03.12.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମର ଏହି ରେକର୍ଡ ଅର୍ଥାତ୍ ଗୀତଗୁଡିକ ସଞ୍ଜିବନୀ ବୁଟି ସଦୃଶ ଅଟେ, ଏହାକୁ ବଜାଇବା ଦ୍ୱାରା ଉଦାସୀ ହେବା ଅର୍ଥାତ୍ ନିରୁତ୍ସାହିତ ଭାବ ଦୂର ହୋଇଯିବ ।

ପ୍ରଶ୍ନ:-
ଅବସ୍ଥା ବିଗିଡିଯିବାର କାରଣ କଣ ? କେଉଁ ଉପାୟରେ ଅବସ୍ଥା ବହୁତ ଭଲ ରହିପାରିବ ?

ଉତ୍ତର:-
(୧) ପିଲାମାନେ ଜ୍ଞାନର ନୃତ୍ୟ କରୁନାହାଁନ୍ତି, ପରଚିନ୍ତନ ପରଦର୍ଶନରେ ନିଜର ସମୟ ନଷ୍ଟ କରୁଛନ୍ତି ସେଥିପାଇଁ ଅବସ୍ଥା ବିଗିଡି ଯାଉଛି । (୨) ଅନ୍ୟକୁ ଦୁଃଖ ଦେଲେ ମଧ୍ୟ ତାର ପ୍ରଭାବ ଅବସ୍ଥା ଉପରେ ପଡିଥାଏ । ତେଣୁ ତୁମର ଅବସ୍ଥା ସେତେବେଳେ ଭଲ ରହିବ ଯେତେବେଳେ ସମସ୍ତଙ୍କୁ ମଧୁରତାପୂର୍ଣ୍ଣ ବ୍ୟବହାର କରିବ ଏବଂ ଯୋଗ ଉପରେ ସଂପୂର୍ଣ୍ଣ ଧ୍ୟାନ ଥିବ । ରାତିରେ ଶୋଇବା ପୂର୍ବରୁ ଅତି କମରେ ଅଧଘଣ୍ଟା ଯୋଗରେ ବସ, ପୁଣି ସକାଳୁ ଉଠି ଯୋଗ କର ତେବେ ଅବସ୍ଥା ବହୁତ ଭଲ ରହିବ ।

ଗୀତ:-
କୌନ ଆୟା ମେରେ ମନ କେ ଦ୍ୱାରେ...

ଓମ୍ ଶାନ୍ତି ।
ଏହି ଗୀତର ରେକର୍ଡ ମଧ୍ୟ ବାବା ପିଲାମାନଙ୍କ ପାଇଁ କରିଛନ୍ତି । ଏହାର ଅର୍ଥ ପିଲାମାନଙ୍କ ବିନା ଅନ୍ୟ କେହି ବି ଜାଣିପାରିବେ ନାହିଁ । ବାବା ଅନେକ ଥର ବୁଝାଇଛନ୍ତି ଯେ ଏହିଭଳି ଭଲ ଭଲ ରେକର୍ଡ ଘରେ ରଖିବା ଦରକାର ଏବଂ କୌଣସି ସମୟରେ ଯଦି ଉଦାସୀ ଆସେ ତେବେ ସେହି ରେକର୍ଡ ବଜାଇବା ଦରକାର ଯାହା ଦ୍ୱାରା ଏହାର ଅର୍ଥ ବୁଦ୍ଧିରେ ତୁରନ୍ତ ଆସିବ, ଉଦାସୀ ଦୂର ହେବ । ଏହି ରେକର୍ଡ ସଞ୍ଜିବନୀ ବୁଟି ସଦୃଶ ଅଟେ । ବାବା ନିର୍ଦ୍ଦେଶ ତ ଦେଉଛନ୍ତି କିନ୍ତୁ କେହି କାର୍ଯ୍ୟକାରୀ କଲେ ତ । ତେବେ ଏହି ଗୀତରେ କିଏ କହୁଛନ୍ତି ଯେ ଆମ ସମସ୍ତଙ୍କ ହୃଦୟରେ କିଏ ଆସିଛନ୍ତି! ଯିଏ ଆସି ଜ୍ଞାନର ନୃତ୍ୟ କରୁଛନ୍ତି । କହନ୍ତି ଗୋପୀମାନେ କୃଷ୍ଣଙ୍କୁ ନଚାଉଥିଲେ । ବାସ୍ତବରେ ତ ଏକଥା ନୁହେଁ । ଏବେ ବାବା କହୁଛନ୍ତି ହେ ଶାଳିଗ୍ରାମ ପିଲାମାନେ, ତେବେ ଏକଥା ସମସ୍ତଙ୍କୁ କହୁଛନ୍ତି ନା । ସ୍କୁଲ୍ ଅର୍ଥ ସ୍କୁଲ୍ । ଯେଉଁଠି ପାଠ ପଢାଯାଇଥାଏ, ଏହା ମଧ୍ୟ ସ୍କୁଲ୍ ଅଟେ । ତୁମେ ଜାଣିଛ ଆମ ହୃଦୟରେ କାହାର ସ୍ମୃତି ରହୁଛି । ଅନ୍ୟ କୌଣସି ମନୁଷ୍ୟମାନଙ୍କ ବୁଦ୍ଧିରେ ଏହି କଥା ନାହିଁ । ଇଏ କେବଳ ସେହି ସମୟ ଅଟେ ଯେତେବେଳେ କି ତୁମମାନଙ୍କର ବୁଦ୍ଧିରେ ତାଙ୍କର ସ୍ମୃତି ରହୁଛି ଆଉ କେହି ତାଙ୍କୁ ସ୍ମରଣ କରୁନାହାଁନ୍ତି । ବାବା କହୁଛନ୍ତି ଯଦି ତୁମେ ପ୍ରତିଦିନ ମୋତେ ମନେ ପକାଇବ, ତେବେ ଧାରଣା ବହୁତ ଭଲ ହେବ । କିନ୍ତୁ ମୁଁ ଯେପରି ନିର୍ଦ୍ଦେଶ ଦେଉଛି ସେପରି ଯୋଗ ତୁମେ କରୁନାହଁ । ମାୟା ତୁମକୁ ଯୋଗ କରିବାକୁ ଦେଉନାହିଁ । ମୋର କଥାରେ ତୁମେ ବହୁତ କମ୍ ଚାଲୁଛ ଏବଂ ମାୟା କଥାରେ ବହୁତ ଚାଲୁଛ । କେତେ ଥର ତୁମମାନଙ୍କୁ କହିଛି ରାତିରେ ଯେତେବେଳେ ଶୋଇବାକୁ ଯାଉଛ ସେତେବେଳେ ଅଧଘଣ୍ଟା ବାବାଙ୍କ ସ୍ମୃତିରେ ବସିବା ଉଚିତ୍ । ଯଦିଓ ସ୍ତ୍ରୀ-ପୁରୁଷ ଏକତ୍ର ଅଛନ୍ତି, ସେମାନେ ଏକତ୍ର ବସନ୍ତୁ ଅଥବା ଅଲଗା-ଅଲଗା ବସନ୍ତୁ, କିନ୍ତୁ ବୁଦ୍ଧିରେ ଏକମାତ୍ର ବାବାଙ୍କର ହିଁ ସ୍ମୃତି ରହୁ । ବିରଳ କେହି ଏହିଭଳି ସ୍ମୃତିରେ ରହୁଛନ୍ତି । ମାୟା ସମସ୍ତଙ୍କୁ ଭୁଲାଇ ଦେଉଛି । ଯଦି ନିର୍ଦ୍ଦେଶ ଅନୁସାରେ ନ ଚାଲିବ, ତେବେ ପଦ କିପରି ପାଇବ । ସେଥିପାଇଁ ବାବାଙ୍କୁ ବହୁତ ସ୍ମରଣ କରିବାକୁ ପଡିବ । ଶିବବାବା ଆପଣ ହିଁ ଆତ୍ମାମାନଙ୍କର ପିତା ଅଟନ୍ତି । ସମସ୍ତଙ୍କୁ ଆପଣଙ୍କଠାରୁ ହିଁ ବର୍ସା ମିଳିବ । ଯିଏ ପୁରୁଷାର୍ଥ କରୁନାହାଁନ୍ତି ତାଙ୍କୁ ମଧ୍ୟ ବର୍ସା ମିଳିବ । ବ୍ରହ୍ମାଣ୍ଡର ମାଲିକ ତ ସମସ୍ତେ ହେବେ । କିଛି ବି ନ କଲେ ମଧ୍ୟ ଡ୍ରାମା ଅନୁସାରେ ସବୁ ଆତ୍ମାମାନେ ନିର୍ବାଣଧାମକୁ ଯିବେ । ଅଧାକଳ୍ପ ହେବ ସମସ୍ତେ ଭକ୍ତି କରୁଛନ୍ତି କିନ୍ତୁ ଯେପର୍ଯ୍ୟନ୍ତ ମୁଁ ଗାଇଡ୍ ହୋଇ ନ ଆସିଛି ସେପର୍ଯ୍ୟନ୍ତ ଘରକୁ କେହି ବି ଯାଇପାରିବେ ନାହିଁ । କାରଣ ରାସ୍ତା କେହି ବି ଦେଖି ନାହାଁନ୍ତି । ଯଦି ଦେଖିଥାନ୍ତେ ତେବେ ତାଙ୍କ ପଛରେ ସମସ୍ତେ ମଶା ମାଛି ସଦୃଶ ଯାଇଥାନ୍ତେ । ବ୍ରହ୍ମଲୋକ କଣ ଏକଥା କେହି ବି ଜାଣିନାହାଁନ୍ତି । ତୁମେ ଜାଣିଛ ଏହା ପୂର୍ବ ପ୍ରସ୍ତୁତ ଡ୍ରାମା, ତେଣୁ ସେହି ଅଭିନୟକୁ ହିଁ ଆମକୁ ପୁନରାବୃତ୍ତି କରିବାକୁ ହେବ । ଦିନରେ ତ କର୍ମଯୋଗୀ ହୋଇ ଧନ୍ଦାରେ ଲାଗି ରହୁଛ । ରୋଷେଇ କରିବା ଆଦି ସବୁ କର୍ମ ତ କରିବାକୁ ହେବ । ବାସ୍ତବରେ କର୍ମ ସନ୍ନ୍ୟାସ କହିବା ମଧ୍ୟ ଭୁଲ୍ । କର୍ମ ବିନା ତ କେହି ରହିପାରିବେ ନାହିଁ । କର୍ମ ସନ୍ନ୍ୟାସୀ ମିଥ୍ୟା ନାମ ରଖିଦେଇଛନ୍ତି । ତେବେ ଦିନରେ ଧନ୍ଦା ଆଦି ବରଂ କର, ରାତିରେ ଏବଂ ସକାଳେ ବାବାଙ୍କୁ ଭଲ ଭାବରେ ମନେ ପକାଅ । ଯାହାଙ୍କୁ ଏବେ ନିଜର କରିଛ, ତାଙ୍କୁ ମନେ ପକାଇଲେ ସାହାଯ୍ୟ ମଧ୍ୟ ମିଳିବ । ନଚେତ୍ ସାହାଯ୍ୟ ମିଳିବ ନାହିଁ । ବାବାଙ୍କର ହେବା ପାଇଁ ସାହୁକାରମାନଙ୍କ ହୃଦୟ ବିଦୀର୍ଣ୍ଣ ହୋଇଯାଉଛି ତେବେ ସେମାନଙ୍କୁ ପଦ ମଧ୍ୟ ମିଳିବ ନାହିଁ । ବାବାଙ୍କୁ ମନେ ପକାଇବା ତ ବହୁତ ସହଜ । ସେ ଆମର ପିତା, ଶିକ୍ଷକ, ଗୁରୁ ଅଟନ୍ତି । ଆମକୁ ଏହି ସୃଷ୍ଟିରେ ସମସ୍ତ ରହସ୍ୟ ବତାଉଛନ୍ତି ଏହି ବିଶ୍ୱର ଇତିହାସ-ଭୂଗୋଳ କିପରି ପୁନରାବୃତ୍ତି ହେଉଛି । ତେବେ ବାବାଙ୍କୁ ମନେ ପକାଇବା ସହିତ ସ୍ୱଦର୍ଶନ ଚକ୍ର ମଧ୍ୟ ଘୂରାଇବାକୁ ହେବ । ସମସ୍ତଙ୍କୁ ବାବା ହିଁ ଘରକୁ ନେଇଯାଆନ୍ତି । ସଦାସର୍ବଦା ଏହିଭଳି ଚିନ୍ତନରେ ରହିବା ଉଚିତ୍ । ରାତିରେ ଶୋଇବା ସମୟରେ ମଧ୍ୟ ବୁଦ୍ଧିରେ ଏହି ଜ୍ଞାନ ଘୂରିବୁଲୁ, ସକାଳୁ ଉଠିଲେ ମଧ୍ୟ ଏହି ଜ୍ଞାନ ମନେ ରହୁ । ଆମେ ବ୍ରାହ୍ମଣରୁ ଦେବତା, ପୁଣି କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ହେବୁ । ପୁଣି ବାବା