04.01.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବାଙ୍କ ସ୍ମୃତିରେ ରହି ସଦା ସର୍ବଦା ହର୍ଷିତ ରୁହ । ଯେଉଁମାନେ ବାବାଙ୍କ ସ୍ମୃତିରେ ରହିଥାଆନ୍ତି ସେମାନେ ବହୁତ ମଜାଳିଆ ଏବଂ ମଧୁର ସ୍ୱଭାବର ହୋଇଥାନ୍ତି । ଖୁସିରେ ରହି ସେବା କରିଥାଆନ୍ତି ।

ପ୍ରଶ୍ନ:-
ଜ୍ଞାନର ନିଶାରେ ରହିବା ସହିତ କେଉଁ ଚେକିଙ୍ଗ୍ କରିବା ବହୁତ ଜରୁରୀ ?

ଉତ୍ତର:-

ଜ୍ଞାନର ନିଶା ତ ରହିଛି କିନ୍ତୁ ଚେକ୍ କର ଯେ ମୁଁ ଦେହୀ-ଅଭିମାନୀ କେତେ ହୋଇଛି । ଜ୍ଞାନ ତ ବହୁତ ସହଜ କିନ୍ତୁ ଯୋଗରେ ମାୟା ବହୁତ ବିଘ୍ନ ପକାଇଥାଏ । ଗୃହସ୍ଥରେ ରହି ମଧ୍ୟ ଅନାସକ୍ତ ହୋଇ ରହିବାକୁ ହେବ । ଏପରି ନ ହେଉ ଯେ ମାୟା ରୂପୀ ମୂଷା ଭିତରେ ଭିତରେ କାଟୁଥାଉ କିନ୍ତୁ ତୁମକୁ ଜଣା ନ ପଡୁ । ନିଜର ନାଡିକୁ ନିଜେ ହିଁ ଦେଖୁଥାଅ ଯେ ବାବାଙ୍କ ସହିତ ମୋର ଆନ୍ତରିକ ସ୍ନେହ ରହିଛି ? କେତେ ସମୟ ମୁଁ ବାବାଙ୍କୁ ମନେ ପକାଉଛି ?

ଗୀତ:-
ଜଲେ କ୍ୟୁ ନ ପରବାନା....

ଓମ୍ ଶାନ୍ତି ।
ମିଠା ମିଠା ସନ୍ତାନମାନେ ଗୀତର ଗୋଟିଏ ଧାଡି ଶୁଣିଲ । ଯେବେକି ବାବା ଏତେ ଚମତ୍କାରୀ ଦେଖାଉଛନ୍ତି ଯାହା ଦ୍ୱାରା ତୁମେ ଏତେ ସୁନ୍ଦର ହୋଇଯାଉଛ ତେବେ ଏଭଳି ବାବାଙ୍କର କାହିଁକି ନ ହେବ, ଯିଏକି ତୁମକୁ ଶ୍ୟାମରୁ ସୁନ୍ଦର ଅର୍ଥାତ୍ ପତିତରୁ ପବିତ୍ର କରୁଛନ୍ତି । ତୁମେମାନେ ଜାଣିଛ ଯେ ଏବେ ଆମେ ଶ୍ୟାମଳରୁ ଗୋରା ହେଉଛୁ । ଏହା କେବଳ ଜଣକ କଥା ନୁହେଁ । ଦୁନିଆର ସମସ୍ତେ ଶ୍ରୀକୃଷ୍ଣଙ୍କୁ ଶ୍ୟାମ ସୁନ୍ଦର ବୋଲି କହିଦେଉଛନ୍ତି । ଚିତ୍ର ମଧ୍ୟ ଶ୍ୟାମ ସୁନ୍ଦରର ତିଆରି କରୁଛନ୍ତି । କେଉଁ ଚିତ୍ର ଗୋରା ତ କେଉଁ ଚିତ୍ର ଶ୍ୟାମଳ ରୂପର ମଧ୍ୟ ତିଆରି କରୁଛନ୍ତି । ମନୁଷ୍ୟ ବୁଝିପାରୁନାହାଁନ୍ତି ଯେ ଏହା କିପରି ସମ୍ଭବ । ସତ୍ୟଯୁଗର ରାଜକୁମାର କେବେ ବି ଶ୍ୟାମଳ ହୋଇପାରିବେ ନାହିଁ । ଶ୍ରୀକୃଷ୍ଣଙ୍କ ପାଇଁ କହୁଛନ୍ତି ଶ୍ରୀକୃଷ୍ଣ ସଦୃଶ ସନ୍ତାନ ମିଳୁ, ଶ୍ରୀକୃଷ୍ଣ ସଦୃଶ ସ୍ୱାମୀ ମିଳୁ । ତେବେ ସିଏ ଶ୍ୟାମଳ କିପରି ହେବେ । କିଛି ହେଲେ ବି ବୁଝିପାରୁ ନାହାଁନ୍ତି । ଶ୍ରୀକୃଷ୍ଣଙ୍କୁ କାହିଁକି ଶ୍ୟାମଳ ରୂପରେ ଦେଖାଉଛନ୍ତି ତାର କାରଣ ଥିବା ଦରକାର । ଏଭଳି ମଧ୍ୟ ଦେଖାଇଛନ୍ତି ଯେ ଶ୍ରୀକୃଷ୍ଣ ସର୍ପ ଉପରେ ନୃତ୍ୟ କରିଥିଲେ କିନ୍ତୁ ଏଭଳି କଥା ତ କେବେ ହୋଇପାରିବ ନାହିଁ । ଶାସ୍ତ୍ରରୁ ଏହିଭଳି କଥା ଶୁଣି କହିଦେଉଛନ୍ତି କିନ୍ତୁ ବାସ୍ତବରେ ଏଭଳି କଥା ହୋଇନଥିଲା । ଯେପରି ଚିତ୍ରରେ ଦେଖାଇଛନ୍ତି ନାଗ ସାପର ଶଯ୍ୟା ଉପରେ ନାରାୟଣ ଶୟନ କରିଛନ୍ତି । କିନ୍ତୁ ସାପ ଇତ୍ୟାଦିର ଶଯ୍ୟା ବାସ୍ତବରେ କିଛି ନାହିଁ । ଶହେ ମୁଖଥିବା ସାପ କଣ ଅଛନ୍ତି ? କିନ୍ତୁ ଚିତ୍ର ସବୁ ତିଆରି କରି ଦେଇଛନ୍ତି । ବାବା ବୁଝାଉଛନ୍ତି, ଏସବୁ ଚିତ୍ରର କୌଣସି ଅର୍ଥ ହିଁ ନାହିଁ । ଏସବୁ ହେଉଛି ଭକ୍ତିମାର୍ଗର ଚିତ୍ର । କିନ୍ତୁ ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଯେଉଁ ନାଟକ ସୁଟିଙ୍ଗ୍ ହୋଇଛି ତାହା ପୁଣି ପୁନରାବୃତ୍ତି ହେବ । ବାବା କେବଳ ଏହି କଥା ବୁଝାଉଛନ୍ତି ଯେ ଭକ୍ତିମାର୍ଗରେ କଣ କଣ ସବୁ କରୁଛନ୍ତି । କେତେ ଖର୍ଚ୍ଚ କରୁଛନ୍ତି । କିଭଳି ଚିତ୍ର ସବୁ ତିଆରି କରୁଛନ୍ତି । ପୂର୍ବରୁ ଯେତେବେଳେ ଏହି ସବୁ ଚିତ୍ର ଦେଖୁଥିଲେ ସେତେବେଳେ କିଛି ଆଶ୍ଚର୍ଯ୍ୟ ଲାଗୁନଥିଲା । ଏବେ ବାବା ଆମକୁ ସବୁକିଛି ବୁଝାଇ ଦେଇଛନ୍ତି ତେଣୁ ବୁଦ୍ଧିରେ ଆସୁଛି ଯେ ଏସବୁ ଭକ୍ତିମାର୍ଗର କଥା । ଭକ୍ତିମାର୍ଗରେ ଯାହା କିଛି ବି ହୋଇଛି ତାହା ପୁଣି ମଧ୍ୟ ନିଶ୍ଚିତ ହେବ । ଏହି ସବୁ କଥା ତୁମମାନଙ୍କ ବ୍ୟତୀତ ଅନ୍ୟ କେହି ବି ବୁଝିପାରିବେ ନାହିଁ । ଏକଥା ମଧ୍ୟ ଜାଣିଛ ଯେ ଡ୍ରାମାରେ ଯାହା ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଛି ତାହା ହିଁ ହେଉଛି । ଅନେକ ଧର୍ମର ବିନାଶ ଏକ ସତ୍ୟ ଧର୍ମର ସ୍ଥାପନା ହେଉଛି । ଏଥିରେ ମଧ୍ୟ ବହୁତ କଲ୍ୟାଣ ନିହିତ ।

ଏବେ ତୁମେମାନେ ପ୍ରାର୍ଥନା ଇତ୍ୟାଦି କିଛି ବି କରୁନାହଁ । ଭକ୍ତି ପ୍ରାର୍ଥନା ଇତ୍ୟାଦି ମଧ୍ୟ ଭଗବାନଙ୍କ ଠାରୁ ଫଳ ପ୍ରାପ୍ତି ପାଇଁ କରିଥାନ୍ତି । ଫଳ ହେଉଛି ମୁକ୍ତି ଏବଂ ଜୀବନମୁକ୍ତି । ତେଣୁ ସବୁ କଥା ବାବା ବୁଝାଉଛନ୍ତି । ଏଠାରେ ହେଉଛି ପ୍ରଜାଙ୍କର ପ୍ରଜାମାନଙ୍କ ଉପରେ ରାଜ୍ୟ । ଗୀତାରେ ବର୍ଣ୍ଣିତ ଅଛି ଯେ ଭାରତବାସୀ କୌରବ ପାଣ୍ଡବ କଣ କରୁଥିଲେ । ବାସ୍ତବରେ ଯାଦବମାନେ ନିଜ ଭିତରୁ ମୁଶଳ ବାହାର କରି ନିଜର କୁଳର ବିନାଶ କରିଥିଲେ । ଏମାନେ ସମସ୍ତେ ନିଜ ନିଜର ଶତ୍ରୁ ଅଟନ୍ତି । ତୁମେ ତ ଟେଲିଭିଜନରେ ସମାଚାର ଇତ୍ୟାଦି ଶୁଣନାହଁ, ଯେଉଁମାନେ ଶୁଣୁଛନ୍ତି ସେମାନେ ଭଲ ଭାବରେ ବୁଝିପାରୁଥିବେ । ଦିନକୁ ଦିନ ଭିତରେ ଭିତରେ ବହୁତ ଗଣ୍ଡଗୋଳ ଚାଲୁଛି । ଏମାନେ ସମସ୍ତେ ତ ଖ୍ରୀଷ୍ଟିୟାନ କିନ୍ତୁ ପରସ୍ପର ଭିତରେ ଗଣ୍ଡଗୋଳ ବହୁତ ରହିଛି । ଘରେ ବସିଥାଇ ମଧ୍ୟ ଜଣେ ଅନ୍ୟ ଜଣଙ୍କୁ ବୋମାରେ ଉଡାଇ ଦେବେ । ତୁମେମାନେ ରାଜଯୋଗ ଶିଖୁଛ ନୂଆ ଦୁନିଆରେ ରାଜତ୍ୱ କରିବା ପାଇଁ । ତେଣୁ ସମଗ୍ର ପୁରୁଣା ଦୁନିଆର ସ୍ୱଚ୍ଛତା ମଧ୍ୟ ନିଶ୍ଚିତ ଦରକାର । ପୁଣି