02.11.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ତୁମମାନଙ୍କର ଶୃଙ୍ଗାର କରିବା ପାଇଁ ଆସିଛନ୍ତି, ପବିତ୍ରତାର ଶୃଙ୍ଗାର ହିଁ ସବୁଠାରୁ ଉତ୍ତମ ଅଟେ ।

ପ୍ରଶ୍ନ:-
ସମ୍ପୂର୍ଣ୍ଣ ୮୪ ଜନ୍ମ ନେଉଥିବା ପିଲାମାନଙ୍କର ମୁଖ୍ୟ ଲକ୍ଷଣ କଣ ହୋଇଥିବ ?

ଉତ୍ତର:-
(୧) ସେମାନେ ବାବାଙ୍କୁ ପିତା ରୂପରେ ମନେ ପକାଇବା ସହିତ ଶିକ୍ଷକ ଏବଂ ସତଗୁରୁ ରୂପରେ ମଧ୍ୟ ମନେ ପକାଇବେ । ଏମିତି ନୁହେଁ ଯେ ପିତା ମନେ ପଡିଲେ ଶିକ୍ଷକ ଭୁଲି ହୋଇଯିବେ । ଯେତେବେଳେ ତିନିଜଣଙ୍କୁ ମନେ ପକାଇବ ତେବେ ଯାଇ କୃଷ୍ଣପୁରୀକୁ ଯାଇପାରିବ ଅର୍ଥାତ୍ ଆରମ୍ଭରୁ ପାର୍ଟ କରିପାରିବ ।

(୨) ସେମାନଙ୍କୁ କେବେହେଲେ ମାୟାର ତୋଫାନ ହରାଇ ପାରିବ ନାହିଁ ।

ଓମ୍ ଶାନ୍ତି ।
ବାବା ପ୍ରଥମେ ପିଲାମାନଙ୍କୁ କହୁଛନ୍ତି ପିଲେ, ତୁମେମାନେ ଏକଥା ଭୁଲିଯାଅ ନାହିଁ ଯେ ଆମେମାନେ ବାବାଙ୍କ ସମ୍ମୁଖରେ ଶିକ୍ଷକ ଏବଂ ସତଗୁରୁଙ୍କ ସମ୍ମୁଖରେ ବସିଛନ୍ତି । ସମସ୍ତେ ଏହି ସ୍ମୃତିରେ ବସିଛନ୍ତି, ଏକଥା ବାବା ବୁଝନ୍ତି ନାହିଁ । ତଥାପି ମଧ୍ୟ ବାବାଙ୍କର କର୍ତ୍ତବ୍ୟ ହେଉଛି ପିଲାମାନଙ୍କୁ ବୁଝାଇବା । ଏହା ହେଉଛି ଅର୍ଥ ସହିତ ବାବାଙ୍କୁ ମନେ ପକାଇବା । ଆମର ବାବା ବେହଦର ବାବା ମଧ୍ୟ ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି ଏବଂ ତା ସହିତ ସତଗୁରୁ ମଧ୍ୟ ଅଟନ୍ତି ଯାହାକି ପିଲାମାନଙ୍କୁ ସାଥୀରେ ଘରକୁ ନେଇଯିବେ । ବାବା ଏବେ ପିଲାମାନଙ୍କର ଶୃଙ୍ଗାର କରିବା ପାଇଁ ଆସିଛନ୍ତି । ସିଏ ଆମକୁ ପବିତ୍ରତାର ଶୃଙ୍ଗାର କରାଉଛନ୍ତି । ଅସରନ୍ତି ଧନ ମଧ୍ୟ ଦେଉଛନ୍ତି । ତେବେ ଧନ ନୂଆ ଦୁନିଆ ପାଇଁ ହିଁ ଦେଉଛନ୍ତି, ଯେଉଁଠାକୁ ତୁମମାନଙ୍କୁ ଯିବାର ଅଛି । ଏହା ପିଲାମାନଙ୍କୁ ମନେ ପକାଇବାକୁ ହେବ । ପିଲାମାନେ ଅବହେଳା କରି ବାବାଙ୍କୁ ଭୁଲିଯାଉଛନ୍ତି । ଯାହା ଦ୍ୱାରା ଯେତିକି ଖୁସି ଲାଗିବା ଦରକାର ତାହା କମ ହୋଇଯାଉଛି । ଏଭଳି ପିତା ତ ଆଉ କେବେ ମିଳନ୍ତି ହିଁ ନାହିଁ । ତୁମେ ଜାଣିଛ ଆମେ ପିଲାମାନେ ବାବାଙ୍କର ଅଟୁ । ସିଏ ଆମକୁ ପାଠ ପଢାଉଛନ୍ତି ତେଣୁ ସିଏ ନିଶ୍ଚୟ ଶିକ୍ଷକ ମଧ୍ୟ ହେଲେ । ଆମେ ନୂଆ ଦୁନିଆ ଅମରପୁରୀକୁ ଯିବା ପାଇଁ ଏବେ ପାଠ ପଢୁଛୁ । ଏବେ ଆମେ ସଂଗମଯୁଗରେ ଅଛୁ । ଏହିକଥାର ସ୍ମୃତି ପିଲାମାନଙ୍କର ନିଶ୍ଚିତ ରହିବା ଦରକାର । ସମ୍ପୂର୍ଣ୍ଣ ରୂପେ ମନେ ପକାଇବା ଦରକାର । ଏହା ମଧ୍ୟ ଜାଣିଛ ଯେ ଆମେ ଏବେ କଂସପୁରୀ ଆସୁରୀ ଦୁନିଆରେ ଅଛନ୍ତି । ଯଦିଓ କାହାକୁ କୃଷ୍ଣଙ୍କର ସାକ୍ଷାତ୍କାର ହେଉଛି କିନ୍ତୁ ସାକ୍ଷାତ୍କାର ଦ୍ୱାରା କେହି କୃଷ୍ଣପୁରୀ କିମ୍ବା ତାଙ୍କ ରାଜଧାନୀକୁ ଯାଇପାରିବେ ନାହିଁ । ତାଙ୍କ ରାଜଧାନୀକୁ ସେତେବେଳେ ଯାଇପାରିବେ ଯେତେବେଳେ ପିତା, ଶିକ୍ଷକ, ସତଗୁରୁ ତିନିଜଣଙ୍କୁ ମନେ ପକାଇ ଚାଲିବେ । ଏକଥା ଆତ୍ମାମାନଙ୍କୁ ବୁଝାଯାଉଛି । ଆତ୍ମା ହିଁ କହୁଛି ଆଜ୍ଞା ବାବା! ଆପଣ ତ ସତ୍ୟ କହୁଛନ୍ତି । ଆପଣ ପିତା ହେବା ସହିତ ଶିକ୍ଷାଦାତା ଶିକ୍ଷକ ମଧ୍ୟ ଅଟନ୍ତି । ତେବେ ଆମକୁ ପରମଆତ୍ମା ହିଁ ପାଠ ପଢାଉଛନ୍ତି । ଲୌକିକ ପାଠ ମଧ୍ୟ ଆତ୍ମା ଶରୀର ମାଧ୍ୟମରେ ପଢିଥାଏ । କିନ୍ତୁ ସେତେବେଳେ ଆତ୍ମା ପତିତ ଥିବା ସହିତ ଶରୀର ମଧ୍ୟ ପତିତ ଥାଏ । ଏବେ ଆମେ ସମସ୍ତେ ନର୍କବାସୀ ଏକଥା ଦୁନିଆର ମନୁଷ୍ୟମାନଙ୍କୁ ଜଣା ନାହିଁ ।

ଏବେ ତୁମେ ବୁଝୁଛ ଯେ ଆମେ ଏବେ ଘରକୁ ଯାଉଛୁ । ଏହା ତୁମର ରହିବା ସ୍ଥାନ ନୁହେଁ । ଏହା ହେଉଛି ରାବଣର ଦୁନିଆ । ତୁମ ଦୁନିଆରେ ତ ଅସରନ୍ତି ସୁଖ ହିଁ ସୁଖ ରହିଛି । କଂଗ୍ରେସୀମାନେ ଏଭଳି ଭାବନ୍ତି ନାହିଁ ଯେ ଆମେ ଅନ୍ୟର ରାଜ୍ୟରେ ଅଛନ୍ତି । ପୂର୍ବରୁ ମୁସଲମାନମାନଙ୍କ ରାଜ୍ୟରେ ଥିଲେ ଏବେ ଖ୍ରୀଷ୍ଟିୟାନମାନଙ୍କ ରାଜ୍ୟରେ ଅଛନ୍ତି । ଏବେ ତୁମେ ଜାଣୁଛ ଯେ ଆମେମାନେ ନିଜ ରାଜ୍ୟକୁ ଯାଉଛୁ । ଆଗରୁ ଆମେ ରାବଣ ରାଜ୍ୟକୁ ନିଜ ରାଜ୍ୟ ବୋଲି ଭାବୁଥିଲୁ । ଏହା ଭୁଲିଯାଇଥିଲୁ ଯେ ଆମେ ପ୍ରଥମେ ରାମରାଜ୍ୟରେ ଥିଲୁ । ପୁଣି ୮୪ ଜନ୍ମର ଚକ୍ରରେ ଆସି ରାବଣ ରାଜ୍ୟରେ ଅର୍ଥାତ୍ ଦୁଃଖରେ ଆସି ପଡିଛୁ । ପରର ରାଜ୍ୟରେ ତ କେବଳ ଦୁଃଖ ହିଁ ମିଳିଥାଏ । ଏହି ସମସ୍ତ ଜ୍ଞାନ ତୁମ ବୁଦ୍ଧିରେ ଆସିବା ଦରକାର । ବାବାଙ୍କ ସ୍ମୃତି ତ ନିଶ୍ଚିତ ଆସିବା ଦରକାର । କିନ୍ତୁ ତିନିଜଣଙ୍କୁ ମନେ ପକାଇବାକୁ ହେବ । ଏହି ଜ୍ଞାନକୁ ମନୁଷ୍ୟମାନେ ହିଁ ପଢିପାରିବେ, ଜୀବଜନ୍ତୁ ତ ପଢିପାରିବେ ନାହିଁ । ତୁମେ ପିଲାମାନେ ଏହା ମଧ୍ୟ ଜାଣିଛ ଯେ ସେଠାରେ କୌଣସି ଓକିଲାତି ପାଠ ପଢାଯାଏ ନାହିଁ । ବାବା ଏହିଠାରେ ହିଁ ତୁମମାନଙ୍କୁ ମାଲାମାଲ୍ କରୁଛନ୍ତି କିନ୍ତୁ ସମସ୍ତେ ତ ରାଜା ହେବେ ନାହିଁ । ସେଠାରେ ମଧ୍ୟ ବ୍ୟବସାୟ ଆଦି ହେବ କିନ୍ତୁ ତୁମ ପାଖରେ ଅସରନ୍ତି ଧନ ଥିବ । ସେଠାରେ କ୍ଷତି