04.06.22          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:- ତୁମେମାନେ, ଜଗଦଅମ୍ବା କାମଧେନୁଙ୍କର ପୁତ୍ର ଏବଂ କନ୍ୟା ଅଟ, ତୁମମାନଙ୍କୁ ସମସ୍ତଙ୍କର ମନୋକାମନା ପୂର୍ଣ୍ଣ କରିବାକୁ ହେବ, ନିଜର ଭାଇ-ଭଉଣୀମାନଙ୍କୁ ପ୍ରକୃତ ରାସ୍ତା ବତାଇବାକୁ ହେବ ।

ପ୍ରଶ୍ନ:-
ତୁମମାନଙ୍କୁ ବାବାଙ୍କ ଦ୍ୱାରା କେଉଁ ପ୍ରକାରର ଦାୟିତ୍ୱ ମିଳିଛି?

ଉତ୍ତର:-
ପିଲାମାନେ, ବେହଦର ବାବା ବେହଦର ସୁଖ ଦେବାକୁ ଆସିଛନ୍ତି, ତେଣୁ ତୁମମାନଙ୍କର କର୍ତ୍ତବ୍ୟ ହେଲା ଘରେ-ଘରେ ଏହି ସନ୍ଦେଶ ଦିଅ । ବାବାଙ୍କର ସହଯୋଗୀ ହୋଇ ପ୍ରତ୍ୟେକ ଘରକୁ ସ୍ୱର୍ଗରେ ପରିଣତ କର । କଣ୍ଟାକୁ ଫୁଲ କରିବାର ସେବା କର । ବାବାଙ୍କ ସମାନ ନିରହଂକାରୀ, ନିରାକାରୀ ହୋଇ ସମସ୍ତଙ୍କର ସେବା କର । ସାରା ଦୁନିଆକୁ ରାବଣ ଭଳି ଶତ୍ରୁ କବଳରୁ ମୁକ୍ତ କରିବା - ଏହା ତୁମ ପିଲାମାନଙ୍କର ସବୁଠାରୁ ବଡ ଦାୟିତ୍ୱ ।

ଗୀତ:
ମାତା ଓ ମାତା...

ଓମ୍ ଶାନ୍ତି ।
ଏହି ମାତୃଶକ୍ତିଙ୍କର ମହିଁମା କେବଳ ଭାରତରେ ହିଁ ଗାୟନ କରାଯାଇଥାଏ । ବାସ୍ତବରେ ଜଗତ ଅମ୍ବା ସମସ୍ତଙ୍କର ଭାଗ୍ୟ ବିଧାତା ଅଟନ୍ତି । ଯାହାଙ୍କର ନାମ ହିଁ କାମଧେନୁ ରଖାଯାଇଛି କାରଣ ସିଏ ସମସ୍ତ କାମନା ପୂର୍ଣ୍ଣ କରନ୍ତି । ବାସ୍ତବରେ ତାଙ୍କୁ ଏହି ବର୍ସା କେଉଁଠାରୁ ମିଳୁଛି? ଶିବବାବାଙ୍କ ଠାରୁ ମିଳୁଛି ଜଗତପିତାଙ୍କୁ ମଧ୍ୟ ତାଙ୍କଠାରୁ ବର୍ସା ମିଳୁଛି । ତୁମମାନଙ୍କର ଏବେ ନିଶ୍ଚୟ ହୋଇଛି ଯେ, ଆମେ ଆତ୍ମା ଅଟୁ । ଆତ୍ମାକୁ ଦେଖି ହେବ ନାହିଁ, କିନ୍ତୁ ଜାଣି ହେବ । ଶରୀର ଏବଂ ଆତ୍ମା ରହିଛି । ଆତ୍ମା ଅବିନାଶୀ, ଶରୀର ତ ବିନାଶୀ ଯାହାକି ଏହି ଆଖି ଦ୍ୱାରା ଦେଖୁଛି । ଆତ୍ମାର ସାକ୍ଷାତ୍କାର ହୋଇଥାଏ । କହନ୍ତି - ବିବେକାନନ୍ଦକୁ ଆତ୍ମାର ସାକ୍ଷାତ୍କାର ହୋଇଥିଲା, କିନ୍ତୁ ସିଏ କିଛି ବୁଝିପାରିଲେ ନାହିଁ । ପିଲାମାନେ ଭାବୁଛନ୍ତି ଯେ, ଆମେ ଆତ୍ମାର ସାକ୍ଷାତ୍ କରିବା ଯାହା ପରମାତ୍ମାଙ୍କର ସାକ୍ଷାତ୍କାର କରିବା ସମାନ ହେବ । ଆତ୍ମାର ରୂପ ଯେପରି, ଆତ୍ମାର ପିତା ପରମାତ୍ମାଙ୍କର ରୂପ ମଧ୍ୟ ସେହିପରି । ଏଥିରେ କୌଣସି ଫରକ ନାହିଁ । ବୁଦ୍ଧି ଦ୍ୱାରା ଜାଣିହୁଏ ଯେ ଇଏ ଆତ୍ମା ଏବଂ ଆତ୍ମାର ପିତା ପରମାତ୍ମା ଯାହାଙ୍କୁ ଆତ୍ମାମାନେ ମନେ ପକାଉଛନ୍ତି । ଏହି ଆଖି ଦ୍ୱାରା ତ ନା ନିଜ ଆତ୍ମାକୁ, ନା ବାବାଙ୍କ ଆତ୍ମାକୁ ଦେଖି ହେବ । ସିଏ ପରମ ଆତ୍ମା ପରମଧାମ ନିବାସୀ ସୁପ୍ରିମ ପରମାତ୍ମା । ଭକ୍ତିମାର୍ଗରେ ଯେତେବେଳେ ନବଧା ଭକ୍ତି କରନ୍ତି ସେତେବେଳେ ତାଙ୍କୁ ସାକ୍ଷାତ୍କାର ହୋଇଥାଏ । ଏପରି ନୁହେଁ ଯେ, ତାଙ୍କର ଆତ୍ମା ସେତେବେଳେ ସେହି ଶରୀରରେ ଥାଏ । ନାଁ । ତାଙ୍କର ଆତ୍ମା ତ ପୁନର୍ଜନ୍ମ ନେଇଛି । ଭକ୍ତିମାର୍ଗରେ ଯିଏ-ଯିଏ, ଯେଉଁ-ଯେଉଁ ଭାବନାରେ ଯାହାକୁ ପୂଜା କରିଥାନ୍ତି ସେହି ଅନୁସାରେ ତାଙ୍କୁ ସାକ୍ଷାତ୍କାର ହୋଇଥାଏ । ଢେର ଚିତ୍ର ଆଦି ତିଆରି କରୁଛନ୍ତି, ଯାହାକୁ କଣ୍ଢେଇ ପୂଜା କୁହାଯାଉଛି । ବହୁତ ଭାବନାର ସହିତ ଭକ୍ତି କରିଥାନ୍ତି ତେଣୁ ଭଡା ସ୍ୱରୂପ ଅଳ୍ପକାଳର ସୁଖ ମିଳିଯାଇଥାଏ । କିନ୍ତୁ ତୁମକୁ ତ ବେଦହର ସୁଖ ମିଳୁଛି ଯାହାକି ସମ୍ପୂର୍ଣ୍ଣ ଅଲଗା ଅଟେ । ତୁମେ ଜାଣିଛ ଯେ ଆମେ ସ୍ୱର୍ଗର ରାଜତ୍ୱ ନେଉଛୁ । ଭକ୍ତି କରିବା ଦ୍ୱାରା କେହି ସ୍ୱର୍ଗକୁ ଯାଇନଥାନ୍ତି । ଯେତେବେଳେ ଭକ୍ତିମାର୍ଗ ପୂରା ହେବ ଅର୍ଥାତ୍ ଦୁନିଆ ପୁରୁଣା ହେବ, କଳିଯୁଗ ପରେ ସତ୍ୟଯୁଗ ନୂଆ ଦୁନିଆ ଆସିବ । ଏକଥା କାହା ବୁଦ୍ଧିରେ ପଶୁନାହିଁ । ସନ୍ନ୍ୟାସୀମାନେ ମଧ୍ୟ କହୁଛନ୍ତି - ଅମୁକଙ୍କର ଆତ୍ମା ରୂପି ଜ୍ୟୋତି, ଜ୍ୟୋତିରେ ମିଶିଗଲା, କିନ୍ତୁ ବାସ୍ତବରେ ଏପରି ହୋଇନଥାଏ । ତୁମକୁ ଏବେ ଈଶ୍ୱରୀୟ ବୁଦ୍ଧି ମିଳିଛି, ଯାହାକୁ ଶ୍ରୀମତ ବୋଲି କୁହାଯାଉଛି । ଏହି ଶବ୍ଦ କେତେ ସୁନ୍ଦର ଶବ୍ଦ ଅଟେ । ଶ୍ରୀ ଶ୍ରୀ ଭଗବାନୁବାଚ । ସିଏ ହିଁ ସ୍ୱର୍ଗର ମାଲିକ ଅର୍ଥାତ୍ ନରରୁ ନାରାୟଣ କରୁଛନ୍ତି । ତୁମେ ଶ୍ରୀମତ ଆଧାରରେ ସାରା ବିଶ୍ୱର ରାଜ୍ୟ ପାଉଛ । ଶ୍ରୀ ଶ୍ରୀ ୧୦୮ ମାଳାର ବହୁତ ମହିଁମା ରହିଛି । ୮ ରତ୍ନର ମାଳା ହୋଇଥାଏ । ଯାହାକୁ ସନ୍ନ୍ୟାସୀମାନେ ମଧ୍ୟ ଜପିଥାନ୍ତି । ଗୋଟିଏ କପଡା ତିଆରି କରୁଛନ୍ତି, ତାକୁ ଗଉମୁଖ କହୁଛନ୍ତି । ତା ଭିତରେ ହାତ ପୁରାଇ ମାଳା ଗଡାଉଛନ୍ତି । ବାବା କହୁଛନ୍ତି - ମୋତେ ନିରନ୍ତର ସ୍ମରଣ କର ଯାହାକୁ ସେମାନେ ମାଳା ଗଡାଇବାର ଅର୍ଥରେ ଭାବିନେଇଛନ୍ତି । ପିଲାମାନେ ଜାଣିଛନ୍ତି ଯେ, ଏବେ ପାରଲୌକିକ ବାବା ଆସି ଆମକୁ ବ୍ରହ୍ମାଙ୍କ ଦ୍ୱାରା ନିଜର କରୁଛନ୍ତି । ଯଦି ପ୍ରଜାପିତା ବ୍ରହ୍ମା ଅଛନ୍ତି ତେବେ ପ୍ରଜା ମାତା ମଧ୍ୟ ଅଛନ୍ତି । ଜଗତଅମ୍ବାଙ୍କୁ ଜଗତର ମାତା ଏବଂ ଲକ୍ଷ୍ମୀଙ୍କୁ ବିଶ୍ୱର ମହାରାଣୀ କୁହାଯାଇଥାଏ । ବିଶ୍ୱ ଅମ୍ବା କୁହ ଅଥବା ଜଗତଅମ୍ବା କୁହ ଗୋଟିଏ କଥା । ତୁମେମାନେ ତାଙ୍କର ସନ୍ତାନ ଅଟ, ତେବେ ଏହା କୁଟୁମ୍ବ ହୋଇଗଲା । ତୁମେ ମଧ୍ୟ ସମସ୍ତଙ୍କର ମନୋକାମନା ପୂର୍ଣ୍ଣ କରୁଛ । ଜଗତଅମ୍ବାଙ୍କର ତୁମେମାନେ ପୁତ୍ର ଏବଂ କନ୍ୟା ଅଟ । ତୁମର ବୁଦ୍ଧିରେ ଏହି ନିଶା ରହିଛି - ଆମେ କିପରି ନିଜର ଭାଇ ଭଉଣୀମାନଙ୍କୁ ରାସ୍ତା ବତାଇବୁ । ଏହା ବହୁତ ସହଜ କଥା । ଭକ୍ତିମାର୍ଗରେ ତ ବହୁତ କଷ୍ଟ କରିବାକୁ ପଡିଥାଏ । ସେମାନେ କେତେ ହଠଯୋଗ, ପ୍ରାଣାୟାମ ଆଦି କରୁଛନ୍ତି । ନଦୀରେ ଯାଇ ସ୍ନାନ କରୁଛନ୍ତି । ବହୁତ କଷ୍ଟ ସହନ କରିଥାନ୍ତି । ଏବେ ବାବା କହୁଛନ୍ତି ତୁମେମାନେ ଏତେ ସବୁ କରି ଥକିଯାଇଛ । ଏକଥା ବାବା ବ୍ରାହ୍ମଣମାନଙ୍କୁ ହିଁ ବୁଝାଉଛନ୍ତି, ତେଣୁ ବୁଝିପାରୁଛନ୍ତି ଯେ, ନିରାକାର ପରମପିତା ପରମାତ୍ମାଙ୍କ ସହିତ ଆମର କଣ ସମ୍ବନ୍ଧ ରହିଛି । ଶିବବାବା ଶବ୍ଦ ହିଁ ବହୁତ ଶୋଭା ଦେଇଥାଏ, ରୁଦ୍ର ବାବା ମଧ୍ୟ କୁହାଯିବ ନାହିଁ । ତେଣୁ ଶିବବାବା ବୋଲି ହିଁ କହୁଛନ୍ତି । ଏହା ବହୁତ ସହଜ । ନାମ ତ ଆହୁରି ଢେର ରହିଛି । କିନ୍ତୁ ଏହି ଶିବବାବା ଶବ୍ଦ ଠିକ୍ । ଶିବ ଅର୍ଥାତ୍ ବିନ୍ଦୁ । ରୁଦ୍ର ଅର୍ଥ ବିନ୍ଦୁ ନୁହେଁ । ଯଦିଓ ଶିବବାବା ବୋଲି କହୁଛନ୍ତି କିନ୍ତୁ କିଛି ବି ବୁଝିପାରୁ ନାହାଁନ୍ତି । ଶିବବାବା ଏବଂ ତୁମେ ଶାଳଗ୍ରାମ ଅଟ, ଏବେ ତୁମମାନଙ୍କ ଉପରେ ବହୁତ ଦାୟିତ୍ୱ ରହିଛି । ଯେପରି ଗାନ୍ଧୀ ଭାବୁଥିଲେ ଯେ, ଭାରତକୁ ଏହି ବିଦେଶୀମାନଙ୍କଠାରୁ ମୁକ୍ତ କରିବାକୁ ହେବ । ତାହା ତ ହେଲା ବିନାଶୀ କଥା । ବାବା ତୁମକୁ ଦାୟିତ୍ୱ ଦେଉଛନ୍ତି । ସ୍ୱତନ୍ତ୍ର ରୂପେ ଭାରତ ଏବଂ ସାଧାରଣ ଭାବେ ସାରା ଦୁନିଆକୁ ମାୟା ରାବଣ ଶତ୍ରୁଠାରୁ ମୁକ୍ତ କରିବାକୁ ହେବ । ଏହି ଶତ୍ରୁ ସମସ୍ତଙ୍କୁ ବହୁତ ଦୁଃଖ ଦେଇଛି, ତେଣୁ ତା ଉପରେ ବିଜୟ ପାଇବାକୁ ହେବ । ଯେପରି ଗାନ୍ଧିଜୀ ବିଦେଶୀମାନଙ୍କୁ ତଡିଥିଲେ, ଏହି ରାବଣ ମଧ୍ୟ ବଡ ବିଦେଶୀ ଅଟେ । ଦ୍ୱାପରରୁ ଏହି ରାବଣ ପଶି ଆସିଛି, କେହି ଜାଣି ମଧ୍ୟ ପାରୁନାହାଁନ୍ତି । ରାବଣ ଆସି ସମସ୍ତ ରାଜ୍ୟ ଛଡାଇ ନେଉଛି । ଇଏ ସବୁଠାରୁ ପୁରୁଣା ବିଦେଶୀ ଯିଏକି ଭାରତକୁ ଏପରି କାଙ୍ଗାଳ କରି ଦେଇଛି । ତାର ମତ ଦ୍ୱାରା ଭାରତ ଏପରି ଭ୍ରଷ୍ଟାଚାରୀ ହୋଇ ଯାଇଛି । ତେଣୁ ଏହି ଶତ୍ରୁକୁ ତଡିବାକୁ ହେବ । ତୁମକୁ ଶ୍ରୀମତ ମିଳୁଛି, ତାକୁ କିପରି ତଡିବାକୁ ହେବ । ତେଣୁ ତୁମକୁ ବାବାଙ୍କର ସହଯୋଗୀ ହେବାକୁ ପଡିବ । ଯଦି ମୋର ହୋଇ ପୁଣି ଅନ୍ୟ ମତରେ ଚାଲିବ ତେବେ ତଳେ ତଳକୁ ଖସିଯିବ । ଉଚ୍ଚପଦ ପାଇପାରିବ ନାହିଁ । ଗାୟନ ମଧ୍ୟ କରାଯାଏ ହିମ୍ମତେ ବଚ୍ଚେ.... । ତୁମେ ହେଉଛ ଈଶ୍ୱରୀୟ ସେବାଧାରୀ । ଈଶ୍ୱର ଆସି ତୁମର ସେବା କରୁଛନ୍ତି । ଯାହାଙ୍କୁ ସମସ୍ତେ ମନେ ପକାଉଛନ୍ତି, କହୁଛନ୍ତି - ହେ ପତିତ-ପାବନ ଆସ । ଯିଏ ସେବା କରନ୍ତି ତାଙ୍କୁ ସେବାଧାରୀ କୁହାଯାଇଥାଏ । ବାବା କେତେ ନିରହଂକାରୀ ଏବଂ ନିରାକାର ଅଟନ୍ତି । ତେଣୁ ଆମକୁ ନିରହଂକାରୀ, ନିର୍ବିକାରୀ ହେବା ଶିଖାଉଛନ୍ତି । ନିଜ ସମାନ କଣ୍ଟାକୁ ଫୁଲ କରିବାକୁ ହେବ । ଗ୍ୟାରେଣ୍ଟି ଦେଉଛୁ ଯେ, ଆମେ ବିକାରରେ ଯିବୁ ନାହିଁ । ଇଏ ଆମର ସବୁଠାରୁ ପୁରୁଣା ଶତ୍ରୁ । ଏହା ଉପରେ ବିଜୟ ପାଇବାକୁ ହେବ । କେହି-କେହି ତ ଲେଖୁଛନ୍ତି ବାବା ଆମେ ହାରିଗଲୁ, କେହି କେହି ତ କହୁ ନାହାଁନ୍ତି । ପ୍ରଥମେ ତ ବାବାଙ୍କର ନାମକୁ ବଦନାମ କରୁଛନ୍ତି, ସତଗୁରୁଙ୍କର ନିନ୍ଦା କରୁଛନ୍ତି । କିନ୍ତୁ ସେମାନେ ନିଜର ହିଁ କ୍ଷତି କରୁଛନ୍ତି ।

ତୁମେମାନେ ଜାଣୁଛ - ଏବେ ଆମେ ଶିବବାବାଙ୍କର ନାତି-ନାତୁଣୀ ଅଟୁ । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟୁ । ବ୍ରହ୍ମା ମଧ୍ୟ ଶିବବାବାଙ୍କଠାରୁ ବର୍ସା ନେଉଛନ୍ତି । ତୁମେ ମଧ୍ୟ ତାଙ୍କଠାରୁ ନେଉଛ । ପିଲାମାନେ ଜାଣିଛନ୍ତି ଯେ, ଆମେମାନେ ବାବାଙ୍କଠାରୁ କଳ୍ପ ପୂର୍ବରୁ ମଧ୍ୟ ବର୍ସା ନେଇଥିଲୁ । ଏକଥା ଆତ୍ମା ହିଁ ବୁଝୁଛି । ଆତ୍ମା ହିଁ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଥାଏ ଏବଂ ଶରୀରର ହିଁ ନାମ ରଖାଯାଇଥାଏ । ଶିବବାବା ତ କେବଳ ଜ୍ଞାନ ଦେବା ପାଇଁ ଶରୀର ଧାର ନେଉଛନ୍ତି । ଶିବ ଭଗବାନୁବାଚ - ବ୍ରହ୍ମାଙ୍କର ଶରୀର ଦ୍ୱାରା । ବାକି ଅଧିକ କଥାକୁ ଯିବାର