03.12.18          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଜ୍ଞାନ ଏବଂ ଯୋଗ ସହିତ ତୁମର ଚାଲି-ଚଳଣ ମଧ୍ୟ ବହୁତ ଭଲ ହେବା ଦରକାର, ଭିତରେ କୌଣସି ବିକାର ରୂପୀ ଭୂତ ରହିବା ଉଚିତ୍ ନୁହେଁ, କାରଣ ତୁମେମାନେ ଭୂତମାନଙ୍କୁ ତଡିବା ପାଇଁ ନିମିତ୍ତ ଅଟ ।

ପ୍ରଶ୍ନ:-
ସୁପୁତ୍ର ପିଲାମାନଙ୍କ ଭିତରେ କେଉଁ ନିଶା ସ୍ଥାୟୀ ଭାବରେ ରହିପାରିବେ ?

ଉତ୍ତର:-
ବାବାଙ୍କଠାରୁ ମୁଁ ଦୁଇ ମୁକୁଟଧାରୀ, ବିଶ୍ୱର ମାଲିକ ହେବାର ସମ୍ପତ୍ତି ନେଉଛି । ଏହି ନିଶା ସୁପୁତ୍ର ପିଲାମାନଙ୍କ ଭିତରେ ହିଁ ସ୍ଥାୟୀ ଭାବରେ ରହିପାରିବ । କିନ୍ତୁ, କାମ-କ୍ରୋଧ ରୂପୀ ଭୂତ ଯଦି ଭିତରେ ରହୁଥିବେ ତେବେ ଏହି ନିଶା ରହିପାରିବ ନାହିଁ । ଏଭଳି ପିଲାମାନେ ବାବାଙ୍କୁ ସମ୍ମାନ ମଧ୍ୟ ଦେଇପାରିବେ ନାହିଁ, ସେଥିପାଇଁ ପ୍ରଥମେ ଭୂତମାନଙ୍କୁ ବିତାଡିତ କରିବା ପାଇଁ ହେବ ଏବଂ ନିଜର ଅବସ୍ଥାକୁ ମଜବୁତ କରିବା ପାଇଁ ହେବ ।

ଗୀତ:-
କୌନ ଆୟା ମେରେ ମନ କେ ଦ୍ୱାର....

