04.09.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଯେତେବେଳେ ତୁମେମାନେ ଫୁଲ ହୋଇଯିବ, ସେତେବେଳେ ଏହି ଭାରତ ମଧ୍ୟ କଣ୍ଟାର ଜଙ୍ଗଲରୁ ସଂପୂର୍ଣ୍ଣ ଫୁଲର ବଗିଚା ପାଲଟିଯିବ, ତେଣୁ ବାବା ତୁମମାନଙ୍କୁ ଫୁଲ କରିବା ପାଇଁ ହିଁ ଆସିଛନ୍ତି ।

ପ୍ରଶ୍ନ:-
ମନ୍ଦିର ଯୋଗ୍ୟ ହେବା ପାଇଁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବାକୁ ହେବ ?

ଉତ୍ତର:-
ମନ୍ଦିର ଯୋଗ୍ୟ ହେବା ପାଇଁ ନିଜର ଚାଲି-ଚଳଣ ଉପରେ ବିଶେଷ ଧ୍ୟାନ ଦିଅ ତୁମର ଚରିତ୍ର ବହୁତ ମଧୁର ଏବଂ ରାଜକୀୟ ହେବା ଉଚିତ୍ ଏବଂ ଏତେ ମାତ୍ରାରେ ମଧୁରତା ରହୁ ଯେପରି ଅନ୍ୟମାନେ ଅନୁଭବ କରିପାରୁଥିବେ । ଅନେକଙ୍କୁ ବାବାଙ୍କ ପରିଚୟ ମଧ୍ୟ ଦିଅ । ତା ସହିତ ନିଜର କଲ୍ୟାଣ କରିବା ପାଇଁ ଭଲ ଭାବରେ ପୁରୁଷାର୍ଥ କରି ସେବାରେ ଲାଗି ରୁହ ।

ଗୀତ:-
ବଦଲଯାଏ ଦୁନିଆ ନା ବଦଲେଙ୍ଗେ ହମ୍...

ଓମ୍ ଶାନ୍ତି ।
ରୁହାନୀ ସନ୍ତାନମାନେ ଜାଣିଛନ୍ତି ଯେ ବାବା ବ୍ରହ୍ମାଙ୍କ ଦ୍ୱାରା ବୁଝାଉଛନ୍ତି । ବ୍ରହ୍ମାଙ୍କ ରଥ ଦ୍ୱାରା ହିଁ ବୁଝାଇ ଚାଲିଛନ୍ତି । ଆମେ ଏହି ପ୍ରତିଜ୍ଞା କରୁଛୁ ଯେ ଶ୍ରୀମତ ଆଧାରରେ ଏହି ଭାରତ ଭୂମିକୁ ପତିତରୁ ପବିତ୍ର କରାଇବୁ । ବିଶେଷ ଭାବେ ଭାରତ ଏବଂ ସାଧାରଣ ଭାବରେ ସାରା ଦୁନିଆ, ସମସ୍ତଙ୍କୁ ଆମେ ପତିତରୁ ପାବନ ହେବାର ରାସ୍ତା ବତାଉଛୁ । ଏତିକି ଖିଆଲ ପ୍ରତ୍ୟେକଙ୍କୁ ନିଜ ବୁଦ୍ଧିରେ ରଖିବାକୁ ହେବ । ବାବା କହୁଛନ୍ତି ଡ଼୍ରାମା ଅନୁସାରେ ତୁମେ ଯେତେବେଳେ ଫୁଲ ହୋଇଯିବ ସେତେବେଳେ ସଂସାର ସଂପୂର୍ଣ୍ଣ ବଗିଚା ହୋଇଯିବ । ବାଗବାନ ଅର୍ଥାତ୍ ବଗିଚାର ମାଲିକ ଏବଂ ମାଳି ଉଭୟ ନିରାକାରଙ୍କୁ କୁହାଯାଏ, ସାକାରକୁ ନୁହେଁ । ମାଳି ମଧ୍ୟ ଆତ୍ମା ଅଟେ, ଶରୀର ନୁହେଁ । ବଗିଚାର ମାଲିକ ମଧ୍ୟ ହେଉଛନ୍ତି ଆତ୍ମା । ବାବା ଶରୀର ଦ୍ୱାରା ତ ବୁଝାଇବେ ନା । ଶରୀର ସହିତ ହିଁ ତାଙ୍କୁ ବଗିଚାର ମାଲିକ ବୋଲି କୁହାଯାଉଛି, ଯିଏକି ଏହି ବିଶ୍ୱକୁ ଫୁଲର ବଗିଚା କରାଉଛନ୍ତି । ବଗିଚା ଥିଲା ସତ୍ୟଯୁଗରେ ଯେଉଁଠାରେ ଏହି ଦେବତାମାନେ ରହୁଥିଲେ । ସେଠାରେ କୌଣସି ଦୁଃଖ ହିଁ ନଥିଲା । ଏଠାରେ ଏହି କଣ୍ଟାର ଜଙ୍ଗଲରେ ତ ଦୁଃଖ ଅଛି, ଏହା ହେଉଛି ରାବଣର ରାଜ୍ୟ, କଣ୍ଟାର ଜଙ୍ଗଲ । ତୁରନ୍ତ କେହି ଫୁଲ ହୁଅନ୍ତି ନାହିଁ । ଦେବୀ-ଦେବତାମାନଙ୍କ ଆଗରେ ଯାଇ ଗାନ ମଧ୍ୟ କରୁଛନ୍ତି ଯେ ଆମେ ଜନ୍ମ-ଜନ୍ମାନ୍ତରର ପାପୀ, ଅଜାମିଲ ଅଟୁ । ଏହିପରି ପ୍ରାର୍ଥନା କରନ୍ତି, ଏବେ ଆସି ଆମକୁ ପୁଣ୍ୟ ଆତ୍ମା କର । ଭାବୁଛନ୍ତି ଯେ ଏବେ ଆମେ ପାପାତ୍ମା ହୋଇଯାଇଛୁ । ତେବେ କୌଣସି ସମୟରେ ଆମେ ପୁଣ୍ୟ ଆତ୍ମା ଥିଲୁ । ଏବେ ଏହି ଦୁନିଆରେ କେବଳ ପୁଣ୍ୟ ଆତ୍ମାମାନଙ୍କର ଚିତ୍ର ରହିଛି । ରାଜଧାନୀର ମୁଖ୍ୟ ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ର ରହିଛି ଏବଂ ତାଙ୍କୁ ଏହିପରି ଶ୍ରେଷ୍ଠ ନିରାକାର ଶିବବାବା ହିଁ କରିଛନ୍ତି । ତାଙ୍କର ଚିତ୍ର ରିହଛି, ବାସ୍ ଆଉ କୌଣସି ଚିତ୍ର ନାହିଁ । ଏଥିରେ ମଧ୍ୟ ଶିବଙ୍କର ବଡ଼ ଲିଙ୍ଗ ତିଆରି କରି ଦେଇଛନ୍ତି । କହୁଛନ୍ତି -- ଆତ୍ମା ତାରକା ସଦୃଶ୍ୟ ଅଟେ, ତେବେ ନିଶ୍ଚୟ ବାବା ମଧ୍ୟ ଏହିପରି ହୋଇଥିବେ ନା । କିନ୍ତୁ ତାଙ୍କର ପୂରା ପରିଚୟ ନାହିଁ । ଏହି ଲକ୍ଷ୍ମୀ-ନାରାୟଣଙ୍କର ବିଶ୍ୱରେ ରାଜ୍ୟ ଥିଲା । ଏହାଙ୍କ ନିମନ୍ତେ କେଉଁଠି ବି କୌଣସି ଗ୍ଲାନିର କଥା ଲେଖାଯାଇନାହିଁ । ବାକି କୃଷ୍ଣଙ୍କୁ କେବେ ଦ୍ୱାପରକୁ, କେବେ କେଉଁଠାକୁ ନେଇଯାଇଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କ ପାଇଁ ସମସ୍ତେ କହିବେ ସ୍ୱର୍ଗର ମାଲିକ ଥିଲେ । ଏହା ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଅଟେ । ରାଧା-କୃଷ୍ଣ କିଏ, ମନୁଷ୍ୟ ବିଚରା ଏକଦମ୍ ଦ୍ୱନ୍ଦରେ ପଡ଼ିଛନ୍ତି, କିଛି ହେଲେ ବୁଝୁନାହାଁନ୍ତି । ଯେଉଁମାନେ ବାବାଙ୍କ ଦ୍ୱାରା ବୁଝୁଛନ୍ତି, ସେମାନେ ବୁଝାଇବା ଯୋଗ୍ୟ ମଧ୍ୟ ହେଉଛନ୍ତି । ନଚେତ୍ ଯୋଗ୍ୟ ହୋଇ ପାରିବେ ନାହିଁ । ଭଲେ କେତେ ବି ବୁଝାଅ ଦୈବୀଗୁଣ ଧାରଣ କରିପାରିବେ ନାହିଁ । କିନ୍ତୁ ଡ଼୍ରାମା ଅନୁସାରେ ଏହିପରି ହିଁ ହେବାର ଅଛି । ତୁମେ ଏବେ ନିଜେ ବୁଝୁଛ ଯେ ଆମେ ସମସ୍ତେ ବାବାଙ୍କ ଶ୍ରୀମତ ଦ୍ୱାରା ନିଜର ଶରୀର-ମନ-ଧନ ଲଗାଇ ଭାରତର ଆତ୍ମିକ ସେବା କରୁଛୁ । ପ୍ରଦର୍ଶନୀ ଅଥବା ମ୍ୟୁଜିୟମ୍ ଆଦିରେ ପଚାରନ୍ତି, ତୁମେ ଭାରତର କଣ ସେବା କରୁଛ ? ତୁମେ ଜାଣିଛ ଆମେ ଭାରତର ବହୁତ ଭଲ ସେବା କରୁଛୁ, ଜଙ୍ଗଲରୁ ବଗିଚା କରାଉଛୁ । ସତ୍ୟଯୁଗ ହେଉଛି ବଗିଚା । ଏହା ହେଉଛି କଣ୍ଟାର ଜଙ୍ଗଲ । ଏଠାରେ ପରସ୍ପରକୁ ଦୁଃଖ ଦେଉଛନ୍ତି । ଏକଥା ତୁମେ ଭଲ ଭାବରେ ବୁଝାଇପାରିବ । ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ମଧ୍ୟ ଖୁବ୍ ସୁନ୍ଦର ଭାବେ ତିଆରି କରିବା ଉଚିତ୍ । ମନ୍ଦିରରେ ବହୁତ ସୁନ୍ଦର ଚିତ୍ର ତିଆରି କରିଥାନ୍ତି । କେଉଁଠି ଗୋରା, କେଉଁଠି ଶ୍ୟାମଳ ଚିତ୍ର କରିଥାନ୍ତି, ତାର ରହସ୍ୟ କଣ, ଏକଥା ମଧ୍ୟ ବୁଝନ୍ତି ନାହିଁ । ତୁମ ପାଖରେ ବର୍ତ୍ତମାନ ଏହି ସମସ୍ତ ଜ୍ଞାନ ରହିଛି । ବାବା କହୁଛନ୍ତି ମୁଁ ଆସି ସମସ୍ତଙ୍କୁ ମନ୍ଦିର ଯୋଗ୍ୟ କରାଉଛି, କିନ୍ତୁ ସମସ୍ତେ ମନ୍ଦିର ଯୋଗ୍ୟ ହେଉନାହାଁନ୍ତି । ପ୍ରଜାଙ୍କୁ ତ ମନ୍ଦିର ଯୋଗ୍ୟ କୁହାଯିବ ନାହିଁ ନା । ଯେଉଁମାନେ ପୁରୁଷାର୍ଥ କରି ବହୁତ ସେବା କରିଥିବେ ତାଙ୍କର ପ୍ରଜା ରହିବେ ।

ତୁମକୁ ସମାଜର ଆତ୍ମ କଲ୍ୟାଣଜନିତ ସେବା ମଧ୍ୟ କରିବାକୁ ହେବ, ଏହି ସେବାରେ ନିଜର ଜୀବନ ସଫଳ କରିବାକୁ ହେବ । ଚଳଣି ମଧ୍ୟ ବହୁତ ମଧୁର, ସୁନ୍ଦର ହେବା ଉଚିତ୍ ଯେପରି ଅନ୍ୟମାନଙ୍କୁ ମଧ୍ୟ ମଧୁର ଭାବେ ବୁଝାଇ ପାରିବ । ନିଜେ ହିଁ କଣ୍ଟା ହୋଇଥିଲେ କାହାକୁ ଫୁଲ କିପରି କରାଇବେ, ଅନ୍ୟକୁ ତାଙ୍କର ତୀର ଲାଗିବ ନାହିଁ । ବାବାଙ୍କୁ ମନେ ନ ପକାଇଲେ ତୀର କିପରି ଲାଗିବ । ନିଜର କଲ୍ୟାଣ ପାଇଁ ଭଲ ଭାବରେ ପୁରୁଷାର୍ଥ କରି ସେବାରେ ଲାଗି ରୁହ । ବାବା ମଧ୍ୟ ସେବା କରୁଛନ୍ତି ନା । ତୁମେମାନେ ମଧ୍ୟ ଦିନ-ରାତି ସେବାରେ ରୁହ ।

ଦ୍ୱିତୀୟ କଥା ହେଉଛି, ଶିବ ଜୟନ୍ତୀରେ ବହୁତ ସନ୍ତାନ ଚିଠି ପଠାଉଛନ୍ତି, ସେଥିରେ ମଧ୍ୟ ଏହିପରି ଲେଖା ରହୁ ଯେପରି ସେହି ଚିଠିକୁ ଯାହାକୁ ମଧ୍ୟ ଦେଖାଇଲେ ସେ ତୁରନ୍ତ ବୁଝିଯିବେ । ଆଗକୁ କଣ କରାଯିବ, ସେଥିପାଇଁ ପୁରୁଷାର୍ଥ କରାଯାଉଛି । ସମ୍ମିଳନୀ ମଧ୍ୟ ଏଥିପାଇଁ କରାଯାଉଛି ଯେ କେଉଁ କେଉଁ ସେବା କଲେ ଯେପରି ଅନେକଙ୍କୁ ବାବାଙ୍କ ପରିଚୟ ମିଳିପାରିବ । ଢେର ଚିଠି ରଖାଯାଇଛି, ଏହା