03.10.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଆତ୍ମା ରୂପୀ ବ୍ୟାଟେରୀ ୮୪ଟି ମୋଟର ଅର୍ଥାତ୍ ଶରୀରରେ ବ୍ୟବହାର ହୋଇଥିବା କାରଣରୁ ଶକ୍ତିହୀନ ହୋଇଯାଇଛି, ଏବେ ତାହାକୁ ଯୋଗର ଯାତ୍ରାରେ ରହି ଭରପୂର କର ।

ପ୍ରଶ୍ନ:-
ବାବା କେଉଁ ସନ୍ତାନମାନଙ୍କୁ ବହୁତ-ବହୁତ ଭାଗ୍ୟଶାଳୀ ମନେ କରୁଛନ୍ତି ?

ଉତ୍ତର:-
ଯାହାଙ୍କ ପାଖରେ କୌଣସି ଜଞ୍ଜାଳ ନାହିଁ, ଯିଏ ନିର୍ବନ୍ଧନ ଅଟନ୍ତି, ଏହିପରି ସନ୍ତାନମାନଙ୍କୁ ବାବା କହୁଛନ୍ତି ତୁମେ ବହୁତ-ବହୁତ ଭାଗ୍ୟଶାଳୀ ଅଟ, ତୁମେ ଯୋଗର ଯାତ୍ରାରେ ରହି ନିଜର ବ୍ୟାଟେରୀକୁ ଫୁଲ୍ ଚାର୍ଜ କରିପାରିବ । ଯଦି ଯୋଗ ନଥାଇ, କେବଳ ଜ୍ଞାନ ଶୁଣାଇବ, ତେବେ ତୀର ଲାଗିବ ନାହିଁ । କେହି କେତେବି ଆଡମ୍ବରର ସହିତ ନିଜର ଅନୁଭବ ଶୁଣାଉଥାନ୍ତୁ କିନ୍ତୁ ନିଜେ ଯଦି ଧାରଣା କରୁ ନଥିବେ, ତେବେ ଭିତରେ ଭିତରେ ମନ ଖାଇଥାଏ ।

ଓମ୍ ଶାନ୍ତି ।
ମିଠା-ମିଠା ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ବୁଝାଉଛନ୍ତି । ଆତ୍ମିକ ପିତାଙ୍କ ନାମ କଣ ? ଶିବବାବା । ସେ ବେହଦର ପିତା ଏବଂ ଭଗବାନ ଅଟନ୍ତି । ମନୁଷ୍ୟମାନଙ୍କୁ କେବେ ବି ବେହଦର ବାବା ଅଥବା ଈଶ୍ୱର ବା ଭଗବାନ କୁହାଯାଇପାରିବ ନାହିଁ । ଯଦିଓ ବହୁତଙ୍କର ନାଁ ଶିବ ରହିଛି, କିନ୍ତୁ ସେମାନେ ସମସ୍ତେ ଦେହଧାରୀ ଅଟନ୍ତି ସେଥିପାଇଁ ତାଙ୍କୁ ଭଗବାନ ବୋଲି କୁହାଯାଇପାରିବ ନାହିଁ । ବାବା ବସି ସନ୍ତାନମାନଙ୍କୁ ଏହି କଥା ବୁଝାଉଛନ୍ତି, ମୁଁ ଯାହାଙ୍କ ଶରୀରରେ ପ୍ରବେଶ କରିଛି, ତାଙ୍କର ଏହା ବହୁତ ଜନ୍ମର ଶେଷ ଜନ୍ମ ଅଟେ । ତୁମ୍ଭମାନଙ୍କୁ କେହି କେହି ପଚାରୁଛନ୍ତି ତୁମେ ୟାଙ୍କୁ ଭଗବାନ ବୋଲି କାହିଁକି କହୁଛ ? ବାବା ପ୍ରଥମରୁ ହିଁ ବୁଝାଉଛନ୍ତି, କୌଣସି ସ୍ଥୂଳ ବା ସୂକ୍ଷ୍ମ ଦେହଧାରୀମାନଙ୍କୁ ଭଗବାନ କୁହାଯିବ ନାହିଁ । ସୂକ୍ଷ୍ମ ଦେହଧାରୀମାନେ ହେଲେ ସୂକ୍ଷ୍ମଲୋକ ନିବାସୀ ତାଙ୍କୁ ଦେବତା କୁହାଯାଉଛି । ଭଗବାନ ହେଉଛନ୍ତି ଉଚ୍ଚରୁ ଉଚ୍ଚ, ପରମପିତା । ତାଙ୍କର ନାମ ଉଚ୍ଚରୁ ଉଚ୍ଚ ଏବଂ ଧାମ ମଧ୍ୟ ଉଚ୍ଚରୁ ଉଚ୍ଚ ଅଟେ । ବାବା ସବୁ ଆତ୍ମାମାନଙ୍କ ସହିତ ସେଠାରେ ନିବାସ କରନ୍ତି । ତାଙ୍କର ବସିବା ସ୍ଥାନ ମଧ୍ୟ ଉଚ୍ଚ ଅଟେ । ବାସ୍ତବରେ ତାହା କୌଣସି ବସିବାର ସ୍ଥାନ ନାହିଁ । ଯେପରି ଷ୍ଟାର (ତାରା)କେଉଁଠି ବସିଛି କି ? ଛିଡା ହୋଇଛି ନା । ତୁମେ ଆତ୍ମାମାନେ ମଧ୍ୟ ନିଜ ଶକ୍ତି ଆଧାରରେ ସେଠାରେ ଛିଡା ହୋଇଛ । ଏପରି ଶକ୍ତି ମିଳୁଛି ଯେ ସେଠାରେ ଯାଇ ଛିଡା ହୋଇଥାନ୍ତି । ବାପାଙ୍କ ନାମ ହେଉଛି ସର୍ବଶକ୍ତିମାନ, ତାଙ୍କଠାରୁ ଶକ୍ତି ମିଳୁଛି । ଆତ୍ମା ତାଙ୍କୁ ମନେପକାଉଛି । ଯାହା ଦ୍ୱାରା ଆତ୍ମା ରୂପି ବ୍ୟାଟେରୀ ଚାର୍ଜ ହୋଇଯାଉଛି । ଯେପରି ମୋଟର ଗାଡିରେ ବ୍ୟାଟେରୀ ଥାଏ, ତା ଶକ୍ତିରେ ହିଁ ମୋଟର ଚାଲିଥାଏ । ବ୍ୟାଟେରୀରେ କରେଣ୍ଟ୍ ଭର୍ତ୍ତି ହୋଇ ରହିଥାଏ ପୁଣି ଚାଲୁଚାଲୁ ତାହା ଖାଲି ହୋଇଯାଏ ପୁଣି ବ୍ୟାଟେରୀକୁ ମେନ୍ ପାୱାରରେ ଚାର୍ଜ କରି ମୋଟରରେ ରଖିଥାନ୍ତି । ତାହା ହେଉଛି ହଦର କଥା । ଏହା ହେଲା ବେହଦର କଥା । ତୁମର ଆତ୍ମା ରୂପୀ ବ୍ୟାଟେରୀ ତ ୫ ହଜାର ବର୍ଷ ପର୍ଯ୍ୟନ୍ତ ଚାଲୁଛି । ଚାଲୁ-ଚାଲୁ ପୁଣି ଖାଲି ହୋଇଯାଉଛି । ଜଣା ପଡିଯାଏ - ସମ୍ପୂର୍ଣ୍ଣ ଶେଷ ହୁଏ ନାହିଁ କିଛି ନା କିଛି ରହିଥାଏ । ଯେପରି ଟର୍ଚ୍ଚର ଲାଇଟ୍ କମ୍ ହୋଇଯାଇଥାଏ ନା । ଆତ୍ମା ତ ହେଉଛି ଏହି ଶରୀରର ବ୍ୟାଟେରୀ । ଏହା ମଧ୍ୟ କମଜୋର ହୋଇଯାଉଛି । ବ୍ୟାଟେରୀ ଏହି ଶରୀରରୁ ବାହାରି, ପୁଣି ଦ୍ୱିତୀୟ ତୃତୀୟ ମୋଟରରେ ଯାଇ ଲାଗିଥାଏ । ୮୪ଟି ମୋଟରରେ ତାକୁ ଲଗାଯାଇଥାଏ ତେଣୁ ଏବେ ବାବା କହୁଛନ୍ତି ତୁମେ କେତେ ପଥରବୁଦ୍ଧି ଅର୍ଥାତ୍ ବୁଦ୍ଧିହୀନ ହୋଇଯାଇଛ । ଏବେ ପୁନର୍ବାର ନିଜ ବ୍ୟାଟେରୀକୁ ଭରପୁର କର । ତେବେ ଯୋଗବଳ ବିନା ଆତ୍ମା କେବେ ବି ପବିତ୍ର ହୋଇପାରିବ ନାହିଁ । ଏକମାତ୍ର ବାବା ହିଁ ସର୍ବଶକ୍ତିବାନ ଅଟନ୍ତି, ଯାହାଙ୍କ ସହିତ ଯୋଗ ଲଗାଇବାକୁ ହେବ । ବାବା ନିଜେ ନିଜର ପରିଚୟ ଦେଉଛନ୍ତି ଯେ ମୁଁ କିଏ, କିପରି ଅଟେ ? ତୁମ ଆତ୍ମାର ବ୍ୟାଟେରୀ କିପରି କମଜୋର ହୋଇଯାଉଛି । ଏବେ ତୁମକୁ ମତ ଦେଉଛି ମୋତେ ମନେପକାଅ, ତେବେ ବ୍ୟାଟେରୀ ସତ୍ତ୍ୱପ୍ରଧାନ ଫାଷ୍ଟକ୍ଲାସ ହୋଇଯିବ । ଆତ୍ମା ପବିତ୍ର ହେଲେ ୨୪ କ୍ୟାରେଟ୍ର ହୋଇଯାଇଥାଏ । ଏବେ ତୁମେ ଖାଦଯୁକ୍ତ ହୋଇଯାଇଛ । ଶକ୍ତି ବିଲ୍କୁଲ୍ ଶେଷ ହୋଇଯାଇଛି । ଆଉ ସେହି ଶୋଭା ନାହିଁ । ବର୍ତ୍ତମାନ ବାବା ତୁମ୍ଭମାନଙ୍କୁ ବୁଝାଉଛନ୍ତି ଯେ ପିଲାମାନେ ମୁଖ୍ୟ କଥା ହେଉଛି ଯୋଗଯୁକ୍ତ ହୋଇ ରହିବା ଏବଂ ପବିତ୍ର ହେବା । ନହେଲେ ତ ବ୍ୟାଟେରୀ ଚାର୍ଜ ହେବ ନାହିଁ । ଯୋଗ ଲାଗିବ ନାହିଁ । ଯଦିଓ କୁକୁଡା ଭଳି ଜ୍ଞାନୀ ତ ବହୁତ ଅଛନ୍ତି (କୁକୁଡା ଯିଏକି ଅନ୍ୟମାନଙ୍କୁ ଉଠାଇ ଦିଏ ଏବଂ ନିଜେ ଶୋଇପଡେ) । ଜ୍ଞାନ ତ ବହୁତ ଭଲ ଶୁଣାନ୍ତି କିନ୍ତୁ ସେଭଳି ଅବସ୍ଥା ନଥାଏ । ବହୁତ ଆଡମ୍ବର ସହିତ ଅନୁଭବ ଶୁଣାନ୍ତି କିନ୍ତୁ ମନ ଭିତରେ ଖାଉଥାଏ । ଯାହା ମୁଁ ବର୍ଣ୍ଣନା କରୁଛି, ସେପରି ଅବସ୍ଥା ତ ମୋର ନାହିଁ । କେହି ପୁଣି କେତେକ ଯୋଗୀ ତୁ ଆତ୍ମା ମଧ୍ୟ ଅଛନ୍ତି । ବାବା ତ ସନ୍ତାନମାନଙ୍କର ବହୁତ ମହିମା କରୁଛନ୍ତି । ବାବା କହୁଛନ୍ତି ପିଲାମାନେ, ତୁମେମାନେ ବହୁତ-ବହୁତ ଭାଗ୍ୟଶାଳୀ ଅଟ । ତୁମର ତ ବେଶୀ କିଛି ଜଞ୍ଜାଳ ନାହିଁ । ଯାହାର ଅନେକ ସନ୍ତାନ ଥାଆନ୍ତି, ତାଙ୍କର ବନ୍ଧନ ମଧ୍ୟ ରହିଥାଏ । ବାବାଙ୍କର କେତେ ସନ୍ତାନ ଅଛନ୍ତି । ସମସ୍ତଙ୍କୁ ଦେଖା-ରେଖା କରି ସମ୍ଭାଳିବାକୁ ପଡୁଛି । ବାବାଙ୍କୁ ମଧ୍ୟ ମନେପକାଇବାକୁ ହେବ । ପ୍ରେମିକଙ୍କର ସ୍ମୃତି ତ ବିଲକୁଲ୍ ପକ୍କା ରହିବା ଦରକାର । ତୁମେ ଭକ୍ତି ମାର୍ଗରେ ବାବାଙ୍କୁ କେତେ ସ୍ମରଣ କରି ଆସିଛ ହେ ଭଗବାନ, ପ୍ରଥମେ-ପ୍ରଥମେ ତାଙ୍କର ପୂଜା ମଧ୍ୟ କରିଛ । ପ୍ରଥମେ ନିରାକାର ଭଗବାନଙ୍କର ହିଁ ପୂଜା କରିଥାନ୍ତି । ଏପରି ନୁହେଁ ଯେ ସେ ସମୟରେ ତୁମେ ଆତ୍ମ-ଅଭିମାନୀ ହୋଇ ରହୁଛ । ଆତ୍ମ-ଅଭିମାନୀମାନେ କଣ ପୂଜା କରିବେ!

