03.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ଏହା
ଦୁଃଖର ଦୁନିଆ ଅଟେ ତେଣୁ ଏଥିରୁ ନଷ୍ଟୋମୋହା ହୁଅ, ନୂଆ ଦୁନିଆକୁ ମନେ ପକାଅ, ବୁଦ୍ଧିଯୋଗ ଏହି
ଦୁନିଆରୁ ହଟେଇ ନୂଆ ଦୁନିଆ ସହିତ ଲଗାଅ ।”
ପ୍ରଶ୍ନ:-
କୃଷ୍ଣପୁରୀକୁ
ଯିବା ପାଇଁ ତୁମେ ପିଲାମାନେ କେଉଁ ପ୍ରସ୍ତୁତି କରୁଛ ଏବଂ କରାଉଛ?
ଉତ୍ତର:-
କୃଷ୍ଣପୁରୀକୁ ଯିବା ପାଇଁ କେବଳ ଏହି ଅନ୍ତିମ ଜନ୍ମରେ ସମସ୍ତ ବିକାରକୁ ଛାଡି ନିଜେ ପବିତ୍ର ହେବା
ସହିତ ଅନ୍ୟମାନଙ୍କୁ ମଧ୍ୟ ପବିତ୍ର କରାଇବାକୁ ହେବ । ପବିତ୍ର ହେବା ହିଁ ଦୁଃଖଧାମରୁ ସୁଖଧାମକୁ
ଯିବାର ପ୍ରସ୍ତୁତି ଅଟେ । ତୁମେ ସମସ୍ତଙ୍କୁ ଏହି ସନ୍ଦେଶ ଦିଅ ଯେ ଏହା ନର୍କ ଦୁନିଆ ଅଟେ, ଏଥିରୁ
ବୁଦ୍ଧିଯୋଗ ହଟେଇ ଦିଅ ତେବେ ନୂଆ ସତ୍ୟଯୁଗୀ ଦୁନିଆକୁ ଚାଲିଯିବ ।
ଗୀତ:-
ମୁଝକୋ ସାହାରା
ଦେନେ ବାଲା....
ଓମ୍ ଶାନ୍ତି ।
ଏହି ଗୀତରେ
ପିଲାମାନେ ବାବା ବୋଲି କହୁଛନ୍ତି । କାହିଁକି ନା ସେହି ପିଲାମାନଙ୍କର ବୁଦ୍ଧି ବେହଦର ବାବାଙ୍କ
ଆଡକୁ ଚାଲିଯାଉଛି, ଯେଉଁ ପିଲାମାନଙ୍କୁ ବର୍ତ୍ତମାନ ସୁଖ ମିଳୁଛି ଅଥବା ସୁଖଧାମର ରାସ୍ତା ମିଳୁଛି
। ଜାଣୁଛନ୍ତି ଯେ ବାସ୍ତବରେ ବାବା ସ୍ୱର୍ଗର ୨୧ ଜନ୍ମର ସୁଖ ଦେବାକୁ ଆସିଛନ୍ତି । ଏହି ସୁଖର
ପ୍ରାପ୍ତି ପାଇଁ ସ୍ୱୟଂ ବାବା ଆସି ଶିକ୍ଷା ଦେଉଛନ୍ତି । ବାବା ବୁଝାଉଛନ୍ତି ଏହି ଦୁନିଆରେ ଯେତେ
ମନୁଷ୍ୟ ଅଛନ୍ତି ସେମାନେ କିଛି ବି ଦେଇପାରିବେ ନାହିଁ । ଏମାନେ ତ ସବୁ ରଚନା ଅଟନ୍ତି ନା ।
ପରସ୍ପର ଭିତରେ ଭାଇ-ଭଉଣୀ ଅଟନ୍ତି । ତେବେ ରଚନା ପରସ୍ପରକୁ ସୁଖର ବର୍ସା କିପରି ଦେଇପାରିବେ!
