04.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଯଦି ମହାନ ହୋବକୁ ଚାହୁଁଛ ତେବେ ପ୍ରତ୍ୟହ ନିଜର ଚାର୍ଟକୁ ଦେଖ, କୌଣସି କର୍ମେନ୍ଦ୍ରିୟ ଯେପରି ଧୋକା ନ ଦେଉ, ଆଖି ବହୁତ ଧୋକାବାଜ ଅଟେ, ତାକୁ ଆୟତ୍ତରେ ରଖ ।

ପ୍ରଶ୍ନ:-
ସବୁଠାରୁ ଖରାପ ଅଭ୍ୟାସ କଣ ? ସେଥିରୁ ମୁକ୍ତ ହେବାର ଉପାୟ କଣ ?

ଉତ୍ତର:-
ସବୁଠାରୁ ଖରାପ ଅଭ୍ୟାସ ହେଉଛି ପାଟିର ସ୍ୱାଦ । ଯଦି କୌଣସି ଭଲ ଜିନିଷ ଦେଖିଲେ ତେବେ ଲୁଚାଇ ଖାଇଦେବେ । ଲୁଚାଇବା ଅର୍ଥାତ୍ ଚୋରୀ କରିବା । ମାୟା ମଧ୍ୟ ଚୋରୀ କରିବା ରୂପରେ ବହୁତଙ୍କୁ ନାକ କାନରୁ ଧରିନେଇଥାଏ । ଏଥିରୁ ବଞ୍ଚିବାର ଉପାୟ ହେଲା ଯଦି କୌଣସି ଜିନିଷ ପ୍ରତି ବୁଦ୍ଧି ଯାଉଛି ତେବେ ନିଜେ ନିଜକୁ ଦଣ୍ଡ ଦିଅ । ଖରାପ ଅଭ୍ୟାସ ଗୁଡିକୁ ଦୂର କରିବା ପାଇଁ ନିଜେ ନିଜକୁ ଖୁବ୍ ଧିକ୍କାର କର ।

ଓମ୍ ଶାନ୍ତି ।
ଆତ୍ମ-ଅଭିମାନୀ ହୋଇ ବସିଛ ? ପ୍ରତ୍ୟେକ କଥା ନିଜେ ନିଜକୁ ପଚାରିବା ଉଚିତ୍ । ଆମେ ଆତ୍ମ-ଅଭିମାନୀ ସ୍ଥିତିରେ ସ୍ଥିତ ହୋଇ ବାବାଙ୍କୁ ମନେ ପକାଉଛୁ ? ଗାୟନ ମଧ୍ୟ ରହିଛି ଯେ ଶିବଶକ୍ତି ପାଣ୍ଡବସେନା । ଏଠାରେ ଶିବବାବାଙ୍କର ସେନାମାନେ ବସିଛନ୍ତି ନା । ସେହି ସେନାମାନଙ୍କ ପାଖରେ କେବଳ ଯୁବକ ଥାନ୍ତି, ବୁଢା ଅଥବା ପିଲା ଆଦି ନଥାନ୍ତି । ଏହି ସେନାରେ ତ ବୁଢା, ପିଲା, ଯୁବକ ଆଦି ସମସ୍ତେ ବସିଛନ୍ତି । ଏମାନେ ହେଉଛନ୍ତି ମାୟା ଉପରେ ବିଜୟ ପ୍ରାପ୍ତ କରୁଥିବା ସେନା । ଏବେ ମାୟା ଉପରେ ବିଜୟ ପ୍ରାପ୍ତ କରି ବାବାଙ୍କଠାରୁ ବେହଦର ବର୍ସା ନେବାକୁ ହେବ । ପିଲାମାନେ ଜାଣିଛନ୍ତି, ମାୟା ବହୁତ ଶକ୍ତିଶାଳୀ । ସମସ୍ତଙ୍କୁ କର୍ମେନ୍ଦ୍ରିୟ ହିଁ ସବୁଠାରୁ ଅଧିକ ଧୋକା ଦେଇଥାଏ । ଚାର୍ଟରେ ଏକଥା ମଧ୍ୟ ଲେଖ ଯେ ଆଜି କେଉଁ କର୍ମେନ୍ଦ୍ରିୟ ଧୋକା ଦେଲା ? ଆଜି ଅମୁକକୁ ଦେଖିଲି, ଇଚ୍ଛା ହେଲା ହାତ ଲଗାଇବି, ଏଭଳି କରିବି, ଆଖି ବହୁତ କ୍ଷତି କରିଥାଏ । ତେଣୁ ପ୍ରତ୍ୟେକ କର୍ମେନ୍ଦ୍ରିୟକୁ ଦେଖ, କେଉଁ କର୍ମେନ୍ଦ୍ରିୟ ବହୁତ କ୍ଷତି କରୁଛି ? ଏହା ଉପରେ ସୁରଦାସଙ୍କର ମଧ୍ୟ ଉଦାହରଣ ଦିଆଯାଉଛି । ତେବେ ନିଜକୁ ଯାଞ୍ଚ କରିବା ଉଚିତ୍ । ଆଖି ବହୁତ ଧୋକା ଦେଇଥାଏ । ଭଲ ସନ୍ତାନମାନଙ୍କୁ ମଧ୍ୟ ମାୟା ଧୋକା ଦେଇଥାଏ । ଯଦିଓ ସେବା ଭଲ କରୁଛନ୍ତି କିନ୍ତୁ ଆଖି ଧୋକା ଦେଇଥାଏ । ଏହା ଉପରେ ବହୁତ ଯାଞ୍ଚ କରିବାକୁ ହେବ, କାହିଁକି ନା ଇଏ ବହୁତ ବଡ ଶତ୍ରୁ ଅଟେ । ଯିଏକି ଆମର ପଦକୁ ଭ୍ରଷ୍ଟ କରିଦେଉଛି । ସେନ୍ସିବୁଲ୍ ଅର୍ଥାତ୍ ବୁଦ୍ଧିମାନ ସନ୍ତାନମାନେ ଭଲ ଭାବରେ ନୋଟ୍ କରିବା ଉଚିତ୍ । ଡାଇରୀ ନିଜର ପକେଟ୍ରେ ରଖିବା ଦରକାର । ଯେପରି ଭକ୍ତି ମାର୍ଗରେ ବୁଦ୍ଧି ଅନ୍ୟ ଆଡକୁ ଗଲେ ନିଜକୁ ଚୁମୁଟୀ ଦେଇଥାନ୍ତି । ତୁମେ ମଧ୍ୟ ନିଜକୁ ଦଣ୍ଡ ଦେବା ଉଚିତ୍ । ବହୁତ ସାବଧାନ ରହିବା ଦରକାର । କୌଣସି କର୍ମେନ୍ଦ୍ରିୟ ଧୋକା ତ ଦେଉ ନାହିଁ! ସେଥିରୁ ନିଜକୁ ଦୂରେଇ ରଖିବା ଉଚିତ୍ । ଠିଆ ହୋଇ ଦେଖିବା ଉଚିତ୍ ନୁହେଁ । ସ୍ତ୍ରୀ-ପୁରୁଷଙ୍କ ଭିତରେ ମଧ୍ୟ ବହୁତ ହଙ୍ଗାମା ହେଉଛି । ପରସ୍ପରକୁ ଦେଖିବା ଦ୍ୱାରା କାମ ବିକାରର ଦୃଷ୍ଟିଯାଉଛି ସେଥିପାଇଁ ସନ୍ନ୍ୟାସୀ ମାନେ ଆଖି ବନ୍ଦ କରି ବସିଥାନ୍ତି । କେତେକ ସନ୍ନ୍ୟାସୀ ତ ସ୍ତ୍ରୀମାନଙ୍କୁ ପଛ କରି ବସିଥାନ୍ତି । ସେହି ସନ୍ନ୍ୟାସୀ ଆଦିଙ୍କୁ କଣ ମିଳୁଛି । ଅତି ବେଶୀରେ ୧୦-୨୦ ଲକ୍ଷ କିମ୍ବା କୋଟିଏ ଟଙ୍କା ଏକତ୍ର କରିଥାନ୍ତି । ମରିଗଲେ ତ ସବୁକିଛି ଖଲାସ । ପୁଣି ଅନ୍ୟ ଜନ୍ମରେ ନୂଆ କରି ଏକତ୍ର କରିବାକୁ ପଡିବ । ତୁମକୁ ତ ଯାହାକିଛି ମିଳୁଛି, ତାହା ଅବିନାଶୀ ବର୍ସା ହୋଇଯାଉଛି । ସେଠାରେ ଧନର ଲାଳସା ହିଁ ରହିବ ନାହିଁ । ଏପରି କୌଣସି ଅପ୍ରାପ୍ତି ରହିବ ନାହିଁ, ଯାହା ପାଇଁ ମୁଣ୍ଡ ପିଟିବାକୁ ପଡିବ । କଳିଯୁଗର ଅନ୍ତିମ ସମୟ ଏବଂ ସତ୍ୟଯୁଗର ଆଦି ସମୟ ଭିତରେ ରାତି-ଦିନର ଫରକ ରହିଛି । ସେଠାରେ ତ ଅପାର ଖୁସି ରହିବ । ଏଠାରେ କିଛି ହେଲେ ଖୁସି ନାହିଁ । ବାବା ସର୍ବଦା କହୁଛନ୍ତି ସଂଗମ ଶବ୍ଦ ସହିତ ପୁରୁଷୋତ୍ତମ ଶବ୍ଦ ନିଶ୍ଚୟ ଲେଖ । ପରିଷ୍କାର ଭାବରେ ଶବ୍ଦ କହିବା ଉଚିତ୍ , ତେବେ ବୁଝାଇବାକୁ ସହଜ ହେବ । ବାବା ନର୍କବାସୀରୁ ସ୍ୱର୍ଗବାସୀ, ମନୁଷ୍ୟରୁ ଦେବତା କରୁଛନ୍ତି... ତେଣୁ ନିଶ୍ଚିତ ସଂଗମ ଯୁଗରେ ହିଁ ଆସିବେ ନା । କିନ୍ତୁ ମନୁଷ୍ୟମାନେ ଘୋର ଅନ୍ଧକାରରେ ଅଛନ୍ତି । ସ୍ୱର୍ଗ କଣ ଏକଥା ଜାଣି ନାହାଁନ୍ତି । ଅନ୍ୟ ଧର୍ମାବଲମ୍ବୀମାନେ ତ ସ୍ୱର୍ଗକୁ ଦେଖିପାରିବେ ନାହିଁ । ସେଥିପାଇଁ ବାବା କହୁଛନ୍ତି ତୁମର ଧର୍ମ ବହୁତ ସୁଖଦାୟୀ ଅଟେ । ତାକୁ ସ୍ୱର୍ଗ ବୋଲି କୁହାଯାଉଛି । କିନ୍ତୁ ଏକଥା ବୁଝୁ ନାହାଁନ୍ତି ଯେ ଆମେ ମଧ୍ୟ ସ୍ୱର୍ଗକୁ ଯାଇପାରିବୁ । କାହାକୁ ହେଲେ ମଧ୍ୟ ଏକଥା ଜଣା ନାହିଁ । ଭାରତବାସୀ ମଧ୍ୟ ଏହାକୁ ଭୁଲିଯାଇଛନ୍ତି । ସ୍ୱର୍ଗକୁ ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି । ଖ୍ରୀଷ୍ଟିୟାନ୍ ଲୋକେ ନିଜେ କହୁଛନ୍ତି ଯେ ଖ୍ରୀଷ୍ଟଙ୍କର ୩ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା । ଲକ୍ଷ୍ମୀ-ନାରାୟଣଙ୍କୁ ଦେବୀ-ଦେବତା ବୋଲି କୁହାଯାଉଛି । ତେବେ ନିଶ୍ଚିତ ଈଶ୍ୱର ହିଁ ଦେବୀ-ଦେବତା କରାଇବେ । ତେଣୁ ମେହନତ କରିବା ଦରକାର । ପ୍ରତିଦିନ ନିଜର ଚାର୍ଟ ଦେଖିବା ଦରକାର । କେଉଁ କର୍ମେନ୍ଦ୍ରିୟ ଧୋକା ଦେଉଛି ? ଜିଭ ମଧ୍ୟ କିଛି କମ୍ ନୁହେଁ । କୌଣସି ଭଲ ଜିନିଷ ଦେଖିବେ ତ ଲୁଚାଇ ଖାଇଯିବେ । ବୁଝିପାରୁ ନାହାଁନ୍ତି ଯେ ଏହା ମଧ୍ୟ ପାପ ଅଟେ । ଏହାକୁ ମଧ୍ୟ ଚୋରୀ କୁହାଯିବ । ତାହା ପୁଣି ଶିବବାବାଙ୍କ ଯଜ୍ଞରୁ ଚୋରୀ କରିବା ବହୁତ ଖରାପ ଅଟେ । କାଣିଚାଏ ଚୋରୀ କରିବା ମଧ୍ୟ ଲକ୍ଷେ ଟଙ୍କା ଚୋରୀ କରିବା ସହ ସମାନ । କିନ୍ତୁ ବହୁତଙ୍କୁ ମାୟା ନାକରୁ ଧରି ପକାଉଛି । ତେବେ ଏହିସବୁ ଖରାପ ଅଭ୍ୟାସକୁ ଛାଡିବାକୁ ହେବ । ନିଜକୁ ତିରସ୍କାର କରିବା ଉଚିତ୍ । ଯେପର୍ଯ୍ୟନ୍ତ ଖରାପ ଅଭ୍ୟାସ ଥିବ ସେପର୍ଯ୍ୟନ୍ତ ଉଚ୍ଚ ପଦ ପାଇପାରିବ ନାହିଁ । ସ୍ୱର୍ଗକୁ ଯିବା ତ ବଡ କଥା ନୁହେଁ, କିନ୍ତୁ କେଉଁଠି ରାଜା-ରାଣୀ କେଉଁଠି ପ୍ରଜା! ତେଣୁ ବାବା କହୁଛନ୍ତି କର୍ମେନ୍ଦ୍ରିୟକୁ ବହୁତ ଯାଞ୍ଚ କରିବାକୁ ହେବ । କେଉଁ କର୍ମେନ୍ଦ୍ରିୟ ଧୋକା ଦେଉଛି ? ପୋତା ମେଲ ଅର୍ଥାତ୍ ହିସାବ ବାହାର କରିବା ଦରକାର । ଏହା ମଧ୍ୟ ବ୍ୟାପାର ଅଟେ ନା । ବାବା ବୁଝାଉଛନ୍ତି ମୋ ସହିତ ବ୍ୟାପାର କରିବାକୁ ହେବ, ଉଚ୍ଚ ପଦ ପାଇବାକୁ ହେଲେ ଶ୍ରୀମତ ଅନୁସାରେ ଚାଲ । ବାବା ନିର୍ଦ୍ଦେଶ ଦେବେ, କିନ୍ତୁ ସେଥିରେ ମଧ୍ୟ ମାୟା ବିଘ୍ନ ପକାଇବ । କରିବାକୁ ଦେବ ନାହିଁ । ବାବା କହୁଛନ୍ତି ଏକଥା ଭୁଲିଯାଅ ନାହିଁ । ହେଳା କରିଲେ ବହୁତ ପଶ୍ଚାତାପ କରିବାକୁ ପଡିବ ପୁଣି ଉଚ୍ଚ ପଦ ପାଇପାରିବ ନାହିଁ । ଏବେ ତ ଖୁସିରେ କହୁଛନ୍ତି ଯେ ଆମେ ନରରୁ ନାରାୟଣ ହେବୁ କିନ୍ତୁ ନିଜକୁ ପଚାର କେଉଁଠି କର୍ମେନ୍ଦ୍ରିୟ ଧୋକା ଦେଉ ନାହିଁ ତ ?

ନିଜର ଉନ୍ନତି କରିବାକୁ ହେଲେ ବାବା ଯେଉଁ ନିର୍ଦ୍ଦେଶ ଦେଉଛନ୍ତି ତାକୁ କାର୍ଯ୍ୟରେ ଲଗାଅ । ସାରା ଦିନର ହିସାବ ଦେଖ । ବହୁତ ଭୁଲ ହେଉଛି । ଆଖି ବହୁତ ଧୋକା ଦେଉଛି । ଯଦି କାହା ଉପରେ ଦୟା ଆସିଲା ତେବେ ତାଙ୍କୁ ଖୁଆଇବେ, ଉପହାର ଦେବେ । ଏହିଭଳି ନିଜର ସମୟ ବହୁତ ନଷ୍ଟ କରୁଛନ୍ତି । ମାଳାର ଦାନା ହେବାରେ ବହୁତ ମେହନତ କରିବାକୁ ହେବ । ୮ ରତ୍ନ ହେଉଛି ମୁଖ୍ୟ । ୯ ରତ୍ନ ମଧ୍ୟ କହିଥାନ୍ତି । ଏକ ହେଲେ ବାବା, ବାକି ହେଉଛନ୍ତି ୮, ବାବାଙ୍କର ଚିହ୍ନ ତ ମଝିରେ ରହିବା ଦରକାର ନା, କୌଣସି ଗ୍ରହଚାରୀ ଆସିଲେ ୯ ରତ୍ନର ଆଙ୍ଗୁଠି ଆଦି ପିନ୍ଧିଥାନ୍ତି । ଏତେ ଢେର ପୁରୁଷାର୍ଥୀମାନଙ୍କ ମଧ୍ୟରୁ ୮ ଜଣ ପାସ୍ ୱିଥ୍ ଅନର୍ସ ସମ୍ମାନର ସହ ଉତ୍ତୀର୍ଣ୍ଣ ଦେଉଛନ୍ତି । ୮ ରତ୍ନର ବହୁତ ମହିମା ରହିଛି । ଦେହ-ଅଭିମାନରେ ଆସିବା ଦ୍ୱାରା କର୍ମେନ୍ଦ୍ରିୟ ବହୁତ ଧୋକା ଦେଉଛି । ଭକ୍ତିମାର୍ଗରେ ମଧ୍ୟ ଚିନ୍ତା ରହିଥାଏ ଯେ, ମୁଣ୍ଡ ଉପରେ ବହୁତ ପାପ ଅଛି, ସେଥିପାଇଁ ଭାବୁଛନ୍ତି ଦାନ ପୁଣ୍ୟ କରିଲେ ପାପ କଟିଯିବ । ସତ୍ୟଯୁଗରେ କୌଣସି ଚିନ୍ତାର କଥା ରହିବ ନାହିଁ କାହିଁକି ନା ସେଠାରେ ରାବଣ ରାଜ୍ୟ ହିଁ ନାହିଁ । ସେଠାରେ ମଧ୍ୟ ଯଦି ଏପରି କଥା ରହିବ ତେବେ ସ୍ୱର୍ଗ ଏବଂ ନର୍କରେ ଫରକ ରହିବ ନାହିଁ । ତୁମମାନଙ୍କୁ ଏତେ ଉଚ୍ଚ ପଦ ମିଳୁ ସେଥିପାଇଁ ଭଗବାନ ବସି ପାଠ ପଢାଉଛନ୍ତି । କିନ୍ତୁ ବାବା ମନେ ପଡୁ ନାହାଁନ୍ତି, ତେବେ ଶିକ୍ଷାଦାତା ଶିକ୍ଷକଙ୍କୁ ତ ମନେ ପକାଅ । ଆଚ୍ଛା ଭଲ । ଏକଥା ମନେ ପକାଅ ଯେ ଆମର ଏକମାତ୍ର ବାବା ହିଁ ସତ୍ଗୁରୁ ଅଟନ୍ତି । ମନୁଷ୍ୟମାନେ ଆସୁରୀ ମତରେ ବାବାଙ୍କର କେତେ ତିରସ୍କାର କରିଛନ୍ତି । ବାବା ଏବେ ସମସ୍ତଙ୍କ ଉପରେ ଉପକାର କରୁଛନ୍ତି । ତୁମେ ମଧ୍ୟ ଉପକାର କରିବା ଉଚିତ୍ । କାହାର ମଧ୍ୟ ଅପକାର କର ନାହିଁ, କାହା ପ୍ରତି କୁଦୃଷ୍ଟି ରଖ ନାହିଁ । ଯଦି ଏଭଳି କରୁଛ ତେବେ ନିଜର ହିଁ କ୍ଷତି କରୁଛ । ଏହି ଭାଇବ୍ରେସନ୍ ପୁଣି ଅନ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ବାବା କହୁଛନ୍ତି ଏହା ବହୁତ ବଡ ଲକ୍ଷ୍ୟ ଅଟେ । ତେଣୁ ପ୍ରଦିନିନ ନିଜର ଚାର୍ଟ ଦେଖ କୌଣସି ବିକର୍ମ ହୋଇନାହିଁ ତ ? ଏହା ହେଉଛି ବିକର୍ମୀ ଦୁନିଆ, ବିକର୍ମୀ ସଂବତ । ବିକର୍ମାଜିତ୍ ଦେବତାମାନଙ୍କର ସଂବତ ବିଷୟରେ କାହାକୁ ହେଲେ ଜଣା ନାହିଁ । ବାବା ବୁଝାଉଛନ୍ତି, ବିକର୍ମାଜିତ୍ ସଂବତକୁ ୫ ହଜାର ବର୍ଷ ହେଲାଣି, ପୁଣି ପରେ ବିକର୍ମ ସଂବତ ଆରମ୍ଭ ହେଉଛି । ଏଠାରେ ରାଜାମାନେ ମଧ୍ୟ ବିକର୍ମ ହିଁ କରୁଛନ୍ତି, ତେଣୁ ବାବା କହୁଛନ୍ତି କର୍ମ-ଅକର୍ମ ବିକର୍ମର ଗତି ସମ୍ବନ୍ଧରେ ମୁଁ ତୁମମାନଙ୍କୁ ବୁଝାଉଛି । ରାବଣ ରାଜ୍ୟରେ ତୁମର କର୍ମ ବିକର୍ମ ହୋଇଯାଉଛି । ସତ୍ୟଯୁଗରେ କର୍ମ ଅକର୍ମ ହେବ । ବିକର୍ମ ହେବ ନାହିଁ । କାରଣ ସେଠାରେ ବିକାରର ନାମ ମଧ୍ୟ ରହିବ ନାହିଁ । ଜ୍ଞାନର ତୃତୀୟ ନେତ୍ର ଏବେ ତୁମକୁ ମିଳୁଛି । ଏବେ ତୁମେମାନେ ବାବାଙ୍କ ଦ୍ୱାରା ତ୍ରିନେତ୍ରୀ ତ୍ରିକାଳଦର୍ଶୀ ହେଉଛ । ଯାହାକି ମନୁଷ୍ୟ କେହି କରିପାରିବେ ନାହିଁ । ବାବା ତୁମକୁ ତ୍ରିନେତ୍ରୀ ତ୍ରିକାଳଦର୍ଶୀ କରୁଛନ୍ତି । ପ୍ରଥମେ ଆସ୍ତିକ ହେଉଛ, ତାପରେ ପୁଣି ତ୍ରିନେତ୍ରୀ ତ୍ରିକାଳଦର୍ଶୀ ହେଉଛ । ସାରା ଡ୍ରାମାର ରହସ୍ୟ ତୁମମାନଙ୍କ ଅଛି । ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ୮୪ ଜନ୍ମର ଚକ୍ର ସବୁ ବୁଦ୍ଧିରେ ଅଛି । ପରେ ପୁଣି ଅନ୍ୟ ଧର୍ମ ସବୁ ଆସୁଛି । ଧୀରେ ଧୀରେ ବୃଦ୍ଧି ହୋଇ ଚାଲିଛି । ତେବେ ଧର୍ମସ୍ଥାପକମାନଙ୍କୁ ଗୁରୁ କୁହାଯିବ ନାହିଁ । ସମସ୍ତଙ୍କର ସଦ୍ଗତି କରୁଥିବା ସତଗୁରୁ କେବଳ ଜଣେ ହିଁ ଅଟନ୍ତି । ବାକି ଅନ୍ୟ କେହି ସଦ୍ଗତି କରିବା ପାଇଁ ଆସୁ ନାହାଁନ୍ତି । ସେମାନେ ଧର୍ମସ୍ଥାପକ ଅଟନ୍ତି । ଖ୍ରୀଷ୍ଟଙ୍କୁ ସ୍ମରଣ କରିଲେ ସଦ୍ଗତି ମିଳିବ ନାହିଁ । ବିକର୍ମ ମଧ୍ୟ ବିନାଶ ହେବ ନାହିଁ । ସେମାନଙ୍କୁ ମଧ୍ୟ ଭକ୍ତି ମାର୍ଗରେ ଅଛନ୍ତି ବୋଲି କୁହାଯିବ । ଜ୍ଞାନର ମାର୍ଗରେ କେବଳ ତୁମେ ଅଛ । ତୁମେ ହେଉଛ ପଣ୍ଡା । ସମସ୍ତଙ୍କୁ ଶାନ୍ତିଧାମ, ସୁଖଧାମର ରାସ୍ତା ବତାଉଛ । ବାବା ମଧ୍ୟ ମୁକ୍ତିଦାତା ଗାଇଡ୍ ଅଟନ୍ତି । ତାଙ୍କୁ ମନେ ପକାଇଲେ ହିଁ ବିକର୍ମ ବିନାଶ ହେବ ।

ଏବେ ତୁମେମାନେ ନିଜ ବିକର୍ମ ବିନାଶ କରିବାର ପୁରୁଷାର୍ଥ କରୁଛ । ତେଣୁ ତୁମକୁ ଧ୍ୟାନ ଦେବାକୁ ହେବ ଯେ, ଗୋଟିଏ ପାର୍ଶ୍ଵରେବିକର୍ମ ବିନାଶ କରିବାର ପୁରୁଷାର୍ଥ କରୁଥିବ ପୁଣି ଅନ୍ୟ ପାର୍ଶ୍ଵରେବିକର୍ମ ମଧ୍ୟ ହେଉଥିବ । ପୁରୁଷାର୍ଥ କରିବା ସହିତ ଯଦି ବିକର୍ମ କରିବ ତେବେ ଶହେଗୁଣା ଦଣ୍ଡ ହୋଇଯିବ । ତେଣୁ ଯେତେ ସମ୍ଭବ ବିକର୍ମ କର ନାହିଁ । ନଚେତ୍ ଏଡିସନ୍ ଅର୍ଥାତ୍ ତାହା ମଧ୍ୟ ମିଶାଣ ହେବ । ନାମ ମଧ୍ୟ ବଦନାମ କରିବ । ତୁମେମାନେ ଜାଣିଛ ଯେ, ଭଗବାନ ଆମକୁ ପାଠ ପଢାଉଛନ୍ତି, ତେଣୁ କୌଣସି ବିକର୍ମ କରିବାର ଉଚିତ୍ ନୁହେଁ । ଛୋଟ ଚୋରୀ ହେଉ ଅଥବା ବଡ ଚୋରୀ, ପାପ ତ ହେବ ନା । ଏହି ଆଖି ବହୁତ ଧୋକା ଦେଉଛି । ବାବା ପିଲାମାନଙ୍କର ଚଳଣିରୁ ବୁଝିଯାଉଛନ୍ତି, ତେଣୁ ଏକଥା କେବେ ବିଚାର ନ ମଧ୍ୟ ନ ଆସୁ ଯେ ଇଏ ଆମର ସ୍ତ୍ରୀ ଅଟେ । ଆମେ ବ୍ରହ୍ମାକୁମାର-କୁମାରୀ, ଶିବବାବାଙ୍କର ନାତି ଅଟୁ । ଆମେ ବାବାଙ୍କ ପାଖରେ ପ୍ରତିଜ୍ଞା କରିଛୁ, ରାକ୍ଷୀ ବାନ୍ଧିଛୁ, ପୁଣି ଆଖି କାହିଁକି ଧୋକା ଦେଉଛି ? ଯୋଗ ବଳ ଦ୍ୱାରା ଯେ କୌଣସି କର୍ମେନ୍ଦ୍ରିୟର ଧୋକାରୁ ମୁକ୍ତ ହୋଇପାରିବ ସେଥିପାଇଁ ବହୁତ ମେହନତ ଦରକାର । ବାବାଙ୍କ ନିର୍ଦ୍ଦେଶ ଅନୁସାରେ ଧାରଣା କର, ଚାର୍ଟ ଲେଖ । ସ୍ତ୍ରୀ-ପୁରୁଷ ମଧ୍ୟ ପରସ୍ପର ମଧ୍ୟରେ ଏହି କଥାବାର୍ତ୍ତା ହୁଅ ଆମେ ବାବାଙ୍କଠାରୁ ପୂରା ବର୍ସା ନେବୁ, ଶିକ୍ଷକଙ୍କ ଠାରୁ ପୁରା ପାଠ ପଢିବୁ । ଏପରି ଶିକ୍ଷକ ଆଉ କେବେ ମିଳିବେ ନାହିଁ, ଯିଏକି ବେହଦର ଜ୍ଞାନ ଦେଉଛନ୍ତି । ଲକ୍ଷ୍ମୀ-ନାରାୟଣ ମଧ୍ୟ ଏକଥା ଜାଣି ନାହାଁନ୍ତି, ତେବେ ତାଙ୍କ ପଛରେ ଯେଉଁମାନେ ଆସୁଛନ୍ତି ସେମାନେ କିପରି ଜାଣିବେ । ବାବା କହୁଛନ୍ତି ଏହି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନକୁ କେବଳ ତୁମେମାନେ ହିଁ ଜାଣୁଛ ତାହା ମଧ୍ୟ ସଂଗମରେ ହିଁ ଜାଣୁଛ । ବାବା ବହୁତ ବୁଝାଉଛନ୍ତି ଏହା କର, ଏପରି କର । ପୁଣି ଏଠାରୁ ଉଠିଲେ ତ ଖଲାସ । ଏକଥା ବୁଝୁ ନାହାଁନ୍ତି ଯେ ଶିବବାବା ଆମକୁ କହୁଛନ୍ତି । ସର୍ବଦା ଶିବବାବା କହୁଛନ୍ତି ବୋଲି ମନେ କରିବା ଉଚିତ୍, ବାବା କହୁଛନ୍ତି ଏହାଙ୍କର ଫଟୋ ମଧ୍ୟ ରଖ ନାହିଁ । ଏହି ରଥକୁ ତ ବାବା ଲୋନ୍ରେ ନେଇଛନ୍ତି । ଇଏ ମଧ୍ୟ ପୁରୁଷାର୍ଥୀ ଅଟନ୍ତି, ଇଏ ମଧ୍ୟ କହୁଛନ୍ତି ଯେ ମୁଁ ବାବାଙ୍କଠାରୁ ବର୍ସା ନେଉଛି । ତୁମ ସଦୃଶ ଏହାଙ୍କର ମଧ୍ୟ ଛାତ୍ର ଜୀବନରେ ଅଟେ । ସମୟ ଆସିବ ତୁମର ବହୁତ ମହିମା ହେବ । ଏବେ ତ ତୁମେମାନେ ପୂଜ୍ୟ ଦେବତା ହେବା ପାଇଁ ପାଠ ପଢୁଛ । ପୁଣି ସତ୍ୟଯୁଗରେ ତୁମେ ଦେବତା ହେବ । ଏସବୁ କଥା ବାବାଙ୍କ ବିନା କେହି ବୁଝାଇପାରିବେ ନାହିଁ । ଯଦି ଭାଗ୍ୟରେ ନାହିଁ ତେବେ ସଂଶୟ ଆସୁଛି ଶିବବାବା କିପରି ଆସି ପାଠ ପଢାଇବେ । ମୁଁ ମାନିବି ନାହିଁ । ଯଦି ନ ମାନିବ ତେବେ ପୁଣି ଶିବବାବାଙ୍କୁ ସ୍ମରଣ କିପରି କରିବ । ବିକର୍ମ ମଧ୍ୟ ବିନାଶ ହୋଇପାରିବ ନାହିଁ । ବର୍ତ୍ତମାନ କ୍ରମାନ୍ୱୟରେ ରାଜଧାନୀ ସ୍ଥାପନ ହେଉଛି । ସେଠାରେ ଦାସ-ଦାସୀ ମଧ୍ୟ ଦରକାର ନା । ରାଜାମାନଙ୍କୁ ଯୌତୁକରେ ଦାସୀମାନେ ମିଳିଥାନ୍ତି । ଏହିଠାରେ ହିଁ ଏତେ ଦାସୀ ରଖୁଛନ୍ତି, ତେବେ ପୁଣି ସତ୍ୟଯୁଗରେ କେତେ ହେବେ । ଏପରି ଢିଲା ପୁରୁଷାର୍ଥ କରିବାର ଉଚିତ୍ ନୁହେଁ ଯେପରି ସେଠାରେ ଦାସ-ଦାସୀ ହେବ । ତୁମେମାନେ ବାବାଙ୍କୁ ପଚାରିପାର ବାବା ଏବେ ମରିଗଲେ କଣ ପଦ ମିଳିବ ? ବାବା ତୁରନ୍ତ କହିଦେବେ । ନିଜର ଚାର୍ଟ ନିଜେ ଦେଖ । ଶେଷ ସମୟରେ କ୍ରମାନ୍ୱୟରେ କର୍ମାତୀତ ଅବସ୍ଥା ହେବ । ଏହା ହେଉଛି ସତ୍ୟ ରୋଜଗାର । ହଦର ରୋଜଗାରରେ ରାତି-ଦିନ କେତେ ବ୍ୟସ୍ତ ରହୁଛ । ସଚ୍ଚା ଖେଳାଳୀ ଗୋଟିଏ ହାତରେ ଖାଆନ୍ତି ଏବଂ ଅନ୍ୟ ହାତରେ ଫୋନ୍ରେ କାରବାର ଚଳାଇଥାନ୍ତି । ଏବେ କୁହ ଏପରି ଲୋକେ ଜ୍ଞାନରେ ଚାଲିପାରିବେ ? କହୁଛନ୍ତି ଆମକୁ ଫୁରସତ ନାହିଁ । ଆରେ, ସତ୍ୟ ରାଜତ୍ୱ ମିଳୁଛି । ବାବାଙ୍କୁ କେବଳ ସ୍ମରଣ କରିଲେ ବିକର୍ମ ବିନାଶ ହେବ । ଅଷ୍ଟ ଦେବତାଙ୍କୁ ମଧ୍ୟ ସ୍ମରଣ କରିଥାନ୍ତି ନା । କିନ୍ତୁ ତାଙ୍କୁ ସ୍ମରଣ କରିଲେ କିଛି ବି ମିଳୁନାହିଁ । ବାବା ବାରମ୍ବାର ପ୍ରତ୍ୟେକ କଥା ବୁଝାଉଛନ୍ତି । ତେଣୁ ଏପରି କେହି କହିପାରିବେ ନାହିଁ ଯେ ଅମୁକ କଥା ଉପରେ ଆମକୁ ବୁଝାଇ ନାହାଁନ୍ତି । ତୁମକୁ ସମସ୍ତଙ୍କୁ ସନ୍ଦେଶ ମଧ୍ୟ ଦେବାକୁ ହେବ । ଉଡାଜାହାଜରୁ ମଧ୍ୟ କାଗଜ ପକାଇବା ପାଇଁ ଚେଷ୍ଟା କରିବା ଉଚିତ୍ । ସେଥିରେ ଲେଖ ଶିବବାବା ଏପରି କହୁଛନ୍ତି । ବ୍ରହ୍ମା ମଧ୍ୟ ଶିବବାବାଙ୍କର ସନ୍ତାନ ଅଟନ୍ତି । ପ୍ରଜାପିତା ଅଟନ୍ତି ତେଣୁ ଇଏ ମଧ୍ୟ ପିତା, ତ ସିଏ ମଧ୍ୟ ଅଟନ୍ତି । ଶିବବାବା କହିବା ଦ୍ୱାରା ବହୁତ ସନ୍ତାନମାନଙ୍କ ଆଖିରେ ପ୍ରେମର ଲୁହ ଆସିଯାଉଛି । ଏମିତି ବହୁତ ଅଛନ୍ତି ଯେଉଁମାନେ ବାବାଙ୍କୁ ଦେଖି ମଧ୍ୟ ନାହାଁନ୍ତି । ଲେଖୁଛନ୍ତି ବାବା କେବେ ଆସି ଆପଣଙ୍କ ସହିତ ମିଶିବୁ, ବାବା ବନ୍ଧନରୁ ମୁକ୍ତ କର । ବହୁତଙ୍କୁ ବାବା ଏବଂ ପ୍ରିନ୍ସଙ୍କର ମଧ୍ୟ ସାକ୍ଷାତ୍କାର ହେଉଛି । ଆଗକୁ ଗଲେ ବହୁତଙ୍କୁ ସାକ୍ଷାତ୍କାର ହେବ ତଥାପି ପୁରୁଷାର୍ଥ ତ କରିବାକୁ ପଡିବ । ମୃତ୍ୟୁ ସମୟରେ ମଧ୍ୟ ମନୁଷ୍ୟଙ୍କୁ କହିଥାନ୍ତି ଯେ ଭଗବାନଙ୍କୁ ମନେ ପକାଅ । ତୁମେ ମଧ୍ୟ ଦେଖିବ ଯେ ଶେଷ ସମୟରେ ସମସ୍ତେ ଖୁବ୍ ପୁରୁଷାର୍ଥ କରିବେ । ଯୋଗ କରିବାରେ ଲାଗିଯିବେ ।

