04.03.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ସାରା ଦୁନିଆରେ ତୁମମାନଙ୍କ ଭଳି ପଦ୍ମାପଦ୍ମ ଭାଗ୍ୟଶାଳୀ ବିଦ୍ୟାର୍ଥୀ ଆଉ କେହି ନୁହଁନ୍ତି, ତୁମମାନଙ୍କୁ ନିଜେ ଜ୍ଞାନର ସାଗର ବାବା ଶିକ୍ଷକ ହୋଇ ପାଠ ପଢାଉଛନ୍ତି ।

ପ୍ରଶ୍ନ:-
କେଉଁ ସଉକ ସଦାକାଳ ପାଇଁ ସ୍ଥାୟୀ ରହିଲେ ମୋହର ଆକର୍ଷଣ ତୁଟିଯିବ ?

ଉତ୍ତର:-
ଯଦି ସର୍ବଦା ସେବା କରିବାର ସଉକ ରହିବ ତେବେ ମୋହର ଆକର୍ଷଣ ତୁଟିଯିବ । ବୁଦ୍ଧିରେ ସର୍ବଦା ଏହି କଥା ରହିଥାଉ ଯେ ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ଏସବୁ ବିନାଶୀ ଅଟେ । ଏସବୁକୁ ଦେଖିଥାଇ ମଧ୍ୟ ଦେଖିବାର ନାହିଁ । ବାବାଙ୍କର ଶ୍ରୀମତ ହେଉଛି ହିଅର ନୋ ଇଭିଲ୍ (ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ) ..... ।

ଓମ୍ ଶାନ୍ତି ।
ଶିବ ଭଗବାନୁବାଚ ସ୍ନେହୀ ଶାଳଗ୍ରାମମାନଙ୍କ ପ୍ରତି ଅର୍ଥାତ୍ ଆତ୍ମିକ ପିଲାମାନଙ୍କ ପ୍ରତି । ଏହା ତ ତୁମେମାନେ ବୁଝୁଛ ଯେ ଆମେମାନେ ହିଁ ସତ୍ୟଯୁଗୀ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲୁ, ତେବେ ଏହା ସର୍ବଦା ମନେ ରଖିବାକୁ ହେବ । ଆଦି ସନାତନ ଦେବୀ ଦେବତା ଧର୍ମକୁ ତ ବହୁତ ମାନୁଛନ୍ତି କିନ୍ତୁ ଦେବତା ଧର୍ମ ବଦଳରେ ହିନ୍ଦୁ ନାମ ରଖି ଦେଇଛନ୍ତି । ତୁମେ ଜାଣିଛ ଆମେମାନେ ଆଦି ସନାତନ ଧର୍ମରେ କେବେ ଥିଲୁ ? ପୁଣି ପୁନର୍ଜନ୍ମ ନେଇ-ନେଇ ଏହା ହୋଇଛୁ । ଏକଥା ଭଗବାନ ବସି ଆମକୁ ବୁଝାଉଛନ୍ତି । ଭଗବାନ କୌଣସି ଦେହଧାରୀ ମନୁଷ୍ୟ ନୁହଁନ୍ତି । ଅନ୍ୟ ସମସ୍ତଙ୍କର ତ ନିଜର ଦେହ (ଶରୀର) ଅଛି, କିନ୍ତୁ ଶିବବାବାଙ୍କୁ ବିଦେହୀ ଅର୍ଥାତ୍ ଅଶରୀର କୁହାଯାଏ । ତାଙ୍କର ନିଜର ଶରୀର ନାହିଁ, କିନ୍ତୁ ଅନ୍ୟ ସମସ୍ତଙ୍କର ଶରୀର ଅଛି । ତେଣୁ ନିଜକୁ ଏହିଭଳି ବିଦେହୀ ଭାବିବା ଦ୍ୱାରା କେତେ ମିଠା ଲାଗୁଛି । ପୂର୍ବରୁ ଆମେ କଣ ଥିଲୁ, ପୁଣି ଏବେ କଣ ହେଉଛୁ । ଏହି ଡ୍ରାମା କିପରି ତିଆରି ହୋଇଛି ଏହା ମଧ୍ୟ ତୁମେ ଏବେ ବୁଝୁଛ । ଏହି ଦେବୀ ଦେବତା ଧର୍ମ ହିଁ ପବିତ୍ର ଗୃହସ୍ଥ ଆଶ୍ରମ ଥିଲା । ଏବେ କିନ୍ତୁ ସେହି ଗୃହସ୍ଥ ଆଶ୍ରମ ନାହିଁ । ତୁମେ ଜାଣିଛ ଏବେ ଆମେ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛୁ । ହିନ୍ଦୁ ନାମ ତ ଏବେ ରଖାଯାଇଛି । ଏହାର ନାମ ଆଦି ସନାତନ ହିନ୍ଦୁ ଧର୍ମ ତ ନୁହେଁ । ବାବା ଅନେକ ଥର କହିଛନ୍ତି ଆଦି ସନାତନ ଧର୍ମର ଲୋକମାନଙ୍କୁ ବୁଝାଅ । ସେମାନଙ୍କୁ କୁହ, ଏଥିରେ ଲେଖ ଯେ ତୁମେ ଆଦି ସନାତନ ଦେବୀ-ଦେବତା ପବିତ୍ର ଧର୍ମର ନା ହିନ୍ଦୁ ଧର୍ମର ? ତେବେ ଯାଇ ସେମାନଙ୍କୁ ୮୪ ଜନ୍ମର ଚକ୍ର ବିଷୟରେ ଜଣାପଡିବ । ଏହି ଜ୍ଞାନ ତ ବହୁତ ସହଜ । କେବଳ ଲକ୍ଷ-ଲକ୍ଷ ବର୍ଷ କହି ଦେବା ଦ୍ୱାରା ମନୁଷ୍ୟ ଦ୍ୱନ୍ଦରେ ପଡିଯାଇଛନ୍ତି । