04.02.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଅନ୍ତର୍ମୂଖୀ ହୋଇ ନିଜର କଲ୍ୟାଣର ଚିନ୍ତନ କର, ଯଦି ବୁଲାବୁଲି କରିବାକୁ ଯାଉଛ ତେବେ ଏକାନ୍ତରେ ବସି ବିଚାର ସାଗର ମନ୍ଥନ କର, ନିଜକୁ ପଚାର ମୁଁ ସର୍ବଦା ହର୍ଷିତ ରହୁଛି ତ ।

ପ୍ରଶ୍ନ:-
ଦୟାର ସାଗର ବାବାଙ୍କର ପିଲାମାନେ ନିଜ ଉପରେ କେଉଁ ପ୍ରକାରର ଦୟା କରିବା ଉଚିତ୍ ?

ଉତ୍ତର:-
ଯେପରି ବାବାଙ୍କର ଦୟା ଆସୁଛି ଯେ ମୋର ପିଲାମାନେ କଣ୍ଟାରୁ ଫୁଲ ହୋଇଯାଆନ୍ତୁ, ବାବା ପିଲାମାନଙ୍କୁ ଫୁଲ ଭଳି କରିବା ପାଇଁ କେତେ ପରିଶ୍ରମ କରୁଛନ୍ତି, ତେଣୁ ପିଲାମାନଙ୍କୁ ମଧ୍ୟ ନିଜ ଉପରେ ଦୟା ଆସିବା ଉଚିତ୍ ଯେ ଆମେ ବାବାଙ୍କୁ ଡାକୁଛୁ ହେ ପତିତ-ପାବନ ଆସ, ଆମକୁ କଣ୍ଟାରୁ ଫୁଲ ଭଳି କର, ଏବେ ସିଏ ଆସିଯାଇଛନ୍ତି ତେଣୁ ମୁଁ କଣ ଫୁଲ ହେବି ନାହିଁ ? ଯଦି ନିଜ ଉପରେ ଦୟା ଆସିବ ତେବେ ଦେହୀ-ଅଭିମାନୀ ସ୍ଥିତିର ରହିବ ଏବଂ ବାବା ଯାହା ଶୁଣାଉଛନ୍ତି ତାକୁ ଧାରଣ କରିପାରିବ ।

ଓମ୍ ଶାନ୍ତି ।
ଏକଥା ପିଲାମାନେ ଜାଣିଛନ୍ତି କି ଇଏ ପିତା ସହିତ, ଶିକ୍ଷକ, ସତଗୁରୁ ମଧ୍ୟ ଅଟନ୍ତି । ତେଣୁ ବାବା ପିଲାମାନଙ୍କୁ ପଚାରୁଛନ୍ତି ତୁମେ ଏଠାକୁ ଆସିଲେ ଏହି ଲକ୍ଷ୍ମୀ-ନାରାୟଣ ଏବଂ ସିଢିର ଚିତ୍ରକୁ ଦେଖୁଛ ? ଯେବେ ଉଭୟ ଚିତ୍ରକୁ ଦେଖିବେ ତେବେ ଲକ୍ଷ୍ୟ ଉଦ୍ଦେଶ୍ୟ ଏବଂ ସାରା ଚକ୍ର ବୁଦ୍ଧିରେ ଆସିଯିବ ଯେ ଆମେ ଦେବତା ହୋଇ ପୁଣି ଏହିଭଳି ସିଢିରେ ତଳକୁ ଖସିଆସିଛୁ । ଏହି ଜ୍ଞାନ କେବଳ ତୁମକୁ ହିଁ ମିଳୁଛି । ତୁମେ ବର୍ତ୍ତମାନ ଛାତ୍ର ଅଟ, ତୁମ ସମ୍ମୁଖରେ ଲକ୍ଷ୍ୟ-ଉଦ୍ଦେଶ୍ୟ ରହିଛି । କେହି ବି ଆସିଲେ ସେମାନଙ୍କୁ ବୁଝାଅ ଏହା ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଅଟେ । ଏହି ପାଠପଢା ଦ୍ୱାରା ଆମେ ଯାଇ ଦେବୀ-ଦେବତା ହେଉଛୁ । ପୁଣି ୮୪ ଜନ୍ମର ସିଢିରେ ତଳକୁ ଓହ୍ଲାଉଛୁ । ପୁଣି ଏହାର ପୁନରାବୃତ୍ତି ହେବ । ଏହା ବହୁତ ସହଜ ଜ୍ଞାନ ଅଟେ ତଥାପି ମଧ୍ୟ ପଢୁ-ପଢୁ ଫେଲ୍ କାହିଁକି ହୋଇଯାଉଛନ୍ତି ? ଶାରୀରିକ ପାଠପଢା ଠାରୁ ଏହି ଈଶ୍ୱରୀୟ ପାଠପଢା ବିଲକୁଲ୍ ସହଜ । ତୁମ ସମ୍ମୁଖରେ ଲକ୍ଷ୍ୟ-ଉଦ୍ଦେଶ୍ୟ ଏବଂ ୮୪ ଜନ୍ମର ଚକ୍ର