04.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ତୁମେମାନେ ମୋତିକୁ ଗ୍ରହଣ କରୁଥିବା ହଂସ ଅଟ, ତୁମର ଏହା ହେଉଛି ହଂସମଣ୍ଡଳୀ, ତୁମେମାନେ
ଭାଗ୍ୟବାନ ତାରକା ଅଟ କାହିଁକି ନା ସ୍ୱୟଂ ଜ୍ଞାନ ସୂର୍ଯ୍ୟ ବାବା ତୁମମାନଙ୍କୁ ସମ୍ମୁଖରେ ପାଠ
ପଢାଉଛନ୍ତି ।”
ପ୍ରଶ୍ନ:-
ବାବା ସମସ୍ତ
ପିଲାମାନଙ୍କୁ କେଉଁ ଆଲୋକ ଦେଇଛନ୍ତି, ଯାହା ଦ୍ୱାରା ତୁମର ପୁରୁଷାର୍ଥ ତୀବ୍ର ହୋଇଯାଉଛି?
ଉତ୍ତର:-
ବାବା ଆସି ଏହି ଆଲୋକ ଦେଇଛନ୍ତି ଯେ ପିଲାମାନେ ଏବେ ଏହି ଡ୍ରାମାର ଅନ୍ତିମ ସମୟ ଅଟେ, ତୁମକୁ ନୂଆ
ଦୁନିଆକୁ ଯିବାକୁ ହେବ । ଏମିତି ଭାବ ନାହିଁ ଯେ ଯାହା ମିଳିବାର ଥିବ ତାହା ମିଳିବ । ପୁରୁଷାର୍ଥ
ହେଲା ପ୍ରଥମ । ନିଜେ ପବିତ୍ର ହୋଇ ଅନ୍ୟମାନଙ୍କୁ ପବିତ୍ର କରିବା, ଏହା ବହୁତ ବଡ ସେବା ଅଟେ । ଏହି
ଜ୍ଞାନ ମିଳିଯିବା ଦ୍ୱାରା ତୁମମାନଙ୍କର ପୁରୁଷାର୍ଥ ତୀବ୍ର ହୋଇଗଲା ।
ଗୀତ:-
ତୁ ପ୍ୟାର କା
ସାଗର ହୈ...
ଓମ୍ ଶାନ୍ତି ।
ପିଲାମାନେ
ଜାଣିଛନ୍ତି ଯେ ସ୍ନେହର ସାଗର, ଶାନ୍ତିର ସାଗର, ଆନନ୍ଦର ସାଗର ବେହଦର ବାବା ସମ୍ମୁଖରେ ବସି
ଆମମାନଙ୍କୁ ଶିକ୍ଷା ଦେଉଛନ୍ତି । ଆମେମାନେ କେତେ ଭାଗ୍ୟବାନ ତାରକା ଅଟୁ, ଯେଉଁମାନଙ୍କ ସମ୍ମୁଖରେ
ଜ୍ଞାନ ସୂର୍ଯ୍ୟ ବାବା ବସି ପାଠ ପଢାଉଛନ୍ତି । ତେବେ ଯେଉଁ ବଗମାନଙ୍କର ମଣ୍ଡଳୀ ଥିଲା ତାହା ଏବେ
ହଂସମଣ୍ଡଳୀ ହୋଇଯାଇଛି । ସମସ୍ତେ ବର୍ତ୍ତମାନ ମୋତି ସାଉଁଟିବାରେ ଲାଗିଯାଇଛନ୍ତି । ଏହି
ଭାଇ-ଭଉଣୀମାନେ ସମସ୍ତେ ହଂସ ଅଟନ୍ତି, ଏହାକୁ ହଂସ ମଣ୍ଡଳୀ ବୋଲି ମଧ୍ୟ କୁହାଯାଇଥାଏ । କଳ୍ପ
ପୂର୍ବବାଲା ହିଁ ଏହି ସମୟରେ ଏହି ଜନ୍ମରେ ପରସ୍ପରକୁ ଜାଣୁଛନ୍ତି । ରୁହାନୀ ପାରଲୌକିକ ମାତା ପିତା
ଏବଂ ଭାଇ ଭଉଣୀ ପରସ୍ପର ମଧ୍ୟରେ ଜଣେ ଜଣଙ୍କୁ ଚିହ୍ନୁଛନ୍ତି । ମନେ ଅଛି ଯେ ୫ ହଜାର ବର୍ଷ
ପୂର୍ବରୁ ମଧ୍ୟ ଆମେ ପରସ୍ପର ସହିତ ଏହି ନାମ ରୂପରେ ମିଶିଥିଲୁ? ଏକଥା ତୁମେ କେବଳ ବର୍ତ୍ତମାନ
