03.02.19    Avyakt Bapdada     Odia Murli     17.04.84     Om Shanti     Madhuban


ପଦ୍ମାପଦ୍ମ ଭାଗ୍ୟଶାଳୀ ଆତ୍ମାମାନଙ୍କର ଲକ୍ଷଣ

 


ଆଜି ଭାଗ୍ୟବିଧାତା ବାବା ସମସ୍ତ ଭାଗ୍ୟବାନ ପିଲାମାନଙ୍କୁ ଦେଖୁଛନ୍ତି । ଏଠାରେ ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ଭାଗ୍ୟବାନ ଅଟନ୍ତି । ବ୍ରାହ୍ମଣ ହେବା ଅର୍ଥ ଭାଗ୍ୟବାନ ହେବା । ଭଗବାନଙ୍କର ହେବା ଅର୍ଥାତ୍ ଭାଗ୍ୟବାନ ହେବା । ଏମିତି ତ ସମସ୍ତେ ଭାଗ୍ୟବାନ ଅଟନ୍ତି କିନ୍ତୁ ବାବାଙ୍କର ସନ୍ତାନ ହେବା ପରେ ବାବାଙ୍କ ଦ୍ୱାରା ଯେଉଁ ସବୁ ଭିନ୍ନ ଭିନ୍ନ ପ୍ରକାରର ପୈତୃକ ସମ୍ପତ୍ତି ପ୍ରାପ୍ତ ହେଉଛି, ସେହି ଶ୍ରେଷ୍ଠ ସମ୍ପତ୍ତିର ଅଧିକାରକୁ ପ୍ରାପ୍ତ କରି ଅଧିକାରୀ ଜୀବନରେ ଚାଲିବା ବା ପ୍ରାପ୍ତ ହୋଇଥିବା ଅଧିକାରକୁ ସର୍ବଦା ସହଜ ବିଧି ଦ୍ୱାରା ବୃଦ୍ଧି ପ୍ରାପ୍ତ କରାଇବାରେ ପିଲାମାନେ କ୍ରମାନ୍ୱୟରେ ଆସିଯାଉଛନ୍ତି । କେହି କେହି ଭାଗ୍ୟବାନ ହୋଇ ରହିଯାଉଛନ୍ତି, ଆଉ କେହି ସୌଭାଗ୍ୟବାନ ହୋଇଯାଉଛନ୍ତି, କେହି ସହସ୍ର, କେହି ଲକ୍ଷ, କେହି ପଦ୍ମାପଦ୍ମ ଭାଗ୍ୟବାନ ହୋଇଯାଉଛନ୍ତି କାହିଁକି ନା ସମ୍ପତ୍ତିକୁ ବିଧି ପୂର୍ବକ କାର୍ଯ୍ୟରେ ଲଗାଇବା ଅର୍ଥାତ୍ ବୃଦ୍ଧିକୁ ପ୍ରାପ୍ତ କରିବା । ଚାହେଁ ନିଜକୁ ସମ୍ପନ୍ନ କରିବା କାର୍ଯ୍ୟରେ ଲଗାନ୍ତୁ, ଚାହେଁ ନିଜର ସମ୍ପନ୍ନତା ଦ୍ୱାରା ଅନ୍ୟ ଆତ୍ମାମାନଙ୍କର ସେବା କାର୍ଯ୍ୟରେ ଲଗାନ୍ତୁ । ବିନାଶୀ ଧନକୁ ଖର୍ଚ୍ଚ କରିବା ଦ୍ୱାରା ତାହା କ୍ଷୟ ହୋଇଥାଏ କିନ୍ତୁ ଅବିନାଶୀ ଧନକୁ ଖର୍ଚ୍ଚ କରିବା ଦ୍ୱାରା ତାହା ପଦ୍ମାଗୁଣା ବୃଦ୍ଧି ହୋଇଥାଏ ସେଥିପାଇଁ କୁହାଯାଏ ଖର୍ଚ୍ଚ କର ଏବଂ ଖାଅ । ଯେତେ ଯେତେ ଖର୍ଚ୍ଚ କରିବ, ଖାଇବ ସେତେ ସେତେ ରାଜାମାନଙ୍କର ରାଜା ବାବା ଆହୁରି ଅଧିକ ମାଲାମାଲ କରିଦେବେ ସେଥିପାଇଁ ଯେଉଁମାନେ ପ୍ରାପ୍ତ ହୋଇଥିବା ସମ୍ପତ୍ତି ରୂପକ ଭାଗ୍ୟକୁ ସେବାରେ ଲଗାଉଛନ୍ତି ସେହିମାନେ ହିଁ ଆଗକୁ ବଢୁଛନ୍ତି । ପଦ୍ମାପଦ୍ମ ଭାଗ୍ୟବାନ ଅର୍ଥାତ୍ ପ୍ରତ୍ୟେକ ପାଦରେ ପଦ୍ମର ରୋଜଗାର ଜମା କରୁଥିବା ଆତ୍ମା ଏବଂ ପ୍ରତ୍ୟେକ ସଂକଳ୍ପ ଦ୍ୱାରା, ବାଣୀ ଦ୍ୱାରା, କର୍ମ ଦ୍ୱାର ବା ସମ୍ପର୍କ ଦ୍ୱାରା ପ୍ରାପ୍ତି ହୋଇଥିବା ପଦ୍ମର ସମ୍ପତ୍ତିକୁ ସେବାଧାରୀ ହୋଇ ପଦ୍ମଗୁଣା ସେବାରେ ଲଗାଉଥିବା ଆତ୍ମା । ପଦ୍ମାପଦ୍ମ ଭାଗ୍ୟବାନ ଆତ୍ମା ସର୍ବଦା ଖୋଲା ହୃଦୟରେ, ଅବିନାଶୀ ଏବଂ ଅଖଣ୍ଡ ମହାଦାନୀ ହେବା ସହିତ ସମସ୍ତଙ୍କ ପ୍ରତି ସର୍ବ ସମ୍ପତ୍ତିକୁ ଦାନ କରୁଥିବା ଦାତା ହୋଇଥିବେ । ସମୟ ଅନୁସାରେ ବା କୌଣସି ବିଶେଷ କାର୍ଯ୍ୟକ୍ରମ ଅନୁସାରେ ବା କୌଣସି ସାଧନ ବା ସୁବିଧା ଥିଲେ ଯାଇ ସେବାଧାରୀ ହେବେ । ତାହା ନୁହେଁ, ସର୍ବଦା ଅଖଣ୍ଡ ମହାଦାନୀ । ବାଣୀ ଦ୍ୱାରା ନହେଲେ, ମନ ଦ୍ୱାରା ବା କର୍ମ ଦ୍ୱାରା ସେବା ନିଶ୍ଚିତ କରିବେ । ସମ୍ବନ୍ଧ-ସମ୍ପର୍କ ଦ୍ୱାରା ହେଉ ବା କୌଣସି ନା କୌଣସି ବିଧି ଦ୍ୱାରା ହେଉ ଅସରନ୍ତି ଏବଂ ଅଖଣ୍ଡ ସମ୍ପତ୍ତିର ନିରନ୍ତର ସେବାଧାରୀ ହୋଇଥିବେ । ସେବାର ରୂପ ଭିନ୍ନ ଭିନ୍ନ ହୋଇଥିବ କିନ୍ତୁ ସେବା ସଦା ସର୍ବଦା ଚାଲୁ ରହିଥିବ । ତେଣୁ ଯେପରି ନିରନ୍ତର ଯୋଗୀ ଅଟ ସେହିପରି ନିରନ୍ତର ସେବାଧାରୀ ମଧ୍ୟ ହୁଅ । ନିରନ୍ତର ସେବାଧାରୀ ସେବାର ଶ୍ରେଷ୍ଠ ଫଳ ନିରନ୍ତର ନିଜେ ପ୍ରାପ୍ତ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପ୍ରାପ୍ତ କରାଇଥାନ୍ତି ଅର୍ଥାତ୍ ନିଜେ ସଦାସର୍ବଦା ସେବାର ଫଳ ପ୍ରାପ୍ତ କରି ପ୍ରତ୍ୟକ୍ଷ ସ୍ୱରୂପ ହୋଇଯାଆନ୍ତି ।

