03.02.21 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
ସମସ୍ତଙ୍କୁ ଏହି
ବାର୍ତ୍ତା ଦିଅ ଯେ ବାବାଙ୍କର ଆଜ୍ଞା - ଯଦି ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ପବିତ୍ର ହେବ ତେବେ
ସତ୍ୟଯୁଗର ସମ୍ପତ୍ତି ମିଳିଯିବ ।”
ପ୍ରଶ୍ନ:-
କେଉଁ ଶସ୍ତା
ସଉଦା କରିବା ପାଇଁ ସମସ୍ତଙ୍କୁ ବତାଅ?
ଉତ୍ତର:-
ଏହି ଅନ୍ତିମ ଜନ୍ମରେ ବାବାଙ୍କର ନିର୍ଦ୍ଦେଶରେ ଚାଲି ପବିତ୍ର ହୁଅ ତେବେ ୨୧ ଜନ୍ମ ପାଇଁ ବିଶ୍ୱର
ରାଜତ୍ୱ ମିଳିଯିବ, ଏହା ବହୁତ ଶସ୍ତା ସଉଦା ଅଟେ । ଏହି ସଉଦା କରିବା ତୁମେ ସମସ୍ତଙ୍କୁ ଶିଖାଅ ।
କୁହ, ଏବେ ଶିବବାବାଙ୍କୁ ମନେ ପକାଇ ପବିତ୍ର ହୁଅ ତେବେ ପବିତ୍ର ଦୁନିଆର ମାଲିକ ହୋଇଯିବ ।
ଓମ୍ ଶାନ୍ତି ।
ଆତ୍ମିକ
ସନ୍ତାନମାନେ ଜାଣିଛନ୍ତି ଏବଂ ଆତ୍ମିକ ପିତା ବୁଝାଉଛନ୍ତି ଯେ ପ୍ରଦର୍ଶନୀ ବା ମେଳାମାନଙ୍କରେ ଶୋ
ମାଧ୍ୟମରେ ଦେଖାନ୍ତି କିମ୍ବା ଚିତ୍ର ମାଧ୍ୟମରେ ମନୁଷ୍ୟମାନଙ୍କୁ ବୁଝାଇଥା’ନ୍ତି ଯେ, ଏବେ
ବାବାଙ୍କଠାରୁ ଆମକୁ ଅବିନାଶୀ ସମ୍ପତ୍ତି ନେବାକୁ ହେବ । କେଉଁ ସମ୍ପତ୍ତି? ମନୁଷ୍ୟରୁ ଦେବତା
ହେବାର ସମ୍ପତ୍ତି । ଅବିନାଶୀ ପିତାଙ୍କଠାରୁ ଅଧାକଳ୍ପ ପାଇଁ ସ୍ୱର୍ଗର ରାଜ୍ୟ କିପରି ନେବାକୁ ହେବ,
ତାହା ବୁଝାଇବାକୁ ହେବ । ବାବା ହେଲେ ସୌଦାଗର, ତେଣୁ ତାଙ୍କଠାରୁ ଏହି ସଉଦା କରିବାକୁ ହେବ । ଏକଥା
ତ’ ମନୁଷ୍ୟମାନେ ଜାଣିଛନ୍ତି ଯେ ଦେବୀ ଦେବତାମାନେ ପବିତ୍ର ଅଟନ୍ତି । ଭାରତରେ ଯେତେବେଳେ
ସତ୍ୟଯୁଗ ଥିଲା ସେତେବେଳେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା, ସେମାନେ ପବିତ୍ର ରହୁଥିଲେ । ତେବେ
ସେମାନଙ୍କୁ ନିଶ୍ଚିତ ଭାବରେ ସ୍ୱର୍ଗକୁ ଯିବା ପାଇଁ କୌଣସି ନା କୌଣସି ବହୁତ ବଡ ପ୍ରାପ୍ତି
ହୋଇଥିବ । ତେବେ ସ୍ୱର୍ଗ ସ୍ଥାପନା କରୁଥିବା ବାବାଙ୍କ ବ୍ୟତୀତ ଆଉ କେହି ବି ଏହି ପ୍ରାପ୍ତି
କରାଇପାରିବେ ନାହିଁ । ପତିତ ପାବନ ବାବା ହିଁ ପତିତମାନଙ୍କୁ ପାବନ କରି ପାବନ ଦୁନିଆର ରାଜ୍ୟ
ଭାଗ୍ୟ ଦେଇଥା’ନ୍ତି । କେତେ ଶସ୍ତା ସଉଦା ଦେଉଛନ୍ତି । କେବଳ ଗୋଟିଏ କଥା କହୁଛନ୍ତି, ଏହା ତୁମର
ଅନ୍ତିମ ଜନ୍ମ ତେଣୁ ଯେପର୍ଯ୍ୟନ୍ତ ମୁଁ ଏଠାରେ ଅଛି ପବିତ୍ର ହୁଅ । ମୁଁ ତୁମମାନଙ୍କୁ ପବିତ୍ର
କରିବା ପାଇଁ ହିଁ ଆସିଛି । ତୁମେମାନେ ଯଦି ଏହି ଅନ୍ତିମ ଜନ୍ମରେ ଯେବେ ପାବନ ହେବାର ପୁରୁଷାର୍ଥ