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ସତ୍ତୋପ୍ରଧାନରୁ ତମୋପ୍ରଧାନ ହେବା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଦେବତା ଧର୍ମର ଆତ୍ମାମାନେ ହିଁ ୮୪ ଜନ୍ମ ନେଇ ନେଇ କେତେ ଛି ଛି ପତିତ ହୋଇଯାଇଛନ୍ତି । ପୂର୍ବରୁ ଭାରତ କେତେ ଉଚ୍ଚ ଥିଲା, ଏବେ ତାର ମହିମା କରିବା ଦରକାର । ଏବେ ପୁଣି ତମୋପ୍ରଧାନରୁ ସତ୍ତୋପ୍ରଧାନ ପୁରୁଣା ଦୁନିଆରୁ ନୂଆ ଦୁନିଆ ନିଶ୍ଚିତ ହେବ । ପରବର୍ତ୍ତୀ ସମୟରେ ତୁମ କଥାକୁ ସମସ୍ତେ ନିଶ୍ଚିତ ବୁଝିବେ । ସେମାନଙ୍କୁ କୁହଘୋର ନିଦ୍ରାରୁ ଜାଗ୍ରତ ହୁଅ । ବାବା ଏବଂ ସମ୍ପତ୍ତିକୁ ମନେ ପକାଅ । ତୁମମାନଙ୍କୁ ସାରା ଦିନ ଖୁସି ରହିବା ଦରକାର କାରଣ ସାରା ଦୁନିଆରେ, ସାରା ଭାରତରେ ତୁମମାନଙ୍କ ଭଳି ପଦ୍ମାପଦ୍ମ ଭାଗ୍ୟଶାଳୀ ବିଦ୍ୟାର୍ଥୀ ଆଉ କେହି ନୁହଁନ୍ତି । ତୁମେ ଜାଣୁଛ ଯେ ଆମେ ପୂର୍ବରୁ ଯାହା ଥିଲୁ ଏବେ ପୁଣି ସେହିଭଳି ହେବୁ । ବଛା ହୋଇ ପୁଣି ସେହିମାନେ ହିଁ ବାହାରିବେ ତେଣୁ ଏଥିରେ ତୁମକୁ ଦ୍ୱନ୍ଦରେ ପଡିବାର ନାହିଁ । ଯଦି କେହି ପ୍ରଦର୍ଶନୀରେ ଟିକିଏ ମଧ୍ୟ ଶୁଣି ଯାଉଛନ୍ତି ତେବେ ସିଏ ମଧ୍ୟ ପ୍ରଜା ହେବେ କାହିଁକି ନା ଅବିନାଶୀ ଜ୍ଞାନ ଧନର ତ କେବେ ବିନାଶ ହୁଏ ନାହିଁ । ଦିନକୁ ଦିନ ତୁମର ସଂସ୍ଥା ବଢିବାରେ ଲାଗିବ । ପୁଣି ଅନେକ ତୁମମାନଙ୍କ ନିକଟକୁ ଆସିବେ । ଏହିଭଳି ଧିୀରେ ଧୀରେ ଧର୍ମର ସ୍ଥାପନା ହୋଇଯିବ । ଯେପରି କେହି ବଡ ଲୋକ ବାହାରୁ ଆସନ୍ତି ତେବେ ତାଙ୍କୁ ଦେଖିବା ପାଇଁ କେତେ ମନୁଷ୍ୟ ଯାଇଥାନ୍ତି । ଏଠାରେ ତ ସେମିତି କିଛି ହୁଏ ନାହିଁ । ତୁମେ ଜାଣିଛ ଏହି ଦୁନିଆରେ ଯେତେ ବି ଜିନିଷ ଅଛି, ସବୁ ବିନାଶୀ ଅଟେ । ସେଗୁଡିକୁ ତୁମର ଦେଖିବାର ନାହିଁ । କୁହାଯାଏ ଖରାପ କଥା ଦେଖ ନାହିଁ.... ଏହି କଳିଯୁଗୀ ଅଳିଆ ଆବର୍ଜନା ସବୁ ଭସ୍ମ ହୋଇଯିବ । ତୁମେମାନେ ଯାହା କିଛି ବି ଦେଖୁଛ ମନୁଷ୍ୟ ଇତ୍ୟାଦି ସମସ୍ତେ କଳିଯୁଗୀ ଅଟନ୍ତି । ତୁମେ ହେଉଛ ସଂଗମଯୁଗୀ ବ୍ରାହ୍ମଣ । ତୁମ ବ୍ୟତୀତ କେହି ଜଣେ ହେଲେ ମଧ୍ୟ ସଂଗମଯୁଗକୁ ଜାଣି ନାହାଁନ୍ତି । ତେଣୁ ତୁମେ ଏତିକି ମନେରଖ ଯେ ଏହା ହେଉଛି ସଂଗମଯୁଗ, ଏବେ ଆମକୁ ଘରକୁ ଫେରିବାକୁ ହେବ । ତେଣୁ ସେଥିପାଇଁ ପବିତ୍ର ନିଶ୍ଚିତ ହେବାକୁ ପଡିବ । ଏବେ ବାବା କହୁଛନ୍ତି ଏହି କାମ ବିକାର ତୁମକୁ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଉଛି, ତେଣୁ ଏହା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଦୁନିଆରେ ଦେଖ ବିଷ ଅର୍ଥାତ୍ କାମ ବିକାର ପାଇଁ କେତେ ହଇରାଣ କରୁଛନ୍ତି । ସେଥିପାଇଁ ବାବା କହୁଛନ୍ତି କାମ ବିକାର ହେଉଛି ମହାଶତ୍ରୁ, ଏହା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ବର୍ତ୍ତମାନ ସମୟରେ ଦୁନିଆରେ ଅସଂଖ୍ୟ ମନୁଷ୍ୟ ଅଛନ୍ତି । ତୁମେ ଜଣ-ଜଣକୁ କେତେ ବୁଝାଇବ । ତୁମେ ଜଣକୁ ବୁଝାଇଲେ ଅନ୍ୟ ଜଣେ କହୁଛନ୍ତି ଏହା ତ ଯାଦୁ ଅଟେ, ପୁଣି ପାଠ ପଢିବା ଛାଡି ଦେଉଛନ୍ତି ସେଥିପାଇଁ ବାବା କହୁଛନ୍ତି ଆଦି ସନାତନ ଧର୍ମ ବାଲାଙ୍କୁ ବୁଝାଅ । ଆଦି ସନାତନ ଧର୍ମ ହିଁ ହେଉଛି ଦେବତା ଧର୍ମ । ତୁମେ ଅନ୍ୟମାନଙ୍କୁ ବୁଝାଉଛ ଯେ ଲକ୍ଷ୍ମୀ-ନାରାୟଣ ଏହି ପଦ କିପରି ପ୍ରାପ୍ତ କରିଲେ ? ମନୁଷ୍ୟରୁ ଦେବତା କିପରି ହେଲେ ? ତେବେ ଏହା ନିଶ୍ଚିତ ତାଙ୍କର ଅନ୍ତିମ ଜନ୍ମ ହୋଇଥିବ । ସିଏ ୮୪ ଜନ୍ମ ପୂରଣ କରି ଏବେ ଏହିଭଳି ହୋଇଛନ୍ତି । ଯେଉଁମାନଙ୍କୁ ସେବା କରିବାର ସଉକ ଅଛି ସେମାନେ ତ ଏହି ସେବାରେ ଲାଗି ରହିଥାନ୍ତି । ତେଣୁ ସେମାନଙ୍କର ଅନ୍ୟ ସବୁଥିରୁ ମୋହ ତୁଟିଯାଇଥାଏ । ତୁମେ ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ସେସବୁକୁ ଭୁଲିବାକୁ ହେବ । ଯେପରିକି ସେଗୁଡିକୁ ଦେଖୁ ହିଁ ନାହଁ । ତେଣୁ ସି ନୋ ଇଭିଲ୍ (ଖରାପ କଥା ଦେଖ ନାହିଁ)..... । ମନୁଷ୍ୟ ତ ଉଦାହରଣ ରୂପରେ ମାଙ୍କଡର ଚିତ୍ର ତିଆରି କରିଛନ୍ତି । ସେମାନେ ତ କିଛି ବି ବୁଝୁ ନାହାଁନ୍ତି । କନ୍ୟାମାନେ କେତେ ପରିଶ୍ରମ କରୁଛନ୍ତି । ଯେଉଁମାନେ ଅନ୍ୟମାନଙ୍କୁ ବୁଝାଇ ଯୋଗ୍ୟ କରାଉଛନ୍ତି, ବାବା ସେମାନଙ୍କୁ ସାବାସୀ ଦେଉଛନ୍ତି, ପୁରସ୍କାର ମଧ୍ୟ ତାଙ୍କୁ ମିଳେ ଯିଏ କାର୍ଯ୍ୟ କରି ଦେଖାଇଥାନ୍ତି । ତୁମେ ଜାଣିଛ ବାବା ଆମକୁ କେତେ ପୁରସ୍କାର ଦେବେ । ତେଣୁ ପ୍ରଥମ ପୁରସ୍କାର ହେଉଛି ସୂର୍ଯ୍ୟବଂଶୀ ରାଜଧାନୀ । ଦ୍ୱିତୀୟ ନମ୍ବର ହେଉଛି ଚନ୍ଦ୍ରବଂଶୀ ରାଜଧାନୀ । ସମସ୍ତଙ୍କୁ ତ କ୍ରମାନୁସାରେ ମିଳିବ । ଭକ୍ତିମାର୍ଗର ଶାସ୍ତ୍ର ମଧ୍ୟ କେତେ ତିଆରି କରୁଛନ୍ତି । ଏବେ ବାବା କହୁଛନ୍ତି ଏହି ଶାସ୍ତ୍ର