04.01.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ପାଦେ ପାଦେ ବାବାଙ୍କର ଶ୍ରୀମତରେ ଚାଲୁଥାଅ, ଏକମାତ୍ର ବାବାଙ୍କଠାରୁ ହିଁ ଶୁଣ ତେବେ ମାୟା ଆକ୍ରମଣ କରିପାରିବ ନାହିଁ ।

ପ୍ରଶ୍ନ:-
ଉଚ୍ଚ ପଦ ପ୍ରାପ୍ତ କରିବାର ଆଧାର କଣ?

ଉତ୍ତର:-
ଉଚ୍ଚ ପଦ ପ୍ରାପ୍ତ କରିବା ପାଇଁ ବାବାଙ୍କର ପ୍ରତ୍ୟେକ ନିର୍ଦ୍ଦେଶ ଅନୁସାରେ ଚାଲୁଥାଅ । ବାବାଙ୍କର ଯେଉଁ ନିର୍ଦ୍ଦେଶ ମିଳିଲା ତାକୁ ପିଲାମାନେ ମାନି ନେବା ଉଚିତ୍, ଏମିତିକି ଅନ୍ୟ କୌଣସି ସଂକଳ୍ପ ମଧ୍ୟ ଆସୁ ନଥିବ । ୨- ତୁମେମାନେ ଏହି ଆତ୍ମିକ ସେବାରେ ଲାଗିଯାଅ । ତୁମକୁ ଅନ୍ୟ କାହାର ବି ସ୍ମୃତି ଆସିବା ଉଚିତ୍ ନୁହେଁ । କଥାରେ ଅଛି ନିଜେ ମରିଗଲେ ଦୁନିଆ ମରିଗଲା ଅର୍ଥାତ୍ ଏହିଭଳି ହେଲେ ଯାଇ ଉଚ୍ଚ ପଦ ମିଳିପାରିବ ।

ଗୀତ:-
ତୁହ୍ମେ ପାକେ ହମନେ...

ଓମ୍ ଶାନ୍ତି ।
ମିଠା-ମିଠା ଆତ୍ମିକ ସନ୍ତାନମାନେ ଏହି ଗୀତ ଶୁଣିଲେ । ଏହା ହେଉଛି ଭକ୍ତିମାର୍ଗରେ ଗାୟନ କରିଥିବା ଗୀତ ଯାହାର ରହସ୍ୟକୁ ବାବା ଏବେ ଆମମାନଙ୍କୁ ବୁଝାଉଛନ୍ତି । ପିଲାମାନେ ମଧ୍ୟ ଜାଣିଛନ୍ତି ଯେ - ଏବେ ଆମେମାନେ ବାବାଙ୍କଠାରୁ ଅବିନାଶୀ ବର୍ସା ପାଉଛୁ । ସେହି ବର୍ସା ଅର୍ଥାତ୍ ସତ୍ୟଯୁଗୀ ରାଜତ୍ୱକୁ ଆମଠାରୁ କେହି ବି ଛଡାଇ ନେଇ ପାରିବେ ନାହିଁ । ଭାରତର ରାଜ୍ୟକୁ ମୁସଲମାନ୍‌ମାନେ ଛଡେଇ ନେଲେ, ଇଂରେଜମାନେ ଛଡାଇ ନେଲେ । କିନ୍ତୁ ବାସ୍ତବରେ ତ ଆସୁରୀ ମତ ଦ୍ୱାରା ପ୍ରଥମେ ରାବଣ ଛଡାଇ ନେଲା । ମନୁଷ୍ୟମାନେ ମାଙ୍କଡର ଯେଉଁ ଚିତ୍ର ତିଆରି କରିଛନ୍ତି - ଖରାପ ଶୁଣ ନାହିଁ, ଦେଖ ନାହିଁ... ବାସ୍ତବରେ ଏହାର ମଧ୍ୟ କୌଣସି ରହସ୍ୟ ଥିବ ନା । ବାବା ବୁଝାଉଛନ୍ତି ଗୋଟିଏ ପାର୍ଶ୍ଵରେ ରାବଣର ଆସୁରୀ ସମ୍ପ୍ରଦାୟ ରହିଛି, ଯେଉଁମାନେ କି ବାବାଙ୍କୁ ଜାଣି ନାହାଁନ୍ତି ଏବଂ ଅନ୍ୟ ପାର୍ଶ୍ଵରେ ତୁମେମାନେ ରହିଛ । ତୁମେମାନେ ମଧ୍ୟ ଏକଥା ଆଗରୁ ଜାଣି ନଥିଲ । ବାବା କହୁଛନ୍ତି ଯେ ଇଏ ମଧ୍ୟ ବହୁତ ଭକ୍ତି କରିଛନ୍ତି, ୟାଙ୍କର ଏହା ବହୁତ ଜନ୍ମର ଅନ୍ତିମ ଜନ୍ମ ଅଟେ । ଇଏ ପ୍ରଥମେ ପବିତ୍ର ଥିଲେ ଏବେ ପତିତ ହୋଇଯାଇଛନ୍ତି । ଏହାଙ୍କୁ ମୁଁ ଜାଣିଛି । ତେଣୁ ଏବେ ତୁମେମାନେ ଆଉ କାହାର କଥା ଶୁଣ ନାହିଁ । ବାବା କହୁଛନ୍ତି, ମୁଁ ତୁମମାନଙ୍କ ସହିତ କଥାବାର୍ତ୍ତା ହେଉଛି । ହଁ, କେବେ କେବେ କୌଣସି ମିତ୍ର ସମ୍ବନ୍ଧୀମାନଙ୍କୁ ଏଠାକୁ ଆଣିଲେ ଟିକେ ତାଙ୍କ ସହିତ ମଧ୍ୟ କଥାବାର୍ତ୍ତା ହୋଇଯାଏ । ପ୍ରଥମ କଥା ହେଲା ପବିତ୍ରତା, ତେଣୁ ତୁମମାନଙ୍କୁ ପବିତ୍ର ହେବାକୁ ପଡ଼ିବ ତେବେ ଯାଇ ବୁଦ୍ଧିରେ ଧାରଣା ହେବ । ଏଠାକାର କାଇଦା ବହୁତ କଡ଼ା । ଆଗରୁ କୁହାଯାଉଥିଲା ଯେ, ସାତ ଦିନ ଭଟ୍ଟୀରେ ରହିବାକୁ ହେବ, ଯେମିତି ଆଉ କାହାର ସ୍ମୃତି ନ ଆସୁ, ନାଁ କାହାକୁ ପତ୍ର ଆଦି ଲେଖିବ । ଯେଉଁଠି ବି ରୁହ କିନ୍ତୁ ସାରାଦିନ ଭଟ୍ଟୀରେ ରହିବାକୁ ପଡ଼ିବ । ଏବେ ତ ତୁମେମାନେ ଭଟ୍ଟୀରେ ରହି ମଧ୍ୟ ବାହାରକୁ ବାହାରୁଛ । କେହି ତ ଆଶ୍ଚର୍ଯ୍ୟ ଭାବରେ ଶୁଣନ୍ତି, କୁହନ୍ତି, ଓହୋ ମାୟା ପୁଣି ଭାଗନ୍ତି ହୋଇଗଲେ । ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ । ବାବାଙ୍କର କଥାକୁ କେହି କେହି ମାନୁ ନାହାଁନ୍ତି । ବାବା ତ କହୁଛନ୍ତି ତୁମେମାନେ ଏବେ ବାନପ୍ରସ୍ଥୀ । ଅଯଥାରେ ତୁମେମାନେ କାହିଁକି ମାୟାର ବନ୍ଧନରେ ବାନ୍ଧି ହେଉଛ । ଏବେ ସେବାରେ ଲାଗିଯାଅ । ତୁମମାନଙ୍କୁ ଆଉ କେହି ଯେପରି ମନେ ନ ପଡନ୍ତୁ, ନିଜେ ମରିଗଲେ ଦୁନିଆ ମରିଗଲା, ଏହିଭଳି ହେଲେ ଯାଇ ଉଚ୍ଚପଦ ପାଇପାରିବ । ତୁମମାନଙ୍କର ପୁରୁଷାର୍ଥ ହେଲା ନରରୁ ନାରାୟଣ ହେବା । ତେଣୁ ପାଦେ-ପାଦେ ବାବଙ୍କର ନିର୍ଦ୍ଦେଶ ଅନୁସାରେ ଚାଲିବାକୁ ହେବ । କିନ୍ତୁ ଏଥିରେ ମଧ୍ୟ ସାହାସ ଦରକାର । କେବଳ କଥାରେ କହିବାର ନାହିଁ । ମୋହର ଆକର୍ଷଣ ମଧ୍ୟ କିଛି କମ୍ ନୁହେଁ, ତେଣୁ ନଷ୍ଟୋମୋହା ହେବାକୁ ପଡ଼ିବ । ମୋର ତ ଏକମାତ୍ର ଶିବବାବା, ଦ୍ୱିତୀୟ କେହି ନୁହେଁ । ଆମେମାନେ ତ ବାବାଙ୍କର ଶରଣ ନେଇଛୁ । ତେଣୁ ଆମେମାନେ କେବେ ବି କାହାକୁ ବିଷ ଦେଇପାରିବୁ ନାହିଁ ଅର୍ଥାତ୍ ବିକାରୀ ହେବୁ ନାହିଁ । ତୁମେମାନେ ଈଶ୍ୱରଙ୍କର ସନ୍ତାନ ହୋଇଛ ତେଣୁ ମାୟା ତୁମମାନଙ୍କୁ ଛାଡ଼ିବ ନାହିଁ, ଖୁବ୍ ହଇରାଣ କରିବ । ଯେପରି ବୈଦ୍ୟମାନେ କହନ୍ତି - ଏହି ଔଷଧ ଖାଇବା ଦ୍ୱାରା ପ୍ରଥମେ ସବୁ ରୋଗ ବାହାରକୁ ବାହାରିଯିବ । ତେଣୁ ଡ଼ରିବ ନାହିଁ । ଏହା ମଧ୍ୟ ସେହିପରି ଅଟେ । ମାୟା ଖୁବ୍ ହଇରାଣ କରିବ, ବାନପ୍ରସ୍ଥ ଅବସ୍ଥାରେ ମଧ୍ୟ ବିକାରର ସଂଙ୍କଳ୍ପ ଆସିବ, ମୋହ ଉତ୍ପନ୍ନ ହୋଇଯିବ । ବାବା ପୂର୍ବରୁ ହିଁ କହି ଦେଇଛନ୍ତି ଯେ ଏସବୁ ହେବ । ବଞ୍ଚିଥିବା ପର୍ଯ୍ୟନ୍ତ, ମାୟାର ବକସିଙ୍ଗ୍ ଚାଲିଥିବ । ମାୟା ମଧ୍ୟ ବଳବାନ ହୋଇ ଲଢେଇ କରିବ, ତୁମକୁ ଛାଡ଼ିବ ନାହିଁ । ଏସବୁ ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି । ମୁଁ କଣ ମାୟାକୁ କହିବି କି, ସଂକଳ୍ପ ବିକଳ୍ପ ଆଣ ନାହଁ । ଅନେକ ପିଲା ବାବାଙ୍କୁ ପତ୍ର ଲେଖୁଛନ୍ତି, ବାବା କୃପା କର । ମୁଁ କଣ କାହା ଉପରେ କୃପା କରିବି କି! ଏଠାରେ ତ ତୁମମାନଙ୍କୁ ଶ୍ରୀମତ ଅନୁସାରେ ଚାଲିବାକୁ ହେବ । ଯଦି ମୁଁ କୃପା କରିବି ତେବେ ତ ସମସ୍ତେ ମହାରାଜା ହୋଇଯିବେ । ଡ଼୍ରାମାରେ ମଧ୍ୟ ଏସବୁ ନାହିଁ । ସବୁ ଧର୍ମାବଲମ୍ବୀମାନେ ଏଠାକୁ ଆସୁଛନ୍ତି । ଯେଉଁମାନେ ଅନ୍ୟ ଧର୍ମକୁ ସ୍ଥାନାନ୍ତରିତ ହୋଇଯାଇଥିବେ ସେମାନେ ମଧ୍ୟ ଏଠାକୁ ଚାଲି ଆସିବେ । ବର୍ତ୍ତମାନ ଏହି ଧର୍ମର ଚାରା ଲାଗୁଛି, ଏଥିରେ ବହୁତ ମେହନତ ରହିଛି । ତେବେ ନୂଆମାନଙ୍କୁ କେବଳ ଏତିକି କହିବାକୁ ହେବ ଯେ, ବାବାଙ୍କୁ ମନେ ପକାଅ ଶିବ ଭଗବାନୁବାଚ । ଶ୍ରୀକୃଷ୍ଣ ଭଗବାନ ନୁହଁନ୍ତି । ସେ ତ ୮୪ ଜନ୍ମର ଚକ୍ରରେ ଆସୁଛନ୍ତି । ଏଠାରେ ଅନେକ ମତ, ଅନେକ କଥା ରହିଛି । କିନ୍ତୁ ବାସ୍ତବରେ ଏହି କଥାକୁ ବୁଦ୍ଧିରେ ସଂପୂର୍ଣ୍ଣ ରୂପେ ଧାରଣା କରିବାକୁ ହେବ । ଆମେମାନେ ପତିତ ଥିଲୁ । ତେଣୁ ବାବା କହୁଛନ୍ତି, ତୁମେମାନେ ପବିତ୍ର କିପରି ହେବ? ବାବା କହୁଛନ୍ତି ମୁଁ କଳ୍ପ ପୂର୍ବରୁ ମଧ୍ୟ କହିଥିଲି - ମୋତେ ମନେ ପକାଅ । ନିଜକୁ ଆତ୍ମା ନିଶ୍ଚୟ କରି ଦେହର ସବୁ ଧର୍ମକୁ ଛାଡ଼ି ଜୀଇଁ ଥାଉ ଥାଉ ମରିଯାଅ । ଏକମାତ୍ର ବାବାଙ୍କୁ ହିଁ ମନେ ପକାଅ । ମୁଁ ଏବେ ସମସ୍ତଙ୍କର ସଦ୍‌ଗତି କରିବାକୁ ଆସିଛି । ଭାରତବାସୀ ହିଁ ସବୁଠାରୁ ଉଚ୍ଚ ହେଉଛନ୍ତି ପୁଣି ୮୪ ଜନ୍ମ ନେଇ ତଳକୁ ଖସୁଛନ୍ତି । ତେବେ କୁହ, ତୁମେ ଭାରତବାସୀ ହିଁ ଏହି ଦେବୀ-ଦେବତାମାନଙ୍କୁ ପୂଜା କରୁଛ ନା । ଏମାନେ କିଏ? ଏମାନେ ସ୍ୱର୍ଗର ମାଲିକ ଥିଲେ ନା । ଏବେ ସେମାନେ କେଉଁଠାରେ ଅଛନ୍ତି? ୮୪ ଜନ୍ମ କିଏ ନେଉଛନ୍ତି । ସତ୍ୟଯୁଗରେ ତ ଏମାନେ ଦେବୀ-ଦେବତା ଥିଲେ ଏବେ ପୁଣି ଏହି ମହାଭାରତ ଲଢେଇ ଦ୍ୱାରା ସମସ୍ତଙ୍କର ବିନାଶ ହେବ । ଏବେ ସମସ୍ତେ ପତିତ ତମୋପ୍ରଧାନ ହୋଇଯାଇଛନ୍ତି । ମୁଁ ମଧ୍ୟ ଏହାଙ୍କର ବହୁତ ଜନ୍ମର ଅନ୍ତିମ ସମୟରେ ହିଁ ଆସି ପ୍ରବେଶ କରୁଛି । ଇଏ ପ୍ରଥମ ଭକ୍ତ ଥିଲେ, ନାରାୟଣଙ୍କର ପୂଜା କରୁଥିଲେ । ମୁଁ ଏହାଙ୍କ ଶରୀରରେ ହିଁ ପ୍ରବେଶ କରି ପୁଣି ଏହାଙ୍କୁ ନାରାୟଣ କରୁଛି । ଏବେ ତୁମମାନଙ୍କୁ ମଧ୍ୟ ପୁରୁଷାର୍ଥ କରିବାକୁ ହେବ । ଏବେ ସେହି ଦୈବୀ ରାଜଧାନୀର ସ୍ଥାପନା ହେଉଛି । ମାଳା ତିଆରି ହେଉଛି ନା । ଉପରେ ରହିଛି ନିରାକାର ଫୁଲ, ପୁଣି ମେରୁ ଯୁଗଳ ଦାନା । ଶିବାବାବାଙ୍କ ତଳେ ଇଏ ଛିଡ଼ା ହୋଇଛନ୍ତି । ଜଗତପିତା ବ୍ରହ୍ମା ଏବଂ ଜଗତ୍ ଅମ୍ବା ସରସ୍ୱତୀ । ଏବେ ତୁମେମାନେ ଏହି ପୁରୁଷାର୍ଥ ଦ୍ୱାରା ବିଷ୍ଣୁପୁରୀର ମାଲିକ ହେଉଛ । ସେଠାରେ ପ୍ରଜାମାନେ ମଧ୍ୟ କହିଥାନ୍ତି - ଆମର ଭାରତ । ଏବେ ତୁମେମାନେ ମଧ୍ୟ ଜାଣୁଛ ଯେ, ଆମେ ବିଶ୍ୱର ମାଲିକ ଅଟୁ । ଯେତେବେଳେ ଆମମାନଙ୍କର ରାଜତ୍ୱ ଚାଲିବ ସେତେବେଳେ ଅନ୍ୟ କୌଣସି ଧର୍ମ ରହିବ ନାହିଁ । ସେମାନେ ଏପରି କହିବେ ନାହିଁ ଏହା ଆମର ରାଜ୍ୟ - କାରଣ ସେଠାରେ ଅନ୍ୟ କୌଣସି ରାଜତ୍ତ୍ୱ ନଥିବ । ଏଠାରେ ତ ବହୁତ ଅଛନ୍ତି ତେଣୁ ଆମର ତୁମର ବୋଲି କହୁଛନ୍ତି । ସେଠାରେ ଏଭଳି କଥା ରହିବ ନାହିଁ । ବାବା ଏବେ ବୁଝାଉଛନ୍ତି - ପିଲାମାନେ, ଆଉ ସବୁ କଥା ଛାଡ଼ି ମୋତେ ମନେପକାଅ ତେବେ ବିକର୍ମ ବିନାଶ ହେବ । ଏପରି ନୁହେଁ ଯେ, କେହି ତୁମ ସମ୍ମୁଖରେ ବସି ଯୋଗ କରାଇ ଦୃଷ୍ଟି ଦେବେ । ବାବା ତ କହୁଛନ୍ତି ଚାଲିବା- ବୁଲିବା ସମୟରେ ମଧ୍ୟ ବାବାଙ୍କୁ ମନେପକାଅ । ନିଜର ଚାର୍ଟ ରଖ - ସାରା ଦିନ ଭିତରେ କେତେ ସମୟ ମୁଁ ବାବାଙ୍କୁ ମନେ ପକାଇଲି? ସକାଳୁ ଉଠି କେତେ ସମୟ ବାବାଙ୍କ ସହିତ କଥାବାର୍ତ୍ତା ହେଲି? ଆଜି ବାବାଙ୍କୁ କେତେ ମନେ ପକାଇଲି? ଏହିପରି ନିଜେ ନିଜେ ମେହେନତ କରିବାକୁ ହେବ । ବୁଦ୍ଧିରେ ତ ଜ୍ଞାନ ଅଛି ତେଣୁ ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ହେବ । ଏକଥା କାହା ବୁଦ୍ଧିରେ ଆସୁନାହିଁ ଯେ, କାମ ମହାଶତ୍ରୁ ଅଟେ । ୨-୪ ବର୍ଷ ଏହି ଜ୍ଞାନମାର୍ଗରେ ରହି ପୁଣି ଯଦି ମାୟାର ଚାପୁଡା ଜୋରରେ ଲାଗିଯାଉଛି ତେବେ ତଳକୁ ଖସି ପଡ଼ୁଛନ୍ତି । ପୁଣି ଲେଖୁଛନ୍ତି ବାବା ମୁଁ କଳା ମୁହଁ କରିଦେଲି । ବାବା ଲେଖୁଛନ୍ତି ଯଦି କଳା ମୁହଁ କରିଲ ତେବେ ୧୨ ମାସ ପର୍ଯ୍ୟନ୍ତ ଏଠାକୁ ଆସିବା ଦରକାର ନାହିଁ । ତୁମେମାନେ ବାବାଙ୍କ ସହିତ ପ୍ରତିଜ୍ଞା କରି ତଥାପି ଯଦି ବିକାରୀ ହେଲ, ତେବେ ମୋ ପାଖକୁ କେବେ ଆସିବ ନାହିଁ । ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ । ବାବା ପତିତରୁ ପାବନ କରିବା ପାଇଁ ଆସିଛନ୍ତି । ଏପରି ବହୁତ ସନ୍ତାନ ଅଛନ୍ତି ଯେଉଁମାନେ ବିବାହ କରି ମଧ୍ୟ ପବିତ୍ର ରହୁଛନ୍ତି । ହଁ ଯଦି ବିବାହ କରିବା ପାଇଁ କୌଣସି କନ୍ୟାକୁ ମାଡ ଖାଇବାକୁ ପଡୁଛି ତେବେ ତାଙ୍କୁ ବଞ୍ଚାଇବା ନିମନ୍ତେ ଗନ୍ଧର୍ବ ବିବାହ କରି ପବିତ୍ର ରହୁଛନ୍ତି । କିନ୍ତୁ ଏଥିରେ ମଧ୍ୟ ଅନେକଙ୍କୁ ମାୟା ନାକରୁ ଧରି ପକାଉଛି । ମାୟାର ଯୁଦ୍ଧରେ ହାରିଯାଉଛନ୍ତି, ବହୁତ ସ୍ତ୍ରୀମାନେ ମଧ୍ୟ ହାରିଯାଉଛନ୍ତି । ବାବା ସେମାନଙ୍କୁ କହୁଛନ୍ତି ତୁମେ ତ ସୂର୍ପଣଖା ଅଟ । ଏହି ସବୁ ନାମ ବର୍ତ୍ତମାନ ସମୟର ଅଟେ । ଏଠାରେ ବାବା କୌଣସି ବିକାରୀକୁ ବସିବାକୁ ମଧ୍ୟ ଦେବେ ନାହିଁ । ପାଦେ- ପାଦେ ବାବାଙ୍କଠାରୁ ରାୟ ନେବାକୁ ପଡ଼ିବ । ସମର୍ପଣ ହୋଇ ଗଲେ ବାବା କହିବେ ଏବେ ଟ୍ରଷ୍ଟୀ ଅର୍ଥାତ୍ ନିମିତ୍ତ ହୁଅ । ବାବାଙ୍କର ମତ ଅନୁସାରେ ଚାଲ । ଯଦି ଆୟ-ବ୍ୟୟର ହିସାବ ବାବାଙ୍କୁ ଜଣାଇବ ତେବେ ବାବା ଠିକ୍ ମତ ଦେବେ । ଏହା ବହୁତ ବୁଝିବାର କଥା । ଯଦିଓ ତୁମେମାନେ ଭୋଗ ଲଗାଉଛ କିନ୍ତୁ ମୁଁ ଖାଉନାହିଁ, ମୁଁ ତ ଦାତା । ଆଚ୍ଛା ? ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତାପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ରାତ୍ରି କ୍ଲାସ ୧୫-୦୬-୬୮
ଯାହା ଅତୀତ ହୋଇଗଲାଣି ତାକୁ ପୁନର୍ବାର ଆଲୋଚନା କରିବା ଦ୍ୱାରା ଯେଉଁମାନେ ଦୁର୍ବଳମନା ସେମାନଙ୍କ ମନର ଦୁର୍ବଳତା ରିଭାଇଜ ହୋଇଯିବ ସେଥିପାଇଁ ପିଲାମାନଙ୍କୁ ଡ୍ରାମା ଜ୍ଞାନ ଉପରେ ସ୍ଥିତ କରାଯାଇଛି । ମୁଖ୍ୟ ଫାଇଦା ହେଲା ତୁମେମାନେ ଯୋଗବଳ ଦ୍ୱାରା ଦୀର୍ଘାୟୁ ହେବ । ପିଲାମାନେ ଯଦି ଡ୍ରାମାକୁ ବୁଝିଗଲେ ତେବେ କେବେ ବି କୌଣସି ଖିଆଲ ଆସିବ ନାହିଁ । ଡ୍ରାମା ଅନୁସାରେ ଏବେ ଜ୍ଞାନ ଶିଖିବା ଏବଂ ଶିଖାଇବା ଚାଲିଛି । ପୁଣି ପାର୍ଟ ବନ୍ଦ ହୋଇଯିବ ନା । ନା ବାବାଙ୍କର ନା ଆମର ପାର୍ଟ ରହିବ । ନା ତାଙ୍କର ଦେବାର