ବାବା ରାୟ ଦେଉଛନ୍ତି ପିଲାମାନେ, ଯେତେ ସମୟ ମିଳୁଛି ସେଥିରେ ପୁରୁଷାର୍ଥ କରି ମେକପ୍ କର । ବାବାଙ୍କ ସ୍ମୃତିରେ ରହି ବିକର୍ମ ବିନାଶ କରିଲେ ପଛରେ ଆସି ମଧ୍ୟ ଆଗକୁ ଯାଇପାରିବ । ଯେପରି ଟ୍ରେନ୍ ଲେଟ୍ ହେଲେ ରାସ୍ତାରେ ମେକପ୍ କରିନେଇଥାଏ ନା । ତୁମକୁ ମଧ୍ୟ ଏଠାରେ ସମୟ ମିଳୁଛି ତ ମେକପ୍ କରିନିଅ । ଏଠାକୁ ଆସି ରୋଜଗାର କରିବାରେ ଲାଗିଯାଅ । ବାବା ରାୟ ମଧ୍ୟ ଦେଉଛନ୍ତି ଏପରି କର, ନିଜର କଲ୍ୟାଣ କର । ବାବାଙ୍କ ଶ୍ରୀମତରେ ଚାଲ । ଉଡାଜାହାଜରୁ ପର୍ଚ୍ଚା ପକାଅ, ଫଳରେ ମନୁଷ୍ୟ ବୁଝିଯିବେ ଯେ ବାସ୍ତବରେ ଏମାନେ ଠିକ୍ ସନ୍ଦେଶ ଦେଉଛନ୍ତି । ଭାରତ କେତେ ବଡ, ସମସ୍ତେ ଜାଣିବା ଦରକାର ପୁଣି ଏପରି କେହି କହିପାରିବେ ନାହିଁ ଯେ ବାବା ଆମେ ତ ଜାଣିପାରିଲୁ ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସେନ୍ସିବୁଲ୍ ଅର୍ଥାତ୍ ବୁଦ୍ଧିମାନ ହୋଇ ନିଜର ଯାଞ୍ଚ କରିବାକୁ ହେବ ଆଖି ମୋତେ ଧୋକା ଦେଉ ନାହିଁ ତ । କୌଣସି କର୍ମେନ୍ଦ୍ରିୟର ବଶବର୍ତ୍ତୀ ହୋଇ ଓଲଟା କର୍ମ କରିବାର ନାହିଁ । ଯୋଗର ବଳ ଦ୍ୱାରା କର୍ମେନ୍ଦ୍ରିୟର ଧୋକାରୁ ମୁକ୍ତ ହେବାକୁ ପଡିବ ।

(୨) ଏହି ସଚ୍ଚା ରୋଜଗାର ପାଇଁ ସମୟ ବାହାର କରିବାକୁ ହେବ । ପଛରେ ଆସିଥିଲେ ମଧ୍ୟ ପୁରୁଷାର୍ଥରେ ମେକପ୍ କରିନେବାକୁ ହେବ । ଏହା ବିକର୍ମ ବିନାଶ କରିବାର ସମୟ ସେଥିପାଇଁ ଏବେ କୌଣସି ନୂଆ ବିକର୍ମ କରିବାର ନାହିଁ ।

ବରଦାନ:-
ସବୁ ପ୍ରକାରର କଣ୍ଡିସନ୍ରେ ଅର୍ଥାତ୍ ପରିସ୍ଥିତିରେ ସୁରକ୍ଷିତ ରହୁଥିବା ଏୟାରକଣ୍ଡିଶନ ଟିକେଟ୍ର ଅଧିକାରୀ ହୁଅ ।

ଏୟାରକଣ୍ଡିଶନ ଟିକେଟ୍ ସେହି ପିଲାମାନଙ୍କୁ ମିଳିଥାଏ ଯେଉଁମାନେ ଏଠାରେ ସବୁ ପରିସ୍ଥିତିରେ ସୁରକ୍ଷିତ ରହିଥାନ୍ତି । କୌଣସି ବି ପରିସ୍ଥିତି ଆସିଯାଉ ବା ସମସ୍ୟା ଆସିଯାଉ କିନ୍ତୁ ସବୁ ସମସ୍ୟାକୁ ଗୋଟିଏ ସେକେଣ୍ଡରେ ଅତିକ୍ରମ କରିବାର ପ୍ରମାଣ ପତ୍ର ଆବଶ୍ୟକ । ଯେପରି ସେଠାରେ ଟିକେଟ୍ ନେବା ପାଇଁ ଟଙ୍କା ଦେବାକୁ ପଡୁଛି ସେହିପରି ଏଠାରେ ମଧ୍ୟ ସଦା ବିଜୟୀ ହେବାର ଅର୍ଥ ଆବଶ୍ୟକ ଯାହା ଦ୍ୱାରା ଟିକେଟ୍ ମିଳିପାରିବ ଏବଂ ଏହି ଅର୍ଥକୁ ପ୍ରାପ୍ତ କରିବା ପାଇଁ ପରିଶ୍ରମ କରିବାର ଆବଶ୍ୟକତା ନାହିଁ, କେବଳ ସବୁ ସମୟରେ ବାବାଙ୍କର ସାଥୀରେ ରୁହ ତେବେ ଅଗଣିତ ଧନର ରୋଜଗାର ଜମା ହେବାକୁ ଲାଗିବ ।

ସ୍ଲୋଗାନ:-
କିପରି ବି ପରିସ୍ଥିତି ହୋଇଥାଉ ତାହା ଅତିକ୍ରମ କରିଯାଉ କିନ୍ତୁ ତୁମର ଖୁସି ନଯାଉ ।