02.10.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହି ପୁରୁଷୋତ୍ତମ ସଂଗମଯୁଗ କଲ୍ୟାଣକାରୀ ଯୁଗ, ଏହି ଯୁଗରେ ହିଁ ତୁମେ କନିଷ୍ଠରୁ ଉତ୍ତମ ପୁରୁଷ ହେଉଛ ଏବଂ ବିଶ୍ୱ ପରିବର୍ତ୍ତନ ହେଉଛି ।

ପ୍ରଶ୍ନ:-
ଏହି ଜ୍ଞାନ ମାର୍ଗରେ କେଉଁ କଥା ଭାବିବା ଦ୍ୱାରା ବା କହିବା ଦ୍ୱାରା କଦାପି ଉନ୍ନତି ହୋଇପାରିବ ନାହିଁ ?

ଉତ୍ତର:-
ଯଦି ଡ୍ରାମାରେ ଥିବ ତେବେ ପୁରୁଷାର୍ଥ କରିବି । ଡ୍ରାମା କରାଇଲେ ଯାଇ କରିବି । ଏହିଭଳି ଭାବୁଥିବା ବା କହୁଥିବା ପିଲାମାନଙ୍କର କଦାପି ଉନ୍ନତି ହୋଇପାରିବ ନାହିଁ । ଏପରି କହିବା ହିଁ ଭୁଲ୍ ଅଟେ । ତୁମେ ଜାଣିଛ ଏବେ ଯେଉଁ ପୁରୁଷାର୍ଥ ଆମେ କରୁଛୁ, ତାହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ତେଣୁ ପୁରୁଷାର୍ଥ କରିବାକୁ ହିଁ ପଡିବ ।

ଗୀତ:-
ଏହି କାହାଣୀ ଦୀପ ଏବଂ ତୁଫାନର...

ଓମ୍ ଶାନ୍ତି ।
ଏହା ହେଉଛି କଳିଯୁଗୀ ମନୁଷ୍ୟମାନଙ୍କର ଗୀତ । କିନ୍ତୁ ଏହାର ଅର୍ଥକୁ ସେମାନେ ଜାଣି ନାହାଁନ୍ତି । ଏକଥା ତୁମେ ଜାଣିଛ । ଏବେ ତୁମେ ହେଲ ପୁରୁଷୋତ୍ତମ ସଂଗମଯୁଗୀ । ସଂଗମଯୁଗ ସହିତ ପୁରୁଷୋତ୍ତମ ମଧ୍ୟ ଲେଖିବା ଦରକାର । ପିଲାମାନଙ୍କର ଜ୍ଞାନର ପଏଣ୍ଟସ୍ ମନେ ନରହିବା କାରଣରୁ ଏଭଳି ପ୍ରକାରର ଅକ୍ଷର ଲେଖିବାକୁ ଭୁଲିଯାଉଛନ୍ତି । ଏହା ହିଁ ହେଉଛି ମୁଖ୍ୟ କଥା, ଏହାର ଅର୍ଥକୁ ମଧ୍ୟ ତୁମେ ହିଁ ବୁଝିପାରିବ । ପୁରୁଷୋତ୍ତମ ମାସ ମଧ୍ୟ ରହିଛି । ଏହା ପୁଣି ହେଉଛି ପୁରୁଷୋତ୍ତମ ସଂଗମଯୁଗ । ଏହି ସଂଗମର ମଧ୍ୟ ଏକ ପର୍ବ ରହିଛି । ଏହି ପର୍ବ ସବୁଠାରୁ ଶ୍ରେଷ୍ଠ ଅଟେ । ତୁମେ ଜାଣିଛ ଏବେ ଆମେ ପୁରୁଷୋତ୍ତମ ହେବାକୁ ଯାଉଛୁ । ଉତ୍ତମରୁ ଉତ୍ତମ ପୁରୁଷ, ଉଚ୍ଚରୁ ଉଚ୍ଚ, ସାହୁକାରରୁ ସାହୁକାର ନମ୍ବରୱାନ୍ ଲକ୍ଷ୍ମୀ-ନାରାୟଣଙ୍କୁ କୁହାଯିବ । ଶାସ୍ତ୍ରରେ ଦେଖାନ୍ତି ବହୁତ ବଡ ପ୍ରଳୟ ହେଲା । ପୁଣି ନମ୍ବରୱାନ୍ ଶ୍ରୀକୃଷ୍ଣ ସାଗରରେ ଅଶ୍ୱସ୍ତ ପତ୍ରରେ ଭାସି ଭାସି ଆସିଲେ । ଏବେ ତୁମେ କଣ କହିବ ? ନମ୍ବରୱାନ ହେଲେ ଏହି ଶ୍ରୀକୃଷ୍ଣ, ଯାହାଙ୍କୁ ହିଁ ଶ୍ୟାମ-ସୁନ୍ଦର କୁହାଯାଏ । ଶାସ୍ତ୍ରରେ ଦେଖାଇଛନ୍ତି ଶ୍ରୀକୃଷ୍ଣ ଆଙ୍ଗୁଠି ଚୁଚୁମି ଚୁଚୁମି ଆସିଲେ । ପିଲା ତ ଗର୍ଭରେ ହିଁ ରହିଥାଏ । ତେଣୁ ପ୍ରଥମେ ପ୍ରଥମେ ଜ୍ଞାନ ସାଗରଙ୍କଠାରୁ ଉତ୍ତମରୁ ଉତ୍ତମ ପୁରୁଷ ଶ୍ରୀକୃଷ୍ଣ ବାହାରିଲେ । ଜ୍ଞାନ ସାଗରଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା ହେଉଛି । ଏଥିରେ ନମ୍ବରୱାନ ପୁରୁଷୋତ୍ତମ ହେଉଛନ୍ତି ଏହି ଶ୍ରୀକୃଷ୍ଣ ଏବଂ ଇଏ ହେଲେ ଜ୍ଞାନର ସାଗର ପାଣିର ନୁହେଁ । ବାସ୍ତବରେ ପ୍ରଳୟ ମଧ୍ୟ ହେଉ ନାହିଁ । କେତେକ ନୂଆ-ନୂଆ ସନ୍ତାନ ଆସୁଥିବାରୁ ବାବାଙ୍କୁ ପୁଣି ପୁରୁଣା ପଏଣ୍ଟସ୍ର ପୁନରାବୃତ୍ତି କରିବାକୁ ପଡୁଛି । ସତ୍ୟଯୁଗ-ତ୍ରେତା-ଦ୍ୱାପର -କଳିଯୁଗ... ଏହି ୪ଯୁଗ ତ ରହିଛି । ପଞ୍ଚମ ପୁଣି ପୁରୁଷୋତ୍ତମ ସଂଗମଯୁଗ । ଏହି ଯୁଗରେ ମନୁଷ୍ୟ ପରିବର୍ତ୍ତନ ହେଉଛନ୍ତି । କନିଷ୍ଠରୁ ସର୍ବୋତ୍ତମ ହେଉଛନ୍ତି । ଯେପରି ଶିବବାବାଙ୍କୁ ମଧ୍ୟ ପୁରୁଷୋତ୍ତମ ଅଥବା ସର୍ବୋତ୍ତମ କହୁଛନ୍ତି ନା । ସେ ହେଉଛନ୍ତି ପରମ ଆତ୍ମା, ପରମାତ୍ମା । ପୁଣି ପୁରୁଷମାନଙ୍କ ମଧ୍ୟରେ ଉତ୍ତମ ହେଉଛନ୍ତି ଏହି ଲକ୍ଷ୍ମୀ-ନାରାୟଣ । ଏହାଙ୍କୁ ଏହିପରି କିଏ କରିଛନ୍ତି ? ଏକଥା ତୁମେମାନେ ହିଁ ଜାଣିଛ । ପିଲାମାନେ ମଧ୍ୟ ବୁଝୁଛନ୍ତି, ଏହି ସମୟରେ ଆମେ ଏହିପରି ହେବା ପାଇଁ ପୁରୁଷାର୍ଥ କରୁଛୁ । ପୁରୁଷାର୍ଥ କୌଣସି ବହୁତ ବଡ ନୁହେଁ, ବହୁତ ସାଧାରଣ ଅଟେ । ଅବଳା କୁବ୍ଜାମାନେ ବି ଶିଖୁଛନ୍ତି, ଯେଉଁମାନେ କି କିଛି ହେଲେ ଲେଖା-ପଢା ଜାଣି ନାହାଁନ୍ତି । ସେମାନଙ୍କ ପାଇଁ କେତେ ସହଜ କରି ବୁଝାଯାଉଛି । ଦେଖ ଅହମଦାବାଦର ଜଣେ ସାଧୁ କହୁଥିଲେ ମୁଁ କିଛି ଖିଆପିଆ କରୁ ନାହିଁ । ଆଚ୍ଛା ଯଦି କେହି ସାରା ଜୀବନ ଖିଆପିଆ ନକରୁଛନ୍ତି ପୁଣି କଣ ହେଲା ? ପ୍ରାପ୍ତି ତ କିଛି ହେଲା ନାହିଁ ନା । ବୃକ୍ଷକୁ ମଧ୍ୟ ଖାଦ୍ୟ ମିଳୁଛି ନା । ସ୍ୱତଃ ଖତ ପାଣି ଆଦି ତାକୁ ମିଳୁଛି, ଯାହା ଦ୍ୱାରା ବୃକ୍ଷର ବୃଦ୍ଧି ହେଉଛି । ସେ ମଧ୍ୟ କୌଣସି ରିଦ୍ଧି-ସିଦ୍ଧି ପାଇଥିବେ । ଏହିପରି ବହୁତ ଅଛନ୍ତି ଯିଏକି ନିଆଁ ଅଥବା ପାଣି ଉପରେ ଚାଲୁଛନ୍ତି । ଏହା ଦ୍ୱାରା ଲାଭ କଣ । ତୁମର ତ ଏହି ସହଜ ରାଜଯୋଗ ଦ୍ୱାରା ଜନ୍ମ-ଜନ୍ମାନ୍ତରର ଫାଇଦା ରହିଛି । ତୁମକୁ ମୁଁ ଜନ୍ମ-ଜନ୍ମାନ୍ତର ପାଇଁ ଦୁଃଖୀରୁ ସୁଖୀ କରାଉଛି । ବାବା କହୁଛନ୍ତି ପିଲାମାନେ, ଡ୍ରାମା ଅନୁସାରେ ମୁଁ ତୁମକୁ ଗୁହ୍ୟ କଥା ଶୁଣାଉଛି ।

ଯେପରି ବାବା ବୁଝାଉଛନ୍ତି ଯେ ଶିବ ଏବଂ ଶଙ୍କରଙ୍କୁ ମିଶାଇ ଦେଇଛନ୍ତି କାହିଁକି ? ଶଙ୍କରଙ୍କର ତ ଏହି ସୃଷ୍ଟିରେ ପାର୍ଟ ହିଁ ନାହିଁ । ଶିବ, ବ୍ରହ୍ମା, ବିଷ୍ଣୁଙ୍କର ପାର୍ଟ ରହିଛି । ବ୍ରହ୍ମା ଏବଂ ବିଷ୍ଣୁଙ୍କର ଅଲରାଉଣ୍ଡ ପାର୍ଟ ରହିଛି । ଶିବବାବାଙ୍କର ମଧ୍ୟ ଏହି ସମୟରେ ପାର୍ଟ ରହିଛି, ଯିଏକି ଆସି ଜ୍ଞାନ ଦେଉଛନ୍ତି । ପୁଣି ନିର୍ବାଣଧାମକୁ ଚାଲିଯାଉଛନ୍ତି । ପିଲାମାନଙ୍କୁ ସମ୍ପତ୍ତି ଦେଇ ନିଜେ ବାନପ୍ରସ୍ଥକୁ ଚାଲିଯାଉଛନ୍ତି । ବାନପ୍ରସ୍ଥୀ ହେବା ଅର୍ଥାତ୍ ଗୁରୁଙ୍କ ଦ୍ୱାରା ବାଣୀରୁ ଉର୍ଦ୍ଧ୍ୱକୁ ଯିବାର ପୁରୁଷାର୍ଥ କରିବା । କିନ୍ତୁ ଘରକୁ କେହି ଫେରି ଯାଇପାରିବେ ନାହିଁ କାହିଁକି ନା ବିକାରୀ ଭ୍ରଷ୍ଟାଚାରୀ ଅଟନ୍ତି । ବିକାର ଦ୍ୱାରା ସମସ୍ତଙ୍କର ଜନ୍ମ ହେଉଛି । ଏହି ଲକ୍ଷ୍ମୀ-ନାରାୟଣ ନିର୍ବିକାରୀ ଅଟନ୍ତି, ସେମାନଙ୍କର ବିକାର ଦ୍ୱାରା ଜନ୍ମ ହେଉ ନାହିଁ ସେଥିପାଇଁ ଶ୍ରେଷ୍ଠାଚାରୀ କହୁଛନ୍ତି । କୁମାରୀମାନେ ନିର୍ବିକାରୀ ଅଟନ୍ତି ସେଥିପାଇଁ ତାଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇଥାନ୍ତି । ତେଣୁ ବାବା ବୁଝାଇଛନ୍ତି ଯେ ଏଠାରେ ଶଙ୍କରଙ୍କର କୌଣସି ପାର୍ଟ ହିଁ ନାହିଁ, ବାକି ପ୍ରଜାପିତା ବ୍ରହ୍ମା ତ ନିଶ୍ଚୟ ପ୍ରଜାଙ୍କର ପିତା ହେଲେ ନା । ଶିବବାବାଙ୍କୁ ତ ଆତ୍ମାମାନଙ୍କର ପିତା ବୋଲି କୁହାଯିବ । ସେ ହେଉଛନ୍ତି ଅବିନାଶୀ ପିତା, ଏହି ଗୁହ୍ୟ କଥାକୁ ଭଲ ଭାବରେ ଧାରଣ କରିବାକୁ ହେବ । ବଡ-ବଡ ଫିଲୋସୋଫର୍ (ଦାର୍ଶନିକ)ମାନଙ୍କୁ ବହୁତ ଉପାଧି ମିଳିଥାଏ । ଶ୍ରୀ ଶ୍ରୀ ୧୦୮ର ଉପାଧି ମଧ୍ୟ ବିଦ୍ୱାନମାନଙ୍କୁ ମିଳିଥାଏ । ବନାରସ କଲେଜରୁ ପାସ୍ କରି ଉପାଧି ନେଇ ଆସୁଛନ୍ତି । ବାବା ସେଥିପାଇଁ ଗୁପ୍ତାଜୀଙ୍କୁ ବନାରସ ପଠାଇଥିଲେ ଯେ ସେମାନଙ୍କୁ ଯାଇ ବୁଝାଅ ବାବାଙ୍କର ଉପାଧିକୁ ମଧ୍ୟ ନିଜ ଉପରେ ରଖି ବସିଛ । ବାବାଙ୍କୁ ଶ୍ରୀ ଶ୍ରୀ ୧୦୮ ଜଗତଗୁରୁ କୁହାଯାଉଛି । ମାଳା ହିଁ ୧୦୮ର ହୋଇଥାଏ । ୮ ରତ୍ନର ମଧ୍ୟ ଗାୟନ ରହିଛି । ସେମାନେ ସମ୍ମାନର ସହିତ ପାସ୍ କରୁଛନ୍ତି ସେଥିପାଇଁ ଭକ୍ତମାନେ ତାଙ୍କର ଜପ କରୁଛନ୍ତି । ପୁଣି ତାଙ୍କଠାରୁ କମ୍ ୧୦୮ର ପୂଜା କରୁଛନ୍ତି । ଯଜ୍ଞ ରଚନା କଲେ କେହି ୧୦୦୦, କେହି ୧୦ ହଜାର, ୫୦ ହଜାର, ଲକ୍ଷେ ଶାଳିଗ୍ରାମ ମଧ୍ୟ ତିଆରି କରିଥାନ୍ତି । ମାଟିରେ ତିଆରି କରି ପୁଣି ଯଜ୍ଞ ରଚନା କରିଥାନ୍ତି । ଯେତେ ଭଲରୁ ଭଲ ସେଠ ବଡରୁ ବଡ ସେଠ୍ ହୋଇଥିଲେ ଲକ୍ଷେ ତିଆରି କରିବେ । ବାବା ବୁଝାଇଛନ୍ତି ଯେ ମାଳା ତ ବଡ ଅଟେ ନା ୧୬୧୦୮ର ମାଳା ତିଆରି କରୁଛନ୍ତି । ଏକଥା ତୁମମାନଙ୍କୁ ବାବା ବସି ବୁଝାଉଛନ୍ତି । ତୁମେମାନେ ସମସ୍ତେ ବାବାଙ୍କ ସହିତ ଭାରତର ସେବା କରୁଛ । ବାବାଙ୍କ ସଦୃଶ ପିଲାମାନଙ୍କର ମଧ୍ୟ ପୂଜା ହେବା ଦରକାର । ଏକଥା ଜାଣି ନାହାଁନ୍ତି ଯେ ରୁଦ୍ର ପୂଜା କାହିଁକି ହେଉଛି । ସମସ୍ତେ ତ ଶିବବାବାଙ୍କର ସନ୍ତାନ ଅଟନ୍ତି । ଏହି ସମୟରେ ସୃଷ୍ଟିର ଜନସଂଖ୍ୟା କେତେ ରହିଛି ଏଠାରେ ଥିବା ସମସ୍ତ ଆତ୍ମା ଶିବବାବାଙ୍କର ସନ୍ତାନ ଅଟନ୍ତି ନା । କିନ୍ତୁ ସମସ୍ତେ ସହଯୋଗୀ ହେଉ ନାହାଁନ୍ତି । ବର୍ତ୍ତମାନ ତୁମେ ଯେତେ ଯୋଗ କରିବ ସେତେ ଶ୍ରେଷ୍ଠ ହେବ । ତୁମେ ପୂଜା ଯୋଗ୍ୟ ହେଉଛ । ଏପରି ଆଉ କାହାର ଶକ୍ତି ନାହିଁ ଯିଏକି ଏହି କଥା ବୁଝାଇବେ ସେଥିପାଇଁ କହିଦେଉଛନ୍ତି ଈଶ୍ୱରଙ୍କର ଅନ୍ତ କେହି ହେଲେ ଜାଣି ନାହାଁନ୍ତି । ବାବା ହିଁ ଆସି ବୁଝାଉଛନ୍ତି, ବାବାଙ୍କୁ ଜ୍ଞାନର ସାଗର କୁହାଯାଉଛି ତେବେ ନିଶ୍ଚୟ ସିଏ ଜ୍ଞାନ ଦେଉଥିବେ ନା । ପ୍ରେରଣାର କଥା ତ ନାହିଁ । ଭଗବାନ କୌଣସି ପ୍ରେରଣା ଦ୍ୱାରା ବୁଝାଉଛନ୍ତି କି! ତୁମେ ଜାଣିଛ ତାଙ୍କ ପାଖରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି । ସେହି ଜ୍ଞାନ ସେ ତୁମମାନଙ୍କୁ ଶୁଣାଉଛନ୍ତି । ଏହି ନିଶ୍ଚୟ ତ ରହିଛି ନିଶ୍ଚୟ ଥାଇ ମଧ୍ୟ ବାବାଙ୍କୁ ଭୁଲିଯାଉଛନ୍ତି । ବାବାଙ୍କର ସ୍ମୃତି ହିଁ ହେଉଛି ଏହି ପାଠପଢାର ସାରାଂଶ । ଯୋଗର ଯାତ୍ରା ଦ୍ୱାରା କର୍ମାତୀତ ଅବସ୍ଥାକୁ ପାଇବା ପାଇଁ ପରିଶ୍ରମ କରିବାକୁ ପଡୁଛି, ଏଥିରେ ହିଁ ମାୟାର ବିଘ୍ନ ଆସୁଛି । ପାଠପଢାରେ ଏତେ ବିଘ୍ନ ଆସୁନାହିଁ । ଶଙ୍କରଙ୍କ ନିମନ୍ତେ କହନ୍ତି ଶଙ୍କର ଆଖି ଖୋଲିଲେ ବିନାଶ ହୁଏ, ଏହା କହିବା ମଧ୍ୟ ଠିକ୍ ନୁହେଁ । ବାବା କହୁଛନ୍ତି ନା ମୁଁ ବିନାଶ କରୁଛି ନା ସେ କରୁଛନ୍ତି, ଏକଥା ସମ୍ପୂର୍ଣ୍ଣ ଭୁଲ୍ ଅଟେ । ଦେବତାମାନେ କଣ ପାପ କରିବେ କି । ଏବେ ଶିବବାବା ବସି ଏହି କଥା ବୁଝାଉଛନ୍ତି । ଆତ୍ମାର ଏହି ଶରୀର ହେଉଛି ରଥ । ପ୍ରତ୍ୟେକ ଆତ୍ମା ନିଜସ୍ୱ ରଥ ଉପରେ ବସିଛନ୍ତି । ବାବା କହୁଛନ୍ତି ମୁଁ ଏହାଙ୍କର ଶରୀରକୁ ଧାର ନେଉଛି, ସେଥିପାଇଁ ମୋର ଜନ୍ମକୁ ଦିବ୍ୟ ଅଲୌକିକ ବୋଲି କୁହାଯାଉଛି । ଏବେ ତୁମର ବୁଦ୍ଧିରେ ୮୪ ଜନ୍ମର ଚକ୍ର ରହିଛି । ଜାଣିଛ ଯେ ଏବେ ଆମେ ଘରକୁ ଯାଉଛୁ, ପୁଣି ସ୍ୱର୍ଗକୁ ଆସିବୁ । ବାବା ବହୁତ ସହଜ କରି ବୁଝାଉଛନ୍ତି । ଏଥିରେ ହାର୍ଟଫେଲ୍ ହେବା ଅନୁଚିତ୍ । କହୁଛନ୍ତି ବାବା ଆମେ ପଢ଼ାଲେଖା ଜାଣିନୁ । ମୁଖରୁ କିଛି ହେଲେ ବାହାରୁ ନାହିଁ । କିନ୍ତୁ ଏହିପରି ତ ହୁଏ ନାହିଁ । ମୁଖ ତ ନିଶ୍ଚୟ ଚାଲୁଛି । ଖାଇବା ସମୟରେ ମୁଖ ଚାଲୁଛି ନା । ବାଣୀ ବାହାରିବ ନାହିଁ ଏକଥା ତ ହୋଇପାରିବ ନାହିଁ । ବାବା ବହୁତ ସରଳ କରି ବୁଝାଇଛନ୍ତି । କେହି ମୌନରେ ରହିଲେ ମଧ୍ୟ ଉପରକୁ ଈଶାରା କରିଦିଅନ୍ତି ଯେ ତାଙ୍କୁ ମନେ ପକାଅ । ଦୁଃଖହର୍ତ୍ତା ସୁଖକର୍ତ୍ତା ସେ ହିଁ ଏକ ମାତ୍ର ଦାତା ଅଟନ୍ତି । ଭକ୍ତିମାର୍ଗରେ ମଧ୍ୟ ଦାତା ତ ବର୍ତ୍ତମାନ ସମୟରେ ମଧ୍ୟ ସେ ଦାତା ଅଟନ୍ତି ପୁଣି ବାନପ୍ରସ୍ଥରେ ଶାନ୍ତି ହିଁ ଶାନ୍ତି ରହିଛି । ପିଲାମାନେ ମଧ୍ୟ ଶାନ୍ତିଧାମରେ ରହୁଛନ୍ତି । ଆତ୍ମାରେ ପାର୍ଟ ନିଧାର୍ଯ୍ୟ ହୋଇ ରହିଛି, ଯାହାକି ଅଭିନୟ କରୁଛି । ବର୍ତ୍ତମାନ ଆମର ପାର୍ଟ ହେଉଛି - ବିଶ୍ୱକୁ ନୂଆ କରିବା । ତାଙ୍କର ନାମ ବହୁତ ଭଲ ହେଭେନ୍ଲୀ ଗଡ୍ ଫାଦର । ବାବା ସ୍ୱର୍ଗର ରଚୟିତା ଅଟନ୍ତି । ବାବା କଣ ନର୍କ ରଚନା କରିବେ କି! ପୁରୁଣା ଦୁନିଆ କେହି ରଚନା କରନ୍ତି କି! ଘର ସର୍ବଦା ନୂଆ କରାଯାଇଥାଏ । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ନୂଆ ଦୁନିଆ ରଚନା କରୁଛନ୍ତି । ଏହାଙ୍କୁ ପାର୍ଟ ମିଳିଛି ଏହି ପୁରୁଣା ଦୁନିଆରେ ଯେଉଁ ମନୁଷ୍ୟମାନେ ରହିଛନ୍ତି, ସମସ୍ତେ ପରସ୍ପରକୁ ଦୁଃଖ ହିଁ ଦେଉଛନ୍ତି ।

ତୁମେ ଜାଣିଛ ଆମେ ହେଲୁ ଶିବବାବାଙ୍କର ସନ୍ତାନ । ଏବେ ଶରୀରଧାରୀ ପ୍ରଜାପିତା ବ୍ରହ୍ମାଙ୍କର ପୋଷ୍ୟ ସନ୍ତାନ ହୋଇଛୁ । ରଚୟିତା ଶିବବାବା ଆମକୁ ଜ୍ଞାନ ଶୁଣାଉଛନ୍ତି । ଯିଏକି ନିଜ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି । ଏହିପରି ହେବା ହିଁ ତୁମର ଲକ୍ଷ୍ୟ ଅଟେ । ମନୁଷ୍ୟମାନଙ୍କୁ ଦେଖ କେତେ ଖର୍ଚ୍ଚ କରି ମାର୍ବଲର ମୂର୍ତ୍ତି ତିଆରି କରୁଛନ୍ତି । ଏହା ହେଉଛି ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ୱାର୍ଲଡ ୟୁନିଭରସିଟି (ବିଶ୍ୱ ବିଦ୍ୟାଳୟ) । ଯାହା ମାଧ୍ୟମରେ ସାରା ୟୁନିଭର୍ସ (ବିଶ୍ୱ)କୁ ପରିବର୍ତ୍ତନ କରାଯାଉଛି । ସେମାନଙ୍କର ସବୁ ଆସୁରୀ ଚରିତ୍ର ରହିଛି । ସେମାନେ ସମସ୍ତଙ୍କୁ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଉଛନ୍ତି । ଏହା ଈଶ୍ୱରୀୟ ୟୁନିଭରସିଟୀ (ବିଶ୍ୱବିଦ୍ୟାଳୟ) ଅଟେ । ଏହା କେବଳ ଗୋଟିଏ ହିଁ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଯାହାକୁ ସ୍ୱୟଂ ଈଶ୍ୱର ଆସି ଖୋଲୁଛନ୍ତି, ଯାହା ଦ୍ୱାରା ସାରା ବିଶ୍ୱର କଲ୍ୟାଣ ହେଉଛି । ତୁମମାନଙ୍କୁ ଏବେ ଭୁଲ୍ ଏବଂ ଠିକ୍ର ଜ୍ଞାନ ମିଳୁଛି ଆଉ କୌଣସି ମନୁଷ୍ୟ ନାହାଁନ୍ତି ଯିଏକି ଏକଥା ବୁଝୁଥିବେ । ବାବା ହିଁ ରାଇଟିୟସ୍ ଅଟନ୍ତି ଯିଏକି ଭୁଲ୍ ଠିକ୍ ବୁଝାଇଥାନ୍ତି, ଯାହାଙ୍କୁ ସତ୍ୟ ବୋଲି କୁହାଯାଉଛି । ବାବା ହିଁ ଆସି ପ୍ରତ୍ୟେକଙ୍କୁ ରାଇଟିୟସ୍ କରୁଛନ୍ତି । ରାଇଟିୟସ୍ ହେଲେ ପୁଣି ମୁକ୍ତିକୁ ଯାଇ ଜୀବନମୁକ୍ତିରେ ଆସିବ । ଡ୍ରାମାକୁ ମଧ୍ୟ ତୁମେମାନେ ଜାଣିଛ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଭିନୟ କରିବା ପାଇଁ କ୍ରମାନ୍ୱୟରେ ଆସୁଛନ୍ତି । ଏହି ଖେଳ ଅନବରତ ଚାଲୁଅଛି । ଡ୍ରାମା ସୁଟ୍ ହୋଇ ଚାଲିଛି । ଏହା ସର୍ବଦା ନୂଆ ଅଟେ । ଏହି ଡ୍ରାମା କେବେ ପୁରୁଣା ହେଉ ନାହିଁ, ଆଉ ସବୁ ନାଟକ ଆଦି ବିନାଶ ହୋଇଯାଉଛି । ଏହା ବେହଦର ଅବିନାଶୀ ଡ୍ରାମା ଅଟେ । ଏଥିରେ ସବୁ ଅବିନାଶୀ ପାର୍ଟଧାରୀ ରହିଛନ୍ତି । ଅବିନାଶୀ ଖେଳ ଅଥବା ଷ୍ଟେଜ୍ ଦେଖ କେତେ ବିଶାଳ । ବାବା ଆସି ପୁରୁଣା ସୃଷ୍ଟିକୁ ପୁଣି ନୂଆ କରୁଛନ୍ତି । ସେସବୁର ତୁମକୁ ସାକ୍ଷାତ୍କାର ହେବ । ସେହି ସମୟ ଯେତେ ନିକଟତର ହୋଇ ଆସିବ ସେତେ ତୁମେ ଖୁସି ହେବ । ସାକ୍ଷାତ୍କାର କରିବ । କୁହାଯିବ ଏବେ ପାର୍ଟ ପୂରା ହେଲା । ଡ୍ରାମାର ପୁଣି ପୁନରାବୃତ୍ତି ହେବ । ପୁଣି ନୂଆ କରି ଅଭିନୟ କରିବ, ଯାହା କଳ୍ପ ପୂର୍ବରୁ କରିଥିଲ । ଏଥିରେ ଟିକିଏ ହେଲେ ଫରକ ହୋଇପାରିବ ନାହିଁ, ସେଥିପାଇଁ ଯେତେ ଦୂର ସମ୍ଭବ ତୁମେମାନେ ଉଚ୍ଚ ପଦ ପାଇବା ଉଚିତ୍ । ସେଥିପାଇଁ ବହୁତ ପୁରୁଷାର୍ଥ କରିବାକୁ ହେବ । ଏଥିରେ ଝାଉଁଳି ପଡିବା ଉଚିତ୍ ନୁହେଁ । ଡ୍ରାମାର ଯାହା କରାଇବାର ଥିବ ତାହା କରାଇବ ଏକଥା କହିବା ମଧ୍ୟ ଭୁଲ୍ ଅଟେ । ଆମକୁ ତ ପୁରୁଷାର୍ଥ କରିବାକୁ ହିଁ ପଡିବ, ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ପାଠପଢାର ସାରାଂଶକୁ ବୁଦ୍ଧିରେ ରଖି ଯୋଗର ଯାତ୍ରା ଦ୍ୱାରା କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ । ଉଚ୍ଚ ବା ପୂଜନୀୟ ହେବା ପାଇଁ ବାବାଙ୍କର ପୂରା-ପୂରା ସହଯୋଗୀ ହେବାକୁ ପଡିବ ।

(୨) ସତ୍ୟ ପିତାଙ୍କ ଦ୍ୱାରା ଭୁଲ୍ ଠିକ୍ର ଯେଉଁ ଜ୍ଞାନ ମିଳିଛି, ତାହା ଦ୍ୱାରା ନ୍ୟାୟ ସଂଗତ କର୍ମ କରି ଜୀବନ ବନ୍ଧନରୁ ମୁକ୍ତ ହେବାକୁ ପଡିବ । ମୁକ୍ତି ଏବଂ ଜୀବନମୁକ୍ତିର ସମ୍ପତ୍ତି ନେବାକୁ ହେବ ।

ବରଦାନ:-
ସଂଗମଯୁଗର ସର୍ବପ୍ରାପ୍ତିକୁ ସ୍ମୃତିରେ ରଖି ଉତ୍ଥାନ କଳାର ଅନୁଭବ କରୁଥିବା ଶ୍ରେଷ୍ଠ ପ୍ରାରବ୍ଧୀ ହୁଅ ।