ପଢିବା ଦ୍ୱାରା, ଯଜ୍ଞ-ତପ କରିବା ଦ୍ୱାରା ମୋ ସହିତ ତ କେହି ମିଶିପାରିବେ ନାହିଁ । ଦିନକୁ ଦିନ କେତେ ପାପ ଆତ୍ମା ହୋଇ ଚାଲିଛନ୍ତି । ପୁଣ୍ୟ ଆତ୍ମା ତ କେହି ହୋଇପାରିବେ ନାହିଁ । ବାବା ହିଁ ଆସି ପୁଣ୍ୟ ଆତ୍ମା କରୁଛନ୍ତି । ଗୋଟିଏ ହେଉଛି ହଦର ଦାନ-ପୁଣ୍ୟ, ଅନ୍ୟଟି ହେଉଛି ବେହଦର ଦାନ-ପୁଣ୍ୟ । ଭକ୍ତିମାର୍ଗରେ ତ ପରୋକ୍ଷ ଭାବରେ ଈଶ୍ୱର ଅର୍ଥେ ଦାନ ପୁଣ୍ୟ କରୁଛନ୍ତି କିନ୍ତୁ ଈଶ୍ୱର କାହାକୁ କୁହାଯାଏ ତାହା ଜାଣିନାହାଁନ୍ତି । ଏବେ ତୁମେମାନେ ହିଁ ଜାଣିଛ । ତୁମେ କହୁଛ ଯେ ଶିବବାବା ହିଁ ଆମକୁ କଣରୁ କଣ କରି ଦେଉଛନ୍ତି । ଭଗବାନ ତ ଜଣେ କିନ୍ତୁ ତାଙ୍କୁ ସମସ୍ତେ ସର୍ବବ୍ୟାପୀ ବୋଲି କହିଦେଉଛନ୍ତି । ତେଣୁ ସେମାନଙ୍କୁ ବୁଝାଇବା ଦରକାର ଯେ ତୁମେମାନେ କେତେ ବଡ ଭୁଲ କରିଛ । ସେମାନେ ତୁମ ନିକଟକୁ ଆସୁଛନ୍ତି ମଧ୍ୟ, ପୁଣି ଟିକିଏ ଶୁଣି ବାହାରକୁ ଗଲେ ସବୁ ଭୁଲିଯାଉଛନ୍ତି । ଯାହା ଶୁଣିଥାନ୍ତି ସବୁ ଏହିଠାରେ ହିଁ ରହିଯାଏ କାରଣ ସବୁ ଭୁଲି ଯାଇଥାନ୍ତି । ତୁମକୁ କହୁଛନ୍ତି ଜ୍ଞାନ ବହୁତ ଭଲ, ଆମେ ପୁଣି ଆସିବୁ । କିନ୍ତୁ ମୋହର ଆକର୍ଷଣ ତୁଟୁ ନାହିଁ । ମୋହଜୀତ୍ ରାଜାର ମଧ୍ୟ କେତେ ଭଲ କାହାଣୀ ରହିଛି । ମୋହଜୀତ୍ ରାଜାଙ୍କ ମଧ୍ୟରୁ ପ୍ରଥମ ହେଉଛନ୍ତି ଏହି ଲକ୍ଷ୍ମୀ-ନାରାୟଣ କିନ୍ତୁ ମନୁଷ୍ୟ ବୁଝୁ ନାହାଁନ୍ତି । ଏହା କେତେ ଆଶ୍ଚର୍ଯ୍ୟର କଥା । ରାବଣ ରାଜ୍ୟରେ ସିଢୀରେ ଖସି ଏକଦମ୍ ତଳକୁ ଚାଲିଯାଇଛନ୍ତି । ଛୋଟ ପିଲାମାନଙ୍କର ଏକ ଖେଳ ରହିଛି ଉପରକୁ ଚଢି ପୁଣି ତଳକୁ ଖସିଥାନ୍ତି । ତୁମର ମଧ୍ୟ ଏହି ଖେଳ ବହୁତ ସହଜ । ତେଣୁ ବାବା କହୁଛନ୍ତି ଭଲ ଭାବରେ ଧାରଣା କର । କୌଣସି ଛି-ଛି କର୍ମ କର ନାହିଁ ।

ବାବା କହୁଛନ୍ତି ମୁଁ ବୀଜରୂପ, ସତ୍ୟ-ଚିତ୍-ଆନନ୍ଦ ସ୍ୱରୂପ, ଜ୍ଞାନର ସାଗର । ତେବେ ଜ୍ଞାନର ସାଗର କଣ ସର୍ବଦା ପରମଧାମରେ ବସି ରହିବେ କି ? ନିଶ୍ଚିତ ଭାବରେ କେବେ ଆସି ଜ୍ଞାନ ଦେଉଥିବେ । ତେବେ ଜ୍ଞାନ କି ପ୍ରକାରର ଜିନିଷ, ଏହା ମଧ୍ୟ କାହାକୁ ଜଣା ନାହିଁ । ଏବେ ବାବା କହୁଛନ୍ତି ମୁଁ ତୁମକୁ ପାଠ ପଢାଇବା ପାଇଁ ଆସିଛି ତେଣୁ ତୁମକୁ ନିୟମିତ ପଢିବାକୁ ହେବ । ଗୋଟିଏ ଦିନ ମଧ୍ୟ ପାଠପଢା ମିସ୍ କରିବା ଉଚିତ୍ ନୁହେଁ । କାହିଁକି ନା ସେଥିରୁ କିଛି ନା କିଛି ଭଲ ପଏଣ୍ଟ ମିଳିଯିବ । ଯଦି ମୁରଲୀ ପଢିବ ନାହିଁ ତେବେ ନିଶ୍ଚିତ କିଛି ପଏଣ୍ଟ ମିସ୍ ହୋଇଯିବ । କାରଣ ମୁରଲୀରେ ଅସରନ୍ତି ପଏଣ୍ଟ ଅଛି । ଏହା ମଧ୍ୟ ସେମାନଙ୍କୁ ବୁଝାଇବାକୁ ହେବ ଯେ ତୁମେ ଭାରତବାସୀ ପୂର୍ବରୁ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲ । ଏବେ ଦେଖ କେତେ ଧର୍ମ ହୋଇଗଲାଣି । ପୁଣି ଇତିହାସର ନିଶ୍ଚିତ ପୁନରାବୃତ୍ତି ହେବ । ଏହା ହେଉଛି ଚଢିବା ଏବଂ ତଳକୁ ଖସିବାର ସିଢୀ । ଯେମିତି ଜିନକୁ ସିଢୀରେ ତଳ ଉପର ହେବାକୁ ଆଦେଶ ଦିଆଯାଇଥିଲା । ତେବେ ତୁମେ ସମସ୍ତେ ଜିନ୍ ଅଟ ନା । ତୁମେ ୮୪ ଜନ୍ମର ସିଢି ଚଢୁଛ ପୁଣି ତଳକୁ ଖସୁଛ । ଏବେ ଦେଖ କେତେ ଢେର ମନୁଷ୍ୟ ଅଛନ୍ତି । ପ୍ରତ୍ୟେକଙ୍କୁ କେତେ ଅଭିନୟ କରିବାକୁ ପଡୁଛି । ତୁମମାନଙ୍କୁ ତ ବହୁତ ଆଶ୍ଚର୍ଯ୍ୟ ଲାଗିବା ଦରକାର, କାରଣ ତୁମମାନଙ୍କୁ ବେହଦ ନାଟକର ପୂରା ପରିଚୟ ମିଳିଯାଇଛି । ସାରା ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଏବେ ତୁମେମାନେ ହିଁ ଜାଣିଛ । କୌଣସି ମନୁଷ୍ୟ ତ ଏହାକୁ ଜାଣିପାରିବେ ନାହିଁ । ସତ୍ୟଯୁଗରେ କାହାରି ମୁଖରୁ କୌଣସି କୁବଚନ ବାହାରେ ନାହିଁ । ଏଠାରେ ତ ପରସ୍ପରକୁ ଗାଳି ଦେଇ ଚାଲିଛନ୍ତି । କାରଣ ଏହା ହେଉଛି ବିଷୟ ବୈତରଣୀ ନଦୀ, ରୌରବ ନର୍କ । ସବୁ ମନୁଷ୍ୟ ଏବେ ରୌରବ ନର୍କରେ ପଡିଛନ୍ତି । ଏଠାରେ ତ ଯଥା ରାଜାରାଣୀ ତଥା ପ୍ରଜା । ତୁମମାନଙ୍କର ବିଜୟ ତ ଅନ୍ତିମ ସମୟରେ ହେବ, ଯେବେକି ସମସ୍ତେ ବୁଝିଯିବେ ଯେ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କିଏ କରିଲେ ? ଏହା ହିଁ ହେଉଛି ସବୁଠାରୁ ମୁଖ୍ୟ କଥା, ଯାହାକି କେହି ଜାଣିନାହାଁନ୍ତି ।

ବାବା କହୁଛନ୍ତିମୁଁ ତ ହେଉଛି ଦୀନବନ୍ଧୁ । ଏହା ସମସ୍ତେ ପଛରେ ବୁଝିବେ ଯେତେବେଳେ ଅତି ବିଳମ୍ବ ହୋଇଯାଇଥିବ । ଏବେ ତୁମକୁ ତୃତୀୟ ନେତ୍ର ମିଳିଛି । ତୁମର ବୁଦ୍ଧିରେ ମିଠା ଘର ଏବଂ ମିଠା ରାଜଧାନୀ ମନେ ଅଛି । ବାବା କହୁଛନ୍ତି ଏବେ ତୁମକୁ ଶାନ୍ତିଧାମ-ସୁଖଧାମକୁ ଯିବାକୁ ହେବ । ତୁମେ ଯାହା ଯାହା ଅଭିନୟ କରିଛ ସେସବୁ ବୁଦ୍ଧିରେ ଆସୁଛି ନା । ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଆଉ ସମସ୍ତେ ତ ମରିପଡିଛନ୍ତି । ବ୍ରାହ୍ମଣମାନେ ହିଁ ଉପରକୁ ଉଠିବେ । ବ୍ରାହ୍ମଣ ହିଁ ଦେବତା ହେଉଛନ୍ତି ନା । ଏବେ ସେହି ଗୋଟିଏ ଧର୍ମର ସ୍ଥାପନା ହେଉଛି । ଅନ୍ୟ ଧର୍ମର ସ୍ଥାପନା କିପରି ହେଉଛି ତାହା ମଧ୍ୟ ତୁମର ବୁଦ୍ଧିରେ ଅଛି । ଏସବୁ କଥା କେବଳ ବାବା ହିଁ ବୁଝାଉଛନ୍ତି ତେବେ ଏହିଭଳି ବାବାଙ୍କୁ ବାରମ୍ବାର ମନେ ପକାଇବା ଦରକାର । ତୁମେ ନିଜର ଧନ୍ଦା ଇତ୍ୟାଦି କର କିନ୍ତୁ ପବିତ୍ର ରୁହ । ଆଦି ସନାତନ ଦେବୀ-ଦେବତା ଧର୍ମ କେତେ ପବିତ୍ର ଥିଲା, ଏବେ ପୁଣି ପବିତ୍ର ହେବାକୁ ଯାଉଛି । ଚାଲିବା-ବୁଲିବା ସମୟରେ ମୋତେ ମନେ ପକାଅ ତେବେ ତୁମେ ସତ୍ତୋପ୍ରଧାନ ହୋଇଯିବ । ଶକ୍ତି ମଧ୍ୟ ସେତେବେଳେ ମିଳିବ ଯେତେବେଳେ ସତ୍ତୋପ୍ରଧାନ ହେବ । ଯୋଗର ଯାତ୍ରା ବ୍ୟତୀତ ତୁମେ ଉଚ୍ଚରୁ ଉଚ୍ଚ ପଦ କେବେ ପ୍ରାପ୍ତ କରିପାରିବ ନାହିଁ । ଯେତେବେଳେ ସତ୍ତୋପ୍ରଧାନ ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚି ଯିବ ସେତେବେଳେ ପାପ କଟିଯିବ । ଏହା ହେଉଛି ଯୋଗଅଗ୍ନିଏହି ଶବ୍ଦ ଗୀତାରେ ମଧ୍ୟ ବର୍ଣ୍ଣିତ ହୋଇଛି । ସମସ୍ତେ ଯୋଗ-ଯୋଗ କହି ମୁଣ୍ଡ ଖରାପ କରିଦେଉଛନ୍ତି । ବିଦେଶରୁ ମଧ୍ୟ ଯୋଗ ଶିଖାଇବାର ପ୍ରଲୋଭନ ଦେଖାଇ ଡାକି ଆଣୁଛନ୍ତି । ତେବେ ତୁମମାନଙ୍କ କଥାକୁ ମଧ୍ୟ କେହି ବୁଝିବା ଦରକାର । ସୁପ୍ରିମ୍ ସୋଲ୍ ଅର୍ଥାତ୍ ପରମାତ୍ମା ତ ଜଣେ ହିଁ ଅଟନ୍ତି । ସିଏ ହିଁ ଆସି ସମସ୍ତଙ୍କୁ ଶ୍ରେଷ୍ଠ କରୁଛନ୍ତି । ଦିନେ ନା ଦିନେ ଖବରକାଗଜରେ ମଧ୍ୟ ଏସବୁ କଥା ବାହାର କରିବେ । ଏହା ତ ନିଶ୍ଚିତ ହେବାର ଅଛି । ରାଜଯୋଗ ତ ଏକମାତ୍ର ପରମପିତା ପରମାତ୍ମାଙ୍କ ବ୍ୟତୀତ ଆଉ କେହି ଶିଖାଇ ପାରିବେ ନାହିଁ । ଏଭଳି ଏଭଳି କଥା ବଡ ବଡ ଅକ୍ଷରରେ ଲେଖିବା ଦରକାର । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସୂର୍ଯ୍ୟବଂଶୀ ରାଜଧାନୀର ପୁରସ୍କାର ନେବା ପାଇଁ ବାପଦାଦାଙ୍କର ସାବାସୀ ନେବାକୁ ହେବ, ସେବା କରି ଦେଖାଇବାକୁ ହେବ । ମୋହର ଅଂଶକୁ ମଧ୍ୟ ସମାପ୍ତ କରିବାକୁ ହେବ ।

(୨) ଜ୍ଞାନର ସାଗର ବିଦେହୀ ବାବା ନିଜେ ପାଠ ପଢାଇବା ପାଇଁ ଆସୁଛନ୍ତି ତେଣୁ ନିୟମିତ ପଢିବାକୁ ହେବ । ଗୋଟିଏ ଦିନ ବି ପାଠପଢାକୁ ବନ୍ଦ କରିବାର ନାହିଁ । ବାବାଙ୍କ ସମାନ ବିଦେହୀ ହେବାର ପୁରୁଷାର୍ଥ କରିବାକୁ ହେବ ।

ବରଦାନ:-
ଶ୍ରେଷ୍ଠ ବୃତ୍ତିର ବ୍ରତକୁ ଧାରଣ କରି ପ୍ରକୃତ ଶିବରାତ୍ରି ପାଳନ କରୁଥିବା ବିଶ୍ୱ ପରିବର୍ତ୍ତକ ଆତ୍ମା ହୁଅ ।

ଭକ୍ତମାନେ ତ ସ୍ଥୂଳ ଜିନିଷର ବ୍ରତ ରଖୁଛନ୍ତି କିନ୍ତୁ ତୁମେମାନେ ନିଜର ଶକ୍ତିହୀନ ବୃତ୍ତିକୁ ଅର୍ଥାତ୍ ସଂକଳ୍ପକୁ ସଦା କାଳ ପାଇଁ ସମାପ୍ତ କରିବାର ବ୍ରତ କରୁଛ କାରଣ କୌଣସି ବି ଭଲ ବା ମନ୍ଦ କଥା ପ୍ରଥମେ ବୃତ୍ତିରେ ଧାରଣ ହୋଇଥାଏ ତାପରେ ବାଣୀ ଏବଂ କର୍ମରେ ଆସିଥାଏ । ତୁମର ଶୁଭ ବୃତ୍ତି ଦ୍ୱାରା ଯେଉଁ ଶ୍ରେଷ୍ଠ ବାଣୀ ଏବଂ କର୍ମ ହେଉଛି ତାଦ୍ୱାରା ହିଁ ବିଶ୍ୱ ପରିବର୍ତ୍ତନର ମହାନ କାର୍ଯ୍ୟ ସମ୍ପନ୍ନ ହେବ । ଏହିଭଳି ଶ୍ରେଷ୍ଠ ବୃତ୍ତିର ବ୍ରତକୁ ଧାଣଣ କରିବା ହିଁ ପ୍ରକୃତ ଶିବରାତ୍ରୀ ପାଳନ କରିବା ହେବ ।

ସ୍ଲୋଗାନ:-
ଖୁସିବାସିଆ ଆତ୍ମା ସିଏ ଯାହାର ହୃଦୟରେ ସଦାସର୍ବଦା ଖୁସିର ସୂର୍ଯ୍ୟ ଉଦୟ ହୋଇ ରହିଥାଏ ।


ମାତେଶ୍ୱରୀଙ୍କର ଅମୂଲ୍ୟ ମହାବାକ୍ୟ

(୧) ନୟନହୀନ ଅର୍ଥାତ୍ ଜ୍ଞାନ ନେତ୍ରହୀନମାନଙ୍କର ପଥପ୍ରଦର୍ଶକ ପରମାତ୍ମା
ନୟନହୀନମାନଙ୍କୁ ରାସ୍ତା ଦେଖାଅ ପ୍ରଭୁ... ମନୁଷ୍ୟମାନେ ଏହି ଗୀତରେ ଗାୟନ କରୁଛନ୍ତି ଯେ ରାସ୍ତା କେବଳ ଏକମାତ୍ର ପରମାତ୍ମା ହିଁ ଦେଖାଇଥାନ୍ତି । ସେଥିପାଇଁ ତ ପରମାତ୍ମାଙ୍କୁ ଡାକୁଛନ୍ତି ଏବଂ ଯେଉଁ ସମୟରେ କହୁଛନ୍ତି ହେ ପ୍ରଭୁ ରାସ୍ତା ଦେଖାଅ ତେବେ ନିଶ୍ଚିତ ଭାବରେ ମନୁଷ୍ୟମାନଙ୍କୁ ରାସ୍ତା ଦେଖାଇବା ପାଇଁ ସ୍ୱୟଂ ପରମାତ୍ମାଙ୍କୁ ନିରାକାରରୁ ସାକାର ରୂପରେ ଅବଶ୍ୟ ଆସିବାକୁ ପଡିବ, ତେବେ ଯାଇ ତ ସ୍ଥୂଳରେ ରାସ୍ତା ଦେଖାଇପାରିବେ । ଏଠାକୁ ନ ଆସିଲେ ରାସ୍ତା କିପରି ଦେଖାଇପାରିବେ । ତେବେ ମନୁଷ୍ୟମାନେ ଯେଉଁଭଳି ସଂଶୟରେ ପଡିଛନ୍ତି, ସେମାନଙ୍କୁ ରାସ୍ତା ଦେଖାଇବା ଆବଶ୍ୟକ । ସେଥିପାଇଁ ପରମାତ୍ମାଙ୍କୁ କହୁଛନ୍ତି ନୟନହୀନକୁ ରାସ୍ତା ଦେଖାଅ ପ୍ରଭୁ.... ତାଙ୍କୁ ହିଁ ପୁଣି ନାଉରିଆ ବୋଲି ମଧ୍ୟ କୁହାଯାଇଛି ଯିଏକି ସେପାରିକୁ ଅର୍ଥାତ୍ ଏହି ୫ ତତ୍ତ୍ୱରେ ନିର୍ମିତ ସୃଷ୍ଟିରୁ ସେପାରିକୁ ବା ୫ ତତ୍ତ୍ୱରୁ ଉର୍ଦ୍ଧ୍ଵରେ ଯେଉଁ ଅଖଣ୍ଡ ଜ୍ୟୋତି ମହତତ୍ତ୍ୱ, ଷଷ୍ଠତତ୍ତ୍ୱ ରହିଛି, ସେଠାକୁ ନେଇଯାଅ । ତେବେ ପରମାତ୍ମା ମଧ୍ୟ ଯେତେବେଳେ ସେପାରିରୁ ଏପାରିକୁ ଆସିବେ ତେବେ ଯାଇ ତ ନେଇଯିବେ ନା । ତେଣୁ ପରମାତ୍ମାଙ୍କୁ ମଧ୍ୟ ନିଜ ଧାମରୁ ଏଠାକୁ ଆସିବାକୁ ପଡୁଛି । ସେଥିପାଇଁ ତ ପରମାତ୍ମାଙ୍କୁ ନାଉରିଆ ମଧ୍ୟ କୁହାଯାଏ । ସିଏ ହିଁ ଆମର ଆତ୍ମାରୂପକ ନୌକାକୁ ସେପାରିକୁ ନେଇଯାଉଛନ୍ତି । ତେବେ ଯେଉଁମାନେ ପରମାତ୍ମାଙ୍କ ସହିତ ବୁଦ୍ଧିଯୋଗ ଲଗାଇବେ ସେହିମାନଙ୍କୁ ହିଁ ସାଥୀରେ ନେଇଯିବେ । ବାକି ଯେଉଁମାନେ ରହିଯିବେ ସେମାନେ ଧର୍ମରାଜଙ୍କର ଦଣ୍ଡଭୋଗ କରି ଶେଷରେ ମୁକ୍ତିକୁ ପ୍ରାପ୍ତ କରିବେ ।

(୨) କଣ୍ଟା ଅର୍ଥାତ୍ ଦୁଃଖର ଦୁନିଆରୁ ଫୁଲର ବଗିଚାକୁ ଅର୍ଥାତ୍ ସୁଖର ଦୁନିଆକୁ ପରମାତ୍ମା ହିଁ ନେଇ ଯାଆନ୍ତି