କରିବ ତେବେ ପାବନ ଦୁନିଆର ବର୍ସା ନେଇପାରିବ । ସଉଦା ବହୁତ ଶସ୍ତା ଅଟେ । ତେଣୁ ବାବାଙ୍କୁ ବିଚାର
ଆସିଲା ଯେ ପିଲାମାନଙ୍କୁ ଏପରି ବୁଝାଇବା ଦରକାର ଏହା ହେଉଛି ବାବାଙ୍କର ଆଜ୍ଞା - ପବିତ୍ର ହୁଅ ।
ବର୍ତ୍ତମାନ ପୁରୁଷୋତ୍ତମ ସଙ୍ଗମଯୁଗ, ଯେଉଁ ସମୟରେ ସମସ୍ତଙ୍କୁ ପବିତ୍ର ହେବାକୁ ପଡିବ ।
ଦେବତାମାନେ ହିଁ ହେଉଛନ୍ତି ଉତ୍ତମରୁ ଉତ୍ତମ ପୁରୁଷ । ଏଠାରେ ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ ଥିଲା
ନା । ଡିଟି ୱାର୍ଲଡ ସାବରେଣ୍ଟି ଅର୍ଥାତ୍ ଦୈବୀ ସ୍ୱରାଜ୍ୟ ତୁମମାନଙ୍କୁ ଏବେ ବାବାଙ୍କଠାରୁ ବର୍ସା
ରୂପେ ମିଳିପାରିବ । ତେଣୁ ବାବାଙ୍କର ଶ୍ରୀମତ ଅନୁସାରେ ତୁମମାନଙ୍କୁ ଏହି ଅନ୍ତିମ ଜନ୍ମରେ
ପବିତ୍ର ରହିବାକୁ ପଡିବ । ସେଥିପାଇଁ ବାବା ଉପାୟ ବତାଉଛନ୍ତି, ନିଜକୁ ତମୋପ୍ରଧାନରୁ ସତୋପ୍ରଧାନ
କିପରି କରିବ । ପିଲାମାନଙ୍କୁ ନିଜର କଲ୍ୟାଣ ପାଇଁ ଖର୍ଚ୍ଚ ତ’ ନିଶ୍ଚିତ କରିବାକୁ ପଡିବ । ବିନା
ଖର୍ଚ୍ଚରେ ରାଜଧାନୀ ସ୍ଥାପନ ହୋଇପାରିବ ନାହିଁ । ଏବେ ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀର ସ୍ଥାପନା
ହେଉଛି । ସେଥିପାଇଁ ପିଲାମାନଙ୍କୁ ପବିତ୍ର ନିଶ୍ଚିତ ହେବାକୁ ପଡିବ । ମନ-ବଚନ-କର୍ମରେ କିଛି ବି
ଓଲଟା ପାଲଟା କର୍ମ କରିବା ଉଚିତ୍ ନୁହେଁ । ଦେବତାମାନଙ୍କର କେବେହେଲେ କୌଣସି ଖରାପ ବିଚାର ଆସେ
ନାହିଁ । ମୁହଁରୁ ମଧ୍ୟ ଏପରି କିଛି ବାଣୀ ବାହାରେ ନାହିଁ । ସେମାନେ ହେଲେ ସର୍ବଗୁଣ ସମ୍ପନ୍ନ,
ସମ୍ପୂର୍ଣ୍ଣ ନିର୍ବିକାରୀ, ମର୍ଯ୍ୟାଦା ପୁରୁଷୋତ୍ତମ... । ଯେଉଁମାନେ ଏହିଭଳି ହୋଇଥିଲେ
ସେହିମାନଙ୍କର ମହିମା ଗାନ କରାଯାଉଛି । ଏବେ ତୁମମାନଙ୍କୁ ମଧ୍ୟ ସେହିଭଳି ଦେବୀ-ଦେବତା କରିବା
ପାଇଁ ମୁଁ ଏଠାକୁ ଆସିଛି । ତେଣୁ ମନ-ବଚନ-କର୍ମରେ କୌଣସି ଖରାପ କାମ କରନାହିଁ । ଦେବତାମାନେ
ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲେ, ସେହି ଗୁଣକୁ ତୁମେମାନେ ବର୍ତ୍ତମାନ ଧାରଣ କରିପାରିବ କାରଣ ଏହି
ମୃତ୍ୟୁଲୋକରେ ତୁମର ଏହା ଅନ୍ତିମ ଜନ୍ମ । ପତିତ ଦୁନିଆକୁ ମୃତ୍ୟୁଲୋକ, ପାବନ ଦୁନିଆକୁ ଅମରଲୋକ
କୁହାଯାଏ । ଏବେ ମୃତ୍ୟୁଲୋକର ବିନାଶ ସମ୍ମୁଖରେ ଉପସ୍ଥିତ । ତେଣୁ ନିଶ୍ଚିତ ଭାବରେ ଅମରପୁରୀର
ସ୍ଥାପନା ହେଉଥିବ । ଏହା ସେହି ମହାଭାରୀ ମହାଭାରତ ଲଢ଼େଇ, ଯାହାର ବର୍ଣ୍ଣନା ଶାସ୍ତ୍ରରେ କରାଯାଇଛି,