ହେବାର ଆଶଙ୍କା ହିଁ ନାହିଁ, ଚୋରି ହେବାର ଡର ନାହିଁ । ତାର ନାମ ହିଁ ହେଉଛି ସ୍ୱର୍ଗ । ଏବେ ତୁମେ ପିଲାମାନଙ୍କର ସ୍ମୃତି ଆସିଛି ଯେ ଆମେ ପ୍ରଥମେ ସ୍ୱର୍ଗରେ ଥିଲୁ ପୁଣି ପୁନର୍ଜନ୍ମ ନେଇ ନେଇ ତଳକୁ ଖସିଛୁ । ବାବା କାହାଣୀ ମଧ୍ୟ ଆମମାନଙ୍କୁ ଶୁଣାଉଛନ୍ତି । ଯଦି ୮୪ ଜନ୍ମ ନେଇନଥିବେ ତେବେ ମାୟା ହରାଇ ଦେବ । ଏହା ମଧ୍ୟ ବାବା ବୁଝାଇଚାଲିଛନ୍ତି । ମାୟାର କେତେ ବଡ ତୋଫାନ ଲାଗୁଛି । ବହୁତ ପିଲାଙ୍କୁ ମାୟା ହରାଇବାକୁ ଚେଷ୍ଟା କରୁଛି । ଆଗକୁ ଗଲେ ତୁମେ ଏସବୁ ଦେଖିବ ଆଉ ଶୁଣିବ । ବ୍ରହ୍ମାବାବାଙ୍କ ନିକଟରେ ଯଦି ସମସ୍ତଙ୍କର ଚିତ୍ର ଥାନ୍ତା ତେବେ ତୁମକୁ ଦେଖାଇ ଥାଆନ୍ତେ ଅମୁକ ଏତିକି ଦିନ ଆସିଲା, ବାବାଙ୍କର ହେଲା ପୁଣି ମାୟା ତାଙ୍କୁ ଖାଇଗଲା ମରିଗଲା ଅର୍ଥାତ୍ ମାୟା ସହିତ ହାତ ମିଶାଇଲା । ଏଠାରେ ବର୍ତ୍ତମାନ ଯଦି କେହି ଶରୀର ତ୍ୟାଗ କରିବ ତେବେ ସିଏ ଏହି ଦୁନିଆରେ ହିଁ ଆସି ଜନ୍ମ ନେବ । ତୁମେ ଶରୀର ତ୍ୟାଗ କରିଲେ ବାବାଙ୍କ ସହିତ ବେହଦ ଘରକୁ ଯିବ । ସେଠାରେ ବାବା, ମମ୍ମା, ପିଲାମାନେ ସବୁ ଅଛନ୍ତି ନା । ପରିବାର ଏହିଭଳି ହିଁ ହୋଇଥାଏ । ବ୍ରହ୍ମଲୋକରେ କେବଳ ପିତା ଏବଂ ଭାଇ ଭାଇର ସମ୍ବନ୍ଧ ବ୍ୟତୀତ ଆଉ କୌଣସି ସମ୍ବନ୍ଧ ନଥାଏ । ଏଠାରେ କିନ୍ତୁ ପିତାଙ୍କର ସମ୍ବନ୍ଧ ଭାଇ-ଭଉଣୀର ସମ୍ବନ୍ଧ ଏବଂ ଆହୁରି ଅନେକ ସମ୍ବନ୍ଧ ବୃଦ୍ଧି ପ୍ରାପ୍ତ କରିଚାଲିଛି । କାକା, ମାମୁଁ ଆଦି ଅନେକ ସମ୍ବନ୍ଧ ଯୋଡି ହୋଇ ଚାଲିଛି । ଏହି ସଂଗମଯୁଗରେ ତୁମେମାନେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହୋଇଛ ତେଣୁ ପରସ୍ପର ଭିତରେ ଭାଇ ଭଉଣୀ ହୋଇଗଲ । ଶିବବାବାଙ୍କୁ ତୁମେ ମନେ ପକାଉଛ ତେଣୁ ସେହି ହିସାବରେ ଭାଇ-ଭାଇ ଅଟ ତୁମକୁ ଏହି ସବୁ କଥାକୁ ଭଲ ଭାବରେ ସ୍ମରଣ କରିବାକୁ ହେବ । କିନ୍ତୁ ବହୁତ ସନ୍ତାନ ଭୁଲିଯାଉଛନ୍ତି । ବାବା ତ ସର୍ବଦା ବୁଝାଇ ଚାଲିଛନ୍ତି । ପିଲାମାନଙ୍କୁ ଉଚ୍ଚକୁ ଉଠାଇବା ହେଉଛି ବାବାଙ୍କର କର୍ତ୍ତବ୍ୟ, ସେଥିପାଇଁ ବାବା ପିଲାମାନଙ୍କୁ ନମସ୍ତେ କରୁଛନ୍ତି ଏବଂ ତାର ଅର୍ଥ ମଧ୍ୟ ବୁଝାଉଛନ୍ତି । ଭକ୍ତି କରୁଥିବା ସାଧୁ-ସନ୍ଥମାନେ କେହି ବି ତୁମକୁ ଜୀବନମୁକ୍ତିର ରାସ୍ତା ବତାଇ ପାରିବେ ନାହିଁ । ସେମାନେ ମୁକ୍ତି ପ୍ରାପ୍ତ କରିବା ପାଇଁ ପୁରୁଷାର୍ଥ କରିଛାଲିଛନ୍ତି । କିନ୍ତୁ ସେମାନେ ନିବୃତ୍ତି