ଓମ୍ ଶାନ୍ତି ।
ଏହି ଗୀତର ଅର୍ଥ ତ ତୁମମାନଙ୍କ ବ୍ୟତୀତ ଆଉ କେହି ବୁଝିପାରିବେ ନାହିଁ, ତାହା ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ହିଁ ବୁଝିବେ କାରଣ ପରମପିତା ପରମାତ୍ମାଙ୍କର କୌଣସି ସ୍ଥୂଳ ବା ସୂକ୍ଷ୍ମ ଚିତ୍ର ତ ନାହିଁ । ସୂକ୍ଷ୍ମ ଦେହଧାରୀ ହେଉଛନ୍ତି ଦେବତାମାନେ । ସେମାନେ ତ କେବଳ ତିନିଜଣ ହିଁ ଅଟନ୍ତି । ସେମାନଙ୍କଠାରୁ ମଧ୍ୟ ଅତି ସୂକ୍ଷ୍ମ ହେଉଛନ୍ତି ପରମାତ୍ମା । ତେବେ ହେ ପରମପିତା ପରମାତ୍ମାଏକଥା କିଏ କହୁଛି ? ଆତ୍ମା । ପରମପିତା ପରମାତ୍ମାଙ୍କୁ ପରମ ଆତ୍ମା କୁହାଯାଏ । ଲୌକିକ ପିତାଙ୍କୁ ଆତ୍ମା ପରମପିତା କହିପାରିବ ନାହିଁ । ଆତ୍ମା ଯେତେବେଳେ ପାରଲୌକିକ ପରମପିତା ପରମମାତ୍ମାଙ୍କୁ ମନେ ପକାଉଛି ସେତେବେଳେ ତାକୁ ଦେହୀ-ଅଭିମାନୀ କୁହାଯିବ । ନଚେତ୍ ଦେହ ସହିତ ସମ୍ବନ୍ଧୀତ ପିତା ହିଁ ମନେ ପଡିଥାନ୍ତି । କିନ୍ତୁ ସେ ହେଉଛନ୍ତି ଆତ୍ମା ସହିତ ସମ୍ବନ୍ଧିତ ପିତା ଯିଏକି ଏବେ ଆସିଛନ୍ତି । ଆତ୍ମା ସବୁ କିଛି ବୁଦ୍ଧି ଦ୍ୱାରା ହିଁ ଜାଣିଥାଏ କାରଣ ଆତ୍ମାରେ ବୁଦ୍ଧି ରହିଛି ନା । ତେବେ ପରମପିତା ପରମାତ୍ମା ନିଶ୍ଚିତ ଆମମାନଙ୍କର ପାରଲୌକିକ ପିତା ଅଟନ୍ତି । ତାଙ୍କୁ ହିଁ ଈଶ୍ୱର କୁହାଯାଏ । ଏବେ ବାବା ଜ୍ଞାନ ସହିତ ସମ୍ବନ୍ଧିତ ଯେଉଁ ସବୁ ପ୍ରଶ୍ନାବଳୀ ତିଆରି କରିଛନ୍ତି ତାହା ଉପରେ ବୁଝାଇବା ପାଇଁ ତୁମମାନଙ୍କୁ ବହୁତ ସହଜ ହେବ । ଯେପରି ପ୍ରଥମେ ଫର୍ମ ପୂରଣ କରାଉଛ ସେହିପରି ପ୍ରଶ୍ନଗୁଡିକୁ ମଧ୍ୟ ପଚାରିପାରିବ । ତେବେ ନିଶ୍ଚିତ ଭାବରେ ଜ୍ଞାନୀ ଆତ୍ମା ହିଁ ପ୍ରଶ୍ନ ପଚାରିପାରିବେ । ଯାହାଙ୍କୁ ଶିକ୍ଷକ ମଧ୍ୟ କୁହାଯିବ । ଆତ୍ମା ହିଁ ଶରୀର ଧାରଣ କରି କର୍ମେନ୍ଦ୍ରିୟ ଦ୍ୱାରା ବୁଝାଉଛି । ତେଣୁ ପିଲାମାନଙ୍କୁ ସହଜ ଭାବରେ ବୁଝାଇବା ପାଇଁ ଏହିସବୁ ପ୍ରଶ୍ନାବଳୀ ଥିବା ଚିତ୍ରଗୁଡିକ ତିଆରି କରାଯାଇଛି । କିନ୍ତୁ ଜ୍ଞାନ ଶୁଣାଇବାବାଲା, ପିଲାମାନଙ୍କର ଅବସ୍ଥା ମଧ୍ୟ ବହୁତ ଭଲ ହେବା ଦରକାର । ଚାହେଁ କାହା ଭିତରେ ଜ୍ଞାନ ବହୁତ ଭଲ ଥାଉ, ଯୋଗ ମଧ୍ୟ ଭଲ କରୁଥାଆନ୍ତୁ କିନ୍ତୁ ତା ସହିତ ବ୍ୟବହାର ଚାଲି-ଚଳଣ ମଧ୍ୟ ଭଲ ହେବା ଦରକାର । ତେବେ ଦୈବୀ ଚଳଣୀ ମଧ୍ୟ ସେହିମାନଙ୍କର ହେବ ଯାହାଙ୍କ ଭିତରେ କାମ, କ୍ରୋଧ, ଲୋଭ, ମୋହ, ଅହଂକାର ରୂପୀ ଭୂତମାନେ ନଥିବେ । ଏଗୁଡିକ ହେଲେ ବଡ ବଡ ଭୂତ । ତୁମମାନଙ୍କ ଭିତରେ କୌଣସି ବି ଭୂତ ରହିବା ଉଚିତ୍ ନୁହେଁ କାରଣ ତୁମେ ହେଉଛ ଭୂତ ଛଡାଇବାବାଲା ଗୁଣିଆ । ତେବେ ଦୁନିଆରେ ଯେଉଁ ସବୁ ଅଶୁଦ୍ଧ ଆତ୍ମାଗୁଡିକ ଏଣେତେଣେ ବୁଲୁଛନ୍ତି ସେମାନଙ୍କୁ ଭୂତ କୁହାଯାଏ ଯାହାଙ୍କୁ ବାହାର କରିବା ପାଇଁ ଗୁଣିଆମାନେ ମଧ୍ୟ ଅଛନ୍ତି । କିନ୍ତୁ ଏଠାରେ ଯେଉଁ ୫ ବିକାର ରୂପୀ ଭୂତଗୁଡିକ ଅଛନ୍ତି ସେଗୁଡିକୁ ପରମପିତା ପରମାତ୍ମାଙ୍କ ବ୍ୟତୀତ ଆଉ କେହି ବାହାର କରିପାରିବେ ନାହିଁ । ସମସ୍ତଙ୍କର ଭୂତ ଛଡାଇବାବାଲା ସେହି ଜଣେ ହିଁ ଅଟନ୍ତି । ସମସ୍ତଙ୍କର ସଦଗତିକର୍ତ୍ତା ମଧ୍ୟ ଜଣେ ଏବଂ ରାବଣ କବଳରୁ ମୁକ୍ତ କରିବାବାଲା ମଧ୍ୟ ସେହି ଜଣେ ହିଁ ଅଟନ୍ତି । ଏଗୁଡିକ ହେଲେ ବଡ ବଡ ଭୂତ । କୁହାଯାଏ ୟାଙ୍କ ଭିତରେ କ୍ରୋଧର ଭୂତ ଅଛି, ୟାଙ୍କ ଭିତରେ ମୋହର ଭୂତ ଅଛି, ଅଶୁଦ୍ଧ ଅହଂକାର ଭୂତ ଅଛି । ସମସ୍ତଙ୍କୁ ଏହି ଭୂତ ଗୁଡିକ କବଳରୁ ମୁକ୍ତ କରିବାବାଲା ମୁକ୍ତିଦାତା ପରମପିତା ପରମାତ୍ମା ଜଣେ ହିଁ ଅଟନ୍ତି । ତୁମେମାନେ ଜାଣିଛ ବର୍ତ୍ତମାନ ସମୟରେ ସବୁଠାରୁ ଶକ୍ତିଶାଳୀ ହେଉଛନ୍ତି ଖ୍ରୀଷ୍ଟିୟାନମାନେ । ସେମାନଙ୍କର ଇଂରାଜୀ ଭାଷା ମଧ୍ୟ ବହୁତ ଭଲ । ଯେଉଁଠାରେ ଯିଏ ରାଜା ହୁଅନ୍ତି ସେଠାରେ ସେମାନେ ନିଜର ଭାଷାକୁ ମଧ୍ୟ ପ୍ରଚଳନ କରନ୍ତି । ତେବେ ଦେବତାମାନଙ୍କର ଭାଷା ତ କାହାକୁ ବି ଜଣା ନାହିଁ । ପୂର୍ବରୁ ଆମର ଯେଉଁ କନ୍ୟାମାନେ ଧ୍ୟାନରେ ଯାଉଥିଲେ ସେମାନେ ସବୁ କିଛି ଆସି ଶୁଣାଉଥିଲେ । ଦୁଇ-ଚାରି ଦିନ ପର୍ଯ୍ୟନ୍ତ ମଧ୍ୟ ଧ୍ୟାନରେ ରହୁଥିଲେ । ଏବେ ଯଦି କେହି ବୁଦ୍ଧିମାନ ସନ୍ଦେଶୀ କନ୍ୟା ଥିବେ ତେବେ ସିଏ ସେଠିକାର ଭାଷାକୁ ଦେଖି ଏଠାରେ ଆସି ଶୁଣାଇ ପାରିବେ ।

ଏବେ ତୁମେ ପିଲାମାନେ ସମସ୍ତଙ୍କୁ ଭାରତର କାହାଣୀ ଶୁଣାଅ । ଭାରତ ସତ୍ୱୋପ୍ରଧାନ ଥିଲା, ଏବେ ତମୋପ୍ରଧାନ, ପୂଜ୍ୟରୁ ପୂଜାରୀ ହୋଇଯାଇଛି । ଭାରତରେ ଦେବତାମାନଙ୍କର ଚିତ୍ର ମଧ୍ୟ ବହୁତ ଅଛି ଯାହାଙ୍କୁ ଅନ୍ଧବିଶ୍ୱାସର ସହିତ ପୂଜା କରୁଛନ୍ତି, କିନ୍ତୁ ସେମାନଙ୍କର ଜୀବନ କାହାଣୀ କିଛି ଜାଣିନାହାଁନ୍ତି । ଯେହେତୁ ଆମେ ସବୁ ହେଉଛେ ଅଭିନେତା ତେଣୁ ନାଟକର ନିର୍ମାତା, ନିର୍ଦ୍ଦେଶକ ଆଦିଙ୍କୁ ଜାଣିବା ଦରକାର, ଯେଉଁଥିପାଇଁ ଏହିସବୁ ପ୍ରଶ୍ନାବଳୀ ତିଆରି କରାଯାଇଛି । ତୁମମାନଙ୍କୁ ଖ୍ରୀଷ୍ଟିୟାନମାନଙ୍କର ମୁଖ୍ୟ, ପୋପଙ୍କୁ ମଧ୍ୟ ପତ୍ର ଲେଖିବା ଦରକାର ଯେ ଆପଣ ତ ନିଜର ଅନୁଗାମୀମାନଙ୍କୁ ବିନାଶର ସାମଗ୍ରୀ (ବୋମା, କ୍ଷେପଣାସ୍ତ୍ର ଇତ୍ୟାଦି) ଗୁଡିକୁ ତିଆରି ନ କରିବା ପାଇଁ କହୁଛନ୍ତି କିନ୍ତୁ ସେମାନେ ଆପଣଙ୍କର ଆଦେଶକୁ କାହିଁକି ମାନୁ ନାହାଁନ୍ତି ? ଆପଣ ତ ସମସ୍ତଙ୍କର ଗୁରୁ, ଆପଣଙ୍କର ତ ବହୁତ ମହିମା କରୁଛନ୍ତି ପୁଣି ବି ସେମାନେ କାହିଁକି ମାନୁ ନାହାଁନ୍ତି ? ଏହାର କାରଣ ଆପଣ ଜାଣିନାହାଁନ୍ତି ତେଣୁ ଆମେ ଆପଣଙ୍କୁ ଜଣାଉଛୁ । କାହିଁକି ନା ସେମାନେ ଆପଣଙ୍କ ମତରେ ଚାଲୁନାହାଁନ୍ତି, ଈଶ୍ୱରୀୟ ମତ ଅନୁସାରେ ଏଗୁଡିକୁ ତିଆରି କରୁଛନ୍ତି । ସ୍ୱର୍ଗ ଦୁନିଆରେ ସ୍ଥାପନା ମଧ୍ୟ ଆଦମ ଏବଂ ଇବଙ୍କ ଦ୍ୱାରା ହେଉଛି । ଯେହେତୁ ଜ୍ଞାନର ସାଗର ପରମାତ୍ମା ଗୁପ୍ତ ଅଟନ୍ତି ତେଣୁ ନିଶ୍ଚିତ ଭାବରେ ତାଙ୍କର ସେନା ତାଙ୍କ ମତ ଅନୁସାରେ ସବୁକିଛି କରୁଥିବେ । ଏହିଭଳି ଭାବରେ ବୁଝାଇବା ଦରକାର । କିନ୍ତୁ ପିଲାମାନେ ଏବେ ବିଶାଳ ବୁଦ୍ଧି ହୋଇ ନାହାଁନ୍ତି ସେଥିପାଇଁ ତାଙ୍କର ବୁଦ୍ଧିରୂପୀ ସ୍କୃକୁ ଟାଇଟ୍ କରିବା ପାଇଁ ପଡୁଛି ଅର୍ଥାତ୍ ମୁରଲୀ ମାଧ୍ୟମରେ ପ୍ରେରଣା ଦେବାପାଇଁ ପଡୁଛି । ଯେପରି ରେଳ ଇଞ୍ଜିନ ଟିକିଏ ଥଣ୍ଡା ହୋଇଗଲେ ସେଥିରେ କୋଇଲା ପକାଇବା ପାଇଁ ପଡେ ସେହିପରି ଏହା ମଧ୍ୟ ହେଉଛି ଜ୍ଞାନରୂପକ କୋଇଲା । ତେବେ ପରମପିତା ପରମାତ୍ମା ହେଉଛନ୍ତି ସମସ୍ତଙ୍କଠାରୁ ବଡ ତେଣୁ ସମସ୍ତ ଧର୍ମସ୍ଥାପକମାନେ ତାଙ୍କୁ ପ୍ରଣାମ କରିବା ପାଇଁ ନିଶ୍ଚିତ ଆସିବେ । ଯେପରି ପୋପଙ୍କୁ ମଧ୍ୟ ସମସ୍ତେ ଶକ୍ତିଶାଳୀ ଅର୍ଥାତ୍ ଶ୍ରେଷ୍ଠ ମନେ କରୁଛନ୍ତି, ତେଣୁ ତାଙ୍କୁ ଯେତିକି ସମ୍ମାନ ଦେଉଛନ୍ତି ସେତିକି ସମ୍ମାନ ଆଉ କାହାକୁ ଦେଉନାହାଁନ୍ତି । ବାବାଙ୍କୁ ତ କେହି ଜାଣିନାହାଁନ୍ତି କାରଣ ସିଏ ଗୁପ୍ତ ଅଟନ୍ତି । ତାଙ୍କୁ ତ କେବଳ ପିଲାମାନେ ହିଁ ଜାଣିଛନ୍ତି ଯିଏକି ପିଲାମାନଙ୍କୁ ଉଚ୍ଚ ପଦ ମଧ୍ୟ ପ୍ରାପ୍ତ କରାଉଛନ୍ତି । କିନ୍ତୁ ମାୟା ମଧ୍ୟ ଏତେ ଶକ୍ତିଶାଳୀ ଯାହାକି ଏଭଳି ବାବାଙ୍କୁ ସମ୍ମାନ ଦେବା ପାଇଁ ମଧ୍ୟ ଦେଉ ନାହିଁ । ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି, ଏହି ନିଶା ମଧ୍ୟ ଏଠାରୁ ବାହାରକୁ ବାହାରିବା ମାତ୍ରେ ସମାପ୍ତ ହୋଇଯାଉଛି । କିନ୍ତୁ ସୁପୁତ୍ର ସନ୍ତାନମାନଙ୍କ ଭିତରେ ଏହି ନିଶା ରହୁଛି ଯେ- ମୁଁ ବାବାଙ୍କଠାରୁ ଦୁଇ ମୁକୁଟଧାରୀ ରାଜା ହେବାର ସମ୍ପତ୍ତି କାହିଁକି ନନେବି । କିନ୍ତୁ ବହୁତ ସନ୍ତାନ ଏଭଳି ଅଛନ୍ତି ଯେଉଁମାନଙ୍କୁ କାମ, କ୍ରୋଧ, ଲୋଭର ଭୂତ ଆକ୍ରମଣ କରୁଛି । ବାବା ଯେତେବେଳେ ମୁରଲୀ ଶୁଣାଉଛନ୍ତି ସେତେବେଳେ ଜଣାପଡୁଛି ଯେ ଏବେ ପର୍ଯ୍ୟନ୍ତ ମଧ୍ୟ ମୋ ଭିତରେ କାମ ବିକାରର ଅଳ୍ପ ଅଳ୍ପ ନିଶା ରହିଛି । କିନ୍ତୁ ଗୋଟିଏ ପକ୍ଷ ଅର୍ଥାତ୍ ସ୍ୱାମୀ କିମ୍ବା ସ୍ତ୍ରୀ କେହି ବି ଯଦି ମଜବୁତ ଥିବେ ତେବେ କୌଣସି ଅସୁବିଧା ହେବ ନାହିଁ ଦେଖାଯାଉଛି କେଉଁଠି ସ୍ତ୍ରୀ ମଜବୁତ ଅଛି ତ କେଉଁଠି ପୁରୁଷ ମଧ୍ୟ ମଜବୁତ ଅଛନ୍ତି । ବାବାଙ୍କ ନିକଟକୁ ସବୁ ପ୍ରକାରର ସମାଚାର ଆସୁଛି । କେହି କେହି ତ ସଚ୍ଚା ହୃଦୟର ସହିତ ମଧ୍ୟ ପତ୍ର ଲେଖୁଛନ୍ତି କାରଣ ଏଠାରେ ଭିତର-ବାହାର ସମ୍ପୂର୍ଣ୍ଣ ସ୍ୱଚ୍ଛ ରହିବା ଉଚିତ୍ । କେହି କେହି ବାହାରେ ବହୁତ ସଚ୍ଚା କିନ୍ତୁ ଭିତରେ ମିଛୁଆ ଥାଆନ୍ତି । ବିକାରର ତୋଫାନ ମଧ୍ୟ ବହୁତଙ୍କୁ ଆସୁଛି । ଲେଖୁଛନ୍ତି ବାବା ଆଜି ମୋତେ କାମ ବିକାରର ତୋଫାନ ଆକ୍ରମଣ କରିଥିଲା କିନ୍ତୁ ମୁଁ ରକ୍ଷା ପାଇଗଲି । କିନ୍ତୁ ଯଦି ପତ୍ର ନ ଲେଖିବ ତେବେ ପ୍ରଥମେ ତ ଦଣ୍ଡର ଭାଗୀଦାର ହେବ ତା ସହିତ ଅଭ୍ୟାସ ମଧ୍ୟ ବଢି ବଢିଚାଲିବ । ଶେଷରେ ତଳକୁ ଖସି ପଡିବ । ତେବେ ବାବାଙ୍କର ପିଲାମାନଙ୍କ ପ୍ରତି ଶୁଭ ଆଶା ତ ରହୁଛି ନା । ଯଦି ଅଳ୍ପ ମାତ୍ରାରେ ଗ୍ରହର ପ୍ରଭାବ ପଡିଥାଏ ତେବେ ତାହା ସହଜରେ ଚାଲିଯାଏ । କେହି କେହି ଏଭଳି ମଧ୍ୟ ଅଛନ୍ତି ଯିଏକି ଆଜି ଭଲ ଭାବରେ ଚାଲୁଛନ୍ତି କିନ୍ତୁ କାଲିକୁ ମୂର୍ଚ୍ଛିତ ହୋଇଯାଉଛନ୍ତି ବା ଶ୍ୱାସ ଋଦ୍ଧ ହୋଇଯାଉଛି । ତେବେ ନିଶ୍ଚିତ ସେମାନେ କୌଣସି ଅବଜ୍ଞା କରୁଥିବେ । ତେଣୁ ପ୍ରତ୍ୟେକ କଥାରେ ସଚ୍ଚା ରହିବା ଦରକାର ତେବେ ଯାଇ ସତ୍ୟଯୁଗର ମାଲିକ ହୋଇପାରିବ । ଯଦି ମିଛ କହିଲ ତେବେ ରୋଗ ବୃଦ୍ଧି ହେବା କାରଣରୁ ବହୁତ କ୍ଷତି କରିଦେବ ।

ତେବେ ପିଲାମାନଙ୍କୁ ବହୁତ ଚତୁରତା ପୂର୍ବକ ପ୍ରଶ୍ନାବଳୀକୁ ଲେଖିବା ଦରକାର ଯେ ପରମପିତା ପରମାତ୍ମାଙ୍କ ସହିତ ତୁମର ସମ୍ବନ୍ଧ କଣ ? ଯଦି ସେ ଆମର ପିତା ଅଟନ୍ତି ତେବେ ତ ସର୍ବବ୍ୟାପୀ ହେବାର ପ୍ରଶ୍ନ ଉଠୁନାହିଁ । ସିଏ ତ ସମସ୍ତଙ୍କର ସଦଗତିଦାତା ପତିତ-ପାବନ, ଗୀତାର ଭଗବାନ ଅଟନ୍ତି ତେବେ ନିଶ୍ଚିତ ଭାବରେ କେବେ ଆସି ଜ୍ଞାନ ଦେଇଥିବେ । ଯଦି ଏକଥା ସତ୍ୟ ତେବେ ତାଙ୍କର ଜୀବନ କାହାଣୀକୁ ଜାଣିଛ ? ଯଦି ଜାଣିନାହଁ ତେବେ ତ ସମ୍ପତ୍ତି ମିଳିପାରିବ ନାହିଁ । ପିତାଙ୍କଠାରୁ ତ ନିଶ୍ଚିତ ସମ୍ପତ୍ତି ମିଳିବ । ପୁଣି ଦ୍ୱିତୀୟ ପ୍ରଶ୍ନ ପଚାର ପ୍ରଜାପିତା ବ୍ରହ୍ମା ଏବଂ ତାଙ୍କର ମୁଖବଂଶୀ କନ୍ୟାଙ୍କୁ ଜାଣିଛ ? ଯାହାଙ୍କର ନାମ ହେଉଛି ସରସ୍ୱତୀ, ଯିଏକି ଜ୍ଞାନ ଜ୍ଞାନେଶ୍ୱରୀ ଅଟନ୍ତି । ତାଙ୍କୁ ଜ୍ଞାନର ଦେବୀ କୁହାଯାଉଛି । ସେ ହେଉଛନ୍ତି ଜଗଦମ୍ବା । ତେବେ ନିଶ୍ଚିତ ଭାବରେ ତାଙ୍କର ସନ୍ତାନମାନେ ମଧ୍ୟ ଥିବେ, ପିତା ମଧ୍ୟ ଥିବେ । ଜ୍ଞାନଦାତା ତ ପରମାତ୍ମା ଅଟନ୍ତି କିନ୍ତୁ ପ୍ରଜାପିତା ଏବଂ ଜଗଦମ୍ବା କାହାକୁ କୁହାଯାଉଛି ତାହା ଜାଣିଛନ୍ତି ? ତାଙ୍କୁ ଧନର ଦେବୀ ଲକ୍ଷ୍ମୀ ମଧ୍ୟ କୁହାଯାଉଛି ଅର୍ଥାତ୍ ସେତେବେଳେ ସିଏ ଜ୍ଞାନ ଜ୍ଞାନେଶ୍ୱରୀ ନୁହଁନ୍ତି । ତେବେ ଏହି ବ୍ରହ୍ମା-ସରସ୍ୱତୀ ହିଁ ରାଜ-ରାଜଶ୍ୱରୀ ହେଉଛନ୍ତି । ତେଣୁ ତାଙ୍କର ସନ୍ତାନମାନେ ମଧ୍ୟ ନିଶ୍ଚିତ ସ୍ୱର୍ଗ ଦୁନିଆର ମାଲିକ ହେଉଥିବେ । ବର୍ତ୍ତମାନ ଏହି ସମୟ ହେଉଛି ସଂଗମର ସମୟ ବା କୁମ୍ଭ ମଧ୍ୟ କୁହାଯିବ । ଭକ୍ତିମାର୍ଗର ସେହି କୁମ୍ଭ ମେଳାରେ ଦେଖ କଣ କଣ ସବୁ ହେଉଛି କାରଣ ଭକ୍ତିମାର୍ଗରେ କୁମ୍ଭର ଅର୍ଥ ଏବଂ ଏଠିକାର ଅର୍ଥରେ ରାତି ଦିନର ପାର୍ଥକ୍ୟ ରହିଛି । ତାହା ହେଲା ପାଣିର ନଦୀ ଏବଂ ସାଗରର ମେଳା । ଏଠାରେ ହେଲା ମନୁଷ୍ୟ ରୂପୀ ଗଙ୍ଗାମାନେ ଯିଏକି ଜ୍ଞାନ ସାଗରଙ୍କଠାରୁ ବାହାରିଛନ୍ତି, ସେମାନଙ୍କର ମିଳନ ମେଳା । ଏହି ପ୍ରଶ୍ନ ମଧ୍ୟ ଆପଣଙ୍କୁ ପଚାରାଯାଉଛି ଯେ ପତିତରୁ ପାବନ କିଏ କରୁଛନ୍ତି ? ଏସବୁ ତ ଜାଣିବାର କଥା ନା, ସେଥିପାଇଁ ତ ପଚାରୁଛୁ । ଏହି ମାତା-ପିତାଙ୍କର ଜ୍ଞାନ ଦ୍ୱାରା ତୁମେ ରାଜ-ରାଜେଶ୍ୱରୀ ହୋଇପାରିବ । ଈଶ୍ୱରଙ୍କୁ ସର୍ବବ୍ୟାପୀ କହିବା ଦ୍ୱାରା କଣ ମୁଖ ମିଠା ହୋଇପାରିବ ଅର୍ଥାତ୍ କୌଣସି ପ୍ରାପ୍ତି ହୋଇପାରିବ । ଏବେ ତ ତୁମକୁ ଭକ୍ତିର ଫଳ ଜ୍ଞାନ ମିଳୁଛି । ଯେହେତୁ ଏବେ ସ୍ୱୟଂ ଭଗବାନ ପାଠପଢାଉଛନ୍ତି । ବାବା କହୁଛନ୍ତି ପିଲାମାନେ, ଅଶରୀରୀ ହୁଅ । ଆତ୍ମାକୁ ଏବେ ଜ୍ଞାନ ମିଳିଛି ତେଣୁ ଆତ୍ମା କହୁଛି ମୋତେ ଏବେ ବାବାଙ୍କ ନିକଟକୁ ଫେରିବାକୁ ହେବ । ତାପରେ ଯାଇ ପ୍ରାରବ୍ଧ ମିଳିବ । ଇତି ମଧ୍ୟରେ ରାଜଧାନୀ ମଧ୍ୟ ସ୍ଥାପନ ହୋଇଯାଉଛି । ଏସବୁ କେତେ ବୁଝିବାର କଥା । ତେବେ ଏହି ପ୍ରଶ୍ନାବଳୀ କେତେ ରହସ୍ୟଯୁକ୍ତ ଅଟେ ଯାହାକି ସମସ୍ତଙ୍କର ପକେଟରେ ରହିବା ଦରକାର । ସେବାଧାରୀ ସନ୍ତାନମାନେ ହିଁ ଏହିସବୁ କଥା ଉପରେ ଗୁରୁତ୍ୱ ଦେବେ । ପିଲାମାନଙ୍କ ପାଇଁ ବାବାଙ୍କୁ କେତେ ପରିଶ୍ରମ କରିବାକୁ ପଡୁଛି । ବାବା କହୁଛନ୍ତି ପିଲାମାନେ ନିଜର ଭବିଷ୍ୟତକୁ ଶ୍ରେଷ୍ଠ କର । ନଚେତ୍ କଳ୍ପ କଳ୍ପ ଛୋଟ ପଦ ମିଳିବ । ଯେପରି ଏହି ବାବା ମହାରାଜା-ମହାରାଣୀ ହେଉଛନ୍ତି ସେହିପରି ପିଲାମାନେ ମଧ୍ୟ ହେବା ଉଚିତ୍ । କିନ୍ତୁ ନିଜ ଉପରେ ସେତିକି ନିଶ୍ଚୟ ରହିବା ଦରକାର । ଏଠାରେ ରାଜାମାନଙ୍କର ମଧ୍ୟ ବହୁତ କ୍ଷମତା ଥାଏ । ସେଠାରେ ତ କେବଳ ସୁଖ ହିଁ ସୁଖ ଥିବ ଏବଂ ଏଠାରେ ଯେଉଁମାନେ ରାଜା ହେଉଛନ୍ତି ସେମାନେ ମଧ୍ୟ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଦାନ-ପୁଣ୍ୟ କରିବା ଦ୍ୱାରା ହିଁ ହେଉଛନ୍ତି । ରାଜାଙ୍କ ନିର୍ଦ୍ଦେଶ ଅନୁସାରେ ସାରା ପ୍ରଜା ଚାଲିଥାନ୍ତି । ବର୍ତ୍ତମାନ ତ ଭାରତବାସୀଙ୍କର କେହି ରାଜା ନାହାଁନ୍ତି, ପଞ୍ଚାୟତି ରାଜ୍ୟ ଚାଲିଛି, ତେଣୁ କେତେ ଦୁର୍ବଳ ହୋଇଯାଇଛନ୍ତି ।