ଦ୍ୱାରା ବହୁତ କାମ କରିପାରିବ । ଠିକଣା ଲେଖୁଛନ୍ତି ଶିବବାବା କ୍ୟାର ଅଫ ବ୍ରହ୍ମା । ପ୍ରଜାପିତା ବ୍ରହ୍ମା ମଧ୍ୟ ଅଛନ୍ତି, ସେ ହେଲେ ରୁହନୀ, ଇଏ ହେଲେ ଜିସ୍ମାନୀ । ତାଙ୍କ ଦ୍ୱାରା ଜିସ୍ମାନୀ ରଚନା କରାଯାଉଛି । ବାବା ହେଲେ ମନୁଷ୍ୟ ସୃଷ୍ଟିର ରଚୟିତା । କିପରି ରଚନା କରୁଛନ୍ତି ତାହା ସାରା ଦୁନିଆରେ କେହି ହେଲେ ଜାଣୁନାହାନ୍ତି । ବାବା ବ୍ରହ୍ମାଙ୍କ ଦ୍ୱାରା ବର୍ତ୍ତମାନ ନୂଆ ରଚନା ରଚୁଛନ୍ତି । ବ୍ରାହ୍ମଣମାନେ ହେଲେ ଚୁଟି । ପ୍ରଥମେ ପ୍ରଥମେ ବ୍ରାହ୍ମଣ ନିଶ୍ଚୟ ଆବଶ୍ୟକ । ଏହା ବିରାଟ ରୂପର ଚୁଟୀ ଅଟେ । ବ୍ରାହ୍ମଣ, ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର । ପ୍ରଥମେ ଶୂଦ୍ର ତ ହୋଇପାରିବେ ନାହିଁ । ବାବା ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ରଚନା କରୁଛନ୍ତି । ଶୂଦ୍ର କିପରି ଏବଂ କାହା ଦ୍ୱାରା ରଚିବେ ?

ତୁମେମାନେ ଜାଣିଛ ଯେ କିପରି ନୂଆ ରଚନା କରୁଛନ୍ତି, ଏହି ବାବା ହିଁ ପୋଷ୍ୟ ରୂପେ ଗ୍ରହଣ କରୁଛନ୍ତି । କଳ୍ପ-କଳ୍ପ ବାବା ଆସି ଶୁଦ୍ରରୁ ବ୍ରାହ୍ମଣ ପୁଣି ବ୍ରାହ୍ମଣରୁ ଦେବତା କରାଉଛନ୍ତି । ବ୍ରାହ୍ମଣମାନଙ୍କର ସେବା ବହୁତ ଶ୍ରେଷ୍ଠ ଅଟେ । ସେହି ବ୍ରାହ୍ମଣମାନେ ନିଜେ ହିଁ ପବିତ୍ର ନୁହଁନ୍ତି ତେଣୁ ଅନ୍ୟମାନଙ୍କୁ କିପରି ପବିତ୍ର କରାଇବେ । କୌଣସି ବି ବ୍ରାହ୍ମଣ ସନ୍ନ୍ୟାସୀଙ୍କୁ କେବେ ରାକ୍ଷୀ ବାନ୍ଧନ୍ତି ନାହିଁ । ସେମାନେ କହିବେ ଆମେ ତ ହେଉଛୁ ହିଁ ପବିତ୍ର । ତୁମେ ନିଜର ମୁହଁ ଦେଖ । ତୁମେ ମଧ୍ୟ କାହା ଦ୍ୱାରା ରାକ୍ଷୀ ବନ୍ଧାଇ ପାରିବ ନାହିଁ । ଦୁନିଆରେ ତ ସମସ୍ତେ ପରସ୍ପରକୁ ବାନ୍ଧୁଛନ୍ତି । ଭଉଣୀ ଭାଇଙ୍କୁ ରାଖୀ ବାନ୍ଧିବା ପ୍ରଥା ଏବେ ବାହରିଛ । ଏବେ ତୁମେ ଶୁଦ୍ରରୁ ବ୍ରାହ୍ମଣ ହେବା ପାଇଁ ପୁରୁଷାର୍ଥ କରୁଛ । ଏକଥା ବୁଝାଇବାକୁ ପଡ଼ୁଛି । ସ୍ତ୍ରୀ-ପୁରୁଷ ଉଭୟ ପବିତ୍ରତାର ପ୍ରତିଜ୍ଞା କରୁଛନ୍ତି, ଉଭୟ କହିପାରିବେ ଯେ ଆମେ କିପରି ବାବାଙ୍କ ଶ୍ରୀମତରେ ପବିତ୍ର ରହୁଛୁ । ଅନ୍ତିମ ପର୍ଯ୍ୟନ୍ତ ଏହି କାମ ବିକାର ଉପରେ ବିଜୟ ପ୍ରାପ୍ତ କଲେ ପବିତ୍ର ଜଗତର ମାଲିକ ହୋଇଯିବ । ସତ୍ୟଯୁଗକୁ ପବିତ୍ର ଦୁନିଆ କୁହାଯାଉଛି, ତାହା ଏବେ ସ୍ଥାପନ ହେଉଛି । ତୁମେ ସମସ୍ତେ ପବିତ୍ର ଅଟ । ବିକାରଗ୍ରସ୍ଥ ଯାଉଥିବା ଆତ୍ମାକୁ ତୁମେ ରାକ୍ଷୀ ବାନ୍ଧିପାରିବ । ପ୍ରତିଜ୍ଞା କରି ପୁଣି ପତିତ ହେଲେ କହିବେ ତୁମେ ରାକ୍ଷୀ ବାନ୍ଧିବାକୁ ଆସିଥିଲ ପୁଣି କଣ ହେଲା ? କହିବେ ମାୟାଠାରୁ ହାରିଗଲି, ଏହା ହେଉଛି ଯୁଦ୍ଧଭୂମି । ବିକାର ସବୁଠାରୁ ବଡ଼ ଶତ୍ରୁ ଅଟେ । ଏହା ଉପରେ ବିଜୟ ପ୍ରାପ୍ତ କଲେ ହିଁ ଜଗତ୍ଜିତ୍ ଅର୍ଥାତ୍ ରାଜା-ରାଣୀ ହୋଇପାରିବ, ପ୍ରଜାମାନଙ୍କୁ ଜଗତ୍ଜିତ୍ କୁହାଯିବ ନାହିଁ । ପରିଶ୍ରମ ତ ରାଜା ରାଣୀ ହିଁ କରୁଛନ୍ତି ନା । କହୁଛନ୍ତି ମଧ୍ୟ ଆମେ ତ ଲକ୍ଷ୍ମୀ-ନାରାୟଣ ହେବୁ । ସେମାନେ ପୁଣି ରାମ-ସୀତା ମଧ୍ୟ ହେବେ । ଲକ୍ଷ୍ମୀ-ନାରାୟଣଙ୍କ ପରେ ତାଙ୍କ ସିଂହାସନ ଉପରେ ତାଙ୍କର ସନ୍ତାନମାନେ ବିଜୟ ପ୍ରାପ୍ତ କରିଥାନ୍ତି । ସେହି ଲକ୍ଷ୍ମୀ-ନାରାୟଣଙ୍କର ପୁଣି ପରଜନ୍ମରେ ପଦବୀ କମିଯିବ । ଭିନ୍ନ ନାମ ରୂପରେ ପିଲାମାନଙ୍କୁ ଗଦ୍ଦି ମିଳୁଥିବାରୁ ଉଚ୍ଚ ନମ୍ବର ଗଣାଯାଏ । ପୁନର୍ଜନ୍ମ ତ ନେଉଛନ୍ତି ନା । ସନ୍ତାନ ପୁଣି ସିଂହାସନ ଉପରେ ବସିଲେ ତାହା ସେକେଣ୍ଡ ଗ୍ରେଡ଼୍ ହୋଇଯିବ । ପ୍ରଥମ ନମ୍ବର ତଳକୁ ଏବଂ ତଳ ନମ୍ବର ଉପରକୁ ହୋଇଯିବେ । ତେଣୁ ପିଲାମାନେ ଏହିପରି ଉଚ୍ଚ ହେବାକୁ ହେଲେ ସେବାରେ ଲାଗିଯିବା ଉଚିତ୍ । ପବିତ୍ର ହେବା ମଧ୍ୟ ବହୁତ ଜରୁରୀ ଅଟେ । ବାବା କହୁଛନ୍ତି ମୁଁ ପବିତ୍ର ଦୁନିଆ ତିଆରି କରୁଛି । ଅଳ୍ପ କେତେଜଣ ଭଲ ପୁରୁଷାର୍ଥ କରୁଛନ୍ତି, ସାରା ଦୁନିଆ ତ ପବିତ୍ର ହୋଇଯାଉଛି । ତୁମ ପାଇଁ ସ୍ୱର୍ଗର ସ୍ଥାପନା କରୁଛନ୍ତି । ଏହା ଡ଼୍ରାମା ଅନୁସାରେ ହିଁ ହେବ, ଏହି ଖେଳ ପୂର୍ବ ନିର୍ମିତ ଅଟେ । ତୁମେ ପବିତ୍ର ହୋଇଗଲା ପରେ ପୁଣି ବିନାଶ ଆରମ୍ଭ ହୋଇଯିବ । ସତ୍ୟଯୁଗର ସ୍ଥାପନା ହୋଇଯିବ । ଡ଼୍ରାମାକୁ ତ ତୁମେ ଜାଣିପାରୁଛ । ସତ୍ୟଯୁଗରେ ଦେବତାମାନଙ୍କର ରାଜ୍ୟଥିଲା । ଏବେ ନାହିଁ ପୁଣି ହେବାକୁ ଯାଉଛ ।