ବାବା ବୁଝାଉଛନ୍ତି, ସର୍ବ ପ୍ରଥମେ ଯେତେବେଳେ ଭକ୍ତି ଆରମ୍ଭ ହୁଏ ସେତେବେଳେ ଏକମାତ୍ର ବାବାଙ୍କୁ ହିଁ ପୂଜା କରିଥାନ୍ତି । ଏକମାତ୍ର ଶିବଙ୍କର ହିଁ ପୂଜା କରନ୍ତି । ଯେପରି ରାଜାରାଣୀ, ସେହିପରି ପ୍ରଜା । ଭଗବାନ ହେଉଛନ୍ତି ସର୍ବୋଚ୍ଚ, ତାଙ୍କୁ ହିଁ ସ୍ମରଣ କରିବାକୁ ହେବ । ଅନ୍ୟ ଯେଉଁମାନେ ତାଙ୍କ ତଳକୁ ଅଛନ୍ତି ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ମଧ୍ୟ ମନେପକାଇବା ଦରକାର ନାହିଁ । ଉଚ୍ଚରୁ ଉଚ୍ଚ ବାବାଙ୍କୁ ହିଁ ମନେପକାଇବାକୁ ହେବ । କିନ୍ତୁ ଡ୍ରାମାର ପାର୍ଟ ଏପରି ଯେ ତୁମେ ତଳକୁ ଆସିବାକୁ ବନ୍ଧା ହୋଇରହିଛ । ତୁମେ କିପରି ତଳକୁ ଓହ୍ଲାଉଛ ସେ କଥା ବାବା ବୁଝାଉଛନ୍ତି । ବାବା ପ୍ରତ୍ୟେକ କଥା ଆଦିରୁ ଅନ୍ତ, ଉପରୁ ତଳ ପର୍ଯ୍ୟନ୍ତ ବୁଝାଉଛନ୍ତି । ପ୍ରଥମେ ଭକ୍ତି ମଧ୍ୟ ସତ୍ତ୍ୱପ୍ରଧାନ ଥିଲା, ପୁଣି ସତ୍ତ୍ୱ-ରଜୋ-ତମୋ ହେଲା । ଏବେ ତୁମେ ପୁଣି ସତ୍ତ୍ୱପ୍ରଧାନ ହେଉଛ, ଏଥିରେ ହିଁ ପରିଶ୍ରମ ଅଛି । ତୁମମାନଙ୍କୁ ପବିତ୍ର ହେବାକୁ ପଡିବ । ନିଜକୁ ଦେଖ, ମାୟା କେଉଁଠି ଧୋକା ତ ଦେଉନାହିଁ ? ମୋର ଦୃଷ୍ଟି ବିକାରୀ ତ ହେଉନାହିଁ ? କୌଣସି ପାପର ଖିଆଲ୍ ତ ଆସୁନାହିଁ ? ଗାୟନ ମଧ୍ୟ ଅଛି ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ-ବ୍ରାହ୍ମଣୀ, ତେଣୁ ଭାଇ-ଭଉଣୀ ହେଲେ ନା । ଏଠାକାର ବ୍ରାହ୍ମଣ ମଧ୍ୟ ନିଜକୁ ବ୍ରହ୍ମାଙ୍କ ସନ୍ତାନ ବୋଲି କହିଥାନ୍ତି । ତୁମେ ମଧ୍ୟ ବ୍ରାହ୍ମଣ ଭାଇ-ଭଉଣୀ ହେଲ ନା । ପୁଣି ବିକାରୀ ଦୃଷ୍ଟି କାହିଁକି ରଖୁଛ । ବ୍ରାହ୍ମଣମାନଙ୍କୁ ତ ତୁମେମାନେ ଭଲ ରୂପେ ଦୃଷ୍ଟି ଦେଇପାରିବ । ବର୍ତ୍ତମାନ ତୁମେମାନେ ହିଁ ଜାଣୁଛ ଯେ ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣୀ-ବ୍ରାହ୍ମଣୀ ହୋଇ ସତ୍ୟଯୁଗରେ ପୁଣି ଦେବତା ହେଉଛନ୍ତି । କହୁଛନ୍ତି ମଧ୍ୟ ଯେ ବାବା ଆସି ବ୍ରାହ୍ମଣ ଦେବୀ-ଦେବତା ଧର୍ମର ସ୍ଥାପନ କରୁଛନ୍ତି । ଏହା ବୁଝିବା କଥା ଅଟେ ନା । ବ୍ରହ୍ମାଙ୍କର ସନ୍ତାନ ଆମେ ଭାଇ-ଭଉଣୀ ହୋଇଗଲୁ ତେଣୁ କଦାପି