ବାବା ଜାଣିଛନ୍ତି ବହୁତ ପିଲାଙ୍କୁ ବିକାରର ତୋଫାନ ଆସୁଛି ହେଲେ ସେମାନେ ବାବାଙ୍କୁ ଜଣାଉ ନାହାଁନ୍ତି । ଏଥିରେ ବାବାଙ୍କୁ ପତ୍ର ଲେଖିବା ଦରକାର ଯେ ଏହିଭଳି ପ୍ରକାରରେ ତୋଫାନ ଆସୁଛି ତେଣୁ ଆପଣ ପରାମର୍ଶ ଦିଅନ୍ତୁ । ବାବା ମଧ୍ୟ ପରିସ୍ଥିତିକୁ ଦେଖି ପରାମର୍ଶ ଦେଇ ଥାଆନ୍ତି । ତେବେ ପିଲାମାନେ ଆପେ ଆପେ ତ ପତ୍ର ଲେଖୁନାହାଁନ୍ତି ନା ତାଙ୍କର କୌଣସି ସାଥୀ ମଧ୍ୟ ସମାଚାର ଦେଉଛନ୍ତି ଯେ-- ବାବା ଆମର ସାଥୀ ଭାଇ ବା ଭଉଣୀର ଅବସ୍ଥା ଏହିଭଳି । କିନ୍ତୁ ବାବାଙ୍କୁ ତ ସମାଚାର ଦେବା ଉଚିତ୍ ନା । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତାପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ରାତ୍ରି କ୍ଲାସ (୧୧.୦୧.୬୯)