ସୁଖର ବର୍ସା ଦେଲାବାଲା ନିଶ୍ଚିତ ରଚୟିତା ବାବା ହିଁ ହୋଇଥିବେ । ଏହି ଦୁନିଆରେ ଏଭଳି କୌଣସି
ମନୁଷ୍ୟ ନାହାଁନ୍ତି ଯିଏକି କାହାକୁ ସୁଖ ଦେଇପାରିବେ । ତେଣୁ ସୁଖଦାତା ସଦ୍ଗତି ଦାତା ଏକମାତ୍ର
ହିଁ ସତଗୁରୁ ଅଟନ୍ତି । ତେବେ ତାଙ୍କଠାରୁ କେଉଁ ସୁଖ ମାଗୁଛନ୍ତି? ଏକଥା ତ ସମସ୍ତେ ଭୁଲିଯାଇଛନ୍ତି
ଯେ ସ୍ୱର୍ଗରେ ବହୁତ ସୁଖ ଥିଲା ଏବଂ ଏବେ ନର୍କରେ ଦୁଃଖ ରହିଛି । ତେଣୁ ନିଶ୍ଚିତ ସବୁ
ପିଲାମାନଙ୍କ ଉପରେ ମାଲିକଙ୍କର ଦୟା ଆସିବ । ଅନେକ ଅଛନ୍ତି ଯେଉଁମାନେ କି ସୃଷ୍ଟିର ମାଲିକଙ୍କୁ
ମାନୁଛନ୍ତି । କିନ୍ତୁ ସିଏ କିଏ, ତାଙ୍କଠାରୁ କ’ଣ ମିଳିଥାଏ ଏକଥା କିଛି ଜଣାନାହିଁ । ଏପରି ତ
ନୁହେଁ ଯେ ମାଲିକଙ୍କଠାରୁ ଆମକୁ ଦୁଃଖ ମିଳିଥାଏ । ସମସ୍ତେ ତାଙ୍କୁ ସୁଖ ଶାନ୍ତି ପାଇବା ପାଇଁ
ହିଁ ମନେ ପକାଇଥା’ନ୍ତି । ଭକ୍ତ ଭଗବାନଙ୍କୁ ମନେ ପକାଇଥାଏ ନିଶ୍ଚିତ ରୂପେ କିଛି ପାଇବା ପାଇଁ ।
ବର୍ତ୍ତମାନ ସମସ୍ତେ ଦୁଃଖୀ ହୋଇଯାଇଛନ୍ତି ସେଥିପାଇଁ ସୁଖ-ଶାନ୍ତି ପାଇବା ପାଇଁ ତାଙ୍କୁ ମନେ
ପକାଉଛନ୍ତି । ବେହଦର ସୁଖ ଦେଲାବାଲା ଜଣେ ଅଟନ୍ତି, ବାକି ହଦର ଅଳ୍ପ କାଳର ସୁଖ ତ ପରସ୍ପରକୁ
ସର୍ବଦା ଦେଉଛନ୍ତି । ଏହା କୌଣସି ବଡ କଥା ନୁହେଁ । ସବୁ ଭକ୍ତମାନେ ଏକମାତ୍ର ଭଗବାନଙ୍କୁ ହିଁ
ଡାକୁଛନ୍ତି, ନିଶ୍ଚିତ ରୂପେ ଭଗବାନ ସବୁଠାରୁ ବଡ ଅଟନ୍ତି, ତାଙ୍କର ମହିମା ମଧ୍ୟ ସବୁଠାରୁ ଅଧିକ
। ତେବେ ନିଶ୍ଚିତ ସିଏ ବହୁତ ସୁଖ ଦେଲାବାଲା ହୋଇଥିବେ । ବାବା କେବେ ହେଲେ ପିଲାମାନଙ୍କୁ ଅଥବା
ଦୁନିଆକୁ ଦୁଃଖ ଦେଇପାରିବେ ନାହିଁ । ବାବା ବୁଝାଉଛନ୍ତି ଯେ ତୁମେ ବିଚାର କର - ମୁଁ ଯେଉଁ ସୃଷ୍ଟି
ଅଥବା ଦୁନିଆ ରଚନା କରୁଛି ତାହା କ’ଣ ଦୁଃଖ ଦେବା ପାଇଁ? ମୁଁ ତ ରଚନା କରୁଛି ସୁଖ ଦେବା ପାଇଁ ।
କିନ୍ତୁ ଏହି ଡ୍ରାମା ସୁଖ ଦୁଃଖର ହିଁ ରଚନା ହୋଇଛି । ମନୁଷ୍ୟ କେତେ ଦୁଃଖୀ ହୋଇଯାଇଛନ୍ତି । ବାବା
ବୁଝାଉଛନ୍ତି ଯେବେ ନୂଆ ଦୁନିଆ, ନୂଆ ସୃଷ୍ଟି ହେବ, ତେବେ ସେଠାରେ ସୁଖ ରହିବ । ଦୁଃଖ ଏହି ପୁରୁଣା
ସୃଷ୍ଟିରେ ହିଁ ହୋଇଥାଏ । ସବୁ କିଛି ପୁରୁଣା ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଇଥାଏ । ପ୍ରଥମେ ମୁଁ ଯେଉଁ
ସୃଷ୍ଟି ଚରନା କରୁଛି ତାକୁ ସତ୍ତ୍ୱପ୍ରଧାନ କୁହାଯାଉଛି । ସେହି ସମୟରେ ସବୁ ମନୁଷ୍ୟ କେତେ ସୁଖୀ
ଥିଲେ । ସେହି ଧର୍ମ ଏବେ ପ୍ରାୟ ଲୋପ ହୋଇଯାଇଥିବା କାରଣରୁ କାହାରି ବୁଦ୍ଧିରେ ନାହିଁ ।
ତୁମେମାନେ ଜାଣିଛ ଯେ
ନୂଆ ଦୁନିଆ ସତ୍ୟଯୁଗ ଥିଲା । ଏବେ ପୁରୁଣା ହୋଇଯାଇଛି ତେଣୁ ଆଶା ରଖୁଛନ୍ତି ଯେ ବାବା ନିଶ୍ଚିତ
ନୂଆ ଦୁନିଆ ରଚନା କରିବେ । ପ୍ରଥମେ ନୂଆ ସୃଷ୍ଟି ନୂଆ ଦୁନିଆରେ ବହୁତ ଅଳ୍ପ ଆତ୍ମା ଥିଲେ ଏବଂ
ବହୁତ ସୁଖୀ ମଧ୍ୟ ଥିଲେ, ଯେଉଁ ସୁଖର କୌଣସି ସୀମା ନ ଥିଲା, କାହିଁକି ନା ତାର ନାମ ହିଁ ସ୍ୱର୍ଗ,
ବୈକୁଣ୍ଠ, ନୂଆ ଦୁନିଆ । ତେବେ ନିଶ୍ଚିତ ସେଠାରେ ନୂଆ ମନୁଷ୍ୟ ଥିବେ । ନିଶ୍ଚିତ ସେହି
ଦେବୀ-ଦେବତାମାନଙ୍କର ରାଜଧାନୀ ମୁଁ ସ୍ଥାପନ କରିଥିବି ନା । ନଚେତ୍ ବର୍ତ୍ତମାନ କଳିଯୁଗରେ ଜଣେ
ବି ରାଜା ନାହାଁନ୍ତି, ସମସ୍ତେ କାଙ୍ଗାଳ ହୋଇଯାଇଛନ୍ତି । ତେବେ ପୁଣି ଏକଦମ୍ ସତ୍ୟଯୁଗରେ
ଦେବୀ-ଦେବତାମାନଙ୍କର ରାଜତ୍ୱ କେଉଁଠାରୁ ଆସିଲା? ଏହି ଦୁନିଆ ବଦଳିଲା କିପରି? କିନ୍ତୁ
ସମସ୍ତଙ୍କର ବୁଦ୍ଧି ଏତେ ଭ୍ରଷ୍ଟ ହୋଇଯାଇଛି ଯେ କିଛି ବି ବୁଝୁନାହାଁନ୍ତି । ବାବା ଆସି
ପିଲାମାନଙ୍କୁ ବୁଝାଉଛନ୍ତି । ମନୁଷ୍ୟମାନେ ଭଗବାନଙ୍କୁ ଦୋଷ ଦେଉଛନ୍ତି ଯେ ସିଏ ହିଁ ସୁଖ ଦୁଃଖ
ଦେଉଛନ୍ତି । କିନ୍ତୁ ସମସ୍ତେ ତ ଈଶ୍ୱରଙ୍କୁ ମନେ ପକାଉଛନ୍ତି ଯେ ଆସି ଆମକୁ ସୁଖ-ଶାନ୍ତି ଦିଅ ।
ଆମକୁ ଶାନ୍ତିଧାମକୁ ନେଇଚାଲ । ପୁଣି ଅଭିନୟ କରିବାକୁ ତ ନିଶ୍ଚିତ ପଠାଇବେ ନା! କଳିଯୁଗ ପରେ ପୁଣି
ସତ୍ୟଯୁଗ ନିଶ୍ଚିତ ଆସିବ । ମନୁଷ୍ୟମାନେ ତ ରାବଣର ମତରେ ଚାଲୁଛନ୍ତି । ଶ୍ରୀମତ ହିଁ ଶ୍ରେଷ୍ଠ ମତ
ଅଟେ । ବାବା କହୁଛନ୍ତି ମୁଁ ତୁମକୁ ସହଜ ରାଜଯୋଗ ଶିଖାଉଛି । ମୁଁ କୌଣସି ଗୀତା ଶ୍ଲୋକ ଆଦି
ଗାଉନାହିଁ ଯାହାକୁ ତୁମେ ଗାଉଛ । କ’ଣ ବାବା ତୁମକୁ ଗୀତା ଶିଖାଇବେ? ମୁଁ ତ ତୁମକୁ ସହଜ ରାଜଯୋଗ
ଶିଖାଉଛି । ସ୍କୁଲରେ କ’ଣ ଗୀତ କବିତା ଶୁଣାଯାଇଥାଏ କି? ସ୍କୁଲରେ ତ ପାଠ ପଢାଯାଇଥାଏ । ବାବା
ମଧ୍ୟ କହୁଛନ୍ତି ଯେ ତୁମମାନଙ୍କୁ ମୁଁ ପାଠ ପଢାଉଛି, ରାଜଯୋଗ ଶିଖାଉଛି । ମୋ ସହିତ ଆଉ କାହାରି
ବି ଯୋଗ ନାହିଁ । ସମସ୍ତେ ମୋତେ ଭୁଲିଯାଇଛନ୍ତି । ଏହି ଭୁଲିବା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ
ଅଛି । ମୁଁ ଆସି ପୁଣି ତୁମକୁ ମନେ ପକାଇ ଦେଉଛି । ମୁଁ ତ ତୁମର ପିତା ଅଟେ । ତୁମେ ମାନୁଛ ଯେ
ସିଏ ନିରାକାର ଈଶ୍ୱର ଅଟନ୍ତି ତେବେ ତୁମେମାନେ ମଧ୍ୟ ତାଙ୍କର ନିରାକାର ସନ୍ତାନ ଅଟ ନା ।
ନିରାକାର ଆତ୍ମା, ତୁମେମାନେ ପୁଣି ଏହି ଦୁନିଆକୁ ଅଭିନୟ କରିବାକୁ ଆସୁଛ । ସମସ୍ତ ନିରାକାର
ଆତ୍ମାମାନଙ୍କର ନିବାସ ସ୍ଥାନ ନିରାକାରୀ ଦୁନିଆ ଅଟେ, ଯାହାକି ଉଚ୍ଚରୁ ଉଚ୍ଚ ଅଟେ । ଏହା ସାକାରୀ
ଦୁନିଆ, ପୁଣି ରହିଛି ଆକାରୀ ଦୁନିଆ ଏବଂ ତାହା ନିରାକାରୀ ଦୁନିଆ ଯାହାକି ସବୁଠାରୁ ଉପରେ ତୃତୀୟ
ମହଲାରେ ରହିଛି । ବାବା ସମ୍ମୁଖରେ ବସି ପିଲାମାନଙ୍କୁ ବୁଝାଉଛନ୍ତି, ଆମେମାନେ ମଧ୍ୟ ସେଠାକାର
ବାସିନ୍ଦା ଅଟୁ । ଯେତେବେଳେ ନୂଆ ଦୁନିଆ ଥିଲା ସେତେବେଳେ ସେଠାରେ ଗୋଟିଏ ଧର୍ମ ଥିଲା, ଯାହାକୁ
ସ୍ୱର୍ଗ କୁହାଯାଉଥିଲା । ବାବାଙ୍କୁ ସ୍ୱର୍ଗୀୟ ଈଶ୍ୱର ପିତା ବୋଲି କୁହାଯାଏ । କଳିଯୁଗ ହେଉଛି
କଂସପୁରୀ, ସତ୍ୟଯୁଗ ହେଉଛି କୃଷ୍ଣପୁରୀ । ତେବେ ପଚାରିବା ଦରକାର ଯେ ଏବେ ତୁମେ କୃଷ୍ଣପୁରୀକୁ
ଯିବ? ଯଦି ତୁମେ କୃଷ୍ଣପୁରୀକୁ ଯିବାକୁ ଚାହୁଁଛ ତେବେ ପବିତ୍ର ହୁଅ । ଯେପରି ଆମେ ଦୁଃଖଧାମରୁ
ସୁଖଧାମକୁ ଯିବାପାଇଁ ପ୍ରସ୍ତୁତି କରୁଛୁ, ସେହିପରି ତୁମେ ମଧ୍ୟ କର । ଏଥିପାଇଁ ତୁମକୁ
ବିକାରଗୁଡିକୁ ନିଶ୍ଚିତ ଛାଡିବାକୁ ପଡିବ । ଏହା ସମସ୍ତଙ୍କର ଅନ୍ତିମ ଜନ୍ମ ଅଟେ । ସମସ୍ତଙ୍କୁ
ଘରକୁ ଯିବାକୁ ହେବ । କ’ଣ ତୁମେ ଭୁଲିଯାଇଛ - ୫ ହଜାର ବର୍ଷ ପୂର୍ବରୁ କ’ଣ ଏହି ମହାବିନାଶର ଲଢେଇ
ଲାଗି ନ ଥିଲା? ଯେଉଁଥିରେ ସମସ୍ତ ଧର୍ମର ବିନାଶ ହୋଇ ଏହି ଗୋଟିଏ ଧର୍ମ ସ୍ଥାପନ ହୋଇଥିଲା ।
ସତ୍ୟଯୁଗରେ ଦେବୀ ଦେବତାମାନେ ଥିଲେ ନା । କିନ୍ତୁ ଏବେ କଳିଯୁଗରେ ନାହାଁନ୍ତି । ଏବେ ତ ରାବଣର
ରାଜ୍ୟ ଚାଲିଛି । ଏଠାରେ ଆସୁରୀ ମନୁଷ୍ୟମାନେ ଅଛନ୍ତି । ଏମାନଙ୍କୁ ପୁଣି ଦେବତା କରିବାକୁ ପଡିବ
। ତେବେ ଏଥିପାଇଁ ବାବାଙ୍କୁ ଆସୁରୀ ଦୁନିଆକୁ ଆସିବାକୁ ପଡିବ ନା ଦୈବୀ ଦୁନିଆରେ ଆସିବେ? ନା
ଦୁଇଟି ଯାକର ସଂଗମରେ ଆସିବେ? ଗାୟନ ମଧ୍ୟ ରହିଛି ଯେ କଳ୍ପ-କଳ୍ପ, କଳ୍ପର ସଂଗମଯୁଗରେ ମୁଁ ଆସୁଛି
। ବାବା ଆମକୁ ଏହିପରି ବୁଝାଉଛନ୍ତି, ଆମେ ତାଙ୍କର ଶ୍ରୀମତରେ ଚାଲୁଛୁ । ବାବା କହୁଛନ୍ତି ମୁଁ
ଗାଇଡ୍ ହୋଇ ତୁମ ପିଲାମାନଙ୍କୁ ଘରକୁ ନେଇ ଯିବା ପାଇଁ ଆସିଛି, ସେଥିପାଇଁ ମୋତେ କାଳମାନଙ୍କର କାଳ
ବୋଲି ମଧ୍ୟ କହୁଛନ୍ତି । କଳ୍ପ ପୂର୍ବରୁ ମଧ୍ୟ ମହାଭାରତ ଲଢେଇ ଲାଗିଥିଲା, ଯାହାଦ୍ୱାରା ସ୍ୱର୍ଗର
ଦ୍ୱାର ଖୋଲିଥିଲା । କିନ୍ତୁ ଦେବୀ-ଦେବତାମାନଙ୍କ ବ୍ୟତୀତ ସମସ୍ତେ ତ ସେଠାକୁ ଯାଇନଥିଲେ । ବାକି
ସମସ୍ତେ ତ ଶାନ୍ତିଧାମରେ ଥିଲେ । ତେଣୁ ମୁଁ ନିର୍ବାଣଧାମର ମାଲିକ ଆସିଛି, ସମସ୍ତଙ୍କୁ