ପରମାତ୍ମ ମିଳନ ବା ପରମାତ୍ମ ଜ୍ଞାନର ବିଶେଷତା ହେଲା ଅବିନାଶୀ ପ୍ରାପ୍ତିର ଅନୁଭୂତି ହେବା । ଏମିତି ନୁହେଁ ଯେ ସଂଗମଯୁଗରେ ପୁରୁଷାର୍ଥୀ ଜୀବନ ଏବଂ ସତ୍ୟଯୁଗରେ ପ୍ରାରବ୍ଧୀ ଜୀବନ । ସଂଗମଯୁଗର ବିଶେଷତା ହେଲା ଗୋଟିଏ ପାଦ ଉଠାଅ ଏବଂ ହଜାର ପାଦ ପ୍ରାରବ୍ଧ ରୂପରେ ପାଅ । ତେଣୁ ତୁମେମାନେ କେବଳ ପୁରୁଷାର୍ଥୀ ନୁହେଁ ବରଂ ଶ୍ରେଷ୍ଠ ପ୍ରାରବ୍ଧୀ ଅଟ -- ଏହି ସ୍ୱରୂପକୁ ସର୍ବଦା ସମ୍ମୁଖରେ ରଖ, ତେବେ ନିଜର ପ୍ରାରବ୍ଧକୁ ଦେଖି ସହଜରେ ଉତ୍ଥାନ କଳା ଅର୍ଥାତ୍ ଉନ୍ନତିର ଅନୁଭବ କରିପାରିବ । ଯାହା ପାଇବାର ଥିଲା ତାହା ପାଇ ଯାଇଛି ସର୍ବଦା ଏହି ଗୀତ ଗାଉଥାଅ ତେବେ ମାୟା ଦ୍ୱାରା ଅଣନିଶ୍ୱାସୀ ହେବାରୁ ଏବଂ ଢୁଳେଇବାରୁ ମୁକ୍ତ ହୋଇଯିବ ।

ସ୍ଲୋଗାନ:-
ବ୍ରାହ୍ମଣମାନଙ୍କର ଶ୍ୱାସ ହିଁ ସାହସ ଅଟେ, ଯାହା ଦ୍ୱାରା କଠିନରୁ କଠିନ କାର୍ଯ୍ୟ ମଧ୍ୟ ସହଜ ହୋଇଯାଏ ।


ମାତେଶ୍ୱରୀଙ୍କର ଅନମୋଲ ମହାବାକ୍ୟ

ମୁକ୍ତି ଏବଂ ମୋକ୍ଷ

ଆଜିକାଲି ମନୁଷ୍ୟ ମୁକ୍ତିକୁ ହିଁ ମୋକ୍ଷ ବୋଲି କହୁଛନ୍ତି, ସେମାନେ ଭାବୁଛନ୍ତି ଯେଉଁମାନେ ମୁକ୍ତିକୁ ପ୍ରାପ୍ତ କରୁଛନ୍ତି ସେମାନେ ଜନ୍ମ-ମରଣରୁ ମୁକ୍ତି ପାଇଯାଉଛନ୍ତି । ସେମାନେ ତ ଜନ୍ମ-ମରଣରେ ନ ଆସିବାକୁ ହିଁ ଉଚ୍ଚ ପଦ ବୋଲି ଭାବୁଛନ୍ତି, ତାହାକୁ ପ୍ରାରବ୍ଧ ବୋଲି ମାନୁଛନ୍ତି । ଜୀବନମୁକ୍ତି ବୋଲି ତାହାକୁ କହୁଛନ୍ତି ଯେଉଁମାନେ ଜୀବନରେ ଥାଇ ମଧ୍ୟ ଭଲ କର୍ମ କରନ୍ତି, ଯେପରିକି ଧର୍ମାତ୍ମା ମନୁଷ୍ୟ, ସେମାନଙ୍କର ଜୀବନମୁକ୍ତ ଅବସ୍ଥା ବୋଲି ଭାବୁଛନ୍ତି । ବାକି କର୍ମବନ୍ଧନରୁ ମୁକ୍ତ ହୋଇଯିବା ଏହାର ଅର୍ଥକୁ ତ କୋଟିକରୁ କେହି ଜଣେ ଜଣେ ହିଁ ବୁଝିପାରନ୍ତି । ତେବେ ଏହା ହେଉଛି ସେମାନଙ୍କର ନିଜ ମତ । କିନ୍ତୁ ଆମେମାନେ ତ ପିତା ପରମାତ୍ମାଙ୍କ ଦ୍ୱାରା ସବୁ କିଛି ଜାଣିଗଲେ । ଯେପର୍ଯ୍ୟନ୍ତ ମନୁଷ୍ୟ ପ୍ରଥମେ ବିକାରୀ କର୍ମବନ୍ଧନରୁ ମୁକ୍ତ ନହୋଇଛନ୍ତି ସେପର୍ଯ୍ୟନ୍ତ ଆଦି-ମଧ୍ୟ-ଅନ୍ତ ଦୁଃଖରୁ ମୁକ୍ତ ହୋଇପାରିବେ ନାହିଁ ଏବଂ ସେହି ଷ୍ଟେଜକୁ ପିତା ପରମାତ୍ମା ହିଁ ପହଞ୍ଚାଇ ପାରିବେ କାରଣ ମୁକ୍ତି ଜୀବନମୁକ୍ତି ଦାତା ହେଉଛନ୍ତି ସିଏ । ଯିଏକି ଏବେ ଆସି ସମସ୍ତଙ୍କୁ ମୁକ୍ତି-ଜୀବନମୁକ୍ତି ଦେଉଛନ୍ତି । ବାକି ପରମାତ୍ମା ଅନେକ ଥର ଆସନ୍ତି ନାହିଁ ନା ଅନେକ ଅବତାର ଧାରଣ କରନ୍ତି । । ଓମ୍ ଶାନ୍ତି ।