ବେହଦର ପିତା ଅର୍ଥାତ୍ ସାରା ବିଶ୍ୱର ଅବିନାଶୀ ପିତା ଆସି ପିଲାମାନଙ୍କୁ ବୁଝାଉଛନ୍ତି, ନିଜର କରୁଛନ୍ତି, ରାଜପଦ ପ୍ରାପ୍ତ କରାଇବା ପାଇଁ ଶିକ୍ଷା ଦେଉଛନ୍ତି, ପବିତ୍ର ମଧ୍ୟ କରୁଛନ୍ତି । ବାବା ବଡ ସହଜ ଭାବରେ ନିଜର ଏବଂ ସମ୍ପତ୍ତିର ପରିଚୟର ଜ୍ଞାନ ଦେଉଛନ୍ତି ଯାହାକୁ ପିଲାମାନେ ଆପେ ଆପେ ବୁଝିପାରିବେ ନାହିଁ । ତେବେ ବେହଦର ପିତାଙ୍କଠାରୁ ନିଶ୍ଚିତ ଭାବରେ ବେହଦର ସମ୍ପତ୍ତି ମିଳିବଏହି କଥା ଭଲ ଭଲ ବୁଦ୍ଧିମାନ ପିଲାମାନେ ହିଁ ବୁଝିପାରିବେ । ବାବା କେଉଁ ସମ୍ପତ୍ତି ଦେଉଛନ୍ତି ? ଘରକୁ ଯିବାର, ପାଠପଢାର ଏବଂ ସ୍ୱର୍ଗରେ ରାଜତ୍ୱ କରିବାର ସମ୍ପତ୍ତି ଦେଉଛନ୍ତି । ଯେଉଁମାନେ ପବିତ୍ର ଦୈବୀ ସମ୍ପ୍ରଦାୟ ହୁଅନ୍ତି ସେହିମାନେ ହିଁ ରାଜଧାନୀରେ ଆସନ୍ତି । ଯେଉଁମାନେ ଯେତେ ନିଜେ ପଢିବେ ଏବଂ ଅନ୍ୟମାନଙ୍କୁ ପଢାଇବେ ସେହିଅନୁସାରେ ହିଁ ଉଚ୍ଚପଦ ପାଇବେ । ତେବେ ଏତେ ଗୁଡିଏ ପିଲା ବାବାଙ୍କଠାରୁ ସମ୍ପତ୍ତି ନେଉଛନ୍ତି । ବାବା ସେମାନଙ୍କୁ ସ୍ୱର୍ଗର ମାଲିକ, ନରରୁ ନାରାୟଣ କରୁଛନ୍ତି ଯିଏକି ରାଜତ୍ୱର ମାଲିକ ହେଉଛନ୍ତି । ତେଣୁ ବେହଦର ପିତା ଯିଏକି ସ୍ୱର୍ଗର ରଚୟିତା ଅଟନ୍ତି ଆମେ ତାଙ୍କର ସନ୍ତାନ ହିସାବରେ ସ୍ୱର୍ଗରେ ରାଜତ୍ୱ କରିବାର ଅଧିକାର ନେଉଛୁ, ଏଥିରେ ଯଥା ରାଜାରାଣୀ ତଥା ପ୍ରଜା.... ଯିଏ ଯେତେ ପୁରୁଷାର୍ଥ କରିବେ ସେହି ଅନୁସାରେ ହିଁ ଉଚ୍ଚପଦ ପାଇବେ । ତେଣୁ ଏହା ହେଉଛି ରାଜପଦ ପାଇବାର ପୁରୁଷାର୍ଥ । ସତ୍ୟଯୁଗର ରାଜତ୍ୱ ତ ସମସ୍ତଙ୍କୁ ମିଳିବାର ନାହିଁ । ତେବେ ଯିଏ ଯେତେ ପୁରୁଷାର୍ଥ କରିବେ ସେହି ଅନୁସାରେ ହିଁ ଉଚ୍ଚ ପଦ ପାଇବେ କାରଣ ପୁରୁଷାର୍ଥ ଉପରେ ହିଁ ପ୍ରାରବ୍ଧର ଆଧାର ରହୁଛି । ଏକଥା ତ ପିଲାମାନେ ଜାଣିଛନ୍ତି ଯେ ଯେତେ ପୁରୁଷାର୍ଥ କରିବେ ସେହି ଅନୁସାରେ ହିଁ ରାଜତ୍ୱ ମିଳିବ । ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇବା ଦ୍ୱାରା ତମୋପ୍ରଧାନରୁ ସତ୍ୱପ୍ରଧାନ ପବିତ୍ର ସୁନା ହୋଇଯିବ ଏବଂ ରାଜତ୍ୱ ମଧ୍ୟ ମିଳିଯିବ । ଯେପରି ଏଠାରେ କହୁଛନ୍ତି ଆମେ ସମସ୍ତେ ଭାରତର ମାଲିକ, ସେହିଭଳି ସ୍ୱର୍ଗ ଦୁନିଆରେ ମାଲିକ ତ ସମସ୍ତେ ହେବେ କିନ୍ତୁ ପଦ କଣ ପାଇବେ ? ପାଠପଢା ଶେଷ ହେବା ପରେ ସ୍ୱର୍ଗ ଦୁନିଆରେ ଆମର ପଦ କିଭଳି ହେବ ? ତୁମେମାନେ ଏବେ ସଂଗମରେ ପାଠ ପଢୁଛ କିନ୍ତୁ ସତ୍ୟଯୁଗରେ ରାଜତ୍ୱ କରିବ । ବାବା ଯୋଗ ମଧ୍ୟ ଶିଖାଉଛନ୍ତି ଏବଂ ପାଠ ମଧ୍ୟ ପଢାଉଛନ୍ତି । ତୁମେ ଜାଣିଛ ଆମେ ରାଜଯୋଗ ଶିକ୍ଷା କରୁଛୁ । ବାବାଙ୍କୁ ମନେ ପକାଇ ପବିତ୍ର ମଧ୍ୟ ହେଉଛୁ । ଏହାପରେ ଆମର ପୁନର୍ଜନ୍ମ ରାବଣ ରାଜ୍ୟରେ ନୁହେଁ ରାମ ରାଜ୍ୟରେ ହେବ । ଏବେ ଆମେ ମନ୍ମନାଭବ ଏବଂ ମଧ୍ୟାଜୀଭବର ପାଠ ପଢୁଛୁ । ଏବେ ହେଉଛି କଳିଯୁଗର ଅନ୍ତିମ ସମୟ, ଏହାପରେ ସତ୍ୟଯୁଗ ସ୍ୱର୍ଗ ଦୁନିଆ ନିଶ୍ଚିତ ଆସିବ । ବାବା ସଂଗମଯୁଗରେ ହିଁ ଆସି ଏହି ବେହଦର ସ୍କୁଲ ଖୋଲିଛନ୍ତି, ଯେଉଁଠାରେ ବେହଦର ରାଜ୍ୟ ପଦ ପ୍ରାପ୍ତ କରିବା ପାଇଁ ବେହଦର ପାଠପଢା ଯାଉଛି । ତୁମେ ଜାଣିଛ, ଏବେ ଆମେ ନୂଆ ଦୁନିଆର ମାଲିକ ହେବୁ । ନୂଆ ଦୁନିଆକୁ ସ୍ୱର୍ଗ କୁହାଯାଏ, ଏହି ସ୍ମୃତି ଦ୍ୱାରା ନିଶା ଚଢିଯାଉଛି ନା । ନିଶ୍ଚିତ ଭାବରେ ପୁରୁଣା ଦୁନିଆ ପରେ ନୂଆ ଦୁନିଆ ଆସିବ । ପିଲାମାନଙ୍କର ଏବେ ସବୁ କଥା ମନେ ପଡିଯାଉଛି । ଏବେ ସବୁ ପିଲାଙ୍କର ଅନ୍ତରରେ ଏହି କଥା ରହିଛି ଯେ ସ୍ୱର୍ଗର ମାଲିକ କରିବା ପାଇଁ ପରମପିତା ପରମାତ୍ମା ଆମକୁ ପାଠପଢାଉଛନ୍ତି । ତେଣୁ ପିଲାମାନଙ୍କୁ ସଦାସର୍ବଦା ଏହି କଥା ମନେ ରହିବା ଦରକାର ଯେ ଉଚ୍ଚରୁ ଉଚ୍ଚ ସତ୍ୟଯୁଗର ରାଜାରାଣୀ କରିବା ପାଇଁ ଭଗବାନ ଆମକୁ ପାଠ ପଢାଉଛନ୍ତି । ରାଜଯୋଗ ଦ୍ୱାରା ଆମକୁ ରାଜତ୍ୱ ପ୍ରାପ୍ତ ହେଉଛି ଯେଉଁଥିରେ ପବିତ୍ରତା, ସୁଖ ଶାନ୍ତି ସବୁକିଛି ଅନ୍ତର୍ନିହିତ । ଏହି ବାବାଙ୍କ ଶରୀରରେ ଏବେ ଶିବବାବା ବିରାଜମାନ କରିଛନ୍ତି । ସେ ହେଉଛନ୍ତି ଉଚ୍ଚରୁ ଉଚ୍ଚ ଯାହାକି ଆତ୍ମା ଅନୁଭବ କରିପାରୁଛି । ଯେତେବେଳେ ସତ୍ୟଯୁଗକୁ ଯିବା ସେଠିକାର ବସିବାର ଢଙ୍ଗ ଉଚ୍ଚ କୋଟିର ହେବ । ସବୁ ବିଦ୍ୟାର୍ଥୀମାନଙ୍କର ବସିବାର ସ୍ଥାନ ଅଲଗା ଅଲଗା ହେବ । ଜଣଙ୍କ ସ୍ଥାନରେ ଆଉ ଜଣେ ବସିପାରିବ ନାହିଁ । ଜଣଙ୍କର ଅଭିନୟ ଆଉ ଜଣଙ୍କ ସହିତ ମିଶିପାରିବ ନାହିଁ । ବାବା ବୁଝାଇଛନ୍ତି ଆତ୍ମା ଭିତରେ ସାରା କଳ୍ପର ରେକର୍ଡ ଭରା ହୋଇଛି । ଡ୍ରାମାର ଯୋଜନା ଅନୁସାରେ ଆମର ପୁରୁଷାର୍ଥ ଚାଲୁଛି, କିଏ ରାଜା ହେବ ରାଣୀ କିଏ ରାଣୀ ହେବ । ଶେଷ ସମୟରେ ପୁରୁଷାର୍ଥର ଫଳାଫଳ ଜଣାପଡିବ, ତାପରେ ମାଳା ତିଆରି ହେବ । ତେବେ ଉଚ୍ଚ ନମ୍ବରେ ପାସ୍ ହେଉଥିବା ଆତ୍ମାମାନଙ୍କୁ ନିଶ୍ଚିତ ଜଣାପଡିବ । ଯେପରି ସମସ୍ତେ ଜାଣନ୍ତି ମରିଯିବା ପରେ ଆତ୍ମା ଯାଇ ନିଜର କର୍ମ ଅନୁସାରେ ଆଉ ଏକ ଜନ୍ମ ମିଳିବ । ସେହିପରି ଯଦି ପୁରୁଷାର୍ଥ କରୁନାହାଁନ୍ତି ତେବେ କମ ପଦ ପାଇବେ । ଏହିଭଳି ବିଚାର କରିବା ଦ୍ୱାରା ଖୁସି ମିଳିଥାଏ । ଯେଉଁମାନେ ଯେଉଁଭଳି ମହାରଥୀ ହୋଇଥିବେ ସେମାନଙ୍କର ମହିମା ମଧ୍ୟ ସେହିଭଳି ହେବ । ସମସ୍ତେ ଏକାଭଳି ମୁରଲୀ ମଧ୍ୟ ଶୁଣାଇ ପାରୁନାହାଁନ୍ତି । ପ୍ରତ୍ୟେକଙ୍କର ମୁରଲୀ ଶୁଣାଇବା ମଧ୍ୟ ଅଲଗା ଅଲଗା, ତେବେ ଏହା ପୂର୍ବ ପ୍ରସ୍ତୁତ ଖେଳ ଅଟେ ନା । ଏବେ ପିଲାମାନଙ୍କର ନିଜର କର୍ମ ଉପରେ ଧ୍ୟାନ ରହିଛି । ବାପା-ମା ଯେଉଁଭଳି କର୍ମ କରିବେ ତାଙ୍କର ପିଲାମାନେ ମଧ୍ୟ ତାହା ଶିଖିବେ । ଏବେ ତୁମେ ଶ୍ରେଷ୍ଠ କର୍ମ କରୁଛ । ପିଲାମାନଙ୍କର ସେବାରୁ ହିଁ ସବୁ କିଛି ଜଣାପଡିଥାଏ, ମହାରଥୀମାନଙ୍କର ପରିଶ୍ରମ ଲୁଚି ରହିପାରିବ ନାହିଁ । ତୁମେ ଜାଣିପାରିବ କେଉଁମାନେ ଉଚ୍ଚ ପଦ ପାଇବାର ମେହନତ କରୁଛନ୍ତି । ତେବେ ସମସ୍ତଙ୍କ ପାଇଁ ସୁଯୋଗ ମଧ୍ୟ ଅଛି । ଉଚ୍ଚ ପଦ ପାଇବା ପାଇଁ ମନମନାଭବର ମନ୍ତ୍ର ଅର୍ଥ ସହିତ ତୁମକୁ ମିଳିଛି । ପିଲାମାନେ ଜାଣୁଛନ୍ତି ଏହି ଗୀତା ଜ୍ଞାନ ଜ୍ଞାନର ସାଗର ବାବା ନିଜେ ଆସି ଦେଉଛନ୍ତି, ତେବେ ନିଶ୍ଚିତ ଭାବରେ ସଠିକ୍ ଜ୍ଞାନ ହିଁ ଦେବେ । ତାପରେ ସବୁକିଛି ଧାରଣା ଉପରେ ହିଁ ନିର୍ଭର କରୁଛି, ତେଣୁ ଯାହା ସବୁ ଶୁଣୁଛ ସେଗୁଡିକ କାର୍ଯ୍ୟକାରୀ କରିଚାଲ । ତେବେ ସେଭଳି କଷ୍ଟସାଧ୍ୟ ତ ନୁହେଁ । ବାବାଙ୍କୁ ମନେ ପକାଇବା ଏବଂ ଚକ୍ରକୁ ଜାଣିବା । ଏହା ହେଉଛି ଅନ୍ତିମ ଜନ୍ମର ପାଠପଢା ଯାହାକୁ ପାସ୍ କରି ନୂଆ ଦୁନିଆକୁ ଚାଲିଯିବ ।

