03.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଯିଏ ସମସ୍ତଙ୍କର ସଦ୍ଗତିଦାତା, ଜୀବନମୁକ୍ତି ଦାତା ଅଟନ୍ତି, ସେ ତୁମମାନଙ୍କର ପିତା ଏବଂ ତୁମେମାନେ ତାଙ୍କର ସନ୍ତାନ, ତେଣୁ ତୁମ ଭିତରେ କେତେ ନିଶା ରହିବା ଉଚିତ୍ ।

ପ୍ରଶ୍ନ:-
କେଉଁ ସନ୍ତାନମାନଙ୍କ ବୁଦ୍ଧିରେ ବାବାଙ୍କର ସ୍ମୃତି ନିରନ୍ତର ସ୍ଥାୟୀ ହୋଇ ରହିପାରିବ ନାହିଁ ?

ଉତ୍ତର:-
ଯାହାଙ୍କ ଭିତରେ ସମ୍ପୂର୍ଣ୍ଣ ନିଶ୍ଚୟ ନାହିଁ ସେମାନଙ୍କ ବୁଦ୍ଧିରେ ବାବାଙ୍କର ସ୍ମୃତି ସ୍ଥାୟୀ ଭାବରେ ରହିପାରିବ ନାହିଁ । ଆମକୁ କିଏ ରାଜଯୋଗ ଶିଖାଉଛନ୍ତି, ଏକଥା ଜାଣିନାହାନ୍ତି ତେଣୁ ଯୋଗ କାହାକୁ କରିବେ । ଯେଉଁମାନେ ଯଥାର୍ଥ ରୂପରେ ବାବାଙ୍କୁ ଜାଣି ମନେ ପକାଉଛନ୍ତି ସେହିମାନଙ୍କର ହିଁ ବିକର୍ମ ବିନାଶ ହେଉଛି, ବର୍ତ୍ତମାନ ବାବା ନିଜେ ଆସି ନିଜର ଏବଂ ନିଜ ଘରର ଯଥାର୍ଥ ପରିଚୟ ଦେଉଛନ୍ତି ।

ଓମ୍ ଶାନ୍ତି ।
ଓମ୍ ଶାନ୍ତିର ଅର୍ଥ ସର୍ବଦା ପିଲାମାନଙ୍କର ମନେ ରହୁଥିବ । ଆମେ ଆତ୍ମା; ଆମର ଘର ନିର୍ବାଣଧାମ ଅଥବା ବ୍ରହ୍ମଲୋକ । ବାକି ଭକ୍ତିମାର୍ଗରେ ମନୁଷ୍ୟମାନେ ଯାହାକିଛି ବି ପୁରୁଷାର୍ଥ କରୁଛନ୍ତି, ଜାଣି ନାହାଁନ୍ତି ସେମାନେ କୁଆଡେ ଯିବେ । ସୁଖ ଏବଂ ଦୁଃଖ କେଉଁଥିରେ ଅଛି, କିଛି ହେଲେ ଜଣାନାହିଁ । ଯଜ୍ଞ, ତପ, ଦାନ, ପୁଣ୍ୟ, ତୀର୍ଥ ଆଦି କରି ସିଡି ତଳକୁ ଓହ୍ଲାଇ ଆସିଛନ୍ତି । ଏବେ ତୁମମାନଙ୍କୁ ଜ୍ଞାନ ମିଳୁଛି ତେଣୁ ଭକ୍ତି କରିବା ବନ୍ଦ ହୋଇଯାଉଛି । ଘଣ୍ଟା ଝାଞ୍ଜ ମୃଦଙ୍ଗ ଆଦି ସବୁର ବାତାବରଣ ମଧ୍ୟ ବନ୍ଦ । ନୂଆ ଏବଂ ପୁରୁଣା ଦୁନିଆ ଭିତରେ ଫରକ ରହିଛି ନା । ନୂଆ ଦୁନିଆକୁ ପବିତ୍ର ଦୁନିଆ କୁହାଯିବ । ତୁମମାନଙ୍କ ବୁଦ୍ଧିରେ ବର୍ତ୍ତମାନ ଅଛି, ସୁଖଧାମକୁ ସ୍ୱର୍ଗ, ଦୁଃଖଧାମକୁ ନର୍କ କୁହାଯାଉଛି । ମନୁଷ୍ୟ ଶାନ୍ତି ଚାହୁଁଛନ୍ତି, କିନ୍ତୁ ସେଠାକୁ କେହି ହେଲେ ଯାଇପାରିବେ ନାହିଁ । ବାବା କହୁଛନ୍ତି ମୁଁ ଯେପର୍ଯ୍ୟନ୍ତ ଭାରତକୁ ନ ଆସିଛି ସେପର୍ଯ୍ୟନ୍ତ ତୁମେମାନେ ସେଠାକୁ ଯାଇପାରିବ ନାହିଁ । ଭାରତରେ ହିଁ ଶିବଜୟନ୍ତୀର ଗାୟନ କରାଯାଇଛି । ତେବେ ନିରାକାର ନିଶ୍ଚିତ ସାକାର ଶରୀରରେ ଆସିବେ ନା! ଶରୀର