02.10.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏବେ ଏହି ମୃତ୍ୟୁଲୋକର ଅନ୍ତିମ ଅବସ୍ଥା ଅଟେ, ଅମରଲୋକର ସ୍ଥାପନା ହେଉଛି, ସେଥିପାଇଁ ତୁମକୁ ମୃତ୍ୟୁଲୋକ ବାସୀଙ୍କୁ ମନେ ପକାଇବାର ନାହିଁ ।

ପ୍ରଶ୍ନ:-
ବାବା ନିଜର ଗରୀବ ପିଲାମାନଙ୍କୁ କେଉଁ କଥା ମନେ ପକାଇ ଦେଉଛନ୍ତି?

ଉତ୍ତର:-
ପିଲାମାନେ ଯେତେବେଳେ ତୁମେମାନେ ନିର୍ବିକାରୀ ଅର୍ଥାତ୍ ପବିତ୍ର ଥିଲ ସେତେବେଳେ ବହୁତ ସୁଖୀ ଥିଲ । ତୁମଭଳି ଧନବାନ ଆଉ କେହି ନଥିଲେ, ତୁମେମାନେ ଅପାର ସୁଖି ଥିଲ । ପୃଥିବୀ ଆକାଶ ସବୁ କିଛି ତୁମ ହାତରେ ଥିଲା । ଏବେ ବାବା ତୁମମାନଙ୍କୁ ପୁନର୍ବାର ସେହିଭଳି ଧନବାନ ସାହୁକାର କରିବା ପାଇଁ ଆସିଛନ୍ତି ।

ଗୀତ:-
ନୟନ ହୀନ କୋ ରାହ ଦିଖାଓ ପ୍ରଭୁ...

ଓମ୍ ଶାନ୍ତି ।
ମିଠା-ମିଠା ରୁହାନୀ ପିଲାମାନେ, ଆତ୍ମାମାନେ ଗୀତ ଶୁଣିଲେ । କିଏ କହୁଛନ୍ତି? ଆତ୍ମାମାନଙ୍କର ରୁହାନୀ ପିତା । ରୁହାନୀ ବାବାଙ୍କୁ ରୁହାନୀ ପିଲାମାନେ କହୁଛନ୍ତି - ବାବା । ତାଙ୍କୁ ଈଶ୍ୱର ବି କୁହାଯାଉଛି, ପିତା ବି କୁହାଯାଉଛି । କେଉଁ ପିତା? ପରମପିତା । ଦୁଇଜଣ ପିତା ରହିଛନ୍ତି । ଜଣେ ଲୌକିକ ଅନ୍ୟ ଜଣେ ପାରଲୌକିକ । ଲୌକିକ ପିତାଙ୍କର ସନ୍ତାନ ପାରଲୌକିକ ପିତାଙ୍କୁ ଡାକୁଛନ୍ତି । ହେ ବାବା, ବାବାଙ୍କର ନାମ? ଶିବ । ସେହି ଶିବ ନିରାକାରୀଙ୍କର ପୂଜା ହେଉଛି । ତାଙ୍କୁ ପରମପିତା କୁହାଯାଉଛି । ଲୌକିକ ପିତାଙ୍କୁ ସୁପ୍ରିମ ବା ପରମ କୁହାଯାଏ ନାହିଁ । ଉଚ୍ଚରୁ ଉଚ୍ଚ ସମସ୍ତ ଆତ୍ମାମାନଙ୍କର ପିତା ଜଣେ ହିଁ ଅଟନ୍ତି । ସବୁ ଜୀବ ଆତ୍ମାମାନେ ସେହି ବାବାଙ୍କୁ ୟାଦ କରୁଛନ୍ତି । ଆତ୍ମାମାନେ ଏହି କଥା ଭୁଲି ଯାଇଛନ୍ତି ଯେ ଆମର ପିତା କିଏ? ଡାକୁଛନ୍ତି ହେ ଈଶ୍ୱର ପିତା, ନେତ୍ରହୀନକୁ ନେତ୍ର ଦିଅ ତେବେ ଆମେ ନିଜର ପିତାଙ୍କୁ ଚିହ୍ନି ପାରିବୁ । ଭକ୍ତିମାର୍ଗରେ ଆମେ ଅନ୍ଧ ହୋଇ ଧକ୍କା ଖାଉଛୁ । ଏବେ ଏହି ଧକ୍କା ଖାଇବାରୁ ମୁକ୍ତ କର । ବାବା ହିଁ କଳ୍ପ-କଳ୍ପ ଆସି ଭାରତକୁ ସ୍ୱର୍ଗ କରୁଛନ୍ତି । ଏବେ କଳିଯୁଗ ଅଟେ, ପୁଣି ସତ୍ୟଯୁଗ ଆସିବ । କଳିଯୁଗ ଏବଂ ସତ୍ୟଯୁଗର ମଧ୍ୟ ଭାଗକୁ ସଂଗମ କୁହାଯାଉଛି । ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ । ବେହଦର ବାବା ଆସି ଯେଉଁମାନେ ଭ୍ରଷ୍ଟାଚାରୀ ହୋଇଯାଇଛନ୍ତି, ସେମାନଙ୍କୁ ଶ୍ରେଷ୍ଠାଚାରୀ, ପୁରୁଷୋତ୍ତମ କରୁଛନ୍ତି । ଲକ୍ଷ୍ମୀ-ନାରାୟଣ ପୁରୁଷୋତ୍ତମ ଥିଲେ । ଲକ୍ଷ୍ମୀ-ନାରାୟଣଙ୍କର ରାଜବଂଶର ରାଜ୍ୟ ଥିଲା । ବାବା ଆସି ଏହି ସ୍ମୃତି ଦେଉଛନ୍ତି । ତୁମେ ଭାରତବାସୀ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ସ୍ୱର୍ଗବାସୀ ଥିଲ । ଏବେ ନର୍କବାସୀ ହୋଇ ଯାଇଛ । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା । ଭାରତର ବହୁତ ମହିମା ଥିଲା । ସୁନା ହୀରାର ମହଲ ଥିଲା । ଏବେ କିଛି ନାହିଁ । ସେହି ସମୟରେ ଆଉ କୌଣସି ଧର୍ମ ନଥିଲା, କେବଳ ସୂର୍ଯ୍ୟବଂଶୀମାନେ ଥିଲେ । ଚନ୍ଦ୍ରବଂଶୀ ପଛରେ ଆସୁଛନ୍ତି । ବାବା ବୁଝାଉଛନ୍ତି ତୁମେମାନେ ହିଁ ସୂର୍ଯ୍ୟବଂଶୀ ଥିଲ । ଏବେ ପର୍ଯ୍ୟନ୍ତ ମଧ୍ୟ ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ତିଆରି କରୁଛନ୍ତି । କିନ୍ତୁ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ କେବେ ଥିଲା? ସେମାନେ କିପରି ରାଜ୍ୟ ପାଇଥିଲେ? ଏକଥା କେହି ଜାଣିନାହାଁନ୍ତି, ପୂଜା କରୁଛନ୍ତି କିନ୍ତୁ ଜାଣିନାହାଁନ୍ତି ତେବେ ଏହା ଅନ୍ଧଶ୍ରଦ୍ଧା ହେଲା ନା । ସେମାନେ ଶିବଙ୍କର, ଲକ୍ଷ୍ମୀ-ନାରାୟଣଙ୍କର ପୂଜା କରୁଛନ୍ତି, କିନ୍ତୁ ଏହାଙ୍କର ଜୀବନ କାହାଣୀ କେହି ଜାଣିନାହାଁନ୍ତି । ଭାରତବାସୀ ନିଜେ କହୁଛନ୍ତି ଯେ ଆମେ ପତିତ ଅଟୁ । ହେ ପତିତ-ପାବନ ବାବା ଆସ, ଆସି ଆମକୁ ଦୁଃଖରୁ, ରାବଣ ରାଜ୍ୟରୁ ମୁକ୍ତ କର । ବାବା ଆସି ସମସ୍ତଙ୍କୁ ମୁକ୍ତ କରୁଛନ୍ତି । ପିଲାମାନେ ଜାଣିଛନ୍ତି ଯେ ସତ୍ୟଯୁଗରେ ଗୋଟିଏ ହିଁ ରାଜ୍ୟ ଥିଲା । କଂଗ୍ରେସୀ ଲୋକମାନେ ଅଥବା ଗାନ୍ଧିଜୀ ମଧ୍ୟ ଏହି କଥା କହୁଥିଲେ ଯେ ଆମର ପୁଣି ଥରେ ରାମରାଜ୍ୟ ଦରକାର । ଆମେ ସ୍ୱର୍ଗବାସୀ ହେବାକୁ ଚାହୁଁଛୁ । ଏବେ ନର୍କବାସୀମାନଙ୍କର ଅବସ୍ଥା କଣ ହୋଇଛି, ଦେଖୁଛ? ଏହାକୁ କୁହାଯାଉଛି ନର୍କ, ବିକାରୀ ଦୁନିଆ । ଏହି ଭାରତ ଦୈବୀ ଦୁନିଆ ଥିଲା । ଏବେ ବିକାରୀ ଦୁନିଆ ହୋଇଗଲାଣି ବାବା ବୁଝାଉଛନ୍ତି ତୁମେ ୮୪ ଜନ୍ମ ନେଇଛ, ନୁହେଁ କି ୮୪ ଲକ୍ଷ ଜନ୍ମ । ଏସବୁ ତ ଶାସ୍ତ୍ରମାନଙ୍କରେ ମିଥ୍ୟା କଥା ଲେଖି ଦେଇଛନ୍ତି । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ସଦ୍‌ଗତି ମାର୍ଗ ଥିଲା । ସେଠାରେ ନା ଭକ୍ତି, ନା ଦୁଃଖର ଚିହ୍ନବର୍ଣ୍ଣ ଥିଲା, ତାକୁ ସୁଖଧାମ କୁହାଯାଉଥିଲା । ବାବା ବୁଝାଉଛନ୍ତି ତୁମେମାନେ ଅସଲରେ ଶାନ୍ତିଧାମ ନିବାସୀ ଅଟ । ତୁମେ ଏଠାକୁ ଅଭିନୟ କରିବାକୁ ଆସିଛ । ୮୪ ପୁନର୍ଜନ୍ମ ହୋଇଥାଏ, ନା କି ୮୪ ଲକ୍ଷ । ଏବେ ବେହଦର ବାବା ଆସିଛନ୍ତି, ତୁମମାନଙ୍କୁ ବେହଦର ବର୍ସା ଦେବା ପାଇଁ । ବାବା ତୁମ ଆତ୍ମାମାନଙ୍କ ସହିତ କଥା ହେଉଛନ୍ତି । ଅନ୍ୟ ସତସଙ୍ଗମାନଙ୍କରେ ମନୁଷ୍ୟ, ମନୁଷ୍ୟକୁ ଭକ୍ତିର କଥାମାନ ଶୁଣାଉଛନ୍ତି । ଅଧାକଳ୍ପ ଯେବେ ଭାରତ ସ୍ୱର୍ଗ ଥିଲା, ତେବେ ଜଣେ ମଧ୍ୟ ପତିତ ନଥିଲେ । ଏବେ ଜଣେ ବି ପବିତ୍ର ନାହାଁନ୍ତି । ଏହା ହେଉଛି ପତିତ ଦୁନିଆ । ବାବା ବୁଝାଉଛନ୍ତି - ଗୀତାରେ କୃଷ୍ଣ ଭଗବାନୁବାଚ ଲେଖିଦେଇଛନ୍ତି । କୃଷ୍ଣ ଭଗବାନ ନୁହେଁ, ନା ସିଏ ଗୀତା ଶୁଣାଇଥିଲେ । ଏହି ଲୋକମାନେ ନିଜର ଧର୍ମଶାସ୍ତ୍ରକୁ ମଧ୍ୟ ଜାଣିନାହାଁନ୍ତି । ସେମାନେ ନିଜର ଧର୍ମକୁ ହିଁ ଭୁଲିଯାଇଛନ୍ତି । ମୁଖ୍ୟ ରୂପେ ୪ଟି ଧର୍ମ ରହିଛି, ପ୍ରଥମେ ଆଦି ସନାତନ ଦେବୀ ଦେବତା ଧର୍ମ ସୂର୍ଯ୍ୟବଂଶୀ, ପଛରେ ଚନ୍ଦ୍ରବଂଶୀ ଉଭୟକୁ ମିଶାଇ କହୁଛନ୍ତି ଦେବୀ-ଦେବତା ଧର୍ମ । ସେଠାରେ ଦୁଃଖର ନାମ ନଥିଲା । ୨୧ ଜନ୍ମ ତୁମେମାନେ ସୁଖଧାମରେ ଥିଲ । ପୁଣି ରାବଣ ରାଜ୍ୟ, ଭକ୍ତିମାର୍ଗ ଆରମ୍ଭ ହେଉଛି । ଶିବବାବା କେବେ ଆସୁଛନ୍ତି? ଯେବେ ରାତି ହୋଇଥାଏ । ଯେତେବେଳେ ଭାରତବାସୀ ଘୋର ଅନ୍ଧକାରରେ ଆସିଯାଉଛନ୍ତି ତେବେ ଯାଇ ବାବା ଆସୁଛନ୍ତି । କଣ୍ଢେଇମାନଙ୍କର ପୂଜା କରୁଛନ୍ତି । ଜଣଙ୍କର ହେଲେ ବି ଜୀବନ କାହାଣୀକୁ ଜାଣିନାହାଁନ୍ତି । ଭକ୍ତିମାର୍ଗରେ ଅନେକ ବୃଥା ପରିଶ୍ରମ କରୁଛନ୍ତି, ତୀର୍ଥ ଯାତ୍ରାରେ ଯାଅ, ପରିକ୍ରମା କର ଆଦି ଆଦି । ଏଥିରେ କୌଣସି ପ୍ରାପ୍ତି ନାହିଁ । ବାବା କହୁଛନ୍ତି - ମୁଁ ଆସି ତୁମମାନଙ୍କୁ ବ୍ରହ୍ମାଙ୍କ ଦ୍ୱାରା ଯଥାର୍ଥ ଜ୍ଞାନ ଶୁଣାଉଛି । ଡାକୁଛନ୍ତି ଯେ ଆମକୁ ସୁଖଧାମ ଏବଂ ଶାନ୍ତିଧାମର ରାସ୍ତା ବତାଅ । ବାବା କହୁଛନ୍ତି - ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ମୁଁ ତୁମମାନଙ୍କୁ ବହୁତ ସାହୁକାର କରିଥିଲି । ତୁମକୁ ଏତେ ଧନ ଦେଇଥିଲି ପୁଣି ତୁମେ ତାକୁ କେଉଁଠାରେ ହଜାଇ ଦେଲ? ତୁମେମାନେ କେତେ ସାହୁକାର ଥିଲ । ବର୍ତ୍ତମାନର ଭାରତକୁ ସତ୍ୟଯୁଗୀ ଭାରତ କିଏ କହିବ । ଭାରତ ହିଁ ସବୁଠାରୁ ଉଚ୍ଚରୁ ଉଚ୍ଚ ରାଷ୍ଟ୍ର ଥିଲା । ବାସ୍ତବରେ ଏହା ସମସ୍ତଙ୍କର ତୀର୍ଥସ୍ଥାନ ଅଟେ କାହିଁକି ନା ଏହା ପତିତ-ପାବନ ବାବାଙ୍କର ଜନ୍ମସ୍ଥାନ । ଯେତେ ସବୁ ଧର୍ମର ଆତ୍ମା ଅଛନ୍ତି ବାବା ଆସି ସମସ୍ତଙ୍କର ସଦ୍‌ଗତି କରୁଛନ୍ତି । ଏବେ ରାବଣ ରାଜ୍ୟ ସାରା ସୃଷ୍ଟିରେ ରହିଛି କେବଳ ଲଙ୍କାରେ ନୁହେଁ । ଯେବେ ସୂର୍ଯ୍ୟବଂଶୀ ରାଜ୍ୟ ଥିଲା ତେବେ ଏହି ବିକାର ନଥିଲା । ଏହି ଭାରତ ନିର୍ବିକାରୀ ଥିଲା, ଏବେ ବିକାରୀ ହୋଇଯାଇଛି । ସମସ୍ତେ ନର୍କବାସୀ ହୋଇଯାଇଛନ୍ତି । ସତ୍ୟଯୁଗରେ ଯେଉଁମାନେ ଦୈବୀ ସମ୍ପ୍ରଦାୟର ଥିଲେ, ସେମାନେ ପୁଣି ୮୪ ଜନ୍ମ ଭୋଗ କରି ଆସୁରୀ ସମ୍ପ୍ରଦାୟର ହୋଇଛନ୍ତି ପୁଣି ଦୈବୀ ସମ୍ପ୍ରଦାୟର ହେବେ । ଭାରତ ବହୁତ ସାହୁକାର ଥିଲା । ଏବେ ଗରୀବ ହୋଇଯାଇଛି ସେଥିପାଇଁ ଭିକ ମାଗୁଛନ୍ତି । ବାବା ତୁମ ଗରୀବ ପିଲାମାନଙ୍କୁ ମନେ ପକାଇ ଦେଉଛନ୍ତି ଯେ ପିଲାମାନେ, ତୁମେ କେତେ ସୁଖୀ ଥିଲ । ତୁମମାନଙ୍କ ପରି ସୁଖ କାହାକୁ ମିଳିପାରିବ ନାହିଁ । ଧରିତ୍ରୀ, ଆକାଶ ସବୁ ତୁମର ହାତରେ ଥିଲା । ଶାସ୍ତ୍ରରେ କଳ୍ପର ଆୟୁଷ ଅଧିକ କହି ସମସ୍ତଙ୍କୁ କୁମ୍ଭକର୍ଣ୍ଣର ଆସୁରୀ ନିଦ୍ରାରେ ଶୁଆଇ ଦେଇଛନ୍ତି । ଏହି ଭାରତ ଶିବବାବାଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଶିବାଳୟ ଥିଲା । ସେଠାରେ ପବିତ୍ରତା ଥିଲା, ସେହି ନୂଆ ଦୁନିଆରେ ଦେବୀ-ଦେବତାମାନେ ରାଜ୍ୟ କରୁଥିଲେ । ମନୁଷ୍ୟମାନେ ତ ଏହି କଥା ମଧ୍ୟ ଜାଣିନାହାଁନ୍ତି ଯେ ରାଧା କୃଷ୍ଣଙ୍କର ପରସ୍ପର ମଧ୍ୟରେ କଣ ସମ୍ବନ୍ଧ ରହିଛି । ଉଭୟ ଅଲଗା-ଅଲଗା ରାଜଧାନୀର ଥିଲେ ପୁଣି ସ୍ୱୟଂମ୍ବର ପରେ ଲକ୍ଷ୍ମୀ-ନାରାୟଣ ହେଲେ । ଏହି ଜ୍ଞାନ କୌଣସି ମନୁଷ୍ୟମାନଙ୍କ ପାଖରେ ନାହିଁ । ଆଧ୍ୟାତ୍ମିକ ଜ୍ଞାନ କେବଳ ଏକମାତ୍ର ବାବା ହିଁ ଦେଉଛନ୍ତି । ଏବେ ବାବା କହୁଛନ୍ତି - ଆତ୍ମ-ଅଭିମାନୀ ହୁଅ । ନିଜର ପରମପିତା ପରମାତ୍ମାଙ୍କୁ ୟାଦ କର । ୟାଦ କରିବା ଦ୍ୱାରା ତୁମେମାନେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ତୁମେମାନେ ଏଠାକୁ ଆସୁଛ ମନୁଷ୍ୟରୁ ଦେବତା ଅଥବା ପତିତରୁ ପବିତ୍ର ହେବା ପାଇଁ । ଏବେ ଏହା ହେଉଛି ରାବଣ ରାଜ୍ୟ । ଭକ୍ତିରେ ରାବଣ ରାଜ୍ୟ ଆରମ୍ଭ ହୋଇଥାଏ । ସବୁ ଭକ୍ତମାନେ ରାବଣର ପଞ୍ଛାରେ ଅଛନ୍ତି । ସାରା ଦୁନିଆ ୫ ବିକାର ରୂପୀ ରାବଣର ବନ୍ଧନରେ ଅଛି । ସମସ୍ତେ ଶୋକ ବାଟିକାରେ ରହିଛନ୍ତି । ବାବା ଆସି ସମସ୍ତଙ୍କୁ ମୁକ୍ତ କରି ଗାଇଡ୍ ହୋଇ ସାଥିରେ ନେଇଯାଉଛନ୍ତି । ସେଥିପାଇଁ ଏହି ମହାଭାରତ ଲଢେଇ ହେଉଛି, ଯାହା ୫ ହଜାର ବର୍ଷ ପୂର୍ବରୁ ଲାଗିଥିଲା, ଏବେ ବାବା ପୁଣି ଥରେ ସ୍ୱର୍ଗ ସ୍ଥାପନା କରୁଛନ୍ତି । ଏପରି ନୁହେଁ ଯେ ଯାହାଙ୍କ ପାଖରେ ବହୁତ ଧନ ଅଛି, ସିଏ ସ୍ୱର୍ଗରେ ଅଛନ୍ତି । ବର୍ତ୍ତମାନ ହେଉଛି ହିଁ ନର୍କ । ପତିତ-ପାବନ ବାବାଙ୍କୁ କୁହାଯାଉଛି, ନା କି ନଦୀକୁ ଏସବୁ ହେଉଛି ଭକ୍ତିମାର୍ଗ । ଏହି କଥା ବାବା ହିଁ ଆସି ବୁଝାଉଛନ୍ତି । ଏକଥା ତ ତୁମେମାନେ ଜାଣିଛ ଯେ ଜଣେ ହେଉଛନ୍ତି ଲୌକିକ ପିତା, ଦ୍ୱିତୀୟ ହେଉଛନ୍ତି ପାରଲୌକିକ , ତୃତୀୟ ହେଲେ ଅଲୌକିକ । ଏବେ ପାରଲୌକିକ ପିତା ଶିବବାବା ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ଧର୍ମ ସ୍ଥାପନ କରୁଛନ୍ତି । ବ୍ରାହ୍ମଣମାନଙ୍କୁ ଦେବତା କରିବା ପାଇଁ ରାଜଯୋଗ ଶିଖାଉଛନ୍ତି । ଆତ୍ମା ହିଁ ପୁନର୍ଜନ୍ମ ନେଇଥାଏ । ଆତ୍ମା ହିଁ କହିଥାଏ ମୁଁ ଗୋଟିଏ ଶରୀର ଛାଡି ଅନ୍ୟ ଶରୀର ନେଉଛି । ବାବା କହୁଛନ୍ତି - ନିଜକୁ ଆତ୍ମା ମନେ କରି ମୋତେ ୟାଦ କର ତେବେ ତୁମେମାନେ ପବିତ୍ର ହୋଇଯିବ । କୌଣସି ବି ଦେହଧାରୀକୁ ୟାଦ କର ନାହିଁ । ଏବେ ମୃତୁଲୋକର ଅନ୍ତ ସମୟ ଅଟେ, ଅମରଲୋକର ସ୍ଥାପନା ହେଉଛି । ବାକି ସବୁ ଅନେକ ଧର୍ମ ସମାପ୍ତ ହୋଇଯିବ । ସତ୍ୟଯୁଗରେ ଏକମାତ୍ର ହିଁ ଦେବୀ-ଦେବତା ଧର୍ମ ଥିଲା ପୁଣି ଚନ୍ଦ୍ରବଂଶୀ ରାମ-ସୀତା ତ୍ରେତାରେ ଥିଲେ । ତୁମମାନଙ୍କୁ ସାରା ଚକ୍ରର କଥା ମନେ ପକାଇ ଦେଉଛନ୍ତି । ଶାନ୍ତିଧାମ ଏବଂ ସୁଖଧାମର ସ୍ଥାପନା ବାବା ହିଁ କରୁଛନ୍ତି । ମନୁଷ୍ୟ, ମନୁଷ୍ୟକୁ ସଦ୍‌ଗତି ଦେଇପାରିବେ ନାହିଁ । ସେମାନେ ସମସ୍ତେ ହେଲେ ଭକ୍ତିମାର୍ଗର ଗୁରୁ ।