ପଦ୍ମାପଦ୍ମ ଭାଗ୍ୟବାନ ଆତ୍ମା ସର୍ବଦା ପଦ୍ମ ଆସନ ନିବାସୀ ଅର୍ଥାତ୍ କମଳ ପୁଷ୍ପ ସମାନ ସ୍ଥିତିର ଆସନ ନିବାସୀ ହୋଇ ହଦର ଅର୍ଥାତ୍ ବିନାଶୀ ଆକର୍ଷଣ ଏବଂ ବିନାଶୀ ଫଳକୁ ସ୍ୱୀକାର ନକରି ତାହାଠାରୁ ନିଆରା ରହିଥାନ୍ତି ଏବଂ ବାବା, ବ୍ରାହ୍ମଣ ପରିବାର ତଥା ବିଶ୍ୱର ପ୍ରିୟ ହୋଇଥାନ୍ତି । ଏହିଭଳି ଶ୍ରେଷ୍ଠ ସେବାଧାରୀ ଆତ୍ମାଙ୍କ ନିକଟରେ ସର୍ବ ଆତ୍ମାମାନେ ସଦାର୍ସବଦା ଆନ୍ତରିକ ସ୍ନେହ ସମ୍ପନ୍ନ ଖୁସି ରୂପକ ପୁଷ୍ପ ଅର୍ପଣ କରିଥାଆନ୍ତି । ନିଜେ ବାପଦାଦା ମଧ୍ୟ ଏହିଭଳି ନିରନ୍ତର ସେବାଧାରୀ ପଦ୍ମାପଦ୍ମ ଭାଗ୍ୟବାନ ଆତ୍ମାମାନଙ୍କ ପ୍ରତି ସ୍ନେହର ପୁଷ୍ପ ଅର୍ପଣ କରିଥାଆନ୍ତି । ପଦ୍ମାପଦ୍ମ ଭାଗ୍ୟବାନ ଆତ୍ମା ସଦାସର୍ବଦା ନିଜର ଚମକୁଥିବା ଭାଗ୍ୟର ତାରକା ଦ୍ୱାରା ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ଭାଗ୍ୟବାନ କରିବା ପାଇଁ ଆଲୋକ ପ୍ରଦାନ କରିଥାନ୍ତି । ବାପଦାଦା ଏହିଭଳି ଭାଗ୍ୟବାନ ଆତ୍ମାମାନଙ୍କୁ ଦେଖୁଥିଲେ । ଚାହେଁ ଦୂରରେ ଥାଆନ୍ତୁ ବା ସମ୍ମୁଖରେ ଥାଆନ୍ତୁ କିନ୍ତୁ ସଦାସର୍ବଦା ବାବାଙ୍କୁ ନିଜ ହୃଦୟ ମଧ୍ୟରେ ସମାହିତ କରି ରଖିଛନ୍ତି ସେଥିପାଇଁ ସେମାନେ ବାବାଙ୍କ ସହିତ ସମାନ ହେବା ସହିତ ବାବାଙ୍କର ଅତି ନିକଟରେ ରହିଥାନ୍ତି । ଏବେ ନିଜେ ନିଜକୁ ପଚାର ଯେ ମୁଁ କେଉଁ ପ୍ରକାରର ଭାଗ୍ୟବାନ ଆତ୍ମା । ନିଜେ ନିଜକୁ ତ ଜାଣିପାରିବ ନା । ଅନ୍ୟ କାହାର କଥାକୁ ମାନନ୍ତୁ ବା ନ ମାନନ୍ତୁ କିନ୍ତୁ ନିଜକୁ ସମସ୍ତେ ଜାଣିଛନ୍ତି ଯେ ମୁଁ କେଉଁ ପ୍ରକାରର ଆତ୍ମା! ବୁଝିଲ । ପୁଣି ବି ବାପଦାଦା କହୁଛନ୍ତି ଭାଗ୍ୟହୀନରୁ ଭାଗ୍ୟବାନ ତ ହୋଇଗଲ ନା । ଅନେକ ପ୍ରକାରର ଦୁଃଖ କଷ୍ଟରୁ ତ ବଞ୍ଚିଯିବ, ସ୍ୱର୍ଗର ମାଲିକ ତ ହେବ । ଗୋଟିଏ ହେଲା ସ୍ୱର୍ଗରେ ଜନ୍ମ ନେବା, ଆଉ ଗୋଟିଏ ହେଲା ରାଜ୍ୟ ଅଧିକାରୀ ହେବା । ସ୍ୱର୍ଗ ଦୁନିଆକୁ ଆସିବ ତ ସମସ୍ତେ କିନ୍ତୁ କେଉଁ ପଦରେ ଏବଂ କେଉଁ ସମୟରେ ଆସିବ ତାହା ନିଜକୁ ପଚାର । ବାପଦାଦାଙ୍କର ରେଜିଷ୍ଟରରେ ସ୍ୱର୍ଗରେ ଜନ୍ମ ନେବାବାଲାଙ୍କର ତାଲିକାରେ ନାମ ଆସିଗଲା, ଦୁନିଆର ଲୋକମାନଙ୍କଠାରୁ ତ ଏହି ଭାଗ୍ୟ ବହୁତ ଭଲ କିନ୍ତୁ ଭଲରୁ ଭଲ ନୁହେଁ । ତେବେ କଣ କରିବ ? ଏଥିରେ କେଉଁ ଜୋନ୍ ପ୍ରଥମ ନମ୍ବର ପଦ ନେବ । କାରଣ ପ୍ରତ୍ୟେକ ଜୋନର ବିଶେଷତା ସ୍ୱତନ୍ତ୍ର ଅଟେ ।