ଗାୟନ ମଧ୍ୟ ରହିଛି ନିଶ୍ଚୟରେ ହିଁ ବିଜୟ ସମାହିତ । ତେଣୁ ପ୍ରୀତ୍ ବୁଦ୍ଧି ପିଲାମାନେ ଜାଣିଛନ୍ତି ଯେ ଆମକୁ ଭଗବାନ ପାଠ ପଢାଉଛନ୍ତି ଏବଂ ସବୁ କିଛି ଆମର ଆତ୍ମା ଧାରଣା କରୁଛି । ଆତ୍ମା ଏହି ଶରୀର ଦ୍ୱାରା ପାଠ ପଢୁଛି, ଚାକିରି କରୁଛି । ଏସବୁ ହେଲା ବୁଝିବାର କଥା । ପିଲାମାନେ ବାବାଙ୍କୁ ମନେ ପକାଉଛନ୍ତି । ପୁଣି ମାୟା ରାବଣ ବୁଦ୍ଧିର ଯୋଗ ତୁଟାଇ ଦେଉଛି । ତେଣୁ ମାୟାଠାରୁ ତୁମକୁ ସାବଧାନ ରହିବାକୁ ହେବ । ତୁମେମାନେ ଯେତେ ଯେତେ ଆଗକୁ ବଢିବ ସେତେ ତୁମର ପ୍ରଭାବ ମଧ୍ୟ ଜଣାପଡିବ ଏବଂ ତୁମେ ବହୁତ ଖୁସିରେ ରହିବ । ଯେତେବେଳେ ନୂଆ ଜନ୍ମ ନେବ ସେତେବେଳେ ବହୁତ ବିଖ୍ୟାତ ହୋଇଯିବ । ଆଚ୍ଛା

