02.12.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବିନାଶ ପୂର୍ବରୁ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ, ନିଜେ ଧାରଣା କରି ଅନ୍ୟମାନଙ୍କୁ ବୁଝାଅ ତେବେ ଯାଇ ଉଚ୍ଚ ପଦ ମିଳିପାରିବ ।

ପ୍ରଶ୍ନ:-
ରାଜଯୋଗୀ ବିଦ୍ୟାର୍ଥୀମାନଙ୍କ ପାଇଁ ବାବାଙ୍କର ଡାଇରେକ୍ସନ୍ ଅର୍ଥାତ୍ ନିର୍ଦ୍ଦେଶ କଣ ?

ଉତ୍ତର:-
ତୁମମାନଙ୍କୁ ଡାଇରେକ୍ସନ୍ ମିଳୁଛି ବାବାଙ୍କର ସନ୍ତାନ ହେବା ପରେ ଅନ୍ୟମାନଙ୍କ ସହିତ ମନ ଲଗାଇବାର ନାହିଁ । ପ୍ରତିଜ୍ଞା କରିବା ପରେ ପୁନର୍ବାର ପତିତ ହେବାର ନାହିଁ । ତୁମେ ଏପରି ସମ୍ପୂର୍ଣ୍ଣ ପବିତ୍ର ହୋଇଯାଅ ଯେପରି ବାବା ଏବଂ ଶିକ୍ଷକଙ୍କର ସ୍ମୃତି ସ୍ୱତଃ ଏବଂ ନିରନ୍ତର ଭାବରେ କାୟମ ରହିବ । ଏକମାତ୍ର ବାବାଙ୍କୁ ହିଁ ସ୍ନେହ କର, ତାଙ୍କୁ ହିଁ ମନେପକାଅ ତେବେ ତୁମକୁ ବହୁତ ଶକ୍ତି ମିଳିବ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି ଏବଂ ତାହା ମଧ୍ୟ ସେତେବେଳେ ବୁଝାଉଛନ୍ତି ଯେତେବେଳେ କି ଏହି ଶରୀରରେ ଅଛନ୍ତି । ତେବେ ସମ୍ମୁଖରେ ହିଁ ବୁଝାଇବାକୁ ପଡିଥାଏ । ଯାହା ସମ୍ମୁଖରେ ବୁଝାଯାଇଥାଏ ତାହା ପୁଣି ଲିଖିତ ଆକାରରେ ସମସ୍ତଙ୍କ ପାଖକୁ ଯାଇଥାଏ । ତୁମେମାନେ ଏଠାକୁ ଆସୁଛ ସମ୍ମୁଖରେ ଶୁଣିବା ପାଇଁ । ବେହଦର ବାବା ଆତ୍ମାମାନଙ୍କୁ ହିଁ ଶୁଣାଉଛନ୍ତି । ଆତ୍ମା ହିଁ ଶୁଣୁଛି । ସବୁ କିଛି ଆତ୍ମା ହିଁ କରିଥାଏ ଏହି ଶରୀର ଦ୍ୱାରା ଏଥିପାଇଁ ପ୍ରଥମେ ପ୍ରଥମେ ନିଜକୁ ଆତ୍ମା ନିଶ୍ଚୟ କରିବା ଦରକାର । ଗାୟନ ଅଛି - ଆତ୍ମା-ପରମାତ୍ମା ଅଲଗା ରୁହନ୍ତି ବହୁ କାଳ.... । ସବୁଠାରୁ ପ୍ରଥମେ ବାବାଙ୍କଠାରୁ କେଉଁମାନେ ଅଲଗା ହୋଇ ଏଠାକୁ ଅଭିନୟ କରିବାକୁ ଆସିଥାନ୍ତି ? ତୁମକୁ ପଚାରିବେ କେତେ ସମୟ ତୁମେ ବାବାଙ୍କଠାରୁ ଅଲଗା ରହିଛ ? ତେବେ ତୁମେ କହିବ ୫ ହଜାର ବର୍ଷ । ପୁରା ହିସାବ ଅଛି ନା । ଏହା ବି ତୁମ ସନ୍ତାନମାନଙ୍କୁ ଜଣା ଅଛି ଯେ କିପରି କ୍ରମାନୁସାରେ ଆସୁଛନ୍ତି । ବାବା ଯିଏକି ଉପରେ ଥିଲେ ସେ ବି ବର୍ତ୍ତମାନ ତଳକୁ ଆସିଯାଇଛନ୍ତି ତୁମମାନଙ୍କର ବ୍ୟାଟେରୀ ଚାର୍ଜ କରିବା ପାଇଁ । ତେଣୁ ବର୍ତ୍ତମାନ ବାବାଙ୍କୁ ମନେ ପକାଇବାକୁ ହେବ । ଏବେ ତ ବାବା ସମ୍ମୁଖରେ ଉପସ୍ଥିତ ଅଛନ୍ତି ନା । ଭକ୍ତିମାର୍ଗରେ ତ ବାବାଙ୍କର ଜୀବନ କାହାଣୀ କାହାରିକୁ ଜଣାନାହିଁ । ନାମ, ରୂପ, ଦେଶ ଏବଂ କାଳକୁ ଜାଣି ହିଁ ନାହାଁନ୍ତି । ତୁମକୁ ତ ନାମ, ରୂପ, ଦେଶ, କାଳ, ସବୁର ଜ୍ଞାନ ଅଛି । ତୁମେ ଜାଣିଛ ବ୍ରହ୍ମାଙ୍କ ଶରୀର ଦ୍ୱାରା ବାବା ଆମକୁ ସମସ୍ତ ରହସ୍ୟ ବୁଝାଉଛନ୍ତି । ରଚୟିତା ଏବଂ ରଚନାର ଆଦି, ମଧ୍ୟ, ଅନ୍ତର ରହସ୍ୟ ବୁଝାଉଛନ୍ତି । ଏହା କେତେ ସୂକ୍ଷ୍ମ ଜ୍ଞାନ ଅଟେ । ଏହି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷର ବୀଜ ହେଉଛନ୍ତି ବାବା । ସେ ଏଠାକୁ ଆସନ୍ତି ନିଶ୍ଚୟ, ନୂଆ ଦୁନିଆ ସ୍ଥାପନ କରିବା ତାଙ୍କର ହିଁ କାମ । ଏପରି ନୁହେଁ ଯେ ସେଠାରେ ବସି ସ୍ଥାପନ କରନ୍ତି । ତୁମେ ସନ୍ତାନମାନେ ଜାଣିଛ ବାବା ଏହି ରଥ ଦ୍ୱାରା ଆମମାନଙ୍କୁ ସମ୍ମୁଖରେ ବୁଝାଉଛନ୍ତି । ଏହା ମଧ୍ୟ ବାବାଙ୍କର ସନ୍ତାନମାନଙ୍କୁ ସ୍ନେହ କରିବା ହେଲା ନା । ଅନ୍ୟ କାହାରିକୁ ମଧ୍ୟ ତାଙ୍କର ଜୀବନକାହାଣୀ ଜଣା ନାହିଁ । ଗୀତା ହେଉଛି ଆଦି ସନାତନ ଦେବୀ ଦେବତା ଧର୍ମର ଶାସ୍ତ୍ର । ଏହା ବି ତୁମେମାନେ ଜାଣିଛ - ବାବା ଏହି ଜ୍ଞାନ ଦେବା ପରେ ସୃଷ୍ଟିର ବିନାଶ ହେଉଛି । ବିନାଶ ତ ନିଶ୍ଚିତ ହେବ । ଅନ୍ୟ ଯିଏ ବି ଧର୍ମସ୍ଥାପକ ଆସିଥାନ୍ତି, ସେମାନଙ୍କ ଆସିବା ଦ୍ୱାରା ବିନାଶ ହୋଇନଥାଏ । ଏହା ହିଁ ହେଉଛି ବିନାଶର ସମୟ, ଏଥିପାଇଁ ତୁମକୁ ଯେଉଁ ଜ୍ଞାନ ମିଳୁଛି ତାହା ପୁଣି ସମାପ୍ତ ହୋଇଯାଇଥାଏ । ତୁମ ସନ୍ତାନମାନଙ୍କ ବୁଦ୍ଧିରେ ଏହି ସବୁ ଜ୍ଞାନ ଅଛି । ତୁମେ ରଚୟିତା ଏବଂ ରଚନାକୁ ଜାଣିଯାଇଛ । ଉଭୟ ଅନାଦି ଅଟନ୍ତି ଯାହା ଅନାଦି କାଳରୁ ଚାଲିଆସୁଛି । ବାବାଙ୍କର ସଂଗମଯୁଗରେ ଆସିବାର ପାର୍ଟ ଅଛି । ଭକ୍ତି ଅଧାକଳ୍ପ କରାଯାଏ, ଜ୍ଞାନ ଏତେ ସମୟ ରହେ ନାହିଁ । ଜ୍ଞାନର ସମ୍ପତ୍ତି ଅଧା କଳ୍ପ ପାଇଁ ମିଳିଥାଏ । ଜ୍ଞାନ ତ କେବଳ ଗୋଟିଏ ଥର କେବଳ ସଂଗମଯୁଗରେ ମିଳେ । ଏହି ପାଠପଢା ତୁମର ଥରେ ମାତ୍ର ହୋଇଥାଏ । ଏହି ଜ୍ଞାନ ଭଲ ଭାବରେ ବୁଝି ପୁଣି ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ପଡିବ । ପଦ ପାଇବାର ସମସ୍ତ ଆଧାର ସେବା କରିବା ଉପରେ ନିର୍ଭର କରେ । ତୁମେ ଜାଣିଛ ପୁରୁଷାର୍ଥ କରି ଏବେ ଆମକୁ ନୂଆ ଦୁନିଆକୁ ଯିବାର