କଣ୍ଟାର ଦୁନିଆରୁ ଫୁଲର ଛାଇକୁ ନେଇଚାଲ, ତେବେ ଏହି ପ୍ରକାରର ଆବାହାନ କେବଳ ପରମାତ୍ମାଙ୍କ ପାଇଁ ହିଁ କରାଯାଇଥାଏ । ଯେତେବେଳେ ମନୁଷ୍ୟ ବହୁତ ଦୁଃଖୀ ହୋଇଯାନ୍ତି ସେତେବେଳେ ପରମାତ୍ମାଙ୍କୁ ହିଁ ମନେପକାଇଥାନ୍ତି । କହିଥାନ୍ତି ହେ ପରମାତ୍ମା ଏହି କଣ୍ଟାର ଦୁନିଆରୁ ଫୁଲର ଛାଇକୁ ନେଇଚାଲ, ଏଥିରୁ ପ୍ରମାଣିତ ହେଉଛି ଯେ, ନିଶ୍ଚିତ ଭାବରେ ସେହିଭଳି କୌଣସି ଦୁନିଆ ମଧ୍ୟ ରହିଛି । ତେବେ ଏକଥା ତ ସବୁ ମନୁଷ୍ୟ ଜାଣିଛନ୍ତି ଯେ ବର୍ତ୍ତମାନ ଯେଉଁ ସଂସାର ରହିଛି ତାହା କଣ୍ଟାରେ ଭରପୁର ଅଟେ । ସେଥିପାଇଁ ମନୁଷ୍ୟମାନେ ଦୁଃଖ-ଅଶାନ୍ତି ପ୍ରାପ୍ତ କରୁଛନ୍ତି ଏବଂ ଫୁଲର ଦୁନିଆକୁ ମନେ ପକାଉଛନ୍ତି । ତେବେ ନିଶ୍ଚିତ ସେହିଭଳି କୌଣସି ଦୁନିଆ ଥିବ ଯେଉଁ ଦୁନିଆର ସଂସ୍କାର ଆତ୍ମାରେ ଭରି ହୋଇ ରହିଛି । ତେବେ ଏକଥା ତ ଆମେ ଜାଣିଛୁ ଯେ ଦୁଃଖ ବା ଅଶାନ୍ତି ଏସବୁ ହେଲା କର୍ମବନ୍ଧନର ହିସାବ-କିତାବ । ରାଜାଠାରୁ ରଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ମନୁଷ୍ୟ ଏହି କର୍ମବନ୍ଧନରେ ବାନ୍ଧି ହୋଇ ରହିଛନ୍ତି । ସେଥିପାଇଁ ପରମାତ୍ମା ନିଜେ କହୁଛନ୍ତି ଯେ ଏହା ହେଉଛି କଳିଯୁଗୀ ସଂସାର ତେଣୁ ଏହା ହେଉଛି ସମ୍ପୂର୍ଣ୍ଣ କର୍ମବନ୍ଧନଯୁକ୍ତ ସଂସାର ଏବଂ ପୂର୍ବରୁ ଯେଉଁ ସତ୍ୟଯୁଗୀ ସଂସାର ଥିଲା ତାକୁ ଫୁଲର ଦୁନିଆ କୁହାଯାଉଥିଲା । ତେବେ ସେହି ଦୁନିଆ ହେଉଛି କର୍ମବନ୍ଧନ ରହିତ, ଜୀବନମୁକ୍ତ ଦେବୀ-ଦେବତାମାନଙ୍କର ରାଜ୍ୟ ଯାହାକି ଏବେ ନାହିଁ । ତେବେ ଆମେ ଯେଉଁ ଜୀବନମୁକ୍ତିର କଥା କହୁଛୁ, ଏହାର ଅର୍ଥ ଏପରି ନୁହେଁ ଯେ ଆମେ କୌଣସି ଦେହଠାରୁ ମୁକ୍ତ ଥିଲେ, ସେମାନଙ୍କୁ କୌଣସି ଦେହର ଅଭିମାନ ନଥିଲା କିନ୍ତୁ ସେମାନେ ଦେହରେ ଥାଇ ମଧ୍ୟ ଦୁଃଖର ଅନୁଭବ କରୁନଥିଲେ, ଅର୍ଥାତ୍ ସେଠାରେ କୌଣସି କର୍ମବନ୍ଧନରେ ଝାମେଲା ନଥିଲା । ସେମାନେ ଜୀବନ ଧାରଣ କରି, ଜୀବନ ତ୍ୟାଗ କରି ମଧ୍ୟ ଆଦି-ମଧ୍ୟ-ଅନ୍ତ ସୁଖ ପ୍ରାପ୍ତ କରୁଥିଲେ । ତେଣୁ ଜୀବନମୁକ୍ତିର ଅର୍ଥ ହେଲା ଜୀବନରେ ଥାଇ ମଧ୍ୟ କର୍ମାତୀତ, କିନ୍ତୁ ଏବେ ତ ସାରା ଦୁନିଆ ପାଞ୍ଚ ବିକାରର ବନ୍ଧନରେ ବାନ୍ଧି ହୋଇ ରହିଛି ଅର୍ଥାତ୍ ପାଞ୍ଚ ବିକାର ଏହି ଦୁନିଆରେ ସମ୍ପୂର୍ଣ୍ଣ ବସା ବାନ୍ଧି ରହିଛି । କିନ୍ତୁ ମନୁଷ୍ୟମାନଙ୍କ ଭିତରେ ଏତେ ଶକ୍ତି ନାହିଁ ଯାହା ଦ୍ୱାରା ସେମାନେ ଏହି ପାଞ୍ଚ ଭୂତ ଉପରେ ବିଜୟପ୍ରାପ୍ତ କରିପାରିବେ । ସେଥିପାଇଁ ହିଁ ପରମାତ୍ମା ନିଜେ ଆସି ଆମକୁ ଏହି ପାଞ୍ଚ ବିକାର ରୂପୀ ଭୂତମାନଙ୍କଠାରୁ ମୁକ୍ତ କରୁଛନ୍ତି ଏବଂ ଭବିଷ୍ୟତ ପ୍ରାରବ୍ଧ ସ୍ୱରୂପ ଦେବୀ-ଦେବତା ପଦ ପ୍ରାପ୍ତ କରାଉଛନ୍ତି ।