ନିର୍ବାଣଧାମକୁ ନେଇଯିବା ପାଇଁ । ତୁମେମାନେ ରାବଣର ଜଞ୍ଜିରରେ ଫସି ରହିଥିବା ବିକାରୀ ଆସୁରୀ
ଗୁଣଧାରୀ ଅଟ । କାମ ବିକାର ହେଉଛି ପ୍ରଥମ ନମ୍ବରର ବିକାର । ପୁଣି କ୍ରୋଧ, ଲୋଭ, କ୍ରମାନୁସାରେ
ରହିଛି । ତେବେ ସାରା ଦୁନିଆରୁ ନଷ୍ଟୋମୋହା ମଧ୍ୟ ହେବାର ଅଛି ତେବେ ତ ତୁମେ ସ୍ୱର୍ଗକୁ ଯାଇପାରିବ
। ଯେପରି ଲୌକିକ ପିତା ହଦର ଘର ତିଆରି କରୁଥିଲେ ସନ୍ତାନମାନଙ୍କ ବୁଦ୍ଧି ସେଥିରେ ଲାଗିଯାଇଥାଏ ।
ସେହି ପିଲାମାନେ ମଧ୍ୟ କହିଥାନ୍ତି ଯେ ବାବା ଏଥିରେ ଏଭଳି ତିଆରି କରିବ, ଭଲ ଘର ତିଆରି କରିବ ।
ବେହଦର ପିତା ମଧ୍ୟ କହୁଛନ୍ତି ଯେ ମୁଁ ତୁମ ପାଇଁ କେତେ ସୁନ୍ଦର ନୂଆ ଦୁନିଆ ତିଆରି କରୁଛି, ତେଣୁ
ତୁମର ବୁଦ୍ଧିଯୋଗ ପୁରୁଣା ଦୁନିଆରୁ ତୁଟିଯିବା ଦରକାର । ଏଠାରେ ଆଉ କ’ଣ ଅଛି? ଦେହ ବି ପୁରୁଣା,
ଆତ୍ମାରେ ମଧ୍ୟ ଖାଦ ମିଶିଯାଇଛି । ଏହା ସେତେବେଳେ ବାହାରିବ ଯେତେବେଳେ ତୁମେ ଯୋଗରେ ରହିବ । ଏହା
ଦ୍ୱାରା ଜ୍ଞାନର ମଧ୍ୟ ଧାରଣା ହେବ । ଏଇ ବାବା ଭାଷଣ କରୁଛନ୍ତି ନା । ହେ ପିଲାମାନେ, ତୁମେ ସବୁ
ଆତ୍ମାମାନେ ମୋର ରଚନା ଅଟ । ଆତ୍ମା ସ୍ୱରୂପରେ ଭାଇ-ଭାଇ ଅଟ । ଏବେ ତୁମ ସମସ୍ତଙ୍କୁ ମୋ ପାଖକୁ
ଆସିବାକୁ ହେବ । ଏବେ ସମସ୍ତେ ତମଃପ୍ରଧାନ ହୋଇଯାଇଛ । କାହିଁକି ନା ଏହା ରାବଣର ରାଜ୍ୟ ଅଟେ ନା ।
ତୁମେ ଆଗରୁ ଜାଣିନଥିଲ ଯେ ରାବଣ ରାଜ୍ୟ କେବେଠାରୁ ଆରମ୍ଭ ହୋଇଥାଏ । ସତ୍ୟଯୁଗରେ ୧୬ କଳା ଥିଲା,
ପୁଣି ତ୍ରେତାରେ ୧୪ କଳା ହେଲା । କିନ୍ତୁ ଏପରି ନୁହେଁ ଯେ ଏକଦମ୍ ଦୁଇକଳା କମ୍ ହୋଇଯାଇଥାଏ ।
ଧୀରେ ଧୀରେ ତଳକୁ ଖସିଥାନ୍ତି । ଏବେ ତ ଆଉ କୌଣସି କଳା ନାହିଁ । ପୂରା ଗ୍ରହଣ ଲାଗିଯାଇଛି । ଏବେ
ବାବା କହୁଛନ୍ତି ଦାନ ଦେଲେ ଗ୍ରହଣ ଛାଡିଯିବ । ୫ ବିକାରର ଦାନ ଦେଇଦିଅ ଏବଂ ଆଉ କୌଣସି ପାପ କର୍ମ
କର ନାହିଁ । ଭାରତବାସୀ ରାବଣକୁ ଜଳାଇଥାନ୍ତି, ତେବେ ନିଶ୍ଚିତ ଭାବରେ ଏଠାରେ ରାବଣର ରାଜ୍ୟ ଥିଲା
। କିନ୍ତୁ ରାବଣ ରାଜ୍ୟ କାହାକୁ କୁହାଯାଏ, ରାମରାଜ୍ୟ କାହାକୁ କୁହାଯାଏ, ଏକଥା ବି ଜାଣି
ନାହାଁନ୍ତି । କହୁଛନ୍ତି ରାମରାଜ୍ୟ ହେଉ, ନୂଆ ଭାରତ ହେଉ କିନ୍ତୁ ଜଣେ ହେଲେ ବି ଜାଣି ନାହାଁନ୍ତି
ଯେ ନୂଆ ଦୁନିଆ ନୂଆ ଭାରତ କେବେ ହୋଇଥାଏ । ବର୍ତ୍ତମାନ ସମସ୍ତେ ଶ୍ମଶାନରେ ଶୋଇ ରହିଛନ୍ତି ।
ଏବେ ତୁମ ପିଲାମାନଙ୍କୁ
ସତ୍ୟଯୁଗୀ ଦୁନିଆର ବୃକ୍ଷ ଦେଖାଯାଉଛି । ଏଠାରେ ତ କେହି ଦେବତା ନାହାଁନ୍ତି । ତେଣୁ ବାବା ଆସି
ସବୁ କଥା ବୁଝାଉଛନ୍ତି । ତୁମର ଇଏ (ଶିବବାବା) ମାତା-ପିତା ଅଟନ୍ତି, ସ୍ଥୂଳରେ ପୁଣି ଇଏ (ବ୍ରହ୍ମା-ସରସ୍ୱତୀ)
ମାତା-ପିତା ଅଟନ୍ତି । ସେଥିପାଇଁ ତୁମେ ମାତା-ପିତା ବୋଲି ଗାୟନ କରୁଛ । ସତ୍ୟଯୁଗରେ ତ ଏହିପରି
ଗାୟନ କରିବେ ନାହିଁ । ନା ସେଠାରେ କୃପା କରିବାର କୌଣସି କଥା ଅଛି, ତେଣୁ ଏହି ମାତା-ପିତାଙ୍କର
ହୋଇ ପୁଣି ଯୋଗ୍ୟ ମଧ୍ୟ ହେବାକୁ ପଡିଥାଏ । ବାବା ମନେ ପକାଇ ଦେଉଛନ୍ତି ଯେ ହେ ଭାରତବାସୀ ତୁମେ
ଭୁଲିଯାଇଛ, ତୁମେ ଦେବତାମାନେ କେତେ ଧନବାନ୍ ଥିଲ, କେତେ ବୁଦ୍ଧିମାନ ଥିଲ । ଏବେ ଅଜ୍ଞାନୀ ହୋଇ
ଦେବାଳିଆ ହୋଇଯାଇଛ । ଏହିଭଳି ଅଜ୍ଞାନୀ, ତୁମକୁ ମାୟା ରାବଣ କରିଦେଇଛି, ସେଥିପାଇଁ ତ ରାବଣକୁ
ସମସ୍ତେ ଜଳାଉଛନ୍ତି । ଶତ୍ରୁର ପିତୁଳା କରି ତାକୁ ଜଳାଇଥାନ୍ତି ନା । ତୁମମାନଙ୍କୁ ବର୍ତ୍ତମାନ
କେତେ ଜ୍ଞାନ ମିଳୁଛି । କିନ୍ତୁ ତୁମେମାନେ ବିଚାର ସାଗର ମନ୍ଥନ କରୁନାହଁ, ତୁମର ବୁଦ୍ଧି ଇଆଡେ
ସିଆଡେ ଘୂରି ବୁଲୁଛି ତେଣୁ ଏହିପରି ପଏଣ୍ଟସ୍ ଗୁଡିକୁ ଭାଷଣରେ ଶୁଣାଇବା ବେଳେ ଭୁଲି ଯାଉଛ ।
ସଂପୂର୍ଣ୍ଣ ଭାବରେ ଜ୍ଞାନକୁ ବୁଝାଉ ନାହଁ । ତୁମକୁ ତ ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦେବାକୁ
ହେବ ଯେ ବାବା ଆସିଛନ୍ତି । ଏହି ମହାବିନାଶର ଲଢେଇ ବର୍ତ୍ତମାନ ସମ୍ମୁଖରେ ଉପସ୍ଥିତ ଅଛି ।
ବର୍ତ୍ତମାନ ସମସ୍ତଙ୍କୁ ଘରକୁ ଯିବାକୁ ହେବ । କାହିଁକି ନା ସ୍ୱର୍ଗ ସ୍ଥାପନ ହେଉଛି । ବାବା
କହୁଛନ୍ତି ଦେହ ସହିତ ଦେହର ସମସ୍ତ ସମ୍ବନ୍ଧୀମାନଙ୍କୁ ଭୁଲି ମୋତେ ମନେ ପକାଅ । ବାକି କେବଳ ଏପରି
କୁହ ନାହିଁ ଯେ ଇସ୍ଲାମୀ, ବୌଦ୍ଧି ଆଦି ସବୁ ଭାଇ-ଭାଇ ଅଟନ୍ତି । ଏସବୁ ତ ଦେହର ଧର୍ମ ଅଟେ ନା ।
ସବୁ ଧର୍ମର ଯେଉଁ ଆତ୍ମାମାନେ ଅଛନ୍ତି ସେମାନେ ବାବାଙ୍କର ସନ୍ତାନ ଅଟନ୍ତି । ବାବା କହୁଛନ୍ତି ଏହି
ସବୁ ଦେହର ଧର୍ମକୁ ଛାଡି ମୋତେ ମନେ ପକାଅ । ବାବାଙ୍କର ଏହି ସନ୍ଦେଶ ଦେବା ପାଇଁ ଆମେମାନେ
ଶିବଜୟନ୍ତୀ ପାଳନ କରୁଛୁ । ଆମେ ବ୍ରହ୍ମାକୁମାର କୁମାରୀମାନେ ଶିବଙ୍କର ନାତି ନାତୁଣୀ ଅଟୁ । ଆମକୁ
ତାଙ୍କଠାରୁ ସ୍ୱର୍ଗ ରାଜଧାନୀର ବର୍ସା ମିଳୁଛି । ବାବା ଆମକୁ ମନମନାଭବର ସନ୍ଦେଶ ଦେଉଛନ୍ତି । ଏହି
ଯୋଗ ଅଗ୍ନି ଦ୍ୱାରା ତୁମମାନଙ୍କର ବିକର୍ମ ବିନାଶ ହେବ । ତେଣୁ ଅଶରୀରୀ ହୁଅ । ଆଚ୍ଛା!
