୍ଶନୀ ପାଇଁ ଚିଠି ଦିଆଯିବ, ତାହା ଲେଖିକରି ଆଣ । ତୁମ ପାଖରେ ଚିତ୍ର ମଧ୍ୟ ଅଛି, ତୁମେ ସିଦ୍ଧ କରି କହିପାରିବ ଯେ ଏମାନେ ଏହି ପଦ କିପରି ପାଇଲେ । ଏବେ ପୁନର୍ବାର ଶିବବାବାଙ୍କ ଦ୍ୱାରା ଏହି ପଦ ପାଉଛନ୍ତି । ତାଙ୍କର ଚିତ୍ର ମଧ୍ୟ ଅଛି । ଶିବ ହେଉଛନ୍ତି ପରମପିତା ପରମାତ୍ମା । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ମଧ୍ୟ ଚିତ୍ର ଅଛି । ପରମପିତା ପରମାତ୍ମା ବ୍ରହ୍ମା ଦ୍ୱାରା ସ୍ଥାପନା କରୁଛନ୍ତି । ବିଷ୍ଣୁପୁରୀ ସମ୍ମୁଖରେ ରହିଛି । ବିଷ୍ଣୁଙ୍କ ଦ୍ୱାରା ନୂଆ ଦୁନିଆର ପାଳନା ହେଉଛି । ବିଷ୍ଣୁ ହେଲେ ରାଧା-କୃଷ୍ଣଙ୍କର ଯୁଗଳ ରୂପ । ତେବେ ଗୀତାର ଭଗବାନ କିଏ? ପ୍ରଥମେ ଏହି କଥା ଲେଖ ଯେ ଗୀତାର ଭଗବାନ ନିରାକାର ଶିବ ଅଟନ୍ତି ନା କୃଷ୍ଣ । ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା କିପରି ହୋଇଛନ୍ତି । ଗୋଟିଏ ଚିତ୍ର ଉପରେ ବୁଝାଇବାରେ କେତେ ସମୟ ଲାଗୁଛି । ଯେପରି ବୁଦ୍ଧିରେ ଏହି କଥା ରହିବ । ପ୍ରଥମେ-ପ୍ରଥମେ ଏହିକଥା ବୁଝାଇ ପୁଣି ଲେଖିବା ଦରକାର । ବାବା କହୁଛନ୍ତି - ବ୍ରହ୍ମାଙ୍କ ଦ୍ୱାରା ତୁମକୁ ଯୋଗବଳରେ ୨୧ ଜନ୍ମର ଅଧିକାର ମିଳୁଛି । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ବର୍ସା ଦେଉଛନ୍ତି । ପ୍ରଥମେ-ପ୍ରଥମେ ବ୍ରହ୍ମାଙ୍କ ଆତ୍ମା ଶୁଣୁଛି । ଆତ୍ମା ହିଁ ଧାରଣ କରୁଛି । ଏହା ହିଁ ହେଉଛି ମୂଳକଥା । ଚିତ୍ର ତ ଶିବଙ୍କର ଦେଖାଉଛନ୍ତି । ଇଏ ହେଉଛନ୍ତି ପରମପିତା ପରମାତ୍ମା ଶିବ, ପୁଣି ପ୍ରଜାପିତା ବ୍ରହ୍ମା ତ ନିଶ୍ଚିତ ରହିବା ଦରକାର । ଏଠାରେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରହ୍ମାକୁମାର-କୁମାରୀ ଢେର ଅଛନ୍ତି । ଯେପର୍ଯ୍ୟନ୍ତ ବ୍ରହ୍ମାଙ୍କର ସନ୍ତାନ ନ ହୋଇ, ବ୍ରାହ୍ମଣ ନ ହୋଇଛ ତେବେ ଶିବବାବାଙ୍କଠାରୁ ବର୍ସା କିପରି ନେବ । କୁଖ ବଂଶାବଳୀ ତ ସମ୍ପତ୍ତି ପ୍ରାପ୍ତ କରିପାରିବେ ନାହିଁ । ଦୈହିକ ଜନ୍ମ ତ ହୋଇପାରିବ ନାହିଁ । ମୁଖ ବଂଶାବଳୀର ମଧ୍ୟ ଗାୟନ ରହିଛି । ତୁମେ କହୁଛ ଆମେ ପ୍ରଜାପିତା ବ୍ରହ୍ମାଙ୍କର ମୁଖବଂଶାବଳୀ ଅଟୁ । ସେମାନେ ଗୁରୁଙ୍କର ଚେଲା ଅଥବା ଅନୁଗାମୀ ହୋଇଥାନ୍ତି । ଏଠାରେ ତୁମେ ଜଣଙ୍କୁ ହିଁ ପିତା, ଶିକ୍ଷକ.ସତଗୁରୁ ବୋଲି କହୁଛ । ପୁଣି ତାଙ୍କୁ କହୁଛ ଯିଏକି ନିରାକାର ଶିବବାବା ଜ୍ଞାନର ସାଗର, ନଲେଜଫୁଲ ଅଟନ୍ତି । ଯିଏ ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଉଛନ୍ତି । ସିଏ ଶିକ୍ଷକ ବି ଅଟନ୍ତି । ନିରାକାର ଆସି ସାକାରଙ୍କ ଦ୍ୱାରା ଜ୍ଞାନ ଶୁଣାଉଛନ୍ତି । ଆତ୍ମା ହିଁ କହୁଛି ନା । ଆତ୍ମା କହୁଛି ମୋ ଶରୀରକୁ ବିରକ୍ତ କରାଅ ନାହିଁ । ଆତ୍ମା ହିଁ ଦୁଃଖୀ ହେଉଛି । ବର୍ତ୍ତମାନ ଆତ୍ମା ପତିତ ହୋଇଯାଇଛି । ପତିତଙ୍କୁ ପାବନ ପରମପିତା ପରମାତ୍ମା ହିଁ କରାଇବେ । ଆତ୍ମା ଡାକୁଛି ହେ ପତିତ-ପାବନ, ହେ ଈଶ୍ୱର ପିତା । ଲୌକିକ ପିତା ତ ଅଛନ୍ତି ତେବେ ୟାଦ କାହାକୁ କରୁଛନ୍ତି । ଆତ୍ମା କହୁଛନ୍ତି ଇଏ ମୋର ଆତ୍ମାର ପିତା । ସିଏ ଶରୀରର ପିତା । ବୁଝାଯାଉଛି ଯେ ଆତ୍ମାର ପିତା ଯିଏ ନିରାକାର ଅଟନ୍ତି, ସିଏ ବଡ ନାଁ ଶରୀରର ରଚୟିତା ସାକାର ପିତା ବଡ? ସାକାର ତ ନିରାକାରଙ୍କୁ ୟାଦ କରିଥାନ୍ତି । ଏବେ ସମସ୍ତଙ୍କୁ ବୁଝାଯାଉଛି, ଯେତେବେଳେ କି ବିନାଶ ସମ୍ମୁଖରେ ଦଣ୍ଡାୟମାନ । ପାରଲୌକିକ ବାବା ଆସୁଛନ୍ତି ଅନ୍ତ ସମୟରେ, ସମସ୍ତଙ୍କୁ ଘରକୁ ନେଇଯିବା ପାଇଁ । ବାକି ଯାହା କିଛି ବି ଅଛି ସବୁ ବିନାଶ ହେବ, ଏହାକୁ ମୃତ୍ୟୁଲୋକ କୁହାଯାଉଛି । କେହି ମୃତ୍ୟୁବରଣ କଲେ କହନ୍ତି ଅମୁକ ପରଲୋକ ପ୍ରାପ୍ତ କଲେ, ଶାନ୍ତିଧାମ ଗଲେ, ମନୁଷ୍ୟମାନଙ୍କୁ ଜଣାନାହିଁ ଯେ ପରଲୋକ ସତ୍ୟଯୁଗକୁ କୁହାଯାଉଛି ନା ଶାନ୍ତିଧାମକୁ? ସତ୍ୟଯୁଗ ତ ଏହିଠାରେ ହେଉଛି । ତେବେ ପରଲୋକ, ଶାନ୍ତିଧାମକୁ କୁହାଯିବ । ଏହି କଥା ବୁଝାଇବା ପାଇଁ ଯୁକ୍ତି ଦରକାର । ମନ୍ଦିରକୁ ଯାଇ ସେଠାରେ ବୁଝାଇବା ଉଚିତ । ଏହା ଶିବବାବାଙ୍କର ସ୍ମୃତି ଚିହ୍ନ, ଯେଉଁ ଶିବବାବା ଆମକୁ ପାଠ ପଢାଉଛନ୍ତି । ବାସ୍ତବରେ ଶିବ ହେଉଛନ୍ତି ବିନ୍ଦୁ । କିନ୍ତୁ ବିନ୍ଦୁର ପୂଜା କିପରି କରିବ । ଫଳ ଫୁଲ ଆଦି କିପରି ଚଢାଯିବ, ସେଥିପାଇଁ ବଡ ରୂପ ତିଆରି କରାଯାଇଛି । ତାଙ୍କର ଏତେ ବଡ ରୂପ ହୋଇନଥାଏ । ଗାୟନ ବି ରହିଛି ଭ୍ରୁକୁଟୀ ମଧ୍ୟରେ ଚମକୁଛି ଅଜବ ସିତାରା... ବଡ ଜିନିଷ ହୋଇଥିଲେ ବୈଜ୍ଞାନିକମାନେ ତୁରନ୍ତ ତାଙ୍କୁ ଧରିପାରିଥାନ୍ତେ । ବାବା ବୁଝାଉଛନ୍ତି ସେମାନଙ୍କୁ ପରମପିତା ପରମାତ୍ମାଙ୍କର ପୁରା ପରିଚୟ ମିଳିନାହିଁ । ଯେବେ ଭାଗ୍ୟ ଖୋଲିବ ତେବେ ପରିଚୟ ପାଇବେ, ଏବେ ଭାଗ୍ୟ ହିଁ ଖୋଲିନାହିଁ । ଯେପର୍ଯ୍ୟନ୍ତ ବାବାଙ୍କୁ ଜାଣି ନାହାଁନ୍ତି ଏକଥା ବୁଝିପାରିବେ ନାହିଁ ଯେ ଆମର ଆତ୍ମା ବିନ୍ଦୁ ସମାନ ଅଟେ । ଶିବବାବା ମଧ୍ୟ ବିନ୍ଦୁ ଅଟନ୍ତି, ଆମେ ବିନ୍ଦୁକୁ ୟାଦ କରୁଛୁ । ଏହିପରି ଭାବରେ ୟାଦ କଲେ ବିକର୍ମ ବିନାଶ ହେବ । ବାକି ଏହା ଦେଖୁଛୁ, ତାହା ଦେଖୁଛୁ... ଏହାକୁ ମାୟାର ବିଘ୍ନ କୁହାଯାଉଛି । ଏବେ ଖୁସି ହେଉଛ ଯେ ଆମକୁ ପରମାତ୍ମା ମିଳିଛନ୍ତି, କିନ୍ତୁ ଜ୍ଞାନ ମଧ୍ୟ ଦରକାର ନା । କାହାକୁ କୃଷ୍ଣଙ୍କର ସାକ୍ଷାତ୍‌କାର ହେଲେ ଖୁସି ହୋଇଯାଆନ୍ତି । ବାବା କହୁଛନ୍ତି - କୃଷ୍ଣଙ୍କର ସାକ୍ଷାତ୍‌କାର କରି ବହୁତ ଖୁସିରେ ନୃତ୍ୟ କରୁଛନ୍ତି କିନ୍ତୁ ଏହା ଦ୍ୱାରା କୌଣସି ସଦ୍‌ଗତି ହେଉ ନାହିଁ । ଏହି ସାକ୍ଷାତ୍‌କାର ତ ହଠାତ୍ ହୋଇଯାଉଛି । ଯଦି ଭଲ ଭାବରେ ପାଠ ନ ପଢିବ ତେବେ ପ୍ରଜାକୁ ଚାଲିଯିବ । ଅଳ୍ପ କିଛି ଜ୍ଞାନ ଶୁଣିଲେ ମଧ୍ୟ କୃଷ୍ଣପୁରୀରେ ସାଧାରଣ ପ୍ରଜା ଆଦି ହେବ । ଏବେ ତୁମେମାନେ ଜାଣୁଛ ଶିବବାବା ଆମକୁ ଏହି ଜ୍ଞାନ ଶୁଣାଉଛନ୍ତି । ସିଏ ହିଁ ନଲେଜଫୁଲ୍ ଅଟନ୍ତି ।

