03.09.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଯୋଗ ଦ୍ୱାରା ସତ୍ତ୍ୱପ୍ରଧାନ ହେବା ସହିତ ପାଠପଢା ଦ୍ୱାରା ଧନ ରୋଜଗାର କରି ଜମା କରିବାକୁ ହେବ, ପାଠପଢା ସମୟରେ ବୁଦ୍ଧି ଇଆଡ଼େ ସିଆଡ଼େ ନ ଯାଉ ।

ପ୍ରଶ୍ନ:-
ତୁମେ ଡ଼ବଲ ଅହିଂସକ, ଅନନୋନ ବାରିୟର୍ସ ଅର୍ଥାତ୍ ଅପରିଚିତ ଦକ୍ଷ ସୈନିକ ମାନଙ୍କର କେଉଁ ବିଜୟ ସୁନିଶ୍ଚିତ ଅଟେ ଏବଂ କାହିଁକି ?

ଉତ୍ତର:-
ତୁମେମାନେ ମାୟା ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ଯେଉଁ ପୁରୁଷାର୍ଥ କରୁଛ, ତୁମର ଲକ୍ଷ୍ୟ ରହିଛି ଯେ ଆମେ ରାବଣଠାରୁ ନିଜର ରାଜ୍ୟ ନିଶ୍ଚିତ ନେବୁ....ଏହା ମଧ୍ୟ ଡ଼୍ରାମାର ନିୟମ ରୂପରେ ନିଧାର୍ଯ୍ୟ ଅଟେ । ତୁମର ବିଜୟ ସୁନିଶ୍ଚିତ, କାହିଁକିନା ତୁମ ସହିତ ସାକ୍ଷାତ୍ ପରମପିତା ପରମାତ୍ମା ଅଛନ୍ତି । ତୁମେ ଯୋଗବଳ ଦ୍ୱାରା ବିଜୟ ପ୍ରାପ୍ତ କରୁଛ । ମନମନାଭବର ମହାମନ୍ତ୍ର ଦ୍ୱାରା ତୁମକୁ ରାଜତ୍ତ୍ୱ ମିଳୁଛି । ତେଣୁ ତୁମେମାନେ ଅଧାକଳ୍ପ ପର୍ଯ୍ୟନ୍ତ ରାଜ୍ୟ କରିବ ।

ଗୀତ:-
ମୁଖଡ଼ା ଦେଖଲେ ପ୍ରାଣୀ...

ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ ସମ୍ମୁଖରେ ବସିଲାବେଳେ ବୁଝୁଛନ୍ତି ଯେ ବାସ୍ତବରେ ଆମର କୌଣସି ସାକାର ଶିକ୍ଷକ ନାହାଁନ୍ତି, ଆମକୁ ଜ୍ଞାନର ସାଗର ବାବା ପଢାଉଛନ୍ତି । ଏହା ତ ପକ୍କା ନିଶ୍ଚୟ ରହିଛି ଯେ ସେ ଆମର ପିତା ମଧ୍ୟ ଅଟନ୍ତି, ଯେବେ ପଢୁଛୁ ତେବେ ପାଠପଢା ପ୍ରତି ଧ୍ୟାନ ରହୁଛି । ଛାତ୍ର ସ୍କୁଲରେ ବସିଥିଲେ ଶିକ୍ଷକ ମଧ୍ୟ ହିଁ ମନେ ପଡ଼ିଥାନ୍ତି, ବାପା ମନେ ପଡିନଥାନ୍ତି କାହିଁକି ନା ସ୍କୁଲରେ ବସିଛନ୍ତି ନା । ତୁମେ ମଧ୍ୟ ଜାଣିଛ ଯେ ବାବା ଶିକ୍ଷକ ଅଟନ୍ତି । ନାମକୁ ମନେ ରଖିବାର ନାହିଁ । ଧ୍ୟାନରେ ରଖିବାକୁ ହେବ ଆମେ ଆତ୍ମା, ବାବାଙ୍କଠାରୁ ଶୁଣୁଛୁ । ଏପରି ତ କେବେ ହେଉନାହିଁ । ନା ସତ୍ୟ ଯୁଗ, ନା କଳିଯୁଗରେ ହେଉଛି । କେବଳ ଥରେ ମାତ୍ର ସଙ୍ଗମରେ ହିଁ ହେଉଛି । ତୁମେ ନିଜକୁ ଆତ୍ମା ବୋଲି ଭାବୁଛ । ଆମର ବାବା ବର୍ତ୍ତମାନ ଶିକ୍ଷକ ଅଟନ୍ତି କାହିଁକିନା ପଢାଉଛନ୍ତି । ଉଭୟ କାମ କରିବାକୁ ପଡ଼ୁଛି । ଆତ୍ମା ଶିବବାବାଙ୍କ ପାଖରେ ପଢୁଛି । ଏହା