ଆସିବେ, ଆମେ ଶୂଦ୍ରରୁ ବ୍ରାହ୍ମଣ ହେବୁ । ବାବା ତ୍ରିମୂର୍ତ୍ତୀ, ତ୍ରିକାଳଦର୍ଶୀ ଓ ତ୍ରିନେତ୍ରୀ ମଧ୍ୟ ଅଟନ୍ତି । ଆମର ବୁଦ୍ଧିକୁ ଖୋଲି ଦେଉଛନ୍ତି । ଏବେ ଜ୍ଞାନର ତୃତୀୟ ନେତ୍ର ମିଳୁଛି । ଏପରି ବାବା ତ କେହି ହୋଇପାରିବେ ନାହିଁ । ବାବା ରଚନା କରୁଛନ୍ତି ତେଣୁ ସିଏ ମାତା ମଧ୍ୟ ହୋଇଗଲେ । କିନ୍ତୁ ଜଗତଅମ୍ବାଙ୍କୁ ନିମିତ୍ତ କରିଛନ୍ତି । ବାବା ଏହି ଶରୀରରେ ଆସି ବ୍ରହ୍ମାଙ୍କ ରୂପରେ ଖେଳ-କୁଦ କରୁଛନ୍ତି, ବୁଲିବାକୁ ମଧ୍ୟ ଯାଉଛନ୍ତି । ଆମେ ବାବାଙ୍କୁ ସ୍ମରଣ ତ କରୁଛୁ ନା! ତୁମେ ଜାଣିଛ ବାବା ଏହାଙ୍କ ଶରୀର ରୂପୀ ରଥରେ ଆସୁଛନ୍ତି । ତୁମେ କହୁଛ ବାପଦାଦା ଆମ ସାଥିରେ ଖେଳୁଛନ୍ତି । ବାବା ଖେଳରେ ମଧ୍ୟ ଯୋଗ କରିବାର ପୁରୁଷାର୍ଥ କରନ୍ତି । ବାବା କହୁଛନ୍ତି ମୁଁ ଏହାଙ୍କ ଦ୍ୱାରା ଖେଳୁଛି । ବାବା ଚୈତନ୍ୟ ତ ଅଟନ୍ତି ନା । ତେଣୁ ଏପରି ଖିଆଲ ରଖିବା ଉଚିତ୍ । ଏପରି ବାବାଙ୍କ ଉପରେ ବଳି ମଧ୍ୟ ଚଢିବାକୁ ହେବ । ଭକ୍ତିମାର୍ଗରେ ତୁମେ ଗାୟନ କରି ଆସିଛ ୱାରୀ ଜାଉଁ... ବାବା କହୁଛନ୍ତି ମୋତେ ଏହି ଗୋଟିଏ ଜନ୍ମ ତୁମର ଉତ୍ତରାଧିକାରୀ କର ତେବେ ମୁଁ ୨୧ ଜନ୍ମ ପାଇଁ ରାଜ୍ୟ-ଭାଗ୍ୟ ଦେବି । ଏବେ ବାବା ନିର୍ଦ୍ଦେଶ ଦେଉଛନ୍ତି, ସେହି ନିର୍ଦ୍ଦେଶ ଅନୁଯାୟୀ ଚାଲିବାକୁ ହେବ । ସେ ମଧ୍ୟ ଯେପରି ଦେଖିବେ ସେହି ଅନୁଯାୟୀ ନିର୍ଦ୍ଦେଶ ଦେବେ । ନିର୍ଦ୍ଦେଶ ଅନୁଯାୟୀ ଚାଲିଲେ ମମତ୍ୱ ତୁଟିଯିବ, କିନ୍ତୁ ଡରୁଛନ୍ତି । ବାବା କହୁଛନ୍ତି ତୁମେ ବଳି ଚଢୁନାହଁ ତେବେ ମୁଁ ବର୍ସା କିପରି ଦେବି । ତୁମର ପଇସା କେହି ନେଇ ଯାଉନାହାଁନ୍ତି । କହିବେ, ଆଚ୍ଛା ତୁମର ପଇସା ଅଛି, ଲିଟରେଚର (ଜ୍ଞାନର ସାହିତ୍ୟ, ପୁସ୍ତକ)ରେ ଲଗାଇଦିଅ । ତୁମେ ନିମିତ୍ତ ଅଟ ନା । ବାବା ରାୟ ଦେଉଛନ୍ତି । ବାବାଙ୍କର ସବୁ କିଛି ପିଲାମାନଙ୍କର ଅଟେ । ସିଏ ପିଲାମାନଙ୍କଠାରୁ କିଛି ବି