ରହିଛି । ଏହି ଦୁଇଟିଯାକ ଚିତ୍ର ଭିଜିଟିଙ୍ଗ୍ ରୁମରେ ମଧ୍ୟ ରହିବା ଦରକାର । ସେବା କରିବା ପାଇଁ ସେବାର ହତିଆର ମଧ୍ୟ ରହିବା ଦରକାର । ଏଥିରେ ହିଁ ସମସ୍ତ ଜ୍ଞାନ ରହିଛି । ଏହି ପୁରୁଷାର୍ଥ ମଧ୍ୟ ବର୍ତ୍ତମାନ ଆମେ କରୁଛୁ । ସତ୍ତୋପ୍ରଧାନ ହେବା ପାଇଁ ବହୁତ ମେହନତ କରିବାକୁ ହେବ, ଏଥିରେ ଅନ୍ତମୂର୍ଖୀ ହୋଇ ବିଚାର ସାଗର ମନ୍ଥନ କରିବାର ଅଛି । କୁଆଡେ ଚଲା-ବୁଲା କରିବାକୁ ଯାଉଥିଲେ ମଧ୍ୟ ବୁଦ୍ଧିରେ ଏହି କଥା ରହିବା ଦରକାର । ଏକଥା ତ ବାବା ଜାଣିଛନ୍ତି ଯେ ସମସ୍ତେ କ୍ରମାନୁସାରେ ରହିଛନ୍ତି । ଯଦି କେହି ଭଲ ଭାବରେ ବୁଝୁଛନ୍ତି ତେବେ ନିଶ୍ଚିତ ଭାବରେ ସିଏ ନିଜର କଲ୍ୟାଣ ପାଇଁ ପୁରୁଷାର୍ଥ କରୁଥିବେ । ପ୍ରତ୍ୟେକ ଜାଣିପାରନ୍ତି ଯେ ଇଏ ଭଲ ପାଠ ପଢୁଛନ୍ତି । ଯଦି ନିଜେ ନପଢୁଛନ୍ତି ତେବେ ନିଜର ହିଁ କ୍ଷତି କରୁଛନ୍ତି । ନିଜକୁ ତ କିଛିଟା ଯୋଗ୍ୟ କରିବା ଦରକାର । ତୁମେମାନେ ମଧ୍ୟ ବେହଦ ପିତାଙ୍କର ଛାତ୍ର ଅଟ । ଏଠାରେ ବ୍ରହ୍ମା ମଧ୍ୟ ପାଠପଢୁଛନ୍ତି । ଏଠାରେ ଲକ୍ଷ୍ମୀ-ନାରାୟଣ ପଦବୀ ରହିଛି ଏବଂ ୮୪ ଜନ୍ମ ସିଢିର ଚକ୍ର ରହିଛି । ଏହା ପ୍ରଥମ ନମ୍ବର ଜନ୍ମ । ଏହା ଅନ୍ତିମ ଜନ୍ମର ଜନ୍ମ । ତୁମେ ଦେବତା ହେବାକୁ ଯାଉଛ । ଭିତରକୁ ଆସିବା ମାତ୍ରକେ ଲକ୍ଷ୍ୟ ଉଦ୍ଦେଶ୍ୟ ଏବଂ ସିଢିର ଚିତ୍ର ଉପରେ ବୁଝାଅ । ପ୍ରତ୍ୟହ ଆସି ଏହାଙ୍କ ସମ୍ମୁଖରେ ବସିଲେ ସ୍ମୃତି ଆସିବ । ତୁମ ବୁଦ୍ଧିରେ ଅଛି ଯେ ଅବିନାଶୀ ବାବା ଆମକୁ ବୁଝାଉଛନ୍ତି । ସାରା ଚକ୍ରର ଜ୍ଞାନ ତୁମ ବୁଦ୍ଧିରେ ପରିପୂର୍ଣ୍ଣ ତେଣୁ କେତେ ହର୍ଷିତ ରହିବା ଉଚିତ୍ । ନିଜକୁ ପଚାରିବା ଉଚିତ୍ ଆମର ଏହି ଅବସ୍ଥା କାହିଁକି ରହୁନାହିଁ ? କଣ କାରଣ ରହିଛି ଯାହାକି ହର୍ଷିତ ରହିବାରେ ବିଘ୍ନ ହେଉଛି ? ଯେଉଁମାନେ ଚିତ୍ର ତିଆରି କରୁଛନ୍ତି ସେମାନଙ୍କର ବୁଦ୍ଧିରେ ମଧ୍ୟ ଥିବ ଯେ ଏହା ଆମର ଭବିଷ୍ୟତର ପଦ, ଏହା ଆମର ଲକ୍ଷ୍ୟ-ଉଦ୍ଦେଶ୍ୟ ଅଟେ ଏବଂ ଏହା ହେଉଛି ୮୪ ଜନ୍ମର ଚକ୍ର । ଗାୟନ ଅଛି ଏହା ସହଜ ରାଜଯୋଗ । ଏକଥା ତ ବାବା ପ୍ରତ୍ୟହ ବୁଝାଉଛନ୍ତି କି ତୁମେ ଅବିନାଶୀ ବାବାଙ୍କର ସନ୍ତାନ ଅଟ ତେଣୁ ସ୍ୱର୍ଗର ସମ୍ପତ୍ତି ନିଶ୍ଚିତ ଭାବରେ ନେବା ଉଚିତ୍ ଏବଂ ବାବା ସାରା ଚକ୍ରର ରହସ୍ୟ ମଧ୍ୟ ବୁଝାଉଛନ୍ତି ତେଣୁ ନିଶ୍ଚିତ ଭାବରେ ଏହାକୁ ମନେ ପକାଇବାକୁ ହେବ ପୁଣି କଥାବାର୍ତ୍ତା କରିବାର ଢ଼ଙ୍ଗ ମଧ୍ୟ ଭଲ ହେବା ଦରକାର । ଚାଲି-ଚଳଣି ମଧ୍ୟ ବହୁତ ଭଲ ହେବା ଦରକାର । ଚଲା-ବୁଲା କରି କାମ-କାର୍ଯ୍ୟ କରି ବୁଦ୍ଧିରେ ଏହି କଥା ରହୁ ଯେ ଆମେ ବାବାଙ୍କ ପାଖକୁ ପଢିବା ପାଇଁ ଆସିଛୁ । ଏହି ଜ୍ଞାନ ହିଁ ତୁମକୁ ସାଥୀରେ ନେଇଯିବାକୁ ହେବ । ଏହି ପାଠପଢା ତ ବହୁତ ସହଜ । କିନ୍ତୁ ଯଦି ଠିକ୍ ଭାବରେ ନ ପଢିବ ତେବେ ଶିକ୍ଷକଙ୍କର ଖିଆଲ ଆସିବ ଯେ ଇଏ ପାଠରେ ଦୁର୍ବଳ ଥିବାରୁ ମୋର ନାମ ବଦନାମ ହେବ । ମୋତେ କୌଣସି ପ୍ରକାର ପୁରସ୍କାର ମିଳିବ ନାହିଁ, ସରକାର କିଛି ବି ଦେବେ ନାହିଁ । ଏହା ମଧ୍ୟ ସ୍କୁଲ ଅଟେ ନା । ଏଠାରେ ପୁରସ୍କାର ଆଦିର କୌଣସି କଥା ନାହିଁ । ତଥାପି ପୁରୁଷାର୍ଥ କରାଯାଉଛି ନା । ନିଜର ଚଳଣିକୁ ସୁଧାର, ଦୈବୀଗୁଣ ଧାରଣ କର, ଚରିତ୍ର ମଧ୍ୟ ଭଲ ହୋଇଥିବା ଦରକାର । ବାବା ତ ତୁମର କଲ୍ୟାଣ କରିବା ପାଇଁ ଆସିଛନ୍ତି, କିନ୍ତୁ ତୁମେ ବାବାଙ୍କର ଶ୍ରୀମତରେ ଚାଲିପାରୁନାହଁ । ଶ୍ରୀମତ କହୁଛି ଏଠାକୁ ଯାଅ କିନ୍ତୁ ଯାଉ ନାହାଁନ୍ତି, କହୁଛନ୍ତି ଏଠାରେ ଗରମ ହେଉଛି, ସେଠାରେ ଥଣ୍ଡା ହେଉଛି । ବାବାଙ୍କୁ ଜାଣିପାରୁ ନାହାଁନ୍ତି ଯେ କିଏ ଆମକୁ କହୁଛନ୍ତି ? ଏହି ସାଧାରଣ ରଥ ଏହି କଥା ହିଁ ବୁଦ୍ଧିରେ ଆସିଯାଉଛି । କିନ୍ତୁ ଶିବବାବାଙ୍କ କଥା ବୁଦ୍ଧିରେ ଆସୁନାହିଁ । ବଡ ରାଜାଙ୍କୁ ସମସ୍ତଙ୍କର କେତେ ଭୟ ରହିଥାଏ, କାହିଁକି ନା ସିଏ ବଡ ଅଧିକାରୀ ଅଟନ୍ତି ନା । ଏଠାରେ ବାବା କହୁଛନ୍ତି ମୁଁ ଦୀନବନ୍ଧୁ ଅଟେ । ମୁଁ ରଚୟିତା ଏବଂ ମୋ ରଚନାର ଆଦି-ମଧ୍ୟ-ଅନ୍ତକୁ କେହି ଜାଣିନାହାଁନ୍ତି । କେତେ ଢେର ମନୁଷ୍ୟ ଅଛନ୍ତି, କିଭଳି କହୁଛନ୍ତି, କଣ-କଣ ସବୁ କହୁଛନ୍ତି । ଭଗବାନ କଣ, ଏକଥା ମଧ୍ୟ ଜାଣିନାହାଁନ୍ତି । ଆଶ୍ଚର୍ଯ୍ୟ ଅଟେ ନା । ବାବା କହୁଛନ୍ତି ମୁଁ ସାଧାରଣ ଶରୀରରେ ଆସି ନିଜର ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ପରିଚୟ ଦେଉଛି । ୮୪ ଜନ୍ମର ଏହି ସିଢି ଚିତ୍ର କେତେ ସ୍ପଷ୍ଟ ଅଟେ । ବାବା କହୁଛନ୍ତି ମୁଁ ତୁମକୁ ଏହିଭଳି କରାଇଥିଲି, ଏବେ ପୁଣି ଥରେ କରୁଛି । ତୁମେ ପାରସବୁଦ୍ଧି ଥିଲ ଏବେ ତୁମକୁ ପଥରବୁଦ୍ଧି କିଏ କରାଉଛି ? ଅଧାକଳ୍ପ ରାବଣ ରାଜ୍ୟରେ ତୁମେ ତଳକୁ ଖସି ପତିତ ହୋଇଯାଇଛ । ଏବେ ତୁମକୁ ନିଶ୍ଚିତ ଭାବରେ ତମୋପ୍ରଧାନରୁ ସତ୍ତୋପ୍ରଧାନ ହେବାକୁ ପଡିବ । ବିବେକ ମଧ୍ୟ କହୁଛି ବାବା ସତ୍ୟ ଅଟନ୍ତି । ସିଏ ନିଶ୍ଚିତ ସତ୍ୟ କଥା ହିଁ କହିବେ । ଏହି ବ୍ରହ୍ମା ମଧ୍ୟ ପଢୁଛନ୍ତି ତୁମେ ମଧ୍ୟ ପଢୁଛ । ଏହି ବ୍ରହ୍ମା କହୁଛନ୍ତି ମୁଁ ମଧ୍ୟ ବାବାଙ୍କର ଛାତ୍ର ଅଟେ, ତେଣୁ ପାଠପଢା ପ୍ରତି ଧ୍ୟାନ ଦେଉଛି । ସଂପୂର୍ଣ୍ଣ ରୂପେ କର୍ମାତୀତ ଅବସ୍ଥା ବର୍ତ୍ତମାନ ହୋଇନାହିଁ । ଏଭଳି କିଏ ଥିବ ଯିଏକି ଏଭଳି ଉଚ୍ଚପଦ ପାଇବା ପାଇଁ ପାଠପଢା ପ୍ରତି ଧ୍ୟାନ ଦେବ ନାହିଁ । ସମସ୍ତେ କହିବେ ଏଭଳି ପଦ ନିଶ୍ଚିତ ଭାବରେ ପାଇବା ଉଚିତ୍ । ବାବାଙ୍କର ଆମେ ସନ୍ତାନ ହୋଇଥିବାରୁ ନିଶ୍ଚିତ ଭାବେ ମାଲିକ ହେବା ଉଚିତ୍ । ବାକି ପାଠପଢାରେ ତଳ ଉପର ହୋଇଥାଏ । ଏବେ ତୁମକୁ ଜ୍ଞାନର ସାର ମିଳିଛି । ଆରମ୍ଭରୁ ଏହି ଜ୍ଞାନ ବହୁତ କମ୍ ଥିଲା, ଏବେ ତୁମେ ଧୀରେ ଧୀରେ ବୁଝୁଛ । ଏବେ ଜାଣୁଛନ୍ତି ପ୍ରକୃତରେ ଜ୍ଞାନ ଏବେ ଆମକୁ ମିଳିଛି । ବାବା ମଧ୍ୟ କହୁଛନ୍ତି ଆଜି ମୁଁ ତୁମକୁ ଗୁହ୍ୟ-ଗୁହ୍ୟ କଥା ଶୁଣାଉଛି । ତୁରନ୍ତ କେହି ଜୀବନମୁକ୍ତି ପାଇପାରିବେ ନାହିଁ । ସମ୍ପୂର୍ଣ୍ଣ ଜ୍ଞାନ ଧାରଣ କରିପାରିବେ ନାହିଁ । ପୂର୍ବରୁ ଏହି ସିଢିର ଚିତ୍ର ନଥିଲା । ଏବେ ଜାଣୁଛନ୍ତି ଯେ ବାସ୍ତବରେ ଆମେ ଏହିଭଳି ଚକ୍ର ଲଗାଉଛୁ । ଆମେ ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ଅଟୁ । ବାବା ଆମ ଆତ୍ମାମାନଙ୍କୁ ସାରା ଚକ୍ରର ରହସ୍ୟ ବୁଝାଇ ଦେଉଛନ୍ତି । ବାବା କହୁଛନ୍ତି ତୁମର ଧର୍ମ ବହୁତ ସୁଖଦାୟୀ ଅଟେ । ବାବା ହିଁ ଆସି ତୁମକୁ ସ୍ୱର୍ଗର ମାଲିକ କରୁଛନ୍ତି । ଅନ୍ୟମାନଙ୍କର ସୁଖର ସମୟ ତ ଏବେ ଆସିଛି, ଯେତେବେଳେ କି ମୃତ୍ୟୁ ସମ୍ମୁଖରେ ଉପସ୍ଥିତ । ଏହି ଉଡାଜାହାଜ, ବିଜୁଳି ଆଦି ପୂର୍ବରୁ ନଥିଲା । ସେମାନଙ୍କ ପାଇଁ ବର୍ତ୍ତମାନ ଯେପରି ସ୍ୱର୍ଗ ଅଟେ । କେତେ ବଡ-ବଡ ମହଲ ତିଆରି କରୁଛନ୍ତି । ଭାବୁଛନ୍ତି ଏବେ ଆମକୁ ବହୁତ ସୁଖ ମିଳୁଛି । ଲଣ୍ଡନରେ କେତେ ଜଲଦି ପହଞ୍ଚିଯାଉଛନ୍ତି, ବାସ୍, ଏହାକୁ ହିଁ ସ୍ୱର୍ଗ ଭାବୁଛନ୍ତି । ତେଣୁ ସେମାନଙ୍କୁ କେହି ବୁଝାଇବା ଉଚିତ୍ ଯେ ସତ୍ୟଯୁଗକୁ ସ୍ୱର୍ଗ କୁହାଯାଏ, କଳିଯୁଗକୁ କଣ ସ୍ୱର୍ଗ କହିପାରିବା କି । ନର୍କରେ ଶରୀର ଛାଡିଲେ ପୁର୍ନଜନ୍ମ ମଧ୍ୟ ନିଶ୍ଚିତ ଭାବରେ ନର୍କରେ ହିଁ ନେବ । ଆଗରୁ ତୁମେ ମଧ୍ୟ ଏହି କଥା ବୁଝିପାରୁ ନଥିଲ । ଏବେ ବୁଝୁଛ । ରାବଣ ରାଜ୍ୟ ଆସିବା ମାତ୍ରେ ଆମେ ପତିତ ହେବାରେ ଲାଗି, ଆମ ଭିତରେ ସବୁ ବିକାର ମଧ୍ୟ ଆସିଗଲା । ଏବେ ତୁମକୁ ସବୁ ଜ୍ଞାନ ମିଳୁଛି ତେଣୁ ତୁମର ଚଳଣି ଆଦି ମଧ୍ୟ ବହୁତ ରାଜକୀୟ ହେବା ଉଚିତ୍ । ଏବେ ତୁମେ ଜାଣୁଛ ଏହି ସଂଗମଯୁଗ ସତ୍ୟଯୁଗଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଅଟେ । ବାବା ଯିଏକି ଜ୍ଞାନର ସାଗର ଅଟନ୍ତି ସିଏ ସବୁ ଜ୍ଞାନ ବର୍ତ୍ତମାନ ହିଁ ଦେଉଛନ୍ତି । ଆଉ କେହି ବି ମନୁଷ୍ୟ ଜ୍ଞାନ ଏବଂ ଭକ୍ତିକୁ ବୁଝିପାରିବେ ନାହିଁ । ଏମାନେ ସବୁ କିଛି ମିଶ୍ରଣ କରିଦେଇଛନ୍ତି । ଭାବୁଛନ୍ତି ଶାସ୍ତ୍ର ପଢିବା-ଏହା ଜ୍ଞାନ ଏବଂ ପୂଜା କରିବା ଭକ୍ତି ଅଟେ । ଏବେ ବାବା ଆମକୁ ଫୁଲ ସମାନ କରିବା ପାଇଁ କେତେ ମେହନତ କରୁଛନ୍ତି । ପିଲାମାନଙ୍କର ମଧ୍ୟ ଦୟା ଆସିବା ଉଚିତ୍ ଯେ ଆମେ ବାବାଙ୍କୁ ଡାକୁଛୁ ପତିତମାନଙ୍କୁ ଆସି ପବିତ୍ର, ଫୁଲ ସମାନ କରାଅ । ବର୍ତ୍ତମାନ ବାବା ଆସିଥିବାରୁ ନିଜ ଉପରେ ମଧ୍ୟ ଦୟା କରିବା ଉଚିତ୍ । କଣ ଆମେ ଏହିଭଳି ଫୁଲ ହୋଇପାରିବୁ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବାବାଙ୍କର ହୃଦୟ ସିଂହାସନରେ କାହିଁକି ବସି ନାହୁଁ । କାହିଁକି ନା ଆମେ ଧ୍ୟାନ ଦେଉନାହୁଁ । ବାବା କେତେ ଦୟାର ସାଗର ଅଟନ୍ତି । ବାବାଙ୍କୁ ପତିତ ଦୁନିଆରେ ହିଁ ଡାକୁଛନ୍ତି ଯେ ଆସି ପବିତ୍ର କରାଅ । ଯେପରି ବାବାଙ୍କର ଦୟା ଆସୁଛି ସେହିପରି ପିଲାମାନଙ୍କର ମଧ୍ୟ ଦୟା ଆସିବା ଉଚିତ୍ । ନଚେତ୍ ସତଗୁରୁଙ୍କର ନିନ୍ଦକଙ୍କୁ ଠାବ ମିଳିବ ନାହିଁ । ଏକଥା କେହି ସ୍ୱପ୍ନରେ ମଧ୍ୟ ଭାବିନଥିବେ ସେ ସତଗୁରୁ କିଏ ? ଲୋକେ ଭାବନ୍ତି ଗୁରୁ ଆମକୁ ଅଭିଶାପ ନ ଦିଅନ୍ତୁ, ଅକୃପା ନ ହେଉ । ପିଲା ଜନ୍ମ ହେଲା ଭାବନ୍ତି ଗୁରୁଙ୍କର କୃପା