ହିଁ କହିପାରିବ, ପୁଣି କେବେ କୌଣସି ଜନ୍ମରେ ଏହିଭଳି କହିପାରିବ ନାହିଁ । ଯେଉଁମାନେ
ବ୍ରହ୍ମାକୁମାର କୁମାରୀ ହେଉଛନ୍ତି, କେବଳ ସେହିମାନେ ହିଁ ପରସ୍ପରକୁ ଜାଣୁଛନ୍ତି । ବାବା ଆପଣ
ମଧ୍ୟ ସେହି କଳ୍ପ ପୂର୍ବର ବାବା ଅଟନ୍ତି, ଆମେ ମଧ୍ୟ ଆପଣଙ୍କର ସେହି ସନ୍ତାନ ଅଟୁ, ଆମେ
ଭାଇ-ଭଉଣୀମାନେ ପୁଣି ଥରେ ନିଜର ପିତାଙ୍କଠାରୁ ବର୍ସା ନେଉଛୁ । ଏବେ ବାବା ଏବଂ ପିଲାମାନେ
ପରସ୍ପରର ସମ୍ମୁଖରେ ବସିଛନ୍ତି ପୁଣି ଏହି ନାମ-ରୂପ ଆଦି ସବୁ ବଦଳିଯିବ । ସତ୍ୟଯୁଗରେ
ଲକ୍ଷ୍ମୀ-ନାରାୟଣ କ’ଣ ଏପରି କହିବେ ଯେ ଆମେ ସେହି କଳ୍ପ ପୂର୍ବର ଲକ୍ଷ୍ମୀ-ନାରାୟଣ ଅଟୁ ଅଥବା
ପ୍ରଜାମାନେ କ’ଣ କହିବେ ଯେ ଇଏ ସେହି କଳ୍ପ ପୂର୍ବର ଲକ୍ଷ୍ମୀ-ନାରାୟଣ ଅଟନ୍ତି । ନା । ଏକଥା
କେବଳ ଏହି ସମୟରେ ହିଁ ତୁମେମାନେ ଜାଣୁଛ । ଏହି ସମୟରେ ତୁମେ ବହୁତ କିଛି ଜାଣିଯାଉଛ । ଆଗରୁ ତ
ତୁମେ କିଛି ବି ଜାଣୁନଥିଲ । ମୁଁ ହିଁ କଳ୍ପର ସଂଗମଯୁଗରେ ଆସି ନିଜର ପରିଚୟ ଦେଉଛି । ଏକଥା କେବଳ
ବେହଦର ବାବା ହିଁ କହିପାରିବେ । ନୂଆ ଦୁନିଆର ସ୍ଥାପନା ହେଉଛି ତେଣୁ ପୁରୁଣା ଦୁନିଆର ବିନାଶ
ମଧ୍ୟ ନିଶ୍ଚିତ ହେବା ଦରକାର । ଏହା ହେଉଛି ଦୁଇଟିର ସଂଗମଯୁଗ । ଏହା ବହୁତ କଲ୍ୟାଣକାରୀ ଯୁଗ ଅଟେ
। ସତ୍ୟଯୁଗକୁ ବା କଳିଯୁଗକୁ କଲ୍ୟାଣକାରୀ ବୋଲି କହିପାରିବା ନାହିଁ । ତୁମର ଏହି ବର୍ତ୍ତମାନ
ସମୟର ଜୀବନକୁ ଅମୂଲ୍ୟ ବୋଲି ଗାୟନ କରାଯାଇଛି । ତୁମକୁ ଏହି ଜୀବନରେ କଉଡିରୁ ହୀରାତୁଲ୍ୟ ହେବାକୁ
ପଡିବ । ତୁମେମାନେ ସଚ୍ଚା-ସଚ୍ଚା ଈଶ୍ୱରୀୟ ସେବାଧାରୀ ଅଟ । ଈଶ୍ୱରୀୟ ଉଦ୍ଧାରକାରୀ ସୈନିକ ଅଟ ।
ଈଶ୍ୱର ଆସି ମାୟାଠାରୁ ତୁମକୁ ଉଦ୍ଧାର କରୁଛନ୍ତି । ତୁମେ ଜାଣିଛ ଯେ ସ୍ୱତନ୍ତ୍ର ରୂପେ ଆମକୁ ଏବଂ
ସାଧାରଣ ଭାବରେ ସାରା ଦୁନିଆକୁ ମାୟାର ଜଞ୍ଜିରରୁ ମୁକ୍ତ କରୁଛନ୍ତି । ଏହା ମଧ୍ୟ ଡ୍ରାମାରେ
ନିର୍ଦ୍ଧାରିତ ରହିଛି । ତେବେ ଏହାର ଶ୍ରେୟ କାହାକୁ ଦେବା? ଯାହାର ଅଭିନୟ ଭଲ ହୋଇଥାଏ, ତାଙ୍କର
ମଧ୍ୟ ନାମ ବିଖ୍ୟାତ ହୋଇଥାଏ । ତେବେ ଏହାର ଶ୍ରେୟ ମଧ୍ୟ ପରମପିତା ପରମାତ୍ମାଙ୍କୁ ହିଁ ଦିଆଯାଉଛି