ବାବାଙ୍କ ନିର୍ଦ୍ଦେଶ, ପବିତ୍ର ନିଶ୍ଚିତ ହେବାକୁ ପଡିବ । କିନ୍ତୁ କେହି କେହି ପବିତ୍ର ମଧ୍ୟ ରହିପାରୁ ନାହାଁନ୍ତି । କେବେ-କେବେ ପତିତ ମଧ୍ୟ ଏଠାକୁ ଲୁଚି କରି ଆସିଯାଉଛନ୍ତି । ସେମାନେ ନିଜର ହିଁ କ୍ଷତି କରୁଛନ୍ତି । ନିଜକୁ ହିଁ ଠକୁଛନ୍ତି । ବାବାଙ୍କୁ ଠକିବାର ପ୍ରଶ୍ନ ହିଁ ଉଠୁନି । ବାବାଙ୍କୁ ଠକି କଣ ପଇସା ନେବ! ଶିବବାବାଙ୍କର ଶ୍ରୀମତରେ କାଇଦା ଅନୁସାରେ ନ ଚାଲିଲେ କଣ ଅବସ୍ଥା ହେବ । ବହୁତ ଦଣ୍ଡ ଭୋଗ କରିବାକୁ ପଡିବ, ଦ୍ୱିତୀୟରେ ପୁଣି ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । କାଇଦା ବିରୁଦ୍ଧରେ କୌଣସି କାମ କରିବା ଅନୁଚିତ୍ । ବାବା ତ ବୁଝାଇବେ ନା - ତୁମର ଚଳଣି ଠିକ୍ ନାହିଁ । ବାବା ରୋଜଗାରର ରାସ୍ତା ବତାଉଛନ୍ତି ପୁଣି କେହି କରନ୍ତୁ ନ କରନ୍ତୁ ସେମାନଙ୍କର ଭାଗ୍ୟ । ଦଣ୍ଡ ପାଇ ଶାନ୍ତିଧାମ ଯିବାକୁ ହିଁ ହେବ, ପଦ ଭ୍ରଷ୍ଟ ହୋଇଗଲେ କିଛି ମଧ୍ୟ ମିଳିବ ନାହିଁ । ଆସୁଛନ୍ତି ବହୁତ, କିନ୍ତୁ ଏଠାରେ ବାବାଙ୍କଠାରୁ ବର୍ସା ନେବାର କଥା ରହିଛି । ପିଲାମାନେ କହୁଛନ୍ତି, ବାବାଙ୍କଠାରୁ ଆମେ ସ୍ୱର୍ଗର ସୂର୍ଯ୍ୟବଂଶୀ ରାଜା ପଦ ପାଇବୁ । ଏହା ରାଜଯୋଗ ଅଟେ ନା । ଛାତ୍ର ବୃତ୍ତି ମଧ୍ୟ ନେଇଥାନ୍ତି ନା । ପାସ୍ ହେଲାବାଲାଙ୍କୁ ବୃତ୍ତି ମିଳିଥାଏ । ଏହି ମାଳା ସେମାନଙ୍କର ତିଆରି ହୋଇଛି - ଯେଉଁମାନେ ବୃତ୍ତି ନେଇଛନ୍ତି । ଯିଏ ଯେପରି ପାସ୍ ହେବେ, ସେହିପରି ବୃତ୍ତି ମିଳିବ, ବୃଦ୍ଧି ହୋଇ-ହୋଇ ହଜାର ହଜାର ସଂଖ୍ୟା ହୋଇଯିବ । ରାଜା ପଦ ହିଁ ବୃତ୍ତି ଅଟେ । ଯିଏ ଭଲ ଭାବରେ ପାଠ ପଢନ୍ତି, ସେ ଗୁପ୍ତ ରହିପାରିବେ ନାହିଁ । ବହୁତ ନୂଆ-ନୂଆ ଆତ୍ମା ପୁରୁଣାମାନଙ୍କଠାରୁ ଆଗକୁ ଚାଲିଯିବେ । ହୀରାତୁଲ୍ୟ ଜୀବନ ଗଢିବେ । ନିଜର ସଚ୍ଚା ରୋଜଗାର କରି ୨୧ ଜନ୍ମ ପାଇଁ ବର୍ସା ପାଇବେ, କେତେ ଖୁସି ହେବା ଉଚିତ୍ । ଜାଣିଛନ୍ତି ଯେ ଏହି ବର୍ସା ଏବେ ନ ନେଲେ ଆଉ କେବେ ନେଇପାରିବୁ ନାହିଁ । ପାଠପଢାର ସଉକ ରହିଥାଏ ନା । କାହାର ତ ବୁଝାଇବା ପାଇଁ ଟିକିଏ ହେଲେ ବି ସଉକ ନଥାଏ । ଡ୍ରାମା ଅନୁସାରେ ଭାଗ୍ୟରେ ନଥିଲେ ଭଗବାନ ମଧ୍ୟ କଣ କରିବେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) କୌଣସି ବି କାର୍ଯ୍ୟ ଶ୍ରୀମତ ବିରୁଦ୍ଧରେ କରିବାର ନାହିଁ । ଭଲ ଭାବରେ ପାଠପଢି ଉଚ୍ଚ ଭାଗ୍ୟ ଗଢିବାକୁ ହେବ । କାହାକୁ ବି ଦୁଃଖ ଦେବାର ନାହିଁ ।

(୨) ଏହି ପୁରୁଣା ଦୁନିଆରୁ ମମତ୍ତ୍ୱ ତୁଟାଇ ଦେବାକୁ ହେବ । ବୁଦ୍ଧିଯୋଗ ନୂଆ ଦୁନିଆରେ ଲଗାଇବାକୁ ହେବ । ଖୁସିରେ ରହିବା ପାଇଁ ଜ୍ଞାନକୁ ନିଜେ ଧାରଣ କରି ଅନ୍ୟକୁ ଧାରଣା କରାଇବାକୁ ହେବ ।

ବରଦାନ:-
ଲାଇଟ୍ ହାଉସ୍ ସ୍ଥିତି ଦ୍ୱାରା ପାପ କର୍ମକୁ ସମାପ୍ତ କରୁଥିବା ପୁଣ୍ୟଆତ୍ମା ହୁଅ ।

ଯେଉଁଠାରେ ଆଲୋକ ଥାଏ ସେଠାରେ କୌଣସି ପ୍ରକାରର ପାପ କର୍ମ ହୋଇନଥାଏ । ତେଣୁ ସର୍ବଦା ଲାଇଟ୍ ହାଉସ୍ ସ୍ଥିତିରେ ସ୍ଥିତ ରହିଲେ ମାୟା କୌଣସି ପ୍ରକାରର ପାପ କର୍ମ କରାଇପାରିବ ନାହିଁ ଏବଂ ତୁମେ ପୁଣ୍ୟ ଆତ୍ମା ହୋଇଯିବ । ପୂଣ୍ୟ ଆତ୍ମା ସଂକଳ୍ପରେ ମଧ୍ୟ କୌଣସି ପାପ କର୍ମ କରିପାରିବ ନାହିଁ । ଯେଉଁଠାରେ ପାପ ଥାଏ ସେଠାରେ ବାବାଙ୍କର ସ୍ମୃତି ନଥାଏ । ତେଣୁ ଦୃଢ ସଂକଳ୍ପ କର ଯେ ମୁଁ ପୁଣ୍ୟ ଆତ୍ମା ଅଟେ, ପାପ ମୋ ସମ୍ମୁଖକୁ ଆସିପାରିବ ନାହିଁ । ସ୍ୱପ୍ନ ବା ସଂକଳ୍ପରେ ମଧ୍ୟ ପାପକୁ ଆସିବାକୁ ଦିଅ ନାହିଁ ।

ସ୍ଲୋଗାନ:-
ଯେଉଁମାନେ ପ୍ରତ୍ୟେକ ଦୃଶ୍ୟକୁ ସାକ୍ଷୀ ହୋଇ ଦେଖିଥାନ୍ତି ସେହିମାନେ ସର୍ବଦା ହର୍ଷିତ ରହିଥାନ୍ତି ।