03.04.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମେମାନେ ବାବାଙ୍କ ନିକଟକୁ ସତେଜ ହେବା ପାଇଁ ଆସୁଛ, ଏଠାରେ ତୁମକୁ ଦୁନିଆର ବାତାବରଣ ଠାରୁ ଭିନ୍ନ ସତ୍ୟ ପିତାଙ୍କର ସଚ୍ଚା ସଂଗ ମିଳୁଛି ।

ପ୍ରଶ୍ନ:-
ପିଲାମାନଙ୍କର ସଦା ଉନ୍ନତି ପାଇଁ ବାବା କେଉଁ ଗୋଟିଏ ରାୟ ଦେଉଛନ୍ତି ?

ଉତ୍ତର:-
ମିଠେ ବଚ୍ଚେ, କେବେ ବି ପରସ୍ପର ଭିତରେ ସାଂସାରିକ ଦୁଃଖ ସୁଖର କଥାବାର୍ତ୍ତା ହୁଅ ନାହିଁ । ଯଦି ତୁମକୁ କେହି ଶୁଣାଉଛି ତେବେ ଶୁଣି ନ ଶୁଣିଲା ଭଳି ରୁହ । ଉତ୍ତମ ସନ୍ତାନମାନେ ନିଜର ସେବାର ଦାୟିତ୍ୱ ସମ୍ପାଦନ କରି ବାବାଙ୍କ ସ୍ମୃତିରେ ମଗ୍ନ ରୁହନ୍ତି । କିନ୍ତୁ କେତେକ ସନ୍ତାନ ଫାଲତୁ ବା ବ୍ୟର୍ଥ କଥାକୁ ବହୁତ ଖୁସିରେ ଶୁଣିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇଥାନ୍ତି, ଏଥିରେ ବହୁତ ସମୟ ନଷ୍ଟ ହୁଏ ଏବଂ ଉନ୍ନତି ମଧ୍ୟ ହୁଏ ନାହିଁ ।

ଓମ୍ ଶାନ୍ତି ।
ଦୁଇଥର ଓମ୍ ଶାନ୍ତି କହିଲେ ମଧ୍ୟ ଠିକ୍ ହେବ । ପିଲାମାନଙ୍କୁ ଅର୍ଥ ତ ବୁଝାଇ ଦିଆଯାଇଛି ଯେ ମୁଁ ଶାନ୍ତ ସ୍ୱରୂପ ଆତ୍ମା । ଯେବେ ମୋର ଧର୍ମ ହିଁ ଶାନ୍ତ ତେବେ ପୁଣି ଜଙ୍ଗଲ ଇତ୍ୟାଦିରେ ଘୂରି ବୁଲିବା ଦ୍ୱାରା ଶାନ୍ତି ମିଳିପାରିବ ନାହିଁ । ବାବା କହୁଛନ୍ତି ମୁଁ ମଧ୍ୟ ଶାନ୍ତ ସ୍ୱରୂପ । ଏହା ତ ବହୁତ ସହଜ କିନ୍ତୁ ମାୟା ସହିତ ଲଢେଇ ହେବା ଦ୍ୱାରା ଟିକିଏ କଠିନ ହୋଇଯାଉଛି । ଏକଥା ତ ସବୁ ପିଲା ଜାଣିଛନ୍ତି ଯେ ଅବିନାଶୀ ପିତାଙ୍କ ବ୍ୟତୀତ ଏହି ଜ୍ଞାନ ଆଉ କେହି ବି ଦେଇପାରିବେ ନାହିଁ । ଜ୍ଞାନ ସାଗର ଏକମାତ୍ର ବାବା ହିଁ ଅଟନ୍ତି । ଦେହଧାରୀମାନଙ୍କୁ କେବେ ବି ଜ୍ଞାନର ସାଗର କୁହାଯାଇପାରିବ ନାହିଁ । ରଚୟିତା ହିଁ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଉଛନ୍ତି । ତାହା ମଧ୍ୟ ତୁମେ ପିଲାମାନଙ୍କୁ ହିଁ ମିଳୁଛି । କେହି କେହି ଅନନ୍ୟ ସନ୍ତାନ ମଧ୍ୟ ବାବାଙ୍କୁ ମନେ ପକାଇବା ଭୁଲି ଯାଉଛନ୍ତି କାହିଁକି ନା ବାବାଙ୍କ ସ୍ମୃତି ହେଉଛି ପାରଦ ସଦୃଶ । ବିଦ୍ୟାଳୟରେ ବିଦ୍ୟାର୍ଥୀମାନେ ନିଶ୍ଚିତ କ୍ରମାନୁସାରେ ରହିବେ ନା । ବିଦ୍ୟାଳୟରେ ସର୍ବଦା ନମ୍ବର ଅନୁସାରେ ବସାଯାଇଥାଏ । ସତ୍ୟଯୁଗରେ କେବେ ନମ୍ବର ଗଣାଯାଏ ନାହିଁ । ଏହା ମଧ୍ୟ ବିଦ୍ୟାଳୟ, ଏହାକୁ ବୁଝିବା ପାଇଁ ମଧ୍ୟ ବହୁତ ବିଶାଳ ବୁଦ୍ଧି ଥିବା ଦରକାର । ଅଧାକଳ୍ପ ଭକ୍ତି ହେଉଛି, ପୁଣି ଭକ୍ତି ପରେ ଜ୍ଞାନ ସାଗର ଜ୍ଞାନ ଦେବା ପାଇଁ ଆସୁଛନ୍ତି । ଭକ୍ତିମାର୍ଗରେ ଥିବା ଆତ୍ମା କେବେ ବି ଜ୍ଞାନ ଦେଇପାରିବ ନାହିଁ କାହିଁକି ନା ସମସ୍ତେ ଦେହଧାରୀ ଅଟନ୍ତି । ଏମିତି କୁହାଯିବ ନାହିଁ ଶିବବାବା ଭକ୍ତି କରୁଛନ୍ତି । ତେବେ ସିଏ କାହାର ଭକ୍ତି କରିବେ! ଏକମାତ୍ର ବାବା ହିଁ ଅଛନ୍ତି, ଯାହାଙ୍କର ନିଜର ଦେହ ନାହିଁ । ସିଏ କେବେ କାହାର ଭକ୍ତି କରନ୍ତି ନାହିଁ । ବାକି ଯେଉଁମାନେ ଦେହଧାରୀ, ସେମାନେ ସମସ୍ତେ ଭକ୍ତି କରିଥାନ୍ତି କାରଣ ରଚନା ଅଟନ୍ତି ନା । ରଚୟିତା ହେଉଛନ୍ତି ଏକମାତ୍ର ବାବା । ବାକି ଏହି ଆଖି ଦ୍ୱାରା ଯାହା କିଛି ଚିତ୍ର ଆଦି ଦେଖୁଛ ସେସବୁ ହେଉଛି ରଚନା । ଏହି କଥାକୁ ହିଁ ପିଲାମାନେ ବାରମ୍ବାର ଭୁଲିଯାଉଛନ୍ତି ।

ବାବା ତୁମମାନଙ୍କୁ ବୁଝାଉଛନ୍ତି ତୁମକୁ ବେହଦର ସମ୍ପତ୍ତି ବେହଦର ବାବାଙ୍କ ବିନା ମିଳିପାରିବ ନାହିଁ । ବୈକୁଣ୍ଠର ରାଜ୍ୟଭାଗ୍ୟ ତ ତୁମମାନଙ୍କୁ ମିଳୁଛି । ୫ ହଜାର ବର୍ଷ ପୂର୍ବେ ଭାରତରେ ଏମାନଙ୍କର (ଲକ୍ଷ୍ମୀ-ନାରାୟଣଙ୍କର) ରାଜ୍ୟ ଥିଲା । ୨୫୦୦ ବର୍ଷ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀମାନଙ୍କର ରାଜଧାନୀ ଚାଲିଲା । ତୁମେ ପିଲାମାନେ ଜାଣିଛ-- ଏହା ତ ହେଉଛି କାଲିର କଥା । ଏକଥା ବାବାଙ୍କ ବ୍ୟତୀତ ଆଉ କେହି ବି କହିପାରିବେ ନାହିଁ । ପତିତ-ପାବନ ସେହି ବାବା ହିଁ ଅଟନ୍ତି । ଏହି କଥାକୁ ବୁଝାଇବା ପାଇଁ ତୁମକୁ ବହୁତ ପରିଶ୍ରମ କରିବାକୁ ପଡୁଛି । ବାବା ନିଜେ କହୁଛନ୍ତି ଏହି ଜ୍ଞାନକୁ କୋଟିକରେ କେହି ଜଣେ ଜଣେ ହିଁ ବୁଝିବେ । ଏହି ଚକ୍ରର ରହସ୍ୟକୁ ମଧ୍ୟ ତୁମମାନଙ୍କୁ ବୁଝାଇ ଦିଆଯାଇଛି । ଏହି ଜ୍ଞାନ ହେଉଛି ସାରା ଦୁନିଆ ପାଇଁ । ସିଢୀ ଚିତ୍ର ମଧ୍ୟ ବହୁତ ଭଲ, ତଥାପି ମଧ୍ୟ ଯୁକ୍ତିତର୍କ କରୁଛନ୍ତି । ବାବା ବୁଝାଇଛନ୍ତି ବାହାଘର ଇତ୍ୟାଦି ପାଇଁ ଯେଉଁମାନେ ମଣ୍ଡପ ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ବୁଝାଇ ଦୃଷ୍ଟି ଦିଅ । ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ଏହି କଥା ପସନ୍ଦ ଆସିବ । ତୁମେ ପିଲାମାନଙ୍କୁ ହିଁ ଅନ୍ୟମାନଙ୍କୁ ବୁଝାଇବାକୁ ହେବ । ବାବା ତ କାହା ପାଖକୁ ଯିବେ ନାହିଁ । ଭଗବାନୁବାଚ ସେମାନେ ହେଉଛନ୍ତି ପୂଜାରୀ, ସେମାନଙ୍କୁ କେବେ ପୂଜ୍ୟ କୁହାଯାଇପାରିବ ନାହିଁ । କାରଣ କଳିଯୁଗରେ କେହି ଜଣେ ହେଲେ ମଧ୍ୟ ପବିତ୍ର ହୋଇପାରିବେ ନାହିଁ । ପୂଜ୍ୟ ଦେବୀ-ଦେବତା ଧର୍ମର ସ୍ଥାପନା ମଧ୍ୟ ସିଏ ହିଁ କରୁଛନ୍ତି ଯିଏ ସବୁଠାରୁ ଉଚ୍ଚ ଅର୍ଥାତ୍ ସର୍ବଦା ପୂଜ୍ୟ ଅଟନ୍ତି । ତୁମେମାନେ ତ ଅଧାକଳ୍ପ ପୂଜ୍ୟ ହେଉଛ ପୁଣି ଆଉ ଅଧାକଳ୍ପ ପୂଜାରୀ ହେଉଛ । ଏହି ବ୍ରହ୍ମାବାବା ମଧ୍ୟ ଅନେକ ଗୁରୁ କରିଥିଲେ, ଏବେ ଭାବୁଛନ୍ତି ଗୁରୁ କରିବା ତ ଭକ୍ତିମାର୍ଗ ଥିଲା । ଏବେ ସତଗୁରୁ ମିଳିଛନ୍ତି, ଯିଏକି ତୁମକୁ ପୂଜ୍ୟ କରୁଛନ୍ତି । ବାବା କେବଳ ଜଣକୁ ନୁହେଁ, ସମସ୍ତଙ୍କୁ ପୂଜ୍ୟରୁ ପୂଜାରୀ କରୁଛନ୍ତି । ସମସ୍ତଙ୍କର ଆତ୍ମା ପୂଜ୍ୟ ସତ୍ତୋପ୍ରଧାନ ହୋଇଯାଉଛି । ଏବେ ତ ତମୋପ୍ରଧାନ ପୂଜାରୀ ହୋଇଯାଇଛନ୍ତି । ଏହି କଥାକୁ ହିଁ ବୁଝିବାର ଅଛି । ବାବା କହୁଛନ୍ତି କଳିଯୁଗରେ ଜଣେ ମଧ୍ୟ ପବିତ୍ର ପୂଜ୍ୟ ହୋଇପାରିବେ ନାହିଁ କାରଣ ସମସ୍ତେ ବିକାରରୁ ଜନ୍ମ ନେଉଛନ୍ତି । ଏହା ରାବଣ ରାଜ୍ୟ ନା । ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ପୁନର୍ଜନ୍ମ ନେଉଛନ୍ତି କିନ୍ତୁ ସିଏ ପୂଜ୍ୟ ଅଟନ୍ତି କାରଣ ସେଠାରେ ରାବଣ ହିଁ ନାହିଁ । ଏହି ଶବ୍ଦ ତ କହୁଛନ୍ତି କିନ୍ତୁ ରାମରାଜ୍ୟ କେବେ ଏବଂ ରାବଣ ରାଜ୍ୟ କେବେ ହେଉଛି, ଏ ସମ୍ବନ୍ଧରେ କିଛି ବି ଜାଣି ନାହାଁନ୍ତି । ବର୍ତ୍ତମାନ ସମୟରେ ଦେଖ କେତେ ସଭା ସବୁ ଲାଗୁଛି । ଅମୁକ ସଭା, ଅମୁକ ସଭା । ଯଦି କେଉଁଠାରୁ କିଛି ମିଳିଯାଉଛି ତେବେ ଗୋଟିଏକୁ ଛାଡି ଅନ୍ୟ ଆଡକୁ ଚାଲିଯାଉଛନ୍ତି । କିନ୍ତୁ ତୁମେମାନେ ଏହି ସମୟରେ ପାରସବୁଦ୍ଧି ହେଉଛ । ପୁଣି ଏଥିରେ କେହି ୨୦ ପ୍ରତିଶତ କେହି ୫୦ ପ୍ରତିଶତ ହୋଇଛନ୍ତି । ବାବା ବୁଝାଇଛନ୍ତି ବର୍ତ୍ତମାନ ଏହି ସତ୍ୟଯୁଗୀ ରାଜଧାନୀ ସ୍ଥାପନ ହେଉଛି । ଏବେ ଉପରେ ରହି ଯାଇଥିବା ଆତ୍ମା ମଧ୍ୟ ତଳକୁ ଖସୁଛନ୍ତି । ସର୍କସରେ କେହି ଭଲ ଭଲ ଖେଳ ଦେଖାଇଥାନ୍ତି ତ ଆଉ କେହି ଅଳ୍ପ ଖେଳ ଦେଖାଇଥାନ୍ତି । ସେହିଭଳି ଏହା ମଧ୍ୟ ହେଉଛି ବେହଦର କଥା । ପିଲାମାନଙ୍କୁ କେତେ ଭଲ ଭାବରେ ବୁଝାଇ ଦିଆଯାଉଛି । ଏଠାକୁ ତୁମେ ପିଲାମାନେ ସତେଜ ହେବା ପାଇଁ ଆସୁଛ, ପବନ ଖାଇବା ପାଇଁ ନୁହେଁ । ଏଠାକୁ (ମଧୁବନକୁ) ଯଦି କୌଣସି ପଥରବୁଦ୍ଧି ଆତ୍ମାଙ୍କୁ ନେଇ ଆସୁଛ, ତେବେ ସିଏ ତ ଦୁନିଆର ବାୟୁମଣ୍ଡଳରେ ହିଁ ରହିଥାନ୍ତି । ଏବେ ତୁମେ ପିଲାମାନେ ବାବାଙ୍କ ଶ୍ରୀମତ ଆଧାରରେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛ । ମାୟା ବାରମ୍ବାର ତୁମର ବୁଦ୍ଧିକୁ ଘଉଡାଇ ଦେଉଛି । ଏଠାରେ ତ ବାବା ତୁମମାନଙ୍କୁ ଆକର୍ଷିତ କରୁଛନ୍ତି । ବାବା କେବେ କୌଣସି ଓଲଟା କଥା କହିବେ ନାହିଁ । ବାବା ତ ସତ୍ୟ ଅଟନ୍ତି ନା । ତେବେ ତୁମେ ଏଠାରେ ସତ୍ୟର ସଙ୍ଗରେ ବସିଛ । ଆଉ ଅନ୍ୟ ସମସ୍ତେ ଅସତ୍ୟର ସଙ୍ଗରେ ଅଛନ୍ତି । ସେସବୁକୁ ସତସଙ୍ଗ କହିବା ମଧ୍ୟ ବଡ ଭୁଲ୍ । ତୁମେ ଜାଣିଛ ସତ୍ୟ ହେଉଛନ୍ତି ଏକମାତ୍ର ବାବା । ମନୁଷ୍ୟ ସତ୍ୟ ପରମାତ୍ମାଙ୍କର ପୂଜା କରୁଛନ୍ତି କିନ୍ତୁ ଏକଥା ଜାଣି ନାହାଁନ୍ତି ଯେ ସେମାନେ କାହାର ପୂଜା କରୁଛନ୍ତି । ତେବେ ତାକୁ ଅନ୍ଧଶ୍ରଦ୍ଧା କୁହାଯିବ ନା । ଆଗା ଖାଁଙ୍କୁ ଦେଖ ତାଙ୍କର କେତେ ଅନୁସରଣକାରୀ ଅଛନ୍ତି । ସିଏ ଯେତେବେଳେ କୁଆଡେ ଯାଆନ୍ତି ତାଙ୍କୁ ବହୁତ ଉପହାର ଦେଇଥାନ୍ତି । ତାଙ୍କୁ ହୀରାରେ ଓଜନ କରୁଥିଲେ । ନଚେତ୍ ହୀରାରେ କେବେ ବି କାହାକୁ ଓଜନ କରାଯାଇପାରିବ ନାହିଁ । ସତ୍ୟଯୁଗରେ ତ ହୀରା ନୀଳା ତୁମମାନଙ୍କ ପାଇଁ ପଥର ସଦୃଶ ଯାହାକି ତୁମ ମହଲରେ ଲାଗୁଛି । ଏଠାରେ ତ ଏମିତି କେହି ନାହାଁନ୍ତି, ଯାହାଙ୍କୁ ହୀରାର ଉପହାର ମିଳୁଥିବ । ମନୁଷ୍ୟମାନଙ୍କ ପାଖରେ ବହୁତ ପଇସା ଥାଏ ତେଣୁ ଦାନ କରିଥାନ୍ତି । କିନ୍ତୁ ସେମାନେ ଦାନ ପାପ ଆତ୍ମାମାନଙ୍କୁ କରୁଥିବା କାରଣରୁ ଦାତାଙ୍କ ମୁଣ୍ଡ ଉପରୁ ମଧ୍ୟ ପାପ ଆସିଯାଉଛି । କେହି କେହି ତ ଅଜାମିଳ ପରି ପାପାତ୍ମା ହୋଇଯାଉଛନ୍ତି । ଏକଥା ଭଗବାନ ନିଜେ ଆସି ବୁଝାଉଛନ୍ତି, କୌଣସି ମନୁଷ୍ୟ ନୁହେଁ । ସେଥିପାଇଁ ବାବା କହୁଥିଲେ ତୁମର ଯେତେ ଚିତ୍ର ଇତ୍ୟାଦି ଅଛି ସେଥିରେ ଭଗବାନୁବାଚ ଶବ୍ଦ ଉଲ୍ଲେଖ ରହୁ । ସର୍ବଦା ଲେଖ ତ୍ରିମୂର୍ତ୍ତି ଶିବ ଭଗବାନୁବାଚ । କେବଳ ଭଗବାନ କହିଲେ ମଧ୍ୟ ମନୁଷ୍ୟ ଦ୍ୱନ୍ଦରେ ପଡିଯିବେ । ଭଗବାନ ତ ନିରାକାର ଅଟନ୍ତି, ସେଥିପାଇଁ ତ୍ରିମୂର୍ତ୍ତି ଅକ୍ଷର ନିଶ୍ଚିତ ଲେଖିବା ଦରକାର । ସେଥିରେ କେବଳ ଶିବବାବା ନାହାଁନ୍ତି । ବ୍ରହ୍ମା, ବିଷ୍ଣୁ, ଶଙ୍କର ତିନିଜଣଙ୍କର ନାମ ଅଛି । ବ୍ରହ୍ମା ଦେବତାୟ ନମଃ, ପୁଣି ତାଙ୍କୁ ଗୁରୁ ମଧ୍ୟ କୁହନ୍ତି । ଶିବ-ଶଙ୍କରଙ୍କୁ ମଧ୍ୟ ଏକ କହିଦେଉଛନ୍ତି । ତେବେ ଶଙ୍କର କିପରି ଜ୍ଞାନ ଦେବେ, କିପରି ଅମରକଥା ଶୁଣାଇବେ ? ତୁମେ ସମସ୍ତେ ହେଉଛ ପାର୍ବତୀ । ବାବା ତୁମ ସମସ୍ତଙ୍କୁ ଆତ୍ମା ମନେ କରି ଜ୍ଞାନ ଦେଉଛନ୍ତି । ଭକ୍ତିର ଫଳ ଭଗବାନ ହିଁ ଦେଉଛନ୍ତି । ଏକମାତ୍ର ଶିବବାବା ଶବ୍ଦ ହିଁ ବହୁତ ଭଲ ଲାଗୁଛି, ଈଶ୍ୱର ଭଗବାନ ଇତ୍ୟାଦି ଶବ୍ଦ ଭଲ ଲାଗୁ ନାହିଁ ଏକମାତ୍ର ଶିବବାବା ଶବ୍ଦ ହିଁ ବହୁତ ମିଠା ଲାଗୁଛି । ବାବା ନିଜେ କହୁଛନ୍ତି ମିଠେ ବଚ୍ଚେ ତେବେ ସିଏ ବାବା ହେଲେ ନା ।

ବାବା ବୁଝାଉଛନ୍ତି ଆତ୍ମାରେ ହିଁ ସଂସ୍କାର ଭରି ରହିଥାଏ । ଆତ୍ମା ନିର୍ଲେପ ନୁହେଁ । ଯଦି ନିର୍ଲେପ ହୋଇଥାନ୍ତା ତେବେ ପତିତ କିପରି ହୋଇଥାନ୍ତା । ନିଶ୍ଚିତ ଲେପ-ଛେପ ଲାଗୁଛି ସେଥିପାଇଁ ପତିତ ହେଉଛି । ଭ୍ରଷ୍ଟାଚାରୀ ବୋଲି କହୁଛନ୍ତି ନା । ଦେବତାମାନେ ହେଉଛନ୍ତି ଶ୍ରେଷ୍ଠାଚାରୀ । ତାଙ୍କର ମହିମାର ଗାୟନ କରୁଛନ୍ତି ଆପଣ ସର୍ବଗୁଣ ସମ୍ପନ୍ନ, ଆମେ ନୀଚ୍ଚ ପାପୀ ସେଥିପାଇଁ ନିଜକୁ ଦେବତା ବୋଲି କହିପାରିବେ ନାହିଁ । ଏବେ ବାବା ଆସି ମନୁଷ୍ୟମାନଙ୍କୁ ଦେବତା କରୁଛନ୍ତି । ଗୁରୁନାନକଙ୍କ ଗ୍ରନ୍ଥରେ ମଧ୍ୟ ମହିମା ଉଲ୍ଲେଖ ରହିଛି । ଶିଖମାନେ କହୁଛନ୍ତି ସତଶ୍ରୀ ଅକାଳ । ତେଣୁ ସିଏ ଅକାଳ ମୂରତ ଅଟନ୍ତି ସିଏ ହିଁ ପ୍ରକୃତ ସତଗୁରୁ ଅଟନ୍ତି । ସେହି ଜଣଙ୍କୁ ହିଁ ମାନିବା ଦରକାର । ସେମାନେ ଜଣକୁ ସତଗୁରୁ ବୋଲି କହୁଛନ୍ତି କିନ୍ତୁ ପୂଜା ଅନ୍ୟଜଣଙ୍କର କରୁଛନ୍ତି । ଅର୍ଥ କିଛି ବି ଜାଣିନାହାଁନ୍ତି । ଏବେ ବାବା ଯିଏ ସତଗୁରୁ, ଅକାଳ ଅଟନ୍ତି ସିଏ ନିଜେ ଆସି ଆମମାନଙ୍କୁ ବୁଝାଉଛନ୍ତି । ବୁଝିବାରେ ମଧ୍ୟ ତୁମମାନଙ୍କ ଭିତରେ କ୍ରମାନୁସାରେ ଅଛନ୍ତି । ସମ୍ମୁଖରେ ବସି ମଧ୍ୟ କିଛି ବି ବୁଝୁନାହାଁନ୍ତି । କେହି କେହି ଏଠାରୁ ବାହାରକୁ ଗଲା ପରେ ସବୁ ଭୁଲିଯାଆନ୍ତି । ବାବା ତ ମନା କରୁଛନ୍ତି ପିଲାମାନେ, କେବେହେଲେ ସାଂସାରିକ ଦୁଃଖ ସୁଖର କଥା ଶୁଣ ନାହିଁ । କେହି କେହି ତ ଏଭଳି କଥା ବହୁତ ଖୁସିରେ ଶୁଣୁଛନ୍ତି ଏବଂ ଅନ୍ୟମାନଙ୍କୁ ଶୁଣାଉଛନ୍ତି । ଆଉ ବାବାଙ୍କ ମହାବାକ୍ୟକୁ ଭୁଲିଯାଉଛନ୍ତି । ବାସ୍ତବରେ ଯିଏ ଭଲ ସନ୍ତାନ ଅଟନ୍ତି ସେମାନେ ନିଜ ସେବାର ଦାୟୀତ୍ୱକୁ ଭଲ ଭାବରେ ତୁଲାଇ ନିଜ ମସ୍ତିରେ ରହୁଛନ୍ତି । ବାବା ବୁଝାଉଛନ୍ତି କୃଷ୍ଣ ଏବଂ ଖ୍ରୀଷ୍ଟିୟାନମାନଙ୍କର ବହୁତ ଭଲ ସମ୍ବନ୍ଧ ରହିଛି । କୃଷ୍ଣଙ୍କର ରାଜତ୍ୱ ହେଉଛି ନା । ଲକ୍ଷ୍ମୀ-ନାରାୟଣ ନାମ ତ ପରେ ପଡୁଛି । ବୈକୁଣ୍ଠ ନାମ କହିବା ମାତ୍ରକେ ସାଙ୍ଗେ ସାଙ୍ଗେ କୃଷ୍ଣଙ୍କର ନାମ ମନେ ପଡିଯାଉଛି । ଲକ୍ଷ୍ମୀ-ନାରାୟଣ ମଧ୍ୟ ସେତେ ମନେ ପଡିବେ ନାହିଁ କାରଣ ଶ୍ରୀକୃଷ୍ଣ ଛୋଟ ପିଲା । ଛୋଟ ପିଲା ପବିତ୍ର ହୋଇଥାନ୍ତି ନା । ସତ୍ୟଯୁଗରେ ପିଲା ଜନ୍ମ କିପରି ହୁଏ, ଏହା ତ ତୁମେମାନେ ସାକ୍ଷାତ୍କାର କରିଛ । ଦାସୀ ଠିଆ ହୋଇ ରହିଥିବ, ଜନ୍ମ ହେବା ମାତ୍ରକେ ତାର ଦାୟିତ୍ୱ ନେବ । ବାଲ୍ୟ, ଯୁବା, ବୃଦ୍ଧ ଅବସ୍ଥା ଦେଇ ଆତ୍ମା ଗତି କରିଥାଏ । ଯାହା ହେଲା ତାହା ଡ୍ରାମା । ସେଥିରେ କିଛି ବି ସଂକଳ୍ପ ଚାଲେ ନାହିଁ । ଏହି ଡ୍ରାମା ତ ପୂର୍ବ ପ୍ରସ୍ତୁତ ନା । ଆମର ମଧ୍ୟ ଡ୍ରାମା ଅନୁସାରେ ଅଭିନୟ ଚାଲୁଛି । ଏହି ସମୟରେ ମାୟାର ପ୍ରବେଶତା ହେବା ସହିତ ବାବାଙ୍କର ମଧ୍ୟ ପ୍ରବେଶତା ହେଉଛି । ତେଣୁ କେହି କେହି ବାବାଙ୍କ ମତ ଅନୁସାରେ ଚାଲୁଛନ୍ତି ତ ପୁଣି ଆଉ କେହି କେହି ରାବଣର ମତ ଅନୁସାରେ ଚାଲୁଛନ୍ତି । ତେବେ ରାବଣ କି ପ୍ରକାର ଜିନିଷ, ତାକୁ କେବେ ଦେଖିଛ ? କେବଳ ତାର ଚିତ୍ରକୁ ଦେଖୁଛ । ଶିବବାବାଙ୍କର ରୂପ ତ ବିନ୍ଦୁ ସ୍ୱରୂପ ଅଟେ । କିନ୍ତୁ ରାବଣର ରୂପ କଣ! ଯେତେବେଳେ ୫ ବିକାର ରୂପୀ ଭୂତ ପ୍ରବେଶ କରୁଛି ତେବେ ତାକୁ ରାବଣ କୁହାଯାଉଛି । ଏହା ହେଉଛି ଭୂତମାନଙ୍କର ଦୁନିଆ । ତୁମେ ଜାଣିଛ ଆମର ଆତ୍ମା ଏବେ ସୁଧୁରି ଯାଉଛି । ଏଠାରେ ତ ଶରୀର ମଧ୍ୟ ଆସୁରୀ ଅଟେ । ବର୍ତ୍ତମାନ ଆତ୍ମା ସୁଧୁରି ସୁଧୁରି ପବିତ୍ର ହୋଇଯିବ । ପୁଣି ଏହି ଶରୀରକୁ ତ୍ୟାଗ କରିଦେବ । ପୁଣି ସେଠାରେ ତୁମକୁ ସତ୍ତୋପ୍ରଧାନ ଶରୀର ମିଳିଯିବ । କଞ୍ଚନ କାୟା ମିଳିଯିବ । ତେବେ ସତ୍ତୋପ୍ରଧାନ ଶରୀର ସେତେବେଳେ ମିଳିବ ଯେତେବେଳେ ଆତ୍ମା ମଧ୍ୟ କଞ୍ଚନ ହୋଇଯିବ । ଯଦି ସୁନା କଞ୍ଚନ ହୋଇଥିବ ତେବେ ଅଳଙ୍କାର ମଧ୍ୟ ସେହିଭଳି କଞ୍ଚନ ହେବ । ଆଜିକାଲି ସୁନାରେ ମଧ୍ୟ ଖାଦ ମିଶାଉଛନ୍ତି । ଏବେ ତୁମେ ପିଲାମାନଙ୍କ ବୁଦ୍ଧିରେ ଆଦି-ମଧ୍ୟ-ଅନ୍ତର ଜ୍ଞାନ ଘୁରୁଛି । ମନୁଷ୍ୟମାନେ ତ କିଛି ବି ଜାଣି ନାହାଁନ୍ତି । କହୁଛନ୍ତି ଋଷି ମୁନିମାନେ ନେତି-ନେତି କରି ଚାଲିଯାଇଛନ୍ତି । ଆମେ କହୁଛୁ ଏହି ଲକ୍ଷ୍ମୀ-ନାରାୟଣଙ୍କୁ ପଚାରିଲେ ଏମାନେ ମଧ୍ୟ ନେତି-ନେତି କହିବେ । କିନ୍ତୁ ଏମାନଙ୍କୁ ପଚରାଯାଇ ପାରିବ ନାହିଁ । ଏମାନଙ୍କୁ ପଚାରିବ କିଏ ? ଗୁରୁମାନଙ୍କୁ ହିଁ ପଚରାଯାଏ । ତୁମେ ସେମାନଙ୍କୁ ଏହି ପ୍ରଶ୍ନ ପଚାରିପାରିବ । ତୁମେ ଲୋକମାନଙ୍କୁ ବୁଝାଇବା ପାଇଁ କେତେ କଷ୍ଟ କରୁଛ । ଗଳା ମଧ୍ୟ ଖରାପ ହୋଇଯାଉଛି । ବାବା ତ ସେହି ପିଲାମାନଙ୍କୁ ବୁଝାଇବେ ଯେଉଁମାନେ କଳ୍ପ ପୂର୍ବରୁ ବୁଝିଥିଲେ । ବାକି ଅନ୍ୟମାନଙ୍କୁ ଫାଲତୁରେ କଣ ବୁଝାଇବେ କି! ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
 

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜର ସେବାର କର୍ତ୍ତବ୍ୟ ସମ୍ପାଦନ କରି ନିଜର ଶ୍ରେଷ୍ଠ ସ୍ଥିତିରେ ରହିବାର ଅଛି । କୌଣସି ବ୍ୟର୍ଥ କଥା ନିଜେ ଶୁଣିବାର ନାହିଁ କି ଅନ୍ୟମାନଙ୍କୁ ଶୁଣାଇବାର ନାହିଁ । ଏକମାତ୍ର ବାବାଙ୍କର ମହାବାକ୍ୟକୁ ହିଁ ସ୍ମୃତିରେ ରଖିବାର ଅଛି, କେବେ ବି ଭୁଲିବାର ନାହିଁ ।

(୨) ସଦାସର୍ବଦା ଖୁସିରେ ରହିବାକୁ ହେଲେ ରଚୟିତା ଏବଂ ରଚନାର ଜ୍ଞାନ ବୁଦ୍ଧିରେ ଘୂରୁଥାଉ ଅର୍ଥାତ୍ ସେହି କଥାର ହିଁ ସ୍ମରଣ ଚାଲୁଥାଉ । କୌଣସି କଥାରେ ବ୍ୟର୍ଥ ସଂକଳ୍ପ ନ ଚାଲୁ, ସେଥିପାଇଁ ଡ୍ରାମାକୁ ଭଲ ଭାବରେ ବୁଝି ଅଭିନୟ କରିବାକୁ ହେବ ।


ବରଦାନ:-
ଦାତାଙ୍କର ଦାନକୁ ସ୍ମୃତିରେ ରଖି ସମସ୍ତ ମୋହରୁ ମୁକ୍ତ ରହୁଥିବା ଆକର୍ଷଣ ମୁକ୍ତ ଆତ୍ମା ହୁଅ ।

କେତେକ ପିଲା କହିଥାନ୍ତି ଯେ ଏହାଙ୍କ ସହିତ ମୋର କୌଣସି ମୋହ ନାହିଁ କିନ୍ତୁ ଏହାଙ୍କର ଏହି ଗୁଣଟି ବହୁତ ଭଲ ବା ଏହାଙ୍କ ଭିତରେ ସେବା କରିବାର ବିଶେଷତା ବହୁତ ରହିଛି । କିନ୍ତୁ କୌଣସି ବ୍ୟକ୍ତି ବା ବୈଭବ ଅର୍ଥାତ୍ ଧନ-ସମ୍ପତ୍ତି ପ୍ରତି ବାରମ୍ବାର ସଂକଳ୍ପ ଯିବା ମଧ୍ୟ ଆକର୍ଷଣ ଅଟେ । କାହାର ବି ବିଶେଷତାକୁ ଦେଖି, ଗୁଣକୁ ବା ସେବାକୁ ଦେଖି ଦାତାଙ୍କୁ ଭୁଲିଯାଅ ନାହିଁ । ଏସବୁ ହେଲା ଦାତାଙ୍କର ଦାନ ଏହି ସ୍ମୃତି ମୋହଠାରୁ ମୁକ୍ତ, ଆକର୍ଷଣ ମୁକ୍ତ, କରିଦେବ । କାହା ଉପରେ ମଧ୍ୟ ପ୍ରଭାବିତ ହେବ ନାହିଁ ।

ସ୍ଲୋଗାନ:-
ଏଭଳି ଆତ୍ମିକ ସମାଜସେବୀ ହୁଅ ଯାହାକି ଏଣେତେଣେ ଘୂରୁଥିବା ଆତ୍ମାମାନଙ୍କୁ ଲକ୍ଷ ସ୍ଥଳରେ ପହଞ୍ଚାଇ ଦିଅ ବା ଭଗବାନଙ୍କ ସହିତ ମିଶାଇ ଦିଅ ।