। ଏବେ ଧରିତ୍ରୀ ଉପରେ ପାପ ଆତ୍ମାମାନଙ୍କର ବହୁତ ବୋଝ ରହିଛି । ସୋରିଷ ସଦୃଶ କେତେ ଢେର ମନୁଷ୍ୟ
ଅଛନ୍ତି । ତେବେ ବାବା ଆସି ବୋଝକୁ ଓହ୍ଲାଇ ଦେଉଛନ୍ତି । ସତ୍ୟଯୁଗରେ ତ କେତେ ଲକ୍ଷ ମାତ୍ର ରହିବେ,
ତେବେ ଏହା ଏକ ଚତୁର୍ଥାଂଶ ମଧ୍ୟ ହେଉନାହିଁ । ତେଣୁ ଏହି ଡ୍ରାମାକୁ ମଧ୍ୟ ଭଲ ଭାବରେ ବୁଝିବାକୁ
ହେବ । ପରମାତ୍ମାଙ୍କୁ ସର୍ବଶକ୍ତିମାନ୍ ବୋଲି କୁହାଯାଏ । ତାଙ୍କର ମଧ୍ୟ ଡ୍ରାମାରେ ଏହିଭଳି
ଅଭିନୟ ରହିଛି । ବାବା କହୁଛନ୍ତି ମୁଁ ମଧ୍ୟ ଡ୍ରାମାରେ ବନ୍ଧା ହୋଇଛି । ୟଦା ୟଦା ହିଁ ଧର୍ମସ୍ୟ....
ମଧ୍ୟ ଲେଖାଯାଇଛି । ବାସ୍ତବରେ ଏହି ଧର୍ମର ଗ୍ଲାନି ମଧ୍ୟ ଭାରତରେ ହୋଇଛି । ମୋର ବି ଗ୍ଲାନି
କରୁଛନ୍ତି, ଦେବତାମାନଙ୍କର ମଧ୍ୟ ଗ୍ଲାନି କରୁଛନ୍ତି, ସେଥିପାଇଁ ବହୁତ ପାପ ଆତ୍ମା ହୋଇଯାଇଛନ୍ତି
। ଏହିଭଳି ମଧ୍ୟ ସେମାନଙ୍କୁ ହେବାକୁ ହିଁ ପଡିବ । ସତ୍ତ୍ୱ, ରଜଃ ତମଃରେ ଆସିବାକୁ ହିଁ ପଡିବ ।
ତୁମେ ଏହି ଡ୍ରାମାକୁ ବୁଝିଗଲଣି । ଏହି ଚକ୍ର ତୁମର ବୁଦ୍ଧିରେ ଘୂରି ଚାଲିଛି । ବାବା ଆସି ଆମକୁ
ଜ୍ଞାନର ଆଲୋକ ଦେଉଛନ୍ତି । ବର୍ତ୍ତମାନ ଏହି ଡ୍ରାମାର ଅନ୍ତ ହେବାକୁ ଯାଉଛି । ଏବେ ପୁଣି ତୁମେ
ନୂଆ ଦୁନିଆ ପାଇଁ ପୁରୁଷାର୍ଥ କର । ଏପରି ନୁହେଁ ଯେ ଯାହା ମିଳିବାର ଥିବ ତାହା ମିଳିବ । ନା ।
ସେଥିପାଇଁ ପ୍ରଥମେ ପୁରୁଷାର୍ଥ କରିବାକୁ ପଡିବ । ପବିତ୍ରତାରେ ହିଁ ସମସ୍ତ ଶକ୍ତି ରହିଛି ।
ପବିତ୍ରତାକୁ ହିଁ ଧାରଣ କରିବାକୁ ହେବ । ଦେବତାମାନେ ପବିତ୍ର ଅଟନ୍ତି ସେଥିପାଇଁ ଅପବିତ୍ର
ମନୁଷ୍ୟ ସେମାନଙ୍କ ସମ୍ମୁଖରେ ଯାଇ ମୁଣ୍ଡ ନୁଆଁଇଥାନ୍ତି । ସନ୍ନ୍ୟାସୀମାନଙ୍କ ସମ୍ମୁଖରେ ମଧ୍ୟ
ମୁଣ୍ଡ ନୁଆଁଇଥାନ୍ତି । ମୃତ୍ୟୁ ପରେ ସେମାନଙ୍କର ସ୍ମାରକୀ କରାଯାଇଥାଏ, କାହିଁକି ନା ସେମାନେ
ପବିତ୍ର ରହିଥାନ୍ତି । କେହି-କେହି ବହୁତ ସାମାଜିକ କାର୍ଯ୍ୟ ମଧ୍ୟ କରିଥାନ୍ତି । ଯେପରିକି