ଯେଉଁ ଲଢେଇ ଦ୍ୱାରା ପତିତ ଦୁନିଆ ସମାପ୍ତ ହୋଇଯାଉଛି । ପରନ୍ତୁ ସେହି ଜ୍ଞାନ ଦୁନିଆରେ ଆଉ କାହା
ପାଖରେ ନାହିଁ । ବାବା କହୁଛନ୍ତି ସମସ୍ତେ ଅଜ୍ଞାନ ନିଦ୍ରାରେ ଶୋଇଯାଇଛନ୍ତି । ସମସ୍ତଙ୍କ ଭିତରେ
୫ ବିକାରର ନିଶା ରହୁଛି । ତେଣୁ ବାବା କହୁଛନ୍ତି ପବିତ୍ର ହୁଅ । ତୁମେମାନେ ମାଷ୍ଟର ଗଡ୍ ତ’ ହେବ
ନା । ଲକ୍ଷ୍ମୀ ନାରାୟଣଙ୍କୁ ଗଡ୍-ଗଡେଜ୍ ଅର୍ଥାତ୍ ଭଗବାନ-ଭଗବତୀ କହନ୍ତି । କାରଣ ସେମାନେ
ଭଗବାନଙ୍କ ଦ୍ୱାରା ଏହି ବର୍ସାକୁ ପ୍ରାପ୍ତ କରିଥା’ନ୍ତି । ଏବେ ତ’ ଭାରତ ପତିତ ହୋଇଯାଇଛି ।
ମନ-ବଚନ-କର୍ମରେ ହିଁ ଏହିଭଳି କରୁଛନ୍ତି । ଯେକୌଣସି କଥା ପ୍ରଥମେ ବୁଦ୍ଧିରେ ଆସେ ତା’ପରେ ମୁହଁରୁ
ବାହାରେ, ତାହା କର୍ମରେ ପରିଣତ ହେଲେ ସେଥିରେ ବିକର୍ମ ହୋଇଯାଏ । ବାବା କହୁଛନ୍ତି ସେଠାରେ କୌଣସି
ବିକର୍ମ ହୁଏ ନାହିଁ । ବିକର୍ମ ଏହିଠାରେ ହିଁ ହୁଏ କାରଣ ଏହା ରାବଣରାଜ୍ୟ । ଏବେ ବାବା କହୁଛନ୍ତି
ବାକି ଯେତିକି ଆୟୁଷ ଅଛି ସେହି ସମୟ ଭିତରେ ନିଜକୁ ପବିତ୍ର କର । ପ୍ରତିଜ୍ଞା ମଧ୍ୟ କରିବାକୁ ହେବ
ଏବଂ ପବିତ୍ର ହୋଇ ମୋ’ ସହିତ ବୁଦ୍ଧିଯୋଗ ମଧ୍ୟ ଲଗାଇବାକୁ ହେବ, ଯାହା ଦ୍ୱାରା ତୁମମାନଙ୍କର ଜନ୍ମ
ଜନ୍ମାନ୍ତରର ପାପ କଟିଯିବ, ତେବେ ଯାଇ ତୁମେ ୨୧ ଜନ୍ମ ପାଇଁ ସ୍ୱର୍ଗର ମାଲିକ ହେବ । ବାବା ନିଜ
ତରଫରୁ ଦେବାକୁ ଇଚ୍ଛା କରୁଛନ୍ତି ଏକଥା ମଧ୍ୟ କହି ଆସୁଛନ୍ତି ଯେ ମୁଁ ବ୍ରହ୍ମାଙ୍କ ଦ୍ୱାରା ଏହି
ସମ୍ପତ୍ତି ଦେଉଛି । ସିଏ ହେଲେ ଶିବବାବା, ଇଏ ହେଲେ ଦାଦା ସେଥିପାଇଁ ସବୁବେଳେ ବାପଦାଦା ବୋଲି
କହିଥା’ନ୍ତି । ଶିବବାବା, ବ୍ରହ୍ମା ଦାଦା । ବାବା କେତେ ବଡ ସଉଦା କରୁଛନ୍ତି । ଏହି ମୃତ୍ୟୁଲୋକର
ବିନାଶ ସମ୍ମୁଖରେ ଉପସ୍ଥିତ ଯେବେକି ଅମରଲୋକର ସ୍ଥାପନା ମଧ୍ୟ ହେଉଛି । ପ୍ରଦର୍ଶନୀ ମେଳା ଆଦି
ଏଥିପାଇଁ କରିଥା’ନ୍ତି ଯାହା ଦ୍ୱାରା ଭାରତବାସୀମାନଙ୍କର କଲ୍ୟାଣ ହେବ । ବାବା ଆସି ଭାରତରେ
ରାମରାଜ୍ୟର ସ୍ଥାପନା କରୁଛନ୍ତି । ରାମରାଜ୍ୟରେ ନିଶ୍ଚିତ ଭାବରେ ସମସ୍ତେ ପବିତ୍ର ରହୁଥିବେ ।
ବାବା କହୁଛନ୍ତି ପିଲାମାନେ କାମ ମହାଶତ୍ରୁ । ଏହି ୫ ବିକାରକୁ ହିଁ ମାୟା କୁହାଯାଉଛି । ଏହା ଉପରେ
ବିଜୟ ପ୍ରାପ୍ତ କରିଲେ ତୁମେମାନେ ଜଗତଜିତ୍ ହେବ । କେବଳ ଦେବୀ-ଦେବତାମାନେ ହିଁ ଜଗତଜିତ ଅଟନ୍ତି