ମିଠା ମିଠା ଆତ୍ମିକ ପିଲାମାନଙ୍କୁ ଆତ୍ମିକ ବାପଦାଦାଙ୍କର ୟାଦପ୍ୟାର ଏବଂ ଶୁଭରାତ୍ରି ।

ଧାରଣା ପାଇଁ ମୁଖ୍ୟ ସାର :

(୧) ଭିତର ବାହାର ସ୍ୱଚ୍ଛ ରହିବାକୁ ହେବ । କୌଣସି କଥା ନ ଲୁଚାଇ ସଚ୍ଚା ହୃଦୟରେ ବାବାଙ୍କୁ ନିଜର ସମାଚାର ଦେବାକୁ ହେବ ।

(୨) ଏବେ ଘରକୁ ଫେରିବାକୁ ହେବ ସେଥିପାଇଁ ଅଶରୀରୀ ହେବାର ଅଭ୍ୟାସ କରିବାକୁ ହେବ, ଚୁପ୍ ରହିବାକୁ ହେବ ।

ବରଦାନ:-
ମୋର ପଣିଆକୁ ଛାଡି ଟ୍ରଷ୍ଟୀ ହୋଇ ସେବା କରୁଥିବା ସଦା ସନ୍ତୁଷ୍ଟ ଆତ୍ମା ହୁଅ ।

ଲୌକିକ ପରିବାର ଭିତରେ ରହି, ସେବାକାର୍ଯ୍ୟ କରି ସଦାସର୍ବଦା ମନେ ରହୁ ଯେ ମୁଁ ଟ୍ରଷ୍ଟୀ ଅଟେ । ସେବା କରୁଥିଲେ ମଧ୍ୟ ଟିକିଏ ବି ମୋର ପଣିଆ ନ ରହୁ ତେବେ ଯାଇ ସନ୍ତୁଷ୍ଟ ରହିପାରିବ । ସେବାରେ ଯେତେବେଳେ ମୋର ପଣିଆ ଆସିଯାଉଛି ସେତେବେଳେ ବିରକ୍ତ ହୋଇଯାଉଛ, ଭାବୁଛ ମୋ ପୁଅ ଏଭଳି କାର୍ଯ୍ୟ କରୁଛି.... ତେଣୁ ଯେଉଁଠାରେ ମୋର ପଣିଆ ଅଛି ସେଠାରେ ବିରକ୍ତ ହୋଇଯିବ ଏବଂ ଯେଉଁଠି ତୋର-ତୋର କରିଦେବ ସେଠାରେ ଖୁସରେ ପହଁରିବାକୁ ଲାଗିବ । ତେବେ ତୋର ତୋର କହିବା ଅର୍ଥ ସ୍ୱମାନରେ ରହିବା, ମୋର-ମୋର କହିବା ଅର୍ଥ ଅଭିମାନରେ ଆସିବା ।

ସ୍ଲୋଗାନ:-
ବୁଦ୍ଧିରେ ସବୁ ସମୟରେ ବାବା ଏବଂ ଶ୍ରୀମତର ସ୍ମୃତି ରହୁ, ତେବେ କୁହାଯିବ ହୃଦୟର ସହିତ ସମର୍ପିତ ଆତ୍ମା ।