କୁଦୃଷ୍ଟି ଯିବା ଅନୁଚିତ୍ । ତାହା ରୋକିବା ଦରକାର । ଇଏ ମଧ୍ୟ ମୋର ମିଠା ଭଉଣୀ ଅଟନ୍ତି । ସେଇ ସ୍ନେହ ରହିବା ଉଚିତ । ଯେପରି ବ୍ଲଡ କନେକସନ୍(ରକ୍ତର ସମ୍ପର୍କ)ର ସ୍ନେହ ରହିଥାଏ, ତାହା ପରିବର୍ତ୍ତନ ହୋଇ ଆତ୍ମିକ ସ୍ନେହ ହୋଇଯାଉ । ଏଥିରେ ବହୁତ-ବହୁତ ପରିଶ୍ରମ ଅଛି । ଯୋଗ ମଧ୍ୟ ବହୁତ ସହଜ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେପକାଇବାକୁ ହେବ । ବିକାରୀ ଦୃଷ୍ଟି ରଖିବା ଉଚିତ୍ ନୁହେଁ । ବାବା ବୁଝାଇଛନ୍ତି ଯେ ଏହି ଆଖି ବହୁତ ଧୋକା ଦିଏ, ଏହାକୁ ପରିବର୍ତ୍ତନ କରିବାକୁ ହେବ । ମୁଁ ହେଉଛି ଆତ୍ମା । ବର୍ତ୍ତମାନ ମୁଁ ଶିବବାବାଙ୍କର ସନ୍ତାନ । ତାଙ୍କ ଦ୍ୱାରା ପୋଷ୍ୟ ହୋଇଥିବା ଆମେ ଭାଇ-ଭଉଣୀ ଅଟୁ । ଆମେ ନିଜକୁ ବି.କେ. ବୋଲି କହୁଛୁ । ଚାଲି-ଚଳନରେ ଅନ୍ତର ତ ରହୁଛି ନା । ଶିକ୍ଷକଙ୍କର କାମ ହେଲା, କ୍ଲାସ୍ରେ ସମସ୍ତକୁ ପଚାରିବା ତୁମେମାନେ ଜାଣି ପାରୁଛ, ଆମର ଭାଇ-ଭଉଣୀର ଦୃଷ୍ଟି ଅଛି ନା କିଛି ଚଞ୍ଚଳତା ରହୁଛି ? ସତ୍ୟ ବାବାଙ୍କ ପାଖରେ ସତ ନ କହି ଯଦି ମିଛ କହିଲ ତେବେ ବହୁତ ଦଣ୍ଡ ମିଳିବ । କୋର୍ଟରେ ଶପଥ ପାଠ କରନ୍ତି ନା । ସତ୍ୟ ଇଶ୍ୱର ବାବାଙ୍କ ପାଖରେ ସତ୍ୟ କହିବୁ । ସତ୍ୟ ବାବାଙ୍କର ସନ୍ତାନ ମଧ୍ୟ ସତ୍ୟ ଅଟନ୍ତି । ବାବା ସତ୍ୟ ଅଟନ୍ତି ନା । ସିଏ ସତ୍ୟ ହିଁ କହୁଛନ୍ତି । ବାକି ସବୁ ହେଉଛି ଗପ । ନିଜକୁ ଶ୍ରୀ ଶ୍ରୀ ୧୦୮ ବୋଲି କହୁଛନ୍ତି । ବାସ୍ତବରେ ଏହା ତ ମାଳା ଯାହାକୁ ସ୍ମରଣ କରୁଛନ୍ତି । ଏକଥା ମଧ୍ୟ ଜାଣନ୍ତି ନାହିଁ ଯେ ଆମେ କାହିଁକି ସ୍ମରଣ କରୁଛୁ । ବୌଦ୍ଧମାନଙ୍କର ଏବଂ ଖ୍ରୀଷ୍ଟିୟାନ୍ମାନଙ୍କର ମଧ୍ୟ ମାଳା ଥାଏ । ପ୍ରତ୍ୟେକ ନିଜର ପ୍ରଥା ଅନୁସାରେ ମାଳା ଗଡାନ୍ତି । ତୁମ୍ଭମାନଙ୍କୁ ଏବେ ଜ୍ଞାନ ମିଳିଯାଇଛି । ସେମାନଙ୍କୁ କୁହ, ଯେଉଁ ୧୦୮ର ମାଳା ରହିଛି, ତା ଉପରେ ଥିବା ଫୁଲ ତ ହେଉଛନ୍ତି ନିରାକାର । ତାଙ୍କୁ ହିଁ ସମସ୍ତେ ମନେପକାଉଛନ୍ତି । ତାଙ୍କୁ ସ୍ମରଣ କରି ଆମେ ସ୍ୱର୍ଗର ପାଟରାଣୀ ଅର୍ଥାତ୍ ମହାରାଣୀ ହେଉଛୁ । ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବା ଏହା ହେଉଛି ସୂର୍ଯ୍ୟ ବଂଶୀ ମଖମଲ ଭଳି ପାଟରାଣୀ ହେବା, ପୁଣି ପରେ ଖଦିଭଳି ହୋଇଯାଆନ୍ତି । ତେଣୁ ଏଭଳି ପଏଣ୍ଟ୍ ବୁଦ୍ଧିରେ ରଖି ବୁଝାଇବା ଉଚିତ୍ । ତେବେ ତୁମର ନାମ ବହୁତ ପ୍ରସିଦ୍ଧ ହେବ । କଥା କହିବାରେ ସିଂହୀ ପରି ସାହସୀ ହୁଅ । ତୁମେ ହେଉଛ ଶିବଶକ୍ତି ସେନା ନା । ଅନେକ ପ୍ରକାରର ସେନା ଅଛନ୍ତି ନା । ତୁମେମାନେ ମଧ୍ୟ ସେଠାକୁ ଯାଇ ଦେଖ କଣ ଶିଖାଉଛନ୍ତି । ଲକ୍ଷ-ଲକ୍ଷ ମଣିଷ ଯାଆନ୍ତି । ବାବା ବୁଝାଇଛନ୍ତି - କ୍ରିମିନାଲ ଆଖି ବହୁତ ଧୋକା ଦେଇଥାଏ । ନିଜର ସ୍ଥିତିର ବର୍ଣ୍ଣନା କରିବା ଉଚିତ । ଅନୁଭବ ଶୁଣାଇବା ଦରକାର ଯେ ଆମେ ଘରେ କିପରି ରହୁଛୁ ? ଅବସ୍ଥାରେ କଣ ପ୍ରଭାବ ପଡୁଛି ? ଡାଇରି ରଖ ଏହି ଅବସ୍ଥାରେ ମୁଁ କେତେ ସମୟ ରହୁଛି ? ବାବା ବୁଝାଉଛନ୍ତି ଯେ ବଳବାନ ସହିତ ମାୟା ମଧ୍ୟ ବଳବାନ୍ ହୋଇ ଲଢିଥାଏ । ଏହା ଯୁଦ୍ଧକ୍ଷେତ୍ର ଅଟେ ନା । ମାୟା ବହୁତ ବଳବାନ । ମାୟା ଅର୍ଥାତ ୫ ବିକାର । ଧନକୁ ସମ୍ପତ୍ତି ବୋଲି ମଧ୍ୟ କୁହାଯାଏ, ଯାହା ପାଖରେ ଅଧିକ ସମ୍ପତ୍ତି ଥାଏ ସିଏ ଅଧିକ ଅଜାମିଳ ସଦୃଶ ମହାପାପୀ ମଧ୍ୟ ହୋଇଥାଏ ।

ବାବା କହୁଛନ୍ତି ସର୍ବପ୍ରଥମେ ତୁମେ ବେଶ୍ୟାମାନଙ୍କୁ ତ ଉଦ୍ଧାର କର । ତେବେ ସେମାନେ ପୁଣି ନିଜର ସଂଗଠନ ବନାଇବେ । ଆମକୁ ତ ବାବାଙ୍କଠାରୁ ବର୍ସା ନେବାକୁ ହେବ । ବାବା କହୁଛନ୍ତି ମୁଁ ତୁମକୁ ଶିବାଳୟର ମାଲିକ କରିବା ପାଇଁ ଆସିଛି । ଏହା ତୁମମାନଙ୍କର ଅନ୍ତିମ ଜନ୍ମ ଅଟେ । ବେଶ୍ୟାମାନଙ୍କୁ ବୁଝାଇବା ଦରକାର ଯେ, ତୁମ୍ଭମାନଙ୍କ ଯୋଗୁଁ ଭାରତର ଇଜ୍ଜତ ଏତେ ଚାଲିଯାଇଛି । ଏବେ ଶିବାଳୟକୁ ନେଇଯିବା ପାଇଁ ବାବା ଆସିଛନ୍ତି । ଆମେ ଶ୍ରୀମତ ଅନୁସାରେ ତୁମ ପାଖକୁ ଆସିଛୁ । ବର୍ତ୍ତମାନ ତୁମେ ବିଶ୍ୱର ମାଲିକ ହୋଇଯାଅ । ଆମ ସଦୃଶ ଭାରତର ଗୌରବ ରଖ । ଆମେ ମଧ୍ୟ ବାବାଙ୍କୁ ମନେପକାଇ ପବିତ୍ର ହେଉଛୁ । ତୁମେ ବି ଏହି ବିକାରୀ କାମ ଗୋଟିଏ ଜନ୍ମ ପାଇଁ ଛାଡି ଦିଅ । ଦୟା ତ କରିବାକୁ ହେବ ନା । ତେବେ ତୁମର ବହୁତ ମହିମା ହୋଇଯିବ । ତେବେ କହିବେ ଯେ ଏହାଙ୍କ ପାଖରେ ତ ଏପରି ଶକ୍ତି ଅଛି ଯେ ଏମାନଙ୍କଠାରୁ ଏଭଳି ଖରାପ ଧନ୍ଦା ମଧ୍ୟ ଛଡାଇଦେଲେ । ସମସ୍ତଙ୍କର ସଂଗଠନ ଅଛି । ତୁମେ ନିଜର ସଂଗଠନ କରି ସରକାରଙ୍କ ଠାରୁ ଯାହା ଚାହିଁବ ତାହା ନେଇପାରିବ । ତେଣୁ ବର୍ତ୍ତମାନ ଏପରି ବିକାରୀ, ଯେଉଁମାନେ ଭାରତର ନାମ ବଦନାମ କରିଛନ୍ତି, ତାଙ୍କର ସେବା କର । ତୁମର ମଧ୍ୟ ସଂଗଠନ ବହୁତ ପକ୍କା ହେବା ଦରକାର । ଯେପରି ୧୦-୧୨ ଜଣ ମିଳିମିଶି ଯାଇ ବୁଝାଇବେ । ଭଲ ମାତାମାନେ ମଧ୍ୟ ଥିବା ଦରକାର । କେହି ନୂଆ ଯୁଗଳ ଥିଲେ, କହନ୍ତୁ ଯେ ଆମେ ମଧ୍ୟ ପବିତ୍ର ରହୁଛୁ । ପବିତ୍ର ରହିଲେ ହିଁ ବିଶ୍ୱର ମାଲିକ ହେବ । ତେବେ ପବିତ୍ର କାହିଁକି ନ ରହିବ ? ସମସ୍ତେ ଦଳ ବଦ୍ଧ ହୋଇଯାଅ । ସେଠାକୁ ଯାଇ ବହୁତ ନମ୍ରତାର ସହିତ କୁହ, ଯେ ଆମେ ଆପଣଙ୍କୁ ପରମପିତା ପରମାତ୍ମାଙ୍କର ସନ୍ଦେଶ ଦେବାକୁ ଆସିଛୁ । ଏବେ ବିନାଶ ସମ୍ମୁଖରେ (ଖୁବ୍ ନିକଟରେ) ଉପସ୍ଥିତ ହୋଇଗଲାଣି । ବାବା କହୁଛନ୍ତି, ମୁଁ ସମସ୍ତଙ୍କର ଉଦ୍ଧାର କରିବା ପାଇଁ ଆସିଛି । ତୁମେ ବି ଏହି ଗୋଟିଏ ଜନ୍ମ ବିକାରରେ ଯାଅ ନାହିଁ । ତୁମେ ବୁଝାଇପାରିବ ଯେ ଆମେ ବ୍ରହ୍ମାକୁମାର-ବ୍ରାହ୍ମାକୁମାରୀମାନେ ନିଜର ହିଁ ତନ-ମନ-ଧନ ଆଧାରରେ ସେବା କରୁଛୁ । ଆମେ ତ ଭିକ ମାଗୁନାହୁଁ । ଆମେ ଈଶ୍ୱରଙ୍କ ସନ୍ତାନ ଅଟୁ । ଏହିପରି-ଏହିପରି ଯୋଜନା କର । ଏପରି ନୁହେଁ ଯେ ତୁମେ ସାହାଯ୍ୟ କରିପାରିବ ନାହିଁ । ଏପରି କାମ କର, ଯେପରି ବାଃ-ବାଃ ମିଳିବ । ସାହାଯ୍ୟ କରିବା ପାଇଁ ହଜାର-ହଜାର ବାହାରି ଆସିବେ । ଏହିଭଳି ନିଜର ସଂଗଠନ ବନାଅ । ମୁଖ୍ୟ-ମୁଖ୍ୟମାନଙ୍କୁ ଚୟନ କରି ସମ୍ମିଳନୀ କର । ପିଲାମାନଙ୍କୁ ସମ୍ଭାଳିବା ପାଇଁ ତ ବହୁତ ବାହାରିବେ । ତୁମେ ଈଶ୍ୱରୀୟ ସେବାରେ ଲାଗି ଯାଅ । ଏପରି ବିଶାଳ ହୃଦୟ ହେବା ଦରକାର ଯେପରି ସେବା ପାଇଁ ତତ୍କ୍ଷଣାତ ବାହାରି ପଡିବେ । ଗୋଟିଏ ପାର୍ଶ୍ଵରେ ଏହି ସେବା ଏବଂ ଅନ୍ୟ ପାର୍ଶ୍ଵରେ ଗୀତା, ଏହି କଥାକୁ ମିଶାଇ କୁହ । ତୁମେ ଏହି ଲକ୍ଷ୍ମୀ-ନାରାୟଣ ହେବା ପାଇଁ ପାଠ ପଢୁଛ । ତେଣୁ ତୁମ୍ଭମାନଙ୍କ ପରସ୍ପର ଭିତରେ ଏପରି ମତ ଭେଦ ରହିବା ଅନୁଚିତ୍ । ଯଦି କୌଣସି କଥା ବାବାଙ୍କୁ ଲୁଚାଉଛ, ସତ୍ୟ କହୁନାହଁ, ତେବେ ନିଜର ହିଁ କ୍ଷତି କରୁଛ ଆହୁରି ଶହେଗୁଣ ପାପ ଚଢିଯିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଆମେ ମିଠା ବାବାଙ୍କର ସନ୍ତାନ ତେଣୁ ପରସ୍ପର ମଧ୍ୟରେ ମିଠା ଭଉଣୀ-ଭାଇ ହୋଇ ରହିବାକୁ ହେବ । କେବେ ବି ବିକାରର ଦୃଷ୍ଟି ରଖିବାର ନାହିଁ । ଦୃଷ୍ଟିରେ ଯଦି କୌଣସି ଚଞ୍ଚଳତା ଆସୁଛି ତେବେ ରୁହାନୀ ଡାକ୍ତରଙ୍କୁ ସତ୍ୟ କଥା ଶୁଣାଇବାକୁ ହେବ ।

(୨) ପରସ୍ପର ମଧ୍ୟରେ କେବେ ବି ମତଭେଦରେ ଆସିବାର ନାହିଁ । ଖୋଲା ହୃଦୟର ସହିତ ସେବା କରିବାର ଅଛି । ନିଜର ତନ-ମନ- ଧନ ଆଧାରରେ ବହୁତ-ବହୁତ ନମ୍ରତାର ସହିତ ସେବା କରି ସମସ୍ତଙ୍କୁ ବାବାଙ୍କର ପରିଚୟ ବା ସନ୍ଦେଶ ଦେବାକୁ ହେବ ।

ବରଦାନ:-
ନିଜର ଶ୍ରେଷ୍ଠ ଜୀବନ ଦ୍ୱାରା ପରମାତ୍ମ ଜ୍ଞାନର ପ୍ରତ୍ୟକ୍ଷ ପ୍ରମାଣ ଦେଇ ମାୟାପ୍ରୃଫ ହୁଅ ।

ନିଜକୁ ପରମାତ୍ମ ପ୍ରତ୍ୟକ୍ଷ ପ୍ରାମଣ ବା ପ୍ରୃଫ ମନେ କରିବା ଦ୍ୱାରା ମାୟାପ୍ରୁଫ୍ ଅର୍ଥାତ୍ ମାୟାର ପ୍ରବେଶତାରୁ ମୁକ୍ତ ହୋଇଯିବ । ତେବେ ପରମାତ୍ମ ଜ୍ଞାନର ପ୍ରତ୍ୟକ୍ଷ ପ୍ରମାଣ ହେଲା ତୁମମାନଙ୍କର ଶ୍ରେଷ୍ଠ ପବିତ୍ର ଜୀବନ ସବୁଠାରୁ ବଡ ଅସମ୍ଭବରୁ ସମ୍ଭବ ହେଉଥିବା କଥା ହେଲା ପ୍ରବୃତ୍ତିରେ ରହି ପର-ବୃତ୍ତିରେ ରହିବା ଅର୍ଥାତ୍ ଘର ଗୃହସ୍ଥରେ ରହି ପବିତ୍ର ରହିବା । ଦେହ ଏବଂ ଦେହର ଦୁନିଆର ସମ୍ବନ୍ଧଠାରୁ ପର ଅର୍ଥାତ୍ ଅଲଗା ରହିବା । ପୁରୁଣା ଶରୀରର ଆଖି ଦ୍ୱାରା ପୁରୁଣା ଦୁନିଆର ବସ୍ତୁଗୁଡିକ ଦେଖୁଥିଲେ ମଧ୍ୟ ନ ଦେଖିବା ଅର୍ଥାତ୍ ସମ୍ପୂର୍ଣ୍ଣ ପବିତ୍ର ଜୀବନରେ ଚାଲିବା ଏହା ହିଁ ହେଉଛି ପରମାତ୍ମାଙ୍କୁ ପ୍ରତ୍ୟକ୍ଷ କରିବାର ବା ମାୟାଠାରୁ ସମ୍ପୂର୍ଣ୍ଣ ପବିତ୍ର ଜୀବନରେ ଚାଲିବା ଏହା ହିଁ ହେଉଛି ପରମାତ୍ମାଙ୍କୁ ପ୍ରତ୍ୟକ୍ଷ କରିବାର ବା ମାୟାଠାରୁ ମୁକ୍ତ ରହିବାର ସହଜ ଆଧାର ।

ସ୍ଲୋଗାନ:-
ଯଦି ଆଟେନ୍ସନ୍ ଅର୍ଥାତ୍ ଧ୍ୟାନ ରୂପୀ ଜଗୁଆଳି ଠିକ ଅଛି ତେବେ ଅତିନ୍ଦ୍ରିୟ ସୁଖର ସମ୍ପତ୍ତି ହଜିଯାଇପାରିବ ନାହିଁ ।