ଅନ୍ୟ କେହି ବି ଜଗତଜିତ୍ ହୋଇପାରିବେ ନାହିଁ । ବାବା ବୁଝାଇଥିଲେ - ଖ୍ରୀଷ୍ଟିଆନ୍ ଲୋକମାନେ ଯଦି
ପରସ୍ପର ମିଶିଯିବେ ତେବେ ସାରା ସୃଷ୍ଟିରେ ରାଜ୍ୟ କରିପାରିବେ । ପରନ୍ତୁ ଏହି ନିୟମ ନାହିଁ । ଏହି
ବୋମା ଆଦି ଯେତେ ସବୁ ତିଆରି ହୋଇଛି ସେସବୁ ପୁରୁଣା ଦୁନିଆକୁ ସମାପ୍ତ କରିବା ପାଇଁ ହିଁ ତିଆରି
ହୋଇଛି । ପ୍ରତି କଳ୍ପ ଏହିପରି ନୂଆ ଦୁନିଆରୁ ପୁରୁଣା ଦୁନିଆ, ପୁରୁଣାରୁ ନୂଆ ହେଉଛି । ନୂଆ
ଦୁନିଆରେ ଈଶ୍ୱରୀୟ ରାଜ୍ୟ ହେବ, ଯାହାକୁ ରାମରାଜ୍ୟ କୁହାଯାଉଛି । କିନ୍ତୁ ଈଶ୍ୱରଙ୍କୁ ନ ଜାଣିବା
କାରଣରୁ କେବଳ ନାମକୁ ମାତ୍ର ରାମ ରାମ ଜପ କରୁଛନ୍ତି । ତେବେ ତୁମମାନଙ୍କ ଭିତରେ ଏହି କଥା ଧାରଣ
ହେବା ଦରକାର । ପ୍ରକୃତରେ ଆମେ ୮୪ ଜନ୍ମ ନେଇ ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହୋଇଛୁ । ଏବେ ପୁଣି
ସତ୍ତ୍ୱପ୍ରଧାନ ହେବାକୁ ଯାଉଛୁ । ଯଦି ଶିବବାବାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲିବ ତେବେ ୨୧ ଜନ୍ମ
ପାଇଁ ପବିତ୍ର ଦୁନିଆରେ ଉଚ୍ଚ ପଦ ପାଇବ । ଏବେ ପୁରୁଷାର୍ଥ କରିବ ବା ନ କରିବ ତୁମ ଉପରେ ନିର୍ଭର
କରୁଛି । ଯଦି ଚାହିଁବ ଯୋଗଯୁକ୍ତ ହୋଇ ଅନ୍ୟମାନଙ୍କୁ ରାସ୍ତା ବତାଇବ, ଯଦି ନ ଚାହିଁବ ତେବେ ନ
ବତାଇପାର । ପ୍ରଦର୍ଶନୀ ମାଧ୍ୟମରେ ପିଲାମାନେ ଅନେକଙ୍କୁ ରାସ୍ତା ଦେଖାଉଛନ୍ତି । ନିଜର ମଧ୍ୟ
କଲ୍ୟାଣ କରିବାକୁ ହେବ । ଏହା ବହୁତ ଶସ୍ତା ସଉଦା ଅଟେ । ଯେଉଁଥିରେ ଜୀବନ ବଦଳିଯାଉଛି । ମନ ଭିତରେ
ଏହିଭଳି ସବୁ ବିଚାର କରିବା ଉଚିତ୍ । ବାବାଙ୍କ ପାଖକୁ ସବୁ ସମାଚାର ଆସୁଛି । ରାଖୀ ବାନ୍ଧିବାକୁ
ଗଲେ କେହି କେହି କହୁଛନ୍ତି ବର୍ତ୍ତମାନ ତମୋପ୍ରଧାନ ଦୁନିଆ, ଏଠାରେ ପବିତ୍ର ରହିବା ଅସମ୍ଭବ ।
ସେହି ବିଚରାମାନଙ୍କୁ ଜଣାନାହିଁ ଯେ ଏବେ ସଙ୍ଗମଯୁଗ । ଯେଉଁ ସମୟରେ ବାବା ଆସି ସମସ୍ତଙ୍କୁ
ପବିତ୍ର କରୁଛନ୍ତି । ଏମାନଙ୍କୁ ଶକ୍ତି ଦେଲାବାଲା ସ୍ୱୟଂ ପରମପିତା ପରମାତ୍ମା ଅଟନ୍ତି ।
ସେମାନଙ୍କୁ ଏକଥା ଜଣାନାହିଁ ଯେ ବର୍ତ୍ତମାନ ସମୟରେ ପବିତ୍ର ହେବା ଦ୍ୱାରା ହିଁ ଭବିଷ୍ୟତ ପବିତ୍ର
ଦୁନିଆର ମାଲିକ ହେବେ । ବାବା କହୁଛନ୍ତି ଏହି ମାୟା ରୂପି ୫ ବିକାର ଉପରେ ବିଜୟ ପ୍ରାପ୍ତ କରିଲେ
ତୁମେମାନେ ଜଗତଜିତ୍ ହୋଇଯିବ । ତେବେ ଆମେ କାହିଁକି ପବିତ୍ର ନହେବୁ । ଏହା ଫାଷ୍ଟକ୍ଲାସ୍ ସଉଦା
