04.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମର ଏହି ସମୟର ଜୀବନ ବହୁତ ବହୁତ ଅମୂଲ୍ୟ ଅଟେ କାହିଁକି ନା ତୁମେମାନେ ହଦ୍ରୁ ବାହାରି ବେହଦକୁ ଆସିଛ, ଅର୍ଥାତ୍ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ତ୍ୟାଗ କରି ବିଶ୍ୱର କଲ୍ୟାଣ କରୁଛ, ତୁମେମାନେ ଜାଣିଛ -- ଆମେ ସାରା ଜଗତର କଲ୍ୟାଣକାରୀ ଅଟୁ ।

ପ୍ରଶ୍ନ:-
କେଉଁ ପୁରୁଷାର୍ଥ ଦ୍ୱାରା ବାବାଙ୍କଠାରୁ ସମ୍ପତ୍ତି ପାଇବାର ଅଧିକାର ପ୍ରାପ୍ତ ହେଉଛି ?

ଉତ୍ତର:-
ସର୍ବଦା ଭାଇ-ଭାଇର ଦୃଷ୍ଟି ରହୁ, ସ୍ତ୍ରୀ-ପୁରୁଷର ଭାବନା ସମାପ୍ତି ହୋଇଯାଉ, ତେବେ ଯାଇ ବାବାଙ୍କର ସମ୍ପତ୍ତି ପାଇବାର ସଂପୂର୍ଣ୍ଣ ଅଧିକାର ପ୍ରାପ୍ତ ହେବ । କିନ୍ତୁ ସ୍ତ୍ରୀ-ପୁରୁଷର ଭାବନା ବା ଏହି ଦୃଷ୍ଟି ବଦଳିବା ବହୁତ କଷ୍ଟସାଧ୍ୟ । ସେଥିପାଇଁ ଦେହୀ-ଅଭିମାନୀ ହେବାର ଅଭ୍ୟାସ ଦରକାର । ଯେତେବେଳେ ବାବାଙ୍କର ସନ୍ତାନ ହେବ ସେତେବେଳେ ହିଁ ସମ୍ପତ୍ତି ମିଳିବ । ଏକମାତ୍ର ବାବାଙ୍କୁ ମନେ ପକାଇ ଯେଉଁମାନେ ସତ୍ତ୍ୱପ୍ରଧାନ ହୋଇଥାନ୍ତି ସେହିମାନେ ହିଁ ମୁକ୍ତି-ଜୀବନମୁକ୍ତିର ସମ୍ପତ୍ତି ପାଇଥାନ୍ତି ।

ଗୀତ:-
ଆଖିର ୱହ ଦିନ ଆୟା ଆଜ...

ଓମ୍ ଶାନ୍ତି ।
ସନ୍ତାନମାନେ ଏକଥା ଜାଣିଛନ୍ତି ଓମ୍ ଅର୍ଥାତ୍ ଅହମ୍ ଆତ୍ମା ଏବଂ ଏହା ମମ ଶରୀର । ଏବେ ତୁମେ ଏହି ଡ୍ରାମାକୁ, ସୃଷ୍ଟି ଚକ୍ର ଏବଂ ଏହି ସୃଷ୍ଟିଚକ୍ରକୁ ଜାଣିଥିବା ବାବାଙ୍କୁ ଜାଣିଯାଇଛ କାହିଁକି ନା ଯିଏ ଚକ୍ରକୁ ଜାଣିଛନ୍ତି ତାଙ୍କୁ ରଚୟିତା କୁହାଯିବ । ରଚୟିତା ଏବଂ ରଚନାକୁ କେହି ବି ଜାଣିନାହାଁନ୍ତି । ଯଦିଓ ବହୁତ ଶିକ୍ଷିତ ବଡ ବଡ ବିଦ୍ୱାନ ପଣ୍ଡିତ ଆଦି ଅଛନ୍ତି । ତାଙ୍କର ନିଜ ପ୍ରତି ଗର୍ବ ମଧ୍ୟ ରହିଥାଏ କିନ୍ତୁ ତାଙ୍କୁ ଏକଥା ଜଣାନାହିଁ, କହୁଛନ୍ତି ମଧ୍ୟ ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ । ତେବେ ଏହା ୩ଟି କଥା ହେଲା ନା, କିନ୍ତୁ ଏହାର ଅର୍ଥକୁ ମଧ୍ୟ ବୁଝି ନାହାଁନ୍ତି । ସନ୍ନ୍ୟାସୀମାନଙ୍କୁ ଘରଠାରୁ ବୈରାଗ୍ୟ ଆସିଥାଏ । ସେମାନଙ୍କ ଭିତରେ ମଧ୍ୟ ଉଚ୍ଚ, ନିଚ୍ଚ ଏବଂ ଇର୍ଷାର ଭାବନା ରହିଥାଏ । ଇଏ ଉଚ୍ଚ କୁଳର, ଇଏ ମଧ୍ୟମ କୁଳର ଏହା ଉପରେ ତାଙ୍କର ବହୁତ ବିବାଦ ଚାଲିଥାଏ । କୁମ୍ଭମେଳାରେ ମଧ୍ୟ ସେମାନଙ୍କର ବହୁତ ବିବାଦ ହୋଇଯାଏ ଯେ, ପ୍ରଥମେ କିଏ ବୁଡ ପକାଇବା