03.01.2019          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ମିଠେ ବଚ୍ଚେ: ଅଲଫ ଏବଂ ବେ ଅର୍ଥାତ୍ ବାବା ଏବଂ ତାଙ୍କର ସମ୍ପତ୍ତି ମନେ ରହିଲେ ମନ ଭିତରେ ଅପାର ଖୁସି ରହିବ । ଏହା ବହୁତ ସହଜ କଥା ଏବଂ ଗୋଟିଏ ସେକେଣ୍ଡରେ ବୁଝିବାର କଥା ।

ପ୍ରଶ୍ନ:-
ଅସରନ୍ତି ଖୁସି କେଉଁ ପିଲାମାନଙ୍କର ରହି ପାରିବ ? ସଦା ସର୍ବଦା ଖୁସିର ପାରଦ ଚଢି ରହୁଥିବ ତାହାର ଆଧାର କଣ ?

ଉତ୍ତର:-
ଯେଉଁ ପିଲାମାନେ ଅଶରୀରୀ ହେବାର ଅଭ୍ୟାସ କରିଥାନ୍ତି । ବାବା ଯାହା ଶୁଣାଉଛନ୍ତି ତାକୁ ନିଜେ ଭଲ ଭାବେ ଧାରଣ କରି ଅନ୍ୟକୁ ଧାରଣା କରାଇଥାନ୍ତି ସେହିମାନେ ହିଁ ଅପାର ଖୁସିରେ ରହିପାରିବେ । ଖୁସିର ପାରଦ ସଦା ସର୍ବଦା ଚଢି ରହୁ ସେଥିପାଇଁ ଅବିନାଶୀ ଜ୍ଞାନ ରତ୍ନକୁ ଦାନ କରିଚାଲ । ବହୁତ ଆତ୍ମାଙ୍କର କଲ୍ୟାଣ କର । ସର୍ବଦା ଏହି କଥା ସ୍ମୃତିରେ ରହୁ ଯେ ଏବେ ଆମେ ସୁଖ ଓ ଶାନ୍ତିର ଶିଖରକୁ ଯାଉଛୁ ତେବେ ଅପାର ଖୁସି ରହିବ ।

ଓମ୍ ଶାନ୍ତି ।
ବାପଦାଦାଙ୍କର ବିଚାର ଆସୁଛି ପିଲାମାନଙ୍କଠାରୁ ଗୋଟିଏ ସେକେଣ୍ଡରେ ଲେଖାଇ ନେବେ ଯେ ସେମାନେ କାହାର ସ୍ମୃତିରେ ବସିଛନ୍ତି । ଏହାକୁ ଲେଖାଇନେବା ପାଇଁ କୌଣସି ଅଧିକ ସମୟ ଲାଗିବ ନାହିଁ । ସମସ୍ତେ ଗୋଟିଏ ସେକେଣ୍ଡରେ ଲେଖି ବାବାଙ୍କୁ ଦେଖାନ୍ତୁ (ସମସ୍ତେ ଲେଖି ବାପଦାଦାଙ୍କୁ ଦେଖାଇଲେ, ଏହା ପରେ ବାବା ମଧ୍ୟ ଲେଖିଲେ ) । ବାବା ଯାହା ଲେଖିଥିଲେ ତାହା କେହି ଲେଖିନଥିଲେ । ବାବା ଲେଖିଥିଲେ ଅଲଫ ଔର ବେ ଅର୍ଥାତ୍ ଆଲ୍ଳା ଏବଂ ରାଜତ୍ୱ କେତେ ସହଜ କଥା । ଅଲଫ ଅର୍ଥାତ୍ ବାବା, ବେ ଅର୍ଥାତ୍ ରାଜତ୍ୱ । ବାବା ପଢାଛନ୍ତି ଏବଂ ତୁମେ ରାଜତ୍ୱ ପାପ୍ତ କରୁଛ । ଅଧିକ ଲେଖିବାର ଆବଶ୍ୟକତା ନାହିଁ । ତୁମେ ତ ଲେଖିବା ପାଇଁ ୨ ମିନିଟ୍ ଲଗାଇଦେଲ । ଅଲଫ ଔର ବେ ସେକେଣ୍ଡର କଥା । ସନ୍ୟାସୀମାନେ ଅଲଫ ଅର୍ଥାତ୍ ବାବାଙ୍କୁ ମନେ ପକାଇଥାନ୍ତି କିନ୍ତୁ ତୁମକୁ ତ ବାଦଶାହୀ ମଧ୍ୟ ମନେ ଅଛି । ତୁମକୁ ତ ଯୋଗ କରିବାର ଅଭ୍ୟାସ ହୋଇଯାଇଯାଏ । ପୁଣି ବୁଦ୍ଧିରେ ଧାରଣା ହୋଇଗଲେ ଖୁସିର ପାରଦ ଚଢିଥାଏ । ଅଲଫର ଅର୍ଥ ସର୍ବୋଚ୍ଚ ଓ ସର୍ବଶ୍ରେଷ୍ଠ । ତାଙ୍କଠାରୁ ଆଉ ଶ୍ରେଷ୍ଠ ବା ଉଚ୍ଚ ଜିନିଷ ନାହିଁ । ତାଙ୍କର ରହିବାର ସ୍ଥାନ ମଧ୍ୟ ସବୁଠାରୁ ଉଚ୍ଚରେ । ଗୋଟିଏ ସେକେଣ୍ଡର ମୁକ୍ତି ଜୀବନମୁକ୍ତି ଏହାର ଅର୍ଥକୁ ମଧ୍ୟ କେହି ଜାଣିନାହାଁନ୍ତି । ତେବେ ତାହାର ଅର୍ଥ ମଧ୍ୟ ନିଶ୍ଚିତ ଥିବ । ସନ୍ତାନ ଜନ୍ମ ହେଲେ ଲେଖିଥାଆନ୍ତିଏତେ ଘଣ୍ଟା, ଏତେ ମିନିଟି ଏତେ ସେକେଣ୍ଡରେ ଜନ୍ମ ନେଲା । ସମୟ ଟିକ ଟିକ ଚାଲିଛି । ଟିକ୍ ଶବ୍ଦ ପାଇଁ ଯେତିକି ସମୟ ଲାଗୁଛି ସେତିକି ସମୟରେ ମଧ୍ୟ ବାବା ଏବଂ ରାଜତ୍ୱକୁ ମନେ ପକାଇ ପାରିବ । ବାସ୍ ସେକେଣ୍ଡ ମଧ୍ୟ ଲାଗୁନାହିଁ । କିଛି କରିବାର ମଧ୍ୟ ଆବଶ୍ୟକତା ନାହିଁ । ସବୁକିଛି ସ୍ମୃତିରେ ରହିଛି । ତେବେ ତୁମମାନଙ୍କର ଅବସ୍ଥା ଏତିକି ଶ୍ରେଷ୍ଠ ହେବା ଦରକାର । କିନ୍ତୁ ଏହା ସେତେବେଳେ ହେବ ଯେତେବେଳେ ବହୁତ ବହୁତ ଯୋଗ କରିବ । ଏଠାକୁ (ମଧୁବନ) ଆସିଛ ତେଣୁ ଏଠାରେ ବାବା ଏବଂ ରାଜତ୍ୱର ସ୍ୱୃତିରେ ରହିବା ଦରକାର । ବୁଦ୍ଧି ହିଁ ସବୁ କିଛି ଦେଖିଥାଏ, ଯାହାକୁ ଦିବ୍ୟଦୃଷ୍ଟି କୁହାଯାଉଛି । ଆତ୍ମା ମଧ୍ୟ ଦେଖିଥାଏ । ବାବାଙ୍କୁ ଆତ୍ମା ହିଁ ମନେ ପକାଉଥିବ ନା । ତୁମେ ବାବାଙ୍କୁ ମନେ ପକାଅ ତେବେ ରାଜତ୍ୱ ମଧ୍ୟ ମନେ ପଡିଯିବ । ତେବେ ମନେ ପକାଇବା ପାଇଁ କେତେ କମ ସମୟ ଲାଗୁଛି । ଏଠାରେ ବାବାଙ୍କ ସ୍ମୃତିରେ ରହିଲେ ଖୁସିରେ ଗଦଗଦ୍ ହୋଇଯିବ । ବାବା ମଧ୍ୟ ଏହି ଖୁସିରେ ବସିଛନ୍ତି । ବାବାଙ୍କୁ ଏଠାକାର କୌଣସି କଥା ସ୍ମୃତିରେ ହିଁ ନାହିଁ । ବାବା ତ ସେଠାକାର କଥାକୁ ମନେ ପକାଉଛନ୍ତି । ବାବା ଏବଂ ରାଜତ୍ୱ ଯେପରି ଦ୍ୱାରଦେଶରେ ଦଣ୍ଡାୟମାନ । ବାବା କହୁଛନ୍ତି ତୁମମାନଙ୍କ ପାଇଁ ରାଜତ୍ୱ ନେଇ ଆସିଛି । ତୁମେ ବାବାଙ୍କୁ ମନେ ପକାଉନାହଁ ତେଣୁ ଖୁସି ରହୁ ନାହିଁ ତୁମେ ଉଠିବା ବସିବା ସମୟରେ ନିଜକୁ ଆତ୍ମା ମନେ କରି ମୋତେ ଅର୍ଥାତ୍ ବାବାଙ୍କୁ ଏବଂ ସମ୍ପତ୍ତିକୁ ମନେ ପକାଅ । ତୁମର ନିବାସ ସ୍ଥାନ କେତେ ଉଚ୍ଚ । ଦୁନିଆ କଣ ଏକଥା ଜାଣିଛି କି! ମନୁଷ୍ୟ ମୁକ୍ତି ପାଇବା ପାଇଁ କେତେ ମୁଣ୍ଡ ପିଟୁଛନ୍ତି । ତେବେ ମୁକ୍ତିଧାମ କେଉଁଠି ? ଏବେ ତୁମେ ବୁଝିପାରୁଛ ଯେ ଆତ୍ମା ଯେପରି ଏକ ରକେଟ୍ । ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠକୁ ଯାଉଛନ୍ତି ତାପରେ ତ ଶୂନ୍ୟ ହିଁ ଶୂନ୍ୟ । କିନ୍ତୁ ତୁମେ ତ ଶୂନ୍ୟଠାରୁ ମଧ୍ୟ ବହୁତ ଉପରକୁ ଯାଉଛ । ଏହି ଚନ୍ଦ୍ରମା ତ ଏହି ସାକାର ଦୁନିଆର ଅଟେ, କୁହାଯାଇଥାଏ ସୂର୍ଯ୍ୟଚନ୍ଦ୍ରଠାରୁ ଦୂରରେ, ଶବ୍ଦର ଦୁନିଆରୁ ଉର୍ଦ୍ଧ୍ଵରେ । ଏବେ ଏହି ଶରୀରକୁ ତ୍ୟାଗ କରି ଦେବାର ଅଛି । ତୁମେ ଆସିଛ ମିଠା ଘର ଶାନ୍ତିଧାମରୁ । ଯିବା ଆସିବାରେ ସମୟ ଲାଗୁନାହିଁ । ତାହା ତ ନିଜର ଘର ଅଟେ । ଏହି ଦୁନିଆରେ କେଉଁଠାକୁ ଗଲେ ମଧ୍ୟ ସମୟ ଲାଗୁଛି । ଆତ୍ମା ଶରୀରରୁ ଛାଡି ଚାଲିଗଲା ପରେ ସେକେଣ୍ଡରେ କେଉଁଠାରୁ କେଉଁଠାକୁ ଚାଲିଯାଉଛି । ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀରରେ ପ୍ରବେଶ କରୁଛି । ତେଣୁ ନିଜକୁ ଆତ୍ମା ମନେ କର । ତୁମେ ବହୁତ ଉଚ୍ଚ ସ୍ଥାନକୁ ଯାଉଛ । ମନୁଷ୍ୟମାନେ ଶାନ୍ତି ଚାହୁଁଛନ୍ତି । କିନ୍ତୁ ଶାନ୍ତିର ସର୍ବୋଚ୍ଚ ସ୍ଥାନ ହେଉଛି ନିରାକାରୀ ଦୁନିଆ ଏବଂ ସୁଖର ସର୍ବୋଚ୍ଚ ସ୍ଥାନ ହେଉଛି ସ୍ୱର୍ଗ । ଉଚ୍ଚ ଉଚ୍ଚ ସ୍ଥାନକୁ ଟାୱାର କୁହାଯାଏ । ତୁମର ଘର ମଧ୍ୟ କେତେ ଉଚ୍ଚରେ । ଦୁନିଆର ମନୁଷ୍ୟ କେବେହେଲେ ଏହି କଥା ପ୍ରତି ବିଚାର କରିବେ ନାହିଁ । ତାଙ୍କୁ ଏକଥା ବୁଝାଇବାକୁ ମଧ୍ୟ କେହି ନାହାଁନ୍ତି । ତାକୁ କୁହାଯାଉଛି ଶାନ୍ତିର ଟାୱାର । ମନୁଷ୍ୟମାନେ ତ କହୁଛନ୍ତି ବିଶ୍ୱରେ ଶାନ୍ତି ହେଉ । କିନ୍ତୁ ଏହାର ଅର୍ଥ ମଧ୍ୟ ଜାଣିନାହାଁନ୍ତି ଯେ ଶାନ୍ତି କେଉଁଠାରେ ଅଛି । ଏହି ଲକ୍ଷ୍ମୀ ନାରାୟଣ ତ ସୁଖର ସର୍ବୋଚ୍ଚ ସ୍ଥାନରେ ଅଛନ୍ତି । ସେଠାରେ ଲୋଭ ଲାଳସାର ସ୍ଥାନ ହିଁ ନାହିଁ । ସେଠାକାର ଖାଦ୍ୟ ପାନୀୟ ଏବଂ କଥାବାର୍ତ୍ତା ମଧ୍ୟ ରାଜକୀୟ ହୋଇଥାଏ ପୁଣି ସେଠାରେ ସର୍ବୋଚ୍ଚ ସୁଖ ମଧ୍ୟ ରହିଥାଏ । ଦେଖ ତାଙ୍କର କେତେ ମହିମା ହେଉଛି । କାରଣ ସେମାନେ ବହୁତ ମେହନତ କରିଛନ୍ତି । ଏହା କେବଳ ଜଣଙ୍କର କଥା ନୁହେଁ । ପୁରା ମାଳା ତିଆରି ହୋଇଛି । ବାସ୍ତବରେ ୯ ରତ୍ନଙ୍କର ଗାୟନ ମଧ୍ୟ ରହିଛି । ତେବେ ନିଶ୍ଚିତ ଭାବରେ ସେମାନେ ଗୁପ୍ତ ମେହନତ କରିଛନ୍ତି । ବାବା ଏବଂ ସମ୍ପତ୍ତି ସ୍ମୃତିରେ ରହିଲେ ହିଁ ବିକର୍ମ ବିନାଶ ହେବ କିନ୍ତୁ ମାୟା ସ୍ମୃତିରେ ରହିବାକୁ ଦେଉନାହିଁ । କେବେ କାମ, କେବେ କ୍ରୋଧ, ମାୟା ବହୁତ ତୋଫାନ ନେଇ ଆସୁଛି । ତେବେ ତୁମେ ନିଜର ଅବସ୍ଥାକୁ ଦେଖ । କାହାଣୀ ଅଛି ନା ନାରଦଙ୍କୁ କହିଲେ ଯେ ନିଜର ଚେହେରା ଦେଖ । କିନ୍ତୁ ସେ ଅବସ୍ଥା ଏ ପର୍ଯ୍ୟନ୍ତ କାହାର ହେଲେ ହୋଇ ନାହିଁ । ସେହିଭଳି ଅବସ୍ଥା ତୁମକୁ ତିଆରି କରିବାକୁ ହେବ । ବାବା ତ ଲକ୍ଷ୍ୟ ଉଦ୍ଦେଶ୍ୟ କଥା ନିଶ୍ଚିତ କହିବେ । କିନ୍ତୁ ତୁମେମାନେ ଗୁପ୍ତ ପୁରୁଷାର୍ଥ କରିଚାଲ । ସମୟ ଅନୁସାରେ ତୁମର ସେହିଭଳି ଅବସ୍ଥା ହୋଇଯିବ । ତୁମେମାନେ କେବଳ ଅଶରୀରୀ ରହିବାର ଅଭ୍ୟାସ କର । ଏବେ ଘରକୁ ଫେରିବାକୁ ହେବ । ତେଣୁ ବାବା କହୁଛନ୍ତି ମୋତେ ମନେ ପକାଅ । ଯଦି ମନେ ନ ପକାଇବ ତେବେ ବହୁତ ଦଣ୍ଡ ଭୋଗ କରିବାକୁ ହେବ ଏବଂ ପଦ ମଧ୍ୟ କମ ମିଳିବ । ଏହା ହିଁ ହେଉଛି ବହୁତ ସୂକ୍ଷ୍ମ କଥା । ବୈଜ୍ଞାନିକମାନେ ବିଜ୍ଞାନର କେତେ ସୂକ୍ଷ୍ମସ୍ତରକୁ ଯାଉଛନ୍ତି । କଣ କଣ ସବୁ ତିଆରି କରୁଛନ୍ତି । ଏହି ସଂସ୍କାର ମଧ୍ୟ ଆବଶ୍ୟକ ଅଛି ନା । ଯାହା ଦ୍ୱାରା ସେଠାରେ (ସତ୍ୟଯୁଗରେ) ଯାଇ ସବୁ ଜିନିଷ ତିଆରି କରିବେ । କେବଳ ଏହି ଦୁନିଆର ପରିବର୍ତ୍ତନ ହେଉଛି ପୁଣି ସେଠାକୁ ଯାଇ ସଂସ୍କାର ଅନୁଯାୟୀ ଜନ୍ମ ନେବେ । ଯେପରି ସୈନିକଙ୍କ ବୁଦ୍ଧିରେ ଲଢେଇର ସଂସ୍କାର ରହିଥାଏ । ସେମାନେ ସେହି ସଂସ୍କାର ନେଇ ଯାଇଥାଆନ୍ତି । ତେଣୁ ସେମାନେ ଲଢେଇ କରିବା ବିନା ରହିପାରିବେ ନାହିଁ । ଅଫିସରଙ୍କ ପାଖରେ ଧାଡି ଲାଗିଥାନ୍ତି । ନିଯୁକ୍ତି ଦେବା ସମୟରେ ପରୀକ୍ଷା କରାଯାଇଥାଏକୌଣସି ବେମାରୀ ଅଛି କି ନାହିଁ । ଆଖି, କାନ ଇତ୍ୟାଦି ସବୁ ଠିକ୍ ଠାକ୍ ଅଛି କି ନାହିଁ । ଯୁଦ୍ଧ ପାଇଁ ସବୁ ଅଙ୍ଗ ଠିକ୍ ଥିବା ଦରକାର । ତେବେ ଏଠାରେ ମଧ୍ୟ ଦେଖିବାକୁ ପଡୁଛି କେଉଁ କେଉଁମାନେ ବିଜୟ ମାଳାର ଦାନା ହେବେ । ତୁମକୁ ପୁରୁଷାର୍ଥ କରି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ । ଆତ୍ମା ଅଶରୀରୀ ହୋଇ ଆସିଛି, ପୁଣି ଅଶରୀରୀ ହୋଇଯିବ । ସେଠାରେ ତ ଶରୀର ସହିତ କୌଣସି ସମ୍ବନ୍ଧ ନଥାଏ । ତେଣୁ ଏବେ ଅଶରୀରୀ ହେବାକୁ ପଡିବ । ଆତ୍ମାମାନେ ସେଠାରୁ ଆସି ଶରୀରରେ ପ୍ରବେଶ କରିଥାଆନ୍ତି । ବହୁ ସଂଖ୍ୟାରେ ଆତ୍ମାମାନେ ଆସୁ ଥାଆନ୍ତି । ଏଠାରେ ସମସ୍ତଙ୍କୁ ନିଜ ନିଜର ଅଭିନୟ ମିଳିଛି । ଯେଉଁ ନୂଆ ନୂଆ ପବିତ୍ର ଆତ୍ମାମାନେ ଆସୁଛନ୍ତି ତାକୁ ନିଶ୍ଚିତ ଭାବରେ ପ୍ରଥମେ ସୁଖ ମିଳିବ । ତେଣୁ ତାଙ୍କର ମହିମା ହୋଇଥାଏ । ଏହା ବହୁତ ବଡ ମନୁଷ୍ୟ ସୃଷ୍ଟି ରୂପି ବୃକ୍ଷ । ଏଠାରେ କେତେ ପ୍ରସିଦ୍ଧ ବଡ ବଡ ମନୁଷ୍ୟମାନେ ଅଛନ୍ତି । ନିଜ ନିଜର ଶକ୍ତି ଅନୁଯାୟୀ ବହୁତ ସୁଖରେ ରହିଛନ୍ତି । ଏବେ ପିଲାମାନଙ୍କୁ ବହୁତ ମେହନତ କରିବାକୁ ହେବ । କର୍ମାତୀତ ଅବସ୍ଥାରେ ପବିତ୍ର ହୋଇ ଯିବାକୁ ହେବ । ତୁମେମାନେ ନିଜର ଚାଲିଚଳଣିକୁ ଦେଖ କାହାକୁ ଦୁଃଖ ତ ଦେଉ ନାହିଁ ? ବାବା କେତେ ମଧୁର ଅଟନ୍ତି । ସବୁଠାରୁ ପ୍ରିୟ ଅଟନ୍ତି ନା । ତେଣୁ ପିଲାମାନଙ୍କୁ ମଧ୍ୟ ସେହିଭଳି ହେବାକୁ ପଡିବ । ଏକଥା ତ ତୁମେ ପିଲାମାନେ ଜାଣିଛ ଯେ ବାବା ଏଠାରେ ଅଛନ୍ତି । ମନୁଷ୍ୟଙ୍କୁ କଣ ଏକଥା ଜଣାଅଛି କି ବାବା ଆସି ଏଠାରେ ସ୍ଥାପନାର କାର୍ଯ୍ୟ କରୁଛନ୍ତି । ତଥାପି ମଧ୍ୟ ସେମାନେ ଜନ୍ମ ଜନ୍ମାନ୍ତର ତାଙ୍କୁ ମନେ ପକାଉଛନ୍ତି । ଶିବ ମନ୍ଦିରକୁ ଯାଇ କେତେ ପୂଜା ଇତ୍ୟାଦି କରୁଛନ୍ତି । କେତେ ଉଚ୍ଚ ଶିଖରକୁ ବଦ୍ରିନାଥଙ୍କ ମନ୍ଦିରକୁ ଯାଉଛନ୍ତି । କେତେ ମେଳା ଲାଗୁଛି କାହିଁକି ନା ବାବା ବହୁତ ମଧୁର ଅଟନ୍ତି ନା । ସର୍ବୋଚ୍ଚ ଭଗବାନ ବୋଲି ଗାୟନ ମଧ୍ୟ କରିଥାଆନ୍ତି । ତେବେ ସେତେବେଳେ ସେମାନଙ୍କ ବୁଦ୍ଧିରେ କେବଳ ନିରାକାରଙ୍କର ହିଁ ସ୍ମୃତିରେ ରହିଥାଏ । ସିଏ ତ ନିରାକାର ଅଟନ୍ତି ନା । ତାପରେ ପୁଣି ବ୍ରହ୍ମା, ବିଷ୍ଣୁ, ଶଙ୍କର । ତାଙ୍କୁ ଭଗବାନ କୁହାଯାଇପାରିବ ନାହିଁ ।

ଏବେ ତୁମେ ପିଲାମାନେ ବୁଝୁଛ ଯେ ଆମେ ହିଁ ସତୋପ୍ରଧାନ ଦେବତା ଥିଲୁ । ଆମେ ଯେତେବେଳେ ବିଶ୍ୱର ମାଲିକ ଥିଲୁ ସେତେବେଳେ ଏତେ ସଂଖ୍ୟକ ମନୁଷ୍ୟ ନଥିଲେ । ଭାରତରେ କେବଳ ଏହାଙ୍କର (ଲକ୍ଷ୍ମୀ-ନାରାୟଣଙ୍କର) ହିଁ ରାଜ୍ୟ ରହିବ । ବାକି ସମସ୍ତେ ଶାନ୍ତିଧାମକୁ ଚାଲିଯିବେ । ଏସବୁ ତୁମେ ଏହି ଆଖିରେ ଦେଖିବ । ଏଥିପାଇଁ ବିଶାଳବୁଦ୍ଧି ଆବଶ୍ୟକ । ସେଠାରେ ତୁମକୁ ପାହାଡ ଉପରକୁ ଯିବାର ଆବଶ୍ୟକତା ନାହିଁ । ସେଠାରେ କୌଣସି ଦୁର୍ଘଟଣା ଇତ୍ୟାଦି ନାହିଁ । ତାହା ହେଉଛି ଆଶ୍ଚର୍ଯ୍ୟଜନକ ସ୍ୱର୍ଗ । ଆଶ୍ଚର୍ଯ୍ୟଜନକ ସ୍ୱର୍ଗ ନଥିବା ସମୟରେ ମାୟାର ଆଶ୍ଚର୍ଯ୍ୟ ଜିନିଷ ତିଆରି ହେଉଛି । ଏହି କଥାକୁ ଦୁନିଆର ମନୁଷ୍ୟମାନେ ବୁଝିପାରିବେ ନାହିଁ । ଏବେ ତୁମେ ସ୍ୱର୍ଗକୁ ଯିବା ପାଇଁ ପୁରୁଷାର୍ଥ କରୁଛ । ତାହା ହେଉଛି ସୁଖର ଟାୱାର (ଶିଖର) । ଏହା ହେଉଛି ଦୁଃଖର ଟାୱାର । ଯୁଦ୍ଧରେ ପ୍ରତିଦିନ କେତେ ମନୁଷ୍ୟ ମରୁଛନ୍ତି ପୁଣି ଜନ୍ମ ମଧ୍ୟ ନେଉଥିବେ । ଗାୟନ ମଧ୍ୟ ରହିଛି ଈଶ୍ୱରଙ୍କ ଅନ୍ତ କେହି ପାଇ ପାରିବେ ନାହିଁ । ଈଶ୍ୱର ତ ବିନ୍ଦୁ ଅଟନ୍ତି ତାଙ୍କର ଅନ୍ତ କଣ ପାଇବେ । ବାବା କହୁଛନ୍ତି ଏହି ରଚନାର ଆଦି-ମଧ୍ୟ-ଅନ୍ତକୁ କେହି ଜାଣି ନାହାଁନ୍ତି । ସାଧୁ ସନ୍ଥ କେହି ମଧ୍ୟ ରଚୟିତା ଏବଂ ରଚନାର ଅନ୍ତ ପାଇ ପାରି ନାହାଁନ୍ତି । ତୁମକୁ ବାବା ପଢାଉଛନ୍ତି । ଏହାକୁ ପାଠପଢା କୁହାଯାଉଛି । ତେବେ ଏହି ସୃଷ୍ଟିଚକ୍ରର ରହସ୍ୟକୁ ତୁମେ ପିଲାମାନେ ହିଁ ଧୀରେ ଧୀରେ ବୁଝୁଛ । ସେମାନେ କହୁଛନ୍ତି ଆମେ ଜାଣିନାହୁଁ ନଚେତ୍ ଲକ୍ଷେ ବର୍ଷ ବୋଲି କହିଦେଉଛନ୍ତି ।

ଏବେ ବାବା ବୁଝାଉଛନ୍ତି ଏଠାରେ ତୁମେ ଯାହା କିଛି ବି ଦେଖୁଛ ଏସବୁ ସେଠାରେ ରହିବ ନାହିଁ । ସ୍ୱର୍ଗ ହେଉଛି ସୁଖର ଟାୱାର । ଏଠାରେ ତ ଦୁଃଖ ହିଁ ଦୁଃଖ ରହିଛି । ଅଚାନକ ଏଭଳି ମୃତ୍ୟୁ ଆସିବ ଯେଉଁଥିରେ ସବୁ ଶେଷ ହୋଇଯିବ । ମୃତ୍ୟୁକୁ ସମ୍ମୁଖୀନ କରିବା କୌଣସି ମାଉସୀ ଘର କଥା ନୁହେଁ । ଏହାକୁ କୁହାଯାଉଛି ଦୁଃଖର ଶିଖର ବା ଶୀର୍ଷସ୍ଥାନ । ତାହା ହେଉଛି ସୁଖର ଶିଖର । ବାସ୍ ତୃତୀୟ ଶବ୍ଦ ଆଉ କିଛି ନାହିଁ । ତୁମମାନଙ୍କ ଭିତରେ ମଧ୍ୟ ବହୁତ ଅଛନ୍ତି ଯେଉଁମାନେ କି ଶୁଣୁଛନ୍ତି କିନ୍ତୁ ଧାରଣା କିଛି ବି ହେଉନାହିଁ । ତେବେ ବୁଦ୍ଧି ଶୁଦ୍ଧ ବା ସତୋପ୍ରଧାନ ହେଲେ ହିଁ ଧାରଣା ହେବ । ଯଦି ଧାରଣା ନଥିବ ତେବେ ଖୁସି ରହିବ ନାହିଁ । ଏଠାରେ ସର୍ବଶ୍ରେଷ୍ଠ ବିଦ୍ୟାର୍ଥୀ ଏବଂ ସବୁଠାରୁ କନିଷ୍ଠ ବିଦ୍ୟାର୍ଥୀ ମଧ୍ୟ ଅଛନ୍ତି । ପାଠପଢାରେ ଅନ୍ତର ତ ରହିବ ନା । ସେମାନଙ୍କୁ ଅବିନାଶୀ ପିତା କେତେ ବି ବୁଝାନ୍ତୁ କିନ୍ତୁ କେବେ ବି ବୁଝିବେ ନାହିଁ । କିନ୍ତୁ ଯୋଗ ବିନା କେବେହେଲେ ପବିତ୍ର ହୋଇପାରିବ ନାହିଁ । ବାବା ଚୁମ୍ବକ ମଧ୍ୟ ଅଟନ୍ତି । ସିଏ ସର୍ବଶକ୍ତିବାନ୍ । ତାଙ୍କଠାରେ କେବେ କଳଙ୍କି ଲାଗିବ ନାହିଁ । ତୁମ ସମସ୍ତଙ୍କଠାରେ କଳଙ୍କି ଲାଗିଛି । ତେଣୁ ତାକୁ ସଫା କରି ପୁଣି ସତୋପ୍ରଧାନ ହେବାକୁ ପଡିବ । ବାବା କହୁଛନ୍ତି ମୋତେ ମନେ ପକାଅ, ଆଉ କାହାଠାରେ ଯେପରି ମମତା ନ ରହୁ । ସାହୁକାରଙ୍କୁ ତ ସାରା ଦିନ ଧନ ସମ୍ପତ୍ତି ହିଁ ମନେ ପଡିଥାଏ । ଗରୀବଙ୍କ ପାଖରେ ତ କିଛି ବି ନାହିଁ । କିନ୍ତୁ ଗରୀବ ଯଦି ବୁଦ୍ଧିମାନ ଥିବେ ତେବେ ଧାରଣା କରିପାରିବେ । ଯୋଗ ବିନା ଆବର୍ଜନା କିପରି ସଫା ହେବ । ଆମେ ପବିତ୍ର କିପରି ହେବା । ତୁମେ ଏଠାକୁ ଆସିଛ ଉଚ୍ଚ ଶିଖରକୁ ଯିବା ପାଇଁ । ତୁମେମାନେ ଜାଣୁଛ ବାବାଙ୍କ ଶିକ୍ଷାକୁ ଧାରଣ କଲେ ଆମେ ଉଚ୍ଚ ସୁଖର ଶିଖରରେ ପହଞ୍ଚି ପାରିବୁ । କିନ୍ତୁ ଏଥିରେ ମେହନତ ଅଛି । ବାବା ଆସୁଛନ୍ତି ସୁଖର ଶିଖରକୁ ନେଇଯିବା ପାଇଁ । ତେଣୁ ତୁମକୁ ଶ୍ରୀମତ ଅନୁସାରେ ଚାଲିବାକୁ ହେବ । ପ୍ରଥମ ନମ୍ବରରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ହିଁ ଗାୟନ ହେଉଛି । ସେ ସର୍ବୋଚ୍ଚ ଶିଖରରେ ଅଛନ୍ତି । ତାପରେ ପୁଣି ସେହି ସୁଖ ଧୀରେ ଧୀରେ କମ ହେବାକୁ ଲାଗୁଛି । ନୂଆ ଦୁନିଆକୁ ସୁଖର ଟାୱାର