ନୂଆ ଦୁନିଆରେ ସବୁ କିଛି ନୂଆ ହେବ । ସେଠାରେ ୫ ତତ୍ତ୍ୱ ମଧ୍ୟ ସତ୍ୱୋପ୍ରଧାନ ରହିବ । ସମୁଦ୍ରର ମଧ୍ୟ ଏଭଳି ତାକତ୍ ରହିବ ନାହିଁ ଯିଏକି ଉଚ୍ଛୁଳି ଅସାବଧାନତା ବଶତଃ କିଛି ବି କ୍ଷତି କରିଦେବ । ଏବେ ତ ୫ ତତ୍ୱ ମଧ୍ୟ କେତେ କ୍ଷତି କରିଦେଉଛି । ସେଠାରେ ପ୍ରକୃତି ମଧ୍ୟ ଦାସୀ ହୋଇ ରହିବ ସେଥିପାଇଁ ସେଠାରେ କୌଣସି ଦୁଃଖ ରହିବ ନାହିଁ । ତେବେ ଏହା ହିଁ ହେଉଛି ପୂର୍ବ ପ୍ରସ୍ତୁତ ଡ୍ରାମାର ଖେଳ । ସ୍ୱର୍ଗ କୁହାଯାଉଛି ସତ୍ୟଯୁଗକୁ, ଖ୍ରୀଷ୍ଟିୟାନମାନେ ମଧ୍ୟ କହିଥାନ୍ତି ଯେ ପ୍ରଥମେ ପ୍ରଥମେ ଏହି ଦୁନିଆ ସ୍ୱର୍ଗ ଥିଲା । ଭାରତ ହେଉଛି ଅବିନାଶୀ ଭୂମି । ସେମାନେ କେବଳ ଏତିକି ଜାଣି ନାହାଁନ୍ତି ଯେ ଆମକୁ ଦୁଃଖରୁ ଉଦ୍ଧାର କରିବା ପାଇଁ ବାବା ଭାରତରେ ଆସିଥାଆନ୍ତି । ଶିବରାତ୍ରୀ ମଧ୍ୟ ପାଳନ କରୁଛନ୍ତି କିନ୍ତୁ ଏକଥା ବୁଝିପାରୁ ନାହାଁନ୍ତି । ଏବେ ତୁମେମାନେ ବୁଝିପାରୁଛ ଯେ ନିଶ୍ଚିତ ଭାବରେ ଶିବବାବା ହିଁ ଏଠାକୁ ଆସି ଭାରତରେ ସ୍ୱର୍ଗ ସ୍ଥାପନା କରିଥିଲେ ସେଥିପାଇଁ ଭାରତରେ ଶିବରାତ୍ରି ପାଳନ କରାଯାଉଛି, ଏବେ ବାବା ପୁଣି ଏଠାକୁ ଆସି ସ୍ୱର୍ଗ ସ୍ଥାପନ କରୁଛନ୍ତି । କିନ୍ତୁ ଯେଉଁମାନେ ସେଠାରେ ପ୍ରଜା ହେବେ ସେମାନେ ଏହି କଥାକୁ ବୁଝିପାରିବେ ନାହିଁ । ଯେଉଁମାନେ ଏହି ରାଜବଂଶର ହୋଇଥିବେ ସେମାନେ ବୁଝିଯିବେ ଯେ ବାସ୍ତବରେ ଆମେ ଶିବବାବାଙ୍କର ସନ୍ତାନ । ପ୍ରଜାପିତା ବ୍ରହ୍ମା ମଧ୍ୟ ଅଛନ୍ତି । ଉଦ୍ଧାରକର୍ତ୍ତା, ଜ୍ଞାନର ସାଗର ବାବା ସ୍ୱୟଂ ଆସିଛନ୍ତି । ବ୍ରହ୍ମାଙ୍କୁ ଉଦ୍ଧାରକର୍ତ୍ତା, ଜ୍ଞାନର ସାଗର କୁହାଯିବ ନାହିଁ । ବ୍ରହ୍ମା ମଧ୍ୟ ତାଙ୍କ ଦ୍ୱାରା ଉଦ୍ଧାର ହେଉଛନ୍ତି । ତେବେ ସମସ୍ତଙ୍କର ଉଦ୍ଧାରକର୍ତ୍ତା କେବଳ ବାବା ଜଣେ, କାରଣ ଏଠାରେ ସମସ୍ତେ ତମୋପ୍ରଧାନ । ତୁମମାନଙ୍କ ଭିତରେ ଏହିଭଳି ବିଚାର ସାଗର ମନ୍ଥନ ଚାଲିବା ଦରକାର । ମୁଁ ଏଭଳି ମୁରଲୀ ଶୁଣାଇବି ଯେପରି ସମସ୍ତେ ବୁଝିପାରିବେ କିନ୍ତୁ ତୁମେମାନେ କ୍ରମଅନୁସାରେ ବୁଝାଉଛ । ଏହା ହେଉଛି ଜ୍ଞାନ ଯାହାକୁ ପ୍ରତିଦିନ ଅଧ୍ୟୟନ କରିବା ଦରକାର । କିନ୍ତୁ ଭୟବଶତଃ ପାଠ ନ ପଢିବା ଏହା ତ ଠିକ୍ ନୁହେଁ । ପୁଣି କହୁଛ ମୋର କର୍ମବନ୍ଧନ ରହିଛି । ଦେଖ ଆରମ୍ଭରେ ଅନେକ ବନ୍ଧନମୁକ୍ତ ହୋଇ ଆସିଥିଲେ ସେଥି ମଧ୍ୟରୁ କେହି କେହି ଚାଲିଗଲେ । ସିନ୍ଧୁ ପ୍ରଦେଶରେ କେତେ କନ୍ୟା ଆସିଥିଲେ କିନ୍ତୁ ଗଣ୍ଡଗୋଳ କାରଣରୁ କେତେ ସବୁ ଶତ୍ରୁ ହୋଇଗଲେ । ପ୍ରଥମେ ସେମାନଙ୍କୁ ଏହି ଜ୍ଞାନ ବହୁତ ଭଲ ଲାଗୁଥିଲା । ଭାବୁଥିଲେ ଏହାଙ୍କୁ (ବ୍ରହ୍ମା) ଭଗବାନଙ୍କର ଶକ୍ତି ମିଳିଛି । ଏବେ ମଧ୍ୟ କେହି କେହି ଭାବୁଛନ୍ତି ଯେ ବ୍ରହ୍ମାଙ୍କ ଭିତରେ କୌଣସି ଶକ୍ତି ଅଛି କିନ୍ତୁ ଏକଥା ବୁଝୁନାହାଁନ୍ତି ଯେ ତାଙ୍କ ଭିତରେ ପରମାତ୍ମାଙ୍କର ପ୍ରବେଶତା ହୋଇଛି । ଆଜିକାଲି ତ ତନ୍ତ୍ର-ମନ୍ତ୍ରର ତାକତ ଅନେକଙ୍କ ଭିତରେ ଅଛି । ଏବେ ସମସ୍ତେ ଗୀତ ଶୁଣାଇବାରେ ଲାଗିଛନ୍ତି । ବାବା କହୁଛନ୍ତି ଏସବୁ ହେଲା ଭକ୍ତିମାର୍ଗର ପୁସ୍ତକ । ଜ୍ଞାନର ସାଗର ତ ମୁଁ ହିଁ ଅଟେ । ମୋତେ ହିଁ ଭକ୍ତିମାର୍ଗରେ ସମସ୍ତେ ମନେ ପକାଇଥାଆନ୍ତି । ଡ୍ରାମାର ଯୋଜନା ଅନୁସାରେ ଏହା ମଧ୍ୟ ନିର୍ଦ୍ଧାରିତ ହୋଇ ରହିଛି । ଭକ୍ତିରେ ସାକ୍ଷାତ୍କାର ମଧ୍ୟ ହୋଇଥାଏ । ବାବା ଭକ୍ତିମାର୍ଗରେ ଭକ୍ତମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିଥାଆନ୍ତି । ଜ୍ଞାନ ତ ବୁଝୁନାହାଁନ୍ତି ତେବେ ତାଙ୍କ ପାଇଁ ଭକ୍ତି ଭଲ । ଭକ୍ତିରେ ମଧ୍ୟ ଅନେକ ମନୁଷ୍ୟ ସୁଧୁରିଯାଆନ୍ତି । ଚୋରୀ ଇତ୍ୟାଦି କରନ୍ତି ନାହିଁ । ଯେଉଁମାନେ ଭକ୍ତିରେ ଭଜନ କରନ୍ତି ସେମାନେ କେବେହେଲେ ଓଲଟା କଥାବାର୍ତ୍ତା କରିବେ ନାହିଁ । ସେମାନେ ଭକ୍ତ ଅଟନ୍ତି ନା । ଆଜିକାଲି ଭକ୍ତମାନେ ମଧ୍ୟ ବହୁତ ଦେବାଳିଆ ହୋଇଯାଉଛନ୍ତି । ଏପରି ନୁହେଁ ଯେ ଶିବବାବାଙ୍କର ସନ୍ତାନ କେବେ ବି ଦେବାଳିଆ ହେବେ ନାହିଁ । ପୂର୍ବଜନ୍ମର ଏଭଳି କିଛି କର୍ମ ରହିଛି ଯାହାକୁ ଭୋଗ କରିବାକୁ ହିଁ ପଡିବ । ଜ୍ଞାନ ମାର୍ଗରେ ଥାଇ ମଧ୍ୟ ଦେବାଳିଆ ହୋଇଯାଉଛନ୍ତି । ଏଥିରେ ଜ୍ଞାନର କୌଣସି ସମ୍ବନ୍ଧ ନାହିଁ ।

ତୁମେମାନେ ଏବେ ସେବା କରୁଛ । ଜାଣିଛ ଶ୍ରୀମତ ଅନୁସାରେ ସେବା କଲେ ଫଳ ଅବଶ୍ୟ ମିଳିବ । ଆମକୁ ସବୁକିଛି ସେଠାକୁ ଅର୍ଥାତ୍ ଆଗାମୀ କଳ୍ପ ପାଇଁ ଟ୍ରାନ୍ସଫର (ସ୍ଥାନାନ୍ତର) କରିବାକୁ ହେବ । ଯାହାକିଛି ବି ଧନ ସମ୍ପତ୍ତି ଅଛି ସେସବୁ ଈଶ୍ୱରୀୟ ସେବାରେ ଲଗାଇ ଆଗାମୀ କଳ୍ପ ପାଇଁ ଜମା କରିବାକୁ ହେବ । ବାବାଙ୍କୁ ଆରମ୍ଭରେ ବହୁତ ମଜା ଲାଗୁଥିଲା । ବାବା ଯେତେବେଳେ ସେଠାରୁ (କଲିକତା) ବାହାରିଲେ ସେତେବେଳେ ଗୋଟିଏ ଗୀତ ଲେଖିଥିଲେ ଅଲଫ କୋ ମିଲା ଆଲ୍ଲା, ବେ କୋ ମିଲି ବାଦଶାହୀ ଅର୍ଥାତ୍ ମୋତେ ଭଗବାନ ମିଳିଗଲେ ମୋର ଭାଗୀଦାରକୁ ବିନାଶୀ ଧନର ବ୍ୟବସାୟ ମିଳିଗଲା । ଶ୍ରୀକୃଷ୍ଣଙ୍କର ଏବଂ ଚତୁର୍ଭୁଜ ବିଷ୍ଣୁଙ୍କର ଯେତେବେଳେ ସାକ୍ଷାତ୍କାର ହେଲା ସେତେବେଳେ ବୁଝିଗଲେ ଯେ ମୁଁ ସେଠାରେ ଯାଇ ଦ୍ୱାରିକାରେ ରାଜା ହେବି । ବ୍ରହ୍ମାବାବାଙ୍କୁ ଏଭଳି ନିଶା ରହୁଥିଲା । ଏବେ ଏହି ବିନାଶୀ ଧନ କଣ କରିବି । ତେବେ ତୁମମାନଙ୍କୁ ମଧ୍ୟ ଏହିଭଳି ଖୁସି ରହିବା ଦରକାର । ବାବା ଆମକୁ ସ୍ୱର୍ଗର ରାଜତ୍ୱ ଦେଉଛନ୍ତି । କିନ୍ତୁ ସନ୍ତାନମାନେ ଏତେ ପୁରୁଷାର୍ଥ କରୁ ନାହାଁନ୍ତି । ଏହି ମାର୍ଗରେ ଚାଲୁ ଚାଲୁ ଅଧୋପତିତ ହୋଇଯାଉଛନ୍ତି । ବହୁତ ଭଲ ଭଲ ଯିଏକି ବାବାଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇଥାନ୍ତି ସେମାନେ ମଧ୍ୟ ବାବାଙ୍କୁ ମନେ ପକାଉ ନାହାଁନ୍ତି । ଯଦି ବାବାଙ୍କୁ ମନେ ପକାଉଛ ବାବାଙ୍କ ପାଖକୁ ଚିଠି ଲେଖିବା ଦରକାରେ ଯେ ବାବା ମୁଁ ବହୁତ ଖୁସିରେ ଅଛି । ଆପଣଙ୍କ ସ୍ମୃତିରେ ମସ୍ତିରେ ଅଛି । ଏମିତି ବହୁତ ଅଛନ୍ତି ଯେଉଁମାନେ କେବେ ବି ବାବାଙ୍କୁ ମନେ ପକାଉ ନାହାଁନ୍ତି । ଯୋଗର ଯାତ୍ରା ଦ୍ୱାରା ହିଁ ଖୁସି ବଢିବ । ଯଦିଓ ଜ୍ଞାନର ମସ୍ତିରେ ରହୁଛନ୍ତି କିନ୍ତୁ ଦେହ-ଅଭିମାନ ବହୁତ ରହିଛି । ଦେହୀ-ଅଭିମାନୀ ଅବସ୍ଥା ନାହିଁ । ଜ୍ଞାନ ତ ବହୁତ ସହଜ । ଯୋଗରେ ହିଁ ମାୟା ବିଘ୍ନ ପକାଇଥାଏ । ଘର ଗୃହସ୍ତରେ ରହି ମଧ୍ୟ ଅନାସକ୍ତ ରହିବାକୁ ହେବ । ଏପରି ନହେଉ ଯାହାକି ମାୟା ପଞ୍ଛା ମାରିଦେବ । ମାୟା ମୂଷା ଏଭଳି କାମୁଡି ଦିଏ ଯାହାକି ରକ୍ତ ବାହାରିଯିବ କିନ୍ତୁ କିଛି ବି ଜଣାପଡିବ ନାହିଁ । ତୁମମାନଙ୍କୁ ମଧ୍ୟ ପଡିନଥାଏ ଯେ ଦେହ-ଅଭିମାନ ଦ୍ୱାରା କେତେ କ୍ଷତି ହୋଇଥାଏ । ସେମାନେ କେବେ ବି ଉଚ୍ଚ ପଦ ପାଇପାରିବେ ନାହିଁ । କିନ୍ତୁ ବାବାଙ୍କଠାରୁ ପୁରା ବର୍ସା ନେବା ଦରକାର । ମମ୍ମା ବାବା ସଦୃଶ ଆମେ ମଧ୍ୟ ସିଂହାସନର ଅଧିକାରୀ ହେବା ଦରକାର । ବାବା ହେଉଛନ୍ତି ଦାତା । ଏସବୁର ସ୍ମୃତି ଚିହ୍ନ ଦିଲୱାଡା ମନ୍ଦିରରେ ରହିଛି । ଭିତରେ ମହାରଥୀମାନେ ହାତୀ ଉପରେ ବସିଛନ୍ତି । ତୁମମାନଙ୍କ ଭିତରେ ମଧ୍ୟ ମହାରଥୀ, ଘୋଡାସବାରୀ ଏବଂ ପଦାତିକ ସୈନ୍ୟ ଅଛନ୍ତି । ପ୍ରତ୍ୟେକଙ୍କୁ ନିଜ ନିଜର ନାଡିକୁ ଦେଖିବାକୁ ହେବ । ବାବା କଣ ଦେଖିବେ ତୁମେ ନିଜେ ନିଜକୁ ଦେଖ ମୁଁ ବାବାଙ୍କୁ କେତେ ମନେ ପକାଉଛି ଏବଂ ବାବାଙ୍କ ସଦୃଶ କେତେ ସେବା କରୁଛି! ମୁଁ ବାବାଙ୍କୁ ଯୋଗ କରୁଛି! ରାତିରେ ଜାଗ୍ରତ ରହି ବାବାଙ୍କୁ ମନେ ପକାଉଛି ? ମୁଁ ଅନେକଙ୍କର ସେବା କରୁଛି ? ନିଜର ଚାର୍ଟ ଦେଖିବା ଦରକାର ମୁଁ ବାବାଙ୍କୁ ବହୁତ ବହୁତ ମନେ ପକାଉଛି ? କେହି କେହି କହୁଛନ୍ତି ମୁଁ ତ ବାବାଙ୍କୁ ନିରନ୍ତର ମନେ ପକାଉଛି, କିନ୍ତୁ ଏପରି ତ ହୋଇପାରିବ ନାହିଁ । କେହି କେହି ତ ଭାବୁଛନ୍ତି ମୁଁ ବାବାଙ୍କର ହୋଇଗଲି, ବାସ୍ । କିନ୍ତୁ ତୁମକୁ ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇବାକୁ ହେବ । ବାବାଙ୍କ ସ୍ମୃତି ବିନା କିଛି ବି କାମ କରିଲ ଅର୍ଥାତ୍ ବାବାଙ୍କୁ ଟିକିଏ ବି ମନେ ପକାଉନାହିଁ । ତୁମକୁ ବାବାଙ୍କ ସ୍ମୃତିରେ ରହି ସବୁବେଳେ ହର୍ଷିତ ରହିବା ଆବଶ୍ୟକ । ଯିଏ ବାବାଙ୍କ ସ୍ମୃତିରେ ରହିଥାଆନ୍ତି ସେମାନେ ସବୁବେଳେ ରମଣୀକ ହୋଇଥାନ୍ତି ଏବଂ ହର୍ଷିତ ରହିଥାନ୍ତି । ସେମାନେ ଯାହାକୁ ବି ବୁଝାଇବେ ବହୁତ ରମଣୀକ ହିସାବରେ ଖୁସିର ସହିତ ବୁଝାଇବେ । ବହୁତ କମ ଅଛନ୍ତି ଯେଉଁମାନଙ୍କୁ ଏହିଭଳି ସେବାର ସଉକ ରହୁଛି । ଚିତ୍ର ଉପରେ ବୁଝାଇବା ତ ବହୁତ ସହଜ । ଇଏ ହେଉଛି ସର୍ବୋଚ୍ଚ ଭଗବାନ ତାପରେ ପୁଣି ତାଙ୍କର ରଚନା ଆମେ ସବୁ ଆତ୍ମା ଭାଇ-ଭାଇ । ଆମ ସମସ୍ତଙ୍କର ପରସ୍ପର ଭିତରେ ଭାତ୍ରୃଭାବ ରହିଛି ମନୁଷ୍ୟ କିନ୍ତୁ ପିତୃଭାବ ବୋଲି କହିଦେଇଛନ୍ତି । ପ୍ରଥମେ ଶିବବାବାଙ୍କ ଚିତ୍ର ଉପରେ ବୁଝାଇବାକୁ ହେବ ଯେ ଇଏ ହେଉଛନ୍ତି ସବୁ ଆତ୍ମାମାନଙ୍କ ପିତା, ପରମପିତା ପରମାତ୍ମା ନିରାକାର । ମୁଁ ଆତ୍ମା ମଧ୍ୟ ନିରାକାର ଯିଏକି ଭ୍ରୃକୁଟୀରେ ରହୁଛି । ଶିବବାବା ମଧ୍ୟ ତାରକା ସଦୃଶ ଅଟନ୍ତି କିନ୍ତୁ ଏତେ ସୂକ୍ଷ୍ମ ତାରକାର ପୂଜା କିପରି ହେବ ସେଥିପାଇଁ ବଡ ଆକାର କରିଦେଇଛନ୍ତି । ତେବେ ଆତ୍ମା ମଧ୍ୟ କେବେ ୮୪ ଲକ୍ଷ ଜନ୍ମ ନେଇ ନଥାଏ । ବାବା ବୁଝାଉଛନ୍ତି ଆତ୍ମା ପ୍ରଥମେ ଅଶରୀରୀ ହୋଇ ଆସେ ପୁଣି ଏଠାରେ ଶରୀର ଧାରଣ କରି ଅଭିନୟ କରେ । ପ୍ରଥମେ ଆତ୍ମା ସତୋପ୍ରଧାନ ହୋଇ ଆସିଥାଏ ପୁଣି ପୁନର୍ଜନ୍ମ ନେଇ ନେଇ ତମୋପ୍ରଧାନ ହୋଇଯାଏ । ତେବେ ପରେ ଯେଉଁ ଆତ୍ମାମାନେ ଆସିଥାନ୍ତି ସେମାନେ ୮୪ ଜନ୍ମ ନେଇନଥାନ୍ତି । ସମସ୍ତେ ତ ୮୪ ଜନ୍ମ ନେଇପାରିବେ ନାହିଁ । ଆତ୍ମା ହିଁ ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ଧାରଣ କରିଥାଏ । ଆତ୍ମାର ରୂପ, ଦେଶ, କାଳ ସବୁର ପରିବର୍ତ୍ତନ ହୋଇଯାଏ । ତୁମେମାନେ ଏହିଭଳି ଭାଷଣ କରିବା ଦରକାର । କହୁଛନ୍ତି ଆତ୍ମାନୁଭୂତି କର । କିନ୍ତୁ କରାଇବ କିଏ । ଆତ୍ମା ହିଁ ପରମାତ୍ମା କହିବା--ଏହାକୁ କଣ ଆତ୍ମାନୁଭୂତି କୁହାଯିବ । ଏହା ହେଉଛି ନୂଆ ଜ୍ଞାନ । ବାବା ହେଉଛନ୍ତି ଜ୍ଞାନର ସାଗର । ସିଏ ହିଁ ସ୍ୱୟଂ ପତିତ-ପାବନ ସମସ୍ତଙ୍କର ସଦ୍ଗତିଦାତା ଯିଏକି ଏଠାକୁ ଆସି ବୁଝାଉଛନ୍ତି । ବାବାଙ୍କର ବହୁତ ମହିମା କର, ତାପରେ କୁହ ଏବେ ତ ଆତ୍ମାର ପରିଚୟ ଶୁଣିଲେ, ପୁଣି ପରମାତ୍ମଙ୍କର ପରିଚୟ ଶୁଣନ୍ତୁ । ତାଙ୍କୁ ସମସ୍ତ ଆତ୍ମାମାନଙ୍କର ପିତା ବୋଲି କୁହାଯାଏ । ସିଏ କେବେ କୌଣସି ଛୋଟ ବଡ ହୋଇନଥାନ୍ତି । ପରମପିତା ପରମାତ୍ମା ଅର୍ଥାତ୍ ପରମ ଆତ୍ମା । ସୋଲ ଅର୍ଥାତ୍ ଆତ୍ମା । ପରମାତ୍ମା ତ ସବୁଠାରୁ ଉର୍ଦ୍ଧ୍ଵରେ ରହିଥାଆନ୍ତି । ସିଏ କେବେ ବି ପୁର୍ନଜନ୍ମରେ ଆସନ୍ତି ନାହିଁ, ସେଥିପାଇଁ ତାଙ୍କୁ ପରମପିତା କୁହାଯାଏ । ଏତେ ଛୋଟ ଆତ୍ମା ଭିତରେ ୮୪ ଜନ୍ମର ଅଭିନୟ ଭରପୁର ହୋଇ ରହିଛି । ତେବେ ପତିତ-ପାବନ ତାଙ୍କୁ ହିଁ କୁହାଯାଇଥାଏ ଏବଂ ତାଙ୍କର ନାମ ସଦାସର୍ବଦା ଶିବବାବା ହିଁ ରହିଥାଏ, ରୁଦ୍ର ବାବା ନୁହେଁ । କିନ୍ତୁ ଭକ୍ତିମାର୍ଗରେ ତାଙ୍କର ନାମ ଅନେକ ରଖିଦେଇଛନ୍ତି । ତାଙ୍କୁ ହିଁ ସମସ୍ତେ ମନେ ପକାଉଛନ୍ତି କହୁଛନ୍ତି ହେ ପତିତ-ପାବନ ଏଠାକୁ ଆସ, ଆସି ଆମକୁ ପବିତ୍ର କର । ତେବେ ନିଶ୍ଚିତ ଭାବରେ ତାଙ୍କୁ ଆସିବାକୁ ପଡିବ । କିନ୍ତୁ ସିଏ ସେତେବେଳେ ଆସନ୍ତି ଯେତେବେଳେ କି ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରିବାକୁ ହୁଏ । ଏବେ ହେଉଛି କଳିଯୁଗ, ଏଠାରେ ଢେର ମନୁଷ୍ୟ ଅଛନ୍ତି । ସତ୍ୟଯୁଗରେ ବହୁତ କମ୍ ମନୁଷ୍ୟ ରହିଥାଆନ୍ତି । ଗାୟନ ମଧ୍ୟ ରହିଛି ବ୍ରହ୍ମା ଦ୍ୱାରା ସ୍ଥାପନା, ଶଙ୍କର ଦ୍ୱାରା ବିନାଶ..... ତେବେ ଗୀତା ଦ୍ୱାରା ହିଁ ଆଦି ସନାତନ ଧର୍ମର ସ୍ଥାପନା ହୋଇଥିଲା । କେବଳ ସେଥିରେ ଭୁଲରେ ଶ୍ରୀକୃଷ୍ଣଙ୍କର ନାମ ରଖି ଦେଇଛନ୍ତି । କିନ୍ତୁ ବାବା କହୁଛନ୍ତି ସିଏ ତ ପୁର୍ନଜନ୍ମ ନେଇଥାନ୍ତି । ମୁଁ ତ ପୁନର୍ଜନ୍ମ ରହିତ । ତେବେ ବର୍ତ୍ତମାନ ବିଚାର କର ପରମପିତା ପରମାତ୍ମା ନିରାକାର ଶିବ ନା ଶ୍ରୀକୃଷ୍ଣ । ଗୀତାର ଭଗବାନ ବାସ୍ତବରେ କିଏ ? ଭଗବାନ ତ ଜଣକୁ କୁହାଯାଏ । ଏହି କଥାକୁ ଯଦି କେହି ମାନୁନାହିଁ ତେବେ ବୁଝିଯାଅ ଯେ ସିଏ ଆମ ଧର୍ମର ନୁହେଁ । ଯିଏ ସତ୍ୟଯୁଗୀ ଆତ୍ମା ହୋଇଥିବ ସିଏ ତୁରନ୍ତ ମାନିଯିବ ଏବଂ ପୁରୁଷାର୍ଥରେ ଲାଗିଯିବ । ଏହା ହିଁ ମୂଳକଥା । ଏଥିରେ ତୁମେ ହିଁ ବିଜୟୀ ହେବ । କିନ୍ତୁ ସେତେ ଦେହୀ-ଅଭିମାନୀ ଅବସ୍ଥା କାହିଁ ? ଜଣେ ଅନ୍ୟ ଜଣଙ୍କ ନାମ ଏବଂ ରୂପରେ ବୁଡି ରହିଛନ୍ତି । ଭକ୍ତିମାର୍ଗରେ ମଧ୍ୟ କହୁଥିଲେ ଚିନ୍ତା ଥିଲା ପାର ବ୍ରହ୍ମରେ ରହୁଥିବା ପରମାତ୍ମାଙ୍କର, ବାକି ଡର କାହାକୁ ? ଏଥିରେ ବହୁତ ସାହସ ଦରକାର ଯେଉଁମାନେ ଭାଷଣ କରୁଛନ୍ତି ସେମାନେ ଆତ୍ମାର ଜ୍ଞାନକୁ ବହୁତ ମସ୍ତିର ସହିତ ଦେବା ଦରକାର । ପୁଣି ପରମାତ୍ମା କାହାକୁ କୁହାଯାଏ ଏହି କଥା ଉପରେ ମଧ୍ୟ ବୁଝାଇବା ଦରକାର । ବାବାଙ୍କର ମହିମା ହେଉଛି ସ୍ନେହର ସାଗର, ଜ୍ଞାନର ସାଗର... ସେହିପରି ମହିମା ତୁମମାନଙ୍କର ମଧ୍ୟ ରହିଛି ତେଣୁ କାହା ଉପରେ ରାଗିବା ଅର୍ଥ ନିୟମକୁ ନିଜ ହାତକୁ ନେବା । ବାବା କେତେ ମିଠା । ଯଦି କେହି କୌଣସି କାମ ପାଇଁ ମନା କରିଦେଉଛନ୍ତି ତେବେ ସିଏ ନଟବର ହୋଇପାରିବ ନାହିଁ । ସେଥିପାଇଁ ବହୁତ ମିଠା ହେବାକୁ ପଡିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ । 