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ରାତ୍ରିକ୍ଲାସ:-
ଏବେ ତୁମେମାନେ
ସ୍ଥୂଳବତନ, ସୂକ୍ଷ୍ମବତନ ଏବଂ ମୂଳବତନକୁ ଭଲ ଭାବରେ ବୁଝିଗଲଣି । କେବଳ ତୁମେ ବ୍ରାହ୍ମଣମାନେ ହିଁ
ଏହି ଜ୍ଞାନକୁ ପ୍ରାପ୍ତ କରୁଛ । ଦେବତାମାନଙ୍କର ତ ଏହି ଜ୍ଞାନର ଆବଶ୍ୟକତା ହିଁ ନାହିଁ । ତୁମ
ପାଖରେ ଏବେ ସାରା ବିଶ୍ୱର ଜ୍ଞାନ ରହିଛି । ତୁମେ ପ୍ରଥମେ ଶୂଦ୍ର ବର୍ଣ୍ଣର ଥିଲ । ପୁଣି
ବ୍ରହ୍ମାକୁମାର-କୁମାରୀ ହେବାରୁ ବାବା ଏହି ଜ୍ଞାନ ଦେଉଛନ୍ତି ଯାହା ଦ୍ୱାରା ତୁମର ଦୈବୀ
ସ୍ୱରାଜ୍ୟ ସ୍ଥାପନ ହେଉଛି । ବାବା ଆସି ବ୍ରାହ୍ମଣ କୁଳ, ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ରାଜତ୍ୱ
ସ୍ଥାପନ କରୁଛନ୍ତି । ତାହା ପୁଣି ଏହି ସଂଗମଯୁଗରେ ହିଁ ସ୍ଥାପନ କରୁଛନ୍ତି । ଅନ୍ୟ
ଧର୍ମାବାଲମ୍ବୀମାନେ ତୁରନ୍ତ ନିଜର ସାମ୍ରାଜ୍ୟ ସ୍ଥାପନ କରୁନାହାଁନ୍ତି । ତାଙ୍କୁ ଗୁରୁ ବୋଲି
କୁହାଯିବ ନାହିଁ । ବାବା ହିଁ ଆସି ଧର୍ମର ସ୍ଥାପନା କରୁଛନ୍ତି । ବାବା କହୁଛନ୍ତି ଏବେ ତୁମ
ମୁଣ୍ଡ ଉପରେ ବାବାଙ୍କୁ ମନେ ପକାଇବାର ନିଶା ରହିଛି, ଯାହାକୁ ତୁମେ ଘଡିକୁ ଘଡି ଭୁଲିଯାଉଛ ।
ପୁରୁଷାର୍ଥ କରି ଧନ୍ଦା ଆଦି ମଧ୍ୟ କର ଏବଂ ସର୍ବଦା ସୁସ୍ଥ ହେବା ପାଇଁ ବାବାଙ୍କୁ ମନେ ମଧ୍ୟ
ପକାଉଥାଅ । ବାବା ବହୁତ ବଡ ରୋଜଗାର କରାଉଛନ୍ତି, ଏଥିରେ ସବୁ କିଛି ଭୁଲିବାକୁ ପଡୁଛି । ଆମେ
ଆତ୍ମା ଘରକୁ ଯାଉଛୁ, ଏହି ଅଭ୍ୟାସ କରାଯାଉଛି । ଖାଇବା ସମୟରେ କ’ଣ ବାବାଙ୍କୁ ମନେ ପକାଇ ପାରୁ
ନାହଁ? ବସ୍ତ୍ର ସିଲେଇ କରିବା ବେଳେ ମଧ୍ୟ ବୁଦ୍ଧିଯୋଗ ବାବାଙ୍କ ସହିତ ରହୁ । ବାବାଙ୍କ ସ୍ମୃତି
ଦ୍ୱାରା ଆତ୍ମାର ଆବର୍ଜନା ତ ବାହାର କରିବାକୁ ହେବ । ବାବା କହୁଛନ୍ତି ଶରୀର ନିର୍ବାହ ପାଇଁ
କାମଧନ୍ଦା ମଧ୍ୟ କର । ଏହା ବହୁତ ସହଜ ଅଟେ । ତୁମେ ବୁଝିଗଲଣି ଯେ ଏବେ ୮୪ ଜନ୍ମର ଚକ୍ର ପୂରା
ହେଉଛି । ଏବେ ବାବା ରାଜଯୋଗ ଶିଖାଇବାକୁ ଆସିଛନ୍ତି । ବିଶ୍ୱର ଇତିହାସ-ଭୂଗୋଳର ଏହି ସମୟରେ ହିଁ
ପୁନରାବୃତ୍ତି ହୋଇଥାଏ । କଳ୍ପ ପୂର୍ବଭଳି ହିଁ ପୁନରାବୃତ୍ତି ହେଉଛି । ଏହି ପୁନରାବୃତ୍ତିର
ରହସ୍ୟ ମଧ୍ୟ ବାବା ହିଁ ବୁଝାଉଛନ୍ତି । ଏକ ଇଶ୍ୱର, ଏକ ଧର୍ମ ବୋଲି ମଧ୍ୟ କହିଥାନ୍ତି ନା । ତେବେ
ସେହିଠାରେ ହିଁ ଶାନ୍ତି ରହିବ । ତାହା ହେଲା ଅଦ୍ୱୈତ ରାଜ୍ୟ, ଦ୍ୱୈତ ଅର୍ଥାତ୍ ଆସୁରୀ ରାବଣ