ମହାରାଷ୍ଟ୍ରର ବିଶେଷତା କଣ ? ଜାଣିଛ ? ମହାନ ତ ଅଟ କିନ୍ତୁ ବିଶେଷ ଭାବରେ କେଉଁ ବିଶେଷତାର ଗାୟନ ହେଉଛି । ମହାରାଷ୍ଟ୍ରରେ ଗଣପତିଙ୍କର ପୂଜା ଅଧିକ ହୋଇଥାଏ । ଗଣପତିଙ୍କୁ କଣ କହିଥାନ୍ତି ? ବିଘ୍ନ ବିନାଶକ । ଯେକୌଣସି କାର୍ଯ୍ୟ ଆରମ୍ଭ କରିଲେ ପ୍ରଥମେ ଗଣେଶାୟ ନମଃ କହିଥାନ୍ତି । ତେଣୁ ମହାରାଷ୍ଟ୍ରବାଲା କଣ କରିବ ? ପ୍ରତ୍ୟେକ ମହାନ କାର୍ଯ୍ୟରେ ଶ୍ରୀ ଗଣେଶ ଅର୍ଥାତ୍ ଶୁଭରାମ୍ଭ କରିବ । ମହାରାଷ୍ଟ୍ର ଅର୍ଥାତ୍ ସର୍ବଦା ବିଘ୍ନ ବିନାଶକ ରାଷ୍ଟ୍ର । ତେଣୁ ସର୍ବଦା ବିଘ୍ନ ବିନାଶକ ହୋଇ ନିଜ ପ୍ରତି ଏବଂ ଅନ୍ୟମାନଙ୍କ ପ୍ରତି ଏହି ମହାନତାକୁ ଦେଖାଇବ! ମହାରାଷ୍ଟ୍ରରେ ବିଘ୍ନ ରହିବା ଉଚିତ୍ ନୁହେଁ । ସମସ୍ତେ ବିଘ୍ନ ବିନାଶକ ହୋଇଯାଆନ୍ତୁ । ବିଘ୍ନ ଯଦି ଆସିବ ତେବେ ଦୂରରୁ ହିଁ ନମସ୍କାର କରିଚାଲିଯିବ । ତେବେ ଏହିଭଳି ବିଘ୍ନ ବିନାଶକ ଗ୍ରୃପକୁ ଆଣିଛ ନା । ମହାରାଷ୍ଟ୍ରକୁ ସର୍ବଦା ନିଜର ଏହି ମହାନତାକୁ ବିଶ୍ୱ ସମ୍ମୁଖରେ ଦେଖାଇବାକୁ ହେବ । ବିଘ୍ନକୁ ଦେଖି ଭୟଭୀତ ହୋଇଯାଉ ନାହଁ ନା! ବିଘ୍ନ ବିନାଶକ ଆତ୍ମା ସର୍ବଦା ବିଘ୍ନକୁ ଚାଲେଞ୍ଜ୍ ଅର୍ଥାତ୍ ଆହ୍ୱାନ କରିଥାନ୍ତି । ଏମିତି ବି ମହାରାଷ୍ଟ୍ରରେ ମଧ୍ୟ ବହୁତ ବାହାଦୁରୀ କାର୍ଯ୍ୟ କରିଥାନ୍ତି । ଆଚ୍ଛା!