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜର ପୁରୁଣା ବ୍ୟାଗ ବ୍ୟାଗେଜକୁ ସ୍ଥାନାନ୍ତରିତ କରି ବହୁତ ଖୁସି ଏବଂ ମସ୍ତିରେ ରହିବାକୁ ହେବ । ମମ୍ମା ବାବାଙ୍କ ଭଳି ସିଂହାସନର ଅଧିକାରୀ ହେବାକୁ ପଡିବ । ବାବାଙ୍କ ସ୍ମୃତିରେ ମଜ୍ଜି ଯିବାକୁ ହେବ ।

(୨) କାହାକୁ ଡରି ପାଠପଢାକୁ କେବେ ବି ଛାଡିବା ଉଚିତ୍ ନୁହେଁ । ଯୋଗ ବଳ ଦ୍ୱାରା ନିଜର କର୍ମବନ୍ଧନକୁ ହାଲୁକା କରିବାକୁ ହେବ । କେବେ ବି କ୍ରୋଧର ବଶବର୍ତ୍ତୀ ହୋଇ ନିୟମକୁ ନିଜ ହାତକୁ ନେବା ଉଚିତ୍ ନୁହେଁ । କୌଣସି ସେବାରେ ନାହିଁ କରିବା ଉଚିତ୍ ନୁହେଁ ।

ବରଦାନ:-
ବ୍ରାହ୍ମଣ ଜୀବନର ସମ୍ପତ୍ତି ଏବଂ ବ୍ୟକ୍ତିତ୍ୱର ଅନୁଭବ କରୁଥିବା ଏବଂ କରାଉଥିବା ବିଶେଷ ଆତ୍ମା ହୁଅ ।

ବାପଦାଦା ସମସ୍ତ ବ୍ରାହ୍ମଣ ପିଲାମାନଙ୍କୁ ସ୍ମରଣ କରାଇ ଦେଉଛନ୍ତି ଯେ ତୁମେମାନେ ବ୍ରାହ୍ମଣ ହୋଇଛ ତେଣୁ ତୁମର ଅହୋ ସୌଭାଗ୍ୟ! କିନ୍ତୁ ବ୍ରାହ୍ମଣ ଜୀବନର ସମ୍ପତ୍ତି ହିଁ ସନ୍ତୁଷ୍ଟତା ଏବଂ ବ୍ରାହ୍ମଣ ଜୀବନର ବ୍ୟକ୍ତିତ୍ୱ ହେଉଛି ପ୍ରସନ୍ନତା । ଏହି ଅନୁଭବରୁ କେବେହେଲେ ବଞ୍ଚିତ ରହିଯାଅ ନାହିଁ । କାରଣ ତୁମେ ଏହାର ଅଧିକାରୀ ଅଟ । ଯେବେକି ଦାତା, ବରଦାତା ବାବା ଖୋଲା ହୃଦୟରେ ସର୍ବପ୍ରାପ୍ତି ରୂପକ ସମ୍ପତ୍ତି ଦେଉଛନ୍ତି ତେଣୁ ତାହାକୁ ଅନୁଭବ କର ଏବଂ ଅନ୍ୟମାନଙ୍କୁ ମଧ୍ୟ ଅନୁଭବ କରାଅ ତେବେ କୁହାଯିବ ବିଶେଷ ଆତ୍ମା ।

ସ୍ଲୋଗାନ:-
ଅନ୍ତିମ ସମୟ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ ଅନ୍ତିମ ସ୍ଥିତି ବିଷୟରେ ଚିନ୍ତା କର ।


ବ୍ରହ୍ମାବାବାଙ୍କ ସମାନ ହେବା ପାଇଁ ବିଶେଷ ପୁରୁଷାର୍ଥ:-

ସେବାର ପ୍ରତ୍ୟକ୍ଷ ଫଳ ଦେଖାଇବା ପାଇଁ ଯେପରି ବ୍ରହ୍ମାବାବା ନିଜର ଆତ୍ମିକ ସ୍ଥିତି ଦ୍ୱାରା ସେବା କରୁଥିଲେ ସେହିପରି ତୁମେ ପିଲାମାନେ ମଧ୍ୟ ନିଜର ରୁହାନୀ ଅର୍ଥାତ୍ ଆତ୍ମିକ ସ୍ଥିତିକୁ ପ୍ରତ୍ୟକ୍ଷ କର । ତେବେ ଆତ୍ମାକୁ ମଧ୍ୟ ରୁହ କୁହାଯାଏ ଏବଂ ଏସେନସ୍ ଅର୍ଥାତ୍ ଅର୍କକୁ ମଧ୍ୟ ରୁହ କୁହାଯାଏ । ତେଣୁ ରୁହାନୀ ସ୍ଥିତିରେ ରହିବା ଦ୍ୱାରା ଦୁଇଟିଯାକ ସ୍ଥିତିକୁ ପ୍ରାପ୍ତ କରିପାରିବ । ଦିବ୍ୟଗୁଣର ଆକର୍ଷଣ ଅର୍ଥାତ୍ ସୁଗନ୍ଧ ମଧ୍ୟ ରହିବ ଏବଂ ଆତ୍ମିକ ସ୍ୱରୂପ ମଧ୍ୟ ଦେଖାଯିବ ।