03.09.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ପରସ୍ପର ମଧ୍ୟରେ ଜଣେ ଅନ୍ୟ ଜଣକୁ ୟାଦରେ ରହିବାର ଈଶାରା ଦେଇ ସାବଧାନ କରି, ଉନ୍ନତିକୁ ପ୍ରାପ୍ତ କର ।

ପ୍ରଶ୍ନ:-
ବାପ ସମାନ ନଲେଜଫୁଲ ହୋଇଥିବା ସନ୍ତାନମାନଙ୍କ ଜୀବନର ମୁଖ୍ୟ ଧାରଣା ଶୁଣାଅ?

ଉତ୍ତର:-
ସେମାନେ ସର୍ବଦା ହର୍ଷିତମୁଖ ରହିଥାନ୍ତି, କେବେ ହେଲେ କୌଣସି କଥାରେ କାନ୍ଦିନଥାନ୍ତି । ଯାହା କିଛି ବି ହେଉଛି କିଛି ନୂଆ କଥା ନୁହେଁ ନଥିଙ୍ଗ୍ ନ୍ୟୁ । ଏହିଭଳି ଯେଉଁମାନେ ବର୍ତ୍ତମାନ ଜ୍ଞାନବାନ୍ ଅର୍ଥାତ୍ କାନ୍ଦିବାରୁ ମୁକ୍ତ ହେଉଛନ୍ତି, କେବେ ବି କୌଣସି କଥାରେ ଅଶାନ୍ତ ହେଉନାହାଁନ୍ତି, ସେମାନଙ୍କୁ ହିଁ ସ୍ୱର୍ଗର ବାଦଶାହୀ ମିଳିବ । ଯିଏ କାନ୍ଦିବ ସିଏ ହରାଇବ, କାନ୍ଦିଲାବାଲା ନିଜର ପଦ ହରାଇଥାନ୍ତି ।

ଗୀତ:-
ତୁହ୍ମେ ପାକେ ହମନେ...

ଓମ୍ ଶାନ୍ତି ।
ମିଠା-ମିଠା ସନ୍ତାନମାନେ ନିଜ ଦ୍ୱାରା ଗାଇଥିବା ଗୀତ ଶୁଣିଲେ । ପିଲାମାନେ ଜାଣିଛନ୍ତି ଯେ ଆମେ ବେହଦ ବାବାଙ୍କ ସମ୍ମୁଖରେ ବସିଛୁ, ତେବେ ପିଲାମାନେ କହୁଛନ୍ତି ଯେ ବାବା ଆପଣଙ୍କଠାରୁ ଯେଉଁ ବିଶ୍ୱର ବାଦଶାହୀ ପାଇଥିଲୁ, ତାହା ଏବେ ପୁନର୍ବାର ପାଉଛୁ । ସତ୍ୟଯୁଗରେ ଏପରି ଗାୟନ କରିବେ ନାହିଁ । ଏହି ସଂଗମଯୁଗରେ ହିଁ ତୁମେ ଗାୟନ କରୁଛ । ଘରେ ବସି ଅଥବା ଚାକିରୀ କରି ତୁମେମାନେ ଜାଣିଛ ଯେ ଆମେ ବେହଦ ବାବାଙ୍କଠାରୁ ଅସୀମ ସମ୍ପତ୍ତି ବା ବେହଦର ବର୍ସା ନେଉଛୁ । ସେଣ୍ଟରରେ ମଧ୍ୟ ସାବଧାନୀ ମିଳୁଛି ଯେ ବାବାଙ୍କୁ ୟାଦ କର ଏବଂ ଆମେ ବିଶ୍ୱର ମାଲିକ ହେଉଛୁ, ଏହି କଥା ମନେ ରଖ । ଏହା କୌଣସି ନୂଆ କଥା ନୁହେଁ । ଆମେ କଳ୍ପ-କଳ୍ପ ବାବାଙ୍କଠାରୁ ବିଶ୍ୱର ବାଦଶାହୀ ନେଉଛୁ । ନୁଆ କେହି ଶୁଣିଲେ ଭାବିବେ ଯେ ଇଏ ବ୍ରହ୍ମାଙ୍କୁ ଶିବବାବା କହୁଛନ୍ତି । ସିଏ ତ ନିରାକାର ଆତ୍ମାମାନଙ୍କର ପିତା ଅଟନ୍ତି । ଆତ୍ମା ନିରାକାର ଅଟେ ଓ ପରମାତ୍ମା ବାବା ମଧ୍ୟ ନିରାକାର ଅଟନ୍ତି । ଆତ୍ମାକୁ ସେ ପର୍ଯ୍ୟନ୍ତ ନିରାକାର ବୋଲି କୁହାଯାଏ ଯେ ପର୍ଯ୍ୟନ୍ତ ସାକାରୀ ରୂପ ନ ମିଳିଛି । ତେବେ ପିଲାମାନେ ଜାଣିଗଲେଣି ଯେ ଆମେ ବେହଦର ବାବାଙ୍କଠାରୁ ଏହି ଜ୍ଞାନ ଶୁଣୁଛୁ । ରୁହାନୀ ଶିକ୍ଷକ ଆମକୁ ପାଠ ପଢାଉଛନ୍ତି, ପରସ୍ପରକୁ ସାବଧାନ କରିବା ପାଇଁ । ପ୍ରଥମେ ଏହି ରୁହାନୀ ସାବଧାନୀ ମିଳୁଛି । ସମସ୍ତେ ବେହଦର ବାବାଙ୍କ ୟାଦରେ ରହି ଈଶାରା ଦେଉଛନ୍ତି - ବାବାଙ୍କର ୟାଦରେ ରୁହ ଆଉ କେଉଁ ଆଡେ ବୁଦ୍ଧି ଯିବା ଅନୁଚିତ୍ । ସେଥିପାଇଁ କୁହାଯାଉଛି - ଆତ୍ମ-ଅଭିମାନୀ ହୋଇ ବାବାଙ୍କୁ ୟାଦ କର । ସିଏ ହେଉଛନ୍ତି ପତିତ-ପାବନ ବାବା । ଏବେ ସିଏ ସମ୍ମୁଖରେ ବସି କହୁଛନ୍ତି ମୋତେ ୟାଦ କର । ଏହା କେତେ ସହଜ ଉପାୟ ଅଟେ - ମନମନାଭବ ଅକ୍ଷର ମଧ୍ୟ ରହିଛି, କିନ୍ତୁ କେହି ବୁଝିଲେ ସିନା । ୟାଦର ଯାତ୍ରା କେବଳ ବାବା ହିଁ ଶିଖାଉଛନ୍ତି । ତୁମେମାନେ ହିଁ ଜାଣିଛ ଯେ ଆମେ ରୁହାନୀ ଯାତ୍ରାରେ ଅଛୁ । ତାହା ହେଉଛି ଶାରୀରିକ ଯାତ୍ରା, ବର୍ତ୍ତମାନ ଆମେ ଶାରୀରିକ ଯାତ୍ରୀ ନୁହଁନ୍ତି । ଆମେ ହେଲୁ ରୁହାନୀ ଯାତ୍ରୀ । ଏହି ୟାଦ ଦ୍ୱାରା ହିଁ ବିକର୍ମ ବିନାଶ ହେବ । ତୁମେମାନେ ବିକର୍ମାଜିତ୍ ହୋଇଯିବ । ତୁମେମାନେ ବିକର୍ମାଜିତ୍ ହେବାର ଆଉ କୌଣସି ଉପାୟ ନାହିଁ । ଗୋଟିଏ ହେଲା ବିକର୍ମାଜିତ୍ ସଂବତ, ଅନ୍ୟଟି ହେଲା ବିକ୍ରମ ସଂବତ, ପୁଣି ବିକର୍ମ ଆରମ୍ଭ ହୁଏ । ରାବଣ ରାଜ୍ୟ ଆରମ୍ଭ ହେଲେ ବିକାର ଆରମ୍ଭ ହୁଏ । ଏବେ ତୁମେମାନେ ବିକର୍ମାଜିତ୍ ହେବାର ପୁରୁଷାର୍ଥ କରୁଛ । ସେଠାରେ କୌଣସି ବିକର୍ମ ହେବ ନାହିଁ, ସେଠାରେ ରାବଣ ହିଁ ନାହିଁ । ଦୁନିଆରେ ଏକଥା କେହି ଜାଣିନାହାଁନ୍ତି । ତୁମେମାନେ ବାବାଙ୍କ ଦ୍ୱାରା ସବୁ କିଛି ଜାଣିଗଲଣି । ବାବାଙ୍କୁ ହିଁ ନଲେଜଫୁଲ କୁହାଯାଉଛି ତେବେ ସିଏ ପିଲାମାନଙ୍କୁ ହିଁ ଜ୍ଞାନ ଦେବେ ନା । ଗଡ୍ ଫାଦରଙ୍କ ନାମ ମଧ୍ୟ ଦରକାର । ସିଏ ନାମ ରୂପରୁ ନ୍ୟାରା ନୁହଁନ୍ତି । ସମସ୍ତେ ତାଙ୍କୁ ପୂଜା କରୁଛନ୍ତି, ତାଙ୍କର ନାମ ହେଉଛି ଶିବ । ସିଏ ହିଁ ପତିତ-ପାବନ, ଜ୍ଞାନର ସାଗର ଅଟନ୍ତି । ଆତ୍ମା ୟାଦ କରୁଛି, ସେହି ପରମପିତା, ପରମାତ୍ମା ବାବାଙ୍କୁ । ଆତ୍ମା ବାବାଙ୍କର ମହିମା କରୁଛି । ସିଏ ସୁଖ-ଶାନ୍ତିର ସାଗର ଅଟନ୍ତି । ବାବା ତ ପିଲାମାନଙ୍କୁ ବର୍ସା ହିଁ ଦେବେ । ଯିଏ ସଂସାରକୁ ଆସି କରି ଯାଇସାରିଲେଣି, ତାଙ୍କର ସ୍ମାରକୀ ହୋଇଥାଏ । କେବଳ ଶିବବାବାଙ୍କର ହିଁ ଗାୟନ ଓ ପୂଜନ ମଧ୍ୟ ହେଉଛି । ନିଶ୍ଚୟ ସେ ଶରୀର ଦ୍ୱାରା କର୍ତ୍ତବ୍ୟ କରୁଛନ୍ତି ସେଥିପାଇଁ ତାଙ୍କର ଗାୟନ ରହିଛି । ସିଏ ସଦା ପବିତ୍ର ଅଟନ୍ତି । ବାବା କେବେ ପୂଜାରୀ ହେଉନାହାଁନ୍ତି, ସିଏ ସର୍ବଦା ପୂଜ୍ୟ ଅଟନ୍ତି । ବାବା କହୁଛନ୍ତି ମୁଁ କେବେ ପୂଜାରୀ ହେଉନାହିଁ । ମୋତେ ପୂଜା କରାଯାଏ । ପୂଜାରୀମାନେ ମୋର ପୂଜା କରିଥାନ୍ତି । ସତ୍ୟଯୁଗରେ ତୁମେମାନେ ମୋର ପୂଜା କରୁନାହଁ । ଭକ୍ତିମାର୍ଗରେ ମୋତେ ଅର୍ଥାତ ପତିତ-ପାବନ ବାବାଙ୍କୁ ସମସ୍ତେ ୟାଦ କରୁଛନ୍ତି । ପ୍ରଥମେ-ପ୍ରଥମେ ତାଙ୍କର ହିଁ ଅବ୍ୟଭିଚାରୀ ଭକ୍ତି ହେଉଛି ପୁଣି ବ୍ୟଭିଚାରୀ ଭକ୍ତି ହୋଇଯାଉଛି । ବ୍ରହ୍ମା ସରସ୍ୱତୀଙ୍କୁ ମଧ୍ୟ ଶିବବାବା ବିଶ୍ୱର ମାଲିକ କରାଉଛନ୍ତି । ଭକ୍ତିର କେତେ ବିସ୍ତାର ରହିଛି । ବୀଜର କୌଣସି ବିସ୍ତାର ନାହିଁ ।

ବାବା କହୁଛନ୍ତି - ମୋତେ ଏବଂ ବର୍ସାକୁ ମନେ ପକାଅ । ବାସ୍‌, ବୃକ୍ଷର ବିସ୍ତାର ହେବା ପରି ଭକ୍ତିର ମଧ୍ୟ ବହୁତ ବିସ୍ତାର ରହିଛି । ଜ୍ଞାନ ହେଉଛି ବୀଜ । ତୁମକୁ ଜ୍ଞାନ ମିଳିଲେ ସଦ୍‌ଗତି ପ୍ରାପ୍ତ କରୁଛ । ତୁମକୁ ମୁଣ୍ଡ ପିଟିବାକୁ ପଡୁ ନାହିଁ । ଏହା ଜ୍ଞାନ ଓ ଭକ୍ତି ଅଟେ ନା । ସତ୍ୟଯୁଗ ତ୍ରେତାରେ ଭକ୍ତିର ବୃକ୍ଷ ରହିବ ନାହିଁ । ଅଧାକଳ୍ପ ଏହି ଭକ୍ତିର ବୃକ୍ଷ ରହୁଛି । ସର୍ବ ଧର୍ମାବଲମ୍ବୀମାନଙ୍କର ନିଜସ୍ୱ ନୀତି-ପ୍ରଥା ରହିଛି । ଭକ୍ତି କେତେ ବିସ୍ତାର ଅଟେ । ଜ୍ଞାନ ତ ସମସ୍ତଙ୍କ ନିମନ୍ତେ ଏକ - ମନମନାଭବ । ବାବାଙ୍କୁ ୟାଦ କର । ବାବାଙ୍କୁ ୟାଦ କଲେ ବର୍ସା ନିଶ୍ଚୟ ମନେ ପଡିବ । ବର୍ସାର ବିସ୍ତାର ହୋଇଯାଇଛି ନା । ତାହା ହେଲା ଲୌକିକ ସମ୍ପତ୍ତି । ଏଠାରେ ତୁମର ପାରଲୌକିକ ସମ୍ପତ୍ତି ମନେ ପଡୁଛି । ବେହଦର ବାବା ଆସି ବେହଦର ବର୍ସା ଭାରତବାସୀମାନଙ୍କୁ ଦେଉଛନ୍ତି । ଜନ୍ମ ମଧ୍ୟ ତାଙ୍କର ଏହିଠାରେ ବୋଲି ଗାୟନ ରହିଛି । ଏସବୁ ଡ୍ରାମାରେ ଅନାଦି ଭାବେ ନିଧାର୍ଯ୍ୟ ରହିଛି । ଯେପରି ଭଗବାନ ସର୍ବୋଚ୍ଚ ଅଟନ୍ତି, ସେହିପରି ଭାରତ ରାଷ୍ଟ୍ର ମଧ୍ୟ ସର୍ବୋଚ୍ଚ ଅଟେ, ଯେଉଁଠି ବାବା ଆସି ସାରା ଦୁନିଆର ସଦ୍‌ଗତି କରୁଛନ୍ତି । ତେଣୁ ଏହା ସବୁଠାରୁ ବଡ ତୀର୍ଥ ହେଲା ନା । କହୁଛନ୍ତି ହେ ପରମପିତା ଆମକୁ ନିଜ ଘରକୁ ନେଇଚାଲ । ଭାରତ ଉପରେ ସମସ୍ତଙ୍କର ସ୍ନେହ ରହିଛି । ବାବା ମଧ୍ୟ ଭାରତକୁ ଆସୁଛନ୍ତି । ଏବେ ତୁମେମାନେ ମେହନତ କରୁଛ । ତୁମେମାନେ ହିଁ ଗୋପୀ-ବଲ୍ଲଭଙ୍କର ଗୋପ ଗୋପୀ ଅଟ । ସତ୍ୟଯୁଗରେ ଗୋପ ଗୋପୀମାନଙ୍କର କଥା