ୟୁ.ପି. ନିବାସୀ କଣ ଚମତ୍କାର ଦେଖାଇବେ ? ୟୁ.ପିର ବିଶେଷତା କଣ ? ତୀର୍ଥସ୍ଥାନ ବହୁତ ଅଛି, ନଦୀଗୁଡିକ ମଧ୍ୟ ବହୁତ ଅଛନ୍ତି, ଜଗତଗୁରୁ ମଧ୍ୟ ସେହିଠାରେ ହିଁ ଅଛନ୍ତି । ଭାରତର ଚାରି କୋଣରେ ଚାରିଜଣ ଜଗତଗୁରୁ (ଶଙ୍କରାଚାର୍ଯ୍ୟ) ଅଛନ୍ତି ନା । ମହାମଣ୍ଡଳେଶ୍ୱରମାନେ ମଧ୍ୟ ୟୁ.ପି.ରେ ଅଧିକ ଅଛନ୍ତି । ହରିଦ୍ୱାର ମଧ୍ୟ ୟୁ.ପି.ର ଏକ ବିଶେଷ ସ୍ଥାନ । ତେଣୁ ହରିଙ୍କର ଦ୍ୱାର ଅର୍ଥାତ୍ ହରିଙ୍କ ନିକଟକୁ ଯିବାର ଦ୍ୱାରର ଠିକଣା ବତାଉଥିବା ସେବାଧାରୀ ୟୁ.ପି.ରେ ଅଧିକ ହେବା ଉଚିତ୍ । ଯେପରି ଅନେକ ଗୁଡିଏ ତୀର୍ଥସ୍ଥାନ ଥିବା କାରଣରୁ ୟୁ.ପିରେ ପଣ୍ଡାମାନେ ମଧ୍ୟ ବହୁତ ଅଛନ୍ତି, ସେମାନେ ତ ଖାଇବା-ପିଇବାବାଲା ପଣ୍ଡା କିନ୍ତୁ ଏମାନେ ହେଲେ ସଚ୍ଚା ରାସ୍ତା ଦେଖାଉଥିବା ଆତ୍ମିକ ସେବାଧାରୀ ପଣ୍ଡା, ଯେଉଁମାନେ କି ବାବାଙ୍କ ସହିତ ମିଳନ କରାଇବା ଏବଂ ବାବାଙ୍କର ନିକଟକୁ ନେଇ ଆସୁଥିବା ପଣ୍ଡା । ୟୁ.ପି.ରେ ଏହିଭଳି ପାଣ୍ଡବ ତଥା ପଣ୍ଡାମାନେ ବିଶେଷ ଅଟ ? ୟୁ.ପି.କୁ ଏହିଭଳି ବିଶେଷ ପାଣ୍ଡବ ଅର୍ଥାତ୍ ପଣ୍ଡାମାନଙ୍କର ପ୍ରତ୍ୟକ୍ଷ ରୂପ ଦେଖାଇବାକୁ ହେବ । ବୁଝିଲ!

ମହୀଶୂରର ବିଶେଷତା କଣ ? ସେଠାରେ ଚନ୍ଦନ କାଠ ମଧ୍ୟ ଅଧିକ ମିଳେ ଏବଂ ବଗିଚା ମଧ୍ୟ ଅଧିକ ରହିଛି । ତେଣୁ କର୍ଣ୍ଣାଟକ ନିବାସୀଙ୍କୁ ସର୍ବଦା ବିଶେଷ ଆତ୍ମିକ ଗୋଲାପ ଫୁଲ ଏବଂ ସୁଗନ୍ଧଯୁକ୍ତ ଚନ୍ଦନ ହୋଇ ସାରା ବିଶ୍ୱରେ ଚନ୍ଦନର ସୁଗନ୍ଧ କୁହ ବା ଆତ୍ମିକ ଗୋଲାପ ଫୁଲର ସୁଗନ୍ଧ କୁହ, ବିଶ୍ୱକୁ ଏକ ବଗିଚାରେ ପରିଣତ କରି ସେଥିରେ ଚନ୍ଦନର ସୁଗନ୍ଧକୁ ବିଚ୍ଛୁରୀତ କରିବାକୁ ହେବ । ଚନ୍ଦନର ତିଳକ ଦେଇ ସୁଗନ୍ଧଯୁକ୍ତ ଏବଂ ଶୀତଳ କରିବାକୁ ହେବ କାରଣ ଚନ୍ଦନ ଶୀତଳ ମଧ୍ୟ ହୋଇଥାଏ । ତେଣୁ ସବୁଠାରୁ ଅଧିକ ଆତ୍ମିକ ଗୋଲାପ ଫୁଲ ଭଳି ଆତ୍ମାମାନେ କର୍ଣ୍ଣାଟକରୁ ବାହାରିବେ ନା । ଏହାର ପ୍ରତ୍ୟକ୍ଷ ପ୍ରମାଣ ମଧ୍ୟ ଆଣିବା ପାଇଁ ହେବ ।

ବର୍ତ୍ତମାନ ସମସ୍ତଙ୍କୁ ନିଜ ନିଜର ପ୍ରତ୍ୟକ୍ଷ ରୂପ ଦେଖାଇବାକୁ ହେବ । ସବୁଠାରୁ ଅଧିକ ପ୍ରସ୍ଫୁଟିତ ହୋଇଥିବା ଆତ୍ମିକ ଗୋଲାପମାନଙ୍କୁ ଆଣିବାକୁ ପଡିବ । କିଛି କିଛି ସଂଖ୍ୟାରେ ଆଣିଛନ୍ତି ମଧ୍ୟ କିନ୍ତୁ ଫୁଲର ତୋଡା ଅର୍ଥାତ୍ ଭିନ୍ନ ଭିନ୍ନ ବର୍ଗର ଆତ୍ମାମାନଙ୍କୁ ଆଣିନାହାଁନ୍ତି । ଆଚ୍ଛା!

ବିଦେଶର ମହିମା ତ ବହୁତ ଶୁଣାଇ ସାରିଛନ୍ତି । ବିଦେଶର ବିଶେଷତା ହେଲା ବହୁତ ଜୋରରେ ଯୋଡି ହୋଇଯିବେ ନଚେତ୍ ବହୁତ ଜୋରରେ ଅଲଗା ହୋଇଯିବେ । ବାପଦାଦା ବିଦେଶୀ ପିଲାମାନଙ୍କର ଏହିଭଳି ନିଆରା ହେବା ଏବଂ ପ୍ରିୟ ହେବାର ସ୍ୱଭାବକୁ ଦେଖି ହର୍ଷିତ ହେଉଛନ୍ତି । ପୁରୁଣା ଜୀବନ ତ ଏବେ ବିତିଯାଇଛି । ଯେତିକି ବାନ୍ଧି ହୋଇଯାଇଥିଲେ ସେତିକି ବର୍ତ୍ତମାନ ନିଆରା ମଧ୍ୟ ହୋଇଯାଇଛନ୍ତି ସେଥିପାଇଁ ବିଦେଶୀ ପିଲାମାନଙ୍କର ନିଆରା ହେବା ଏବଂ ପ୍ରିୟ ହେବାର ସ୍ୱଭାବ ମଧ୍ୟ ବାପଦାଦାଙ୍କୁ ବହୁତ ଭଲ ଲାଗୁଛି ସେଥିପାଇଁ ବାପଦାଦା ମଧ୍ୟ ବିଶେଷ ଭାବରେ ୟାଦପ୍ୟାର ଦେଉଛନ୍ତି । ନିଜର ବିଶେଷତା ଭିତରେ ମଜ୍ଜି ରହିଥିବା ନ୍ୟାରା ଏବଂ ପ୍ୟାରା ଅଟ ନା । ଆସକ୍ତି ଭାବ ତ ନାହିଁ ନା । ପୁଣି ବି ଦେଖ ବିଦେଶୀମାନେ ଯେହେତୁ ମଧୁବନ ଘରକୁ ଅତିଥି ହୋଇ ଆସିଛନ୍ତି ତେଣୁ ଅତିଥିମାନଙ୍କୁ ସର୍ବଦା ଅଗ୍ରାଧିକାର ଦିଆଯାଇଥାଏ ସେଥିପାଇଁ ବିଦେଶୀମାନଙ୍କୁ ଦେଖି ଭାରତବାସୀ ପିଲାମାନେ ମଧ୍ୟ ବିଶେଷ ଭାବରେ ଖୁସି ହେଉଛନ୍ତି । କେହି କେହି ଅତିଥି ଏଭଳି ମଧ୍ୟ ଥାଆନ୍ତି ଯେଉଁମାନେ କି ନିଜେ ଅତିଥି ସତ୍କାର କରିବାବାଲା ଅର୍ଥାତ୍ ଘରର ସଦସ୍ୟ ହୋଇଯାଆନ୍ତି । ତେବେ ବିଦେଶୀମାନଙ୍କର ମଧ୍ୟ ସର୍ବଦା ଏହିଭଳି ଚଳଣୀ ରହି ଆସିଛି ଯାହାକି ଅତିଥି ରୂପରେ ଆସି ଘରର ସଦସ୍ୟ ପାଲଟି ଯାଆନ୍ତି । ପୁଣି ବି ଅନେକ ପ୍ରକାରର ପାଚେରୀକୁ ଭାଙ୍ଗି ବାବାଙ୍କ ନିକଟକୁ ବା ଭାରତବାସୀମାନଙ୍କୁ ନିକଟକୁ ଆସିଛନ୍ତି । ତେଣୁ ତୁମେମାନେ ତାଙ୍କୁ ପ୍ରଥମେ ଆପଣ ବୋଲି ତ କହିବ ନା ଅର୍ଥାତ୍ ଆଗରେ ରଖିବ ନା । ଏମିତି ତ ଭାରତର ବିଶେଷତା ମଧ୍ୟ ଅଲଗା ଏବଂ ବିଦେଶର ବିଶେଷତା ମଧ୍ୟ ଅଲଗା । ଆଚ୍ଛା!

ସମସ୍ତେ ପଦ୍ମଆସନଧାରୀ ପଦ୍ମାପଦ୍ମ ଭାଗ୍ୟବାନ, ସର୍ବଦା ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ସଂକଳ୍ପରେ ନିରନ୍ତର ୮୪ ଘଣ୍ଟିବିଶିଷ୍ଟ ଦେବୀମାନେ ମଧ୍ୟ ବିଖ୍ୟାତ ଅଟନ୍ତି । ତେବେ ବର୍ତ୍ତମାନ ଏହି ୮୪ ମସିହାରେ ବିନାଶର ଘଣ୍ଟି ବଜାଇବ ନା ଆହୁରି ଅପେକ୍ଷା କରିବାକୁ ପଡିବ! ବିଦେଶରେ ତ ଭୟଭୀତ ହୋଇ ଜୀବନ କଟାଉଛନ୍ତି । ତେଣୁ କେବେ ଆଉ ଘଣ୍ଟି ବଜାଇବ! ବିଦେଶୀମାନେ ବଜାଇବେ ନା ଭାରତବାସୀ ବଜାଇବେ । ୮୪ମସିହା ଅର୍ଥାତ୍ ଚାରିଆଡର ଘଣ୍ଟି ବାଜିବା ଦରକାର । ଯେତେବେଳେ ଆରତୀକୁ ସମାପ୍ତ କରିଥାନ୍ତି ସେତେବେଳେ ଜୋର-ଜୋରରେ ଘଣ୍ଟି ବଜାଇଥାନ୍ତି ତେବେ ଯାଇ ଆରତୀ ସମାପ୍ତ ହୋଇଥାଏ । ଆରତୀ ହେବା ଅର୍ଥାତ୍ ସମାପ୍ତି ହେବା ତେବେ ବର୍ତ୍ତମାନ କଣ କରିବ ?