ଡାକ୍ତରଖାନା ଖୋଲିଥାନ୍ତି ବା କଲେଜ ଖୋଲିଥାନ୍ତି ତେବେ ସେମାନଙ୍କର ନାମ ମଧ୍ୟ ବିଖ୍ୟାତ ହୋଇଥାଏ
। ସବୁଠାରୁ ଅଧିକ ନାମ ତାଙ୍କର ହୋଇଥାଏ ଯିଏ ସମସ୍ତଙ୍କୁ ପବିତ୍ର କରିଥାନ୍ତି ଏବଂ ଯେଉଁମାନେ
ତାଙ୍କର ସହଯୋଗୀ ହୋଇଥାନ୍ତି । ତୁମେ ସଦାସର୍ବଦା ସେହି ପବିତ୍ର ପରମାତ୍ମାଙ୍କ ସହିତ ଯୋଗ ଲଗାଇବା
ଦ୍ୱାରା ପବିତ୍ର ହେଉଛ । ଯେତେ ଯେତେ ତୁମେ ଯୋଗ ଲଗାଇ ଚାଲିବ ସେତେ ସେତେ ତୁମେ ପବିତ୍ର
ହୋଇଚାଲିବ, ପୁଣି ତୁମର ଅନ୍ତିମ ମତି ଅନୁସାରେ ଗତି ହୋଇଯିବ । ପୁଣି ତୁମେ ବାବାଙ୍କ ପାଖକୁ
ଚାଲିଯିବ । ଲୋକେ ଯାତ୍ରା କରିବା ସମୟରେ ଏପରି ଭାବନ୍ତି ନାହିଁ ଯେ ଆମକୁ ବାବାଙ୍କ ନିକଟକୁ
ଯିବାକୁ ହେବ । ତଥାପି ସେମାନେ ପବିତ୍ର ରହିଥାନ୍ତି । ଏଠାରେ ତ ବାବା ସମସ୍ତଙ୍କୁ ପବିତ୍ର
କରୁଛନ୍ତି । ଏହି ଡ୍ରାମାକୁ ମଧ୍ୟ ବୁଝିବା କେତେ ସହଜ ଅଟେ । ବାବା ବହୁତ ପଏଣ୍ଟ ବୁଝାଉଛନ୍ତି,
ପୁଣି କହୁଛନ୍ତି କେବଳ ବାବା ଏବଂ ବର୍ସାକୁ ମନେ ପକାଅ । ମୃତ୍ୟୁ ସମୟରେ ସମସ୍ତେ ଭଗବାନଙ୍କୁ କଥା
ମନେ ପକାଇବା ପାଇଁ କହିଥା’ନ୍ତି । ଆଚ୍ଛା ଭଗବାନ କ’ଣ କରିବେ? ପୁଣି ଯଦି କେହି ଶରୀର ଛାଡିଥାନ୍ତି
ତେବେ କୁହନ୍ତି ସ୍ୱର୍ଗବାସୀ ହେଲା ଅର୍ଥାତ୍ ପରମାତ୍ମାଙ୍କର ସ୍ମୃତି ଦ୍ୱାରା ଶରୀର ଛାଡିଲେ
ବୈକୁଣ୍ଠକୁ ଚାଲିଯିବ । ଦୁନିଆରେ କିନ୍ତୁ ବାବାଙ୍କୁ କେହି ଜାଣି ନାହାଁନ୍ତି । ଏକଥା ମଧ୍ୟ
କାହାରି ବୁଦ୍ଧିରେ ନାହିଁ ଯେ ଆମେ ବାବାଙ୍କୁ ମନେ ପକାଇବା ଦ୍ୱାରା, ବୈକୁଣ୍ଠରେ ପହଞ୍ଚିଯିବା ।
ସେମାନେ କେବଳ କୁହନ୍ତି ଯେ ପରମାତ୍ମାଙ୍କୁ ମନେ ପକାଅ । ଇଂରାଜୀରେ ଗଡ୍ ଫାଦର (ଈଶ୍ୱର ପିତା)
ବୋଲି କହିଥାନ୍ତି । ଏଠାରେ ତୁମେ ପରମପିତା ପରମାତ୍ମା ବୋଲି କହୁଛ । ସେମାନେ ପ୍ରଥମେ ଈଶ୍ୱର
କହନ୍ତି ପରେ ପିତା ବୋଲି କହନ୍ତି । ଆମେ ପ୍ରଥମେ ପରମପିତା କହୁ ପରେ ପରମାତ୍ମା ବୋଲି କହିଥାଉ ।
ସିଏ ସମସ୍ତଙ୍କର ପିତା ଅଟନ୍ତି । ଯଦି ସମସ୍ତେ ପିତା ହୋଇଯିବେ ତେବେ ପୁଣି ହେ ଈଶ୍ୱର ପିତା ବୋଲି
