04.04.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏହା ହେଉଛି ପୂର୍ବ ପ୍ରସ୍ତୁତ ନାଟକ, ଏହି ନାଟକରୁ କେହି ଜଣେ ଆତ୍ମା ନିବୃତ୍ତ ରହିପାରିବ ନାହିଁ, ମୋକ୍ଷ କାହାକୁ ବି ମିଳିପାରିବ ନାହିଁ ।

ପ୍ରଶ୍ନ:-
ଉଚ୍ଚରୁ ଉଚ୍ଚ ପତିତ-ପାବନ ବାବାଙ୍କୁ ଭୋଳାନାଥ କାହିଁକି କୁହାଯାଉଛି ?

ଉତ୍ତର:-
କାହିଁକି ନା ତୁମେ ପିଲାମାନେ ତାଙ୍କୁ ମୁଠାଏ ଚାଉଳ ଦେଇ ମହଲ ନେଇଯାଉଛ, ସେଥିପାଇଁ ହିଁ ବାବାଙ୍କୁ ଭୋଳାନାଥ କୁହାଯାଉଛି । ତୁମେ କହୁଛ ଶିବବାବା ଆମର ପୁତ୍ର ଅଟନ୍ତି । ତେବେ ସିଏ ଏଭଳି ପୁତ୍ର ଯାହାକି କେବେ କିଛି ନିଅନ୍ତି ନାହିଁ, ସର୍ବଦା ଦେଉଥାନ୍ତି । ଭକ୍ତିରେ କହିଥାନ୍ତି ଯିଏ ଯେପରି କର୍ମ କରୁଛି ସିଏ ସେପରି ଫଳ ପାଉଛି । କିନ୍ତୁ ଭକ୍ତିରେ ତ ଅଳ୍ପ କାଳ ପାଇଁ ମିଳୁଛି କିନ୍ତୁ ଜ୍ଞାନ ମାର୍ଗରେ ଭଲ ଭାବରେ ବୁଝିବା ପରେ କରିଥାନ୍ତି ସେଥିପାଇଁ ଫଳ ମଧ୍ୟ ସଦାକାଳ ପାଇଁ ମିଳିଥାଏ ।

ଓମ୍ ଶାନ୍ତି ।
ଆତ୍ମିକ ପିଲାମାନଙ୍କ ସହିତ ଆତ୍ମିକ ପିତା ଆତ୍ମିକ ବାର୍ତ୍ତାଳାପ କରୁଛନ୍ତି ଅଥବା ଏମିତି ମଧ୍ୟ କୁହାଯିବ ଯେ ଆତ୍ମିକ ପିତା ପିଲାମାନଙ୍କୁ ରାଜଯୋଗ ଶିଶାଉଛନ୍ତି । ତୁମେମାନେ ବେହଦ ପିତାଙ୍କଠାରୁ ରାଜଯୋଗ ଶିଖିବା ପାଇଁ ଆସିଛ ସେଥିପାଇଁ ତୁମର ବୁଦ୍ଧି ବାବାଙ୍କ ଆଡକୁ ଚାଲିଯିବା ଦରକାର । ଏହା ହେଉଛି ପରମାତ୍ମ ଜ୍ଞାନ ଆତ୍ମାମାନଙ୍କ ପ୍ରତି, ଭଗବାନୁବାଚ ଶାଳଗ୍ରାମମାନଙ୍କ ପ୍ରତି । ଏହି ଜ୍ଞାନ ଆତ୍ମାମାନଙ୍କୁ ହିଁ ଶୁଣିବାକୁ ହେବ ସେଥିପାଇଁ ଆତ୍ମ-ଅଭିମାନୀ ହେବାକୁ ପଡିବ । ପୂର୍ବରୁ ତୁମେମାନେ ଦେହ-ଅଭିମାନୀ ଥିଲ । ଏହି ପୁରୁଷୋତ୍ତମ ସଂଗମଯୁଗରେ ହିଁ ବାବା ଆସି ତୁମମାନଙ୍କୁ ଆତ୍ମ-ଅଭିମାନୀ କରୁଛନ୍ତି । ତୁମେ ବର୍ତ୍ତମାନ ଆତ୍ମ-ଅଭିମାନୀ ଏବଂ ଦେହ-ଅଭିମାନୀର ପାର୍ଥକ୍ୟକୁ ବୁଝିଗଲଣି । ଏକଥା ବାବା ହିଁ ଏଠାକୁ ଆସି ବୁଝାଇଛନ୍ତି । ଆତ୍ମା ହିଁ ଶରୀର ମାଧ୍ୟମରେ ଅଭିନୟ କରୁଛି । ପାଠ ମଧ୍ୟ ଆତ୍ମା ପଢୁଛି, ଶରୀର ନୁହେଁ । କିନ୍ତୁ ଦେହ-ଅଭିମାନ କାରଣରୁ ଲୋକମାନେ ଭାବୁଛନ୍ତି ଅମୁକ ପଢାଉଛନ୍ତି । ତୁମମାନଙ୍କୁ ନିରାକାର ହିଁ ପଢାଉଛନ୍ତି, ତାଙ୍କର ନାମ ହିଁ ହେଉଛି ଶିବ । ଶିବବାବାଙ୍କର ନିଜର ଶରୀର ନଥାଏ କିନ୍ତୁ ଅନ୍ୟମାନେ କହିବେ ଏହା ମୋର ଶରୀର । ତେବେ ଏକଥା କିଏ କହିଲା ? ଆତ୍ମା ହିଁ କହିଲା ଏହା ମୋର ଶରୀର । ଦୁନିଆରେ ଯେତେ ସବୁ ପାଠ ଅଛି ସେସବୁ ହେଉଛି ଶାରୀରିକ ପାଠ । ସେଥିରେ ଅନେକ ପ୍ରକାରର ବିଷୟବସ୍ତୁ ରହିଥାଏ । ବି.ଏ., ଏମ୍.ଏ. ଆଦି ଦୁନିଆରେ କେତେ ନାମ ରହିଛି । କିନ୍ତୁ ଏଥିରେ ଗୋଟିଏ ନାମ ରହିଛି, ପାଠ ମଧ୍ୟ ଗୋଟିଏ ପଢାଯାଉଛି । ଏକମାତ୍ର ବାବା ଆସି ପଢାଉଛନ୍ତି, ତେଣୁ ବାବାଙ୍କୁ ବହୁତ ମନେ ପକାଇବାକୁ ହେବ । ଆମକୁ ବେହଦର ବାବା ପାଠ ପଢାଉଛନ୍ତି, ତେବେ ତାଙ୍କର ନାମ କଣ ? ତାଙ୍କର ନାମ ହେଉଛି ଶିବ । ଏମିତି ନୁହେଁ ଯେ ସିଏ ନାମ-ରୂପରୁ ଭିନ୍ନ ଅଟନ୍ତି । ମନୁଷ୍ୟମାନଙ୍କର ନାମ ଶରୀର ଉପରେ ରଖାଯାଏ । କହିବା ଏହା ଅମୁକର ଶରୀର । ମନୁଷ୍ୟମାନଙ୍କ ଭଳି ଶିବବାବାଙ୍କର କୌଣସି ଶାରୀରିକ ନାମ ନାହିଁ । ମନୁଷ୍ୟମାନଙ୍କର ଶରୀର ଉପରେ ନାମ ଦିଆଯାଇଥାଏ, ଏକମାତ୍ର ନିରାକାର ପିତା ହିଁ ଅଟନ୍ତି ଯାହାଙ୍କର ନାମ ହେଉଛି ଶିବ । ସିଏ ଯେତେବେଳେ ପାଠ ପଢାଇବା ପାଇଁ ଆସୁଛନ୍ତି ସେତେବେଳେ ମଧ୍ୟ ତାଙ୍କର ନାମ ଶିବ ହିଁ ରହିଛି । ଏହି ବ୍ରହ୍ମାଙ୍କର ଶରୀର ତ ତାଙ୍କର ନୁହେଁ । ଭଗବାନ ହେଉଛନ୍ତି ଜଣେ ୧୦-୧୨ ଜଣ ନୁହେଁ । ସିଏ ହେଉଛନ୍ତି ଜଣେ କିନ୍ତୁ ମନୁଷ୍ୟ ତାଙ୍କୁ ୨୪ ଅବତାର ନେଉଛନ୍ତି ବୋଲି କହୁଛନ୍ତି । ବାବା କହୁଛନ୍ତି ମୋତେ ଅନେକ ନାମ ରୂପ ସହିତ ଯୋଡି ଦେଇଛନ୍ତି, ମୁଁ କୋଣେ ଅନୁକୋଣେ ଅଛି ବୋଲି କହୁଛନ୍ତି । ଯେମତି ଭକ୍ତିମାର୍ଗରେ ନିଜେ ଭ୍ରମିତ ହେଉଛନ୍ତି ସେହିପରି ମୋତେ ମଧ୍ୟ ବିଭିନ୍ନ ନାମ ରୂପରେ ଯୋଡି ଦେଇଛନ୍ତି । ଡ୍ରାମାନୁସାରେ ତାଙ୍କର କଥା କହିବାର ଶୈଳୀ କେତେ ଶୀତଳ । ବାବା ବୁଝାଉଛନ୍ତି ବାସ୍ତବରେ ସମସ୍ତେ ମୋର କେତେ ଅପକାର କରିଛନ୍ତି, କେତେ ଗ୍ଲାନୀ କରିଛନ୍ତି । ମନୁଷ୍ୟ କହୁଛନ୍ତି ଆମେ ନିଷ୍କାମ ସେବା କରୁଛୁ, କିନ୍ତୁ ବାବା କହୁଛନ୍ତି ମୋ ବ୍ୟତୀତ କେହି ନିଷ୍କାମ ସେବା କରିପାରିବେ ନାହିଁ । ଯିଏ କିଛି ବି ସେବା କରିଥାଏ ତାକୁ ପରେ ତାର ଫଳ ନିଶ୍ଚିତ ମିଳିଥାଏ । ଏବେ ତୁମକୁ ଫଳ ମିଳୁଛି ନା । ଗାୟନ ଅଛି ଭକ୍ତିର ଫଳ ଭଗବାନ ଦେବେ କାହିଁକି ନା ଭଗବାନ ହେଉଛନ୍ତି ଜ୍ଞାନର ସାଗର । ଅଧାକଳ୍ପ ଭକ୍ତିରେ ତୁମେ ବହୁତ କର୍ମକାଣ୍ଡ କରି କରି ଆସିଛ । ଏବେ ଏହି ଜ୍ଞାନକୁ କୁହାଯାଉଛି ପାଠ । ଏହି ପାଠ ଥରେ ମାତ୍ର ପଢାଯାଉଛି ଏବଂ ଏକମାତ୍ର ବାବା ହିଁ ପଢାଉଛନ୍ତି । ବାବା ପୁରୁଷୋତ୍ତମ ସଂଗମଯୁଗରେ ଥରେ ମାତ୍ର ଆସି ତମକୁ ପୁରୁଷୋତ୍ତମ କରୁଛନ୍ତି । ଏହା ହେଉଛି ଜ୍ଞାନ ଏବଂ ତାହା ହେଉଛି ଭକ୍ତି । ଅଧାକଳ୍ପ ହେବ ତୁମେ ଭକ୍ତି କରିଆସିଛ । ଏବେ ଯେଉଁମାନେ ଭକ୍ତି କରୁନାହାଁନ୍ତି, ସେମାନଙ୍କର ସନ୍ଦେହ ରହୁଛି ଯେ ଜଣା ନାହିଁ ଭକ୍ତି ନ କରିବା ଦ୍ୱାରା ଅମୁକର ମୃତ୍ୟୁ ହୋଇଗଲା, ରୋଗୀ ହୋଇଗଲା । କିନ୍ତୁ ଏପରି କିଛି ହୁଏ ନାହିଁ ।

ବାବା କହୁଛନ୍ତି ପିଲାମାନେ, ତୁମେ ମୋତେ ଆବାହନ କରି ଆସିଛ ଯେ ଆପଣ ଆସି ପତିତମାନଙ୍କୁ ପାବନ କରାଇ ସମସ୍ତଙ୍କର ସଦଗତି କରାନ୍ତୁ । ତେଣୁ ମୁଁ ଏବେ ଆସିଛି । ଭକ୍ତି ଅଲଗା, ଜ୍ଞାନ ଅଲଗା । ଭକ୍ତି ଦ୍ୱାରା ଅଧାକଳ୍ପ ରାତି ହେଉଛି, ଜ୍ଞାନ ଦ୍ୱାରା ଅଧାକଳ୍ପ ଦିନ ହେଉଛି । ରାମରାଜ୍ୟ ଏବଂ ରାବଣ ରାଜ୍ୟ ଉଭୟ ବେହଦ ଅଟେ । ଉଭୟର ସମୟର ଅବଧି ଏକ ସମାନ । ବର୍ତ୍ତମାନ ସମୟ ମନୁଷ୍ୟ ଭୋଗୀ ହୋଇଥିବା କାରଣରୁ ଦୁନିଆର ବୃଦ୍ଧି ହୋଇ ଚାଲିଛି ଏବଂ ଆୟୁଷ କମି କମି ଯାଉଛି । ପୁଣି ବୃଦ୍ଧି ନ ହେବା ପାଇଁ ଅନେକ ପ୍ରବନ୍ଧ ରଚନା କରୁଛନ୍ତି । ତୁମେ ପିଲାମାନେ ଜାଣିଛ ଏତେ ବଡ ଦୁନିଆରେ ମନୁଷ୍ୟମାନଙ୍କର ସଂଖ୍ୟା କମ କରିବାର କାର୍ଯ୍ୟ, କେବଳ ବାବାଙ୍କର ଅଟେ । ବାବା କମ୍ କରିବା ପାଇଁ ହିଁ ଆସୁଛନ୍ତି । ତାଙ୍କୁ ଡାକୁଛନ୍ତି ମଧ୍ୟ ବାବା ଆସି ଅଧର୍ମର ବିନାଶ କରନ୍ତୁ ଅର୍ଥାତ୍ ସୃଷ୍ଟିର ଜନସଂଖ୍ୟାକୁ କମ କରନ୍ତୁ । ଦୁନିଆ ତ ଏକଥା ଜାଣେ ନାହିଁ ଯେ ବାବା କେତେ କମ କରିଦେଉଛନ୍ତି । ସେଠାରେ (ସ୍ୱର୍ଗ) ବହୁତ ଅଳ୍ପ ମନୁଷ୍ୟ ରହୁଛନ୍ତି । ବାକି ସବୁ ଆତ୍ମା ନିଜ ଘରକୁ ଚାଲିଯାଉଛନ୍ତି ପୁଣି ଏହି ସୃଷ୍ଟିକୁ ଅଭିନୟ କରିବା ପାଇଁ କ୍ରମାନୁସାରେ ଆସୁଛନ୍ତି । ନାଟକରେ ଅଭିନେତାର ଅଭିନୟ ଯେତେ ବିଳମ୍ବରେ ହେବ, ସିଏ ସେତେ ବିଳମ୍ବରେ ଘରୁ ଆସିବ । ନିଜର କର୍ମଧନ୍ଦା ସବୁ ଶେଷ କରି ବିଳମ୍ବରେ ଆସିବେ । ଦୁନିଆର ନାଟକରେ ଅଭିନୟ କରୁଥିବା ଅଭିନେତାମାନେ ମଧ୍ୟ ନିଜ ନିଜର କର୍ମଧନ୍ଦା କରିଥାନ୍ତି ପୁଣି ସମୟ ଅନୁସାରେ ଅଭିନୟ କରିବା ପାଇଁ ଷ୍ଟେଜ ଆସନ୍ତି । ତୁମମାନଙ୍କର ମଧ୍ୟ ଏହିଭଳି ହେଉଛି, ଯାହାଙ୍କର ଅଭିନୟ ପଛରେ ହେଉଛି ସିଏ ପଛରେ ଆସନ୍ତି । ଆଉ ଯେଉଁମାନେ ପ୍ରଥମରୁ ପାର୍ଟ ବଜାନ୍ତି ସେମାନେ ସତ୍ୟଯୁଗ ଆରମ୍ଭରେ ଆସନ୍ତି । ଯେଉଁମାନଙ୍କର ଶେଷ ସମୟରେ ଆସିବାର ଅଛି ସେମାନେ ଏବେ ମଧ୍ୟ ଆସିବାରେ ଲାଗିଛନ୍ତି । ଶାଖା ପ୍ରଶାଖା ସବୁ ତ ଅନ୍ତିମ ସମୟ ପର୍ଯନ୍ତ ଆସିବାରେ ଲାଗିବେ ।

ବର୍ତ୍ତମାନ ସମୟରେ ତୁମମାନଙ୍କୁ ବାବା ଜ୍ଞାନର କଥା ବୁଝାଯାଉଛି । ତୁମେମାନେ ଅମୃତବେଳାରେ ଯୋଗରେ ବସୁଛ, ତାହା ହେଉଛି ଡ୍ରିଲ୍ । ସେହି ସମୟରେ ଆତ୍ମାକୁ ନିଜର ପିତାଙ୍କୁ ମନେ ପକାଇବାକୁ ହେବ । ଯୋଗ ଶବ୍ଦକୁ ଛାଡିଦିଅ । ଏଥିରେ ହିଁ ସମସ୍ତେ ଦ୍ୱନ୍ଦରେ ପଡୁଛନ୍ତି । କହୁଛନ୍ତି ମୋର ଯୋଗ ଲାଗୁନାହିଁ । ବାବା କହୁଛନ୍ତି ଆରେ, ତୁମେ ବାବାଙ୍କୁ ମନେ ପକାଇପାରୁ ନାହଁ! କଣ ଏହା ଭଲ କଥା! ଯଦି ବାବାଙ୍କୁ ମନେ ପକାଇବ ନାହିଁ ତେବେ ପବିତ୍ର କିପରି ହେବ ? ବାବା ହିଁ ହେଉଛନ୍ତି ପତିତ-ପାବନ । ବାବା ଆସି ଡ୍ରାମାର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି । ଏହା ଭିନ୍ନ ଭିନ୍ନ ଧର୍ମର ଏବଂ ଭିନ୍ନ-ଭିନ୍ନ ମନୁଷ୍ୟଙ୍କର ବୃକ୍ଷ ଅଟେ । ସାରା ସୃଷ୍ଟିରେ ଯେତେ ବି ମନୁଷ୍ୟ ଅଛନ୍ତି ସେମାନେ ସମସ୍ତେ ଅଭିନେତା ଅଟନ୍ତି । ସୃଷ୍ଟିରେ କେତେ ସଂଖ୍ୟାରେ ମନୁଷ୍ୟ ଅଛନ୍ତି, ତାର ହିସାବ ବାହାର କରୁଛନ୍ତି ବର୍ଷକୁ ଏତେ କୋଟି ଜନ୍ମ ହେଉଛନ୍ତି । ପୁଣି ରହିବାକୁ ଏତେ ଜାଗା ହିଁ କାହିଁ! ତେଣୁ ବାବା କହୁଛନ୍ତି ମୁଁ ଆସୁଛି ଜନସଂଖ୍ୟାକୁ ସୀମିତ କରିବା ପାଇଁ । ଯେତେବେଳେ ସବୁ ଆତ୍ମା ଉପରୁ ଆସି ଯାଉଛନ୍ତି, ସେତେବେଳେ ଆମର ପରମଧାମ ଘର ଖାଲି ହୋଇଯାଏ । ବାକି ଯେଉଁମାନେ ବଳକା ରହି ଯାଇଛନ୍ତି ସେମାନେ ମଧ୍ୟ ଆସିଯାଉଛନ୍ତି । ସୃଷ୍ଟିରୂପି ବୃକ୍ଷ କେବେ ବି ଶୁଖିଯାଏ ନାହିଁ । ତାହା ସବୁବେଳେ ଚାଲିଥାଏ । ଶେଷରେ ଯେତେବେଳେ ସେଠାରେ କେହି ବି ରୁହନ୍ତି ନାହିଁ, ସେତେବେଳେ ପୁଣି ସମସ୍ତେ ଫେରିଯାଆନ୍ତି । ନୁଆ ଦୁନିଆରେ ବହୁତ କମ ସଂଖ୍ୟାରେ ଥିଲେ, ଏବେ ଦେଖ ସଂଖ୍ୟା କେତେ ବଢିଯାଇଛି । ଶରୀର ତ ସମସ୍ତଙ୍କର ବଦଳିଯାଉଛି । ସେହିଭଳି ଜନ୍ମ ସେହିମାନେ ହିଁ ନେବେ ଯେଉଁମାନେ କଳ୍ପ କଳ୍ପ ନେଉଛନ୍ତି । ଏହି ସୃଷ୍ଟିଚକ୍ର କିପରି ଚାଲୁଛି, ତାହା ବାବାଙ୍କ ବ୍ୟତୀତ କେହି ବୁଝାଇପାରିବେ ନାହିଁ । ତୁମମାନଙ୍କ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ବୁଝୁଛନ୍ତି । ଏହି ବେହଦର ନାଟକ କେତେ ବିଶାଳ । ଏହାକୁ ବହୁତ ଭଲ ଭାବରେ ବୁଝାଇବାକୁ ହେବ । ବେହଦର ବାବା ତ ହେଉଛନ୍ତି ଜ୍ଞାନର ସାଗର । ବାକି ଅନ୍ୟ ସମସ୍ତେ ତ ଅଳ୍ପଜ୍ଞାନୀ । ସେମାନେ ବେଦ, ଶାସ୍ତ୍ର ଆଦି ରଚନା କରୁଛନ୍ତି, ଆଉ ଅଧିକ କିଛି ତ ଲେଖିପାରିବେ ହୋଇପାରିବ ନାହିଁ । ତୁମେ ବାବାଙ୍କ ଜ୍ଞାନକୁ ଯଦି ଆରମ୍ଭରୁ ଲେଖିବ ତେବେ କେତେ ଲମ୍ବା ଚଉଡା ଗୀତା ହୋଇଥିବ । ଯଦି ସବୁ ଛପା ଯାଆନ୍ତା ତେବେ ଘରଠାରୁ ମଧ୍ୟ ବଡ ଗୀତା ହୋଇଯିବ ସେଥିପାଇଁ କୁହାଯାଏ ସାଗରକୁ ଯଦି କାଳି କରିଦେବ.... ପୁଣି ଏହା କଥା ମଧ୍ୟ କୁହାଯାଇଛି ଯେଚଢେଇମାନେ ସାଗରକୁ ଗ୍ରାସ କରିଦେଲେ.... । ବାସ୍ତବରେ ଏହା ତୁମମାନଙ୍କର ହିଁ ଦୃଷ୍ଟାନ୍ତ ଅଟେ । ତୁମେମାନେ ସାରା ଜ୍ଞାନର ସାଗରକୁ ଗ୍ରାସ କରିଦେଉଛ । ତୁମେମାନେ ଏବେ ବ୍ରାହ୍ମଣ ହୋଇଛ । ତୁମକୁ ଏବେ ଜ୍ଞାନ ମିଳୁଛି । ଜ୍ଞାନ ଆଧାରରେ ତୁମେ ସବୁ କିଛି ଜାଣିଯାଇଛ । କଳ୍ପ କଳ୍ପ ତୁମେ ଏଠାରେ ପାଠ ପଢୁଛ, ଏଥିରେ କିଛି କମ୍ ବେଶୀ ହେବାର ନାହିଁ । ଯିଏ ଯେତିକି ପୁରୁଷାର୍ଥ କରୁଛନ୍ତି, ତାଙ୍କର ସେତିକି ପ୍ରାଲବ୍ଧ ଜମା ହେଉଛି । ତୁମେ ପ୍ରତ୍ୟେକ ନିଜକୁ ଜାଣିପାରିବ ଯେ ମୁଁ କେତେ ପୁରୁଷାର୍ଥ କରୁଛି ଏବଂ କେଉଁ ପଦ ପ୍ରାପ୍ତ କରିବା ଯୋଗ୍ୟ ହୋଇଛି । ସ୍କୁଲରେ ମଧ୍ୟ କ୍ରମାନୁସାରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି । ଏଠାରେ ମଧ୍ୟ ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ଉଭୟ ହେଉଛନ୍ତି । ଯେଉଁମାନେ ଫେଲ୍ ହୋଇଯାଉଛନ୍ତି ସେହିମାନେ ଚନ୍ଦ୍ରବଂଶୀ ହେଉଛନ୍ତି । ଦୁନିଆରେ କେହି ଜାଣିନାହାଁନ୍ତି ଯେ ରାମକୁ ଧନୁ ତୀର କାହିଁକି ଦିଆଯାଇଛି ? ଯୁଦ୍ଧର ଇତିହାସ ଲେଖିଦେଇଛନ୍ତି । କିନ୍ତୁ ବାସ୍ତବରେ ବର୍ତ୍ତମାନ ହିଁ ହେଉଛି ମାରପିଟର ସମୟ । ତୁମେ ଜାଣିଛ ଯିଏ ଯେପରି କର୍ମ କରିବେ ସିଏ ସେପରି ଫଳ ପାଇବେ । ଯେପରି କେହି ଡାକ୍ତରଖାନା ତିଆରି କରୁଛନ୍ତି ତେବେ ଅନ୍ୟ ଜନ୍ମରେ ତାଙ୍କର ଆୟୁଷ ବଡ ହେବ ଏବଂ ସିଏ ସ୍ୱାସ୍ଥ୍ୟବାନ୍ ହେବେ । କେହି ଯଦି ଧର୍ମଶାଳା ବା ସ୍କୁଲ୍ ଖୋଲୁଛନ୍ତି ତେବେ ତାଙ୍କୁ ଅଧାକଳ୍ପର ସୁଖ ମିଳିବ । ଏଠାରେ ପିଲାମାନେ ଯେତେବେଳେ ଆସୁଛନ୍ତି ବାବା ସେମାନଙ୍କୁ ପଚାରୁଛନ୍ତି ତୁମର କେତୋଟି ସନ୍ତାନ ? ତେବେ କହୁଛନ୍ତି ଆମର ୩ଟି ଲୌକିକ ସନ୍ତାନ ଏବଂ ଜଣେ ଶିବବାବା କାହିଁକି ନା ସିଏ ସମ୍ପତ୍ତି ଦେଉଛନ୍ତି ଏବଂ ନେଉଛନ୍ତି । ତାର ହିସାବ ଅଛି । ତେବେ ସିଏ ତ କିଛି ନିଅନ୍ତି ନାହିଁ, ସିଏ ତ ଦାତା ଅଟନ୍ତି । ତାଙ୍କୁ ତୁମେ ଚାଉଳ ମୁଠାଏ ଦେଇ ମହଲ ନେଇଯାଉଛ । ସେଥିପାଇଁ ସିଏ ଭୋଳାନାଥ ଅଟନ୍ତି, ପତିତ-ପାବନ ଜ୍ଞାନ ସାଗର ଅଟନ୍ତି । ଏବେ ବାବା କହୁଛନ୍ତି ଏତେ ସବୁ ଯେଉଁ ଭକ୍ତିର ଶାସ୍ତ୍ର ଅଛି ମୁଁ ସେଗୁଡିକର ରହସ୍ୟ ବୁଝାଉଛି । ଭକ୍ତିର ଫଳ ତ ଅଧାକଳ୍ପ ପର୍ଯ୍ୟନ୍ତ ହୋଇଥାଏ । ସନ୍ନ୍ୟାସୀମାନେ ସୁଖକୁ କାକ ବିଷ୍ଠା ସହିତ ତୁଳନା କରିଛନ୍ତି, ସେଥିପାଇଁ ସେମାନେ ଘର ଦ୍ୱାର ଛାଡି ଜଙ୍ଗଲକୁ ଚାଲିଯାନ୍ତି । କହୁଛନ୍ତି ଆମକୁ ସ୍ୱର୍ଗର ସୁଖ ଦରକାର ନାହିଁ, ଯାହାକି ପୁଣି ନର୍କକୁ ଆସିବାକୁ ପଡିବ । ଆମକୁ ମୋକ୍ଷ ଦରକାର । କିନ୍ତୁ ଏହା ମନେ ରଖ ଏହା ହେଉଛି ବେହଦର ନାଟକ । ଏହି ନାଟକରୁ ଗୋଟିଏ ମଧ୍ୟ ଆତ୍ମା ମୁକ୍ତ ହୋଇପାରିବ ନାହିଁ, ଏହା ପୂର୍ବ ପ୍ରସ୍ତୁତ ଅଟେ । ସେଥିପାଇଁ ଗାୟନ କରୁଛନ୍ତି ବନି ବନାଇ ବନ ରହି.... କିନ୍ତୁ ଭକ୍ତିମାର୍ଗରେ ଚିନ୍ତା କରିବାକୁ ପଡୁଛି । ତୁମେ ଯାହା କିଛି ଅତିକ୍ରମ କରିଛ ତାହା ପୁଣି ହେବ । ୮୪ ଜନ୍ମର ଚକ୍ର ତୁମେ ହିଁ ଲଗାଉଛ । ଏହା କେବେ ବି ବନ୍ଦ ହୁଏ ନାହିଁ । ପୂର୍ବ ପ୍ରସ୍ତୁତ ଅଟେ । ତେବେ ଏଥିରୁ ତୁମେ ନିଜର ପୁରୁଷାର୍ଥକୁ କିପରି ସମାପ୍ତ କରିପାରିବ ? ତୁମେ ଚାହିଁଲେ ମଧ୍ୟ ବାହାରିପାରିବ ନାହିଁ । ମୋକ୍ଷ ପ୍ରାପ୍ତ କରିବା ଜ୍ୟୋତିରେ ସମାହିତ ହୋଇଯିବା, ବ୍ରହ୍ମରେ ଲୀନ ହେବା ଏହା ଗୋଟିଏ କଥା । ଦୁନିଆରେ ଅନେକ ମତ ରହିଛି, ଅନେକ ଧର୍ମ ରହିଛି । ପୁଣି କହିଦେଉଛନ୍ତି ତୁମର ଗତି-ମତ ତୁମେ ହିଁ ଜାଣ । ତୁମକୁ ଶ୍ରୀମତ ଆଧାରରେ ସଦଗତି ମିଳୁଛି । ତାହା ମଧ୍ୟ ତୁମେ ହିଁ ଜାଣୁଛୁ । ତୁମେ କହୁଛ ଆପଣ ଯେତେବେଳେ ଆସିବେ ସେତେବେଳେ ଆମେ ନିଜକୁ ମଧ୍ୟ ଜାଣିଯିବୁ ଏବଂ ପବିତ୍ର ହେବୁ । ପାଠପଢି ସଦଗତିକୁ ପ୍ରାପ୍ତ କରିବୁ । ପୁଣି ଯେତେବେଳେ ସଦଗତି ହୋଇଯାଉଛି ତାପରେ ଆଉ କେହି ଡାକୁ ନାହାଁନ୍ତି । ବର୍ତ୍ତମାନ ସମସ୍ତଙ୍କ ଉପରେ ଦୁଃଖର ପାହାଡ ଖସିବାକୁ ଯାଉଛି । ରକ୍ତର ଖେଳ ବି ଦେଖାଉଛନ୍ତି ଏବଂ ଗୋବର୍ଦ୍ଧନ ପର୍ବତକୁ ଆଙ୍ଗୁଳିରେ ଉଠାଇବାର ଦେଖାଉଛନ୍ତି । ତେବେ ତୁମେ ଏହାର ବାସ୍ତବ ଅର୍ଥକୁ ଜାଣିଛ । ତୁମେ ଅଳ୍ପ କେତେକ ସନ୍ତାନମାନେ ହିଁ ଏହି ଦୁଃଖର ପାହାଡ ହଟାଉଛ । ଦୁଃଖକୁ ମଧ୍ୟ ସହନ କରୁଛ ।

ତୁମକୁ ଏହି ବଶୀକରଣ ମନ୍ତ୍ରକୁ ସମସ୍ତଙ୍କୁ ଦେବାକୁ ହେବ । କହୁଛନ୍ତି ତୁଳସୀ ଦାସ ଚନ୍ଦନ ଘିସେ ତେବେ ରାଜତ୍ୱର ତିଳକ ତ ତୁମକୁ ନିଜ ନିଜର ପରିଶ୍ରମ ଅନୁସାରେ ମିଳୁଛି । ତୁମେ ରାଜଧାନୀକୁ ଯିବା ପାଇଁ ପାଠ ପଢୁଛୁ । ଏହି ରାଜଯୋଗର ପାଠ ଦ୍ୱାରା ତୁମକୁ ରାଜତ୍ୱ ମିଳୁଛି ଏବଂ ତାହା ମଧ୍ୟ ଏକମାତ୍ର ବାବା ହିଁ ପଢାଉଛନ୍ତି । ଏବେ ତୁମେ ଘରେ ବସିଛ, ଏହା କୌଣସି ରାଜ ଦରବାର ନୁହେଁ । ରାଜ ଦରବାର ତାକୁ କୁହାଯାଏ ଯେଉଁଠାରେ ରାଜା-ମହାରାଜାମାନେ ବସନ୍ତି । ଏହା ହେଉଛି ପାଠଶାଳା । କୌଣସି ବ୍ରାହ୍ମଣୀ ଏଠାକୁ ବିକାରୀମାନଙ୍କୁ ନେଇ ଆସିପାରିବ ନାହିଁ । ଏସବୁ କଥା ଆଗରୁ ବୁଝାଇ ଦିଆଯାଉଛି । ସେମାନେ ବାୟୁମଣ୍ଡଳକୁ ପତିତ, ଖରାପ କରିଦେବେ, ସେଥିପାଇଁ ଅନୁମତି ଦିଆଯାଏ ନାହିଁ । ଯେତେବେଳେ ସେମାନେ ପବିତ୍ର ହେବେ ତେବେ ଯାଇ ଅନୁମତି ମିଳିବ । ଏବେ କାହାକୁ କାହାକୁ ଅନୁମତି ଦେବାକୁ ପଡୁଛି । ଯଦି ଏଠାରୁ ଯାଇ ପତିତ ହୋଇଯିବେ ତେବେ ତାଙ୍କର କିଛି ଧାରଣା ହୋଇପାରିବ ନାହିଁ । ତେବେ ଏହା ହେଲା ନିଜକୁ ନିଜେ ଅଭିଶପ୍ତ କରିବା । ବିକାର ହେଉଛି ହିଁ ରାବଣର ମତ । ତେବେ ରାମଙ୍କର ମତକୁ ଛାଡି ରାବଣ ମତରେ ଚାଲିବା ଦ୍ୱାରା ବିକାରୀ ପଥର ବୁଦ୍ଧି ହୋଇଯାଉଛନ୍ତି । ଏମିତି ତ ଗରୁଡ ପୁରାଣରେ ବହୁତ ଅତି ରଞ୍ଜିତ କରି ଲେଖି ଦେଇଛନ୍ତି । ବାବା କହୁଛନ୍ତି ମନୁଷ୍ୟ ମନୁଷ୍ୟ ହିଁ ହୁଏ, ପଶୁପକ୍ଷୀ ନୁହେଁ । ପାଠପଢାରେ କୌଣସି ଅନ୍ଧଶ୍ରଦ୍ଧାର କଥା ନଥାଏ । ତୁମର ଏହା ହେଉଛି ପାଠପଢା । ବିଦ୍ୟାର୍ଥୀ ପାଠପଢି ରୋଜଗାର କରନ୍ତି ନା । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
 

ଧାରଣା ପାଇଁ ମୁଖ୍ୟ ସାର :
(୧) ବଶୀକରଣର ମନ୍ତ୍ର ସମସ୍ତଙ୍କୁ ଦେବାକୁ ହେବ । ପାଠପଢାର ପରିଶ୍ରମ ଦ୍ୱାରା ରାଜ୍ୟଭାଗ୍ୟର ତିଳକ ନେବାକୁ ହେବ । ଏହି ସବୁ ଦୁଃଖର ପାହାଡକୁ ହଟାଇବାରେ ନିଜର ସହଯୋଗର ଆଙ୍ଗୁଳି ଦେବାକୁ ହେବ ।

(୨) ସଂଗମଯୁଗରେ ପୁରୁଷୋତ୍ତମ ହେବାର ପୁରୁଷାର୍ଥ କରିବାକୁ ହେବ । ବାବାଙ୍କୁ ମନେ ପକାଇବାର ଡ୍ରିଲ୍ କରିବାକୁ ହେବ । ବାକି ଯୋଗ ଯୋଗ କହି ଦ୍ୱନ୍ଦ୍ୱରେ ପଡିବାର ନାହିଁ ।


ବରଦାନ:-
ପରମାତ୍ମ ଜ୍ଞାନର ନବୀନତା ପବିତ୍ରତାକୁ ଧାରଣ କରୁଥିବା ସର୍ବ ଆକର୍ଷଣରୁ ମୁକ୍ତ ଆତ୍ମା ହୁଅ ।

ଏହି ପରମାତ୍ମ ଜ୍ଞାନର ନବୀନତା ହିଁ ପବିତ୍ରତା ଅଟେ । ତୁମେମାନେ ଗର୍ବର ସହିତ କହୁଛ ଯେ ନିଆଁ ଏବଂ ତୁଳା ଅର୍ଥାତ୍ ସ୍ତ୍ରୀ-ପୁରୁଷ ଏକାଠି ରହୁଥିଲେ ମଧ୍ୟ ବିକାର ରୂପୀ ନିଆଁ ଲାଗିପାରିବ ନାହିଁ । ବିଶ୍ୱକୁ ତୁମେମାନେ ଚ୍ୟାଲେଞ୍ଜ କରୁଛ ଯେ ପବିତ୍ରତା ବିନା ଯୋଗୀ ବା ଜ୍ଞାନୀ ଆତ୍ମା ହୋଇପାରିବ ନାହିଁ । ତେଣୁ ପବିତ୍ରତା ଅର୍ଥାତ୍ ସମ୍ପୂର୍ଣ୍ଣ ଆକର୍ଷଣ ମୁକ୍ତ । କୌଣସି ବି ବ୍ୟକ୍ତି ବା ସାଧନ ସହିତ ମଧ୍ୟ ମୋହ ନଥିବ । ଏହିଭଳି ପବିତ୍ରତାର ସ୍ଥିତି ଦ୍ୱାରା ହିଁ ପ୍ରକୃତିକୁ ପବିତ୍ର କରିବାର ସେବା କରିପାରିବ ।

ସ୍ଲୋଗାନ:-
ପବିତ୍ରତା ତୁମ ଜୀବନର ମୂଳଦୁଆ ତେଣୁ ପ୍ରାଣ ପଛକେ ଚାଲିଯାଉ କିନ୍ତୁ ଏହା ପ୍ରତିଜ୍ଞା ବା ଧର୍ମ ନଯାଉ ।