ଆବଶ୍ୟକତା ନାହିଁ । ଆତ୍ମା ଶରୀରଠାରୁ ବାହାରିଯାଏ, ପୁଣି କଣ ହୁଏ? କିପରି ଆସିଥାଏ, ଏତେ ସବୁ କଥାରେ ମୁଣ୍ଡ ପୁରାଇଲେ କୌଣସି ଲାଭ ମିଳି ନଥାଏ । ଏହା ତ କେବଳ ସାକ୍ଷାତ୍କାରର କଥା । ଯାହା କିଛି ବି ହେଉଛି, ଏସବୁ ସାକ୍ଷାତକାର ଅଟେ । ସୂକ୍ଷ୍ମଲୋକର ରାସ୍ତା ଏବେ ଖୋଲିଛି । ବହୁତ ଯାଉଛନ୍ତି ଆସୁଛନ୍ତି । ଏଥିରେ ଜ୍ଞାନ ଯୋଗର କୌଣସି କଥା ନାହିଁ । ଭୋଗ ଲଗାଉଛନ୍ତି ଆତ୍ମା ଆସୁଛି, ତାକୁ ଖୁଆଉଛନ୍ତି ପିଆଉଛନ୍ତି - ଏସବୁ ଯେପରି ଚିଟ୍ଚାଟ୍ ଅଟେ । ବାବାଙ୍କର ପିଲାମାନଙ୍କ ପ୍ରତି ବହୁତ ସ୍ନେହ ରହିଛି । ତୁମେମାନେ କହୁଛ ଯେ, ବାପଦାଦା ଆମେ ଆସିଛୁ, ଏଠାରେ ଶିବବାବା ଏବଂ ପ୍ରଜାପିତା ବ୍ରହ୍ମା ଅଛନ୍ତି । ବ୍ରହ୍ମାଙ୍କୁ କହୁଛନ୍ତି ଗ୍ରେଟ୍-ଗ୍ରେଟ୍ ଗ୍ରାଣ୍ଡ ଫାଦର । କେତେ ଉଚ୍ଚ ବଂଶାବଳୀ ଅଟେ, କିନ୍ତୁ ତାଙ୍କୁ ଶିବବାବା ବୋଲି ତ କୁହାଯିବ ନାହିଁ । ଏଠାରେ ମନୁଷ୍ୟମାନଙ୍କର ବଂଶାବଳୀ ରହିଛି । ଏହା ହେଉଛି ସାକାର ଦୁନିଆର କଥା । ସବୁ ବଂଶାବଳୀ ଠାରୁ ଏହା ପ୍ରଥମ ନମ୍ବର ଏବଂ ମୁଖ୍ୟ ବଂଶାବଳୀ ଅଟେ ଯାହାର ଗାୟନ ରହିଛି । ଏହା ବହୁତ ବଡ ନାଟକ ଅଟେ ନା । ଏବେ ପିଲାମାନେ ଭଲ ଭାବରେ ବୁଝିପାରୁଛନ୍ତି । ଯାହାକି ଆଉ କେହି ବି ବୁଝିପାରୁ ନଥିବେ । ଏତିକି ତ ବୁଝୁଥିବେ ଯେ, ବାସ୍ତବରେ ଶିବବାବା ସମସ୍ତଙ୍କର ପିତା ଅଟନ୍ତି । ବର୍ସା ଦାଦାଙ୍କଠାରୁ ମିଳିଥାଏ, ଏହାଙ୍କୁ ମଧ୍ୟ ତାଙ୍କଠାରୁ ମିଳୁଅଛି । ଆଚ୍ଛା ବ୍ରହ୍ମାଙ୍କୁ ମଧ୍ୟ ଭୁଲିଯାଅ । ନିର୍ବନ୍ଧ ହୋଇଗଲା, ବାକି କଣ ଦରକାର? ପୁଣି ମଧ୍ୟସ୍ଥିମାନଙ୍କୁ ଭୁଲିଯାଆନ୍ତି । ଇଏ ମଧ୍ୟ ମଧ୍ୟସ୍ଥି ଅଟନ୍ତି, ଯିଏକି ଆମର ନିର୍ବନ୍ଧ କରାଉଛନ୍ତି । କହୁଛନ୍ତି - ହେ ପିଲାମାନେ.... ଆତ୍ମାମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି । ଆତ୍ମା ସ୍ମରଣ କରିଥାଏ ବାବା ଏଠାକୁ ଆସି ଆମକୁ ପବିତ୍ର କର । ବାବା କହୁଛନ୍ତି - ମୋତେ ମନେ ପକାଅ ତେବେ ତୁମେ ପବିତ୍ର ହୋଇଯିବ, ଆତ୍ମାକୁ ପବିତ୍ର କରିବାର ଆଉ କୌଣସି ଉପାୟ ନାହିଁ । ଶାନ୍ତିଧାମରୁ ପୁଣି ତୁମକୁ ସ୍ୱର୍ଗକୁ ପଠାଇଦେବି । ଏହା ହେଉଛି ବାପା ଘର, ତାହା ହେଲା ଶ୍ୱଶୁର ଘର । ବାପା ଘରେ ଅଳଙ୍କାର ଆଦି