ଅଟେ । ବାବା କହୁଛନ୍ତି କାମ ମହାଶତ୍ରୁ । ଏହା ଉପରେ ବିଜୟ ପ୍ରାପ୍ତ କରିଲେ ହିଁ ତୁମେମାନେ
ପବିତ୍ର ହେବ । କୁହାଯାଏ ମାୟାଜିତ ଜଗତଜିତ୍ । ଏହା ହେଉଛି ଯୋଗବଳ ଦ୍ୱାରା ମାୟାକୁ ଜିତିବାର କଥା
। ପରମପିତା ପରମାତ୍ମା ହିଁ ଆସି ଆତ୍ମାମାନଙ୍କୁ ବୁଝାଉଛନ୍ତି, ମୋତେ ମନେ ପକାଅ ତେବେ ଖାଦ
ବାହାରିଯିବ ଏବଂ ତୁମେମାନେ ସତ୍ତ୍ୱପ୍ରଧାନ ଦୁନିଆର ମାଲିକ ହୋଇଯିବ । ବାବା ଏହି ସଙ୍ଗମ ଯୁଗରେ
ଆସି ବର୍ସା ଦେଉଛନ୍ତି । ସର୍ବୋତ୍ତମ ପୁରୁଷ ଏହି ଲକ୍ଷ୍ମୀ ନାରାୟଣ ଥିଲେ, ତାଙ୍କୁ ହିଁ
ମର୍ଯ୍ୟାଦା ପୁରୁଷୋତ୍ତମ ଦେବୀ ଦେବତା ଧର୍ମର କୁହାଯାଏ । ଯେଉଁ କଥାକୁ ବହୁତ ଭଲ ଭାବରେ ବୁଝାଇ
ଦିଆଯାଉଛି ପରନ୍ତୁ କେବେ କେବେ ଏହି ପଏଣ୍ଟକୁ ଭୁଲିଯାଉଛନ୍ତି । ପରେ ମନେପଡେ ଯେ, ଭାଷଣରେ ଏହି
ଏହି ପଏଣ୍ଟ୍ ବୁଝାଇନାହିଁ । ବୁଝାଇବାର ପଏଣ୍ଟ ତ’ ବହୁତ ଅଛି । ଏପରି ହୁଏ । ଓକିଲମାନେ ମଧ୍ୟ
କିଛି ପଏଣ୍ଟ ଭୁଲିଯାଆନ୍ତି । ତା’ପରେ ଯେତେବେଳେ ସେହି ପଏଣ୍ଟ ମନେପଡିଯାଏ ପୁଣି ଲଢ଼ନ୍ତି ।
ଡାକ୍ତରମାନେ ମଧ୍ୟ ଏପରି କରନ୍ତି । ମନେ ପଡିଯାଏ ଯେ - ଏହି ରୋଗ ପାଇଁ ତ’ ଏହି ଔଷଧ ଠିକ୍ ।
ଏଠାରେ ମଧ୍ୟ ବହୁତ ପଏଣ୍ଟ୍ ରହିଛି ନା । ବାବା କହୁଛନ୍ତି ଆଜି ତୁମମମାନଙ୍କୁ ବହୁତ ଗୁହ୍ୟ ବିଷୟ
ବୁଝାଉଛି । ପରନ୍ତୁ ଯେଉଁମାନେ ବୁଝୁଛନ୍ତି ସେମାନେ ସମସ୍ତେ ପତିତ । ସେଥିପାଇଁ ଡାକୁଛନ୍ତି - ହେ
ପତିତ-ପାବନ... କିନ୍ତୁ ତୁମେ ଯଦି କାହାକୁ ପତିତ କହିବ ତେବେ ବିଗିଡିଯିବେ । ଈଶ୍ୱରଙ୍କ ସମ୍ମୁଖରେ
ସତ କହିଥାନ୍ତି - ହେ ପତିତ ପାବନ ଆସ, ଆସି ଆମକୁ ପାବନ କର । କିନ୍ତୁ ଈଶ୍ୱରଙ୍କୁ ଭୁଲିଯାଇଛନ୍ତି
ତେଣୁ ମିଥ୍ୟା କହୁଛନ୍ତି, ସେଥିପାଇଁ ବହୁତ ଯୁକ୍ତିର ସହିତ ବୁଝାଇବାକୁ ହେବ, ଯେପରି ସାପ ମରିଯିବ
କିନ୍ତୁ ବାଡି ଭାଙ୍ଗିବ ନାହିଁ । ବାବା କହୁଛନ୍ତି ମୂଷାଠାରୁ ମଧ୍ୟ ଗୁଣ ଗ୍ରହଣ କର । ମୂଷା ଏପରି
ଉପାୟରେ କାଟେ, ରକ୍ତ ବାହାରେ ପରନ୍ତୁ ଜଣାପଡେ ନାହିଁ । ତେଣୁ ପିଲାମାନଙ୍କ ବୁଦ୍ଧିରେ ସବୁ
ପଏଣ୍ଟ୍ ରହିବା ଦରକାର । ଯେଉଁମାନେ ଯୋଗଯୁକ୍ତ ହୋଇ ରହନ୍ତି ସେମାନଙ୍କୁ ଠିକ୍ ସମୟରେ ସହଯୋଗ ମିଳେ
। ଏମିତି ବି ହୋଇପାରେ ଯେଉଁମାନେ ଶୁଣୁଛନ୍ତି ସେମାନେ ଶୁଣାଇବା ବାଲାଙ୍କଠାରୁ ବାବାଙ୍କର ଆହୁରି
ଅଧିକ ପ୍ରିୟ ହୋଇଯିବେ । ବାବା ନିଜେ ବସି ତାଙ୍କୁ ବୁଝାଇଦେବେ । ତେବେ ଅନ୍ୟମାନଙ୍କୁ ଏଭଳି
ବୁଝାଇବା ଦରକାର ଯେପରି ସେମାନେ ବୁଝିଯିବେ ଯେ, ପବିତ୍ର ରହିବା ତ’ ବହୁତ ଭଲ କଥା । ଏହି ଗୋଟିଏ
ମାତ୍ର ଜନ୍ମ ପବିତ୍ର ରହିଲେ ଆମେ ୨୧ ଜନ୍ମ ପାଇଁ ବର୍ସା ପାଇପାରିବୁ । ଭଗବାନୁବାଚ - ଯଦି ଏହି
ଅନ୍ତିମ ଜନ୍ମରେ ପବିତ୍ର ରହିବ, ତେବେ ମୁଁ ପ୍ରତିଶ୍ରୁତି ଦେଉଛି — ଡ୍ରାମାରେ ଯୋଜନା ଅନୁସାରେ
ତୁମେ ୨୧ ଜନ୍ମ ପାଇଁ ସମ୍ପତ୍ତି ପାଇପାରିବ । ଆମେ ପ୍ରତିକଳ୍ପ ଏହି ବର୍ସା ପାଇଁ ଆସିଛୁ । ଯାହାକୁ
ସେବା କରିବାର ସଉକ ଥିବ ସିଏ ଭାବିବ ମୁଁ ମଧ୍ୟ ଯାଇ ବୁଝାଇବି । ସେବା କରିବା ପାଇଁ ଏହିଭଳି
ଦୌଡିବାକୁ ପଡିବ । ବାବା ତ’ ଜ୍ଞାନର ସାଗର, କେତେ ଜ୍ଞାନର ବର୍ଷା କରି ଚାଲିଛନ୍ତି । ଯାହାଙ୍କର
ଆତ୍ମା ପବିତ୍ର ତାଙ୍କୁ ବହୁତ ଭଲ ଧାରଣା ହୋଇଯାଏ । ସେମାନେ ନିଜର ନାମକୁ ପ୍ରସିଦ୍ଧ କରି
ଦେଖାଇଥା’ନ୍ତି । ପ୍ରଦର୍ଶନୀ ମେଳାରୁ ଜଣାପଡିଯାଏ କିଏ କିପରି ସେବା କରୁଛନ୍ତି । ଟିଚରମାନଙ୍କୁ
ଯାଞ୍ଚ କରିବା ଦରକାର - କିଏ କିପରି ବୁଝାଉଛନ୍ତି । ବିଶେଷ କରି ଲକ୍ଷ୍ମୀ-ନାରାୟଣ ବା ସିଢ଼ି
ଚିତ୍ର ଉପରେ ବୁଝାଇବା ବହୁତ ଭଲ । ଏହି ଯୋଗବଳ ଦ୍ୱାରା ହିଁ ପୁଣି ଲକ୍ଷ୍ମୀ-ନାରାୟଣ ପ୍ରାପ୍ତ
କରିଥା’ନ୍ତି । ଲକ୍ଷ୍ମୀ-ନାରାୟଣ ହିଁ ଆଦିଦେବ, ଆଦିଦେବୀ ଅଟନ୍ତି । ଚତୁର୍ଭୁଜ ଚିତ୍ରରେ
ଲକ୍ଷ୍ମୀ-ନାରାୟଣ ଉଭୟ ଆସିଯାଉଛନ୍ତି । ଦୁଇ ଭୁଜା ଲକ୍ଷ୍ମୀଙ୍କର, ଦୁଇ ଭୂଜା ନାରାୟଣଙ୍କର । ଏକଥା
ମଧ୍ୟ ଭାରତବାସୀ ଜାଣିନାହାନ୍ତି । ମହାଲକ୍ଷ୍ମୀଙ୍କର ୪ ଭୁଜା ଦେଖାଇଥା’ନ୍ତି, ଏହାର ଅର୍ଥ ସେ
ଯୁଗଳ ଅଟନ୍ତି । ବିଷ୍ଣୁ ହିଁ ଚତୁର୍ଭୁଜ ଅଟନ୍ତି ।
ପ୍ରଦର୍ଶନୀରେ ପ୍ରତିଦିନ ବୁଝାଯାଉଛି । ରଥକୁ ମଧ୍ୟ ଦେଖାଯାଇଛି । କହିଥାନ୍ତି ଯେ ଅର୍ଜୁନ ରଥରେ
ବସିଥିଲେ ଏବଂ ଶ୍ରୀକୃଷ୍ଣ ରଥ ଚଳାଉଥିଲେ । ଏହା ସବୁ ହେଲା କାହାଣୀ । ଏବେ ବାବା ଜ୍ଞାନର କଥା
କହୁଛନ୍ତି । ଏଭଳି ମଧ୍ୟ ଦେଖାଇଛନ୍ତି ଯେ, ଜ୍ଞାନ ଅମୃତର କଳଷ ଲକ୍ଷ୍ମୀଙ୍କ ମସ୍ତକରେ ରଖାଯାଇଛି
। ବାସ୍ତବରେ କଳଷି ଜଗତଅମ୍ବା ଉପରେ ରଖାଯାଇଛି, ଯିଏକି ପୁଣି ଲକ୍ଷ୍ମୀ ହେଉଛନ୍ତି । ଏହି କଥାକୁ
ମଧ୍ୟ ବୁଝାଇବାକୁ ପଡିବ । ସତ୍ୟଯୁଗରେ ଏକ ଧର୍ମ, ଏକ ମତ ଥିଲା । ଦେବତାମାନଙ୍କର ହିଁ ଏକମତ ।
ଦେବତାମାନଙ୍କୁ ହିଁ ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ କୁହାଯାଏ, ଅନ୍ୟ କାହାକୁ ନୁହେଁ । ତେବେ