ସମସ୍ତ ପଦ୍ମଆସନଧାରୀ, ପଦ୍ମାପଦ୍ମ ଭାଗ୍ୟବାନ, ସର୍ବଦା ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ସଂକଳ୍ପରେ ନିରନ୍ତର ସେବାଧାରୀ, ସର୍ବଦା ଉଦାରଚିତ୍ତ ହୋଇ ସବୁ ପ୍ରକାରର ସମ୍ପତ୍ତିକୁ ବାଣ୍ଟୁଥିବା ମାଷ୍ଟରଦାତା, ସର୍ବଦା ନିଜର ସମ୍ପନ୍ନତା ଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ସମ୍ପନ୍ନ କରୁଥିବା, ଶ୍ରେଷ୍ଠଭାଗ୍ୟର ଅଧିକାରୀ, ସର୍ବଦା ଶ୍ରେଷ୍ଠତାର ପ୍ରମାଣ ଦେଉଥିବା ସୁପୁତ୍ର ସନ୍ତାନମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ ।

ପଞ୍ଜାବ ନିବାସୀମାନଙ୍କ ପ୍ରତି :- ବାବା ଅଛନ୍ତି ତେଣୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଯାହା ହେବ ତାହା କଲ୍ୟାଣକାରୀ । ତୁମେମାନେ ତ ସମସ୍ତଙ୍କ ଆପଣାର ଅଟ । ନା ହିନ୍ଦୁ, ନା ଶିଖ୍ । ଯେହେତୁ ବାବାଙ୍କର ସନ୍ତାନ ତେଣୁ ସମସ୍ତଙ୍କର ଅଟ । ପାକିସ୍ତାନରେ ମଧ୍ୟ ଏହିଭଳି କହୁଥିଲେ ନା ତୁମେମାନେ ତ ଆଲ୍ଲାଙ୍କର ସେବାଧାରୀ, ତୁମର କୌଣସି କଥାରେ ସମ୍ପର୍କ ନାହିଁ ସେଥିପାଇଁ ତୁମେ ଈଶ୍ୱରଙ୍କର ଅଟ, ଅନ୍ୟ କାହାର ନୁହେଁ । ଯାହାବି ହୋଇଯାଉ କିନ୍ତୁ ତୁମେ ଡରିବ ନାହିଁ । ଯେତେ ବି ନିଆଁ ଲାଗୁ କିନ୍ତୁ ବାବାଙ୍କର ପିଲାମାନେ ତ କାହାଣୀର ବିଲେଇ ଛୁଆ ଭଳି ସୁରକ୍ଷିତ ରହିବେ କିନ୍ତୁ ଯେଉଁମାନେ ଯୋଗଯୁକ୍ତ ହୋଇ ରହିଥିବେ ସେହିମାନେ ହିଁ ସୁରକ୍ଷିତ ରହିବେ । ଏମିତି ନୁହେଁ ଯେ କହୁଥିବ ମୁଁ ବାବାଙ୍କର, କିନ୍ତୁ ଅନ୍ୟମାନଙ୍କୁ ମନେ ପକାଉଥିବ । ଏହିଭଳି ପିଲାମାନଙ୍କୁ ସହଯୋଗ ମିଳିବ ନାହିଁ । ସେଥିପାଇଁ ସାବଧାନ ରୁହ, ଡର ନାହିଁ, କିମ୍ବା ବିଚଳିତ ହୁଅ ନାହିଁ, ଆଗକୁ ବଢିଚାଲ । ଯୋଗର ଯାତ୍ରାରେ, ଧାରଣା କରିବାରେ, ପାଠପଢାରେ, ସବୁ ବିଷୟରେ ଆଗକୁ ବଢିଚାଲ । ଯେତେ ଯେତେ ଆଗକୁ ବଢୁଥିବ ସେହି ଅନୁସାରେ ସହଜରେ ପ୍ରାପ୍ତି କରିଚାଲିବ ।

(୨) ସମସ୍ତେ ନିଜକୁ ଏହି ସୃଷ୍ଟି ନାଟକରେ ବିଶେଷ ପାର୍ଟଧାରୀ ବୋଲି ମନେ କରୁଛ ? ନିଜର କଳ୍ପ ପୂର୍ବର ଚିତ୍ର ବା ସ୍ମାରକୀକୁ ଏବେ ଦେଖୁଛ! ଏହା ହିଁ ହେଉଛି ବ୍ରାହ୍ମଣ ଜୀବନର ଆଶ୍ଚର୍ଯ୍ୟ । ସଦାସର୍ବଦା ଏହି ବିଶେଷତାକୁ ମନେ ପକାଅ ଯେ ଆମେ କଣ ଥିଲୁ ଏବେ କଣ ହୋଇଯାଇଛୁ କଉଡିରୁ ହୀରାତୁଲ୍ୟ ହୋଇଯାଇଛୁ । ଦୁଃଖୀ ସଂସାରରୁ ବାହାରି ସୁଖୀ ସଂସାରକୁ ଆସି ଯାଇଛୁ । ତୁମେମାନେ ହେଉଛ ଏହି ସୃଷ୍ଟି ନାଟକର ହୀରୋ-ହୀରୋଇନ୍ ପାର୍ଟଧାରୀ । ପ୍ରତ୍ୟେକ ବ୍ରହ୍ମାକୁମାର-କୁମାରୀ ପରମାତ୍ମ ସନ୍ଦେଶ ଶୁଣାଉଥିବା ସଂନ୍ଦେଶୀ ଅଟନ୍ତି । ଭଗବାନଙ୍କର ସନ୍ଦେଶ ଶୁଣାଉଥିବା ସନ୍ଦେଶୀମାନେ କେତେ ଶ୍ରେଷ୍ଠ ଅଟନ୍ତି! ତେବେ ତୁମେମାନେ ଏହି କାର୍ଯ୍ୟ କରିବା ପାଇଁ ଅବତରିତ ହୋଇଛ । କେବଳ ଏହି ସନ୍ଦେଶ ଦେବା ପାଇଁ ହିଁ ତୁମେମାନେ ଉପରୁ ତଳକୁ ଆସିଛ, ତେଣୁ ଏହି ସ୍ମୃତି ଖୁସି ପ୍ରଦାନକାରୀ ଅଟେ । ବାସ୍, ନିଜର ଏହି କର୍ତ୍ତବ୍ୟକୁ ସର୍ବଦା ମନେରଖ ଯେ ଆମେ ଖୁସିର ଭଣ୍ଡାରର ମାଲିକ ଅଟୁ । ଏହା ହିଁ ତୁମର ଉପାଧି ।