ମଧ୍ୟ ଯୋଗ ଏବଂ ପାଠପଢା ଅଟେ । ଆତ୍ମା ପଢୁଛି, ପରମାତ୍ମା ପଢାଉଛନ୍ତି । ଏଥିରେ ଆହୁରି ଅଧିକ ଫାଇଦା ରହିଛି କାରଣ ତୁମେ ସମ୍ମୁଖରେ ଅଛ । ଅନେକ ସନ୍ତାନ ଭଲ ଭାବରେ ମନେ ପକାଇଥାନ୍ତି । କର୍ମାତୀତ ଅବସ୍ଥାରେ ପହଞ୍ଚିଲେ ଯେପରି ପବିତ୍ରତାର ଶକ୍ତି ମିଳୁଛି । ତୁମେ ଜାଣିଛ ଶିବବାବା ଆମକୁ ପଢାଉଛନ୍ତି । ତୁମର ଏହା ଯୋଗ ସହିତ ରୋଜଗାର ମଧ୍ୟ ଅଟେ । ଆତ୍ମାକୁ ହିଁ ସତ୍ତ୍ୱପ୍ରଧାନ ହେବାକୁ ପଡ଼ିବ । ତୁମେ ସତ୍ତ୍ୱପ୍ରଧାନ ହେବା ସହିତ ଧନ ମଧ୍ୟ ନେଉଛ । ନିଜକୁ ଆତ୍ମା ଭାବିବାକୁ ହେବ । ଏଥିରେ ବୁଦ୍ଧିକୁ ବ୍ୟସ୍ତ ବିବ୍ରତ କରିବା ଅନୁଚିତ୍ । ଏଠାରେ ବସିବାବେଳେ ବୁଦ୍ଧିରେ ରହୁ ଯେ ଶିବବାବା ପଢାଇବା ପାଇଁ ଶିକ୍ଷକ ରୂପରେ ଆସିଛନ୍ତି । ସେ ହିଁ ଜ୍ଞାନର ସାଗର ଅଟନ୍ତି, ଆମକୁ ପଢାଉଛନ୍ତି । ବାବାଙ୍କୁ ମନେ ପକାଇବାକୁ ହେବ । ଆମେ ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ଅଟୁ । ଲାଇଟ୍ ହାଉସ୍ ମଧ୍ୟ ଅଟୁ । ଗୋଟିଏ ଆଖିରେ ଶାନ୍ତିଧାମ, ଅନ୍ୟ ଆଖିରେ ମୁକ୍ତିଧାମ ରହିଛି । ଏହି ଆଖିର କଥା ନୁହେଁ, ଆତ୍ମାକୁ ତୃତୀୟ ନେତ୍ର କୁହାଯାଉଛି । ଏବେ ଆତ୍ମାମାନେ ଶୁଣୁଛନ୍ତି, ଯେବେ ଶରୀର ଛାଡ଼ିବେ ତେବେ ଆତ୍ମାରେ ଏହି ସଂସ୍କାର ରହିବ । ଏବେ ତୁମେ ବାବାଙ୍କ ସହିତ ଯୋଗ ଲଗାଉଛ । ସତ୍ୟଯୁଗରୁ ଆରମ୍ଭ କରି ତୁମେ ବିୟୋଗୀ ଥିଲ ଅର୍ଥାତ୍ ବାବାଙ୍କ ସହିତ ଯୋଗ ନଥିଲା । ଏବେ ତୁମେ ବାବାଙ୍କ ସମାନ ଯୋଗୀ ହେଉଛ । ଈଶ୍ୱର ଯୋଗ ଶିଖାଉଛନ୍ତି, ସେଥିପାଇଁ ତାଙ୍କୁ ଯୋଗେଶ୍ୱର କୁହାଯାଉଛି । ତୁମେ ମଧ୍ୟ ଯୋଗେଶ୍ୱରଙ୍କର ସନ୍ତାନ ଅଟ । ସେ ଯୋଗ ଲଗାଇବେ ନାହିଁ । ସେ ଯୋଗ ଶିଖାଉଥିବା ପରମପିତା ପରମାତ୍ମା ଅଟନ୍ତି, ତୁମେ ଜଣେ-ଜଣେ ଯୋଗେଶ୍ୱର, ଯୋଗେଶ୍ୱରୀ ହେଉଛ, ପୁଣି ରାଜ-ରାଜେଶ୍ୱରୀ ହେବ । ସେ ହେଉଛନ୍ତି ଯୋଗ ଶିଖାଉଥିବା ଈଶ୍ୱର ସେ ନିଜେ ଶିଖୁନାହାଁନ୍ତି ତୁମକୁ ଶିଖାଉଛନ୍ତି । କୃଷ୍ଣଙ୍କର ହିଁ ଆତ୍ମା ଅନ୍ତ ଜନ୍ମରେ ଯୋଗ ଶିଖି ପୁଣି କୃଷ୍ଣ ହେଉଛନ୍ତି, ସେଥିପାଇଁ କୃଷ୍ଣଙ୍କୁ ମଧ୍ୟ ଯୋଗେଶ୍ୱର କହିଦେଉଛନ୍ତି କାହିଁକିନା ତାଙ୍କ ଆତ୍ମା ଏବେ ରାଜଯୋଗ ଶିଖୁଛନ୍ତି । ଯୋଗେଶ୍ୱରଙ୍କଠାରୁ ଯୋଗ ଶିଖି କୃଷ୍ଣ ପଦ ପାଉଛନ୍ତି । ବାବା ଏହାଙ୍କର ନାମ ପୁଣି ବ୍ରହ୍ମା ରଖିଛନ୍ତି । ପ୍ରଥମେ ତ ଲୌକିକ ନାମ ଥିଲା, ପୁଣି ଜୀବଦଶାରୁ ମରିଗଲା ପରେ ଆତ୍ମା ବାବାଙ୍କର ହିଁ ହେଉଛି । ବାବାଙ୍କର ହେଲ ଅର୍ଥାତ୍ ପୁରୁଣା ଦୁନିଆରୁ ମରିଗଲା ନା । ତୁମେ ମଧ୍ୟ ବାବାଙ୍କ ଦ୍ୱାରା ଯୋଗ ଶିଖୁଛ । ଏହି ସଂସ୍କାର ଦ୍ୱାରା ତୁମେ ଶାନ୍ତିଧାମକୁ ଯାଉଛ । ପୁଣି ନୂଆ ନୂଆ ପ୍ରାରବ୍ଧର ଦୃଶ୍ୟ ଉଦ୍ଭାସିତ ହେବ । ସେଠାରେ ଏଠାକାର କଥା ମନେ ରହିବ ନାହିଁ । ଏକଥା ବର୍ତ୍ତମାନ ବାବା ବୁଝାଉଛନ୍ତି । ଏବେ ଅଭିନୟ ପୂରା ହେଉଛି । ପୁଣି ନୂଆ ରୂପରେ ଆରମ୍ଭ ହେବ । ଯେପରି ବାବାଙ୍କର ସଂଙ୍କଳ୍ପ ଉଠିଲା ଯେ ମୁଁ ଯିବି ତେଣୁ ବାବା କହୁଛନ୍ତି ମୁଁ ଆସୁଛି ଏବଂ ମୋର ବାଣୀ ଶୁଣାଇବା ଆରମ୍ଭ ହୋଇଯାଉଛି । ଆତ୍ମା ପରମଧାମରେ ଶାନ୍ତିରେ ରହୁଛନ୍ତି । ପୁଣି ଡ଼୍ରାମା ଅନୁସାରେ ତାଙ୍କର ପାର୍ଟ ଆରମ୍ଭ ହୋଇଯାଉଛି । ଆସିବାର ତ ସଂଙ୍କଳ୍ପ ଉଠୁଛି ପୁଣି ଏଠାକୁ ଆସି ଅଭିନୟ କରୁଛନ୍ତି । ତୁମ ଆତ୍ମା ମଧ୍ୟ ଶୁଣୁଛି କଳ୍ପ ପୂର୍ବଭଳି ପୁରୁଷାର୍ଥର କ୍ରମ ଅନୁସାରେ । ଦିନକୁ ଦିନ ବୃଦ୍ଧି ମଧ୍ୟ ହୋଇଚାଲିବ । ସମୟ ଆସିବ ତୁମକୁ ବହୁତ ବଡ ରାଜକୀୟ ହଲ୍ ମଧ୍ୟ ମିଳିବ, ସେଠାକୁ ବଡ଼-ବଡ଼ ଲୋକ ମଧ୍ୟ ଆସିବେ । ସମସ୍ତେ ଏକତ୍ର ବସି ଶୁଣିବେ । ଦିନକୁ ଦିନ ସାହୁକାର ମଧ୍ୟ ଗରୀବ ହୋଇଯିବେ । ପେଟ ପିଠିରେ ଲାଗିଯିବ । ଏହିପରି ବିପଦ ଆସିବ, ମୂସଳଧାରାରେ ବର୍ସା ହେଲେ ସାରା କ୍ଷେତ ପାଣିରେ ବୁଡ଼ିଯିବ । ପ୍ରାକୃତିକ ବିପର୍ଯ୍ୟୟ ତ ଆସିବ । ବିନାଶ ହେବ ନିଶ୍ଚୟ,ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯିବ । ବୁଦ୍ଧି କହୁଛି ବିନାଶ ନିଶ୍ଚୟ ହେବ । ସେପଟେ ବମ୍ ମଧ୍ୟ ତିଆରି ହୋଇ ରହିଛି । ଭାରତରେ ପ୍ରାକୃତିକ ବିପର୍ଯ୍ୟୟ ଆଦି ହେବ । ଏଥିରେ ବହୁତ ସାହାସ ଥିବା ଆବଶ୍ୟକ । ଅଙ୍ଗଦଙ୍କର ମଧ୍ୟ ଉଦାହରଣ ରହିଛି ନା, ତାଙ୍କୁ କେହି ହଲାଇ ପାରିଲେ ନାହିଁ । ଏହି ଅବସ୍ଥା ପକ୍କା କରିବାକୁ ହେବ; ମୁଁ ହେଉଛି ଆତ୍ମା, ଏହା ଦ୍ୱାରା ଶରୀରର ଅଭିମାନ ତୁଟିଯିବ । ସତ୍ୟଯୁଗରେ ସମୟ ପୂରା ହେଲେ ସ୍ୱତଃ ସାକ୍ଷାତ୍କାର ହେବ । ଏବେ ଆମକୁ ଏହି ଶରୀର ଛାଡ଼ି ଛୋଟ ପିଲା ହେବାକୁ ପଡ଼ିବ । ଗୋଟିଏ ଶରୀର ଛାଡ଼ି ଅନ୍ୟ ଶରୀରରେ ପ୍ରବେଶ କରୁଛନ୍ତି, ଦଣ୍ଡ ଆଦି ସେଠାରେ କିଛି ହେଲେ ନାହିଁ । ଦିନକୁ ଦିନ ତୁମେ ସତ୍ୟଯୁଗର ନିକଟକୁ ଆସିବ । ବାବା କହୁଛନ୍ତି ମୋ ଆତ୍ମାରେ ଯେଉଁ ଅଭିନୟ ଭରି ରହିଛି ତାହା ଧିରେ-ଧିରେ ଖୋଲିବ । ପିଲାମାନଙ୍କୁ ମଧ୍ୟ ବତାଇବେ । ପୁଣି ବାବାଙ୍କର ପାର୍ଟ ପୂରା ହେଲେ ତୁମର ମଧ୍ୟ ଅଭିନୟ ପୂରା ହୋଇଯିବ । ପୁଣି ତୁମର ସତ୍ୟଯୁଗର ପାର୍ଟ ଆରମ୍ଭ ହେବ । ଏବେ ତୁମକୁ ନିଜର ରାଜ୍ୟ ନେବାର ଅଛି, ଏହି ଡ଼୍ରାମା ବହୁତ କୁଶଳ ଭାବେ ତିଆରି କରାଯାଇଛି । ତୁମେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛ, ଏଥିରେ ହିଁ ସମୟ ଲାଗୁଛି । ସେମାନେ ତ ଗୋଟିଏ ପଟେ ଭାବୁଛନ୍ତି ଯେ ଆମେ ସ୍ୱର୍ଗରେ ବସିଛୁ, ଏହା ସୁଖ ଧାମ ହୋଇଯାଇଛି, ଅନ୍ୟ ପଟେ ପୁଣି ଗୀତରେ ମଧ୍ୟ ଭାରତର ଦୁରାବସ୍ଥା ଶୁଣାଉଛନ୍ତି । ତୁମେ ଜାଣିଛ ଏବେ ତ ଆହୁରି ହିଁ ତମୋପ୍ରଧାନ ହୋଇଗଲାଣି । ଡ଼୍ରାମା ଅନୁସାରେ ଦୁନିଆ ଅଧିକରୁ ଅଧିକ ତମୋପ୍ରଧାନ ହେଉଛି । ତୁମେ ଏବେ ସତ୍ତ୍ୱପ୍ରଧାନ ହେଉଛ । ଏବେ ନିକଟକୁ ଆସୁଛ, ଶେଷରେ ତ ତୁମର ହିଁ ବିଜୟ ହେବ । ହାହାକାର ପରେ ପୁଣି ଜୟଜୟକାର ହେବ । ଘିଅର ନଦୀ ବହିବ । ସେଠାରେ ଘିଅ ଆଦି କିଣିବାକୁ ପଡ଼ିବ ନାହିଁ । ସମସ୍ତଙ୍କ ପାଖରେ ନିଜର ଫାଷ୍ଟକ୍ଲାସ ଗାଈ ରହିବ । ତୁମେ କେତେ ଶ୍ରେଷ୍ଠ ହେଉଛ । ତୁମେ ଜାଣିଛ ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛି । ବାବା ଆସି ବିଶ୍ୱ ଇତିହାସର ପୁନରାବୃତ୍ତି କରୁଛନ୍ତି, ସେଥିପାଇଁ ବାବା କହୁଛନ୍ତି ଏକଥା ମଧ୍ୟ ଲେଖିଦିଅ ଯେ ବିଶ୍ୱର ଇତିହାସ ଭୂଗୋଳ କିପରି ପୁନରାବୃତ୍ତି ହେଉଛି, ଆସି କରି ବୁଝ । ବୁଦ୍ଧିମାନ ହୋଇଥିଲେ କହିବେ ଯେ ଏବେ ଲୌହଯୁଗ ଚାଲିଛି ନିଶ୍ଚୟ ସୁବର୍ଣ୍ଣଯୁଗ ପୁନରାବୃତ୍ତି ହେବ । କେହି ତ କହୁଛନ୍ତି ସୃଷ୍ଟିର ଚକ୍ର ଲକ୍ଷ ଲକ୍ଷ ବର୍ଷର ଅଟେ, ଏବେ କିପରି ରିପିଟ୍ ହେବ । ଏଠାରେ ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀର ଇତିହାସ ତ ନାହିଁ । ଅନ୍ତ ପର୍ଯ୍ୟନ୍ତ ଏହି ଚକ୍ର କିପରି ରିପିଟ୍ ହେଉଛି ସେମାନେ ମଧ୍ୟ ଜାଣିନାହାନ୍ତି ଯେ ଏମାନଙ୍କ ରାଜ୍ୟ ପୁଣି କେବେ ହେବ । ରାମରାଜ୍ୟକୁ ଜାଣି ନାହାଁନ୍ତି । ଏବେ ତୁମ ସହିତ ବାବା ଅଛନ୍ତି । ଯାହାଙ୍କ ପାଖରେ ସାକ୍ଷାତ୍ ପରମପିତା ପରମାତ୍ମା ରହିଛନ୍ତି ତାଙ୍କର ନିଶ୍ଚୟ ବିଜୟ ହେବ । ବାବା କୌଣସି ହିଂସା କରୁନାହାଁନ୍ତି । କାହାକୁ ମାରିବା ହିଂସା ଅଟେ ନା । କାମ ବିକାରଗ୍ରସ୍ତ ହେବା ସବୁଠାରୁ ବଡ ହିଂସା । ଏବେ ତୁମେ ଡ଼ବଲ ଅହିଂସକ ହେଉଛ । ସେଠାରେ ଅହିଂସା ପରମ ଦେବୀ-ଦେବତା ଧର୍ମ ହେବ । ସେଠାରେ ଲଢିବେ ନାହିଁ, କିମ୍ବା ବିକାରଗ୍ରସ୍ଥ ହେବେ ନାହିଁ । ଏବେ ତୁମ ପାଖରେ ଯୋଗବଳ ରହିଛି, କିନ୍ତୁ ଏହାକୁ ନ ବୁଝିବା କାରଣରୁ ଶାସ୍ତ୍ରରେ ଅସୁର ଏବଂ ଦେବତାମାନଙ୍କର ଲଢେଇ ଲେଖି ଦେଇଛନ୍ତି, ଅହିଂସାକୁ କେହି ହେଲେ ଜାଣିନାହାଁନ୍ତି । ଏକଥା ତୁମେ ହିଁ ଜାଣିଛ । ତୁମେ ହେଉଛ ଗୁପ୍ତ ପ୍ରଶିକ୍ଷିତ ଯୋଦ୍ଧା । ଅଜଣା କିନ୍ତୁ ବହୁତ ଜଣାଶୁଣା ହୋଇଯିବ । ତୁମକୁ କେହି ଯୋଦ୍ଧା ଭାବିବେ କି ? ତୁମ ଦ୍ୱାରା ସମସ୍ତଙ୍କୁ ମନମନାଭବର ସନ୍ଦେଶ ମିଳିବ । ଏହା ହେଉଛି ମହାମନ୍ତ୍ର । ମନୁଷ୍ୟ ଏହି କଥାକୁ ବୁଝୁନାହାଁନ୍ତି । ସତ୍ୟ-ତ୍ରେତାଯୁଗରେ ଏସବୁ ହେବ ନାହିଁ । ମନ୍ତ୍ର ଦ୍ୱାରା ତୁମେ ରାଜତ୍ତ୍ୱ ପାଇଲ ପୁଣି ମନ୍ତ୍ରର ଦରକାର ନାହିଁ । ତୁମେ ଜାଣିଛ ଆମେ କିପରି ଚକ୍ର ଲଗାଇ ଆସିଛୁ । ଏବେ ପୁଣି ବାବା ମହାମନ୍ତ୍ର ଦେଉଛନ୍ତି । ପୁଣି ଅଧାକଳ୍ପ ରାଜ୍ୟ କରିବୁ । ଏବେ ତୁମକୁ ଦୈବୀଗୁଣ ଧାରଣ କରି ପୁଣି କରାଇବାକୁ ହେବ । ବାବା ରାୟ ଦେଉଛନ୍ତି ନିଜର ଚାର୍ଟ ରଖିବା ଦ୍ୱାରା ବହୁତ ମଜା ଲାଗିବ । ଚରିତ୍ରର ସାର୍ଟିଫିକେଟ୍ ଭଲ, ଆହୁରି ଭଲ, ସବୁଠାରୁ ଭଲ ତିନି ପ୍ରକାରର ହୋଇଥାଏ ନା । ନିଜେ ମଧ୍ୟ ଅନୁଭବ କରିଥାନ୍ତି । କେହି ଭଲ ପାଠ ପଢିଥାନ୍ତି, କାହାର ପୁଣି ଧ୍ୟାନ ନଥିଲେ ଫେଲ୍ ହୋଇଯାଆନ୍ତି । ଏହା ହେଉଛି ଅସୀମ ପାଠପଢା । ବାବା ଶିକ୍ଷକ ସହିତ ଗୁରୁ ମଧ୍ୟ ଅଟନ୍ତି । ସବୁ କାର୍ଯ୍ୟ ଏକତ୍ର ଚାଲୁଛି । ଏକମାତ୍ର ବାବା ହିଁ ମରଜୀବା ହେବା ପାଇଁ କହୁଛନ୍ତି । ତୁମେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ବାବା କହୁଛନ୍ତି ମୁଁ ତୁମର ପିତା । ବ୍ରହ୍ମାଙ୍କ ଦ୍ୱାରା ତୁମକୁ ରାଜ୍ୟ ଦେଉଛି । ଇଏ ମଝିରେ ଦଲାଲ ଅଟନ୍ତି, ଏହାଙ୍କ ସହିତ ଯୋଗ ଲଗାଅ ନାହିଁ । ଏବେ ତୁମର ବୁଦ୍ଧି ପତିମାନଙ୍କର ପତି ଶିବ ସାଜନଙ୍କ ସହିତ ଲାଗିଛି । ଏହାଙ୍କ ଦ୍ୱାରା ସେ ତୁମକୁ ନିଜର କରୁଛନ୍ତି । କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ୟାଦ କର । ଆମେ ଆତ୍ମା ନିଜର ପାର୍ଟ ପୂରା କରି ଏବେ ବାବାଙ୍କ ପାଖକୁ ଘରକୁ ଯାଉଛୁ । ବର୍ତ୍ତମାନ ତ ସାରା ସୃଷ୍ଟି ତମୋପ୍ରଧାନ ଅଟେ । ୫ ତତ୍ୱ ମଧ୍ୟ ତମୋପ୍ରଧାନ ହୋଇଯାଇଛି । ସତ୍ୟଯୁଗରେ ସବୁକିଛି ନୂଆ ହେବ । ଏଠାରେ ହୀରା, ନୀଳା ଆଦି କିଛି ମଧ୍ୟ ନାହିଁ । ସତ୍ୟଯୁଗରେ ପୁଣି କୁଆଡୁ ଆସୁଛି ? ଯେଉଁ ସବୁ ଖଣି ଖାଲି ହୋଇଯାଇଛି ତାହା ପୁଣି ଏବେ ଭର୍ତ୍ତି ହେଉଛି । ଖଣିରୁ ଖୋଳି ନେଇ ଆସୁଛନ୍ତି । ବିଚାର କର ସତ୍ୟଯୁଗରେ ସବୁ ଜିନିଷ ନୂଆ ହେବ ନା । ଆଲୋକ ଆଦି ମଧ୍ୟ ପ୍ରାକୃତିକ ଭାବେ ରହିବ, ଏଠାରେ ବିଜ୍ଞାନ ଦ୍ୱାରା ଶିଖୁଛନ୍ତି । ସେଠାରେ ଏହା ମଧ୍ୟ କାମରେ ଆସିବ । ହେଲିକପ୍ଟର ଥିବ, କ୍ୟାପଟେନ୍ ବଟନ୍ ଦବାଇଲେ ଚାଲିବ । କୌଣସି ଅସୁବିଧା ହେବ ନାହିଁ । ସେଠାରେ ପୂର୍ଣ୍ଣ ସୁରକ୍ଷିତ ହେବ । କେବେ ମେସିନ୍ ଆଦି ଖରାପ ହେବ ନାହିଁ । ଘରେ ବସି ଗୋଟିଏ ସେକେଣ୍ଡରେ ସ୍କୁଲକୁ ଅଥବା ବୁଲିବାକୁ ଯିବେ । ପ୍ରଜାଙ୍କ ନିମନ୍ତେ ଏହାଠାରୁ କମ୍ ସୁବିଧା ରହିବ । ତୁମ ପାଇଁ ସେଠାରେ ସବୁ ସୁଖ ରହିବ । ସେଠାରେ ଅକାଳ ମୃତ୍ୟୁ ହୋଇପାରିବ ନାହିଁ । ତେଣୁ ତୁମକୁ କେତେ ଧ୍ୟାନ ଦେବାକୁ ହେବ । ମାୟାର ମଧ୍ୟ ବହୁତ ପ୍ରଭାବ ରହିଛି । ଏହା ହେଉଛି ମାୟାର ଗର୍ବ । ଲଢେଇରେ ଦେଖ କେତେ ମରୁଛନ୍ତି । ଲଢ଼େଇ ପୂର୍ଣ୍ଣ ରୂପେ ବନ୍ଦ ହିଁ ହେଉନାହିଁ । କେଉଁଠି ଏତେ ବଡ ଦୁନିଆ, କେଉଁଠି ପୁଣି ଏକମାତ୍ର ସ୍ୱର୍ଗ ରହିବ । ସେଠାରେ ଗଙ୍ଗା ପତିତ ପାବନୀ ବୋଲି କହିବେ ନାହିଁ । ସେଠାରେ ଭକ୍ତିମାର୍ଗର କୌଣସି କଥା ହିଁ ନାହିଁ । ଏଠାରେ ଦେଖ ଗଙ୍ଗାରେ ସାରା ସହରର କେତେ ଆବର୍ଜନା ପଡୁଛି । ବମ୍ବେର ସବୁ ଆବର୍ଜନା ସାଗରରେ ବହିଯାଉଛି ।

ଭକ୍ତିରେ ତୁମେ ବଡ-ବଡ ମନ୍ଦିର ତିଆରି କରୁଛ । ହୀରା-ନୀଳାର ସୁଖ ମଧ୍ୟ ରହିବ ନା । ତିନି ଚତୁର୍ଥାଂଶ ଭାଗ ସୁଖ, ବାକି ଏକ ଚତୁର୍ଥାଂଶ ଦୁଃଖ ରହିଛି । ଅଧା-ଅଧା ହେଲେ ପୁଣି ମଜା ରହିବ ନାହିଁ । ଭକ୍ତିମାର୍ଗରେ ମଧ୍ୟ ତୁମେ ବହୁତ ସୁଖୀ ରହିବ । ପଛରେ ମନ୍ଦିର ଆଦିକୁ ଆସି ଲୁଟ କରୁଛନ୍ତି । ସତ୍ୟଯୁଗରେ ତୁମେ କେତେ ସାହୁକାର ଥିଲ ତୁମେ ବହୁତ ଖୁସି ହେବା ଦରକାର । ଲକ୍ଷ୍ୟ ତ ସମ୍ମୁଖରେ ରହିଛି । ମାତା-ପିତାଙ୍କର ତ ପଦବୀ ତ ଅନିବାର୍ଯ୍ୟ ଅଟେ । ଗାୟନ ରହିଛି ଖୁସି ପରି ଖୋରାକ ନାହିଁ । ଯୋଗ ଦ୍ୱାରା ଆୟୁଷ ବଢିଥାଏ ।

ଏବେ ଆତ୍ମାକୁ ସ୍ୱର ଦର୍ଶନ ହେଉଛି ଯେ ଆମେ ୮୪ ଜନ୍ମର ଚକ୍ର ଲଗାଉଛୁ । ଏତିକି ଅଭିନୟ କରୁଛୁ । ସବୁ ଆତ୍ମାମାନେ ତଳକୁ ଆସିଗଲେ ବାବା ପୁଣି ସମସ୍ତଙ୍କୁ ଘରକୁ ନେଇଯିବେ । ଶିବଙ୍କର ବରଯାତ୍ରୀର ଗାୟନ ରହିଛି । ଏସବୁ ତୁମେ ପୁରୁଷାର୍ଥର କ୍ରମଅନୁସାରେ ଜାଣୁଛ । ତୁମେ ଯେତେ ମନେ ପକାଇବ ସେତେ ଖୁସୀରେ ରହିବ । ଦିନକୁ ଦିନ ଅନୁଭବ କରିବ କାହିଁକି ନା ବାବା ଶିଖାଉଛନ୍ତି । ଇଏ ବ୍ରହ୍ମା ମଧ୍ୟ ଶିଖାଉଛନ୍ତି । ଏହାଙ୍କୁ ପଚାରିବାର ଆବଶ୍ୟକତା ନାହିଁ । ତୁମେ ତ ପଚାରୁଛ । ଇଏ ଶୁଣୁଛନ୍ତି । ବାବା ପ୍ରତ୍ୟୁତ୍ତର ଦେଉଛନ୍ତି ଏବଂ ଇଏ ଶୁଣୁଛନ୍ତି, ଏହାଙ୍କର କାର୍ଯ୍ୟଶୈଳୀ କେତେ ଚମତ୍କାର ଅଟେ । ଇଏ ମଧ୍ୟ ବାବାଙ୍କ ସ୍ମୃତିରେ ରହୁଛନ୍ତି । ପୁଣି ପିଲାମାନଙ୍କୁ ବର୍ଣ୍ଣନା କରି ଶୁଣାଉଛନ୍ତି । ବାବା ଆମକୁ ଖୁଆଉଛନ୍ତି । ମୁଁ ତାଙ୍କୁ ନିଜର ରଥ ଉଧାର ଦେଉଛି, ଆରୋହଣ କରୁଥିବାରୁ କାହିଁକି ନ ଖୁଆଇବେ । ଇଏ ହେଲେ ହ୍ୟୁମାନ ଅଶ୍ୱ ଅର୍ଥାତ୍ ମନୁଷ୍ୟ ରୂପି ଘୋଡା । ଶିବବାବାଙ୍କ ରଥ ଅଟେ ଏହି ଖିଆଲ ରହିବା ଦ୍ୱାରା ମଧ୍ୟ ଶିବବାବାଙ୍କ ସ୍ମୃତି ରହିବ । ୟାଦ ଦ୍ୱାରା ହିଁ ଫାଇଦା ରହିଛି । ଭଣ୍ଡାରରେ ଭୋଜନ ପ୍ରସ୍ତୁତ କରିବା ସମୟରେ ମଧ୍ୟ ଭାବ ଯେ ଆମେ ଶିବବାବାଙ୍କ ସନ୍ତାନମାନଙ୍କ ପାଇଁ ଭୋଜନ ପ୍ରସ୍ତୁତ କରୁଛୁ । ନିଜେ ମଧ୍ୟ ଶିବବାବାଙ୍କ ସନ୍ତାନ ହୋଇଥିବାରୁ ଏହିପରି ମନେ ପକାଇବା ଦ୍ୱାରା ଫାଇଦା ରହିଛି । ସବୁଠାରୁ ଅଧିକ ପଦ ସେମାନଙ୍କୁ ମିଳିବ, ଯେଉଁମାନେ ବାବାଙ୍କ ସ୍ମୃତିରେ ରହି ସେବା କରୁଛନ୍ତି ଓ କର୍ମାତୀତ ଅବସ୍ଥାକୁ ମଧ୍ୟ ପ୍ରାପ୍ତ କରୁଛନ୍ତି । ଏହି ବାବା ମଧ୍ୟ ବହୁତ ସେବା କରୁଛନ୍ତି ନା । ଏହାଙ୍କର ବେହଦର ସେବା ଅଟେ ତୁମେ ହଦର ସେବା କରୁଛ । ସେବା ଦ୍ୱାରା ହିଁ ଏହାଙ୍କୁ ଉଚ୍ଚ ପଦ ମିଳୁଛି । ଶିବବାବା କହୁଛନ୍ତି ଏହିପରି-ଏହିପରି କର, ଏହାଙ୍କୁ ମଧ୍ୟ ରାୟ ଦେଉଛନ୍ତି । ସନ୍ତାନମାନଙ୍କ ପାଖକୁ ତ ବହୁତ ତୋଫାନ ଆସୁଛି, ବାବାଙ୍କ ସ୍ମୃତି ବିନା କର୍ମେନ୍ଦ୍ରିୟ ବଶୀଭୂତ ହେବା ମୁସ୍କିଲ୍ ଅଟେ । ବାବାଙ୍କ ସ୍ମୃତି ଦ୍ୱାରା ହିଁ ବେଡା ପାର ହେବ, ଏକଥା ଶିବବାବା ଅଥବା ବ୍ରହ୍ମାବାବା କହୁଛନ୍ତି, ଏହାକୁ ବୁଝିବା ମଧ୍ୟ ମୁସ୍କିଲ୍ ହୋଇଯାଉଛି । ଏଥିରେ ବହୁତ ସୂକ୍ଷ୍ମ ବୁଦ୍ଧି ଆବଶ୍ୟକ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବର୍ତ୍ତମାନ ତୁମକୁ ସଂପୂର୍ଣ୍ଣ ମରଜୀବା ହେବାକୁ ପଡିବ । ଭଲ ଭାବରେ ପାଠପଢିବା ସହିତ, ନିଜର ଚାର୍ଟ ଅଥବା ଚାଲିଚଳନର ରେଜିଷ୍ଟର ରଖିବାକୁ ହେବ । ଯୋଗଯୁକ୍ତ ରହି ନିଜର କର୍ମାତୀତ ଅବସ୍ଥା ତିଆରି କରିବାକୁ ପଡିବ ।

(୨) ଅନ୍ତିମ ବିନାଶର ଦୃଶ୍ୟ ଦେଖିବା ପାଇଁ ସାହସୀ ହେବାକୁ ପଡିବ । ମୁଁ ଏକ ଆତ୍ମା ଏହି ଅଭ୍ୟାସ ଦ୍ୱାରା ଶରୀରର ସ୍ମୃତିକୁ ସମାପ୍ତ କରିବାକୁ ହେବ ।

ବରଦାନ:-
ଯେକୌଣସି ବିକରାଳ ସମସ୍ୟାକୁ ଶୀତଳ କରୁଥିବା ସମ୍ପୂର୍ଣ୍ଣ ନିଶ୍ଚୟବୁଦ୍ଧି ହୁଅ ।

ଯେପରି ବାବାଙ୍କ ଉପରେ ପୂର୍ଣ୍ଣ ନିଶ୍ଚୟ ରହିଛି ସେହିପରି ନିଜ ଉପରେ ଏବଂ ଡ୍ରାମା ଉପରେ ମଧ୍ୟ ପୂର୍ଣ୍ଣ ନିଶ୍ଚୟ ରହିବା ଦରକାର । ନିଜ ପ୍ରତି ଯଦି କୌଣସି ପ୍ରକାରର ଦୁର୍ବଳତାର ସଂକଳ୍ପ ଉତ୍ପନ୍ନ ହେବ ତେବେ ସେହିଭଳି ଦୁର୍ବଳତାର ସଂସ୍କାର ମଧ୍ୟ ତିଆରି ହୋଇଯିବ, ସେଥିପାଇଁ ବ୍ୟର୍ଥ ସଂକଳ୍ପ ରୂପୀ ଦୁର୍ବଳତାର ଜୀବାଣୁ ଗୁଡିକୁ ନିଜ ଭିତରକୁ ପ୍ରବେଶ କରିବା ପାଇଁ ଦିଅ ନାହିଁ । ତା ସହିତ ଡ୍ରାମାରେ ଯେଉଁ ସବୁ ଦୃଶ୍ୟକୁ ଦେଖୁଛ, ହଲଚଲ୍ର ଦୃଶ୍ୟରେ ମଧ୍ୟ କଲ୍ୟାଣର ଅନୁଭବ ହେଉ, ବାତାବରଣ ଅସ୍ଥିରତା ସୃଷ୍ଟି କରୁଥିବ, ସମସ୍ୟା ବିକରାଳ ରୂପ ଧାରଣ କରିଥିବ କିନ୍ତୁ ସେଥିରେ ମଧ୍ୟ ନିଶ୍ଚୟ ବୁଦ୍ଧି ବିଜୟୀ ହୁଅ ତେବେ ବିକରାଳ ସମସ୍ୟା ମଧ୍ୟ ଶୀତଳ ହୋଇଯିବ ।

ସ୍ଲୋଗାନ:-
ବାବା ଏବଂ ସେବା ସହିତ ଯାହାଙ୍କର ସ୍ନେହ ରହିଛି ତାଙ୍କୁ ପରିବାରର ସ୍ନେହ ସ୍ୱତଃ ପ୍ରାପ୍ତ ହୋଇଥାଏ ।