ବ୍ରହ୍ମାବାବା ଚିନ୍ତା କରୁଥିଲେ ଅଳ୍ପ ଶବ୍ଦରେ କିପରି ଏକଥା ବୁଝାଯାଇପାରିବ । ଏହି ଅନ୍ତିମ
ଜନ୍ମରେ ୫ ବିକାର ଉପରେ ବିଜୟ ପ୍ରାପ୍ତ କରିଲେ ତୁମେ ରାମରାଜ୍ୟର ମାଲିକ ହେବ । ଏହା ତ’ ଶସ୍ତା
ସଉଦା ଅଟେ । ବାବା ଆସି ଅବିନାଶୀ ଜ୍ଞାନ ରତ୍ନର ଦାନ ଦିଅନ୍ତି । ବାବା ହେଉଛନ୍ତି ଜ୍ଞାନର ସାଗର
। ତେଣୁ ସେ ହିଁ ଜ୍ଞାନ ରତ୍ନ ଦିଅନ୍ତି । ଏହି ଇନ୍ଦ୍ର ସଭାରେ କେହି କେହି ସବ୍ଜପରୀ, ପୋଖରାଜ
ପରୀମାନେ ମଧ୍ୟ ଅଛନ୍ତି । ସମସ୍ତେ ସହଯୋଗୀ ଅଟନ୍ତି । ଗହଣା ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର
ରହିଥାଏ ନା ସେଥିପାଇଁ ୯ ରତନ ଦେଖାଯାଇଛି । ଏକଥା ତ’ ନିଶ୍ଚିତ ଯେ, ଯିଏ ଭଲ ଭାବରେ ପଢ଼ିବ ସିଏ
ଉଚ୍ଚ ପଦ ପ୍ରାପ୍ତ କରିବ । ପଦ ତ କ୍ରମାନୁସାରେ ଅଛି ନା । ବର୍ତ୍ତମାନ ହିଁ ପୁରୁଷାର୍ଥ କରିବାର
ସମୟ । ପିଲାମାନେ ଏକଥା ଜାଣିଛନ୍ତି ଯେ, ଆମେ ବାବାଙ୍କ ମାଳାର ଦାନା ହେବାକୁ ଯାଉଛୁ । ଯେତେ
ଶିବବାବାଙ୍କୁ ସ୍ମରଣ କରିବୁ ସେତେ ଆମେ ଯେପରି ଯୋଗର ଯାତ୍ରାରେ ଆଗକୁ ବଢିବୁ । ପାପ ମଧ୍ୟ ଜଲ୍ଦି
ବିନାଶ ହେବ ।
ଏହି ପାଠ କିଛି ଲମ୍ବା ଚଉଡା ନୁହେଁ କେବଳ ପବିତ୍ର ରହିବାକୁ ହେବ ଏବଂ ଦୈବୀଗୁଣ ମଧ୍ୟ ଧାରଣ
କରିବାକୁ ହେବ । ମୁହଁରୁ କେବେ ବି ପଥର ବାହାର କରିବା ଉଚିତ୍ ନୁହେଁ । ଯେଉଁମାନେ ମୁହଁରୁ ସବୁ
ବେଳେ ପଥର ବାହାର କରନ୍ତି ସେମାନେ ପଥରବୁଦ୍ଧି ହିଁ ହେବେ । ଯିଏ ରତ୍ନ ବାହାର କରିଥା’ନ୍ତି
ସେମାନେ ଉଚ୍ଚପଦ ପାଇବେ । ଏକଥା ତ ବହୁତ ସହଜ । ଜିଜ୍ଞାସୁମାନଙ୍କୁ ବୁଝାଅ - ପତିତ ପାବନ
ସମସ୍ତଙ୍କର ମୁକ୍ତି-ଜୀବନମୁକ୍ତିଦାତା ପରମପିତା ପରମାତ୍ମା ଶିବ କହୁଛନ୍ତି - ହେ ଭାରତବାସୀ
ଆତ୍ମିକ ସନ୍ତାନମାନେ, ରାବଣ ରାଜ୍ୟ ମୃତ୍ୟୁଲୋକର ଏହି କଳିଯୁଗୀ ଅନ୍ତିମ ଜନ୍ମରେ ପବିତ୍ର ରହିଲେ
ଏବଂ ପରମପିତା ପରମାତ୍ମା ଶିବଙ୍କ ସହ ବୁଦ୍ଧି ଯୋଗବଳର ଯାତ୍ରା ଦ୍ୱାରା ତମୋପ୍ରଧାନ ଆତ୍ମାମାନେ
ସତ୍ତ୍ୱପ୍ରଧାନ ଆତ୍ମା ହେଲେ ୫ ହଜାର ବର୍ଷ ପୂର୍ବଭଳି ସତ୍ତ୍ୱପ୍ରଧାନ ସତ୍ୟଯୁଗୀ ବିଶ୍ୱରେ
ପବିତ୍ରତା, ସୁଖ, ଶାନ୍ତି, ସମ୍ପତ୍ତି ସମ୍ପନ୍ନ ମର୍ଯ୍ୟାଦା ପୁରୁଷୋତ୍ତମ ଦୈବୀ ସ୍ୱରାଜ୍ୟ ପଦ
ପୁନଃ ପ୍ରାପ୍ତ କରିପାରିବ । ପରନ୍ତୁ ଆସନ୍ତା ମହଭାରୀ ବିନାଶ ପୂର୍ବରୁ ବାବା ଆମକୁ ବର୍ସା
ଦେଉଛନ୍ତି, ପାଠ ପଢ଼ାଉଛନ୍ତି । ତେବେ ଯିଏ ଯେତେ ପଢ଼ିବ ସେତେ ଉଚ୍ଚ ପଦ ପ୍ରାପ୍ତ କରିବ । ବାବା ତ