(୩) ସର୍ବଦା ନିଜକୁ ସଂଗମଯୁଗୀ ଶ୍ରେଷ୍ଠ ବ୍ରାହ୍ମଣ ଆତ୍ମା ରୂପରେ ଅନୁଭବ କରୁଛ ? ସଚ୍ଚା ବ୍ରାହ୍ମଣ ଅର୍ଥାତ୍ ସର୍ବଦା ସତ୍ୟ ପିତାଙ୍କର ପରିଚୟ ଦେଲାବାଲା । ବ୍ରାହ୍ମଣମାନଙ୍କର କାର୍ଯ୍ୟ ହେଲା କଥା (ପୁରାଣ) ଶୁଣାଇବା, ତୁମେମାନେ ଶାସ୍ତ୍ର-ପୁରାଣ ଶୁଣାଉନାହଁ କିନ୍ତୁ ପରମାତ୍ମାଙ୍କର ସତ୍ୟ ପରିଚୟ ଶୁଣାଉଛ । ମୁଁ ଏହିଭଳି ସତ୍ୟ ପିତାଙ୍କର ସତ୍ୟ ପରିଚୟ ଦେଉଥିବା ବ୍ରାହ୍ମଣ ଅଟେ, ଏହି ନିଶା ସଦାସର୍ବଦା ତୁମ ଭିତରେ ରହିଥାଉ । ବ୍ରାହ୍ମଣ ଦେବତାମାନଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଅଟନ୍ତି ସେଥିପାଇଁ ବ୍ରାହ୍ମଣମାନଙ୍କର ସ୍ଥାନ ଚୁଟୀରେ ଅର୍ଥାତ୍ ଶୀର୍ଷ ସ୍ଥାନରେ ଦେଖାଯାଇଛି । ଚୁଟୀଧାରୀ ବ୍ରାହ୍ମଣ ଅର୍ଥାତ୍ ଉଚ୍ଚ ସ୍ଥିତିରେ ରହୁଥିବା ବ୍ରାହ୍ମଣ । ଉଚ୍ଚରେ ରହୁଥିବା ଆତ୍ମାଙ୍କ ତୁଳନାରେ ତଳେ ରହୁଥିବେ ଆତ୍ମାମାନଙ୍କୁ ଛୋଟ କୁହାଯିବ । ସେମାନଙ୍କୁ କୌଣସି ବି କଥା ବଡ ଲାଗିବ ନାହିଁ । ଉପରେ ବସି ଯଦି ତଳ ଜିନିଷକୁ ଦେଖିବ ତେବେ ଛୋଟ ଅନୁଭବ ହେବ । ଯଦି କୌଣସି ସମସ୍ୟା ବଡ ଅନୁଭବ ହେଉଛି ତେବେ ଏହାର କାରଣ ହେଲା ତଳେ ବସି ଦେଖୁଛ । ଯଦି ଉପରେ ରହି ଦେଖିବ ତେବେ ଆଉ ସେଥିରେ ପରିଶ୍ରମ କରିବା ପାଇଁ ପଡିବ ନାହିଁ । ତେଣୁ ସର୍ବଦା ଏହି କଥା ସ୍ଥିତିରେ ରଖିଥାଅ ଯେ ଆମେ ଚୁଟୀଧାରୀ ବ୍ରାହ୍ମଣ ଅଟୁ । ଏହି ସ୍ମୃତି ଦ୍ୱାରା ବଡ ସମସ୍ୟା ମଧ୍ୟ ଗୋଟିଏ ସେକେଣ୍ଡରେ ଛୋଟ ହୋଇଯିବ । ତେଣୁ ତୁମେମାନେ କୌଣସି ବି ସମସ୍ୟାରେ ବିଚଳିତ ହେଲାବାଲା ନୁହେଁ କିନ୍ତୁ ତାହାକୁ ସମାଧାନ କରି ଅତିକ୍ରମ କରିଲାବାଲା ଅଟ । ଆଚ୍ଛା

ଆଜି ତା ୧୮.୪.୮୪ରିଖ ଅମୃତବେଳାରେ ଜଣେ ଭାଇ ହୃଦଘାତ ଦ୍ୱାରା ମଧୁବନରେ ନିଜର ପୁରୁଣା ଶରୀର ତ୍ୟାଗ କରିଛନ୍ତି, ସେହି ପ୍ରସଙ୍ଗରେ ଅବ୍ୟକ୍ତ ବାପଦାଦାଙ୍କର ଉଚ୍ଚାରିତ ମହାବାକ୍ୟ:-