ରାଜ୍ୟ । ସେମାନେ ଦେବତା, ଏମାନେ ଦୈତ୍ୟ । ଏହି ଭାରତରେ ହିଁ ଆସୁରୀ ରାଜ୍ୟ ଏବଂ ଦୈବୀ ରାଜ୍ୟର
ଖେଳ ପ୍ରସ୍ତୁତ ହୋଇଛି । ଭାରତରେ ଆଦି ସନାତନ ଧର୍ମ ଥିଲା, ପବିତ୍ର ପ୍ରବୃତ୍ତି ମାର୍ଗ ଥିଲା ।
ବର୍ତ୍ତମାନ ବାବା ପୁଣି ଆସି ପବିତ୍ର ପ୍ରବୃତ୍ତିମାର୍ଗ କରୁଛନ୍ତି । ଆମେମାନେ ଦେବତା ଥିଲୁ, ପୁଣି
ଧୀରେ ଧୀରେ କଳା କମ୍ ହୋଇଗଲା । ପୁଣି ଆମେ ଶୂଦ୍ର ବଂଶାବଳୀରେ ଆସିଲୁ । ବାବା ଏଭଳି ପାଠ
ପଢାଉଛନ୍ତି ଯେପରି ଶିକ୍ଷକ ପାଠପଢାଇଥାନ୍ତି ଏବଂ ଛାତ୍ରମାନେ ଶୁଣିଥାଆନ୍ତି । ଭଲ ଛାତ୍ରମାନେ
ପୂରା ଧ୍ୟାନ ଦେଇ ଶୁଣିଥାନ୍ତି, ହେଳା କରିନଥାନ୍ତି । ଏହି ପାଠ ପ୍ରତ୍ୟେକ ଦିନ ପଢିବା ଦରକାର ।
ଏଭଳି ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପ୍ରତି ବିମୁଖ ହେବା ଉଚିତ୍ ନୁହେଁ । ବାବା ବହୁତ ଗୁହ୍ୟ ଗୁହ୍ୟ
କଥା ଶୁଣାଉଛନ୍ତି । ଆଚ୍ଛା, ଗୁଡ୍ ନାଇଟ୍, ରୁହାନୀ ପିଲାମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଦେହର
ସମସ୍ତ ଧର୍ମକୁ ଛାଡି ନିଜକୁ ଅଶରୀରୀ ଆତ୍ମା ମନେ କରି ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ
ହେବ । ଯୋଗ ଏବଂ ଜ୍ଞାନର ଧାରଣା ଦ୍ୱାରା ଆତ୍ମାକୁ ପବିତ୍ର କରିବାକୁ ହେବ ।
(୨) ବାବା ଯେଉଁ ଜ୍ଞାନ
ଦେଉଛନ୍ତି, ତା ଉପରେ ବିଚାର ସାଗର ମନ୍ଥନ କରି ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦେବାକୁ ହେବ ।
ବୁଦ୍ଧିକୁ ଏଣେ ତେଣେ ଲଗାଇବାର ନାହିଁ ।
ବରଦାନ:-
ବାବାଙ୍କର ପାଦ
ଚିହ୍ନ ଉପରେ ପାଦ ରଖି ପରମାତ୍ମା ଆଶୀର୍ବାଦ ପ୍ରାପ୍ତ କରୁଥିବା ଆଜ୍ଞାକାରୀ ହୁଅ ।
ଆଜ୍ଞାକାରୀ ଅର୍ଥାତ୍
ବାପଦାଦାଙ୍କର ଆଜ୍ଞା ରୂପୀ ପାଦଚିହ୍ନ ଉପରେ ପାଦ ରଖି ଚାଲୁଥିବା ଆତ୍ମା । ଏହିଭଳି ଆଜ୍ଞାକାରୀ
ସନ୍ତାନମାନଙ୍କୁ ହିଁ ସର୍ବ ସମ୍ବନ୍ଧ ଦ୍ୱାରା ପରମାତ୍ମାଙ୍କର ଆଶୀର୍ବାଦ ମିଳିଥାଏ । ଏହା ନିୟମ
ମଧ୍ୟ ଅଟେ । ଯେପରି କେହି ଯଦି କାହାର ନିର୍ଦ୍ଦେଶ ମୁତାବକ ଆଜ୍ଞା ହଁ କହି କାର୍ଯ୍ୟ କରିଦିଏ ତେବେ
ଯାହାର କାର୍ଯ୍ୟ କରିଥାଏ ତା’ଠାରୁ ଆଶୀର୍ବାଦ ମଧ୍ୟ ନିଶ୍ଚିତ ମିଳିଥାଏ । ତେଣୁ ଏହା ହେଉଛି
ପରମାତ୍ମାଙ୍କର ଆଶୀର୍ବାଦ ଯାହାକି ଆଜ୍ଞାକାରୀ ଆତ୍ମାମାନଙ୍କୁ ସବୁବେଳେ ଡବଲ ଲାଇଟ୍ କରିଦେଇଥାଏ
।
ସ୍ଲୋଗାନ:-
ଯଦି ଦିବ୍ୟତା
ଏବଂ ଆଲୌକିକତାକୁ ନିଜର ଜୀବନର ଶୃଙ୍ଗାର କରିଦେବ ତେବେ ସାଧାରଣତା ସମାପ୍ତ ହୋଇଯିବ ।