ବିନା ଆତ୍ମା କଣ କିଛି କରିପାରିବ ? ଶରୀର ବିନା ଆତ୍ମା କେବଳ ଏଣେତେଣେ ଘୁରିବୁଲିଥାଏ । କେବେ କେବେ ଅନ୍ୟ ଶରୀରରେ ମଧ୍ୟ ପ୍ରବେଶ କରିଯାଏ । କେହି କେହି ଆତ୍ମା ଭଲ, କେହି ଚଞ୍ଚଳ ହୋଇଥାନ୍ତି, ଏକଦମ୍ ହାଏ ହାଏ କରିଥାନ୍ତି । ତେବେ ଆତ୍ମାକୁ ନିଶ୍ଚିତ ଶରୀର ଦରକାର । ସେହିପରି ପରମପିତା ପରମାତ୍ମା ମଧ୍ୟ ଯଦି ଶରୀର ଧାରଣ ନ କରିବେ ତେବେ ଭାରତକୁ ଆସି କଣ କରିବେ ? ଭାରତ ହିଁ ଅବିନାଶୀ ଖଣ୍ଡ ଅଟେ । ସତ୍ୟଯୁଗରେ ଏକମାତ୍ର ଭାରତ ଖଣ୍ଡ ହିଁ ରହିବ । ଆଉ ସବୁ ଖଣ୍ଡ ବିନାଶ ହୋଇଯିବ । ଗାୟନ ମଧ୍ୟ କରୁଛନ୍ତି ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା, ଏମାନେ ପୁଣି ଆଦି ସନାତନ ହିନ୍ଦୁ ଧର୍ମ କହି ଦେଉଛନ୍ତି, ବାସ୍ତବରେ ଆରମ୍ଭରେ କେହି ହିନ୍ଦୁ ନଥିଲେ, ସେତେବେଳେ ଦେବୀ ଦେବତାମାନେ ଥିଲେ । ୟୁରୋପବାସୀ ନିଜକୁ ଖ୍ରୀଷ୍ଟିୟାନ କହିଥାନ୍ତି । ସେମାନେ ୟୁରୋପିଅନ୍ ଧର୍ମ ବୋଲି କେବେ କହିବେ ନାହିଁ । ଏହି ହିନ୍ଦୁସ୍ଥାନର ବାସୀନ୍ଦା ନିଜ ଧର୍ମକୁ ହିନ୍ଦୁ ଧର୍ମ କହିଦେଉଛନ୍ତି । ଯେଉଁମାନେ ଦୈବୀ ଧର୍ମରେ ଶ୍ରେଷ୍ଠ ଥିଲେ, ସେହିମାନେ ହିଁ ୮୪ ଜନ୍ମରେ ଆସି ଧର୍ମ ଭ୍ରଷ୍ଟ ହୋଇଯାଇଛନ୍ତି । ଯେଉଁମାନେ ଦେବତା ଧର୍ମର ହୋଇ ଥିବେ ସେହିମାନେ ହିଁ ଏଠାକୁ ଆସିବେ । ଯଦି ନିଶ୍ଚୟ ନାହିଁ ତେବେ ବୁଝିଯାଅ ଯେ ସିଏ ଏହି ଧର୍ମର ନୁହେଁ । ଯଦିଓ ଏଠାରେ ବସିଯିବେ କିନ୍ତୁ କିଛି ବୁଝିପାରିବେ ନାହିଁ । ନଚେତ୍ ସେଠାରେ କୌଣସି ପ୍ରଜା ପଦ ଅଥବା ତାଠାରୁ କମ ପଦଧାରୀ ହୋଇଥିବେ । ସୁଖ-ଶାନ୍ତି ତ ସମସ୍ତେ ଚାହୁଁଛନ୍ତି । ତାହା ତ କେବଳ ସତ୍ୟଯୁଗରେ ହିଁ ହେବ । କିନ୍ତୁ ସେଠାକୁ ସମସ୍ତେ ଯାଇପାରିବେ ନାହିଁ । ଅନ୍ୟ ସବୁ ଧର୍ମର ଆତ୍ମାମାନେ ନିଜ ନିଜର ସମୟ ଅନୁସାରେ ଆସୁଛନ୍ତି । ଅନେକ ଧର୍ମ ରହିଛି, ସୃଷ୍ଟି ରୂପି ବୃକ୍ଷର ବୃଦ୍ଧି ହୋଇ ଚାଲିଛି । ମୂଳ ଧର୍ମ ହେଲା ଦେବୀ-ଦେବତା ଧର୍ମ । ପୁଣି ୩ଟି ଟିୟୁବ ଅର୍ଥାତ୍ ଶାଖା ଅଛି । ସ୍ୱର୍ଗରେ ଏମାନେ ରହିବେ ନାହିଁ । ଦ୍ୱାପରର ଆରମ୍ଭରୁ ନୂଆ ଧର୍ମ ସବୁ ବାହାରିଥାଏ, ଏହାକୁ ଭେରାଇଟୀ ହ୍ୟୁମନ୍ ଟ୍ରି କୁହାଯାଉଛି । ବିରାଟ ରୂପ ଅଲଗା, ଏହା ଭେରାଇଟୀ ଧର୍ମର ବୃକ୍ଷ । ଏଠାରେ ଭିନ୍ନ ଭିନ୍ନ ପ୍ରକାରର ମନୁଷ୍ୟମାନେ ରହିଛନ୍ତି । ତୁମେମାନେ ଜାଣୁଛ କେତୋଟି ଧର୍ମ ରହିଛି । ସତ୍ୟଯୁଗ ଆରମ୍ଭରେ ଗୋଟିଏ ଧର୍ମ ଥିଲା, ଦୁନିଆ ନୂଆ ଥିଲା । ବିଦେଶୀମାନେ ମଧ୍ୟ ଜାଣିଛନ୍ତି ଭାରତ ହିଁ ପ୍ରାଚୀନ ସ୍ୱର୍ଗ ଥିଲା, ଭାରତ ବହୁତ ସାହୁକାର ଥିଲା । ସେଥିପାଇଁ ଭାରତକୁ ବହୁତ ମାନ ମିଳୁଛି । କେହି କେହି ସାହୁକାର, ଗରିବମାନଙ୍କ ଉପରେ ଦୟା କରିଥାନ୍ତି । ବିଚରା ଭାରତ କଣ ହୋଇଗଲାଣି! ଏହା ମଧ୍ୟ ଡ୍ରାମାର ପାର୍ଟ ରହିଛି । କୁହାଯାଏ ସବୁଠାରୁ ଅଧିକ ଦୟାଶୀଳ ହେଉଛନ୍ତି ଈଶ୍ୱର ଏବଂ ସେ ଭାରତକୁ ହିଁ ଆସୁଛନ୍ତି । ଗରୀବ ଉପରେ ନିଶ୍ଚୟ ସାହୁକାର ହିଁ ଦୟା କରିବେ ନା । ବାବା ହେଉଛନ୍ତି ବେହଦର ସାହୁକାର, ଯିଏକି ଉଚ୍ଚରୁ ଉଚ୍ଚ କରୁଛନ୍ତି । ତୁମେମାନେ ଏବେ କାହାର ସନ୍ତାନ ହୋଇଛ ସେହି ନିଶା ରହିବା ଉଚିତ୍ । ଗର୍ବ ଅନୁଭବ କରିବା ଉଚିତ୍ । ପରମପିତା ପରମାତ୍ମା ଶିବଙ୍କର ଆମେ ସନ୍ତାନ, ଯାହାଙ୍କୁ ମୁକ୍ତି-ଜୀବନମୁକ୍ତି ଦାତା, ସଦ୍ଗତି ଦାତା କହୁଛନ୍ତି । ପ୍ରଥମେ ଜୀବନମୁକ୍ତି ସତ୍ୟଯୁଗରେ ହେବ । ଏଠାରେ ଜୀବନ ବନ୍ଧନ ହୋଇଯାଇଛି । ଭକ୍ତିମାର୍ଗରେ ସମସ୍ତେ ଡାକୁଛନ୍ତି ବାବା ବନ୍ଧନରୁ ମୁକ୍ତ କର । ଏବେ ତୁମେମାନେ ଡାକିପାରିବ ନାହିଁ ।

ତୁମେମାନେ ଜାଣିଛ ଜ୍ଞାନର ସାଗର ବାବା ହିଁ, ବିଶ୍ୱର ଇତିହାସ-ଭୂଗୋଳର ସାରାଂଶକୁ ବୁଝାଉଛନ୍ତି । ସିଏ ଜ୍ଞାନର ଭଣ୍ଡାର ଅଟନ୍ତି । ଇଏ ତ ନିଜେ କହୁଛନ୍ତି ଯେ ମୁଁ ଭଗବାନ ନୁହେଁ । ତୁମମାନଙ୍କୁ ଦେହରୁ ଅଲଗା ଦେହୀ-ଅଭିମାନୀ ହେବାକୁ ପଡିବ । ସାରା ଦୁନିଆ ସହିତ ନିଜର ଶରୀରକୁ ମଧ୍ୟ ଭୁଲିବାକୁ ପଡିବ । ଇଏ (ବ୍ରହ୍ମା) ଭଗବାନ ନୁହେଁ । ଏହାଙ୍କୁ ବାପଦାଦା କୁହାଯାଉଛି । ବାବା ହେଉଛନ୍ତି ଉଚ୍ଚରୁ ଉଚ୍ଚ । ଏହା ହେଉଛି ପତିତ ପୁରୁଣା ଶରୀର । ଜଣଙ୍କର ହିଁ ମହିମା ହେଉଛି । ତାଙ୍କ ସହିତ ଯୋଗ ଲଗାଇଲେ ହିଁ ଆତ୍ମା ପବିତ୍ର ହେବ । ନଚେତ୍ କେବେ ପବିତ୍ର ହୋଇପାରିବ ନାହିଁ ଏବଂ ପରେ ହିସାବ-କିତାବ ଚୁକ୍ତ କରି ଦଣ୍ଡ ଭୋଗ କରି ଘରକୁ ଚାଲିଯିବ । ଭକ୍ତିମାର୍ଗରେ ହମ ସୋ, ସୋ ହମ୍ର ଅର୍ଥ ଶୁଣିଆସିଛ । ଆମେ ଆତ୍ମା ହିଁ ପରମପିତା ପରମାତ୍ମା, ସୋ ହମ୍ ଆତ୍ମା ଏହି ମିଛ ମନ୍ତ୍ର ପରମାତ୍ମାଙ୍କଠାରୁ ବିମୁଖ କରାଇଛି । ବାବା କହୁଛନ୍ତି ସନ୍ତାନମାନେ, ପରମାତ୍ମା ହିଁ ଆତ୍ମା ଏପରି କହିବା, ବିଲ୍କୁଲ୍ ଭୁଲ୍ । ଏବେ ତୁମମାନଙ୍କୁ ବର୍ଣ୍ଣର ରହସ୍ୟ ମଧ୍ୟ ବୁଝାଯାଉଛି । ଆମେ ଏବେ ବ୍ରାହ୍ମଣ ହୋଇଛୁ ପୁଣି ଦେବତା ହେବା ପାଇଁ ପୁରୁଷାର୍ଥ କରୁଛୁ । ପୁଣି ଆମେ ଦେବତା ହୋଇ କ୍ଷତ୍ରିୟ ବର୍ଣ୍ଣକୁ ଆସିବୁ । ଏକଥା ଆଉ କାହାକୁ ଜଣା ନାହିଁ ଆମେ କିପରି ୮୪ ଜନ୍ମ ନେଉଛୁ । କେଉଁ କୂଳରେ ଜନ୍ମ ନେଉଛୁ ? ତୁମେମାନେ ଏବେ ବୁଝୁଛ ଯେ ଆମେ ବ୍ରାହ୍ମଣ, ବାବା ତ ବ୍ରାହ୍ମଣ ହୁଅନ୍ତି ନାହିଁ । ତୁମେମାନେ ହିଁ ଏହି ବର୍ଣ୍ଣରେ ଆସୁଛ । ଏବେ ବ୍ରାହ୍ମଣ ଧର୍ମରେ ଆମକୁ ଗ୍ରହଣ କରିଛନ୍ତି । ଶିବବାବାଙ୍କ ଦ୍ୱାରା ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହୋଇଛ । ଏକଥା ମଧ୍ୟ ଜାଣିଛ, ନିରାକାରୀ ଆତ୍ମାମାନେ ଅସଲି ଈଶ୍ୱରୀୟ କୂଳର ଅଟନ୍ତି । ଯେଉଁମାନେ କି ନିରାକାରୀ ଦୁନିଆରେ ରହୁଛନ୍ତି । ପୁଣି ସାକାରୀ ଦୁନିଆକୁ ଆସୁଛନ୍ତି । ପାର୍ଟ କରିବା ପାଇଁ ଏଠାକୁ ଆସିବାକୁ ପଡୁଛି । ସେଠାରୁ ଆସି ତୁମେ ଦେବତା କୂଳରେ ୮ ଜନ୍ମ ନେଉଛ, ପୁଣି ଆମେ କ୍ଷତ୍ରିୟ, ବୈଶ୍ୟ କୂଳକୁ ଆସୁଛୁ । ବାବା ବୁଝାଉଛନ୍ତି ତୁମେମାନେ ଏତେ ଜନ୍ମ ଦୈବୀକୂଳ ଏବଂ ଏତେ ଜନ୍ମ କ୍ଷତ୍ରିୟ କୂଳରେ ଜନ୍ମ ନେଉଛ । ଏହା ୮୪ ଜନ୍ମର ଚକ୍ର ଅଟେ । ତୁମମାନଙ୍କ ବ୍ୟତୀତ ଏହି ଜ୍ଞାନ ଆଉ କାହାକୁ ମିଳିପାରିବ ନାହିଁ । ଯିଏ ଏହି ଧର୍ମର ହୋଇଥିବେ ସିଏ ଏଠାକୁ ଆସିବେ । ରାଜଧାନୀ ସ୍ଥାପନ ହେଉଛି । କେହି ରାଜା-ରାଣୀ କେହି ପ୍ରଜା ହେବେ, ସୂର୍ଯ୍ୟବଂଶୀ ଲକ୍ଷ୍ମୀ-ନାରାୟଣ ଦି ଫାଷ୍ଟ, ସେକେଣ୍ଡ, ଥାର୍ଡ ଏହିପରି ରାଜଗଦି ଚାଲିଥାଏ । ଏହିପରି କଥା ବାବା ବୁଝାଉଛନ୍ତି । ଜ୍ଞାନର ସାଗର ଶିବବାବା ଏଠାକୁ ଆସୁଛନ୍ତି ତେଣୁ ଭକ୍ତି ସମାପ୍ତ ହୋଇଯାଉଛି । ରାତି ଶେଷ ହୋଇ ଦିନ ହେଉଛି । ସେଠାରେ କୌଣସି ପ୍ରକାରର ଧୋକା ହେବ ନାହିଁ । କେବଳ ଆରାମ ହିଁ ଆରାମ ରହିଛି । କୌଣସି ହଙ୍ଗାମା ନାହିଁ । ଏହିପରି ମଧ୍ୟ ଡ୍ରାମା କରାଯାଇଛି । ଭକ୍ତିମାର୍ଗରେ ହିଁ ବାବା ଆସୁଛନ୍ତି । ଏବେ ସମସ୍ତଙ୍କୁ ନିଶ୍ଚୟ ଘରକୁ ଯିବାକୁ ହେବ, ପୁଣି କ୍ରମଅନୁସାରେ ଏହି ସୃଷ୍ଟିକୁ ଓହ୍ଲାଇଥାନ୍ତି । ଖ୍ରୀଷ୍ଟ ଆସିଲେ ପୁଣି ତାଙ୍କର ଧର୍ମାବଲମ୍ବୀମାନେ ମଧ୍ୟ ଆସିବେ । ଏବେ ଦେଖ କେତେ ଖ୍ରୀଷ୍ଟିୟାନ୍ ଅଛନ୍ତି । ଯୀଶୁ ହେଲେ ଖ୍ରୀଷ୍ଟଧର୍ମର ବୀଜ । ଏହି ଦେବୀ-ବେଦତା ଧର୍ମର ବୀଜ ହେଲେ ପରମପିତା ପରମାତ୍ମା ଶିବ । ଯିଏକି ସେହି ଧର୍ମର ସ୍ଥାପନା କରୁଛନ୍ତି । ତୁମମାନଙ୍କୁ ବ୍ରାହ୍ମଣ ଧର୍ମରେ କିଏ ଆଣିଲେ ? ବାବା ପୋଷ୍ୟ କରୁଛନ୍ତି ତାଙ୍କଠାରୁ ଛୋଟ ବ୍ରାହ୍ମଣ ଧର୍ମ ସୃଷ୍ଟି ହେଉଛି । ବ୍ରାହ୍ମଣମାନଙ୍କ ଚୁଟୀର ଗାୟନ ରହିଛି । ଏହା ହେଉଛି ଚୁଟୀର ଲକ୍ଷଣ ପୁଣି ତଳକୁ ଆସିଲେ ଶାରୀରର ବୃଦ୍ଧି ହୋଇଥାଏ । ଏସବୁ କଥା ବାବା ବସି ବୁଝାଉଛନ୍ତି । ଯେଉଁ ବାବା କଲ୍ୟାଣକାରୀ ଅଟନ୍ତି ସେ ହିଁ ଏଠାକୁ ଆସି ଭାରତର କଲ୍ୟାଣ କରୁଛନ୍ତି । ସବୁଠାରୁ ଅଧିକ କଲ୍ୟାଣ ତୁମମାନଙ୍କର ହିଁ କରୁଛନ୍ତି । ତୁମେମାନେ କଣ ଥିଲ ପୁଣି କଣ ହେଉଛ । ତୁମେମାନେ ଅମରଲୋକର ମାଲିକ ହୋଇଯାଉଛ । ଏବେ ତୁମେ କାମ ଉପରେ ବିଜୟ ପ୍ରାପ୍ତ କରୁଛ । ସେଠାରେ ଅକାଳମୃତ୍ୟୁ ହୁଏ ନାହିଁ । ମୃତ୍ୟୁର ନାମ ହିଁ ରହିବ ନାହିଁ । ବାକି ଶରୀର ବଦଳାଇବେ ନା । ଯେପରି ସର୍ପ ପୁରୁଣା କାତି ଛାଡି ଆଉ ଗୋଟିଏ ନେଇଥାଏ । ଏଠାରେ ମଧ୍ୟ ତୁମେମାନେ ଏହି ପୁରୁଣା ଶରୀର ଛାଡି ନୂଆ ଦୁନିଆରେ ନୂଆ ଶରୀର ନେବ । ସତ୍ୟଯୁଗକୁ ଗାର୍ଡନ ଅଫ୍ ଫ୍ଲାୱାରସ୍ କୁହାଯାଉଛି । ସେଠାରେ କେହି କୁବଚନ କହିବେ ନାହିଁ । ଏଠାରେ କୁସଙ୍ଗ ହିଁ ମିଳୁଛି । ମାୟାର ସଙ୍ଗ ଅଟେ ନା । ସେଥିପାଇଁ ଏହାର ନାମ ହେଉଛି ରୌରବ ନର୍କ । ଘରବାଡି ପୁରୁଣା ହେଲେ ମ୍ୟୁନ୍ସିପାଲଟି ଲୋକେ ପୂର୍ବରୁ ହିଁ ଖାଲି କରାଇ ଦେଇଥାନ୍ତି । ବାବା ମଧ୍ୟ କହୁଛନ୍ତି ଦୁନିଆ ପୁରୁଣା ହେଲେ ମୁଁ ଆସୁଛି ।

ଜ୍ଞାନ ଦ୍ୱାରା ସଦ୍ଗତି ହୋଇ ଥାଏ । ଏଠାରେ ରାଜଯୋଗର ଶିକ୍ଷା ଦିଆଯାଉଛି । ଭକ୍ତିରେ କିଛି ହେଲେ ନାହିଁ । ହଁ ଭକ୍ତିରେ ଦାନ-ପୁଣ୍ୟ କରିଥାନ୍ତି ଯାହା ଦ୍ୱାରା ଅଳ୍ପ କାଳର ସୁଖ ମଧ୍ୟ ମିଳିଥାଏ । ରାଜାମାନଙ୍କୁ ମଧ୍ୟ ସନ୍ନ୍ୟାସୀମାନେ ବୈରାଗ୍ୟ କରାଇଥାନ୍ତି, କିନ୍ତୁ ତାହା ତ କାକ ବିଷ୍ଠା ସମାନ ସୁଖ ଅଟେ । ଏବେ ତୁମମାନଙ୍କୁ ବେହଦର ବୈରାଗ୍ୟ ଶିଖାଯାଉଛି । ଏହା ପୁରୁଣା ଦୁନିଆ, ଏବେ ସୁଖଧାମକୁ ମନେ ପକାଅ । ପୁଣି ଶାନ୍ତିଧାମକୁ ଯାଇ ଏଠାକୁ ଆସିବାକୁ ହେବ । ଦିଲ୍ୱାଡା ମନ୍ଦିରରେ ତୁମର ବର୍ତ୍ତମାନ ସମୟର ସ୍ମୃତି ଚିହ୍ନ ଅବିକଳ ରହିଛି । ତଳେ ତପସ୍ୟାରେ ବସିଛନ୍ତି, ଉପରେ ସ୍ୱର୍ଗର ସ୍ମାରକୀ ଅଛି । ନଚେତ୍ ସ୍ୱର୍ଗ କେଉଁଠାରେ ଦେଖାଇବେ । ମନୁଷ୍ୟ ମୃତ୍ୟୁବରଣ କରିଲେ କହିଥାନ୍ତି ସ୍ୱର୍ଗକୁ ଗଲା । ତେଣୁ ସମସ୍ତେ ଭାବୁଛନ୍ତି ସ୍ୱର୍ଗ ଉପରେ ଅଛି କିନ୍ତୁ ଉପରେ କିଛି ହେଲେ ନାହିଁ । ଭାରତ ହିଁ ସ୍ୱର୍ଗ ଏବଂ ନର୍କ ହେଉଛି । ଯାହାର ସଂପୂର୍ଣ୍ଣ ସ୍ମୃତି ଚିହ୍ନ ଏହି ମନ୍ଦିର ଅଟେ । ଏହି ମନ୍ଦିର ସବୁ ପରେ ନିର୍ମାଣ ହେଉଛି । ସ୍ୱର୍ଗରେ କେହି ବି ଭକ୍ତି କରିବେ ନାହିଁ । ସେଠାରେ କେବଳ ସୁଖ ହିଁ ସୁଖ ରହିଛି । ବାବା ଆସି ସବୁ ରହସ୍ୟକୁ ବୁଝାଉଛନ୍ତି । ଆଉ ସବୁ ଆତ୍ମାମାନଙ୍କର ନାମ ବଦଳୁଛି, ଶିବଙ୍କର ନାମ ବଦଳୁନାହିଁ । କାରଣ ତାଙ୍କର ନିଜର ଶରୀର ନାହିଁ । ତେବେ ଶରୀର ବିନା ପାଠ କିପରି ପଢାଇବେ! ବାସ୍ତବରେ ପ୍ରେରଣାର କୌଣସି କଥା ହିଁ ନାହିଁ । ପ୍ରେରଣା ଅର୍ଥ ବିଚାର । ଏପରି ନୁହେଁ, ଉପରୁ ପ୍ରେରଣା କରିବେ ଏବଂ ପହଞ୍ଚିଯିବେ, ଏଥିରେ ପ୍ରେରଣାର କୌଣସି କଥା ନାହିଁ । ଯେଉଁ ସନ୍ତାନମାନଙ୍କ ପାଖରେ ବାବାଙ୍କର ପୂରା ପରିଚୟ ନାହିଁ, ପୂରା ନିଶ୍ଚୟ ନାହିଁ ସେମାନଙ୍କର ବୁଦ୍ଧିରେ ବାବାଙ୍କର ସ୍ମୃତି ମଧ୍ୟ ରହିବ ନାହିଁ । ଆମକୁ ଶିକ୍ଷା କିଏ ଦେଉଛନ୍ତି, ଏକଥା ଯଦି ନ ଜାଣିବେ ତେବେ ସ୍ମରଣ କାହାକୁ କରିବେ ? ବାବାଙ୍କୁ ସ୍ମରଣ କରିଲେ ହିଁ ତୁମମାନଙ୍କର ବିକର୍ମ ବିନାଶ ହେବ । ଯିଏ ଜନ୍ମ-ଜନ୍ମାନ୍ତର ଶିବଲିଙ୍ଗକୁ ମନେ ପକାଇ ଆସିଛନ୍ତି, ଭାବୁଛନ୍ତି ଇଏ ପରମାତ୍ମା, ଏହା ତାଙ୍କର ଚିହ୍ନ ଅଟେ, ସେ ହେଲେ ନିରାକାର, ସାକାର ନୁହଁନ୍ତି । ବାବା କହୁଛନ୍ତି ମୋତେ ମଧ୍ୟ ପ୍ରକୃତିର ଆଧାର ନେବାକୁ ପଡୁଛି ନଚେତ୍ ତୁମମାନଙ୍କୁ ସୃଷ୍ଟିଚକ୍ରର ରହସ୍ୟକୁ କିପରି ବୁଝାଇବି । ଏହା ହେଉଛି ଆତ୍ମିକ ଜ୍ଞାନ । ଆତ୍ମାମାନଙ୍କୁ ହିଁ ଏହି ଜ୍ଞାନ ମିଳୁଛି ଏବଂ ଏହି ଜ୍ଞାନ ମଧ୍ୟ ଏକମାତ୍ର ବାବା ହିଁ ଦେଇପାରିବେ । ପୁନର୍ଜନ୍ମ ତ ନେବାକୁ ହିଁ ପଡିବ । ସମସ୍ତ ଅଭିନେତାମାନଙ୍କୁ ପାର୍ଟ ମିଳିଛି । ନିର୍ବାଣକୁ କେହି ହେଲେ ଯାଇପାରିବେ ନାହିଁ । ମୋକ୍ଷ କେହି ବି ପାଇପାରିବେ ନାହିଁ । ଯିଏ ନମ୍ବରୱାନ୍ ବିଶ୍ୱର ମାଲିକ ସିଏ ମଧ୍ୟ ୮୪ ଜନ୍ମର ଚକ୍ରରେ ଆସୁଛନ୍ତି । ସମସ୍ତଙ୍କୁ ଚକ୍ର ନିଶ୍ଚିତ ଲଗାଇବାକୁ ହେବ । ମନୁଷ୍ୟମାନେ ଭାବୁଛନ୍ତି ମୋକ୍ଷ ନିଶ୍ଚିତ ମିଳିଥାଏ, କେତେ ମତ-ମତାନ୍ତର ରହିଛି । ଏବେ ସଂଖ୍ୟା ବୃଦ୍ଧି ହୋଇ ଚାଲିଛି । ମଝିରେ ଘରକୁ କେହି ଯାଉ ନାହାଁନ୍ତି । କେବଳ ବାବା ହିଁ ୮୪ ଜନ୍ମର କାହାଣୀ କହୁଛନ୍ତି । ଏବେ ତୁମମାନଙ୍କୁ ପାଠପଢି ପୁଣି ଅନ୍ୟମାନଙ୍କୁ ମଧ୍ୟ ପଢାଇବାକୁ ହେବ । ଏହି ଜ୍ଞାନ ତୁମମାନଙ୍କ ବ୍ୟତୀତ କେହି ଦେଇପାରିବେ ନାହିଁ । ଶୂଦ୍ର କିମ୍ବା ଦେବତାମାନେ ମଧ୍ୟ ଦେଇ ପାରିବେ ନାହିଁ । ସତ୍ୟଯୁଗରେ କାହାର ଦୁର୍ଗତି ହେବ ନାହିଁ ଯାହା ପାଇଁ ଜ୍ଞାନ ଦରକାର ହେବ । ଏହି ଜ୍ଞାନ କେବଳ ସଦ୍ଗତି ପାଇଁ ଉଦ୍ଧିଷ୍ଟ । ସଦ୍ଗତିଦାତା ଲିବରେଟର୍ ଗାଇଡ୍ ଜଣେ ହିଁ ଅଟନ୍ତି । ଯୋଗର ଯାତ୍ରା ବିନା କେହି ପବିତ୍ର ହୋଇପାରିବେ ନାହିଁ । ଦଣ୍ଡ ନିଶ୍ଚିତ ଭୋଗ କରିବାକୁ ପଡିବ ପୁଣି ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ସମସ୍ତଙ୍କର ହିସାବ-କିତାବ ଚୁକ୍ତ ନିଶ୍ଚିତ ହେବ । ତୁମମାନଙ୍କୁ ତୁମରି କଥା ହିଁ ବୁଝାଉଛନ୍ତି ଅନ୍ୟ ଧର୍ମକୁ ଯିବାର କୌଣସି ଆବଶ୍ୟକତା ହିଁ ନାହିଁ । ଭାରତବାସୀମାନଙ୍କୁ ହିଁ ଏହି ଜ୍ଞାନ ମିଳୁଛି । ବାବା ଭାରତକୁ ଆସି ୩ଟି ଧର୍ମର ସ୍ଥାପନା କରୁଛନ୍ତି । ଏବେ ତୁମମାନଙ୍କୁ ଶୁଦ୍ର ଧର୍ମରୁ ପରିବର୍ତ୍ତନ କରି ଉଚ୍ଚ କୂଳକୁ ନେଇଯାଉଛନ୍ତି । ତାହା ହେଉଛି ନୀଚ ପତିତ କୂଳ, ଏବେ ସମସ୍ତଙ୍କୁ ପବିତ୍ର କରିବା ପାଇଁ ତୁମେ ବ୍ରାହ୍ମଣମାନେ ନିମିତ୍ତ ହୋଇଛ । ଏହାକୁ ରୁଦ୍ର ଜ୍ଞାନ ଯଜ୍ଞ କୁହାଯାଉଛି । ରୁଦ୍ର ଶିବବାବା ଏହି ଯଜ୍ଞ ରଚନା କରିଛନ୍ତି, ଏହି ବେହଦ ଯଜ୍ଞରେ ସାରା ପୁରୁଣା ଦୁନିଆର ଆହୁତି ପଡିବ । ପୁଣି ନୂଆ ଦୁନିଆର ସ୍ଥାପନା ହୋଇଯିବ ଏବଂ ଏହି ପୁରୁଣା ଦୁନିଆ ସମାପ୍ତ ହେବ । ତୁମେମାନେ ଏହି ଜ୍ଞାନ ନୂଆ ଦୁନିଆ ପାଇଁ ନେଉଛ । ଦେବତାମାନଙ୍କର ଛାଇ ମଧ୍ୟ ଏହି ପୁରୁଣା ଦୁନିଆରେ ପଡିନଥାଏ । ତୁମେମାନେ ଜାଣିଛ କଳ୍ପ ପୂର୍ବରୁ ଯେଉଁମାନେ ଆସିଥିଲେ ସେହିମାନେ ଆସି ଏହି ଜ୍ଞାନ ନେବେ । ପୁରୁଷାର୍ଥର କ୍ରମଅନୁସାରେ ପାଠ ପଢିବେ । ମନୁଷ୍ୟ ଏହିଠାରେ ହିଁ ଶାନ୍ତି ଚାହୁଁଛନ୍ତି । ଆତ୍ମା ଶାନ୍ତିଧାମର ବାସିନ୍ଦା ଅଟେ । ବାକି ଏଠାରେ କିପରି ଶାନ୍ତି ହୋଇପାରିବ । ବର୍ତ୍ତମାନ ଘରେ-ଘରେ ଅଶାନ୍ତି ରହିଛି । ଏହା ରାବଣ ରାଜ୍ୟ ଅଟେ ନା । ସତ୍ୟଯୁଗରେ ବିଲ୍କୁଲ୍ ଶାନ୍ତିର ରାଜ୍ୟ ହେବ । ଏକ ଧର୍ମ, ଏକ ଭାଷା ହେବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏହି ପୁରୁଣା ଦୁନିଆରୁ ବେହଦର ବୈରାଗୀ ହୋଇ ନିଜ ଦେହକୁ ମଧ୍ୟ ଭୁଲି ଶାନ୍ତିଧାମ ଏବଂ ସୁଖଧାମକୁ ସ୍ମରଣ କରିବାକୁ ହେବ । ନିଶ୍ଚୟ ବୁଦ୍ଧି ହୋଇ ଯୋଗର ଯାତ୍ରାରେ ରହିବାକୁ ହେବ ।

(୨) ହମ୍ ସୋ, ସୋ ହମ୍ର ମନ୍ତ୍ରକୁ ଯଥାର୍ଥ ଭାବରେ ବୁଝି ଏବେ ବ୍ରାହ୍ମଣରୁ ଦେବତା ହେବାର ପୁରୁଷାର୍ଥ କରିବାକୁ ହେବ । ସମସ୍ତଙ୍କୁ ଏହାର ଯଥାର୍ଥ ଅର୍ଥ ବୁଝାଇବାକୁ ପଡିବ ।

ବରଦାନ:-
ତିନି ପ୍ରକାରର ସେବାର ସନ୍ତୁଳନ ଦ୍ୱାରା ସର୍ବଗୁଣକୁ ଅନୁଭୂତି କରୁଥିବା ଗୁଣ ମୂରତ ହୁଅ ।

ଯେଉଁ ପିଲାମାନେ ସଂକଳ୍ପ, ବାଣୀ ଏବଂ ପ୍ରତ୍ୟେକ କର୍ମ ଦ୍ୱାରା ସେବାରେ ତତ୍ପର ରହିଥାନ୍ତି ସେହିମାନେ ହିଁ ସଫଳତା ମୂରତ ହୋଇ ଯାଆନ୍ତି । ତିନିଟିଯାକ ସେବାରେ ନମ୍ବର ମଧ୍ୟ ସମାନ ମିଳିଥାଏ, ତେଣୁ ସାରା ଦିନ ଭିତରେ ଯଦି ତିନିଟିଯାକ ସେବାରେ ସନ୍ତୁଳନ ରହିଥିବ ତେବେ ସମ୍ମାନର ସହିତ ପାସ୍ କରିପାରିବ ବା ଗୁଣମୂରତ ହୋଇପାରିବ । ସେମାନଙ୍କ ଦ୍ୱାରା ସବୁ ପ୍ରକାରର ଦିବ୍ୟଗୁଣର ସୌନ୍ଦର୍ଯ୍ୟ ସ୍ପଷ୍ଟ ଭାବରେ ଦେଖାଯାଇଥାଏ । ତେବେ ପରସ୍ପରକୁ ବାବାଙ୍କର ସର୍ବଗୁଣର ବା ନିଜ ଦ୍ୱାରା ଧାରଣା ହୋଇଥିବା ଗୁଣଗୁଡିକର ସହଯୋଗ ଦେବା ହିଁ ଗୁଣମୂରତ ହେବା କାରଣ ଗୁଣଦାନ ହିଁ ସବୁଠାରୁ ବଡ ଦାନ ।

ସ୍ଲୋଗାନ:-
ଯଦି ନିଶ୍ଚୟର ମୂଳଦୁଆ ମଜବୁତ ଅଛି ତେବେ ଶ୍ରେଷ୍ଠ ଜୀବନର ଅନୁଭବ ଆପେ ଆପେ ହେବାକୁ ଲାଗିବ ।