ସମସ୍ତେ ଡ୍ରାମାର ପ୍ରତ୍ୟେକ ଦୃଶ୍ୟକୁ ସାକ୍ଷୀ ହୋଇ ଦେଖୁଥିବା ଶ୍ରେଷ୍ଠ ଆତ୍ମା ଅଟ ନା! କୌଣସି ବି ଦୃଶ୍ୟ ଯାହାକି ଡ୍ରାମାରେ ନିଧାର୍ଯ୍ୟ ଅଛି ତାହା କଲ୍ୟାଣକାରୀ ଅଟେ ଏବଂ ତାହା ମଧ୍ୟ କୌଣସି ନୂଆ କଥା ନୁହେଁ । (ତାଙ୍କର ଲୌକିକ ଭାଉଜଙ୍କୁ) କଣ ଭାବୁଛ ? ସାକ୍ଷୀ ସ୍ଥିତିର ଆସନରେ ବସି ସବୁ ଦୃଶ୍ୟକୁ ଦେଖିବାରେ ନିଜର ମଧ୍ୟ କଲ୍ୟାଣ ରହିଛି ଏବଂ ସେହି ଆତ୍ମାର ମଧ୍ୟ କଲ୍ୟାଣ ରହିଛି । ଏହି କଥା ତ ବୁଝିପାରୁଛ ନା! ଯୋଗରେ ଶକ୍ତି ସ୍ୱରୂପା ଅଟ ନା! ଶକ୍ତି ସ୍ୱରୂପା ସର୍ବଦା ବିଜୟୀ ହୋଇଥାନ୍ତି । ତେଣୁ ତୁମେ ଶକ୍ତି ସ୍ୱରୂପା ହୋଇ ସବୁ ପ୍ରକାରର ଅଭିନୟ କରୁଥିବା ବିଜୟୀ ଆତ୍ମା । ଏହା ମଧ୍ୟ ତୁମର ଅଭିନୟ । ତେଣୁ ଅଭିନୟ କରିବା ସମୟରେ ଅନ୍ୟ କୌଣସି ସଂକଳ୍ପ କରିବା ଉଚିତ୍ ନୁହେଁ । କାରଣ ପ୍ରତ୍ୟେକ ଆତ୍ମାର ପାର୍ଟ ଅଲଗା ଅଲଗା । ଏବେ ସେହି ଆତ୍ମାକୁ ଶାନ୍ତି ଏବଂ ଶକ୍ତିର ସହଯୋଗ ଦିଅ । ଏତେ ବଡ ଦୈବୀ ପରିବାରର ସହଯୋଗ ପ୍ରାପ୍ତ ହେଉଛି ତେଣୁ ଚିନ୍ତା କରିବାର କୌଣସି କଥା ନାହିଁ । ଏହା ମହାନ ତୀର୍ଥସ୍ଥାନ ଅଟେ ନା । ଶରୀର ତ୍ୟାଗ କରିଥିବା ଆତ୍ମା ମଧ୍ୟ ମହାନ ଏବଂ ସ୍ଥାନ ମଧ୍ୟ ମହାନ ତୀର୍ଥ ଅଟେ ସେଥିପାଇଁ ସର୍ବଦା ମହାନତାକୁ ହିଁ ଚିନ୍ତା କର । ସମସ୍ତେ ଯୋଗଯୁକ୍ତ ସ୍ଥିତିରେ ଅଛ ନା! ଗୋଟିଏ ଗେହ୍ଲା ସନ୍ତାନ ନିଜର ଏହି ପୁରୁଣା ଶରୀରର ହିସାବକୁ ସମାପ୍ତ କରି ନିଜର ନୂଆ ଶରୀରର ପ୍ରସ୍ତୁତି କାର୍ଯ୍ୟରେ ଚାଲିଗଲା । ସେଥିପାଇଁ ସମସ୍ତେ ସେହି ଭାଗ୍ୟବାନ ଆତ୍ମାକୁ ଶାନ୍ତି ଏବଂ ଶକ୍ତିର ସହଯୋଗ ଦିଅ । ଏହା ହିଁ ହେଉଛି ବିଶେଷ ସେବା, କାହିଁକି, କଣର ପ୍ରଶ୍ନରେ ଛନ୍ଦି ହୁଅ ନାହିଁ କିନ୍ତୁ ନିଜେ ମଧ୍ୟ ଶକ୍ତି ସ୍ୱରୂପ ହୋଇ ବିଶ୍ୱରେ ଶାନ୍ତିର କିରଣ ବ୍ୟାପ୍ତ କର । ଯେହେତୁ ଶ୍ରେଷ୍ଠ ଆତ୍ମା, ଶ୍ରେଷ୍ଠ ପୂଣ୍ୟର ଅଧିକାରୀ ଆତ୍ମା ତେଣୁ ତାଙ୍କ ପାଇଁ ଚିନ୍ତା କରିବାର କୌଣସି କଥା ନାହିଁ । ବୁଝିଲ ।

ବରଦାନ:-
ଫରିସ୍ତା ସ୍ୱରୂପର ସ୍ମୃତି ଦ୍ୱାରା ବାବାଙ୍କର ଛତ୍ରଛାୟାର ଅନୁଭବ କରୁଥିବା ବିଘ୍ନଜିତ୍ ହୁଅ ।

ଅମୃତବେଳାରେ ଉଠିବା ମାତ୍ରକେ ଏହି କଥା ସ୍ମୃତିରେ ଆଣ ଯେ ମୁଁ ଏକ ଫରିସ୍ତା ଅଟେ । ବ୍ରହ୍ମାବାବାଙ୍କୁ ଏହି ସ୍ମୃତି ରୂପକ ମନ ପସନ୍ଦ ଉପହାର ଦିଅ ତେବେ ପ୍ରତିଦିନ ଅମୃତବେଳାରେ ବାପଦାଦା ନିଜର ବାହୁରେ ତୁମକୁ ସମାହିତ କରିନେବେ ଏବଂ ତୁମେ ଅନୁଭବ କରିବ ଯେ ମୁଁ ବର୍ତ୍ତମାନ ବାବାଙ୍କର ବାହୁଝୁଲଣାରେ ଅତିନ୍ଦ୍ରିୟ ସୁଖରେ ଝୁଲୁଛି । ଯେଉଁମାନେ ଫରିସ୍ତା ସ୍ୱରୂପର ସ୍ମୃତିରେ ରହିବେ ସେମାନଙ୍କ ସମ୍ମୁଖକୁ ଯଦି କୌଣସି ପରିସ୍ଥିତି ବା ବିଘ୍ନ ଆସିବ ତେବେ ସ୍ୱୟଂ ବାବା ତାଙ୍କ ପାଇଁ ଛତ୍ରଛାୟା ହୋଇଯିବେ । ତେଣୁ ବାବାଙ୍କର ଛତ୍ରଛାୟା ବା ସ୍ନେହର ଅନୁଭବ କରି ବିଘ୍ନଜିତ୍ ହୁଅ ।

ସ୍ଲୋଗାନ:-
ସୁଖ ସ୍ୱରୂପ ଆତ୍ମା ସ୍ୱ-ସ୍ଥିତି ଦ୍ୱାରା ପରିସ୍ଥିତି ଉପରେ ସହଜରେ ବିଜୟ ପ୍ରାପ୍ତ କରିନେଇଥାଏ ।