କୁହାଯାଉଛି । ସେଠାରେ କୌଣସି ଅଶୁଦ୍ଧ ଜିନିଷ ରହିବ ନାହିଁ । ଏଭଳି ମାଟି ବା ପବନ ରହିବ ନାହିଁ ଯାହା ଦ୍ୱାରା ଘରଦ୍ୱାର ଖରାପ ହେବ । ସ୍ୱର୍ଗର ତ ବହୁତ ମହିମା ରହିଛି । ସେଥିପାଇଁ ପୁରୁଷାର୍ଥ କରିବାକୁ ହେବ । ଲକ୍ଷ୍ମୀ-ନାରାୟଣ କେତେ ଶ୍ରେଷ୍ଠ ଅଟନ୍ତି । ତାଙ୍କୁ ଦେଖିଲେ ହୃଦୟ ଖୁସିରେ ଭରିଯାଏ । ଆଗକୁ ଯାଇ ବହୁତଙ୍କୁ ଏକଥାର ସାକ୍ଷାତ୍କାର ହେବ । ଆରମ୍ଭରେ କେତେ ସାକ୍ଷାତ୍କାର ହେଉଥିଲା । ବାବା କେତେ ଚମତ୍କାରୀ ଦେଖାଇଥିଲେ । ମୁକୁଟ ଆଦି ପିନ୍ଧି ଆସୁଥିଲେ । ସେ ଜିନିଷ ତ ଏଠାରେ ମିଳିବ ନାହିଁ । ବାବା ତ ବଣିଆ ଅଟନ୍ତି । ପୂର୍ବରୁ ୫୦ ହଜାରରେ ଯେଉଁ ମଣି ମିଳୁଥିଲା ତାହା ବର୍ତ୍ତମାନ ୫୦ ଲକ୍ଷରେ ମଧ୍ୟ ମିଳୁନାହିଁ । ତେବେ ତୁମେ ସ୍ୱର୍ଗକୁ ଯିବା ପାଇଁ ପୁରୁଷାର୍ଥ କରୁଛ । ସେଠାରେ ଅସରନ୍ତି ସୁଖ ରହିଛି । ବାବା ଏତେ ପଢାଉଛନ୍ତି କିନ୍ତୁ ପିଲାମାନଙ୍କ ମଧ୍ୟରେ ରାତି-ଦିନର ଫରକ ଆସିଯାଉଛି । କେଉଁଠି ରାଜାରାଣୀ କେଉଁଠି ଦାସଦାସୀ । ଯେଉଁମାନେ ବହୁତ ଭଲ ଭାବେ ପଢନ୍ତି ଏବଂ ଅନ୍ୟମାନଙ୍କୁ ପଢାନ୍ତି ସେମାନେ କେବେ ବି ଲୁଚି ରହିପାରିବେ ନାହିଁ । ତୁରନ୍ତ କହିବେ ଯେ ବାବା ଆମେ ଅମୁକ ସ୍ଥାନକୁ ଯାଇ ସେବା କରିବୁ । ସେବା ତ ବହୁତ ପଡିଛି । ତୁମକୁ ଏହି ଜଙ୍ଗଲକୁ ମନ୍ଦିର କରିବାର ଅଛି । ରୁଟି ଖଣ୍ଡେ ଖାଇ ସେବାରେ ଲାଗିଯାଅ ବ୍ୟବସାୟୀମାନେ ମଧ୍ୟ ଏପରି କରିଥାଆନ୍ତି ନା । ଭଲ ଭଲ ଗ୍ରାହକ ଆସିଲେ ନଖାଇ ମଧ୍ୟ ଚାଲିଯାଆନ୍ତି । ସେମାନଙ୍କୁ ଧନ ରୋଜଗାରର ସଉକ ଥାଏ । ଏଠାରେ ତ ଅବିନାଶୀ ବାବାଙ୍କଠାରୁ ଅସରନ୍ତି ଧନ ମିଳୁଛି । ଯଦିଓ ସମୟ ଅଳ୍ପ ରହିଛି କିନ୍ତୁ କାଲି ଯଦି ଶରୀର ତ୍ୟାଗ କରିଦେବ! ଶରୀରର କିଛି ଭରସା ନାହିଁ । ବିନାଶ ତ ହେବ ହିଁ ହେବ । କାହା ପାଇଁ ପୁଷମାସ ତ ଆଉ କାହା ପାଇଁ ସର୍ବନାଶ । ତୁମର ଖୁସିର ସୀମା ନାହିଁ । ତୁମ ଭିତରେ ଅସରନ୍ତି ଖୁସି ରହିବା ଦରକାର । ତୁମକୁ ବହୁତଙ୍କର କଲ୍ୟାଣ କରିବାର ଅଛି । ତୁମର କର୍ମାତୀତ ଅବସ୍ଥା ଅନ୍ତିମ ସମୟରେ ହିଁ ହେବ । ତୁମେ ଯେତେବେଳେ ବାବାଙ୍କୁ ମନେ ପକାଇ ପକାଇ ଅଶରୀରୀ ହୋଇଯିବ ସେତେବେଳେ ଅନ୍ୟାୟାସ ଉଡିବାରେ ଲାଗିବ । ଏହା ବହୁତ ମେହନତର କଥା । କେହି କେହି ବହୁତ ସେବା କରିଥାନ୍ତି । ସାରା ଦିନ ମ୍ୟୁଜିୟମ ବୁଝାଇବା ପାଇଁ ଠିଆ ହୋଇଥାନ୍ତି । ଦିନରାତି ସେବାରେ ତତ୍ପର ରହିଥାନ୍ତି । ସମୟ ଆସିବ ହଜାର ହଜାର ମ୍ୟୁଜିୟମ୍ ଖୋଲିଯିବ । ଲକ୍ଷ ଲକ୍ଷ ଲୋକ ତୁମ ପାଖକୁ ଆସିବେ । ତୁମକୁ ଫୁରସତ୍ ମିଳିବ ନାହିଁ । ଏହି ଅବିନାଶୀ ଜ୍ଞାନରତ୍ନର ସବୁଠାରୁ ଅଧିକ ତୁମର ଦୋକାନ ରହିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଜ୍ଞାନକୁ ଧାରଣ କରିବା ପାଇଁ ପ୍ରଥମେ ନିଜର ବୁଦ୍ଧିକୁ ସତ୍ୟଯୁଗୀ ଅର୍ଥାତ୍ ସତୋପ୍ରଧାନ କରିବାକୁ ହେବ । ବାବାଙ୍କ ସ୍ମୃତି ବ୍ୟତୀତ ଆଉ କୌଣସି କଥାରେ ଯେପରି ମମତା ନ ରହୁ ।

(୨) କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରି ଘରକୁ ଯିବା ପାଇଁ ଅଶରୀରୀ ହେବାର ଅଭ୍ୟାସ କରିବାକୁ ହେବ । ନିଜର ଚାଲି-ଚଳଣକୁ ମଧ୍ୟ ଦେଖ-କାହାକୁ ଦୁଃଖ ଦେଉନାହିଁ ତ ? ନିଜର ସ୍ୱଭାବକୁ ବାବାଙ୍କ ଭଳି ମଧୁର କରିବାକୁ ହେବ ।

ବରଦାନ:-
ବ୍ରାହ୍ମଣ ଜୀବନର ବାସ୍ତବିକ ସ୍ୱଭାବ ଦ୍ୱାରା ପଥରକୁ ମଧ୍ୟ ପାଣି କରିଦେଉଥିବା ମାଷ୍ଟର ପ୍ରେମର ସାଗର ହୁଅ ।

ଯେପରି ଦୁନିଆର ଲୋକମାନେ କହିଥାନ୍ତି ଯେ ସ୍ନେହ ପଥରକୁ ମଧ୍ୟ ପାଣି କରିଦିଏ ସେହିପରି ତୁମେ ବ୍ରାହ୍ମଣମାନଙ୍କର ବାସ୍ତବିକ ସ୍ୱଭାବ ମାଷ୍ଟର ସ୍ନେହର ସାଗର ଅଟେ । ତୁମମାନଙ୍କ ନିକଟରେ ଆତ୍ମିକ ସ୍ନେହ ଏବଂ ପରମାତ୍ମ ସ୍ନେହର ଏଭଳି ଶକ୍ତି ରହିଛି ଯାହା ଦ୍ୱାରା ତୁମେ ଭିନ୍ନ ଭିନ୍ନ ପ୍ରକାରର ସ୍ୱଭାବକୁ ପରିବର୍ତ୍ତନ କରିପାରିବ । ଯେପରି ସ୍ନେହର ସାଗର ବାବା ନିଜର ସ୍ନେହ ସ୍ୱରୂପର ଅନାଦି ସ୍ୱଭାବ ଦ୍ୱାରା ତୁମମାନଙ୍କୁ ନିଜର କରିନେଲେ । ସେହିଭଳି ତୁମେମାନେ ମଧ୍ୟ ମାଷ୍ଟର ସ୍ନେହର ସାଗର ହୋଇ ବିଶ୍ୱର ଆତ୍ମାମାନଙ୍କୁ ସଚ୍ଚା, ନିସ୍ୱାର୍ଥ ଆତ୍ମିକ ସ୍ନେହ ଦିଅ ତେବେ ସେମାନଙ୍କର ପୁରୁଣା ସ୍ୱଭାବ ପରିବର୍ତ୍ତନ ହୋଇଯିବ ।

ସ୍ଲୋଗାନ:-
ନିଜର ବିଶେଷତାକୁ ସ୍ମୃତିରେ ରଖି ସେଗୁଡିକୁ ସେବାରେ ଲଗାଅ ତେବେ ଉଡନ୍ତା ସ୍ଥିତିରେ ଉଡିବାକୁ ଲାଗିବ ।

ବ୍ରହ୍ମାବାବାଙ୍କ ସମାନ ହେବା ପାଇଁ ବିଶେଷ ପୁରୁଷାର୍ଥ:-
ଅନ୍ତର୍ମୁଖୀ ସ୍ଥିତିରେ ରହି ବାହ୍ୟମୁଖୀ ହେବାର ଅଭ୍ୟାସ କରିବା ପାଇଁ ନିଜ ଉପରେ ବ୍ୟକ୍ତିଗତ ଭାବରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଯେତେବେଳେ ତୁମେ ଅନ୍ତର୍ମୁଖୀ ସ୍ଥିତିରେ ରହିବ ସେତେବେଳେ ବାହ୍ୟମୁଖତାର ପ୍ରଭାବ ତୁମକୁ ଡିଷ୍ଟର୍ବ କରିପାରିବ ନାହିଁ କାହିଁକି ନା ତୁମେ ସେତେବେଳେ ଦେହ-ଅଭିମାନଠାରୁ ଦୂରରେ ଥିବ ।