କହିପାରିବେ ନାହିଁ । ଏହି ସାମାନ୍ୟ କଥାକୁ ମଧ୍ୟ ବୁଝିପାରୁ ନାହାଁନ୍ତି । ବାବା ତୁମକୁ ସହଜ କରି
ବୁଝାଇଛନ୍ତି । ମନୁଷ୍ୟ ଯେବେ ଦୁଃଖୀ ହୋଇଥାନ୍ତି ତେବେ ପରମାତ୍ମାଙ୍କୁ ମନେ ପକାଇଥାନ୍ତି ।
ମନୁଷ୍ୟମାନେ ଦେହ-ଅଭିମାନୀ ଅଟନ୍ତି କିନ୍ତୁ ଆତ୍ମା ମନେ ପକାଇଥାଏ । ଯଦି ପରମାତ୍ମା ସର୍ବବ୍ୟାପୀ
ଅଟନ୍ତି ତେବେ ପୁଣି ଆତ୍ମା କାହିଁକି ମନେ ପକାଇବ? ଯଦି ଆତ୍ମା ନିର୍ଲେପ ଅଟେ ତେବେ ପୁଣି ଦେହୀ
ଅଥବା ଆତ୍ମା କାହାକୁ ୟାଦ କରିଥାଏ? ଭକ୍ତିମାର୍ଗରେ ଆତ୍ମା ହିଁ ପରମାତ୍ମାଙ୍କୁ ମନେ ପକାଇଥାଏ
କାହିଁକି ନା ସମସ୍ତେ ଦୁଃଖୀ ହୋଇଯାଇଛନ୍ତି । ଯେତିକି ସୁଖ ମିଳିଛି ସେତିକି ୟାଦ ପକାଇବାକୁ
ପଡିଥାଏ ।
ଏହା ପାଠପଢା ଅଟେ, ଏହାର
ଲକ୍ଷ୍ୟ-ଉଦ୍ଦେଶ୍ୟ ମଧ୍ୟ ସ୍ପଷ୍ଟ ରୂପେ ରହିଛି । ଏଥିରେ ଅନ୍ଧଶ୍ରଦ୍ଧାର କୌଣସି କଥା ନାହିଁ ।
ତୁମେ ସବୁ ଧର୍ମାବାଲମ୍ବୀଙ୍କୁ ଜାଣିଛ - ବର୍ତ୍ତମାନ ସମୟରେ ସମସ୍ତେ ହାଜିର ଅଛନ୍ତି । ଏବେ ପୁଣି
ଦେବୀ-ଦେବତା ଧର୍ମର ଇତିହାସର ପୁନରାବୃତ୍ତି ହେବ । ଏହା କୌଣସି ନୂଆ କଥା ନୁହେଁ । କଳ୍ପ କଳ୍ପ
ଆମେ ରାଜ୍ୟ ନେଉଛୁ । ଯେପରି ହଦର ଖେଳର ପୁନରାବୃତ୍ତି ହୋଇଥାଏ ସେହିପରି ଏହା ବେହଦର ଖେଳ ଅଟେ ।
ଆମର ଅଧାକଳ୍ପର ଶତ୍ରୁ କିଏ? ରାବଣ । ଆମେ କୌଣସି ଲଢେଇ କରି ରାଜ୍ୟ ନେଉନାହୁଁ । ନା କୌଣସି
ହିଂସକ ଲଢେଇ କରୁଛୁ ନା ବିଜୟୀ ହେବା ପାଇଁ ସୈନ୍ୟ ନେଇ ଲଢେଇ କରୁଛୁ । ଏହା ହାରିବା ଜିତିବାର
ଖେଳ ଅଟେ । କିନ୍ତୁ ଏଠାରେ ହାରିବା ଏବଂ ଜିତିବା ଉଭୟ ସୂକ୍ଷ୍ମରେ ହୋଇଥାଏ । ମାୟାଠାରୁ ହାରିଲେ
ହାରିବା ଏବଂ ମାୟାଠାରୁ ଜିତିଲେ ଜିତିବା ହୋଇଥାଏ । କିନ୍ତୁ ମନୁଷ୍ୟମାନେ ମାୟା ବଦଳରେ ମନ ଅକ୍ଷର
ଲେଖି ଦେଇଛନ୍ତି ତେଣୁ ଓଲଟା ହୋଇଯାଇଛି । ଏହି ଡ୍ରାମାର ଖେଳ ମଧ୍ୟ ପୂର୍ବରୁ ହିଁ ପ୍ରସ୍ତୁତ
ହୋଇଛି । ବାବା ନିଜେ ବସି ପିଲାମାନଙ୍କୁ ପରିଚୟ ଦେଉଛନ୍ତି । ରଚୟିତାଙ୍କୁ ଆଉ କୌଣସି ମନୁଷ୍ୟ
ଜାଣିନାହାଁନ୍ତି, ତେବେ ପରିଚୟ କିପରି ଦେଇପାରିବେ । ରଚୟିତା ହେଉଛନ୍ତି ଏକମାତ୍ର ବାବା, ବାକି