ପିନ୍ଧିନଥାନ୍ତି, କାଇଦା ହିଁ ନାହିଁ । ଏସବୁ ତ ଆଜିକାଲିର ଫେସନ ହୋଇଗଲାଣି । ବର୍ତ୍ତମାନ ତୁମେ ଜାଣୁଛ ଯେ, ଶ୍ୱଶୁର ଘରକୁ ଯାଇ ଏସବୁ ପିନ୍ଧିବୁ । ବିବାହ ସମୟରେ ପ୍ରଥମେ କନ୍ୟା ସବୁ ଅଳଙ୍କାର ବାହାର କରିଦେଇଥାଏ । କେବଳ ସିଏ ପୁରୁଣା ବସ୍ତ୍ର ହିଁ ପିନ୍ଧିଥାଏ । ତୁମେମାନେ ଜାଣିଛ ଯେ, ବାବା ଆମକୁ ଶ୍ୱଶୁର ଘରକୁ ନେଇଯିବା ପାଇଁ ଦିବ୍ୟଗୁଣରେ ସୁସଜ୍ଜିତ କରୁଛନ୍ତି । ୨୧ ଜନ୍ମ ଆମେ ଶ୍ୱଶୁର ଘରେ ରହିବା । ହଁ, ସେଥିପାଇଁ ପୁରୁଷାର୍ଥ କରିବାକୁ ପଡିବ, ପବିତ୍ର ରହିବାକୁ ହେବ । ତେଣୁ ଗୃହସ୍ଥ ବ୍ୟବହାରରେ ରହି ପଦ୍ମଫୁଲ ସମାନ ରହିବାକୁ ହେବ । ଏହା ତୁମର ଅନ୍ତିମ ଜନ୍ମ ଅଟେ । ବାବା ବୁଝାଉଛନ୍ତି ଯେ ପ୍ରଥମେ ଅବ୍ୟଭିଚାରୀ ସତ୍ତ୍ୱପ୍ରଧାନ ଭକ୍ତି ଥିଲା, ଏବେ ତମୋପ୍ରଧାନ ହୋଇଗଲାଣି । ବମ୍ବେରେ ଗଣେଷଙ୍କର ପୂଜା ହୋଇଥାଏ ସେଥିପାଇଁ ଲକ୍ଷ-ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ଦେବତାମାନଙ୍କ ମୂର୍ତ୍ତିୀ ତିଆରି କରି, ତାଙ୍କର ପାଳନା କରି ପୁଣି ବୁଡାଇ ଦେଉଛନ୍ତି, ଅର୍ଥାତ୍ ବିନାଶ କରି ଦେଉଛନ୍ତି । ଏବେ ତୁମମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । ତୁମେମାନେ ବୁଝାଇପାରିବ ଯେ ଏସବୁ କଣ ନୀତି-ପ୍ରଥା । ଦେବୀଙ୍କୁ ଜନ୍ମ ଦେଇ, ପୂଜା କରି ଖୁଆଇ-ପିଆଇ, ଉତ୍ସବ ପାଳନ କରି ପୁଣି ବୁଡାଇ ଦେଉଛନ୍ତି । ଏହା କେତେ ଆଶ୍ଚର୍ଯ୍ୟର କଥା । ତୁଳସୀଙ୍କର ବିବାହ କୃଷ୍ଣଙ୍କ ସହିତ କରୁଛନ୍ତି । ବହୁତ ଧୂମ୍ଧାମରେ ବିବାହ କରୁଛନ୍ତି । ବିଦେଶୀମାନେ ଯେତେବେଳେ ଏହି କଥା ଶୁଣନ୍ତି ଭାବନ୍ତି ଯେ, ବୋଧହୁଏ ଏହିପରି ହୋଇଥିବ । କଣ-କଣ ସବୁ ରଚନା କରିଛନ୍ତି । ଏଠାରେ ତ ଜୁଆ ଆଦିର କୌଣସି କଥା ନାହିଁ । ସେମାନେ ତ କହିଦେଉଛନ୍ତି ଯେ ପାଣ୍ଡବମାନେ ଜୁଆ ଖେଳିଲେ, ଦ୍ରୈାପଦୀଙ୍କୁ ବାଜି ଲଗାଇଲେ । କଣ-କଣ ସବୁ ରଚନା କରିଛନ୍ତି, ଏହାଦ୍ୱାରା ରାଜଯୋଗର କଥା ତ ବିଲକୁଲ୍ ଗୁପ୍ତ ହୋଇଯାଉଛି । ଏବେ ବାବା କହୁଛନ୍ତି - ମୋତେ ମନେ ପକାଅ, ଏହା ତ ବିଲ୍କୁଲ୍ ସହଜ କଥା । ବୁଦ୍ଧିରେ ଆସିବା ଦରକାର ଯେ ଆମେ ୨୧ ଜନ୍ମ ପାଇଁ ସ୍ୱର୍ଗ, କ୍ଷୀର ସାଗରକୁ ଯାଉଛୁ । ବର୍ତ୍ତମାନ ହେଉଛି ବିଷୟ ସାଗର । ବିଷୟ ସାଗରରୁ ବାହାରି ତୁମେ ପୁଣି କ୍ଷୀର ସାଗରକୁ ଯାଉଛ । ଏହା ନୂଆ କଥା । ମନୁଷ୍ୟମାନେ ଏହି କଥାକୁ ଶୁଣି ଆଶ୍ଚର୍ଯ୍ୟ ହେବେ । ତୁମେମାନେ ଜାଣୁଛ ଯେ, ସ୍ୱର୍ଗରେ ଆମେ ବହୁତ ସୁଖୀ ରହିବୁ । ଆମେ ବିଶ୍ୱର ମାଲିକ ହେବାକୁ ଯାଉଛୁ । ସେହି ରାଜଧାନୀକୁ ଆମଠାରୁ କେହି ଛଡାଇ ନେଇପାରିବେ ନାହିଁ । ଏବେ ତ କେତେ ବିଭାଜନ ହେଉଛି, ଲଢେଇ କରୁଛନ୍ତି । ତୁମମାନଙ୍କୁ ବୁଝାଇବାକୁ ହେବ - ତୁମର ପ୍ରକୃତ ଶତ୍ରୁ ହେଲା ରାବଣ, ଯାହା ଉପରେ ତୁମେମାନେ କଳ୍ପ କଳ୍ପ ବିଜୟୀ ହେଉଛ । ମାୟାକୁ ଜିତି ଜଗତଜିତ୍ ହେଉଛ । ଏହା ହେଉଛି ହାରିବା ଏବଂ ଜିତିବାର ଖେଳ । ତୁମେମାନେ ଜାଣିଛ ଯେ, ଆମେ ବିଜୟୀ ନିଶ୍ଚିତ ହେବୁ । ତୁମେମାନେ ଫେଲ ହୋଇପାରିବ ନାହିଁ । ବିନାଶ ସମ୍ମୁଖରେ ଉପସ୍ଥିତ । ରକ୍ତର ନଦୀ ବୋହିବ । କେତେ ଲୋକ ମୃତ୍ୟୁବରଣ କରିବେ । ଏହାକୁ ନର୍କ ଅଥବା ଭ୍ରଷ୍ଟାଚାରୀ ପତିତ ଦୁନିଆ କୁହାଯାଇଥାଏ । ଗାୟନ ମଧ୍ୟ କରିଥାନ୍ତି - ହେ ପତିତ-ପାବନ ଆସ ।

ବାବା କହୁଛନ୍ତି ଯେପରି ତୁମେ ଆତ୍ମା ତାରକା ସଦୃଶ ଅଟ, ସେହିପରି ମୁଁ ମଧ୍ୟ ତାରା ଅଟେ । ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି, ଏଥିରୁ କେହି ବି ମୁକ୍ତ ହୋଇପାରିବେ ନାହିଁ । ନଚେତ୍ ମୋର କଣ ଦରକାର ଯେ, ମୁଁ ଏହି ପତିତ ଦୁନିଆକୁ ଆସିବି । ମୁଁ ତ ପରମଧାମର ନିବାସୀ ଅଟେ । ଏହି ଡ୍ରାମାରେ ସମସ୍ତେ ପ୍ରତ୍ୟେକ ନିଜ-ନିଜର ଅଭିନୟ କରୁଛନ୍ତି । ତେଣୁ ଚିନ୍ତାର କୌଣସି କଥା ନାହିଁ । ଏଠାରେ ତୁମେମାନେ ନିଶାରେ ରହୁଛ ତେଣୁ ନିଶ୍ଚିନ୍ତ ରହୁଛ, ଏହା ବିଲକୁଲ୍ ସରଳ କଥା । ବାବା କୌଣସି କଷ୍ଟ ଦେଉନାହାଁନ୍ତି । କେବଳ ଯୋଗଯୁକ୍ତ ହୋଇ ରହିବାକୁ ହେବ ଏବଂ ଅନ୍ୟମାନଙ୍କୁ କରାଇବାକୁ ହେବ । ବେହଦର ବାବା ବେହଦର ସୁଖ ଦେବାକୁ ଆସିଛନ୍ତି । ତେଣୁ ଘରେ-ଘରେ ତୁମକୁ ନିମନ୍ତ୍ରଣ ଦେବାକୁ ହେବ, ଏତିକି କାମ କରିବାକୁ ହେବ । ତୁମ ପିଲାମାନଙ୍କ ଉପରେ ବହୁତ ବଡ ଦାୟିତ୍ୱ ରହିଛି । ମାୟାକୁ ମଧ୍ୟ ଦେଖ ଏକଦମ୍ ସତ୍ୟାନାଶ କରିଦେଉଛି । ଭାରତ କେତେ ଦୁଃଖୀ ହୋଇଯାଇଛି । ମାୟା ହିଁ ଦୁଃଖ ଦେଇଛି । ଏବେ ତୁମମାନଙ୍କୁ ବାବାଙ୍କର ସହଯୋଗୀ କଣ୍ଟାକୁ ଫୁଲ କରିବାକୁ ହେବ । ତୁମେ ଜାଣିଛ ଯେ, ଆମର ଏହି