ହେଲା । ଏହା ହେଉଛି ଅଳ୍ପ ସମୟ ସୁଖର କଥା । ବାବା କହୁଛନ୍ତି ପିଲେ, ନିଜ ପ୍ରତି ଦୟା କର । ଦେହୀ-ଅଭିମାନୀ ହେଲେ ଧାରଣା ମଧ୍ୟ ହେବ । ଆତ୍ମା ହିଁ ସବୁ କିଛି କରିଥାଏ । ମୁଁ ମଧ୍ୟ ଆତ୍ମାମାନଙ୍କୁ ହିଁ ପାଠ ପଢାଉଛି । ନିଜକୁ ପକ୍କା ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଯଦି ବାବାଙ୍କୁ ମନେ ନ ପକାଇଲେ ବିକର୍ମ କିପରି ବିନାଶ ହେବ । ଭକ୍ତିମାର୍ଗରେ ମଧ୍ୟ ମନେ ପକାଇଥାନ୍ତି ହେ ଭଗବାନ ଦୟା କର । ବାବା ଉଦ୍ଧାରକର୍ତ୍ତା ସହିତ ପଥପ୍ରଦର୍ଶକ ମଧ୍ୟ ଅଟନ୍ତି... ଏହା ମଧ୍ୟ ତାଙ୍କର ଗୁପ୍ତ ମହିମା ଅଟେ, ବାବା ଆସି କହୁଛନ୍ତି ଭକ୍ତିମାର୍ଗରେ ତୁମେ ମୋତେ ମନେ ପକାଉଛ । ତେବେ ମୁଁ ନିଜର ସମୟରେ ହିଁ ଆସିବି ନା । ଏହିପରି ନୁହେଁ କି ଯେତେବେଳେ ଚାହିଁବି ସେତେବେଳେ ଆସିବି । ଡ୍ରାମାର ନିଧାର୍ଯ୍ୟ ସମୟରେ ଆସୁଛି । ବାକି ଏପରି ଖିଆଲ ମଧ୍ୟ କେବେ ଆସିନଥାଏ । ତୁମକୁ ପାଠ ପଢାଇଲା ଶିକ୍ଷକ ବାବା ହିଁ ଅଟନ୍ତି । ଏହି ବ୍ରହ୍ମା ମଧ୍ୟ ତାଙ୍କ ପାଖରେ ପଢୁଛନ୍ତି । ଇଏ କେବେ କୌଣସି ଭୁଲ୍ କରୁନାହାଁନ୍ତି । ଅଥବା କାହାକୁ ବିରକ୍ତ କରୁନାହାଁନ୍ତି । ବାକି ସମସ୍ତେ କ୍ରମାନୁସାରେ ଶିକ୍ଷକ ଅଟନ୍ତି । ଏହି ସତ୍ୟ ବାବା ତୁମକୁ ସତ୍ୟ ହିଁ ଶିଖାଉଛନ୍ତି । ସତ୍ୟ ପିତାଙ୍କର ପିଲାମାନେ ମଧ୍ୟ ସତ୍ୟ ଅଟନ୍ତି । ପୁଣି ମିଥ୍ୟା ରାବଣର ସନ୍ତାନ ହେବା ଦ୍ୱାରା ଅଧାକଳ୍ପ ମିଛୁଆ ହୋଇଯାଉଛ ତେଣୁ କରି ସତ୍ୟ ପିତାଙ୍କୁ ହିଁ ଭୁଲିଯାଉଛ ।

ପ୍ରଥମେ-ପ୍ରଥମେ ବୁଝାଅ ଏହା ସତ୍ୟଯୁଗୀ ନୂଆ ଦୁନିଆ ଅଟେ ବା ପୁରୁଣା ଦୁନିଆ ? ତେବେ ମନୁଷ୍ୟମାନେ ବୁଝିବେ ଇଏ ତ ବହୁତ ଭଲ ପ୍ରଶ୍ନ ପଚାରୁଛନ୍ତି । ବର୍ତ୍ତମାନ ସମସ୍ତଙ୍କ ଭିତରେ ୫ ବିକାରର ପ୍ରବେଶତା ହୋଇଛି । ସତ୍ୟଯୁଗରେ ୫ ବିକାର ରହିବ ନାହିଁ । ଏହା ବୁଝିବା ପାଇଁ ବହୁତ ସହଜ କଥା ଅଟେ, କିନ୍ତୁ ଯିଏ ନିଜକୁ ବୁଝୁ ନାହାଁନ୍ତି ସିଏ ପ୍ରଦର୍ଶନୀରେ କଣ ବୁଝାଇବେ ? ଏମାନେ ସେବା ପରିବର୍ତ୍ତେ ଅପସେବା କରିଦେବେ । ବାହାରେ ଯାଇ ସେବା କରିବା ମାଉସୀ ଘର କଥା ନୁହେଁ । ଏଥିପାଇଁ ବୁଦ୍ଧିବାନ ହେବା ଉଚିତ୍ । ବାବା ପ୍ରତ୍ୟେକଙ୍କର ଚଳଣିରୁ ଜାଣିଥାନ୍ତି, ବାବା