ପାଇଁ ଯିବେ । ଏଥିପାଇଁ ବହୁତ ବିବାଦ ଝଗଡା କରିଥାନ୍ତି ପୁଣି ସମସ୍ୟାର ସମାଧାନ ପାଇଁ ପୁଲିସ୍ ମଧ୍ୟ ଆସିଥାନ୍ତି । ତେବେ ଏହା ମଧ୍ୟ ଦେହ-ଅଭିମାନ । ଦୁନିଆରେ ଯିଏ ବି ମନୁଷ୍ୟମାତ୍ର ଅଛନ୍ତି, ସମସ୍ତେ ହେଉଛନ୍ତି ଦେହ-ଅଭିମାନୀ । ତୁମକୁ ତ ଏବେ ଦେହୀ-ଅଭିମାନୀ ହେବାକୁ ପଡିବ । ବାବା କହୁଛନ୍ତି ଦେହ ଅଭିମାନକୁ ତ୍ୟାଗ କର, ନିଜକୁ ଆତ୍ମା ନିଶ୍ଚୟ କର । ଆତ୍ମା ହିଁ ପତିତ ହୋଇଛି, ସେଥିରେ ଖାଦ ମିଶିଯାଇଛି ଅର୍ଥାତ୍ ବିକାରର ପ୍ରବେଶତା ହୋଇଛି । ଆତ୍ମା ହିଁ ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହେଉଛି ଏବଂ ଯେପରି ଆତ୍ମା ସେହିପରି ଶରୀର ମିଳୁଛି । କୃଷ୍ଣଙ୍କର ଆତ୍ମା ସୁନ୍ଦର ତେଣୁ ତାଙ୍କୁ ଶରୀର ମଧ୍ୟ ବହୁତ ସୁନ୍ଦର ମିଳିଥାଏ, ତାଙ୍କର ଶରୀର ବହୁତ ଆକର୍ଷଣୀୟ ହୋଇଥାଏ । ପବିତ୍ର ଆତ୍ମା ହିଁ ଆକର୍ଷିତ କରିଥାଏ । ଲକ୍ଷ୍ମୀ-ନାରାୟଣଙ୍କର ଏତେ ମହିମା ନାହିଁ, ଯେପରି କୃଷ୍ଣଙ୍କର ଅଛି କାହିଁକି ନା କୃଷ୍ଣ ପବିତ୍ର, ଛୋଟ ପିଲା । ଏପରି ମଧ୍ୟ କହିଥାନ୍ତି ଛୋଟପିଲା ଏବଂ ମହାତ୍ମା ଏକ ସମାନ । ମହାତ୍ମାମାନେ ମଧ୍ୟ ଜୀବନର ଅନୁଭବ କରି ପୁଣି ବିକାରକୁ ତ୍ୟାଗ କରୁଛନ୍ତି, ସେମାନଙ୍କର ବିକାର ପ୍ରତି ଘୃଣା ଆସୁଛି । ପିଲାମାନେ ତ ହେଉଛନ୍ତି ହିଁ ପବିତ୍ର । ସେଥିପାଇଁ ସେମାନଙ୍କୁ ବହୁତ ଉଚ୍ଚ ମହାତ୍ମା ସହିତ ତୁଳନା କରିଥାନ୍ତି । ତେଣୁ ବାବା ମଧ୍ୟ ବୁଝାଇଛନ୍ତି ନିବୃତ୍ତି ମାର୍ଗର ସନ୍ନ୍ୟାସୀମାନେ ମଧ୍ୟ କିଛି ପରିମାଣରେ ଦୁନିଆକୁ ଅଟକାଇ ରଖିଛନ୍ତି । ଯେପରି ଘର ଅଧା ପୁରୁଣା ହୋଇଗଲେ ତାକୁ ମରାମତି କରାଯାଏ । ସେହିପରି ସନ୍ନ୍ୟାସୀମାନେ ମଧ୍ୟ ମରାମତି କରୁଛନ୍ତି, ସେମାନଙ୍କର ପବିତ୍ରତା କାରଣରୁ ଭାରତ ତିଷ୍ଠି ପାରିଛି । ଭାରତ ପରି ପବିତ୍ର ଏବଂ ଧନବାନ୍ ଭୂଖଣ୍ଡ ଆଉ କେହି ହୋଇପାରିବେ ନାହିଁ । ଏବେ ବାବା ତୁମକୁ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ସ୍ମୃତି ଦେଉଛନ୍ତି କାହିଁକି ନା ଇଏ ପିତା, ଶିକ୍ଷକ ଓ ଗୁରୁ ମଧ୍ୟ ଅଟନ୍ତି । ଗୀତାରେ ଲେଖି ଦେଇଛନ୍ତି କୃଷ୍ଣ ଭଗବାନୁବାଚ, ତାଙ୍କୁ କଣ କେବେ ବାବା କୁହାଯିବ ଅଥବା ପତିତ-ପାବନ କୁହାଯିବ! ଯଦିଓ ମନୁଷ୍ୟମାନେ ପତିତ-ପାବନ ବୋଲି କହୁଛନ୍ତି କିନ୍ତୁ ତାହା ଶ୍ରୀକୃଷ୍ଣଙ୍କ ପାଇଁ ନୁହେଁ ଭଗବାନଙ୍କୁ କହୁଛନ୍ତି, ପୁଣି