ତୁମେ ହେଉଛ ରୁହାନୀ ମିଲେଟ୍ରୀ । ତୁମେ ୫ ବିକାର ଉପରେ ବିଜୟ ପ୍ରାପ୍ତ କରି ଜଗତ ଜିତ୍ ହେଉଛ । ଜନ୍ମ-ଜନ୍ମାନ୍ତରର ପାପରୁ ମୁକ୍ତ ହେବା ପାଇଁ ବାବା ଯୁକ୍ତି ବତାଉଛନ୍ତି । ବାବା ଥରେ ମାତ୍ର ଆସି ଯୁକ୍ତି ବତାଉଛନ୍ତି । ରାଜଧାନୀ ସ୍ଥାପନ ନହେବା ପର୍ଯ୍ୟନ୍ତ ବିନାଶ ହେବ ନାହିଁ । ତୁମେ ଗୁପ୍ତ ଯୋଦ୍ଧା ଅଟ । କଳିଯୁଗ ପରେ ହିଁ ସତ୍ୟଯୁଗ ନିଶ୍ଚିତ ହେବ । ପୁଣି ସତ୍ୟଯୁଗରେ କେବେ ଲଢେଇ ହେବନାହିଁ । ତୁମେମାନେ ଜାଣିଛ ଯେଉଁ ସବୁ ଆତ୍ମା ଅଭିନୟ କରୁଛନ୍ତି, ସେସବୁ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଯେପରି କାଠ କଣ୍ଢେଇ ଭଳି ନାଚୁଛନ୍ତି । ଏହା ମଧ୍ୟ ଡ଼୍ରାମା ଅଟେ, ପ୍ରତ୍ୟେକଙ୍କର ଏହି ଡ଼୍ରାମାରେ ଅଭିନୟ ରହିଛି । ଅଭିନୟ କରି କରି ତୁମେ ତମୋପ୍ରଧାନ ହୋଇଯାଇଛ । ପୁଣି ଏବେ ଉପରକୁ ଯାଇ ସତ୍ତ୍ୱପ୍ରଧାନ ହେଉଛ । ଜ୍ଞାନ ତ ଗୋଟିଏ ସେକେଣ୍ଡର ଅଟେ । ସତ୍ତ୍ୱପ୍ରଧାନ ହେଉଛନ୍ତି ପୁଣି ତଳକୁ ଖସି-ଖସି ତମୋପ୍ରଧାନ ହୋଇଯାଉଛନ୍ତି । ପୁଣି ବାବା ଉପରକୁ ନେଇଯାଉଛନ୍ତି । ବାସ୍ତବରେ ମାଛକୁ ତାରରେ ଲଟକିଥିବାର ଦେଖାଉଛନ୍ତି, କିନ୍ତୁ ସେହି ତାରରେ ମନୁଷ୍ୟଙ୍କୁ ରଖିବା ଉଚିତ୍ । ଏହିପରି ଉତ୍ଥାନ ଓ ପତନକଳା ହୁଏ । ତୁମେ ମଧ୍ୟ ଏହିପରି ଖସି ଖସି ତଳକୁ ଆସିଯାଉଛ । ଉପରକୁ ଯାଇ ପୁଣି ଖସିବା ପାଇଁ ୫ ହଜାର ବର୍ଷ ଲାଗୁଛି । ଏହି ୮୪ ଜନ୍ମର ଚକ୍ର ତୁମ ବୁଦ୍ଧିରେ ଅଛି । ଉତ୍ଥାନକଳା ଏବଂ ପତନକଳାର ରହସ୍ୟ ବାବା ହିଁ ବୁଝାଇଛନ୍ତି । ତୁମମାନଙ୍କ ମଧ୍ୟରେ କ୍ରମାନ୍ୱୟରେ ଜାଣି ପୁଣି ପୁରୁଷାର୍ଥ କରୁଛନ୍ତି, ଯିଏ ବାବାଙ୍କୁ ମନେ ପକାଇବେ ସେ ଜଲ୍ଦି ଉପରକୁ ଯିବେ । ଏହା ହେଉଛି ପ୍ରବୃତ୍ତିମାର୍ଗ । ଯେପରି ଦୌଡ ପ୍ରତିଯୋଗତାରେ ଯୋଡ଼ିକୁ ଦୈାଡ଼ାଇବା ବେଳେ ଯୋଡ଼ିର ଗୋଟିଏ-ଗୋଟିଏ ପାଦ ବାନ୍ଧି ପୁଣି ଦୈାଡାଇଥାନ୍ତି । ଏହା ମଧ୍ୟ ତୁମର ଦୈାଡ଼ ଅଟେ ନା । କାହାର ଅଭ୍ୟାସ ନଥିଲେ ପୁଣି ପଡ଼ିଯାଆନ୍ତି, ଏଠାରେ ମଧ୍ୟ ଏହିପରି ହୁଏ । ଜଣେ ଆଗକୁ ବଢିଲେ, ଅନ୍ୟ ଜଣକ ଅଟକାଇ ଦେଇଥାଏ, କେତେକ ସ୍ଥାନରେ ପୁଣି ଉଭୟ ପଡ଼ିଯାଇଥାନ୍ତି । ବାବା ଆଶ୍ଚର୍ଯ୍ୟ ହେଉଛନ୍ତି ବାନପ୍ରସ୍ଥିମାନେ ମଧ୍ୟ କାମାଗ୍ନିର ବଶୀଭୂତ ହୋଇ ହାରିଯାଇଛନ୍ତି । ଏହିପରି ନୁହେଁ କେହି ଠେଲି ଦେଲେ । ହାରିବା, ନ ହାରିବା