ଏବେ ତୁମେମାନେ ଈଶ୍ୱରୀୟ ସନ୍ତାନ ଅଟ । ତୁମେମାନେ ବାବାଙ୍କଠାରୁ ରାଜ୍ୟ ଭାଗ୍ୟ ନେଉଛ । ଏହି ରାଜଧାନୀ ସ୍ଥାପନ ହେଉଛି । ପ୍ରଜା ତ ବହୁତ ହେବେ । କୋଟିକରେ କେହି ରାଜା ହୋଇଥାନ୍ତି । ସତ୍ୟଯୁଗକୁ ଫୁଲର ବଗିଚା କୁହାଯାଉଛି । ଏବେ ଏହା କଣ୍ଟାର ଜଙ୍ଗଲ ହୋଇଯାଇଛି । ଏବେ ରାବଣ ରାଜ୍ୟ ବଦଳୁଛି । ବିନାଶ ନିଶ୍ଚିତ ହେବ । ଏହି ଜ୍ଞାନ ଏବେ ତୁମକୁ ମିଳୁଛି । ଲକ୍ଷ୍ମୀ-ନାରାୟଣଙ୍କର ଏହି ଜ୍ଞାନ ରହିନଥାଏ । ଏହା ପ୍ରାୟ ଲୋପ ହୋଇଯାଇଥାଏ । ଭକ୍ତିମାର୍ଗରେ ବାବାଙ୍କୁ କେହି ବି ଯଥାର୍ଥ ରୂପେ ଜାଣିନାହାଁନ୍ତି । ବାବା ହେଉଛନ୍ତି ରଚୟିତା । ବ୍ରହ୍ମା, ବିଷ୍ଣୁ, ଶଙ୍କର ମଧ୍ୟ ରଚନା ଅଟନ୍ତି । ବାବାଙ୍କୁ ସର୍ବବ୍ୟାପୀ କହିବା ଦ୍ୱାରା ବର୍ସାର ଅଧିକାର ସମାପ୍ତ ହୋଇଯାଉଛି । ବାବା ଆସି ସମସ୍ତଙ୍କୁ ବର୍ସା ହେଉଛନ୍ତି । ୮୪ ଜନ୍ମ ସେହିମାନେ ହିଁ ନେଇଥାନ୍ତି ଯେଉଁମାନେ ପ୍ରଥମେ-ପ୍ରଥମେ ସତ୍ୟଯୁଗକୁ ଆସିଥାନ୍ତି । ଖ୍ରୀଷ୍ଟିୟାନ ଲୋକମାନେ ପ୍ରାୟତଃ ୪୦ ଜନ୍ମ ନେଉଥିବେ । ଏକମାତ୍ର ଭଗବାନଙ୍କୁ ଖୋଜିବା ପାଇଁ କେତେ ଧକ୍କା ଖାଉଛନ୍ତି । ଏବେ ତୁମେମାନେ ଆଉ ଧକ୍କା ଖାଇବ ନାହିଁ । ତୁମେମାନେ ଏକମାତ୍ର ବାବାଙ୍କୁ ୟାଦ କର ତେବେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ଏହା ହେଉଛି ଯାତ୍ରା । ଏହା ଈଶ୍ୱର ପିତାଙ୍କର ବିଶ୍ୱବିଦ୍ୟାଳୟ ଅଟେ । ତୁମର ଆତ୍ମା ଏଠାରେ ପାଠ ପଢୁଛି । ସାଧୁ-ସନ୍ଥମାନେ କହିଦେଉଛନ୍ତି - ଆତ୍ମା ନିର୍ଲିପ୍ତ ଅଟେ । କିନ୍ତୁ ଆତ୍ମା ହିଁ କର୍ମ ଅନୁସାରେ ଅନ୍ୟ ଜନ୍ମ ନେଇଥାଏ । ଆତ୍ମା ହିଁ ଭଲ ଅଥବା ମନ୍ଦ କର୍ମ କରିଥାଏ । ଏହି ସମୟରେ ତୁମମାନଙ୍କର କର୍ମ ବିକର୍ମ ହେଉଛି, ସତ୍ୟଯୁଗରେ ତୁମର କର୍ମ, ଅକର୍ମ ହୋଇଥାଏ । ସେଠାରେ ବିକର୍ମ ହୋଇନଥାଏ । ତାହା ହେଉଛି ପୁଣ୍ୟ ଆତ୍ମାମାନଙ୍କର ଦୁନିଆ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏକମାତ୍ର ବାବାଙ୍କଠାରୁ ବେହଦର ସମ୍ପତ୍ତି ନେବାର ଅଛି । ଶ୍ରେଷ୍ଠ କର୍ମ ହିଁ କରିବାର ଅଛି । ଯେବେକି ବାବା ମିଳିଯାଇଛନ୍ତି ତେଣୁ ଆଉ କୌଣସି ପ୍ରକାରର ଧକ୍କା ଖାଇବାର ନାହିଁ ଅର୍ଥାତ୍ ଏଣେ ତେଣେ ଖୋଜିବାର ନାହିଁ ।

(୨) ବାବା ଯେଉଁ କଥା ସ୍ମରଣ କରାଇ ଦେଇଛନ୍ତି ସେହି କଥାକୁ ସ୍ମୃତିରେ ରଖି ଅପାର ଖୁସିରେ ରହିବାର ଅଛି । କୌଣସି ବି ଦେହଧାରୀକୁ ମନେ ପକାଇବାର ନାହିଁ ।

ବରଦାନ:-
ନିମିତ୍ତ ପଣିଆର ସ୍ମୃତି ଦ୍ୱାରା ନିଜର ପ୍ରତ୍ୟେକ ସଂକଳ୍ପ ଉପରେ ଧ୍ୟାନ ରଖି ନିବାରଣ ସ୍ୱରୂପ ହୁଅ ।

ନିମିତ୍ତ ହୋଇଥିବା ଆତ୍ମାମାନଙ୍କ ଉପରେ ସମସ୍ତଙ୍କର ଦୃଷ୍ଟି ରହିଥାଏ ସେଥିପାଇଁ ସେମାନଙ୍କୁ ନିଜର ପ୍ରତ୍ୟେକ ସଂକଳ୍ପ ଉପରେ ଧ୍ୟାନ ଦେବାକୁ ପଡିବ । ଯଦି ନିମିତ୍ତ ହୋଇଥିବା ପିଲାମାନେ ମଧ୍ୟ କୌଣସି କାରଣ ଶୁଣାଇବେ ତେବେ ସେମାନଙ୍କୁ ଅନୁକରଣ କରୁଥିବା ଆତ୍ମାମାନେ ଅନେକ କାରଣ ଶୁଣାଇ ଦେବେ । ଯଦି ନିମିତ୍ତ ଆତ୍ମାଙ୍କ ଭିତରେ କୌଣସି ଦୁର୍ବଳତା ରହିଛି ତେବେ ତାହା ଲୁଚି ରହିପାରିବ ନାହିଁ, ସେଥିପାଇଁ ନିଜର ସଂକଳ୍ପ, ବାଣୀ ଏବଂ କର୍ମ ଉପରେ ବିଶେଷ ଧ୍ୟାନ ଦେଇ ନିବାରଣ ସ୍ୱରୂପ ହୁଅ ।

ସ୍ଲୋଗାନ:-
ଜ୍ଞାନୀ ଆତ୍ମା ତାଙ୍କୁ କୁହାଯିବ ଯାହାଙ୍କ ଭିତରେ ନିଜର ଗୁଣ ବା ବିଶେଷତାଗୁଡିକର ମଧ୍ୟ ଅଭିମାନ ନଥିବ ।
ମାତେଶ୍ୱରୀଜୀଙ୍କର ଅମୂଲ୍ୟ ମହାବାକ୍ୟ


(୧) ମନୁଷ୍ୟ ଜୀବନର ଲକ୍ଷ୍ୟ ଉଦ୍ଦେଶ୍ୟ କଣ? ତାହାକୁ ପ୍ରାପ୍ତ କରିବାର ଯଥାର୍ଥ ମାର୍ଗ

ଆଦର୍ଶ ଜୀବନ ଗଢିବା ପାଇଁ କଣ କରିବା ଉଚିତ୍‌, ଏହା ପ୍ରତ୍ୟେକ ମନୁଷ୍ୟକୁ ଭାବିବା ଜରୁରୀ । ମନୁଷ୍ୟ ଜୀବନ କାହିଁକି ପ୍ରାପ୍ତ ହୋଇଛି । ଏ ଜୀବନରେ କଣ କରିବା ଆବଶ୍ୟକ? ଏବେ ନିଜର ହୃଦୟକୁ ପଚାର ଯେ ମୋର ଜୀବନରେ କଣ ପରିବର୍ତ୍ତନ ହେଉଛି? ମନୁଷ୍ୟ ଜୀବନରେ ପ୍ରଥମେ ଏହି ଜ୍ଞାନ ଆବଶ୍ୟକ ଯେ ଜୀବନର ଲକ୍ଷ୍ୟ ଉଦ୍ଦେଶ୍ୟ କଣ? ଏକଥା ତ ଆମେ ସମସ୍ତେ ସ୍ୱୀକାର କରିବା ଯେ ଜୀବନକୁ ସର୍ବଦା ସୁଖ ଶାନ୍ତି ଆବଶ୍ୟକ । କଣ ଏବେ ଏହା ସମସ୍ତଙ୍କୁ ପ୍ରାପ୍ତ ହେଉଛି? ଏହି ଘୋର କଳିଯୁଗରେ ତ ଦୁଃଖ ଅଶାନ୍ତି ବ୍ୟତୀତ ଆଉ କିଛି ନାହିଁ । ଏବେ ଭାବିବା ଦରକାର ସେହି ସୁଖ ଶାନ୍ତି ମିଳିବ କିପରି । ସୁଖ, ଶାନ୍ତି ଦୁଇଟି ଶବ୍ଦ ନିଶ୍ଚିତ ରହିଛି, ଏହି ଦୁନିଆରେ କେବେ ଥିଲା ତେଣୁ ତ ମାଗୁଛନ୍ତି । ଯଦି କୌଣସି ମନୁଷ୍ୟ କହେ ଯେ ମୁଁ ତ ଏପରି ଦୁନିଆ ଦେଖିନାହିଁ । ସେ ଦୁନିଆକୁ ତୁମେ କିପରି ବିଶ୍ୱାସ କରୁଛ? ତେଣୁ ବୁଝାଇବାକୁ ହେବ ଯେ - ଦିନ ଓ ରାତି ଦୁଇଟି ପ୍ରକ୍ରିୟା । ତେଣୁ ଉଭୟ ହିଁ ରହିବ । ଦୁଇଟି ପ୍ରକ୍ରିୟା ଅର୍ଥାତ୍ ଉଭୟର ଅଭିନୟ ରହିବ । ସେହିଭଳି ଏହା ଆମେ ଶୁଣିଛୁ ଯେ - ଏହି କଳିଯୁଗଠାରୁ ଉଚ୍ଚ ସ୍ଥିତିର ଦୁନିଆ ଥିଲା ଯାହାକୁ ସତ୍ୟଯୁଗ କୁହାଯାଉଥିଲା । ଯଦି ସଦାସର୍ବଦା ଏହି ସମୟ ହିଁ ରହିବ ତେବେ ସତ୍ୟଯୁଗର ନାମ କାହିଁକି ଦିଆଯାଇଛି, ସୃଷ୍ଟି ନିଜର ସ୍ଥିତି ପରିବର୍ତ୍ତନ କରିଥାଏ ଯେପରି ବାଲ୍ୟ କିଶୋର, ଯୁବା ଓ ବୃଦ୍ଧ ଅବସ୍ଥା ପରିବର୍ତ୍ତିତ ହୁଏ ଏହିଭଳି ସୃଷ୍ଟି ମଧ୍ୟ ପରିବର୍ତ୍ତିତ ହୋଇଥାଏ । ବର୍ତ୍ତମାନର ଜୀବନ ଓ ସେ ସମୟର ଜୀବନ ମଧ୍ୟରେ କେତେ ଫରକ ରହିଛି ।

(୨) ନିରାକାରୀ ଦୁନିଆ, ଆକାରୀ ଦୁନିଆ ଓ ସାକାରୀ ଦୁନିଆର ବିସ୍ତାର

ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ମଧ୍ୟରେ ତିନୋଟି ଦୁନିଆ ରହିଛି - ନିରାକାରୀ ଦୁନିଆ, ଆକାରୀ ଓ ସାକାରୀ ଦୁନିଆ । ଏହା ତ ଜ୍ଞାତ ହୋଇଗଲା ଯେ ନିରାକାରୀ ସୃଷ୍ଟିରେ ଆତ୍ମାମାନେ ଓ ସାକାରୀ ସୃଷ୍ଟିର ମନୁଷ୍ୟ ସମ୍ପ୍ରଦାୟ ନିବାସ କରିଥାଆନ୍ତି । ବାକି ରହିଲା ଆକାରୀ ସୂକ୍ଷ୍ମ ସୃଷ୍ଟି, ଏବେ ବିଚାରର ବିଷୟ ଯେ ଏ ଆକାରୀ ଦୁନିଆ ସଦା ରହିଥାଏ ନା କିଛି ସମୟ ତାହାର ଅଭିନୟ ରହେ । ମନୁଷ୍ୟ ଭାବିଥାନ୍ତି ଉପରେ ସୂକ୍ଷ୍ମ ଦୁନିଆ ରହିଛି ଯେଉଁଠି ଫରିସ୍ତା ରୁହନ୍ତି ତାହାକୁ ସ୍ୱର୍ଗ କୁହାଯାଏ । ସେଠାରେ ଯାଇ ସୁଖ ଭୋଗ କରିବା କିନ୍ତୁ ଏବେ ତ ସ୍ପଷ୍ଟ ହୋଇଗଲା ସ୍ୱର୍ଗ ଓ ନର୍କ ଏହି ସୃଷ୍ଟିରେ ହିଁ ହୋଇଥାଏ । ବାକି ଏ ଯେଉଁ ସୂକ୍ଷ୍ମ ଆକାରୀ ସୃଷ୍ଟି ରହିଛି ଯେଉଁଠାରେ ଶୁଦ୍ଧ ଆତ୍ମାମାନଙ୍କର ସାକ୍ଷାତ୍‌କାର ହୋଇଥାଏ ତାହା ଦ୍ୱାପର ଯୁଗରୁ ଆରମ୍ଭ ହୋଇଛି, ଯେବେ ଭକ୍ତିମାର୍ଗ ପ୍ରାରମ୍ଭ ହୁଏ । ଏଥିରୁ ସିଦ୍ଧ ହେଉଛି ଯେ ନିରାକାରୀ ଦୁନିଆ ଓ ସାକାରୀ ଦୁନିଆ ସଦା ରହିଥାଏ । ବାକି ସୂକ୍ଷ୍ମ ଦୁନିଆକୁ ସଦାସର୍ବଦା ରହିଛି ବୋଲି କୁହାଯିବ ନାହିଁ । ସେହି ଦୁନିଆରେ ବିଶେଷ ରୂପେ ବର୍ତ୍ତମାନ ହିଁ ବିଷ୍ଣୁ, ଶଙ୍କରଙ୍କର ସାକ୍ଷାତ୍‌କାର ହିଁ ହୋଇଥାଏ କାରଣ ଏହି ସମୟରେ ପରମାତ୍ମା ତିନୋଟି କର୍ତ୍ତବ୍ୟ କରିବା ପାଇଁ ତିନି ରୂପ ରଚନା କରିଥାଆନ୍ତି । ଆଚ୍ଛା! ଓମ୍ ଶାନ୍ତି ।