ରହିବ ନାହିଁ । ସେଠାରେ ତ କାଇଦା ଅନୁସାରେ ରାଜତ୍ୱ ଚାଲିବ । ଚରିତ୍ର କୃଷ୍ଣଙ୍କର ନୁହେଁ, ଚରିତ୍ର କେବଳ ଏକମାତ୍ର ବାବାଙ୍କର ରହିଛି । ତାଙ୍କର ଚରିତ୍ର କେତେ ବଡ । ସିଏ ସାରା ପତିତ ସୃଷ୍ଟିକୁ ପାବନ କରାଉଛନ୍ତି । ଏହା କେତେ ଚତୁରତା ଅଟେ । ବର୍ତ୍ତମାନ ସବୁ ମନୁଷ୍ୟ ମାତ୍ରକେ ଅଜାମିଳ ସଦୃଶ ପାପୀ ହୋଇଯାଇଛନ୍ତି । ମନୁଷ୍ୟମାନେ ଭାବୁଛନ୍ତି ଏହି ସାଧୁମାନେ ଶ୍ରେଷ୍ଠାଚାରୀ ଅଟନ୍ତି । ବାବା କହୁଛନ୍ତି ସେମାନଙ୍କୁ ଉଦ୍ଧାର ମଧ୍ୟ ମୋତେ କରିବାକୁ ହେବ । ତୁମ ପରି ବାବା ମଧ୍ୟ ଅଭିନେତା ଅଟନ୍ତି ନା । ତୁମେ ୮୪ ଜନ୍ମ ନେଇ ପାର୍ଟ କରୁଛ । ସିଏ ମଧ୍ୟ ରଚୟିତା, ନିର୍ଦ୍ଦେଶକ, ମୁଖ୍ୟ ଅଭିନେତା ଏବଂ ସବୁକିଛି କରିକରାଉଛନ୍ତି ନା । କଣ କରୁଛନ୍ତି? ପତିତଙ୍କୁ ପାବନ କରାଉଛନ୍ତି । ବାବା କହୁଛନ୍ତି - ତୁମେ ମୋତେ ଡାକୁଛ ଆସି ଆମକୁ ପାବନ କରାଅ । ମୁଁ ମଧ୍ୟ ଏହି ପାର୍ଟରେ ବନ୍ଧା ହୋଇଛି । ଏହିପରି କେହି କହିପାରିବେ ନାହିଁ ଏହା କାହିଁକି ହୋଇଛି? କେବେ ହୋଇଛି? ଏହା ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ଏହାର ଆଦି-ମଧ୍ୟ-ଅନ୍ତ ନାହିଁ, ପ୍ରଳୟ ହେଉ ନାହିଁ । ଆତ୍ମା ଅବିନାଶୀ ଅଟେ, କେବେ ବିନାଶ ହୋଇପାରିବ ନାହିଁ । ଏହାଙ୍କୁ ଅବିନାଶୀ ପାର୍ଟ ମଧ୍ୟ ମିଳିଛି । ଏହା ବେହଦର ଡ୍ରାମା ଅଟେ ନା । ସାରାଂଶରେ ବାବା ବସି ବୁଝାଉଛନ୍ତି ଯେ ଏହି ଡ୍ରାମାର ପାର୍ଟ କିପରି ଚାଲୁଛି । ବାକି ଏହିପରି ନୁହେଁ ପରମାତ୍ମା ମୁର୍ଦ୍ଦାକୁ ମଧ୍ୟ ବଞ୍ଚାଇଦେବେ । ଏହି ଅନ୍ଧଶ୍ରଦ୍ଧାର, ରିଦ୍ଧି-ସିଦ୍ଧିର କଥା ଏଠାରେ ନାହିଁ । ମୋତେ ଡାକୁଛନ୍ତି ହେ ପତିତ-ପାବନ ଆସ । ଆସି ଆମକୁ ପତିତରୁ ପାବନ କରାଅ ତେଣୁ ସିଏ ବାସ୍ତବରେ ଆସୁଛନ୍ତି । ଗୀତା ସର୍ବ ଶାସ୍ତ୍ରମୟୀ ଶିରୋମଣୀ ଅଟେ । ଭଗବାନ ହିଁ ଗୀତା ଶୁଣାଇଛନ୍ତି । ଆଚ୍ଛା ସହଜ ରାଜଯୋଗ କେବେ ଶିଖାଇଥିଲେ? ଏକଥା ମଧ୍ୟ ତୁମେ ଜାଣିଛ । ବାବା ଆସୁଛନ୍ତି କଳ୍ପର ସଂଗମଯୁଗରେ । ଯେତେବେଳେ କି ଆସି ପାବନ ଦୁନିଆ ନୂଆ ରାଜଧାନୀର ସ୍ଥାପନ କରୁଛନ୍ତି । ସତ୍ୟଯୁଗରେ ତ ସ୍ଥାପନ କରିବେ ନାହିଁ! ସେଠାରେ ତ ପାବନ ଦୁନିଆ ହିଁ ଥିବ । କଳ୍ପର ସଂଗମଯୁଗରେ ହିଁ କୁମ୍ଭମେଳା ଲାଗିଥାଏ । ହଦର କୁମ୍ଭମେଳା ୧୨ ବର୍ଷ ପରେ ଲାଗିଥାଏ । ଏହି ବଡ କୁମ୍ଭମେଳା ୫ ହଜାର ବର୍ଷ ପରେ ଲାଗୁଛି । ଏହା ହେଉଛି ଆତ୍ମା ଓ ପରମାତ୍ମାଙ୍କର ମେଳା । ଯେତେବେଳେ କି ପରମପିତା ପରମାତ୍ମା ଆସି ସବୁ ଆତ୍ମାମାନଙ୍କୁ ପାବନ କରାଇ ଘରକୁ ନେଇଯାଉଛନ୍ତି । କଳ୍ପର ଆୟୁ ଲମ୍ବା କରିବା ଦ୍ୱାରା ମନୁଷ୍ୟ ଦ୍ୱନ୍ଦରେ ପଡୁଛନ୍ତି । ଏବେ ତୁମେ ବୁଝୁଛ । ତୁମର ପ୍ରକାଶିତ ପତ୍ରିକାକୁ ତୁମେମାନେ ହିଁ ବୁଝିପାରିବ ଆଉ କେହି ବୁଝିପାରିବେ ନାହିଁ । ବାବା କହୁଛନ୍ତି ଲେଖିଦିଅ ଯାହା କିଛି ହେଉଛି ୫ ହଜାର ବର୍ଷ ପୂର୍ବ ସଦୃଶ, କିଛି ନୁଆ ନୁହେଁ । ଯାହା ୫ ହଜାର ବର୍ଷ ପୂର୍ବରୁ ହୋଇଥିଲା ତାହା ଏବେ ପୁନରାବୃତ୍ତି ହେଉଛି । କାହାର ବୁଝିବାର ଥିଲେ ଆସି ବୁଝିପାରିବେ । ଏହିପରି ଉପାୟ କରିବା ଉଚିତ୍ । ଆମେ ଖବର କାଗଜରେ କଣ ବାହାର କରିବୁ! ଏହା ମଧ୍ୟ ତୁମେ ଲେଖିପାରିବ - ଏହି ମହାଭାରତ ଲଢେଇ କିପରି ପବିତ୍ର ଦୁନିଆର ଦ୍ୱାର ଖୋଲୁଛି ଆସି ବୁଝ, କଳ୍ପପୂର୍ବ ସଦୃଶ । ଏବେ ମହାଭାରତ ଲଢେଇ ଦ୍ୱାରା ସତ୍ୟଯୁଗର ସ୍ଥାପନ କିପରି ହେଉଛି ଆସି ବୁଝ । ବର୍ତ୍ତମାନ ଦେବୀ ଦେବତାମାନଙ୍କର ରାଜଧାନୀ ସ୍ଥାପନ ହେଉଛି, ଈଶ୍ୱର ପିତାଙ୍କଠାରୁ ଅଧିକାର ନେବାକୁ ହେଲେ ଆସି ନିଅ । ଏହିପରି ବିଚାର ସାଗର ମନ୍ଥନ କରିବା ଉଚିତ୍ । ସେମାନେ କାହାଣୀ ଆଦି ତିଆରି କରୁଛନ୍ତି ତାହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି, ସେହିଭଳି ଅଭିନୟ କରୁଛନ୍ତି । ବ୍ୟାସ ମଧ୍ୟ ଡ୍ରାମାର ପ୍ଲାନ ଅନୁସାରେ ଶାସ୍ତ୍ର ତିଆରି କରିଛନ୍ତି । ଏହିପରି ହିଁ ପାର୍ଟ ମିଳିଛି । ଏବେ ତୁମେମାନେ ଡ୍ରାମାକୁ ବୁଝିଗଲଣି ପୁଣି ଏହି ଡ୍ରାମାର ପୁନରାବୃତ୍ତି ହେବ । ଏବେ ତୁମେମାନେ ଆସି ପୁନର୍ବାର ଜ୍ଞାନ ଶୁଣୁଛ । ତୁମେ ଜାଣୁଛ ପୁନର୍ବାର ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ହେବ । ବାକି ସବୁ ଧର୍ମ ସମାପ୍ତ ହୋଇଯିବ । ଏବେ ତୁମେ ନଲେଜଫୁଲ ହେଉଛ । ବାବା ତୁମକୁ ନିଜ ସମାନ ଜ୍ଞାନର ସାଗର କରାଉଛନ୍ତି । ତୁମେ ଜାଣିଛ ଅଧାକଳ୍ପ ଆମେ ଶାନ୍ତିରେ ରହିବୁ । କୌଣସି ପ୍ରକାରର ଅଶାନ୍ତି ରହିବ ନାହିଁ । ସେଠାରେ ପିଲାମାନେ କେବେ କାନ୍ଦିବେ ନାହିଁ, ସର୍ବଦା ହସିବେ । ଏଠାରେ ବି ତୁମେ କାନ୍ଦିବା ଅନୁଚିତ୍ । ଗାୟନ ରହିଛି ମାଆ ମଲେ ମଧ୍ୟ ହାଲୁଆ ଖାଅ... କାନ୍ଦିଲେ ରାଜତ୍ୱ ହରାଇବ । ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ତୁମକୁ ପତିମାନଙ୍କର ପତି ମିଳିଛନ୍ତି ଯିଏ ସ୍ୱର୍ଗର ବାଦଶାହୀ ଦେଉଛନ୍ତି । ସେ କେବେ ମରୁ ନାହାଁନ୍ତି ପୁଣି କାନ୍ଦିବାର କି ଆବଶ୍ୟକତା ରହିଛି, ଯିଏ କ୍ରନ୍ଦନ ପ୍ରୁଫ୍ ରହିଥାନ୍ତି ସେ ବାଦଶାହୀ ନିଅନ୍ତି । ବାକି ସମସ୍ତେ ପ୍ରଜା ହେବେ । ବାବାଙ୍କୁ ଯଦି କେହି ପଚାରନ୍ତି ଯେ ଏହି ଅବସ୍ଥାରେ ଆମେ କଣ ହେବୁ? ତେବେ ବାବା କହିଦେବେ । ପିଲାମାନଙ୍କୁ ପଛରେ ସବୁ ସାକ୍ଷାତ୍‌କାର ହେବ । ଯେପରି ସ୍କୁଲରେ ସମସ୍ତଙ୍କୁ ଜଣାପଡିଯାଏ ନା । ରୁଦ୍ରମାଳା କିପରି ହେଉଛି - ତାହା ତୁମେ ପଛରେ ଜାଣିପାରିବ । ଶେଷ ସମୟରେ ବହୁତ ପୁରୁଷାର୍ଥ କରିଥାନ୍ତି । ଭାବନ୍ତି ଆମେ ଅମୁକ ବିଷୟରେ ଫେଲ୍ ହୋଇଯିବୁ । ସେହିଭଳି ତୁମେ ମଧ୍ୟ ଜାଣିପାରିବ । ଅନେକ କହୁଛନ୍ତି ଆମର ପିଲାଙ୍କଠାରେ ମୋହ ରହିଛି । ମୋହ ଛାଡିବାକୁ ହେବ । ଜଣଙ୍କଠାରେ ମୋହ ରଖିବାକୁ ହେବ । ବାକି ନିମିତ୍ତ ହୋଇ ସମ୍ଭାଳିବାକୁ ହେବ । କହୁଛନ୍ତି ମଧ୍ୟ - ଏସବୁ କିଛି ବାବା ଦେଇଛନ୍ତି ତେଣୁ ନିମିତ୍ତ ହୋଇଚାଲ । ମମତ୍ୱ ତୁଟାଇ ଦିଅ । ବାବା ସ୍ୱୟଂ ଆସି କହୁଛନ୍ତି ଏହାଙ୍କଠାରୁ ମମତ୍ତ୍ୱ ତୁଟାଇ ଦିଅ । ଭାବିନିଅ ଏସବୁ ତାଙ୍କର, ତାଙ୍କରି ମତରେ ହିଁ ଚାଲ । ତାଙ୍କ କାର୍ଯ୍ୟରେ ହିଁ ଲାଗିଯାଅ । ଅବିନାଶୀ ଜ୍ଞାନ ରତ୍ନର ଦାନ କରିଚାଲ । ବାବାଙ୍କ ପାଖରେ କନ୍ୟାମାନଙ୍କ ପାଇଁ ସବୁଠାରୁ ଅଧିକ ସମ୍ମାନ ରହିଛି । କନ୍ୟା କର୍ମବନ୍ଧନରୁ ମୁକ୍ତ ରହିଥାଏ । ପୁତ୍ରମାନଙ୍କର ଲୌକିକ ପିତାଙ୍କଠାରୁ ବର୍ସା ପାଇବାର ନିଶା ରହିଥାଏ । କନ୍ୟା ଲୌକିକ ପିତାଙ୍କର ବର୍ସା ପାଇନଥାଏ । ଏଠାରେ ବାବାଙ୍କ ପାଖରେ ମେଲ୍‌-ଫିମେଲର ଭେଦଭାବ ନାହିଁ । ବାବା ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି । ତୁମେମାନେ ଜାଣିଛ ଆମେ ସମସ୍ତେ ଭାଇ-ଭାଇ, ବାବାଙ୍କଠାରୁ ବର୍ସା ନେଉଛୁ । ଆତ୍ମା ପାଠପଢି, ବାବାଙ୍କଠାରୁ ବର୍ସା ନେଉଛି । ଯେତେ ଅଧିକ ବର୍ସା ନେବ, ସେତେ ଉଚ୍ଚପଦ ପାଇବ । ବାବା ଆସି ସବୁ କଥା ବୁଝାଉଛନ୍ତି । ଶିବବାବା ହେଲେ ନିରାକାର, ତାଙ୍କର ପୂଜା ମଧ୍ୟ କରୁଛନ୍ତି । ସୋମନାଥଙ୍କର ମନ୍ଦିର ତିଆରି କରିଛନ୍ତି । ଏକଥା ବର୍ତ୍ତମାନ ତୁମେ ଜାଣିଛ ଶିବବାବା ଆସି କଣ କରୁଛନ୍ତି! କାହିଁକି ତାଙ୍କର ସ୍ମୃତିଚିହ୍ନ ଭାବେ ମନ୍ଦିର ତିଆରି କରାଯାଇଛି? ଏକଥା ମଧ୍ୟ ତୁମେମାନେ ଜାଣିଛ । କଳ୍ପ-କଳ୍ପ ଏହିପରି ହିଁ ହେବ । ଡ୍ରାମାରେ ନିଧାର୍ଯ୍ୟ ଅଛି, ତେଣୁ ତାହାର ପୁନରାବୃତ୍ତି ହେଉଛି । ବାବାଙ୍କୁ ଆସିବାକୁ ହିଁ ହେବ । ପୁରୁଣା ଦୁନିଆର ବିନାଶ ହେବ । ଏଥିରେ କୌଣସି ଅବଶୋଷର କଥା ନାହିଁ । ଏହା ରକ୍ତର ଖେଳ ଅଟେ । ଅକାରଣେ ସମସ୍ତଙ୍କର ରକ୍ତପାତ ହେବ । ନଚେତ୍ କେହି କାହାକୁ ହତ୍ୟା କଲେ ତାଙ୍କୁ ଫାଶୀ ଦଣ୍ଡ ମିଳିଥାଏ । ଏବେ କାହାକୁ ଧରିବେ । ପ୍ରାକୃତିକ ବିପର୍ଯ୍ୟୟ ନିଶ୍ଚୟ ଆସିବ । ବିନାଶ ନିଶ୍ଚିତ ହେବ । ଅମରଲୋକ, ମୃତ୍ୟୁଲୋକର ଅର୍ଥକୁ ମଧ୍ୟ କେହି ଜାଣି ନାହାଁନ୍ତି । ତୁମେ ଜାଣିଛ ଆଜି ଆମେ ମୃତ୍ୟୁଲୋକରେ ଅଛୁ, କାଲି ଅମରଲୋକରେ ଥିବୁ, ସେଥିପାଇଁ ଆମେ ପାଠ ପଢୁଛୁ । ମନୁଷ୍ୟମାନେ ତ ଘୋର ଅନ୍ଧକାରରେ ଅଛନ୍ତି । ତୁମେମାନେ ଜ୍ଞାନ ଅମୃତ ପିଆଉଛ, ହଁ-ହଁ କରି ପୁଣି ନିଦରେ ଶୋଇଯାଉଛନ୍ତି । ଶୁଣୁଛନ୍ତି ମଧ୍ୟ ବେହଦର ବାବା ବର୍ସା ଦେଉଛନ୍ତି । ଏହା ସେହି ମହାଭାରତ ଲଢେଇ ଯାହା ଦ୍ୱାରା ସ୍ୱର୍ଗର ଦ୍ୱାର ଖୋଲିବ । ଲେଖୁଛନ୍ତି ମଧ୍ୟ ଏହା ବହୁତ ଭଲ, ଏହି ଜ୍ଞାନ କେହି ଦେଇପାରିବେ ନାହିଁ । ଆମେ ମାନୁଛୁ, ବାସ୍ । ନିଜେ କିଛି ବି ଜ୍ଞାନ ଧାରଣ କରୁନାହାଁନ୍ତି ପୁଣି ଶୋଇଯାଉଛନ୍ତି, ଏମାନଙ୍କୁ କୁମ୍ଭକର୍ଣ୍ଣ କୁହାଯାଉଛି । ତୁମେ ତାଙ୍କୁ କହିପାରିବ ଯେ ଲେଖିକରି ଦେଉଛ କିନ୍ତୁ ଏପରି ନୁହେଁ ଯେ ପୁଣି ଯାଇ ଘରେ ଶୋଇଯିବ । ତାଙ୍କ ଆଗରେ କୁମ୍ଭକର୍ଣ୍ଣର ଚିତ୍ର ରଖିଦେବା ଉଚିତ୍‌, ଏହାଙ୍କ ସଦୃଶ ଶୋଇଯାଅ ନାହିଁ । ବୁଝାଇବା ପାଇଁ ଯୁକ୍ତି ଦରକାର ନା ।

ବାବା କହୁଛନ୍ତି ପିଲାମାନେ, ନିଜ ଦୋକାନରେ ମଧ୍ୟ ମୁଖ୍ୟ-ମୁଖ୍ୟ ଚିତ୍ର ରଖ । କେହି ଆସିଲେ ଚିତ୍ର ଦ୍ୱାରା ବୁଝାଅ । ହଦର ସୌଦା ମଧ୍ୟ କରାଅ, ଏହା ମଧ୍ୟ ଖାଣ୍ଟି ସୌଦା ଅଟେ । ଏହା ଦ୍ୱାରା ତୁମେ ବହୁତଙ୍କର କଲ୍ୟାଣ କରିପାରିବ । ଏଥିରେ ଲଜ୍ୟାର କୌଣସି କଥା ହିଁ ନାହିଁ । କେହି କହୁଛନ୍ତି ତୁମେ ବି.କେ. ହୋଇଛ । ତାଙ୍କୁ କୁହ, ଆରେ ପ୍ରଜାପିତା ବ୍ରହ୍ମାକୁମାର-କୁମାରୀ ତୁମେ ମଧ୍ୟ ଅଟ ନା । ବାବା ନୂଆ ସୃଷ୍ଟି ରଚନା କରୁଛନ୍ତି । ପୁରୁଣା ଦୁନିଆରେ ନିଆଁ ଲାଗିଯିବ । ତୁମେ ମଧ୍ୟ ବି.କେ. ନ ହେବା ପର୍ଯ୍ୟନ୍ତ ସ୍ୱର୍ଗକୁ ଯାଇପାରିବ ନାହିଁ । ଏହିପରି ଦୋକାନରେ ସେବା କଲେ କେତେ ବେହଦର ସେବା ହୋଇଯିବ । ପରସ୍ପର ମଧ୍ୟରେ ରାୟ କର, ଦୋକାନ ଛୋଟ ହୋଇଥିଲେ କାନ୍ଥରେ ଚିତ୍ର ଲଗାଇପାରିବ । ଦାନପୁଣ୍ୟ ପ୍ରଥମେ ଘରୁ ଆରମ୍ଭ କରାଯାଇଥାଏ । ପ୍ରଥମେ-ପ୍ରଥମେ ତାଙ୍କର କଲ୍ୟାଣ କରିବାକୁ ହେବ । ବାବା କହୁଛନ୍ତି - ଏବେ କୌଣସି ଦେହଧାରୀକୁ ୟାଦ କର ନାହିଁ । ଶିବବାବାଙ୍କୁ ୟାଦ କର, ଯାହାଙ୍କଠାରୁ ବର୍ସା ମିଳୁଛି । ମନୁଷ୍ୟ ବିଚରା ଦ୍ୱନ୍ଦରେ ପଡିଛନ୍ତି । କହିବାକୁ ହେବ - ଦୈବୀ ବିଶ୍ୱ ରାଜ୍ୟ ପାଇବାକୁ ହେଲେ, ନରରୁ ନାରାୟଣ ହେବାକୁ ହେଲେ ଆସି କରି ହୁଅ । ଆଚ୍ଛା -

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) କେବଳ ବାବାଙ୍କ ସହିତ ହିଁ ଶୁଦ୍ଧ ଏବଂ ସଚ୍ଚା ମୋହ ରଖିବାକୁ ହେବ, ତାଙ୍କୁ ହିଁ ୟାଦ କରିବାକୁ ହେବ । ଦେହଧାରୀଙ୍କଠାରୁ ମମତ୍ୱ ତୁଟାଇ ଦେବାକୁ ହେବ । ଟ୍ରଷ୍ଟି ବା ନିମିତ୍ତ ହୋଇ ସମ୍ଭାଳିବାକୁ ହେବ ।

(୨) ବିକର୍ମାଜିତ୍ ହେବାକୁ ପଡିବ ସେଥିପାଇଁ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କୌଣସି ପ୍ରକାରର ବିକର୍ମ ନ ହେଉ, ଏଥିପ୍ରତି ବହୁତ ବହୁତ ଧ୍ୟାନ ରଖିବାକୁ ହେବ ।

ବରଦାନ:-
ସାକ୍ଷୀପଣିଆର ଆସନରେ ବସି ଦୁଃଖ ଶବ୍ଦକୁ ସମାପ୍ତ କରୁଥିବା ମାଷ୍ଟର ତ୍ରିକାଳଦର୍ଶୀ ହୁଅ ।

ଏହି ଡ୍ରାମାରେ ଯାହା କିଛି ବି ହେଉଛି ସେଥିରେ କଲ୍ୟାଣ ଭରି ରହିଛି, ତେଣୁ କାହିଁକି, କଣର ପ୍ରଶ୍ନ ବୁଦ୍ଧିମାନ ଆତ୍ମା ଭିତରେ ଉଠିପାରିବ ନାହିଁ । କ୍ଷତି ଭିତରେ ମଧ୍ୟ କଲ୍ୟାଣ ଅନ୍ତର୍ନିହିତ ଅଟେ । ଯଦି ବାବାଙ୍କର ସଂଗ ଏବଂ ବାବାଙ୍କର ହାତ ସାଥୀରେ ଅଛି ତେବେ ଅକଲ୍ୟାଣ ହୋଇପାରିବ ନାହିଁ । ଏହିଭଳି ମହତ୍ୱପୂର୍ଣ୍ଣ ଆସନ ଉପରେ ବସିବା ଦ୍ୱାରା କେବେ ବି ଦୁଃଖୀ ହୋଇପାରିବ ନାହିଁ କାରଣ ସାକ୍ଷୀପଣିଆର ଆସନ ଦୁଃଖ ଶବ୍ଦକୁ ସମାପ୍ତ କରିଦିଏ । ସେଥିପାଇଁ ତ୍ରିକାଳଦର୍ଶୀ ହୋଇ ପ୍ରତିଜ୍ଞା କର ଯେ - ନା କେବେ ଦୁଃଖୀ ହେବି, ନା କାହାକୁ ଦୁଃଖୀ କରିବି ।

ସ୍ଲୋଗାନ:-
ନିଜର ସର୍ବ କର୍ମେନ୍ଦ୍ରିୟ ମାନଙ୍କୁ ଶୃଙ୍ଖଳିତ ଭାବରେ ଚଳାଇବା ହିଁ ସ୍ୱରାଜ୍ୟ ଅଧିକାରୀ ହେବା ।