ନିଜ ହାତରେ ରହିଛି । କେହି କଣ ଧକ୍କା ଦେଉଛନ୍ତି କି, ଆମେ କାହିଁକି ହାରିବୁ ? କିଛି ବି ହୋଇ ଯାଉ ଆମେ ହାରିବୁ ନାହିଁ । ହାରିଗଲେ ରସା ତଳକୁ ଚାଲିଯିବ ପୁଣି ଜୋରରେ ଚଟକଣା ମଧ୍ୟ ଲାଗିବ । ପୁଣି ପଶ୍ଚାତାପ କରୁଛନ୍ତି, ଯେପରି ହାଡ ଭାଙ୍ଗିଯାଇଥାଏ । ବହୁତ ଆଘାତ ଲାଗିଥାଏ । ବାବା ଭିନ୍ନ-ଭିନ୍ନ ପ୍ରକାରରେ ବୁଝାଉଛନ୍ତି ।

ଏକଥା ମଧ୍ୟ ବୁଝାଯାଉଛି ଯେ ଶିବ ଜୟନ୍ତୀରେ ଏହିପରି ଚିଠି ଆସିବା ଦରକାର ଯେପରି ମନୁଷ୍ୟ ପଢି ବୁଝିପାରିବେ । ବିଚାର ସାଗର ମନ୍ଥନ କରିବା ପାଇଁ ବାବା ସମୟ ଦେଉଛନ୍ତି । କେହି ଦେଖିଲେ ଯେପରି ଆଶ୍ଚର୍ଯ୍ୟ ହେବେ । କେତେ ଚିଠି ଆସୁଛି, ସବୁ ଥରେ ବାପଦାଦାଙ୍କ ନାମ ଲେଖୁଛନ୍ତି । ତୁମେ ବୁଝାଇ ମଧ୍ୟ ପାରିବ ଯେ ଶିବବାବାଙ୍କୁ ବାବା, ବ୍ରହ୍ମାଙ୍କୁ ଦାଦା କୁହାଯାଏ । ଜଣଙ୍କୁ କେବେ କଣ ବାପଦାଦା କହିଥାନ୍ତି କି ? ଏହା ତ ଚମତ୍କାର କଥା, ଏଥିରେ ସତ୍ୟ ଜ୍ଞାନ ରହିଛି । କିନ୍ତୁ ସ୍ମୃତିରେ ରହିଲେ ଯାଇ କାହାକୁ ତୀର ଲାଗିବ । ବାରମ୍ବାର ଦେହ ଅଭିମାନରେ ଆସିଯାଉଛନ୍ତି । ବାବା କହୁଛନ୍ତି ଆତ୍ମ-ଅଭିମାନୀ ହୁଅ । ଆତ୍ମା ହିଁ ଶରୀର ଧାରଣ କରି ଅଭିନୟ କରୁଛି । କେହି ମଲେ ମଧ୍ୟ କୌଣସି ଖିଆଲ କର ନାହିଁ । ଆତ୍ମାରେ ଯେଉଁ ଅଭିନୟ ନିଧାର୍ଯ୍ୟ ହୋଇଛି ତାକୁ ଆମେ ସାକ୍ଷୀ ହୋଇ ଦେଖୁଛୁ । ତାଙ୍କୁ ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ଧାରଣ କରି ଅଭିନୟ କରିବାକୁ ହେବ । ଏଥିରେ ଆମେ କଣ କରିପାରିବୁ ? ଏହି ଜ୍ଞାନ ମଧ୍ୟ ତୁମ ବୁଦ୍ଧିରେ ଅଛି, ତାହା ପୁଣି କ୍ରମାନ୍ୱୟରେ । କେତେଜଣଙ୍କ ବୁଦ୍ଧିରେ ତ ବିଲକୁଲ୍ ରହୁନାହିଁ । ସେଥିପାଇଁ କାହାକୁ ବୁଝାଇପାରୁନାହାଁନ୍ତି । ଆତ୍ମା ବିଲକୁଲ୍ ହିଁ ଗରମ ତାୱା ଅଟେ ତେଣୁ ତମୋପ୍ରଧାନ ପତିତ ହୋଇଯାଇଛି । ତାଉପରେ ଜ୍ଞାନ ଅମୃତ ଢ଼ାଳିଲେ ମଧ୍ୟ ତାହା ରହୁନାହିଁ । ଯିଏ ବହୁତ ଭକ୍ତି କରିଛନ୍ତି, ତାଙ୍କୁ ହିଁ ତୀର ଲାଗିବ, ତୁରନ୍ତ ଧାରଣା ହେବ । ହିସାବ ହିଁ ୱାଣ୍ଡରଫୁଲ ରହିଛି - ପ୍ରଥମ ନମ୍ବରର ପାବନ ପୁଣି ପତିତ ହେଉଛନ୍ତି । ଏହା ମଧ୍ୟ କେତେ ବୁଝିବାର କଥା ଅଟେ । କାହାର