ପାର୍ଟ, ନା ଆମର ନେବାର ପାର୍ଟ ରହିବ । ତେଣୁ ଏକାଭଳି ହୋଇଯିବା ନା । ଆମମାନଙ୍କର ନୂଆ ଦୁନିଆରେ ପାର୍ଟ ଚାଲିବ । ବାବାଙ୍କର ପାର୍ଟ ଶାନ୍ତିଧାମରେ ହେବ । ସମସ୍ତଙ୍କର ପାର୍ଟର ରିଲ୍ ଭରି ହୋଇ ରହିଛି ନା । ଆମର ପ୍ରାରବ୍ଧର ପାର୍ଟ, ବାବାଙ୍କର ଶାନ୍ତିଧାମର ପାର୍ଟ । ଦେବା ଏବଂ ନେବାର ପାର୍ଟ ପୂରା ହେଲା ଅର୍ଥାତ୍ ଡ୍ରାମା ହିଁ ପୂରା ହୋଇଗଲା । ପୁଣି ଆମେମାନେ ରାଜ୍ୟ କରିବାକୁ ଆସିବୁ, ସେ ପାର୍ଟ ପରିବର୍ତ୍ତନ ହୋଇଯିବ । ଜ୍ଞାନ ବନ୍ଦ ହୋଇଯିବ, ଆମେମାନେ ଦେବୀ-ଦେବତା ହୋଇଯିବା । ପାର୍ଟ ହିଁ ପୂରା ହୋଇଯିବ ବାକି ଫରକ ହିଁ ରହିବ ନାହିଁ । ବାବା ଏବଂ ପିଲାମାନଙ୍କର ମଧ୍ୟ ପାର୍ଟ ରହିବ ନାହିଁ । ଇଏ ମଧ୍ୟ ଜ୍ଞାନକୁ ସଂପୂର୍ଣ୍ଣ ଗ୍ରହଣ କରିନେଉଛନ୍ତି, ତେଣୁ ବାବାଙ୍କ ପାଖରେ ମଧ୍ୟ କିଛି ରହିବ ନାହିଁ । ନାଁ ଦେଲାବାଲା ପାଖରେ ରହିବ, ନା ନେଲାବାଲାଙ୍କର ଅଭାବ ରହିବ ତେଣୁ ଉଭୟ ସମାନ ହୋଇଗଲେ । ଏସବୁ କଥାର ବିଚାର ସାଗର ମନ୍ଥନ କରିବା ପାଇଁ ବୁଦ୍ଧି ଦରକାର । ତେବେ ଯୋଗର ଯାତ୍ରା ହିଁ ମୁଖ୍ୟ ପୁରୁଷାର୍ଥ ଅଟେ । ବାବା ବସି ବୁଝାଉଛନ୍ତି ମୁଁ ତୁମମାନଙ୍କୁ ମୋଟା ରୂପରେ ବୁଝାଉଛି, କିନ୍ତୁ ସୂକ୍ଷ୍ମ କଥା ତ ବୁଦ୍ଧିରେ ଅଛି ନା । ଭିତରେ ଜାଣିଛନ୍ତି ଯେ, ଶିବବାବାଙ୍କର ରୂପ କଣ । ତେବେ ବୁଝାଇବାରେ ମୋଟା ରୂପ ହୋଇ ଯାଉଛି । ଭକ୍ତିମାର୍ଗରେ ବଡ ଲିଙ୍ଗର ଆକୃତି ତିଆରି କରୁଛନ୍ତି । କିନ୍ତୁ ଆତ୍ମା ତ ବହୁତ ଛୋଟ ନା ଏବଂ ଏହା ପ୍ରାକୃତିକ ଅଟେ ତେଣୁ ଏହାର ଅନ୍ତ କିଏବା କାହିଁକି ପାଇପାରିବ? ତେଣୁ ବେଅନ୍ତ ବୋଲି କହିଦେଉଛନ୍ତି । ବାବା ବୁଝାଉଛନ୍ତି ସମସ୍ତ ପାର୍ଟ ଆତ୍ମାରେ ଭରି ହୋଇ ରହିଛି । ଏହା ହେଉଛି ପ୍ରାକୃତିକ । ଏହାର ଅନ୍ତ ପାଇ ପାରିବେ ନାହିଁ । ସୃଷ୍ଟିଚକ୍ରର ଅନ୍ତକୁ ତ ପାଇ ଯାଉଛନ୍ତି । ତେବେ ସୃଷ୍ଟିର ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ତୁମେମାନେ ହିଁ ଜାଣିଛ । ବାବା ହେଉଛନ୍ତି ନଲେଜଫୁଲ ଅର୍ଥାତ୍ ଜ୍ଞାନର ସାଗର । ତାଙ୍କ ଭଳି ଆମେମାନେ ମଧ୍ୟ ଜ୍ଞାନରେ ପରିପୂର୍ଣ୍ଣ ହୋଇଯିବା । ପାଇବା ପାଇଁ ଆଉ କିଛି ବାକି ରହିବ ନାହିଁ । ବାବା ଏହାଙ୍କ ଶରୀରରେ ପ୍ରବେଶ କରି ଆମମାନଙ୍କୁ ପାଠ ପଢାଉଛନ୍ତି । ସେ ହେଉଛନ୍ତି ବିନ୍ଦୁ । ଆତ୍ମା ଅଥବା ପରମାତ୍ମାଙ୍କ ସାକ୍ଷାତ୍‌କାର ଦ୍ୱାରା ଖୁସି ମିଳିନଥାଏ । ମେହନତ କରି ବାବାଙ୍କୁ ସ୍ମରଣ କରିଲେ ଯାଇ ବିକର୍ମ ବିନାଶ ହେବ । ବାବା କହୁଛନ୍ତି ମୋ ଭିତରେ ଜ୍ଞାନ ବନ୍ଦ ହୋଇଗଲେ ତୁମ ଭିତରେ ମଧ୍ୟ ବନ୍ଦ ହୋଇଯିବ । ତୁମେମାନେ ଜ୍ଞାନକୁ ଧାରଣ କରି ଶ୍ରେଷ୍ଠ ହୋଇଯାଉଛ । ପିଲାମାନେ ବାବାଙ୍କଠାରୁ ସବୁ ଜ୍ଞାନକୁ ଧାରଣ କରିନେଇଛନ୍ତି, ତଥାପି ପିତା ତ ପିତା ହିଁ ଅଟନ୍ତି ନା । ତୁମେ ଆତ୍ମାମାନେ ମଧ୍ୟ ଆତ୍ମା ହୋଇ ରହିବ, ପିତା ତ ହୋଇପାରିବ ନାହିଁ । ଏହା ତ ଜ୍ଞାନ ଅଟେ । ବାବା ବାବା ଅଟନ୍ତି ଏବଂ ସନ୍ତାନମାନେ ତ ସନ୍ତାନ ହିଁ ଅଟନ୍ତି । ଏହିସବୁ କଥା ଉପରେ ବିଚାର ସାଗର ମନ୍ଥନ କରି ଗଭୀରତାକୁ ଯିବା ଉଚିତ୍ । ତୁମେମାନେ ଏକଥା ମଧ୍ୟ ଜାଣିଛ ଯେ ସମସ୍ତଙ୍କୁ ତ ଘରକୁ ଯିବାକୁ ହେବ । ସମସ୍ତେ ଯିବେ, ସାରା ଦୁନିଆ ହିଁ ସମାପ୍ତ ହୋଇଯିବ । ଏଥିରେ ନିର୍ଭୟ ରହିବାକୁ ହେବ । ତେବେ ନିର୍ଭୟ ହୋଇ ରହିବା ପାଇଁ ପୁରୁଷାର୍ଥ କରିବାକୁ ହେବ । ଶରୀର ଆଦିର ଅଭିମାନ ମଧ୍ୟ ଯେପରି ନ ଆସୁ । ସେହିଭଳି ଅବସ୍ଥାକୁ ଯିବାକୁ ହେବ । ବାବା ତୁମମାନଙ୍କୁ ନିଜ ସମାନ କରୁଛନ୍ତି । ତେଣୁ ତୁମେମାନେ ମଧ୍ୟ ଅନ୍ୟମାନଙ୍କୁ ନିଜ ସମାନ କରି ଚାଲ । ସେଥିପାଇଁ ଏକମାତ୍ର ବାବାଙ୍କର ହିଁ ସ୍ମୃତିରେ ରହିବାର ପୁରୁଷାର୍ଥ କରିବାକୁ ହେବ । ଏବେ ତ ସମୟ ଅଛି । ଏହି ଅଭ୍ୟାସକୁ ଆହୁରି ଅଧିକ ତୀବ୍ର କରିବାକୁ ହେବ । ଅଭ୍ୟାସ ନଥିଲେ ଅଟକିଯିବ । ଗୋଡ ଥରିବାକୁ ଲାଗିବ ଏବଂ ଅଚାନକ ହୃଦଘାତ ହୋଇଯିବ । ତମୋପ୍ରଧାନ ଶରୀରକୁ ହୃଦଘାତ ହେବାରେ କଣ ଡେରି ଲାଗିବ କି! ଯେତେ ଅଶରୀରୀ ହୋଇ ବାବାଙ୍କୁ ସ୍ମରଣ କରିବ ସେତେ ନିକଟତ୍ତର ହେବାକୁ ଲାଗିବ । ଯୋଗୀମାନେ ହିଁ ନିର୍ଭୟ ରହିବେ । ଯୋଗ ଦ୍ୱାରା ଶକ୍ତି, ଜ୍ଞାନ ଦ୍ୱାରା ଧନ ମିଳିଥାଏ । ପିଲାମାନଙ୍କର ଶକ୍ତି ଆବଶ୍ୟକ । ତେଣୁ ଶକ୍ତି ପାଇବା ପାଇଁ ବାବାଙ୍କୁ ମନେ ପକାଅ । ବାବା ହେଉଛନ୍ତି ଅବିନାଶୀ ସର୍ଜନ । ସେ କେବେ ରୋଗୀ ହୋଇପାରିବେ ନାହିଁ । ଏବେ ବାବା କହୁଛନ୍ତି ତୁମେମାନେ ଏହି ଅବିନାଶୀ ଔଷଧ ଖାଅ । ମୁଁ ଏବେ ଏପରି ସଞ୍ଜିବନୀ ବୁଟୀ ଦେଉଛି ଯେ କେବେ କେହି ରୋଗରେ ପଡିବେ ନାହିଁ । କେବଳ ପତିତ-ପାବନ ବାବାଙ୍କୁ ସ୍ମରଣ କରିଲେ ପାବନ ହୋଇଯିବ । ଦେବତାମାନେ ସର୍ବଦା ନିରୋଗୀ ପାବନ ଥାନ୍ତି ନା । ପିଲାମାନଙ୍କର ଏହି ନିଶ୍ଚୟ ହୋଇଯାଉଛି ଯେ, ଆମେ କଳ୍ପ-କଳ୍ପ ବର୍ସା ପାଉଛୁ । ବାବା ଏହିଭଳି ଅଗଣିତ ଥର ଆସିଛନ୍ତି ଯେପରି ବର୍ତ୍ତମାନ ଆସିଛନ୍ତି । ବାବା ଯାହା ଶିଖାଉଛନ୍ତି ଏବଂ ବୁଝାଉଛନ୍ତି ତାହା ହିଁ ରାଜଯୋଗ ଅଟେ । ସେହି ଗୀତା ଆଦି ହେଉଛି ସବୁ ଭକ୍ତିମାର୍ଗର । ଏହି ଜ୍ଞାନ ମାର୍ଗ ବାବା ହିଁ ଦେଖାଉଛନ୍ତି । ବାବା ହିଁ ଆସି ତଳୁ ଉପରକୁ ଉଠାଉଛନ୍ତି । ତେବେ ପକ୍କା ନିଶ୍ଚୟ ବୁଦ୍ଧି ହିଁ ମାଳାର ଦାନା ହେବେ । ପିଲାମାନେ ଜାଣିଛନ୍ତି ଭକ୍ତି କରି-କରି ଆମେ ତଳକୁ ଖସି ଆସିଛୁ । ଏବେ ବାବା ତୁମମାନଙ୍କୁ ଆସି ପ୍ରକୃତ ରୋଜଗାର କରାଉଛନ୍ତି । ଲୌକିକ ପିତା ଏତେ ରୋଜଗାର କରାଉ ନାହାଁନ୍ତି ଯେତିକି ପାରଲୌକିକ ପିତା କରାଉଛନ୍ତି । ଆଚ୍ଛା ପିଲାମାନଙ୍କୁ ଗୁଡ୍ ନାଇଟ୍ ଏବଂ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ମାୟା ବଳବାନ ରୂପରେ ସମ୍ମୁଖକୁ ଆସିବ କିନ୍ତୁ ତାକୁ ଡରିବାର ନାହିଁ । ମାୟାଜିତ୍ ହେବାକୁ ହିଁ ପଡିବ । ପାଦେ-ପାଦେ ଶ୍ରୀମତରେ ଚାଲି ନିଜ ଉପରେ ନିଜେ କୃପା କରିବାକୁ ହେବ ।

(୨) ସଚ୍ଚୋଟ ଭାବରେ ବାବାଙ୍କୁ ନିଜର ହିସାବ ବତାଇବାକୁ ହେବ । ଟ୍ରଷ୍ଟି ହୋଇ ରହିବାକୁ ପଡିବ । ଚାଲିବା ବୁଲିବା ସମୟରେ ଯୋଗରେ ରହିବାର ଅଭ୍ୟାସ କରିବାକୁ ହେବ ।

ବରଦାନ:-
ନିଜର ସ୍ୱରୂପ ଦ୍ୱାରା ଭକ୍ତମାନଙ୍କୁ ପ୍ରକାଶମୟ ମୁକୁଟର ସାକ୍ଷାତ୍କାର କରାଉଥିବା ଇଷ୍ଟଦେବ ହୁଅ ।

ଯେବେଠାରୁ ତୁମେ ବାବାଙ୍କର ସନ୍ତାନ ହୋଇଛ, ପବିତ୍ର ରହିବାର ପ୍ରତିଜ୍ଞା କରିଛ, ତାର ପ୍ରତିଦାନରେ ତୁମମାନଙ୍କୁ ପ୍ରକାଶମୟ ମୁକୁଟ ପ୍ରାପ୍ତ ହୋଇଯାଇଛି । ଏହି ପ୍ରକାଶମୟ ମୁକୁଟ ତୁଳନାରେ ରତ୍ନଜଡିତ ମୁକୁଟ ମଧ୍ୟ ତୁଚ୍ଛ ଅଟେ । ତେଣୁ ଯେତେ ଯେତେ ସଂକଳ୍ପ, ବାଣୀ ଏବଂ କର୍ମରେ ପବିତ୍ରତାକୁ ଧାରଣ କରିଚାଲିବ ସେହି ଅନୁସାରେ ତୁମର ଆଲୋକର ମୁକୁଟ ସ୍ପଷ୍ଟ ହୋଇଚାଲିବ ଏବଂ ତୁମେମାନେ ଇଷ୍ଟଦେବ ରୂପରେ ଭକ୍ତମାନଙ୍କ ନିକଟରେ ପ୍ରତ୍ୟକ୍ଷ ହୋଇଚାଲିବ ।

ସ୍ଲୋଗାନ:-
ଯଦି ସର୍ବଦା ବାପଦାଦାଙ୍କର ଛତ୍ରଛାୟା ଭିତରେ ରହିବ ତେବେ ବିଘ୍ନ ବିନାଶକ ହୋଇଯିବ ।