04.02.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା କିଛି ପଢ଼ିଛ ସେଗୁଡିକୁ ଭୁଲିଯାଅ, ବଞ୍ଚି ଥାଉ ଥାଉ ମରିବା ଅର୍ଥାତ୍ ସବୁ କିଛି ଭୁଲିଯିବା, ପଛ କଥା କିଛି ବି ମନେ ନ ରହୁ ।

ପ୍ରଶ୍ନ:-
ଯେଉଁମାନେ ବଞ୍ଚି ଥାଉ ଥାଉ ପୂର୍ଣ୍ଣ ରୂପରେ ମରିନାହାଁନ୍ତି ସେମାନଙ୍କର ଲକ୍ଷଣ କଣ ହୋଇଥିବ ?

ଉତ୍ତର:-
ସେମାନେ ବାବାଙ୍କ ସହିତ ମଧ୍ୟ ଯୁକ୍ତିତର୍କ କରିବେ । ଶାସ୍ତ୍ର ପୁରାଣର ଉଦାହରଣ ଦେବେ । ଯେଉଁମାନେ ସଂପୂର୍ଣ୍ଣ ମରିଯାଇଛନ୍ତି ସେମାନେ କହିବେ ବାବା ଯାହା ଶୁଣାଉଛନ୍ତି ତାହା ହିଁ ସତ୍ୟ ଅଟେ । ଆମେ ଅଧାକଳ୍ପ ଯାହାସବୁ ଶୁଣିଥିଲୁ ତାହା ମିଥ୍ୟା ଥିଲା, ସେଥିପାଇଁ ଏବେ ସେଗୁଡକି ମୁଖରେ ମଧ୍ୟ ଉଚ୍ଚାରଣ କରିବାର ନାହିଁ । ବାବା କହୁଛନ୍ତି ଖରାପ କଥା ଶୁଣ ନାହିଁ, ଖରାପ କଥା କୁହ ନାହିଁ ।

ଗୀତ:-
ଓମ୍ ନମୋ ଶିବାୟ ....

ଓମ୍ ଶାନ୍ତି ।
ପିଲାମାନଙ୍କୁ ବୁଝାଯାଇଛି ଯେତେବେଳେ ଶାନ୍ତିରେ ବସାଉଛ ଯାହାକୁ ନିଷ୍ଠା ବୋଲି କୁହାଯାଉଛି, ସେତେବେଳେ ଏହି ଡ୍ରିଲ୍ ଶିଖାଯାଉଛି । ଏବେ ବାବା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି ଯେଉଁମାନେ ବଞ୍ଚି ଥାଉ ଥାଉ ମରିଯାଇଛନ୍ତି, ସେମାନେ କହୁଛନ୍ତି ଆମେ ବଞ୍ଚି ଥାଉ ଥାଉ ମରିଯାଇଛୁ । ଯେପରି ମନୁଷ୍ୟ ମରିଗଲେ ସବୁ କିଛି ଭୁଲିଯାଇଥାଏ କେବଳ ସଂସ୍କାର ରହିଯାଏ । ଏବେ ତୁମେ ମଧ୍ୟ ବାବାଙ୍କର ହୋଇ ଏହି ଦୁନିଆରୁ ମରିଯାଇଛ । ବାବା କହୁଛନ୍ତି ତୁମ ପାଖରେ ଭକ୍ତିର ସଂସ୍କାର ଥିଲା, ଏବେ ସେହି ସଂସ୍କାର ବଦଳୁଛି ତେଣୁ ବଞ୍ଚି ଥାଉ ଥାଉ ମରିଯାଉଛ ନା । ମନୁଷ୍ୟ ଯାହା ପଢ଼ିଥାଏ ମରିଗଲା ପରେ ସବୁ କିଛି ଭୁଲିଯାଏ ପୁଣି ପର ଜନ୍ମରେ ନୂଆ ଭାବରେ ପାଠପଢ଼ିବାକୁ ପଡ଼ିଥାଏ । ବାବା ମଧ୍ୟ କହୁଛନ୍ତି ତୁମେ ଯାହା କିଛି ପଢ଼ିଛ ତାକୁ ଭୁଲିଯାଅ । ତୁମେ ବାବାଙ୍କର ହୋଇଛ ନା । ମୁଁ ତୁମକୁ ନୂଆ କଥା ଶୁଣାଉଛି । ତେଣୁ ଏବେ ବେଦ, ଶାସ୍ତ୍ର, ଗ୍ରନ୍ଥ, ଜପ, ତପ ଆଦି ସବୁ କଥା ଭୁଲିଯାଅ । ସେଥିପାଇଁ କହୁଛନ୍ତି ଖରାପ କଥା ଶୁଣନାହିଁ, ଖରାପ କଥା ଦେଖ ନାହିଁ ... । ଏହା ତୁମ ପିଲାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ । କେହି କେହି ବହୁତ ଶାସ୍ତ୍ର ଆଦି ପଢ଼ିଥାନ୍ତି, ପୂର୍ଣ୍ଣ ରୂପରେ ମରିନାହାଁନ୍ତି ସେମାନେ ଫାଲତୁ ଯୁକ୍ତି ତର୍କ କରିଥାନ୍ତି । ପୂରା ମରିଗଲେ କେବେ ବି ଯୁକ୍ତିତର୍କ କରିବେ ନାହିଁ । କହିବେ ବାବା ଯାହା ଶୁଣାଉଛନ୍ତି ତାହା ହିଁ ସତ୍ୟ, ବାକି କଥା ଆମେ ମୁଖରେ କାହିଁକି ଧରିବୁ! ବାବା କହୁଛନ୍ତି ଏକଥା ମୁଖରେ ଧର ନାହିଁ । ଖରାପ କଥା ଶୁଣ ନାହିଁ । ବାବା ନିର୍ଦ୍ଦେଶ ଦେଉଛନ୍ତି ନା କିଛି ମଧ୍ୟ ଶୁଣନାହିଁ । କୁହ ଏବେ ଆମେ ଜ୍ଞାନ ସାଗରଙ୍କର ସନ୍ତାନ ହୋଇଛୁ ତେଣୁ ଭକ୍ତିକୁ କାହିଁକି ମନେ ପକାଇବୁ! ଆମେ ଏକମାତ୍ର ଭଗବାନଙ୍କୁ ହିଁ ମନେପକାଉଛୁ । ବାବା କହୁଛନ୍ତି ଭକ୍ତିମାର୍ଗକୁ ଭୁଲିଯାଅ । ମୁଁ ତୁମକୁ ସହଜ କଥା ଶୁଣାଉଛି । ବୀଜକୁ ମନେପକାଅ ତେବେ ସାରା ବୃକ୍ଷ ବୁଦ୍ଧିରେ ଆସିଯିବ । ଗୀତା ତୁମର ମୁଖ୍ୟ ଶାସ୍ତ୍ର ଅଟେ । ଗୀତାରେ ହିଁ ଭଗବାନ ବୁଝାଇଛନ୍ତି । ତେବେ ଏହା ହେଉଛି ନୂଆ କଥା । ନୂଆ କଥା ଉପରେ ସର୍ବଦା ଅଧିକ ଧ୍ୟାନ ଦିଆଯାଇଥାଏ । କଥା ମଧ୍ୟ ବହୁତ ସାଧାରଣ ଅଟେ । ସବୁଠାରୁ ବଡ଼ କଥା ହେଲା ତାଙ୍କୁ ମନେ ପକାଇବା । ତେଣୁ ବାରମ୍ବାର କହିବାକୁ ପଡ଼ୁଛି ମନମନାଭବ । ବାବାଙ୍କୁ ମନେ ପକାଅ, ଏହା ବହୁତ ଗୁହ୍ୟ କଥା । ଏଥିରେ ହିଁ ବିଘ୍ନ ପଡ଼ୁଛି । ଅନେକ ସନ୍ତାନ ଅଛନ୍ତି ଯିଏକି ସାରା ଦିନ ଭିତରେ ଦୁଇ ମିନିଟ୍ ମଧ୍ୟ ମନେ ପକାଉ ନାହାଁନ୍ତି । ବାବାଙ୍କର ହୋଇ ମଧ୍ୟ ଭଲ କର୍ମ କରୁନାହାଁନ୍ତି, ତେଣୁ ମନେ ମଧ୍ୟ ପକାଉ ନାହାଁନ୍ତି, ବିକର୍ମ କରି ଚାଲିଛନ୍ତି । ବୁଦ୍ଧିରେ ରହୁନାହିଁ ତେଣୁ କୁହାଯିବ ଏହା ବାବାଙ୍କ ଆଜ୍ଞାର ନିରାଦର ଅଟେ, ସେମାନେ ପାଠ ପଢ଼ିପାରିବେ ନାହିଁ, ତାଙ୍କୁ ସେହିଭଳି ଶକ୍ତି ମଧ୍ୟ ମିଳିବ ନାହିଁ । ଶାରୀରିକ ପାଠପଢ଼ା ଦ୍ୱାରା ମଧ୍ୟ ବଳ ମିଳିଥାଏ ନା । ପାଠପଢ଼ା ରୋଜଗାରର ଆଧାର ଅଟେ । ଶରୀର ନିର୍ବାହ ହୋଇଥାଏ ତାହା ମଧ୍ୟ ଅଳ୍ପ କାଳ ପାଇଁ । ଯଦି କେହି ପଢ଼ୁ-ପଢ଼ୁ ମରିଯାଆନ୍ତି ତେବେ ସେ ପାଠପଢ଼ା କଣ ସାଥିରେ ନେଇଯିବେ । ପରଜନ୍ମରେ ପୁଣି ନୂଆ ରୂପରେ ପାଠ ପଢ଼ିବାକୁ ପଡ଼ିବ । ଏଠାରେ ତ ତୁମେ ଯେତେ ପଢ଼ିବ, ତାକୁ ସାଥିରେ ନେଇଯିବ କାହିଁକି ନା ତୁମେ ପରଜନ୍ମରେ ପ୍ରାରବ୍ଧ ପାଉଛ । ବାକି ସେ ସବୁ ହେଉଛି ଭକ୍ତିମାର୍ଗ । କଣ- କଣ ଜିନିଷ ସବୁ ରହିଛି, ଏକଥା କେହି ଜାଣିନାହାଁନ୍ତି । ଆତ୍ମିକ ପିତା ତୁମ ଆତ୍ମାମାନଙ୍କୁ ଜ୍ଞାନ ଦେଉଛନ୍ତି । ତେବେ କଳ୍ପରେ ଥରେ ମାତ୍ର ବାବା ଅର୍ଥାତ୍ ପରମାତ୍ମା ଆସି ଆତ୍ମାମାନଙ୍କୁ ଜ୍ଞାନ ଦେଉଛନ୍ତି, ଯାହା ଦ୍ୱାରା ତୁମେମାନେ ବିଶ୍ୱର ମାଲିକ ହୋଇଯାଉଛ । ଭକ୍ତିମାର୍ଗରେ ସ୍ୱର୍ଗ ନଥାଏ । ଏବେ ତୁମେ ଧନୀଙ୍କର ଅର୍ଥାତ୍ ବାବାଙ୍କର ହୋଇଛ । ମାୟା ଅନେକ ଥର ପିଲାମାନଙ୍କୁ ଅନାଥ କରିଦେଇଥାଏ, ଛୋଟ-ଛୋଟ କଥାରେ ପରସ୍ପର ସହିତ ଲଢ଼େଇ କରିଥାନ୍ତି । ବାବାଙ୍କ ସ୍ମୃତିରେ ରହୁ ନାହାଁନ୍ତି ତେଣୁ ଅନାଥ ହେଲେ ନା । ଅନାଥ ହେଲେ ନିଶ୍ଚିତ କିଛି ନା କିଛି ପାପ କର୍ମ କରି ଦେବେ । ବାବା କହୁଛନ୍ତି ମୋର ହୋଇ ମୋର ନାମ ବଦନାମ କର ନାହିଁ । ପରସ୍ପର ସହିତ ବହୁତ ସ୍ନେହରେ ଚାଲ, ଓଲଟା-ସିଧା କଥା କୁହ ନାହିଁ ।

ବାବାଙ୍କୁ ଏହିପରି ଅହଲ୍ୟା, କୁବ୍ଜା, ଶବରୀମାନଙ୍କୁ ଉଦ୍ଧାର କରିବାକୁ ପଡ଼ୁଛି । କହନ୍ତି ଯେ ଶବରୀର କୋଳି ଖାଇଥିଲେ । ଏହିପରି କଣ କେବେ ଶବରୀ ଠାରୁ ଖାଇବେ । ଶବରୀରୁ ଯେତେବେଳେ ବ୍ରାହ୍ମଣୀ ହୋଇଯାଉଛନ୍ତି ତେବେ ପୁଣି କାହିଁକି ନ ଖାଇବେ! ସେଥିପାଇଁ ବ୍ରହ୍ମାଭୋଜନର ମହିମା ରହିଛି । ଶିବ ବାବା ତ ଖାଇବେ ନାହିଁ । ସେ ତ ଅଭୋକ୍ତା ଅଟନ୍ତି । ବାକି ଏହି ରଥ ତ ଖାଉଛନ୍ତି ନା । ତୁମେ କାହା ସହିତ ଯୁକ୍ତିତର୍କ କରିବା ଦରକାର ନାହିଁ । ସର୍ବଦା ନିଜକୁ ନିରାପଦରେ ରଖିବା ଦରକାର । ଦୁଇଟି ଅକ୍ଷର ହିଁ କୁହ ଶିବବାବା କହୁଛନ୍ତି । ଶିବବାବାଙ୍କୁ ହିଁ ରୁଦ୍ର କୁହାଯାଉଛି । ରୁଦ୍ର ଜ୍ଞାନ ଯଜ୍ଞରୁ ବିନାଶ ଜ୍ୱାଳା ବାହାରୁଛି ତେଣୁ ରୁଦ୍ର ଭଗବାନ ହେଲେ ନା । କୃଷ୍ଣଙ୍କୁ ତ ରୁଦ୍ର କୁହାଯିବ ନାହିଁ । ବିନାଶ ମଧ୍ୟ କୃଷ୍ଣ କରାଉନାହାଁନ୍ତି । ବାବା ହିଁ ସ୍ଥାପନା, ବିନାଶ, ପାଳନା କରାଉଛନ୍ତି । ନିଜେ କିଛି କରୁନାହାଁନ୍ତି, ନଚେତ୍ ଦୋଷ ହୋଇଯିବ । ସେ କରନକରାବନହାର (କରିକରାଇଲାବାଲା) ଅଟନ୍ତି । ବାବା କହୁଛନ୍ତି ବିନାଶ କର ଏକଥା ମୁଁ କହୁନାହିଁ । ଏସବୁ କିଛି ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଶଙ୍କର କଣ କରୁଛନ୍ତି କି ? କିଛି ମଧ୍ୟ ନୁହେଁ । କେବଳ ଗାୟନ ରହିଛି ଯେ ଶଙ୍କରଙ୍କ ଦ୍ୱାରା ବିନାଶ ହେଉଛି । ବାକି ବିନାଶ ତ ସେ ସ୍ୱତଃ କରୁଛନ୍ତି । ଏହା ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ରଚୟିତା ବାବାଙ୍କୁ ହିଁ ସମସ୍ତେ ଭୁଲିଯାଇଛନ୍ତି । କହୁଛନ୍ତି ଈଶ୍ୱର ପିତା ରଚୟିତା ଅଟନ୍ତି କିନ୍ତୁ ତାଙ୍କୁ କେହି ବି ଜାଣିନାହାଁନ୍ତି । ଜାଣିଛନ୍ତି ଯେ ସେ ଦୁନିଆର ସୃଷ୍ଟି କରୁଛନ୍ତି । ବାବା କହୁଛନ୍ତି ମୁଁ ସୃଷ୍ଟି ରଚନା କରୁନାହିଁ, ସୃଷ୍ଟିକୁ ପରିବର୍ତ୍ତନ କରୁଛି । କଳିଯୁଗକୁ ସତ୍ୟଯୁଗ କରୁଛି । ମୁଁ ସଙ୍ଗମଯୁଗରେ ଆସୁଛି, ସେଥିପାଇଁ ଗାୟନ ରହିଛି ସୁପ୍ରିମ ଅସ୍ପିସିୟସ୍ ଯୁଗ (ପୁରୁଷୋତ୍ତମ କଲ୍ୟାଣକାରୀ ଯୁଗ) । ଭଗବାନ କଲ୍ୟାଣକାରୀ ଅଟନ୍ତି, ସିଏ ସମସ୍ତଙ୍କର କଲ୍ୟାଣ କରୁଛନ୍ତି କିନ୍ତୁ କିପରି ଏବଂ କଣ କଲ୍ୟାଣ କରୁଛନ୍ତି, ଏକଥା କିଛି ଜାଣିନାହିାଁନ୍ତି । ଇଂରାଜୀରେ ଲିବରେଟ୍ର (ମୁକ୍ତିଦାତା), ଗାଇଡ୍ (ପଥପ୍ରଦର୍ଶକ) କହୁଛନ୍ତି କିନ୍ତୁ ଏହାର ଅର୍ଥକୁ ବୁଝିପାରୁ ନାହାଁନ୍ତି । କହୁଛନ୍ତି ଭକ୍ତି ପରେ ଭଗବାନ ମିଳିବେ, ସମସ୍ତଙ୍କୁ ସଦ୍ଗତି ମିଳିବ । ସମସ୍ତଙ୍କର ସଦ୍ଗତି ତ କୌଣସି ମନୁଷ୍ୟ କରିପାରିବେ ନାହିଁ । ନଚେତ୍ ପରମାତ୍ମାଙ୍କୁ ପତିତ-ପାବନ ସମସ୍ତଙ୍କର ସଦ୍ଗତି ଦାତା ବୋଲି କାହିଁକି ଗାୟନ କରାଯାଇଛି ? ବାବାଙ୍କୁ କେହି ମଧ୍ୟ ଜାଣିନାହାଁନ୍ତି, ସମସ୍ତେ ଅନାଥ ହୋଇଯାଇଛନ୍ତି । ବାବାଙ୍କ ଠାରୁ ବିପରୀତ ବୁଦ୍ଧି ହୋଇଯାଇଛି । ଏବେ ବାବା କଣ କରିବେ । ବାବା ତ ନିଜେ ମାଲିକ ଅଟନ୍ତି । ତାଙ୍କର ଶିବଜୟନ୍ତୀ ମଧ୍ୟ ଭାରତରେ ପାଳନ କରୁଛନ୍ତି । ବାବା କହୁଛନ୍ତି ମୁଁ ଆସିଛି ଭକ୍ତମାନଙ୍କୁ ଫଳ ଦେବାପାଇଁ । ମୁଁ ଭାରତରେ ହିଁ ଆସୁଛି । ଆସିବା ପାଇଁ ମୋର ଶରୀର ତ ନିଶ୍ଚୟ ଦରକାର ନା । ପ୍ରେରଣା ଦ୍ୱାରା କିଛି ହେବ ନାହିଁ । ଏହାଙ୍କ ଶରୀରରେ ପ୍ରବେଶ କରି, ଏହାଙ୍କ ମୁଖ ଦ୍ୱାରା ତୁମକୁ ଜ୍ଞାନ ଦେଉଛି । ଏଥିରେ ଗଉମୁଖର କଥା ନୁହେଁ । ଏହା ତ ଏହି ମୁଖର କଥା ଅଟେ । ମୁଖ ତ ମନୁଷ୍ୟର ଦରକାର, ଜୀବଜନ୍ତୁଙ୍କର ନୁହେଁ । ଏତିକି ମଧ୍ୟ ବୁଦ୍ଧି କାମ କରୁନାହିଁ । ଅନ୍ୟପଟେ ପୁଣି ଭାଗୀରଥ ଦେଖାଉଛନ୍ତି, ସେ କିପରି ଏବଂ କେବେ ଆସୁଛନ୍ତି, ଟିକିଏ ହେଲେ କାହାକୁ ଜଣା ନାହିଁ । ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି ଯେ ତୁମେ ମରିଯାଇଛ ତେଣୁ ଭକ୍ତିମାର୍ଗକୁ ଏକଦମ୍ ଭୁଲିଯାଅ । ଶିବ ଭଗବାନୁଉବାଚ ମୋତେ ମନେପକାଇଲେ ବିକର୍ମ ବିନାଶ ହୋଇଯିବ । ମୁଁ ହିଁ ପତିତ-ପାବନ ଅଟେ । ତୁମେ ପବିତ୍ର ହୋଇଯିବ ପୁଣି ମୁଁ ସମସ୍ତଙ୍କୁ ଘରକୁ ନେଇଯିବି । ଘରେ-ଘରେ ଏହି ସନ୍ଦେଶ ଦେଇଦିଅ । ବାବା କହୁଛନ୍ତି ମୋତେ ମନେପକାଅ ତେବେ ବିକର୍ମ ବିନାଶ ହୋଇଯିବ । ତୁମେ ପବିତ୍ର ହୋଇଯିବ । ବିନାଶ ସମ୍ମୁଖରେ ରହିଛି । ତୁମେ ଡାକୁଛ ମଧ୍ୟ ହେ ପତିତ-ପାବନ ଆସ, ପତିତମାନଙ୍କୁ ପବିତ୍ର କରାଅ, ରାମରାଜ୍ୟ ସ୍ଥାପନ କର, ରାବଣ ରାଜ୍ୟରୁ ମୁକ୍ତ କର । ପ୍ରତ୍ୟେକ ନିଜ-ନିଜ ପାଇଁ ଚେଷ୍ଟା କରୁଛନ୍ତି । ବାବା କହୁଛନ୍ତି ମୁଁ ଆସି ସମସ୍ତଙ୍କୁ ମୁକ୍ତି ପ୍ରଦାନ କରୁଛି । ସମସ୍ତେ ୫ ବିକାର ରୂପୀ ରାବଣର ଜେଲ୍ରେ ପଡ଼ିଛନ୍ତି । ମୁଁ ସମସ୍ତଙ୍କର ସଦ୍ଗତି କରୁଛି । ମୋତେ ଦୁଃଖହର୍ତ୍ତା ସୁଖକର୍ତ୍ତା ବୋଲି କୁହାଯାଉଛି । ରାମରାଜ୍ୟ ତ ନିଶ୍ଚିତ ନୂଆ ଦୁନିଆରେ ହେବ ।

ତୁମ ପାଣ୍ଡବମାନଙ୍କର ଏବେ ପ୍ରୀତି ବୁଦ୍ଧି ଅଟେ । ଏମିତି ଅନେକ ଅଛନ୍ତି ଯେଉଁମାନଙ୍କର ତୁରନ୍ତ ପ୍ରୀତବୁଦ୍ଧି ହୋଇଯାଏ । କାହାର ପୁଣି ଧିରେ-ଧିରେ ହୋଇଥାଏ । କେହି ତ କହନ୍ତି ବାସ୍ ଆମେ ସବୁ କିଛି ବାବାଙ୍କୁ ଅର୍ପଣ କରିଦେବୁ । ଏକମାତ୍ର ବାବାଙ୍କ ବିନା ଦ୍ୱିତୀୟ ଆମର କେହି ନାହାଁନ୍ତି । ସମସ୍ତଙ୍କର ସାହାରା ଏକମାତ୍ର ଭଗବାନ ହିଁ ଅଟନ୍ତି । ଏହା କେତେ ସରଳରୁ ସରଳ କଥା । ବାବାଙ୍କୁ ଏବଂ ଚକ୍ରକୁ ମନେ ପକାଅ ତେବେ ଚକ୍ରବର୍ତ୍ତୀ ରାଜା-ରାଣୀ ହୋଇଯିବ । ବିଶ୍ୱର ମାଲିକ ହେବା ପାଇଁ ହିଁ ଏହି ସ୍କୁଲ୍ ରହିଛି, ସେଥିପାଇଁ ଚକ୍ରବର୍ତ୍ତୀ ରାଜା ନାମ ରଖାଯାଇଛି । ଚକ୍ରକୁ ଜାଣିଲେ ଚକ୍ରବର୍ତ୍ତୀ ରାଜା ହୋଇପାରିବ । ଏକଥା ବାବା ହିଁ ବୁଝାଉଛନ୍ତି । ସେଥିପାଇଁ କିଛି ଯୁକ୍ତିତର୍କ କରିବା ଅନୁଚିତ୍ । କୁହ ଭକ୍ତିମାର୍ଗର ସବୁକଥା ଛାଡ଼ । ବାବା କହୁଛନ୍ତି କେବଳ ମୋତେ ମନେପକାଅ । ଏହା ହିଁ ମୂଳ କଥା ଅଟେ । ଯେଉଁମାନେ ତୀବ୍ର ପୁରୁଷାର୍ଥୀ ସେମାନେ ପାଠପଢ଼ାରେ ଲାଗିଯାଇଥାନ୍ତି, ଯାହାଙ୍କର ପାଠପଢ଼ା ପ୍ରତି ସଉକ ଥାଏ ସେ ସକାଳୁ ସକାଳୁ ଉଠି ପାଠ ପଢ଼ିଥାନ୍ତି । ଭକ୍ତିମାର୍ଗରେ ମଧ୍ୟ ସମସ୍ତେ ସକାଳୁ ଉଠିଥାନ୍ତି । କେତେକ ନବଧା ଭକ୍ତି ମଧ୍ୟ କରିଥାନ୍ତି, ମୁଣ୍ଡ କାଟିବାକୁ ଯିବା ସମୟରେ ତାଙ୍କୁ ସାକ୍ଷାତ୍କାର ହୋଇଥାଏ । ଏଠାରେ ତ ବାବା କହୁଛନ୍ତି ଏହି ସାକ୍ଷାତ୍କାର ମଧ୍ୟ କ୍ଷତିକାରକ ଅଟେ । ସାକ୍ଷାତ୍କାର କରିବା ଦ୍ୱାରା ପାଠପଢ଼ା ଏବଂ ଯୋଗ ଉଭୟ ବନ୍ଦ ହୋଇଯାଏ । ସମୟ ନଷ୍ଟ ହୋଇଥାଏ ସେଥିପାଇଁ ଧ୍ୟାନ ଆଦିର ସଉକ ତ ବିଲ୍କୁଲ୍ ରଖିବାର ନୁହେଁ । ଏହା ମଧ୍ୟ ବହୁତ ବଡ଼ ରୋଗ ଅଟେ ଯାହା ଦ୍ୱାରା ମାୟାର ପ୍ରବେଶତା ହୋଇଥାଏ । ଯେପରି ଯୁଦ୍ଧ ସମୟରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷକୁ ଯୁଦ୍ଧ ସମାଚାର ଶୁଣିବାରେ ମଧ୍ୟ ବିଶୃଂଖଳା ସୃଷ୍ଟି କରିଥାନ୍ତି ସେହିପରି ମାୟା ମଧ୍ୟ ବହୁତଙ୍କୁ ବିଘ୍ନ ପକାଇଥାଏ । ବାବାଙ୍କୁ ମନେ ପକାଇବାକୁ ଦିଏ ନାହିଁ । ତେବେ ଜଣାପଡିଯାଏ ଯେ, ଏହାଙ୍କ ଭାଗ୍ୟରେ ବହୁତ ବିଘ୍ନ ଅଛି । ଦେଖିବାକୁ ହୁଏ ୟାଙ୍କ ଭିତରେ ମାୟା ପ୍ରବେଶ କରି ନାହିଁ ତ ? ମର୍ଯାଦା ବର୍ହିଭୁତ କଥା କିଛି କହୁନାହିଁ ତ ? ଯଦି ସେପରି କହୁଥାନ୍ତି ତେବେ ବାବା ତୁମକୁ ତଳକୁ ପଠାଇ ଦିଅନ୍ତି ଅର୍ଥାତ୍ ସାକ୍ଷାତ୍କାର ବନ୍ଦ କରିଦିଅନ୍ତି । ବହୁତ ଲୋକ କହିଥାନ୍ତି ଯଦି ଆମକୁ ସାକ୍ଷାତ୍କାର ତେବେ ଆମେ ସବୁ ଧନ ସମ୍ପତ୍ତି ଦେଇଦେବୁ । ବାବା କହୁଛନ୍ତି ତୁମେ ତୁମର ଧନ ସମ୍ପତ୍ତି ନିଜ ପାଖରେ ହିଁ ରଖ । ଭଗବାନଙ୍କୁ ତୁମ ଟଙ୍କା ପଇସାର କଣ ଦରକାର ? ବାବା ତ ଜାଣିଛନ୍ତି ଏହି ପୁରୁଣା ଦୁନିଆରେ ଯାହା କିଛି ଅଛି, ସବୁ ଭସ୍ମ ହୋଇଯିବ । ବାବା ସେସବୁ ନେଇ କଣ କରିବେ ? ବାବାଙ୍କ ପାଖରେ ତ ଗରିବ ପିଲାମାନଙ୍କର ଗୋଟିଏ ଗୋଟିଏ ପଇସାରେ ସେବା ହୋଇଯାଉଛି । ବାବା କହୁଛନ୍ତି ମୋ ନିର୍ଦ୍ଦେଶ ଅନୁସାରେ ଚାଲି ଯାହାକିଛି ବି ତୋ ପାଖରେ ଅଛି ସେଥିରେ ଏହି ସେଣ୍ଟର ଖୋଲ ଯାହାକି ବିଶ୍ୱବିଦ୍ୟାଳୟ ସହିତ ଡାକ୍ତରଖାନା ମଧ୍ୟ ଅଟେ । ଯେଉଁଠାରେ ଯେ କେହି ବି ଆସି ପାଠପଢି ବିଶ୍ୱର ମାଲିକ ହୋଇପାରିବେ । ତିନିପାଦ ପୃଥିବୀ ଉପରେ ବସି ଅନ୍ୟମାନଙ୍କୁ ନରରୁ ନାରାୟଣ କରିବାକୁ ହେବ । କିନ୍ତୁ ୩ ପାଦ ପୃଥିବୀ ମଧ୍ୟ ମିଳୁନାହିଁ । ବାବା କହୁଛନ୍ତି ମୁଁ ତୁମକୁ ସବୁ ବେଦ-ଶାସ୍ତ୍ରର ସାର କଥା ଶୁଣାଉଛି । ଏହି ଶାସ୍ତ୍ର ସବୁ ଭକ୍ତିମାର୍ଗର ଅଟେ । ବାବା କୌଣସି ନିନ୍ଦା କରୁନାହାଁନ୍ତି । ଏହିପରି ଖେଳ ତିଆରି ହୋଇଛି । ଏକଥା କେବଳ ବୁଝାଇବା ନିମନ୍ତେ କୁହାଯାଉଛି । ତଥାପି ଏହା ତ ଖେଳ ଅଟେ ନା । ଖେଳର ଆମେ ନିନ୍ଦା କରିପାରିବୁ ନାହିଁ । ଆମେ କହୁଛୁ ହେ ଜ୍ଞାନ ସୂର୍ଯ୍ୟ, ଜ୍ଞାନ ଚନ୍ଦ୍ରମା ତେଣୁ ସେମାନେ ପୁଣି ଚନ୍ଦ୍ରରେ ଯାଇ ଖୋଜୁଛନ୍ତି । ସେଠାରେ କଣ ରାଜପଦ ରଖାଯାଇଛି କି ? ଜାପାନୀ ଲୋକମାନେ ସୂର୍ଯ୍ୟଙ୍କୁ ମାନିଥାନ୍ତି । ଆମେ ସୂର୍ଯ୍ୟବଂଶୀ ବୋଲି କହୁଛୁ, ସେମାନେ ପୁଣି ସୂର୍ଯ୍ୟଙ୍କର ପୂଜା କରୁଛନ୍ତି, ସୂର୍ଯ୍ୟଙ୍କୁ ପାଣି ଦେଉଛନ୍ତି । ତେଣୁ ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ କୌଣସି କଥାରେ ଅଧିକ ଯୁକ୍ତିତର୍କ କରିବାର ନୁହେଁ । ଗୋଟିଏ କଥା ହିଁ ଶୁଣାଅ ଯେ ବାବା କହୁଛନ୍ତି ମୋତେ ମନେପକାଇଲେ ପବିତ୍ର ହୋଇଯିବ । ଏବେ ରାବଣ ରାଜ୍ୟରେ ସମସ୍ତେ ପତିତ ହୋଇଯାଇଛନ୍ତି । କିନ୍ତୁ ନିଜକୁ ପତିତ ବୋଲି କେହି ମାନୁନାହାଁନ୍ତି ।

ପିଲାମାନେ, ତୁମର ଗୋଟିଏ ଆଖିରେ ଶାନ୍ତିଧାମ, ଅନ୍ୟ ଆଖିରେ ସୁଖଧାମ ରହୁ ବାକି ଏହି ଦୁଃଖଧାମକୁ ଭୁଲିଯାଅ । ତୁମେ ଚୈତନ୍ୟ ଲାଇଟ୍ ହାଉସ ଅଟ । ଏବେ ପ୍ରଦର୍ଶନୀରେ ମଧ୍ୟ ନାମ ରଖାଯାଇଛି ଭାରତ ଦି ଲାଇଟ୍ ହାଉସ ... କିନ୍ତୁ ସେମାନେ କଣ ବୁଝିପାରିବେ । ତୁମେ ବର୍ତ୍ତମାନ ଲାଇଟ୍ ହାଉସ ଅଟ ନା । ବନ୍ଦରମାନଙ୍କରେ ଲାଇଟ୍ ହାଉସ ଷ୍ଟିମରକୁ ରାସ୍ତା ଦେଖାଇଥାଏ । ତୁମେ ମଧ୍ୟ ସମସ୍ତଙ୍କୁ ମୁକ୍ତି ଏବଂ ଜୀବନମୁକ୍ତିଧାମର ରାସ୍ତା ବତାଉଛ । କେହି ପ୍ରଦର୍ଶନୀକୁ ଆସିଲେ ତାଙ୍କୁ ବହୁତ ସ୍ନେହର ସହିତ କୁହ ଈଶ୍ୱର ପିତା ତ ସମସ୍ତଙ୍କର ଏକ ଅଟନ୍ତି ନା । ଈଶ୍ୱର ପିତା ଅଥବା ପରମପିତା କହୁଛନ୍ତି ଯେ ମୋତେ ମନେପକାଅ ତେବେ ନିଶ୍ଚୟ ମୁଖ ଦ୍ୱାରା କହିବେ ନା । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ଆମେ ସବୁ ବ୍ରାହ୍ମଣ-ବ୍ରାହ୍ମଣୀମାନେ ବ୍ରହ୍ମାମୁଖ ବଂଶାବଳୀ ଅଟୁ । ହଦର ବ୍ରାହ୍ମଣମାନେ ମଧ୍ୟ ତୁମ ବ୍ରାହ୍ମଣମାନଙ୍କର ମହିମାର ଗାୟନ କରିଥାନ୍ତି ଯେ ବ୍ରାହ୍ମଣ ଦେବତାୟ ନମଃ । ଏକମାତ୍ର ବାବା ହିଁ ସର୍ବୋଚ୍ଚ ଅଟନ୍ତି । ସେ କହୁଛନ୍ତି ମୁଁ ତୁମକୁ ସର୍ବୋଚ୍ଚ ରାଜଯୋଗ ଶିଖାଉଛି, ଯାହା ଦ୍ୱାରା ତୁମେ ସାରା ବିଶ୍ୱର ମାଲିକ ହେଉଛ । ସେହି ରାଜତ୍ତ୍ୱ ତୁମଠାରୁ କେହି ଛଡ଼ାଇ ନେଇପାରିବେ ନାହିଁ । ସମଗ୍ର ବିଶ୍ୱ ଉପରେ ଭାରତର ରାଜ୍ୟ ଚାଲିଥିଲା । ଭାରତର କେତେ ମହିମା ରହିଛି । ଏବେ ତୁମେ ଜାଣୁଛ ଯେ ଆମେ ଶ୍ରୀମତ ଆଧାରରେ ଏହି ରାଜ୍ୟ ସ୍ଥାପନ କରୁଛୁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ତୀବ୍ର ପୁରୁଷାର୍ଥୀ ହେବା ପାଇଁ ପାଠପଢ଼ା ପ୍ରତି ସଉକ ରଖିବାକୁ ହେବ । ସକାଳୁ-ସକାଳୁ ଉଠି ପାଠପଢ଼ିବାକୁ ହେବ । ସାକ୍ଷାତ୍କାର କରିବାର ଆଶା ରଖିବାର ନାହିଁ କାରଣ ଏଥିରେ ମଧ୍ୟ ସମୟ ନଷ୍ଟ ହେଉଛି ।

(୨) ଶାନ୍ତିଧାମ ଓ ସୁଖଧାମକୁ ମନେ ପକାଇବାକୁ ହେବ ଏବଂ ଏହି ଦୁଃଖଧାମକୁ ଭୁଲିଯିବାକୁ ହେବ । କାହା ସହିତ ମଧ୍ୟ ଯୁକ୍ତିତର୍କ ନ କରି ସ୍ନେହର ସହିତ ମୁକ୍ତି, ଜୀବନମୁକ୍ତିର ରାସ୍ତା ବତାଇବାକୁ ହେବ ।

ବରଦାନ:-
ନିମିତ୍ତ ଭାବ ଦ୍ୱାରା ସେବାରେ ସଫଳତା ପ୍ରାପ୍ତ କରି ଶ୍ରେଷ୍ଠ ସେବାଧାରୀ ହୁଅ ।

ନିମିତ୍ତ ଭାବ ସ୍ୱତଃ ଭାବରେ ସେବାରେ ସଫଳତା ପ୍ରଦାନ କରିଥାଏ । ଯଦି ନିମିତ୍ତ ଭାବ ନାହିଁ ତେବେ ସଫଳତା ମଧ୍ୟ ନାହିଁ । ଶ୍ରେଷ୍ଠ ସେବାଧାରୀ ଅର୍ଥାତ୍ ନିଜର ପ୍ରତ୍ୟେକ ପାଦ ବାବାଙ୍କର ପାଦ ଚିହ୍ନ ଉପରେ ରଖୁଥିବା ଅର୍ଥାତ୍ ପ୍ରତ୍ୟେକ କର୍ମକୁ ଅନୁକରଣ କରୁଥିବା ସନ୍ତାନ । ପ୍ରତ୍ୟେକ କର୍ମକୁ ଶ୍ରେଷ୍ଠମତ ଆଧାରରେ ଶ୍ରେଷ୍ଠ କରୁଥିବା ସନ୍ତାନ । ଯେତେଯେତେ ସେବା କ୍ଷେତ୍ରରେ, ସ୍ୱପୁରୁଷାର୍ଥରେ ବ୍ୟର୍ଥଭାବ ସମାପ୍ତ ହେଉଥିବ ସେତିକି ସେତିକି ସମର୍ଥ ମଧ୍ୟ ହେଉଥିବ ଏବଂ ସମର୍ଥ ଆତ୍ମା ପ୍ରତ୍ୟେକ ପଦକ୍ଷେପରେ ସଫଳତାକୁ ପ୍ରାପ୍ତ କରିଥାଏ । ତେବେ ଶ୍ରେଷ୍ଠ ସେବାଧାରୀ ସେହିମାନଙ୍କୁ କୁହାଯିବ ଯେଉଁମାନେ ସଦାସର୍ବଦା ନିଜର ଉମଙ୍ଗ-ଉତ୍ସାହରେ ରହୁଥିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଉମଙ୍ଗ-ଉତ୍ସାହ ଦେଉଥିବେ ।

ସ୍ଲୋଗାନ:-
ଯଦି ଈଶ୍ୱରୀୟ ସେବାରେ ନିଜକୁ ନିୟୋଜିତ କରିବ ତେବେ ସଦାସର୍ବଦା ଅଭିନନ୍ଦନ ପ୍ରାପ୍ତ ହେବାକୁ ଲାଗିବ ।