ବ୍ରାହ୍ମଣ କୁଳରେ କେଉଁ-କେଉଁ ପ୍ରକାରର ଫୁଲ ଅଛନ୍ତି । ଯଦି ସେବା କରିବ ତେବେ ପଦ ମଧ୍ୟ ପାଇବ, ନଚେତ୍ ପ୍ରଜାରେ ଚାଲିଯିବ । ଏଥିରେ ବହୁତ ପରିଶ୍ରମ ରହିଛି ନା । ବହୁତ ପିଲାମାନେ ଅଛନ୍ତି, ଯେଉଁମାନେ ସେବାରେ ଲାଗିରହିଛନ୍ତି । ଆଉ କେତେକ କନ୍ୟାମାନଙ୍କୁ ଛୁଟୀ ମିଳୁ ନାହିଁ, ବହୁତ ମାଡ ଖାଉଛନ୍ତି, ଏଥିରେ ବହୁତ ସାହାସ ରହିବା ଦରକାର । ଡରିବା ଉଚିତ୍ ନୁହେଁ । ବାହାଦୁର ହେବା ଦରକାର । ନଷ୍ଟମୋହା ମଧ୍ୟ ହେବା ଦରକାର । ମୋହ ମଧ୍ୟ କିଛି କମ୍ ନୁହେଁ, ତାହା ମଧ୍ୟ ବହୁତ ଶକ୍ତିଶାଳୀ ଅଟେ । ଯଦି ସାହୁକାର ଘରର ପିଲା ହୋଇଥିବେ ତେବେ ବାବା ପ୍ରଥମେ ଦେହ-ଅଭିମାନ ତୁଟାଇବା ପାଇଁ କହିବେ ଝାଡୁ ଲଗାଅ, ବାସନ ମାଜ । ପରୀକ୍ଷା ତ ନେବେ ନା । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଶ୍ରୀମତ ଆଧାରରେ ବାବାଙ୍କର ପୂରା-ପୂରା ସହଯୋଗୀ ହେବାକୁ ପଡିବ, ପରମତ ବା ମନମତରେ ଚାଲିବାର ନାହିଁ । ନଷ୍ଟୋମୋହା ହୋଇ ସାହାସର ସହିତ ସେବାରେ ଲାଗିଯିବାକୁ ହେବ ।

(୨) ଏବେ ଆମେ ନିଜର ପିତାଙ୍କ ଘରେ ଅଛୁ, ଏଠାରେ କୌଣସି ପ୍ରକାରର ଫେସନ ଆଦି କରିବାର ନାହିଁ । ନିଜକୁ ଜ୍ଞାନ ରତ୍ନ ଦ୍ୱାରା ଶୃଙ୍ଗାର କରିବାକୁ ହେବ । ପବିତ୍ର ରହିବାକୁ ହେବ ।

ବରଦାନ:-
ଦୁଃଖକୁ ସୁଖରେ, ନିନ୍ଦାକୁ ପ୍ରଶଂସାରେ ପରିବର୍ତ୍ତନ କରୁଥିବା ପୂଣ୍ୟ ଆତ୍ମା ହୁଅ ।

ପୂଣ୍ୟ ଆତ୍ମା ସେହିମାନେ ଅଟନ୍ତି ଯେଉଁମାନେ କେବେ ବି କାହାକୁ ଦୁଃଖ ଦିଅନ୍ତି ନାହିଁ କି ଦୁଃଖ ନିଅନ୍ତି ନାହିଁ ବରଂ ଦୁଃଖକୁ ମଧ୍ୟ ସୁଖ ରୂପରେ ସ୍ୱୀକାର କରିନିଅନ୍ତି । ଯଦି ନିନ୍ଦାକୁ ମଧ୍ୟ ପ୍ରଶଂସା ମନେ କରିବ ତେବେ କୁହାଯିବ ପୂଣ୍ୟ ଆତ୍ମା । ସେଥିପାଇଁ ଏହି ପାଠକୁ ସର୍ବଦା ଦୃଢ ଭାବରେ ଧାରଣ କରିବାକୁ ହେବ ଯେ ଗାଳି ଦେଉଥିବା ବା ଦୁଃଖ ଦେଉଥିବା ଆତ୍ମାକୁ ମଧ୍ୟ ନିଜର ଦୟାଶୀଳ ସ୍ୱରୂପ ଦ୍ୱାରା ଏବଂ ଦୟାଳୁ ଦୃଷ୍ଟି ଦ୍ୱାରା ଦେଖିବାକୁ ହେବ, ନିନ୍ଦା କରିବାର ଦୃଷ୍ଟିରେ ନୁହେଁ । ସେ ତୁମକୁ ଗାଳି ଦେଉଥିବ କିନ୍ତୁ ତୁମେ ତାକୁ ଫୁଲ ଦେଉଥିବ, ତେବେ କୁହାଯିବ ପୁଣ୍ୟାତ୍ମା ।

ସ୍ଲୋଗାନ:-
ବାପଦାଦାଙ୍କୁ ନିଜର ନୟନରେ ସମାହିତ କରିଥିବା ଆତ୍ମାମାନେ ହିଁ ଜଗତର ଜ୍ୟୋତି ଅଟନ୍ତି ।