ତ ବାବା ଅଟନ୍ତି, ପୁଣି ମଧ୍ୟ ବାବା କହିବେ ଏହା ହିଁ ଡ୍ରାମାରେ ଥିଲା । କେହି ବି ଆସିଲେ ବ୍ରହ୍ମାକୁମାରୀ ଜ୍ଞାନ ବୁଝାଇବା ଉଚିତ୍ । ଏହାର ନାମ ମଧ୍ୟ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଅଟେ । ବ୍ରହ୍ମାକୁମାରୀମାନଙ୍କ ନାମ ହିଁ ବିଖ୍ୟାତ ହେବାର ଅଛି । ବର୍ତ୍ତମାନ ସମସ୍ତେ ୫ ବିକାରରେ ବୁଡି ରହିଛନ୍ତି । ସେମାନଙ୍କୁ ଯାଇ ବୁଝାଇବା କେତେ ମୁସକିଲ୍ ଅଟେ । କିନ୍ତୁ ଏମାନେ କିଛି ବି ବୁଝୁନାହାଁନ୍ତି କେବଳ ଏତିକି କହୁଛନ୍ତି ଜ୍ଞାନ ତ ବହୁତ ଭଲ କିନ୍ତୁ ନିଜେ ବୁଝୁନାହାଁନ୍ତି । ବିଘ୍ନ ପଛରେ ବିଘ୍ନ ଆସୁଛି । ପୁଣି ଯୁକ୍ତି ମଧ୍ୟ ରଚନା କରିବାକୁ ପଡିଥାଏ । ପୁଲିସ୍ ଜଗୁଆଳ ରଖି, ଚିତ୍ରକୁ ଇନ୍ସିଓର କରିଦିଅ । ଏହି ଯଜ୍ଞରେ ବିଘ୍ନ ନିଶ୍ଚିତ ପଡିବ । ସମଗ୍ର ପୁରୁଣା ଦୁନିଆ ଏଥିରେ ସ୍ୱାହା ହେବାର ଅଛି । ନଚେତ୍ ଯଜ୍ଞ ନାମ କାହିଁକି ରଖାଯାଇଛି । କାହିଁକି ନା ଏହି ଯଜ୍ଞରେ ସ୍ୱାହା ହେବାର ଅଛି । ଏହାର ନାମ ରୁଦ୍ର ଜ୍ଞାନ ଯଜ୍ଞ ରହିଛି । ଜ୍ଞାନକୁ ପାଠପଢା ମଧ୍ୟ କୁହାଯାଏ । ଏହା ପାଠଶାଳା ସହିତ ଯଜ୍ଞ ମଧ୍ୟ ଅଟେ । ତୁମେ ପାଠଶାଳାରେ ପଢି ଦେବତା ହେଉଛ ପୁଣି ଏସବୁ କିଛି ଏହି ଯଜ୍ଞରେ ସ୍ୱାହା ହୋଇଯିବ । ସେହିମାନେ ହିଁ ବୁଝାଇପାରିବେ ଯେଉଁମାନେ ପ୍ରତ୍ୟହ ଅଭ୍ୟାସ କରୁଥିବେ । ଯଦି ଅଭ୍ୟାସ ନଥିବ ସିଏ କଣ କହିବେ । ଦୁନିଆର ମନୁଷ୍ୟମାନଙ୍କ ପାଇଁ ବର୍ତ୍ତମାନ ହିଁ ସ୍ୱର୍ଗ, ଯାହାକି ଅଳ୍ପ ସମୟର । ତୁମପାଇଁ ସ୍ୱର୍ଗ ଅଧାକଳ୍ପ ପାଇଁ ହେବ । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ଅଛି । ଏହି କଥା ବିଚାର କରାଗଲେ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ । ଏବେ ରାବଣ ରାଜ୍ୟ ସମାପ୍ତ ହୋଇ ରାମରାଜ୍ୟ ସ୍ଥାପନ ହେଉଛି । ଏଥିରେ ଲଢେଇ ଆଦିର କୌଣସି କଥା ନାହିଁ । ଏହି ସିଢି ଚିତ୍ରକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି । ତେଣୁ ବାବା କଣ-କଣ ବୁଝାଉଛନ୍ତି, ଏହି ବ୍ରହ୍ମା ମଧ୍ୟ ବାବାଙ୍କଠାରୁ ହିଁ ଶିଖିଛନ୍ତି ଯାହାଦ୍ୱାରା ଜ୍ଞାନ ବୁଝାଇଚାଲିଛନ୍ତି । କନ୍ୟାମାନେ ମଧ୍ୟ ବୁଝାଉଛନ୍ତି । ଯେଉଁମାନେ ଅନେକଙ୍କର କଲ୍ୟାଣ କରିଥାନ୍ତି ସେମାନଙ୍କୁ ଅଧିକ ଫଳ ମିଳିବ । ଅପାଠୁଆମାନେ ପାଠୁଆଙ୍କର ବୋଝ ବୋହିବେ । ବାବା ପ୍ରତ୍ୟହ ବୁଝାଉଛନ୍ତି ନିଜର କଲ୍ୟାଣ କର । ଏହି ଚିତ୍ରକୁ ସମ୍ମୁଖରେ ରଖିବା ଦ୍ୱାରା ହିଁ ନିଶା ଚଢିଯାଇଥାଏ ସେଥିପାଇଁ ବାବା ଏହି ଚିତ୍ର ରଖିଛନ୍ତି । ଏହି ଲକ୍ଷ୍ୟ-ଉଦ୍ଦେଶ୍ୟ କେତେ ସହଜ ଅଟେ । ଏଥିରେ ଚରିତ୍ର ବହୁତ ଭଲ ହେବା ଦରକାର । ହୃଦୟ ସ୍ୱଚ୍ଛ ଥିଲେ ଆଶା ପୂରଣ ହୋଇଥାଏ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସଦାସର୍ବଦା ସ୍ମୃତିରେ ରଖିବାକୁ ହେବ ଯେ ଆମେ ବେହଦର ବାବାଙ୍କର ଛାତ୍ର ଭଗବାନ ଆମକୁ ପାଠପଢାଉଛନ୍ତି, ସେଥିପାଇଁ ଭଲ ଭାବରେ ପାଠପଢି ବାବାଙ୍କର ନାମକୁ ବିଖ୍ୟାତ କରିବାକୁ ହେବ । ନିଜର ଚାଲି-ଚଳଣକୁ ବହୁତ ରାଜକୀୟ କରିବାକୁ ହେବ ।

(୨) ବାବାଙ୍କ ଭଳି ଦୟାର ସାଗର ହୋଇ ନିଜେ କଣ୍ଟାରୁ ଫୁଲ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଫୁଲ ଭଳି କରିବାକୁ ହେବ । ଅନ୍ତର୍ମୁଖୀ ହୋଇ ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣର ଚିନ୍ତନ କରିବାକୁ ହେବ ।

ବରଦାନ:-
ବିକାର ରୂପୀ ବିଷଧର ସର୍ପମାନଙ୍କୁ ଗଳାର ମାଳା କରି ଶଙ୍କର ସମାନ ତପସ୍ୱୀମୂର୍ତ୍ତି ହୁଅ ।

ଏହି ପାଞ୍ଚ ବିକାର ଯାହାକି ଲୋକମାନଙ୍କ ପାଇଁ ବିଷଧର ସର୍ପ ସଦୃଶ ଅଟନ୍ତି, ସେହି ସର୍ପମାନେ ତୁମେ ଯୋଗୀ ବା ପ୍ରୟୋଗୀ ଆତ୍ମାମାନଙ୍କର ଗଳାର ମାଳା ହୋଇଯାଉଛନ୍ତି । ଏହା ତୁମେ ବ୍ରାହ୍ମଣମାନଙ୍କର ବା ବ୍ରହ୍ମାବାବାଙ୍କର ଅଶରୀରୀ ତପସ୍ୱୀ ଶଙ୍କର ସ୍ୱରୂପର ସ୍ମାରକୀ ଅଟେ ଯାହାକି ଆଜି ପର୍ଯ୍ୟନ୍ତ ମଧ୍ୟ ପୂଜିତ । ଅନ୍ୟ ପକ୍ଷରେ ଏହି ସାପ ମଧ୍ୟ ତୁମମାନଙ୍କର ଖୁସିରେ ନାଚିବାର ମଞ୍ଚ ପାଲଟିଯାଇଛି ତୁମର ଏହି ସ୍ଥିତିକୁ ମଞ୍ଚ ରୂପରେ ଦେଖାଇଛନ୍ତି (କାଳି ଦଳନର ଦୃଶ୍ୟ) । ତେଣୁ ଯେତେବେଳେ ତୁମେମାନେ ଏହି ବିକାର ଉପରେ ବିଜୟ ପ୍ରାପ୍ତ କରିବ ତେବେ କୁହାଯିବ ତପସ୍ୱୀମୂର୍ତ୍ତ, ପ୍ରୟୋଗୀ ଆତ୍ମା ।

ସ୍ଲୋଗାନ:-
ଯେଉଁମାନଙ୍କର ସ୍ୱଭାବ ମିଠା ଏବଂ ଶାନ୍ତ ସେମାନଙ୍କ ଉପରେ କ୍ରୋଧର ଭୂତ ଆକ୍ରମଣ କରିପାରିବ ନାହିଁ ।