ଆମେ ସମସ୍ତେ ରଚନା । ତେଣୁ ନିଶ୍ଚିତ ଆମକୁ ରାଜ୍ୟ ଭାଗ୍ୟ ମିଳିବା ଦରକାର । ମନୁଷ୍ୟମାନେ ତ
କହୁଛନ୍ତି ଯେ ପରମାତ୍ମା ସର୍ବବ୍ୟାପୀ ଅଟନ୍ତି, ତେବେ ସମସ୍ତେ ରଚୟିତା ହୋଇଗଲେ । ରଚନାକୁ ହିଁ
ଉଡାଇ ଦେଇଛନ୍ତି, କେତେ ପଥରବୁଦ୍ଧି, ଦୁଃଖୀ ହୋଇଯାଇଛନ୍ତି । କେବଳ ନିଜର ମହିମା କରୁଛନ୍ତି ଯେ
ଆମେ ବୈଷ୍ଣବ ଅଟୁ, ଅର୍ଥାତ୍ ଆମେ ଅଧା ଦେବତା ଅଟୁ । ଭାବୁଛନ୍ତି ଯେ ଦେବତାମାନେ ବୈଷ୍ଣବ ଥିଲେ ।
ବାସ୍ତବରେ ସାକାହାରୀର ମୁଖ୍ୟ ଅର୍ଥ ହେଲା ଅହିଂସା ପରମୋଧର୍ମ । ଦେବତାମାନଙ୍କୁ ପକ୍କା ବୈଷ୍ଣବ
ବୋଲି କୁହାଯାଏ । ଏହିପରି ତ ନିଜକୁ ବୈଷ୍ଣବ ବୋଲାଇଲାବାଲା ବହୁତ ଅଛନ୍ତି । କିନ୍ତୁ
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟରେ ବୈଷ୍ଣବ ସମ୍ପ୍ରଦାୟ ପବିତ୍ର ମଧ୍ୟ ଥିଲେ । ଏବେ ସେହି ବୈଷ୍ଣବ
ସମ୍ପ୍ରଦାୟର ରାଜ୍ୟ କେଉଁଠି ଅଛି? ବର୍ତ୍ତମାନ ତୁମେ ବ୍ରାହ୍ମଣ ହୋଇଛ, ତୁମେମାନେ ବ୍ରହ୍ମାକୁମାର
କୁମାରୀ ଅଟ ତେବେ ନିଶ୍ଚିତ ବ୍ରହ୍ମା ମଧ୍ୟ ଥିବେ, ସେଥିପାଇଁ ତ ନାମ ରଖାଯାଇଛି ଶିବବଂଶୀ
ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ । ଗାୟନ ବି କରାଯାଇଥାଏ ଯେ ଶିବବାବା ଆସିଥିଲେ, ସିଏ
ବ୍ରାହ୍ମଣ ସମ୍ପ୍ରଦାୟ ରଚନା କରିଥିଲେ, ଯେଉଁ ବ୍ରାହ୍ମଣ ପୁଣି ଦେବତା ହେଲେ । ଏବେ ତୁମେ ଶୂଦ୍ରରୁ
ବ୍ରାହ୍ମଣ ହୋଇଛ ସେଥିପାଇଁ ବ୍ରହ୍ମାକୁମାର କୁମାରୀ ବୋଲାଉଛ । ବିରାଟ ରୂପର ଚିତ୍ର ଉପରେ ବୁଝାଇବା
ମଧ୍ୟ ବହୁତ ଭଲ । ବିଷ୍ଣୁଙ୍କର ହିଁ ବିରାଟ ରୂପ ଦେଖାଇଛନ୍ତି । ବିଷ୍ଣୁ ଏବଂ ତାଙ୍କର ରାଜଧାନୀ (ସନ୍ତାନମାନେ)
ହିଁ ବିରାଟ ଚକ୍ରରେ ଆସୁଛନ୍ତି । ଏହିସବୁ ବିଚାର ବାବାଙ୍କର ଚାଲିଥାଏ । ତୁମେ ମଧ୍ୟ ଯଦି ବିଚାର
ସାଗର ମନ୍ଥନ କରିବାର ଅଭ୍ୟାସ କରିବ ତେବେ ରାତିରେ ନିଦ ଆସିବ ନାହିଁ । କେବଳ ଏହି ଚିନ୍ତନ
ଚାଲିଥିବ । ପୁଣି ସକାଳୁ ଉଠି ନିଜର କର୍ମଧନ୍ଦାରେ ଲାଗିଯିବ । କହିଥାନ୍ତି ନା ସୁବହ କା ସାଇଁ...