ଭାଗ୍ୟରେ ନଥିଲେ ପାଠପଢା ହିଁ ଛାଡ଼ିଦେଇଥାନ୍ତି । ଛୋଟ ବୟସରୁ ଯଦି ଜ୍ଞାନରେ ଲାଗିଯିବେ ତେବେ ଧାରଣା ହୋଇଯିବ । ବୁଝାଯିବ ଇଏ ବହୁତ ଭକ୍ତି କରିଛନ୍ତି, ବହୁତ ହୋସିଆର ହୋଇଯିବେ, କାହିଁକିନା କର୍ମେନ୍ଦ୍ରିୟ ବଡ଼ ହେଲା ପରେ ଅଧିକ ବୁଝିପାରିବେ । ଆଧ୍ୟାତ୍ମିକ ବିଦ୍ୟା ଓ ଲୌକିକ ବିଦ୍ୟା ଉଭୟ ଆଡ଼କୁ ଧ୍ୟାନ ଦେଲେ ସେହି ପ୍ରଭାବ ପଡିବ ନାହିଁ । ଏହା ହେଉଛି ଈଶ୍ୱରୀୟ ପାଠପଢା । ଫରକ ରହିଛି ନା । କିନ୍ତୁ ସେତିକି ଲଗନ ବି ରହିଲେ ହେବ ନା । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଆତ୍ମିକ ସେନା ହୋଇ ୫ ବିକାର ଉପରେ ବିଜୟପ୍ରାପ୍ତ କରିବାକୁ ହେବ, ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ । ଶ୍ରୀମତ ଆଧାରରେ ଭାରତକୁ ପବିତ୍ର କରିବାର ସେବା କରିବାକୁ ହେବ ।

(୨) ଏହି ବେହଦ ନାଟକରେ ପ୍ରତ୍ୟେକ ଅଭିନୟକୁ ଆତ୍ମ-ଅଭିମାନୀ ହୋଇ କରିବାକୁ ହେବ, କେବେ ହେଲେ ଦେହ-ଅଭିମାନରେ ଆସିବାର ନାହିଁ । ସାକ୍ଷୀ ହୋଇ ପ୍ରତ୍ୟେକ ଅଭିନେତାଙ୍କର ପାର୍ଟ ଦେଖିବାକୁ ହେବ ।

ବରଦାନ:-
ସ୍ୱମାନ ଦ୍ୱାରା ଅଭିମାନକୁ ସମାପ୍ତ କରୁଥିବା ସଦା ନମ୍ର ହୁଅ ।

ଯେଉଁ ପିଲାମାନେ ସର୍ବଦା ସ୍ୱମାନରେ ସ୍ଥିତ ରହୁଛନ୍ତି ସେମାନଙ୍କ ଭିତରେ କେବେହେଲେ ଅଭିମାନ ଆସିପାରିବ ନାହିଁ, ସେମାନେ ସର୍ବଦା ନିର୍ମାନ ଅଟନ୍ତି ଅର୍ଥାତ୍ ମାନ-ସମ୍ମାନ ପାଇବାର ଇଚ୍ଛାଠାରୁ ଉର୍ଦ୍ଧ୍ୱରେ ରହିଥାନ୍ତି । ଯିଏ ଯେତେ ବଡ ସ୍ୱମାନରେ ରହିଥାଏ ସିଏ ସେତିକି ଆଜ୍ଞାକାରୀ ହେବାରେ ନିର୍ମାନ ହୋଇଥାଏ । ଛୋଟ-ବଡ, ଜ୍ଞାନୀ-ଅଜ୍ଞାନୀ, ମାୟାଜିତ୍ ବା ମାୟାର ବଶୀଭୂତ, ଅଧିକ ଗୁଣବାନ ହୋଇଥାଉ ବା କୌଣସି ଗୋଟିଏ ଦୁଇଟି ଗୁଣର ଅଧିକାରୀ ହୋଇଥାଉ ଅର୍ଥାତ୍ ଗୁଣବାନ ହେବାର ପୁରୁଷାର୍ଥୀ ହୋଇଥାଉ କିନ୍ତୁ ସ୍ୱମାନରେ ରହୁଥିବା ଆତ୍ମା ସମସ୍ତଙ୍କୁ ସମ୍ମାନ ଦଉଥିବା ଦାତା ହୋଇଥାନ୍ତି ଅର୍ଥାତ୍ ନିଜେ ସବୁଥିରେ ସମ୍ପନ୍ନ ହୋଇଥିବା କାରଣରୁ ସର୍ବଦା ଦୟାଶୀଳ ହୋଇଥାନ୍ତି ।

ସ୍ଲୋଗାନ:-
ସ୍ନେହ ହିଁ ସହଜଯୋଗର ଆଧାର ସେଥିପାଇଁ ନିଜେ ସର୍ବଦା ସ୍ନେହୀ ହୁଅ ଏବଂ ଅନ୍ୟମାନଙ୍କୁ ସ୍ନେହୀ କର ।