ନିଜ ସାଥିରେ ନେଇଯିବେ ତେବେ ଆମକୁ ଏହି ପୁରୁଣା ଶରୀରର ବା ଏହି ଦୁନିଆର ଚିନ୍ତା କରିବା କ’ଣ
ଦରକାର । ଏହା ହେଉଛି ତୁମର ପୁରୁଣା ଦୁନିଆକୁ ଛାଡିବାର ସମୟ । ଏଭଳି କଥା ସବୁ ବୁଦ୍ଧିରେ ଚିନ୍ତନ
ମନ୍ଥନ କରିବା ମଧ୍ୟ ବହୁତ ଭଲ । ଆଉ କିଛି ଦିନ ପରେ ପୁରୁଷାର୍ଥ କରୁ କରୁ ଅନ୍ତିମ ସମୟ ପାଖେଇ
ଆସିବ, ତା’ପରେ ଆଉ କୌଣସି ବିଘ୍ନ ଆସିବ ନାହିଁ । ଯେତେବେଳେ ଦେଖିବେ ଦୁନିଆର ବହୁତ କମ୍ ସମୟ ବାକି
ଅଛି, ଭାବିବେ ବୁଦ୍ଧିଯୋଗ ଏବେ ପରମାତ୍ମାଙ୍କ ସହିତ ଲଗାଇବା ଦରକାର । ସେବା କରିଲେ ସହଯୋଗ ମଧ୍ୟ
ମିଳିବ । ଯେତେ ଅନ୍ୟମାନଙ୍କୁ ସୁଖର ରାସ୍ତା ବତାଇବ ସେତେ ଖୁସି ମିଳିବ । ପୁରୁଷାର୍ଥ ମଧ୍ୟ ହେବ
। ନିଜର ଭବିଷ୍ୟତ ଭାଗ୍ୟକୁ ଜାଣିପାରିଥା’ନ୍ତି । ବାବା ତ’ ପୁରୁଷାର୍ଥ କରିବା ଶିଖାଉଛନ୍ତି ।
କେହି ତ ପୁରୁଷାର୍ଥ କରିବାରେ ଲାଗିପଡୁଛନ୍ତି, କେହି କରୁନାହାନ୍ତି । ତୁମେମାନେ ଜାଣୁଛ କୋଟିପତି,
ପଦମପତିମାନେ ମଧ୍ୟ ବିନାଶ ହୋଇଯିବେ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଉଚ୍ଚ ପଦ
ପ୍ରାପ୍ତ କରିବା ପାଇଁ ମୁଖରୁ ସର୍ବଦା ରତ୍ନ ବାହାର କରିବାକୁ ହେବ, ପଥର ନୁହେଁ । ମନ-ବଚନ-କର୍ମ
ଦ୍ୱାରା ଏପରି କର୍ମ କରିବାକୁ ହେବ ଯାହାକି ତୁମମାନଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କରିଦେବ ।
(୨) ଏହି ଅନ୍ତିମ ଜନ୍ମରେ
ପବିତ୍ର ହେବାର ପ୍ରତିଜ୍ଞା କରିବାକୁ ହେବ । ପବିତ୍ର ହେବାର ଉପାୟ ହିଁ ସମସ୍ତଙ୍କୁ ଶୁଣାଇବାକୁ
ହେବ ।
ବରଦାନ:-
ସର୍ବଦା
କଲ୍ୟାଣକାରୀ ଭାବନା ଦ୍ୱାରା ଗୁଣଗ୍ରାହୀ ହେଉଥିବା ଅଚଳ ଅଟଳ ହୁଅ ।
ନିଜର ସ୍ଥିତିକୁ ଅଚଳ
ଅଟଳ କରିବା ପାଇଁ ସର୍ବଦା ଗୁଣଗ୍ରାହୀ ହୁଅ । ଯଦି ପ୍ରତ୍ୟେକ କଥାରେ ଗୁଣଗ୍ରାହୀ ହେବ ତେବେ କେବେ
ବି ହଲ୍ଚଲ୍ ହେବ ନାହିଁ । ଗୁଣଗ୍ରାହୀ ଅର୍ଥାତ୍ କଲ୍ୟାଣର ଭାବନା । ଅବଗୁଣ ଭିତରେ ଭଲ ଗୁଣକୁ
ଦେଖିବା ହିଁ ଗୁଣଗ୍ରାହୀ ହେବା, ସେଥିପାଇଁ ଅବଗୁଣଧାରୀ ଆତ୍ମାଠାରୁ ମଧ୍ୟ ଗୁଣ ଗ୍ରହଣ କର । ଯେପରି
ସେ ତା’ର ଅବଗୁଣରେ ମଜବୁତ ଅଛି ସେହିପରି ତୁମେ ଗୁଣକୁ ଧାରଣ କରିବାରେ ମଜବୁତ ରୁହ, ଗୁଣର ଗ୍ରାହକ
ହୁଅ, ଅବଗୁଣର ନୁହେଁ ।
ସ୍ଲୋଗାନ:-
ନିଜର ସବୁ କିଛି
ବାବାଙ୍କୁ ଅର୍ପଣ କରି ସର୍ବଦା ହାଲୁକା ରହୁଥିବା ଆତ୍ମା ହିଁ ଫରିସ୍ତା ଅଟନ୍ତି ।