ତୁମେ ମଧ୍ୟ ଯଦି କାହାକୁ ବସି ବୁଝାଇବ ତେବେ କହିବେ - ଓହୋ! ଏମାନେ ତ ଆମକୁ ମନୁଷ୍ୟରୁ ଦେବତା,
ଦରିଦ୍ରରୁ ରାଜକୁମାର କରିବାକୁ ଆସିଛନ୍ତି । ପ୍ରଥମେ ଅଲୌକିକ ସେବା କରିବା ଦରକାର, ସ୍ଥୂଳ ସେବା
ପଛରେ କରିବା ଉଚିତ୍ । ଏହିଭଳି ସେବା କରିବାର ସଉକ ରହିବା ଦରକାର । ଖାସ୍ କରି ମାତାମାନେ ବହୁତ
ଭଲ ସେବା କରିପାରିବେ । ମାତାମାନଙ୍କର କେହି ଧିକ୍କାର କରିବେ ନାହିଁ । ପରିବାବାଲା, ସଉଦାବାଲା,
ଚାକର ଆଦି ସମସ୍ତଙ୍କୁ ବୁଝାଇବାକୁ ହେବ । କେହି ଯେପରି ରହି ନ ଯାଆନ୍ତୁ ଯାହା ଫଳରେ ଉଲ୍ଲୁଗୁଣା
ଦେବେ । ସେବା କରିବା ପାଇଁ ହୃଦୟରେ ସତ୍ୟତା ଥିବା ଦରକାର । ବାବାଙ୍କ ସହିତ ପୂରା ଯୋଗ ରହିବା
ଉଚିତ୍ ତେବେ ଯାଇ ଧାରଣା ହୋଇପାରିବ । ଜ୍ଞାନ ରୂପୀ ସାମଗ୍ରୀକୁ ବୁଦ୍ଧି ରୂପୀ ଷ୍ଟିମର୍ରେ ଭରି
କରି ପୋର୍ଟ (ବନ୍ଦର) ଅର୍ଥାତ୍ ସମସ୍ତଙ୍କୁ ବାଣ୍ଟିଚାଲ । ଏହାଦ୍ୱାରା ଘରେ ରହିବାକୁ ଭଲ ଲାଗିବ
ନାହିଁ, କେବଳ ସେବା କରିବାରେ ଲାଗିଯିବ । ଏହି ଚିତ୍ର ମଧ୍ୟ ବହୁତ ସାହାଯ୍ୟ କରିଥାଏ । ଏହି
ଚିତ୍ର କେତେ ସ୍ପଷ୍ଟ ରୂପେ ତିଆରି କରାଯାଇଛି - ଶିବବାବା ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁପୁରୀର
ସ୍ଥାପନା କରାଉଛନ୍ତି । ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ, କୃଷ୍ଣ ଜ୍ଞାନ ଯଜ୍ଞ ନୁହେଁ । ଏହି
ରୁଦ୍ର ଜ୍ଞାନ ଯଜ୍ଞରୁ ବିନାଶର ଜ୍ଜ୍ୱାଳା ପ୍ରଜ୍ଜ୍ୱଳିତ ହୋଇଛି । କୃଷ୍ଣ ତ ଯଜ୍ଞ ରଚନା
କରିପାରିବେ ନାହିଁ । ସିଏ ତ ୮୪ ଜନ୍ମ ନେବେ ତେବେ ତାଙ୍କର ନାମ-ରୂପ ବଦଳିଯିବ ଏବଂ ତାଙ୍କର ଆଉ
କୌଣସି ରୂପ କୃଷ୍ଣ ହୋଇପାରିବ ନାହିଁ । କୃଷ୍ଣଙ୍କର ଅଭିନୟ ସେତେବେଳେ ପୁନରାବୃତ୍ତି ହେବ