ଅଛି । ଧାରଣ କରି ପୁଣି ଅନ୍ୟମାନଙ୍କୁ ବୁଝାଇବା ଏହା ଉପରେ ହିଁ ତୁମର ଉଚ୍ଚ ପଦ ନିର୍ଭର କରେ । ବିନାଶ ହେବା ପୂର୍ବରୁ ସମସ୍ତଙ୍କୁ ବାବାଙ୍କ ପରିଚୟ ଏବଂ ରଚନାର ଆଦି, ମଧ୍ୟ, ଅନ୍ତର ପରିଚୟ ଦେବାକୁ ହେବ । ତୁମେ ମଧ୍ୟ ବାବାଙ୍କୁ ମନେ ପକାଉଛ କି ଜନ୍ମ-ଜନ୍ମାନ୍ତରର ପାପ କଟିଯାଉ ଯେପର୍ଯ୍ୟନ୍ତ ବାବା ପଢାଉଛନ୍ତି ସେପର୍ଯ୍ୟନ୍ତ ନିଶ୍ଚୟ ମନେପକାଇବାକୁ ହେବ । ଶିକ୍ଷାଦାତାଙ୍କ ସହିତ ଯୋଗ ତ ରହିବ ନା । ଶିକ୍ଷକ ପଢାଉଛନ୍ତି ତ ଯୋଗ ତାଙ୍କ ସହିତ ରହୁଛି । ଯୋଗ ବିନା ପଢିବା କିପରି ? ଯୋଗ ଅର୍ଥାତ୍ ଶିକ୍ଷାଦାତାଙ୍କୁ ମନେ ପକାଇବା । ଇଏ ବାପା ବି ଅଟନ୍ତି, ଶିକ୍ଷକ ଏବଂ ସତଗୁରୁ ମଧ୍ୟ ଅଟନ୍ତି । ତିନି ରୂପରେ ପୁରା ମନେ ପକାଇବାକୁ ପଡିଥାଏ । ଏହି ସତଗୁରୁ ତୁମକୁ କେବଳ ଥରେ ମାତ୍ର ମିଳିଥାନ୍ତି । ଜ୍ଞାନ ଦ୍ୱାରା ସଦଗତି ମିଳିଗଲା, ବାସ୍ ପୁଣି ଗୁରୁ କରିବାର ପ୍ରଥା ରହିନଥାଏ । ବାବା, ଶିକ୍ଷକଙ୍କର ପ୍ରଥା ଚାଲେ, ଗୁରୁଙ୍କର ପ୍ରଥା ରହେ ନାହିଁ । ସଦଗତି ମିଳିଗଲା ନା । ନିର୍ବାଣଧାମକୁ ତୁମେ ପ୍ରତ୍ୟକ୍ଷରେ ଯାଉଛ ପୁଣି ନିଜ ସମୟରେ ଅଭିନୟ କରିବା ପାଇଁ ଆସୁଛ । ମୁକ୍ତି-ଜୀବନମୁକ୍ତି ଦୁଇଟିଯାକ ତୁମକୁ ମିଳିଯାଉଛି । ମୁକ୍ତି ବି ନିଶ୍ଚୟ ମିଳିଥାଏ । କିଛି ସମୟ ପାଇଁ ତୁମେ ଘରକୁ ଯାଇ ରହିବ । ଏଠାରେ ତ ଶରୀର ଦ୍ୱାରା ଅଭିନୟ କରିବାକୁ ପଡିଥାଏ । ଶେଷ ବେଳକୁ ସବୁ ଅଭିନୟକାରୀ ଆସିଯିବେ । ନାଟକ ପୂରା ହୋଇଗଲା ପରେ ସବୁ ଅଭିନେତାମାନେ ମଞ୍ଚ ଉପରକୁ ଆସିଥାନ୍ତି । ଏବେ ବି ସବୁ ଅଭିନେତାମାନେ ଆସି ମଞ୍ଚ ଉପରେ ଏକତ୍ର ହୋଇଛନ୍ତି । ତେଣୁ କେତେ ଗହଳି ହୋଇଯାଇଛି ସତ୍ୟଯୁଗ ଆଦିରେ ଏତେ ଗହଳି ନଥିଲା । ଏବେ ତ ସବୁଆଡେ କେତେ ଅଶାନ୍ତି । ତେଣୁ ଏବେ ଯେପରି ବାବାଙ୍କ ପାଖରେ ସୃଷ୍ଟିଚକ୍ରର ଜ୍ଞାନ ଅଛି ସେହିପରି ପିଲାମାନଙ୍କ ପାଖରେ ମଧ୍ୟ ଜ୍ଞାନ ଅଛି । ବୀଜରେ ଜ୍ଞାନ ଥାଏ ନା ବୀଜରୁ ବୃକ୍ଷ କିପରି ବୃଦ୍ଧି ହୋଇ ପୁଣି ଶେଷ ହୋଇଯାଇଥାଏ । ଏବେ ତୁମେ ବସିଛ ନୂଆ ଦୁନିଆର ଚାରା ରୋପଣ କରିବା ପାଇଁ ଅଥବା ଆଦି ସନାତନ ଦେବୀ ଦେବତା ଧର୍ମର ଚାରା ରୋପଣ କରିବା ପାଇଁ । ତୁମକୁ ଜଣା ଅଛି ଲକ୍ଷ୍ମୀ-ନାରାୟଣ କିପରି ରାଜ୍ୟ ପ୍ରାପ୍ତ କରିଥିଲେ ? ତୁମେ ଜାଣିଛ ଏବେ ଆମେ ନୂଆ ଦୁନିଆର ରାଜକୁମାର ହେବା । ସେହି ଦୁନିଆରେ ରହୁଥିବା ପ୍ରତ୍ୟେକ ନିଜକୁ ମାଲିକ ହିଁ କହିବେ ନା । ଯେପରି ଏବେ ମଧ୍ୟ ସମସ୍ତେ କହୁଛନ୍ତି ଭାରତ ଆମର ଦେଶ ଅଟେ । ତୁମେ ବୁଝୁଛ ଯେ ଏବେ ଆମେ ସଂଗମରେ ଛିଡା ହୋଇଛେ । ଆମକୁ ଶିବାଳୟକୁ ଯିବାର ଅଛି । ବାସ୍, ଏବେ ଗଲେ କି ଗଲେ । ଆମେ ଯାଇ ଶିବାଳୟର ମାଲିକ ହେବା । ଏହା ହିଁ ତୁମର ଲକ୍ଷ ଉଦ୍ଦେଶ୍ୟ ଅଟେ । ଯଥା ରାଜା ରାଣୀ ତଥା ପ୍ରଜା, ସମସ୍ତେ ଶିବାଳୟର ମାଲିକ ହୋଇଯାଉଛନ୍ତି । ବାକି ରାଜଧାନୀରେ ଭିନ୍ନ-ଭିନ୍ନ ପ୍ରକାରର ପଦବୀ ତ ରହିଥାଏ । ସେଠାରେ ମନ୍ତ୍ରୀ ତ କେହି ନଥାନ୍ତି । ମନ୍ତ୍ରୀ ସେତେବେଳେ ଥାନ୍ତି ଯେବେ ପତିତ ହୋଇଥାନ୍ତି । ଲକ୍ଷ୍ମୀ-ନାରାୟଣ ବା ରାମ-ସୀତାଙ୍କର ମନ୍ତ୍ରୀ ଥିବାର କେବେ ତୁମେ ଶୁଣିନଥିବ କାରଣ ସେମାନେ ନିଜେ ସତ୍ତ୍ୱପ୍ରଧାନ ପବିତ୍ର ବୁଦ୍ଧି ସମ୍ପନ୍ନ ଅଟନ୍ତି । ପୁଣି ଯେତେବେଳେ ପତିତ ହୋଇଥାନ୍ତି ସେତେବେଳେ ରାଜା-ରାଣୀଙ୍କୁ ପରାମର୍ଶ ଦେବା ପାଇଁ ଜଣେ ମନ୍ତ୍ରୀଙ୍କୁ ରଖିଥାନ୍ତି । ଏବେ ତ ଦେଖ ବହୁତ ମନ୍ତ୍ରୀ ଅଛନ୍ତି ।

ତୁମେ ପିଲାମାନେ ଜାଣିଛ ଏହା ବହୁତ ମଜାର ଖେଳ ଅଟେ । ଖେଳ ସର୍ବଦା ମଜା ପାଇଁ ହିଁ ହୋଇଥାଏ । ସୁଖ ମଧ୍ୟ ହୋଇଥାଏ, ଦୁଃଖ ମଧ୍ୟ ହୋଇଥାଏ । ଏହି ବେହଦର ଖେଳକୁ ତୁମେ ପିଲାମାନେ ହିଁ ଜାଣିଛ । ଏଥିରେ କନ୍ଦା-କଟା କରିବା ଆଦିର କଥା ହିଁ ନାହିଁ । ଗାଉଛନ୍ତି ଯେ ବିତିକୁ ବିତି ହିଁ ଦେଖ ....ଏସବୁ ପୂର୍ବରୁ ପ୍ରସ୍ତୁତ ହୋଇଛି । ଏହି ନାଟକ ତୁମ ବୁଦ୍ଧିରେ ଅଛି । ଆମେ ଏହାର ଅଭିନେତା ଅଟୁ । ଆମର ୮୪ ଜନ୍ମର ଅଭିନୟ ସଠିକ୍ ଓ ଅବିନାଶୀ ଅଟେ । ଯିଏ ଯେଉଁ ଜନ୍ମରେ ଯାହା ଅଭିନୟ କରି ଆସିଛନ୍ତି ସେପରି ହିଁ କରି ଚାଲିବେ । ଆଜିକୁ ୫ ହଜାର ବର୍ଷ ପୂର୍ବେ ମଧ୍ୟ ତୁମକୁ ଏହି କଥା କହି ଥିଲି ନିଜକୁ ଆତ୍ମା ଭାବ । ଗୀତାରେ ବି ଏହି ଅକ୍ଷର ଅଛି । ତୁମେ ଜାଣିଛ ଆଦି ସନାତନ ଦେବୀ ଦେବତା ଧର୍ମ ଯେତେବେଳେ ସ୍ଥାପନ ହୋଇଥିଲା ବାବା କହିଥିଲେ ଦେହ ସହିତ ଦେହର ସବୁ ଧର୍ମ ଛାଡି ନିଜକୁ ଆତ୍ମା ଭାବ ଏବଂ ବାବାଙ୍କୁ ସ୍ମରଣ କର । ମନମନାଭବର ଅର୍ଥ ତ ବାବା ଭଲ ଭାବରେ ବୁଝାଇଛନ୍ତି । ଭାଷା ମଧ୍ୟ ଏହା ହିଁ ଅଛି । ଏଠାରେ ଦେଖ କେତେ ପ୍ରକାରର ଭାଷା ଅଛି । ଭାଷା ପାଇଁ ମଧ୍ୟ କେତେ ପ୍ରକାରର ବିଶୃଙ୍ଖଳା ହେଉଛି । ଭାଷା ବିନା ତ କାମ ଚଳିବ ନାହିଁ । ଏପରି-ଏପରି ଭାଷା ଶିଖୁଛନ୍ତି ଯେ ମାତୃଭାଷା ହିଁ ସମାପ୍ତ ହୋଇଯାଉଛି । ଯିଏ ବହୁତ ପ୍ରକାରର ଭାଷା ଶିଖୁଛନ୍ତି ସେମାନଙ୍କୁ ପୁରସ୍କାର ମିଳୁଛି । ଯେତେ ଧର୍ମ, ସେତେ ଭାଷା ଥିବ । ସେଠାରେ ତୁମେ ଜାଣିଛ ନିଜର ହିଁ ରାଜ୍ୟ ହେବ । ଭାଷା ବି ଏକ ରହିବ । ଏଠାରେ ତ ଶହେ ମାଇଲରେ ଗୋଟିଏ ଭାଷା ଅଛି । ସେଠାରେ ଗୋଟିଏ ହିଁ ଭାଷା ହୋଇଥାଏ । ଏହି ସବୁ କଥା ବାବା ବସି ବୁଝାଉଛନ୍ତି ତେଣୁ ସେହି ବାବାଙ୍କୁ ହିଁ ସ୍ମରଣ କରିଚାଲ । ଶିବବାବା ହିଁ ଏହି ବ୍ରହ୍ମାଙ୍କ ଦ୍ୱାରା ବୁଝାଉଛନ୍ତି । ରଥ ତ ନିଶ୍ଚିତ ଦରକାର ନା । ଶିବବାବା ଆମର ପିତା ଅଟନ୍ତି । ବାବା କହୁଛନ୍ତି ମୋର ତ ବେହଦର ପିଲାମାନେ ଅଛନ୍ତି । ବାବା ୟାଙ୍କ ଦ୍ୱାରା ପଢାଉଛନ୍ତି ନା । ଶିକ୍ଷକଙ୍କୁ କେବେ କଣ ଆଲିଙ୍ଗନ କରାଯାଏ! ବାବା ତ ଆମକୁ ପଢାଇବା ପାଇଁ ଆସିଛନ୍ତି । ରାଜଯୋଗ ଶିଖାଉଛନ୍ତି ତେଣୁ ଶିକ୍ଷକ ହେଲେ ନା । ତୁମେମାନେ ବିଦ୍ୟାର୍ଥୀ ଅଟ । ଛାତ୍ରମାନେ କେବେ ଶିକ୍ଷକଙ୍କୁ ଆଲିଙ୍ଗନ କରିଥାନ୍ତି କି ? ଏକ ବାବାଙ୍କର ହେଲା ପରେ ଆଉ ଅନ୍ୟମାନଙ୍କ ଠାରେ ମନ ଲଗାଇବା ଉଚିତ୍ ନୁହେଁ ।

ବାବା କହୁଛନ୍ତି ମୁଁ ତୁମକୁ ରାଜଯୋଗ ଶିଖାଇବାକୁ ଆସିଛି ନା । ତୁମେ ଶରୀରଧାରୀ, ମୁଁ ଅଶରୀରୀ ଶୂନ୍ୟବାସୀ ଅଟେ । କହୁଛ-ବାବା,ପବିତ୍ର କରାଇବାକୁ ଆସ ତେବେ ତୁମେ ପତିତ ହୋଇଛ ନା ? ପୁଣି ମୋତେ କିପରି ଆଲିଙ୍ଗନ କରିପାରିବ ? ପ୍ରତିଜ୍ଞା କରି ପୁଣି ପତିତ ହୋଇଯାଉଛନ୍ତି । ଯେତେବେଳେ ସମ୍ପୂର୍ଣ୍ଣ ପବିତ୍ର ହୋଇଯିବ, ଶେଷ ବେଳକୁ ପୁଣି ବାବାଙ୍କ ୟାଦରେ ମଧ୍ୟ ରହିବ, ଶିକ୍ଷକଙ୍କୁ, ଗୁରୁଙ୍କୁ ମନେ ବି ପକାଉଥିବ । ଏବେ ତ ବିକାରୀ ହେବା ଦ୍ୱାରା ଅଧୋଗତି ହୋଇଛି, ଆହୁରି ଶହେ ଗୁଣା ଦଣ୍ଡ ପଡିଯାଉଛି । ଇଏ ତ ମଝିରେ ଦଲାଲ ରୂପରେ ମିଳିଛନ୍ତି, ଶିବବାବାଙ୍କୁ ହିଁ ମନେ ପକାଇବା ଦରକାର । ବାବା କହୁଛନ୍ତି ମୁଁ ବି ତାଙ୍କର ମୁରବୀ ପିଲା ଅଟେ । ତଥାପି ବି ମୁଁ କିପରି ଆଲିଙ୍ଗନ କରିପାରିବି । ତୁମେ ତ ଏହି ଶରୀର ଦ୍ୱାରା ମିଶୁଛ । ମୁଁ ତାଙ୍କୁ କେମିତି ଗଳାରେ ଲଗାଇବି ? ବାବା ତ କହୁଛନ୍ତି -- ପିଲାମାନେ, ତୁମେ ଏକ ବାବାଙ୍କୁ ହିଁ ସ୍ମରଣ କର, ସ୍ନେହ କର । ସ୍ମରଣ କରିବା ଦ୍ୱାରା ହିଁ ବହୁତ ଶକ୍ତି ମିଳିଥାଏ । ବାବା ସର୍ବଶକ୍ତିମାନ ଅଟନ୍ତି । ବାବାଙ୍କ ଠାରୁ ହିଁ ତୁମକୁ ଏତେ ଶକ୍ତି ମିଳୁଛି । ତୁମେ କେତେ ଶକ୍ତିଶାଳୀ ହେଉଛ । ତୁମର ରାଜଧାନୀ ଉପରେ କେହି ବିଜୟ ପ୍ରାପ୍ତ କରିପାରିବେ ନାହିଁ । ରାବଣ ରାଜ୍ୟ ହିଁ ସମାପ୍ତ ହୋଇଯାଇଥାଏ । ଦୁଃଖ ଦେବାବାଲା କେହି ରହିନଥାନ୍ତି । ତାହାକୁ ସୁଖଧାମ କୁହାଯାଇଥାଏ । ରାବଣ ସମ୍ପୂର୍ଣ୍ଣ ବିଶ୍ୱରେ ସମସ୍ତଙ୍କୁ ଦୁଃଖ ଦେଇଥାଏ । ପଶୁମାନେ ମଧ୍ୟ ଦୁଃଖୀ ହୋଇଥାନ୍ତି । ସେଠାରେ ତ ପଶୁମାନେ ମଧ୍ୟ ପରସ୍ପର ସ୍ନେହରେ ରହିଥାନ୍ତି । ଏଠାରେ ତ ସ୍ନେହ ହିଁ ନାହିଁ ।

ତୁମେ ପିଲାମାନେ ଜାଣିଛ ଏହି ଡ୍ରାମା କେମିତି ଘୁରି ଚାଲିଛି । ଏହାର ଆଦି-ମଧ୍ୟ-ଅନ୍ତର ରହସ୍ୟ ବାବା ହିଁ ବୁଝାଉଛନ୍ତି । କେହି ବହୁତ ଭଲ ଭାବରେ ପଢିଥାନ୍ତି, କେହି କମ୍ ପଢିଥାନ୍ତି । ପଢୁଛନ୍ତି ତ ସମସ୍ତେ ନା । ସାରା ଦୁନିଆ ମଧ୍ୟ ପଢିବ ଅର୍ଥାତ୍ ବାବାଙ୍କୁ ସ୍ମରଣ କରିବ । ବାବାଙ୍କୁ ସ୍ମରଣ କରିବା ଏହା ମଧ୍ୟ ପଢିବା ଅଟେ ନା । ସେହି ବାବାଙ୍କୁ ସମସ୍ତେ ସ୍ମରଣ କରିଥାନ୍ତି, ସେ ସମସ୍ତଙ୍କର ସଦଗତି ଦାତା, ସମସ୍ତଙ୍କର ସୁଖଦାତା ଅଟନ୍ତି । କହୁଛନ୍ତି ଯେ ସମସ୍ତଙ୍କୁ ଆସି ପବିତ୍ର କର ତେବେ ନିଶ୍ଚିତ ପତିତ ଅଟନ୍ତି ନା । ସେ ତ ଆସିଥାନ୍ତି ବିକାରୀମାନଙ୍କୁ ନିର୍ବିକାରୀ କରାଇବା ପାଇଁ । ଡାକୁଛନ୍ତି ହେ ଆଲ୍ଲା, ଆସି ଆମକୁ ପବିତ୍ର କର । ତାଙ୍କର ଏହା ହିଁ ଧନ୍ଦା ଅଟେ, ସେଥିଲାଗି ଡାକୁଛନ୍ତି ।

ତୁମର ଭାଷା ମଧ୍ୟ ଠିକ୍ ହୋଇଥିବା ଦରକାର । ଏମାନେ କହୁଛନ୍ତି ହେ ଆଲ୍ଲା, ସେମାନେ କହୁଛନ୍ତି ହେ ଗଡ୍ । ଗଡ୍ ଫାଦର ଈଶ୍ୱର ପିତା ବୋଲି ମଧ୍ୟ କହିଥାନ୍ତି । ପଛରେ ଆସୁଥିବା ଆତ୍ମାଙ୍କ ବୁଦ୍ଧି ତଥାପି ଭଲ ରହିଥାଏ । ସେମାନେ ଏତେ ଦୁଃଖ ଭୋଗି ନଥାନ୍ତି । ତେଣୁ ଏବେ ତୁମେ ସମ୍ମୁଖରେ ବସିଛ, କଣ କରୁଛ ? ବାବାଙ୍କୁ ଏହି ବ୍ରହ୍ମାଙ୍କ ଭ୍ରୁକୁଟୀରେ ଦେଖୁଛ । ବାବା ପୁଣି ତୁମ ଭ୍ରୁକୁଟୀକୁ ଦେଖୁଛନ୍ତି । ଯାହା ମଧ୍ୟରେ ମୁଁ ପ୍ରବେଶ କରୁଛି ତାଙ୍କୁ ଦେଖି ପାରିବି ? ସେ ତ ପାଖରେ ବସିଛନ୍ତି, ଏହା ବହୁତ ବୁଝିବାର କଥା ଅଟେ । ମୁଁ ତାଙ୍କ ପାଖରେ ବସିଛି । ସେ ବି ବୁଝିପାରୁଛନ୍ତି, ଶିବବାବା ମୋ ପାଖରେ ବସିଛନ୍ତି । ତୁମେ କହିବ ଆମେ ସମ୍ମୁଖରେ ଦୁଇ ଜଣଙ୍କୁ ଦେଖୁଛୁ । ବାବା ଆଉ ଦାଦା ଦୁଇଜଣଙ୍କ ଆତ୍ମାକୁ ଦେଖୁଛ । ତୁମ ପାଖରେ ଜ୍ଞାନ ଅଛି ବାପଦାଦା କାହାକୁ କହୁଛନ୍ତି ? ଆତ୍ମା ସମ୍ମୁଖରେ ବସିଛି । ଭକ୍ତି ମାର୍ଗରେ ତ ଆଖି ବନ୍ଦ କରି ବସି ଶୁଣୁଥାନ୍ତି । ପାଠପଢା କଣ ଏମିତି ପଢିଥାନ୍ତି । ଶିକ୍ଷକଙ୍କୁ ତ ଦେଖିବାକୁ ପଡିଥାଏ ନା । ଇଏ ବାପା ବି ଅଟନ୍ତି, ଶିକ୍ଷକ ବି ଅଟନ୍ତି ତେଣୁ ସମ୍ମୁଖରେ ଦେଖିବା ଦରକାର । ସମ୍ମୁଖରେ ବସିଥିବେ, ଆଉ ଆଖି ବନ୍ଦ ଥିବ ଢୁଳାଉଥିବେ, ଏପରି ତ ପାଠପଢା ହୋଇନଥାଏ । ଛାତ୍ର ଶିକ୍ଷକଙ୍କୁ ନିଶ୍ଚୟ ଦେଖୁଥିବେ ନହେଲେ ଶିକ୍ଷକ କହିବେ ଇଏ ତ ଢୁଳାଉଛନ୍ତି କିମ୍ବା ଇଏ କିଛି ଭାଙ୍ଗ ପିଇ କରି ଆସିଛନ୍ତି । ତୁମ ବୁଦ୍ଧିରେ ଅଛି ବାବା ଏହି ଶରୀରରେ ଅଛନ୍ତି । ମୁଁ ବାବାଙ୍କୁ ଦେଖୁଛି । ବାବା ବୁଝାଉଛନ୍ତି ଏହି ଶିକ୍ଷା ସାଧାରଣ ନୁହେଁ ଯାହାକି କେହି ଆଖି ବନ୍ଦ କରି ବସିବ । ବିଦ୍ୟାଳୟରେ କେବେ କେହି ଆଖି ବନ୍ଦ କରି ବସନ୍ତି କି ? ଅନ୍ୟ ସତସଙ୍ଗମାନଙ୍କୁ ବିଦ୍ୟାଳୟ କୁହାଯାଇପାରିବ ନାହିଁ । ଯଦିଓ ଗୀତା ଶୁଣାଇଥାନ୍ତି କିନ୍ତୁ ତାହାକୁ ବିଦ୍ୟାଳୟ କୁହାଯାଇନଥାଏ । ସେମାନେ କୌଣସି ବାବା ନୁହଁନ୍ତି ଯାହାକୁ ଆମେ ଦେଖିବା । କେହି କେହି ଶିବଙ୍କର ଭକ୍ତ ଅଛନ୍ତି, ସେମାନେ ଶିବଙ୍କୁ ହିଁ ମନେ ପକେଇଥାନ୍ତି, କାନ ଦ୍ୱାରା କଥା ଶୁଣୁଥାନ୍ତି । ଶିବ ଭକ୍ତମାନଙ୍କୁ, ଶିବଙ୍କୁ ହିଁ ମନେ ପକାଇବାକୁ ପଡିଥାଏ । କୌଣସି ସତସଙ୍ଗରେ ପ୍ରଶ୍ନୋତ୍ତର ଆଦି ହୋଇନଥାଏ । ଏହିଠାରେ ହିଁ ହୋଇଥାଏ । ଏହିଠାରେ ତୁମର ପ୍ରାପ୍ତି ବହୁତ ହୋଇଥାଏ । ଆମଦାନୀରେ କେବେ ଆଳସ୍ୟ ବା ହାଇ ଆସି ନଥାଏ । ଧନ ମିଳୁଛି ନା ତେଣୁ ମନ ଖୁସି ହୋଇଥାଏ । ହାଇ ମାରିବା ଦୁଃଖର ଚିହ୍ନ ଅଟେ । ରୋଗୀ ହୋଇଥିବ ବା ଦେବାଳିଆ ହୋଇଥିବ ତେବେ ବାରମ୍ବାର ଆଳସ୍ୟ ଆସିବ । ପଇସା ମିଳୁଥିବ ତ କେବେ ଆଳସ୍ୟ ଆସିବ ନାହିଁ । ବାବା ବ୍ୟାପାରୀ ବି ଅଟନ୍ତି । ରାତିରେ ଷ୍ଟିମର ଆସୁଥିବାରୁ ରାତି ଅନିଦ୍ରା ମଧ୍ୟ ହେବାକୁ ପଡୁଥିଲା । କେହି କେହି ରାଣୀମାନେ ରାତିରେ ଆସନ୍ତି ତେଣୁ କେବଳ ସ୍ତ୍ରୀ ଲୋକଙ୍କ ପାଇଁ ହିଁ ଖୋଲା ରହିଥାଏ । ବାବା ତ କହୁଛନ୍ତି ପ୍ରଦର୍ଶନୀ ଆଦିରେ ସ୍ତ୍ରୀମାନଙ୍କ ପାଇଁ ବିଶେଷ ଦିନ ରଖ ତେବେ ବହୁତ ଆସିବେ । ଓଢଣା ଟାଣୀ ମଧ୍ୟ ଆସିବେ । ବହୁତ ସ୍ତ୍ରୀମାନେ ଓଢଣା ମଧ୍ୟରେ ରହିଥାନ୍ତି । ଗାଡି ଭିତରେ ମଧ୍ୟ ପରଦା ଥାଏ । ଏଠାରେ ତ ଆତ୍ମାର କଥା ଅଛି । ଜ୍ଞାନ ମିଳିଗଲା ପରେ ଆପେ ଆପେ ପରଦା ଖୋଲିଯିବ । ସତ୍ୟଯୁଗରେ ପର୍ଦା ଆଦିନଥାଏ । ଏହା ତ ପ୍ରବୃତ୍ତି ମାର୍ଗର ଜ୍ଞାନ ଅଟେ ନା । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତାପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏହି ଖେଳ ବଡ ମଜାଦାର ଭାବରେ ତିଆରି ହୋଇଛି, ଏଥିରେ ସୁଖ ଏବଂ ଦୁଃଖର ପାର୍ଟ ନିଧାର୍ଯ୍ୟ ରହିଛି ସେଥିପାଇଁ କାନ୍ଦିବାର କୌଣସି କଥା ନାହିଁ । ବୁଦ୍ଧିରେ ରହିବା ଦରକାର ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ ତେଣୁ ବିତିଯାଇଥିବା କଥାର ଚିନ୍ତନ କରିବାର ନାହିଁ ।

(୨) ଏହା ସାଧାରଣ ପାଠପଢ଼ା ନୁହେଁ, ଏଥିରେ ଆଖି ବନ୍ଦ କରି ବସିବାର ନାହିଁ । ଶିକ୍ଷକଙ୍କୁ ନିଜ ସାମ୍ନାରେ ଦେଖିବାର ଅଛି, ହାଇ ମାରିବାର ନାହିଁ । ହାଇ ମାରିବା ଦୁଃଖର ସଙ୍କେତ ଅଟେ ।

ବରଦାନ:-
ପ୍ରସନ୍ନତାରୂପୀ ଆତ୍ମିକ ବ୍ୟକ୍ତିତ୍ୱ ଦ୍ୱାରା ସମସ୍ତଙ୍କୁ ଅଧିକାରୀ କରାଉଥିବା ଗାୟନ ଏବଂ ପୂଜନ ଯୋଗ୍ୟ ହୁଅ ।

ଯେଉଁମାନେ ସମସ୍ତଙ୍କଠାରୁ ସନ୍ତୁଷ୍ଟତାର ସାର୍ଟିଫିକେଟ୍ ଅର୍ଥାତ୍ ପ୍ରମାଣପତ୍ର ନେଇଥାଆନ୍ତି ସେମାନେ ସର୍ବଦା ପ୍ରସନ୍ନ ରହିଥାନ୍ତି ଏବଂ ସେହି ପ୍ରସନ୍ନତା ରୂପୀ ଆତ୍ମିକ ପର୍ସନାଲିଟୀ ଅର୍ଥାତ୍ ବ୍ୟକ୍ତିତ୍ୱ କାରଣରୁ ନାମୀଗ୍ରାମୀ ଅର୍ଥାତ୍ ଗାୟନ ଏବଂ ପୂଜନ ଯୋଗ୍ୟ ହୋଇଯାଆନ୍ତି । ତେଣୁ ତୁମଭଳି ସମସ୍ତଙ୍କର ଶୁଭଚିନ୍ତକ ଏବଂ ପ୍ରସନ୍ନଚିତ୍ତ ରହୁଥିବା ଆତ୍ମାମାନଙ୍କ ଦ୍ୱାରା ସମସ୍ତଙ୍କୁ ଯେଉଁଭଳି ଖୁସିର, ସାହାରାର, ସାହସ ରୂପକ ଡେଣାର, ଉମଙ୍ଗ ଉତ୍ସାହର ପ୍ରାପ୍ତି ହୋଇଥାଏ - ସେହି ପ୍ରାପ୍ତିର ଅନୁଭବ କାହାକୁ ଅଧିକାରୀ ଅର୍ଥାତ୍ ବାବାଙ୍କର ସନ୍ତାନ କରିଦିଏ, ଆଉ କେହି ଭକ୍ତ ହୋଇଯାଆନ୍ତି ।

ସ୍ଲୋଗାନ:-
ବାବାଙ୍କଠାରୁ ବରଦାନ ପ୍ରାପ୍ତ କରିବାର ସହଜ ଆଧାର ହେଲା - ବାବାଙ୍କ ପ୍ରତି ହାର୍ଦ୍ଦିକ ସ୍ନେହ ।