ମାର୍ଗର ଅଟନ୍ତି, ସେମାନେ ରାଜଯୋଗ ଶିଖାଇ ପାରିବେ ନାହିଁ । ରାଜଯୋଗ ହେଉଛି ପ୍ରବୃତ୍ତିମାର୍ଗର । ପ୍ରଜାପିତା ବ୍ରହ୍ମାଙ୍କୁ ୪ ଭୁଜାଧାରୀ ଦେଖାଉଛନ୍ତି ତେବେ ସିଏ ପ୍ରବୃତ୍ତି ମାର୍ଗର ହେଲେ ନା । ଏଠାରେ ବାବା ୟାଙ୍କୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି ଏବଂ ନାମ ରଖିଛନ୍ତି ବ୍ରହ୍ମା ଏବଂ ସରସ୍ୱତୀ । ଡ୍ରାମାରେ ନାଟକ ଦେଖ କିପରି ତିଆରି ହୋଇଛି । ୬୦ ବର୍ଷ ପରେ ବାନପ୍ରସ୍ଥ ଅବସ୍ଥାରେ ହିଁ ମନୁଷ୍ୟ ଗୁରୁ କରନ୍ତି । ଏହି ବ୍ରହ୍ମାଙ୍କ ଶରୀରରେ ଶିବବାବା ୬୦ ବର୍ଷ ପରେ ପ୍ରବେଶ କରିଛନ୍ତି । ତେଣୁ ଇଏ ପିତା, ଶିକ୍ଷକ, ଗୁରୁ ହୋଇଗଲେ । ଏବେ ତ ନିୟମ ସବୁ ବିଗିଡିଯାଇଛି । ଛୋଟ ପିଲାକୁ ମଧ୍ୟ ଗୁରୁ କରିଦେଉଛନ୍ତି । କିନ୍ତୁ ଇଏ ତ ନିରାକାର ଅଟନ୍ତି । ତୁମେ ଆତ୍ମାମାନଙ୍କର ଇଏ ପିତା ମଧ୍ୟ ଅଟନ୍ତି, ଶିକ୍ଷକ ଏବଂ ସତଗୁରୁ ମଧ୍ୟ ଅଟନ୍ତି । ନିରାକାରୀ ଦୁନିଆକୁ ଆତ୍ମାମାନଙ୍କର ଦୁନିଆ କୁହାଯାଏ ନା । ଏମିତି ତ କୁହାଯିବ ନାହିଁ ଯେ ଦୁନିଆ ହିଁ ନାହିଁ । ତାକୁ ଶାନ୍ତିଧାମ କୁହାଯାଏ । ସେଠାରେ ଆତ୍ମାମାନେ ନିବାସ କରନ୍ତି । ଯଦି କହିବା ପରମାତ୍ମାଙ୍କର ନାମ, ରୂପ, ଦେଶ, କାଳ ନାହିଁ ତେବେ ପୁଣି ସନ୍ତାନ କେଉଁଠାରୁ ଆସିବେ ।

ଏହି ବିଶ୍ୱର ଇତିହାସ-ଭୂଗୋଳର କିପରି ପୁନରାବୃତ୍ତି ହେଉଛି ତାହା ତୁମେ ପିଲାମାନେ ଏବେ ବୁଝୁଛ । ଇତିହାସ-ଚୈତନ୍ୟରେ ତିଆରି ହୋଇଥାଏ, ଭୂଗୋଳ ଜଡ ବସ୍ତୁର ହୋଇଥାଏ । ତୁମର ଆତ୍ମା ଜାଣିଛି ଆମେ କେତେ ସମୟ ରାଜ୍ୟ କରୁଛନ୍ତି । ଇତିହାସର ଗାୟନ କରାଯାଏ ଯାହାକୁ କାହାଣୀ କୁହାଯାଏ । ଭୂଗୋଳ ଦେଶର ହୋଇଥାଏ । ତେବେ ଚୈତନ୍ୟ ଦେବୀ-ଦେବତାମାନେ ରାଜ୍ୟ କରିଥିଲେ, ଜଡ ବସ୍ତୁ ତ ରାଜ୍ୟ କରିପାରିବେ ନାହିଁ । କେତେ ସମୟ ଅମୁକର ରାଜ୍ୟ ଥିଲା, ଖ୍ରୀଷ୍ଟୀୟାନମାନେ ଭାରତରେ କେତେ ସମୟ ରାଜ୍ୟ କରିଲେ । କିନ୍ତୁ ଏହି ବିଶ୍ୱର ଇତିହାସ ଭୂଗୋଳକୁ କେହି ଜାଣି ନାହାଁନ୍ତି । କହୁଛନ୍ତି ସତ୍ୟଯୁଗକୁ ଲକ୍ଷ ଲକ୍ଷ ବର୍ଷ ହୋଇଗଲାଣି । ଏଥିରେ କିଏ ରାଜ୍ୟ କରିଥିଲେ, କେତେ ସମୟ ରାଜ୍ୟ କରିଲେ ଏକଥା କେହି ଜାଣିନାହାଁନ୍ତି । ଏହାକୁ ହିଁ ଇତିହାସ କୁହାଯାଏ । ଆତ୍ମା ହେଉଛି ଚୈତନ୍ୟ ଏବଂ ଶରୀର ହେଉଛି ଜଡ । ସମସ୍ତ ଖେଳ ହିଁ ଜଡ ଏବଂ ଚୈତନ୍ୟର ଅଟେ । ଗାୟନ କରାଯାଏ ମନୁଷ୍ୟ ଜୀବନ ଦୁର୍ଲଭ ଅଟେ । ଜନଗଣନାରେ ମନୁଷ୍ୟମାନଙ୍କର ହିଁ ଗଣନା କରାଯାଏ । ଜୀବଜନ୍ତୁଙ୍କର ତ କେହି ଗଣନା କରିପାରିବେ ନାହିଁ । ସମସ୍ତ ଖେଳ ହିଁ ତୁମମାନଙ୍କର ଅଟେ । ଇତିହାସ-ଭୂଗୋଳ ମଧ୍ୟ ତୁମେମାନେ ହିଁ ଶୁଣୁଛ । ବାବା ଏହି ବ୍ରହ୍ମାଙ୍କ ଶରୀରରେ ଆସି ତୁମକୁ ସବୁ କଥା ବୁଝାଉଛନ୍ତି, ଏହାକୁ କୁହାଯାଏ ବେହଦର ଇତିହାସ-ଭୂଗୋଳ । ପୂର୍ବରୁ ଏହି ଜ୍ଞାନ ନଥିବା କାରଣରୁ ତୁମେ କେତେ ଅଜ୍ଞାନୀ ହୋଇଯାଇଛ । ମନୁଷ୍ୟ ହୋଇ ଯଦି ଦୁନିଆର ଇତିହାସ ଭୂଗୋଳକୁ ନ ଜାଣିଲ ତେବେ ସେହି ମନୁଷ୍ୟ କେଉଁ କାମର । ଏବେ ବାବାଙ୍କ ଦ୍ୱାରା ତୁମେ ବିଶ୍ୱର ଇତିହାସ-ଭୂଗୋଳ ଶୁଣୁଛ । ଏହି ପାଠପଢା କେତେ ଭଲ, ଆମକୁ କିଏ ପଢାଉଛନ୍ତି ? ବାବା । ବାବା ହିଁ ସବୁଠାରୁ ଉଚ୍ଚ ପଦ ପ୍ରାପ୍ତ କରାଉଛନ୍ତି । ଏହି ଲକ୍ଷ୍ମୀ-ନାରାୟଣଙ୍କ ସହିତ ଯେଉଁମାନେ ସ୍ୱର୍ଗରେ ରହୁଛନ୍ତି ସେମାନଙ୍କର ସବୁଠାରୁ ଉଚ୍ଚ ପଦ ହେଲା ନା । ସେଠାରେ ଓକିଲାତି ଆଦି ତ କେହି କରନ୍ତି ନାହିଁ । ସେଠାରେ କେବଳ ବିଦ୍ୟା ଲାଭ କରିଥାନ୍ତି । କୌଶଳ ନଶିଖିଲେ ଘର କିପରି ତିଆରି କରିବେ । ତେଣୁ ପରସ୍ପରକୁ କୌଶଳ ଶିଖାଇଥାନ୍ତି । ନଚେତ୍ ଏତେ ଘର କିଏ ତିଆରି କରିବେ । ଆପେ ଆପେ ତ ମହଲ ତିଆରି ହୋଇଯିବ ନାହିଁ । ଏହି ସବୁ ରହସ୍ୟ ଏବେ ତୁମେ ପିଲାମାନଙ୍କ ବୁଦ୍ଧିରେ ପୁରୁଷାର୍ଥର କ୍ରମଅନୁସାରେ ରହୁଛି । ତୁମେ ଜାଣିଛ ଯେ ସୃଷ୍ଟିଚକ୍ର ଘୂରି ଚାଲିଛି ଆମେ ଏତେ ସମୟ ରାଜ୍ୟ କରିଲେ ପୁଣି ଏତେ ସମୟ ରାବଣ ରାଜ୍ୟରେ ରହିଲେ । ଦୁନିଆବାଲାଙ୍କୁ ଏହି କଥା ଜଣା ନାହିଁ ଯେ ଆମେ ଏବେ ରାବଣ ରାଜ୍ୟରେ ଅଛୁ । କହୁଛନ୍ତି ନା ବାବା ଆମକୁ ଏହି ରାବଣ ରାଜ୍ୟରୁ ଉଦ୍ଧାର କର । କଂଗ୍ରେସୀମାନେ ଖ୍ରୀଷ୍ଟିୟାନମାନଙ୍କ ଠାରୁ ନିଜକୁ ଉଦ୍ଧାର କରିଲେ । ଏବେ ପୁଣି କହୁଛନ୍ତି ହେ ଈଶ୍ୱର ପିତା ଆମକୁ ଉଦ୍ଧାର କର । ତେବେ ସ୍ମୃତି ଆସୁଛି ନା । ସେମାନେ କେହି ବି ଜାଣନ୍ତି ନାହିଁ ଯେ ଏଭଳି କାହିଁକି କହୁଛନ୍ତି । ଏବେ ତୁମେମାନେ ଜାଣିଛ ଯେ ସାରା ସୃଷ୍ଟିରେ ରାବଣର ରାଜ୍ୟ ଚାଲିଛି, ସମସ୍ତେ କହୁଛନ୍ତି ଆମକୁ ରାମରାଜ୍ୟ ଦରକାର ତେବେ ଏହି ରାବଣ ରାଜ୍ୟରୁ ସମସ୍ତଙ୍କୁ କିଏ ଉଦ୍ଧାର କରିବେ ? ଭାବୁଛନ୍ତି ଈଶ୍ୱର ପିତା ଉଦ୍ଧାର କରି ଆମର ପଥ ପ୍ରଦର୍ଶକ ହୋଇ ସାଥୀରେ ନେଇଯିବେ । ଭାରତବାସୀଙ୍କର ବୁଦ୍ଧି ହିଁ ନାହିଁ । ଏହି ସମୟରେ ବିଲକୁଲ୍ ତମୋପ୍ରଧାନ ଅଟନ୍ତି । ସେମାନେ ନା ଏତେ ଦୁଃଖ ଦେଖୁଛନ୍ତି, ନା ଏତେ ସୁଖ ଭୋଗ କରୁଛନ୍ତି । ଭାରତବାସୀ ହିଁ ସବୁଠାରୁ ଅଧିକ ସୁଖ ଲାଭ କରୁଛନ୍ତି ଏବଂ ତା ସହିତ ଦୁଃଖୀ ମଧ୍ୟ ହେଉଛନ୍ତି । ହିସାବ ରହିଛି ନା । ଦେଖ, ଏବେ କେତେ ଦୁଃଖ ରହିଛି! ଯେଉଁମାନେ ଧାର୍ମିକ ହୋଇଥାନ୍ତି ସେମାନେ ମଧ୍ୟ ହେ ଈଶ୍ୱର ପିତା, ମୁକ୍ତିଦାତା କହି ମନେ ପକାଇଥାନ୍ତି । ତୁମେ ମଧ୍ୟ ହୃଦୟରୁ ଏହା କହୁଛ ବାବା, ଆସି ଆମର ଦୁଃଖ ହରଣ କର ଆଉ ସୁଖଧାମକୁ ନେଇଚାଲ । କିନ୍ତୁ ଦୁନିଆର ସାଧୁ ସନ୍ଥମାନେ କହୁଛନ୍ତି ଆମକୁ ଶାନ୍ତିଧାମକୁ ନେଇଚାଲ । ତୁମେ କହିବ ଆମକୁ ଶାନ୍ତିଧାମ ଏବଂ ସୁଖଧାମକୁ ନେଇଚାଲ । ଏବେ ବାବା ଆସିଛନ୍ତି ତେଣୁ ବହୁତ ଖୁସି ଲାଗିବା ଉଚିତ୍ । ଭକ୍ତିମାର୍ଗରେ କେତେ କାହାଣୀ ତିଆରି କରିଛନ୍ତି । ସେଥିରେ ପ୍ରକୃତ କଥା କିଛି ବି ନାହିଁ । ଯେପରି ଅଟାରେ ଲୁଣର ମାତ୍ରା ଯେତିକି ସେତିକି ସତ୍ୟ ରହିଛି । ଚଣ୍ଡିକାଦେବୀଙ୍କ ମଧ୍ୟ ମେଳା ଲାଗେ । ତେବେ ଏବେ ଚଣ୍ଡିମାନଙ୍କର ମେଳା କାହିଁକି ଲାଗୁଛି ? ଚଣ୍ଡୀ କାହାକୁ କୁହାଯାଉଛି ? ବାବା ବତାଇଛନ୍ତି ଯେ ଚଣ୍ଡାଳର ଜନ୍ମ ମଧ୍ୟ ସେବାକେନ୍ଦ୍ରରେ ରହିଲାବାଲା ହିଁ ନେଇଥାନ୍ତି । ଏଠାରେ ରହି ଖାଇ, ପିଇ କିଛି ଦାନ କରି ପୁଣି କହନ୍ତି ମୁଁ ଯାହା ଦେଇଛି ତାହା ମୋତେ ଫେରାଅ । ମୁଁ ଆଉ ମାନୁ ନାହିଁ..., ସଂଶୟ ଆସିଯାଉଛି, ତେବେ ସେମାନେ ସତ୍ୟଯୁଗରେ କଣ ହେବେ । ଏଭଳି ଚଣ୍ଡିକାର ମଧ୍ୟ ମେଳା ଲାଗୁଛି । ତଥାପି ମଧ୍ୟ ସତ୍ୟଯୁଗୀ ଆତ୍ମା ଅଟନ୍ତି ନା । କିଛି ସମୟ ବାବାଙ୍କର ସହଯୋଗୀ ହେଲେ ସେଥିପାଇଁ ସ୍ୱର୍ଗରେ ଆସିଗଲେ । ଦୁନିଆରେ ଭକ୍ତ ତ କିଛି ଜାଣନ୍ତି ନାହିଁ । ଜ୍ଞାନ ତ କାହାରି ପାଖରେ ନାହିଁ । ଚିତ୍ରବାଲା ଗୀତା ଦ୍ୱାରା ବହୁତ ପଇସା ରୋଜଗାର କରୁଛନ୍ତି । ଆଜିକାଲି ତ ଚିତ୍ର (ଶରୀର) ପ୍ରତି ସମସ୍ତେ ଆକର୍ଷିତ ହେଉଛନ୍ତି । ତାଙ୍କୁ କଳା ବୋଲି ଭାବୁଛନ୍ତି । ମନୁଷ୍ୟମାନଙ୍କୁ କଣ ଜଣା ଦେବତାମାନଙ୍କ ଚିତ୍ର କିଭଳି ହୋଇଥାଏ । ବାସ୍ତବରେ ତୁମେମାନେ କେତେ ଫାଷ୍ଟକ୍ଲାସ୍ ଥିଲ । ପୁଣି କଣ ହୋଇଗଲ । ସେଠାରେ କେହି ଅନ୍ଧ, ମୁକ ହୋଇନଥାନ୍ତି । ଦେବତାମାନଙ୍କର ପ୍ରାକୃତିକ ଶୋଭା ହୋଇଥାଏ, ପ୍ରାକୃତିକ ସୌନ୍ଦର୍ଯ୍ୟ ହୋଇଥାଏ । ତେବେ ବାବା ମଧ୍ୟ ସବୁ ବୁଝାଇ ସାରିବା ପରେ ପୁଣି କହୁଛନ୍ତି ପିଲାମାନେ, ତୁମେ ବାବାଙ୍କୁ ମନେ ପକାଅ । ବାବା, ପିତା-ଶିକ୍ଷକ-ସତଗୁରୁ ଅଟନ୍ତି । ତିନି ରୂପକୁ ମନେ ପକାଅ ତେବେ ତିନିଜଣଙ୍କଠାରୁ ସମ୍ପତ୍ତି ମିଳିବ । ପଛରେ ଆସିଲାବାଲା ତିନି ରୂପକୁ ମନେ ପକାଇ ପାରିବେ ନାହିଁ । ପୁଣି ସେମାନେ ମୁକ୍ତିକୁ ଚାଲିଯିବେ । ବାବା ବୁଝାଇଛନ୍ତି ସୂକ୍ଷ୍ମଲୋକରେ ଯାହା କିଛି ଦେଖୁଛ ସେସବୁ ହେଉଛି ସାକ୍ଷାତ୍କାରର କଥା । ବାକି ଇତିହାସ-ଭୂଗୋଳ ଏସବୁ ହେଉଛି ମୂଳଲୋକର । ଏହାର ଆୟୁଷ କାହାକୁ ଜଣାନାହିଁ । ଏବେ ତୁମମାନଙ୍କୁ ବାବା ବୁଝାଇଛନ୍ତି ପୁଣି ତୁମେ କାହାକୁ ବି ବୁଝାଇପାରିବ । ପ୍ରଥମେ ପ୍ରଥମେ ତ ବାବାଙ୍କ ପରିଚୟ ଦେବାକୁ ହେବ । ସେହିଁ ବେଦହର ବାବା ପରମ ଆତ୍ମା ଅଟନ୍ତି । ଲୌକିକ ପିତାଙ୍କୁ କେବେ ପରମାତ୍ମା ବା ସୁପ୍ରିମ ଆତ୍ମା କୁହାଯାଏ ନାହିଁ । ପରମଆତ୍ମା ତ ଜଣେ ଅଟନ୍ତି ଯାହାଙ୍କୁ ଭଗବାନ କୁହାଯାଏ । ସିଏ ଜ୍ଞାନର ସାଗର ଅଟନ୍ତି ତେଣୁ ତୁମକୁ ଜ୍ଞାନ ଶିଖାଉଛନ୍ତି । ଏହି ଈଶ୍ୱରୀୟ ଜ୍ଞାନ ହେଉଛି ସତ୍ୟଯୁଗୀ ସମ୍ପତ୍ତି ପ୍ରାପ୍ତ କରିବାର ଉତ୍ସ । ଜ୍ଞାନ ମଧ୍ୟ ଉତ୍ତମ, ମଧ୍ୟମ, କନିଷ୍ଠ ହୋଇଥାଏ । ବାବା ହେଉଛନ୍ତି ସବୁଠାରୁ ଉଚ୍ଚ ତେଣୁ ତାଙ୍କର ଜ୍ଞାନ ମଧ୍ୟ ସବୁଠାରୁ ଉଚ୍ଚ । ପଦ ମଧ୍ୟ ଉଚ୍ଚ । ଇତିହାସ, ଭୂଗୋଳ ତୁରନ୍ତ ଜାଣିଯାଉଛନ୍ତି । ବାକି ଯୋଗର ଯାତ୍ରାରେ ଯୁଦ୍ଧ ଚାଲିଛି । ଯଦି ଏଥିରେ ତୁମେ ହାରିଯାଉଛ ତେବେ ଜ୍ଞାନରେ ମଧ୍ୟ ହାରିଯାଉଛ । ଯୋଗରେ ହାରିଯିବା ପରେ ଛାଡି ଚାଲିଯାଉଛନ୍ତି ତେବେ ଜ୍ଞାନ ମଧ୍ୟ ଭୁଲିଯାଉଛନ୍ତି । ପୁଣି ପୂର୍ବରୁ ଯେପରି ଥିଲେ ସେହିପରି ହୋଇଯାଉଛନ୍ତି କିମ୍ବା ତାଠାରୁ ହୀନ ମଧ୍ୟ ହୋଇଯାଉଛନ୍ତି । ବାବାଙ୍କୁ ସେମାନଙ୍କର ଚାଲି-ଚଳଣିରୁ ଦେହ-ଅଭିମାନ ସ୍ପଷ୍ଟ ଜଣାପଡିଯାଏ । ବ୍ରାହ୍ମଣମାନଙ୍କର ମାଳା ମଧ୍ୟ ଅଛି କିନ୍ତୁ କେତେକଙ୍କୁ ଜଣାନାହିଁ ଯେ ଆମେ କିଭଳି କ୍ରମାନୁସାରେ ଏଠାରେ ବସିଛନ୍ତି । ଦେହ-ଅଭିମାନ କାରଣରୁ ନା! ନିଶ୍ଚୟ ବୁଦ୍ଧି ଆତ୍ମାଙ୍କର ନିଶ୍ଚିତ ଅପାର ଖୁସି ରହିବ । ବାବା ପଚାରିଲେ କାହାର ନିଶ୍ଚୟ ଅଛି ଯେ ମୁଁ ଏହି ଶରୀର ଛାଡି ରାଜକୁମାର ହେବି ? (ସମସ୍ତେ ହାତ ଉଠାଇଲେ) ପିଲାମାନଙ୍କୁ ଏତେ ଖୁସି ରହୁଛି ତେବେ ସମସ୍ତଙ୍କ ଭିତରେ ଦୈବୀଗୁଣ ରହିବା ଉଚିତ୍ । ନିଶ୍ଚୟବୁଦ୍ଧିର ଅର୍ଥ ହେଉଛି ବିଜୟମାଳାରେ ଗୁନ୍ଥା ହେବା ଆତ୍ମା ଅର୍ଥାତ୍ ରାଜକୁମାର ହେବାବାଲା