ଯେତେବେଳେ ସେହି ରୂପରେ ଆସିବେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସଚ୍ଚା
ସଚ୍ଚା ଈଶ୍ୱରୀୟ ସେବାଧାରୀ ବା ଈଶ୍ୱରୀୟ ମୁକ୍ତିସେନା ହୋଇ ସମସ୍ତଙ୍କୁ ମାୟାଠାରୁ ମୁକ୍ତ କରିବାର
ଅଛି । ଏହି ଜୀବନରେ ହିଁ କଉଡିତୁଲ୍ୟରୁ ହୀରାତୁଲ୍ୟ ହେବାର ଅଛି ଏବଂ ଅନ୍ୟମାନଙ୍କୁ କରିବାର ଅଛି
।
(୨) ବାବା ଯେଭଳି ବିଚାର
ସାଗର ମନ୍ଥନ କରୁଛନ୍ତି, ସେହିଭଳି ଜ୍ଞାନର ବିଚାର ସାଗର ମନ୍ଥନ କରିବାର ଅଛି । କଲ୍ୟାଣକାରୀ ହୋଇ
ଅଲୌକିକ ସେବାରେ ତତ୍ପର ହେବାର ଅଛି । ସଚ୍ଚା ହୃଦୟର ସହିତ ସେବା କରିବାର ଅଛି ।
ବରଦାନ:-
ଛୋଟ ଛୋଟ
ଅବଜ୍ଞାଗୁଡିକର ବୋଝକୁ ସମାପ୍ତ କରି ସର୍ବଦା ସମର୍ଥ ରହୁଥିବା ଶ୍ରେଷ୍ଠ ଚରିତ୍ରବାନ୍ ହୁଅ ।
ଯେପରି ଅମୃତବେଳାରେ
ଉଠିବା ପାଇଁ ଆଜ୍ଞା ମିଳିଛି ତେଣୁ ନିଦରୁ ଉଠି ଯୋଗ କରିବା ପାଇଁ ବସି ପଡୁଛ କିନ୍ତୁ ଯଥାର୍ଥ ବିଧି
ଆଧାରରେ ସିଦ୍ଧିକୁ ପ୍ରାପ୍ତ କରୁ ନାହାଁନ୍ତି । ମଧୁର ଶାନ୍ତିର ଅନୁଭବ କରିବା ସହିତ ମିଠା
ନିଦ୍ରାର ଶାନ୍ତି ମଧ୍ୟ ମିଶିଯାଉଛି । (୨) ବାବାଙ୍କର ଆଜ୍ଞା ହେଲା କାହାକୁ ଦୁଃଖ ଦିଅ ନାହିଁ
କିମ୍ବା କାହାଠାରୁ ଦୁଃଖ ନିଅ ନାହିଁ, କିନ୍ତୁ ଏଠାରେ ଦୁଃଖ ଦେଉ ତ ନାହାଁନ୍ତି କିନ୍ତୁ
ନେଇଯାଉଛନ୍ତି (୩) ଯଦି କ୍ରୋଧ କରୁ ନାହାଁନ୍ତି କିନ୍ତୁ କ୍ଷଣିକ ଉତ୍ତେଜନାରେ ଆସିଯାଉଛନ୍ତି,
ତେଣୁ ଏହିଭଳି ଛୋଟ ଛୋଟ ଅବଜ୍ଞାଗୁଡିକ ମନକୁ ଭାରୀ କରିଦେଉଛି । ଏବେ ଏଗୁଡିକୁ ସମାପ୍ତ କରି
ଆଜ୍ଞାକାରୀ ଚରିତ୍ରର ଚିତ୍ର ତିଆରି କର ତେବେ କୁହାଯିବ ସଦା ସମର୍ଥ ଚରିତ୍ରବାନ୍ ଆତ୍ମା ।
ସ୍ଲୋଗାନ:-
ସମ୍ମାନ ମାଗିବା
ପରିବର୍ତ୍ତେ ସମସ୍ତଙ୍କୁ ସମ୍ମାନ ଦିଅ ତେବେ ସମସ୍ତଙ୍କଠାରୁ ସମ୍ମାନ ମିଳି ଚାଲିବ ।