କହିଦେଉଛନ୍ତି ପତିତ-ପାବନ ସୀତାରାମ, ରଘୁପତି ରାଘବ ରାଜା ରାମ । କେତେ ଅଡୁଆ କରି ଦେଇଛନ୍ତି । ବାବା କହୁଛନ୍ତି ମୁଁ ତୁମମାନଙ୍କୁ ଆସି ଯଥାର୍ଥ ଭାବରେ ସମସ୍ତ ବେଦ-ଶାସ୍ତ୍ର ଆଦିର ସାରାଂଶ ଶୁଣାଉଛି । ତେବେ ପ୍ରଥମ ଏବଂ ମୁଖ୍ୟ କଥା ବୁଝାଉଛନ୍ତି ଯେ ତୁମେ ନିଜକୁ ଆତ୍ମା ନିଶ୍ଚୟ କର ଏବଂ ବାବାଙ୍କୁ ମନେ ପକାଅ ତେବେ ପବିତ୍ର ହୋଇଯିବ । ତୁମେମାନେ ପରସ୍ପର ଭାଇ-ଭାଇ, ପୁଣି ବ୍ରହ୍ମାଙ୍କ ସନ୍ତାନ ହିସାବରେ କୁମାର-କୁମାରୀମାନେ ଭାଇ-ଭଉଣୀ ହୋଇଗଲେ । ଏହିକଥା ବୁଦ୍ଧିରେ ମନେ ରହୁ । ପ୍ରକୃତରେ ଆତ୍ମା ଭାଇ-ଭାଇ ଅଟେ । ପୁଣି ଏଠାରେ ଆସି ଶରୀର ଧାରଣ କରୁଛନ୍ତି ତେଣୁ ଭାଇ-ଭଉଣୀ ହୋଇଯାଉଛନ୍ତି । ମନୁଷ୍ୟମାନଙ୍କର ଏତିକି ମଧ୍ୟ ବୁଝିବା ପାଇଁ ବୁଦ୍ଧି ନାହିଁ । ସେ ଆମ ଆତ୍ମାମାନଙ୍କର ପିତା ତେଣୁ ଆମେ ସମସ୍ତେ ଭାଇ-ଭାଇ ହେଲୁ ନା । ପୁଣି ସର୍ବବ୍ୟାପୀ କିପରି କହୁଛନ୍ତି । ବର୍ସା ତ ସନ୍ତାନମାନଙ୍କୁ ହିଁ ମିଳିବ, ପିତାଙ୍କୁ ତ ମିଳିବ ନାହିଁ । ପିତାଙ୍କଠାରୁ ହିଁ ସନ୍ତାନମାନଙ୍କୁ ବର୍ସା ମିଳିଥାଏ । ବ୍ରହ୍ମା ମଧ୍ୟ ଶିବବାବାଙ୍କର ସନ୍ତାନ, ଏହାଙ୍କୁ ମଧ୍ୟ ତାଙ୍କଠାରୁ ବର୍ସା ମିଳିଥାଏ । ତୁମେ ହେଉଛ ନାତି-ନାତୁଣୀ । ତୁମର ମଧ୍ୟ ଅଧିକାର ଅଛି । ତେଣୁ ଆତ୍ମା ରୂପରେ ସମସ୍ତେ ସନ୍ତାନ ଏବଂ ଶାରୀରିକ ସମ୍ବନ୍ଧରେ ଆସିଲେ ଭାଇ-ଭଉଣୀ କହୁଛ । ତୁମମାନଙ୍କ ଭିତରେ ଆଉ କୌଣସି ସମ୍ପର୍କ ନାହିଁ । ସର୍ବଦା ଭାଇ-ଭାଇର ଦୃଷ୍ଟି ରହୁ, ସ୍ତ୍ରୀ-ପୁରୁଷର ଭାବନା ମଧ୍ୟ ବାହାରିଯାଉ । ଯଦି ସ୍ତ୍ରୀ-ପୁରୁଷ ଉଭୟ କହୁଛ ହେ ଈଶ୍ୱରପିତା ତେଣୁ ଭାଇ-ଭଉଣୀ ହେଲ ନା । ଭାଇ-ଭଉଣୀ ସେତେବେଳେ ହେଉଛନ୍ତି ଯେତେବେଳେ ବାବା ସଂଗମଯୁଗରେ ଆସି ରଚନା ରଚୁଛନ୍ତି କିନ୍ତୁ ସ୍ତ୍ରୀ-ପୁରୁଷର ଦୃଷ୍ଟି ବହୁତ କଷ୍ଟରେ ବଦଳିଥାଏ । ବାବା କହୁଛନ୍ତି ତୁମକୁ ଏବେ ଦେହୀ-ଅଭିମାନୀ ହେବାକୁ ପଡିବ । ବାବାଙ୍କର ସନ୍ତାନ ହେବ ତେବେ ଯାଇ ବର୍ସା ମିଳିବ । ମାମେକମ୍ ଅର୍ଥାତ୍ କେବଳ ମୋତେ ମନେ ପକାଅ ତେବେ ଯାଇ ସତ୍ତ୍ୱପ୍ରଧାନ ହୋଇପାରିବ । ସତ୍ତ୍ୱପ୍ରଧାନ ନହେବା ପର୍ଯ୍ୟନ୍ତ ତୁମେ ମୁକ୍ତି-ଜୀବନମୁକ୍ତିକୁ ଯାଇପାରିବ ନାହିଁ । ଏହି ଉପାୟ ସନ୍ନ୍ୟାସୀମାନେ କେବେହେଲେ କହି ପାରିବେ ନାହିଁ । ସେମାନେ ଏପରି କେବେ କହିବେ ନାହିଁ ଯେ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ । ବାବାଙ୍କୁ ପରମପିତା ପରମଆତ୍ମା, ସୁପ୍ରିମ କୁହାଯାଉଛି । ସମସ୍ତଙ୍କୁ ତ ଆତ୍ମା କୁହାଯାଉଛି କିନ୍ତୁ ତାଙ୍କୁ ପରମାତ୍ମା କୁହାଯାଉଛି । ସେହି ବାବା କହୁଛନ୍ତି ସନ୍ତାନମାନେ, ମୁଁ ତୁମମାନଙ୍କ ପାଖକୁ ଆସିଛି । ମୋତେ କଥା କହିବା ପାଇଁ ମୁଖ ତ ଆବଶ୍ୟକ ନା । ଆଜିକାଲି ଦେଖ ଯେଉଁଠି ନାହିଁ ସେଠି ଗଉମୁଖ ନିଶ୍ଚୟ ରଖୁଛନ୍ତି । ପୁଣି କହୁଛନ୍ତି ଗଉମୁଖରୁ ଅମୃତ ବାହାରୁଛି । ବାସ୍ତବରେ ଅମୃତ କୁହାଯାଉଛି ଜ୍ଞାନକୁ । ଜ୍ଞାନ ଅମୃତ ମୁଖରୁ ହିଁ ବାହାରୁଛି । ଏଥିରେ ପାଣିର ତ କୌଣସି କଥା ହିଁ ନାହିଁ । ଇଏ (ବ୍ରହ୍ମା) ଗଉ-ମାତା ଅଟନ୍ତି । ବାବା ଏହାଙ୍କ ଠାରେ ପ୍ରବେଶ କରିଛନ୍ତି । ବାବା ଏହାଙ୍କ ଦ୍ୱାରା ତୁମକୁ ନିଜର କରିଛନ୍ତି । ଏହାଙ୍କଠାରୁ ଜ୍ଞାନର ଅମୃତ ବାହାରୁଛି । ସେମାନେ ତ ପଥରର ଗୋମୁଖ ତିଆରି କରିଦେଇଛନ୍ତି, ଯେଉଁଠାରୁ ପାଣି ବାହାରୁଛି । ତାହା ହେଲା ଭକ୍ତି କରିବାର ପଦ୍ଧତି । ଯଥାର୍ଥ କଥା ତୁମେ ଜାଣିଛ । ଭୀଷ୍ମ ପିତାମହ (ବିଦ୍ୱାନ, ପଣ୍ଡିତ) ଆଦିଙ୍କୁ କୁମାରୀମାନେ ହିଁ ଜ୍ଞାନରୂପକ ବାଣ ଲଗାଇଛନ୍ତି । ତୁମେ ହେଉଛ ବ୍ରହ୍ମାକୁମାର-କୁମାରୀଗଣ, ତେବେ କୁମାରୀ କାହାର କନ୍ୟା ହୋଇଥିବ ନା । ଅଧରକୁମାରୀ ଏବଂ କୁମାରୀ ଉଭୟଙ୍କର ମନ୍ଦିର ଅଛି । ବାସ୍ତବରେ ଏହା ତୁମର ସ୍କାରକୀ ମନ୍ଦିର । ଏବେ ବାବା ବୁଝାଉଛନ୍ତି ଯେହେତୁ ତୁମେ ବ୍ରହ୍ମାକୁମାର-କୁମାରୀ ଅଟ ତେଣୁ ତୁମ ଭିତରେ ବିକାରୀ ସମ୍ପର୍କ ହୋଇପାରିବ ନାହିଁ । ନହେଲେ ବହୁତ କଠିନ ଦଣ୍ଡ ମିଳିଯିବ । ଦେହ-ଅଭିମାନରେ ଆସି ଏକଥା ଭୁଲିଯାଉଛ ଯେ ଆମେ ଭାଇ-ଭଉଣୀ ଅଟୁ । ଇଏ ମଧ୍ୟ ବି.କେ, ମୁଁ ମଧ୍ୟ ବି.କେ ତେଣୁ ବିକାରର ଦୃଷ୍ଟି ଯାଇପାରିବ ନାହିଁ । କିନ୍ତୁ ଆସୁରୀ ସଂପ୍ରଦାୟର ମନୁଷ୍ୟ ବିକାର ବିନା ରହିପାରୁ ନାହାଁନ୍ତି ତେଣୁ ବିଘ୍ନ ପକାଉଛନ୍ତି । ଏବେ ତୁମେ ବ୍ରହ୍ମାକୁମାର-କୁମାରୀମାନଙ୍କୁ ବାବାଙ୍କଠାରୁ ବର୍ସା ମିଳୁଛି । ତେଣୁ ବାବାଙ୍କ ଶ୍ରୀମତ୍ରେ ଚାଲିବାକୁ ହେବ, ପବିତ୍ର ହେବାକୁ ପଡିବ । ଏହା ହେଉଛି ଏହି ବିକାରୀ ମୃତ୍ୟୁଲୋକର ଶେଷ ଜନ୍ମ । ଏକଥା ମଧ୍ୟ କେହି ଜାଣିନାହାଁନ୍ତି । ଅମରଲୋକରେ କିଛି ବିକାର ରହିବ ନାହିଁ । ସେମାନଙ୍କୁ କୁହାଯାଉଛି ସତ୍ତ୍ୱପ୍ରଧାନ ସଂପୂର୍ଣ୍ଣ ନିର୍ବିକାରୀ । ଏଠାରେ ଅଛନ୍ତି ତମୋପ୍ରଧାନ ସଂପୂର୍ଣ୍ଣ ବିକାରୀ । ଗାୟନ ମଧ୍ୟ କରୁଛନ୍ତି, ସେମାନେ ସଂପୂର୍ଣ୍ଣ ନିର୍ବିକାରୀ, ଆମେ ବିକାରୀ, ପାପୀ । ତେଣୁ ସଂପୂର୍ଣ୍ଣ ନିର୍ବିକାରୀଙ୍କର ପୂଜା କରୁଛନ୍ତି । ବାବା ବୁଝାଇଛନ୍ତି ତୁମେ ଭାରତବାସୀ ହିଁ ପୂଜ୍ୟରୁ ପୁଣି ପୂଜାରୀ ହେଉଛ । ବର୍ତ୍ତମାନ ସମୟରେ ଭକ୍ତିର ପ୍ରଭାବ ବହୁତ ରହିଛି । ଭକ୍ତ ଭଗବାନଙ୍କୁ ମନେ ପକାଉଛନ୍ତି ଆସି ଭକ୍ତିର ଫଳ ଦିଅ । ତେବେ ଭକ୍ତି କରି କରି ଅବସ୍ଥା ଦେଖ କଣ ହୋଇଗଲାଣି । ବାବା ବୁଝାଉଛନ୍ତି ମୁଖ୍ୟ ହେଉଛି ୪ଟି ଧର୍ମ ଶାସ୍ତ୍ର । ଗୋଟିଏ ହେଉଛି ଡିଟୀଜିମ୍ (ଦେବତାଧର୍ମ), ଏଥିରେ ବ୍ରାହ୍ମଣ, ଦେବତା, କ୍ଷତ୍ରିୟ ତିନୋଟି ଧର୍ମ ଆସିଯାଉଛି । ବାବା ବ୍ରାହ୍ମଣ ଧର୍ମ ସ୍ଥାପନା କରୁଛନ୍ତି । ବ୍ରାହ୍ମଣଙ୍କର ଚୁଟୀ ହେଉଛି ସଂଗମଯୁଗର ଚିହ୍ନ । ତୁମେ ବ୍ରାହ୍ମଣମାନେ ଏବେ ପୁରୁଷୋତ୍ତମ ହେଉଛ । ବ୍ରାହ୍ମଣ ହୋଇ ପୁଣି ଦେବତା ହେଉଛ । ବ୍ରାହ୍ମଣମାନେ ମଧ୍ୟ ବିକାରୀ ଅଟନ୍ତି । ସେମାନେ ମଧ୍ୟ ଏହି ବ୍ରାହ୍ମଣମାନଙ୍କୁ ନମସ୍କାର କରୁଛନ୍ତି । ବ୍ରାହ୍ମଣ ଦେବୀ-ଦେବତା ନମଃ କହୁଛନ୍ତି କାହିଁକି ନା ଭାବୁଛନ୍ତି ସେମାନେ ବ୍ରହ୍ମାଙ୍କ ସନ୍ତାନ ଥିଲେ, ଆମେ ତ ବ୍ରହ୍ମାଙ୍କ ସନ୍ତାନ ନୁହେଁ । ଏବେ ତୁମେ ବ୍ରହ୍ମାଙ୍କର ସନ୍ତାନ ଅଟ । ତୁମକୁ ସମସ୍ତେ ନମଃ କରିବେ । ତୁମେ ପୁଣି ଦେବୀ-ଦେବତା ହେଉଛ । ଏବେ ତୁମେ ବ୍ରହ୍ମାକୁମାର-କୁମାରୀ ହୋଇଛ ପୁଣି ଦୈବୀକୁମାର- କୁମାରୀ ହେବ ।

ବର୍ତ୍ତମାନ ସମୟରେ ତୁମର ଏହି ଜୀବନ ବହୁତ ଅମୂଲ୍ୟ ଅଟେ କାହିଁକି ନା ତୁମକୁ ଜଗତର ମାତା ରୂପରେ ଗାୟନ କରାଯାଇଛି । ତୁମେ ହଦ୍ରୁ ବାହାରି ବେହଦକୁ ଆସିଛ । ତୁମେ ଜାଣିଛ ଆମେ ଏହି ଜଗତର କଲ୍ୟାଣକାରୀ ଅଟୁ । ତେଣୁ ସମସ୍ତେ ଜଗତଅମ୍ବା ଜଗତପିତା ହୋଇଗଲ । ଏହି ନର୍କରେ ମନୁଷ୍ୟ ବହୁତ ଦୁଃଖି ତେଣୁ ଆମେ ତାଙ୍କର ଆତ୍ମିକ ସେବା କରିବା ପାଇଁ ଆସିଛୁ । ଆମେ ତାଙ୍କୁ ସ୍ୱର୍ଗବାସୀ କରି ହିଁ ଛାଡିବୁ । ତୁମେ ହେଉଛ ସୈନିକ, ଏହାକୁ ଯୁଦ୍ଧସ୍ଥଳ ମଧ୍ୟ କୁହାଯାଉଛି । ଯାଦବ, କୌରବ ଏବଂ ପାଣ୍ଡବ ଏକାଠି ରହୁଛନ୍ତି । ଭାଇ-ଭାଇ ଅଟନ୍ତି ନା । ଏବେ ତୁମର ଯୁଦ୍ଧ ଭାଇ-ଭଉଣୀଙ୍କ ସହ ନୁହେଁ, ରାବଣ ସହିତ ଯୁଦ୍ଧ । ମନୁଷ୍ୟରୁ ଦେବତା କରିବା ପାଇଁ ଭାଇ-ଭଉଣୀମାନଙ୍କୁ ତୁମେ ବୁଝାଉଛ । ତେଣୁ ବାବା ବୁଝାଉଛନ୍ତି ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ତ୍ୟାଗ କରିବାକୁ ହେବ । ଏହା ହେଉଛି ପୁରୁଣା ଦୁନିଆ । ଏଠାରେ କେତେ ବଡ-ବଡ ଡ୍ୟାମ୍(ବନ୍ଧ), କେନାଲ୍ ଆଦି ତିଆରି କରୁଛନ୍ତି, କାହିଁକି ନା ପାଣି ନାହିଁ । ପ୍ରଜା ବହୁତ ବଢିଯାଇଛନ୍ତି । ସେଠାରେ ତ ତୁମେ ବହୁତ ଅଳ୍ପ ସଂଖ୍ୟକ ରହିବ । ନଦୀମାନଙ୍କରେ ଢେର ପାଣି ରହିବ, ଶସ୍ୟ ମଧ୍ୟ ବହୁତ ହେବ । ଏଠାରେ ତ ଏହି ଧରଣୀ ଉପରେ କୋଟୀ-କୋଟୀ ମନୁଷ୍ୟ ଅଛନ୍ତି । ସେଠାରେ ସଂପୂର୍ଣ୍ଣ ଧରଣୀ ଉପରେ (ସାରା ବିଶ୍ୱରେ) ଆରମ୍ଭରେ ୯-୧୦ ଲକ୍ଷ ରହିବେ, ଆଉ କୌଣସି ଭୂଖଣ୍ଡ ରହିବ ନାହିଁ । ତୁମେ ଅଳ୍ପ ମନୁଷ୍ୟ ହିଁ ସେଠାରେ ରହିବ । ତୁମକୁ କେଉଁଠାକୁ ଯିବାକୁ ମଧ୍ୟ ପଡିବ ନାହିଁ । ସେଠାରେ ସର୍ବଦା ବସନ୍ତ ଋତୁ ହେବ । ୫ ତତ୍ତ୍ୱ ମଧ୍ୟ କୌଣସି କଷ୍ଟ ଦେବେ ନାହିଁ, ଅଧିନରେ ରହିବେ । ସେଠାରେ ଦୁଃଖର ନାମ ରହିବ ନାହିଁ । ତାହା ହେଉଛି ସ୍ୱର୍ଗ । ଏବେ ହେଉଛି ଦୋଜକ ଅର୍ଥାତ୍ ନର୍କ । ଏହି ନର୍କ ମଝିରୁ ଅର୍ଥାତ୍ ଦ୍ୱାପରଠାରୁ ଆରମ୍ଭ ହେଉଛି । ଦେବତାମାନେ ହିଁ ବାମମାର୍ଗରେ ଅର୍ଥାତ୍ ବିକାରୀ ମାର୍ଗରେ ଆସୁଛନ୍ତି ପୁଣି ରାବଣର ରାଜ୍ୟ ଆରମ୍ଭ ହୋଇଯାଉଛି । ତୁମେ ବୁଝିଯାଇଛ ଆମେ ଡବଲ ସିରତାଜ ଅର୍ଥାତ୍ ଦୁଇମୁକୁଟଧାରୀ ପୂଜ୍ୟ ହେବା ପୁଣି ସିଙ୍ଗଲ୍ ସିରତାଜ ହେବା । ସତ୍ୟଯୁଗରେ ପବିତ୍ରତାର ମଧ୍ୟ ଚିହ୍ନ ରହିବ । ଦେବତାମାନେ ତ ସମସ୍ତେ ପବିତ୍ର । ଏଠାରେ କେହି ବି ପବିତ୍ର ନାହାଁନ୍ତି । ଜନ୍ମ ତ ବିକାର ଦ୍ୱାରା ନେଉଛନ୍ତି ନା । ତେଣୁ ଏହାକୁ ଭ୍ରଷ୍ଟାଚାରୀ ଦୁନିଆ କୁହାଯାଉଛି । ସତ୍ୟଯୁଗ ହେଉଛି ଶ୍ରେଷ୍ଠାଚାରୀ ଦୁନିଆ । ବିକାରକୁ ହିଁ ଭ୍ରଷ୍ଟାଚାର କୁହାଯାଉଛି । ସନ୍ତାନମାନେ ଜାଣିଛନ୍ତି ସତ୍ୟଯୁଗରେ ପବିତ୍ର ପ୍ରବୃତ୍ତି ମାର୍ଗଥିଲା, ଏବେ ଅପବିତ୍ର ହୋଇଯାଇଛି । ଏବେ ପୁଣି ପାବନ ଶ୍ରେଷ୍ଠାଚାରୀ ଦୁନିଆ ହେବ । ସୃଷ୍ଟିର ଚକ୍ର ଘୁରୁଛି ନା । ପରମପିତା ପରମାତ୍ମାଙ୍କୁ ହିଁ ପତିତ-ପାବନ କୁହାଯାଉଛି । ମନୁଷ୍ୟ କହିଦେଉଛନ୍ତି ଭଗବାନ ପ୍ରେରଣା ଦେଉଛନ୍ତି, ତେବେ ପ୍ରେରଣା ଅର୍ଥାତ୍ ବିଚାର, ଏଥିରେ ପ୍ରେରଣାର ତ କଥା ହିଁ ନାହିଁ । ସିଏ (ବାବା) ନିଜେ କହୁଛନ୍ତି ମୋତେ ଶରୀରର ଆଧାର ନେବାକୁ ପଡୁଛି । ମୁଁ ମୁଖ ବିନା କିପରି ଶିକ୍ଷା ଦେବି । ପ୍ରେରଣା ଦ୍ୱାରା କୌଣସି ଶିକ୍ଷା ଦିଆଯାଏ କି! ଭଗବାନ ପ୍ରେରଣା ଦ୍ୱାରା କିଛି ବି କରନ୍ତି ନାହିଁ । ବାବା ତ ସନ୍ତାନମାନଙ୍କୁ ପାଠ ପଢାଉଛନ୍ତି । ପ୍ରେରଣା ଦ୍ୱାରା ପାଠପଢା ହୋଇପାରିବ କି ? ବାବାଙ୍କ ବ୍ୟତୀତ ସୃଷ୍ଟିର ଆଦି, ମଧ୍ୟ, ଅନ୍ତର ରହସ୍ୟ କେହି କହିପାରିବେ ନାହିଁ । କିନ୍ତୁ ବାବାଙ୍କୁ ହିଁ ଜାଣି ନାହାଁନ୍ତି । କେହି କହୁଛନ୍ତି ଲିଙ୍ଗ ସଦୃଶ, କେହି କହୁଛନ୍ତି ଅଖଣ୍ଡ ଜ୍ୟୋତି ଅଟନ୍ତି । କେହି କହୁଛନ୍ତି ବ୍ରହ୍ମ ହିଁ ଈଶ୍ୱର । ତତ୍ତ୍ୱ ଜ୍ଞାନୀ, ବ୍ରହ୍ମ ଜ୍ଞାନୀ ମଧ୍ୟ ଅଛନ୍ତି । ଶାସ୍ତ୍ରରେ ଦେଖାଇ ଦେଇଛନ୍ତି ୮୪ ଲକ୍ଷ ଯୋନି । ଯଦି ୮୪ ଲକ୍ଷ ଜନ୍ମ ହୋଇଥାନ୍ତା ତେବେ କଳ୍ପର ଆୟୁଷ ବହୁତ ବଡ ହେବା ଦରକାର । ତେବେ ଏହାର ହିସାବ କେହି ବାହାର କରିପାରିବେ ନାହିଁ । ସେମାନେ ତ ସତ୍ୟଯୁଗକୁ ହିଁ ଲକ୍ଷ-ଲକ୍ଷ ବର୍ଷ କହିଦେଉଛନ୍ତି । ବାବା କହୁଛନ୍ତି ସଂପୂର୍ଣ୍ଣ ସୃଷ୍ଟିଚକ୍ର ହିଁ ୫ ହଜାର ବର୍ଷର ଅଟେ । ୮୪ ଲକ୍ଷ ଜନ୍ମ ପାଇଁ ସେତିକି ସମୟ ମଧ୍ୟ ଦରକାର ନା । ଏହି ଶାସ୍ତ୍ର ସବୁ ହେଲା ଭକ୍ତିମାର୍ଗର । ବାବା କହୁଛନ୍ତି ମୁଁ ଆସି ତୁମକୁ ସବୁ ଶାସ୍ତ୍ରର ସାରାଂଶକୁ ବୁଝାଉଛି । ଏସବୁ ହେଉଛି ଭକ୍ତିମାର୍ଗର ସାମଗ୍ରୀ, ଏଥିରୁ କେହି ମଧ୍ୟ ମୋତେ ପ୍ରାପ୍ତ କରୁ ନାହାଁନ୍ତି । ମୁଁ ଯେବେ ଆସୁଛି ସେବେ ହିଁ ସମସ୍ତଙ୍କୁ ନେଇଯାଉଛି । ମୋତେ ଡାକୁଛନ୍ତି ହେ ପତିତ-ପାବନ ଆସ । ପବିତ୍ର କରି ଆମକୁ ପବିତ୍ର ଦୁନିଆକୁ ନେଇଯାଅ । ପୁଣ ଖୋଜିବା ପାଇଁ ଧକ୍କା କାହିଁକି ଖାଉଛ ? କେତେ ଦୂର-ଦୂରକୁ ପାହାଡ ଆଦିକୁ ଯାଉଛନ୍ତି । ଆଜିକାଲି ତ କେତେ ମନ୍ଦିର ଖାଲି ପଡୁଛି,କେହି ଯାଉ ନାହାଁନ୍ତି । ଏବେ ତୁମେମାନେ ଉଚ୍ଚରୁ ଉଚ୍ଚ ବାବାଙ୍କର ବାୟୋଗ୍ରାଫି ଅର୍ଥାତ୍ ଜୀବନକାହାଣୀକୁ ଜାଣିଯାଇଛ । ପିତା (ଲୌକିକ) ସନ୍ତାନମାନଙ୍କୁ ସବୁ କିଛି ଦେଇ ପୁଣି ୬୦ ବର୍ଷ ପରେ ବାନପ୍ରସ୍ଥରେ ବସି ଯାଆନ୍ତି । ଏହି ପରମ୍ପରା ମଧ୍ୟ ବର୍ତ୍ତମାନ ସମୟର ଏବଂ ପର୍ବପର୍ବାଣୀ ମଧ୍ୟ ଏହି ସମୟର ଅଟେ ।

ତୁମେ ଜାଣିଛ ଏବେ ଆମେ ସଂଗମଯୁଗରେ ଉପସ୍ଥିତ ହୋଇଛେ । ରାତି ପରେ ପୁଣି ଦିନ ହେବ । ଏବେ ତ ଘୋର ଅନ୍ଧକାର ରହିଛି । ଗାୟନ ମଧ୍ୟ କରୁଛନ୍ତି ଜ୍ଞାନ ସୂର୍ଯ୍ୟ ପ୍ରକଟ ହେଲେ... ତୁମେ ବାବାଙ୍କୁ ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଏବେ ଜାଣୁଛ । ଯେପରି ବାବା ନଲେଜଫୁଲ୍ ସେହିପରି