ଆତ୍ମା । ଏମିତି ଦିନ ମଧ୍ୟ ଆସିବ ଯାହାକି ବିଦେଶୀମାନେ ସବୁଠାରୁ ଅଧିକ ଆବୁ ଆସିବେ ଏବଂ ସମସ୍ତେ ତୀର୍ଥ ଯାତ୍ରା ଆଦି କରିବା ଛାଡିଦେବେ । ସେମାନେ ଭାରତର ରାଜଯୋଗ ଶିଖିବାକୁ ଚାହୁଁଛନ୍ତି । ସିଏ କିଏ ଯିଏ ସ୍ୱର୍ଗ ସ୍ଥାପନ କରିଥିଲେ । ପୁରୁଷାର୍ଥ କରାଯାଇଥାଏ, ଯଦି କଳ୍ପ ପୂର୍ବେ ଏହା ହୋଇଥିବ ତେବେ ନିଶ୍ଚିତ ସଂଗ୍ରାହଳୟ ତିଆରି ହୋଇଯିବ । ବୁଝାଇବାକୁ ହେବ ଯେ ଏଭଳି ପ୍ରଦର୍ଶନୀ ସଦାସର୍ବଦା ଲଗାଇବା ଉଚିତ୍ । ୪-୫ ବର୍ଷ ପାଇଁ ଭଡାରେ ଘର ନେଇ ଏହା ଲଗାଇବା ଉଚିତ୍ । ଆମେ ଭାରତକୁ ସୁଖଧାମ କରିବା ପାଇଁ ହିଁ ସେବା କରୁଛନ୍ତି । ଏଥିରେ ବହୁତଙ୍କର କଲ୍ୟାଣ ହେବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଅପାର ଖୁସିରେ ରହିବା ପାଇଁ ସଦାସର୍ବଦା ଏହି ସ୍ମୃତି ରହୁ ଯେ ସ୍ୱୟଂ ବାବା ଆମର ଶୃଙ୍ଗାର କରୁଛନ୍ତି, ସେ ଆମକୁ ଅସରନ୍ତି ସମ୍ପତ୍ତି ଦେଉଛନ୍ତି । ଆମେମାନେ ନୂଆ ଦୁନିଆ ଅମରପୁରୀକୁ ଯିବା ପାଇଁ ପାଠ ପଢୁଛୁ ।

(୨) ବିଜୟ ମାଳାରେ ଗୁନ୍ଥି ହେବା ପାଇଁ ନିଶ୍ଚୟବୁଦ୍ଧି ହୋଇ ଦୈବୀଗୁଣକୁ ଧାରଣ କରିବାକୁ ହେବ । ଯାହା କିଛି ଦେଇ ଦେଇଛ, ତାକୁ ଫେରାଇ ନେବାର ସଂକଳ୍ପ କେବେ ବି ଆସିବା ଉଚିତ୍ ନୁହେଁ । ସଂଶୟବୁଦ୍ଧି ହୋଇ ନିଜର ପଦକୁ ହରାଇବାର ନାହିଁ ।

ବରଦାନ:-
ବିଘ୍ନଗୁଡିକୁ ମନୋରଞ୍ଜନକାରୀ ଖେଳ ମନେ କରି ଅତିକ୍ରମ କରୁଥିବା ନିର୍ବିଘ୍ନ, ବିଜୟୀ ହୁଅ ।

ପୁରୁଷାର୍ଥରେ ବିଘ୍ନ ଆସିବା ଭଲ କଥା କିନ୍ତୁ ବିଘ୍ନ ତୁମକୁ ପରାଜିତ କରିଦେବା ଉଚିତ୍ ନୁହେଁ । ବିଘ୍ନ ତ ତୁମମାନଙ୍କୁ ମଜବୁତ୍ କରିବା ପାଇଁ ଆସିଥାଏ ସେଥିପାଇଁ ବିଘ୍ନରେ ବିଚଳିତ ହେବା ପରିବର୍ତ୍ତେ ସେଗୁଡିକୁ ମନୋରଞ୍ଜନର ଖେଳ ମନେ କରି ଅତିକ୍ରମ କରିଯାଅ, ତେବେ କୁହାଯିବ ନିର୍ବିଘ୍ନ ବିଜୟୀ । ଯେବେକି ସର୍ବଶକ୍ତିମାନ ବାବାଙ୍କର ସଙ୍ଗ ମିଳିଛି ତେବେ ବିଚଳିତ ହେବାର କୌଣସି କଥା ହିଁ ନାହିଁ । କେବଳ ବାବାଙ୍କୁ ମନେ ପକାଇବାରେ ଏବଂ ସେବାରେ ବ୍ୟସ୍ତ ରୁହ ତେବେ ନିର୍ବିଘ୍ନ ରହିପାରିବ । ଯେତେବେଳେ ବୁଦ୍ଧି ଖାଲି ରହିଥାଏ ସେତେବେଳେ ହିଁ ବିଘ୍ନ ବା ମାୟା ଆସିଥାଏ, ସେଥିପାଇଁ ସର୍ବଦା ବ୍ୟସ୍ତ ରୁହ ତେବେ ମାୟା ନିଜର ରାସ୍ତା ବଦଳାଇ ଦେବ ।

ସ୍ଲୋଗାନ:-
ସୁଖର ଖାତାକୁ ଜମା କରିବା ପାଇଁ ମର୍ଯ୍ୟାଦା ପୂର୍ବକ ହୃଦୟର ସହିତ ସମସ୍ତଙ୍କୁ ସୁଖ ଦିଅ ।