ନେଉନାହାଁନ୍ତି । କେବଳ ମମତା ତୁଟାଇବା ପାଇଁ ଉପାୟ ବତାଉଛନ୍ତି । ମୋହ ମଧ୍ୟ ବହୁତ ଶକ୍ତିଶାଳୀ । ମାଙ୍କଡର ଉଦାହରଣ ଦେଇ ବାବା କହୁଛନ୍ତି ତୁମେ ମାଙ୍କଡ ସଦୃଶ ମୋହ କାହିଁକି ରଖୁଛ । ତେବେ ପୁଣି ଘରେ-ଘରେ ମନ୍ଦିର କିପରି ହେବ । ମୁଁ ତୁମକୁ ମାଙ୍କଡ ପ୍ରକୃତିରୁ ଛଡାଇ ମନ୍ଦିର ଯୋଗ୍ୟ କରାଉଛି । ତୁମେ ଏହି କାଦୁଅ ପଙ୍କ ପ୍ରତି ମମତା କାହିଁକି ରଖୁଛ । ବାବା କେବଳ ଶ୍ରୀମତ ଦେବେ - କିପରି ଗୃହସ୍ଥକୁ ସମ୍ଭାଳିବେ । ତଥାପି ମଧ୍ୟ ବୁଦ୍ଧିରେ ଗ୍ରହଣ ହେଉ ନାହିଁ । ଏସବୁ କିଛି ହେଲା ବୁଦ୍ଧିର କାମ ।

ବାବା ରାୟ ଦେଉଛନ୍ତି ଅମୃତବେଳାରେ ମଧ୍ୟ କିପରି ବାବାଙ୍କ ସହିତ କଥାବାର୍ତ୍ତା ହେବ । ବାବା, ଆପଣ ବେହଦର ପିତା ଏବଂ ଶିକ୍ଷକ ଅଟନ୍ତି । ଆପଣ ହିଁ ବେହଦ ବିଶ୍ୱର ଇତିହାସ-ଭୂଗୋଳ କହିପାରିବେ । ଲକ୍ଷ୍ମୀ-ନାରାୟଣଙ୍କର ୮୪ ଜନ୍ମର କାହାଣୀକୁ ଦୁନିଆରେ କେହି ଜାଣି ନାହାଁନ୍ତି । ଜଗତଅମ୍ବାଙ୍କୁ ମାତା-ପିତା ମଧ୍ୟ କହିଥାନ୍ତି । ସେ କିଏ ? ସେମାନେ ସତ୍ୟଯୁଗରେ ତ ରହିବେ ନାହିଁ । ସେଠିକାର ମହାରାଜା-ମହାରାଣୀ ତ ଲକ୍ଷ୍ମୀ-ନାରାୟଣ ଅଟନ୍ତି । ତାଙ୍କର ନିଜର ସନ୍ତାନ ହେବେ ଯିଏକି ସିଂହାସନରେ ବସିବେ । ଆମେ କିପରି ତାଙ୍କର ସନ୍ତାନ ହେବୁ ଯାହାକି ତାଙ୍କ ସିଂହାସନରେ ବସିବୁ । ବର୍ତ୍ତମାନ ଆମେ ଜାଣୁଛୁ ଏହି ଜଗଦମ୍ବା ହେଉଛନ୍ତି ବ୍ରାହ୍ମଣୀ, ଯିଏକି ବ୍ରହ୍ମାଙ୍କର କନ୍ୟା ସରସ୍ୱତୀ ଅଟନ୍ତି । ମନୁଷ୍ୟମାନେ ଟିକିଏ ବି ଏହାର ରହସ୍ୟକୁ ଜାଣି ନାହାଁନ୍ତି । ରାତ୍ରିରେ ବାବାଙ୍କ ସ୍ମୃତିରେ ବସିବାର ନିୟମ ରଖିଲେ ବହୁତ ଭଲ । ନିୟମ କଲେ ତୁମର ଖୁସିର ନିଶା ଚଢିବ, ଆଉ କୌଣସି କଷ୍ଟ ହେବ ନାହିଁ । କହିବେ ଏକମାତ୍ର ବାବାଙ୍କର ସନ୍ତାନ ଆମେ ଭାଇ-ଭଉଣୀ ଅଟୁ । ତେବେ ପୁଣି ବିକାରୀ ଦୃଷ୍ଟି ରଖିବା ଯେପରି ଅପରାଧ ହୋଇଯିବ । ନିଶା ମଧ୍ୟ ସତ୍ତ୍ୱ, ରଜୋ, ତମୋଗୁଣୀ ହୋଇଥାଏ ନା । ତମୋଗୁଣୀ ନିଶା ଚଢିଲେ ଏକଦମ୍ ମରିଯିବ । ଏହାକୁ ଏକ ନିୟମ କରିଦିଅ ଯେ ଅଳ୍ପ ସମୟ ମଧ୍ୟ ବାବାଙ୍କୁ ସ୍ମରଣ କରି ବାବାଙ୍କ ସେବାରେ ଯାଅ । ତେବେ ମାୟାର ତୋଫାନ ଆସିବ ନାହିଁ । ଏହି ନିଶା ଦିନସାରା ରହିବ ଓ ଅବସ୍ଥା ମଧ୍ୟ ବହୁତ ରିଫାଇନ୍ ହୋଇଯିବ । ଯୋଗରେ ମଧ୍ୟ ଲାଇନ୍ କ୍ଲିଅର ହୋଇଯିବ । ଏହିପରି ବହୁତ ଭଲ-ଭଲ ରେକର୍ଡ ମଧ୍ୟ ଅଛି, ରେକର୍ଡ ଶୁଣିଲେ ନାଚିବା ଆରମ୍ଭ କରିଦେବ, ରିଫ୍ରେସ୍ (ସତେଜ) ହୋଇଯିବ, ଦୁଇ, ଚାରି, ପାଞ୍ଚୋଟି ରେକର୍ଡ ବହୁତ ଭଲ ଅଟେ । ଗରିବ ମଧ୍ୟ ବାବାଙ୍କର ଏହି ସେବାରେ ଲାଗିଗଲେ ତାଙ୍କୁ ମଧ୍ୟ ମହଲ ମିଳିପାରିବ । ଶିବବାବାଙ୍କ ଭଣ୍ଡାରରୁ ସବୁ କିଛି ମିଳିପାରିବ । ସେବାଧାରୀମାନଙ୍କୁ ବାବା କାହିଁକି ନଦେବେ । ଶିବବାବାଙ୍କ ଭଣ୍ଡାର ଭରପୁର ରହିଛି ।

(ଗୀତ) ଏହା ହେଉଛି ଜ୍ଞାନ ରୂପକ ନୃତ୍ୟ । ବାବା ଆସି ଗୋପ-ଗୋପୀମାନଙ୍କୁ ଜ୍ଞାନ ନୃତ୍ୟ କରାଉଛନ୍ତି । ଯେଉଁଠାରେ ବି ଥାଅ ବାବାଙ୍କୁ ସ୍ମରଣ କରିଚାଲ ତେବେ ଅବସ୍ଥା ବହୁତ ଭଲ ରହିବ । ଯେପରି ବାବା (ବ୍ରହ୍ମା) ଜ୍ଞାନ ଓ ଯୋଗର ନିଶାରେ ରହୁଛନ୍ତି ତୁମକୁ ମଧ୍ୟ ଶିଖାଉଛନ୍ତି । ତେବେ ଖୁସିର ନିଶା ରହିବ । ନଚେତ୍ ପରଦର୍ଶନ-ପରଚିନ୍ତନରେ ରହିବା ଦ୍ୱାରା ପୁଣି ଅବସ୍ଥା ହିଁ ବିଗିଡିଯାଇଥାଏ । ସକାଳୁ ସକାଳୁ ଉଠିବା ତ ବହୁତ ଭଲ । ବାବାଙ୍କ ସ୍ମୃତିରେ ବସି ବାବାଙ୍କ ସହିତ ମିଠା-ମିଠା କଥା ହେବା ଉଚିତ୍ । ଯେଉଁମାନେ ଭାଷଣ କରୁଛନ୍ତି ସେମାନଙ୍କୁ ତ ବିଚାର ସାଗର ମନ୍ଥନ କରିବାକୁ ପଡିବ । ଆଜି ଏହି ପଏଣ୍ଟସ୍ ଉପରେ ବୁଝାଇବା, ଏପରି ବୁଝାଇବା । ବହୁତ ପିଲା ବାବାଙ୍କୁ କହୁଛନ୍ତି ଆମେ ଚାକିରୀ ଛାଡିଦେବୁ ? କିନ୍ତୁ ବାବା କହୁଛନ୍ତି ପ୍ରଥମେ ସେବାର ପ୍ରମାଣ ତ ଦିଅ । ବାବା ତ ଯୋଗର ବହୁତ ଭଲ ଯୁକ୍ତି ବତାଇଛନ୍ତି । କିନ୍ତୁ କୋଟିକରେ କେହି ଗୋଟିଏ ବାହାରିବେ ଯାହାଙ୍କର ଏହି ଅଭ୍ୟାସ ହେବ । କାହାର କାହାର ବହୁତ ମୁସ୍କିଲରେ ବାବାଙ୍କ ସ୍ମୃତି ରହିଥାଏ । କୁମାରୀମାନଙ୍କର ନାମ ତ ପ୍ରସିଦ୍ଧ ଅଟେ । କୁମାରୀଙ୍କର ପାଦ ତଳେ ସମସ୍ତେ ପଡିଥାନ୍ତି । ତୁମେ ୨୧ ଜନ୍ମ ପାଇଁ ଭାରତକୁ ସ୍ୱରାଜ୍ୟ ଦେଉଛ । ତୁମର ସ୍ମାରକୀ ମନ୍ଦିରଗୁଡିକ ମଧ୍ୟ ରହିଛି । ବ୍ରହ୍ମାକୁମାର କୁମାରୀଙ୍କର ନାମ ମଧ୍ୟ ପ୍ରସିଦ୍ଧ ହୋଇଗଲାଣି ନା । କୁମାରୀ ସିଏ ଯିଏ ବି ୨୧ କୂଳର ଉଦ୍ଧାର କରିଥାଏ । ତେଣୁ ତାର ଅର୍ଥ ମଧ୍ୟ ବୁଝାଇବାକୁ ପଡିବ । ତୁମେ ଜାଣିଛ ଏହା ୫ ହଜାର ବର୍ଷର ରିଲ୍, ଯାହା କିଛି ବିତିଗଲା ତାହା ହେଲା ଡ୍ରାମା । ଭୁଲ୍ ହୋଇଗଲେ ଡ୍ରାମା । ପୁଣି ଆଗକୁ ନିଜର ରେଜିଷ୍ଟର ଠିକ୍ କରିଦେବା ଉଚିତ୍ । ପୁଣି ଥରେ ଯେପରି ରେଜିଷ୍ଟର ଖରାପ ନ ହେଉ । ବହୁତ ମେହନତ କରିବାକୁ ପଡିବ ତେବେ ଯାଇ ଉଚ୍ଚ ପଦ ମିଳିବ । ବାବାଙ୍କର ହୋଇଗଲ, ତେବେ ବାବା ବର୍ସା ମଧ୍ୟ ଦେବେ । ସାବତ ସନ୍ତାନମାନଙ୍କୁ ବର୍ସା (ସମ୍ପତ୍ତି)ଦେବେ ନାହିଁ । ବାକି ସାହାଯ୍ୟ କରିବା ତ ତୁମର କର୍ତ୍ତବ୍ୟ ଅଟେ । ଯେଉଁମାନେ ଜ୍ଞାନବାନ ସେମାନେ ପ୍ରତ୍ୟେକ କଥାରେ ସାହାଯ୍ୟ କରିଥାନ୍ତି । ବାବାଙ୍କୁ ଦେଖ କେତେ ସାହାଯ୍ୟ କରୁଛନ୍ତି । ପିଲାମାନେ ସାହସ ରଖିଲେ ବାବା ସାହାଯ୍ୟ କରିବେ । ମାୟା ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ମଧ୍ୟ ଶକ୍ତି ଦରକାର । ଏକମାତ୍ର ବାବାଙ୍କୁ ୟାଦ କରିବାକୁ ହେବ, ଅନ୍ୟ ସବୁ ସଙ୍ଗ ତୁଟାଇ ଜଣଙ୍କ ସଙ୍ଗ କରିବାକୁ ହେବ । ବାବା ହେଉଛନ୍ତି ଜ୍ଞାନର ସାଗର । ସେ କହୁଛନ୍ତି ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି, ତୁମମାନଙ୍କ ସହିତ କଥାବାର୍ତ୍ତା ହେଉଛି । ଅନ୍ୟ କେହି ତ ଏପରି କହିପାରିବେ ନାହିଁ ଯେ ମୁଁ ବାପ, ଶିକ୍ଷକ, ଗୁରୁ ଅଟେ । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ମଧ୍ୟ ରଚୟିତା ଅଟେ । ଏହି କଥାକୁ ଏବେ ତୁମେ ପିଲାମାନେ ହିଁ ବୁଝିପାରିଛ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ପୁରୁଣା ଅଳିଆ, ଆବର୍ଜନା ଅର୍ଥାତ୍ ପୁରୁଣା ଦୁନିଆର ବସ୍ତୁ ବୈଭବରେ ମମତ୍ୱ ରଖିବାର ନାହିଁ, ବାବାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲି ନିଜର ମମତ୍ୱକୁ ତୁଟାଇବାକୁ ହେବ । ଟ୍ରଷ୍ଟି ହୋଇ ରହିବାକୁ ହେବ ।

(୨) ଏହି ଅନ୍ତିମ ଜନ୍ମରେ ଭଗବାନଙ୍କୁ ନିଜର ଉତ୍ତରାଧିକାରୀ କରି ତାଙ୍କ ଉପରେ ବଳି ଚଢିବାକୁ ହେବ, ଅର୍ଥାତ୍ ପୂର୍ଣ୍ଣ ସମର୍ପିତ ହେବାକୁ ପଡିବ, ତେବେ ଯାଇ ୨୧ ଜନ୍ମର ରାଜ୍ୟ ଭାଗ୍ୟ ମିଳିବ । ବାବାଙ୍କୁ ସ୍ମୃତିରେ ରଖି ସେବା କରିବାକୁ ହେବ, ଆତ୍ମିକ ନିଶାରେ ରହିବାକୁ ହେବ, ନିଜର ରେଜିଷ୍ଟର ଯେପରି ଖରାପ ନ ହେବ ସେଥିପ୍ରତି ଧ୍ୟାନ ଦେବାକୁ ହେବ ।

ବରଦାନ:-
ପରମାତ୍ମ ଲଗନ ଦ୍ୱାରା ନିଜକୁ ବା ବିଶ୍ୱକୁ ନିର୍ବିଘ୍ନ କରୁଥିବା ତପସ୍ୱୀ ମୂରତ ହୁଅ ।

ଏକମାତ୍ର ପରମାତ୍ମାଙ୍କର ଲଗନରେ ରହିବା ଅର୍ଥାତ୍ ସ୍ନେହରେ ବୁଡି ରହିବା ହିଁ ତପସ୍ୟା ଅଟେ । ଏହି ତପସ୍ୟାର ଶକ୍ତି ହିଁ ନିଜକୁ ଏବଂ ସାରା ବିଶ୍ୱକୁ ନିର୍ବିଘ୍ନ କରିପାରିବ । ନିଜେ ନିର୍ବିଘ୍ନ ରହିବା ଏବଂ ଅନ୍ୟମାନଙ୍କୁ ନିର୍ବିଘ୍ନ କରିବା ହିଁ ତୁମମାନଙ୍କର ପ୍ରକୃତ ସେବା ଯାହାକି ଅନେକ ପ୍ରକାରର ବିଘ୍ନରୁ ସର୍ବଆତ୍ମାଙ୍କୁ ମୁକ୍ତ କରି ଦେଇଥାଏ । ଏହିଭଳି ସେବାଧାରୀ ପିଲାମାନେ ତପସ୍ୟା ଆଧାରରେ ବାବାଙ୍କଠାରୁ ଜୀବନମୁକ୍ତିର ବରଦାନ ଗ୍ରହଣ କରି ଅନ୍ୟମାନଙ୍କୁ ମଧ୍ୟ ବରଦାନ ପ୍ରାପ୍ତ କରାଇବାର ନିମିତ୍ତ ହୋଇଯାଆନ୍ତି ।

ସ୍ଲୋଗାନ:-
ଅନେକଙ୍କ ପ୍ରତି ବାଣ୍ଟି ହୋଇ ରହିଥିବା ସ୍ନେହକୁ ଏକତ୍ରୀତ କରି ଏକମାତ୍ର ବାବାଙ୍କ ସହିତ ହିଁ ସ୍ନେହ ରଖ ତେବେ ମେହନତରୁ ମୁକ୍ତ ହୋଇଯିବ ।