ତୁମେମାନେ ମଧ୍ୟ ଏବେ ମାଷ୍ଟର ନଲେଜଫୁଲ୍ ହୋଇଛ । ତୁମମାନଙ୍କୁ ବାବାଙ୍କଠାରୁ ବେହଦ ସୁଖର ବର୍ସା ମିଳୁଛି । ଲୌକିକ ପିତାଙ୍କଠାରୁ ତ ହଦ୍ର ବର୍ସା ମିଳୁଛି, ଯାହାଦ୍ୱାରା ଅଳ୍ପକାଳର ସୁଖ ମିଳୁଛି । ଯାହାକୁ ସନ୍ନ୍ୟାସୀମାନେ କାକ ବିଷ୍ଠା ସମାନ ସୁଖ କହିଦେଉଛନ୍ତି । ସେମାନେ ପୁଣି ଏଠାକୁ ଆସି ସୁଖପାଇଁ ପୁରୁଷାର୍ଥ କରିପାରିବେ ନାହିଁ । ସେମାନେ ହେଉଛନ୍ତି ହଠଯୋଗୀ, ତୁମେ ହେଉଛ ରାଜଯୋଗୀ । ତୁମର ଯୋଗ ହେଉଛି ବାବାଙ୍କ ସହିତ, ତାଙ୍କର ହେଉଛି ତତ୍ତ୍ୱ ସହିତ । ଏହିପରି ମଧ୍ୟ ଡ୍ରାମା ତିଆରି ହୋଇଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ପବିତ୍ର ହେବାକୁ ହେଲେ ଆମେ ସମସ୍ତେ ଆତ୍ମା ରୂପରେ ଭାଇ-ଭାଇ ଅଟୁ ଏବଂ ବ୍ରହ୍ମାବାବାଙ୍କର ସନ୍ତାନ ହିସାବରେ ଭାଇ-ଭଉଣୀ ଅଟୁ, ଏହି ଦୃଷ୍ଟିକୁ ପକ୍କା କରିବାକୁ ପଡିବ । ଆତ୍ମା ଏବଂ ଶରୀର ଉଭୟ ପବିତ୍ର ସତ୍ତ୍ୱପ୍ରଧାନ କରିବାକୁ ହେବ । ଦେହ-ଅଭିମାନକୁ ତ୍ୟାଗ କରିବାକୁ ହେବ ।

(୨) ମାଷ୍ଟର ନଲେଜଫୁଲ୍ ଅର୍ଥାତ୍ ଜ୍ଞାନବାନ ହୋଇ ସମସ୍ତଙ୍କୁ ରଚୟିତା ଏବଂ ରଚନାର ଜ୍ଞାନ ଶୁଣାଇ ଘୋର ଅନ୍ଧକାରରୁ ମୁକ୍ତ କରିବାକୁ ପଡିବ । ନର୍କବାସୀ ମନୁଷ୍ୟମାନଙ୍କର ଆତ୍ମିକ ସେବା କରି ସେମାନଙ୍କୁ ସ୍ୱର୍ଗବାସୀ କରିବାକୁ ହେବ ।

ବରଦାନ:-
ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ ଏହି ଦୃଢ ସଂକଳ୍ପ ଦ୍ୱାରା ଅବିନାଶୀ ଅମର ହୁଅ ।

ଯେଉଁ ପିଲାମାନେ ଏହି ଦୃଢ ସଂକଳ୍ପ କରିନିଅନ୍ତି ଯେ ମୋର ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କେହି ନାହାଁନ୍ତି.... ସେମାନଙ୍କର ସ୍ଥିତି ସ୍ୱତଃ ଭାବରେ ଏବଂ ସହଜରେ ସ୍ଥିର ହୋଇଯାଏ । ଏହି ଦୃଢ ସଂକଳ୍ପ ଦ୍ୱାରା ସର୍ବ ସମ୍ବନ୍ଧର ଅବିନାଶୀ ତାର ଯୋଡି ହୋଇଯାଏ ଏବଂ ସେମାନଙ୍କୁ ସଦାକାଳ ପାଇଁ ଅବିନାଶୀ ଭବ ଏବଂ ଅମରଭବର ବରଦାନ ମିଳିଯାଏ । ଦୃଢ ସଂକଳ୍ପ କରିବା ଦ୍ୱାରା ପୁରୁଷାର୍ଥରେ ମଧ୍ୟ ବିଶେଷ ରୂପରେ ଲିଫ୍ଟ ମିଳିଯାଏ ଅର୍ଥାତ୍ ସହଜରେ ଆଗକୁ ବଢିଯାଆନ୍ତି । ଯେଉଁମାନଙ୍କର ସର୍ବ ସମ୍ବନ୍ଧ ଏକମାତ୍ର ବାବାଙ୍କ ସହିତ ରହିବ ସେମାନଙ୍କୁ ସବୁ ପ୍ରକାରର ପ୍ରାପ୍ତି ମଧ୍ୟ ଆପେ ଆପେ ହୋଇଯିବ ।

ସ୍ଲୋଗାନ:-
ଭାବିବା, କହିବା ଏବଂ କରିବାକୁ ଏକ ସମାନ କର ତେବେ କୁହାଯିବ ସର୍ବୋତ୍ତମ ପୁରୁଷାର୍ଥୀ ।